ସୁଖ ଓ ଦୁଃଖ : ଇନ୍ଦି୍ରୟ (Indriya)ସହିତ ବିଷୟ ସଂଯୋଗର ପରିଣାମ---Dr S S Mishra

   ସୁଖ ଓ ଦୁଃଖ :

 ଇନ୍ଦି୍ରୟ (Indriya)ସହିତ ବିଷୟ ସଂଯୋଗର  ପରିଣାମ

ମାତ୍ର ସ୍ପର୍ଶସ୍ତେୁ କୌନ୍ତେୟ ଶୀତୋଣ୍ଣ ସୁଖ ଦୁଃଖଦାଃ ।
                              ଆଗମା ପାୟିନୋଽ ନିତ୍ୟାସ୍ତାଂ ସ୍ତିତିକ୍ଷସ୍ବଭାରତ ।ା ଗୀ ୨/୧୪ ।ା
ଅର୍ଥ: ଇନ୍ଦି୍ରୟ ସହିତ ବିଷୟର ସଂସ୍ପର୍ଶହିଁ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ପ୍ରଦାନ କରେ । କିନ୍ତୁ ସେହି ସମ୍ବନ୍ଧର ସମୟାନୁସାରେ ଉପôି ଓ ବିନାଶ ହୁଏ; ତେଣୁ ସେମାନେ ଅନିତ୍ୱ ଅଟନ୍ତି । ସେ ସବୁକୁ ସହ୍ୟ କର ।
         ଆତ୍ମା, ଶରୀସ୍ଥ ଇନ୍ଦି୍ରୟମାନଙ୍କ ମାଧ୍ୟମରେ ସୁଖ ଓ ଦୁଃଖ ଅନୁଭବ କରେ । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଆଦି ବିଷୟମାନଙ୍କ ସହିତ ଅନ୍ତଃକରଣ ଓ ଇନ୍ଦି୍ରୟମାନଙ୍କର ଯେଉଁ ସମ୍ବନ୍ଧ ରହିଛି ତାକୁ ଏଠାରେ ‘ମାତ୍ରାସ୍ପର୍ଶାଃ’ ପଦ ଦ୍ୱାରା ବ୍ୟକ୍ତ କରାଯାଇଛି। ଏହା ଶୀତ-ଉଷ୍ଣ, ସୁଖ-ଦୁଃଖ, ରାଗ-ଦ୍ୱେଷ, ହର୍ଷ-ଶୋକ, ଅନୁକୂଳତା-ପ୍ରତିକୂଳତା, ଜୟ-ପରାଜୟ, ମାନ-ଅପମାନ ଆଦି ଦ୍ୱନ୍ଦାତ୍ମକ ଭାବ ସମୂହ ଉପôନ୍ନ କରେ । ବ୍ୟକ୍ତି ଯେତେବେଳେ ନିଜକୁ ଦେହ ଭାବେ ସେତେବେଳେ ସେ ଏହିପରି ଦ୍ୱନ୍ଦ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇ ପଡେ । ଶରୀର ଅନିତ୍ୟ ହୋଇଥିବାରୁ ଏହା ସହିତ ସମ୍ବନ୍ଧିତ ବିଷୟ ଓ ବସ୍ତୁ ମଧ୍ୟ ସମଭାବପନ୍ନ ଅଟେ । ଦେହାଭିମାନ ତ୍ୟାଗ କରି ଆତ୍ମିକ ସ୍ମୃତିରେ ସ୍ଥିତ ରହିଲେ ବ୍ୟକ୍ତି ଏହି ପରିବର୍ନଶୀଳ ଉପଲବ୍ଧଗୁଡିକର ପ୍ରଭାବରୁ ନିଜକୁ ମୁକ୍ତ କରି ପାରିବ। ଏହି ବିଷୟରେ ଆହୁରି ସ୍ପଷ୍ଟ ବୁଝିବାକୁ ହେଲେ ଗ୍ରୀଷ୍ମ ଓ ଶୀତର ଉଦାହରଣ ନିଆଯାଇ ପାରେ । ଋତୁଚକ୍ରରେ ଏହି ଉଭୟ ଋତୁ ଆସୁଥାଏ ଓ ଯାଉଥାଏ । ସେହିପରି ମଣିଷ ଜୀବନରେ ସୁଖ ଓ ଦୁଃଖ ଚକ୍ରବତ୍ ଘୁରୁଥାଏ । “ଚକ୍ରବତ୍ ପରିବର୍ନ୍ତେ ଦୁଃଖାନିଚ ସୁଖାନି ଚ” । ସେମାନେ ଇନ୍ଦି୍ରୟ ଭୋଗରୁ ଜାତ ହୁଅନ୍ତି । ତେଣୁ ବ୍ୟକ୍ତି ଏହି ଦ୍ୱୈତ ଅନୁଭୁତିରେ ବିଚଳିତ ନ ହୋଇ ସେଗୁଡିକୁ ସହିଯିବାକୁ ଅଭ୍ୟାସ କରିବା ଉଚିତ ।
‘ତିତିକ୍ଷା’ ଓ ‘ସହନଶୀଳତା’ - ଏ ଉଭୟ ଶବ୍ଦ ସମାନାର୍ଥକ ବୋଧ ହେଉଥିଲେ ମଧ୍ୟ ସେମାନଙ୍କ ଭାବ ଭିନ୍ନ ଅଟେ । ‘ତିତିକ୍ଷା’ର ଅର୍ଥ ପ୍ରତିକୂଳ ପରିସ୍ଥିତିରେ ସମଭାବାପନ୍ନ  ହୋଇ ଅସୀମ ସାହସ ଓ ଧୈର୍ଯ୍ୟର ସହ ନିର୍ବିକାର ଭାବରେ ସହ୍ୟ କରିବା ଶକ୍ତିକୁ ବୁଝାଏ । ଏହି ଅବସ୍ଥା ସମ୍ପନ୍ନ ବ୍ୟକ୍ତି ସୁଖ-ଦୁଃଖର ଦ୍ୱନ୍ଦ ଅନୁଭୂତିରେ ପ୍ରଭାବିତ ହୁଏ ନାହିଁ । ସୁଖରେ ଆନନ୍ଦ ବିଭୋର ଓ ଦୁଃଖରେ ଉଦ୍ବିଗ୍ନ ହୁଏ ନାହିଁ। ସବୁ ଅବସ୍ଥାକୁ ସମଭାବରେ ଗ୍ରହଣ କରିବାର ସହିଷ୍ଣୁତାକୁ ଏଠାରେ ତିତିକ୍ଷା ବୋଲି କୁହାଯାଇଛି । ଏହା ହେଉଛି ସହିଷ୍ଣୁତାର  (ସହନଶୀଳତା) ସର୍ବୋଚ୍ଚ ସୋପାନ । ଏଠାରେ ସହ୍ୟ କରିବାର ବାଧ୍ୟ ବାଧକତା ନାହିଁ ।
ଅନ୍ୟ ପକ୍ଷରେ ପ୍ରତିକୂଳ ଅବସ୍ଥାକୁ ଅନନ୍ୟୋପାୟ ହୋଇ ନୀରବରେ ସହ୍ୟ କରିବାକୁ ସାଧାରଣତଃ ସହିଷ୍ଣୁତା ବା ସହନଶୀଳତା କୁହାଯାଏ । ଏହି ଅବସ୍ଥାରେ ସହ୍ୟ କରିବା ବ୍ୟତୀତ ବ୍ୟକ୍ତିର ଆଉ ଅନ୍ୟ ଉପାୟ ନ ଥାଏ । ବାହ୍ୟତଃ ସେ ଶାନ୍ତ ଜଣାପଡୁଥିଲେ ମଧ୍ୟ ତାଙ୍କ ମନୋସମୁଦ୍ର ଦୁଃଖର ଉାଳ ତରଙ୍ଗରେ ଉଦ୍ବେଳିତ ହେଉଥାଏ । ଏହା ଯୋଗ ପାଇଁ ବାଧକ । ଦ୍ୱୈତ ଅନୁଭୂତିରେ ସମଭାବ ରକ୍ଷା କରି ନ ପାରିଲେ ଯୋଗ ନିରର୍ଥକ । ଗୀତାରେ ସମତାକୁ ହିଁ ଯୋଗ କୁହାଯାଇଛି । ସମତ୍ୱଂ ଯୋଗ ଉଚ୍ୟତେ ।
ସୁଖ ଓ ଦୁଃଖ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ଉଭୟଙ୍କ ମଧ୍ୟରେ କାୟା ଓ ଛାୟାର ସମ୍ବନ୍ଧ ରହିଛି । ଅଜ୍ଞାନ ମଣିଷ ସଂସାରର ଅନିତ୍ୟ ବିଷୟ ମଧ୍ୟରେ ସୁଖ ଖୋଜେ । ଏହି ସୁଖ ଯେ ସ୍ବପ୍ନବତ୍ ଅଳୀଳ ଏକଥା ସେ ବୁଝି ପାରେ ନାହିଁ । ଏହାର ଅଭାବକୁ ସେ ଦୁଃଖ ମନେ କରେ । ସାଂସାରିକ ବିଷୟ ଭୋଗ ଜନିତ ସୁଖ ମାଦକ ଦ୍ରବ୍ୟଭଳି ନିଶାକାରକ । ମଣିଷ ଯେତିକି ବିଷୟ ଭୋଗ କରୁଥାଏ ସେଥିପ୍ରତି ତା’ର ଆସକ୍ତି ଓ ଲାଳସା ଆହୁରି ଆହୁରି ବୃଦ୍ଧି ପାଉଥାଏ । ପରିଣତ ବୟସରେ ଇନ୍ଦି୍ରୟଗୁଡିକ ଶିଥିଳ ହୋଇ ପଡେ । ତଥାପି  ମଣିଷ ମନରେ ଭୋଗେଚ୍ଛା ବୃଦ୍ଧି ପାଉଥାଏ । ଭୋଗରେ ଅକ୍ଷମତା ତାକୁ ଦୁଃଖ ଦିଏ । ସେ ମ୍ରିୟମାଣ ହୋଇ ପଡେ । ସୁଖ ଭୋଗର ମାଦକତା ପରିଶେଷରେ ମଣିଷକୁ ଦୁଃଖୀ ଓ କର୍ବ୍ୟ ବିମୁଖ କରେ । ଏହା ତାକୁ  କୁକର୍ମରେ ଲିପ୍ତ କରେ । ଅତ୍ୟଧିକ ସୁଖ ଭୋଗ ତାକୁ ଆଳସ୍ୟ କରି ଦିଏ ।
ସୁଖକୁ ଗ୍ରହଣ କଲେ ଦୁଃଖ ତା’ ସହିତ ରହିବ; ଏକଥା ଭୁଲିଯିବା ଉଚିତ ନୁହେଁ । କାରଣ ଉଭୟଙ୍କ ମଧ୍ୟରେ ଅଙ୍ଗାଙ୍ଗୀ ସମ୍ପର୍କ ରହିଛି । ଛାୟା ସର୍ବଦା କାୟାର ଅନୁସରଣ କରେ । ଏହି ନ୍ୟାୟରେ ଦୁଃଖ ସବୁବେଳେ ସୁଖର ଅନୁଧାବନ କରେ । ଅଜ୍ଞାନ ତାହା ଜାଣିପାରେ ନାହିଁ । ସେ ଯାହାକୁ ଦୁଃଖ ମନେ କରେ ତ୍ୱତଃ ସେଥିରେ ସୁଖହିଁ ନିହିତ ଥାଏ । ଦୁଃଖ ମଣିଷ ମନର ଅହଂକାରକୁ ନଷ୍ଟ କରେ । ଏହା ମଣିଷକୁ ଅଗ୍ନିଦଗ୍ଧ ସୁବର୍ଣ୍ଣ ପରି ଶୁଦ୍ଧ କରିଦିଏ । ଦୁଃଖ ତାକୁ ଭଗବତ୍ ଅଭିମୁଖୀ କରାଏ । ସୁଖରେ  ସେ ଭଗବାନଙ୍କୁ ଭୁଲିଯାଏ ଓ ଅଧର୍ମାଚରଣ କରେ । ମଣିଷ ଯଦି ସୁଖରେ ମଧ୍ୟ ତାଙ୍କୁ ସ୍ମରଣ ରଖନ୍ତା ତେବେ ଦୁଃଖ ଭୋଗ କରନ୍ତା ନାହିଁ । “ଦୁଃଖମେଁ ସିମିରଣ ସବ୍ କରେ । ସୁଖ ମେଁ କରେନା କୋଇ; ଅଗର ସୁଖ ମେଁ ସିମିରଣ କରେ ତୋ ଦୁଃଖ କାହେକୋ ହୋୟ ।” ମଣିଷ ଯେତେବେଳେ କୌଣସି ରୋଗରୁ ଆରୋଗ୍ୟ ଲାଭ କରେ ସେତେବେଳେ ସେ ସଂପୃକ୍ତ ଡାକ୍ତରଙ୍କୁ ମନେ ପକାଏ; ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରେ । କିନ୍ତୁ ଭଗବାନ କାମ କ୍ରୋଧାଦି ବିକାରଗୁଡିକରୁ ମଣିଷକୁ ଆରୋଗ୍ୟ କରନ୍ତି  ଏକଥା ସେ ଭୁଲିଯାଏ । ଏଥିପାଇଁ ତାଙ୍କୁ ସତତ ସ୍ମରଣ କରିବା ଉଚିତ । ମହାଭାରତର କୁନ୍ତୀ ଚରିତ୍ର ଏହି ପ୍ରସଙ୍ଗରେ ପ୍ରଣିଧାନ ଯୋଗ୍ୟ । ସେ ସେଉଁ ପ୍ରକାରେ ଭଗବାନଙ୍କୁ ବର ମାଗିଥିଲେ ସେପରି କୌଣସି କାଳରେ କେହି ମାଗି ନ ଥିଲେ । “ବିପଦଃ ସନ୍ତୁ ନଃ ଶାଶ୍ୱତ୍ର ତତ୍ର ଜଗଦ୍ଗୁରୋ । ଭବତୋ ଦର୍ଶନଂ ଯତ୍ସ୍ୟାଦପୁନର୍ଭବ ଦର୍ଶନମ୍ ।ା ଭା- ୧-୮୨୫ ।ା (ଅର୍ଥ:- ହେ ଜଗଦ୍ଗୁରୁ! ଆମ ଜୀବନରେ ପ୍ରତି ମୁହୂର୍ରେ ବିପଦ ଆସୁଥାଉ । କାରଣ ବିପଦ ସମୟରେ ହିଁ ନିଶ୍ଚିତ ଭାବରେ ଆପଣଙ୍କ ଦର୍ଶନ ମିଳିଥାଏ ଯ ଦ୍ୱାରା ଏ ଦୁଃଖମୟ ସଂସାରକୁ ଆଉ ଦର୍ଶନ କରିବାକୁ ପଡେ ନାହିଁ ।
ଦୁଃଖରେ ହିଁ ମଣିଷର ହିତାହିତ ଜ୍ଞାନ ହୁଏ । ଦୁଃଖ ନିଖୁଣ ମଣିଷର କଷଟି ପଥର । ଦୁଃଖରେ ମଣିଷ ପରମାତ୍ମାଙ୍କୁ ସ୍ମରଣ କରେ । ତେଣୁ ବିପି ହିଁ ପ୍ରକୃତ ସମ୍ପି । ଯେଉଁ ଦୁଃଖରେ ପରମାତ୍ମା ସ୍ମରଣରେ ଆସନ୍ତି ତାହାତ ପରମ ସୁଖ ଅଟେ ।  ତାକୁ ଦୁଃଖ କିପରି କୁହାଯିବ? ତା’ଠାରୁ ଶ୍ରେଷ୍ଠ ମିତ୍ର ଆଉ କିଏ ବା ହୋଇପାରେ? ସୁଖରେ ଅନ୍ଧ ହୋଇ ମଣିଷ ପଥ ବଣା ହୋଇଯାଏ; କିନ୍ତୁ ଦୁଃଖ ସର୍ବଦା ତା’ର ଆଖି ଖୋଲି ରଖିଥାଏ । ତେଣୁ ସେ ସହଜରେ ଲକ୍ଷ୍ୟ ହାସଲ କରିପାରେ । ସଂଘର୍ଷମୟ ଜୀବନରେହିଁ ମଣିଷ ନୂଆ ନୂଆ ଅଭିଜ୍ଞତା ଲାଭ କରେ । ଏହା ତା’ର ଆତ୍ମୋନ୍ନତିର ପଥ ପ୍ରଶସ୍ତ କରେ । ଜୀବନର ପାଠଶାଳାରେ ଦୁଃଖ ଏକ ପରୀକ୍ଷା । ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଯୋଗ୍ୟତାର ମାପକାଠି । ଏହି ପରୀକ୍ଷାରେ ଉନ୍ନୀତ ବ୍ୟକ୍ତି ହିଁ ଶାଶ୍ୱତ ସୁଖର ଅଧିକାରୀ ହୁଏ । ରାତ୍ରୀର ଗଭୀର ଅନ୍ଧକାର ବିନା ଦିବସର ଆଲୋକ ମୁଲ୍ୟହୀନ । ଦୁଃଖର ତିକ୍ତ ଅନୁଭୁତି ନ ଥିଲେ ସୁଖର ମଧୁରତା ମଣିଷ ଆସ୍ବାଦନ କରିପାରିବ ନାହିଁ । ତେଣୁ ସେ ଯାହାକୁ ସୁଖ ବୋଲି ଭାବେ ତାହା ଦୁଃଖ ସହିତ ତୁଳନାତ୍ମକ ଅନୁଭବର ନାମ । ଦୁଃଖ ଭୋଗି ନ ଥିଲେ ମଣିଷ କାହା ସହିତ ତୁଳନା କରି ଏହାକୁ ସୁଖ ବୋଲି କହିବ?
ଅନେକ ସମୟରେ ମଣିଷ ଯାହାକୁ ଦୁଃଖ ବୋଲି  ମନେ କରେ ତା’ର ଅନ୍ତରାଳରେ ସୁଖ ଲୁଚି ରହିଥାଏ । ବ୍ରହ୍ମ ମୁହୂର୍ରେ ନିଦ୍ରା ତ୍ୟାଗ କରି ପାଠ ପଢ଼ିବାକୁ ବିଦ୍ୟାର୍ଥୀମାନଙ୍କୁ କଷ୍ଟଲାଗେ । ଏହି କଷ୍ଟ ଆଳସ୍ୟ ଜନିତ । କିନ୍ତୁ ଏହି କଷ୍ଟ ସହ୍ୟ କରି ଯିଏ ଏକାଗ୍ରତା ପୂର୍ବକ ପାଠ ପଢ଼ାରେ ମନୋନିବେଶ କରେ ତା’ର ପରିଣାମ ଅତ୍ୟନ୍ତ ସୁଖଦ ହୁଏ । ଇେଞ୍ଜକ୍ସନ୍ ନେଲା ବେଳେ ରୋଗୀକୁ କଷ୍ଟ ହୁଏ; କିନ୍ତୁ ଏହାକୁ ଭୃକ୍ଷେପ ନ କଲେ ତା’ହା ତା’ର ରୋଗ ଆରୋଗ୍ୟ କରେ । ଅମୃତ ବେଳାରେ (ବ୍ରହ୍ମମୁହୂର୍) ନିଦ୍ରା ତ୍ୟାଗ କରି ଏକାଗ୍ରତା ପୂର୍ବକ ଅନ୍ତତଃ ଏକ ଘା ମନ-ବୁଦ୍ଧିକୁ ଈଶ୍ୱରୀୟ ଚିନ୍ତନରେ ନିୟୋଜିତ କରିବା ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ  କଷ୍ଟକର ବ୍ୟାପାର ମନେ ହୁଏ । ଆଳସ୍ୟ ରହିତ ହୋଇ ଏହି ଅଭ୍ୟାସ ବଜାୟ ରଖିପାରିଲେ ପରମାତ୍ମା ପ୍ରତ୍ୟକ୍ଷତା ସହଜ ହୁଏ । କୁହାଯାଏ, କଷ୍ଟବିନା ଈଷ୍ଟ ପ୍ରାପ୍ତି ହୁଏ ନାହିଁ । ଯାହା ଆରମ୍ଭରେ ବିଷ ପରି ଓ ପରିଣାମରେ ଅମୃତ ପରି ଅନୁଭବ ହୁଏ ତାହାକୁ ସା୍ୱିକ ସୁଖ ବୋଲି କୁହାଯାଏ । “ଯଦଗେ ବିଷମିବ  ପରିଣାମେଽମୃତୋପମମ୍ । ତତ୍ ସୁଖଂ ସା୍ୱିକମ୍ ପ୍ରୋକ୍ତମାତ୍ମ ବୁଦ୍ଧି ପ୍ରସାଦଜମ୍” ।ାଗୀ ୧୮/୩୭ ।ା
ଜୀବନ ଗୋଲାପ ଫୁଲର ଶଯ୍ୟା ନୁହେଁ । ଖସଲର ସଗ୍ଦ ଦ୍ଭକ୍ଟଗ୍ଧ ବ ଭରୟ କ୍ଟଲ ଜକ୍ଟଗ୍ଦରଗ୍ଦ. ଜୀବନ ସମୁଦ୍ରରେ ଅନେକ ଜୁଆର ଭଟ୍ଟା ଆସିବ । ଶାନ୍ତ ଓ ନିର୍ବିକାର ଭାବରେ ଏ ସବୁ ଅବସ୍ଥାର ସମ୍ମୁଖୀନ ହେବାକୁ ହେବ । ଯେଉଁ ବ୍ୟକ୍ତି ଦୁଃଖରେ ଉଦ୍ବିଗ୍ନ ଓ ସୁଖରେ ଅଧିର ହୁଅନ୍ତି ନାହିଁ ସେହିଁ ପ୍ରକୃତ ଜ୍ଞାନୀ (ଗୀ- ୨/୫୬) । ଏପରି ବ୍ୟକ୍ତି ହିଁ ଦ୍ୱୈତଭାବ ପରିତ୍ୟାଗ କରି ସମଭାବରେ ଅବସ୍ଥାନ କରନ୍ତି । ସମଭାବାପନ୍ନ ବ୍ୟକ୍ତି ଜୀବନର ସର୍ବ ଶ୍ରେଷ୍ଠ ଲକ୍ଷ୍ୟ (ଅମୃତ) ପ୍ରାପ୍ତ ହୁଏ । “ସମ ଦୁଃଖ ସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।” (ଗୀ ୨/୨୫) । ବିଷୟ ଭୋଗ ଜନିତ ସାଂସାରିକ ସୁଖ ଓ ଶାନ୍ତି ଆପେକ୍ଷିକ ଚିରନ୍ତନ ଓ ପରିପୂର୍ଣ୍ଣ ସୁଖ, ଶାନ୍ତି ଓ ଆନନ୍ଦ ପାଇବା ପାଇଁ ହେଲେ ସୁଖ ଓ  ଦୁଃଖର ଉଦ୍ଧ୍ୱର୍କୁ ଉଠିବାକୁ ହେବ ।’
ଶିବ-ଶକ୍ତି ହୋମିଓ ସେବା ସଦନ 
କାଦୋପଡ଼ା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼
ପିନ୍- ୭୬୭ଠ୨୫ ଜି: ବଲାଙ୍ଗିର (ଓଡ଼ିଶା)
ମୋ- ୯୪୩୭୨୧ଠ୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,