ଶରୀର ଅନିତ୍ୟ; ଶୋକ ଅନୁଚିତ--Dr. Sudhanshu . Sekhar .Mishra

ଶରୀର ଅନିତ୍ୟ; ଶୋକ ଅନୁଚିତ

ଭୌତିକବାଦୀ ବିଦ୍ୱାନମାନେ ଶରୀରକୁହିଁ ସର୍ବସ୍ବ ମାନନ୍ତି । ସେମାନଙ୍କ ମତରେ  ଶରୀର ବିନାଶ ହୋଇଗଲା ପରେ ଆଉ ଫେରି ଆସେ ନାହିଁ । ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ । ତେଣୁ ସେମାନେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରନ୍ତି ନାହିଁ । ଅନ୍ୟ ଏକ ଗୋଷ୍ଠୀର ବିଦ୍ୱାନ ଆତ୍ମା ଓ ଶରୀରକୁ ଏକ ଓ ଅଭିନ୍ନ ମନେ କରନ୍ତି । ସେମାନଙ୍କ ମତରେ ଡିମ୍ବାଣୁ ଓ ଶୁକ୍ରାଣୁର ମିଶ୍ରଣରେ ହେଉଥିବା ଏକପ୍ରକାର ଜୈବ-ରାସାୟନିକ ପ୍ରକ୍ରିୟାରୁ ଶରୀର ସୃଷ୍ଟି ହୋଇଛି । ଏହି ପ୍ରକ୍ରିୟା ଶରୀର ମଧ୍ୟରେ ନିରନ୍ତର ·ଲିଥାଏ । ଏହାଦ୍ୱାରା ଶରୀର ବୃଦ୍ଧି ହୁଏ । ଶରୀର ମଧ୍ୟରେ ନିରନ୍ତର ହେଉଥିବା ରାସାୟନିକ କ୍ରିୟା-ପ୍ରତିକ୍ରିୟା ହେତୁ ଏକପ୍ରକାର ଶକ୍ତି ଉପôନ୍ନ ହୁଏ । ଏହାକୁ ଜୀବନୀ ଶକ୍ତି କୁହାଯାଏ । ଏହାଦ୍ୱାରା ଶରୀର ବିଭିନ୍ନ ପ୍ରକାର କାର୍ଯ୍ୟ ନିର୍ବାହ କରିବା ପାଇଁ ସକ୍ଷମ ହୁଏ । କୌଣସି କାରଣରୁ ଶରୀର ମଧ୍ୟରେ ହେଉଥିବା ରାସାୟନିକ କ୍ରିୟା-ପ୍ରତିକ୍ରିୟା ବ୍ୟାହତ ହେଲେ ଏହାର ମୃତୁ୍ୟ ଘଟେ । ଜୀବନୀ ଶକ୍ତି ଦ୍ୱାରା ବ୍ୟକ୍ତି କାର୍ଯ୍ୟକ୍ଷମ ହେଉଥିବାରୁ ଏହାକୁ ଆତ୍ମା କୁହାଯାଏ । ଶରୀରର ମୃତୁ୍ୟ ସହିତ ଏହା ମଧ୍ୟ ନଷ୍ଟ ହୋଇଯାଏ । ଯଦି ଏହି ଅବାସ୍ତବ ମତବାଦଗୁଡିକୁ ସତ୍ୟ ବୋଲି ସ୍ବୀକାର କରାଯାଏ; ତେବେ ମଧ୍ୟ ଶରୀର ବା ଆତ୍ମା ପାଇଁ ଶୋକ କରିବା ଅନୁଚିତ । ପ୍ରାକୃତିକ ନିୟମ ଅନୁସାରେ ପ୍ରତ୍ୟେକ ସଜୀବର ଉପôି (ଜନ୍ମ); ବିକାଶ, କ୍ଷୟ, ଲୟ ଓ ପୁନର୍ବାର ଉପôି ହୁଏ । ଏହି ଚକ୍ର ଶାଶ୍ୱତ ଓ ଚିରନ୍ତନ ଅଟେ । ଶରୀର ଜନ୍ମ ହୁଏ; ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବୃଦ୍ଧି ପ୍ରାପ୍ତ ହେବା ପରେ କ୍ରମଶଃ କ୍ଷୟ ହେବାକୁ ଲାଗେ ଓ ପରିଶେଷରେ ପତ୍ୱରେ ବିଲୀନ ହୋଇଯାଏ । ପ୍ରକୃତି ତା’ର ସୃଜନ ଶକ୍ତି ବଳରେ ପତ୍ୱରୁ ପୁନଶ୍ଚ ନୂତନ ଶରୀରର ନିର୍ମାଣ କରେ । ଜୀବନ ଏକ ପ୍ରବହମାନ ନଦୀ ହେଲେ ଜନ୍ମ ଓ ମୃତୁ୍ୟ ଏହାର ଉଭୟ ପାଶ୍ୱର୍ । ଜନ୍ମ ଓ ମୃତୁ୍ୟର ମଧ୍ୟାବଧିହିଁ ଜୀବନ ଅଟେ । ଜନ୍ମ ମୃତୁ୍ୟକୁ ଜଳ ଚକ୍ର ସହିତ ମଧ୍ୟ ତୁଳନା କରାଯାଇ ପାରେ । ଜନ୍ମପରେ ମୃତୁ୍ୟ ଓ ମୃତୁ୍ୟ ପରେ ଜନ୍ମ ଅବଶ୍ୟମ୍ଭାବୀ । ତେଣୁ ଶରୀରର ମୃତୁ୍ୟ ପାଇଁ ଆତଙ୍କିତ ବା ଶୋକ କରିବାର କୌଣସି କାରଣ ନାହିଁ । ଜାତସ୍ୟହି ଧ୍ରୁବୋ ମୃତୁ୍ୟ ଧ୍ରୁବଂ ଜନ୍ମ ମୃତସ୍ୟଚ । ତସ୍ମାଦପରିହାଯେଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।ା ଗୀତା୨/ ୨୭ ।ା
ଉପôି ବିନାଶର ମଧ୍ୟଭାଗକୁ ସ୍ଥିତି କୁହାଯାଏ । ଏହି ସମୟରେହିଁ ସମସ୍ତ ପ୍ରାଣୀ ଦୃଷ୍ଟିଗୋଚର ହୁଅନ୍ତି । ବିନାଶ ପରେ ଓ ଉପôି ପୂର୍ବରୁ ସେମାନଙ୍କ ଅସ୍ତିତ୍ୱ ଅବ୍ୟକ୍ତ ଭାବରେ ଥାଏ । ଉଦୟ ଓ ଅସ୍ତର ମଧ୍ୟବର୍ୀ ସମୟାବଧିରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି । ଅସ୍ତ ଓ ଉଦୟର ମଧ୍ୟାବଧିରେ ସେ ଦୃଶ୍ୟ ହେଉ ନ ଥିଲେ ମଧ୍ୟ ଅସ୍ତିତ୍ୱରେ ଥାଆନ୍ତି । ପୃଥିବୀର ପରିକ୍ରମଣ ହେତୁ ଗୋଟିଏ ଗୋଲାର୍ଦ୍ଧରେ ସେ ଦୃଶ୍ୟ ହେଉଥିଲେ ଅନ୍ୟ ଗୋଲାର୍ଦ୍ଧ ପାଇଁ ଅଦୃଶ୍ୟ ହୁଅନ୍ତି । ତ୍ୱତଃ ସୂର୍ଯ୍ୟଙ୍କ ଉଦୟ କିମ୍ବା ଅସ୍ତ ନାହିଁ । ସେହିପରି ଆତ୍ମାର ଶରୀର ଧାରଣକୁ ଜନ୍ମ ଓ ଶରୀର ତ୍ୟାଗକୁ ମୃତୁ୍ୟ କୁହାଯାଏ । ପ୍ରକୃତିର ସୃଷ୍ଟି- ସ୍ଥିତି- ଲୟ- ସୃଷ୍ଟି- ଏହି ଜୀବନ ଚକ୍ର ଆଧାରରେ ଆତ୍ମା ବାରମ୍ବାର ଶରୀର ପରିବର୍ନ କରୁଥିଲେ ମଧ୍ୟ ଏହାଦ୍ୱାରା ତା’ର ଅସ୍ତିତ୍ୱ ବା ସ୍ଥ୍ିତି ପ୍ରଭାବିତ ହୁଏ ନାହିଁ । ଜୀବନକୁ ଏକ ନାଟକ ସହିତ ତୁଳନା କରାଯାଇ ପାରେ । ଜୀବାତ୍ମାର ଜନ୍ମରେ ତା’ର ଜୀବନ ନାଟକର ପରଦା ଉେାଳନ ଓ ମୃତୁ୍ୟରେ ପନ ହୁଏ । ସୃଷ୍ଟି ମରେ ପ୍ରତ୍ୟେକ ଆତ୍ମା ଶରୀର ରୂପୀ ପୋଷାକ ପିନ୍ଧି ନିଜ ପାଇଁ ନିର୍ଦ୍ଧାରିତ ଅଭିନୟ କରନ୍ତି । ଯବନିକା ପନ ଓ ଉେାଳନ ମଧ୍ୟ ଭାଗରେ ଦୃଶ୍ୟ ନଥିଲେ ମଧ୍ୟ ଅନ୍ତରାଳରେ କଳାକାରମାନ ଥାଆନ୍ତି । ସେହିପରି ମୃତୁ୍ୟ ପରେ ଓ ଜନ୍ମପୂର୍ବରୁ ଆତ୍ମାର ଅସ୍ତିତ୍ୱ ଯଥାବତ୍ ରହେ । ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ । ଅବ୍ୟକ୍ତନିଧାନ୍ୟେବ ତତ୍ର କା ପରିବେଦନା ।ା ଗୀ- ୨/୨୮ ।ା ଅର୍ଥ- ହେ ଭାରତ! ଏହି ସମସ୍ତ ଶରୀର ଆଦ୍ୟରେ ସ୍ବରୂପ ରହିତ, ମଧ୍ୟ କାଳରେ ସ୍ବରୂପଯୁକ୍ତ ଓ ଅନ୍ତ ସମୟରେ ସ୍ବରୂପ ରହିତ ଅଟେ । ଏଥିରେ ଶୋକ କରିବାର କ’ଣ ଅଛି?
ଦେହାଭିମାନୀ ବ୍ୟକ୍ତି ପାଇଁ ଆତ୍ମା ଏକ ଆଶ୍ଚର୍ଯ୍ୟର ବିଷୟ । ଏହା ଦର୍ଶନ, ଶ୍ରବଣ ଓ ବର୍ଣ୍ଣନର ବିଷୟ ନୁହେଁ । ଅଣୁଠାରୁ ମଧ୍ୟ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ବିଷୟରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି । ଦର୍ଶନେନ୍ଦ୍ରିୟ ଦ୍ୱାରା ଏହା ଦୃଶ୍ୟମାନ ହେଉ ନଥିବାରୁ କେହି କେହି  ଏହାକୁ ଆଶ୍ଚର୍ଯ୍ୟ ପରି ଦେଖନ୍ତି । ଏହା ଏକ ଅଦୃଶ୍ୟ ସା । ବେଦାଧ୍ୟୟନ, ଧାରଣା ଶକ୍ତି ଓ ଅନେକ ଶ୍ରବଣ ଦ୍ୱାରା ମଧ୍ୟ ଆତ୍ମାକୁ ଜାଣି ହୁଏ ନାହିଁ । ଯେଉଁମାନେ ନିତ୍ୟ ସ୍ବୀୟ ଆତ୍ମ ସ୍ବରୂପର ଧ୍ୟାନ ବା ଚିନ୍ତନ କରନ୍ତି ସେମାନଙ୍କୁ ଆତ୍ମା ନିଜ ସ୍ବରୂପର ଅନୁଭବ କରାଏ । କଠୋପନିଷଦରେ ଏହି କଥା ନିମ୍ନ ପ୍ରଦ ଶ୍ଳୋକରେ ବର୍ଣ୍ଣିତ ହୋଇଛି, “ନାୟମାତ୍ମା ପ୍ରବଚନେନ ଲଭ୍ୟୋ ନ ମେଧୟା ନ ବହୁନା ଶ୍ରୁତେନ । ଯମବୈଷ ବୃଣୁତେ ତେନ ଲଭ୍ୟ ସ୍ତସ୍ୟୈଷ ଆତ୍ମା ବିବୃଶୁତେ ତନୁଂସ୍ବାମ ।ା କଂ ୧/୨/୨୩ । ଅନେକ ଲୋକ ଆତ୍ମା ବିଷୟରେ ଶୁଣିବାର ମଧ୍ୟ ସୁଯୋଗ ପାଆନ୍ତି ନାହିଁ । କେତେକ ଆତ୍ମା ବିଷୟରେ ଶୁଣି ମଧ୍ୟ ତାକୁ ଜାଣି ପାରନ୍ତି ନାହିଁ । ଆତ୍ମା ବିଷୟରେ ସଠିକ ତଥ୍ୟ ପ୍ରଦାନକାରୀ ବ୍ୟକ୍ତି ଆଶ୍ଚର୍ଯ୍ୟ ଅଟନ୍ତି । କାରଣ କୋଟିକରେ ଗୋଟିଏ ମଧ୍ୟ ମୁସ୍କିଲରେ ଏପରି ବକ୍ତା ଥାଆନ୍ତି । ଅତି ନିପୁଣ ବ୍ୟକ୍ତି ହିଁ ଅନୁଭବୀ ଗୁରୁଙ୍କଠାରୁ ଶୁଣି ଅନୁଭବ କରି ପାରନ୍ତି । ଆତ୍ମାନୁଭବ କରିଥିବା କୁଶଳ ଆ·ର୍ଯ୍ୟଙ୍କ ଦ୍ୱାରା ଉପଦିଷ୍ଟ ଜ୍ଞାତା ମଧ୍ୟ ଆଶ୍ଚର୍ଯ୍ୟ ଅର୍ଥାତ ଅଦ୍ଭୁତ ଅଟନ୍ତି । ଏଭଳି ଜ୍ଞାତା ଅତି ବିରଳ ଅଟନ୍ତି । ଆତ୍ମଜ୍ଞାନର ଦୁର୍ଲଭତା ବୁଝାଇବାକୁ ଯାଇ ଯମ କଠୋପନିଷଦର ନିମ୍ନ ଶ୍ଳୋକରେ ଏହି କଥା କହିଛନ୍ତି- “ଶ୍ରବଣାୟାପି ବହୁଭିର୍ୟୋନ ଲଭ୍ୟଃ । ଶୃଣ୍ୱନ୍ତୋଽପି ବହବୋ ଯଂନ ବିଦୁଃ । ଆଶ୍ଚର୍ଯେ୍ୟା ବକ୍ତା କୁଶଳୋଽସ୍ୟ ଲବ୍ଧା ଶ୍ଚର୍ଯେ୍ୟା ଜ୍ଞାତା କୁଶଳାନୁଶିଷ୍ଟ ।ା କଠ ୧/୨/୭ ।ା  କେତେକ ବ୍ୟକ୍ତି ଆତ୍ମା ବିଷୟରେ ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରନ୍ତି । ସେମାନେ ଆତ୍ମାକୁ ଆକାଶ ତ୍ୱ ପରି ବ୍ୟାପକ ବୋଲି କହନ୍ତି । ଆଉ କିଛି ବ୍ୟକ୍ତି ଆତ୍ମା ଓ ଶରୀରକୁ ଏକ ଓ ଅଭିନ୍ନ ବୋଲି ଯୁକ୍ତି ବାଢ଼ନ୍ତି । ଏହିପରି ବହୁବିଧ ଆଶ୍ଚର୍ଯ୍ୟ କଥା ଆତ୍ମା ବିଷୟରେ କୁହାଯାଏ । ସୂକ୍ଷ୍ମାତିସୂକ୍ଷ୍ମ ଇନ୍ଦ୍ରିୟାତୀତ ଆତ୍ମାକୁ ଶବ୍ଦ ଦ୍ୱାରା ବର୍ଣ୍ଣନା କରିବା ଦୁରୁହ ବ୍ୟାପାର । ଗୁଡ଼, ମହୁ, ଶର୍କରା ଆଦି ପାଟିକୁ ମିଠା ଲାଗେ । କିନ୍ତୁ କିପରି ମିଠା ଲାଗେ ଏହା ଶବ୍ଦ ଦ୍ୱାରା ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଯିଏ ଏଗୁଡିକର ସ୍ବାଦ ଅନୁଭବ କରି ନାହିଁ ସିଏ କୌଣସି ପ୍ରକାରେ ଏହି ିଷୟରେ ବୁଝି ପାରିବ ନାହିଁ । ସେହିପରି ନିରନ୍ତର ଅଭ୍ୟାସ ଦ୍ୱାରା ସ୍ବୟଂ ନିଜକୁ ଏକ ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମା ଅନୁଭବ ନ କରିବା ପର୍ଯ୍ୟନ୍ତ ଏହା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରି ହେବ ନାହିଁ । ଜନ୍ମ ଜନ୍ମାନ୍ତର ଆବାଗମନ ଚକ୍ରରେ ଘୁରି ବୁଲି ମନୁଷ୍ୟ ଦେହ ସର୍ବସ୍ବ ହୋଇ ପଡେ । ତେଣୁ ଆତ୍ମା ବିଷୟକ ଜ୍ଞାନ ତା’ ପାଇଁ ଆଶ୍ଚର୍ଯ୍ୟର ବିଷୟ ହୋଇଯାଏ । ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରମାତ୍ମା ଠିକ ଏହି କଥା କହିଛନ୍ତି । “ଆଶ୍ଚର୍ଯ୍ୟ ବଚ୍ଚୈନମନ୍ୟଃ ଶୃଣୋତି, ଶୃତ୍ୱାପ୍ୟେନଂ ବେଦ ନଚୈବ କଶ୍ଚିତ” ।ା ଗୀ ୨/୨୯ ।ା ଅର୍ଥ: କେହି ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖେ । ସେହିପରି ଆଉ କେହି ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରେ । କେହି ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣେ ଏବଂ ଶୁଣି ମଧ୍ୟ କେହି ଜାଣେ ନାହିଁ ।
ଦେହାଭିମାନ ହିଁ ଶୋକର ମୁଖ୍ୟ କାରଣ । ଶୋକମୁକ୍ତି ନ ହେବା ପର୍ଯ୍ୟନ୍ତ ଈଶ୍ୱରୀୟ ମାର୍ଗରେ ଦୃଢ଼ତା ପୂର୍ବକ ·ଲିବା ସମ୍ଭବ ନୁହେଁ । ମୃତୁ୍ୟଭୟ ମଣିଷକୁ ଚିନ୍ତାଗ୍ରସ୍ତ କରି ପକାଏ । ସ୍ବଜନମାନଙ୍କ ମୃତୁ୍ୟରେ ସେ ଶୋକାତୁର ହୋଇ ପଡେ । ଭୟ ଓ ଶୋକ ମଣିଷକୁ କର୍ବ୍ୟ ପଥରୁ ବିଚୁ୍ୟତ କରେ । ଆତ୍ମାର ପ୍ରକୃତ ସ୍ବରୂପ ଜାଣି ଏହାକୁ ଅନୁଭବ କରିବାକୁ ହେବ । ପ୍ରତ୍ୟେକ ଶରୀରରେ ବିରାଜିତ ଆତ୍ମା ଭିନ୍ନ ଭିନ୍ନ ଏବଂ ଅବିନାଶୀ । ଶାରୀରିକ କ୍ଷୟକ୍ଷତି ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ । ଯେକୌଣସି କାରଣରୁ ମୃତୁ୍ୟ ହେଉନା କାହିଁକି ତଦ୍ୱାରା ଯନ୍ତ୍ରଣାଦାୟକ ଅବସ୍ଥାନ୍ତର ହୁଏ ନାହିଁ । ଆତ୍ମା କେବଳ ବ୍ୟକ୍ତ ଅବସ୍ଥାରୁ  ଅବ୍ୟକ୍ତ ଅବସ୍ଥାକୁ ·ଲିଯାଏ । ସାମୟିକ ଭାବରେ ଚକ୍ଷୁ କର୍ଣ୍ଣାଦି ଇନ୍ଦ୍ରିୟ ସମୂହର ଅଗୋଚର ହୋଇଯାଏ । କିନ୍ତୁ ତା’ର ଅସ୍ତିତ୍ୱ ଯଥାବତ ରହେ । ଶରୀର ବିନାଶ ସହିତ ସେହି ଅବସ୍ଥାର କୌଣସି ସମ୍ପର୍କ ନାହିଁ । ଅନ୍ୟ ପକ୍ଷରେ ଶରୀର ଧ୍ୱଂସ ହେଲେ ମଧ୍ୟ ଆତ୍ମାର ଅବସ୍ଥାରେ କୌଣସି ପରିବର୍ନ ହୁଏ ନାହିଁ । ପରଲୋକରେ ବିଶ୍ରାମ କରି ଆତ୍ମା ତା’ର ପ୍ରାରବ୍ଧ କର୍ମ ଉପଯୋଗୀ ନୂତନ ଜନ୍ମ, ନୂତନ ଦେହ ଗ୍ରହଣ କରେ । ଆତ୍ମତ୍ୱ ପ୍ରାପ୍ତିର ମହାନ ଯାତ୍ରା ପଥରେ ଜନ୍ମ ଓ ମୃତୁ୍ୟ ହେଉଛି ଆମ ପାଇଁ ମାଇଲ ଖୁ ସଦୃଶ । ପରଲୋକ ହେଉଛି ବିଶ୍ରାମ ସ୍ଥାନ । ସଂସାରର ସୁଖ ଦୁଃଖକୁ ଅତିକ୍ରମ କରି ଜୀବନ ସଂଗ୍ରାମରେ ଜୟ ଲାଭ ପାଇଁ ଏ ମାଇଲ ଖୁ ହେଉଛି ଏକ ସର୍ବୋମ ଅବଲମ୍ବନ । ତେଣୁ କାହାରି ମୃତୁ୍ୟରେ ଆମର ମନ ବା ଇନ୍ଦ୍ରିୟ ସମୂହ ଯଦି ବିକଳ ହୋଇ ଉଠେ, ଏହା ନିତାନ୍ତ ଅନ୍ଧ ସ୍ନାୟବିକ  କାତରତା ଭିନ୍ନ ଅନ୍ୟ କିଛି ନୁହେଁ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,