ବିଷୟ ଚିନ୍ତନ; ଅଧୋଃପତନର କାରଣ--- ଡାକ୍ତର ସୁଧାଂଶୁ ଶେଖର, ମିଶ୍ର,
ବିଷୟ ଚିନ୍ତନ; ଅଧୋଃପତନର କାରଣ
ଡାକ୍ତର ସୁଧାଂଶୁ ଶେଖର, ମିଶ୍ର,
ସଂସାର ସହିତ ସମ୍ବନ୍ଧ ସ୍ଥାପନ ଦ୍ୱାରା ମନରେ ବିଷୟ ଭୋଗର ଚିନ୍ତନ ଆସେ । ଏହି ଚିନ୍ତନ କ୍ରମ ଅବ୍ୟାହତ ରହିଲେ ସେହି ବିଷୟମାନଙ୍କ ପ୍ରତି ଆସକ୍ତି ଉପôନ୍ନ ହୁଏ । ଜନ୍ମ ଜନ୍ମାନ୍ତାର ବିଷୟ ଭୋଗ ଜନିତ ତାକôାଳିକ ସୁଖର ଅନୁଭବ ଆତ୍ମାରେ ସିତ ହୋଇଥାଏ । ସେ ସବୁର ଚିନ୍ତିନ ଦ୍ୱାରା ସେଗୁଡିକ ଜାଗ୍ରତ ହୋଇ ଭୋଗ ପାଇଁ ପ୍ରେରିତ କରନ୍ତି । କୌଣସି ସୁସ୍ବାଦୁ ମନ ପସନ୍ଦଖାଦ୍ୟ ପଦାର୍ଥର ପ୍ରସଙ୍ଗ ଉଠିଲେ ବା ଚିନ୍ତନ କଲେ ତାହା ଖାଇବାକୁ ଇଚ୍ଛା ହୁଏ । ଏହି ଇଚ୍ଛା ବଳବତୀ ହେଲେ ସଂପୃକ୍ତ ଖାଦ୍ୟ ପଦାର୍ଥ ସଂଗ୍ରହ ଓ ଭୋଜନ ପାଇଁ ମନୁଷ୍ୟ ପ୍ରବୃ ହୁଏ । ଖାଦ୍ୟ ପ୍ରତି ଆକର୍ଷଣ ହେଉଛି ଆସକ୍ତି ଓ ଏହାର ଚରମ ପର୍ଯ୍ୟାୟ ହେଉଛି କାମନା। କାମନା ପୂରଣ ହେଲେ କାମ୍ୟ ବିଷୟ ସହିତ ସମ୍ବନ୍ଧ ଦୃଢ ହୁଏ ଓ ଏହା ପୂିର୍ ନ ହେଲେ କ୍ରୋଧ ଉପôନ୍ନ ହୁଏ । କ୍ରୋଧ ମନୁଷ୍ୟର ବିବେକ ଶକ୍ତି ବା ହିତାହିତ ଜ୍ଞାନକୁ ନଷ୍ଟ କରିଦିଏ । ଏହାର ବଶୀଭୂତ ମନୁଷ୍ୟ ଉନ୍ମ ହୋଇ ଉଠେ । କ୍ରୋଧୀ ବ୍ୟକ୍ତିର ·ଲିଚଳନ, ଆ·ର ବ୍ୟବହାର, କଥାବାର୍ା, ଭାବଉଙ୍ଗୀ, ଦୃଷ୍ଟି-ବୃି, ଆଦି ଅସ୍ବାଭାବିକ ମନେ ହୁଏ । କ୍ରୋଧ ହିଂସାର ଜନକ । ହିଂସାପରାୟଣ ବ୍ୟକ୍ତି ଯେ କୌଣସି କ୍ରୁର କର୍ମ କରିବାକୁ ପଛାଏ ନାହିଁ । ଏହି ମୂଢତାର ମୂଳ ହେଉଛି କ୍ରୋଧ । ମୂଢତା ହେଉଛି ତମୋଗୁଣୀ ପ୍ରବୃି । ଏହାଦ୍ୱାରା ମଣିଷର ସ୍ମୃତି ନଷ୍ଟ ହୁଏ । ମୁଁ କିଏ? ମୁଁ ଆସିଛି କେଉଁଠାରୁ? ମହାବିନାଶ ପରେ ଯିବି କେଉଁଠିକି? ମୋର ଜୀବନର ଲକ୍ଷ୍ୟ କ’ଣ? ମୋର ସ୍ବଧର୍ମ କ’ଣ? ପରିବାର ଓ ସାମାଜ ପ୍ରତି ମୋର କର୍ବ୍ୟ କ’ଣ? ସ୍ମୃତି ବିଭ୍ରମ ହେଲେ ଏହି ପ୍ରଶ୍ନ ଗୁଡିକ ଉପରେ ମନୁଷ୍ୟ ବିବେଚନା କରିପାରେ ନାହିଁ । କାରଣ ସ୍ମୃତି ସହିତ ତା’ର ବୁଦ୍ଧି ମଧ୍ୟ ଲୁପ୍ତ ହୋଇଯାଏ । ମନୁଷ୍ୟ ଜୀବନରେ ଉାନର ଆଧାର ହେଉଛି ବୁଦ୍ଧି । ଏହି ଆଧାର ନ ରହିଲେ ତା’ର ଅଧୋପତନ ହୁଏ । ଆସକ୍ତି, କାମନା, କ୍ରୋଧ, ମୂଢତା, ସ୍ମୃତି ବିଭ୍ରମ, ବୁଦ୍ଧି ନାଶ ଓ ପତନ ଏହି ସମସ୍ତର ମୂଳ କାରଣ ବିଷୟ ଚିନ୍ତିନ । ବିଷୟ ବାସନାକୁ ବିଷ ତୁଲ୍ୟ ମନେ କରି ତ୍ୟାଗ କଲେ ଅମୃତତ୍ୱ ପ୍ରାପ୍ତି ହୁଏ । (ଗୀ-୨/୬୨-୬୪)
ସଂସାରିକ ଭୋଗ୍ୟ ବସ୍ତୁ, ପଦାର୍ଥ ବା ବିଷୟ ସମୂହରେ ଦୋଷ ନ ଥାଏ । ଶରୀର ଅନ୍ନମୟ କୋଷଗୁଡିକର ସମାହାର । ଅନ୍ନ, ଜଳ, ବାୟୁ, ଆଲୋକ ବିନା ମନୁଷ୍ୟ ଜୀବନ ଧାରଣ କରିବା ସମ୍ଭବ ନୁହେଁ । ଜୀବନ ଯାପନ ପାଇଁ ଯାହା ଅପରିହାର୍ଯ୍ୟ ସେଗୁଡିକର ସେବନ ବା ଉପଯୋଗ ଦୋଷଯୁକ୍ତ ହୁଏ ନାହିଁ । ବିଷୟ ପ୍ରତି ଥିବା ବାସନାହିଁ ଦ୍ୱେଷ ଉପôନ୍ନ କରେ । କେବଳ ବିବା ପାଇଁ ଭୋଜନ କରୁଥିବା ବ୍ୟକ୍ତି ଯୋଗୀ । ଯେଉଁମାନେ ଖାଇବା ପାଇଁ ବନ୍ତି ସେମାନେ ଭୋଗୀ । ଇନ୍ଦ୍ରିୟ ସମୂହକୁ ନିଜ ବଶରେ ରଖି ବିଷୟ ସେବନ କରିବା ଦ୍ୱାରା ଶରୀର ପରିପୁଷ୍ଟ ଓ ମନ ପ୍ରସନ୍ନ ହୁଏ । ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ ବିଷୟ ଭୋଗ କଲେ ଶରୀର ରୋଗାକ୍ରାନ୍ତ ହେବା ସହିତ ମନର ପ୍ରସନ୍ନତା ମଧ୍ୟ ନଷ୍ଟ ହୁଏ । ବାହ୍ୟ ବିଷୟ ତ୍ୟାଗ ଅପେକ୍ଷା ରାଗ-ଦ୍ୱେଷରୁ ମୁକ୍ତ ହୋଇ ଇନ୍ଦ୍ରିୟମାନଙ୍କୁ ବିଷୟ ସେବନ କରାଇବା ଉଚିତ । ସେବନରେ ଏକ ନିର୍ଦ୍ଧିଷ୍ଟ ମାତ୍ରା ଥାଏ; କିନ୍ତୁ ଭୋଗର ସୀମା ନ ଥାଏ । ରାଗ-ଦ୍ୱେଷ ରହିତ ଇନ୍ଦ୍ରିୟ ସମୂହ ବିଷୟ ସେବନ କଲେ ଅନ୍ତଃକରଣରେ ପ୍ରସନ୍ନତା ଆସେ । ଇନ୍ଦ୍ରିୟମାନଙ୍କୁ ବଳ ପୂର୍ବକ ଦମନ କରିବା ଦ୍ୱାରା ସେମାନେ ଭୋଗରୁ ନିବୃ ହୁଅନ୍ତି ସତ; କିନ୍ତୁ ମନରୁ ବାସନାର ନିବୃି ହୁଏ ନାହିଁ । ଏହି ଅବଦମିତ ବାସନା ସୁଯୋଗ ପାଇଲେ ମନୁଷ୍ୟକୁ ପୁନଶ୍ଚ ଭୋଗ ମାର୍ଗରେ ପ୍ରେରିତ କରେ ।
ଇନ୍ଦ୍ରିୟମାନଙ୍କ ସ୍ବଭାବ ଭୋଗ କରିବା । କର୍ମଫଳ ଭୋଗ କରିବା ପାଇଁହିଁ ମନୁଷ୍ୟାତ୍ମା ଶରୀର ଧାରଣ କରେ । ପ୍ରକୃତିରୁ ଶରୀରର ଉପôି । ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ଆତ୍ମା ଭୋଗ କରେ । ଆତ୍ମାର ବୃି ଅନୁସାରେ ବିଷୟ ଭୋଗ ଦୁଃଖଦାୟୀ ବା ସୁଖଦାୟୀ ହୁଏ। ଦେହ ସହିତ ତାଦାତ୍ମ୍ୟ ରଖିଲେ ଆତ୍ମା ଇନ୍ଦ୍ରିୟମାନଙ୍କ ଅଧିନ ହୋଇ ଦୈହିକ ସୁଖ ପ୍ରାପ୍ତି ପାଇଁ ବିଷୟ ଭୋଗ ପ୍ରତି ଆସକ୍ତ ହୁଏ । ମନୁଷ୍ୟାତ୍ମାକୁ ସ୍ୱ-ରଜ ଓ ତମ ଗୁଣରେ ବନ୍ଧନ କରେ । ଏହି ତ୍ରିଗୁଣ ରଜ୍ଜୁରେ ବାନ୍ଧି ହୋଇ ମନୁଷ୍ୟ ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ ଦୁଃଖ-ଭୋଗ କରେ । ଶରୀର ଓ ସଂସାର ସହିତ ସମ୍ବନ୍ଧ ନ ରହିଲେ ଇନ୍ଦ୍ରିୟ ସକଳ ଆତ୍ମାର ଅଧିନତା ସ୍ବୀକାର କରନ୍ତି । ଆତ୍ମ ଚିନ୍ତିନ, ଈଶ୍ୱରୀୟ ଜ୍ଞାନ ଅଧ୍ୟୟନ ଓ ଅଧ୍ୟାପନ, ସତ୍ ସଙ୍ଗ, ଦୈବୀ ଗୁଣ ଧାରଣ, ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ, ନିରନ୍ତର ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ଦ୍ୱାରା ମନୁଷ୍ୟର ଦେହାଭିମାନ ନଷ୍ଟ ହୁଏ । ଏହାଦ୍ୱାରା ବ୍ୟକ୍ତିର ଅନ୍ତଃକରଣ ପ୍ରସନ୍ନ ଓ ବୁଦ୍ଧି ଦିବ୍ୟ ହୁଏ । ତାଙ୍କର ମନ ବୁଦ୍ଧି ରାଗ-ଦ୍ୱେଷ ରହିତ ହୋଇଥିବାରୁ ସେ ଇନ୍ଦ୍ରିୟମାନଙ୍କୁ ନିଜ ବଶରେ ରଖି ପ୍ରାରବ୍ଧ ବଶତଃ ପ୍ରାପ୍ତ ଭୋଗ ସାମଗ୍ରୀର କେବଳ ଉପଯୋଗ କରନ୍ତି । ଏଥିରେ ତାଙ୍କର ଭୋଗ ମାନସିକତା ନ ଥାଏ । ଉଦାସୀ ସନ୍ୟାସୀମାନଙ୍କ ପରି ସେ ବିଷୟ ତ୍ୟାଗ କରନ୍ତି ନାହିଁ । ତାଙ୍କ ପାଖରେ ଉପଲବ୍ଧ ନ ଥିବା ସାମଗ୍ରୀଗୁଡିକ ପ୍ରତି ତାଙ୍କର କୌଣସି ଆକର୍ଷଣ ନ ଥାଏ । ଏପରି ବ୍ୟକ୍ତିର ବିଷୟ ସେବନ ମଧ୍ୟ ଯୋଗରେ ରୂପାନ୍ତରିତ ହୋଇଯାଏ । କାରଣ ବିଷୟ ଭୋଗ ଜନିତ ସୁଖରେ ତାଙ୍କର ଆସକ୍ତି ଓ ଏହାର ଅପ୍ରାପ୍ତି ଜନିତ ଦୁଃଖରେ ଦ୍ୱେଷ ନ ଥାଏ । ସଂସାରର ଅନିତ୍ୟ ସୁଖ ଓ ଦୁଃଖରୁ ଉଦ୍ଧ୍ୱର୍କୁ ଉଠି ସେ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହନ୍ତି ।ସଂସାରରୁ ମନକୁ ଓହରାଇ ଆଣିଲେ ଈଶ୍ୱରଙ୍କ ସହିତ ଯୁକ୍ତ ହୁଏ । ଏହାଦ୍ୱାରା ବୁଦ୍ଧି ସ୍ଥିର ହୁଏ । ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ମନ ସଂସାରରେ ବିଚରଣ କରେ । ସଂସାରର ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ, ବୈଭବ କ୍ଷଣ ଭଙ୍ଗୁର ଓ ପରିବର୍ନଶୀଳ । ତେଣୁ ସଂସାର ପ୍ରତି ଆସକ୍ତ ମନ ଈଶ୍ୱରଙ୍କୁ ଏକାଗ୍ରଭାବରେ ସ୍ମରଣ କରିପାରେ ନାହିଁ । ସେପରି ବ୍ୟକ୍ତିର ବୁଦ୍ଧି ଏକ ନିଶ୍ଚାୟାତ୍ମିକା ହୁଏ ନାହିଁ ଏବଂ ସେ ସାଂସାରିକ ବିଷୟ ଭୋଗ ଓ ଐଶ୍ୱର୍ଯ୍ୟ ସଂଗ୍ରହରେ ରତ ରହନ୍ତି; ସ୍ବଧର୍ମ ପାଳନରୁ ବିରତ ହୁଅନ୍ତି; ଶରୀରକୁ ସର୍ବୋପରି ମନେ କରୁଥିବାରୁ ଆତ୍ମୋନ୍ନତି ପ୍ରତିଧ୍ୟାନ ଦିଅନ୍ତି ନାହିଁ, ଅଧର୍ମ ଓ ପାପାଚରଣରେ ଲିପ୍ତ ହୁଅନ୍ତି । ଏପରି ବ୍ୟକ୍ତିଙ୍କ ପାଇଁ ପ୍ରକୃତ ସୁଖ ଓ ଶାନ୍ତି ଦୁର୍ଲଭ । କସ୍ତୁରୀ ମୃଗର ନାଭିରେ କସ୍ତୁରୀ ଥାଏ; କିନ୍ତୁ ତା’ର ସୁରଭିରେ ମୁଗ୍ଧ ହୋଇ ସେ ସମଗ୍ର ଅରଣ୍ୟରେ ତାହା ଖୋଜିଦୁଲେ । ଆତ୍ମା ମୂଳତଃ ଶାନ୍ତି ଓ ସୁଖ ସ୍ବରୂପ । କିନ୍ତୁ ମନୁଷ୍ୟ ସାଂସାରିକ ବିଷୟ ଓ ବୈଭବ ମଧ୍ୟରେ ସୁଖ ଓ ଶାନ୍ତିର ଅନ୍ୱେଷଣ କରେ । ନିଜ ଅଭ୍ୟନ୍ତରରେ ଥିବା ବସ୍ତୁକୁ ବାହାରେ ଖୋଜିଲେ ମିଳିବ କିପରି? ସେଥିପାଇଁ ଦେହାଭିମାନୀ ଓ ଈଶ୍ୱର ବିମୁଖ ବ୍ୟକ୍ତି ବୁଦ୍ଧିହୀନ, ନାସ୍ତିକ, ଅଶାନ୍ତ ଓ ଦୁଃଖୀ ହୁଅନ୍ତି ।
ମନ ହେଉଛି ସମସ୍ତ ଇନ୍ଦ୍ରିୟମାନଙ୍କର ରାଜା । ବୁଦ୍ଧିକୁ ହରଣ କରିବା ପାଇଁ ଇନ୍ଦ୍ରିୟମାନେ ପ୍ରଥମେ ବଶୀଭୂତ କରନ୍ତି । କାରଣ ଇନ୍ଦ୍ରିୟମାନଙ୍କ ଅପେକ୍ଷା ମନ ଓ ମନ ଅପେକ୍ଷା ବୁଦ୍ଧି ବଳବାନ ଅଟେ । “ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ । ମନ ସସ୍ତୁ ପରା ବୁଦ୍ଧି ର୍ଯୋ ବୁଦ୍ଧେଃ ପରତସ୍ତୁ ସଃ” ।ାମୀ-୩/୪୨ାା ପ୍ରତ୍ୟେକ ଇନ୍ଦ୍ରିୟର ନିଜସ୍ବ ବିଷୟ ରହିଛି । ଯଥା;କର୍ଣ୍ଣେନ୍ଦ୍ରିୟର ଶଦ୍ଧ, ଦର୍ଶେନିନ୍ଦ୍ରିୟର ରୂପ; ଘ୍ରାଣେନ୍ଦ୍ରିୟର ଗନ୍ଧ; ରସ ନେନ୍ଦ୍ରିୟର ସ୍ବାଦ ଓ ସ୍ପର୍ଶେନ୍ଦ୍ରିୟର ସ୍ପର୍ଶ । କୌଣସି ଗୋଟିଏ ଇନ୍ଦ୍ରିୟ ଯଦି ନିଜ ବିଷୟ ପ୍ରତି ମନକୁ ଆକର୍ଷଣ କରେ ତେବେ ବୁଦ୍ଧିର ସମତା ନଷ୍ଟ ହୁଏ । ସମତା ବିନା ବୁଦ୍ଧି ଏକ ନିଶ୍ଚୟାତ୍ମିକା ହୋଇପାରେ ନାହିଁ । ସଂସାର ସାଗର ପାରି ହେଲେ ପରମାତ୍ମା ମିଳନ ହୁଏ । ଏହାକୁ ଅତିକ୍ରମ କରିବା ପାଇଁ ଏକ ନିଶ୍ଚାୟାତ୍ମିକା ବୁଦ୍ଧି ରୂପକ ନୌକା ଆବଶ୍ୟକ । ମନ ପବନ ଦ୍ୱାରା ବାହିତ ହୋଇ ଏହି ନୌକା ଭବ ସମୁଦ୍ର ଉୀର୍ଣ୍ଣ ହୁଏ । ସମୁଦ୍ର ପଥରେ ଯାତ୍ରା କଲାବେଳେ ହଠାତ ତୋଫାନ ଆସେ । ଏହାଦ୍ୱାରା ବାୟରୁ ଗତି ବିପରୀତ ମୁଖୀ ହୋଇ ନୌକା ବିପଥଗାମୀ ବା ଜଳମଗ୍ନ ହୁଏ । ଠିକ ସେହିପରି ଇନ୍ଦ୍ରିୟଗଣ ମନକୁ ନିଜ ନିଜ ବିଷୟ ଅନୁରୂପ ଅନୁଗାମୀ କରିବା ପାଇଁ ପ୍ରବଳ ·ପ ପକାନ୍ତି । କୌଣସି ଗୋଟିଏ ଇନ୍ଦ୍ରିୟ ଦ୍ୱାରା ମଧ୍ୟ ଯଦି ମନ ବଶୀଭୂତ ହୋଇଯାଏ ତେବେ ବୁଦ୍ଧି ବିପଥଗାମୀ କିମ୍ବା ଭ୍ରଷ୍ଟ ହୁଏ । ତେଣୁ ମନକୁ ବଶୀଭୂତ କରି ବୁଦ୍ଧିକୁ ସ୍ଥିର ରଖିବାକୁ ହେବ । ବୁଦ୍ଧି ସ୍ଥିର ହେଲେ ମମତାରେ ସ୍ଥିତ ହୁଏ । ଏହି ସ୍ଥିତି ପରମାତ୍ମାଙ୍କ ସହିତ ଯୁକ୍ତ କରେ । ଇନ୍ଦ୍ରିୟ ନିଗ୍ରହ ଦ୍ୱାରା ମନ ବଶୀଭୂତ ହୁଏ । ଇନ୍ଦ୍ରିୟମାନଙ୍କୁ ରାଗ ଓ ଦ୍ୱେଷରୁ ମୁକ୍ତ କରି ବିଧି ପୂର୍ବକ ବିଷୟ ସେବନ କରିବା ହେଉଛି ସେମାନଙ୍କ ନିଗ୍ରହ । ରାଗ-ଦ୍ୱେଷଯୁକ୍ତ ଇନ୍ଦ୍ରିୟମାନଙ୍କୁ ବିଷୟ ସେବନ କରିବାକୁ ଦେଲେ ସେମାନେ ବଳବାନ ହୁଅନ୍ତି । ଇନ୍ଦ୍ରିୟଗଣ ବଳବାନ ହେଲେ ମନ ଦୁର୍ବଳ ହୁଏ । ମନକୁ ବଳବାନ କରିବା ପାଇଁ ଇନ୍ଦ୍ରିୟମାନଙ୍କୁ ସେମାନଙ୍କ ବିଷୟଠାରୁ ନିଗ୍ରହ କରିବାକୁ ହେବ । ଇନ୍ଦ୍ରିୟମାନେ ସ୍ବେଚ୍ଛାପୂର୍ବକ ବିଷୟ ଗ୍ରହଣ କରିବାକୁ ସମର୍ଥ ନ ହେଲେ ଦୁର୍ବଳ ହୁଅନ୍ତି ଓ ମନକୁ ନିଜ ଅନୁଗାମୀ କରିପାରନ୍ତି ନାହିଁ । ଏପରି ଅବସ୍ଥାରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ବୁଦ୍ଧି ରୂପକ ନୌକା ନିଶ୍ଚଳ ଓ ନିର୍ବିଘ୍ନ ଭାବରେ ଭବ-ସମୁଦ୍ର ପାରି ହୋଇଯାଏ (ଗୀ-୨/୬୭)
ମନ-ବୁଦ୍ଧି ଦ୍ୱାରା ଇନ୍ଦ୍ରିୟଗୁଡିକୁ ସମ୍ପୂର୍ଣ୍ଣ ଭାବେ ଜୟ କରିବା ସମ୍ଭବ ନୁହେଁ । ଦେହ ଅଭିମାନ ତ୍ୟାଗ କରି ସର୍ବୋତଭାବେ ପରମାତ୍ମାପରାୟଣ ହେବାକୁ ପଡିବ । ସମସ୍ତ ବିଷୟ ପ୍ରତି ଅନୁରାଗ ପରିତ୍ୟାଗ କରି ଭଗବତ୍ ପ୍ରାପ୍ତିକୁହିଁ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ଆନ୍ତରିକତାର ସହିତ ସ୍ବୀକାର କରିବାକୁ ପଡିବ । ଇନ୍ଦ୍ରିୟମାନଙ୍କୁ ସଂଯତ କରି ଈଶ୍ୱରୀୟ ସ୍ମୃତିରେ ମନ ନିବେଶ ନ କଲେ ସେମାନେ (ମନ ଓ ଇନ୍ଦ୍ରିୟ) ବିଷୟ ଚିନ୍ତିାରେ ନିବିଷ୍ଟ ରହିବେ । ମନ ଇନ୍ଦ୍ରିୟଗଣ ସଂଯତ ନ ହେବା ପର୍ଯ୍ୟନ୍ତ ବୁଦ୍ଧି ପରମାତ୍ମା ସ୍ମୃତିରେ ରହେ ନାହିଁ । ଆତ୍ମ ବିସ୍ମୃତିହିଁ ପରମାତ୍ମାଙ୍କ ପ୍ରତି ବିମୁଖତାର ପ୍ରଧାନ କାରଣ । ଆତ୍ମ ଜ୍ଞାନ ଅଭାବରୁ ମଣିଷ ସତ୍ ଓ ଅସତ୍ର ଭେଦ ନିର୍ଣ୍ଣୟ କରି ପାରେ ନାହିଁ । ତେଣୁ ସେ ପଶୁମାନଙ୍କ ପରି ଆହାର, ବିହାର, ମୈଥୁନ ଆଦି ଦେହ ସମ୍ପର୍କିତ କି୍ରୟାଗୁଡିକୁ ହିଁ ଜୀବନର ଏକମାତ୍ର ଧ୍ୟେୟ ବୋଲି ମାନି ଚଳେ । ଜ୍ଞାନେନ ହୀନା ପଶୁଭିଃ ସମାନା । ଅନ୍ୟପକ୍ଷରେ ଆତ୍ମଜ୍ଞାନୀର ଅନ୍ତଃକରଣ ସମୁଦ୍ର ପରି ବିଶାଳ ଓ ଈଶ୍ୱରୀୟ ପ୍ରେମରେ ସଦା ପରିପୂର୍ଣ୍ଣ ଥିବାରୁ କାମନା-ବାସନାର ପ୍ରବହରେ ଆଦୌ ଦୁଷିତ ହୁଏ ନାହିଁ । ସେ ଈଶ୍ୱରୀୟ ମର୍ଯ୍ୟାଦା ରୂପକ କୂଳ ଲଘଂନ କରେ ନାହିଁ । ଭୋଗଲିପ୍ସୁ ଅଳ୍ପକେ ବାସନା ଦ୍ୱାରା ପ୍ରତାଠିତ ହୋଇ ମର୍ଯ୍ୟାଦାର କୂଳ ଲଙ୍ଗନ କରେ । ଏଭଳି ମାନସିକ ଶାନ୍ତି ଅଭାବରେ ସଦା ସର୍ବଦା ରୋଗ ଶୋକ ଦୁଃଖରେ ପୀଡିତ ଥାନ୍ତି ।
Comments
Post a Comment