ଆତ୍ମା: ଏକ ତା୍ୱିକ(Tatwika) ଅଧ୍ୟୟନ--Bk Dr Sudhanshu Sekhar Mishra

ଆତ୍ମା: ଏକ ତା୍ୱିକ(Tatwika) ଅଧ୍ୟୟନ


ଗୀତାରେ ଆତ୍ମାକୁ ଅବିନାଶୀ, ଅପ୍ରମେୟ  ଓ ନିତ୍ୟ ଏବଂ ଶରୀରକୁ ନଶ୍ୱର କୁହାଯାଇଛି । (ଗୀ-୨/୧୮) । ଉପନିଷଦ ଆଧାରରେ ଆତ୍ମା କୌଣସି କ୍ରିୟାର କର୍ା ନୁହେଁ ବୋଲି ସାଧାରଣତଃ ଯୁକ୍ତି କରାଯାଏ ।  ଗୀତାରେ ମଧ୍ୟ ସ୍ଥାନେ ସ୍ଥାନେ ଉପନିଷଦୀୟ ଦର୍ଶନର ପ୍ରତିଫଳନ ଦେଖିବାକୁ ମିଳେ । ଏହି ପରିପ୍ରେକ୍ଷୀରେ ତ୍ରୟୋଦଶ ଅଧ୍ୟାୟର ୨୯ ଶ ଓ ୩୧ଶ ଶ୍ଲୋକ ଦ୍ୱୟ ପ୍ରଣିଧାନ ଯୋଗ୍ୟ । ସେଠାରେ କୁହାଯାଇଛି ସମସ୍ତ କ୍ରିୟା ପ୍ରକୃତି ଦ୍ୱାରା ହେଉଥିବାରୁ ଆତ୍ମା ସେସବୁର କର୍ା ନୁହେଁ (ଗୀ-୧୩/୨୯) । କୌଣସି କର୍ମ କରୁ ନ ଥିବାରୁ ଆତ୍ମା ସେଥିରେ ଲିପ୍ତ ହୁଏ ନାହିଁ (ଗୀ-୧୩/୩୧) । ଏହାର ଆକ୍ଷରିକ ଅର୍ଥ କଲେ ଏହା ହେବ ଯେ ବ୍ୟକ୍ତି ଯାହାବି ପାପ ବା ପଣୁ୍ୟ(Punnya)କର୍ମ କରେ ତା’ ଦ୍ୱାରା ଆତ୍ମା ପ୍ରଭାବିତ ହୁଏ ନାହିଁ । ଏହା ବିବେକ ସମ୍ମତ ମନେ ହୁଏ ନାହିଁ । କର୍ମ ଆଧାରରେହିଁ ବ୍ୟକ୍ତିକୁ ପାପାତ୍ମା ବା ପୁଣ୍ୟତ୍ମା କୁହାଯାଏ । କର୍ମ କରିବାକୁହିଁ ଆତ୍ମା ଶରୀର ଧାରଣ କରେ । ତେଣୁ ତାକୁ ଅକର୍ା କିପରି କୁହାଯିବ? ଗୀତା କୃର୍ତ୍ୱାଭିମାନ(Kartutwabhimana) ତ୍ୟାଗ କରିବାକୁ ଉପଦେଶ ଦିଏ । ଏହାର ଅର୍ଥ ଅକର୍ାପଣ (Akartapana)ନୁହେଁ । ଶରୀରସ୍ଥ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆତ୍ମା କର୍ମ କରେ । ତେଣୁ ସେମାନଙ୍କୁ କର୍ା (Karta)କୁହାଯାଇ ନ ପାରେ । ଆତ୍ମା କୃର୍କ (Kartuka)କର୍ମର ପରିଣାମ ସଂସ୍କାରରେ ରୂପାନ୍ତର ହୁଏ । ଗୋଟିଏ ଶରୀରରେ କାର୍ଯ୍ୟକାଳ ପୁରିଗଲେ ଆତ୍ମା ଏହି ସଂସ୍କାର ସହ ନୂତନ ଶରୀର ଧାରଣ କରେ । ପୂର୍ବ ଜନ୍ମର ସଂସ୍କାର ଅନୁସାରେ ଆତ୍ମା ଇହ ଜନ୍ମରେ ତା’ର ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ପୂର୍ବଜନ୍ମରେ ପାପ କର୍ମ କରିଥିଲେ ଇହ ଜନ୍ମରେ  ତା’ର ପରିଣାମ ସ୍ବରୂପ ବ୍ୟକ୍ତି (ଆତ୍ମା) ଜଟିଳ ବ୍ୟାଧିରେ ପୀଡିତ ହୁଏ ବୋଲି ଆୟୁର୍ବେଦ କହେ । “ ପୂର୍ବ ଜନ୍ମ କୃତ ପାପଂ ବ୍ୟାଧି ରୂପେଣ ପୀଡିତଂ” । ଏଥିରୁ ପ୍ରମାଣିତ ହୁଏ ଯେ ଆତ୍ମା ହିଁ ପ୍ରତ୍ୟେକ କର୍ମର କର୍ା ଆତ୍ମାକୁ ଯଦି ଅକର୍ା ବୋଲି କୁହାଯିବ,ତେବେ ନରହତ୍ୟା ଦୋଷୀ ସାବ୍ୟସ୍ତ । ବ୍ୟକ୍ତିକୁ ଦଣ୍ଡ ଦେବାର କୌଣସି ଔଚିତ୍ୟ ରହିବ ନାହିଁ ।
ଶରୀର ପରି ଆତ୍ମାର ଜନ୍ମ ନାହିଁ, ଏହା ଅଜନ୍ମା ଅଟେ । ଯାହାର ଜନ୍ମ ନାହିଁ ତା’ର ମୃତୁ୍ୟ ହେବ କିପରି? ଆତ୍ମା ଅଜର, ଅମର  ଓ ଅବିନାଶୀ । ତେଣୁ ଏହା ନିତ୍ୟ ଓ ଶାଶ୍ୱତ । ଯାହା ଉପôନ୍ନ ହୁଏ ତା’ର କାଳ ନିର୍ଣ୍ଣୟ କରାଯାଏ । ଶରୀରର ଜନ୍ମ ଓ ମୃତୁ୍ୟ ହେଉଥିବାରୁ ଏହାର ଭୂତ, ଭବିଷ୍ୟତ ଓ ବର୍ମାନ ଗଣନା କରାଯାଏ । ଆତ୍ମା, କାଳାତୀତ । ଏହାର କୌଣସି ଇତିହାସ ନାହିଁ । ଏଥିପାଇଁ ଏହାକୁ ପୁରାତନ କୁହାଯାଇଛି । (ଗୀ୨/୨୦) । ଏହା ଅତୀତରେ ଥିଲା, ବର୍ମାନ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ । ସବୁକାଳରେ ଏହାର ଅସ୍ତିତ୍ୱ ଯଥାବତ୍ ବିଦ୍ୟମାନ ରହେ । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଶରୀର ପ୍ରତି ମୂହ୍ୱର୍ରେ ପରିବର୍ନ ଦେଉଥାଏ; କିନ୍ତୁ ଆତ୍ମା ଉପରେ ଏହାର କୌଣସି ପ୍ରଭାବ ପଡେ ନାହିଁ । ମୃତୁ୍ୟ ପରେ ମଧ୍ୟ ସେହି ଏକ ଆତ୍ମା ନୂତନ ଶରୀର ଧାରଣ କରି ପୂର୍ବଜନ୍ମର ସଂସ୍କାର ଅନୁସାରେ ନିଜ ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ଏଥିରୁ ଆତ୍ମା ‘ନିତ୍ୟ’ ବୋଲି ପ୍ରମାଣିତ ହୁଏ, ଏକଥା   ବୁଝିଗଲେ ବ୍ୟକ୍ତି ଦେହାଭିମାନରୁ  ମୁକ୍ତ ହୋଇ ଅନାସକ୍ତ ଭାବରେ ନିଜ କର୍ବ୍ୟ କର୍ମରେ ପ୍ରବୃ ହୋଇପାରିବ ।
ନିରୁକ୍ତ ଅନୁସାରେ ଶରୀରରେ ଛଅଟି ବିକାର ଉପôନ୍ନ(Utpanna)ହୁଏ । ସେ ଗୁଡିକ ହେଲା ଉପôି, ଅସ୍ତିତ୍ୱ, ବୃଦ୍ଧି, ବିପରିଣାମ (ରୂପାନ୍ତରିତ ହେବା) ଅପକ୍ଷୟ ଓ ବିନାଶ ।” ଜାୟତେଽସ୍ତି ବିପରିଣମତେ ବର୍ଦ୍ଧତେଽପକ୍ଷୀୟତେ ବିନଶ୍ୟତି (ନିରୁକ୍ତ ୧ା୧ା୨) । କିନ୍ତୁ ଆତ୍ମାରେ ଏହିପରି କୌଣସି ବିକାର ହୁଏ ନାହିଁ ।  ତେଣୁ ଅବିନାଶୀ, ଅବ୍ୟୟ, ଶାଶ୍ୱତ ବୋଲି କୁହାଯାଇଛି । ଆତ୍ମାକୁ କେହି ଶସ୍ତ୍ର ଦ୍ୱାରା ଛେଦନ କରିପାରେ ନାହିଁ; ଅଗ୍ନି ଦ୍ୱାରା ଏହା ଦହନ ହୁଏ ନାହିଁ,  ଏହାକୁ ଜଳ ଆର୍ଦ ଓ ବାୟୁ ଶୁଷ୍କ କରିପାରେ ନାହିଁ । ଅନ୍ୟ ଅର୍ଥରେ ଏହା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ଅଶୋଷ୍ୟ ଅଟେ (ଗୀ୨/୨୩) । ଆତ୍ମା ପଭୂତରୁ ଉଦ୍ଧ୍ୱର୍ରେ । ପ୍ରକୃତି ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ । ପ୍ରକୃତି କାଳର ଅଧିନ; କିନ୍ତୁ ଆତ୍ମା କାଳାତିତ । ଏହା ଭୂତ, ଭବିଷ୍ୟତ ଓ ବର୍ମାନ ତିନିକାଳରେ ସର୍ବଦା ବିଦ୍ୟମାନ ରହୁଥିବାରୁ ନିତ୍ୟ ଅଟେ । ସଂସାରର ସମସ୍ତ ପ୍ରାଣୀମାନଙ୍କ ଶରୀର ମଧ୍ୟରେ ଏହା ବିରାଜିତ । ଏଥିପାଇଁ ଗୀତାରେ ଏହାକୁ ସର୍ବଗତ କୁହାଯାଇଛି (ଗୀ-୨/୨୪) ।
‘ସର୍ବଗତ’ର ଆକ୍ଷରିକ ଅର୍ଥ ସର୍ବବ୍ୟାପୀ ଅର୍ଥାତ୍ ଯାହା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ । ପ୍ରାୟ ଅଧକାଂଶ ଟୀକାକାର ଏହିପରି ବ୍ୟାଖ୍ୟା କରିଛନ୍ତି । ଏହା ଅବଶ୍ୟ ଏକ ବିତର୍କର ବିଷୟ । କିନ୍ତୁ ଗୀତାର ମୌଳିକ ସିଦ୍ଧାନ୍ତ ଅନୁସାରେ ବି·ର କଲେ ଏହା ସ୍ପଷ୍ଟ ହୁଏ ପ୍ରତ୍ୟେକ ପ୍ରାଣୀମାନଙ୍କ ଶରୀରରେ ବିରାଜିତ ଆତ୍ମା ସ୍ବତନ୍ତ୍ର ଓ ଭିନ୍ନ ଅଟେ । ପ୍ରତ୍ୟେକ ଆତ୍ମା ନିଜ ନିଜ କର୍ମ ଅନୁସାରେ ଫଳ ଭୋଗ କରେ । ତେଣୁ ଆତ୍ମାକୁ ସର୍ବବ୍ୟାପୀ ମାନିବା ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । ବୈଜ୍ଞାନିକମାନେ କହନ୍ତି ଯେ ଏକ ଅଦୃଶ ଶକ୍ତି ଦ୍ୱାରା ଏ ସଂସାର ପରି·ଳିତ । ବେଦବାଦୀମାନେ ଏହି ଅଦୃଶ୍ୟ  ଶକ୍ତିକୁହିଁ ‘ଆତ୍ମା’ ବୋଲି କହନ୍ତି । ଏଠାରେ ପ୍ରଣିଧାନ ଯୋଗ୍ୟ ଯେ ସା ଓ ଶକ୍ତି ଏକ ନୁହେଁ । ଶକ୍ତିର ଆଧାର ହେଉଛି ସା (Satta)। ଆତ୍ମା ହେଉଛି ସା (Satta)ଏବଂ ଏଥିରେ ଥିବା ଚେତନା ହେଉଛି ଏହାର ଶକ୍ତି । ଏହି ଶକ୍ତି ହେତୁ ମଣିଷ ସୁଖ ବା ଦୁଃଖ ଅନୁଭବ କରିପାରେ ।
ଶକ୍ତି ଦୁଇ ପ୍ରକାର; ପରା ଓ ଅପରା । ପରା ଶକ୍ତି ହେଉଛି ଚେତନ । ଏହି ପରା ଶକ୍ତିହିଁ ଆତ୍ମାକୁ ଚୈତନ୍ୟ ପ୍ରଦାନ କରିଛି । ଅପରା ଶକ୍ତି ହେଉଛି ଜଡ । ପ୍ରକୃତି ଏହି ଅପରା ଶକ୍ତି ଦ୍ୱାରା ସ୍ବୟଂକ୍ରିୟ ଭାବରେ ପର·ଳିତ । ମଞ୍ଜିରୁ ଗଛ ହେବା, ଗଛର ଡାଳ ଛିଣ୍ଡିଗଲେ ତା’ ସ୍ଥାନରେ ନୂତନ ଡାଳ କଅଁଳିବା; ମୃତ ଶରୀର ଆପେ ଆପେ ସଢିଯାଇ ମାଟିରେ ମିଶିଯିବା; ସମୟାନୁସାରେ ଋତୁ ଚକ୍ରର ପରିବର୍ନ ଆଦି ପ୍ରାକୃତିକ କ୍ରିୟା ସବୁ ଅପରାଶକ୍ତ ହେତୁ ସମ୍ଭବ ହୁଏ । ପ୍ରକୃତିର ଏହି କିୟ୍ରାଶୀଳତା ପାଇଁ ତାକୁ ଚେତନ କୁହାଯାଇ ପାରିବ ନାହିଁ । ଚୁମ୍ବକୀୟ ବା ବୈଦୁ୍ୟତିକ ଶକ୍ତି ଦ୍ୱାରା ବିଭିନ୍ନ ପ୍ରକାର ଯାନ୍ତ୍ରିକ ଉପକରଣ ଗତିଶୀଳ ହୁଏ । କିନ୍ତୁ ଏଗୁଡିକ ଚେତନ ନୁହେଁ  । ଆତ୍ମା ଓ ପରମାତ୍ମାଙ୍କୁ ବାଦ ଦେଲେ ବାକି ସମସ୍ତ ପଦାର୍ଥ ଜଡ । ପରମାତ୍ମା ପରାଶକ୍ତିର ମହାସମୁଦ୍ର; ଆତ୍ମା ଏହାର ଏକ କଣ ମାତ୍ର । ଉଭୟଙ୍କଠାରେ  ଶକ୍ତି କ୍ରିୟାନ୍ୱିତ ହେଉଥିବାରୁ ଉଭୟଙ୍କୁ ।ତ୍ମାର ଆଧ୍ୟାତ୍ମିକ ସମ୍ବନ୍ଧ ରହିଛି  । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ଆତ୍ମିକ ସନ୍ତାନ। ଈଶ୍ୱରୀୟ ପ୍ରେମୀ ପରମାତ୍ମାଙ୍କୁ ନିଜର ସର୍ବସ୍ବ ମନେ କରେ । ତେଣୁ ସାଂସାରିକ ସମ୍ବନ୍ଧ ଅପେକ୍ଷା ତା’ର ପ୍ରେମ ଭାବ ସର୍ବାଧିକ ରହିଥାଏ। ପ୍ରେମ ବିନା ପ୍ରଭୁ ମିଳନ ସମ୍ଭବ ନୁହେଁ ।
ପ୍ରେମର ଆକର୍ଷଣ ଶକ୍ତି ଅତ୍ୟନ୍ତ ପ୍ରବଳ । ଯାହା ପ୍ରତି ପ୍ରେମ ଭାବ ଉପôନ୍ନ ହୋଇଥାଏ ତା’ପ୍ରତି ମନ ସ୍ବତଃ ଆକର୍ଷିତ ହୋଇଯାଏ। ସ୍ବୀୟ ପ୍ରେମ-ପାତ୍ରକୁ ସ୍ମରଣ କରିବା ପାଇଁ ପ୍ରେମୀକୁ କୌଣସି ପ୍ରଯନô କରିବାକୁ ପଡିନଥାଏ । ସ୍ବତଃ-ସ୍ଫୁର୍ ଭାବରେ ସେ ମନେ ପଡିଯାଆନ୍ତି । ଏହିପରି ଯଦି ଆତ୍ମାର ପ୍ରେମ ପରମାତ୍ମା ସହିତ ହୋଇଯାଏ ତେବେ ତାକୁ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ଚେଷ୍ଟାକରିବାକୁ ପଡିବ ନାହିଁ । ଈଶ୍ୱରୀୟ ସ୍କୃତି ତା’ ପାାଇଁ ଏକ ସହଜ ଓ ସ୍ବଭାବିକ ପ୍ରକି୍ରୟା ମନେ ହେବ । ତାକୁ ପ୍ରାଣାୟାମ, ଆସନ ଆଦି ହଠକ୍ରିୟା ଦ୍ୱାରା ମନକୁ ଏକାଗ୍ର କରିବାର  ଆବଶ୍ୟକତା ରହିବ ନାହିଁ । ଅନନ୍ୟ ଈଶ୍ୱରୀୟ ପ୍ରେମ ହେତୁ ତା’ର ମନ ପ୍ରଭୁଙ୍କୁ  ଭୁଲି ପାରେ ନାହିଁ ।
କଳଙ୍କି ଲାଗିଥିବା ଲୁହା  ଚୁମ୍ବକର ଆକର୍ଷଣ କ୍ଷେତ୍ର ମଧ୍ୟରେ ଥିଲେ ମଧ୍ୟ ଏହା ପ୍ରତି ଆକର୍ଷିତ ହୁଏ ନାହିଁ । ଏହିପରି ଆଜି ଆତ୍ମାର ପ୍ରେମ ମଧ୍ୟ କଳଙ୍କି ଯୁକ୍ତ ହୋଇଯାଇଛି । ଏଣୁ ପ୍ରେମ ମୋହ, କାମ କିମ୍ବା ଲୋଭ ରୂପ   ଧାରଣ କରି ସାରିଛି । ଏହି କାରଣ ହେତୁ ସାଧକ ଯେତେବେଳେ ପରମାତ୍ମାଙ୍କୁ ସ୍ମରଣ କରିବା ପାଇଁ ଆସୀନ ହୁଏ ସେତେବେଳେ ତା’ର ମନ ଈଶ୍ୱରୀୟ ସ୍ମୃତିରେ ସ୍ଥିତ ହୋଇ ପାରେ ନାହିଁ । କାରଣ ମନର ସମ୍ପର୍କ ପ୍ରଭୁଙ୍କଠାରୁ ତୁଟି ସାରିଛି ଓ ଦେହଧାରୀମାନଙ୍କ ସହିତ ଯୁକ୍ତ ହୋଇସାରିଛି । ଅନ୍ୟ  ଅର୍ଥରେ ଆତ୍ମା ପ୍ରକୃତିର ଆକର୍ଷଣ କ୍ଷେତ୍ରରେ ଏପରି ଜଡିତ ହୋଇଛି ଯେ ସେଥିରୁ ମୁକ୍ତ ହେବା ତା’ ପାଇଁ ସମ୍ଭବ ହୋଇ ହୋଇ ପାରୁ ନାହିଁ । ବାସ୍ତବରେ ସାଂସାରିକ ସମ୍ପର୍କି ନଶ୍ୱର, ପରିବର୍ନଶୀଳ ଓ ସ୍ବାର୍ଥ ଆଧାରିତ । ପରମାତ୍ମାଙ୍କ ସହିତ ହିଁ ଆତ୍ମାର ଶାଶ୍ୱତ ଓ ଚିରନ୍ତନ ସମ୍ପର୍କି ହୋଇ ପାରେ। କିନ୍ତୁ ଆଜି ସ୍ନେହ ସମ୍ପର୍କିରେ ବିଚ୍ଛେଦ ଘଟିଛି । ଏହାର ପୁନର୍ସ୍ଥାପନା ପାଇଁ ଅନନ୍ୟ ଈଶ୍ୱରୀୟ ପ୍ରେମ ଆବଶ୍ୟକ । ଏହାଦ୍ୱାରା ସାଂସାରିକ ପଦାର୍ଥ ସମୂହରୁ  ଆସକ୍ତି,ସମ୍ବନ୍ଧରୁ  ମୋହ ଓ ବିଷୟ ବସ୍ତୁରୁ ଲୋଭ ସମାପ୍ତ  ହେବ ଓ ଆତ୍ମା ପ୍ରକୃତିର ସମସ୍ତ ଆକର୍ଷଣରୁ ମୁକ୍ତ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବ ।
ପରମାତ୍ମାଙ୍କ ସହିତ ଆତ୍ମାର ବାସ୍ତବିକ ସମ୍ପର୍କ ବିଷୟ ଅଜ୍ଞତା  ହେତୁ ମନରେ ଈଶ୍ୱରୀୟ ପ୍ରେମ ଜାଗୃତ  ହେଉ ନାହିଁ । ଯାହା ସହିତ ଆତ୍ମା ମିଳିତ ହେବାକୁ ·ହେଁ ତାଙ୍କ ସହିତ ତା’ର ସମ୍ବନ୍ଧ କ’ଣ ନ ଜାଣିଲେ ମିଳନ ପାଇଁ ମନ କିପରି ଆତୁର ହେବ? ପାରସ୍ପରିକ ସମ୍ବନ୍ଧ ହିଁ ସଂସାରର ବ୍ୟବହାର ଏବଂ ବ୍ୟାପାରର ନିୟନ୍ତ୍ରକ ଓ ସଂ·ଳକ । ପୁତ୍ର ସହିତ ଥିବା ସମ୍ବନ୍ଧ କାରଣରୁ ହିଁ ମାତାର ବାସôଲ୍ୟ ମମତା ଉପôନ୍ନ ହୁଏ ଓ ସେ ସ୍ବଭାବିକ ଭାବରେ ତା’ର ସେବା ଓ ପାଳନ ପୋଷଣରେ ମଗ୍ନ ରହେ । ଦୁଇଜଣ ମଧ୍ୟରେ ଥିବା ବନ୍ଧୁତ୍ୱ ସମ୍ବନ୍ଧ ହେତୁ ଉଭୟେ ଉଭୟଙ୍କୁ ହୃଦୟର ଗୋପନ କଥା କହିବାକୁ ଦ୍ୱିଧା ପ୍ରକାଶ କରନ୍ତି ନାହିଁ । ପନôୀ ସହିତ ଥିବା ଆନ୍ତରିକ ସମ୍ବନ୍ଧ ହେତୁ ପତି ସ୍ନେହ ପୂର୍ବକ ତା’ର ସମସ୍ତ  ଆବଶ୍ୟକତା ପୂରଣ କରିଥାଏ । ଏହି ସମ୍ବନ୍ଧ ହେତୁ ହିଁ ମନୁଷ୍ୟ ସମସ୍ତ ନକାରାତ୍ମକ ବା ପ୍ରତିକୂଳ ଅବସ୍ଥାକୁ ସହନ କରିବା ପାଇଁ ଶକ୍ତି ପାଏ ଓ ଏହାହିଁ ଜଣଙ୍କର ଅନ୍ୟ ଜଣକ ପାଇଁ ଉସôର୍ଗ ଓ ସେବା ଭାବନା ଉଦ୍ରେକ କରିଥାଏ ।
ଆତ୍ମା ଏକ ଆଧ୍ୟାତ୍ମିକ ସା (Satta)ହୋଇଥିବା  ହେତୁ ପରମାତ୍ମାଙ୍କ ସହିତ ଏହାର ସମ୍ବନ୍ଧ ସାମଗ୍ରିକ (Holistic)  । ତେଣୁ ପରମାତ୍ମା ପ୍ରେମୀ ବନ୍ଦନା କରେ “ତ୍ୱମେବ ମାତାଶ୍ଚ ପିତା.... । ପରମାତ୍ମାଙ୍କ ସହିତ  ସର୍ବ ସମ୍ବନ୍ଧର ପୁନର୍ସ୍ଥାପନାର ନାମ ହେଉଛି ଯୋଗ। ଏହାଦ୍ୱାରା  ମନରେ ଈଶ୍ୱରୀୟ ପ୍ରେମ ଜାଗ୍ରତ ହୁଏ ଓ ମନକୁ ଈଶ୍ୱରଙ୍କ ସ୍ମୃତିରେ ମଗ୍ନ କରିବାର ଏକମାତ୍ର ସାଧନ ହେଉଛି ପ୍ରେମ । ପରମାତ୍ମାଙ୍କ ସହିତ  ମାତା ପିତାର ସମ୍ବନ୍ଧ ସ୍ଥାପନ କଲେ ଏକାଧାରରେ ସୁଖ-ଶାନ୍ତି ଓ ପବିତ୍ରତା ପ୍ରାପ୍ତ ହୁଏ । ଏ ତିନି ହେଉଛି ସର୍ବୋମ ଈଶ୍ୱରୀୟ ସମ୍ପି (Sammpada)। ସେହିପରି ଈଶ୍ୱରୀୟ ବିଦ୍ୟା ପ୍ରାପ୍ତି ପାଇଁ ଶିକ୍ଷକ ବିଦ୍ୟାର୍ଥୀର ସମ୍ବନ୍ଧ ସ୍ଥାପନ କରିବାକୁ ହେବ । କୁହାଯାଏ” ସା ବିଦ୍ୟା ଯା ବିମୁକ୍ତୟେ” । ଏହାହିଁ ସେ ବିଦ୍ୟା ଯାହା ମନୁଷ୍ୟକୁ ଉଚିତ ମାର୍ଗ ପ୍ରଦର୍ଶନ ପୂର୍ବକ ସତ୍ଗତି ପ୍ରଦାନ କରିଥାଏ । ପରମାତ୍ମାଙ୍କ ସହିତ ବିଭିନ୍ନ ସମ୍ବନ୍ଧରେ ସ୍ନେହାସିକ୍ତ ହୋଇ ସ୍ମୃତିଯୁକ୍ତ ହେବା ହିଁ ପ୍ରକୃତ ଯୋଗ ।--Dr S. S. Mishra

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର