ମହାଭାରତ ଓ ରାମାୟଣର କାଳ ନିର୍ଣ୍ଣୟ---ଡାକ୍ତର ସୁଧାଂଶୁ ଶେଖର ମିଶ୍ର

 ମହାଭାରତ ଓ ରାମାୟଣର କାଳ ନିର୍ଣ୍ଣୟ

ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ,ପାଟଣାଗଡ 
                  ସିକନ୍ଦରଙ୍କ ଆକ୍ରମଣ କାଳରୁହିଁ ଭାରତର ଲିଖିତ ଇତିହାସର ପ୍ରାରମ୍ଭ ହୋଇଛି । ଏହି ଆକ୍ରମଣ କାଳକୁ ପ୍ରାୟ ଖ୍ରୀ:ପୂ: ୩୨୫ ବୋଲି ନିର୍ଣ୍ଣୟ କରାଯାଇଛି । ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀର ଅନ୍ତିମ ଚରଣରେ ସିକନ୍ଦରଙ୍କ ସେନାପତି ସେଲୁ୍ୟକସ ଦ୍ୱିତୀୟ ଥର ଭାରତ ଆକ୍ରମଣ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ୱାରା ପରାଜିତ ହୋଇଥିଲେ । ସେଲୁ୍ୟକସଙ୍କ ଜଣେ ରାଜଦୁତ ମେଘାସ୍ଥିନିସ ଭାରତରେ ଅନେକ ଦିନ ପର୍ଯ୍ୟନ୍ତ ରହିଥିଲେ । ସେ ଭାରତ ବିଷୟରେ “ଇଣ୍ଡିକା’ ନାମକ ଏକ ପୁସ୍ତକ ରଚନା କରିଥିଲେ । ଏଥିରୁ ଅନେକ ପ୍ରାମାଣିକ ଐତିହାସିକ ସୂତ୍ର ମିଳେ । ମହାତ୍ମା ଗୌତମ ଦୁଦ୍ଧଙ୍କ ସମୟ ମଧ୍ୟ ଖ୍ରୀଷ୍ଟପୂର୍ବ ୪୦୦ରୁ ୬୦୦ ବର୍ଷ ବୋଲି ଐତିହାସିକମାନେ ଗଣନା କରନ୍ତି । ବୁଦ୍ଧଙ୍କ ସମୟ ନିରୂପଣରେ ଇତିହାସକାରମାନଙ୍କ ମଧ୍ୟରେ  ବିଭିନ୍ନ ମତଭେଦ ଦେଖାଯାଏ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଦିନାଙ୍କ ୨୪.୦୭.୧୯୬୦ର ଈଶ୍ୱରୀୟ ମହାବାକ୍ୟରେ ବୁଦ୍ଧଙ୍କ ସମୟକୁ ଖ୍ରୀ.ପୂ. ୨୫୦ ବୋଲି କୁହାଯାଇଛି । ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ପରମାତ୍ମା ଶିବ କହନ୍ତି । “ବୁଦ୍ଧ କୋ ୨୫୦୦ ବର୍ଷ କହତେ ହୈ, ହୈ ତୋ ୨୨୫୦ ବର୍ଷ  । ୨୫୦ ବର୍ଷ କା ଫର୍କ ରଖତେ ହୈ,ପର ଫର୍କ କିତନେ ରଖ ଦିଏ ହୈ ।’’ ଡା: ବ୍ରଜବାସୀ ଓ ଡା: ସାଙ୍ଗଳିଆଙ୍କ ଅନୁସାରେ ରାମରାଜ୍ୟ ଖ୍ରୀଷ୍ଟଙ୍କ କେବଳ ୪- ୫ ଶତାବ୍ଦୀ ପୂର୍ବରୁ ଅସ୍ତିତ୍ୱରେ ଥିଲା । ତେଣୁ ବୁଦ୍ଧଙ୍କ ସମୟ ଖ୍ରୀ:ପୂ: ୫୦୦ରୁ ୬୦୦ ବର୍ଷ  ହୋଇ ନ ପାରେ । ବୁଦ୍ଧଙ୍କ ସମୟରୁହିଁ ଇତିହାସ ଯୁଗର ଆରମ୍ଭ ହୋଇଛି  । ତାଙ୍କ ସମୟକୁ ପ୍ରାଗୈତିହାସିକ ଯୁଗ (Pre-Historic Era) ବୋଲି କୁହାଯାଏ । ଖ୍ରୀ:ପୂ: ୩୨୫ ବର୍ଷରେ ସିକନ୍ଦରଙ୍କ ଦ୍ୱାରା ଭାରତ ଆକ୍ରମଣ ବେଳେ ବୁଦ୍ଧ କାଳ ସମ୍ବନ୍ଧୀୟ ତଥା ଅନ୍ୟାନ୍ୟ ପ୍ରାଗୈତିହାସିକ ବିବରଣୀ ନଷ୍ଟ ହୋଇଯାଇଥିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।
                    ବିଶ୍ୱରେ ମହାଭାରତ ମହାସମର ଓ ମହାବିନାଶ ପ୍ରାୟ ଏକ କାଳୀନ ଘଟଣା । ମହାଭାରତ ଯୁଦ୍ଧର ସମୟ ନିରୂପଣରେ ବିଦ୍ୱାନମାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ଭାରତୀୟ ବିଦ୍ୱାନମାନଙ୍କ ମଧ୍ୟରେ ଆର୍ଯ୍ୟଭଟ୍ଟ ଏହାର ସମୟ ଖ୍ରୀ:ପୂ:୩୧୦୨,ବରାହମିହିର ଖ୍ରୀ:ପୂ:୨୪୪୯, ଏସ୍.ଏନ୍. ପ୍ରଧାନ ଖ୍ରୀ:ପୂ:୧୧୫୨,ଏନ୍. ସି. ରାୟ ଚୌଧୁରୀ ଖ୍ରୀ:ପୂ:୮୦୦, କେ.ସି. ଜୟସୱାଲ ଖ୍ରୀ:ପୂ:୧୪୦୦ ବୋଲି ବିଶ୍ୱାସ କରନ୍ତି । ପାଶ୍ଚାତ୍ୟ ଇତିହାସକାରମାନଙ୍କ ମଧ୍ୟରେ ଏ. ଏସ.ଆଲତେକର ଏହାକୁ ଖ୍ରୀ:ପୂ:୧୪୦୦, ଏଫ୍.ଇ. ପାଜିଟର ଖ୍ରୀ:ପୂ:୯୫୦ ବର୍ଷ ବୋଲି ଏହାର କାଳ ନିର୍ଣ୍ଣୟ କରିଛନ୍ତି । କେତେକ ବିଦ୍ୱାନ ମହାଭାରତ ଗ୍ରନ୍ଥ ରଚନା ସମୟର କାଳ ନିର୍ଣ୍ଣୟ କରି ସେହି କାଳାବଧିରେ ମହାଭାରତ ଯୁଦ୍ଧ ସଙ୍ଘଟିତ ହୋଇଥିଲା ବୋଲି ମତ ଦିଅନ୍ତି । ଏହା ପ୍ରକୃତ ସତ୍ୟର ଅପଳାପ ବ୍ୟତୀତ ଆଉ କିଛି ନୁହେଁ । ଡ. ସାଙ୍କଳିଆ ମହାଭାରତ ଗ୍ରନ୍ଥ ରଚନାର ସମୟ ୪୦୦ରୁ ୫୦୦ ଖ୍ରୀ:ଅ:ରେ ବୋଲି ନିଶ୍ଚିତ କରିଛନ୍ତି ଏବଂ ଏହା ଅନେକ ବିଦ୍ୱାନଙ୍କ ଦ୍ୱାରା ସମର୍ଥିତ । ସେ ହଡପ୍ପା ଏବଂ ମୋହନ-ଜୋ-ଦାରୋରୁ ପ୍ରାପ୍ତ ପୁରାତା୍ୱିକ ପ୍ରମାଣକୁ ଭିି କରି ମତ ଦିଅନ୍ତି ଯେ ମହାଭାରତରେ ବର୍ଣ୍ଣିତ ଲୌହନିର୍ମିତ ଯେଉଁ ଅସ୍ତ୍ର ଶସ୍ତ୍ରର ଉଲ୍ଲେଖ ମିଳେ ସେହି ଭଳି ଅସ୍ତ୍ର ଖ୍ରୀ:ପୂ:୬୦୦ବର୍ଷ ପରେ ହିଁ ନିୟମିତ ରୂପେ ବ୍ୟବହୃତ ହୋଇଛି । ତେଣୁ ୬୦୦ ବର୍ଷ ପୂର୍ବରୁ  ମହାଭାରତରେ ବର୍ଣ୍ଣତ ହୋଇଥିବା ଏତେବଡ ଯୁଦ୍ଧର କୌଣସି ଐତିହାସିକ ସାକ୍ଷ୍ୟ ନାହିଁ । ପୁନଶ୍ଚ ବିଭିନ୍ନ ବିଦ୍ୱାନମାନେ ଖ୍ରୀ:ପୂ:୩୧୦୦ ରୁ ୯୦୦ବର୍ଷ ମଧ୍ୟରେ ମହାଭାରତର ଯେଉଁ କାଳ ନିର୍ଣ୍ଣୟ କରିଛନ୍ତି ଏହି କାଳାବଧି ମଧ୍ୟରେ ପାବ, ହରିୟାଣା, ଉରପ୍ରଦେଶ ଆଦି ସ୍ଥାନରେ ମହାଭାରତ ଗ୍ରନ୍ଥରେ ବର୍ଣ୍ଣିତ ବଡ ବଡ ରାଜ୍ୟ ବା ଜନବଦଗୁଡିିକର ଅସ୍ତିତ୍ୱହିଁ ନ ଥିଲା । ଏକଥା ସିନ୍ଧୁ ଘାଟିର ପୁରାତା୍ୱିକ ଉତ୍ଖନନରୁ ଜଣାପଡେ । ମହାଭାରତ ରଚନାକାଳକୁ ମହାଭାରତ ଯୁଦ୍ଧର ସମୟ ନିର୍ଣ୍ଣୟ କରି କେତେକ ବିଦ୍ୱାନ ଏହାକୁ ଏକ ଐତିହାସିକ ଘଟଣା ବୋଲି ସ୍ୱୀକାର କରନ୍ତି ନାହିଁ । ଏହି ସନ୍ଦର୍ଭରେ ପ୍ରଜାବିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରବକ୍ତା ୰ ଜଗଦିଶ ଚନ୍ଦ୍ର ହାସିଜା ତାଙ୍କ ଗବେଷଣା ନିବନ୍ଧ “ମହାଭାରତ ଔର ଗୀତାକା ସଚ୍ଚା ସାର” ପୁସ୍ତକରେ ଲେଖିଛନ୍ତି “ବାସ୍ତବରେ ବହୁତ ବଡ ଯୁ୍ଦ୍ଧ ହୋଇଥିଲା କିନ୍ତୁ ସେହି ସମୟରେ ନୁହେଁ ଯେଉଁ ସମୟରେ ମହାଭାରତ ଗ୍ରନ୍ଥ ରଚିତ ହୋଇଥିଲା । ମହାଭାରତ ଯୁଦ୍ଧ ପ୍ରାୟ ଖ୍ରୀ:ପୂ:୩୧୦୦ ବର୍ଷରେ ହୋଇଥିଲା । ସେତେବେଳେ ସଭ୍ୟତା ଓ ସଂସ୍କୃତି ଅତି ବିକଶିତ ଅବସ୍ଥାରେ ଥିଲା ପରନ୍ତୁ ମହାଭାରତ ଗ୍ରନ୍ଥ ରଚିତ ହେଲା ସେହି ଯୁଦ୍ଧ ଦ୍ୱାରା ହୋଇଥିବା ମହାବିନାଶର ୨୫୦୦ ବର୍ଷ ପଶ୍ଚାତ ଅର୍ଥାତ ଖ୍ରୀ:ପୂ: ୫୦୦ ବର୍ଷ ବେଳକୁ । ଗ୍ରନ୍ଥ ରଚନା ସମୟରେ ଏତେ ଭୟଙ୍କର ଅସ୍ତ୍ର ଶସ୍ତ୍ର ନ ଥିଲା ଯାହାକି ମହାଭାରତ ଯୁଦ୍ଧରେ ବସ୍ତୁତଃ ବ୍ୟବହୃତ ହୋଇଥିଲା ଏବଂ ଏତେ ବିଶାଳ ସେନାକୁ ନିୟନ୍ତ୍ରିତ କରିବାର ସାଧନ ମଧ୍ୟ ନ ଥିଲା ।”
ବହୁମାନ୍ୟ ସିଦ୍ଧାନ୍ତ ଅନୁସାରେ ଯଦି ମହାଭାରତ ଯୁଦ୍ଧକୁ ଖ୍ରୀ:ପୂ:୩୧୦୦ ବର୍ଷ ବୋଲି ଧରି ନିଆଯାଏ ତେବେ ସେହି ସମୟରେ ସମଗ୍ର ବିଶ୍ୱର ଜନସଂଖ୍ୟା ବର୍ମାନ ଜନ ସଂଖ୍ୟା ବୃଦ୍ଧି ଅନୁପାତ ହାରରେ ହ୍ରାସ କରି ଚାଲିଲେ ପା ହଜାର ବର୍ଷ ପୂର୍ବେ ଏହା ପ୍ରାୟ ଏକ ଲକ୍ଷ ମଧ୍ୟରେ ଥିଲା । ସାର୍ ଜୁଲିଅନ ହକ୍ସଲେଙ୍କ ଦ୍ୱାରା କୃତ ପରିସଂଖ୍ୟାନ ହିସାବରେ ଖ୍ରୀ:ପୂ: ସନ୍ ୧ ବର୍ଷରେ ବିଶ୍ୱ ଜନ ସଂଖ୍ୟା ହାରାହାରି ୧ କୋଟି ପାଖାପାଖି ଥିଲା । ମହାଭାରତ ଯୁଦ୍ଧର ୨୫୦୦ ବର୍ଷପରେ ଅର୍ଥାତ୍ ଖ୍ରୀ:ପୂ: ୫୦୦ ବର୍ଷରେ ମହାଭାରତ  ଗ୍ରନ୍ଥ ରଚିତ ହୋଇଥିଲା  ବୋଲି ଧରାଗଲେ ସେତେବେଳେ ବିଶ୍ୱ ଜନସଂଖ୍ୟା୯/୧୦ ଲକ୍ଷ ପାଖାପାଖି ହୋଇଥିବ । ବର୍ମାନ ପ୍ରଶ୍ନ କରାଯାଇପାରେ ମହାଭାରତରେ କୋଟି କୋଟି ସଂଖ୍ୟକ ଲୋକଙ୍କ ହତାହତ କଥା  ଯାହା ଲେଖା ଯାଇଛି ଯଦି ସେହି ପରିମାଣରେ ପୂର୍ବରୁ ନ ଥିଲେ ତେବେ ଗ୍ରନ୍ଥକାରଙ୍କ କଳ୍ପନାରେ ଏତେ ବୃହତ୍ ସଂଖ୍ୟା ଆସିଲା କିପରି ? ତେଣୁୁ ଏକଥା ନିଶ୍ଚିତ ଯେ ଲୋକ ଗାଥାରେ ଏହି ଯୁଦ୍ଧ କଥା ଉଜ୍ଜୀବିତ ଥିଲା, ଯାହାକୁ ମହାଭାରତକାର କେବଳ କାବ୍ୟ ରୂପ ଦେଇ ଗ୍ରନ୍ଥିତ କରିଛନ୍ତି । ମହାଭାରତ ଯୁଦ୍ଧରେ ୧୦୦ କୋଟି ଲୋକ ନିହତ ହୋଇଥିବା କଥା ମହାଭାରତ ଗ୍ରନ୍ଥରେ ଉଲ୍ଲେଖ ଅଛି । ବିଭିନ୍ନ ପ୍ରାଚୀନ ଗ୍ରନ୍ଥ ଅଧ୍ୟୟନରୁ ଜଣାପଡେ ଯେ ଖ୍ରୀ:ପୂ:୩୫୦୦ ବର୍ଷରେ ଏକ ଭୟଙ୍କର ଜଳ ପ୍ଳାବନ ପରେ ବୈବସ୍ୱତ ମନୁ ପ୍ରଥମ ରାଜା ଥିଲେ ଏବଂ ତାଙ୍କର ୯୫ ପିଢ଼ି ପରେ ମହାଭାରତ ଯୁଦ୍ଧ ହୋଇଥିଲା । ତତ୍ପଶ୍ଚାତ ଖ୍ରୀ:ପୂ: ୫୦୦ ବର୍ଷରେ ପରୀକ୍ଷିତଙ୍କ ବଂଶଜ ନିଃରକ୍ଷୁଙ୍କ ସମୟରେ ଇନ୍ଦ୍ରପ୍ରସ୍ଥରେ ମଧ୍ୟ ଦ୍ୱିତୀୟ ଜଳ ପ୍ଳାବନ ହୋଇଥିବା କଥା ପୁରାତା୍ୱିକ(Puratatwika)ପ୍ରମାଣ ସହ ବିମଳ ଚନ୍ଦ୍ର ପାଣ୍ଡେ ତାଙ୍କ ରଚିତ “Mahabharat Myth and reality ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ତେଣୁ ଖ୍ରୀ:ପୂ: ୩୧୦୦ ବର୍ଷରେ ଯେଉଁ ମହାଭାରତ ଯୁଦ୍ଧ କଥା କୁହାଯାଇଛି ତାହା ପୂର୍ବ କଳ୍ପର କଳିଯୁଗର ଅନ୍ତିମ ଚରଣର ଘଟଣାକୁହିଁ ବୁଝାଉଛି । ଯୁଦ୍ଧ ଓ ଜଳପ୍ଳାବନ ହେତୁ ଏକ ଜନ ବହୁଳ ପ୍ରାଚୀନ ସଭ୍ୟତାର ବିଲୋପ ହୋଇଗଲା ଏବଂ ବିଶ୍ୱ ଇତିହାସ ପୁନାରାବର୍ିତ ହୋଇ ପୁନଶ୍ଚ ସତ୍ୟ ଯୁଗରେ ପଦାର୍ପଣ କଲା । ଖ୍ରୀ:ପୂ:୩୧୦୦ରୁ ଖ୍ରୀ:ପୂ:୫୦୦ ବର୍ଷ ଏହି ୨୫୦୦ ବର୍ଷ ଅବଧିର ବିଶ୍ୱ ଇତିହାସ ବିଷୟରେ କୌଣସି ତଥ୍ୟ ମିଳେ ନାହିଁ । ଏହାର କାରଣ ଖ୍ରୀ:ପୂ: ୫୦୦ ବର୍ଷ ଅର୍ଥାତ ତ୍ରେତା ଯୁଗର ଅନ୍ତିମ ପର୍ଯ୍ୟାୟରେ ଯେଉଁ ଜଳପ୍ଳାବନ ହୋଇଥିଲା ତଦ୍ୱାରା ଆଉ ଏକ ପ୍ରାଚୀନ ସଭ୍ୟତା ବିଲୁପ୍ତ ହୋଇ ଜନସଂଖ୍ୟା କେବଳ ୯/୧୦ଲକ୍ଷ ମଧ୍ୟରେ ସୀମିତ ରହିଗଲା ।
                ଉପର୍ଯୁକ୍ତ ଆଲୋଚନାରୁ ଜଣାଯାଏ ଯେ ମହାଭାରତ ବା ମହାବିନାଶକାରୀ ଯୁଦ୍ଧ ଓ ମହାବିନାଶ(ପ୍ରଳୟ) କଳ୍ପର ଅନ୍ତିମ ଚରଣରେ ହୁଏ । ଏହା ହେଉଛି କଳିଯୁଗର ଶେଷ ସମୟ । ଖ୍ରୀ:ପୂ: ୫୦୦ ବର୍ଷ ଅର୍ଥାତ ମହାଭାରତ ଯୁଦ୍ଧର ୨୫୦୦ ବର୍ଷ ପରେ ମହାଭାରତ ଗ୍ରନ୍ଥ ରଚିତ ହୋଇଛି । ଏହାହିଁ ପ୍ରକୃତରେ ଦ୍ୱାପର ଯୁଗ । ମହାଭାରତ ଯୁଦ୍ଧ ଓ ମହାଭାରତ ଗ୍ରନ୍ଥ ରଚନା ମଧ୍ୟରେ ଯେଉଁ ୨୫୦୦ ବର୍ଷର ଅନ୍ତରାଳ ରହିଛି ସେହି ଅବଧିର ପ୍ରକୃତ ଇତିହାସ ମହାଭାରତକାରଙ୍କୁ ଜଣା ନ ଥିଲା । କନ୍ତୁ କିମ୍ବଦନ୍ତୀ ରୂପେ ଉଜ୍ଜୀବିତ ଥିବା ଏକ ବିଲୁପ୍ତ ସଭ୍ୟତାର କଥାବସ୍ତୁକୁ ତପଃଶ୍ଚର୍ଯ୍ୟା ଦ୍ୱାରା ପ୍ରାପ୍ତ ବିଶାଳ ବୁଦ୍ଧି ବଳରେ ମହାଭାରତକାର ଐତିହାସିକ ଘଟଣା ଭଳି ଆଖ୍ୟାନ ଉପାଖ୍ୟାନ ସମୂହକୁ ଧାରାବାହିକ କ୍ରମରେ ସଂକଳନ କରି ଏକ ବିଶ୍ୱ ପ୍ରସିଦ୍ଧ ମହାକାବ୍ୟ ରଚନା କରିଛନ୍ତି । ମହାଭାରତ ବର୍ଣ୍ଣିତ ଘଟଣାବଳୀକୁ ଯଦି ଆମେ ବିଶ୍ୱର ସାଂପ୍ରତିକ ଅବସ୍ଥା ସହିତ ତୁଳନା କରି ଅଧ୍ୟୟନ କରିବା ତେବେ ଏକଥା ସ୍ପଷ୍ଟ ବୁଝିହେବ ଯେ ସେହି ସମୟର ପୁନରାବୃିହିଁ ଘଟୁଛି । କାରଣ ଏକ ନିର୍ଦ୍ଧଷ୍ଟ ସମୟାବଧିରେ ଇତିହାସର ଅବିକଳ ପୁନରାବର୍ନ ହୁଏ  । History repeats itself  . ତେଣୁ ମହାଭାରତ ଯୁଦ୍ଧକୁ ଦ୍ୱାପର ଯୁଗର ଘଟଣା ନ ଭାବି ପୂର୍ବ କଳିଯୁଗର ଅନ୍ତିମ ଦୃଶ୍ୟ ବୋଲି ବୁଝିଲେ ସମସ୍ତ ଶଙ୍କା ସମାଧାନ ହେବ ।
                ଡା: ବ୍ରଜବାସୀ ତଥା ଡା: ସାଙ୍କଳିଆ ମଧ୍ୟ ଖ୍ରୀଷ୍ଟ ଜନ୍ମର ୩୦୦୦ବର୍ଷ ପୂର୍ବେ ପ୍ରଳୟ ସମୟ ନିରୂପଣ କରିଛନ୍ତି । ତେଣୁ ଆଜିଠାରୁ ପ୍ରାୟ ୫୦୦୦ ବର୍ଷ ପୂର୍ବେ ହୋଇଥିବା ମହାଭାରତ ଯୁଦ୍ଧକୁ ହିଁ ପ୍ରଳୟର ସଂଜ୍ଞା  ଦିଆଯାଇଛି  ।ଏହି ସମୟାବଧି ଦେବାଦେବ ଶ୍ରୀକୃଷ୍ଣଙ୍କ ଜୀବନ ଓ କାର୍ଯ୍ୟକାଳ ମଧ୍ୟ ଅଟେ । ଉପରୋକ୍ତ ପୁରାତ୍ୱବିଦ୍ ଦ୍ୱୟ ରାମାୟଣର କାଳକୁ ଖ୍ରୀ:ପୂ: ୧୫୦୦- ୨୦୦୦ ବର୍ଷ ବୋଲି ଗଣନା କରିଛନ୍ତି । ଏହିପରି ଖ୍ରୀ:ପୂ: ୩୧୦୦ର ପରବର୍ୀ ୨୫୦୦ ବର୍ଷ  ପର୍ଯ୍ୟନ୍ତ କାଳଖଣ୍ଡକୁ ସେହି ସମୟର ସାମାଜିକ ଅବସ୍ଥା ଅନୁସାରେ ଦୁଇ ଭାଗରେ ବିଭପ୍ତ କରି ସତ୍ୟ ଓ ତ୍ରେତା ଯୁଗ ନାମରେ ନାମିତ କରାଯାଏ । ତେଣୁ ପ୍ରତ୍ୟେକ ଯୁଗର ହାରାହାରି ଆୟୁ ୧୨୫୦ ବର୍ଷ ବୋଲି ସ୍ୱୀକାର କରିବା ଯଥାର୍ଥ ମନେ ହୁଏ । କଳ୍ପର ଦ୍ୱିତୀୟାର୍ଦ୍ଧ ୨୫୦୦ ବର୍ଷକୁ ମଧ୍ୟ ସମାଜିକ ଅବସ୍ଥା ଅନୁସାରେ ଦୁଇ ସମାନ ଭାବରେ  ବିଭକ୍ତ କରି ଦ୍ୱାପର ଓ କଳିଯୁଗ ନାମରେ ନାମିତ କରାଯାଇଛି । ବିକ୍ରମାଦିତ୍ୟଙ୍କ ସିଂହାସନ ଆରୋହଣ ସମୟରୁ ସମ୍ଭବତଃ ଦ୍ୱାପର ଯୁଗର ପ୍ରାରମ୍ଭ ବୋଲି ଧରାଯାଇପାରେ । ଏହି  ସମୟରେ ସିକନ୍ଦରଙ୍କ ଭାରତ ଆକ୍ରମଣ ଓ କଳିଙ୍ଗ ଯୁଦ୍ଧ ହୋଇଥିଲା । ଦ୍ୱାପର ଯୁଗ ତା’ର ୧୨୫୦ ବର୍ଷ ଆୟୁ ଭୋଗ କରିସାରିଲା ପରେ ବିଶ୍ୱରେ କ୍ରମଶଃ ଦ୍ରୁତ ଗତିରେ  ସାମାଜିକ, ରାଜନୈତିକ ଓ ଧାର୍ମିକ ସ୍ତରରେ ଅଧଃପତନ ହେବାକୁ ଲାଗିଲା । ହ୍ୱେନସାଙ୍ଗ ଠିକ ଏହି ସମୟ ବେଳକୁ ଭାରତ ଭ୍ରମଣରେ ଆସିଥିଲେ ଓ ସେ ତାଙ୍କ ବିବରଣୀରେ ତତ୍କାଳୀନ ସାମାଜିକ ଅବସ୍ଥାର ବର୍ଣ୍ଣନା କରିଯାଇଛନ୍ତି ।ଏହି ସମୟରେ ମୁସଲମାନ ତଥା ଅନ୍ୟାନ୍ୟ ବିଦେଶୀ ଆକ୍ରମଣକାରୀମାନେ ଭାରତକୁ ଆକ୍ରମଣ କରି ଶାସନ କରିଥିଲେ ।
              ଉପର୍ଯୁକ୍ତ ତଥ୍ୟ ନିରୂପଣ ଦ୍ୱାରା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ସମ୍ପନ୍ନ ହୋଇଥିବା ଈଶ୍ୱରୀୟ ରହସ୍ୟ ଉଦ୍ଘାଟନର ସତ୍ୟତା ପ୍ରମାଣିତ ହୁଏ । ତାଙ୍କ ଅନୁସାରେ ଚାରି ଯୁଗ ବିଶିଷ୍ଟ କଳ୍ପର ପରମାୟୁ ୫୦୦୦ ବର୍ଷ ଏବଂ ପ୍ରତି ୫୦୦୦ ବର୍ଷପରେ ଥରେ ବିଶ୍ୱ ଇତିହାସ ପୁନରାବର୍ିତ ହୁଏ । ପ୍ରତି ଯୁଗର ପରମାୟୁ ୧୨୫୦ ବର୍ଷ । ଯୁଗ ଚକ୍ରରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ପ୍ରଥମେ ହୋଇଥିଲା ଓ ଶ୍ରୀରାମ ତାଙ୍କ ପରେ ରାଜତ୍ୱ କରିଥିଲେ । ଶ୍ରୀକୃଷ୍ଣଙ୍କୁ ଷୋହଳ କଳା ଓ ରାମଙ୍କୁ ଚଉଦ କଳା ପରିପୂର୍ଣ୍ଣ ବୋଲି ଯେଉଁ ପୌରାଣିକ ବିଶ୍ୱାସ ରହିଛି ସେହି ଆଧାରରେ ମଧ୍ୟ ଶ୍ରୀରାମଙ୍କୁ ଶ୍ରୀକୃଷ୍ଣଙ୍କ ପରବର୍ୀ ପୀଢ଼ି ବୋଲି ପ୍ରମାଣିତ କରାଯାଇପାରେ । ତେଣୁ ଈଶ୍ୱରୀୟ ଜ୍ଞାନକୁ ଆଧାର ମାନି ପ୍ରଜାପିତା ବ୍ରହ୍ମା ବାବା ୫୦୦୦ ବର୍ଷରେ ସମ୍ପୂର୍ଣ୍ଣ ଭାରତୀୟ ଇତିହାସ କ୍ରମର ଯେଉଁ ମାନଚିତ୍ର (କ୍ୟାଲେଣ୍ଡର) ପ୍ରସ୍ତୁତ କରିଛନ୍ତି ଏହା ଉପରେ ପୁରାତ୍ୱବିଦ୍, ବିଦ୍ୱାନ ଏବଂ ବୁଦ୍ଧିଜିବୀଗଣ ନିରପେକ୍ଷ ଓ ନିଷ୍ପକ୍ଷ ଗବେଷଣା କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବା ଉଚିତ ।ା ଓମ ଶାନ୍ତି ।ା

ଯୋଗାଯୋଗ:- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଶିବଶକ୍ତି ହୋମିଓ ସେବା ସଦନ, କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ, ବଲାଙ୍ଗୀର- ୭୬୭୦୨୫  ଫୋନ-୦୬୬୫୮-୨୨୨୩୩୯(ଘର) ମୋ:୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର