“ଶିବରାତ୍ରୀର ଆଧ୍ୟାତ୍ମିକ ରହସ୍ୟ”----- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର


“ଶିବରାତ୍ରୀର ଆଧ୍ୟାତ୍ମିକ ରହସ୍ୟ” 

ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼
           ବେଦ,ପୁରାଣ, ଉପନିଷଦ ଆଦିରେ ଶିବଙ୍କ ବିଷୟରେ ଅନେକ ରୋଚକପୂର୍ଣ୍ଣ କଥା ସବୁ ବର୍ଣ୍ଣିତ ହୋଇଛି  । ସନାତନ ଧର୍ମରେ ବିଶ୍ୱାସ ରଖୁଥିବା ଆମେ ସମସ୍ତେ ଅଳ୍ପେ ବହୁତେ ସେସବୁ ଜାଣୁ  । କିନ୍ତୁ କେତେଜଣ ଆମ ମଧ୍ୟରୁ ଏହି ଆଖ୍ୟାନ ମଧ୍ୟରେ ଲୁକ୍କାୟିତ ଜ୍ଞାନ ବା ସତ୍ୟ ପର୍ଯ୍ୟନ୍ତ ପହୁôବାକୁ ଚେଷ୍ଟ କରନ୍ତି ? ଆମକୁ ଏକଥା ମନେ ରଖିବାକୁ ହେବ ଯେ ଆମର ପୌରାଣିକ ଗ୍ରନ୍ଥ ସମୂହ ଐତିହାସିକ ଶୈଳୀରେ ଲେଖା ନ ହୋଇ କାବି୍ୟକ ରୀତିରେ ରଚିତ ହୋଇଛି  । ତେଣୁ ଏଥିରେ ଉପମା, ଅଳଙ୍କାରର ପ୍ରାଧାନ୍ୟ ରହିବା ସ୍ୱାଭାବିକ  । ରୁଟି ପାଇଁ ଅଟା ଚକଟିଲା ବେଳେ ସେଥିରେ ମିଶାଯାଉଥିବା ଲୁଣ ଯେପରି ଅତି ଅଳ୍ପ, ଠିକ୍ ସେହିପରି ବେଦ, ପୁରାଣାଦି ବର୍ଣ୍ଣନା ·ତୁରୀ ମଧ୍ୟରେ କବିର ଜ୍ଞାନ ଲିକ୍କାୟିତ ରହେ  । କବି ତା’ର କଳ୍ପନା ଚକ୍ଷୁରେ ଯାହ ଦେଖେ, ତାକୁ ଭାଷା ଦ୍ୱାରା ପ୍ରକାଶ କରିବାକୁ ଚେଷ୍ଟା କରେ  । କବିର ଲେଖନୀ ଜଡତା ମଧ୍ୟରେ  ଚେତନା ସୃଷ୍ଟି କରି ପାରେ  । ତା’ର ପ୍ରଖର କଳ୍ପନା ଶକ୍ତି ସ୍ୱତଃସ୍ଫୂର୍ ଭାବେ ଭାଷାଦ୍ୱାରା ଚିତ୍ରିତ ହୋଇଯାଏ  । ତେଣୁ ଇଂରାଜୀର ଜଣେ ପ୍ରସିଦ୍ଧ ଦାର୍ଶନିକ ଓ କବି କତିବାର ପରିଭାଷା କରିବାକୁ ଯାଇ କହନ୍ତି :-“ଚକ୍ଟରଗ୍ଧକ୍ସଚ୍ଚ ସଗ୍ଦ ବ ଗ୍ଦକ୍ଟ୍ରକ୍ଟଦ୍ଭଗ୍ଧବଦ୍ଭରକ୍ଟଙ୍କଗ୍ଦ କ୍ଟଙ୍ଖରକ୍ସଲକ୍ଷକ୍ଟଙ୍ଗ କ୍ଟଲ କ୍ଟ୍ରକ୍ସଙ୍ଗରକ୍ସଲଙ୍କକ୍ଷ ଲରରକ୍ଷସଦ୍ଭଶ” ଆମର ସମସ୍ତ ପୌରାଣିକ ଗ୍ରନ୍ଥ ମଧ୍ୟ ଏକ ଏକ ମହାନ କାବ୍ୟ  । ଏହିସବୁ ଭାରତୀୟ ପରମ୍ପରା ଏକ ଏକ ଅନବଦ୍ୟ କୃତି  । ଆଧ୍ୟାତ୍ମିକ ଜ୍ଞାନକୁ ସେମାନେ ପୌରାଣିକ କଥା ଆଧାରରେ କାବି୍ୟକ ପରିପାଟୀରେ ଯେପରି ଚିତ୍ରିତ କରି ଯାଇଛନ୍ତି; ତାହା ସମଗ୍ର ବିଶ୍ୱରେ ଅଦ୍ୱିତୀୟ ଓ ଅତୁଳନୀୟ  । ତେଣୁ ଏସବୁ ପୌରାଣିକ ଗ୍ରନ୍ଥରେ ଉଲ୍ଲିଖିତ ବିଭିନ୍ନ କଥାନକକୁ ଶାଦ୍ଧିକ ଅର୍ଥଦ୍ୱାରା ଅଧ୍ୟୟନ ନ କରି ତା’ ମଧ୍ୟରେ ଥିବା ଆଧ୍ୟାତ୍ମିକ ରହସ୍ୟକୁ ବୁଝିଲେ ଅଧିକ ଉପକାର ମିଳେ  । 
          କୌଣସି ବିଷୟରେ ସଠିକ ଜ୍ଞାନ ନ ହେଲେ ତା’ର ଉପାଦେୟତା ଅନୁଭବ କରି ହୁଏ ନାହିଁ  । ମାଙ୍କଡ ପାଇଁ ମୋତିହାର ମୂଲ୍ୟହୀନ; କାରଣ ମୋତିର ମୂଲ୍ୟାଙ୍କନ କରିବାର ସାମର୍ଥ୍ୟ ତା’ର ନଥାଏ  । ସେହିପରି ଆମେ ପ୍ରତିବର୍ଷ ଶିବରାତ୍ରୀ ପାଳନ କରୁଁ, ପ୍ରତିଦିନ ଶିବ ମନ୍ଦିର ଯାଉଁ, ରାତ୍ରୀ ଅନିଦ୍ରା ରହି ଶିବଙ୍କ ଉପାସନା କରୁଁ; ଶିବଲିଙ୍ଗରେ ଜଳ ଢ଼ାଳୁ, ବେଲପତ୍ର ଚଢ଼ାଉଁ; କିନ୍ତୁ ଏହାର ଯଥାର୍ଥତା ବା ଏହା ମଧ୍ୟରେ ଥିବା ଆଧ୍ୟାମିôକ ରହସ୍ୟ ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣାନାହିଁ  । ପରମ୍ପରା କ୍ରମେ ଆବହମାନ କାଳରୁ ପ୍ରଚଳିତ ଏହି ପ୍ରଥା ପାଳନ ଦ୍ୱାରା ଶିବଙ୍କ ପ୍ରତି ଆମର ଶ୍ରଦ୍ଧା ଓ ବିଶ୍ୱାସ ଅବଶ୍ୟ ପ୍ରକଟିତ ହେଉଛି; ଏବଂ ଆମକୁ କିଛି ସାମୟିକ ଶାନ୍ତି ମିଳୁଛି; କିନ୍ତୁ ଏହା ଦ୍ୱାରା ଆମର ପାପ ତାପ ହ୍ରାସ ହେଉନାହିଁ  । ବର୍ମାନ ପ୍ରଶ୍ନ ଉଠେ ଯେ; ପାପ ତାପର ବିନାଶ କର୍ା ପରମାତ୍ମା ଶିବଙ୍କୁ ପରମ୍ପରାରୁ ପ୍ରାପ୍ତ ପ୍ରଥାରେ ଭକ୍ତି ସହିତ ପୂଜା ଅର୍ଚ୍ଚନା କରି ମଧ୍ୟ ଆମ ଭିତରେ ଥିବା କଳୁଷିତ ସଂସ୍କାର ଦୂରୀଭୂତ ହେଉନାହିଁ କାହିଁକି ? ଆମେ ପାପମୁକ୍ତ ହେଉନାହୁଁ କାହିଁକି ? ଏହାର ମୂଳ କାରଣ ହେଉଛି ଆମେ ପ୍ରକୃତ ବିଧିର ଅନୁସରଣ କରୁନାହିୁଁ  । କୌଣସି ବ୍ୟକ୍ତିର ସମ୍ପୂର୍ଣ୍ଣ ପରିଚୟ ବା ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସମ୍ୟକ ଧାରଣା ନ ହେବା ପର୍ଯ୍ୟନ୍ତ ତାଙ୍କ ପ୍ରତି ସ୍ନେହ ବା ସମ୍ମାନ ଉପôନ୍ନ ହୁଏ ନାହିଁ  । ଉଦାହରଣ ସ୍ୱରୂପ : ଆମେ ରେଳଯାତ୍ରା ବା ବିମାନ ଯାତ୍ରା କରୁଥିବା ବେଳେ ଆମ ପାଶ୍ୱର୍ରେ ବସିଥିବା ବ୍ୟକ୍ତିଙ୍କ ସହ ଆଳାପ ଆଲୋଚନା ହେଉ ବା ଅନ୍ୟ କୌଣସି ସୂତ୍ରରୁ ହେଉ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ନ ଜାଣିବା ପର୍ଯ୍ୟନ୍ତ ଆମେ ତାଙ୍କ ପ୍ରତି ଉପେକ୍ଷା ଭାବ ପ୍ରଦର୍ଶନ କରୁଁ ବା କେବଳ ସୌଜନ୍ୟମୂଳକ ବ୍ୟବହାର ଦେଖାଉଁ  । କିନ୍ତୁ ଯେତେବେଳେ ଜାଣିପାରୁ ଯେ; ସେହି ବ୍ୟକ୍ତି ଜଣକ ଦେଶର ଜଣେ ବିଶିଷ୍ଟ ରାଜନେତା, ମନ୍ତ୍ରୀ ବା ପଦସ୍ଥ ସରକାରୀ କର୍ମ·ରୀ, ତେବେ ତାଙ୍କ ପ୍ରତି ଆମର ସ୍ନେହ, ସମ୍ମାନ ସ୍ୱତଃ ଉପôନ୍ନ ହୁଏ  । ଠିକ୍ ସେହିପରି ପରମାତ୍ମା ଶିବଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆମେ ନ ଜାଣିବା ପର୍ଯ୍ୟନ୍ତ ତାଙ୍କ ପ୍ରତି ଆନ୍ତରିକ ସ୍ନେହ ଓ ଭକ୍ତି ଉଦୟ ହେବ ନାହିଁ  । ଆଲୋଚିତ ପ୍ରବନ୍ଧରେ ଶିବଙ୍କର ପ୍ରକୃତ ପରିଚୟ; ତାଙ୍କ ସହିତ ଆମର ସମ୍ପର୍କ, ଶିବରାତ୍ରୀର ବାସ୍ତବିକ ପରିଚୟ ଦ୍ୱାରା ଲାଭ ଓ ଏହାର ଆଧ୍ୟାତ୍ମିକ ସ୍ୱରୂପ ବିଷୟରେ ଯଥା ସମ୍ଭବ ଆଲୋକପାତ କରାଯାଉଛି  । ଏତତ୍ ସମ୍ବନ୍ଧିତ ଆଧ୍ୟାତ୍ମିକ ଜ୍ଞାନ ଉପଲବ୍ଧି ବିନା ଶିବରାତ୍ରୀ ପାଳନର ଯଥାର୍ଥ ଉଦ୍ଧେଶ୍ୟ ପୂରଣ ହେବ ନାହିଁ  । ଏହା କେବଳ ଏକ ପାରମ୍ପାରିକ ଉସôବରେ ହିଁ ପାଳିତ ହେଉଥିବା  । ଏହାଦ୍ୱାରା ଆମେ କୌଣସି ଚିରସ୍ଥାୟୀ ଲାଭ ପାଇ ପାରିବା ନାହିଁ  । 
             ପୁନଶ୍ଚ ମନରେ ଶଙ୍କା ଉଠିପାରେ ଯେ, ଭଗବାନଙ୍କ ଭକ୍ତିରେ ଲାଭ କ୍ଷତିରେ ପ୍ରଶ୍ନ ଉଠୁଛି କେଉଁଠୁ ? ଗୀତାରେ ଭଗବାନ କହିଛନ୍ତି ଯେ ହାନିଲାଭ, ଜୟ-ପରାଜୟ, ମାନ-ଅପମାନରେ ସମଭବାପନ୍ନ ହୁଅ  । କିନ୍ତୁ ଏଠାରେ ଏହାର ଅର୍ଥ ଜାଣି ଶୁଣି ନିଜର ହାନି କରିବା ଉଚିତ ନୁହେଁ  । କେହି ନିଜର ପରାଜୟ ବା ଅପମାନ ·ହେଁ ନାହିଁ  । ଆମେ ଏପରି ଆଧ୍ୟାତ୍ମିକ କଥା ଶୁଣିବା ଉଚିତ, ଯେଉଁଥିରେ କିଛି ଲାଭ ହୋଇ ପାରୁଥିବ, ଆଧ୍ୟାତ୍ମିକତାର ଉଦ୍ଧେଶ୍ୟ ହେଲା :- ପବିତ୍ରତା, ସଦା·ର, ମନ ଶାନ୍ତି, ଭଲକଥା ପ୍ରତି ମନର ରୁଚି, ଚିରେ ପ୍ରସନ୍ନତା, ଆତ୍ମାରେ ଆନନ୍ଦର ବୃଦ୍ଧି  । ଯାହା ଶୁଣିବା ଦ୍ୱାରା ମନୁଷ୍ୟ ମନରେ ଆଧ୍ୟାତ୍ମିକ ଜାଗୃତି ପରିବେର୍ ଆଳସ୍ୟ, ଅବହେଳା, ଅବଜ୍ଞା, କୁଣ୍ଠା, ମନର ମଳିନତା, ଆତ୍ମାର ପତିତୋନ୍ମୁଖୀତା ଏବଂ ଅନ୍ତରାତ୍ମା ଅଭିଶପ୍ତ ଅନୁଭବ କରିବାକୁ ଲାଗେ, ତାହା ଆଧ୍ୟାତ୍ମିକ କଥା ହୋଇ ନ ପାରେ  । ସମ୍ପ୍ରତି ସାମ୍ପ୍ରଦାୟିକତା ବିଷ ମାନବ ସମାଜର ଆଧ୍ୟାତ୍ମିକ ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି  । ଆଜିର ସାମାଜିକ ପରିଦୃଶ୍ୟରୁ ଏହା ପ୍ରମାଣିତ ଯେ, ପାରମ୍ପାରିକ ରୀତିରେ ପଢ଼ିଆସୁଥିବା ପୁରାଣ ବା ନିତ୍ୟ ଶ୍ରାବ୍ୟ କଥା ମାନବ ସମାଜରେ ଆଧ୍ୟାତ୍ମିକ ବିକାଶ ଘଟାଇ ପାରୁ ନାହିଁ  । କେବଳ ସତ୍ୟଜ୍ଞାନର ପ୍ର·ର-ପ୍ରସାର ଦ୍ୱାରାହିଁ ମଣିଷ ମନରେ ଥିବା ସାମ୍ପ୍ରାଦାୟିକତା ଭାବ ଧାର୍ମିକ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଅହେତୁକ ଭୌତିକ ଆକର୍ଷଣ ଦୂରୀଭୂତ ହୋଇ ପାରିବ  । ଏହି ସତ୍ୟ ଜ୍ଞାନର ପ୍ରାପ୍ତି କେବଳ ସତ୍ୟ-ଶିବ-ସୁନ୍ଦର ପରମାତ୍ମାଙ୍କ ଠାରୁହିଁ ସମ୍ଭବ  । ତେଣୁ ସଂସାରରେ ଯେତେବେଳେ ଏହିପରି ଏକ ଧର୍ମଗ୍ଲାନିର ସମୟ ଉପସ୍ଥିତ ହୁଏ ବା ଯେତେବେଳେ ସର୍ବତ୍ର ଅଜ୍ଞାନ ଅନ୍ଧକାର ଘୋଟି ଆସେ ସେତେବେଳେ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ସର୍ବାତ୍ମାଙ୍କ ପିତା ପରମାତ୍ମା ଶିବ ପରମଧାମରୁ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରି ସତ୍ୟଜ୍ଞାନ ପ୍ରଦାନ କରନ୍ତି  । ତେଣୁ ତାଙ୍କର ଜ୍ଞାନ ପୁରାଣ ପୁସ୍ତକ ବା ପ୍ରଚଳିତ ବିଶ୍ୱାସଠାରୁ ଭିନ୍ନ ହୁଏ  । ଯେଉଁ ସତ୍ୟାନ୍ୱେଷୀ ବ୍ୟକ୍ତି ଏହାକୁ ଅନୁଶୀଳନ କରି ଜୀବନରେ ପ୍ରୟୋଗ କରନ୍ତି ସେମାନେ ଏହାର ଯଥାର୍ଥତା ଅନୁଭବ କରି ପାରନ୍ତି  । 

ପରମାତ୍ମା ଶିବ କିଏ ? 

             ପରମାତ୍ମାଙ୍କୁ ଚିହ୍ନିବା ପାଇଁ ମୁଖ୍ୟତଃ ତାଙ୍କ, ପାଟି ଲକ୍ଷଣର ପ୍ରତ୍ୟକ୍ଷତା ଅନୁଭବ କରିବା ଆବଶ୍ୟକ  । ସେଗୁଡ଼ିକ ହେଲା- (୧) ସର୍ବୋଚ୍ଚତା - ପରମାତ୍ମା ସର୍ବୋପରି, ତାଙ୍କ ଉପରେ ଆଉ କେହି ନାହିଁ  । ପରମାତ୍ମା ଶବ୍ଦ ମଧ୍ୟ ପରମ ବା ଶ୍ରେଷ୍ଠ ଆତ୍ମାଙ୍କୁ ବୁଝାଏ  । ଅର୍ଥାତ୍ ଆତ୍ମାମାନଙ୍କ ମଧ୍ୟରେ ଯିଏ ସର୍ବୋଚ୍ଚ, ସିଏ ହିଁ ପରମାତ୍ମା ପଦବାଚ୍ୟ  । (୨) ସର୍ବଜ୍ଞ - ପରମାତ୍ମା ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ପ୍ରତିଟି ରହସ୍ୟ ଜାଣନ୍ତି, ତେଣୁ ସେ ସର୍ବଜ୍ଞ  । ଅନେକେ ସର୍ବଜ୍ଞର ଅର୍ଥ ସମସ୍ତଙ୍କ ହୃଦୟର କଥା ଜାଣିବାର ଅର୍ଥରେ ନିଅନ୍ତି ଓ ସେହି ଦୃଷ୍ଟିରୁ ପରମାତ୍ମାଙ୍କୁ ଅନ୍ତର୍ଯ୍ୟାମୀ ବୋଲି କହନ୍ତି  । ଏଥିପାଇଁ ସେମାନଙ୍କ ଧାରଣା ଯେ ପରମାତ୍ମା ସମସ୍ତଙ୍କ ହୃଦୟରେ ଅବସ୍ଥାନ କରନ୍ତି  । ପ୍ରକୃତରେ ଏହା ସତ୍ୟ ନୁହେଁ  । ଏହା ଅନ୍ୟ ଏକ ବିଷୟ ହୋଇଥିବାରୁ ଏବଂ ଏଥିପାଇଁ ଯଥେଷ୍ଟ ସ୍ଥାନର ଆବଶ୍ୟକତା ଦୃଷ୍ଟିରୁ ଏଠାରେ ଏହାର ବିସ୍ତୁତ ଆଲୋଚନା କରିବା ସମ୍ଭବ ନୁହେଁ  । ଏଠାରେ କେବଳ ପରମାତ୍ମାଙ୍କୁ ସମସ୍ତ ଆଧ୍ୟାତ୍ମିକ ଜ୍ଞାନର ଆଧାର ବା ଜ୍ଞାତା ବୋଲି ସ୍ୱୀକାର କରି ସର୍ବଜ୍ଞର ଅର୍ଥ କରାଯାଇଛି  । (୩) ସର୍ବଧର୍ମମାନ୍ୟ - ସମସ୍ତ ଆତ୍ମା ପରାମାତ୍ମାଙ୍କ ସନ୍ତାନ  । ତେଣୁ ଆମେ ପ୍ରାର୍ଥନା କରୁ ତ୍ୱମେବ ମାତାଶ୍ଚ ପିତା ........  । ସେ ସମସ୍ତଙ୍କ  ପିତା; ତେଣୁ ତାଙ୍କୁ ପରମପିତା କୁହାଯାଏ  । ଅର୍ଥାତ୍ ତାଙ୍କର କେହି ଶାରୀରିକ ପିତା ନାହିଁ  । ଶାରୀରିକ ଦୃଷ୍ଟିରୁହିଁ ବିଭିନ୍ନ ଧର୍ମ ସମ୍ପ୍ରଦାୟର ସୃଷ୍ଟି  । ଦେବୀ-ଦେବତା ସଂସ୍କୃତିର ଅନୁସରଣ କରୁଥିବା ସମ୍ପ୍ରଦାୟଙ୍କୁ ହିନ୍ଦୁ କୁହାଯାଏ  । ତେଣୁ ହିନ୍ଦୁ ଶବ୍ଦ କୌଣସି ଏକ ନିର୍ଦ୍ଧିଷ୍ଟ ମତବାଦ ବିଶ୍ୱାସ କରୁଥିବା ଗୋଷ୍ଠୀକୁ ସୂଚୀତ କରୁନାହିଁ; ବରଂ ଏହା ପ୍ରାଚୀନ ଭାରତୀୟ ଦେବୀ-ଦେବତା ସଂସ୍କୃତିର ନବୀନ ନାମକରଣ  । ସେହିପରି ଯୀଶୁଖ୍ରୀଷ୍ଟଙ୍କ ଉପାସକଙ୍କୁ ଖ୍ରୀଷ୍ଟିୟାନ, ହଜରତ୍ ମହମ୍ମଦଙ୍କ ଉପାସକଙ୍କୁ ମୁସଲମାନ, ବୁଦ୍ଧଙ୍କ ଉପସକଙ୍କୁ ବୌଦ୍ଧ, ମହାବୀରଙ୍କ ଉପସାକଙ୍କୁ ଜୈନ, ଗୁରୁନାନକ ଦେବଙ୍କୁ ଶ୍ରଦ୍ଧା ବା ବିଶ୍ୱାସ କରୁଥିବା ସମ୍ପ୍ରଦାୟଙ୍କୁ ଶିଖ୍ ବୋଲି କୁହାଯାଏ  । କିନ୍ତୁ ଏହିସବୁ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ଯେଉଁ ଏକ ସାକୁ ବିଶ୍ୱାସ କରନ୍ତି ସେହିଁ ପ୍ରକୃତରେ ପରମାତ୍ମା ପଦବାଚ୍ୟ  । (୪) ସର୍ବଶକ୍ତିମାନ - ଏଠାରେ ଏହାର ଅର୍ଥ ଶାରୀରିକ ଶକ୍ତିକୁ ବୁଝାଉ ନାହିଁ  । କାରଣ ପରମାତ୍ମା ଅଶରୀରୀ ଅଟନ୍ତି  । ପରମାତ୍ମା ଅକଳନୀୟ ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ  । ତେଣୁ ତାଙ୍କୁ ଯଥାର୍ଥ ରୀତିରେ ସ୍ମରଣ କରୁଥିବା ବ୍ୟକ୍ତି ମଧ୍ୟରେ ଆଧ୍ୟାତ୍ମିକତା ପରିଦୃଶ୍ୟ ହୁଏ  । ତାଙ୍କର ଏହି ଶକ୍ତି ଅତୁଳନୀୟ  । କୌଣସି ଶରୀରଧାରୀ ଆତ୍ମା ପରମାତ୍ମାଙ୍କ ସଦୃଶ ଅପରିମିତ, ଅପରବର୍ନୀୟ, ଆଧ୍ୟାତ୍ମିକ ଶକ୍ତି ସମ୍ପନ୍ନ ହୋଇ ନ ପାରନ୍ତି  । ତେଣୁ ଯେତେ ବଡ଼ ଦୁରା·ରୀ, ପାପାତ୍ମା ହେଉ ନା କାହିଁକି ପରମାତ୍ମାଙ୍କୁ ବିଧିପୂର୍ବକ ସ୍ମରଣ କଲେ ତା’ର ସମସ୍ତ ପାପ କ୍ଷୟ ହୁଏ  । ସେ ବିଶ୍ୱର ସର୍ବଶ୍ରେଷ୍ଠ ଆତ୍ମା ରୂପେ ନିଜକୁ ପ୍ରତିଷ୍ଠିତ କରିବାକୁ ସକ୍ଷମ ହୋଇପାରେ  । ଏହି ଅର୍ଥରେ ପରମାତ୍ମା ସର୍ବଶକ୍ତିମାନ  । (୫) ପରମାତ୍ମା ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି - କାରଣ ସେ ମାତୃଗର୍ଭରୁ ଜନ୍ମ ହୋଇ ଶରୀର ଧାରଣ କରନ୍ତି ନାହିଁ  । ଜୀବାତ୍ମା କର୍ମର ଅଧୀନ ହୋଇଥିବାରୁ ତା’ର ଭଲ ବା ମନ୍ଦ ଫଳ ଭୋଗ କରିବା ପାଇଁ ଶରୀର ଧାରଣ କରିବାକୁ ବାଧ୍ୟ  । ପରମାତ୍ମା କର୍ମର ଅଧୀନ ହୋଇ ନ ଥିବାରୁ ତାଙ୍କୁ ତତ୍ ଜନିତ ଫଳ ଭୋଗ କରିବାର ଆବଶ୍ୟକତା ପଡେ ନାହିଁ  । ଅନ୍ୟ ପକ୍ଷରେ ତାଙ୍କର ପ୍ରକୃତିଜାତ ଶରୀର ନଥିବାରୁ ତାଙ୍କୁ  କର୍ମର ଫଳ ପ୍ରଭାବିତ କରିପାରେ ନାହିଁ  । ଏଥିପାଇଁ ତାଙ୍କୁ ଅକର୍ା ଓ ଅଭୋକ୍ତା ବୋଲି କୁହାଯାଇଛି  । ରାମଚରିତ ମାନସରେ ପରମାତ୍ମାଙ୍କ ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ ଗୋସ୍ୱାମୀ ତୁଳସୀଦାସ କହନ୍ତି :- ବିନୁ ପଦ ଚଲେ, ସୁନେ ବିନୁ କାନା, ବିନୁ କର କରମ କରେ ବିଧି ନାନା ............  । ପରମାତ୍ମାଙ୍କ ନିଜ ଶରୀର ନ ଥାଇ ମଧ୍ୟ ସୃଷ୍ଟିରେ ଅବତରଣ କରି କିପରି କର୍ମ କରନ୍ତି ? ସେ ସ୍ଥାପନା, ପାଳନ ଓ ବିନାଶ ଏହି ତିନି କର୍ମ କରିବାକୁ ଏକ ବୃଦ୍ଧ, ଅନୁଭବୀ ମାନବାତ୍ମାର ଶରୀରରେ ଦିବ୍ୟ ଅବତରଣ କରନ୍ତି  । ଏହି ଈଶ୍ୱରୀୟ ମାଧ୍ୟମର କର୍ବ୍ୟ ବାଚକ ନାମ ହେଉଛି “ପ୍ରଜାପିତା ବ୍ରହ୍ମା”  । ଏହିସବୁ ଲକ୍ଷଣ ଗୁଡ଼ିକରୁ ଆମେ ପରମାତ୍ମାଙ୍କୁ ଚିହ୍ନି ପାରିବା  । ଅନ୍ୟଥା ସାମ୍ପ୍ରଦାୟିକତା, ପାନ୍ଥିକ ମତଭିନ୍ନତା, ଧର୍ମଗ୍ରନ୍ଥ ମାନଙ୍କର ବିସ୍ତାରତା ଓ ସମ୍ପ୍ରତି ନିଜକୁ ଭଗବାନଙ୍କ ଅବତାର ରୂପେ ଉଦ୍ଘୋଷଣା କରୁଥିବା ତଥା କଥିତ ସିଦ୍ଧାତ୍ମା, ମହାତ୍ମା ବା ଧର୍ମାତ୍ମା ମାନଙ୍କ ମାୟାଜାଲରେ ଭ୍ରମିତ ହୋଇ ଆମେ କେତେବେଳେ ଯେ ଆଗାମୀ ମହାବିନାଶର କରାଳ ମୁଖବ୍ୟାଦାନ ମଧ୍ୟରେ ନିପତିତ ହୋଇ ପଡିବା, ତାହା ଜାଣିବା ବେଳକୁ ଆଉ କିଛି କରିବାର ସୁଯୋଗ ନଥିବ  । 
            ଉପର୍ଯୁକ୍ତ ପରିଚ୍ଛେଦରେ ପରମାତ୍ମାଙ୍କ ମୁଖ୍ୟ ପାଟି ଲକ୍ଷଣ ବିଷୟରେ ସଂକ୍ଷିପ୍ତ ଆଲୋଚନା କରାଯାଇଛି  । କିନ୍ତୁ କେବଳ ଏତିକି ଜାଣିଳେ ତାଙ୍କ ପାଖରେ ପହô ହେବ ନାହିଁ  । କୌଣସି ବ୍ୟକ୍ତିର ସମମ୍ପୂର୍ଣ୍ଣ ପରିଚୟ ପାଇବାକୁ ହେଲେ ମୁଖ୍ୟତଃ ତା’ ବିଷୟରେ ଛଅଟି ତଥ୍ୟ ଜାଣିବା ଏକାନ୍ତ ଆବଶ୍ୟକ, ଅନ୍ୟଥା ତା’ ପାଖରେ ପହô ତା’ ସହିତ ସମ୍ପର୍କ ସ୍ଥାପନ କରି ହେବ ନାହିଁ  । ପରମାତ୍ମାଙ୍କୁ ପାଇବା ପାଇଁ ମଧ୍ୟ ଏହି ଛଅଟି ତଥ୍ୟ, ଯଥା - ନାମ, ରୂପ, ଗୁଣ, ଧାମ, ସମୟ ଓ କର୍ବ୍ୟର ଯଥାର୍ଥ ପରି·ୟ ପାଇବା ଏକାନ୍ତ ଅପରିହାର୍ଯ୍ୟ  । ପରମାତ୍ମା ଅଶରୀରୀ ହୋଇଥିବାରୁ ତାଙ୍କୁ ଶ୍ରଦ୍ଧା  ପୂର୍ବକ ଯେଉଁ ନାମରେ ଯିଏ ବି ସ୍ମରଣ କରୁ ତାହା ତାଙ୍କର କର୍ବ୍ୟ ବାଚକ ନାମକୁ ହିଁ ସୂଚିତ କରେ  । କିନ୍ତୁ ସେ ଜଗତର କଲ୍ୟାଣ ପାଇଁ ସୃଷ୍ଟିରେ ଅବତରିତ ହେଉଥିବାରୁ ତାଙ୍କର ସ୍ୱକଥିତ କର୍ବ୍ୟ ବାଚକ ନାମ “ଶିବ” ଅଟେ  । “ଶିବ”ର ଆଭିଧାନିକ ଅର୍ଥ ମଧ୍ୟ କଲ୍ୟାଣକାରୀ  । ପରମାତ୍ମାଙ୍କ ଆତ୍ମିକ ରୂପ ହେଉଛି ଜ୍ୟୋତିବିନ୍ଦୁ ସ୍ୱରୂପ  । ବିଭିନ୍ନ ଧର୍ମର ଧର୍ମପିତାମାନେ ମଧ୍ୟ ପରମାତ୍ମାଙ୍କ ଏହି ରୂପର ସାକ୍ଷାତକାର କରିଛନ୍ତି  । ସେ ରୂପରେ ବିନ୍ଦୁ ହେଲେ ମଧ୍ୟ ଗୁଣରେ ସିନ୍ଧୁ  । ସେ ସମସ୍ତ ଈଶ୍ୱରୀୟ ଗୁଣ ଓ ଶକ୍ତିର ଉସô (ଝକ୍ଟଙ୍କକ୍ସମର) ହୋଇଥିବା ହେତୁ ହିଁ ତାଙ୍କୁ ବିନ୍ଦୁ ରୂପରେ ପରିକଲ୍ପନା କରାଯାଇଛି  । ସେ ପରମଧାମ ନିବାସୀ  । ଏହାକୁ ନିରାକାରଧାମ, ଅବ୍ୟକ୍ତଧାମ, ବôହ୍ମଲୋକ ଓ ମୁକ୍ତିଧାମ ଆଦି ନାମରେ ମଧ୍ୟ ନାମିତ କରାଯାଇ ପାରେ  । ଏଠାରେ ପରମାତ୍ମା ଆତ୍ମାମାନଙ୍କ ସହିତ ଅବସ୍ଥାନ କରନ୍ତି  । ଆତ୍ମାମାନେ ସ୍ୱ ସ୍ୱ ପ୍ରାରବ୍ଧକର୍ମ ଫଳ ଅନୁସାରେ ଏଠାରୁ ଭୂପୃଷ୍ଠରେ ଅବତରଣ କରି ପ୍ରକୃତି ସୃଷ୍ଟି ସ୍ତ୍ରୀ ବା ପୁରୁଷ ଶରୀର ଧାରଣ କରନ୍ତି ଓ ତଦନୁରୂପ ପୁନଶ୍ଚ କର୍ମରେ ପ୍ରବୃ ହୁଅନ୍ତି  । ତେଣୁ ସୃଷ୍ଟିକୁ ରଙ୍ଗମ ସହିତ ତୁଳନା କରାଯାଇଛି  । ସୃଷ୍ଟିର ମହାବିନାଶ ନ ହେବା ପର୍ଯ୍ୟନ୍ତ ଆତ୍ମାମାନେ ସ୍ୱଧାମ ପରମଧାମକୁ ପ୍ରତ୍ୟାବର୍ନ କରିପାରନ୍ତି ନାହିଁ  । ସୃଷ୍ଟି ମହାନାଟକର ଅନ୍ତିମ ଦୃଶ୍ୟରେ ଅର୍ଥାତ କଳି ଯୁଗର ଅନ୍ତିମ ଚରଣରେ ପୁନଶ୍ଚ ସୃଷ୍ଟିର ସ୍ଥାପନ, ପାଳନ ଓ ବିନାଶ ପାଇଁ ତାଙ୍କୁ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରିବାକୁ ପଡେ  । ପରମାତ୍ମାଙ୍କ ଉପରୋକ୍ତ ତିନି କର୍ମ ହିଁ ତାଙ୍କର ଦିବ୍ୟ କର୍ବ୍ୟ ଅଟେ  । ଏହି ଦିବ୍ୟ କର୍ବ୍ୟ ସେ ତିନୋଟି ସୂକ୍ଷ୍ମ ଶରୀରଧାରୀ ଦେବତାଙ୍କ ଦ୍ୱରା କରାନ୍ତି  । ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ସ୍ଥାପନ, ବିଷ୍ଣୁଙ୍କ ଦ୍ୱାରା ପାଳନ ଓ ଶଙ୍କରଙ୍କ ଦ୍ୱାରା ବିନାଶ ଏହି ତ୍ରିଦେବଙ୍କ ଦ୍ୱାରା ତିନି ଦିବ୍ୟ କର୍ବ୍ୟ ସମ୍ପନ୍ନ କରାଉଥିବାରୁ ତାଙ୍କୁ “ତ୍ରିମୂର୍ ଶିବ” ବୋଲି କୁହାଯାଏ  । ତେଣୁ ଏଠାରେ ଗୋଟିଏ କଥା ପ୍ରଣିଧାନ ଯୋଗ୍ୟ ଯେ, ଶିବ ଓ ଶଙ୍କର ଏକ ନୁହନ୍ତି  । ଶିବ ଅଶରୀରୀ, ମଙ୍ଗଳକାରୀ ପରମାତ୍ମା ଅଟନ୍ତି  । ଶଙ୍କର ସୂକ୍ଷ୍ମଶରୀରଧାରୀ ବିନାଶକାରୀ ଦେବତା ଅଟନ୍ତି  । ଜଣେ ପିତା, ଅନ୍ୟ ଜଣକ ପୁତ୍ର  । ଏହି ପ୍ରଭେଦ ଜାଣି ନ ଥିବାରୁ ଶିବଙ୍କୁ ବିନାଶକାରୀ, ଜଟାଜୁଟଧାରୀ ଅପବିତ୍ର ଶ୍ମଶାନବାସୀ, ସୂକ୍ଷ୍ମଶରୀରଧାରୀ ଶଙ୍କର ବା ମହାଦେବଙ୍କ ରୂପରେ ଚିତ୍ରିତ କରାଯାଏ ଓ ତାଙ୍କର ଉପାସନାକାରୀଙ୍କୁ ବିଷ୍ଣୁ ଭକ୍ତମାନେ ଉପେକ୍ଷା ଦୃଷ୍ଟିରେ ଦେଖନ୍ତି  । ତେଣୁ ଶିବଙ୍କୁ ପରମାତ୍ମାଙ୍କ ଦିବ୍ୟ ନାମ ରୂପେ ଗ୍ରହଣ କରିବା ଦ୍ୱାରାହିଁ ଆମର ଆଧ୍ୟାତ୍ମିକ ଉନ୍ନତି ସମ୍ଭବ  । ଆଧ୍ୟାତ୍ମବାଦର ଲକ୍ଷ୍ୟ ହେଉଛି କଲ୍ୟାଣ  । “ଶିବ” ଶବ୍ଦର ଅର୍ଥ ମଧ୍ୟ କଲ୍ୟାଣ  । ଆଧ୍ୟାତ୍ମିକ ଦୃଷ୍ଟିରେ ଶରୀର ଓ ଆତ୍ମା ଭିନ୍ନ ଭିନ୍ନ ଅଟନ୍ତି  । ଶରୀର ନାମ ବାନ୍, ଆତ୍ମା ଚୈତନ୍ୟ ଓ ଅବିନାସୀ  । ଏହି ଦୃଷ୍ଟିରୁ ସୂକ୍ଷ୍ମ ଶରୀରଧାରୀ ଦେବତା ହୁଅନ୍ତୁ ବା ସ୍ଥୂଳ ଶରୀରଧାରୀ କୌଣସି ମହାତ୍ମା ହୁଅନ୍ତୁ ନା କାହିଁକି ସେମାନଙ୍କର ଉପାସନା ଆଧ୍ୟାତ୍ମିକ ଜ୍ଞାନର ବିପରୀତ ଅଟେ  । କାରଣ ଦେହଧାରୀ ମାନଙ୍କ ସ୍ମୃତିରେ ଦେହାଭିମାନ ଆସିବ  । ଏକଥା ଗୀତାରେ ମଧ୍ୟ ସ୍ୱୟଂ ଭଗବାନ ସ୍ୱୀକାର କରି କହିଛନ୍ତି, “ଅନ୍ୟ ଦେବତାମାନଙ୍କ ଯେଉଁ ଭକ୍ତଗଣ ଶ୍ରଦ୍ଧାଯୁକ୍ତ ହୋଇ ସେମାନଙ୍କୁ ଉପାସନ କରନ୍ତି, ସେମାନେ ମଧ୍ୟ ମୋତେ ଉପାସନା କରନ୍ତି, କିନ୍ତୁ ତାହା ବିଧି ସମ୍ମତ ନୁହେଁ  । ଯଜନ୍ତି ଅବିଧିପୂର୍ବକଂ  ।ା ୯/୨୩ ।ାା ଶିବଲିଙ୍ଗ ଜ୍ୟୋତିସ୍ୱରୂପ ନିରାକାର ପରମାତ୍ମାଙ୍କ ପ୍ରତୀକ ହୋଇଥିବା ହେତୁ ତାଙ୍କ ସ୍ମରଣରେ କୌଣସି ଦେଧାରୀର ସ୍ମୃତି ନଥାଏ  । 

ଶିବଙ୍କ ଅବତରଣ କଳିତ ଅନ୍ତିମ ପର୍ଯ୍ୟାୟରେ ହୁଏ - 

              ଶିବରାତ୍ରୀକୁ ସ୍ଥୂଳ ଦୃଷ୍ଟିରେ ଗ୍ରହଣ କରି ପ୍ରତିବର୍ଷ ଫାଲଗୁନ ମାସ, କୃଷ୍ଣପକ୍ଷ, ଚତୁର୍ଦ୍ଧଶୀ ରାତ୍ରୀରେ ପୂଜା କରିବା ଦ୍ୱାରା ହୁଏତ ସାମୟିକ ଭାବରେ ଆମକୁ କିଛି ମାନସିକ ଶାନ୍ତି ମିଳେ  । ମାସରେ ବା ବର୍ଷରେ କୌଣସି ରାତ୍ରୀରେ ଉପବାସ, ବ୍ରହ୍ମଚର୍ଯ୍ୟ, ମୌନତା, ପ୍ରଭୁ ସ୍ମରଣ କରିବା ଦ୍ୱାରା କିଛି ସାମୟିକ ଲାଭ ଅବଶ୍ୟ ହୁଏ, କିନ୍ତୁ ଏହା କ୍ଷଣସ୍ଥାୟୀ   । ଆମେ ଯେତେବେଳେ ଏହାର ଅନ୍ତରାଳରେ ଥିବା ରହସ୍ୟକୁ ଜାଣିଯିବା ଓ ତଦନୁରୂପ ଆମର ଜୀବନର ଗତିପଥକୁ ପରିବର୍ନ କରିଦେବା ତେବେ ଆମର ଏଇ ଜନ୍ମ ସଫଳ ହୋଇ ପାରିବ  । ଦେହଧାରୀ ବା ଦେହାଭିମାନୀ ବ୍ୟକ୍ତିଙ୍କ ପାଇଁ ରାତ୍ରୀ ହିଁ ପ୍ରକୃଷ୍ଟ ସମୟ  । ଅଶରୀରୀ, ତ୍ରିକାଳଦର୍ଶୀ, ତ୍ରିନେତ୍ରୀ ପରମାତ୍ମାଙ୍କ ପାଇଁ ଦିନ ରାତ୍ରିର ଏହି ଭେଦ ନିରର୍ଥକ  । ତେଣୁ ଏଠାରେ ଶିବଙ୍କ ସହିତ ଯେଉଁ ରାତ୍ରୀ ଶବ୍ଦ ସଂଯୋଜନା କରାଯାଇଛି ତାକୁ ଆଧ୍ୟାତ୍ମିକ ଅର୍ଥରେ ବୁଝିବା ଉଚିତ୍  । ରାତ୍ରୀ ଅନ୍ଧକାରର ପ୍ରତୀକ  । ରାତ୍ରୀରେ କିଛି ଦୃଶ୍ୟମାନ ହୁଏ ନାହିଁ। ସମସ୍ତ ପ୍ରକାର ସାମାଜିକ ଅପରାଧ ରାତ୍ରି ସମୟରେ ହିଁ ହୁଏ  । କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ଅନ୍ତିମ ଅନ୍ଧକାର ରାତ୍ରୀ  । ତେଣୁ ଫାଲଗୁନ ମାସର ଚତୁର୍ଦ୍ଧଶୀ ରାତ୍ରୀକୁ ମହାରାତ୍ରୀ କୁହାଯାଏ  । ଆଧ୍ୟାତ୍ମିକ ଦୃଷ୍ଟିରେ ଏହାହିଁ କଳ୍ପର ଅନ୍ତିମ ସମୟର ଦ୍ୟୋତକ  । ଏହିପରି ଏକ ବିକଟ ତମସାଚ୍ଛନ୍ନ ରାତ୍ରୀରେ ପରମାତ୍ମା ଶିବ ଅବତରିତ ହୁଅନ୍ତି; ଅର୍ଥାତ୍ କଳ୍ପର ଅନ୍ତିମ ସମୟରେ ଧର୍ମର ଗ୍ଲାନି ଅତିଶୟ ମାତ୍ରାରେ ଘଟିଥାଏ  । ସେତେବେଳେ ପରମାତ୍ମା ସତ୍ୟ ଧର୍ମର ପୁନଃ ସ୍ଥାପନା ପାଇଁ ସୃଷ୍ଟିରେ ଅବତରିତ ହୁଅନ୍ତି  । ଅଜ୍ଞାନକୁ ଅନ୍ଧକାର ବା ତମର ପ୍ରତୀକ ରୂପେ ଗ୍ରହଣ କରାଯାଏ  । ଶିବରାତ୍ରୀରେ ରାତ୍ର ୧୨ ଘା ସମୟରେ ମହାଦୀପ ଉେାଳନ କରାଯାଏ  । ଏହାର ଅର୍ଥ ସୃଷ୍ଟି ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାନ ଅନ୍ଧକାର ଓ ତମୋଗୁଣରେ ଆଚ୍ଛାଦିତ ହୋଇଥାଏ, ସେତେବେଳେ ଜ୍ୟୋତିସ୍ୱରୂପ ପରମାତ୍ମା ପରମଧାମରୁ ସୃଷ୍ଟିରେ ଅବତରଣ କରନ୍ତି  । ଏଥିପାଇଁ ପ୍ରତୀକାତ୍ମକ ôରୂପେ ଶିବଙ୍କ ଜୟନ୍ତୀକୁ ରାତ୍ରୀର ଘନୀଭୂତ ଅନ୍ଧକାର ସମୟରେ ହିଁ ପାଳନ କରାଯାଏ  । କିନ୍ତୁ ଅନ୍ୟ ଦେବତାଙ୍କ ଜୟନ୍ତୀ ଦିନବେଳା ପାଳିତ ହୁଏ  । ଯେଉଁମାନେ ଶିବ ତମୋଗୁଣର ଅଧିଷ୍ଠାତା ହେତୁ ତାଙ୍କର ପୂଜା ରାତ୍ରୀରେ କରାଯାଏ ବୋଲି କହନ୍ତି, ସେମାନେ ପ୍ରକୃତ ତଥ୍ୟ ଜାଣନ୍ତି ନାହିଁ  । ଶିବରାତ୍ରୀ, ପ୍ରକୃତରେ ସୃଷ୍ଟିରେ ତାଙ୍କ ଅବତରଣର ସ୍ମରଣୋସôବ ହିଁ ଅଟେ  । ତେଣୁ ଏହି ଉସôବରେ ସବୁଧର୍ମ ସମ୍ପଦାୟର ଲୋକେ ଭାଗନେବ ଉଚିତ  । କାରଣ ସେ ସର୍ବାସôାଙ୍କ(Sarbatmnaka) ପିତା ଅଟନ୍ତି  । 
           ବର୍ମାନ(Bartamana) ଶିବରାତ୍ରୀ ଦିନ କର୍ମକାଣ୍ଡ ପଦ୍ଧତିରେ ଯେଉଁ ରୀତି ନୀତିର ଅନୁସରଣ କରାଯାଏ ସେ ବିଷୟରେ ଆଲୋଚନା କରାଯିବା ଯଥାର୍ଥ ମନେହୁଏ  । ଶିବରାତ୍ରୀରେ ଲୋକେ ଉପବାସ ରହନ୍ତି ଓ ରାତ୍ରୀରେ ଜାଗ୍ରତ ରହି ଭଗବତ କଥା ଶ୍ରବଣ କରନ୍ତି, ନାମ ସଂକୀର୍ନ ଆଦି କରନ୍ତି  । ଗୋଟିଏ ବଡ଼ ଦୀପର ଚତୁର୍ଦିଗରେ ଅନେକ ଛୋଟ ଛୋଟ ଦୀପ ପ୍ରଜ୍ୱଳିତ କରାଯାଏ  । ଗୋଟିଏ ଛିଦ୍ରଯୁକ୍ତ କଳସ ଶିବଲିଙ୍ଗ ଉପରେ ଟଙ୍ଗା ହୋଇଥାଏ ଓ ସେଥିରୁ ବିନ୍ଦୁ ବିନ୍ଦୁ ଜଳ ତାଙ୍କ ଉପରେ ପଡୁଥାଏ  । ସେ ଦିନ ଅଧିକାଂଶ ଭକ୍ତ ମୌନବ୍ରତ ଓ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତି  । ଶିବଲିଙ୍ଗ ଉପରେ ଅରଖଫୁଲ, କ୍ଷୀର, ବିଲ୍ୱଫଳ, ବିଲ୍ୱପତ୍ର ଆଦି ସମର୍ପଣ କରାଯାଏ  । କିନ୍ତୁ ଏହିପରି ବ୍ରତପାଳନ କେବଳ ଦିନକ ପାଇଁ କାହିଁକି  । ବର୍ଷଯାକ ବିଷୟ ବିକାରରେ ବାସ କରି କେବଳ ଗୋଟିଏ ଦିନ ଶିବଙ୍କ ସହିତ ବାସ କରିବା ଦ୍ୱାର ହୁଏତ କ୍ଷଣିକ ଲାଭ ମିଳିପାରେ, କିନ୍ତୁ ଏହାଦ୍ୱାରା ମାନବଜୀବନର ଚରମ ଓ ପରମ ଲକ୍ଷ୍ୟ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରାପ୍ତି କ’ଣ ସମ୍ଭବ ? ପୁନଶ୍ଚ ଏହିସବୁ ସ୍ଥୁଳ ରୀରି-ନୀତି କେବଳ କର୍ମକାଣ୍ଡର ବିଷୟବସ୍ତୁ ନା ଏହା ମଧ୍ୟରେ ଅନ୍ୟ କୌଣସି ମହ୍ୱପୂର୍ଣ୍ଣ ବୃାନ୍ତ ଓ ଆଧ୍ୟାତ୍ମିକ ରହସ୍ୟ ଲୁକ୍କାୟିତ ? ପ୍ରତ୍ୟେକ ଇନ୍ଦ୍ରିୟର ଭିନ୍ନ ଭିନ୍ନ ଆହାର  । ସେଗୁଡ଼ିକ ପ୍ରତ୍ୟେକେ ନିଜ ନିଜ ବିଷୟ ଭୋଗ କରନ୍ତି  । ଅଭକ୍ଷ ଭକ୍ଷଣ ନ କରିବା ହିଁ ହେଉଛି ବ୍ରତ  । ଆଉ ମଧ୍ୟ ପ୍ରତିଜ୍ଞାର ଅନ୍ୟ ନାମ ହେଉଛି ବ୍ରତ  । ପରମାତ୍ମାଙ୍କ ସାନ୍ୱିଧ୍ୟରେ ରହିବା ହିଁ ହେଉଛି ପ୍ରକୃତ ଉପବାସ  । ଅରଖଫୁଲ ବିଷାକ୍ତ ଅଟେ  । ବିଷୟବାସନାକୁ ମଧ୍ୟ ବିଷ ସହିତ ତୁଳନା କରାଯାଏ  । କାମକ୍ରୋଧାଦି ବିକାର ଆଦି ଶିବଙ୍କୁ ସମର୍ପଣ କରିଦେଇ ଆତ୍ମିକ ସ୍ତରରେ ଏକ ସ୍ୱଚ୍ଛ ଓ ପବିତ୍ର ଜୀବନ ଯାପନ କରିବାର ପ୍ରତିଜ୍ଞା କରିବା ହିଁ ହେଉଛି ସ୍ଥୂଳ ରୀତିରେ ତାଙ୍କୁ ଅରଖ, ଦୁଦୁରା ଆଦି ବିଷାକ୍ତ ଫୁଲ ନିବେଦନ କରିବାର ଅର୍ଥ  । ଜାଗରଣ ଅର୍ଥାତ୍ ଆଧ୍ୟାତ୍ମିକ ଜାଗୃତି  । କେବଳ ସ୍ଥୂଳ ଭାବରେ ଚକ୍ଷୁ ଖୋଲା ରଖିବା ଏଠାରେ ଏହାର ତାପôର୍ଯ୍ୟ ନୁହେଁ  । ବଡ଼ ଦୀପ ପରମାତ୍ମାଙ୍କ ପ୍ରତୀକ  । ଛୋଟ ଦୀପ ଆତ୍ମାର ପ୍ରତୀକ  । ବଡ଼ ଦୀପ ଶିଖାର ଚତୁର୍ଦ୍ଧିଗରେ ଛୋଟ ଛୋଟ ଦୀପ ପ୍ରଜ୍ଜଳନ କରିବା ହେଉଛି ଆତ୍ମାର ଅନ୍ତର୍ମନରେ ଅନ୍ଧକାର ଦୂର କରି ଶିବଙ୍କ ସାନ୍ନିଧ୍ୟ ଲାଭ କରିବା  । ଏହାହିଁ ପ୍ରକୃତ ଉପବାସ  । ଏହି ଦିନ ଭକ୍ତମାନେ ଭାଙ୍ଗ ବାଟି ଶିବଙ୍କୁ ପ୍ରସାଦ ଲଗାନ୍ତି ଓ ସମସ୍ତେ ତାହା ଗ୍ରହଣ କରି ଉନ୍ନ ହୁଅନ୍ତି  । ଏହା ଭକ୍ତି ନାମରେ ବ୍ୟସନ ବ୍ୟତୀତ ଆଉ କିଛି ନୁହେଁ  । ସ୍ଥୂଳ ଦୃଷ୍ଟିରେ ଭାଙ୍ଗ ଶରୀର ପାଇଁ କ୍ଷତିକାରକ ଓ ବି·ର ଅନୁସାରେ ମଧ୍ୟ ବର୍ଜନୀୟ  । ଏହା ଆଧ୍ୟାତ୍ମିକତାର ପରିପନ୍ଥୀ ମଧ୍ୟ  । ପ୍ରକୃତରେ ଜ୍ଞାନର ସୂକ୍ଷ୍ମାତିସୂକ୍ଷ୍ମ ଚିନ୍ତନ ମନ୍ଥନ ଦ୍ୱାରାହିଁ ମନରେ ନାରାୟଣୀ ବା ଭଗବତୀ ନିଶାର ଜାଗୃତି ହୁଏ  । ଏହା ମାନବାତ୍ମାକୁ ଈଶ୍ୱରୀୟ ମାର୍ଗରେ ପରି·ଳିତ ହେବାକୁ ସାମର୍ଥ୍ୟ ପ୍ରଦାନ କରେ, ତା’ର  ସମସ୍ତ ପ୍ରକାର ଦୁର୍ବଳତାକୁ ଦୂର କରେ  । ଅନେକ ସମୟରେ ଆମେ ପ୍ରଚଳିତ ସାମାଜିକ ରୀତିନୀତି ବା ପାରିବାରିକ ମୋହ ହେତୁ ଦୃଢ଼ଭାବରେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିବାକୁ ନିଜକୁ ଅସହାୟ ମନେକରୁ  । କର୍ବ୍ୟ କର୍ମରୁ ପଳାୟନ କରି ସନ୍ୟାସୀ ହୋଇଯିବାର ତୀବ୍ର ଅଭିାଲଷ ଉପôନ୍ନ ହୁଏ  । ଏକ ଘଡିସନ୍ଧି ମୁହୁର୍ରେ ଅର୍ଜୁନଙ୍କର ମଧ୍ୟ ଏଭଳି ଅବସ୍ଥା ଉପôନ୍ନ ହୋଇଥିଲା  । ଏଥିପାଇଁ ଗୀତାଜ୍ଞାନର ସୃଷ୍ଟି  । ବର୍ମାନ ପରିସ୍ଥିତିରେ ଆମେ ସମସ୍ତେ ଅର୍ଜ୍ଜୁନଙ୍କର ଏକ ଏକ ପ୍ରତୀକ ମାତ୍ର  । ଜ୍ଞାନର ସୂକ୍ଷ୍ମ ଅନୁଶୀଳନ ବିନା ଶିବଙ୍କ ନିକଟରେ ପହôବା ସମ୍ଭବ ନୁହେଁ  । ବୁଦ୍ଧିରୂପୀ କଳସରୁ ଜ୍ଞାନରୂପକ ଜଳ ଅବାରିତ ନିର୍ଗତ ନ ହେବା ପର୍ଯ୍ୟନ୍ତ ଶିବ ସାମୀପ୍ୟ ପ୍ରାପ୍ତ ହୁଏ ନାହିଁ   । ଏଥିପାଇଁ ସ୍ଥୂଳ ରୀତିରେ ଶିବଲିଙ୍ଗ ଉପରେ ଏକ ଛିଦ୍ରଯୁକ୍ତ କଳସରୁ ଟୋପା ଟୋପା ଜଳ ପଡୁଥିବାର ଦର୍ଶାଯାଏ  । 
ପରିସ୍ଥିରି (Paristiti)ମହାପୁରୁଷଙ୍କୁ ଜନ୍ମଦିଏ  । ଆଧ୍ୟାତ୍ମିକ ଦୃଷ୍ଟିରେ ବର୍ମାନ ମାନବ ସମାଜର ଅବସ୍ଥାକୁ ରାତ୍ରୀ ସହିତ ତୁଳନା କରାଯାଇ ପାରେ  । ତେଣୁ ଏହାହିଁ ପରମାତ୍ମା ଅବତରଣ ପ୍ରକୃଷ୍ଟ ସମୟ  । ପ୍ରଜାପିତା ବ୍ରହ୍ମାଙ୍କ ମାନବୀୟ ଶରୀର ମାଧ୍ୟମରେ ପରମାତ୍ମାଙ୍କ ଅବତରଣ ହିଁ ଏହାର ପ୍ରତ୍ୟକ୍ଷ ପ୍ରମାଣ  । କଳିଯୁଗ ଓ ରାତ୍ରୀ ସମାନାର୍ଥକ  । ଏହି ଦୃଷ୍ଟିରୁ ବର୍ମାନ ସମୟ ହିଁ ଶିବରାତ୍ରୀ  । ଏହି ସମୟରେ ଆମକୁ ପବିତ୍ରତାର ବ୍ରତରେ ବ୍ରତୀ ହେବାକୁ ପରମାତ୍ମା ନିର୍ଦ୍ଧେଶ ଦେଉଛନ୍ତି  । ଏହିପରି ଆତ୍ମାମାନେ ହିଁ କେବଳ ତାଙ୍କର ସାମୀପ୍ୟ ଓ ସାନ୍ନିଧ୍ୟ ଲାଭ କରିପାରିବେ  । ଏହାହିଁ ଉପବାସର ମହତ୍ୱ  । ଏଠାରେ ପବିତ୍ରତାର ଅର୍ଥ କେବଳ ବ୍ରହ୍ମଚର୍ଯ୍ୟ ଅଚରଣ କରିବା ନୁହେଁ  । ମନ, ବଚନ, କର୍ମ ବା ଆଚରଣ, ସଙ୍କଳ୍ପ ଓ ଭୋଜନ ଶୁଦ୍ଧି ହିଁ ପ୍ରକୃତ ପବିତ୍ରତା  । ବିଷୟ ବିକାର ଦୂର କରିବାକୁ ସ୍ୱୟଂ ପରମାତ୍ମା ଆମ ଗହଣରେ ଉପସ୍ଥିତ  । କେବଳ ଶାରୀରିକ ସ୍ୱଚ୍ଛତା ନୁହେଁ, ଆତ୍ମାର ସମସ୍ତ କଳୁଷିତ ବୃିକୁ ତ୍ୟାଗକରି ଆତ୍ମଜ୍ୟୋତି ପ୍ରଜ୍ଜ୍ୱଳନ ପୂର୍ବକ ଶିବଙ୍କ ସହିତ ମନକୁ ଯୋଡିବା ଦ୍ୱାରା ହିଁ ଆମର ବାସ୍ତବିକ ଉନ୍ନତି; କଲ୍ୟାଣର କ୍ରିୟାତ୍ମିକ ପ୍ରାପ୍ତି ଓ ଆନନ୍ଦର ଆଧ୍ୟାତ୍ମିକ ଅନୁଭୂତି  ଜାତ ହୁଏ   ।
!! ଓମ୍ ଶାନ୍ତି !!

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର