ଶିବରାତ୍ରୀର ବାସ୍ତବ ସ୍ୱରୂପ --- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ଶିବରାତ୍ରୀର ବାସ୍ତବ ସ୍ୱରୂପ
ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ଧାର୍ମିକ ଉସôବ ବା ପର୍ବପର୍ବାଣି ମାନଙ୍କର ଉପôି କିପରି ଓ କାହିଁକି ହେଲା ? ଏହି ପ୍ରଶ୍ନର ଉରରେ ଏହା କୁହାଯାଏ ଯେ ଯେପରି ବିଚାର ସେପରି ବ୍ୟବହାର । ମନୁଷ୍ୟର ବ୍ୟବହାର ତା"ର ବିଚାର ଅନୁରୂପ ଶୁଦ୍ଧ ବା ଅଶୁଦ୍ଧ ହୁଏ । ତେଣୁ ବ୍ୟବହାର ଶୁଦ୍ଧି ପାଇଁ ମନରେ ଉପôନ୍ନ ହେଉଥିବା ବିଚାର ସମୂହକୁ ନିୟନ୍ତ୍ରିତ କରିବା ଆବଶ୍ୟକ । ଏହା ଅନୁଭବ କରି କେତେକ ବିଚାରବାନ ଲୋକ ସାଧାରଣ ଜନଜୀବନକୁ ମର୍ଯ୍ୟାଦିତ ଓ ଶୃଙ୍ଖଳିତ କରିବା ପାଇଁ ଏବଂ ମାନସିକ ଶୁଦ୍ଧି ଦ୍ୱାରା ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଶକ୍ତିର ବିକାଶ କରିବା ପାଇଁ ବିଭିନ୍ନ ପର୍ବପର୍ବାଣିର ସୃଜନା କଲେ ।
କାଳକ୍ରମେ କେତେକ ବିଶିଷ୍ଟ ସାମାଜିକ ବ୍ୟକ୍ତି ବା ଧାର୍ମିକ ବ୍ୟକ୍ତିଙ୍କ ଜନ୍ମଦିବସ ବା ପ୍ରାୟାଣ ଦିବସକୁ ମଧ୍ୟ ତାଙ୍କ ଜୀବନର ଶ୍ରେଷ୍ଠ କୃତି ବା ସଂସ୍କରଣ ଗୁଡ଼ିକ ସହିତ ପାଳନ କରାଗଲା । ଉଦାହରଣ ସ୍ୱରୂପ ପଣ୍ଡିତ ଜବାହାରଲାଲ ନେହେରୁ ଛୋଟ ଛୋଟ ପିଲାମାନଙ୍କୁ ଖୁବ୍ ପସନ୍ଦ କରୁଥିଳେ ବୋଲି ତାଙ୍କ ଜନ୍ମ ଦିବସକୁ "ଶିଶୁଦିବସ'' ରୂପେ ପାଳନ କରାଯାଏ । ସେହିପରି ସର୍ବଗୁଣ ସମ୍ପନ୍ନ, ସଂପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋମ ଦେବାଧିପତି ଶ୍ରୀକୃଷ୍ଣ ତଥା ଶ୍ରୀରାମଙ୍କ ଜନ୍ମ ଦିନକୁ ଯଥାକ୍ରମେ ଜନ୍ମାଷ୍ଟମୀ ଓ ରାମ ନବମୀ ରୂପରେ ଏଥିପାଇଁ ମହାସମାରୋହରେ ପାଳନ କରାଯାଏ ଯଦ୍ଧ୍ୱାରା ଲୋକେ ସେହି ଦୈବୀ ଗୁଣ ସମ୍ପନ୍ନ ଆତ୍ମାମାନଙ୍କର ଜୀବନ ଶୈଳୀକୁ ଅନୁସରଣ କରି ସ୍ୱ ସ୍ୱ ଜୀବନକୁ ତଦନୁରୂପ ଗଢ଼ି ତୋଳିବା ପାଇଁ ପ୍ରେରଣା ପାଇବେ । ଏହିପରି ଶିବରାତ୍ରୀ ମଧ୍ୟ ସର୍ବାତ୍ମାଙ୍କ ପରମପିତା ପରମାତ୍ମା ଶିବଙ୍କ ଦିବ୍ୟ ଅବତରଣ ତଥା ଅଦ୍ଭୁତ କର୍ବ୍ୟକୁ ସ୍ମରଣ କରାଇଦିଏ ।
ଶିବରାତ୍ରୀ ସମସ୍ତ ପର୍ବପର୍ବାଣି ମଧ୍ୟରେ ସର୍ବୋମ । ଏହି ଦିନ ଭକ୍ତମାନେ ମନ୍ଦିରରେ ଶିବଲିଙ୍ଗ ଉପରେ ବେଲପତ୍ର କ୍ଷୀର ଆଦି ଚଢ଼ାନ୍ତି ଏବଂ ଉପବାସ ରଖନ୍ତି । କିନ୍ତୁ ଏହି ଉତ୍ସବର ଆଧ୍ୟାତ୍ମିକ ରହସ୍ୟ ସହିତ ଅନେକ ଲୋକ ପରିଚିତ ନୁହନ୍ତି । ପୌରାଣିକ ଆଖ୍ୟାନ ଅନୁସାରେ ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ଜଣେ ଶୀକାରୀ ହରିଣ ଓ ହରିଣୀ ଯୁଗଳ ଉପରେ ତୀର ନିକ୍ଷେପ କରିବା ପାଇଁ ଉଦ୍ୟତ ହୁଅନ୍ତ ସେମାନେ କହିଲେ, “ହେ ନିଷାଦ! ଆମକୁ ମାର ନାହିଁ । ଗୃହରେ ଆମର ଶିଶୁ ପୁତ୍ରମାନେ ଆମକୁ ଅପେକ୍ଷା କରିଥିବେ । ଆମେ ସେମାନଙ୍କ ଦାୟିତ୍ୱ ଅନ୍ୟ କହା ଉପରେ ନ୍ୟସ୍ତ କରି ମିତ୍ର ସମ୍ବନ୍ଧୀଙ୍କଠାରୁ ବିଦାୟ ନେଇ ଆସନ୍ତା କାଲି ପ୍ରାତଃ ସମୟରେ ଏହି ବୃକ୍ଷ ତଳେ ତୁମକୁ ସାକ୍ଷାତ କରିବୁ । ସେତେବେଳେ ତୁମେ ଆମକୁ ଶିକାର କରିବ ।” ଶିକାରୀ ସେମାନଙ୍କ ଆକୁଳ ନିବେଦନରେ ପ୍ରଭାବିତ ହୋଇ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଲା ଓ ବୃକ୍ଷ ଉପରେ ଅବସ୍ଥାନ କରି ସେମାନଙ୍କ ଅପେକ୍ଷା କଲା । ହରିଣ ଯୁଗଳ ଘରକୁ ଫେରିଯାଇ ସବୁକଥା କହି ସ୍ୱଜନ ମିତ୍ର ପରିବାରଙ୍କ ଠାରୁ ବିଦାୟ ମାଗିଲେ । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେହି ହରିଣ ଯୁଗଳଙ୍କ ପ୍ରତିବଦଳରେ ନିଜ ନିଜ ଜୀବନ ଶିକାରୀ ପାଖରେ ଉତ୍ସର୍ଗ କରିବାକୁ ପ୍ରସ୍ତାବ ଦେଲେ । ଏହିପରି ସମସ୍ତ ହରିଣ ସମାଜ ଶିକାରୀ ଅବସ୍ଥାନ କରିଥିବା ଉକ୍ତ ବୃକ୍ଷ ସମୀପକୁ ଯାତ୍ରା ଉଦ୍ଧେଶ୍ୟରେ ପ୍ରସ୍ଥାନ କଲେ । ସେପଟେ ଶିକାରୀ ସାରା ରାତି ବୃକ୍ଷ ଉପରେ ବସି ହରିଣ ମାନଙ୍କ ଅପେକ୍ଷାରେ ପତ୍ର ଛିଣ୍ଡାଇ ତଳେ ପକାଉଥିଲା । ସଂଯୋଗ ବଶତଃ ସେହି ବୃକ୍ଷତଳେ ଗୋଟିଏ ଶିବଲିଙ୍ଗ ଥିଲେ । ସମଗ୍ର ରାତିଟି ଉପବାସରେ କଟାଇ ବେଲପତ୍ର ଚଢ଼ାଇଥିବା ପାଇଁ ତଥା ହରିଣ ଯୁଗଳ ପାଇଁ ସାରା ହରିଣ ସମାଜର ଆତ୍ମୋତ୍ସର୍ଗ ଦେଖି ଶିବ ଖୁବ୍ ପ୍ରସନ୍ନ ହେଲେ ଓ ଶିକାରୀକୁ ବରଦାନ ଦେଇ ହରିଣ ମାନଙ୍କର ଜୀବନ ରକ୍ଷା କଲେ । କିମ୍ବଦନ୍ତୀ ଅନୁସାରେ ଏହି ଘଟଣା ପରେ ଆଶୁତୋଷ ଶିବଙ୍କୁ ପ୍ରସନ୍ନ କରାଇବା ଉଦ୍ଧେଶ୍ୟରେ ପ୍ରତିବର୍ଷ ଉକ୍ତ ତିଥିର ରାତ୍ରୀରେ ତାଙ୍କର ମହୋତ୍ସବ ପାଳନ କରାଯାଏ ।ଏଠାରେ ଏହା ବିଚାରଣୀୟ ଯେ, ଏହିପରି ଏକ କଳ୍ପିତ କାହାଣୀ ଆଧାରରେ ଶିବରାତ୍ରୀ ପରି ଏକ ମହାନ୍ ପର୍ବର ଅନୁଷ୍ଠାନ ହୋଇ ପାରେ କି? ଶିବରାତ୍ରୀର ଗୁହ୍ୟ ରହସ୍ୟ କ'ଣ ନ ଜାଣିବା ପର୍ଯ୍ୟନ୍ତ ଏତତ୍ ସମ୍ବନ୍ଧିତ ବାସ୍ତବିକ ଆଧ୍ୟାତ୍ମିକ ରହସ୍ୟ ବୁଝିବା ସମ୍ବବ ନୁହେଁ ।
ପରମାତ୍ମାଙ୍କ କର୍ବ୍ୟ ବାଚକ ନାମ "ଶିବ'' ବୋଲି ପ୍ରାୟତଃ ସମସ୍ତେ ମାନନ୍ତି । ଶିବଲିଙ୍ଗ ଆକାରର ପ୍ରତିମା ପ୍ରାୟ ସବୁଧର୍ମରେ ପୂଜ୍ୟ ଅଟେ । ଗୋପେଶ୍ୱର, ରାମେଶ୍ୱର, ଅମରନାଥ, ନେପାଳର ପଶୁପତି ନାଥ, ମକ୍କାରେ ସଙ୍ଗ-ଏ-ଅସବଦ୍ ତଥା ଜାପାନରେ ଏହି ପ୍ରତିମା ସଦୃଶ ପରମାତ୍ମାଙ୍କ ପ୍ରତୀକକୁ ଧ୍ୟାନ କରାଯାଏ । ପ୍ରାଚୀନ କାଳରେ ରୋମରେ ପ୍ରତିଜ୍ଞା କରିବା ସମୟରେ ଶିବଲିଙ୍ଗର ପ୍ରତୀକ ହାତରେ ଧାରଣ କରୁଥିଲେ । ମରିଶସରେ ଶିବରାତ୍ରୀ ରାଷ୍ଟ୍ରୀୟ ପର୍ବ ହିସାବରେ ପାଳନ କରାଯାଏ । ଖ୍ରୀଷ୍ଟଧର୍ମରେ ପରମାତ୍ମାଙ୍କୁ ଜ୍ୟୋତି ସ୍ୱରୂପ (ଏକ୍ଟୟ ସଗ୍ଦ ଖସଶଷଗ୍ଧ) ବୋଲି ବିଶ୍ୱାସ କରାଯାଏ । ଗରୁ ନାନକ ମଧ୍ୟ ଶିବଙ୍କୁ ଏକ ଓଁକାର କହି ତାଙ୍କର ମହିମା କରିଛନ୍ତି । ପ୍ରତ୍ୟେକ ଧର୍ମରେ ପରମାତ୍ମାଙ୍କ ସୂକ୍ଷ୍ମ ରୂପର ବର୍ଣ୍ଣନା କରାଯାଇଛି । ଆତ୍ମା ମାନଙ୍କ ମଧ୍ୟରେ ପରମ (ଶ୍ରେଷ୍ଠ) ହୋଇଥିବାରୁ ତାଙ୍କୁ ପରମାତ୍ମା କୁହାଯାଏ । ତାଙ୍କୁ ସ୍ଥୂଳ ନେତ୍ର ଦ୍ୱାରା ଦର୍ଶନ କରାଯାଇ ପାରିବ ନାହିଁ । ତାଙ୍କର ସାକ୍ଷାତକାର ପାଇଁ ଜ୍ଞାନ ଚକ୍ଷୁ ବା ଦିବ୍ୟ ଦୃଷ୍ଟି ଆବଶ୍ୟକ । ତାଙ୍କର ସ୍ୱରୂପ ଅଙ୍ଗୁଷ୍ଠାକାର । ଶିବରାତ୍ରୀ ଆତ୍ମା ଓ ପରମାତ୍ମାଙ୍କ ପ୍ରକୃତ ସମ୍ବନ୍ଧର ସ୍ମୃତି ପ୍ରଦାନକାରୀ ପର୍ବ ଅଟେ ।
ଶିବ ଶବ୍ଦର ଅର୍ଥ କଲ୍ୟାଣକାରୀ । ରାତ୍ରୀ ତମୋଗୁଣର ପ୍ରତୀକ । ପରମାତ୍ମା ରାତ୍ରୀ ସମୟରେ ବା ସୃଷ୍ଟିରେ ଯେତେବେଳେ ତମୋଗୁଣର ପ୍ରାଧାନ୍ୟ ବିସ୍ତାର ପାଏ ସେତେବେଳେ ଅବତରଣ କରନ୍ତି ଓ ମାନବାତ୍ମାମାନଙ୍କର କଲ୍ୟାଣ କରନ୍ତି । ଏହି ଘଟଣାର ସ୍ମାରକୀ ହିସାବରେ ଶିବରାତ୍ରୀ ପାଳନ କରାଯାଏ । ବ୍ରହ୍ମାଙ୍କ ଦିନ ଓ ବ୍ରହ୍ମାଙ୍କ ରାତ୍ରୀ ଉଭୟ ମିଶି ଏକ କଳ୍ପ ହୁଏ । ଦିବସ ବା ଆଲୋକ ସତୋଗୁଣପ୍ରଧାନର ପ୍ରତୀକ । ଏ ସମୟରେ ସୃଷ୍ଟିରେ ସମସ୍ତେ ସତୋଗୁଣ ସମ୍ପନ୍ନ ହୋଇଥାନ୍ତି । ତେଣୁ ପରମାତ୍ମାଙ୍କ ଅବତରଣର ଆବଶ୍ୟକତା ନ ଥାଏ । ତମୋପ୍ରଧାନ ଆତ୍ମାମାନଙ୍କୁ ସତୋପ୍ରଧାନ କରିବା ହିଁ ପରମାତ୍ମା ଅବତରଣର ଏକମାତ୍ର ଆଭିମୁଖ୍ୟ । ଏହି ଦିବ୍ୟ କର୍ବ୍ୟର ସ୍ମରଣୋତ୍ସବ ହିଁ ଶିବରାତ୍ରୀ ଅଟେ । କିନ୍ତୁ ଶିବରାତ୍ରୀ ଦିନ ଭାଙ୍ଗଖାଇ ବା ଆନନ୍ଦ ଉତ୍ସବ ମନାଇଁ ବ୍ରତ ଉପବାସ ରଖିବା ଦ୍ୱାରା ଏହାର ବାସ୍ତବିକ ଉଦ୍ଧେଶ୍ୟ ବୁଝିହେବ ନାହିଁ । ଏହି ଉତ୍ସବର ବାସ୍ତବିକ ଆଧ୍ୟାତ୍ମିକ ରହସ୍ୟ ବୁଝିବା ପାଇଁ ତଥା ସ୍ୱୀୟ ଆତ୍ମାର କଲ୍ୟାଣ କରିବା ପାଇଁ ଏହାର ନବ ମୂଲ୍ୟାଙ୍କନ ଅତ୍ୟନ୍ତ ଜରୁରୀ ଅଟେ ।
ଯେପରି ଶିବରାତ୍ରୀ ନୂତନ ଦିବସର ଆରମ୍ଭ ବା ପୁରୁଣା ରାତ୍ରୀର ସମାପ୍ତି ସହିତ ସମ୍ବନ୍ଧିତ ସେହିପରି ଆମେ ମଧ୍ୟ ନୂତନ ବର୍ଷ ପ୍ରାରମ୍ଭରେ ବିଗତ ବର୍ଷର ସ୍ୱୀୟ କାର୍ଯ୍ୟାକଳାପ ସମୂହକୁ ପର୍ଯ୍ୟାଲୋଚନା କରିବା ଉଚିତ । ଅର୍ଥାତ୍ ଗତ ବର୍ଷରେ ଆମେ କ'ଣ ପାଇଁଲେଁ ଓ କ'ଣ କଲେ ଏହାର ହିସାବ ବାହାର କରିବା ଉଚିତ୍ । ଏହାଦ୍ୱାରା ଶିବରାତ୍ରୀ ପର୍ବ କେବଳ ଦିନକ ପାଇଁ ନୁହେଁ ବରଂ ସ୍ୱୀୟ ପ୍ରଗତି ଏବଂ ପ୍ରବୃି ପରିମାପର ତରାଜୁ (ନିକିତି) ବନିଯିବ । ଯେପରି ଦୀପାବଳୀ ଦିନ ବ୍ୟାପାରୀ ମାନେ ବର୍ଷମାନଙ୍କର ଲାଭକ୍ଷତି ବାହାର କରନ୍ତି ସେପାରି ଶିବରାତ୍ରୀ ଦିନ ଆମେ ଆମର ଆଧ୍ୟାତ୍ମିକ ଓ ବ୍ୟବହାରିକ ଜୀବନ ଉପରେ ଦୃଷ୍ଟି ରଖି ତାକୁ ଶୁଦ୍ଧ ଓ ଶ୍ରେଷ୍ଠ ନିର୍ମାଣ କରିବାର ପ୍ରଯତ୍ନ କରିବା ଉଚିତ୍ ।
ଏହିପରି ପ୍ରକୃତ ଆଧ୍ୟାତ୍ମିକ ରହସ୍ୟ ସହିତ ପରିଚିତ ହେଲାପରେ କେବଳ ବ୍ରତ ଓ ଜାଗରଣ ଦ୍ୱାରାହିଁ ଏହି ଉତ୍ସବ ପାଳନ ନ କରି ନିଜ ଆତ୍ମାର ଜାଗୃତି ଦ୍ୱାରା ପାବିକାରକୁ ତ୍ୟାଗ କରି ପାରିବା ଯଦ୍ୱାରା ଆମର କଲ୍ୟାଣ ହେବ ଓ ଜୀବନ ମହାନ ହୋଇଯିବ । ଶିବରାତ୍ରୀକୁ କେବଳ ପରମାତ୍ମା କର୍ବ୍ୟର ସ୍ମୃତି ଦିନ ହିସାବରେ ନୁହେଁ ବଂର ତାଙ୍କ ନିକଟରୁ ସାମର୍ଥ୍ୟ ପ୍ରାପ୍ତ କରିବା ପାଇଁ ପାଳନ କଲେ ଆମେ ମହାବୀରଙ୍କ ପରି ସମର୍ଥ ଓ ପା ବିକାର ଉପରେ ବିଜୟ ପ୍ରାପ୍ତ କରି ଜୀବନର ପ୍ରକୃତ ଲକ୍ଷ୍ୟ ପ୍ରାପ୍ତ କରି ପାରିବା ।
।ା ଓମ୍ ଶାନ୍ତି।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫, ଫୋ.-(୦୬୬୫୮) ୨୨୨୩୩୯ (ଘର), ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment