ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ଯୋଗ----Dr S. S. Mishra

ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ଯୋଗ

ଯୋଗର ମୁଖ୍ୟ ଉଦ୍ଧେଶ୍ୟ ହେଲା ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିବା । ଭଗବତ୍ ପ୍ରାପ୍ତି ପାଇଁ କର୍ମ ପ୍ରତିବନ୍ଧକ ହୁଏ ନାହିଁ । ଯେଉଁମାନେ ପରମାତ୍ମା ସହିତ ଯୋଗ ଯୁକ୍ତ ହୋଇ ଫଳପ୍ରାପ୍ତି ଆଶନ ରଖି କର୍ମ କରନ୍ତି ସେମାନେ ମାନବ ଜୀବନରେ ସମସ୍ତ ସୁଖ ଦୁଃଖକୁ ଅତିକ୍ରମ କରି ପରମ ଲକ୍ଷ୍ୟ ପ୍ରାପ୍ତ ହୁଅନ୍ତି । ପ୍ରାଚୀନ ଶାସ୍ତ୍ର ବଚନର ଅର୍ଥକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହୁଏ । ସେମାନେ ପରସ୍ପର ବିପରୀତ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି । ଏହାଦ୍ୱାରା ମଣିଷର ବୁଦ୍ଧି ବିଭ୍ରାନ୍ତ ହୋଇ ଉଠେ । କିନ୍ତୁ ସେ ଯେତେବେଳେ ଶ୍ରୁତ କିମ୍ବା ଅଶ୍ରୁତ ସମସ୍ତ ଶାସ୍ତ୍ର ପରିତ୍ୟାଗ କରି ପରମାତ୍ମା ସ୍ମୃତିରେ ନିଷ୍କାମ  ଭାବେର କର୍ବ୍ୟ କର୍ମ କରି ·ଲେ ସେତେବେଳେ ସେ ନିଜେ ନଜ ଅନୁଭବରୁ ପ୍ରାପ୍ତ ଉପଲବ୍ଧି ଦ୍ୱାରାହିଁ ସତ୍ୟ ଅସତ୍ୟର ବିଭେଦ ନିର୍ଣ୍ଣୟ କରିବାକୁ ସମର୍ଥ ହୁଏ । ଜ୍ଞାନୀ ପାଇଁ ବେଦର ଆବଶ୍ୟକତା ନାହିଁ । କାରଣ ବେଦ, ଉପନିଷଦ ଶାସ୍ତ୍ରାଦିର ପରସ୍ପର ବିରୋଧି ଶ୍ଳୋକ, ଭାଷାଟୀକା ଦ୍ୱାରା ମଣିଷର ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ ଏବଂ ତଦ୍ୱାରା ତା’ର ପୁରୁଷାର୍ଥ ବାଧାପ୍ରାପ୍ତ ହୁଏ । କିନ୍ତୁ ସେ ଯେତେବେଳେ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ ସେତେବେଳେ ତାକୁ ସମସ୍ତ ଈଶ୍ୱରୀୟ ବିଭୂତି ପ୍ରାପ୍ତ ହୁଏ ।
ମାୟାବଦୀ କର୍ମ ସନ୍ୟାସୀଗଣ କର୍ମକୁ ଜନ୍ମ ରୂପକ ବନ୍ଧନର କାରଣ ମନେ କରନ୍ତି । ଏହିପରି ପ୍ର·ରରେ ବିଭ୍ରାନ୍ତ ହୋଇ ବା ଭୟ ହେତୁ ଅନେକ ଘର ସଂସାର ତ୍ୟାଗ କରନ୍ତି । ଏହି ତ୍ୟାଗରେ ଭୟ ପ୍ରଧାନ ଓ ଭକ୍ତି ଗୌଣ ହୋଇଯାଏ । ଭୟ ଏକ ମନୋବିକାର । ଭଗବତ୍ ପ୍ରାପ୍ତି ପାଇଁ ସମସ୍ତ ମନୋବିକାର ତ୍ୟାଗ କରିବା ଆବଶ୍ୟକ । ଏଥିପାଇଁ ସଂସାର ଓ କର୍ମ ବାଧକ ନୁହେଁ । କର୍ମ ଓ କର୍ମଫଳରେ ଆସକ୍ତି ହିଁ ମଣିଷକୁ ବନ୍ଧନରେ ପକାଏ । ଜନ୍ମ ମଧ୍ୟ ବନ୍ଧନ ନୁହେଁ । ମୋହ, ମମତା, ଆସକ୍ତି ଆଦିକୁୁରଜ୍ଜୁ  ସହିତ ତୁଳନା କରାଯାଏ । କାରଣ ଏହି ଅଦୃଶ୍ୟ ସୂକ୍ଷ୍ମ ରଜ୍ଜୁରେ ବାନ୍ଧି ହୋଇଥିବା ବ୍ୟକ୍ତି ସହଜରେ ବନ୍ଧନମୁକ୍ତ ହୋଇ ପାରେ ନାହିଁ । ଦେହାଭିମାନୀ ବ୍ୟକ୍ତି ଜୀବନକୁ ବନ୍ଧନ ମନେ କରେ । ଦେହୀ ଅଭିମାନୀ ଜୀବନ୍ମୁକ୍ତ ଅଟେ । ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଆଦି ସହିତ ତାଙ୍କର ଆସକ୍ତି କିମ୍ବା ଦ୍ୱେଷ ଆଦୌ ନ ଥାଏ । ଏପରି ସମବୁଦ୍ଧି ଯୁକ୍ତ ମନୀଷୀମାନଙ୍କୁ ଗୀତାରେ ଭଗବାନ ସ୍ଥିତପ୍ରଜ୍ଞର ଆଖ୍ୟା ଦେଇଛନ୍ତି (ଗୀ-୨/୫୫-୬୧) । ସେମାନେ ଘର ଗୃହସ୍ଥରେ ଥାଇ ଏକ ନ୍ୟାସୀ ସଦୃଶ ସମସ୍ତ କର୍ମ ସମ୍ପାଦନ କରନ୍ତି । ପରମାତ୍ମା ଏପରି ବ୍ୟକ୍ତିମାନଙ୍କୁ ପ୍ରକୃତ ସନ୍ୟାସୀ ବୋଲି କହିଛନ୍ତି । ସେମାନଙ୍କ  ଇହ ଜନ୍ମ  ପାପ ରହିତ ହୁଏ ଓ ପର ଜନ୍ମ ଦିବ୍ୟ ହୁଏ (ଅନାମୟମ ପଦମ୍) ।
ମୋହ ଏକ ପାଶ ପରି ମନୁଷ୍ୟକୁ ସଂସାର ସହିତ ବାନ୍ଧି ରଖେ । ଏହା  ଏକ ପରଳ ସଦୃଶ ତା’ର ଜ୍ଞାନ ଚକ୍ଷୁକୁ ଆବୃ କରେ । ତେଣୁ ମଣିଷ ନିତ୍ୟ-ଅନିତ୍ୟ ଏବଂ ସତ୍ୟ-ଅସତ୍ୟର ଭେଦ ନିର୍ଣ୍ଣୟ କରି ପାରେ ନାହିଁ । ମୋହ ମୋକ୍ଷର ବାଧକ । ମୋହ କ୍ଷୟ ହେଲେ ମୋକ୍ଷ ପ୍ରାପ୍ତି ହୁଏ । ମୋହବଶତଃ ସେ ବେଦୋକ୍ତ ସକାମ କର୍ମ ଜାଲରେ ବାନ୍ଧି ହୁଏ । ମରୁଭୂମିରେ ତୃଷାର୍ ପଥିକ ତୃଷା ନିବାରଣ ପାଇଁ ଜଳ ଭ୍ରମରେ ମରୀଚିକା ପଛରେ ଗୋଡାଇ ପଥ ଭ୍ରଷ୍ଟ ହୁଏ । ସେହିପରି ମୋହାନ୍ଧ ବ୍ୟକ୍ତି ସଂସାରରେ ଅଳୀକ ଭୋଗ-ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ନାନାବିଧ କର୍ମ କରି ଅଧୋମଗାମୀ ହୁଏ । ମୋହ ବ୍ୟକ୍ତିକୁ କର୍ବ୍ୟ ବିମୁଖ କରାଏ । ଈଶ୍ୱରୀୟ ମାର୍ଗରେ ·ଲିବା  ପାଇଁ ଏହା  ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରେ । ପବିତ୍ରତା, ଶୁଦ୍ଧ ଅନ୍ନ ଭୋଜନ, ସତ୍ସଙ୍ଗ ଓ ଦିବ୍ୟଗୁଣ ଧାରଣ-ଏହି ·ରୋଟି ଚକ ବିଶିଷ୍ଟ ପୁରୁଷାର୍ଥ ଯାନ ଆରୋହଣ କଲେ ବ୍ୟକ୍ତି ପରମାତ୍ମାଙ୍କ ପାଖରେ ପହେ । ମୋହ ଏହି ପୁରୁଷାର୍ଥ ଯାନର ଅଗ୍ରଗତିରେ ବାଧା ସୃଷ୍ଟି କରେ । ମୋହ ପଙ୍କରେ ବୁଦ୍ଧି ରୂପୀ ପାଦ ପଡିଲେ ଅଧୋପତନ ସୁନିଶ୍ଚିତ । ମୋହାଭିଭୂତ ବ୍ୟକ୍ତି ରୁଢ଼ିବାଦୀ ହାୁଏ । ଶାସ୍ତ୍ରାଧ୍ୟୟନ ଓ ଶ୍ରବଣ ଦ୍ୱାରା ଲବ୍ଧ ଜ୍ଞାନ ଭିନ୍ନ ସେ ନୂତନ କିଛି ଗ୍ରହଣ କରି ପାରେ ନାହିଁ । ମୋହ ତା’ର ବୁଦ୍ଧିକୁ କ୍ଷୀଣ କରି ଦିଏ । ମୋହ ବଶତଃ ଅର୍ଜୁନ ମଧ୍ୟ କର୍ବ୍ୟ ବିମୁଖ ହୋଇ ପଡିଥିଲେ । ଜ୍ଞାନର ମହାସମୁଦ୍ର ପରମାତ୍ମାଙ୍କ ବଚନକୁ ସେ ବେଦାଦି ଶାସ୍ତ୍ରୀୟ ଜ୍ଞାନ ଦ୍ୱାରା ଖଣ୍ଡନ କରିବାକୁ ମଧ୍ୟ କୁଣ୍ଠିତ ହୋଇ ନ ଥିଲେ । ଯେତେବେଳେ ତାଙ୍କର ମୋହ ଭଙ୍ଗ ହେଲା ସେତେବେଳେ ସେ କହିଲେ ।
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ ପ୍ରସାଦାନ୍ମୟା ଚୁ୍ୟତ ।
ସ୍ଥିତୋସ୍ମି ଗତ ସନ୍ଦେହଃ କରିଷ୍ୟେ ବଚନଂ ତବ ।ା ଗୀ ୧୮/୭୩ ।ା
(ଅର୍ଥ:- ହେ ଅଚୁ୍ୟତ! ଆପଣଙ୍କ କୃପାରୁ ମୋର ମୋହ ନଷ୍ଟ ହୋଇଗଲା; ସ୍ମୃତି ଫେରି ପାଇଲି ଏବଂ ସନ୍ଦେହ ରହିତ ହୋଇଗଲି । ବର୍ମାନ ମୁଁ ତୁମର ବଚନ ପାଳନ କରିବାକୁ ପ୍ରସ୍ତୁତ)
ମୋହ ମୁକ୍ତ ହେଲେ ମନୁଷ୍ୟ ଶ୍ରୁତ (ବର୍ମାନ ପର୍ଯ୍ୟନ୍ତ ଶୁଣିଥିବା) ଓ ଶ୍ରୋତବ୍ୟ (ଆଗକୁ ଆହୁରି ଶୁଣିବାକୁ ବାକିଥିବା) ଶାସ୍ତ୍ର ବଚନର ବିଷୟରୁ ବୈରାଗ୍ୟ ପ୍ରାପ୍ତ ହୁଏ । ଅନେକ କଥା ପଢ଼ିଶୁଣି ତା’ର ମନ-ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ । ବେଦ, ଉପନିଷଦ, ପୁରାଣ, ଶାସ୍ତ୍ର ଓ ଋଷିମାନଙ୍କ ବଚନରେ ମତ ଭିନ୍ନତା ଦେଖାଯାଏ । ସାଧାରଣ ମଣିଷ କେଉଁ ବଚନକୁ ପ୍ରମାଣ ସ୍ବରୂପ ଗ୍ରହଣ କରିବ ଜାଣି ପାରେ ନାହିଁ । ତା’ର ବୁଦ୍ଧି ବିଚଳିତ ହୋଇ ପଡେ । ଅସ୍ଥିର ବୁଦ୍ଧି ହେତୁ ସେ ପରମାତ୍ମାଙ୍କ ସହିତ ଯୋଗ ଯୁକ୍ତ ହୋଇ ପାରେ ନାହିଁ । ପରମାତ୍ମାଙ୍କଠାରେ ବୁଦ୍ଧିର ସ୍ଥିରତାକୁ ସମାଧି କୁହାଯାଏ । ବୁଦ୍ଧି ସଂଶୟ ରହିତ ହେଲେ ସ୍ଥିର ହୁଏ । ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ପର୍ଯ୍ୟନ୍ତ ବୁଦ୍ଧିରେ ସ୍ଥିରତା ଆସେ ନାହିଁ । ଶଙ୍କରା·ର୍ଯ୍ୟଙ୍କ ମତରେ ଚିର ସମାଧାନ ହେବାହିଁ ସମାଧି । ସମାଧିୟତେ ଚିମ ଅସ୍ମିନ୍  ଇତି ସମାଧିଃ । ଶାସ୍ତ୍ରୀୟ ମତ ଭେଦ ହେତୁ ମନରେ ସଂଶୟ ଉପôନ୍ନ ହୁଏ । ଈଶ୍ୱରୀୟ ଜ୍ଞାନ ଅନୁସରଣ କଲେ ମନ ସଂଶୟ ରହିତ ହୁଏ । ମନ ସଂଶୟ ବା ପ୍ରଶ୍ନ ରହିତ ହେଲେ ପ୍ରସନ୍ନ ଓ ଏକାଗ୍ର ହୋଇ ବୁଦ୍ଧି ପରମାତ୍ମାଙ୍କଠାରେ ଅଚଳ ହୋଇଯାଏ । ସେତେବେଳେ ଯୋଗ ପ୍ରାପ୍ତ ହୁଏ ।
ବିଦ୍ୱାନମାନେ ‘ଯୋଗ’ ପଦର ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଛନ୍ତି । ଶଙ୍କରା·ର୍ଯ୍ୟଙ୍କ ମତରେ ବିବେକରୂପ ବୁଦ୍ଧିକୁ ପ୍ରାପ୍ତ ହେବାହିଁ ଯୋଗ ଅଟେ । ବିବେକ ପ୍ରଜ୍ଞା ସମାଧିଂ ପ୍ରାପ୍ୟସି, ମଧୁସୂଦନ ସ୍ବାମୀଙ୍କ ମତରେ ଜୀବ ଓ ପରମାତ୍ମା ମଧ୍ୟରେ ଏକତ୍ୱ ବୋଧର ନାମ ଯୋଗ । ଯୋଗଂ ଜୀବପର ମାତ୍ମୈକ ଲକ୍ଷଣଂ ତ୍ୱ ମସ୍ୟାଦି ବାକ୍ୟଜନ୍ୟମଖଣ୍ଡ ସାକ୍ଷାତକାଂର ସର୍ବଯୋଗ ଫଳଂ ଅବାପ୍ୟସି । ଜୀବର ଅଳ୍ପଜ୍ଞତା ଓ ପରମାତ୍ମାଙ୍କ ସର୍ବଜ୍ଞତା - ଏହି ଭେଦ ବୁଦ୍ଧି ତ୍ୟାଗ କରି ଜୀବାତ୍ମା ଓ ପରମାତ୍ମା ଏକ ଓ ଅଭିନ୍ନ ବୋଲି ଗ୍ରହଣ କରିବାର ନାମ ଯୋଗ । ଏହାହିଁ ଏଠାରେ ମଧୂସୂଦନ ସ୍ବାମୀଜୀଙ୍କ ଭାଷାର ତାପôର୍ଯ୍ୟ । ନିଷ୍ପକ୍ଷ ଅନୁଶୀଳନ କଲେ ଜଣାଯାଏ ଯେ ଶଙ୍କରଙ୍କ ମାୟାବାଦକୁ ଗୀତା ଗ୍ରହଣ କରି  ନାହିଁ । ପରମାତ୍ମାଙ୍କ କଥନ ସମସ୍ତ ବାଦ ବିବାଦର ଉଦ୍ଧ୍ୱର୍ରେ । ତାଙ୍କ ମତରେ ଆତ୍ମା ଓ ପରମାତ୍ମା ଉଭୟ ପୃଥକ ଓ ଭିନ୍ନ ସା । ମନ ଓ ବୁଦ୍ଧିକୁ ପରମାତ୍ମାଙ୍କ ସହିତ ଏକାଗ୍ର କରିବାର ନାମ ଯୋଗ । ଅନ୍ୟ ଅର୍ଥରେ ପରମାତ୍ମାଙ୍କ ସହିତ ଆତ୍ମାର ମନୋମିଳନକୁ ଯୋଗ କୁହାଯାଏ । ଏହି ପରିପ୍ରେକ୍ଷୀରେ ଯୋଗ ଯୁକ୍ତାତ୍ମା (ଗୀ ୬/୧୯),ଯୋଗ ବିମାଃ (ଗୀ ୧୨/୧), ଯୋଗସଂଜ୍ଞିତଂ (ଗୀ ୬/୨୩); ଯୋଗ ସଂନ୍ୟସ୍ତ କର୍ମଣି (୪/୪୧), ଯୋଗ ସଂସିଦ୍ଧଃ (ଗୀ ୪/୩୮); ଯୋଗ ସଂସିଦ୍ଧିଂ (ଗୀ ୬/୩୭); ଯୋଗ ସେବୟା (ଗୀ ୬/୨ଠ); ଯୋଗସ୍ଥ (ଗୀ ୨/୪୮); ଯୋଗସ୍ୟ (ଗୀ ୬/୪୪); ଯୋଗଂ (ଗୀ ୨/୫୩) ଇତ୍ୟାଦି ଶ୍ଲୋକଗୁଡ଼ିକ ପ୍ରଣିଧାନ ଯୋଗ୍ୟ । ଏଥିରୁ ପ୍ରମାଣିତ ଯେ ଗୀତା ମାୟାବାଦୀମାନଙ୍କର ‘ତ୍ୱମସି’ ବା “ଆତ୍ମା-ପରମାତ୍ମା ଏକ ଓ ଅଭିନ୍ନ” ସିଦ୍ଧାନ୍ତ ଗ୍ରହଣ କରି ନାହିଁ ।
ପରମାତ୍ମାଙ୍କ ସହିତ ମନକୁ  ସ୍ଥିର କରି ବୁଦ୍ଧି ଦ୍ୱାରା ତାଙ୍କୁ ନିତ୍ୟ ନିରନ୍ତର ଅନୁଭବ କରିବା ହେଉଛି ଉଚ୍ଚକୋଟୀର ଯୋଗ । କିନ୍ତୁ ଏହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ । ପ୍ରଥମ ପର୍ଯ୍ୟାୟ ହେଉଛି ଅଭ୍ୟାସ ଯୋଗ । ଏହି ପର୍ଯ୍ୟାୟରେ ପରମାତ୍ମାଙ୍କୁ ପାଇବାର ତୀବ୍ର ଅଭିଳାଷ ରଖି ଆତ୍ମିକ ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହୁଏ । ଏହି ବିଧି ଅନୁସରଣକାରୀମାନେ ବ୍ରାହ୍ମ ମୂହୁର୍ରୁ ଶଯ୍ୟା ତ୍ୟାଗ କରି ସ୍ନାନ ଶୌ·ଦି ସମାପନ କରିବେ ଓ ସହଜ ଆସନରେ ଉପବେଶନ ପୂର୍ବକ ନିଜକୁ ଦେହଠାରୁ ପୃଥକ୍ ଏକ ଚୈତନ୍ୟ ସା ଆତ୍ମା ବୋଲି ମନେ କରିବେ । କଳ୍ପନା ଦ୍ୱାରା ଆତ୍ମାକୁ ଶରୀରଠାରୁ ପୃଥକ କରି ଚନ୍ଦ୍ର ସୂର୍ଯ୍ୟ ତାରାଗଣଙ୍କଠାରୁ ଉଦ୍ଧ୍ୱର୍ରେ ଥିବା ଅଖଣ୍ଡ ବ୍ରହ୍ମ ମହତ୍ୱରେ ପରିପୂର୍ଣ୍ଣ ପରମଧାମ ନିବାସୀ ପରମାତ୍ମାଙ୍କ ସହିତ ମିଳିତ ହେବା ପାଇଁ ବୁଦ୍ଧିକୁ ଉଦ୍ଧ୍ୱର୍ଗାମୀ କରାଇବେ । ଏହିପରି ଅଭ୍ୟାସ ଇନ୍ଦି୍ରୟମାନଙ୍କୁ ଶୋଧନ କରି ଶାରୀରିକ ଆକର୍ଷଣରୁ ମୁକ୍ତ କରେ । ତେଣୁ ପରମାତ୍ମା କହନ୍ତି, “ଯଦି ତୁ ତୋର ମନ ମୋଠାରେ ସ୍ଥିର ରଖିବାକୁ ସମର୍ଥ ହେଉ ନାହୁଁ ତେବେ “ଅଭ୍ୟାସ ଯୋଗ” ଦ୍ୱାରା ମୋତେ ପ୍ରାପ୍ତ କରିବାର ତୀବ୍ର ଅଭିଳାଷ ପୋଷଣ କର । ଅଥ ଚିଂ ସମାଧାତୁଂ ନ ଶକ୍ନୋଷି ମୟି ସ୍ଥିରମ । ଅଭ୍ୟାସ ଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜୟ ।ା ଗୀ ୧୨/୯ ।ା ପରମାତ୍ମାଙ୍କ ସହିତ ଏକାତ୍ମତା ଆସିଗଲା ପରେ ଯୋଗୀକୁ ଅତି  ଉମ ଆନନ୍ଦ ପ୍ରାପ୍ତ ହୁଏ । ଯଦି ଯୋଗରୁ ଆନନ୍ଦ ମିଳୁ  ନାହିଁ ବୋଲି କେହି  କୁହନ୍ତି ତେବେ ତାଙ୍କ ଅଭ୍ୟାସ ବିଧିରେ ନିଶ୍ଚୟ କେଉଁଠି ତ୍ରୁଟି ରହି ଯାଇଛି ବୋଲି ବୁଝିବାକୁ ହେବ । ପ୍ରକୃତ ବିଧି ଅନୁସରଣ ନ କରିବା ପର୍ଯ୍ୟନ୍ତ ଯୋଗରେ ସିଦ୍ଧି ମିଳେ ନାହିଁ । ଯାହାର ମନ ନିଶ୍ଚଳ ଓ ଶାନ୍ତ ନୁହେଁ, ସିଏ ସଂପୂର୍ଣ୍ଣ ପାପ ରହିତ ହୋଇ ନାହିଁ । ଯାଇଛିସେପରି ଯୋଗୀକୁ ହିଁ ପରମ ଆନନ୍ଦ ମିଳେ । ପ୍ରଶାନ୍ତମନସଂ ହ୍ୟେନଂ ଯୋଗିନଂ ସୁଖ ମୁମମ୍ । ଉପୈତି ଶାନ୍ତ ରଜସଂ ବ୍ରହ୍ମ ଭୂତମ କଳ୍ମଷମ୍ ।ା ଗୀ ୬/୨୭ ।ା

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର