ମନ, ବୁଦ୍ଧି ଏବଂ ଆତ୍ମା-Dr. Sudhanshu Sekhar Mishra
ମନ, ବୁଦ୍ଧି ଏବଂ ଆତ୍ମା
ଗୀତାରେ ଅନେକ ଶ୍ଳୋକରେ ଏକଥା ସ୍ପଷ୍ଟଭାବରେ କୁହାଯାଇଛି ଯେ ମନ ଓ ବୁଦ୍ଧି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ ଅଟେ। ଆତ୍ମାର ସଂକଳ୍ପ ଶକ୍ତିର ନାମ ହେଉଛି ମନ ଓ ନିର୍ଣ୍ଣୟ ଶକ୍ତିର ନାମ ହେଉଛି ବୁଦ୍ଧି । କେତେକ ଟୀକାକାର ମନ, ବୁଦ୍ଧି ଏବଂ ଆତ୍ମାକୁ ଭିନ୍ନ ଭିନ୍ନ ସା ବୋଲି ବିଶ୍ୱାସ କରନ୍ତି । କିନ୍ତୁ ଗୀତାର ନିମ୍ନୋକ୍ତ ଶ୍ଳୋକ ସମୂହର ସୂକ୍ଷ୍ମ ବିଶ୍ଳେଷଣ କଲେ ପ୍ରକୃତ ତଥ୍ୟ ଜଣାପଡେ ।
ବନ୍ଧୁରାତ୍ମା ତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେତାତ୍ମୈବ ଶତ୍ରୁ ବତ୍ ।ା ଗୀ ୬/୬ ।ା
ଭାବାର୍ଥ, ଯିଏ ବୁଦ୍ଧି ଦ୍ୱାରା ମନକୁ ଜୟ କରିଛି ତାହାର ମନ ହେଉଛି ଉମ ବନ୍ଧୁ । ଯିଏ ମନକୁ ଜୟ କରି ପାରି ନାହିଁ ତାପକ୍ଷରେ ସେହି ମନହିଁ ଏକ ସାଘାଂତିକ ଶତ୍ରୁ ପରି ଆଚରଣ କରେ । ଏଠାରେ ଯେଉଁ ଆତ୍ମାକୁ ଆତ୍ମା ଦ୍ୱାରା ଜିତିବା କଥା କୁହାଯାଇଛି,ଏହାର ସ୍ପଷ୍ଟ ଅଭିପ୍ରାୟ ମନକୁ ବୁଦ୍ଧି ଦ୍ୱାରା ଜିତିବା । ପ୍ରଥମ ଥର ଆତ୍ମା ଶବ୍ଦ ‘ମନ’ ପାଇଁ ଓ ଦ୍ୱିତୀୟ ଥର ‘ବୁଦ୍ଧି’ ପାଇଁ ପ୍ରଯୁକ୍ତ ହୋଇଛି । ଏହିପରି ଅନ୍ୟ ଏକ ସ୍ଥାନରେ କୁହାଯାଇଛି ଯେ ଆତ୍ମାକୁ ଆତ୍ମା ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ । ଅର୍ଥାତ ମନକୁ ବୁଦ୍ଧି ବା ବିବେକ ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ ।
ଇନ୍ଦି୍ରୟାଣି ପରାଣ୍ୟା ହୁରିନ୍ଦି୍ରୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋବୁଦ୍ଧେଃ ପରତସ୍ତୁ ସଃ । ଗୀ ୩/୪୨ ।ା
ଭାବାର୍ଥ, କର୍ମେନ୍ଦି୍ରୟ ସମୂହକୁ ଶ୍ରେଷ୍ଠ, ବଳବାନ ଏବଂ ସୂକ୍ଷ୍ମ ବୋଲି କୁହାଯାଇଛି । କିନ୍ତୁ ସେହି ଇନ୍ଦି୍ରୟମାନଙ୍କଠାରୁ ମନ ଅଧିକ ଉନ୍ନତ ଅଟେ । ବୁଦ୍ଧି, ମନ ଅପେକ୍ଷା ଅଧିକ ଉନ୍ନତ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଅଧିକ ଉନ୍ନତ ଅଟେ ।
ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନ ମାତ୍ମନା ।
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ । ଗୀ ୩/୪୩ ।ା
ଭାବାର୍ଥ, ଏହିପରି ନିଜ ଆତ୍ମାକୁ ବୁଦ୍ଧିଠାରୁ ଶ୍ରେଷ୍ଠ ବୋଲି ଜାଣି ବୁଦ୍ଧି ଦ୍ୱାରା ମନକୁ ବଶୀଭୂତ କରି, ହେ ମହାବାହୁ ଦୁର୍ଜୟ କାମ ରୂପୀ ଶତ୍ରୁକୁ ଜୟ କର ।
ସଂକଳ୍ପକୁ ଅନୁଭବ କରିବା ବା ଇଛା କରିବାର ନାମ ମନ ଅଟେ । ଜାଣିବା, ମାନିବା, ଚିହ୍ନିବା, ସ୍ମରଣ ରଖିବା, ନିର୍ଣ୍ଣୟ କରିବା ଆଦି ବୁଦ୍ଧିର କାମ । ଗୀତାରେ ମନ ଓ ବୁଦ୍ଧିକୁ ଏହି ଅର୍ଥରେ ପ୍ରୟୋଗ କରାଯାଇଛି । ଆତ୍ମାହିଁ ସୁଖ ଓ ଶାନ୍ତି ପାଇଁ ଇଛାକରେ ଏବଂ ଅନୁଭବ ମଧ୍ୟ କରେ । ଆତ୍ମା ଯେଉଁ ଜ୍ଞାନ ଆହରଣ କରେ ସେହି ଜ୍ଞାନ, ବୁଝିବା ଶକ୍ତି ଏବଂ ବି·ର ଶକ୍ତି ହିଁ ବୁଦ୍ଧି ଅଟେ । ଗୀତାରେ ଭଗବାନ କହିଛନ୍ତି, “ମୋଠାରେ ମନ ଲଗାଅ, ବୁଦ୍ଧିକୁ ମୋଠାରେ ଯୁକ୍ତକର, ବୁଦ୍ଧିକୁ ମୋତେ ଅର୍ପଣ କର ।” ମୟେବ ମନ ଆଧସ୍ତ୍ୱ ମୟି ବୁଦ୍ଧିଂ ନିବେଶ୍ୟ ।ା ଗୀ ୧୨/୮ ।ାମୟାବେଶ୍ୟ ମନୋ..ାା ଗୀ ୧୨/୨ ।ା ମନ୍ମନା ଭବ ମଦ୍ ଭକ୍ତୋ ... ଗୀ ୯/୩୪ ।ାଇତ୍ୟାଦି ଶ୍ଳୋକଗୁଡିକରେ ଭଗବାନ ଉପଯୁକ୍ତ ନିର୍ଦ୍ଧେଶ ଦେଇଛନ୍ତି ।
ପୂର୍ବୋକ୍ତ ୩/୪୨ ଶ୍ଳୋକରେ କୁହାଯାଇଛି ଯେ ଇନ୍ଦି୍ରୟ ସମୂହଠାରୁ ମନ ଉନ୍ନତ ଅଟେ, ମନଠାରୁ ବୁଦ୍ଧି ଉନ୍ନତ ଅଟେ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଶ୍ରେଷ୍ଠ ଅଟେ । କେତେକ ଟୀକାକାର ଏହି ଶ୍ଳୋକକୁ ଏପରି ଅର୍ଥ କରନ୍ତି ଯେ ମନ, ବୁଦ୍ଧି ଏବଂ ଆତ୍ମା ଭିନ୍ନ ଭିନ୍ନ ଅଟନ୍ତି ଏବଂ ଏକ ଆରେକଠାରୁ ଉନ୍ନତ ଅଟନ୍ତି । ଏହାକୁ ଏପରି ବୁଝିବା ବା ଅର୍ଥ କରିବା ଭ୍ରମାତ୍ମକ ମନେ ହୁଏ । କାରଣ ଇନ୍ଦି୍ରୟ ସମୂହ ଆମ ସଂକଳ୍ପର ଅଧିନ ଅଟନ୍ତି ଏବଂ ଏହି ସଂକଳ୍ପଗୁଡିକୁ ନିୟନ୍ତ୍ରଣ କରିବା ବା ଭଲ ମନ୍ଦର ନିର୍ଣ୍ଣୟ କରିବା କାମ ହେଲା ବୁଦ୍ଧିର । ଯେତେବେଳେ ଆମେ ଜ୍ଞାନ ଦ୍ୱାରା ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରୁ ସେତେବେଳେ ଆମକୁ ଆତ୍ମାର ମଧ୍ୟ ଅନୁଭବ ହୁଏ । ଆତ୍ମାନୁଭୁତି ପାଇଁ ପ୍ରଥମେ ମନରେ ଜ୍ଞାନ ଯୁକ୍ତ ସଂକଳ୍ପ ସୃଷ୍ଟି କରିବାକୁ ହୁଏ । ଏହାକୁ ମନନ (ଗରୟସଗ୍ଧବଗ୍ଧସକ୍ଟଦ୍ଭ) କୁହାଯାଏ । ଏହା ଦ୍ୱାରା କ୍ରମଶଃ ମନରେ ସଂକଳ୍ପ ସମୂହର ଗତି ହ୍ରାସ ପାଏ ଓ ବୁଦ୍ଧି ଆତ୍ମା ନିଶ୍ଚୟ ସ୍ମୃତିରେ ସ୍ଥିତ ହୋଇଯାଏ । ଏଥିପାଇଁ କୁହାଯାଇଛି ମନଠାରୁ ଉନ୍ନତ ବା ସୂକ୍ଷ୍ମ ବୁଦ୍ଧି ଅଟେ । ଅନ୍ୟ ଅର୍ଥରେ ଅନୁଭୂତି ପାଇଁ କେବଳ ସଂକଳ୍ପ ସ୍ତରରେ ସ୍ଥିର ନ ରହି ସୂକ୍ଷ୍ମ ରୂପରେ ସେହି ସ୍ମୃତିରେ ସ୍ଥିତ ରହିବାକୁ ହୁଏ। ଏପରି ହେଲେ ଯାଇ ଆମେ ଆତ୍ମାନୁଭୂତି କରି ପାରିବାମନ ଓ ବୁଦ୍ଧି ସମ୍ବନ୍ଧିତ କେତେକ ଶ୍ଳୋକ ଗୀତାରେ ଦେଖାଯାଏ ଯାହାକି ଉପରେ ଉଦ୍ଧୃତ କରାଯାଇଥିବା ଶ୍ଳୋକର ଭାବ ବିପରୀତ ଅର୍ଥକୁ ବୁଝାଏ । ସେଥିରେ କୁହାଯାଇଛି ମନ ପ୍ରକୃତି କୃତ, ମନ ଓ ବୁଦ୍ଧି ମଧ୍ୟ କ୍ଷେତ୍ର ଅଟେ ଏବଂ ଏହା ମଧ୍ୟ ଏକ ଇନ୍ଦି୍ରୟ ଅଟେ । ଏହି ଶ୍ଳୋକଗୁଡିକ ପ୍ରକ୍ଷିପ୍ତ ହୋଇ ପାରେ ନତୁବା ଏହାକୁ ଭିନ୍ନ ଅର୍ଥରେ ବୁଝିବା ଦରକାର । ଏହି ପ୍ରସଙ୍ଗରେ ନିମ୍ନରେ କେତୋଟି ଶ୍ଳୋକର ଅବତାରଣା କରାଗଲା ।
ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବଚ
ଅହଂକାର ଇତୀୟଂ ଭିନ୍ନା ପ୍ରକୃତିର ଷ୍ଟଧା ।ା ଗୀ ୭/୪ ।ା
(ଅର୍ଥ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର ଏହିପରି ଆଠ ପ୍ରକାରରେ ମୋ ପ୍ରକୃତିକୁ ବିଭକ୍ତ କରାଯାଇଛି ।)
ମହା ଭୂତାନ୍ୟହଂକାରୋ ବୁଦ୍ଧିରବ୍ୟକ୍ତ ମେବ ଚ,
ଇନ୍ଦି୍ରୟାଣି ବଶୈକଂ ଚ ପ ଚେନ୍ଦି୍ରୟ ଗୋଚରାଃ ।ା ଗୀ ୧୩/୫ ।ା
ଇଛା ଦ୍ୱେଷଃ ସୁଖଂ ଦୁଃଖଂ ସଂଘାତ ଶ୍ଚେତନା ଧୃତିଃ ।
ଏତତ୍ କ୍ଷେତ୍ରଂ ସମାସେନ ସବିକାର ମୁଦାହୃତମ୍ ।ା ଗୀ ୧୩/୬ ।ା
(ଅର୍ଥ: ପ ମହାଭୂତ, ଅହଂକାର, ବୁଦ୍ଧି, ମୂଳ ପ୍ରକୃତି ଅର୍ଥାତ ତ୍ରିଗୁଣମୟୀ ମାୟା, ଦଶ ଇନ୍ଦି୍ରୟ, ମନ, ପ ଇନ୍ଦି୍ରୟ, ଭୋଗ୍ୟ ବିଷୟ ବସ୍ତୁ, ଇଛା, ଦ୍ୱେଷ, ସୁଖ, ଦୁଃଖ, ସ୍ଥୂଳ ଦେହର ପିଣ୍ଡ, ଚେତନା ଏବଂ ଧୈର୍ଯ୍ୟ ସଂକ୍ଷେପରେ ଏ ସବୁକୁ କ୍ଷେତ୍ର ଓ ତା’ର ବିକାର ବୋଲି ବିବେଚନା କରାଯାଏ (ାା ଗୀ ୧୩/୫-୬ ।ା)
ବେଦାନାମ୍ ସାମବେଦୋଽସ୍ମି ଦେବାନାମସ୍ମି ବାସବଃ ।
ଇନ୍ଦି୍ରୟାଣାଂ ମନଶ୍ଚାସ୍ମି ଭୂତାନାମ ସ୍ମିଚେତନା ।ା ଗୀ ୧୦/୨୨ ।ା
(ଅର୍ଥ: ବେଦମାନଙ୍କ ମଧ୍ୟରେ ସାମବେବ ଅଟେ; ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର ଅଟେ; ଇନ୍ଦି୍ରୟମାନଙ୍କ ମଧ୍ୟରେ ମନ ଅଟେ ଏବଂ ଜୀବମାନଙ୍କ ମଧ୍ୟରେ ଚେତନା ଅର୍ଥାତ ଜ୍ଞାନଶକ୍ତି ଅଟେ ।)
ଉପର୍ଯୁ୍ୟକ୍ତ ଶ୍ଳୋକଗୁଡିକରେ ଯାହା କୁହାଯାଇଛି ଯେ ମନ ପ୍ରକୃତିକୃତ ଅଟେ ଅଥବା ମନ ଏବଂ ବୁଦ୍ଧି ମଧ୍ୟ କ୍ଷେତ୍ର ଅଟେ ଅଥବା ଏହା ମଧ୍ୟ ପେନ୍ଦି୍ରୟ ପରି ଏକ ଇନ୍ଦି୍ରୟ ଅଟେ; ଏହା ପୂର୍ବରୁ ଆଲୋଚିତ ଶ୍ଳୋକ ସମୂହର ବିପରୀତ ଭାବ ପ୍ରକାଶ କରୁଛି । ଏଣୁ ଏଗୁଡିକୁ ପ୍ରକ୍ଷିପ୍ତ ବୋଲି ମନେ କରାଯାଇପାରେ । ଅଥବା ଏଗୁଡିକର ଆକ୍ଷରିକ ଅର୍ଥ ନ କରି ନିମ୍ନ ପ୍ରକାରେ ଆଖ୍ୟା କରାଯାଇ ପାରେ । ଆତ୍ମା ଯେତେବେଳେ ଅବ୍ୟକ୍ତ (ବ୍ରହ୍ମଲୋକ) ରୁ ଶରୀର ରୂପକ କ୍ଷେତ୍ରରେ ପ୍ରକଟ ହୁଏ, ସେତେବେଳେ ତା’ର ସଂକଳ୍ପ ଉପôନ୍ନ ହୁଏ ଏବଂ ସେହି ସମୟରେ ସେ ନିର୍ଣ୍ଣୟ କରେ ବା ସ୍ମୃତିଯୁକ୍ତ ହୁଏ । ଏଣୁ ଆତ୍ମାର ଅଭିବ୍ୟକ୍ତିର ସାଧନ ହୋଇଥିବା ହେତୁ ଏହାକୁ କ୍ଷେତ୍ର ବା ଆତ୍ମାର ଇନ୍ଦି୍ରୟ ମଧ୍ୟ କୁହାଯାଇଥିବ । ନଚେତ୍ ଶରୀରର ଇନ୍ଦ୍ରିୟ ଯେପରି କାନ, ନାକ ଆଦି ସେହିପରି ଅର୍ଥରେ ଏହାକୁ ଇନ୍ଦି୍ରୟ କୁହାଯାଇ ପାରିବ ନାହିଁ । ମନ ଓ ବୁଦ୍ଧି ଆତ୍ମାଠାରୁ ଅଭିନ୍ନ ହୋଇଥିବା ହେତୁ ଏବଂ ଏହା ସ୍ବୟଂ ଆତ୍ମାର ଯୋଗ୍ୟତା ହୋଇଥିବା ହେତୁ ଏ ଉଭୟଙ୍କ ପାଇଁ ଆତ୍ମା ଶବ୍ଦର ପ୍ରୟୋଗ ହୋଇଛି ।
ଜ୍ଞାନକୁ ଆତ୍ମାର ତୃତୀୟ ନେତ୍ର ବା ଦିବ୍ୟ ଚକ୍ଷୁ ବୋଲି କୁହାଯାଏ । ବାସ୍ତବରେ ଜ୍ଞାନ ଆଖି ଭଳି କୌଣସି ଇନ୍ଦି୍ରୟ ନୁହେଁ ତଥାପି ମଧ୍ୟ ଏହାକୁ ଚକ୍ଷୁର ଉପମା ଦିଆଯାଇଛି । କାରଣ ଜ୍ଞାନ ଦ୍ୱାରା ଆତ୍ମା ସତ୍ୟତାର ପ୍ରତ୍ୟକ୍ଷ ଦର୍ଶନ କରିପାରେ । ଏଣୁ ମନକୁ ଉପମା ହିସାବରେ ସୂକ୍ଷ୍ମ ଇନ୍ଦି୍ରୟ ବୋଲି କୁହାଯାଇପାରେ । କାରଣ ଇନ୍ଦି୍ରୟ ସମୂହ ଯେପରି ଅଭିବ୍ୟକ୍ତି ବା ଜ୍ଞାନର ସାଧନ ଅଟନ୍ତି, ସେହିପରି ମନ ମଧ୍ୟ ଆତ୍ମାର ଅଭିବ୍ୟକ୍ତିର ସାଧନ ଅଟେ । ଏହା ମଧ୍ୟ ଅଧ୍ୟୟନ ପାଇଁ ଏକ ଦ୍ୱାର ଅଟେ । ଏହାର ଅର୍ଥ ନୁହେଁ ଯେ ମନ ଓ ବୁଦ୍ଧିକୁ ଆତ୍ମôାଠାରୁ ଭିନ୍ନ ବୋଲି ମାନିବା । ଯେତେବେଳେ ଆତ୍ମା ପରମଧାମରୁ ଏହି ଭୂପୃଷ୍ଠକୁ ଆସେ ସେତେବେଳେ ପ୍ରକୃତି ସମ୍ପର୍କରେ ଆସିଲା ପରେ ହିଁ ପ୍ରଥମେ ତାକୁ ନିଜ ଅସ୍ତିତ୍ୱର ଅନୁଭବ ହୁଏ । ଏହି କଥାକୁ ହିଁ କୁହାଗଲା ଯେ ପ୍ରକୃତିରୁ ପ୍ରଥମେ ଅହଂକାର (ଅହଂ ଭାବ)ର ଉପôି ହେଲା । ଯେତେବେଳେ ମନୁଷ୍ୟକୁ ନିଜ ଅସ୍ତିତ୍ୱର ଅନୁଭବ ହୁଏ ସେତେବେଳେ ହିଁ ସେ ତା’ର ପାରିପାଶ୍ୱିର୍କ ବାତାବରଣ ବିଷୟରେ ଜାଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରେ । ଏହି ବିଷୟରେ କୁହାଗଲା ଯେ ଅହଂକାରରୁ ବୁଦ୍ଧିର ଉପôନ୍ନ ହେଲା । ଯେହେତୁ ଏହି ଅବସ୍ଥା ହେଲେ ଯାଇ ମନୁଷ୍ୟ ଚେଷ୍ଟା, ଅଭିଳାଷ ତଥା ପ୍ରଯନô ଆଦି କରେ । ତେଣୁ କୁହାଗଲା ବୁଦ୍ଧି ପରେ ମନର ଉପôନ୍ନ ହେଲା । ଏହା ଉପସ୍ଥାପନାର ଏକ ଭିନ୍ନ ପ୍ରକି୍ରୟା ଅଟେ । କିନ୍ତୁ ବାସ୍ତବରେ ମନ, ବୁଦ୍ଧି ଏବଂ ଅହଂଭାବ କ୍ରମଶଃ ଆତ୍ମାର ହିଁ ଇଛା, ବି·ରଶୀଳତା ତଥା ସ୍ବ ଅନୁଭବର ନାମ ଅଟେ ।ଏହି ଜ୍ଞାନ ହୃଦୟଙ୍ଗମ ହେଲେ ଆମେ ନିଜକୁ ଶରୀରଠାରୁ ଭିନ୍ନ ଏକ ଅନାଦି ଓ ଅବିନାଶୀ ଚୈତନ୍ୟ ସା ଆତ୍ମା ବୋଲି ଅନୁଭବ କରିବା । ଏହା ଦ୍ୱାରା ନିଜ ନିଜ ବ୍ୟବହାରିକ ଜୀବନରେ ଆମେ ସ୍ବ ସ୍ବ କର୍ମରେ ପ୍ରବୃ ରହି ମଧ୍ୟ ଆତ୍ମିକ ସ୍ମତୃିରେ ସ୍ଥିତ ରହିବାର ଅଭ୍ୟାସ କରି ପାରିବା । ମନ ଓ ବୁଦ୍ଧି ପ୍ରକୃତିର କାର୍ଯ୍ୟ ନୁହେଁ । ଏହି ଦୃଷ୍ଟିରୁ ଏହାକୁ ଆତ୍ମାଠାରୁ ଭିନ୍ନ ବି·ର କରି ନିଜ ସଂକଳ୍ପକୁ ଶୁଦ୍ଧ ତଥା ବିବେକକୁ ଦିବ୍ୟ କରି ଗଢ଼ି ତୋଳିବା ଆବଶ୍ୟକ । କାହିଁକି ନା ମନ ଓ ବୁଦ୍ଧିର ଶୁଦ୍ଧି ହିଁ ଆତ୍ମ ଶୁଦ୍ଧି ଅଟେ । ଏହିପରି ଆତ୍ମ ଶୁଦ୍ଧ ବ୍ୟକ୍ତିଙ୍କୁ ମହାତ୍ମା ଓ ଯାହାର ମନ ଓ ବୁଦ୍ଧି ଦୋଷଯୁକ୍ତ ତାକୁ ପାପାତ୍ମା କୁହାଯାଏ । କାରଣ ପାପ ଓ ପୁଣ୍ୟ, ଇଛା ଓ ପ୍ରଯନ୍ତ୍ର ତଥା ସଦ୍ ବିବେକ ଓ ଭ୍ରଷ୍ଟ ବିବେକର ସମ୍ବନ୍ଧ ଆତ୍ମା ସହିତ ସଂପର୍କିତ ।
ଆତ୍ମାା ଏକ ଚୈତନ୍ୟ ସା ଅଟେ । ବିଜୁଳିକୁ ଯେପରି ଆମେ ଆଲୁଅ ହିସାବରେ, କଳକାରଖାନାର ସାଳନ ପାଇଁ ଶକ୍ତି ହିସାବରେ ଏବଂ ବିଭିନ୍ନ ବସ୍ତୁକୁ ଗରମ କରିବା ପାଇଁ ତାପ ଶକ୍ତି ହିସାବରେ ବ୍ୟବହାର କରୁ, ସେପରି ଭିନ୍ନ ଭିନ୍ନ ଅଭିବ୍ୟକ୍ତି କାରଣରୁ ଆତ୍ମା ବା ଚୈତନ୍ୟ ଶକ୍ତିର ଭିନ୍ନ ଭିନ୍ନ ନାମ-ମନ, ବୁଦ୍ଧି, ଚି ଏବଂ ଅହଂକାର ଅଟେ । ଯେତେବେଳେଏହା ସଂକଳ୍ପ ରୂପରେ ପ୍ରକଟିତ ହୁଏ ତାକୁ ମନ; ବିବେକ ବା ନିର୍ଣ୍ଣୟ ଶକ୍ତି ରୂପରେ ପ୍ରକଟିତ ହେଲେ ବୁଦ୍ଧି ଏବଂ ଅହଂତ୍ୱ ପରିପ୍ରକାଶ କରେ ସେତେବେଳୋ ଅହଂକାର ବୋଲି କୁହାଯାଏ ।
Dr Sudhanshu Sekhar Mishra (Homeopath)
At/Po- Patnagarh Dist-Bolangir-767025
MOB-9437210296
Comments
Post a Comment