ଗୀତାର ଦାର୍ଶନିକ ତ୍ୱ (GEETARA DARSANIKA TATWA) -- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
!! ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ !!
ଗୀତାର ଦାର୍ଶନିକ ତ୍ୱ
(GEETARA DARSANIKA TATWA)
ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ
ଗୀତା ମାନବ ସମାଜ ସମ୍ମୁଖରେ ପ୍ରକୃତିର ଯେଉଁ ଦିବ୍ୟ ରୂପାନ୍ତରର ଆଦର୍ଶ ଉପସ୍ଥାପିତ କରିଛି, ତାହା ବୁଝିବାକୁ ହେଲେ ଗୀତାର ଦାର୍ଶନିକ ତ୍ୱ କିଛି ଜାଣିବା ନିତାନ୍ତ ପ୍ରୟୋଜନ । ଗୀତା ଯେଉଁ ସାଧନାର ନିର୍ଦ୍ଧେଶ ଦେଇଛି ସେଥିରୁ କିୟଦଂଶ ଆନ୍ତରିକତାର ସହିତ ଧାରଣ କଲେ ଏହିସବୁ ତ୍ୱ ସ୍ୱତଃ ହୃଦୟଙ୍ଗମ ହୋଇ ପାରିବ । ସ୍ୱଳ୍ପମପ୍ୟାସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ । ଆ·ର୍ଯ୍ୟ ଶଙ୍କର ପ୍ରଭୃତି ଗୀତାର ପ୍ରାଚୀନ ଭାଷ୍ୟକାରମାନଙ୍କ ମତରେ ଏହି ଜଗତର ମୂଳ ହେଲା ଅପରା ପ୍ରକୃତି, ତାହା ଅଜ୍ଞାନ, ଅବିଦ୍ୟା, ତ୍ରିଗୁଣାତ୍ମିକା । ସେଥିରୁ ସୃଷ୍ଟ ଏ ଜଗତ ମୂଳତଃ ଅଶୁଭ ଓ ଦୁଃଖମୟ ଅପରା ପ୍ରକୃତି ହିଁ ଜୀବମାନଙ୍କୁ ତା’ର ଗୁଣ ତ୍ରୟ ଦ୍ୱାରା ଦୁଃଖମୟ ସଂସାରରେ ବଦ୍ଧ କରି ରଖେ । ମାନବ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ହେଉଛି ଏହି ପ୍ରକୃତିର ବନ୍ଧନରୁ ମୁକ୍ତ ହେବା । କିନ୍ତୁ ଗୀତା ଅନୁସାରେ ବସ୍ତୁତଃ ଏହି ଜଗତ ଅପରା ପ୍ରକୃତି ଦ୍ୱାରା ସୃଷ୍ଟ ନୁହେଁ । ଅପରା ପ୍ରକୃତି ହେଉଛି ଏହାର ବାହି୍ୟକ ଯନ୍ତ୍ରମୟ ଜଡରୂପ, ଏହାର ମୂଳରେ ଅଛି ପରା ପ୍ରକୃତି, ତାହାହିଁ ପରମାତ୍ମାଙ୍କ ଚିତ୍ଶକ୍ତି (CHIT SHAKTI) ।
ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବଚ । ଅହଂକାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା ।
ଅପରେୟମିତ ସ୍ତ୍ୱନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାମ୍ । ଜୀବ ଭୂତାଂ ମହାବାହୋ ଯୟେଦଂ ଧାର୍ଯ୍ୟତେ ଜଗତ ।
ଏତଦ୍ଯୋନୀନି ଭୂତାନି ସର୍ବାଣୀତୁ୍ୟ ପଧାରୟ । ଅହଂ କୃସô୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା । । ଗୀ-୭/୪-୬ । ।
ଅର୍ଥ :- ପୃଥିବୀ,ଜଳ,ତେଜ,ବାୟୁ,ଆକାଶ,ଏବଂ ମନ,ବୁଦ୍ଧି ତଥା ଅହଂକାର ଏହିପରି ମୋର ଆଠ ପ୍ରକାରର ‘ଅପରା’ପ୍ରକୃତି ଅଟେ । ହେ ମହାବାହୁ ! ଯାହାଦ୍ୱାରା ଏହି ଜଗତ ଧାରଣ କରାଯାଏ ସେହି ଅପରା ପ୍ରକୃତିରୁ ଭିନ୍ନ ମୋର ଜୀବରୂପା ‘ପରା’ ପ୍ରକୃତିକୁ ଜାଣ । ସମସ୍ତ ପ୍ରାଣୀଙ୍କର ଅପରା ଓ ପରା ପ୍ରକୃତିର ସଂଯୋଗ ହିଁ କାରଣ ବୋଲି ତୁମେ ଜାଣି ରଖ । ମୁଁ ସମଗ୍ର ଜଗତର ପ୍ରଭବ ତଥା ପ୍ରଳୟ ଅଟେ । । । ଗୀ-୭/୪-୬ । ।
ତେଣୁ ଗୀତା ଅନୁସାରେ ଏହି ଜଗତ ମୂଳତଃ ଜଡ ବା ଦୁଃଖମୟ ନୁହେଁ -ଏହା ଆନନ୍ଦମୟ । ଉପନିଷଦ ମଧ୍ୟ କହେ ଯେ ଏ ଜଗତର ସୃଷ୍ଟି ଆନନ୍ଦରୁ ହୋଇଛି । ଆନନ୍ଦରୁ ଆନନ୍ଦ ଆଡକୁ ହିଁ ପରି·ଳିତ ହେଉଛି । “ଆନନ୍ଦାଦ୍ଧ୍ୟେବ ଖଲ୍ୱିମାନି ଭୁତାନି ଜାୟନ୍ତେ । ଆନନ୍ଦେନ ଜାତାନି ଜୀବନ୍ତି, ଆନନ୍ଦଂ ପ୍ରୟନ୍ତ୍ୟ ମିସଂ ବିଶନ୍ତୀତି ।” ଅର୍ଥାତ ଜୀବଗଣ ଆନନ୍ଦରୁ ଜନ୍ମ ହୋଇଛନ୍ତି । ଆନନ୍ଦ ଲାଭ ପାଇଁ ବôଛନ୍ତି, ମରୁଛନ୍ତି ଏବଂ ପୁଣି ଜନ୍ମ ହେଉଛନ୍ତି । ତ୍ରିଗୁଣମୟୀ ଅପରା ପ୍ରକୃତି (ମାୟା) ଆମ ବୁଦ୍ଧିକୁ ଆଚ୍ଛାଦିତ କରି ରଖିଥିବାରୁ ଆମେ ପରମାତ୍ମାଙ୍କ ସେହି ଦିବ୍ୟ ସା ବା ପରା ପ୍ରକୃତିକୁ ଅନୁଭବ କରିପାରୁ ନାହୁଁ । ଜଗତ ଓ ଜୀବନର ଆନନ୍ଦମୟ ସ୍ୱରୂପକୁ ଏହି ଗୁଣତ୍ରୟ ଆବୃତ କରି ରଖିଛି । ଏହି ଅପରା ପ୍ରକୃତିର ଅଜ୍ଞାନରୁ ମୁକ୍ତ ହୋଇ ପରା ପ୍ରକୃତି ମଧ୍ୟରେ ଦିବ୍ୟ ଆନନ୍ଦମୟ ଜୀବନ ଲାଭ କରିବା ହିଁ ମାନବ ଜୀବନର ପ୍ରକୃତ ଲକ୍ଷ୍ୟ । ଶଙ୍କରା·ର୍ଯ୍ୟଙ୍କ ମତରେ ପରାପ୍ରକୃତି ଓ ଜୀବ ଏକ । କିନ୍ତୁ ଗୀତା ପରା ପ୍ରକୃତିକୁ ଜୀବାତ୍ମକମ୍ ବୋଲି କହି ନାହିଁ ଗୀତା ଅନୁସାରେ ଏହା ଜୀବଭୂତା । ପରା ପ୍ରକୃତି ହିଁ ପ୍ରତ୍ୟେକ ଜୀବର ସ୍ୱଭାବ ହୋଇଛି । କିନ୍ତୁ ଏହା ଏତିକିରେ ସୀମାବଦ୍ଧ ହୋଇ ରହି ନାହିଁ; ତାହା ହୋଇଛି ଆଦ୍ୟ ଶକ୍ତି, ସମସ୍ତ ଜଗତର ମୂଳ । ପରା ପ୍ରକୃତି ପରମାମାôଙ୍କ ସହିତ ଏକ (୭/୫-୬)ଏବଂ ଅବିଭକ୍ତ ଅଂଶ । ସମସ୍ତ ଆତ୍ମାର ମୂଳ ସ୍ୱଭାବ ବା ସ୍ୱରୂପ ପରାଶକ୍ତି ବା ପରମାମାôଙ୍କ ସ୍ୱରୂପର ଏକ ଝଲକ ମାତ୍ର ପ୍ରତ୍ୟେକ ଜୀବ ତା’ର ମୂଳ ଆତ୍ମ ସାରେ ସ୍ଥିତ ହେଲେ ପରମାତ୍ମାଙ୍କ ସ୍ୱରୂପ ସହ ଏକାକାର ହୋଇଯିବ । ତେଣୁ ଆତ୍ମା ସୃଷ୍ଟିହେଲେ ପରମାତ୍ମାଙ୍କୁ ସ୍ରଷ୍ଟା ରୂପେ ଅଭିହିତ କରାଯାଇଛି । କିନ୍ତୁ ସଂପ୍ରତି ମାନବ ଆସୁରୀ ସଂସ୍କାରଗ୍ରସ୍ତ । ପ୍ରତ୍ୟେକ ମନୁଷ୍ୟକୁ ତା’ର ସ୍ୱଭାବର ବିକାଶ କରି ପରମାତ୍ମାଙ୍କ ସ୍ୱାଧର୍ମ୍ୟ; ପରମାତ୍ମ ପ୍ରକୃତି ଲାଭ କରିବାକୁ ହେବ । ଏହାହିଁ ଗୀତାର ପକୃତ ଶିକ୍ଷା ।
ମାନବ ତା’ର ଅନ୍ତର୍ନିହିତ ଦିବ୍ୟ ପ୍ରକୃତିର ବିକାଶ କରି ଏହି ସଂସାରରେ ହିଁ ଦିବ୍ୟ ଜନ୍ମଲାଭ କରିବ; ଦିବ୍ୟ କର୍ମର କର୍ମୀ ହେବ । ପରମାତ୍ମାଙ୍କ ସଦୃଶ ସମସ୍ତ ତୃଟି, ଶୋକ, ଦୁଃଖ, ଅପୂର୍ଣ୍ଣତାର ଅତୀତ ହୋଇ ଏହି ବିଶ୍ୱଲୀଳାର ଅନନ୍ତ ଆନନ୍ଦ ଆସ୍ୱାଦ କରିବ । ଏଥିପାଇଁ ହିଁ ପରମାତ୍ମାଙ୍କ ପରାଶକ୍ତି ପ୍ରତ୍ୟେକ ଜୀବାତ୍ମାଠାରେ ସମନ୍ନିତ ହୋଇଛି । କିନ୍ତୁ ମନୁଷ୍ୟ ବର୍ମାନ ଯେଉଁ ପ୍ରାକୃତ ଜୀବନ ମଧ୍ୟରେ ଅବସ୍ଥାନ କରୁଛି; ଏହା ତ୍ରିଗୁଣମୟୀ ଅପରା ପ୍ରକୃତିର ଖେଳ ମାତ୍ର । ଏହା ଦୁଃଖ, ଦ୍ୱନ୍ଦ୍ୱ, ଜରା, ବ୍ୟାଧି, ମୃତୁ୍ୟରେ ପୂର୍ଣ୍ଣ । ଏହାର ମଧ୍ୟ ସାର୍ଥକତା ଓ ପ୍ରୟୋଜନୀତା ଅଛି । ଏହି ଅପରା ପ୍ରକୃତି ଦ୍ୱାରା ଦେହ, ପା୍ରଣ, ମନର ବିକାଶ କରି ମାନବ ପରା ପ୍ରକୃତି ମଧ୍ୟରେ ଦିବ୍ୟ ଜୀବନ ଳାଭ କରିବ; ଏହାହିଁ ତା’ର ଗୁଢ଼ ରହସ୍ୟ । ଅବିଦ୍ୟୟା ମୃତାଂତୀ୍ୱର୍ା ବିଦ୍ୟୟାମୃତମଶ୍ନୁତେ । (ଈଶୋପନିଷଦ) ।ନିରନ୍ତର ଆତ୍ମ ସଚେତନତା ପୂର୍ବକ ପରମାମାô ସ୍ମୃତିରେ ନିମଜ୍ଜିତ ରହି ଜନ୍ମ ଜନ୍ମାନ୍ତରର ପାପରାଶି ଭସ୍ମ କରିବା ପାଇଁ ହେଲେ ଆମକୁ ସର୍ବ ପ୍ରଥମେ ବୁଝିବାକୁ ହେବ ଯେ ଏହି ଅପରା ପ୍ରକୃତି (ଦେହଭିମାନ) ଆମର ପ୍ରକୃତ ସ୍ୱରୂପ ନୁହେଁ । ଦେହ ଅଭିମାନ ବଶତଃ ଆମେ ବର୍ମାନ ଯେଉଁ ସାଂସାରିକ ସୁଖ ଦୁଃଖ ଭୋଗ କରୁଛୁ, ଏହା ଆମର ଚରମତମ ସମ୍ଭାବନା ନୁହେଁ । ଏହି କ୍ଷେତ୍ରରେହିଁ ସାଂଖ୍ୟଯୋଗ ବା ଜ୍ଞାନ ଯୋଗର ସାର୍ଥକତା ନିହିତ । ସାଂଖ୍ୟ ମତ ଅନୁସାରେ ପୁରୁଷ ଓ ପ୍ରକୃତି ମଧ୍ୟରେ ଭେଦ ନିର୍ଣ୍ଣୟ କରି ଉପଲବ୍ଧି କରିବାକୁ ହେବ ଯେ ଆମର ଦେହ, ପ୍ରାଣ, ମନରେ ଯେଉଁ ସୁଖ, ଦୁଃଖ, କାମ, କ୍ରୋଧ, ଜରା ବ୍ୟାଧି, ଚିନ୍ତା-କଳ୍ପନା ପ୍ରଭୃତିର କ୍ରିୟା କ୍ରିୟାନ୍ୱିତ ହେଉଛି, ଏ ସବୁ ବସ୍ତୁତଃ ଆମର ନୁହେଁ, ଏହା ହେଉଛି ପ୍ରକୃତିର । ଆମେ ଏ ସବୁର ଅତୀତ ପୁରୁଷ, ଆତ୍ମା । ପୁରୁଷ ପ୍ରକୃତିର କ୍ରିୟାର କେବଳ ଦ୍ରଷ୍ଟା ବା ସାକ୍ଷୀ ମାତ୍ର । ଆମେ ଯେପରି ନାଟକ ଦେଖୁ ଦେଖୁ ସୁଖ-ଦୁଃଖ ଆନନ୍ଦ ବେଦନା ଅନୁଭବ କରୁଁ, ପୁରୁଷ ସେପରି ପ୍ରକୃତିର ଲୀଳାର ସୁଖ ଦୁଃଖ ଭୋଗ କରୁଅଛି । ପୁରୁଷ ଅଚଳ, ଅଟଳ, ଅକ୍ଷର, ସନାତନ । ଦେହ ଅଭିମାନ ବଶତଃ ପୁରୁଷ ପ୍ରକୃତିର ଖେଳକୁ ନିଜର ଖେଳ ବୋଲି ମନେ କରେ । ଯେତେବେଳେ ଏହି ଅଭିମାନ ଦୂର ହୋଇଯାଏ ପୁରୁଷ ପ୍ରକୃତି ସହିତ (ଆତ୍ମା ଦେହଠାରୁ) ନିଜର ଭେଦ ଉପଲବ୍ଧି କରେ । ପ୍ରକୃତିର ଖେଳକୁ ସମ୍ମତି ଦିଏ ନାହିଁ । ସେତେବେଳେ ପ୍ରକୃତିରୁ ପ୍ରେରଣା ବନ୍ଦ ହୁଏ, କ୍ରିୟା ବନ୍ଦ ହୁଏ, ପୁରୁଷ ମୁକ୍ତ ହୁଏ ଏବଂ ନିଜ ସାରେ ପ୍ରତିଷ୍ଠିତ ହୁଏ । ଗୀତା ସାଧନାର ଅଙ୍ଗ ହିସାବରେ ଭେଦ ବି·ରର ଉପଯୋଗିତା ସ୍ୱୀକାର କରିଛି, ଯାହା ଅପରିହାର୍ଯ୍ୟ ଅଟେ । କିନ୍ତୁ ଏହାହିଁ ଯଦି ସବୁ କିଛି ହୁଏ, ତେବେ ଆମର ମୁକ୍ତିର ଅର୍ଥ ହେବ ପ୍ରକୃତିର ଖେଳ ଓ ଜୀବନ ମଧ୍ୟ ଦେଇ ବୁଦ୍ଧିକୁ ପ୍ରତ୍ୟାବୃ ପୂର୍ବକ ଆତ୍ମାର ନିଥର ଶାନ୍ତି ଓ ନିଷ୍କ୍ରିୟତା ମଧ୍ୟରେ ନିମଜ୍ଜିତ ରହିବା । ବସ୍ତୁତଃ ସାଂଖ୍ୟ ଏହି ଶିକ୍ଷା ହିଁ ଦେଇଛି । ବୈଦାନ୍ତିକ ଜ୍ଞାନଯୋଗରେ ମଧ୍ୟ ସଂସାର ତ୍ୟାଗ ବା ସନ୍ୟାସ କଥା କୁହାଯାଇଛି । କିନ୍ତୁ ଗୀତା ଏତିକିରେ ରହିଯାଇ ନାହିଁ, ଅଚଳ, ଅକ୍ଷର, ନିଷ୍କ୍ରିୟ ପୁରୁଷ ହିଁ ଯଦି ସର୍ବୋଚ୍ଚ ସତ୍ୟ ହୁଏ, ତା’ହେଲେ ଆମେ ଏ ପୁରୁଷର ଭାବ ଲାଭ କଲେ ପ୍ରକୃତିର କର୍ମର ପ୍ରେରଣା ବନ୍ଦ ହୋଇଯିବ । ସଂସାର ଲୀଳା ଓ ଜୀବନ ଅସମ୍ଭବ ହୋଇ ପଡିବ । ଏଣୁ ଗୀତା ଏ ଅକ୍ଷର ପୁରୁଷ ବା ଆତ୍ମାଠାରୁ ଉଚ୍ଚତର ସତ୍ୟର ସନ୍ଧାନ ଦେଇଛି - ତାହାହିଁ ପୁରୁଷୋମ ବା ପରମାତ୍ମା । ଅକ୍ଷର ପୁରୁଷ ଏହି ପୁରୁଷୋମ (ପରମାତ୍ମା) ସାର କେବଳ ସ୍ୱରୂପ ମାତ୍ର । ତେଣୁ ମୂଳତଃ ଉଭୟଙ୍କର ଗୁଣଧର୍ମ ସ୍ୱଭାବରେ ସମାନତା ଦେଖାଦିଏ । ସେହି ପରମାତ୍ମାହିଁ କ୍ଷର ପୁରୁଷ ମାଧ୍ୟମରେ ବର୍ହି ପ୍ରକାଶ ହୁଅନ୍ତି । ଜଗତର ଅନନ୍ତ କର୍ମଧାରାକୁ ସ୍ୱୀୟ ପ୍ରକୃତି ସହିତ ଏକୀଭୂତ କରି ନୂତନସୃଷ୍ଟି ରଚନା କରନ୍ତି । କ୍ଷରଃ ସର୍ବ ଭୁତାନି । ଅତନ୍ଦ୍ର ଭାବେ କର୍ମ କରନ୍ତି । ବର୍ଏବ କର୍ମାଣି । ତାଙ୍କର ସୃଷ୍ଟି ନିୟତି (କାଳ ଚକ୍ର) ଦ୍ୱାରା ଏହି ଜଗତରେ ପ୍ରତ୍ୟେକ କର୍ମ ନିଦ୍ଧାରିତ, ନିୟନ୍ତ୍ରିତ ଓ ସମ୍ପାଦିତ ହେଉଅଛି । ସେ (ପରମାତ୍ମା) କ୍ଷର ଓ ଅକ୍ଷର ଉଭୟର ଅତୀତ- ପୁରୁଷୋମ । ଆମକୁ ଏହି ପୁରୁଷୋମର ଭାବ ହିଁ ଲାଭ କରିବାକୁ ପଡିବ; ତାହାହିଁ ଶ୍ରେଷ୍ଠ ଗତି । ଆମକୁ ଦେହ ଅଭିମାନରୁ ମୁକ୍ତ ହେବାକୁ ହେଲେ ପ୍ରଥମେ ଅକ୍ଷର ପୁରୁଷର ଶାନ୍ତ ସାକ୍ଷୀ ଭାବେ ପ୍ରତିଷ୍ଠିତ ହେବାକୁ ପଡିବ। ଏହି ଆତ୍ମିକ ସ୍ଥିତିରେ ସ୍ଥିତ ରହିଲେ ସାଂସାରିକ ସମସ୍ତ ପ୍ରୟୋଜନିୟ କର୍ମ ପୁରୁଷୋମଙ୍କ ଉଦ୍ଧେଶ୍ୟରେ ଯଜ୍ଞ ରୂପେ ସମ୍ପାଦିତ ହେବ । ଆମର ସମସ୍ତ ଜୀବନ ଓ କର୍ମ, ଆମର ଅଧୀଶ୍ୱର ଓ ଶ୍ରେଷ୍ଠତମ ସା ପୁରୁଷୋମଙ୍କ ନିକଟରେ ସମର୍ପଣ ପୂର୍ବକ ସତତ ତାଙ୍କ ସ୍ମୃତିରେ ନିମଜ୍ଜିତ ହୋଇ, ସର୍ବାତ୍ମାଙ୍କୁ ତାଙ୍କର ରଚନା ରୂପେ ବିବେଚନା କରି, ତାଙ୍କୁ ଅନ୍ତଃକରଣରୁ ଭଲପାଇ ତଦାତ୍ମ୍ୟ ହୋଇ ପାରିବା । ମଦ୍ଭାବମାଗତାଃ । ସେତେବେଳେ ଆମ ଅନ୍ତଃକରଣରେ ପ୍ରତିଷ୍ଠିତ ଅକ୍ଷର ପୁରୁଷର ଅବିଚଳ ଶାନ୍ତି, ଐକ୍ୟ, ସମତା ଅନାସକ୍ତି ଓ ବର୍ହିରୂପାନ୍ତରିତ ପ୍ରକୃତି ପୁରୁଷୋମ ବା ପରମ ପୁରୁଷ ପରମାତ୍ମାଙ୍କ ଇଚ୍ଛାନୁସାରେ ପରି·ଳିତ ହେବ । ଆମେ ତାଙ୍କର କର୍ମସମ୍ପାଦନାର ଏକ ଯାନ୍ତ୍ରିକ ମାଧ୍ୟମ ହୋଇଯିବା, ନିମିମାତ୍ରମ୍ । ଏହାହିଁ ଗୀତାର ରାଜଯୋଗ । ଏହାରି ମଧ୍ୟରେ କର୍ମ, ଜ୍ଞାନ ଓ ଭକ୍ତିର ଅପୂର୍ବ ସମନ୍ୱୟ ଘଟିଛି ।
ଗୀତାର ଯୋଗ ଓ ପାତଞ୍ଜଳୀ ଯୋଗ- ଏ ଦୁଇଟି ଏକ ପ୍ରକାର ନୁହେଁ । ପାତଞ୍ଜଳି ଯୋଗରେ ସୁନିର୍ଦ୍ଧିଷ୍ଟ ଆଠଟି ଅଙ୍ଗ ଅଛି । କିନ୍ତୁ ଗୀତାର ଯୋଗ ହେଉଛି ସମଗ୍ର ସାକୁ ସର୍ବୋତଭାବେ ଭଗବତ୍ ଅଭିମୁଖୀ କରାଇବା । ନିଷ୍କାମ ଭାବେ ସକଳ ମନୁଷ୍ୟ, ସକଳ ଘଟଣା ପ୍ରତି ସମଭାବ ରଖି ଭଗବାନଙ୍କ ଉଦ୍ଧେଶ୍ୟରେ ଯଜ୍ଞ ରୂପେ ଯେଉଁ କର୍ମ ସମ୍ପାଦନ କରାଯାଏ ତାହାହିଁ ହେଉଛି ଯୋଗ । ଗୀତାର କର୍ମଯୋଗ,ଏହି ନିଷ୍କାମତା,ସମତା ଓ ଯଜ୍ଞ ଭାବର ଭିି ହେଲା ଆତ୍ମଜ୍ଞାନ, ଈଶ୍ୱରୀୟ ଜ୍ଞାନ । ଏହି ଜ୍ଞାନ ଓ କର୍ମର ପୂର୍ଣ୍ଣୋତମ ପରିଣତି ଓ ସାର୍ଥକତା ହେଲା ଉଦାରତମ, ଗଭୀରତମ ଭଗବତ୍ ଭକ୍ତି ଓ ପ୍ରେମ । ଶଙ୍କରା·ର୍ଯ୍ୟଙ୍କ ଅନୁସାରେ ଜ୍ଞାନ ସହିତ କର୍ମର ସାମଞ୍ଜସ୍ୟ ନାହିଁ । ପ୍ରଥମ ଅବସ୍ଥାରେ ହିଁ କର୍ମର ସାର୍ଥକତା । ଅନ୍ତିମ ପର୍ଯ୍ୟାୟରେ ସମସ୍ତ କର୍ମ ବର୍ଜନ କରି ପରମ ସିଦ୍ଧି ଲାଭ କରାଯାଏ। କିନ୍ତୁ ଗୀତାର ଶିକ୍ଷା ହେଉଛି ଉଚ୍ଚତମ ଚୈତନ୍ୟରେ (ଆତ୍ମଭାବ) ଦିବ୍ୟ ଜନ୍ମଲାଭ । କିନ୍ତୁ ଏହି ଦିବ୍ୟତ୍ୱ ପ୍ରାପ୍ତିର ଉପାୟ ହେଉଛି ଦିବ୍ୟକର୍ମ । ଆ·ର୍ଯ୍ୟ ଶଙ୍କର କର୍ମତ୍ୟାଗକୁ ହିଁ ଶ୍ରେଷ୍ଠ ଅବସ୍ଥା ବୋଲି କହିଛନ୍ତି । କାରଣ ତାଙ୍କ ମତରେ ନିର୍ଗୁଣ, ନିଷ୍କ୍ରିୟ, ନିଶ୍ଚଳ ବ୍ରହ୍ମ ହିଁ ହେଉଛନ୍ତି ଏକମାତ୍ର ସତ୍ୟ, ବାକି ସବୁ ମିଥ୍ୟା ଓ ମାୟା । କିନ୍ତୁ ବସ୍ତୁତଃ, ଶଙ୍କର ଯାହାକୁ ନିର୍ଗୁଣ ବ୍ରହ୍ମ ବୋଲି ଦେଖିଛନ୍ତି ତାହାହିଁ ଗୀତାର ଅକ୍ଷର ପୁରୁଷ । ସେ ଯେଉଁ ମାୟା ଶକ୍ତିକୁ ଏହି ଜଗତର ମୂଳ ବୋଲି ବି·ର କରିଥିଲେ, ତାହା ହେଉଛି ଗୀତାର ଅପରା ପ୍ରକୃତି। ଶଙ୍କରଙ୍କ ମତରେ ମାୟା ସହିତ ଯୁକ୍ତ ଯେଉଁ ବ୍ରହ୍ମ ତାହା ସଗୁଣ ବ୍ରହ୍ମ । ତାହାହିଁ ଗୀତାର ପୁରୁଷୋମ, ପରମାତ୍ମା, ଈଶ୍ୱର ଓ ସୃଷ୍ଟିକର୍ା। କିନ୍ତୁ ଗୀତା ଅତି ସ୍ପଷ୍ଟ ଭାଷାରେ କହିଛିଯେ ପୁରୁଷୋମ ହିଁ ଶ୍ରେଷ୍ଠ ସା । ତା’ଉପରେ କିଛି ନାହିଁ । ବସ୍ତୁତଃ ଶଙ୍କରଙ୍କ ଯାହା ସଗୁଣ ବ୍ରହ୍ମ, ଈଶ୍ୱର, ତାହା ଗୀତାର କ୍ଷର ପୁରୁଷ । ଗୀତାର ପୁରୁଷୋମର ସନ୍ଧାନ ଶଙ୍କର ପାଇ ନଥିଲେ ବୋଲି ମନେ ହୁଏ । ଉପନିଷଦ କହେ ବ୍ରହ୍ମ ସଗୁଣ ଏବଂ ନିର୍ଗୁଣ ଏହି ଉଭୟ ଭାବକୁ ନେଇ ପରଂବ୍ରହ୍ମ । ତାହାହିଁ ଗୀତାର ପୁରୁଷୋମ । ଗୀତା କୁହେ ଅକ୍ଷର ଓ କ୍ଷର- ଏ ଦୁଇଟି ହେଉଛି ଏକ ପୁରୁଷୋମ ର ଦୁଇଟି ଦିଗ । ପରମାତ୍ମା (ଭଗବାନ) ପୁରୁଷୋମ ଚୈତନ୍ୟ ସ୍ୱରୂପ । ତାଙ୍କର ଏହି ଚୈତନ୍ୟର ଯେଉଁ ସକ୍ରିୟତା ଦିଗ, ତାହାହିଁ ତାଙ୍କର ପ୍ରକୃତି । ପୁରୁଷ ଓ ପ୍ରକୃତି ମୂଳତଃ ଅଭିନ୍ନ । ଏହି ତ୍ୱ ସମୂହ ଠିକ ଭାବରେ ଅବଧାରଣ କରି ନ ପାରିଲେ ଗୀତାର ବିଭିନ୍ନ ଅଂଶ ମଧ୍ୟରେ ବିରୋଧ ଅଛି ବୋଲି ମନେ ହେବ ଏବଂ ଗୀତା ନିର୍ଦ୍ଧେଶିତ ଦିବ୍ୟ ଜୀବନର ପ୍ରକୃତ ମର୍ମ ଗ୍ରହଣ କରିବା ସମ୍ଭବ ହେବ ନାହିଁ ।
ଶଙ୍କରା·ର୍ଯ୍ୟ ବ୍ରହ୍ମର ନିଷ୍କ୍ରିୟତାର ଦିଗ ହିଁ ଦେଖିଥିଲେ । ତାର ଶକ୍ତି ବା ସକ୍ରିୟତାର ଦିଗଟି ପ୍ରତି ସେ ସଚେତନ ନ ଥିଲେ ଓ ତାକୁ ମିଥ୍ୟା ବା ମାୟା ବୋଲି କହିଥିଲେ । କିନ୍ତୁ ଶ୍ରୀରାମକୃଷ୍ଣ ଗୀତାର ବ୍ରହ୍ମ ସକ୍ରିୟତା ବା ଇଶ୍ୱରୀୟ ଶକ୍ତି ଦିଗକୁ ଗ୍ରହଣ କରିଥିଲେ । ଯେଉଁଠି ଶଙ୍କରଙ୍କ ଶେଷ, ସେଇଠି ରାମକୃଷ୍ଣଙ୍କ ଆରମ୍ଭ । ଶଙ୍କର ଯେଉଁଠି ବ୍ରହ୍ମ ଜିଜ୍ଞାସା ଶେଷ କରିଛନ୍ତି, ଶ୍ରୀରାମକୃଷ୍ଣ ସେଇଠି ବ୍ରହ୍ମଶକ୍ତି ବିଷୟରେ ଆଲୋଚନା କରିଛନ୍ତି । ଶ୍ରୀରାମକୃଷ୍ଣ କହନ୍ତି, ସେ ଏକ ରୂପରେ ନିତ୍ୟ, ଅନ୍ୟ ରୂପରେ ଲୀଳା, ବେଦ ତାଙ୍କୁ ଉଭୟ ସଗୁଣ ଓ ନିର୍ଗୁଣ ବୋଲି କହିଛନ୍ତି । ସେ ହିଁ ଜୀବ ଜଗତ, ଚର୍ତୁର୍ବିଂଶ ତ୍ୱ । ସେ ଯେତେବେଳେ ନିଷ୍କ୍ରିୟ ତାଙ୍କୁ ବ୍ରହ୍ମ କୁହାଯାଏ । ଯେତେବେଳେ ସୃଷ୍ଟି ସଂରଚନା କରନ୍ତି, ପାଳନ କରନ୍ତି, ସଂହାର କରନ୍ତି ସେତେବେଳେ ତାଙ୍କୁ ଶକ୍ତି ବୋଲି କୁହାଯାଏ । ବ୍ରହ୍ମ ଓ ଶକ୍ତି ଅଭେଦ । ଜଳସ୍ଥିର ଥିଲେ ମଧ୍ୟ ଜଳ, ହଲଚଲ ହେଲେ ମଧ୍ୟ ଜଳ । ପୂର୍ଣ୍ଣଜ୍ଞାନ ଓ ପୂର୍ଣ୍ଣ ଭକ୍ତି ଗୋଟିଏ କଥା । ନେତି ନେତି ବି·ର ପରିସମାପ୍ତି ହେଲେ ବ୍ରହ୍ମ ଜ୍ଞାନ ଉଦୟ ହୁଏ । ଶ୍ରୀରାମକୃଷ୍ଣଙ୍କ ଏହି ବ୍ରହ୍ମଶକ୍ତି ହିଁ କାଳୀ ବା ଜଗଦମ୍ବାଙ୍କ ଅନ୍ୟ ରୂପ । ଏହା ଗୀତାର ପରା ପ୍ରକୃତି । ତାହା ଶଙ୍କରଙ୍କ ଅଜ୍ଞାନ, ଜଡସ୍ୱଭାବ, ମିଥ୍ୟାଭୂତା ସନାତନୀ ନୁହେଁ । ଶ୍ରୀରାମକୃଷ୍ଣଙ୍କ ମତରେ ଏହା ଚିନ୍ମୟୀ, ବ୍ରହ୍ମର ଚିଦ୍ରପା ଶକ୍ତି । ନିଖିଳ ସଂସାର ବିଳାସ ରୂପେ ଏହି ଚିତ୍ ଶକ୍ତି ହିଁ ଲୀଲାୟିତ । ଏଥିପାଇଁ ଗୀତା ଶଙ୍କରଙ୍କ “ବ୍ରହ୍ମ ସତ୍ୟ ଜଗତ ମିଥ୍ୟା” ବାଦକୁ ଭୁଲ ପ୍ରମାଣିତ କରିଛି । ଏହାହିଁ ଗୀତାର ଦାର୍ଶନିକ ତ୍ୱ । ।
। । ଓମ୍ ଶାନ୍ତି । ।
Comments
Post a Comment