ଦୋଳ ପୂର୍ଣ୍ଣିମା ଓ ହୋଲି ଉସôବ - ଏକ ଆଧ୍ୟାତ୍ମିକ ଅଧ୍ୟୟନ -- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
ଦୋଳ ପୂର୍ଣ୍ଣିମା ଓ ହୋଲି ଉସôବ - ଏକ ଆଧ୍ୟାତ୍ମିକ ଅଧ୍ୟୟନ
ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼
ଭାରତ ଏକ ଆଧ୍ୟାତ୍ମ ପ୍ରଧାନ ଦେଶ ଅଟେ । ଏଠାରେ ପାଳିତ ପ୍ରତ୍ୟେକ ପର୍ବ ପର୍ବାଣି ଅନ୍ତରାଳରେ କୌଣସି ନା କୌଣସି ଆଧ୍ୟାତ୍ମିକ ରହସ୍ୟ ଲୁକ୍କାୟିତ ରହିଛି । କିନ୍ତୁ ବଡ଼ ଦୁଃଖର କଥା ଯେ ବର୍ମାନ ଯେତେଗୁଡ଼ିଏ ପର୍ବପର୍ବାଣି ପାଳିତ ହେଉଛି ସେଗୁଡ଼ିକ ତା’ର ମୌଳିକ ସ୍ୱରୂପ ହରାଇ ସାରିଛି । କର୍ମକାଣ୍ଡିୟ ରୀତିନୀତି ମଧ୍ୟରେ ସେଗୁଡ଼ିକର ଆଧ୍ୟାତ୍ମିକତା ବିଲୁପ୍ତ ପ୍ରାୟ । ଏହି ପରିପ୍ରେକ୍ଷୀରେ “ଦୋଳ ପୂର୍ଣ୍ଣିମା ଓ ହୋଲି ଉସôବ” ବିଷୟରେ ଏକ ଆଧ୍ୟାତ୍ମିକ ଆଲୋଚନା ଆବଶ୍ୟକ ମନେହୁଏ । କାରଣ ଏହି ପର୍ବ ଭାରତରେ ପାଳିତ ବିଭିନ୍ନ ଉସôବ ମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରେ । କିନ୍ତୁ ଦେଖାଯାଏ ଯେ, ଏହା ମଧ୍ୟ ଅନ୍ୟାନ୍ୟ ପର୍ବପର୍ବାଣି ପରି ବିକୃତ ପରମ୍ପରା ଦ୍ୱାରା ଆକ୍ରାନ୍ତ । ଅନେକେ ଏହାର ଆଧ୍ୟାତ୍ମିକ ରହସ୍ୟ ସମ୍ପର୍କରେ ସଚେତନ ନୁହନ୍ତି ବା ଏ ବିଷୟରେ ଆଦୌ କିଛି ଜାଣନ୍ତି ନାହିଁ । ତେଣୁ ଏହି ଉସôବ ପ୍ରଚଳନ ପଛରେ ଯେଉଁ ଆଧ୍ୟତ୍ମିକ ଉଦ୍ଧେଶ୍ୟ ଥିଲା ତାହା ସାଧିତ ହୋଇ ପାରୁ ନାହିଁ ।
ଶିବରାତ୍ରୀପରେ ହୋଲି କାହିଁକି ?
ଭାରତରେ ପାଳିତ ପ୍ରତ୍ୟେକ ପର୍ବପର୍ବାଣି ମଧ୍ୟରେ ଏକ ଆଧ୍ୟାତ୍ମିକ କ୍ରମ ଦେଖିବାକୁ ମିଳେ । ଏହି କ୍ରମରେ ଶିବରାତ୍ରୀ ପରେ ଦୋଳ ପୂର୍ଣ୍ଣିମା ଓ ହୋଲି ଉସôବ ଆସେ । ଏହାର ଆଧ୍ୟାତ୍ମିକ ରହସ୍ୟ ଜାଣିବା ଏକାନ୍ତ ଆବଶ୍ୟକ । ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ ଶିବରାତ୍ରୀ ଏବଂ ଠିକ୍ ଏହାର କିଛି ଦିନ ପରେ ପୂର୍ଣ୍ଣିମୀ ତିଥିରେ ‘ହୋଲି’ ପାଳନ କରାଯାଏ । ଭାରତରେ ଦେଶୀୟ ଗଣନା ଅନୁସାରେ ଫାଲଗୁନ ମାସ ବର୍ଷର ଅନ୍ତିମ ମାସ । ଏହା କଳ୍ପର ଅନ୍ତିମ ସମୟର ଦ୍ୟୋତକ । କୃଷ୍ଣପକ୍ଷ କଳିଯୁଗର ପ୍ରତୀକ । ଅମାବାସ୍ୟାର ଦିନକ ପୂର୍ବରୁ ଅର୍ଥାତ ଚତୁର୍ଦ୍ଧଶୀ ତିଥିରେ ଶିବରାତ୍ରୀ ପାଳନର ଆଧ୍ୟାତ୍ମିକ ରହସ୍ୟ ହେଲା ଯେ ପରମାତ୍ମା ଶିବ କଳିଯୁଗର ଅନ୍ତିମ କ୍ଷଣର କିଛି ବର୍ଷ ପୂର୍ବେ ସତ୍ୟଯୁଗୀୟ ନୂତନ ସୃଷ୍ଟି ସ୍ଥାପନ ପାଇଁ ଧରାପୃଷ୍ଠରେ ଅବତରଣ କରନ୍ତି । ତେଣୁ ଶିବରାତ୍ରୀ ପରମାତ୍ମା ଅବତରଣର ସ୍ମରଣ ଦିବସ ରୂପରେ ପାଳିତ ହୁଏ ‘ଶିବ’ର ଅର୍ଥ କଲ୍ୟାଣକାରୀ । ତାଙ୍କ ଅବତରଣ ସଂସାର ପାଇଁ ଏକ ସୁଖ, ଶାନ୍ତି, ପବିତ୍ର ଓ ସମୃଦ୍ଧିରେ ପରିପୂର୍ଣ୍ଣ କାଳଖଣ୍ଡର ସଂକେତ ବହନ କରେ । ତାଙ୍କ ଅବତରଣ ସମୟରେ ମାନବାତ୍ମା କାମକ୍ରୋଧାଦି ବିକାର ସମୂହର କାଳିମାରେ ବିବର୍ଣ୍ଣ ହୋଇସାରିଥାନ୍ତି । ପରମାତ୍ମାଙ୍କ ଅବତରଣ ମାନବାତ୍ମା ମାନଙ୍କୁ ଈଶ୍ୱରୀୟ ସତ୍ସଙ୍ଗର ଦିବ୍ୟ ରଙ୍ଗ ପ୍ରଦାନ କରେ । ଏହା ଦ୍ୱାରା ସେମାନଙ୍କର କଳିଯୁଗୀୟ ଆସୁରୀ ସଂସ୍କାର ସତ୍ୟଯୁଗୀୟ ଦୈବୀ ସଂସ୍କାରରେ ରୂପାନ୍ତରିତ ହୋଇଯାଏ । ଏହି ବୃାନ୍ତର ସ୍ମରଣରେ ହିଁ ଶିବରାତ୍ରୀ ପରେ ହୋଲି ପର୍ବ ପାଳନ କରାଯାଏ ।ହୋଲି ଦହନ କାହିଁକି ?
ଫାଲଗୁନ ପୂର୍ଣ୍ଣିମା ଦିନ ହୋଲିକା ଦହନହୁଏ । ଓଡ଼ିଶାରେ ଏହି ଦିନକୁ ‘ଦୋଳ ପୂର୍ଣ୍ଣିମା’ ରୂପରେ ମହା ଆଡ଼ମ୍ବରରେ ପାଳନ କରାଯାଏ । ତା’ପରଦିନ ଚୈତ୍ର ପ୍ରତିପଦା ତିଥିରେ ‘ହୋଲି ଉସôବ’ ନାମରେ ଅବୀର ଖେଳାଯାଏ । ବର୍ଷର ଅନ୍ତିମ ଦିବସରେ ହୋଲିକା ଦହନର ଅର୍ଥ ବିଗତ ସାରା ସମୟର ସମସ୍ତ ଦୋଷ ତୃଟି, କୁସଂସ୍କାର ସମୁହକୁ ଯୋଗାଗ୍ନିରେ ସ୍ୱାହା କରିବା ଓ ତଦପୋରାନ୍ତ ନୂତନ ବର୍ଷର ପ୍ରଥମ ଦିନରୁ ହିଁ ଆନନ୍ଦ ଓ ଉଲ୍ଲାସ ସହ ଜୀବନ ବ୍ୟତୀତ କରିବା । ହୋଲିର ପୂର୍ବରୁ ଶିବରାତ୍ରୀ ପାଳନ ସୂ·ଇ ଦିଏ ଯେ ସୃଷ୍ଟିର ଅନ୍ତିମ ସମୟରେ ବା ମହାବିନାଶର ଅବ୍ୟବହିତ ପୂର୍ବରୁ ପରମାତ୍ମାଙ୍କ ଅବତରଣ ହୋଇଥିଲା ଏବଂ ତାଙ୍କ ଦ୍ୱାରା ପ୍ରାପ୍ତ ଜ୍ଞାନ ଯୋଗ ରୂପକ ଅଗ୍ନି ଦ୍ୱାରା ମାନବାତ୍ମାର ସମସ୍ତ ପାପରାଶି ପ୍ରଜ୍ୱଳିତ ହୋଇଥିଲା । ଏହାଦ୍ୱାରା ମାନବାତ୍ମା ତା’ର ହୃତ ସୁଖ ଶାନ୍ତି ଓ ଆନନ୍ଦ ପୁନଃ ପ୍ରାପ୍ତ ହୋଇଥିଲା । ଏହାହିଁ ହୋଲିକା ଦହନର ଆଧ୍ୟାତ୍ମିକ ତାପôର୍ଯ୍ୟ । କିନ୍ତୁ ଆଜି ମାନବ କେବଳ କାଷ୍ଠ, କୁଟାକାଟି ଓ ଗୋବର ଘସି ଏକତ୍ରିତ କରି ଦହନ କରୁଛି, ଅସଭ୍ୟ ଭାଷାର ବ୍ୟବହାର କରି ହୋ-ହଲ୍ଲା କରୁଛି ଓ ‘ହୋଲିକା’ର କୁଶ ପୁଳିକାକୁ ପ୍ରଜ୍ଜଳିତ ଅଗ୍ନିରେ ଦାହ କରି ତା’ର ସମସ୍ତ ବିପି ଦୂର ହେଉ ବୋଲି ବୃଥା ଆଶା କରୁଛି । କେଉଁ ଆବାହମାନ କାଳରୁ ମଣିଷ ଏହିପରି ହୋଲିକା ଦହନ କରି ଆସୁଥିଲେ ମଧ୍ୟ ସମାଜରେ ରୋଗ, ଶୋକ, ଦୁଃଖ, ସନ୍ତାପ, ଅଶାନ୍ତି ଦରିଦ୍ରତା, ଈର୍ଷା, ଦ୍ୱେଷ, ଆତଙ୍କ ଆଦି ବଢ଼ି ବଢ଼ି ସିନା ·ଲିଛି ହ୍ରାସ ହୋଇଥିବା ଜଣା ପଡୁ ନାହିଁ । ତେଣୁ ଏହା ସ୍ପଷ୍ଟ ଯେ ପରମ୍ପରାର ବିକୃତିକରଣରୁ ହିଁ ଏହି ଉସôବ କେବଳ ସ୍ଥୂଳ ରୀତିରେ ପାଳିତ ହେଉଛି । ବର୍ମାନ ମାନବ ସମାଜ ଯଦି ପରମାତ୍ମାଙ୍କ ଦିବ୍ୟ ଅବରତଣ ବିଷୟ ବୁଝି ପାରନ୍ତା ତେବେ ତାଙ୍କ ସହିତ ଯୋଗଯୁକ୍ତ ହୋଇ ଯୋଗାଗ୍ନି ଦ୍ୱାରାହିଁ ନିଜର ପୁରୁଣା ସଂସ୍କାର, କଟୁ ସ୍ମୃତି, ଦୁଷିତ ବି·ର, କଳୁଷିତ ବୃି ଆଦିକୁ ପ୍ରଜ୍ଜ୍ୱଳିତ କରି ଭସ୍ମୀଭୂତ କରନ୍ତା । ତେଣୁ ଏହି ପର୍ବ ଈଶ୍ୱରୀୟ ଅବତରଣର ରହସ୍ୟକୁ ସ୍ପଷ୍ଟ କରିବା ସହିତ ତାଙ୍କ ସହିତ ଯୋଗଯୁକ୍ତ ହେବାକୁ ପ୍ରେରଣା ଦିଅନ୍ତା ।ହୋଲିର ପୌରାଣିକ ପୃଷ୍ଠଭୂମି ଓ ଆଧ୍ୟାତ୍ମିକ ତାପôର୍ଯ୍ୟ :
ଭବିଷ୍ୟ ପୁରାଣରେ ହୋଲି ବିଷୟରେ ଏକ କଥାନକ ଦେଖାଯାଏ । ହିରଣ୍ୟକଶିପୁର ଭଗ୍ନୀ ହୋଲିକା ତା’ର ନିଜ ପୁତୁରା ପ୍ରହଲ୍ଲାଦକୁ ମାରିବା ଉଦ୍ଧେଶ୍ୟରେ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲା । ପ୍ରାପ୍ତ ବରଦାନ ଅନୁସାରେ ସେ ନିଶ୍ଚିତ ଥିଲା ଯେ ଅଗ୍ନି ତା’ର କୌଣସି କ୍ଷତି କରି ପାରିବ ନାହିଁ ଓ ପ୍ରହ୍ଲାଦ ଜଳିପୋଡି ମରିଯିବ । ପ୍ରହ୍ଲାଦ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ । ଦୈବୀ ଆଶୀର୍ବାଦକୁ ନିଜର ସୁରକ୍ଷା ପାଇଁ ବ୍ୟବହାର ନ କରି ଅନ୍ୟର କ୍ଷତି ଘଟାଇବା ପାଇଁ ପ୍ରୟୋଗ କରିଥିବା ହେତୁ ତାହା ନିଷ୍ପଳ ହୋଇ ଯାଇଥି୍ଲା ଓ ହୋଲିକା ସେହି ଅଗ୍ନିରେ ଭସ୍ମ ହୋଇଯାଇଥିଲା । କିମ୍ବଦନ୍ତୀ ଅନୁସାରେ ଏହାଥିଲା ଫାଲଗୁନ ମାସର ପୂର୍ଣ୍ଣିମା ତିଥି, ତେଣୁ ଏହି ଘଟଣା ସ୍ମରଣରେ ପ୍ରତିବର୍ଷ ଲୋକେ ହୋଲିକା ଦହନ କରନ୍ତି ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଏଠାରେ ମନେ ରଖିବାକୁ ହେବ ଯେ ଭାରତୀୟ ପୌରାଣିକ ଗ୍ରନ୍ଥରେ ଉଲ୍ଲିଖିତ ପ୍ରତ୍ୟେକ ଆଖ୍ୟାନ ବା ଉପାଖ୍ୟାନ ଐତିହାସିକ ଦୃଷ୍ଟିକୋଣରୁ ରଚିତ ହୋଇନାହିଁ । କୌଣସି ଏକ ଆଧ୍ୟାତ୍ମିକ ସତ୍ୟର ଉଦ୍ଘାଟନ ପାଇଁ ଅନେକ କାଳ୍ପନିକ କାହାଣୀର ଆଶ୍ରୟ ନିଆଯାଏ । ଏହି ଦୃଷ୍ଟିରୁ ହୋଲିକା ଦହନ ପ୍ରସଙ୍ଗ ବି·ରଣୀୟ । ଯଦି ସ୍ଥୂଳ ଦୃଷ୍ଟିରେ ଏହି ପର୍ବକୁ ଗ୍ରହଣ କରାଯିବ ତାହା ହେଲେ ପ୍ରତିବର୍ଷ ହୋଲିକା ଦହନ ହେଉଥିଲେ ମଧ୍ୟ ଭବିଷ୍ୟ ପୁରାଣର ବର୍ଣ୍ଣନା ଅନୁସାରେ ମାନବ ସମାଜର ଅନିଷ୍ଟ ଦୂର ହେଉ ନାହିଁ କାହିଁକି ? ଗ୍ରାମାଳରେ ପ୍ରତିଦିନ ପ୍ରତି ଘରେ କାଷ୍ଠ ଓ ଗୋବର ଘସି ରନ୍ଧନକାର୍ଯ୍ୟ ପାଇଁ ପୋଡା ହେଉଛି, ତଥାପି ସେମାନଙ୍କର ଦୁଃଖ, ଦରିଦ୍ରତା, ଅଶାନ୍ତି ଆଦି ଦୂରୀଭୂତ ହେଉ ନାହିଁ କାହିଁକି ? ପ୍ରକୃତରେ କାଷ୍ଠ, କୁଟାକାଠି ଆଦି ଆବର୍ଜନା ଓ ଗୋବର ଘସି ଆଦି ଯାହାସବୁ ହୋଲିକା ଦହନ ବେଳେ ପ୍ରୟୋଗ ହୁଏ ସେଗୁଡ଼ିକ ହେଉଛି ମାନବାତ୍ମାର ଦୁଃଖଦାୟୀ ଅଭ୍ୟାସ, ନିରାଶା, ଅଶାନ୍ତି, ଭୟ, ଆଳସ୍ୟ, କଟୁତା, ପ ବିକାର ଆଦିର ପ୍ରତୀକ । ଈଶ୍ୱରୀୟ ଜ୍ଞାନ ହେଉଛି ଘୃତ ବା ତୈଳ ସଦୃଶ ଯାହାକି ଯୋଗ ରୂପକ ଅଗ୍ନିକୁ ପ୍ରଜ୍ଜ୍ୱଳିତ କରି ମାନବର କୁସଂସ୍କାର, ରୁଢ଼ିବାଦିତା, ଦାମ୍ଭିକତା ଓ ଈଶ୍ୱରବିମୁଖତା ରୂପୀ ହୋଲିକାକୁ ଭସ୍ମ କରି ଦିଏ । ଏହାହିଁ ହେଉଛି ଆଧ୍ୟାତ୍ମିକ ଅର୍ଥରେ ପ୍ରକୃତ ହୋଲିକା ଦହନ । ଏହାଦ୍ୱାରା ମନୁଷ୍ୟ ମନରେ ହର୍ଷ ଉଲ୍ଲାସ ସ୍ୱତଃ ଜାଗ୍ରତ ହୁଏ। ଯୋଗାଗ୍ନି ଦ୍ୱାରା ମାନବାତ୍ମାର ସମସ୍ତ ବିକର୍ମର ଫଳ ବା ପାପ ବିନଷ୍ଟ ହେଉଥିବାରୁ ସେ ଭୟ ରହିତ ହୁଏ । କାରଣ ପାପହିଁ ସମସ୍ତ ଭୟର କାରଣ । ପାପଃ ଭୟସ୍ୟ କାରଣଂ । ମାନବ ପାପ ରହିତ ହେଲେ ଈଶ୍ୱରୀୟ ଜ୍ଞାନ ରଙ୍ଗରେ ତା’ର ସଂସ୍କାର ଝଲସି ଉଠେ ଓ ତା ମଧ୍ୟରେ ଦୈବୀ ଗୁଣ ସମୂହର ସ୍ଫୁରଣ ହୁଏ । ଏହି ଆଧ୍ୟାତ୍ମିକ ଭାବ ନ ବୁଝି କେବଳ ସ୍ଥୂଳ ରୀତିରେ ହୋଲିକା ଦହନ ଦ୍ୱାରା ବ୍ୟକ୍ତି ବା ସମାଜର କୌଣସି ମଙ୍ଗଳ ସାଧିତ ହେବ ନାହିଁ ।
ଦୋଳ ଉସôବ :
ହୋଲି ଦିନ ବା ଫାଲଗୁନ ପୂର୍ଣ୍ଣିମା ତିଥିରେ ବିଷ୍ଣୁ ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଝାଙ୍କି ପ୍ରସ୍ତୁତ କରି ଭଜନ କୀର୍ନ ସହ ନଗର ପରିକ୍ରମା କରନ୍ତି ଓ ପରସ୍ପର ମଧ୍ୟରେ ଅବୀର ବା ଫଗୁ ବୋଳାବୋଳି ହୁଅନ୍ତି । ତେଣୁ ଏହା ଦୋଳ ଉସôବ ନାମରେ ଓଡ଼ିଶାରେ ବିଶେଷ ଭାବରେ ପାଳନ କରାଯାଏ । ବିଶ୍ୱାସ ଅନୁସାରେ ଯେଉଁମାନେ ଏହିଦିନ ଦୋଳିରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ବିଗ୍ରହ ଝାଙ୍କି ଦର୍ଶନ କରନ୍ତି ସେମାନେ ପରଜନ୍ମରେ ବୈକୁଣ୍ଠ ପ୍ରାପ୍ତ ହୁଅନ୍ତି । ଏଠାରେ ବି·ରଣୀୟ ଯେ କେବଳ ଦର୍ଶନ ମାତ୍ରକେହିଁ ବିଷୟ ବିକାର ଗ୍ରସ୍ତ ପତିତ ମାନବ ବୈକୁଣ୍ଠରେ ପରମ ପବିତ୍ର ଶ୍ରୀକୃଷ୍ଣଙ୍କ ସାହଚର୍ଯ୍ୟ କିପରି ପ୍ରାପ୍ତ ହୋଇ ପାରିବ ? ତେଣୁ ଏହାରି ଆଧ୍ୟାତ୍ମିକ ଅର୍ଥ ଗ୍ରହଣ କରିବା ଉଚିତ । ‘ଦର୍ଶନ’ ଶବ୍ଦ ଜ୍ଞାନର ପର୍ଯ୍ୟାୟବାଚୀ । ଶ୍ରୀକୃଷ୍ଣ ଦର୍ଶନ ଅର୍ଥାତ ତାଙ୍କ ବିଷୟରେ ପ୍ରକୃତ ଜ୍ଞାନ ଆହରଣ କରିବାକୁ ବୁଝାଏ । ବୈକୁଣ୍ଠ ବା ସ୍ୱର୍ଗ ହେଉଛି ସତ୍ୟଯୁଗର ନାମକରଣ । ପରମାତ୍ମାଙ୍କ ଅବରତଣ ଘୋର ଅନ୍ଧକାର ରାତ୍ରୀରେ ଅର୍ଥାତ କଳିଯୁଗର ଅନ୍ତିମ ଚରଣରେ ହୁଏ। ଏହା ସ୍ପଷ୍ଟ କରେ ଯେ ତାଙ୍କ ଅବତରଣର ଆଭିମୁଖ୍ୟ ହେଉଛି ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା । ତାଙ୍କର ପ୍ରତ୍ୟକ୍ଷ ସଙ୍ଗର ରଙ୍ଗ ନ ଲାଗିବା ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ପ୍ରକୃତ ଦର୍ଶନ ବା ଜ୍ଞାନ ପ୍ରାପ୍ତି ସମ୍ଭବ ନୁହେଁ । କେବଳ ଗୌରିକ ବସ୍ତ୍ର ପିନ୍ଧି ବିଷ୍ଣୁଙ୍କୁ ଉପାସନ କଲେ ଜଣେ ବୈଷ୍ଣବ ହୋଇଯାଏ ନାହିଁ । ଯେଉଁମାନେ ଈଶ୍ୱରୀୟ ସଙ୍ଗର ରଙ୍ଗରେ ରେଙ୍ଗଇ ହୋଇ ବିଷୟ ବାସନାକୁ ତ୍ୟାଗ କରି ପାରିଛନ୍ତି ସେମାନେହିଁ ପ୍ରକୃତ ବୈଷ୍ଣବ ଓ ବୈକୁଣ୍ଠରେ ବିଷ୍ଣୁଙ୍କ ଅଙ୍ଗ ସଙ୍ଗ ପାଇବାକୁ ଯୋଗ୍ୟ ବିବେଚତି ହୁଅନ୍ତି ।ହୋଲି ଉସôବ :
ସାଧାରଣତଃ ଚୈତ୍ର ପ୍ରତିପଦା ତିଥିରେ ହୋଲି ଉସôବ ପାଳନ କରାଯାଏ । ଏହା ନୂଆଁ ବର୍ଷର ପ୍ରଥମ ଦିନ । ପୂର୍ଣ୍ଣିମା ଦିନ ପୁରୁଣା ବର୍ଷର ସବୁ ଦୋଷ ତୃଟି ଓ କୁସଂସ୍କାର ରୂପକ ହୋଲିକା ଦହନ କରାଯାଇ ଥାଏ । ଏଥିପାଇଁ ନୂଆଁ ବର୍ଷର ପ୍ରଥମ ଦିନକୁ ଆନନ୍ଦ ଉଲ୍ଲାସ ସହିତ ଉସôବ ନାମରେ ପାଳନ କରାଯାଏ । ଆଧ୍ୟାତ୍ମିକ ଦୃଷ୍ଟିରେ ଫାଲଗୁନ ପୂର୍ଣ୍ଣିମା ହେଉଛି କଳ୍ପର ଅନ୍ତିମ କ୍ଷଣର ଦ୍ୟୋତକ । ଚୈତ୍ର ପ୍ରତିପଦା ସତ୍ୟଯୁଗର ଆଦ୍ୟ ସମୟର ପ୍ରତୀକ । ତେଣୁ ହୋଲି ଉସôବ କଳିଯୁଗର ଅନ୍ତ ଓ ସତ୍ୟଯୁଗର ଆଦି ସଙ୍ଗମକୁ ସ୍ମରଣ କରାଏ। ଏହି କାଳାବଧିରେ ହିଁ ପରମାତ୍ମା ଶିବ ଅବତରଣ କରି ମାନବାତ୍ମାଙ୍କ ସହିତ ଜ୍ଞାନର ହୋଲି ଖେଳିଥିଲେ । କାରଣ ସମଗ୍ର କଳ୍ପରେ ଏହାହିଁ ପ୍ରଭୁ ମିଳନର ମାହେନ୍ଦ୍ର ବେଳା । ଯେଉଁ ଅବସରରେ ମନୁଷ୍ୟର ଆନନ୍ଦ ଉଲ୍ଲାସ ବୃଦ୍ଧି ହୁଏ ତାକୁହିଁ ଉସôବ ନାମରେ ନାମିତ କରାଯାଏ । ଈଶ୍ୱରୀୟ ସାନ୍ନିଧ୍ୟରୁ ପ୍ରାପ୍ତ ସୁଖ ଅପେକ୍ଷା ଭୌତିକ ସୁଖ ଅତି ତୁଚ୍ଛ । ଆଜି ଯେପରି ହୋଲି ଉସôବରେ ରାସାୟନିକ ରଙ୍ଗ ସବୁ ବ୍ୟବହୃତ ହେଉଛି ଓ ହୋଲି ନାମରେ ଅଶାଳୀନ ବ୍ୟବହାର କରାଯାଉଛି ତାହା ପରସ୍ପର ମଧ୍ୟରେ ତିକ୍ତତା ବୃଦ୍ଧିର କାରଣ ହେଉଛି । ଏହା କି ପ୍ରକାର ଉସôବ ?ଆଧ୍ୟାତ୍ମିକ ହୋଲି :
ଜ୍ଞାନର ପର୍ଯ୍ୟାୟବାଚୀ ଶବ୍ଦ ଭାବରେ ଅଞ୍ଜନ, ଅମୃତ, ଅଗ୍ନି ପରି ରଙ୍ଗକୁ ମଧ୍ୟ ବ୍ୟବହାର କରାଯାଏ । ଜ୍ଞାନୀ ବ୍ୟକ୍ତିର ସମ୍ବନ୍ଧ ସମ୍ପର୍କରେ ଆସ୍ୁଥିବା ବ୍ୟକ୍ତିମାନେ ଜ୍ଞାନ ରଙ୍ଗରେ ରେଙ୍ଗଇ ହୋଇ ଯାଆନ୍ତି । ଯିଏ ପରମାତ୍ମାଙ୍କ ସଙ୍ଗର ରଙ୍ଗ ପ୍ରାପ୍ତ ହୋଇଛି ସିଏ ହିଁ ପ୍ରକୃତ ଜ୍ଞାନୀ । ଏପରି ବ୍ୟକ୍ତିହିଁ ଅନ୍ୟ ମାନଙ୍କୁ ସତ୍ସଙ୍ଗର ରଙ୍ଗରେ ରେଙ୍ଗଇ ପାରେ । ଈଶ୍ୱରୀୟ ସଙ୍ଗର ରଙ୍ଗ ଲାଗିଥିବା ବ୍ୟକ୍ତି ହିଁ ପ୍ରକୃତ ଆନନ୍ଦ ପାଇପାରେ । ଆତ୍ମା ଯେତେବେଳେ ଜ୍ଞାନ ସାଗରରେ ବୁଡ଼ ପକାଏ ସେତେବେଳେ ତା’ ମଧ୍ୟରେ ଥିବା ଦୁଷିତ ସଂସ୍କାର ପରିଷ୍କୃତ ହୋଇଯାଏ । ଇଂରାଜୀରେ ହୋଲି (ଐଙଖଣ) ଶବ୍ଦର ଅର୍ଥ ପବିତ୍ରତା । ତେଣୁ ମଣିଷ ଏପରି ହୋଲି ଖେଳିବା ଉଚିତ ଯଦ୍ଧ୍ୱାରା ତା’ର ଆତ୍ମା ଶୁଦ୍ଧ ପବିତ୍ର ହୋଇ ପାରିବ । ଏହା ଜ୍ଞାନର ହୋଲି ବ୍ୟତୀତ ଆଉ କ’ଣ ହୋଇପାରେ ? ହିନ୍ଦି ଶବ୍ଦ ଅନୁସାରେ ହୋଲିର ବୁ୍ୟପôି କଲେ ହୁଏ ହୋ+ଲି । ହୋଲି ଅର୍ଥାତ୍ ଯାହା ଘଟିଯାଇଛି । ଆଧ୍ୟାତ୍ମିକ ଦଷ୍ଟିରେ ଯାହା ବିତିଯାଇଛି ସେ ବିଷୟରେ କୌଣସି ଅନୁଶୋଚନା କରିବା ସର୍ବାଦୌ ଅନୁଚିତ ।ହୋଲି ଉସôବ ପାଳନ ପ୍ରଚ୍ଛଦରେ ଆଉ କେତେକ କାରଣ ମଧ୍ୟ ରହିଛି, ଫାଲଗୁନ ପୂର୍ଣ୍ଣିମା ଦିନ ମନୁଙ୍କ ଜନ୍ମ ହୋଇଥିବା ହେତୁ ଏହାକୁ ମନୁ ତିଥି ରୂପରେ କେହି କେହି ପାଳନ କରନ୍ତି । ମନୁଙ୍କୁ ମାନବ ଜାତିର ଆଦି ପିତା ବୋଲି ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ ହୋଇଛି । ଏହି ହିସାବରେ ଏହି ତିଥି ମଧ୍ୟ ସୃଷ୍ଟିର ଆଦ୍ୟ ସମୟକୁ ସ୍ମରଣ କରାଏ । ନୂତନ ବର୍ଷର ଆରମ୍ଭ ଓ ବସନ୍ତ ଋତୁର ଆଗମନ ପାଇଁ ଏହି ତିଥିରେ ବସନ୍ତ ଉସôବ ପାଳନ କରାଯାଏ । ସେଥି୍ପାଇଁ ଅଗ୍ନି ସ୍ୱରୂପ ପରମାତ୍ମାଙ୍କ ପୂଜନ ହେତୁ ଅନେକ ପରିମାଣରେ କାଷ୍ଠ, କାଟିକୁଟା ଓ ଗୋବର ଘସି ସମୂହକୁ ଏକତ୍ରିତ କରି ‘ରକ୍ଷୋହଗଂ ବଳଗହମ’ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ସେଥିରେ ଅଗ୍ନି ସଂଯୋଗ କରାଯାଏ । ଏଥିରୁ ଜଣାଯାଏ ଯେ ହୋଲିକା ଦହନ ବୈଦିକ କାଳରୁ ପ୍ରଚଳିତ ଥିଲା । ଏହି ମନ୍ତ୍ରର ଆଧ୍ୟାତ୍ମିକ ଅର୍ଥ ହେଲା ମାନବ ରାକ୍ଷସୀ ଆହାର, ବିହାର, ଆ·ର ବି·ର, ବ୍ୟବହାର ଆଦିରୁ ନିଜକୁ ରକ୍ଷା କରିବା ଉଚିତ । ତେଣୁ ଏହା ରାକ୍ଷସ ବିନାଶକ ମନ୍ତ୍ର ବୋଲି କୁହାଯାଏ । ପାପୀ ମନୁଷ୍ୟ ନିଜ ପାପର ତାପରେ ହିଁ ଜଳି ପୋଡି ମରେ । ହୋଲିକା ଦହନ ମାନବକୁ ପାପ କର୍ମରୁ ନିବୃ ହୋଇ ଆଧ୍ୟାତ୍ମିକ ମାର୍ଗରେ ପରି·ଳିତ ହେବାକୁ ସ୍ମରଣ କରାଏ । ଏଥିରେ ହିଁ ହୋଲି ଉସôବ ପାଳନର ସାର୍ଥକତା ।
!! ଓମ୍ ଶାନ୍ତି !!
Comments
Post a Comment