ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱର ପରାୟଣତା-Dr. S. S. Mishra

ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱର ପରାୟଣତା

ସମତା (ରାଗ-ଦ୍ୱେଷ ରହିତ) ପ୍ରତିଷ୍ଠା ହେଲେ ବୁଦ୍ଧି ଏକ ନିଶ୍ଚୟାତ୍ମିକା ହୁଏ । ବିଷମତା ଦୋଷରେ ଦୂଷିତ ହେଲେ ଏହା ଅନିଶ୍ଚୟାତ୍ମିକା ହୁଏ । ଅନିଶ୍ଚୟାତ୍ମିକା ବୁଦ୍ଧିଯୁକ୍ତ ବ୍ୟକ୍ତିକୁ ଗତପ୍ରଜ୍ଞ ଓ ଏକ ନିଶ୍ଚୟାତ୍ମିକା ବୁଦ୍ଧିଯୁକ୍ତ ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ କୁହାଯାଏ । ସ୍ଥିତପ୍ରଜ୍ଞ ବ୍ୟକ୍ତି ଦେହ ଅଭିମାନରୁ ମୁକ୍ତ ହୋଇଥିବା ହେତୁ ସେ କେବଳ ନିଜ ଆତ୍ମାକୁ ହିଁ ଦେଖେ । ସେ ସଦା ସର୍ବଦା ଆତ୍ମିକ ଚିନ୍ତନରେ ଆନନ୍ଦ ବିଭୋର ଥାଏ । ତାଙ୍କ ପାଖରେ କୌଣସି କାମନା ବାସନା ନଥାଏ । ସେ ସମସ୍ତ ପ୍ରକାର ଭୌତିକ ବିଷୟ ବସ୍ତୁରୁ କାମନାକୁ ତ୍ୟାଗ କରିଦିଏ । ଶରୀରାଦି ବାହ୍ୟ ଜ୍ଞାନର ବିସ୍ମୃତିକୁ କେତେକ ସମାଧି ବୋଲି କହନ୍ତି । କିନ୍ତୁ; ପ୍ରକୃତ ସମାଧିର ଲକ୍ଷଣ ହେଉଛି ସମସ୍ତ ଦୈହିକ କାମନା ଓ ମୋହକୁ ତ୍ୟାଗ କରି ନିରନ୍ତର ଆତ୍ମିକ ସ୍ମୃତି ଦ୍ୱାରା ପରମାତ୍ମା ଚିନ୍ତନରେ ନିମଜ୍ଜିତ ରହିବା ।
କାମନାଯୁକ୍ତ ମନୁଷ୍ୟର ବୁଦ୍ଧି ବିଷମ, ଅନିଶ୍ଚୟାତ୍ମିକା, ଅସ୍ଥିର ଓ ବହୁପ୍ରକାର ହୋଇଥାଏ । ମନରୁ କାମନାର ଉପôି ହୁଏ । ଏହା ମନୁଷ୍ୟାତ୍ମାର ଜ୍ଞାନ ଆବୃତ କରିଦିଏ । ଏହାହିଁ ମୋହର କାରଣ (ଗୀ ୩/୪ଠ) । କାମକୁ ଜ୍ଞାନୀମାନଙ୍କର ନିତ୍ୟ ଶତ୍ରୁ କୁହାଯାଏ (ଗୀ-୩/୩୯) । କାମନା କୌଣସି ଉପାୟରେ ମଧ୍ୟ ସନ୍ତୁଷ୍ଟ, ତୃପ୍ତ ଓ ବଶୀଭୂତ ହୁଏ ନାହିଁ । ତେଣୁ ଅନଳ ସହିତ ତୁଳନା କରାଯାଇ ଏହାକୁ ନିତ୍ୟ ଶତ୍ରୁ କୁହାଯାଇଛି । ସମ୍ପୂର୍ଣ୍ଣ ଭାବରେ କାମନା ତ୍ୟାଗ କଲେ ବୁଦ୍ଧି ଜ୍ଞାନରେ ପ୍ରତିଷ୍ଠିତ ହୁଏ । ଏହାଫଳରେ ମନକୁ ଅସନ୍ତୁଷ୍ଟ କରୁଥିବା ବାସନା, ସ୍ପୃହା, ଇଛା, ତୃଷ୍ଣା ଆଦି ତିରୋହିତ ହୋଇଯାଆନ୍ତି । କାମନା ଶୂନ୍ୟ ଓ ଆତ୍ମ ସନ୍ତୁଷ୍ଟ ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ କୁହାଯାଏ ।
ବୁଢ଼ିଆଣି ଜାଲ ପରି ଅନନ୍ତ କାମନା ମଣିଷ ମନରେ ଗୁଡେଇ ହୋଇ ରହିଥାଏ । ଏହା ମଣିଷକୁ ଶରୀର ଓ ସଂସାର ସହିତ ବାନ୍ଧି ରଖେ । ମନ ଶରୀର ଓ ସଂସାରରୁ ମୁକ୍ତ ହେଲେ ଈଶ୍ୱରଙ୍କ ସହିତ ଯୁକ୍ତ ହୁଏ । ଅସଂଖ୍ୟ ସୂତାରେ ଲୁଗାଟିଏ ବୁଣା ହୋଇଥାଏ । ଲୁଗାରୁ ସୂତାଗୁଡିକୁ ପୃଥକ କରିଦେଲେ ତା’ର ଅସ୍ତିତ୍ୱ ଲୋପ ପାଇଯାଏ । ମନ ମଧ୍ୟ ସେହିପରି ଅସଂଖ୍ୟ ସଂକଳ୍ପ-ବିକଳ୍ପର ସମାହାର । ଏହି ସଂକଳ୍ପ ବିକଳ୍ପ ଜାଲରୁ ମନକୁ ମୁକ୍ତ କରିଦେଲେ ତାହା ପରମାତ୍ମାଙ୍କଠାରେ ସ୍ଥିର ରହେ । ହଠଯୋଗ ଦ୍ୱାରା ବଳପୂର୍ବକ କାମନାରୁ ମନରୁ ତଡିବା ସମ୍ଭବ ନୁହେଁ । ଅନ୍ୟ ପକ୍ଷରେ ଏହାକୁ ବିଷୟ ଭୋଗ ପ୍ରଦାନ ପୂର୍ବକ ସନ୍ତୁଷ୍ଟ କରି ବିଦାୟ ଦେବା ଦୁରାଶା ମାତ୍ର । ଭୋଗ ଘୃତ ଦ୍ୱାରା କାମନା-ଅନଳ ଆହୁରି ବଳୀୟାନ ହୁଏ । ଅସହଯୋଗ ଦ୍ୱାରା କାମନାକୁ ତଡିବାକୁ ହେବ । ଯିଏ ତ୍ୟାଗୀ ସିଏ ଯୋଗୀ । ଭୋଗୀ ଯୋଗୀ ହୋଇପାରିବ ନାହିଁ । ଖାଦ୍ୟାଭାବରେ ଶରୀର ଯେପରି କ୍ରମଶଃ କ୍ଷୀଣ ହୋଇ ମୃତୁ୍ୟ ପ୍ରାପ୍ତ ହୁଏ, ସେହିପରି କାମ୍ୟଭୋଗ ନ ପାଇଲେ କାମନା ନଷ୍ଟ ହୁଏ । କାମନାର ବିନାଶ ହେଲେ ସକଳ ଦୁଃଖ ତିରୋହିତ ହୋଇଯାଏ । କାମନା ମନୁଷ୍ୟକୁ ଅସନ୍ତୁଷ୍ଟ ଓ ଦୁଃଖୀ କରେ । କାମନାହୀନ ବ୍ୟକ୍ତି ସଦା ସନ୍ତୁଷ୍ଟ । କାମନା ହେଉଛି ପାର୍ଥିବ ବସ୍ତୁ । ପାର୍ଥିବ ବସ୍ତୁ ଓ ବିଷୟ ସହିତ ମନ ବୁଦ୍ଧିର ବିୟୋଗ ହେଲେ ପରମାତ୍ମାଙ୍କ ସହିତ ସଂଯୋଗ ହୁଏ । ଏପରି ଅବସ୍ଥା ପ୍ରାପ୍ତ ଯୋଗୀଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।
ଜୀବନରେ ସୁଖ-ଦୁଃଖ ଏକ ଅସ୍ଥାୟୀ ଘଟଣା ମାତ୍ର । ମନୋନୁକୂଳ ବିଷୟ ପ୍ରାପ୍ତି ହେଲେ ମନୁଷ୍ୟ ସୁଖୀ ଓ ଏହାର ବିପରୀତରେ ଦୁଃଖୀ ହୁଏ । ସୁଖ-ଦୁଃଖ, ଜୟ-ପରାଜୟ, ମାନ-ଅପମାନ, ଶୀତ-ଉଷ୍ଣ ଆଦି ଦ୍ୱନ୍ଦ ଭାବ ମନୁଷ୍ୟର ବୁଦ୍ଧିକୁ ଅସ୍ଥିର କରେ । ଦେହ ସମ୍ବନ୍ଧିତ ବ୍ୟକ୍ତି ବସ୍ତୁ, ବୈଭବ, ଘଟଣା, ପରିସ୍ଥିତି ପ୍ରତି ଆସକ୍ତି ବା ରାଗ ହେତୁ ଭୟ ଓ କ୍ରୋଧର ଉଦ୍ରେକ ହୁଏ । ଏହି ମନୋବିକାର ଦ୍ୱୟ ମନୁଷ୍ୟ ମନରେ ଉଦ୍ବେଗ ଜାତ କରାନ୍ତି । ପ୍ରାପ୍ତ ବସ୍ତୁର ବିଚ୍ଛେଦ ଆଶଙ୍କା ହେତୁ ଭୟ ଜାତ ହୁଏ । କାମନା ପୂରଣ ନ ହେଲେ ବା କାମ ଭୋଗରେ କେହି ବାଧକ ହେଲେ କ୍ରୋଧ ଉପôନ୍ନ ହୁଏ । କାମ ଓ କ୍ରୋଧ ଏକ ମୁଦ୍ରାର ଉଭୟ ପାଶ୍ୱର୍ । ଯେଉଁଠି କାମ ପ୍ରତ୍ୟକ୍ଷ ହୁଏ ସେଇଠି କ୍ରୋଧ ପ୍ରଚ୍ଛନ୍ନ ଭାବରେ ଥାଏ । କାମ ଅବଦମିତ ହେଲେ କ୍ରୋଧ ପ୍ରକାଶିତ ହୁଏ । କାୟା ଓ ଛାୟା ପରି କାମ କ୍ରୋଧର ଅଭିନ୍ନ ସମ୍ପର୍କ ରହିଛି । ଉଭୟେ ଉଭୟଙ୍କର ଅନୁଧାବନ କରନ୍ତି । କାମ ରଜଗୁଣାତ୍ମକ ଓ କ୍ରୋଧ ତମୋଗୁଣାତ୍ମକ । ତେଣୁ କାମୀ ଓ କ୍ରୋଧୀ ବ୍ୟକ୍ତି ରଜ ତମ ଗୁଣର ମିଶ୍ରିତ ପ୍ରଭାବରେ ପ୍ରଭାବିତ ହୁଅନ୍ତି । ଏହାଦ୍ୱାରା ମନୁଷ୍ୟର ମନ ତୁଫାନଗ୍ରସ୍ତ ସମୁଦ୍ର ପରି ଅଶାନ୍ତ ହୋଇପଡେ । ତେଣୁ ଯୋଗାଭ୍ୟାସୀ ବ୍ୟକ୍ତି ଦୁଃଖରେ ଉଦ୍ବେଗ ରହିତ ଓ ସୁଖରେ ନିଃସ୍ପୃହ ରହିବା ଉଚିତ । ଦୃଢ଼ ଇଛା ଶକ୍ତି ଦ୍ୱାରା କାମ କ୍ରୋଧାଦି ପ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏହାଦ୍ୱାରା ମନ ସଂକଳ୍ପ-ବିକଳ୍ପ ଦ୍ୱାରା ଅସ୍ଥିର ହୁଏ ନାହିଁ । ଏହା ମନର ମୌନ ଅବସ୍ଥା । ଏଭଳି ବ୍ୟକ୍ତିକୁ ପରମାତ୍ମା ଗୀତାରେ ସ୍ଥିତପ୍ରଜ୍ଞ ମୁନି ବୋଲି କହିଛନ୍ତି (ଗୀ-୨/୬) ।
ସଂସାର ତ୍ୟାଗ କରି ସଂସାରର ଦୁଃଖ କଷ୍ଟକୁ  ଏଡାଇ ଯିବାର ପନ୍ଥାକୁ  ଗୀତା ସମର୍ଥନ କରେ ନାହିଁ । ସମସ୍ତ ପ୍ରକାର ସୁଖ ଦୁଃଖ, ଶୁଭ-ଅଶୁଭକୁ ସମଭାବାପନ୍ନ ହୋଇ ଗ୍ରହଣ କରିବାକୁ ହେବ । କୌଣସି ବସ୍ତୁ ବା ବ୍ୟକ୍ତି ବିଶେଷ ପ୍ରତି ଆସକ୍ତି ହିଁ ଦୁଃଖର କାରଣ । ତେଣୁ ଏହା ସର୍ବଥା ତ୍ୟାଜ୍ୟ । କାହାରି ବିରୁଦ୍ଧ ବଚନରେ ଦୁଃଖ ପ୍ରକାଶ କରିବା ଅନୁଚିତ । ଏହିପରି ବୀରତ୍ୱର ସହିତ ମନୋବିକାର ସମୂହକୁ ଜୟ କରିବା ପାଇଁ ଗୀତା ସାଧନାର ପଥ ନିର୍ଦ୍ଧେଶ କରେ । ମନୋବିକାରଗୁଡିକ ସହିତ ମନର ସମସ୍ତ ସମ୍ବନ୍ଧ ଛିନ୍ନ ହୋଇଗଲେ ବୁଦ୍ଧି ସ୍ଥିର ହୋଇଯାଏ । ସ୍ଥିର ବୁଦ୍ଧି ଯୁକ୍ତ ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ । ଦେହାଭିମାନ ହେଉଛି ସମସ୍ତ ମନୋବିକାରର ଜନକ । ଦେହାଭିମାନୀ ବ୍ୟକ୍ତିର ଶରୀର ଓ ସଂସାର ସହିତ ଏକାତ୍ମତା ଥାଏ । ବ୍ୟକ୍ତି ଯାହାକୁ ମୋର ବୋଲି ଭାବେ ତା’ ପ୍ରତି ତା’ର ସ୍ନେହ ଭାବ ପ୍ରକଟିତ ହୁଏ । ସ୍ନେହ ଦୁଇ ପ୍ରକାର; ଲୌକିକ ଓ ଅଲୌକିକ । ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବର ଆକର୍ଷଣକୁ ଲୌକିକ ସ୍ନେହ କୁହାଯାଏ । ଏହି ସ୍ନେହ ପ୍ରଗାଢ଼ ହେଲେ ତାକୁ ଆସକ୍ତି କୁହାଯାଏ । ଲୌକିକ ସ୍ନେହ ସ୍ବାର୍ଥ ପ୍ରଣୋଦିତ । ସ୍ବାର୍ଥର ପୂିର୍ ହେଉଥିବା ପର୍ଯ୍ୟନ୍ତ ସ୍ନେହଭାବ ଥାଏ । ସ୍ବାର୍ଥ ପୂିର୍ରେ ବାଧା ହେଲେ କ୍ରୋଧ ଏବଂ ସ୍ବାର୍ଥ ନ ରହିଲେ ଦ୍ୱେଷ ଉପôନ୍ନ ହୁଏ । ସ୍ବାର୍ଥାନୁକୂଳ ହେଲେ ଶୁଭ ଓ ଏହାର ପରିପନ୍ଥୀକୁ ଅଶୁଭ ବୋଲି ସାଧାରଣତଃ ବି·ର କରାଯାଏ । ତେଣୁ ଦେହାଭିମାନୀ ମନୁଷ୍ୟ ଶୁଭ ବସ୍ତୁ ପ୍ରାପ୍ତିରେ ପ୍ରସନ୍ନ ଓ ଅଶୁଭ ବସ୍ତୁ ପ୍ରାପ୍ତିରେ ଦ୍ୱେଷ କରେ । ଆତ୍ମାଭିମାନୀ ବ୍ୟକ୍ତିଙ୍କ ସ୍ନେହ ଅଲୌକିକ ଅଟେ । ଜାତି, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ, ଭାଷା ଓ ରାଷ୍ଟ୍ରୀୟତା ଭେଦରେ ସମସ୍ତ ମନୁଷ୍ୟକୁ ସେ ପରମାତ୍ମାଙ୍କ ସନ୍ତାନ ଆତ୍ମା ରୂପରେ ଦେଖନ୍ତି । ସମସ୍ତ ବିଶ୍ୱକୁ ସେ ସ୍ବୀୟ କୁଟୁମ୍ବ ପରି ମନେ କରନ୍ତି । ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହଭାବ ଥାଏ; କିନ୍ତୁ ସେଥିରେ ଆସକ୍ତି ନଥାଏ । ତାଙ୍କ ସ୍ନେହ ସ୍ବାର୍ଥ ରହିତ, ଅନାବିଳ ଓ ଆତ୍ମିକ ହୋଇଥିବାରୁ ଅଲୌକିକ ଅଟେ । ସେ ଆସକ୍ତି ରହିତ ହୋଇଥିବାରୁ ଶୁଭାଶୁଭ ପ୍ରାପ୍ତିରେ ସମଭାବ ପୋଷଣ କରନ୍ତି । ଏହିପରି ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ । ।ା ଗୀ୨/୫୭ ।ା
ମନୁଷ୍ୟାତ୍ମାର ଚେତନାରେ ଜନ୍ମ ଜନ୍ମାନ୍ତର ଭୋଗ ଜନିତ ଯେଉଁ ସୁଖାନୁଭୁତି ଥାଏ ତାହାହିଁ ଇନ୍ଦ୍ରିୟମାନଙ୍କୁ ବିଷୟ ପ୍ରତି ଆକର୍ଷଣ କରେ । ହଠକ୍ରିୟା ବା ଜିଦ୍ କରି ଇନ୍ଦ୍ରିୟମାନଙ୍କୁ ବିଷୟରୁ ନିବୃ କଲେ ମଧ୍ୟ ଅବଚେତନ ମନରେ ତତ୍ ପ୍ରତି ସୂକ୍ଷ୍ମ ଆକର୍ଷଣ ରହିଥାଏ । ଏହି ରସ ନିବୃ ନ ହେବା ପର୍ଯ୍ୟନ୍ତ ମନ ଓ ମୁଦ୍ଧି ପରମାତ୍ମାଙ୍କଠାରେ ସ୍ଥିର ରହିପାରେ ନାହିଁ । ଇନ୍ଦ୍ରିୟ ସମୂହ ଯେଉଁ ଭୋଗ୍ୟ ବିଷୟଗୁଡ଼ିକୁ ପାଇବା ପାଇଁ କାମନା କରନ୍ତି ସେମାନଙ୍କର ବର୍ହିମୁଖୀ ଗତିକୁ ପ୍ରତ୍ୟାହାର କରିନେଲେ ବୁଦ୍ଧି ଆତ୍ମିକ ସ୍ଥିତିରେ ସ୍ଥିର ରହେ । ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ପାଇଁ ବ୍ରହ୍ମଚର୍ଯ୍ୟ ପାଳନ, ଶୁଦ୍ଧ ଓ ସା୍ୱିକ ଭୋଜନ ଗ୍ରହଣ, ଦିବ୍ୟଗୁଣ ଧାରଣ ଓ ନିତ୍ୟ ସତ୍ସଙ୍ଗ କରିବା ଉଚିତ । ଏହାଦ୍ୱାରା ଅନ୍ତଃକରଣ ଶୁଦ୍ଧ, ମନରେ ଉପôନ୍ନ ହେଉଥିବା ସଂକଳ୍ପ ବିକଳ୍ପର ଉାଳ ତରଙ୍ଗ ଶାନ୍ତ ଓ ବୁଦ୍ଧି ସ୍ଥିର ହୁଏ । ଏଠାରେ କଇଁଛର ଉଦାହରଣ ପ୍ରଣିଧାନଯୋଗ୍ୟ । କୌଣସି କାମ ନ ଥିଲେ କଇଁଛ ତା’ର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗଗୁଡିକୁ ଖୋଳପା ମଧ୍ୟକୁ ପ୍ରତ୍ୟାହାର କରି ନିଏ । ଆବଶ୍ୟକ ପଡିଲେ ଖୋଳପା ମଧ୍ୟରୁ ଅଙ୍ଗ ପ୍ରତ୍ୟଙ୍ଗ ବାହାର କରି କର୍ମ କରେ । ସ୍ଥିତପ୍ରଜ୍ଞ ବ୍ୟକ୍ତି ମଧ୍ୟ ବାହ୍ୟତଃ ସମସ୍ତ କର୍ବ୍ୟ କର୍ମ କରନ୍ତି କିନ୍ତୁ ସେଥିରେ ତାଙ୍କର କୌଣସି ଆସକ୍ତି ନଥାଏ । କର୍ମର ସମାପ୍ତି ପରେ ସେ ନିଜ ମନ-ବୁଦ୍ଧିକୁ ସାଂସାରିକ ସମ୍ବନ୍ଧରୁ ଉପରତ କରି ଆତ୍ମସ୍ଥ ହୋଇଯାଆନ୍ତି । ଇନ୍ଦ୍ରିୟ ସମୂହରେ ସେ ବଶୀଭୂତ ହୁଅନ୍ତି ନାହିଁ । ବିଷୟ ଭୋଗ ପରିବେର୍ ସେ ଇନ୍ଦ୍ରିୟ ସମୂହକୁ ଈଶ୍ୱରୀୟ ସେବାରେ ନିଯୁକ୍ତ କରନ୍ତି । ତେଣୁ ତାଙ୍କ ବିଷୟ ରସ ମଧ୍ୟ ନିବୃ ହୋଇଯାଏ । ।ାଗୀ/୨/୫୮ାା
ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସମୂହର ଭୋଗ ଲାଳସା ହିଁ ମନରେ ଚଳତା ସୃଷ୍ଟି କରେ । ବିଷୟ ପରିତ୍ୟାଗ କରି ଏହି ଲାଳସାକୁ ଦୂର କରାଯାଇପାରେ ନାହିଁ । ଅନାହାର ଦ୍ୱାରା କେବଳ ବିଷୟ ଗୁଡିକୁ ତ୍ୟାଗ କରାଯାଏ; କିନ୍ତୁ ଅନୁରାଗ ଦୂର ହୁଏ ନାହିଁ । ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରମାତ୍ମାଙ୍କ ସାକ୍ଷାତକାର ନହେବା ପର୍ଯ୍ୟନ୍ତ ବ୍ୟକ୍ତିର ସାଂସାରିକ ଭୋଗ୍ୟ ପଦାର୍ଥରେ ଅଭିରୁଚି ଦୂର ହୁଏ ନାହିଁ । ଆତ୍ମ ସଂଯମ ପାଇଁ ଅନେକ କଥା କୁହାଯାଏ, କିନ୍ତୁ ଯନô ପୂର୍ବକ ଅଭ୍ୟାସ ନ କରିବା ପର୍ଯ୍ୟନ୍ତ ଏହା ଫଳପ୍ରଦ ହୁଏ ନାହିଁ । କାରଣ ଆମର ଇନ୍ଦ୍ରିୟଗଣ ଖୁବ ବଳଶାଳୀ । ଯନôପୂର୍ବକ ଅଭ୍ୟାସ କରୁଥିବା ଜ୍ଞାନୀ ବ୍ୟକ୍ତି ମଧ୍ୟ ଏମାନଙ୍କର ପ୍ରଚଣ୍ଡତା ସମ୍ମୁଖରେ ବେଳେବେଳେ ହାର ମାନନ୍ତି । ସାଧାରଣ ଲୋକଙ୍କ କଥା କ’ଣ ବା କହିବା? ମନ-ବୁଦ୍ଧି ଦ୍ୱାରା ଇନ୍ଦ୍ରିୟ ସମୂହକୁ ସମ୍ପୂର୍ଣ୍ଣ ଭାବେ ଜୟ କରିବା ସମ୍ଭବ ନୁହେଁ । ଦେହ ଅଭିମାନ ତ୍ୟାଗ କରି ସର୍ବତୋଭବେ ପରମାତ୍ମା ପରାୟଣ ହେବାକୁ ପଡିବ । ସମସ୍ତ ବିଷୟ ପ୍ରତି ଅନୁରାଗ ପରିତ୍ୟାଗ କରି ଭଗବତ୍ ପ୍ରାପ୍ତିକୁ ହିଁ ଜୀବନରେ ଏକମାତ୍ର ଲକ୍ଷ୍ୟ ବୋଲି ଆନ୍ତରିକତାର ସହିତ ସ୍ବୀକାର କରିବାକୁ ହେବ । ଏହିପରି ପରମାତ୍ମା ପରାୟଣ ଓ ସଦା ସ୍ଥିର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସ୍ଥିତପ୍ରଜ୍ଞ ପଦବାଚ୍ୟ । ।ା ଗୀ-୨/୬୧ ।ା

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,