ନିଷ୍କାମ କର୍ମଯୋଗୀ ଓ ଆତ୍ମ ପରାୟଣ ହୁଅ--Dr sudhanshu sekhar mishra
ନିଷ୍କାମ କର୍ମଯୋଗୀ ଓ ଆତ୍ମ ପରାୟଣ ହୁଅ
ସ୍ୱ(Sattwa), ରଜ ଓ ତମ- ଏହି ତିନୋଟି ମୁଖ୍ୟ ଉପାଦାନ ବା ଗୁଣକୁ ନେଇ ପ୍ରକୃତିର ସୃଷ୍ଟି । ଏହି ତିନିଗୁଣହିଁ ଜୀବାତ୍ମାକୁ ଶରୀର ଓ ସଂସାର ମଧ୍ୟରେ ବାନ୍ଧି ରଖେ ।
ସ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭବାଃ । ନିବଧ୍ନନ୍ତି ମହାବାହୋ ଦେହେ ଦେହିନମ୍ ବ୍ୟୟମ”ାା ଗୀ ୧୪/୫ ।ା ଗୀତାରେ ପରମାତ୍ମା ତ୍ରିଗୁଣାତୀତ ହେବାକୁ ନିର୍ଦ୍ଧେଶ ଦେଇଛନ୍ତି । କାରଣ ଗୁଣମାନଙ୍କ ଅଧିନରେ ଥିବା ପର୍ଯ୍ୟନ୍ତ ମନୁଷ୍ୟ ଶରୀର ଓ ସଂସାରର ବନ୍ଧନରୁ ମୁକ୍ତ ।ା ଗୀ ୧୪/୫ ।ା ଗୀତାରେ ପରମାତ୍ମା ତ୍ରିଗୁଣାତୀତ ହେବାକୁ ନିର୍ଦ୍ଧେଶ ଦେଇଛନ୍ତି । କାରଣ ଗୁଣମାନଙ୍କ ଅଧିନରେ ଥିବା ପର୍ଯ୍ୟନ୍ତ ମନୁଷ୍ୟ ଶରୀର ଓ ସଂସାରର ବନ୍ଧନରୁ ମୁକ୍ତ ହୋଇପାରେ ନାହିଁ । ସ୍ୱଗୁଣ ମନୁଷ୍ୟକୁ ଶାସ୍ତ୍ରାଦି ଜ୍ଞାନ ଓ ସା୍ୱିକ ସୁଖ ଭୋଗ ପାଇଁ ପ୍ରେରିତ କରେ । ରଜଗୁଣ ସାଂସାରିକ ସୁଖ ଭୋଗର କାମନା ଉପôନ୍ନ କରେ । ତମଗୁଣର ବଶବର୍ୀ ବ୍ୟକ୍ତି ଅଜ୍ଞାନ ଅନ୍ଧକାରରେ ପଥ ହୁଡି ଧର୍ମ ଭ୍ରଷ୍ଟ ଓ କର୍ମ ଭ୍ରଷ୍ଟ ହୁଏ । ସ୍ୱଗୁଣ ମନୁଷ୍ୟକୁ ସୁଖରେ; ରଜଗୁଣ କର୍ମଫଳରେ; ଓ ତମୋଗୁଣ ପ୍ରମାଦରେ ବାନ୍ଧେ । ସ୍ୱଂ ସୁଖେ ସଞ୍ଜୟତି ରଜଃ କର୍ମଣି ଭାରତ । ଜ୍ଞାନମାବୃତ୍ୟତୁ ତମଃ ପ୍ରମାଦେ ସଞ୍ଜୟତୁ୍ୟତ ।ା ଗୀ୧୪/୯ାା
ତିନିଗୁଣର କାର୍ଯ୍ୟ ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ପାଇଁ ବେଦ ନାନାପ୍ରକାର ଯାଗ, ଯଜ୍ଞ, ତପସ୍ୟା, ଉପାସନା, ଦାନ, ବ୍ରତ, ପୂଜା ଆଦିର ବର୍ଣ୍ଣନା କରିଛି । ଏହି ସକାମ କର୍ମ ମନୁଷ୍ୟକୁ ଉଦ୍ଧ୍ୱର୍ଗାମୀ ହେବାକୁ ଦିଏ ନାହିଁ । ତିନିଗୁଣର ବଶୀଭୂତ ହୋଇ ମନୁଷ୍ୟ ଜନ୍ମ ଜନ୍ମାନ୍ତର କାମନା ବାସନା ପୂିର୍ ପାଇଁ ନାନା ପ୍ରକାର କର୍ମର ଜାଲରେ ବାନ୍ଧି ହୋଇଯାଏ । ନିଃସଙ୍ଗ ଅସ୍ତ୍ରରେ ଏହି କର୍ମବନ୍ଧନକୁ ଛେଦନ କଲେ ମଣିଷ ଗୁଣାତୀତ ହୁଏ ।କର୍ମ ଫଳ ଭୋଗ କରିବା ପାଇଁ ଜୀବାତ୍ମା ଶରୀର ଧାରଣ କରିଥାଏ । ତେଣୁ ସେ କର୍ମ ନ କରି ସଂସାରରେ କ୍ଷଣେ ରହି ପାରିବ ନାହିଁ । “ନ ହି କଶ୍ଚିତ କ୍ଷଣମପୁ ଜାତୁ ତିଷ୍ଠତ୍ୟ କର୍ମକୃତ” ।ା ଗୀ ୩/୫ ।ା ଘରେ ବା ଅରଣ୍ୟରେ ଯେଉଁଠି ରହିଲେ ମଧ୍ୟ ମନୁଷ୍ୟ କର୍ମ କରିବାକୁ ବାଧ୍ୟ । କ୍ରିୟାଶୀଳତାର ନାମ ଜୀବନ ଓ ନିଷ୍କ୍ରିୟତାର ନାମ ମୃତୁ୍ୟ । ନିଃଶ୍ୱାସ ନେବା, ଦେଖିବା, ଶୁଣିବା, ଭୋଜନ କରିବା, ମଳ-ମୂତ୍ର ତ୍ୟାଗ କରିବା । ନିଦ୍ରା ଯିବା ଆଦି ମଧ୍ୟ କର୍ମର ପର୍ଯ୍ୟାୟ ଭୁକ୍ତ । ଏସବୁ କର୍ମ ବିନା ମନୁଷ୍ୟ ବô ପାରିବ ନାହିଁ । ସାଂସାରିକ ପଦାର୍ଥ ବା ଭୋଗ୍ୟ ବିଷୟଗୁଡିକରେ କୌଣସି ଦୋଷ ନ ଥାଏ । ଏଗୁଡିକ ପ୍ରତି ମନରେ ଆସକ୍ତି ଜାତ ହେଲେ ରାଗ ଦ୍ୱେଷାଦି ଦ୍ୱନ୍ଦ ଭାବ ଉପôନ୍ନ ହୁଏ । ଏହାହିଁ ମନୁଷ୍ୟକୁ ତ୍ରିଗୁଣ ରଜ୍ଜୁରେ ବାନ୍ଧି ରଖେ । ତେଣୁ ତ୍ରୀଗୁଣାତୀତ ଓ ଦ୍ୱନ୍ଦ ରହିତ ହେବାପାଇଁ ପରମାତ୍ମା ଗୀତାରେ ଉପଦେଶ ଦେଇଛନ୍ତି । ଏଥି ପାଇଁ ସେ ତିନୋଟି ଉପାୟ ବର୍ଣ୍ଣନା କରିଛନ୍ତି । ନିତ୍ୟ ନିରନ୍ତର ସ୍ବୀୟ ଆତ୍ମିକ ସ୍ବରୂପରେ (ଆତ୍ମାବାନ୍) ସ୍ଥିତ ହୋଇ ଯୋଗ-କ୍ଷେମର ଅଭିଳାଷ ତ୍ୟାଗ ପୂର୍ବକ (ନିର୍ଯୋଗ କ୍ଷେମଃ) ନିତ୍ୟନିରନ୍ତର ଅବିନାଶୀ (ନିତ୍ୟସ୍ୱ) ପରମାତ୍ମାଙ୍କ ସ୍ମୃତିର ଅଭ୍ୟାସ ଦ୍ୱାରା ମନୁଷ୍ୟ ଗୁଣାତୀତ ଓ ଦ୍ୱନ୍ଦ ରହିତ ହୁଏ ।ା ଗୀ ୨/୪୫ ।ା
ପରମାତ୍ମା ନିତ୍ୟ ସ୍ୱ । ତାଙ୍କ ସ୍ମୃତିରେ ସ୍ଥିତ ହେବା ନିତ୍ୟ ସ୍ୱସ୍ଥ । ପରମାତ୍ମା ଅବିନାଶୀ, ଅପରିବର୍ନୀୟ, ଜନ୍ମ- ମୃତୁ୍ୟ ରହିତ ଓ ନିର୍ବିକାରୀ ହେତୁ ନିତ୍ୟ ଅଟନ୍ତି । ଶରୀର ଓ ସଂସାର ବିନାଶୀ, ପରବର୍ନୀୟ, ଜନ୍ମ-ମୃତୁ୍ୟ ଯୁକ୍ତ ଓ ବିକାରୀ ହେତୁ ଅନିତ୍ୟ ଅଟେ। ଅନିତ୍ୟ ସହିତ ସମ୍ବନ୍ଧ ରଖିଲେ ଦ୍ୱୈତ ଭାବ ଆସେ । ଅବିନାଶୀ ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ରହିବା ଦ୍ୱାରା ଦ୍ୱୈତଭାବ ଅବସାନ ହୁଏ । ଦୈବୀ ସମ୍ପିର ପ୍ରାପ୍ତିକୁ ‘ଯୋଗ’ ଓ ତା’ର ରକ୍ଷାକୁ କ୍ଷେମ କୁହାଯାଏ । ପରମାତ୍ମା ବିନାଶୀ ଧନ ସମ୍ପି ଦିଅନ୍ତି ନାହିଁ । ପରମାତ୍ମା ଦୈବୀ ସମ୍ପିର ମହା ସମୁଦ୍ର । ଈଶ୍ୱରୀୟ ସନ୍ତାନ ହିସାବରେ ଯୋଗୀ ଏହି ସମ୍ପିର ଉରାଧିକାରୀ । ଦୈବୀ ସମ୍ପି ଉପରେ ସର୍ବଦା ଆସୁରୀ ଶକ୍ତିର ଦୃଷ୍ଟିଥାଏ । ଏହାକୁ ଆଧ୍ୟାତ୍ମିକ ଭାଷାରେ ମାୟା କୁହାଯାଏ । ମାନବାତ୍ମାର ମନୋବିକାର ରୂପେ ଏହା ଆତ୍ମପ୍ରକାଶ କରେ । ମାୟାର ମୋହିନୀ ଶକ୍ତିର ପ୍ରଭାବରେ ପ୍ରଭାବିତ ଯୋଗୀ ଈଶ୍ୱର ଦ ସମ୍ପିକୁ ସ୍ବ-ପୁରୁଷାର୍ଥ ଲବ୍ଧ ଭାବି ଅଭିମାନ କରେ । ଏହା ଦ୍ୱାରା ତା’ର ସମସ୍ତ ଈଶ୍ୱରୀୟ ସମ୍ପି ନଷ୍ଟ ହୁଏ । କିନ୍ତୁ ପରମାତ୍ମାଙ୍କ ଉପରେ ନିର୍ଭରଶୀଳ ଯୋଗୀ ଦୈବୀ ସ ସମ୍ପିକୁ ଈଶ୍ୱରୀୟ ପ୍ରସାଦ ରୂପେ ଗ୍ରହଣ କରନ୍ତି । ସେ ନିରହଂକାର ଭାବରେ ଜଗତ କଲ୍ୟାଣ ପାଇଁ କର୍ମ କରନ୍ତି । ତାଙ୍କ ନିଜ ପାଇଁ କୌଣସି ଚିନ୍ତନ ଥାଏ । ଯିଏ ନିଜ ଚିନ୍ତା କରେ ନାହିଁ; ତା’ ଚିନ୍ତା ପରମାତ୍ମା କରନ୍ତି । ତା’ର ଭରଣ ପୋଷଣର ଦାୟିତ୍ୱ ମଧ୍ୟ ପରମାତ୍ମା ନିଜେ ବହନ କରନ୍ତି ।ା ଗୀ - ୯/୨୨ ।ା
ପରମାତ୍ମାଙ୍କ ସ୍ମୃତିରେ ନିତ୍ୟ ସ୍ଥିତ ହେବା ପାଇଁ ଆତ୍ମ ପରାୟଣ ହେବା ଆବଶ୍ୟକ । କାରଣ ସେ ସ୍ଥୂଳ ଇନ୍ଦି୍ରୟ ଦ୍ୱାରା ଦୃଶ୍ୟମାନ ନୁହନ୍ତି । ଦେହାଭିମାନହିଁ ଆତ୍ମ ବିସ୍ମୃତିର କାରଣ । ଆତ୍ମପରାୟଣ ହେବା ପାଇଁ ସମସ୍ତ ପ୍ରକାର ଦୈହିକ ସମ୍ବନ୍ଧ ଓ ସମ୍ପର୍କ ପ୍ରତିଥିବା ରାଗ ଓ ଦ୍ୱେଷ ପରିହାର ପୂର୍ବକ ନିଜକୁ ଦେହଠାରୁ ପୃଥକ ଏକ ଜ୍ୟୋର୍ତିବିନ୍ଦୁ ସ୍ବରୂପ ଆତ୍ମା ବୋଲି ନିରନ୍ତର ଅଭ୍ୟାସ କରିବାକୁ ହେବ । ଏହିପରି ଅଭ୍ୟାସ ଦ୍ୱାରା ସଦା-ସର୍ବଦା ଆତ୍ମିକ ଚେତନାରେ ସ୍ଥିତ ବ୍ୟକ୍ତିକୁ ‘ଆତ୍ମବାନ୍’ କୁହାଯାଏ ।
ଯୋଗ ସାଧନାର ଲକ୍ଷ୍ୟ ହେଲା ଦେହ ଅଭିମାନ ବା ତ୍ରିଗୁଣାତ୍ମିକା ମାୟା ଦ୍ୱାରା ବଶୀଭୂତ ନ ହୋଇ ଆତ୍ମିକ ସ୍ଥିତିରେ ସ୍ଥିତ ହୋଇ ଈଶ୍ୱରୀୟ ସାଧର୍ମ୍ୟ ଲାଭ କରିବା । “ମଦ୍ଭାବ ମାଗତା”ଃ । ଏହାହିଁ ଯୋଗର ଆଭିମୁଖ୍ୟ । ବେଦ ଅନେକ ବିଧି ବିଧାନ ଯୁକ୍ତ ଅନୁଷ୍ଠାନ ଦ୍ୱାରା ଏହି ମହାନ ସତ୍ୟକୁ ଆବୃତ କରି ରଖିଛି । ମଣିଷକୁ ତ୍ରିଗୁଣ କ୍ରିୟାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ରଖିଛି । ବେଦବାଦୀମାନେ ଯେଉଁ ସ୍ବର୍ଗାଦି ଫଳକାମନା ପାଇଁ କର୍ମ କରିବାକୁ କହନ୍ତି ବା ସଂପ୍ରତି ମାନବ ରାଜସିକତାର ବଶବର୍ୀ ହୋଇ ଯେଉଁ କର୍ମ କରେ, ଗୀତା ସେପରି କରିବାକୁ କହି ନାହିଁ । ଅନ୍ୟ କେତେକ କର୍ମ ତ୍ୟାଗ ଦ୍ୱାରାହିଁ ମୁକ୍ତି ସମ୍ଭବ ବୋଲି କହନ୍ତି । ଗୀତା ଏପରି ମତବାଦ ଦ୍ୱାରା ବିଭ୍ରାନ୍ତ ନ ହେବା ପାଇଁ ସତର୍କ ବାଣୀ ଶୁଣାଇଛି । ନିଷ୍କାମ କର୍ମ ଦ୍ୱାରା ପରମ ସିଦ୍ଧି ଲାଭ, ଏହାହିଁ ଗୀତାର ଶିକ୍ଷା ।
ମଣିଷ ଜୀବନ ପାଇଁ କର୍ମ ଅପରିହାର୍ଯ୍ୟ । କର୍ମରେ ତା’ର ଅଧିକାର ଅଛି । କର୍ମ ବନ୍ଧନରୁ ରକ୍ଷା ପାଇବା ପାଇଁ ଫଳାକାଙ୍କ୍ଷା ତ୍ୟାଗ କରିବାକୁ ପଡ଼ିବ । କାରଣ ଫଳକାମନା ରଖି କର୍ମ କଲେ ତାହା ଅଶାନ୍ତି, ଦୁଃଖ, ଉଦ୍ବେଗର କାରଣ ହୁଏ । ଫଳଭୋଗ କାମନା ଯୁକ୍ତ କର୍ମ ଦ୍ୱାରା ମଣିଷ ରଜୋଗୁଣରେ ବାନ୍ଧି ହୁଏ । ଅନ୍ୟପକ୍ଷରେ ଅଶୁଭ ପରିଣତିର ଆଶଙ୍କା କରି କର୍ମ ତ୍ୟାଗ କରିବା ଦ୍ୱାରା ସେ ତମୋଗୁଣରେ ବାନ୍ଧି ହୁଏ । ତେଣୁ ଫଳାଫଳ ପ୍ରତି ଅନାସକ୍ତ ରହି କର୍ମ କଲେ ତାହା ଦୁଃଖର କାରଣ ହୁଏ ନାହିଁ । ପ୍ରତ୍ୟେକ କର୍ମର ଫଳ ଅବଶ୍ୟ ଅଛି । କର୍ମାନୁସାରେ ମଣିଷ ଫଳ ଭୋଗ କରିବାକୁ ବାଧ୍ୟ । ଆସକ୍ତି ହେତୁ ସେ କର୍ମ ଫଳର କାରଣ ହୋଇଯାଏ । ଏହାଦ୍ୱାରା କୃର୍ତ୍ୱାଭିମାନ ଆସେ । ତେଣୁ ପରମାତ୍ମା କର୍ମଫଳରେ କାରଣ ନ ହେବା ପାଇଁ ଗୀତାରେ ଉପଦେଶ ଦେଇଛନ୍ତି ।ା
ଗୀ -୨/୪୭ ।ା ପ୍ରଶ୍ନ ଉଠିପାରେ ଯଦି ଫଳେଚ୍ଛା ନ ରହିବ ତେବେ ମଣିଷ କର୍ମ କରିବ କାହିଁ କି? କର୍ମ ନ କରିବା ପ୍ରତି ଯଦି ଆସକ୍ତି ହୁଏ ତେବେ ପ୍ରମାଦ, ଆଳସ୍ୟ, ଆଦି ତାମସିକ ବୃିଗୁଡିକ ବୃଦ୍ଧି ପାଇବ ଓ ମନୁଷ୍ୟ ଅଧୋଗାମୀ ହେବ । ସୁତରାଂ କର୍ମ ନ କରିବା ଅପେକ୍ଷା କର୍ମ କରିବା ଶ୍ରେୟସ୍କର । କିନ୍ତୁ ଆସକ୍ତି ବଶତଃ କୌଣସି କର୍ମ କରିବା ଅନୁଚିତ । ଅନ୍ୟଥା ତାହା ବନ୍ଧନର କାରଣ ହେବ ।
ସଂସାର ଏକ ପରୀକ୍ଷାଗାର । ଜୀବନରେ ଆସୁଥିବା ଅନେକ ଝଡ ଝଞ୍ଜା ମନୁଷ୍ୟ ପାଇଁ ପରୀକ୍ଷା ସ୍ବରୂପ । ପ୍ରତ୍ୟେକ ପରିସ୍ଥିତିରେ ବୁଦ୍ଧିକୁ ସ୍ଥିର ଓର ନିଶ୍ଚଳ ରଖିବା ଉଚିତ । ଏହା ଦ୍ୱାରା ବୁଦ୍ଧିରେ ବିଷମତା ଉପôନ୍ନ ହୁଏ ନାହିଁ । କର୍ମ ଓ କର୍ମଫଳ ପ୍ରତି ଆସକ୍ତିହିଁ ବୁଦ୍ଧିରେ ବିଷମତା ଦୋଷର କାରଣ । ବୁଦ୍ଧିରେ ସମତା ପ୍ରତିଷ୍ଠାକୁ ଯୋଗ କୁହାଯାଏ । ଏହା କର୍ମକୁ କୁଶଳ କରେ । କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ ଯୋଗହିଁ ଏକମାତ୍ର କୌଶଳ (ଉପାୟ) ଅଟେ । ଯୋଗଯୁକ୍ତ ମନୁଷ୍ୟ ଜୀବନର ସମସ୍ତ ପରୀକ୍ଷାଗୁଡିକୁ କୃତୀତ୍ୱର ସହ ଉୀର୍ଣ୍ଣ ହୁଏ। କର୍ମରେ ଯୋଗ ଯୁକ୍ତ ହେଲେ ଆସକ୍ତିର ବିୟୋଗ ହୁଏ । କର୍ମରେ ଯୋଗ ନ ରହିଲେ ଆସକ୍ତି ଉପôନ୍ନ ହୁଏ । ଅନାସକ୍ତ ଭାବରେ କର୍ମ କରିବା ଦ୍ୱାରା ସିଦ୍ଧି ଓ ଅସିଦ୍ଧିରେ ବୁଦ୍ଧି ଅସ୍ଥିର ହୁଏ ନାହିଁ । କର୍ମରେ ସଫଳତାକୁ ସିଦ୍ଧି ଓ ବିଫଳତାକୁ ଅସିଦ୍ଧି କୁହାଯାଏ । ଦ୍ୱୈତ ଅବସ୍ଥାରେ ବୁଦ୍ଧିର ସ୍ଥିରତାକୁ ‘ସମତା’ କୁହାଯାଏ । ସମତା ପୂର୍ବକ କର୍ମ କରିବା ‘ଯୋଗ’ ଅଟେ । ଯେପରି ସ୍ଥିର ଜଳରେ ପ୍ରତିବିମ୍ବ ସ୍ପଷ୍ଟ ଦେଖି ହୁଏ, ସେହିପରି ସମ ବୁଦ୍ଧିଯୁକ୍ତ ମନୁଷ୍ୟର ମନ ପରମାତ୍ମାଙ୍କ ସହିତ ଏକାଗ୍ର ଭାବରେ ଯୁକ୍ତ ରହିପାରେ । କର୍ବ୍ୟ ରୂପରେ ପ୍ରାପ୍ତ କର୍ମ ଓ ତା’ର ଫଳ ଉଭୟକୁ ସେ ପରମାତ୍ମାଙ୍କୁ ସମର୍ପଣ କରି ଦିଅନ୍ତି । ତେଣୁ ସେଥିରେ ତାଙ୍କର କୌଣସି ଆସକ୍ତି, ଇଛା, ଦୃଷ୍ଣା, ଦ୍ୱେଷ ଆଦି ରହେ ନାହିଁ । ଯୋଗରେ ତ୍ୟାଗ ପ୍ରଧାନ । ତ୍ୟାଗ ବିନା ଯୋଗ ସମ୍ଭବ ନୁହେଁ । ନିଷିଦ୍ଧ କର୍ମର ତ୍ୟାଗ ପୂର୍ବକ ନିଷ୍କାମ ଭାବରେ କର୍ବ୍ୟ କର୍ମରେ ପ୍ରବୃ ହେବା କର୍ମଯୋଗ ବା ବୁଦ୍ଧିଯୋଗ ଅଟେ । ଯେଉଁ କର୍ମ ବିଧି ସମ୍ମତ ନୁହେଁ ତାହା ନିଷିଦ୍ଧି କର୍ମ । େ·ରି କରିବା େ·ରର ବୃି; କିନ୍ତୁ ଏହା ବିଧି ସମ୍ମତ ନୁହେଁ, ଜଣେ ସୈନିକ ଯୁଦ୍ଧକ୍ଷେତ୍ରରେ ଶତ୍ରୁ ପକ୍ଷର ଯାହାକୁ ହତ୍ୟା କଲେ ମଧ୍ୟ ତାହା ଅପରାଧ ଗଣ୍ୟ ହୁଏ ନାହିଁ । କିନ୍ତୁୂର ଯୁଦ୍ଧ ବ୍ୟତୀତ ଅନ୍ୟ ସମୟରେ ବ୍ୟକ୍ତିଗତ ଶତ୍ରୁତା ହେତୁ ବା ଅନ୍ୟ କାରଣରୁ କାହାକୁ ହତ୍ୟା କଲେ ତାହା ଏକ ଧର୍ବ୍ୟ ଅପରାଧ ହୁଏ । କର୍ମ ପ୍ରତି ଥିବା ଆସକ୍ତି ହେତୁହିଁ ମନୁଷ୍ୟ କର୍ବ୍ୟାକର୍ବ୍ୟ ଜ୍ଞାନ ଅଭାବରେ ନିଷିଦ୍ଧ କର୍ମକୁ ମଧ୍ୟ ଶାସ୍ତ୍ରୀୟ ଜ୍ଞାନ ସମ୍ମତ ମନେ କରି ଆଚରଣ କରେ ।
ଗୀତାରେ କୌଣସି ବାହି୍ୟକ ବିଧି ନିଷେଧର ଉଲ୍ଳେଖ ନାହିଁ । ଲାଭ ଓ କ୍ଷତିରେ ସମଭାବାପନ୍ନ ହୋଇ ଅନାସକ୍ତ ଭାବରେ କେବଳ କର୍ମ କରିଯିବା ପାଇଁ ପରମାତ୍ମା ନିର୍ଦ୍ଧେଶ ଦେଇଛନ୍ତି । ନିଷ୍କାମଭାବରେ କର୍ମ କଲେ ତାହା ସୂ·ରୁ ରୂପେ ସମ୍ପାଦିତ ହୋଇ ପାରିବ ନାହିଁ - ଏପରି ଧାରଣ ଅମୂଳକ ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇ ଆମେ ଯେଉଁ ସବୁ ସାଂସାରିକ କର୍ମ କରିବା ତାହା ଯେ ନିଶ୍ଚୟ ସର୍ବାପେକ୍ଷା ଶକ୍ତିମୟ ଓ ସିଦ୍ଧି ପ୍ରଦାୟକ ହେବ, ଏଥିରେ: ସନ୍ଦେହର ଅବକାଶ ନାହିଁ । କାରଣ ସେହି କର୍ମ ଈଶ୍ୱରୀୟ ଓ ଜ୍ଞାନ ଓ ଇଛା ଦ୍ୱାରାହିଁ ଅନୁପ୍ରାଣିତ ହେବ । ଯେଉଁମାନେ ଏହିପରି ଈଶ୍ୱରୀୟ ସ୍ମୃତି ପୂର୍ବକ ଫଳକାମନା ଶୂନ୍ୟ ହୋଇ କର୍ମ କରନ୍ତି ସେମାନେ ସକଳ ପ୍ରକାର ଶୋକ ଦୁଃଖର ଅତୀତ ହୋଇ ପରମ ପଦ ପ୍ରାପ୍ତ ହୁଅନ୍ତି ।
Comments
Post a Comment