ଇନ୍ଦି୍ରୟମାନଙ୍କ ବଶୀଭୂତ ନ ହୋଇ ସ୍ବଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର---- ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଇନ୍ଦି୍ରୟମାନଙ୍କ (INDRIYAMANANKA)ବଶୀଭୂତ ନ ହୋଇ ସ୍ବଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ହଠ ଦ୍ୱାରା ବଳପୂର୍ବକ ଇନ୍ଦି୍ରୟମାନଙ୍କୁ ଦମନ କରାଯାଏ । କିନ୍ତୁ ଏହାଦ୍ୱାରା ବିଶେଷ କିଛି ଲାଭ ମିଳେ ନାହିଁ । କାରଣ ପୂର୍ବ ଜନ୍ମର କର୍ମ ଅନୁସାରେ ମନୁଷ୍ୟର ସଂସ୍କାର ନିର୍ଦ୍ଧାରିତ ହୋଇଥାଏ । ତେଣୁ ସେ ଯେଉଁପରି ସଂସ୍କାର ନେଇ ଜନ୍ମଗ୍ରହଣ କରିଥାଏ ସେହି ଅନୁସାରେ କର୍ମରେ ପ୍ରବୃ ହୁଏ । ଏହାକୁ ବଳ ପୂର୍ବକ ଦମନ କଲେ ଏହା ପରିବର୍ନ ହେବା ପରିବେର୍ ମନରେ ବିକ୍ଷେପ ସୃଷ୍ଟି କରିବ । ତେଣୁ ଈଶ୍ୱରୀୟ ଜ୍ଞାନ ଅନୁସରଣରେ କର୍ବ୍ୟ ଅକର୍ବ୍ୟର ବିବେଚନା କରି କଲ୍ୟାଣ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅବଗୁଣ ମୂହକୁ ଦୃଢ଼ ସଂକଳ୍ପ ଦ୍ୱାରା ତ୍ୟାଗ କରିବା ଉଚିତ । ଏହା ବ୍ୟତୀତ ଆମ ମଧ୍ୟରେ ଥିବା ଭଲ ଗୁଣଗୁଡ଼ିକୁ ମଧ୍ୟ ବିକାଶ କରିବାକୁ ହେବ । ଏଥିପାଇଁ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ମନକୁ ଯୁକ୍ତ ରଖିବା ଦରକାର । ଆତ୍ମାର ମୂଳ ସ୍ବଭାବ ହେଲା ଶାନ୍ତି, ପବିତ୍ରତା, ଆନନ୍ଦ, ପ୍ରେମ ଇତ୍ୟାଦି । ତେଣୁ ଶରୀରଠାରୁ ଆତ୍ମାର ସମ୍ବନ୍ଧକୁ ଅସ୍ବୀକାର କଲେ ଅର୍ଥାତ ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କଲେ ଇନ୍ଦି୍ରୟମାନଙ୍କ ସ୍ବ ସ୍ବ ବିଷୟରେ ଥିବା ଅନୁରାଗ ବା ବିଦ୍ୱେଷର ପ୍ରଭାବରେ ଆମେ ଆସିବା ନାହିଁ । ଏଥିପାଇଁ ଗୀତା ଇନ୍ଦି୍ରୟ ନିଗ୍ରହ ଅପେକ୍ଷା ଆତ୍ମାର ମୂଳ ସ୍ବଭାବରେ (ସ୍ବଧର୍ମ) ନିଜକୁ ପ୍ରତିଷ୍ଠିତ କରିବା କଥା କହିଛି ।
ସଦୃଶଂ ଚେଷ୍ଟତେ ସ୍ବସ୍ୟାଃ ପ୍ରକୃତେର୍ଜ୍ଞାନ ବାନପି ।
ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ।ା ଗୀ ୩/୩୩ ।ା
ଇନ୍ଦି୍ରୟସ୍ୟେନ୍ଦି୍ରୟସ୍ୟାର୍ଥେ ରାଗ ଦ୍ୱେଷୌ ବ୍ୟବସ୍ଥିତୌ ।
ତୟୋର୍ନ ବଶମାଗଚ୍ଛେେø ହ୍ୟସ୍ୟ ପରିପନ୍ଥିନୌ ।ା ଗୀ ୩/୩୪ ।ା
(ଅର୍ଥ: ଜ୍ଞାନୀ ମଧ୍ୟ ନିଜ ପ୍ରକୃତିର ଅନୁସରଣ କରି କର୍ମ କରେ । ସମସ୍ତ ପ୍ରାଣୀ ନିଜ ନିଜ ସ୍ବଭାବର ଅନୁସରଣ କରନ୍ତି । ନିଗ୍ରହ ବା ଇନ୍ଦି୍ରୟ ଦମନ ଦ୍ୱାରା କ’ଣ ହେବ? ଇନ୍ଦି୍ରୟମାନଙ୍କର ସ୍ବ ସ୍ବ ବିଷୟରେ ଅନୁରାଗ ଓ ବିଦ୍ୱେଷ ବ୍ୟବସ୍ଥିତ ଥାଏ । ସେ ଦୁହିଙ୍କର ବଶୀଭୂତ ହେବା ଉଚିତ୍ ନୁହେଁ । କାରଣ ସେ ଦୁହେଁ ଏହାର କଲ୍ୟାଣ ମାର୍ଗରେ ବିଘ୍ନ କାରକ ଅଟନ୍ତି ।)
ଆତ୍ମାର ମୂଳ ପ୍ରକୃତି ବା ସ୍ବଭାବ ଅନୁସାରେ ଯେଉଁ କର୍ମ କରାଯାଏ ତାହାହିଁ ସ୍ବଧର୍ମ । ଆତ୍ମାର ମୂଳ ପ୍ରକୃତି ହେଲା ପବିତ୍ରତା, ଶନ୍ତି, ଆନନ୍ଦ, ସୁଖ, ପ୍ରେମ ଇତ୍ୟାଦି । ତେଣୁ ପ୍ରତ୍ୟେକ ମାନବାତ୍ମାଙ୍କ କର୍ମ ଏପରି ହେବା ଉଚିତ୍ ଯଦ୍ୱାରା ନିଜର ତଥା ଅନ୍ୟର ପବିତ୍ରତା ଶାନ୍ତି ବା ଆନନ୍ଦ ଯେପରି ବାଧିତ ନ ହୁଏ । ଗୀତା ଜନ୍ମ ଆଧାରିତ କର୍ମକୁ ସ୍ବଧର୍ମ ବୋଲି ମାନେ ନାହିଁ । ମାନବର ପୂର୍ବ ଜନ୍ମର ସଂସ୍କାର ଅନୁସାରେ ଏ ଜନ୍ମରେ ତା’ର ତଦନୁରୂପ ପ୍ରକୃତି ହୁଏ । ସେହି ଭେଦରେ ତା’ର ·ରୋଟି ଶ୍ରେଣୀ ବିଭାଗ କରାଯାଇ ପାରେ । ଯଥା:- ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର । ଏହା ଆଦୌ ଜାତି ଆଧାରିତ ନୁହେଁ । ଗୁଣ କର୍ମ ଭେଦରେ ଏହି ଶ୍ରେଣୀ ବିଭାଗ କରାଯାଇଛି ବୋଲି ଗୀତା କହେ । ଚର୍ତୁବର୍ଣ୍ଣା ମୟା ସୃଷ୍ଟା ଗୁଣ କର୍ମ ବିଭାଗଶଃ.... । କେହି କେହି କହନ୍ତି ଯେ ମଣିଷ ତା’ର ପୁରୁଷାର୍ଥ ବା କର୍ମ ଭେଦରେ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ·ରୋଟି ଅବସ୍ଥା ଦେଇ ଗତି କରେ । ଜନ୍ମ ସମୟରେ ସେ ଶୁଦ୍ର ଥାଏ । ବୟସ ପ୍ରାପ୍ତ ହେବା ସେଙ୍ଗ ସେଙ୍ଗ ଯେତେବେଳେ ସେ ସଂସ୍କାରିତ ହୁଏ ସେତେବେଳେ ତାହାକୁ ଦ୍ୱିଜ କୁହାଯାଏ । ଜ୍ଞାନ ପ୍ରାପ୍ତ ହେଲେ ବିପ୍ର ଓ ପରମାତ୍ମା ପ୍ରାପ୍ତି ପରେ ସେ ବ୍ରାହ୍ମଣ ନାମରେ କଥିତ ହୁଏ । “ଜନ୍ମନି ଜାୟତେ ଶୂଦ୍ରଃ, ସଂସ୍କାରାତ୍ ଦ୍ୱିଜଉଚ୍ୟତେ, ବେଦାଭ୍ୟାସେ ଭବେତ୍ ବିପ୍ର, ବ୍ରହ୍ମ ଜାନାତି ଇତି ବ୍ରାହ୍ମଣଃ ।ା” ତେଣୁ ଏଠାରେ ମଧ୍ୟ ଏହା ସ୍ପଷ୍ଟ ଯେ ବ୍ରାହ୍ମଣ ଆଦି ·ରି ବର୍ଣ୍ଣ ଜନ୍ମ ଆଧାରିତ ନୁହେଁ ; କର୍ମ ଓ ଗୁଣ ଆଧାରିତ ଅଟେ । ଅନେକ ସମୟରେ ମନୁଷ୍ୟ ନ ·ହୁଁଥିଲେ ମଧ୍ୟ ପାପ କର୍ମରେ ପ୍ରବୃ ହୁଏ । ଏହା କାହିଁକି ଓ କିପରି ହୁଏ? ଅର୍ଜୁନଙ୍କ ଏହି ପ୍ରଶ୍ନର ଉର ଦେବାକୁ ଯାଇ ପରମାତ୍ମା କହନ୍ତି । କାମ ଓ କ୍ରୋଧହିଁ ମନୁଷ୍ୟକୁ ବଳପୂର୍ବକ ପାପ କର୍ମରେ ଲିପ୍ତ କରାଏ କାମ ଦ୍ୱାରା ଆକ୍ରାନ୍ତ ମନୁଷ୍ୟ ଯୌନ ବ୍ୟଭି·ରରେ ଲିପ୍ତ ହୁଏ । କ୍ରୋଧ ଅନ୍ୟମାନଙ୍କ ସହିତ ମଧୁର ସଂପର୍କକୁ କ୍ଷୁଣ୍ଣ କରେ । କ୍ରୋଧୀ ବ୍ୟକ୍ତି ହତ୍ୟା କରିବାକୁ ମଧ୍ୟ କୁଣ୍ଠିତ ହୁଏ ନାହିଁ । କିନ୍ତୁ ଯେହେତୁ ଆତ୍ମା ମୂଳତଃ ପବିତ୍ର ସ୍ବରୂପ, ପ୍ରେମ ସ୍ବରୂପ, ଶାନ୍ତି ସ୍ବରୂପ, ଆନନ୍ଦ ସ୍ବରୂପ; କ୍ରୋଧର ଆଧିପତ୍ୟ ତା’ଠାରେ ସବୁବେଳେ ନ ଥାଏ । ତେଣୁ କିଛି ସମୟ ପରେ ପୁନଃ ଯେତେବେଳେ ବ୍ୟକ୍ତି ତା’ର ଆତ୍ମାର ମୂଳ ସ୍ବରୂପକୁ ·ଲି ଆସେ ତା’ ମନରେ ପାଶ୍ଚାାପର ଲହରୀ ଉପôନ୍ନ ହୁଏ । ସେ ମନେ କରେ ସତେ ଯେପରି କୌଣସି ଅଦୃଶ୍ୟ ଶକ୍ତି ତାକୁ ଏପରି ପାପ କର୍ମରେ ପ୍ରବୃ କରାଉଛି । ଏହି ଅଦୃଶ୍ୟ ଶକ୍ତି ହିଁ ହେଉଛି କାମ ଓ କ୍ରୋଧ । ଏହା ଆତ୍ମା ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥାଏ । ଆତ୍ମାର ମୂଳ ସ୍ବଭାବ ଏହା ଦ୍ୱାରା ଆଚ୍ଛନ୍ନ ହୋଇଥାଏ । ରଜୋଗୁଣରୁ ଉପôନ୍ନ ଏହି ମନୋବିକାର ସମୂହକୁ ଗୀତା ‘ମହାଶତ୍ରୁ’ ବୋଲି ଅଭିହିତ କରିଛ ।
କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ ।
ମହାଶନୋ ମହା ପାଙ୍ଗପାପ୍ମା ବିଦ୍ଧ୍ୟେନମିହ ବୈରିଣମ ।ା ଗୀ- ୩/୩୭ ।ା
(ଅର୍ଥ:- ଏହା କାମ, ଏହା କ୍ରୋଧ, ଏହା ରଜୋଗୁଣରୁ ଉପôନ୍ନ; ସର୍ବଗ୍ରାସୀ ଅତ୍ୟନ୍ତ ପାପପୂର୍ଣ୍ଣ; ଏହି ସଂସାରରେ ଏହାକୁ ମହା ଶତ୍ରୁ ବୋଲି ଜାଣ ।)
ଆତ୍ମା ମୂଳତଃ ଜ୍ଞାନ ସ୍ବରୂପ । କିନ୍ତୁ ଜୀବାତ୍ମାର ଚିର ଶତ୍ରୁ ଏହି କାମହିଁ ଜ୍ଞାନକୁ ଆବୃ କରିଥାଏ । ଅଗ୍ନିରେ ଘୃତାଦି ସଂଯୋଗ କଲେ ଯେପରି ଆହୁରି ପ୍ରଜ୍ଜ୍ୱଳିତ ହୋଇ ଉଠେ ; ସେହିପରି ବିଷୟ ଭୋଗ, କାମ ବାସନାକୁ ପରିତୃପ୍ତ କରିବା ବଦଳରେ ଆହୁରି ତୀବ୍ର କରିଦିଏ। ଆତ୍ମାର ମୂଳ ପ୍ରକୃତିରେ ଅବସ୍ଥାନ କରିବା ଦ୍ୱାରା ହିଁ ଏହି ମହା ଶତ୍ରୁକୁ ବିନାଶ କରିବା ସମ୍ଭବ । ତେଣୁ ଯେଉଁମାନେ ଈନ୍ଦ୍ରିୟ, ମନ ଓ ବୁଦ୍ଧିର କି୍ରୟା ମଧ୍ୟରେ ନିମଗ୍ନ ରହି ପରମାର୍ଥ ପ୍ରାପ୍ତିର ପରିକଳ୍ପନା କରନ୍ତି ସେମାନଙ୍କୁ ମହାମୁର୍ଖ ବ୍ୟତୀତ ଆଉ କ’ଣ କୁହାଯାଇ ପାରିବ? କାରଣ ଏଗୁଡିକ ହେଉଛି କାମର ଅଧିଷ୍ଠାନ ଭୂମି । ଏମାନଙ୍କ ବିନା ସହାୟତାରେ କାମ କ୍ରିୟାଶୀଳ ହେବା ସମ୍ଭବ ନୁହେଁ । ଜ୍ଞାନକୁ ଏମାନଙ୍କ ସହାୟତାରେ ହିଁ କାମ ଆବୃ କରି ରଖିଥାଏ । ତେଣୁ କାମକୁ ଜୟ କରିବାକୁ ହେଲେ ପ୍ରଥମେ ଏହା କବଳରୁ ମୁକ୍ତ ହେବାକୁ ହେବ । ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିପାରିଲେ କାମ ବାସନାର ବେଗ ସ୍ବତଃ ପ୍ରଶମିତ ହୋଇଯିବ । ଏହାଦ୍ୱାରା ମନ ବୁଦ୍ଧି ମଧ୍ୟ ବଶୀଭୂତ ହେବ ଓ ବୁଦ୍ଧି ସହଜରେ ଈଶ୍ୱରୀୟ ଜ୍ଞାନକୁ ଧାରଣ କରି ପାରିବ ।
ଇନ୍ଦ୍ରିୟାଣି ମନୋବୁଦ୍ଧିରସ୍ୟାଧିଷ୍ଠାନ ମୁଚ୍ୟତେ ।
ଏତୈର୍ବି ମୋହୟତ୍ୟେଷ ଜ୍ଞାନ ମାବୃତ୍ୟ ଦେହିନମ୍ ।ା ଗୀ ୩/୪୦ାା
ତସ୍ମା ୍ୱମିନ୍ଦ୍ରିୟାଣ୍ୟାଦୌ ନିୟମ୍ୟ ଭରତ ର୍ଷଭ ।
ପାପ୍ମାନଂ ପ୍ରଜହି ହ୍ୟେନଂ ଜ୍ଞାନ ବିଜ୍ଞାନ ନାଶନମ୍ ।ା ଗୀ୩/୪୧ାା
(ଅର୍ଥ:-ଇନ୍ଦ୍ରିୟ ସମୂହ, ମନ ଓ ବୁଦ୍ଧି ଏହି କାମର ଆଶ୍ରୟସ୍ଥଳ ବୋଲି କଥିତ ହୁଏ; ଏହି କାମ ଏମାନଙ୍କ ଦ୍ୱାରା ଜ୍ଞାନକୁ ଆବୃ କରି ଜୀବାତ୍ମାକୁ ବିମୋହିତ କରେ । ।ା ଗୀ ୩/୪୦ ।ା ହେ ଭରତ ଶ୍ରେଷ୍ଠ! ତେଣୁ ପ୍ରଥମେ ଈନ୍ଦିୟମାନଙ୍କୁ ସଂଯମ କରି ଜ୍ଞାନ ବିଜ୍ଞାନା ନାଶକାରୀ ପାପ ସ୍ବରୂପ ଏହି କାମକୁ ବିନଷ୍ଟ କର ।ା ଗୀ-୩/୪୧)
ଇନ୍ଦ୍ରିୟମାନଙ୍କଠାରୁ ଆତ୍ମା ଶ୍ରେଷ୍ଠ ଅଟେ । କାରଣ ଏମାନଙ୍କ ଦ୍ୱାରାହିଁ ଆତ୍ମା ବିଭିନ୍ନ କାର୍ଯ୍ୟ କରେ । ମନ ଓ ବୁଦ୍ଧି ଆତ୍ମାର ପର୍ଯ୍ୟାୟବାଚୀ । କାରଣ ଏଗୁଡିକ ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତି ମାତ୍ର । ତେଣୁ ସ୍ବତନ୍ତ୍ର ସା ନୁହେଁ । ଆତ୍ମାର ସଂକଳ୍ପ ଶକ୍ତିର ନାମ ମନ ଓ ନିର୍ଣ୍ଣୟ ଶକ୍ତିର ନାମ ବୁଦ୍ଧି । କିନ୍ତୁ ଏମାନଙ୍କ ଉଦ୍ଧ୍ୱର୍ୟରେ ଆତ୍ମାହିଁ ଏକମାତ୍ର ସ୍ବତନ୍ତ୍ର ସା । ଏହା ଅମର ଓ ଅବିନାଶୀ ଅଟେ ।
ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ । ଗୀ୩/୪୨ାା
ଅର୍ଥ;-ଇନ୍ଦ୍ରିୟଗୁଡିକୁ ବିଷୟ ଭୋଗଠାରୁ ଶ୍ରେଷ୍ଠ ବୋଲି କୁହାଯାଏ; ଇନ୍ଦ୍ରିୟମାନଙ୍କଠାରୁ ମନ ଶ୍ରେଷ୍ଠ; ମନଠାରୁ ବୁଦ୍ଧି ଶ୍ରେଷ୍ଠ । ଯିଏ ବୁଦ୍ଧିର ଉପରେ ସେହି ଚୈତନ୍ୟ ସ୍ବରୂପ ଆତ୍ମା)
Comments
Post a Comment