ବ୍ରାହ୍ମୀ ସ୍ଥିତି---Dr. S.S. mishra

ବ୍ରାହ୍ମୀ ସ୍ଥିତି

ବିହାୟ କାମାନ୍ ଯଃ ସର୍ବାନ୍ ପୁମାଂଶ୍ଚରତି ନିଃସ୍ପୃହ । ନିର୍ମ୍ମମୋ ନିରହଂକାରଃ ସଶାନ୍ତି ମଧିଗଚ୍ଛତି । ଏଷା ବ୍ରାହ୍ମୀସ୍ଥିତିଃ ପାର୍ଥ! ନୈନାଂ ପ୍ରାପ୍ତ ବିମୁହ୍ୟତି । ସ୍ଥିତ୍ୱା ସ୍ୟାମନନ୍ତତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି । ଅର୍ଥ;-ଯେଉଁ ପୁରୁଷ ସକଳ କାମନା ତ୍ୟାଗ କରି ନିଷ୍କାମ ଭାବରେ ନିର୍ମୋହ ଓ ନିରହଂକାରୀ ଜୀବନ ଯାପନ କରେ ସେ ଶାନ୍ତି ପ୍ରାପ୍ତ ହୁଏ । ଏହାହିଁ ସର୍ବୋଚ୍ଚ ସ୍ଥିତି ବା ବ୍ରହ୍ମୀ ସ୍ଥିତି । ଏହା ପ୍ରାପ୍ତ ହେଲେ କେହି ମୁହ୍ୟମାନ ହୁଏ ନାହଁ ଅର୍ଥାତ ସେ ସଂସାରର ଆପାତ ଦୃଶ୍ୟ ସୁଖ ଦୁଃଖରେ ବିମୂଢ ହୋଇ ବିଚଳିତ ହୁଏ ନାହିଁ । ଜୀବନର ଶେଷ ମୁହୂର୍ରେ ମଧ୍ୟ ଏହି ଅବସ୍ଥାରେ ସ୍ଥିତ ହୋଇ ପରମାତ୍ମାଙ୍କ ନିବାସ ସ୍ଥଳୀ ନିର୍ବାଣ ବ୍ରହ୍ମଲୋକକୁ ପ୍ରୟାଣ କରେ ।ା ଗୀ ୨/୭୧-୭୨ାା
ବ୍ରହ୍ମୀସ୍ଥିତି ଅର୍ଥାତ ଦେହାତୀତ ଅବସ୍ଥା । ଏହି ସ୍ଥିତିରେ ମନ ଓ ବୁଦ୍ଧି ଶରୀର ଓ ସଂସାର ସହିତ ସମସ୍ତ ସମ୍ବନ୍ଧ ଛିନ୍ନ କରି ବ୍ର୍ରହ୍ମଲୋକ ନିବାସୀ ପରମାତ୍ମାଙ୍କଠାରେ ସ୍ଥିର ରହେ । ଏହାକୁ ଜୀବନ୍ମକ୍ତ ଅବସ୍ଥା ମଧ୍ୟ କୁହାଯାଏ । ପରମାତ୍ମା ବ୍ରହ୍ମଠାରୁ ପୃଥକ ଏକ ସର୍ବଶକ୍ତିମାନ ପରମ ସା ଅଟନ୍ତି । ବ୍ରହ୍ମହେଉଛି ଏକ ସୂକ୍ଷ୍ମ ପ୍ରକାଶତ୍ୱ ଏବଂ ଏହା ତାଙ୍କର ନିବାସ ସ୍ଥଳୀ । ସେ ତ୍ୱଠାରୁ ଉଦ୍ଧ୍ୱର୍ରେ । ତେଣୁ ତାଙ୍କୁ ପରପ୍ରହ୍ମ ପରମେଶ୍ୱର କୁହାଯାଏ ।  ମହାବିନାଶ ପରେ ସମସ୍ତ ଆତ୍ମା ବ୍ରହ୍ମଲୋକ ପ୍ରତ୍ୟାବର୍ନ କରନ୍ତି । ଜୀବଦ୍ଧଶାରେ ପୁରୁଷାର୍ଥ ଦ୍ୱାରା ବ୍ୟକ୍ତି ଯେତେବେଳେ କାମନା, ବାସନା, ମମତା, ଅହଂକାର ଆଦି ତ୍ୟାଗ କରିଦିଏ ଅର୍ଥାତ ଦେହାଭିମାନରୁ ସଂପୂର୍ଣ୍ଣ ମୁକ୍ତ ହୋଇଯାଏ, ସେତେବେଳେ ବ୍ରହ୍ମୀସ୍ଥିତି ବା ଜୀବନ୍ମୁକ୍ତ ଅବସ୍ଥା ପ୍ରାପ୍ତ ହୁଏ ।
ସ୍ବାମୀ ଶଙ୍କରା·ର୍ଯ୍ୟ ବ୍ରହ୍ମୀ ସ୍ଥିତିର ବ୍ୟାଖ୍ୟା କରି କହନ୍ତି; “ଏଷା ଯଥୋକ୍ତା ବ୍ରାହ୍ମୀ ବ୍ରହ୍ମଣି ଭବେୟଂ ସ୍ଥିତିଃ ସର୍ବ କର୍ମ ସନ୍ୟସ୍ୟ ବ୍ରହ୍ମରୂପେଣୈ ବାବସ୍ଥାନମିତ୍ୟେ ତତ୍ । ହେ ପାର୍ଥ, ନୈନାଂ ସ୍ଥିତିଂ ପ୍ରାପ୍ୟ ଲବ୍ଧା ବିମୁହ୍ୟତି ନ ମୋହଂ ପ୍ରାପ୍ନୋତି ।” (ଅର୍ଥ:-ଉପର୍ଯୁ୍ୟକ୍ତ ଏହି ଅବସ୍ଥା ବ୍ରାହ୍ମୀ ଅର୍ଥାତ ବ୍ରହ୍ମରେ ହେବାକୁ ଥିବା ସ୍ଥିତି ଅର୍ଥାତ ସମସ୍ତ କର୍ମ ତ୍ୟାଗ କରି କେବଳ ବ୍ରହ୍ମରୂପରେ ସ୍ଥିତ ହୋଇଯିବା । ହେ ପାର୍ଥ, ଏହି ସ୍ଥିତି ପ୍ରାପ୍ତ ହୋଇ ମନୁଷ୍ୟ ପୁନଶ୍ଚ ମୋହିତ ହୁଏ ନାହିଁ ଅର୍ଥାତ ମୋହକୁ ପ୍ରାପ୍ତ ହୁଏ ନାହିଁ) ଶଙ୍କରାୟର୍ଯ୍ୟଙ୍କ ଏହି ବ୍ୟାଖ୍ୟାକୁ ଖଣ୍ଡନକରି  ମହାବିଦ୍ୱାନ ପଣ୍ଡିତ ଆର୍ଯ୍ୟ ମୁନିଜୀ ତାଙ୍କ  ବୈଦିକ ଗୀତାରେ ଲେଖିଛନ୍ତି,” ଏହିପରି ବ୍ରହ୍ମସ୍ବରୂପ ହୋଇଯିବା କଥା ଆଲୋଚ୍ୟ ଶ୍ଲୋକରେ କୁହାଯାଇ ନାହିଁ । ଯଦି ଏହିପରି ବ୍ରହ୍ମ ହୋଇଯିବା କଥା ଏହି ଶ୍ଲୋକର ଆଶୟ ହୋଇଥାନ୍ତା ତେବେ ପୂର୍ବ ଶ୍ଲୋକରେ ସମସ୍ତ କାମନାକୁ ତ୍ୟାଗ କରିବା ଦ୍ୱାରା ଯେଉଁ ଶାନ୍ତି ପ୍ରାପ୍ତି ହୁଏ ବୋଲି କୁହାଯାଇଛି ତାହାର ସଙ୍ଗତି ଏହା ସହିତ ହୁଅନ୍ତା ନାହିଁ ଏବଂ ଇନ୍ଦ୍ରିୟ ନିରୋଧଦ୍ୱାରା ଶାନ୍ତି ମିଳିବା କଥା କୁହାଯାଇ ଥାନ୍ତା । ଇନ୍ଦ୍ରିୟ ସମୂହକୁ ନିରୋଧ ଦ୍ୱାରା ଶାନ୍ତି ପ୍ରାପ୍ତିର କଥନ ଏହି କଥାକୁ ସିଦ୍ଧ କରେ ଯେ ନିଷ୍କର୍ମତାଦ୍ୱାରା ବ୍ରହ୍ମ ପାଲଟିଯିବା କଥନ ଏହି ଅଧ୍ୟାୟରେ  ନାହିଁ । କିନ୍ତୁ ପରମାତ୍ମାଙ୍କ ଗୁଣ ଧାରଣ କରିବା ଦ୍ୱାରା ଯେଉଁ ତଦ୍ଧର୍ମତାପିରୂପ ବ୍ରହ୍ମରେ ସ୍ଥିତି ହୁଏ ତା’ର ନାମ ଏଠାରେ ବ୍ରହ୍ମୀ ସ୍ଥିତି ଅଟେ ।
ପରମାତ୍ମା ସର୍ବଗୁଣର ସାଗର । ଆତ୍ମା ସେହି ଗୁଣଗୁଡିକର ସ୍ବରୂପ ମାତ୍ର । ଆତ୍ମା ଓ ପରମାତ୍ମା ପୃଥକ ସା ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସ୍ବଜାତୀୟତା ଅଛି । ସେହିପରି ଶରୀର ଓ ସଂସାର ସଜାତୀୟ ମଧ୍ୟ ଅଟନ୍ତି । ଆତ୍ମା ଶରୀର ସହିତ ତାଦାତ୍ମ୍ୟ ରଖିଲେ ବିଷମ ଦୋଷରେ ଦୂଷିତ  ହୁଏ ଓ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ରଖିଲେ ସମତା ହେତୁ ପରମ ଲାଭ କରେ । ପରମାତ୍ମାଙ୍କ ସାଧମ୍ୟ ଲାଭ କରିବା ହେଉଛି ବ୍ରାହ୍ମୀ ସ୍ଥିତି । ପରମାତ୍ମା ପବତ୍ରତା, ଜ୍ଞାନ, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଓ ଶକ୍ତିର ମହାସାଗର । ଆତ୍ମା ମଧ୍ୟ ମୌଳିକ ରୂପରେ ଏହି ଗୁଣ ଗୁଡିକର ସ୍ବରୂପ ଅଟେ । ମନୁଷ୍ୟାତ୍ମା ଯେତେବେଳେ ଉପରୋକ୍ତ ଗୁଣଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏକୁ ମଧ୍ୟ ଗଭୀର ଭାବରେ ଅନୁଭବ କରିଥାଏ, ସେତେବେଳେ ସେ ତା’ର ମୂଳ ସ୍ବରୂପ ବା ଆତ୍ମିକ ସ୍ଥିତିରେ ଥାଏ । ନିରନ୍ତର ଆତ୍ମିକ ସ୍ବରୂରେ ଅବସ୍ଥାନ କରିବା ସମ୍ଭବ ନୁହେଁ । କାରଣ ଜନ୍ମ ଜନ୍ମାନ୍ତରର କର୍ମଫଳ ମନୁଷ୍ୟକୁ ଶରୀର ଓ ସଂସାର ସହିତ  ବାନ୍ଧି ରଖିଥାଏ । ବ୍ୟାଙ୍କରୁ ଋଣ ଆଣିଲେ ଯେମିତି ମୂଳ ସହିତ ସୁଧ ମିଶି ମୂଳଧନ ବଢି ବଢି ·ଲେ ସେହିପରି ମନୁଷ୍ୟର କର୍ମଫଳ ଜନ୍ମଜନ୍ମାନ୍ତରରେ ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଉଥାଏ । କର୍ମ ତିନି ପ୍ରକାର; ସତ୍କର୍ମ (ପୁଣ୍ୟ), ବିକର୍ମ (ପାପ) ଓ ଅକର୍ମ (ପାପ-ପୁଣ୍ୟ ରହିତ) । କର୍ମ ଅନୁସାରେ ଫଳ ପ୍ରାପ୍ତ ହୁଏ । ଦେହାଭିମାନ ପୂର୍ବକ ଯାହା ସବୁ କର୍ମ କରାଯାଏ ତାହା ବିକର୍ମ ତାଲିକାରେ ଯୁକ୍ତ ହୁଏ ଓ ତଦନୁରୂପ ଫଳ ମିଳେ । ଦେହାଭିମାନରୁ ହିଁ କାମନା, ମମତା, ଅହଙ୍କାର ଓ ସ୍ପୃହା ଜାତ ହୋଇଥାଏ । ଏଗୁଡିକହିଁ ଅଶାନ୍ତିର ମୂଳ କାରଣ ।
ପ୍ରାରବ୍ଧବଶତଃ ମନୁଷ୍ୟ ଯେଉଁସବୁ ସାଂସାରିକ ଭୋଗ,ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ସେଗୁଡିକ ପ୍ରତି ଆସକ୍ତି ଭାବର ବାଚକ ‘କାମନା’ । ଅପ୍ରାପ୍ତ ବସ୍ତୁ ଓ ବୈଭବ ପ୍ରାପ୍ତି ଇଚ୍ଛା ଏବଂ ଉପଲବ୍ଧ ବିଷୟ ଭୋଗର ଇଚ୍ଛାକୁ ‘ସ୍ପୃହା’ କୁହାଯାଏ । ଏହା କାମନାର ସୂକ୍ଷ୍ମ ରୂପ । ନିଜ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଆଦିକୁ ନିଜର (ମୋର) ମନେ କରି ଆସକ୍ତ ହେବାର ନାମ ‘ମମତା’ । ନିଜକୁ ଦେହ ମନେ କରି, ଦୈହିକ ସୁଖ-ଦୁଃଖରେ ସୁଖୀ-ଦୁଃଖୀ ହେବା, ଅନ୍ୟମାନଙ୍କୁ ଦୈହିକ ଦୃଷ୍ଟିରେ ଦେଖିବା, ପୁରୁଷାର୍ଥ ଓ ପ୍ରାରବ୍ଧ ଦ୍ୱାରା ପ୍ରାପ୍ତ ଉଚ୍ଚବଂଶ, ଧନ -ସମ୍ପି, ଶାରୀରିକ ସ୍ବାସ୍ଥ୍ୟ; ମାନ-ସମ୍ମାନ,ଯଶ-କାର୍ୀ ଆଦିହେତୁ ଅନ୍ୟମାନଙ୍କଠାରୁ ନିଜକୁ ଶ୍ରେଷ୍ଠ ମନେ କରିବା ଓ ଅନ୍ୟମାନଙ୍କୁ ନିକୃଷ୍ଟ ମନେ କରି ହେୟ ଜ୍ଞାନ କରିବା ‘ଅହଂକାର’ର ପରି·ୟକ । କାମନା, ସ୍ପୃହା, ମମତା ଓ ଅହଂକାର ବ୍ୟକ୍ତିକୁ ଶରୀର ଓ ସଂସାର ସହିତ ଯୁକ୍ତ କରେ । ଏହା ଫଳରେ ମନ ଅଶାନ୍ତି ହୁଏ । ଅନ୍ୟ ପକ୍ଷରେ ଶାନ୍ତି ମହାସାଗର ପରମାତ୍ମାଙ୍କ ସହିତ ମନ-ବୁଦ୍ଧି ଯୁକ୍ତ କଲେ ଅଲୌକିକ ଶାନ୍ତି ମିଳେ । ଏଥିପାଇଁ ଶରୀର ଓ ସଂସାର ସହିତ ଯୁକ୍ତ କରୁଥିବା ତଥା ଅଶାନ୍ତିର ମୂଳ କାରଣ କାମନା, ସ୍ପୃହା, ମମତା ଓ ଅହଂକାରକୁ ସର୍ବଥା ତ୍ୟାଗ କରି ଏହାର ବିପରୀତ ନିଷ୍କାମ, ନିସ୍ପୃହ, ନିର୍ମମ ଓ ନିରହଙ୍କାର ଭାବରେ ବିଚରଣ କରିବା ଉଚିତ । ଏହାଦ୍ୱାରା ବ୍ୟକ୍ତି ଆତ୍ମିକ ସ୍ଥିତିରେ ସ୍ଥିତି ହୋଇ ନିରନ୍ତର ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହିପାରିବ । ଏହିପରି ଯୋଗୀ ବ୍ୟକ୍ତିହିଁ ଶାନ୍ତି ଲାଭ କରିଥାଏ । ଏହାହିଁ “ବ୍ରାହ୍ମୀ ସ୍ଥିତି” । ଅନ୍ୟ ଅର୍ଥରେ ଶରୀର ଓ ସଂସାର ବନ୍ଧନରୁ ମୁକ୍ତ ହୋଇ ସମସ୍ତ କର୍ବ୍ୟ କର୍ମ ସ୍ବ·ରୁ ରୂପେ ସମ୍ପାଦନ କରିବା ପୂର୍ବକ ଆତ୍ମିକ ସ୍ଥିତିରେ ସର୍ବଦା ମନ-ବୁଦ୍ଧିକୁ ବ୍ରହ୍ମଲୋକ ନିବାସୀ ପରଂବ୍ରହ୍ମ ପରମାତ୍ମାଙ୍କ ସହିତ ତଲ୍ଲୀନ ରଖିବା ହିଁ ହେଉଛି ବ୍ରାହ୍ମୀ ସ୍ଥିତି । ଏହି ସ୍ଥିତିରେ ସ୍ଥିତ ବ୍ୟକ୍ତି ବା ଯୋଗୀ କେବେହେଲେ ମୋହାଭିଭୂତ ହୁଅନ୍ତି ନାହିଁ । ଅନ୍ତିମ ସମୟରେ ମଧ୍ୟ ଏହି ସ୍ଥିତି ବ୍ରହ୍ମାନନ୍ଦ ଅର୍ଥାତ ପରମାତ୍ମା ମିଳନ ଜନିତ ସର୍ବଶ୍ରେଷ୍ଠ ଆନନ୍ଦ ପ୍ରଦାନ କରିଥାଏ ।
ସାଧାରଣ ମଣିଷ ସାଂସାରିକ ବିଷୟ ଭୋଗ ମଧ୍ୟରେ ଆନନ୍ଦର ଅନ୍ୱେଷଣ କରେ । କାରଣ ସେ ଜାଣି ନ ଥାଏ ଯେ ଆତ୍ମା ସ୍ବୟଂ ଆନନ୍ଦ ସ୍ବରୂପ । ଆତ୍ମାର ମୌଳିକ ଗୁଣ ହେଉଛି ଆନନ୍ଦ । ଆତ୍ମାର ପିତା ପରମାତ୍ମା ହେଉଛନ୍ତି ଆନନ୍ଦର ସାଗର । କିନ୍ତୁ ଅଜ୍ଞାନ ଦେହାଭିମାନବଶତଃ ଏହି ଚରମ ସତ୍ୟ ଅନୁଭବ କରିପାରେ ନାହିଁ । ଦୁଗ୍ଧ ମଧ୍ୟରେ ଘୃତ ଲକ୍କାୟିତ ଥାଏ । ଉପଯୁକ୍ତ ଭାବରେ ମନ୍ଥନ କଲେ ଏହା ବାହାରେ । ପ୍ରତ୍ୟେକ ଆତ୍ମାର ଆନନ୍ଦ ସୁପ୍ତ ଭାବରେ ରହିଛି । ମନୋମନ୍ଥନ ଦ୍ୱାରା ଏହା ପ୍ରକଟ ହୁଏ । ମୁଖ୍ୟତଃ ଆନନ୍ଦ ଦୁଇ-ପ୍ରକାର; ସାଧନ ଜନ୍ୟ ଓ ସ୍ବୟଂସିଦ୍ଧି । ବିଷୟଭୋଗରୁ ପ୍ରାପ୍ତ ଆନନ୍ଦ ସାଧନଜନ୍ୟ । ବିଷୟର ସମାପ୍ତି ପରେ ତଦ୍ଜନ୍ୟ ଆନନ୍ଦର ନାଶ ହୁଏ । କିନ୍ତୁ ଆତ୍ମିକ ସ୍ଥିତିରେ ରହିବା ଦ୍ୱାରା ଯେଉଁ ଆନନ୍ଦ ପ୍ରାପ୍ତ ହୁଏ ତାହା ଅବିନାଶୀ । ଏହା ସ୍ବୟଂ ସିଦ୍ଧ ଆନନ୍ଦ । ଏହି ଆନନ୍ଦ ପ୍ରାପ୍ତି ହେଉଛି ‘ବ୍ରହ୍ମୀସ୍ଥିତି’ । ପରମାତ୍ମା ସତ୍, ଚିତ୍ ଓ ଆନନ୍ଦରେ ପରିପୂର୍ଣ୍ଣ ଅଟନ୍ତି । ସେହି ପରମାତ୍ମାଙ୍କୁ ଯିଏ ଚିହ୍ନିପାରେ ଏବଂ ତାଙ୍କ ସହିତ ମନକୁ ତଦାକାର କରେ ସିଏ ପରିପୂର୍ଣ୍ଣ ଆନନ୍ଦ ଅନୁଭବ କରେ । ଆନନ୍ଦର ଏହି ପରିପୂର୍ଣ୍ଣ ଅବସ୍ଥା ବ୍ରହ୍ମାନନ୍ଦ ବା ନିର୍ବାଣବ୍ରହ୍ମ ପ୍ରାପ୍ତି । ଅନ୍ତିମ ସମୟ କହିଲେ ମୃତୁ୍ୟ ଓ ମହାବିନାଶର ଅବ୍ୟବହିତ କ୍ଷଣକୁ ବୁଝାଏ । ଏହି ଉଭୟ କ୍ଷଣକୁ ସତତ ସ୍ମରଣ ରଖିବାକୁ ହେବ । ମୃତୁ୍ୟକାଳୀନ ମନୋଭାବହିଁ ବ୍ୟକ୍ତିର ପରଜନ୍ମ କିପରି ହେବ ନିର୍ଦ୍ଧାରଣ କରେ । ସମଗ୍ର ଜୀବନର କର୍ମ ଆଧାରରେ ମନୁଷ୍ୟର ମନୋଭାବ ନିର୍ମାଣ ହୁଏ । ମୃତୁ୍ୟ ଓ ମହାବିନାଶ ପୂର୍ବରୁ ଆଗମନର ତିଥି ସୂଚନା ଦେଇ ଆସିବେ ନାହିଁ । ତେଣୁ ବର୍ମାନଠାରୁ ହିଁ ପୁରୁଷାର୍ଥକୁ ତୀବ୍ର କରିବାକୁ ହେବ । ଦେହାଭିମାନୀ ବ୍ୟକ୍ତି ପାଇଁ ମୃତୁ୍ୟ ଅତୀବ ଯନ୍ତ୍ରଣାଦାୟକ ମନେହୁଏ । ସଂପ୍ରତି ଆମେ ସମସ୍ତେ ମହାବିନାଶର ଦ୍ୱାର ଦେଶର ଦଣ୍ଡାୟମାନ । ମହାବିନାଶର ତାଣ୍ଡବଲୀଳା ପ୍ରଦର୍ଶନ କରିବା ପାଇଁ ଅଦୃଷ୍ଟ ତା’ର ପ୍ରସ୍ତୁତି ଚଳାଇଛି । ପ୍ରାକୃତିକ ବିପର୍ଯ୍ୟୟ, ଗୃହ ଯୁଦ୍ଧ, ଆତଙ୍କବାଦୀ କାର୍ଯ୍ୟକଳାପ, ଦେଶ ଦେଶ ମଧ୍ୟରେ ଆଣବିକ ଅସ୍ତ୍ର ନିର୍ମାଣର ପ୍ରତିସ୍ପର୍ଦ୍ଧା ଆଦି ଏହାର ଜ୍ୱଳନ୍ତ ଉଦାହରଣ । କେତେବେଳେ ଯେ ମହାବିନାଶ ସଂଘଟିତ ହେବ ତା’ହା ପୂର୍ବରୁ କଳନା କରିବା କାହାରି ପକ୍ଷରେ ସମ୍ଭବ ହେବ ନାହିଁ । ବ୍ରାହ୍ମୀସ୍ଥିତି ଲାଭ କରିଥିବା ବ୍ୟକ୍ତି ବା ଯୋଗୀ ମୃତୁ୍ୟ ଓ ମହାବିନାଶର ସଙ୍ଗୀନ ମୁହ୍ୱର୍ରେ ମଧ୍ୟ ଶାନ୍ତ ରହି ବ୍ରହ୍ମାନନ୍ଦ ଲାଭ କରନ୍ତି । ଜୀବଦ୍ଧଶାରେ ବ୍ରାହ୍ମୀ ସ୍ଥିତି ପ୍ରାପ୍ତ ବ୍ୟକ୍ତି ଜୀବନ୍ମୁକ୍ତ ହୋଇଯାଏ । ଏହି ସ୍ଥିତି ଲାଭ ପାଇଁ ଅଭ୍ୟାସ ଅବ୍ୟାହତ ରଖିବାକୁ ପଡିବ । କାରଣ ମୃତୁ୍ୟର ଠିକ ଅବ୍ୟବହିତ ପୂର୍ବରୁ ମଧ୍ୟ ଯଦି ଏହା ମିଳିଯାଏ ତେବେ ସୁଦ୍ଧା ବ୍ୟକ୍ତି ବ୍ରହ୍ମାନନ୍ଦ ପ୍ରାପ୍ତ ହୁଏ ।
ନିଷ୍କାମର ଅର୍ଥ ହେଲା ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସମୂହର ଭୋଗେଚ୍ଛା ତ୍ୟାଗ କରିବା । ରାଜସିକ ଗୁଣରୁ ଉପôନ୍ନଏହି ବାସନା, ମୁଁତ୍ୱର ଅହଙ୍କାର ଓ ପର ଆପଣା ଭେଦ ଭାବନାହିଁ ସକଳ ପ୍ରକାର ଦୁଃଖ-ଅଶାନ୍ତିର ମୂଳ କାରଣ । ଜ୍ଞାନୀବ୍ୟକ୍ତି ନିଜକୁ ଦେହଭାବେ ନାହିଁ । ଦେହ ତା’ ପାଇଁ ଏକ ମାଧ୍ୟମ ମାତ୍ର । ଇନ୍ଦ୍ରିୟ ସମୂହ ତା’ର ଅଧୀନସ୍ଥ ପରି·ରକ ପରି କାମ କରନ୍ତି । ସେ ସଦା ସର୍ବଦା ଆତ୍ମିକ ସ୍ମୃତିରେ ରହୁଥିବାରୁ ସମଗ୍ର ମାନବାତ୍ମାମାନଙ୍କୁ  ଆତ୍ମୀୟ ସ୍ବରୂପରେ ବ୍ୟବହାର କରେ । ତା’ ପାଇଁ ପର-ଆପଣା କେହି ନାହିଁ । ସମସ୍ତ ଆତ୍ମା ଏକ ପରମାତ୍ମାଙ୍କ ସନ୍ତାନ, ସମସ୍ତେ ଭାଇ ଭାଇ । ତା’ ପାଇଁ ସମଗ୍ର ବସୁଧାହିଁ ତା’ର ପରିବାର, ତେଣୁ ବ୍ୟକ୍ତି କୈନ୍ଦ୍ରିକ ସଂକୀର୍ଣ୍ଣ ମୋହ ମମତାର ଉଦ୍ଧ୍ୱର୍ରେ ସେ ବିଚରଣ କରେ । ସେ ଅନ୍ୟମାନଙ୍କ ପରି କର୍ମ କରେ । କିନ୍ତୁ ତା’ର ନିଜର କୌଣସି କାମନା ବା ବାସନା ନ ଥାଏ । ମନ, ବଚନ କର୍ମରେ ସେ ଈଶ୍ୱର ସମର୍ପିତ ହୋଇ ଈଶ୍ୱରୀୟ ଇଚ୍ଛା ପୂିର୍ ପାଇଁ କର୍ମ କରୁଥିବାରୁ ତାଙ୍କୁ ଅହଙ୍କାର ସ୍ପର୍ଶ କରି ପାରେ ନାହିଁ । ଏଭଳି ଜ୍ଞାନୀ ପୁରୁଷହିଁ ମହାନ ଶାନ୍ତି  ପ୍ରାପ୍ତ କରନ୍ତି । ବସ୍ତୁ ସମୂହର ବାହ୍ୟ ଦୃଶ୍ୟରେ ସେ ପ୍ରଭାବିତ ହୋଇ ବିଚଳିତ ହୁଅନ୍ତି ନାହିଁ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,