ସ୍କିଜୋଫ୍ରେନିଆ ଓ ରାଜଯୋଗ -- ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ସ୍କିଜୋଫ୍ରେନିଆ ଓ ରାଜଯୋଗ

ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ସ୍କିଜୋଫ୍ରେନିଆ (ଝମଷସଚ୍ଛକ୍ଟକ୍ଟ୍ରଷରକ୍ସଦ୍ଭସବ) ଏକ ପ୍ରକାର ଜଟିଳ ମାନସିକ ବ୍ୟାଧି । ଚିକିତ୍ସାବିଜ୍ଞାନୀମାନଙ୍କ ଅବିରତ ଗବେଷଣା ସେ୍ୱ ଏହି ରୋଗର କାରଣ ସମ୍ପୂର୍ଣ୍ଣ ରୂପେ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଆମ ଦେଶରେ ହାରାହାରି ଏକ କୋଟି ଲୋକ ଏହି ବ୍ୟାଧି ଦ୍ୱାରା ଆକ୍ରାନ୍ତ । ତେଣୁ ଏହି ମାନସିକ ବ୍ୟାଧି ସମ୍ପର୍କରେ ସାମାଜିକ ସଚେତନତା ଏକାନ୍ତ ଅପରିହାର୍ଯ୍ୟ ।
ସ୍କିଜୋଫ୍ରେନିଆ ବ୍ୟାଧି ଦ୍ୱାରା ପୀଡ଼ିତି ବ୍ୟକ୍ତିମାନଙ୍କ ଅସ୍ୱାଭାବିକ ଚିନ୍ତାଧାରା ଓ ଅସଙ୍ଗତ ବ୍ୟବହାର ହେତୁ ଜନସାଧାରଣରେ ସେମାନେ ପାଗଳ ବୋଲି ଉପହାସିତ ଓ ଅବହେଳିତ ହୋଇ ରାସ୍ତରେ ବୁଲୁଥିବା ଲକ୍ଷ୍ୟ କରାଯାଏ । ଅନେକେ ଏହି ରୋଗର ଲକ୍ଷଣକୁ ଭୂତପ୍ରେତର ପ୍ରକୋପ ଭାବି ଗୁଣି ଗାରେଡିର ଆଶ୍ରୟ ନିଅନ୍ତି । ଆମ ଦେଶର ଗ୍ରାମୀଣ ଅଳରେ ଏହି ଭଳି ରୋଗୀମାନଙ୍କୁ ପିଶାଚ ଓ ଡ଼ାହାଣୀର ଆଖ୍ୟା ଦେଇ ନୃଶଂସ ଭାବେ ହତ୍ୟା କରାଯାଉଥିଲା । କିନ୍ତୁ କ୍ରମାଗତ ଗବେଷଣା ଦ୍ୱାରା ଏହା ଏକ ଜଟିଳ ମାନସିକ ବ୍ୟାଧି ବୋଲି ଜଣା ପଡିଲା । ଜର୍ମାନୀର କ୍ରେପଲିନ୍, କାଲ୍ବମ୍ ଓ ହେକର, ବଲଜିୟମର ମୋରେଲ୍ ଓ ସ୍ୱିଜେରଲ୍ୟାଣ୍ଡର ବ୍ଲଏଲର ଆଦି ଏହି ବ୍ୟାଧିର ବିଜ୍ଞାନ ସମ୍ମତ ତଥ୍ୟ ଉପସ୍ଥାପନ କରି ଏହାର ଚିକିତ୍ସା  ହୋଇ ପାରିବ ବୋଲି ମତ ଦେଇଥିଲେ । ବ୍ଲଏଲର ଏହି ରୋଗକୁ ସ୍କିଜୋଫ୍ରେନିଆ  (ଝମଷସଚ୍ଛକ୍ଟକ୍ଟ୍ରଷରକ୍ସଦ୍ଭସବ) ନାମରେ ନାମିତ କରିଥିଲେ ।
ଚିକିତ୍ସାବିଜ୍ଞାନୀ ମାନଙ୍କ ମତରେ ଏହି ରୋଗର କାରଣକୁ ସାଧାରଣତଃ ଜୀବ ବୈଜ୍ଞାନିକ ଓ ମନୋସାମାଜିକ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇ ପାରେ  । ଜୀବ ବୈଜ୍ଞାନିକ କାରଣ ଅନୁସାରେ ସ୍କିଜୋଫ୍ରେନିଆକୁ ବଂଶାନୁକ୍ରମିକ ବୋଲି କୁହାଯାଏ । କିନ୍ତୁ ଏହା ସମ୍ପୂର୍ଣ୍ଣଭାବରେ ଆନୁବଂଶିକ ରୋଗ ନୁହେଁ । କାରଣ ଅନେକ କ୍ଷେତ୍ରରେ ଦେଖାଯାଏ ଯେ ଏହି ରୋଗରେ ପୀଡିତରୋଗୀର ସନ୍ତାନ ମାନସିକ ଦୃଷ୍ଟିରୁ ଅନ୍ୟମାନଙ୍କ ପରି ସୁସ୍ଥ ଓ ସବଳ ଥାଏ । କେତେକ କ୍ଷେତ୍ରରେ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିର ପରବର୍ୀ ବଂଶଧର ମାନଙ୍କ ମଧ୍ୟରୁ କେହି କେହି ସେହି ରୋଗ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ । ବିଭିନ୍ନ ସ୍ନାୟୁକୋଷ ମଧ୍ୟରେ ବୈତୁ୍ୟତିକ ସଂକେତ ଜରିଆରେ ଖବରର ଆଦାନ ପ୍ରଦାନ ଦ୍ୱାରା ମସ୍ତିଷ୍କର ବିଭିନ୍ନ ସ୍ନାୟୁବିକ ପ୍ରକ୍ରିୟା ସମାହିତ ହୁଏ  । ଏହାହିଁ ମଣିଷ ମନର ଆଧାର । ସମ୍ବାଦ ସରବରାହରେ ବିଭିନ୍ନ ସ୍ନାୟୁରସ ମଧ୍ୟବୀକାଳୀନ ସନ୍ଦେଶ ବାହକ ରୂପେ କାର୍ଯ୍ୟ କରନ୍ତି । ସେଗୁଡ଼ିକ ମଧ୍ୟରୁ ଡ଼ୋପାମିନ୍, ଆସେଟିଲକୋଲିନ୍ ଆଦି ସ୍ନାୟୁରସର ବିକୃତି ବା ତ୍ରୁଟି ହିଁ ସ୍କିଜୋଫ୍ରେନିଆ ରୋଗର ମୂଳକାରଣ ବୋଲି ପରୀକ୍ଷା ଦ୍ୱାରା ଜଣା ଯାଇଛି । ପାରିବାରିକ  ଓ ସାମାଜିକ ପରିବେଶର କଟୁତା ଏବଂ ଅତ୍ୟଧିକ ମାନସିକ ଚାପ ହେତୁ ସ୍ନାୟୁରସରେ ବିକୃତି ଦେଖାଯାଏ ଓ ଏହି ରୋଗ ପାଇଁ ପଥ ପ୍ରଶସ୍ତ କରେ ।
ସ୍କିଜୋଫ୍ରେନିଆ ରୋଗ ଦ୍ୱାରା ଆକ୍ରାନ୍ତ ରୋଗୀ ସ୍ୱଭାବିକ ବିଚାରଧାରା ପରିବେର୍ ବିକୃତ ଓ ଅବାସ୍ତବ ବିଚାରଧାରା ଦ୍ୱାରା ପରିଚାଳିତ ହୋଇ ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରିଥାଏ । ଏହା ହଠାତ୍ ପରିଲକ୍ଷିତ ହୁଏ ନାହିଁ । ଏହି ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗୀ ନିଜର ବିଚାରଧାରାକୁ ଯଥା ସମ୍ଭବ ସ୍ୱଭାବିକ ପ୍ରଦର୍ଶନ କରି ତା'ର ପରିବାର ଓ ମିତ୍ର ସମ୍ବନ୍ଧୀ ମାନଙ୍କ ସହିତ ନିଜକୁ ଖାପ ଖୁଆଇ ଚଳିବାକୁ ଚେଷ୍ଟା କରେ । କାଳକ୍ରମେ ତା'ର ଏହି ପ୍ରଚେଷ୍ଟା ବିଫଳ ହୋଇ ପଡେ । ଧୀରେ ଧୀରେ ସେ ସେମାନଙ୍କ ଠାରୁ ଦୂରେଇ ଯାଏ । ନିଜର ଦିନଚର୍ଯ୍ୟା ଓ ସ୍ୱଚ୍ଛତା ପ୍ରତି ସେ ଉଦାସୀନ ରହେ । ତା’ର ମନରେ ଏକି ପ୍ରକାର ଶୂନ୍ୟଭାବ ଆଧିପତ୍ୟ ବିସ୍ତାର କରେ  । ଅପ୍ରକୃତିସ୍ଥ ଭାବରେ ସେ ଲକ୍ଷ୍ୟହୀନ ହୋଇ ଇତସ୍ତତଃ ଭ୍ରମଣ କରେ  । ଛୋଟ ଛୋଟ କଥାରେ ବିରକ୍ତି ଭାବ ପ୍ରକାଶ କରେ  । କୌଣସି କାମରେ ତା'ର ସ୍ପୃହା ରହେ ନାର୍ହି । ବିଭ୍ରାନ୍ତ ଚିନ୍ତାଧାରା ମଧ୍ୟରେ ସେ ସର୍ବଦା ବୁଡି ରହେ । ଏହି ଅବସ୍ଥା ଅନେକ ଦିନ ରହିଲେ ତା'ର ମାନସିକ ଭାରସାମ୍ୟ ଦୋହଲି ଯାଏ ଓ ସେ ସଂପୂର୍ଣ୍ଣ ପାଗଳ ଭଳି ଆଚରଣ କରେ ।
ଏହି ବିଭ୍ରାନ୍ତ ଚିନ୍ତାଧାରାର ମୁଖ୍ୟ ଲକ୍ଷଣ ହେଉଛି ଭ୍ରମାତ୍ମକ ବିଶ୍ୱାସ (ଊରକ୍ଷଙ୍କଗ୍ଦସକ୍ଟଦ୍ଭଗ୍ଦ)  । ଏହି ରୋଗୀ ମାନଙ୍କ ମନରେ ଅନ୍ୟମାନଙ୍କ ପ୍ରତି ଭ୍ରମାତ୍ମକ ସନ୍ଦେହ ଓ ଅସମ୍ଭବ ଧାରଣା ଉପôନ୍ନ ହୁଏ । ସେମାନେ ନିଜର ସ୍ତ୍ରୀ ବା ସ୍ୱାମୀର ଚରିତ୍ରକୁ ମଧ୍ୟ ସନ୍ଦେହ ଦୃଷ୍ଠିରେ ଦେଖନ୍ତି । ତାଙ୍କ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନେ ଆଦୌ ବିଶ୍ୱାସ କରି ପାରନ୍ତି ନାହିଁ । ତେଣୁ ସାମାଜିକ ଜୀବନରୁ ସେମାନେ ଅଲଗା ହୋଇ ଯାଆନ୍ତି । ଏପରି ରୋଗରେ ଆକ୍ରାନ୍ତ କେତେକ ରୋଗୀ ମନରେ ସର୍ବଦା ଆଶଙ୍କା ଥାଏ ଯେ ସ୍ୱଜନ ମିତ୍ର ସମସ୍ତେ ତାଙ୍କର ବିରୁଦ୍ଧାଚରଣ କରୁଛନ୍ତି । ଏହି ଭ୍ରାନ୍ତ ବିଚାରର ବଶବର୍ୀ ହୋଇ ରୋଗୀ ହିଂସ୍ରକ ହୋଇ ଉଠେ । ଅନେକ ସମୟରେ ରୋଗୀ ଭାବେ ଯେ ତା'ର କାର୍ଯ୍ୟକଳାପକୁ କେହି ଜଣେ ଯେପରି ନିୟନ୍ତ୍ରଣ କରୁଛି ।
ସ୍କିଜୋଫ୍ରେନିଆ ରୋଗୀର ବିଭ୍ରାନ୍ତ ଚିନ୍ତାଧାରାର ଅନ୍ୟ ଏକ ମୁଖ୍ୟ ଲକ୍ଷଣ ହେଉଛି ହାଲୁସିନେସନ (ଐବକ୍ଷକ୍ଷଙ୍କମସଦ୍ଭବଗ୍ଧସକ୍ଟଦ୍ଭ) । ଏହି ଇଂରାଜୀ ଶବ୍ଦର ଆଭିଧାନିକ ଅର୍ଥ ହେଲା ଚି ବିଭ୍ରମ, ଭ୍ରାନ୍ତି, ମରୀଚିକା, ଚକ୍ଷୁଭ୍ରମ, ଅବାସ୍ତବ ବସ୍ତୁ ଦର୍ଶନ ବା ଶ୍ରବଣ  । ଯେଉଁ ବିଷୟବସ୍ତୁର କୌଣସି ଅସ୍ତିତ୍ୱ ନଥାଏ ତାହାର ଦର୍ଶନ, ଶ୍ରବଣ ବା ଅନୁଭବ କରିବାକୁ ଚିକିସôା ବିଜ୍ଞାନରେ ହାଲୁସିନେସନ (ଐବକ୍ଷକ୍ଷଙ୍କମସଦ୍ଭବଗ୍ଧସକ୍ଟଦ୍ଭ) କୁହାଯାଏ । ଅନେକ ସମୟରେ ସ୍କିଜୋଫ୍ରେନିଆ ରୋଗୀକୁ ମନେ ହୁଏ ଯେ ଶୂନ୍ୟରୁ ସତେ ଯେପରି କେହି କିଛି ତାକୁ କହୁଛି । ବେଳେ ବେଳେ ସେ ଭୂତ, ପ୍ରେତ, ରାକ୍ଷସ ଆଦି ଅବାସ୍ତବ ବସ୍ତୁ ଦର୍ଶନ କରେ । ଏହି ବିକୃତ ଚିନ୍ତାଧାରା ଓ ଅନୁଭୂତି ଧୀରେ ଧୀରେ ତା'ର କଥାବାର୍ା, ଭାବ ଭଙ୍ଗୀ ଓ ବ୍ୟବହାରରେ ପ୍ରତିଫଳିତ ହୁଏ । ସଦା ସର୍ବଦା ସେ ନିଜର ଭ୍ରାନ୍ତିକୈନ୍ଦ୍ରିକ ଅବାସ୍ତବ ଦୁନିଆରେ ଭାବ ବିଭୋର ଥାଏ ।
ଭାରତର ପ୍ରାଚୀନ ଚିକିତ୍ସା ଶାସ୍ତ୍ର ଆୟୁର୍ବେଦରେ ଏହିପରି ଦୁରାରୋଗ୍ୟ ଜଟିଳ ବ୍ୟାଧିର କାରଣ ମନୁଷ୍ୟାତ୍ମାର ପୂର୍ବଜନ୍ମ କୃତ ପାପକର୍ମର ପରିଣାମ ବୋଲି କୁହାଯାଇଛି । ପୂର୍ବଜନ୍ମ କୃତ ପାପଂ ବ୍ୟାଧି ରୂପେଣ ପୀଡ଼ିତଂ । ଆଧୁନିକ ଚିକିତ୍ସା ବିଜ୍ଞାନୀମାନେ ଏହି ପ୍ରାଚୀନ ତଥ୍ୟକୁ ସ୍ୱୀକାର କରୁ ନ ଥିଲେ ମଧ୍ୟ ଏହାକୁ ଅସତ୍ୟ ପ୍ରମାଣ କରିବାକୁ ଅସମର୍ଥ । ଆତ୍ମା ପୁର୍ନଜନ୍ମ ଗ୍ରହଣ କରିବା ଏକ ନିର୍ବିବାଦ ସତ୍ୟ ।
     ମନ, ବୁଦ୍ଧି ଓ ସଂସ୍କାର - ଏହି ତିନୋଟି ଶକ୍ତିର ସମନ୍ୱୟକୁ ଆତ୍ମା କୁହାଯାଏ । ମନୁଷ୍ୟାତ୍ମା ତା'ର ପୂର୍ବଜନ୍ମର ସଂସ୍କାର ଧାରଣ କରି ପୂର୍ବଜନ୍ମ ଗ୍ରହଣ କରେ । ସଂସ୍କାରର ଆଦାର ହେଉଛି କର୍ମ । ମଣିଷ ତା'ର ଜୀବନକାଳ ମଧ୍ୟରେ ଯେଉଁ ଭଲ ବା ମନ୍ଦ କର୍ମ କରେ ତଦନୁସାରେ ଫଳ ଭୋଗ କରେ । ଇହ ଜନ୍ମରେ ଯେଉଁ କର୍ମଫଳ ଭୋଗ କରି ପାରେ ନାହିଁ ତାହା ପର ଜନ୍ମରେ ଭୋଗ କରେ । ରାଜଯୋଗ ଦ୍ୱାରା ପୂର୍ବଜନ୍ମ କୃତ ପାପ କର୍ମର ଫଳକୁ କ୍ଷୀଣ କରାଯାଇ ପାରେ । ତେଣୁ ସ୍କିଜୋଫ୍ରେନିଆ ଭଳି ଜଟିଳ ଦୁରାରୋଗ୍ୟ ମାନସିକ ବ୍ୟାଧିଗୁଡ଼ିକର ସମ୍ପୂର୍ଣ୍ଣ ନିରାକରଣ ପାଇଁ ରାଜଯୋଗର ପ୍ରୟୋଗ କରିବା ପାଇଁ ମନୋଚିକିତ୍ସକ ମାନେ ପ୍ରଯତ୍ନଶୀଳ ହେବା ଉଚିତ । ସାଧାରଣତଃ ଔଷଧ ଓ ବିଦ୍ୟୁତ ସକ୍ ଦ୍ୱାରା ସ୍କିଜୋଫ୍ରେନିଆ ଚିକିତ୍ସା କରାଯାଇଥାଏ । ଏହା ଦ୍ୱାରା ରୋଗକୁ ସାମୟିକ ଭାବେ ନିୟନ୍ତ୍ରଣ କରାଯାଇପାରେ ; କିନ୍ତୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ପାରେ ନାହିଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜଯୋଗ ଅଭ୍ୟାସ ଦ୍ୱାରା ବିନା ଔଷଧରେ ମଧ୍ୟ ଏହି ରୋଗକୁ ଆୟ କରାଯାଇ ପାରିବ । ମନୋଚିକିତ୍ସକଙ୍କ ଚିକିତ୍ସାଧୀନ ରୋଗୀମାନେ ମଧ୍ୟ ରାଜଯୋଗ ଅଭ୍ୟାସ ଦ୍ୱାରା ଶୀଘ୍ର ଆରୋଗ୍ୟ ଲାଭ କରି ପାରିବେ ।
ରାଜଯୋଗ ମଧ୍ୟ ଏକ ମନୋବିଜ୍ଞାନ ଓ ଜୀବନ ଯାପନର କଳା ଅଟେ । ଏହା କୌଣସି ହଠକ୍ରିୟା ନୁହେଁ । ରାଜଯୋଗ ଅଭ୍ୟାସ ଦ୍ୱାରା ମନୋବଳ ବୃଦ୍ଧି ତଥା ଦୃଷ୍ଟିକୋଣ ସକାରାତ୍ମକ ହୁଏ । ଏହା କେବଳ ମାନସିକ ରୋଗୀମାନଙ୍କ ପାଇଁ ନୁହେଁ, ପ୍ରତ୍ୟେକ ବ୍ୟକ୍ତିର ମାନସିକ ଅଭିବୃଦ୍ଧି ଓ ବ୍ୟକ୍ତିତ୍ୱର ବିକାଶ ପାଇଁ ଏକ ଅମୋଘ ଉପଚାର ଅଟେ । ସ୍କିଜୋଫ୍ରେନିଆ ଭଳି ଜଟିଳ ମାନସିକ ବ୍ୟାଧିରେ ପୀଡିତ ବ୍ୟକ୍ତିର ସମସ୍ତ ପରିବାର ବର୍ଗ ମଧ୍ୟ ରାଜଯୋଗ ଅଭ୍ୟାସ କରିବା ଉଚିତ । କାରଣ ଏହି ରୋଗର ଚିକିତ୍ସା ପାଇଁ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ସମୟରେ ରୋଗୀର ବ୍ୟବହାରରେ କ୍ଷୁବ୍ଧ ହୋଇ ପରିବାରର ସଦସ୍ୟମାନେ ତାକୁ ର୍ଦୁବ୍ୟବହାର ବା ସମାଲୋଚନା କରନ୍ତି । ଏହା ରୋଗୀର ମାନସିକ ଉେଜନା ସୃଷ୍ଟି କରେ ଓ ରୋଗ ବୃଦ୍ଧି ପାଇଥାଏ । ରୋଗୀ ପରିବାରରୁ ଦୂରେଇଯାଏ ଏବଂ ତା’ର ସମ୍ପୂର୍ଣ୍ଣ ଆରୋଗ୍ୟ ହେବାର ସମ୍ଭାବନା ଯଥେଷ୍ଟ ହ୍ରାସ ପାଇଥାଏ । ଏଥିପାଇଁ ପରିବାରର ସମସ୍ତ ସଦସ୍ୟମାନଙ୍କ ଧୈର୍ଯ୍ୟ, ରୋଗୀ ପ୍ରତି ସମବେଦନା ଓ ସକାରତ୍ମକ ଦୃଷ୍ଟିକୋଣ ଏକାନ୍ତ ଅପରିହାର୍ଯ୍ୟ । ରାଜଯୋଗର ନିୟମିତ ଅଭ୍ୟାସ ଦ୍ୱାରା ଏହିସବୁ ଗୁଣାବଳୀର ବିକାଶ ହୁଏ ଓ ରୋଗୀ ଏକ ସୁସ୍ଥ ଏବଂ ଅନୁକୂଳ ପାରିବାରିକ ପରିବେଶରେ ରହି ଶୀଘ୍ର ଆରୋଗ୍ୟ ଲାଭ କରେ  ।
ାା  ଓମଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,