ମୃତୁ୍ୟ(Mrutyu-The Death)

ମୃତୁ୍ୟ

(MRUTYU)

ଡାକ୍ତର ସୁଧାଂଶୁ ଶେଖର ମିଶ୍ର,
ସେଦିନ ସାୟଂକାଳରେ କୋଶଳ ନଗରରେ ଭାରି ଭିଡ । ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଥିବା ଜଣେ ମହାତ୍ମା ପ୍ରବଚନ ଦେବା ପାଇଁ ଆସିଥାନ୍ତି । ଜ୍ଞାନ ଓ ଯୋଗରେ ସେ ଭାରୀ ପ୍ରବୀଣ । ସେ ଥିଲେ କର୍ମ ଯୋଗୀ । ସେ ସନ୍ୟାସ ଦୀକ୍ଷା ନେଇ ନ ଥିଲେ ମଧ୍ୟ ସାରା ଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ପାଇଁ ଦୃଢ ପ୍ରତିଜ୍ଞ ଥିଲେ । ସାମାଜିକ ଜୀବନ ଯାପନ କରୁଥିଲେ ମଧ୍ୟ ତାଙ୍କ ମଧ୍ୟରେ ସାଂସାରିକ ପ୍ରବୃି ନ ଥିଲା । ସେ ଏକାଧାରରେ ଥିଲେ ଜିତେନ୍ଦ୍ରିୟ । ନିରହଂକାରୀ, ନିର୍ବିକାରୀ, ଅକ୍ରୋଧୀ, ମିଷ୍ଟଭାଷୀ, ଲେଖକ, ପ୍ରବଚକ ସମାଜ ସଂସ୍କାରକ, ଶାସ୍ତ୍ରଜ୍ଞ ଓ ରାଜଯୋଗୀ । ତାଙ୍କ ମୁଖ ମଣ୍ଡଳରୁ ସର୍ବଦା ନିର୍ଗତ ହେଉଥାଏ ଏକ ଦିବ୍ୟ ଜ୍ୟୋତି । ତାଙ୍କୁ ଦେଖିଲେ ମନେ ହେଉଥାଏ ସତେ ଯେମିତି କୌଣସି ଦେବ ପୁରୁଷ ଏକ ବିଶେଷ ଉଦ୍ଧେଶ୍ୟ ନେଇ ଦେବଲୋକରୁ ଏ ମରଧାମକୁ ଓହ୍ଲାଇ ଆସିଛନ୍ତି । ଯୋଗୀ ଜ୍ଞାନାନନ୍ଦ ନାମରେ ସେ ସର୍ବଜନ ବିଦିତ । ଏଭଳି ଏକ ମହାନ ବ୍ୟକ୍ତିଙ୍କ ଆଗମନର ସୂଚନା ପାଇ ବହୁ ଦୂର ଦୂରାନ୍ତରୁ ଲୋକେ ବିଭିନ୍ନ ଯାନ ବାହନରେ କୋଶଳ ଆସୁଥାନ୍ତି । ନଗର ଉପକଣ୍ଠରେ ଏକ ବିଶାଳ ପ୍ରାନ୍ତରରେ ପ୍ରବଚନ ସଭାର ଆୟୋଜନ କରାଯାଇଥାଏ । 
କୋଶଳ ନଗରର ଜଣେ ପ୍ରସିଦ୍ଧ ବ୍ୟବସାୟୀ ଧନ·ନ୍ଦ ଥିଲେ ଆୟୋଜକ ମଣ୍ଡଳୀର ସଭାପତି । ତାଙ୍କ ନେତୃତ୍ୱରେ ବର୍ଷକୁ ·ରି ପା ଥର ଏପରି ପ୍ରବଚନ ସଭା ଅନୁଷ୍ଠିତ ହେଉଥିଲା । ଅନେକ ସାଧୁ, ସନ୍ଥ, ବିଦ୍ୱାନଙ୍କୁ ସେ ପ୍ରବଚନ ପାଇଁ ନିମନ୍ତ୍ରଣ କରନ୍ତି । ସେମାନଙ୍କଠାରୁ ନାନା ପ୍ରକାର ଧର୍ମ କଥା ଶୁଣନ୍ତି । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ସେ କାମ କ୍ରୋଧାଦି ବିକାରଗୁଡିକୁ ମୁକ୍ତ ହେବାରେ ସକ୍ଷମ ହୋଇ ନାହାନ୍ତି । ବୟସ ବଢ଼ିବା ସହିତ ଏହି ବିକାର ସମୂହ ମଧ୍ୟ ସମତାଳରେ ବୃଦ୍ଧି ପାଉଥିଲେ । ସେଥିପାଇଁ ଧନ·ନ୍ଦ ଭାରି ବ୍ୟଥିତ ହୋଇ ପଡୁଥିଲେ । ଯୋଗୀ ଜ୍ଞାନାନନ୍ଦଙ୍କ ମହିମା ଶୁଣି ତାଙ୍କୁ ପ୍ରବଚନ ପାଇଁ ଆମନ୍ତ୍ରଣ କରିଥିଲେ । 
ଯୋଗୀରାଜଙ୍କ ପ୍ରବଚନ ଥିଲା ହୃଦୟସ୍ପର୍ଶୀ । ସମସ୍ତଙ୍କଠାରୁ ଭିନ୍ନ ଏକ ସ୍ବ ।ଦରେ ସେ ପରିବେଷଣ କରିଥିଲେ ନିଜ ଦୀର୍ଘ ଜୀବନର ଅନୁଭବ ଲବ୍ଧ ଜ୍ଞାନ । ପ୍ରବଚନ ଅବଧି ମଧ୍ୟରେ ଉପସ୍ଥିତ ଶ୍ରୋତା ମଣ୍ଡଳୀ ଭୁଲି ଯାଇଥିଲେ କିଛି ସମୟ ପାଇଁ ସଂସାରକୁ । ଧନ·ନ୍ଦ ମଧ୍ୟ ତାଙ୍କ ପ୍ରବଚନରେ ଅଭିଭୂତ ହୋଇ ପଡିଥିଲେ । ପରଦିନ ପ୍ରାତଃକାଳରେ ସେ ଜ୍ଞାନାନ୍ଦଙ୍କ ନିକଟରେ ପହିଲେ । ତାଙ୍କୁ ଦେଖି ଯୋଗୀରାଜ ଅତ୍ୟନ୍ତ ସ୍ନେହ ଓ ଆଦରର ସହ ବସିବାକୁ ଆସନ ଦେଲେ । ପରମାତ୍ମାଙ୍କୁ ଅର୍ପଣ କରାଯାଇଥିବା ପ୍ରସାଦରୁ କିଛି ଖାଇବାକୁ ଦେଇ ଆସିବାର କାରଣ ଜିଜ୍ଞାସା କଲେ ।
ଧନ·ନ୍ଦ ଅତି ବିନ୍ରମ ଭାବରେ କହିଲେ, “ହେ ମହାତ୍ମା! ବର୍ମାନ ମୁଁ ପରିଣତ ବୟସରେ ଉପନୀତ । ମୃତୁ୍ୟର ଦ୍ୱାର ଦେଶରେ ଦଣ୍ଡାୟମାନ । ଅନେକ ସତ୍ସଙ୍ଗ, ପୂଜାପାଠ, ଦାନ ଧର୍ମ କରି ମଧ୍ୟ ମୋ ଅନ୍ତଃକରଣରେ ଆସୁରୀ ସଂସ୍କାର ଦିନକୁ ଦିନ ପ୍ରବଳ ହୋଇ ଉଠୁଛି । ଏସବୁରୁ ମୁଁ ମୁକ୍ତ ହେବାକୁ ·ହୁଁଛ , କିନ୍ତୁ ପାରୁନି । ସେଥିପାଇଁ ମୁଁଁ ଖୁବ୍ ଦୁଃଖିତ । ମୋତେ ଏମିତି କିଛି ଉପାୟ କହନ୍ତୁ ଯଦ୍ଧ୍ୱାରା ମୋ ଅନ୍ତଃକରଣ ସମସ୍ତ ବିକାରରୁ ମୁକ୍ତ ହୋଇ ଶୁଦ୍ଧ ଓ ନିର୍ମଳ ହେବ । ଯେକୌଣସି ମୂଲ୍ୟ ବିନିମୟରେ ତାହା ପାଳନ କରିବି ।
ଧନ·ନ୍ଦଙ୍କ ଏକଥା ଶୁଣି ଯୋଗୀ ଜ୍ଞାନାନନ୍ଦ ଧ୍ୟାନସ୍ଥ ହୋଇ ପଡିଲେ । କିଛି ସମୟପରେ ସହଜ ଅବସ୍ଥାକୁ ଫେରି ଆସି କହିଲେ, “ହେ ବସô! ତୋର ବି·ର ପ୍ରଶଂସନୀୟ; କିନ୍ତୁ ବର୍ମାନ ଖୁବ ବିଳମ୍ବ ହୋଇ ଗଲାଣି । ତୋର ଜୀବନ ଲୀଳା ସମାପ୍ତ  ହେବାକୁ ଆଉ ମାତ୍ର ସାତ ଦିନ ବାକି ଅଛି । ଅଷ୍ଟମ ଦିନ ଅପରାହ୍ନ ଠିକ ·ରିଟା ବେଳକୁ ତୋ’ର ମୃତୁ୍ୟ ହେବ । ଏତିକି କମ ସମୟ ମଧ୍ୟରେ ତୁ ଆଉ କ’ଣ କରି ପାରିବ? ତେଣୁ ସବୁ କଥା ଭୁଲି ଏହି ସାତଦିନ ଖାଇ ପିଇ, ମଉଜ ମଜଲିସ କରି ଖୁସିରେ ଦିନ କାଟ ।”
ଧନ·ନ୍ଦଙ୍କ ମୁଣ୍ଡ ଉପରେ ସତେ ଯେପରି ଚଡକ ପଡିଲା । ସେ ନିର୍ବାକ ନିସ୍ପନ୍ଦ ହୋଇଗଲେ । ତାଙ୍କ ତଳିପାରୁ ତାଳୁ ଯାଏଁ ଝିମି ଝିମି ହୋଇଗଲା । ଯେଉଁ ଜୀବନକୁ ଏତେ ଦିନ ଭୋଗ ବିଳାସରେ ବ୍ୟତୀତ କରି ଆସିଛନ୍ତି ତାହା ଯେ ଏମିତି ଆକସ୍ମିକ ଭାବେ ସମାପ୍ତ ହୋଇଯିବ ଏ କଥା ସେ କେବେ କଳ୍ପନା କରି ପାରି ନ ଥିଲେ । ଏତେ ବଡ ସିଦ୍ଧ ସାଧକ ମହାଯୋଗୀଙ୍କ ଭବିଷ୍ୟତ ବାଣୀ କୌଣସି ପ୍ରକାରେ ମିଥ୍ୟା ହୋଇ ନ ପାରେ । ତା’ ପରେ ସେତ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଏଠାରେ ରହିବାର କାର୍ଯ୍ୟକ୍ରମ ଅଛି । ତେଣୁ ଶତ ପ୍ରତିଶତ ନିଶ୍ଚିତ ହୋଇ ନ ଥିଲେ ସେ ବା କାହିଁକି ଏପରି ନିଦାରୁଣ କଥା କହିବେ? ଧନ·ନ୍ଦଙ୍କ ମନରେ ଏପରି ଅସଂଖ୍ୟ ସଂଶୟର ଝଡ ଉଠୁଥାଏ । ପ୍ରକାଶ୍ୟରେ ସେ କୌଣସି ପ୍ରତିକ୍ରିୟା ବ୍ୟକ୍ତ ନ କରି ସ୍ବାମୀଜୀଙ୍କଠାରୁ ସପ୍ରଣାମ ବିଦାୟ ନେଲେ । ତାଙ୍କ ହାବଭାବରୁ ଜଣା ପଡୁଥିଲା ସତେ ଯେପରି ତାଙ୍କ ପିଣ୍ଡରେ ପ୍ରାଣ ନାହିଁ ।
ଯୋଗୀରାଜ ଜ୍ଞାନାନନ୍ଦଙ୍କଠାରୁ ବିଦାୟ ନେଇ ଘରକୁ ପ୍ରତ୍ୟାବର୍ନ କଲା  ପରେ ଧନ·ନ୍ଦଙ୍କ ଆ·ର ବ୍ୟବହାରରେ ଏକ ବିରାଟ ପରିବର୍ନ ଦେଖାଦେଲା । ସେ ଯେ କୌଣସି କାମ କରୁଥିଲା ବେଳେ ତାଙ୍କ ମନକୁ କେବଳ ଗୋଟିଏ କଥା ଘାରୁଥିଲା ଯେ ସେ ଏ ସଂସାରରେ ମାତ୍ର ଅଳ୍ପ ଦିନର ଅତିଥି । ପୂର୍ବପରି ଭୋଜନ ପ୍ରତି ତାଙ୍କର ଆସକ୍ତି ଓ ରୁଚି ରହିଲା ନାହିଁ । ସ୍ତ୍ରୀ ପୁତ୍ରାଦିଙ୍କ ପ୍ରତି ତାଙ୍କର ଅନାସକ୍ତ ଭାବ ଦେଖାଦେଲା । ବ୍ୟବସାୟରେ ଆଉ ତାଙ୍କ ମନ ଲାଗିଲା ନାହିଁ । ବ୍ରହ୍ମମୁହୂର୍ରେ ଅନାୟାସ ତାଙ୍କ ନିଦ୍ରା ଭଙ୍ଗ ହେଉଥିଲା ଓ ସେ ସ୍ନାନ ଶୌ·ଦିରୁ । ନିବୃ ହୋଇ ପରମାତ୍ମାଙ୍କ ସ୍ମରଣରେ ବସି ପଡୁଥିଲେ । ଆଶ୍ଚର୍ଯ୍ୟର କଥା ଯେ ଆଉ ତାଙ୍କ ମନରେ କୌଣସି ବିକ୍ଷେପ ସୃଷ୍ଟି ହେଉ ନଥିଲା । ଈଶ୍ୱରୀୟ ଚିନ୍ତନରେ ଏପରି ତନ୍ମୟ ହୋଇ ପଡୁଥିଲେ ଯେ ସେ ଖାଇବା-ଶୋଇବା ମଧ୍ୟ ଭୁଲି ଯାଉଥିଲେ। ନିତ୍ୟ ନିରନ୍ତର ବିନାଶୀ ଧନ ପଛରେ ଦୌଡୁଥିବା ସେହି ବ୍ୟବସାୟୀ ବର୍ମାନ ଅବିନାଶୀ ଆଧ୍ୟାତ୍ମିକ ଧନ ରୋଜଗାର ପାଇଁ ଦିନ ରାତି ଏକ କରି ଦେଲେ । ସେ ଘର ସଂସାର ମଧ୍ୟରେ ରହୁଥିଲେ ସତ, କିନ୍ତୁ ତାଙ୍କ ଭିତରେ ଆଉ ତାହା ନ ଥିଲା । ଲୌକିକ ସମ୍ବନ୍ଧ ଓ ସମ୍ପର୍କିର ବନ୍ଧନ ଆଉ ତାଙ୍କୁ ଭାରାକ୍ରାନ୍ତ କରୁ ନ ଥିଲା । ଏକ ସଦ୍ୟ ପ୍ରସ୍ଫୁଟିତ ସୁବାସିତ ପୁଷ୍ପ ଭଳି ତାଙ୍କ ମନ ଏକ ଅନିର୍ବଚନୀୟ ଆନନ୍ଦର ମହକରେ ସତେ ଯେପରି ମହକି ଉଠୁଥିଲା । ସେ ନିଜକୁ ମୁକ୍ତ ଓ ଖୁବ୍ ହାଲୁକା ମନେ କରୁଥିଲେ । ଆସନ୍ନ ମୃତୁ୍ୟକୁ ସ୍ବାଗତ ଜଣାଇବା ପାଇଁ ସେ ନିତ୍ୟ ଦିବ୍ୟ ଓ ଭବ୍ୟ ଆୟୋଜନରେ ଲାଗି ପଡୁଥିଲେ । ସଂସାରରେ ସେ ନିଜକୁ ଅତିଥି ବୋଲି ମନେ କରୁଥିବାରୁ ଏଠାରୁ ବିଦାୟ ନେବା ପାଇଁ ତାଙ୍କ ମନରେ କୌଣସି ଦୁଃଖ ଓ ଅନୁଶୋଚନା ନ ଥାଏ । ପରିବାରର ଅନ୍ୟାନ୍ୟ ସଦସ୍ୟ ତଥା ସମ୍ପର୍କୀୟ ଲୋକେ ମଧ୍ୟ  ତାଙ୍କର ଏ ପରିବର୍ନ ଲକ୍ଷ୍ୟ କରୁଥାନ୍ତି । ଧନ·ନ୍ଦ ସମସ୍ତଙ୍କୁ ଯୋଗୀରାଜଙ୍କ ଭବିଷ୍ୟତବାଣୀ ବିଷୟରେ ପୂର୍ବରୁ କହି ସାରିଥାନ୍ତି । କିନ୍ତୁ କେହି ହେଲେ ଏହି କଥାକୁ ସହଜରେ ବିଶ୍ୱାସ କରି ପାରୁ ନ ଥାନ୍ତି । ନାନା ପ୍ରକାର ଯୁକ୍ତି ଦ୍ୱାରା ସେମାନେ ଭବିଷ୍ୟତ ବାଣୀ ଉପରେ ପ୍ରଶ୍ନ ଉଠାଇ ଧନ·ନ୍ଦଙ୍କୁ ସାନ୍ତ୍ୱନା ଦେଉଥିଲେ । କିନ୍ତୁ ଯୋଗୀରାଜଙ୍କ କଥା ଧନ·ନ୍ଦଙ୍କ ହୃଦୟକୁ ବିଦ୍ଧ କରିଥିଲା । ତେଣୁ ସେ କାହାରି କଥାରେ ପ୍ରଭାବିତ ନ ହୋଇ ନିଜ ସାଧନା ଅବ୍ୟାହତ ରଖିଥିଲେ ।
ପରିଶେଷରେ ସେହି ପ୍ରତୀକ୍ଷିତ ଦିନ ଉପସ୍ଥିତ ହେଲା । ସାତ ଦିନ ପୂର୍ଣ୍ଣ ହୋଇ ଅଷ୍ଟମ ଦିନ ଆଗମନ କଲା । ପ୍ରାତଃକାଳରୁ ଧନ·ନ୍ଦଙ୍କ  ଘରେ ବନ୍ଧୁ-ପରିବାର ମିତ୍ର ସମ୍ପର୍କୀୟ ସମସ୍ତେ ଧୀରେ ଧୀରେ ଏକତ୍ରିତ ହେବାକୁ ଲାଗିଲେ । ଧନ·ଳ ନିଜ କକ୍ଷରେ ଏକାକୀ ବସି ପରମାତ୍ମାଙ୍କ ଧ୍ୟାନରେ ନିମଗ୍ନ  । ମୃତୁ୍ୟର ଆଗମନକୁ ସମସ୍ତେ ଉକôଣ୍ଠାର ସହିତ ଅପେକ୍ଷା କରିଥାନ୍ତି । ଉପସ୍ଥିତ ଲୋକେ ପରସ୍ପର ମଧ୍ୟରେ ନାନା ପ୍ରକାର ଆଳାପ ଆଲୋଚନା କରୁଥାନ୍ତି । ଭବିଷ୍ୟତ ବାଣୀର ସତ୍ୟତା ଉପରେ ଅନେକ ସଦ୍ଧହାନ ।
ସେମାନଙ୍କ ମଧ୍ୟରେ କେହି କହିଲା, ଯୋଗୀରାଜଙ୍କ କଥା କେବେ ମିଥ୍ୟା ହୋଇ ନ ପାରେ । ସେ ଜଣେ ସିଦ୍ଧ ସାଧକ ଭବିଷ୍ୟତ ଦ୍ରଷ୍ଟା”
ଅନ୍ୟ ଜଣେ ଉର ଦେଲା, “ହଁ, ଆପଣଙ୍କ କଥାରେ ମୁଁ ଏକମତ, କିନ୍ତୁ ଏପରି ଅପ୍ରିୟ ସତ୍ୟ କଥା କହି ସେ ଅନାବଶ୍ୟକ ଭାବରେ ଧନ·ନ୍ଦଙ୍କୁ ଏଭଳି ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ପକାଇବା ଉଚିତ ନ ଥିଲା । ମର୍୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେହେଁ ମରଇ । ଏହା ସମସ୍ତେ ଜାଣନ୍ତି । ତା’ ବୋଲି କ’ଣ ଖାଇବା ପିଇବା ଛାଡି ଖାଲି ଧ୍ୟାନରେ ବସିଥିବା । ଏମିତି ହେଲେ ସଂସାର କେମିତି ଚଳିବ ।”
ତୃତୀୟ ଜଣକ କହିଲା, “ଆରେ ଭାଇ, ସଂସାରେ ଥିବ ଯେତେଦିନ ଆନନ୍ଦ କରୁଥିବ ମନ । ଜ୍ଞାନାନନ୍ଦ ଠକ ବା ପ୍ରତାରକ ନୁହନ୍ତି । ଆମେ ସମସ୍ତେ ଏକଥା ଜାଣୁଁ, କିନ୍ତୁ ନିଶ୍ଚିତ ଭାବରେ ଅମୁକ ଦିନ ଅମୁକ ସମୟରେ ଯେ ଜଣେ ମରିବ ଏକଥା କିଏ କହି ପାରିବ? ଧନ·ନ୍ଦ ଅଯଥାରେ ମୃତୁ୍ୟକୁ ସ୍ମରଣ କରି କରି ଅକାଳ ମରଣକୁ ବରଣ କରୁଛନ୍ତି ।”
ଚତୁର୍ଥ ବ୍ୟକ୍ତି କହିଲା, “ଆରେ ଏସବୁ କଥା ଛାଡ । ମହାତ୍ମାଙ୍କ କଥା ସତ ହେଉ ବା ମିଛ ହେଉ ଏଥିରେ କ’ଣ ଅଛି? ଉଭୟ କଥାରେ ଧନ·ନ୍ଦର ଲାଭ । ଦେଖୁ ନାହଁ ତା’ର ସ୍ବଭାବ କିପରି ସମ୍ପୂର୍ଣ୍ଣ ବଦଳି ଯାଇଛି ।”
ପମ ବ୍ୟକ୍ତି କହିଲା, “ହଁ, ସତକଥା । ଏଭଳି ଚର୍ଚ୍ଚାରେ ଲାଭ କ’ଣ  ମିଳିବ? ଅପରାହ୍ନ ·ରିଟା ବେଳେ ବଳେ ସବୁକଥା ଜଣା ପଡିବ ନି କି? ଏଭଳି ଆଳାପ ଆଲୋଚନାରେ ସମୟ ନଷ୍ଟ କରିବା ଅପେକ୍ଷା ଭଗବାନଙ୍କୁ ପ୍ରାର୍ଥନା କର । ଏହାଦ୍ୱାରା ହୁଏତ ଧନ·ନ୍ଦର ଆୟୁ ବଢି ଯାଇ ପାରେ ।
ସମସ୍ତଙ୍କ କଥାକୁ ଧୈର୍ଯ୍ୟ ଭାବରେ ଶୁଣୁଥିବା ଷଷ୍ଠ ଲୋକଟି କହିଲା, “ଦେଖିବ, ପରି କିଛି ହେବ ନାହିଁ ।
ଏମିତି ଆଳାପ ଆଲୋଚନା ମଧ୍ୟରେ ଅପରାହ୍ନ ·ରିଟା ସମୟ ଆସିଗଲା । ଧନ·ନ୍ଦ ମନରେ ଆଉ କିଛି ଚିନ୍ତା ନ ଥାଏ । ଶରୀର ଓ ସଂସାର ପ୍ରତି ଆଉ କୌଣସି ମୋହ ମମତା ନ ଥିବାରୁ ସେ ତନ୍ମୟତା ପୂର୍ବକ ପରମାତ୍ମାଙ୍କ ଧ୍ୟାନରେ ବସିଥାଏ । ଉପସ୍ଥିତ ଲୋକମାନଙ୍କ ମଧ୍ୟରୁ ମଝିରେ ମଝିରେ କେହି କେହି ଆସି ଧ୍ୟାନ·ନ୍ଦଙ୍କ ପ୍ରକୋଷ୍ଠକୁ ଉଙ୍କି ମାରି ଦେଖି ଯାଉଥାନ୍ତି । କିନ୍ତୁ, ଦେଖନ୍ତି, ଧନ·ଳଙ୍କ କିଛି ହୋଇ ନାହିଁ ।
ସମୟ ଯେତିକି ଅତିକ୍ରାନ୍ତ ହେଉଥାଏ । ଲୋକେ ସେତିକି ଉକôଣ୍ଠିତ ଦେଉଥାନ୍ତି । ଆତ୍ମୀୟ ସ୍ବଜନମାନେ କୋକେଇ ପର୍ଯ୍ୟନ୍ତ ପ୍ରସ୍ତୁତ କରି ସାରିଥିଲେ । ଦେଖୁଁ ଦେଖୁଁ ସମୟ ପାଟା ହେଲା, ଧନ·ନ୍ଦଙ୍କ କିଛି ମିତ୍ର ଆଉ ସମ୍ଭାଳି ପାରିଲେ ନାହିଁ । ସେମାନେ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କରି ତାଙ୍କ ମୃତୁ୍ୟ ସମୟ ଅତିକ୍ରାନ୍ତ ହୋଇଥିବାରୁ ଅଭିନନ୍ଦନ ଜଣାଇଲେ ।
କେହି ଜଣେ ମିତ୍ର କହିଲା, “ମିତ୍ର! ଭଲ ହେଲା । ମହାତ୍ମାଙ୍କ କଥା ମିଛ ହେଲା । ଆମେ ତ ଖୁବ ଚିନ୍ତିତ ଥିଲୁ । ଏଣିକି ପୂର୍ବ ଭଳି ଦେଖା ସାକ୍ଷାତ ହେଉଥିବା ।” ଏଭଳି କହି ମିତ୍ର ଜଣକ ଧନ·ନ୍ଦଙ୍କ ମୁହଁକୁ ଅନାଇ ଏକ କୁଟିଳ ହସ ହସିଲେ । ଏପରି ବିଦ୍ରପୂ କାଟାକ୍ଷ ହସ ଧନ·ନ୍ଦଙ୍କ ହୃଦୟକୁ ବିଦୀର୍ଣ୍ଣ କରି ଦେଲା । ଜ୍ଞାନାନନ୍ଦଙ୍କ ଭଳି ଏକ ଈଶ୍ୱର-ପ୍ରାଣ ବ୍ୟକ୍ତି ଯେ ତାଙ୍କୁ ଏପରି ପ୍ରତାରଣା କରିବେ ଏକଥା ସେ ସ୍ବପ୍ନରେ ସୁଦ୍ଧା ଭାବି ନ  ଥିଲେ । ଜ୍ଞାତିକୁଟୁମ୍ବଙ୍କ ସମ୍ମୁଖରେ ସେ ଲଜ୍ଜ୍ୟାବଶତଃ ମୁହଁ ଉଠାଇ ·ହିଁ ପାରୁ ନ ଥିଲେ । କିନ୍ତୁ ତାଙ୍କ ହୃଦୟ ଜ୍ଞାନାନନ୍ଦଙ୍କୁ ଏକ ପ୍ରତାରକ ବୋଲି ଗ୍ରହଣ କରି ପାରୁ ନ ଥିଲା । ତାଙ୍କ ଅନ୍ତରାତ୍ମା କହୁଥିଲା ଅବଶ୍ୟ ଏଥିରେ କିଛି ରହସ୍ୟ ଅଛି । ସେ ମନେ ମନେ ସ୍ଥିର କଲେ ଯେ ଥରେ ଯୋଗୀରାଜଙ୍କୁ ଭେଟି ଏ ବିଷୟରେ ପ·ରିବେ ।
ଆଗନ୍ତୁକ ସମସ୍ତ ସ୍ବଜନ ମିତ୍ର ବିଦାୟ ନେଲା ପରେ ଧନ·ନ୍ଦ ଭାରାକ୍ରାନ୍ତ ମନରେ ଯୋଗୀରାଜଙ୍କ ପାଖରେ ଉପସ୍ଥିତ ହେଲେ । ତାଙ୍କ ପ୍ରତି ପୂର୍ବ ପରି ଆଉ ସ୍ନେହ -ସମ୍ମାନ ଧନ·ନ୍ଦଙ୍କର ନ ଥିଲା । ତେଣୁ ସେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇବା ମଧ୍ୟ ଭୁଲିଗଲେ । ଯୋଗୀ ଜ୍ଞାନାନନ୍ଦ ଧନ·ନ୍ଦଙ୍କ ମନୋଦଶା ଠିକ୍ ବୁଝିପାରୁଥିଲେ । ସେ ତାଙ୍କୁ ଯଥାରୀତି ଆଦର ଅଭ୍ୟର୍ଥନା ପୂର୍ବକ ସହାସ୍ୟ ବଦନରେ କହିଲେ, “ ବସô! ତୁମକୁ ମୁଁ ଅପେକ୍ଷା କରିଥିଲି । ସେଥିପାଇଁ ଦ୍ୱାର ଉନ୍ମୁକ୍ତ ରଖିଥିଲି ।”
ଧନ·ନ୍ଦ ପ·ରିଲେ, “କ’ଣ କହିଲେ? ଆପଣ ମୋତେ ଅପେକ୍ଷା କରିଥି ଲେ? ଆପଣଙ୍କ ଭବିଷ୍ୟତ ବାଣୀ ଅନୁସାରେ ତ ବର୍ମାନ ପର୍ଯ୍ୟନ୍ତ ମୁଁ କାଳର କରାଳ ମୁଖ ବ୍ୟାଦାନ ମଧ୍ୟରେ ଜୀର୍ଣ୍ଣ ହୋଇ ଯାଇଥିବା କଥା । କହନ୍ତୁ ମହାରାଜ! କାହିଁକ ମୋ ସହିତ ଆପଣ ଏପରି ନିଦାରୁଣ ଛଳନା କଲେ? ଆପଣଙ୍କ ପ୍ରତି ମୋର ଅଗାଧ ବିଶ୍ୱାସ ଥିଲା । ଏ ବିଶ୍ୱାସରେ କୁଠାରାଘାତ କରି ଆପଣ କି ଯଶ ପାଇଲେ? ଉେଜନା ପୂର୍ଣ୍ଣ ସ୍ବରରେ ଧନ·ନ୍ଦ ଏକ ନିଃଶ୍ୱାସରେ ଏକଥା କହି ପକାଇଲେ ।
ଯୋଗୀରାଜ କିନ୍ତୁ ମୁରୁକି ହସୁଥାନ୍ତି । ତାଙ୍କ ମୁଖ ମଣ୍ଡଳରେ କୌଣସି ଭାବାନ୍ତର ପରିଲକ୍ଷିତ ହେଉ ନ ଥାଏ । ସେ ଅତ୍ୟନ୍ତ ସ୍ନେହ ପୂର୍ଣ୍ଣ ବଚନରେ କହିଲେ । “ବସô ଧନ·ନ୍ଦ! ବର୍ମାନ କୁହ ତୁମର ମୋହ-ମମତା, ଲୋଭ -ଲାଳସା, କାମ-କ୍ରୋଧ ଆଦି ମନୋବିକାରର କି ଦଶା ହୋଇଛି? ତୁମେ ଯେ ଜୀବିତ ଅଛ, ଏହା ତ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ । କିନ୍ତୁ ତୁମ ଭିତରେ ଥିବା ସେହି ଦୁରାନ୍ତକଗୁଡିକ ନିପାତ ହୋଇଛନ୍ତି  ନା ବର୍ମାନ ପର୍ଯ୍ୟନ୍ତ ବିଛନ୍ତି?”
ଧନ·ନ୍ଦ କହିଲେ,“ମହାରାଜ! ଏକଥା ସତ ଯେ ମୋର ଦେହ ଅଭିମାନ ନଷ୍ଟ ହୋଇଛି ଓ ମୁଁ ମନୋବିକାରଗୁଡିକରୁ ମୁକ୍ତ ହୋଇଛି । କିନ୍ତୁ ମୋର ମୃତୁ୍ୟର ଯେଉଁ ଭବିଷ୍ୟତ ବାଣୀ କରିଥିଲେ ତାହାର ରହସ୍ୟ କ’ଣ?”
ମହାତ୍ମା ଜ୍ଞାନାନନ୍ଦ ଖିଲି ଖିଲି ହସି ଉଠିଲେ । ସେ କହିଲେ, “ବସô! ମୋର ଭବିଷ୍ୟତ ବାଣୀର ଅଭିପ୍ରାୟ ତୁମ ପାର୍ଥିବ ଶରୀରର ବିନାଶ ନ ଥିଲା । ତୁମେ ମନୋବିକାର  ଗୁଡିକରୁ ମୁକ୍ତ ହେବାର ଉପାୟ ପ·ରିଥିଲ । ଦେହ ଅଭିମାନହିଁ ମନୋବିକାରର ଜନନୀ । ତେଣୁ ତୁମର ଦେହ ଅଭିମାନ ନଷ୍ଟ କରିବା ପାଇଁ ମୁଁ ଏହି ଉପାୟ ପାିଥିଲି । ଶରୀର ଓ ସଂସାର ହେଉଛି ନଶ୍ୱର । ଏକଥା ମଣିଷ ଭୁଲିଯାଏ । ତେଣୁ ମୋହ ମମତାର ଜାଲରେ ସେ ଛନ୍ଦି ହୋଇ ପଡେ । ଏ ସଂସାରରେ ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ । ଜାତସ୍ୟହି ଧ୍ରବୁଂ ମୃତୁ୍ୟ । ଅନ୍ୟ ଅର୍ଥରେ ମୃତୁ୍ୟହିଁ ସତ୍ୟ । ମୃତୁ୍ୟକୁ ସତତ ସ୍ମୃତିରେ ରଖିଲେ ମଣିଷର ମୋହ ନଷ୍ଟ ହୁଏ । ହେ ବସô! ତୁମର ବର୍ମାନ ଆଧ୍ୟାତ୍ମିକ ଦୃଷ୍ଟିରେ ପୁର୍ନଜନ୍ମ ହୋଇଛି । ଏହି ନୂତନ ଜନ୍ମର ଅଭିନନ୍ଦନ ଜଣାଇବାକୁ ମୁଁ ତୁମ ପ୍ରତୀକ୍ଷାରେ ଥିଲି । ନିଅ, ଏଇ ସୁମିଷ୍ଟ ପ୍ରସାଦ । ପରମାତ୍ମା ତୁମର ଚଲାପଥକୁ ନିଷ୍କକ କରନ୍ତୁ ।”
ଧନ·ନ୍ଦ ମହାତ୍ମାଙ୍କଠାରୁ  ପ୍ରସାଦ ଗ୍ରହଣ କଲେ । ବର୍ମାନ ତାଙ୍କର ସମସ୍ତ ସନ୍ଦେହ ଦୂର ହୋଇଛି । ମୃତୁ୍ୟର ରହସ୍ୟ ବୁଝି ପାରି ସେ ଖୁବ ଆନନ୍ଦ ହେଲେ । ପୂର୍ବପେକ୍ଷା ସାଧୁଙ୍କ ପ୍ରତି ତାଙ୍କର ସମ୍ମାନ ଦ୍ୱିଗୁଣିତ ହେଲା । ଏପର୍ଯ୍ୟନ୍ତ ସେ ମୃତୁ୍ୟକୁ ଭୟ କରି ସାଧନା କରୁଥିଲେ । ବର୍ମାନ ସେ ଶରୀର ଓ ସଂସାରର ନଶ୍ୱରତା ଅନୁଭବ କରି ଅବଶିଷ୍ଟ ଜୀବନ ପରମାତ୍ମା ସ୍ମରଣ ଓ ଇଶ୍ୱରୀୟ ସେବାରେ ନିଜ ଜୀବନକୁ ଉସôର୍ଗ କରିବା ପାଇଁ ଦୃଢ ପ୍ରତିଜ୍ଞା କଲେ । କୋଟି ନିଧି ପ୍ରାପ୍ତ ହେଲା ପରି ମହାତ୍ମାଙ୍କୁ କୃତଜ୍ଞତା ଜଣାଇ ସହର୍ଷ ବିଦାୟ ନେଲେ । ।ା ଓମ ଶାନ୍ତି ।ା
ସମ୍ପାଦକ-ଚେତନା ପ୍ରବାହ
ମାର୍ଫତ: ଶିବ-ଶକ୍ତି ହୋମିଓ ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ
ଘର; ଟିଆଁ ପାଲି (ରାମ ପୁର, ପାଟଣାଗଡ)
ମୋବାଇଲ;୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର