ପରମାତ୍ମାଙ୍କ ଦିବ୍ୟନାମ ଓ ଦିବ୍ୟ ଜନ୍ମ

ପରମାତ୍ମାଙ୍କ ଦିବ୍ୟନାମ ଓ ଦିବ୍ୟ ଜନ୍ମ

ପରମାତ୍ମା ଅଶରୀରୀ ହୋଇଥିବା ହେତୁ ତାଙ୍କର କୌଣସି ସଂଜ୍ଞାବାଚକ ନାମ ନାହିଁ । ତାଙ୍କର ଯାହା ସବୁ ନାମ ଅଛି ସବୁ ଗୁଣବାଚକ ବା କର୍ବ୍ୟବାଚକ । ଗୀତାରେ ପରମାତ୍ମାଙ୍କୁ ହୃଷୀକେଶ କୁହାଯାଇଛି । ହୃଷିକ୍ ଅର୍ଥାତ ଇନ୍ଦି୍ରୟ ଏବଂ ଈଶ୍ୱ ଅର୍ଥ ମାଲିକ । ଯିଏ ସମସ୍ତ ଇନ୍ଦି୍ରୟମାନଙ୍କ ସ୍ବାମୀ ଅଟନ୍ତି ସିଏ ହୃଷିକେଶ । ସେହିପରି ସେ ସମସ୍ତଙ୍କ କଲ୍ୟାଣକାରୀ ହୋଇଥିବାରୁ ତାଙ୍କୁ “ଶିବ” ବୋଲି କୁହାଯାଏ । ବେଦ ଓ ଉପନିଷଦରେ ମଧ୍ୟ ପରମାତ୍ମାଙ୍କୁ ଶିବ ନାମରେ ବର୍ଣ୍ଣନା କରାଯାଇଛି । ଯଜୁର୍ବେଦରେ “ନମଃ ଶିବାୟ ଚ ଶିବ ତରାୟ ଚ (ଯଜୁ- ୧୬/୪୧) ବାକ୍ୟରେ ପରମାତ୍ମାଙ୍କୁ “ଶିବ” ବୋଲି କୁହାଯାଇଛି । ମାଣ୍ଡୁକ୍ୟ ଉପନିଷଦରେ କୁହାଯାଇଛି ଯେ ପରମାତ୍ମାଙ୍କୁ ଇନ୍ଦି୍ରୟ ସମୂହ ଦ୍ୱାରା ଦେଖାଯାଇପାରେ ନାହିଁ । ସେ ଅଚିନ୍ତ୍ୟ ଅଟନ୍ତି, ଅଦ୍ୱିତୀୟ ଅଟନ୍ତି, ଜାଣିବା ଯୋଗ୍ୟ ଅଟନ୍ତି, ତାଙ୍କ ନାମ ଶିବ ଅଟେ । ଯଥା:- ଅଦୃଷ୍ଟମବ୍ୟବହାର୍ଯ୍ୟମ୍ ଗ୍ରହ୍ୟମଳକ୍ଷଣମ ଚିନ୍ତ୍ୟମବ୍ୟପଦେଶ୍ୟମୈକ ତ୍ମ୍ୟପ୍ରତ୍ୟୟସାରଂ ପ୍ରପେାପଶ ମଂ ଶାନ୍ତଂ ଶିବମଦ୍ୱୈତଂ ଚତୁର୍ଥମନ୍ୟତେ ସ ଆତ୍ମା ବିଜେ୍ଞୟଃ (ମାଣ୍ଡୁକ୍ୟ ୭) । ଗୀତାରେ ପରମାତ୍ମାଙ୍କ ପାଇଁ ‘ଓଁକାର’ ନାମ ମଧ୍ୟ ବ୍ୟବହାର କରାଯାଇଛି । ଯଥା:-
୧) ଓମିତ୍ୟେକାକ୍ଷର ବ୍ରହ୍ମବ୍ୟାହରନ୍ମାମନୁସ୍ମରନ୍   (ଗୀ ୮/୧୩)
ବେଦ୍ୟଂ ପବିତ୍ରମୋଂକାର ଋକ୍ସାମ ରଜୁରେବ ଚ   (ଗୀ ୯/୧୭)
ଓଁ ତସôଦିତି ନିର୍ଦେଶୋ ବ୍ରହ୍ମଣସ୍ତ୍ରିବିଧଂ ସ୍ମୃତଃ ।
ବ୍ରାହ୍ମଣାସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତାଃ ପୁରା ।   (ଗୀ ୧୭/୨୩)
  ଭାରତରେ ଓଁକାରେଶ୍ୱର ନାମରେ ଅନେକ ଶିବ ମନ୍ଦିର ମଧ୍ୟ ଦେଖିବାକୁ ମିଳେ । କେତେକ ବିଦ୍ୱାନ ଓମ ଶବ୍ଦକୁ ବ୍ରହ୍ମା, ବିଷ୍ଣୁ, ଏବଂ ଶଙ୍କରଙ୍କ ରଚୟିତା ପରମାତ୍ମାଙ୍କ ବାଚକ ମାନନ୍ତି । ଯଥା:-
ଅକାରୋ ବିଷ୍ଣୁଋଦ୍ଧିଷ୍ଟ ଉକାରସ୍ତୁ ମହେଶ୍ୱରଃ ।
ମକାରସ୍ତୁ ସ୍ମୁତୋ ବ୍ରହ୍ମା ପ୍ରଣବସ୍ତୁ ତ୍ରୟାତ୍ମକଃ ।
ଗୀତାରେ ବିଭିନ୍ନ ସ୍ଥାନରେ ପରମାତ୍ମାଙ୍କ ପାଇଁ ବିଭିନ୍ନ କର୍ବ୍ୟବାଚକ ନାମର ବ୍ୟବହାର କରାଯାଇଛି । ଯଥା:- ସୁହୃତ୍ (୯/୧୮) ଏବଂ (୫/୨୯), ପୁରୁଷୋମ, ଭୁତଭାବନ, ଭୁତେଶ, ଦେବଦେଦ, ଜଗପôତେ (୧୦/୧୫) ଜନାର୍ଦ୍ଧନ (୧୦/୧୮), ଭଗବାନ୍ (୧୦/୧୭), ହୃଷୀକେଶ (୨/୯- ୧୦), ଅରିସୁଦନ (୨/୪) ଇତ୍ୟାଦି । କିନ୍ତୁ ପରମାତ୍ମାଙ୍କ ପାଇଁ ‘ଶିବ’ ନାମଟି ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ଏଥିପାଇଁ ଶିବ ମନ୍ଦିରର ମୁଖ୍ୟ ଦ୍ୱାରରେ ପ୍ରାୟତଃ ‘ଶିବ ପରମାତ୍ମାନେ ନମଃ’ ବାକ୍ୟ ଲେଖାଥିବା ଦେଖାଯାଏ । ‘ପରମାତ୍ମା’ ଶବ୍ଦ ଆଉ କୌଣସି ନାମ ସହିତ ଯୁକ୍ତ ହୋଇଥିବା କ୍ୱଚିତ ଦେଖାଯାଏ ।
ଗୀତା କହେ ପରମାତ୍ମାଙ୍କ କର୍ମ ଜନ୍ୟ ଶରୀର ନାହିଁ । ତେଣୁ ତାଙ୍କୁ କୌଣସି କର୍ମର ବନ୍ଧନ ନାହିଁ । ନ ଚ ମାଂ ତାନି କର୍ମାଣି ନିବଧ୍ନନ୍ତି ଧନଞ୍ଜୟ (ଗୀ ୯/୯) । ମାନବ ନିଜର ପାପ ବା ପୁଣ୍ୟ କର୍ମ ଫଳ ଭୋଗ କରିବା ପାଇଁ ଭଲ ବା ମନ୍ଦ ଘରେ ଜନ୍ମ ନିଏ । ଜନ୍ମ ହେଲେ ମୃତୁ୍ୟ ଅନିର୍ବାର୍ଯ୍ୟ । ଗୀତାରେ ପରମାତ୍ମାଙ୍କୁ  ଅଜନ୍ମା, ଅକର୍ା, ଅଭୋକ୍ତା । ଅଶରୀରୀ ବୋଲି କୁହାଯାଇଛି । ଏହା ବ୍ୟତୀତ ପରମାତ୍ମା ସ୍ବୟଂ କହନ୍ତି,
ପିତାହମସ୍ୟ ଜଗତୋ ମାତାଧାତା ପିତାମହଃ
   ବେଦ୍ୟଂ ପବିତ୍ରମୋକାଂର ଋକ୍ ସାମ ଯଜୁରେବ ଚ
   ଗତିଭର୍ା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃତ୍ ।
                           ପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମବ୍ୟୟମ ।  (ଗୀ ୯/୧୭-୧୮)
ଅର୍ଥାତ୍, ମୁଁ ଏହି ସମଗ୍ର ଜଗତର ପିତା, ଧାତା, ମାତା, ପିତାମହ, ଗତି, ଭର୍ା, ପ୍ରଭୁ,  ସାକ୍ଷୀ, ନିବାସ, ଆଶ୍ରୟ, ସୁହୃତ, ଉପôି, ପ୍ରଳୟ, ସ୍ଥାନ, ନିଧାନ ଏବଂ ଅବିନାଶୀ ବୀଜ ସ୍ବରୂପ ଅଟେ ।
ଏଠାରେ ପ୍ରଶ୍ନ ଉଠେ ଯେ ଯିଏ ସମସ୍ତ ସୃଷ୍ଟିର ବୀଜ ରୂପ ଅଟନ୍ତି ତାଙ୍କର ଜନ୍ମ କିପରି ହୁଏ? ସେ କିପରି ଏ ଧରାପୃଷ୍ଠରେ ଅବଚରଣ କରି ଅଧର୍ମର ବିନାଶ ଓ ଧର୍ମର ସ୍ଥାପନ କରନ୍ତି? ସେ କୌଣସି ମଣିଷ ଔରସରୁ ମାତୃ ଗର୍ଭର ଆଶ୍ରୟ ନେଇ ଜନ୍ମ ହୁଅନ୍ତି କି? ଏହି ପ୍ରଶ୍ନର ସମାଧାନ କରିବାକୁ ଯାଇ ପରମାତ୍ମା ସ୍ବୟଂ କହିଛନ୍ତି, “ଜନ୍ମ କର୍ମ ଚ ମେ ଦିବ୍ୟ...” । ଗୀ ୪/୯ । ଅର୍ଥାତ ମୋର ଜନ୍ମ ଓ କର୍ମ ଦିବ୍ୟ ଅଟେ । ଦିବ୍ୟ ଜନ୍ମର ଅର୍ଥ ସାଧାରଣ ମାନବ ପରି ସେ ମାତୃଭର୍ଗରୁ ଜନ୍ମ ହୁଅନ୍ତି ନାହିଁ । କାରଣ ସେ ଜନ୍ମମୁତୁ୍ୟରୁ ସର୍ବଥା ଉଦ୍ଧ୍ୱର୍ରେ । ସେ ଅଜ ଓ ଅବିନାଶୀ । “ଯୋ ମାମଜମନାଦିଂ ଚ ବେି ଲୋକ ମହେଶ୍ୱରମ୍” । ଗୀ- ୧୦/୩ । କିନ୍ତୁ ସେ ଅଜ ଓ ଅନିବାଶୀ ସ୍ବରୂପ ହୋଇଥିଲେ ମଧ୍ୟ ତଥା ପ୍ରାଣୀମାନଙ୍କ ଈଶ୍ୱର ହୋଇଥିଲେ ମଧ୍ୟ ନିଜ ପ୍ରକୃତିକୁ ଅଧୀନ କରି ନିଜର ଯୋଗ ଶକ୍ତି ବା ଜ୍ଞାନ ବଳରେ ପ୍ରକଟ ହୁଅନ୍ତି । ନିମ୍ନ ଶ୍ଳୋକରୁ ଏହାର ପ୍ରମାଣ ମିଳେ । 
ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ୱରୋଽପି ସନ୍ ।
     ପ୍ରକୃତିଂ ସ୍ବାମଧିଷ୍ଠାୟ ସମ୍ଭବାତ୍ମାତ୍ମମାୟୟା ।    ଗୀ ୪/୬ ।
ଉପର୍ଯୁ୍ୟକ୍ତ ଆଲୋଚନାରୁ ଜଣାଯାଏ ଯେ ପରମାତ୍ମା ପ୍ରକୃତିକୁ ବଶ କରି ନିଜ ଯୋଗ ଶକ୍ତି ଦ୍ୱାରା ସୃଷ୍ଟିରେ ପ୍ରକଟ ହୁଅନ୍ତି । ଏହାହିଁ ତାଙ୍କର ଦିବ୍ୟ ଜନ୍ମ । ଏହା କୌଣସି ଅବତାରବାଦକୁ ସମର୍ଥନ କରୁ ନାହିଁ । ତାଙ୍କ ଦିବ୍ୟ ଜନ୍ମ ସହିତ ଦିବ୍ୟ କର୍ମ ଜଡିତ । ସାଧାରଣ ମାନବାତ୍ମା ପରି ସେ କର୍ମଫଳ ଭୋଗ କରିବାକୁ ଜନ୍ମ ହୁଅନ୍ତି ନାହିଁ । କିନ୍ତୁ ସେ ଏକ ମାନବ ଶରୀର ଆଧାର ସୃଷ୍ଟିରେ ଅବତରଣ କରନ୍ତି ଏବଂ  ଧର୍ମ ସଂସ୍ଥାପନ ପାଇଁ (ଗୀ ୪/୭-୮) ମନୁଷ୍ୟ ସମାଜକୁ ଜ୍ଞାନ ଓ ଯୋଗ  ପ୍ରଦାନ କରନ୍ତି । କିନ୍ତୁ ମନୁଷ୍ୟ ନିଜର ମୁର୍ଖତା ବଶତଃ ତାଙ୍କୁ ଚିହ୍ନ ନ ପାରି ଏକ ସାଧାରଣ ମନୁଷ୍ୟ ଭାବି ଅବଜ୍ଞା କରେ । ଗୀତାର ନିମ୍ନ ଶ୍ଳୋକ ଦ୍ୱୟକୁ ବିଶ୍ଳେଷଣ କଲେ ଏହି ତଥ୍ୟର ସଂକେତ ମିଳେ । 
ଅବଜାନନ୍ତି ମାଂ ମୂଢ଼ା ମାନୁଷୀଂ ତନୁ ମାଶ୍ରିତମ୍ ।
                    ପରଂଭାବମଜାନନ୍ତୋ ମମ  ଭୂତ ମହେଶ୍ୱରମ୍ ।   ଗୀ ୯/୧୧ ।
ଅର୍ଥ: ମୂର୍ଖ ଲୋକେ ସମସ୍ତ ପ୍ରାଣୀଙ୍କର ମହାନ ଈଶ୍ୱର ରୂପକ ମୋର ପରମଭାବକୁ  ନ ଜାଣି ମୋତେ ମାନବ ଶରୀର ଧାରୀ ମନେ କରି ଅବଜ୍ଞା କରନ୍ତି ।
ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ ।
                ପରଂ ଭାବମଜାନନ୍ତୋ ମମାବ୍ୟୟମନୁମମ୍ ।   ଗୀ ୭/୨୪ ।
ଅର୍ଥ: ଅପରିଣତ ବୁଦ୍ଧି ସଂପନ୍ନ ବ୍ୟକ୍ତିମାନେ ମୋର ନିତ୍ୟ ସର୍ବୋମ ପରମ ସ୍ବରୂପକୁ ନ ଜାଣି ଅବ୍ୟକ୍ତ ସ୍ବରୂପ ମୋତେ  ବ୍ୟକ୍ତ ଶରୀରଧାରୀ  ବୋଲି ମନେ କରନ୍ତି ।
ଉପର୍ଯୁ୍ୟକ୍ତ ଶ୍ଳୋକ ଦ୍ୱୟରୁ ଏକଥା ସ୍ପଷ୍ଟ ହୁଏ ଯେ ଧର୍ମ ସଂସ୍ଥାପନ ପାଇଁ ପରମାତ୍ମାଙ୍କୁ ଏକ ମାନବ ଶରୀରର ଆଶ୍ରୟ ନେଇ ଅବତରଣ କରିବାକୁ ହୁଏ । କାରଣ ସେ ଅବ୍ୟକ୍ତ ସ୍ବରୂପ । ଜ୍ଞାନ ଓ ଯୋଗ ଶିଖାଇବାକୁ ମାନବ ଶରୀର ହିଁ ଉପଯୁକ୍ତ ।  ମହାବିନାଶର ଅବ୍ୟବହିତ ପୂର୍ବରୁ ବା ନୂତନ ସୃଷ୍ଟିର ପ୍ରାକକାଳରେ ପରମାତ୍ମା ସୃଷ୍ଟିରେ ଅବତରଣ କରନ୍ତି ।  ସୃଷ୍ଟି ରଚନା ପାଇଁ ସେ ପ୍ରଥମେ ବ୍ରହ୍ମାଙ୍କୁ ସୃଷ୍ଟି କରନ୍ତି ଓ ତାଙ୍କ ମାଧ୍ୟମରେ ଜ୍ଞାନ ପ୍ରଦାନ କରନ୍ତି । ଶ୍ୱେତାଶ୍ୱତ ରୋପନିଷଦରେ ଏହାର ସଂକେତ ମିଳେ । ଯଥା:- 
ଯୋ ବ୍ରାହ୍ମଣଂ ବିଦଧାତି ପୂର୍ବମ୍ । ଯୋ ବୈ ବେଦାଂଶ୍ଚ ପ୍ରହିଣୋତି ତସ୍ମୈ ।
ତଂ ହ ଦେବମାତ୍ମବୁଦ୍ଧି ପ୍ରକାଶମ୍ । ମୁମୁକ୍ଷୁ ର୍ବୈ ଶରଣମହମ ପ୍ରପଦ୍ୟେ ।
                                                                                                 (ଶ୍ୱେତାଶ୍ୱତରୋପନିଷଦ- ଅ୬, ଶ୍ଳୋ ୧୮)
ଅର୍ଥ: ସୃଷ୍ଟି ପ୍ରାରମ୍ଭରେ ଯିଏ ବ୍ରହ୍ମାଙ୍କୁ ଉପôନ୍ନ କରିଥିଲେ ଏବଂ ତାଙ୍କ ସମ୍ମୁଖରେ ବେଦ ସମୂହକୁ (ଜ୍ଞାନ) ପ୍ରକାଶିତ କରିଥିଲେ, ସେହି ଆତ୍ମ ବୁଦ୍ଧି ପ୍ରକାଶଦେବଙ୍କ (ପରମାତ୍ମା) ନିକଟରେ ମୁଁ ମୁମୁକ୍ଷୁ ଶରଣ ଯାଉଛି ।
ଗୀତାରେ ମଧ୍ୟ ପରମାତ୍ମାଙ୍କୁ ବ୍ରହ୍ମାଙ୍କର ସୃଷ୍ଟି କର୍ା (ବ୍ରହ୍ମଣୋଽପ୍ୟାଦିକେର୍- ୧୧/୩୭), ଆଦିଦେବ (ତ୍ୱାମାଦି ଦେବଃ.... ୧୧/୩୮ ଓ ଅହମାଦିର୍ହି ଦେବାନାଂ... ୧ଠ/୨) ଏବଂ ପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ..... ୧୧/୩୯) ବୋଲି କୁହାଯାଇଛି ।
ଯଜୁର୍ବେଦରେ ପରମାତ୍ମାଙ୍କ ମୁଖ କମଳରୁ ବ୍ରାହ୍ମଣମାନଙ୍କ ଉପôି ହୋଇଛି ବୋଲି କୁହାଯାଏ । ବ୍ରାହ୍ମଣୋଽସ୍ୟ  ମୁଖ ମାସିଦ୍ବାହୁ ରାଜନ୍ୟଃ କୃତଃ । ଯଜୁ ୩୧/୧୧ । ଏଠାରେ ବି·ରଣୀୟ ଯେ ପରମାତ୍ମା ଅଶରୀରୀ । ତାଙ୍କ ବିଭିନ୍ନ ଅବୟବରୁ ବ୍ରାହ୍ମଣାଦି ଚତୁବର୍ଣ୍ଣ କିପରି ସୃଷ୍ଟି ହେଲେ? କୌଣସି ବ୍ୟକ୍ତିର ମୁଖ ହେଉଛି ତାର ଭାବ ପ୍ରକାଶର ମାଧ୍ୟମ । ଏଠାରେ ଏହା ବୁଝିବାକୁ ହେବ ଯେ ପରମାତ୍ମା ଯେଉଁ ଶରୀର ମାଧ୍ୟମରେ ଅବତରଣ କରନ୍ତି ତା’ର ମୁଖ ମାଧ୍ୟମରେ ଜ୍ଞାନ ପ୍ରଦାନ କରନ୍ତି । ସେହି ଜ୍ଞାନମାର୍ଗ ଅନୁସରଣ କରି ଯେଉଁ ମନୁଷ୍ୟମାନେ ନିଜ ଜୀବନକୁ ପରିବର୍ନ କରନ୍ତି ସେମାନଙ୍କୁ ବ୍ରାହ୍ମଣ କୁହାଯାଏ । ଅସତମାର୍ଗରେ ପରି·ଳିତ କୌଣସି ବ୍ୟକ୍ତି ମଧ୍ୟରେ ଯଦି ଅଲୌକିକ ପରିବର୍ନ ଆସିଯାଏ ଓ ସେ ସତପଥରେ ·ଲିବା ଆରମ୍ଭ କରିଦିଏ ଲୋକେ କହନ୍ତି ତାର ନୂତନ ଜନ୍ମ ହୋଇଛି । ପରମାତ୍ମାଙ୍କ ଅବତରଣର ଉଦ୍ଧେଶ୍ୟ ଅଧର୍ମର ବିନାଶ, ଅଧର୍ମୀ ବ୍ୟକ୍ତିମାନଙ୍କର ନୁହେଁ । କଳ୍ପର ଅନ୍ତିମ ସମୟରେ ଅର୍ଥାତ୍ କଳିଯୁଗର ଶେଷ ପର୍ଯ୍ୟାୟରେ ପରମାତ୍ମା ସୃଷ୍ଟିରେ ଆବିର୍ଭାବ ହୋଇ ନୂତନ ସୃଷ୍ଟି ସର୍ଜନା କରନ୍ତି । କଳ୍ପକ୍ଷୟେ ପୁନସ୍ତାନି କଳ୍ପାଦୌ ବିସୃଜାମ୍ୟହମ । (ଗୀ ୯/୭) । କାରଣ ଏହି ସମୟାବଧି ହେଉଛି ଧର୍ମଗ୍ଳାନିର ଚରମ ଅବସ୍ଥା । ଏଥିରୁ ଏହା ସ୍ପଷ୍ଟ ହୁଏ ଯେ ପରମାତ୍ମା ମାଧ୍ୟମ ରୂପେ ଯେଉଁ ବ୍ୟକ୍ତିର ଶରୀରକୁ ବ୍ୟବାହାର କରନ୍ତି ତାର କର୍ବ୍ୟ ବାଚକ ନାମ ହେଉଛି ପ୍ରଜାପତି ବ୍ରହ୍ମା ଓ ବ୍ରହ୍ମା ମୁଖ କମଳରୁ ନିସୃତ ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରି·ଳିତ ନର-ନାରୀମାନଙ୍କୁ  ବ୍ରହ୍ମାଣ ଓ ବ୍ରାହ୍ମଣୀ କୁହାଯାଏ । ଏହିମାନଙ୍କ ମାଧ୍ୟମରେ ବ୍ରହ୍ମା ନୂତନ ସୃଷ୍ଟି ଅର୍ଥାତ ନୂତନ ଯୁଗ (ସତ୍ୟଯୁଗ)ର ସର୍ଜନା କରନ୍ତି । ପରମାତ୍ମା ଏହିପରି ଭାବରେ ଧର୍ମ ସଂସ୍ଥାପନ (ଅର୍ଥାତ ସତ୍ୟଯୁଗର ପୁନର୍ସ୍ଥାପନା) ପାଇଁ ସୃଷ୍ଟିରେ ଦିବ୍ୟ ଜନ୍ମ (ଅବତରଣ) ନିଅନ୍ତି । ପରମାତ୍ମାଙ୍କ ଏହି ଅଲୌକିକ, ଅବ୍ୟକ୍ତ ଏବଂ ଅନୁପମ ଜନ୍ମ ରୀତିକୁ ଦେବତା (ସତ୍ୟଯୁଗୀୟ ବ୍ୟକ୍ତି) ଓ ମହର୍ଷି (ଦ୍ୱାପର ଓ କଳିଯୁଗୀୟ ବିଦ୍ୱାନ) କେହି ଜାଣି ପାରନ୍ତି ନାହିଁ; କାରଣ ସେ ସମସ୍ତଙ୍କର ଆଦି ଅଟନ୍ତି । ଯଥା-
ନମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ ।
                        ଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ।   (ଗୀ ୧୦/୨ ।)

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,