ଆତ୍ମଦେବ--- ଡା: ସୁଧାଂଶୁ ଶେଖର ମିଶ୍ର

ଆତ୍ମଦେବ

ଡା: ସୁଧାଂଶୁ ଶେଖର ମିଶ୍ର
       ଭକ୍ତି ଶାସ୍ତ୍ରମାନଙ୍କ ମଧ୍ୟରେ ଶ୍ରୀମଦ୍ ଭାଗବତକୁ ପରମାତ୍ମାଙ୍କ ସାକ୍ଷାତ ବାଙ୍ମୟ ମୂିର୍ ବୋଲି ସ୍ବୀକାର କରାଯାଏ । ମନ ଶୁଦ୍ଧି ପାଇଁ ଏହି ଜ୍ଞାନର ମନନ ଓ ଚିନ୍ତନ ଏକାନ୍ତ ଆବଶ୍ୟକ ବୋଲି ଗ୍ରନ୍ଥର ସଂକଳକ ମହର୍ଷି ବେଦବ୍ୟାସ ଦୃଢ଼ ଭାବରେ ଉଦ୍ଘୋଷଣା କରିଛନ୍ତି । ଆଧ୍ୟାତ୍ମିକ ସିଦ୍ଧାନ୍ତଗୁଡ଼ିକୁ ହୃଦୟ ସ୍ପର୍ଶୀ କରିବା ପାଇଁ ଏଥିରେ ଅନେକ ଦୃଷ୍ଟାନ୍ତ ସମାହିତ ହୋଇଛି । ସେଗୁଡ଼ିକ ମଧ୍ୟରୁ ଏଠାରେ ଆଲୋଚ୍ୟ ଆତ୍ମଦେବ ବ୍ରାହ୍ମଣ ଚରିତ୍ର ଏକ ପ୍ରଣିଧାନ ଯୋଗ୍ୟ ଦୃଷ୍ଟାନ୍ତ ।
       ଆତ୍ମଦେବ ଥିଲେ ଜଣେ ବିବାହିତ ବ୍ରାହ୍ମଣ । ସେ ତାଙ୍କ ପନôୀ ଧୁନ୍ଧଲୀଙ୍କ ସହିତ ତୁଙ୍ଗଭଦ୍ରା ନଦୀ କୂଳରେ ବାସ କରୁଥିଲେ। ଧୁନ୍ଧଲୀଙ୍କ ସ୍ବଭାବ ଥିଲା ଅତ୍ୟନ୍ତ କ୍ରୁର । ସାମାନ୍ୟ କଥାରେ କଳି କରିବା ଥିଲା ତାଙ୍କର ପ୍ରକୃତି । ବିବାହର ଅନେକ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆତ୍ମଦେବଙ୍କ କୌଣସି ସନ୍ତାନ ସନ୍ତତି ହୋଇ ନଥିଲେ । ଏଥିପାଇଁ ସେ କୌଣସି ପ୍ରଯନô ବାକି ରଖି ନଥିଲେ । କିନ୍ତୁ ସେ ସବୁ ନିଷ୍ଫଳ ହେବାରୁ ନିରାଶ ମନରେ ଆତ୍ମହତ୍ୟା କରିବା ପାଇଁ ଅରଣ୍ୟ ଅଭିମୁଖେ ପ୍ରସ୍ଥାନ କଲେ । ସେଠାରେ ଜଣେ ମହର୍ଷିଙ୍କ ସହିତ ତାଙ୍କ ସାକ୍ଷାତ ହେଲା । ଆତ୍ମଦେବ ତାଙ୍କୁ ନିଜ ଦୁଃଖ କଥା କହିଲେ । ମହର୍ଷି ଜଣକ ତ୍ୱଜ୍ଞାନୀ ଥିଲେ । ସେ ଆତ୍ମ ଦେବଙ୍କୁ କହିଲେ, “ହେ ବ୍ରାହ୍ମଣ! ପୁତ୍ର ଦ୍ୱାରା ମୁକ୍ତି ମିଳେ ନାହିଁ । ଏକଥା ଶ୍ରୁତି ଭଗବତୀରେ ଉଲ୍ଲେଖ ଅଛି । ପୁତ୍ର, ଶ୍ରାଦ୍ଧ କର୍ମ ଦ୍ୱାରା ଯେଉଁ ପିଣ୍ଡଦାନ କରେ ସେଥିରେ ମୃତାତ୍ମାର ଅତୃପ୍ତ ବାସନା ତୃପ୍ତ ହୁଏ; କିନ୍ତୁ ତା’ର ସଦ୍ଗତି ହୋଇପାରେ ନାହିଁ । ପିତା ପ୍ରତି ଶ୍ରଦ୍ଧା ଜ୍ଞାପନ କରିବାକୁ ପୁତ୍ର ଶ୍ରାଦ୍ଧ କର୍ମ କରେ । ତୁ ଯଦି ନିଜକୁ ଓ ବଂଶକୁ ଉଦ୍ଧାର କରିବାକୁ ·ହୁଁଛୁ ତେବେ ସତ୍କର୍ମ କର । ଗୀତାରେ ସାକ୍ଷାତ୍ ପରମାତ୍ମା କହିଛନ୍ତି, “ଆତ୍ମା ଦ୍ୱାରା ଆତ୍ମାକୁ ଉଦ୍ଧାର କର, ଆତ୍ମାକୁ ଅବସନ୍ନ କର ନାହିଁ, କାରଣ ଆତ୍ମା ହିଁ ଆତ୍ମାର ବନ୍ଧୁ; ଆତ୍ମାହିଁ ଆତ୍ମାର ଶତ୍ରୁ ।’’ ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍ । ଆତ୍ମୈବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ । ସ୍ବୟଂ ନିଜେ ହିଁ ନିଜ ଆତ୍ମାକୁ ସଂସାର ସାଗରରୁ ଉଦ୍ଧାର କରିବା ଉଚିତ । ମନୁଷ୍ୟ ଯଦି ନିଜର ଉଦ୍ଧାର ନିଜେ ନ କରିବ ତ ଆଉ କିଏ କରିବ? ପରମାତ୍ମା ପ୍ରାପ୍ତି ପାଇଁ ପ୍ରଯନô କର । କାରଣ ତାଙ୍କୁ ପ୍ରାପ୍ତ କରିଥିବା ମନୁଷ୍ୟ ମୃତୁ୍ୟକୁ ଉଲଙ୍ଘନ କରିଯାଏ । ମୁକ୍ତି ପାଇଁ ଏହା ବ୍ୟତୀତ ଆଉ କୌଣସି ଉପାୟ ନାହିଁ । “ତମେବ ବିଦିତ୍ୱାଦି ମୃତୁ୍ୟମେତି ନାନ୍ୟ ପନ୍ଥା ବିଦ୍ୟତେଽୟନାୟ ।’’ ତେଣୁ ପୁତ୍ର ପ୍ରାପ୍ତ ହେଲା ନାହିଁ ବୋଲି ନିରାଶ ହୋଇ ଶରୀର ତ୍ୟାଗ କରିବା ମୂର୍ଖତାର ପରି·ୟକ । ନିଜର ତନୁ, ମନ ଓ ଧନକୁ ପରମାତ୍ମାର୍ପଣ କରି ତାଙ୍କ ସେବା ଓ ସ୍ମରଣରେ ଏ ଦୁର୍ଲଭ୍ୟ ଜୀବନ ଅତିବାହିତ କର ।
   ମହର୍ଷିଙ୍କ ଉପର୍ଯୁ୍ୟକ୍ତ ଜ୍ଞାନ ଉପଦେଶ ଆତ୍ମଦେବଙ୍କ ମନକୁ ଛୁଇଁ ପାରିଲା ନାହିଁ । ସାଂସାରିକ କାମନା ବାସନାରେ ପରିପୂର୍ଣ୍ଣ ମନ ଉପ୍ତ ତାୱା ସଦୃଶ । ଉପ୍ତ ତାୱାରେ ଜଳବିନ୍ଦୁ ପତିତ ହେଲା କ୍ଷଣି ଯେପରି ସେଙ୍ଗ ସେଙ୍ଗ ବାଷ୍ପୀଭୂତ ହୋଇ ଶୁଷ୍କ ହୋଇଯାଏ; ସେହିପରି କାମନା ବାସନା ଯୁକ୍ତ ମନ ଈଶ୍ୱରୀୟ ଜ୍ଞାନ ଧାରଣ କରିପାରେ ନାହିଁ । ଆତ୍ମଦେବଙ୍କ ଠିକ ଏହି ଦଶା ହେଲା । ସେ ପୂର୍ବପରି ପୁତ୍ର ପ୍ରାପ୍ତି ବିନା ପ୍ରାଣ ବିସର୍ଜନ କରିବାକୁ ଜିଦ୍ ଧରିଲେ । ଆତ୍ମଦେବଙ୍କ ପ୍ରତି ମହର୍ଷିଙ୍କ ମନରେ ଦୟା ଜାତ ହେଲା । ସେ ତାଙ୍କ ଗଣ୍ଠିଲିରୁ ଏକ ଫଳ ବାହାର କରି ତାଙ୍କୁ ଦେଲେ ଓ କହିଲେ, “ହେ ବତ୍ସ! ଏ ଫଳଟିକୁ ଗ୍ରହଣ କର । ଏହା ତୋ ପନôୀକୁ ଖାଇବାକୁ ଦେବୁ । ଅବଶ୍ୟ ତୋର ଏକ ପୁତ୍ର ସନ୍ତାନ ଜାତ ହେବ ।’’ ଆତ୍ମଦେବ ଅତି ଆନନ୍ଦରେ ଫଳଟି ଗ୍ରହଣ କରି ମୁଣ୍ଡରେ ଛୁଆଁଇଲେ । ଘରକୁ ଫେରି ପନôୀଙ୍କୁ ସମସ୍ତ  ବୃାନ୍ତ କହି ଫଳଟିକୁ ଖାଇବା ପାଇଁ ଦେଲେ । ଧୁନ୍ଧଲୀ ଖୁସି ହେବା ପରିବେର୍ ଦୁଃଖୀ ହୋଇ ପଡ଼ିଲା । ତା’ର ପୁତ୍ର କାମନା ନ ଥିଲା । କାରଣ ଗର୍ଭ କଷ୍ଟ, ପ୍ରସବ ବେଦନା ଓ ପୁତ୍ରର ଲାଳନ ପାଳନ ଜନିତ ପରିଶ୍ରମ ସହ୍ୟ କରିବାକୁ ସେ କୁଣ୍ଠିତ ଥିଲା । ବିଳାସବ୍ୟସନ ହିଁ ତା’ ଜୀବନର ଏକମାତ୍ର ଧ୍ୟେୟ ଥିଲା । ତେଣୁ ସେ ସ୍ବାମୀଙ୍କ ପ୍ରଦ ଫଳଟିକୁ ଖାଇବା ପାଇଁ ·ହୁଁ ନ ଥିଲା । ତା’ର ଛୋଟ ଭଉଣୀକୁ ନିଜ ମନ କଥା ଜଣାଇବାରୁ ସେ କହିଲା, “ନାନୀ, ତୁ ଚିନ୍ତା କରନା । ମୁଁ ବର୍ମାନ ଗର୍ଭବତୀ । ମୋର ଅବଶ୍ୟ ପୁଅଟିଏ ହେବ । ଜନ୍ମ ହେଲା ମାତ୍ରେ ତାକୁ ତୋତେ ଦେଇ ଦେବି ।’’ ଭଉଣୀ କଥାରେ ଧୁନ୍ଧଲୀ ଆଶ୍ୱସ୍ତ ହେଲା । ଫଳଟିକୁ ସେ ତାଙ୍କ ଘରେ ଥିବା ଗାଈକୁ ଖାଇବା ପାଇଁ ଦେଲା । ମହର୍ଷିଙ୍କ ଆଶୀର୍ବାଦ ପ୍ରଭାବରୁ ଗାଈଟି ଗର୍ଭଧାରଣ କଲା ଏବଂ ଯଥା ସମୟରେ ଗାଈ ଭଳି କାନ ଥିବା ଏକ ମନୁଷ୍ୟାକାର ବାଳକକୁ ପ୍ରସବ କଲା । ଆତ୍ମଦେବ ତା’ର ନାମ ରଖିଲେ ଗୋକର୍ଣ୍ଣ । ଧୁନ୍ଧଲୀ ଗର୍ଭବତୀ ହେବାର ଅଭିନୟ କରୁଥିଲା । ସେ ତା’ର ଭଉଣୀର ପୁଅକୁ ଆଣି ତାକୁ ନିଜ ଗର୍ଭଜାତ ବୋଲି ଘୋଷଣା କଲା । ସେହି ବାଳକର ନାମ ଧୁନ୍ଧୁକାରୀ ରଖାଗଲା । ଉଭୟ ଗୋକର୍ଣ୍ଣ ଓ ଧୁନ୍ଧୁକାରୀକୁ ଆତ୍ମଦେବ ସମାନ ଭାବରେ ଲାଳନ ପାଳନ କରିବାକୁ ଲାଗିଲେ । ବୟଃ ପ୍ରାପ୍ତ ହେବା ପରେ ଉଭୟଙ୍କ ଚରିତ୍ରରେ ପରସ୍ପର ବିପରୀତ ଗୁଣ ଥିବା ଜଣାପଡିଲା । ଗୋକର୍ଣ୍ଣ ଥିଲା ଅସାଧାରଣ ଧୀ ସମ୍ପନ୍ନ ଓ ସାଧୁ ପ୍ରକୃତିର । କିନ୍ତୁ ଧୁନ୍ଧକାରୀର ସ୍ବଭାବ ଥିଲା ଅତ୍ୟନ୍ତ ଉଗ୍ର ଓ ଦୁଷ୍ଟ । ସେ ପାଟି ବେଶ୍ୟା ପ୍ରତି ଆସକ୍ତ ହୋଇପଡ଼ିଲା ।
        ଧୁନ୍ଧୁକାରୀର ଦୁରାଚରଣ ଦେଖି ଆତ୍ମଦେବଙ୍କ ମନରେ ଗ୍ଳାନି ଉପôନ୍ନ ହେଲା । ବର୍ମାନ ମହର୍ଷିଙ୍କ ଉପଦେଶ ତାଙ୍କ ମନେ ପଡ଼ିଲା । ସେ ଭାବିଲେ ଏଭଳି ଦୁଃଷ୍ଟ ପୁତ୍ର ଅପେକ୍ଷା ନିଃପୁତ୍ରିକ ହେବା ବରଂ ଭଲ । ଧୁନ୍ଧୁକାରୀର ବିଳାସ ବ୍ୟସନରେ ଆତ୍ମଦେବଙ୍କ ସôତ ସମସ୍ତ ସମ୍ପି ନିଃଶେଷ ହୋଇଗଲା । ସେ ନିଃସ୍ବ ଓ ଅସହାୟ ହୋଇପଡ଼ିଲେ । ତାଙ୍କ ପ୍ରତି ଧୁନ୍ଧୁକାରୀର ବ୍ୟବହାର କ୍ରମଶଃ ଅସହନୀୟ ହୋଇ ପଡ଼ିଲା । ଏହା ତାଙ୍କୁ ବ୍ୟଥିତ ଓ ମର୍ମାହତ କଲା । ଆତ୍ମଦେବଙ୍କ ଏତାଦୃଶ ଅବସ୍ଥା ଦେଖି ଗୋକର୍ଣ୍ଣଙ୍କ ମନରେ ସହାନୁଭୂତି ଜାତ ହେଲା । ସେ ଆତ୍ମଦେବଙ୍କୁ ଖୁବ୍ ଭକ୍ତି କରୁଥିଲେ । ବେଦାଦି ଶାସ୍ତ୍ରରେ ସେ ଥିଲେ ଅତ୍ୟନ୍ତ ପାରଙ୍ଗମ । ସେ ବୁଝି ପାରିଲେ ଯେ ଏପରି ପରିସ୍ଥିତିରେ ବୈରାଗ୍ୟହିଁ ଏକମାତ୍ର ପନ୍ଥା । ପ୍ରକାଶ୍ୟରେ ସେ ଆତ୍ମଦେବଙ୍କୁ କହିଲେ, “ହେ ପିତା! ଘରେ ରହି ଭାଇର ଏଭଳି ଦୌରାତ୍ମ୍ୟ ସହିବା ଅପେକ୍ଷା ବର୍ମାନ ଆପଣ ବାନପ୍ରସ୍ଥୀ ହୁଅନ୍ତୁ । ମୋହ ହେଉଛି ମୋକ୍ଷ ପାଇଁ ବାଧକ । ତେଣୁ ସମୟର ଆହ୍ୱାନକୁ ସ୍ବୀକାର କରି ବର୍ମାନ ବନ ଗମନ କରନ୍ତୁ । ହେ ପିତା! ଏ ଦେହ ହେଉଛି ହାଡ, ମାଂସ ଏବଂ ରକ୍ତର ଏକ ପିଣ୍ଡ । ଏହାକୁ ନିଜର ମନେ କରନ୍ତୁ ନାହିଁ । ସ୍ତ୍ରୀ ପୁତ୍ରାଦି ପ୍ରତି ଥିବା ସମସ୍ତ ମୋହ ମମତାକୁ ତ୍ୟାଗ କରନ୍ତୁ । କାରଣ ଏ ସଂସାର ହେଉଛି ଅନିତ୍ୟ; କ୍ଷଣ ଭଙ୍ଗୁର। ଏଠାରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ । ତେଣୁ ସାଂସାରିକ ବିଷୟ ପ୍ରତି ମୋହ ରଖିବା ଅନୁଚିତ । ଏହା ପରିବେର୍ ବୈରାଗ୍ୟ ରସିକ ହୋଇ ଭକ୍ତି ପୂର୍ବକ ଈଶ୍ୱରୀୟ ସେବା ଓ ସ୍ମରଣରେ ଅବଶିଷ୍ଟ ଜୀବନ ବ୍ୟତୀତ କରନ୍ତୁ । ଶାସ୍ତ୍ରରେ ଏଭଳି ନିର୍ଦ୍ଧେଶ ଅଛି:-
   ଦେହେଽସ୍ଥିମାଂସ ଋଧିରେଽଭିମିତଂ ତ୍ୟଜ ତ୍ୱଂ
                         ଜାୟା ସୁତାଦିଷୁ ସଦା ମମତାଂ ବିମୁ ।
ପଶ୍ୟାନିଶଂ ଜଗଦିଦଂ କ୍ଷଣ ଭଙ୍ଗ ନିଷ୍ଟଂ ।
                                                            ବୈରାଗ୍ୟ ରାଗ ରସିକୋ ଭବ ଭକ୍ତି ନିଷ୍ଠଃ ।ା
                                                                                                           (- ଭାଗବତ୍ ମାହାତ୍ମ୍ୟ ୪/୭୯)
“ସଂସାର ପ୍ରତି ଥିବା ମୋହ ତ୍ୟାଗ ନ କଲେ ଈଶ୍ୱରୀୟ ପ୍ରୀତି ଜାଗ୍ରତ ହୁଏ ନାହିଁ । ହେ ପିତା! ଏବେ ଅନେକ ସମୟ ବିତି ଗଲାଣି । ଆଉ ଖୁବ୍ କମ ସମୟ ବାକି ଅଛି । ଜୀବନର ଏହି ଅବଶିଷ୍ଟ ସମୟ ଗଙ୍ଗା କୂଳରେ ନିବାସ କରି ଈଶ୍ୱରୀୟ ସ୍ମୃତିରେ ସଫଳ କରନ୍ତୁ । ମାନସିକ ବିକ୍ଷେପରୁ ରକ୍ଷା ପାଇବା ପାଇଁ ଏହାହିଁ ଏକମାତ୍ର ପନ୍ଥା । ଭାବନା ଦ୍ୱାରାହିଁ ହୃଦୟ ପରିବର୍ନ ହୁଏ । ପରଦୋଷ ଦର୍ଶନ ଈଶ୍ୱରୀୟ ସେବା ଓ ସତ୍ କର୍ମ ପାଇଁ ବିଘ୍ନକାରକ ଅଟେ । ତେଣୁ ଭାଇ ଧୁନ୍ଧୁକାରୀର ଦୋଷଗୁଣ ଦେଖିବା ତ୍ୟାଗ କରି ନିଜ ଆତ୍ମୋନ୍ନତି ମାର୍ଗରେ ଅଗ୍ରସର ହୁଅନ୍ତୁ ।’’
ଗୋକର୍ଣ୍ଣର କଥା ଆତ୍ମଦେବଙ୍କ ମନକୁ ପାଇଲା । କାରଣ ସେତେବେଳକୁ ତାଙ୍କର ମନ ମୋହମୁକ୍ତ ହୋଇ ସାରିଥିଲା । ସେ ଗଙ୍ଗାକୂଳରେ ନିବାସ କରି ଈଶ୍ୱରୀୟ ସ୍ମୃତିରେ ମନକୁ ଏକାଗ୍ର ରଖିବାର ଅଭ୍ୟାସ କରିବାକୁ ଲାଗିଲେ । ଆତ୍ମା, ପରମାତ୍ମାଙ୍କ ସହିତ ମିଳିତ ହେଲେ ଦେବତା ହୋଇଯାଏ । ଈଶ୍ୱରୀୟ ସେବା ପାଇଁ ସଂସାରର ମୋହ ଓ ସ୍ନେହ ତ୍ୟାଗ କରିବାକୁ ହେବ । କାମ କ୍ରୋଧାଦି ମନୋବିକାର ବା ମାୟା ଦ୍ୱାରା ଦୂଷିତ ମନ ଈଶ୍ୱରୀୟ ସେବା କରିପାରେ ନାହିଁ । ମନକୁ ଶୁଦ୍ଧ କରିବା ପାଇଁ ନିରନ୍ତର ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବାକୁ ପଡିବ । କାରଣ ଆତ୍ମ ଶୁଦ୍ଧି ହିଁ ଯୋଗର ମୁଖ୍ୟ ଲକ୍ଷ୍ୟ ଅଟେ । ଯୁଜ୍ଞ୍ୟାଦ୍ଯୋଗ ଆତ୍ମ ବିଶୁଦ୍ଧୟେ । ଗୀ୬/୧୨ା
ଆତ୍ମଦେବ ଏକଥା ହୃଦୟଙ୍ଗମ କରି ପ୍ରତ୍ୟହ ୧ଠ/୧୨ ଘା ଈଶ୍ୱରୀୟ ଚିନ୍ତନ (ଯୋଗ)ରେ ମଗ୍ନ ରହୁଥିଲେ । ଗୋକର୍ଣ୍ଣ ମଧ୍ୟ ସ୍ବୀୟ ପୁରୁଷାର୍ଥ ପାଇଁ ଆତ୍ମଦେବଙ୍କ ପନ୍ଥା ଅନୁସରଣ କଲା । ବର୍ମାନ ଘରେ ଧୁନ୍ଧୁକାରୀ ଏକାକୀ । ପିତା ଏବଂ ଭ୍ରାତା ·ଲିଯିବା ପରେ ଧନାଗମର ସମସ୍ତ ରାସ୍ତା ବନ୍ଦ । କ୍ଷୁଧାତୁର ବ୍ୟକ୍ତି କି ପାପ ନ କରେ । ବୁଭୁକ୍ଷିତ କିଂ ନ କରୋତି ପାପଂ । ବେଶ୍ୟାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରଚୁର ଧନ ଆବଶ୍ୟକ । ଏହା ଆସିବ କେଉଁଠୁ? ଅପବ୍ୟୟ କରୁଥିବା ବ୍ୟକ୍ତି ଅପକର୍ମ କରିବାକୁ ପଛାଏ ନାହିଁ । ଚୌର୍ଯ୍ୟ ବୃି ହେଉଛି ସହଜ ଧନ ପ୍ରାପ୍ତିର ମାର୍ଗ । ଧୁନ୍ଧୁକାରୀ ଏହି ମାର୍ଗ ଅବଲମ୍ବନ କଲା । କିନ୍ତୁ ତାହା ବି ତାକୁ ନିଅ ହେଲା । ପାପ କର୍ମର ପରିଣାମ ଅତ୍ୟନ୍ତ ଦୁଃଖଦ ହୁଏ । ନିଜ ସ୍ବାର୍ଥ ସିଦ୍ଧ ନ ହେବାରୁ ବେଶ୍ୟାମାନେ ଧୁନ୍ଧୁକାରୀକୁ ନିର୍ମମ ଭାବରେ ହତ୍ୟା କଲେ । ଗୋକର୍ଣ୍ଣ ଭାଇର ଏ ମର୍ମନ୍ତୁଦ ମୃତୁ୍ୟ ସମା·ର ପାଇଲେ । ଅତ୍ୟନ୍ତ ପାପୀ ବ୍ୟକ୍ତି ମୃତୁ୍ୟ ପରେ ପ୍ରେତ ଯୋନିରେ ପ୍ରବେଶ କରନ୍ତି । ଏଥିରୁ ସେମାନେ ସହଜରେ ମୁକ୍ତ ହୋଇପାରନ୍ତି ନାହିଁ । ପ୍ରଚଳିତ ପ୍ରଥା ଅନୁସାରେ ଗୋକର୍ଣ୍ଣ ଭାଇକୁ ପ୍ରେତ ଯୋନିରୁ ମୁକ୍ତ କରିବା ପାଇଁ ଗୟା ଶ୍ରାଦ୍ଧ କଲା । କିନ୍ତୁ ଏଥିରେ କୌଣସି ସଫଳତା ମିଳିଲା ନାହିଁ । ତା’ପରେ ସେ ଭାଗବତ ସପ୍ତାହର ଆୟୋଜନ କଲେ । ନିୟମ ପୂର୍ବକ ଏକ ସପ୍ତାହ ବ୍ୟାପୀ ଈଶ୍ୱରୀୟ ଜ୍ଞାନ ଶ୍ରବଣ ଓ ମନନ କଲେ ମନୁଷ୍ୟର ଜ୍ଞାନ ଚକ୍ଷୁ ଖୋଲିଯାଏ । ଏଥିପାଇଁ ଈଶ୍ୱରୀୟ ଜ୍ଞାନର ବକ୍ତା ଅତି ନିସ୍ପୃହ, ବୈରାଗ୍ୟ ଭାବ ସମ୍ପନ୍ନ, ଧୀର, ଗମ୍ଭୀର, ଦୃଷ୍ଟାନ୍ତ କୁଶଳ, ନିରହଂକାରୀ, ନିର୍ବିକାରୀ, ବ୍ରହ୍ମ·ରୀ (ବ୍ରହ୍ମଚର୍ଯ୍ୟ ବ୍ରତଧାରୀ) ତଥା ପରମାତ୍ମାଙ୍କୁ ଜାଣିବା ବାଲା ହୋଇଥିବା ଆବଶ୍ୟକ । ଜ୍ଞାନ ଶ୍ରବଣ ସମୟରେ ମନକୁ ସଂସାରରୁ ନିର୍ଲିପ୍ତ କରି ଶୁଣିବା ବିଧେୟ । କାରଣ ଘର-ସଂସାର କଥା ମନକୁ ବିକୃତ କରେ । ତେଣୁ ଶ୍ରୋତା ମଧ୍ୟ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରି ଉଦ୍ଧ୍ୱର୍ରେ ତା’ ହେବା ଆବଶ୍ୟକ । ଅନ୍ୟଥା ମନ ସ୍ଥିର ହୋଇ ଜ୍ଞାନ ଧାରଣ ହୋଇପାରିବ ନାହିଁ । ଗୋକର୍ଣ୍ଣ ସ୍ବୟଂ ଜ୍ଞାନୀ ଓ ଯୋଗୀ ଥିଲେ । ସେ ଧୁନ୍ଧକାରୀର ପ୍ରେତକୁ କଥା ସ୍ଥଳୀକୁ ଆସିବାକୁ ଆହ୍ୱାନ କଲେ । ଧୁନ୍ଧକାରୀ ମଧ୍ୟ ପ୍ରେତ ଯୋନିରୁ ମୁକ୍ତି ପାଇବା ପାଇଁ ବ୍ୟାକୁଳ ହେଉଥିଲା । ଏଣୁ ତା’ର ପ୍ରେତ ସେଠାକୁ ଆସିଲା । କିନ୍ତୁ ସେ ଏତେ ପାପୀ ଥିଲା ଯେ ତାକୁ ସେଠାରେ ବସିବା ପାଇଁ କୌଣସି ସ୍ଥାନ ମିଳିଲା ନାହିଁ । ତେଣୁ ତା’ ପାଇଁ ସାତ ଗଣ୍ଠିଯୁକ୍ତ ବାଉଁଶର ବ୍ୟବସ୍ଥା ହେଲା । ତା’ ମଧ୍ୟରେ ସେ ପ୍ରବିଷ୍ଠ ହେଲା । ପ୍ରତ୍ୟହ କଥା ଶେଷରେ ବାଉଁଶର ଗୋଟିଏ ଗଣ୍ଠି ଭାଙ୍ଗି ଯାଉଥିଲା । ସାତ ଦିନରେ ସାତଟି ଗଣ୍ଠି ଭାଙ୍ଗିଗଲା ପରେ ବାଉଁଶ ମଧ୍ୟରୁ ଏକ ଦିବ୍ୟ (ସୂକ୍ଷ୍ମ) ପୁରୁଷ ଆବିର୍ଭାବ ହେଲେ । ସେ ଥିଲେ ସୂକ୍ଷ୍ମ ଶରୀରଧାରୀ ଧୁନ୍ଧୁକାରୀର ଆତ୍ମା । ଗୋକର୍ଣ୍ଣଙ୍କୁ ପ୍ରଣାମ କରି ସେ କହିଲେ, “ହେ ଜ୍ୟେଷ୍ଠ ଭ୍ରାତା! ଆପଣଙ୍କୁ ଶତ କୋଟି ଧନ୍ୟବାଦ । ପ୍ରେତ ଯୋନିରୁ ଆପଣ ମୋତେ ମୁକ୍ତ କରିଦେଲେ ।’’ ଏହା କହି ସେ ଦିବ୍ୟ ପୁରୁଷ ସେଠାରୁ ଅନ୍ତର୍ହିତ ହୋଇଗଲେ ।
ଶ୍ରୀମଦ୍ ଭାଗବତରେ ଥିବା ଉପର୍ଯୁ୍ୟକ୍ତ ଦୃଷ୍ଟାନ୍ତ ମଧ୍ୟରେ ଥିବା ଆଧ୍ୟାତ୍ମିକ ସିଦ୍ଧାନ୍ତକୁ ବୁଝିବା ଏକାନ୍ତ ଆବଶ୍ୟକ । ତୁଙ୍ଗ ଭଦ୍ରା ନଦୀ କୂଳରେ ଆତ୍ମଦେବ ବାସ କରୁଥିବା କଥା କୁହାଯାଇଛି । ତୁଙ୍ଗଭଦ୍ରା ହେଉଛି ମାନବ ଶରୀରର ଦ୍ୟୋତକ । ମାନବ ଜୀବନକୁ କାବି୍ୟକ ଭାଷାରେ ନଦୀର ଜଳ ସହିତ ତୁଳନା କରାଯାଇଥାଏ । ତୁଙ୍ଗ (ଅଧିକ) ଭଦ୍ରା (କଲ୍ୟାଣକାରିଣୀ) ଅର୍ଥାତ ଅତ୍ୟଧିକ କଲ୍ୟାଣକାରିଣୀ । ସମସ୍ତ ପ୍ରାଣୀ ଜଗତ ମଧ୍ୟରେ ମାନବ ହିଁ ଏକମାତ୍ର ପ୍ରାଣୀ ଯିଏ କି ପୁରୁଷାର୍ଥ ଦ୍ୱାରା ସ୍ବୟଂ ନିଜେ ହିଁ ନିଜର କଲ୍ୟାଣ କରିବାକୁ ସମର୍ଥ । ଯେଉଁ ମନୁଷ୍ୟାତ୍ମା ନିଜକୁ ସାକ୍ଷାତ ଦେବତା ସ୍ବରୂପ ଗଢ଼ି ତୋଳେ ସିଏ ଆତ୍ମଦେବ । ଅର୍ଥାତ୍ ଏଠାରେ ଜୀବାତ୍ମାହିଁ ଆତ୍ମଦେବର ଦ୍ୟୋତକ । ସତ୍କର୍ମ ବଳରେ ମନୁଷ୍ୟ ନରରୁ ନାରାୟଣ ଓ ନାରୀରୁ ଲକ୍ଷ୍ମୀ ତୁଲ୍ୟ ହୋଇପାରେ । ତେଣୁ କଥିତ ଅଛି, “ନର ଐସା କରନି କରେ ଯୋ ନାରାୟଣ ବନ୍ ଯାଏ; ନାରୀ ଐସା କରନି କରେ ଯୋ ଲକ୍ଷ୍ମୀ ବନ୍ ଯାଏ ।’’ ଏପରି ପୁରୁଷାର୍ଥ କେବଳ ମାନବ ଶରୀର ଦ୍ୱାରାହିଁ ସମ୍ଭବ । ପଶୁ ପକ୍ଷୀ ଆଦି ଶରୀର ଦ୍ୱାରା ଆତ୍ମା ନିଜର କଲ୍ୟାଣ କରିପାରେ ନାହିଁ । କ୍ରୋଧୀ ଓ କୁତର୍କୀ ବ୍ୟକ୍ତିକୁ ଧୁନ୍ଧଲି ସହିତ ତୁଳନା କରାଯାଇ ପାରେ । ତେଣୁ ଧୁନ୍ଧଲି ହେଉଛି ନକାରାତ୍ମକ ବୁଦ୍ଧି ଓ ବୃିର ଦ୍ୟୋତକ । ଏଭଳି ବୁଦ୍ଧିଯୁକ୍ତ ବ୍ୟକ୍ତିର ଆତ୍ମ ଜ୍ଞାନ ଜାଗ୍ରତ ହୁଏ ନାହିଁ । ତେଣୁ ସେ ସ୍ବୟଂକୁ ଓ ଆତ୍ମାର ପିତା ପରମାତ୍ମାଙ୍କୁ ଜାଣିବା ପାଇଁ ସକ୍ଷମ ହୁଏ ନାହିଁ । ବୁଦ୍ଧି ସହିତ ଆତ୍ମାର ବିବାହ (ସମ୍ବନ୍ଧ) ହୋଇଥିଲେ ମଧ୍ୟ ଯେ ପର୍ଯ୍ୟନ୍ତ ସତ୍ସଙ୍ଗ ନ ହୋଇଛି ବା କୌଣସି ମହାତ୍ମାଙ୍କ ଦ୍ୱାରା ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ବିବେକ ରୂପୀ ପୁତ୍ର ଜନ୍ମ ଗ୍ରହଣ କରେ ନାହିଁ । ବିନୁ ସତସଙ୍ଗ ବିବେକ ନ ହୋଇ । ଆତ୍ମା ଏବଂ ବୁଦ୍ଧିର ସମ୍ବନ୍ଧରେ ବିବେକ ରୂପୀ ପୁତ୍ରର ଜନ୍ମ ନ ହେଲେ ଜୀବାତ୍ମା ସଂସାର ରୂପକ ନଦୀରେ ବୁଡି ମରେ ।
ଉପର୍ଯୁ୍ୟକ୍ତ ଆଧ୍ୟାତ୍ମିକ ସିଦ୍ଧାନ୍ତକୁ ବୁଝାଇବା ପାଇଁ ଆତ୍ମଦେବ ପୁତ୍ର ବିନା ଗଙ୍ଗା ନଦୀରେ ପ୍ରାଣ ବିସର୍ଜନ କରିବା ପାଇଁ ନିଷ୍ପି ନେବା କଥାର ରୂପକ ପ୍ରସ୍ତୁତ କରାଯାଇଛି । ସତ୍ସଙ୍ଗ ଦ୍ୱାରା ବିବେକ ଜାଗ୍ରତ ହୁଏ ଓ ଆତ୍ମା ତା’ର ମୂଳ ସ୍ବରୂପ (ଜ୍ଞାନ, ପବିତ୍ରତା, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଓ ଶକ୍ତି)ରେ ସ୍ଥିତ ହୁଏ । ନିଜେ ଦେବ ସ୍ବରୂପ ହୋଇ ଅନ୍ୟମାନଙ୍କୁ ନିଜ ପରି ଗଢ଼ି ତୋଳିବାର ସାମର୍ଥ୍ୟ ଆତ୍ମାରେ ବିଦ୍ୟମାନ । କିନ୍ତୁ ପୁରୁଷାର୍ଥ ଦ୍ୱାରା ଏହି ଆତ୍ମ ଶକ୍ତିକୁ ଜାଗ୍ରତ କରିବା ଆବଶ୍ୟକ । ସତ୍ ସଙ୍ଗ ଦ୍ୱାରା ପୁରୁଷାର୍ଥ ପାଇଁ ପଥ ପ୍ରଶସ୍ତ ହୁଏ ଓ ଜୀବନରେ କ୍ରମଶଃ ଦିବ୍ୟତା ଆସେ । ଜ୍ଞାନୀ ଓ ଯୋଗୀମାନଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ ରୂପକ ଫଳ ଦୁଷ୍ଟବୁଦ୍ଧି ରୂପକ ଧୁନ୍ଧଲୀକୁ ପସନ୍ଦ ଲାଗେ ନାହିଁ । ବୁଦ୍ଧି ରୂପକ ଧୁନ୍ଧଲୀର ଛୋଟ ଭଉଣୀ ହେଲା ମନ । ବୁଦ୍ଧି ଯେତେବେଳେ ମନର ପରାମର୍ଶ ନିଏ ସେତେବେଳେ ଦୁଃଖୀ ହୁଏ । ମନ ଲଗାମ ବିହୀନ ଘୋଡା ସଦୃଶ । ମନ ଦ୍ୱାରା ପ୍ରଭାବିତ ବୁଦ୍ଧି ଉଚିତ ନିର୍ଣ୍ଣୟ ନେଇ ପାରେ ନାହିଁ ଯଦ୍ୱାରା ଆତ୍ମା ଅସତ୍କର୍ମରେ ପ୍ରବୃ ହୁଏ । ଏହିପରି ମନ ବାରମ୍ବାର ଆତ୍ମାକୁ ପ୍ରତାରିତ କରେ । ମନ ମତରେ ପରି·ଳିତ ନ ହୋଇ ଈଶ୍ୱରୀୟ ମତରେ ପରି·ଳିତ ହେଲେ ପ୍ରତାରଣାରୁ ରକ୍ଷା ମିଳେ । ଆତ୍ମଦେବ ମନ-ବୃଦ୍ଧିର ଏ ଛଳନାକୁ ବୁଝି ନ ପାରି ପ୍ରତାରିତ ହେଲେ । ଧୁନ୍ଦଲୀ ମହାତ୍ମାଙ୍କ ଆଶୀର୍ବାଦ ସ୍ବରୂପ ପ୍ରାପ୍ତ ଫଳଟି ଗାଈକୁ ଖାଇବା ପାଇଁ ଦେଲା । ଏହା ଇନ୍ଦି୍ରୟାସକ୍ତିର ଦ୍ୟୋତକ । ‘ଗୋ’ର ଅର୍ଥ ହେଉଛି ଇନ୍ଦି୍ରୟ । ଯିଏ ସବୁବେଳେ ସାଂସାରିକ ବିଷୟ ଭୋଗ ସୁଖ ଚିନ୍ତନ କରେ ସେ ହେଉଛି ଧୁନ୍ଧୁକାରୀ । ଧୁନ୍ଧୁକାରୀ ପାଟି ବେଶ୍ୟା ସହିତ ସମ୍ପର୍କ ରଖିଥିବା କଥା ବର୍ଣ୍ଣିତ ହୋଇଛି । ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ ଏହି ପା ବିଷୟହିଁ ବେଶ୍ୟାଗଣ ଅଟନ୍ତି । ଏହି ପା ବିଷୟହିଁ ଧୁନ୍ଧୁକାରୀ ଆର୍ଥାତ ଦେହାଭିମାନୀ ଜୀବାତ୍ମାକୁ ପତିତ କରେ । ବେଶ୍ୟାମାନଙ୍କ ହାତରେ ଧୁନ୍ଧୁକାରୀର ନିହତ ହେବା କଥାକୁ ଏହା ସୂ·ଉଛି । ସାତ ଗଣ୍ଠିଯୁକ୍ତ ବାଉଁଶ ମଧ୍ୟରେ ଧୁନ୍ଧୁକାରୀର ପ୍ରେତ ରହୁଥିଲା । ବାଉଁଶ ହେଉଛି ବାସନାର ପ୍ରତୀକ । ବାସନା ସାତ ପ୍ରକାର :- (୧) ନାରୀ ପ୍ରତି ଆସକ୍ତି (୨) ପୁତ୍ର ଆସକ୍ତି (୩) ବ୍ୟବସାୟିକ ଆସକ୍ତି (୪)  ଦ୍ରବ୍ୟର ଆସକ୍ତି (୫) ନିଜ ଜ୍ଞାତି କୁଟୁମ୍ବ ପ୍ରତି ଆସକ୍ତି (୬) ଘର ଦ୍ୱାର ପ୍ରତି ଆସକ୍ତି ଓ (୭) ନିଜ ଗ୍ରାମ ପ୍ରତି ଆସକ୍ତି । ମନୀଷୀମାନେ ଏହିପରି ସାତ ପ୍ରକାର ଆସକ୍ତି କଥା କହନ୍ତି । ଶାସ୍ତ୍ର ପୁରାଣରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମତ୍ସର ଏବଂ ଅବିଦ୍ୟାକୁ ମଧ୍ୟ ସାତ ଗଣ୍ଠି ବୋଲି କୁହାଯାଇଛି । ଏଥିରେ ବାନ୍ଧି ହୋଇ ଆତ୍ମା ଦୁଃଖ ପାଏ । ବାସନାର ଏହି ସାତ ଗଣ୍ଠି ନ ଭାଙ୍ଗିବା ପର୍ଯ୍ୟନ୍ତ ଆତ୍ମା  ଜୀବନ୍ମୁକ୍ତ ଅବସ୍ଥା ପ୍ରାପ୍ତ ହୁଏ ନାହିଁ । ଅନନ୍ୟ ଈଶ୍ୱରୀୟ ପ୍ରେମହିଁ ଏହି ଗ୍ରନ୍ଥି ସମୂହକୁ ଛିନ୍ନ କରାଇବା ପାଇଁ ଏକମାତ୍ର ପନ୍ଥା । ଧୁନ୍ଧୁକାରୀ ମଧ୍ୟରେ ଏହି ଈଶ୍ୱରୀୟ ପ୍ରୀତିର ଉଦ୍ରେକହିଁ ତା’ର ମୁକ୍ତିର କାରଣ ହେଲା । ସେହି ସତ୍ ସଙ୍ଗରେ ଅନେକ ଶ୍ରୋତା  ଥିଲେ । କିନ୍ତୁ ସମସ୍ତେ କାହିଁକି ଦେବତ୍ୱ ପ୍ରାପ୍ତ ହେଲେ ନାହିଁ? ଧୁନ୍ଧୁକାରୀ ପ୍ରତ୍ୟହ ଏକ ଆସନରେ ଆସୀନ ହୋଇ ଜ୍ଞାନର ମନନ ଚିନ୍ତନ କରୁଥିଲା । ଖାଦ୍ୟାନ୍ନ ଭକ୍ଷଣ ନ କରିବା ପ୍ରକୃତ ଉପବାସ ନୁହେଁ । ମନକୁ ଇନ୍ଦି୍ରୟ ଭୋଗ୍ୟ ବିଷୟ ଗୁଡିକରୁ ନିଗ୍ରହ କରି ସର୍ବଦା ଈଶ୍ୱରୀୟ ସ୍ମୃତିରେ ସ୍ଥିର ରଖିବାର ନାମ ଉପବାସ । ଧୁନ୍ଧୁକାରୀ ଈଶ୍ୱରୀୟ ଜ୍ଞାନର ମନନ ଓ ନିଦିଧ୍ୟାସନ କରିବା ହେତୁ ଦିବ୍ୟ ଶରୀର (ଦେବ ପଦ) ପ୍ରାପ୍ତ ହେଲା । ଶ୍ରବଣ, ମନନ ଏବଂ ନିଦିଧ୍ୟାସନ ଦ୍ୱାରାଜ୍ଞାନ ଦୃତ ହୁଏ ।  ତେଣୁ କୁହାଯାଏ;
ଅଦୃଢ଼ ଚ ହତଂ ଜ୍ଞାନଂ ପ୍ରମାଦେନ ହତଂ ଶ୍ରୁତମ୍ ।
ସଂଦିଗ୍ଧୋହି ହତୋ ମନ୍ତ୍ରୋ ବ୍ୟଗ୍ର ଚି ହତୋ ଜପଃ ।ା’’ 
ଅର୍ଥାତ:- ଦୃଢ଼ତା ବିନା ଜ୍ଞାନ ବ୍ୟର୍ଥ । ଏକାଗ୍ରତା ବିନା ଶୁଣିଥିବା କଥା ବ୍ୟର୍ଥ । ସନ୍ଦେହ  ଯୁକ୍ତ ମନ୍ତ୍ର ବ୍ୟର୍ଥ । ବ୍ୟଗ୍ର ଚିରେ କରାଯାଉଥିବା ଜପ ନିଷ୍ଟଳ ।
ଈଶ୍ୱରୀୟ ଜ୍ଞାନ କେବଳ ଶୁଣି ଖୁସି ହେବା ବିଷୟ ନୁହେଁ । ଏହାକୁ ଜୀବନରେ ଆଚରଣ କଲେ ଯାଇ ଶ୍ରବଣ ସଫଳ ହୁଏ । ଶୁଣିଥିବା ଜ୍ଞାନକୁ ମନନ ଓ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ଉଚିତ । ଅନ୍ୟଥା କେବଳ ଜ୍ଞାନ ବ୍ୟର୍ଥ । ପରମାତ୍ମା ଜ୍ଞାନ ଓ ଦିବ୍ୟ ଗୁଣର ମହସାଗର । ତାଙ୍କ ସହିତ ମନ ଓ ବୁଦ୍ଧିକୁ ସତତ ଯୁକ୍ତ କଲେ ଆତ୍ମା ଈଶ୍ୱରୀୟ ଜ୍ଞାନ ଓ ଗୁଣର ଅଧିକାରୀ ହୁଏ । ସେ ମନୁଷ୍ୟରୁ ଦେବତା ହୋଇଯାଏ । ଏହା ହେଉଛି ମାନବ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ।
ସମ୍ପାଦକ - ଚେତନା ପ୍ରବାହ,
ମାର୍ଫତ - ଶିବ-ଶକ୍ତି ହୋମିଓ ସେବା ସଦନ, 
କାଦୋପଡ଼ା ଗଳି, ବସଷ୍ଟାଣ୍ଡ, ପାଟଣା ଗଡ଼-୭୬ଠ୨୫
ଜି: ବଲାଙ୍ଗିର (ଓଡ଼ିଶା) ମୋ: ୯୪୩୭୨୧ଠ୨୯୬ 

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର