(୧)ରକ୍ଷା ବନ୍ଧନ - ଏକ ଅଧ୍ୟୟନ ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
🌹🌹🌹🌹🌹🌹🌹🌹🌹*ଭାରତର ପର୍ବପର୍ବାଣୀ-(୧)* 🌸🌸🌸🌸🌸🌸🌸🌸🌸 *ରକ୍ଷା ବନ୍ଧନ - ଏକ ଅଧ୍ୟୟନ* 🌺🌺🌺🌺🌺🌺🌺🌺🌺ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 🌹🌹🌹🌹🌹🌹🌹🌹🌹 ପ୍ରାଚୀନ ସଂସ୍କୃତିର ସ୍ମୃତି ସ୍ୱରୂପ ଆଜି ଅନେକ ପର୍ବ ଓ ଉତ୍ସବ ଆମ ଦେଶରେ ପାଳିତ ହେଉଛି । ପ୍ରତିବର୍ଷ ବିଭିନ୍ନ ଉତ୍ସବ ପାଳନର ପୁନରାବୃତ୍ତି ଉଜ୍ୱଳ ଭବିଷ୍ୟତର ବିଶ୍ୱାସକୁ ସୁଦୃଢ଼ କରେ । ବିଶ୍ୱର ଅନେକ ଧାର୍ମିକ ତଥା ସାଂସ୍କୃତିକ ଉତ୍ସବ ତଥା ପ୍ରଥାଗୁଡ଼ିକ ବିଭିନ୍ନ ସମସ୍ୟାବଳୀକୁ ହାଲୁକା କରେ । ରକ୍ଷାବନ୍ଧନ ସମସ୍ତ ପର୍ବ ଠାରୁ ଭିନ୍ନ । କାରଣ ଏହାର ସାମାଜିକ, ରାଜନୈତିକ, ଐତିହାସିକ ଓ ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ଅନୁଶୀଳନ କଲେ ଜଣାଯାଏ ଯେ ଏହା ମାନବୀୟ ମୂଲ୍ୟବୋଧର ସୁରକ୍ଷା ପୂର୍ବକ ପରସ୍ପର ମଧ୍ୟରେ ସ୍ନେହ, ସହଯୋଗ ଓ ସଦ୍ଭାବନା ରକ୍ଷା କରିବାରେ ବିଶିଷ୍ଟ ଭୂମିକା ଗ୍ରହଣ କରିଛି । ଏହି ପର୍ବ ଶ୍ରାବଣ ପୂର୍ଣ୍ଣମୀରେ ପାଳନ କରାଯାଏ । ସମୟ ପ୍ରବାହରେ ଅନେକ ପରମ୍ପରା ଓ ଚଳଣି ମଧ୍ୟ ଏଥିରେ ସମ୍ମିଳିତ ହୋଇ ଆସିଛି; ଯଥା- ଶ୍ରାବଣୀ କର୍ମ, ହୟଗ୍ରୀବ ଜୟନ୍ତୀ, ସଂସ୍କୃତ ଦିବସ, ବୈଷ୍ଣବ ମନ୍ଦିରରେ ଝୁଲଣତ୍ସୋବ, ଅମରନାଥ ଦର୍ଶନ ଇଦ୍ୟାଦି ।
*ଶ୍ରାବଣୀ ଉପାକର୍ମା :-*
ରକ୍ଷା ବନ୍ଧନ ଦିନ ଶ୍ରାବଣୀ ଉପାକର୍ମ ଅବସରରେ ନିମ୍ନମତେ ପାଞ୍ଚଟି ବିଷୟ ପାଳନ କରାଯାଏ । *(୧) ପାପର ସୂଚୀ* -ଏହି ଦିନ ପାପର ସୂଚୀ ତିଆରି କରି ସେ ଗୁଡ଼ିକୁ ନ କରିବାକୁ ପ୍ରତିଜ୍ଞା କରାଯାଏ । ତେଣୁ ଏହାକୁ ପୁଣ୍ୟ ପ୍ରଦାୟକ ବ୍ରତ ବା "ବିଷ ତୋଡ଼କ' ବୋଲି କୁହାଯାଏ । *(୨) ପୂର୍ବ ପୁରୁଷ ମାନଙ୍କର ବର୍ଣ୍ଣନା* - ସମାଜ ପାଇଁ ବିଶେଷ ଆଦର୍ଶ ପ୍ରତିଷ୍ଠା କରିଯାଇଥିବା ମହାପୁରୁଷ ମାନଙ୍କର ଗୁଣଗାନ କରାଯାଏ ଓ ସେମାନଙ୍କ ପରି ଆଦର୍ଶବାନ୍ ଚରିତ୍ରବାନ ତଥା ଦିବ୍ୟ ଗୁଣଯୁକ୍ତ ହେବାପାଇଁ ପ୍ରତିଜ୍ଞା କରାଯାଏ । *(୩) ଶିବ ସଂକଳ୍ପ -* ଏହି ଦିନ ପରମାତ୍ମାଙ୍କ ସ୍ମୃତି ସହ ମନରେ ବିଶ୍ୱ କଲ୍ୟାଣ ପାଇଁ ସ୍ୱୀୟ ତନ, ମନ ଓ ଧନ ସମର୍ପିତ କରିବାର ଦୃଢ଼ ସଂକଳ୍ପ କରାଯାଏ । *(୪) ଯଜ୍ଞ ଉପବୀତ ପ୍ରଦାନ* - ଏହି ଦିନ ଦ୍ୱିଜ ମାନଙ୍କୁ ଯଜ୍ଞ ଉପବୀତ ପ୍ରଦାନ କରାଯାଏ । ଦ୍ୱିଜ କିଏ? ସଂସ୍କାରାତ ଦ୍ୱିଜ ଉଚ୍ୟତେ । ଯା'ର କୁସଂସ୍କାର ଦୂରୀଭୂତ ହୋଇପାରିଛି ସିଏ ଦ୍ୱିଜ । ଯଜ୍ଞଉପବୀତ ଦୃଢ଼ ସଂକଳ୍ପର ପ୍ରତୀକ । ଯଜ୍ଞଉପବୀତ ଧାରଣ କରିବା ଅର୍ଥ ନିଜ ସଂସ୍କାରକୁ ଦିବ୍ୟକରି ଗଢ଼ି ତୋଳିବାର ଭୀଷ୍ମ ପ୍ରତିଜ୍ଞା । ଏହା ବ୍ୟତୀତ ଦ୍ୱିଜର ପରବର୍ତ୍ତୀ ସ୍ତର ବ୍ରାହ୍ମଣ ପଦ ପ୍ରାପ୍ତି ସମ୍ଭବ ନୁହେଁ । କଥିତ ଅଛି, "" *ଜନ୍ମନି ଜାୟତେ ଶୁଦ୍ରଃ, ବେଦ୍ୟାଭ୍ୟାସେ ଭବେତ୍ ବିପ୍ର, ସଂସ୍କାରାତ୍ ଦ୍ୱିଜ ଉଚ୍ୟତେ, ବ୍ରହ୍ମ ଜାନାତି ଇତି ବ୍ରାହ୍ମଣଃ ।* *(୫) ଶିଶୁ ମାନଙ୍କ ବିଦ୍ୟା ଅଧ୍ୟୟନ ଆରମ୍ଭ* - ବୈଦିକ ମତରେ ଏହି ଦିନ ଛୋଟ ପିଲାଙ୍କ ବିଦ୍ୟା ଅଧ୍ୟୟନର ଶ୍ରୀଗଣେଷ କରାଯାଏ । ଏଥିପାଇଁ ବ୍ରାହ୍ମଣ ଶିଶୁର ହାତ ଧରି ଖଡ଼ି ସାହାଯ୍ୟରେ ସିଲଟରେ "ଓମ୍' ଶବ୍ଦ ଲେଖାନ୍ତି । *ରକ୍ଷା ବନ୍ଧନର ପୌରାଣିକ ମହତ୍ତ୍ବ -* ପୌରାଣିକ ଗ୍ରନ୍ଥରେ ରକ୍ଷା ବନ୍ଧନ ଉତ୍ସବର ଅନେକ ମହିମା ଗାନ କରାଯାଇଛି । ଯଥା - *ସର୍ବ ରୋଗ ଉପଶମନଂ ସର୍ବ ଅଶୁଭ ବିନାଶନମ୍ ।* *ସୁକୃତ - କୃତେନାବ୍ଦମେକମ୍ ଯେନ ରକ୍ଷା କୃତା ଭବେତ୍ ।।* ଅର୍ଥ: ରକ୍ଷା ସୂତ୍ର ବାନ୍ଧିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଯାଏ ; ସମସ୍ତ ଅଶୁଭ କର୍ମ ବିଲୁପ୍ତ ହୋଇଯାଏ । ବର୍ଷକ ଥରେ ଏହି ପର୍ବ ପାଳନ ଦ୍ୱାରା ମନୁଷ୍ୟର ରକ୍ଷା ହୁଏ । ରକ୍ଷା ସୂତ୍ର ବାନ୍ଧିବା ବେଳେ ବ୍ରାହ୍ମଣ ନିମ୍ନ ଶ୍ଲୋକ ପଢ଼େ - *ଯେନ ବଦ୍ଧୋବଳୀ ରାଜା ଦାନବେନ୍ଦ୍ର ମହାବଳଃ ।* *ତେନ ତ୍ୱା ପ୍ରତି ବଦ୍ଧାମି ରକ୍ଷେ ମା ଚଳ ମା ଚଳ ।।*
ଏଥିରେ ସ୍ପଷ୍ଟ କୁହାଯାଇଛି ଯେ ତୁମକୁ ମଧ୍ୟ ମୁଁ ସେହି ରାକ୍ଷୀ ବାନ୍ଧୁଅଛି; ତୁମେ ଚଳାୟମାନ ହୁଅ ନାହିଁ, ଅଚଳ ରହ । ତାତ୍ପର୍ଯ୍ୟ ତୁମେ ପବିତ୍ରତା ମାର୍ଗରୁ ବିଚଳିତ ହୁଅ ନାହିଁ; ବ୍ରହ୍ମଚର୍ଯ୍ୟ ପଥରୁ ଭ୍ରଷ୍ଟ ହୁଅ ନାହିଁ ।
*ସ୍ୱ ଏବଂ ଦେଶର ରକ୍ଷା ପର୍ବ ରକ୍ଷାବନ୍ଧନ :-*
ରକ୍ଷା ବନ୍ଧନ ଶବ୍ଦ ସୂଚିତ କରୁଛିଯେ ଏହା ରକ୍ଷା ପାଇଁହିଁ ବନ୍ଧନ ଅଟେ । ପ୍ରତ୍ୟେକଙ୍କ ଜୀବନରେ ଲଗାମ ରହିବା ଉଚିତ୍ । ଲଗାମହୀନ ଜୀବନର ଅନ୍ତିମ ପରିଣତି ଅତ୍ୟନ୍ତ ଦୁଃଖଦ ଓ ଭୟାବହ । "ବନ୍ଧନ' ଶବ୍ଦ ସାଧାରଣତଃ ଦୁଃଖକାରକ ଅର୍ଥରେ ବ୍ୟବହୃତ ହୁଏ । ବନ୍ଧନ ଦୁଇ ପ୍ରକାର । ଗୋଟିଏ ଈଶ୍ୱରୀୟ ମର୍ଯ୍ୟାଦା ରୂପୀ ବନ୍ଧନ; ଅନ୍ୟନଟି ଆସୁରିକ ଉଶୃଙ୍ଖଳତା ରୂପକ ବନ୍ଧନ । ବ୍ୟକ୍ତି, ବସ୍ତୁ ଓ ବୈଭବ ପ୍ରତି ଆସକ୍ତିହିଁ ଏହାର କାରଣ । ଆସୁରିକ ଉଶୃଙ୍ଖଳତାକୁ ଈଶ୍ୱରୀୟ ମର୍ଯ୍ୟାଦା ଶୃଙ୍ଖଳାରେ ଶୃଙ୍ଖଳିତ କରିବାହିଁ ରକ୍ଷା ବନ୍ଧନ । ଏହା ସ୍ୱ ତଥା ଦେଶ ଦଶ ପାଇଁ କଲ୍ୟାଣକାରୀ ଓ ସୁଖ ପ୍ରଦ । ଅନ୍ୟ ଅର୍ଥରେ ଈଶ୍ୱରଙ୍କ ପ୍ରତି ଥିବା ଅନନ୍ୟ ସ୍ନେହର ଏହା ଏକ ସୁଖଦ ବନ୍ଧନ । ଯେପରି ଅଙ୍କୁଶ ଦ୍ୱାରା ହାତୀ, ଲଗାମ ଦ୍ୱାରା ଘୋଡ଼ା, ନଥ ଦ୍ୱାରା ବଳଦକୁ ନିୟନ୍ତ୍ରଣ କରାଯାଇଥାଏ, ସେହିପରି ଜୀବନ ଈଶ୍ୱରୀୟ ମର୍ଯ୍ୟଦାରୂପୀ ବନ୍ଧନରେ ବାନ୍ଧି ହେଲେ ଦୁଃଖଦାୟୀ ଆସୁରିକ ତତ୍ତ୍ବ କବଳରୁ ରକ୍ଷା ପାଏ । ରକ୍ଷାସୂତ୍ର ନାରୀ ସଂରକ୍ଷଣର ପ୍ରତୀକ :ଐତିହାସିକ ଦୃଷ୍ଟିକୋଣରୁ ବିଚାରକଲେ ରକ୍ଷାବନ୍ଧନର ତତ୍ପର୍ଯ୍ୟ ମହତ୍ତ୍ବପୂର୍ଣ୍ଣ । ମୋଗଲ ଶାସନ କାଳରେ ଅତ୍ୟାଚାରୀ ମୁସଲମାନ ଶାସନତନ୍ତ୍ର ଦ୍ୱାରା ହିନ୍ଦୁ ନାରୀମାନଙ୍କ ଅମୂଲ୍ୟ ସମ୍ପଦ ପବିତ୍ରତା ଭଙ୍ଗ ହେଉଥିଲା । ଏହିପରି ଏକ କାଳିମା ସମୟରେ ରକ୍ଷାସୂତ୍ର ନାରୀ ସଂରକ୍ଷଣର ଏକ ଅମୋଘ ଅସ୍ତ୍ର ରୂପେ କାର୍ଯ୍ୟ କରିଥିଲା । ଗୁଜରାତର ପୂର୍ବତନ ସୁଲତାନ ଫିରୋଜଶାହ ଯେତେବେଳେ ରାଜା ମାନସିଂହଙ୍କ ଦ୍ୱାରା ଶାସିତ ନାଗୌର କିଲ୍ଲା ଉପରେ ଆକ୍ରମଣ କରି ଘେରାଉ କଲେ ସେତେବେଳେ ମାନସିଂହଙ୍କ ଝିଅ ଅରିକେନର ରାଜା ଉମ୍ମେଦ ସିଂହଙ୍କୁ ରାକ୍ଷୀ ପ୍ରେରଣ କରିଥିଲେ । ମହାରାଣୀ ପଦ୍ମିନୀ ହୁମାୟୁନଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହାଦ୍ୱାରା ଉଭୟଙ୍କ ସତୀତ୍ୱ ରକ୍ଷାହୋଇ ପାରିଥିଲା । ସେହି ସମୟରୁ ହୁଏତ ଭଉଣୀମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବାର ପ୍ରଥା ପ୍ରଚଳିତ ହୋଇଆସୁଛି ।
*ସତଧର୍ମର ସୂଚକ ରାକ୍ଷୀ :*
ଯାହା ମଣିଷକୁ ଧାରଣ କରେ ତାହା ଧର୍ମ । ଧାରୟତି ଇତି ଧର୍ମଃ । ସତ୍ୟ, ଶାନ୍ତି,ଦୟା, କ୍ଷମା ଆଦି ସତ୍ ଗୁଣ ଦ୍ୱାରା ବ୍ୟକ୍ତିର ଆତ୍ମିକ କଲ୍ୟାଣ ହୁଏ । ଏହାହିଁ ଆତ୍ମାର ସ୍ୱଧର୍ମ । ଧର୍ମ ରକ୍ଷତି ଧାର୍ମିକଂ । ଧର୍ମହିଁ ବ୍ୟକ୍ତିକୁ ରକ୍ଷାକରେ । ଦେହ ଅଭିମାନ ଦ୍ୱାରା କବଳିତ ହୋଇ ମଣିଷ ସ୍ୱଧର୍ମ ବିସ୍ମୃତ ହୋଇଗଲା । ଆଜି ମଣିଷ କାମନାର ବଶବର୍ତ୍ତୀ ହୋଇ ଈଶ୍ୱରଙ୍କ ନାମରେ ଉପାସନାର ଯେଉଁ ବିଭିନ୍ନ ବିଧି ଅନୁସରଣ କରୁଛି ତାକୁ ସେ ଧର୍ମର ନାମ ଦେଉଛି । କିନ୍ତୁ ଏହା କାମନା ଦୋଷରେ ଦୂଷିତ ହୋଇଥିବାରୁ ଆତ୍ମ କଲ୍ୟାଣର ପରିପନ୍ଥୀ । ରାକ୍ଷୀ ବ୍ୟକ୍ତିକୁ ସତଧର୍ମ ପ୍ରତି ସଚେତନ କରାଏ । ଏହି ମହାନ୍ ପର୍ବ ମନୁଷ୍ୟ ସମାଜ ପାଇଁ ଏକ ଶ୍ରେଷ୍ଠ ସନ୍ଦେଶ ଦିଏ କି ଜଣେ ବ୍ୟକ୍ତି ଜୀବନରେ ଶ୍ରେଷ୍ଠ, ଶକ୍ତିଶାଳୀ, ଶାନ୍ତି, ସୁଖମୟ ଏବଂ ସର୍ବଦା ସୁରକ୍ଷିତ ରହିବା ପାଇଁ ମନ, ବଚନ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଉଚିତ୍ । ମନୋବିକାର ତ୍ୟାଗ ବିନା ଧର୍ମ ମାର୍ଗରେ ପରିଚାଳିତ ହେବା ସମ୍ଭବ ନୁହେଁ । ହତ୍ୟା, ଲୁଣ୍ଠନ, ବଳତ୍କାର, ଧର୍ଷଣ ଇତ୍ୟାଦିର ମୂଳୋତ୍ପାଟନ ନ ହେବା ପର୍ଯ୍ୟନ୍ତ ସୁରକ୍ଷିତ ସମାଜର ପରିକଳ୍ପନା କରାଯାଇ ନପାରେ । ଆତ୍ମା ତା'ର ସ୍ୱରାଜ୍ୟ ଓ ସ୍ୱତନ୍ତ୍ରତା ହରାଇଛି । ତେଣୁ ତାକୁ ପରମାତ୍ମାଙ୍କ ଠାରୁ "ସୁରକ୍ଷା' ଆବଶ୍ୟକ । ଏଥିପାଇଁ ପରମାତ୍ମା ପବିତ୍ରତାର ବନ୍ଧନରେ ବାନ୍ଧନ୍ତି । *ରକ୍ଷା ବନ୍ଧନ ପବିତ୍ରତାର ପ୍ରତୀକ :*
ପଦ୍ମଫୁଲକୁ ପବିତ୍ରତାର ପ୍ରତୀକ ବୋଲି ସ୍ୱୀକାର କରାଯାଇଛି । ତା'ର ନିର୍ଳିପ୍ତତାହିଁ ତାକୁ ପବିତ୍ରତା ପ୍ରଦାନ କରେ ଓ ଦେବ ପୂଜନ ପାଇଁ ଉପଯୋଗୀ କରାଏ । ମଣିଷ ମଧ୍ୟ ବିଷୟ ବିକାର ରୂପୀ କାଦୁଅରେ ଘାଣ୍ଟି ନ ହୋଇ ନିର୍ଲିପ୍ତ ରହିଲେ ଦେବ ପଦ ପାଇଁ ଯୋଗ୍ୟ ହୋଇ ପାରିବ । ଏହି ପରିପ୍ରେକ୍ଷୀରେ ରାକ୍ଷୀର ମହତ୍ତ୍ବ ଅତି ଗୁରୁତ୍ୱପୂର୍ଣ୍ଣ । ବିଦ୍ୟୁତ ସ୍ରୋତ ସହିତ ତାରର ସଂଯୋଗ ନ ହେବା ପର୍ଯ୍ୟନ୍ତ ସେଥିରେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହୁଏ ନାହିଁ । ରାକ୍ଷୀକୁ କେବଳ ସୂତା ମନେକଲେ ସେଥିରୁ କିଛି ସୁଫଳ ମିଳିବ ନାହିଁ । ରାକ୍ଷୀ ପ୍ରଦାନ କରି ଭଉଣୀ ତା' ନିଜର ପବିତ୍ରତା ରକ୍ଷା ପାଇଁ ଭାଇକୁ ପ୍ରତିଜ୍ଞାବଦ୍ଧ କରାଏ । ଏହା ପରୋକ୍ଷରେ ସୂଚିତ କରାଏ ଯେ ତା' ଭାଇ ଅନ୍ୟ କୌଣସି ଭଉଣୀର ପବିତ୍ରତା ଭଙ୍ଗର କାରଣ ନ ହେଉ । ଭଉଣୀ ବାପଘରୁ ଶାଶୁ ଘରକୁ ଚାଲିଗଲେ ତା'ର ରକ୍ଷାର ଭାର ସ୍ୱାମୀ ଉପରେ ନ୍ୟସ୍ତ ହୁଏ । ଭାଇ ଚାହିଁଲେ ବି ଭଉଣୀକୁ ସବୁଦିନ ପାଇଁ ସୁରକ୍ଷା ପ୍ରଦାନ କରିପାରିବ ନାହିଁ । ତେଣୁ ପ୍ରତ୍ୟେକ ଭାଇ ନିଜ ପଡ଼ୋଶୀ, ଗ୍ରାମ ବା ଜନପଦର ପ୍ରତ୍ୟେକ ଭଉଣୀଙ୍କୁ ନିଜର ମନେକରି ସେମାନଙ୍କ ପବିତ୍ରତାର ରକ୍ଷା ଦାୟିତ୍ୱ ନେବାପାଇଁ ପ୍ରତିଜ୍ଞାବଦ୍ଧ ହେଲେ ତେବେ ଏହି ପବିତ୍ର ପର୍ବର ଯଥାର୍ଥ ଉଦ୍ଧେଶ୍ୟ ସାଧିତ ହୋଇପାରିବ । ରାକ୍ଷୀ ଭାବନାର ପ୍ରତୀକ । ବିଚାରରର ପରିବର୍ତ୍ତନ ଦ୍ୱାରାହିଁ ବିଶ୍ୱ ପରିବର୍ତ୍ତନ ସମ୍ଭବ ।
*ରାକ୍ଷୀ, ପରମାତ୍ମା ସ୍ନେହର ସୂତ୍ର :*
ବର୍ତ୍ତମାନ କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମଧ୍ୟରେ ଅବତରଣ କରି ଆଗାମୀ ସତ୍ୟଯୁଗର ଭିତ୍ତି ସ୍ଥାପନ କରୁଛନ୍ତି । ଆଜି ମଣିଷ ବିଷୟ ବିକାର ସାଗରରେ ଅବଗାହନ କରୁଁ କରୁଁ ବୁଡ଼ି ମରିବା ଉପରେ । ଏହାହିଁ ରୈାରବ ନର୍କ । ନିଜ ପ୍ରିୟ ସନ୍ତାନ ମାନଙ୍କ ଦୁଃଖ ସହି ନପାରି କରୁଣାନିଧାନ ପରମାତ୍ମା ପରମଧାମରୁ ଭୂପୃଷ୍ଠରେ ଅବତରଣ କରିଛନ୍ତି । ସେ ମାତା ଓ କନ୍ୟମାନଙ୍କୁ ଜ୍ଞାନ କଳସ ପ୍ରଦାନ କରି ସେମାନଙ୍କ ମାଧ୍ୟମରେ ସ୍ନେହର ନିଦର୍ଶନ ସ୍ୱରୂପ ରକ୍ଷା ସୂତ୍ର ପ୍ରଦାନ କରୁଛନ୍ତି ଓ ସମସ୍ତ ମାନବ ସମାଜକୁ ଆହ୍ୱାନ କରୁଛନ୍ତି, ""ନର୍କକୁ ସ୍ୱର୍ଗ ବନାଅ । ପବିତ୍ର ହୁଅ ଯୋଗୀ ହୁଅ ।'' । ନିଜକୁ ତଥା ଅନ୍ୟକୁ ଦେହ ଦୃଷ୍ଟିରେ ନ ଦେଖି ଆତ୍ମିକ ଦୃଷ୍ଟିରେ ଦେଖ, ତୁମେ ସମସ୍ତେ ମୋର ସନ୍ତାନ ହେତୁ ପରସ୍ପର ଭାଇ ଅଟ ।
*ଆଜିର ପରିସ୍ଥିତିରେ ରକ୍ଷା ବନ୍ଧନ :*
ଆଜିର ବିଶ୍ୱ ପରିଦୃଶ୍ୟରେ ବିଚାର କଲେ ମନେ ହୁଏ ଯେ ରକ୍ଷା ବନ୍ଧନ ପର୍ବଟି ତା'ର ଉଦ୍ଦେଶ୍ୟ ସାଧନାରେ ସଫଳ ଭୂମିକା ଗ୍ରହଣ କରିପାରୁନାହିଁ । ଆଜି ନାରୀ ଅସୁରକ୍ଷିତ । ଭାରତୀୟ ସଂସ୍କୃତିରେ ନାରୀ ଦେବୀର ମର୍ଯ୍ୟାଦା ପାଉଥିଲେ । କୁହାଯାଏ, "" *ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମ୍ୟତେ ତତ୍ର ଦେବତା ।''* ବର୍ତ୍ତମାନ ଏକଥା ସମସ୍ତେ ଭୁଲିଗଲେଣି । ଏକଦା ଜଣେ ସୀତାଙ୍କ ହରଣରେ ରାବଣର ସାମ୍ରାଜ୍ୟକୁ ଧ୍ୱଂସ କରି ଦିଆଯାଇଥିଲା; ଦ୍ରୌପଦୀଙ୍କ ଚିରହରଣର ଦଣ୍ଡ ସ୍ୱରୂପ କୌରବ ବଂଶର ନିପାତ ହୋଇଥିଲା । । ଆଜି ସେହି ଭାରତରେ ପ୍ରତିଦିନ ସହସ୍ର ସହସ୍ର ସୀତାଙ୍କ ହରଣ ହେଉଛି, ଦ୍ରୌପଦୀମାନେ ଲାଞ୍ଛିତା ଓ ଅପମାନିତା ହେଉଛନ୍ତି; ତଥାପି ସମସ୍ତେ ମୂକ ଦର୍ଶକ ସାଜି ନୀରବ । ତା'ର କାରଣ କେବଳ ନାରୀ ନୁହେଁ, ଆଜି ପୁରୁଷ ମଧ୍ୟ ନିଜକୁ ଅସହାୟ ଓ ଅସୁରକ୍ଷିତ ମନେକରୁଛି । ସେ ସ୍ୱଂୟ ମନୋବିକାର ଦ୍ୱାରା ପୀଡିତ । ତା'ର ଶୌର୍ଯ୍ୟ, ବୀର୍ଯ୍ୟ, ଓଜ, ତେଜ, ପରାକ୍ରମ, ବଳ, ବପୁ କ୍ଷୀଣ ହୋଇଯାଇଛି । ଆଜିର ପରିସ୍ଥିତିରେ ମଣିଷ ଅନ୍ୟକୁ ତ ଦୂରରକଥା;ନିଜକୁ ନିଜେ ରକ୍ଷା କରିବାର ସାମର୍ଥ୍ୟ ହରାଇଛି । ସେ ନିଜେ ହିଁ ନିଜର ଶତ୍ରୁ ପାଲଟି ଯାଇଛି । ଗୀତା କହେ - ""ମଣିଷ ନିଜେହିଁ ନିଜର ଶତ୍ରୁ ବା ମିତ୍ର । ସେ ନିଜେ ନ ଚାହିଁଲେ ତାକୁ କେହି ରକ୍ଷା କରିପାରିବେ ନାହିଁ । ଅନାସକ୍ତ ମନ ହିଁ ଆତ୍ମାର ବନ୍ଧୁ ଓ ବିଷୟାସକ୍ତ ମନ ତା'ର ଶତ୍ରୁ । ଯିଏ ନିଜ ମନକୁ ବଶୀଭୂତ କରିପାରିଛି ସେ ନିଜର ମିତ୍ର; ଅପର ପକ୍ଷେ ନିଜର ଶତ୍ରୁ । "" *ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନବସାଦୟେତ୍, ଆତ୍ମୈବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ । ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ସୈବାତ୍ମନା ଜିତଃ । ଅନାତ୍ମସ୍ତୁ ଶତ୍ରୁତ୍ୱେ ବର୍ତ୍ତେତାତ୍ମୈବ ଶତ୍ରୁବତ୍,'' ।ା ଗୀ-୬/୫-୬ ।ା* ମାନବ ପକ୍ଷରେ ମନ, ବନ୍ଧନ ତଥା ମୁକ୍ତିର କାରଣ ଅଟେ । ମନ ଇନ୍ଦ୍ରିୟ ଭୋଗ୍ୟ ବିଷୟ ବସ୍ତୁରେ ନିମଜ୍ଜିତ ହେଲେ ତାହା ବନ୍ଧନର କାରଣ ହୁଏ ଏବଂ ସେ ଗୁଡ଼ିକରୁ ଦୂରେଇ ଗଲେ ତାହା ମୁକ୍ତିର କାରଣ ହୁଏ । *ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟୋଃ, ବନ୍ଧାୟ ବିଷୟାସେଙ୍ଗ ମୁକ୍ତୈ୍ୟନିର୍ବିକ୍ଷୟଂ ମନଃ ||*
ଯଥାର୍ଥ ଜ୍ଞାନ ଅଭାବରୁ ରକ୍ଷା ବନ୍ଧନ କେବଳ ଏକ ପାରମ୍ପରିକ ଉତ୍ସବ ହୋଇ ରହିଯାଉଛି । ମଣିଷ ଅଜ୍ଞାନତା ବଶତଃ କ୍ରମଶଃ ସ୍ୱାର୍ଥକୈନ୍ଦ୍ରିକ ହୋଇ ପଡ଼ୁଛି । ସେଥିପାଇଁ ପରମାତ୍ମା ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରନ୍ତି । ମନୋବିକାରରରୁ ମୁକ୍ତ ହେବାପାଇଁ ମାନବ ସମାଜକୁ ରାଜଯୋଗର ଶିକ୍ଷା ଦିଅନ୍ତି । ଜ୍ଞାନ ଦ୍ୱାରା ମଣିଷର ବିଚାର ବଦଳେ । କାରଣ ବିଚାର ଅନୁରୂପହିଁ ବିଶ୍ୱର ପରିସ୍ଥିତି ସୁଖଦ ବା ଦୁଃଖଦ ହୁଏ । ଏହି ପରିପ୍ରେକ୍ଷୀରେ ମନରେ ଏହି ବିଚାରକୁ ସଦୃଢ଼ କରିବା ଉଚିତ୍ ଯେ, ଜାତି, ବର୍ଣ୍ଣ, ଧର୍ମ, ବୟସ, ଲିଙ୍ଗ ନିର୍ବିଶେଷରେ ଆମେ ପ୍ରାତ୍ୟେକ ଏକ ପିତା ପରମାତ୍ମାଙ୍କ ସନ୍ତାନ, ଆତ୍ମା ଭାଇ ଭାଇ ଅଟୁ ।'' ଏହି ଦିବ୍ୟ ଭାବ ମନରେ ଉତ୍ପନ୍ନ କରାଇବା ପାଇଁ ଭଉଣୀମାନେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧନ୍ତି ।
ାା ଓମ ଶାନ୍ତି ।ା❤️❤️❤️❤️❤️❤️❤️❤️❤️ଯୋଗାଯୋଗ :ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796🌷🌷🌷🌷🌷🌷🌷🌷🌷
🌹🌹🌹🌹🌹🌹🌹🌹🌹
*ଭାରତର ପର୍ବପର୍ବାଣୀ-(୧)*
🌸🌸🌸🌸🌸🌸🌸🌸🌸
*ରକ୍ଷା ବନ୍ଧନ - ଏକ ଅଧ୍ୟୟନ*
🌺🌺🌺🌺🌺🌺🌺🌺🌺
ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
🌹🌹🌹🌹🌹🌹🌹🌹🌹
ପ୍ରାଚୀନ ସଂସ୍କୃତିର ସ୍ମୃତି ସ୍ୱରୂପ ଆଜି ଅନେକ ପର୍ବ ଓ ଉତ୍ସବ ଆମ ଦେଶରେ ପାଳିତ ହେଉଛି । ପ୍ରତିବର୍ଷ ବିଭିନ୍ନ ଉତ୍ସବ ପାଳନର ପୁନରାବୃତ୍ତି ଉଜ୍ୱଳ ଭବିଷ୍ୟତର ବିଶ୍ୱାସକୁ ସୁଦୃଢ଼ କରେ । ବିଶ୍ୱର ଅନେକ ଧାର୍ମିକ ତଥା ସାଂସ୍କୃତିକ ଉତ୍ସବ ତଥା ପ୍ରଥାଗୁଡ଼ିକ ବିଭିନ୍ନ ସମସ୍ୟାବଳୀକୁ ହାଲୁକା କରେ । ରକ୍ଷାବନ୍ଧନ ସମସ୍ତ ପର୍ବ ଠାରୁ ଭିନ୍ନ । କାରଣ ଏହାର ସାମାଜିକ, ରାଜନୈତିକ, ଐତିହାସିକ ଓ ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ଅନୁଶୀଳନ କଲେ ଜଣାଯାଏ ଯେ ଏହା ମାନବୀୟ ମୂଲ୍ୟବୋଧର ସୁରକ୍ଷା ପୂର୍ବକ ପରସ୍ପର ମଧ୍ୟରେ ସ୍ନେହ, ସହଯୋଗ ଓ ସଦ୍ଭାବନା ରକ୍ଷା କରିବାରେ ବିଶିଷ୍ଟ ଭୂମିକା ଗ୍ରହଣ କରିଛି । ଏହି ପର୍ବ ଶ୍ରାବଣ ପୂର୍ଣ୍ଣମୀରେ ପାଳନ କରାଯାଏ । ସମୟ ପ୍ରବାହରେ ଅନେକ ପରମ୍ପରା ଓ ଚଳଣି ମଧ୍ୟ ଏଥିରେ ସମ୍ମିଳିତ ହୋଇ ଆସିଛି; ଯଥା- ଶ୍ରାବଣୀ କର୍ମ, ହୟଗ୍ରୀବ ଜୟନ୍ତୀ, ସଂସ୍କୃତ ଦିବସ, ବୈଷ୍ଣବ ମନ୍ଦିରରେ ଝୁଲଣତ୍ସୋବ, ଅମରନାଥ ଦର୍ଶନ ଇଦ୍ୟାଦି ।
*ଶ୍ରାବଣୀ ଉପାକର୍ମା :-*
ରକ୍ଷା ବନ୍ଧନ ଦିନ ଶ୍ରାବଣୀ ଉପାକର୍ମ ଅବସରରେ ନିମ୍ନମତେ ପାଞ୍ଚଟି ବିଷୟ ପାଳନ କରାଯାଏ ।
*(୧) ପାପର ସୂଚୀ* -ଏହି ଦିନ ପାପର ସୂଚୀ ତିଆରି କରି ସେ ଗୁଡ଼ିକୁ ନ କରିବାକୁ ପ୍ରତିଜ୍ଞା କରାଯାଏ । ତେଣୁ ଏହାକୁ ପୁଣ୍ୟ ପ୍ରଦାୟକ ବ୍ରତ ବା "ବିଷ ତୋଡ଼କ' ବୋଲି କୁହାଯାଏ ।
*(୨) ପୂର୍ବ ପୁରୁଷ ମାନଙ୍କର ବର୍ଣ୍ଣନା* - ସମାଜ ପାଇଁ ବିଶେଷ ଆଦର୍ଶ ପ୍ରତିଷ୍ଠା କରିଯାଇଥିବା ମହାପୁରୁଷ ମାନଙ୍କର ଗୁଣଗାନ କରାଯାଏ ଓ ସେମାନଙ୍କ ପରି ଆଦର୍ଶବାନ୍ ଚରିତ୍ରବାନ ତଥା ଦିବ୍ୟ ଗୁଣଯୁକ୍ତ ହେବାପାଇଁ ପ୍ରତିଜ୍ଞା କରାଯାଏ ।
*(୩) ଶିବ ସଂକଳ୍ପ -* ଏହି ଦିନ ପରମାତ୍ମାଙ୍କ ସ୍ମୃତି ସହ ମନରେ ବିଶ୍ୱ କଲ୍ୟାଣ ପାଇଁ ସ୍ୱୀୟ ତନ, ମନ ଓ ଧନ ସମର୍ପିତ କରିବାର ଦୃଢ଼ ସଂକଳ୍ପ କରାଯାଏ ।
*(୪) ଯଜ୍ଞ ଉପବୀତ ପ୍ରଦାନ* - ଏହି ଦିନ ଦ୍ୱିଜ ମାନଙ୍କୁ ଯଜ୍ଞ ଉପବୀତ ପ୍ରଦାନ କରାଯାଏ । ଦ୍ୱିଜ କିଏ? ସଂସ୍କାରାତ ଦ୍ୱିଜ ଉଚ୍ୟତେ । ଯା'ର କୁସଂସ୍କାର ଦୂରୀଭୂତ ହୋଇପାରିଛି ସିଏ ଦ୍ୱିଜ । ଯଜ୍ଞଉପବୀତ ଦୃଢ଼ ସଂକଳ୍ପର ପ୍ରତୀକ । ଯଜ୍ଞଉପବୀତ ଧାରଣ କରିବା ଅର୍ଥ ନିଜ ସଂସ୍କାରକୁ ଦିବ୍ୟକରି ଗଢ଼ି ତୋଳିବାର ଭୀଷ୍ମ ପ୍ରତିଜ୍ଞା । ଏହା ବ୍ୟତୀତ ଦ୍ୱିଜର ପରବର୍ତ୍ତୀ ସ୍ତର ବ୍ରାହ୍ମଣ ପଦ ପ୍ରାପ୍ତି ସମ୍ଭବ ନୁହେଁ । କଥିତ ଅଛି, "" *ଜନ୍ମନି ଜାୟତେ ଶୁଦ୍ରଃ, ବେଦ୍ୟାଭ୍ୟାସେ ଭବେତ୍ ବିପ୍ର, ସଂସ୍କାରାତ୍ ଦ୍ୱିଜ ଉଚ୍ୟତେ, ବ୍ରହ୍ମ ଜାନାତି ଇତି ବ୍ରାହ୍ମଣଃ ।*
*(୫) ଶିଶୁ ମାନଙ୍କ ବିଦ୍ୟା ଅଧ୍ୟୟନ ଆରମ୍ଭ* - ବୈଦିକ ମତରେ ଏହି ଦିନ ଛୋଟ ପିଲାଙ୍କ ବିଦ୍ୟା ଅଧ୍ୟୟନର ଶ୍ରୀଗଣେଷ କରାଯାଏ । ଏଥିପାଇଁ ବ୍ରାହ୍ମଣ ଶିଶୁର ହାତ ଧରି ଖଡ଼ି ସାହାଯ୍ୟରେ ସିଲଟରେ "ଓମ୍' ଶବ୍ଦ ଲେଖାନ୍ତି ।
*ରକ୍ଷା ବନ୍ଧନର ପୌରାଣିକ ମହତ୍ତ୍ବ -*
ପୌରାଣିକ ଗ୍ରନ୍ଥରେ ରକ୍ଷା ବନ୍ଧନ ଉତ୍ସବର ଅନେକ ମହିମା ଗାନ କରାଯାଇଛି । ଯଥା -
*ସର୍ବ ରୋଗ ଉପଶମନଂ ସର୍ବ ଅଶୁଭ ବିନାଶନମ୍ ।*
*ସୁକୃତ - କୃତେନାବ୍ଦମେକମ୍ ଯେନ ରକ୍ଷା କୃତା ଭବେତ୍ ।।*
ଅର୍ଥ: ରକ୍ଷା ସୂତ୍ର ବାନ୍ଧିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଯାଏ ; ସମସ୍ତ ଅଶୁଭ କର୍ମ ବିଲୁପ୍ତ ହୋଇଯାଏ । ବର୍ଷକ ଥରେ ଏହି ପର୍ବ ପାଳନ ଦ୍ୱାରା ମନୁଷ୍ୟର ରକ୍ଷା ହୁଏ । ରକ୍ଷା ସୂତ୍ର ବାନ୍ଧିବା ବେଳେ ବ୍ରାହ୍ମଣ ନିମ୍ନ ଶ୍ଲୋକ ପଢ଼େ -
*ଯେନ ବଦ୍ଧୋବଳୀ ରାଜା ଦାନବେନ୍ଦ୍ର ମହାବଳଃ ।*
*ତେନ ତ୍ୱା ପ୍ରତି ବଦ୍ଧାମି ରକ୍ଷେ ମା ଚଳ ମା ଚଳ ।।*
ଏଥିରେ ସ୍ପଷ୍ଟ କୁହାଯାଇଛି ଯେ ତୁମକୁ ମଧ୍ୟ ମୁଁ ସେହି ରାକ୍ଷୀ ବାନ୍ଧୁଅଛି; ତୁମେ ଚଳାୟମାନ ହୁଅ ନାହିଁ, ଅଚଳ ରହ । ତାତ୍ପର୍ଯ୍ୟ ତୁମେ ପବିତ୍ରତା ମାର୍ଗରୁ ବିଚଳିତ ହୁଅ ନାହିଁ; ବ୍ରହ୍ମଚର୍ଯ୍ୟ ପଥରୁ ଭ୍ରଷ୍ଟ ହୁଅ ନାହିଁ ।
*ସ୍ୱ ଏବଂ ଦେଶର ରକ୍ଷା ପର୍ବ ରକ୍ଷାବନ୍ଧନ :-*
ରକ୍ଷା ବନ୍ଧନ ଶବ୍ଦ ସୂଚିତ କରୁଛିଯେ ଏହା ରକ୍ଷା ପାଇଁହିଁ ବନ୍ଧନ ଅଟେ । ପ୍ରତ୍ୟେକଙ୍କ ଜୀବନରେ ଲଗାମ ରହିବା ଉଚିତ୍ । ଲଗାମହୀନ ଜୀବନର ଅନ୍ତିମ ପରିଣତି ଅତ୍ୟନ୍ତ ଦୁଃଖଦ ଓ ଭୟାବହ । "ବନ୍ଧନ' ଶବ୍ଦ ସାଧାରଣତଃ ଦୁଃଖକାରକ ଅର୍ଥରେ ବ୍ୟବହୃତ ହୁଏ । ବନ୍ଧନ ଦୁଇ ପ୍ରକାର । ଗୋଟିଏ ଈଶ୍ୱରୀୟ ମର୍ଯ୍ୟାଦା ରୂପୀ ବନ୍ଧନ; ଅନ୍ୟନଟି ଆସୁରିକ ଉଶୃଙ୍ଖଳତା ରୂପକ ବନ୍ଧନ । ବ୍ୟକ୍ତି, ବସ୍ତୁ ଓ ବୈଭବ ପ୍ରତି ଆସକ୍ତିହିଁ ଏହାର କାରଣ । ଆସୁରିକ ଉଶୃଙ୍ଖଳତାକୁ ଈଶ୍ୱରୀୟ ମର୍ଯ୍ୟାଦା ଶୃଙ୍ଖଳାରେ ଶୃଙ୍ଖଳିତ କରିବାହିଁ ରକ୍ଷା ବନ୍ଧନ । ଏହା ସ୍ୱ ତଥା ଦେଶ ଦଶ ପାଇଁ କଲ୍ୟାଣକାରୀ ଓ ସୁଖ ପ୍ରଦ । ଅନ୍ୟ ଅର୍ଥରେ ଈଶ୍ୱରଙ୍କ ପ୍ରତି ଥିବା ଅନନ୍ୟ ସ୍ନେହର ଏହା ଏକ ସୁଖଦ ବନ୍ଧନ । ଯେପରି ଅଙ୍କୁଶ ଦ୍ୱାରା ହାତୀ, ଲଗାମ ଦ୍ୱାରା ଘୋଡ଼ା, ନଥ ଦ୍ୱାରା ବଳଦକୁ ନିୟନ୍ତ୍ରଣ କରାଯାଇଥାଏ, ସେହିପରି ଜୀବନ ଈଶ୍ୱରୀୟ ମର୍ଯ୍ୟଦାରୂପୀ ବନ୍ଧନରେ ବାନ୍ଧି ହେଲେ ଦୁଃଖଦାୟୀ ଆସୁରିକ ତତ୍ତ୍ବ କବଳରୁ ରକ୍ଷା ପାଏ ।
ରକ୍ଷାସୂତ୍ର ନାରୀ ସଂରକ୍ଷଣର ପ୍ରତୀକ :
ଐତିହାସିକ ଦୃଷ୍ଟିକୋଣରୁ ବିଚାରକଲେ ରକ୍ଷାବନ୍ଧନର ତତ୍ପର୍ଯ୍ୟ ମହତ୍ତ୍ବପୂର୍ଣ୍ଣ । ମୋଗଲ ଶାସନ କାଳରେ ଅତ୍ୟାଚାରୀ ମୁସଲମାନ ଶାସନତନ୍ତ୍ର ଦ୍ୱାରା ହିନ୍ଦୁ ନାରୀମାନଙ୍କ ଅମୂଲ୍ୟ ସମ୍ପଦ ପବିତ୍ରତା ଭଙ୍ଗ ହେଉଥିଲା । ଏହିପରି ଏକ କାଳିମା ସମୟରେ ରକ୍ଷାସୂତ୍ର ନାରୀ ସଂରକ୍ଷଣର ଏକ ଅମୋଘ ଅସ୍ତ୍ର ରୂପେ କାର୍ଯ୍ୟ କରିଥିଲା । ଗୁଜରାତର ପୂର୍ବତନ ସୁଲତାନ ଫିରୋଜଶାହ ଯେତେବେଳେ ରାଜା ମାନସିଂହଙ୍କ ଦ୍ୱାରା ଶାସିତ ନାଗୌର କିଲ୍ଲା ଉପରେ ଆକ୍ରମଣ କରି ଘେରାଉ କଲେ ସେତେବେଳେ ମାନସିଂହଙ୍କ ଝିଅ ଅରିକେନର ରାଜା ଉମ୍ମେଦ ସିଂହଙ୍କୁ ରାକ୍ଷୀ ପ୍ରେରଣ କରିଥିଲେ । ମହାରାଣୀ ପଦ୍ମିନୀ ହୁମାୟୁନଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହାଦ୍ୱାରା ଉଭୟଙ୍କ ସତୀତ୍ୱ ରକ୍ଷାହୋଇ ପାରିଥିଲା । ସେହି ସମୟରୁ ହୁଏତ ଭଉଣୀମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବାର ପ୍ରଥା ପ୍ରଚଳିତ ହୋଇଆସୁଛି ।
*ସତଧର୍ମର ସୂଚକ ରାକ୍ଷୀ :*
ଯାହା ମଣିଷକୁ ଧାରଣ କରେ ତାହା ଧର୍ମ । ଧାରୟତି ଇତି ଧର୍ମଃ । ସତ୍ୟ, ଶାନ୍ତି,ଦୟା, କ୍ଷମା ଆଦି ସତ୍ ଗୁଣ ଦ୍ୱାରା ବ୍ୟକ୍ତିର ଆତ୍ମିକ କଲ୍ୟାଣ ହୁଏ । ଏହାହିଁ ଆତ୍ମାର ସ୍ୱଧର୍ମ । ଧର୍ମ ରକ୍ଷତି ଧାର୍ମିକଂ । ଧର୍ମହିଁ ବ୍ୟକ୍ତିକୁ ରକ୍ଷାକରେ । ଦେହ ଅଭିମାନ ଦ୍ୱାରା କବଳିତ ହୋଇ ମଣିଷ ସ୍ୱଧର୍ମ ବିସ୍ମୃତ ହୋଇଗଲା । ଆଜି ମଣିଷ କାମନାର ବଶବର୍ତ୍ତୀ ହୋଇ ଈଶ୍ୱରଙ୍କ ନାମରେ ଉପାସନାର ଯେଉଁ ବିଭିନ୍ନ ବିଧି ଅନୁସରଣ କରୁଛି ତାକୁ ସେ ଧର୍ମର ନାମ ଦେଉଛି । କିନ୍ତୁ ଏହା କାମନା ଦୋଷରେ ଦୂଷିତ ହୋଇଥିବାରୁ ଆତ୍ମ କଲ୍ୟାଣର ପରିପନ୍ଥୀ । ରାକ୍ଷୀ ବ୍ୟକ୍ତିକୁ ସତଧର୍ମ ପ୍ରତି ସଚେତନ କରାଏ । ଏହି ମହାନ୍ ପର୍ବ ମନୁଷ୍ୟ ସମାଜ ପାଇଁ ଏକ ଶ୍ରେଷ୍ଠ ସନ୍ଦେଶ ଦିଏ କି ଜଣେ ବ୍ୟକ୍ତି ଜୀବନରେ ଶ୍ରେଷ୍ଠ, ଶକ୍ତିଶାଳୀ, ଶାନ୍ତି, ସୁଖମୟ ଏବଂ ସର୍ବଦା ସୁରକ୍ଷିତ ରହିବା ପାଇଁ ମନ, ବଚନ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ଉଚିତ୍ । ମନୋବିକାର ତ୍ୟାଗ ବିନା ଧର୍ମ ମାର୍ଗରେ ପରିଚାଳିତ ହେବା ସମ୍ଭବ ନୁହେଁ । ହତ୍ୟା, ଲୁଣ୍ଠନ, ବଳତ୍କାର, ଧର୍ଷଣ ଇତ୍ୟାଦିର ମୂଳୋତ୍ପାଟନ ନ ହେବା ପର୍ଯ୍ୟନ୍ତ ସୁରକ୍ଷିତ ସମାଜର ପରିକଳ୍ପନା କରାଯାଇ ନପାରେ । ଆତ୍ମା ତା'ର ସ୍ୱରାଜ୍ୟ ଓ ସ୍ୱତନ୍ତ୍ରତା ହରାଇଛି । ତେଣୁ ତାକୁ ପରମାତ୍ମାଙ୍କ ଠାରୁ "ସୁରକ୍ଷା' ଆବଶ୍ୟକ । ଏଥିପାଇଁ ପରମାତ୍ମା ପବିତ୍ରତାର ବନ୍ଧନରେ ବାନ୍ଧନ୍ତି ।
*ରକ୍ଷା ବନ୍ଧନ ପବିତ୍ରତାର ପ୍ରତୀକ :*
ପଦ୍ମଫୁଲକୁ ପବିତ୍ରତାର ପ୍ରତୀକ ବୋଲି ସ୍ୱୀକାର କରାଯାଇଛି । ତା'ର ନିର୍ଳିପ୍ତତାହିଁ ତାକୁ ପବିତ୍ରତା ପ୍ରଦାନ କରେ ଓ ଦେବ ପୂଜନ ପାଇଁ ଉପଯୋଗୀ କରାଏ । ମଣିଷ ମଧ୍ୟ ବିଷୟ ବିକାର ରୂପୀ କାଦୁଅରେ ଘାଣ୍ଟି ନ ହୋଇ ନିର୍ଲିପ୍ତ ରହିଲେ ଦେବ ପଦ ପାଇଁ ଯୋଗ୍ୟ ହୋଇ ପାରିବ । ଏହି ପରିପ୍ରେକ୍ଷୀରେ ରାକ୍ଷୀର ମହତ୍ତ୍ବ ଅତି ଗୁରୁତ୍ୱପୂର୍ଣ୍ଣ । ବିଦ୍ୟୁତ ସ୍ରୋତ ସହିତ ତାରର ସଂଯୋଗ ନ ହେବା ପର୍ଯ୍ୟନ୍ତ ସେଥିରେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହୁଏ ନାହିଁ । ରାକ୍ଷୀକୁ କେବଳ ସୂତା ମନେକଲେ ସେଥିରୁ କିଛି ସୁଫଳ ମିଳିବ ନାହିଁ । ରାକ୍ଷୀ ପ୍ରଦାନ କରି ଭଉଣୀ ତା' ନିଜର ପବିତ୍ରତା ରକ୍ଷା ପାଇଁ ଭାଇକୁ ପ୍ରତିଜ୍ଞାବଦ୍ଧ କରାଏ । ଏହା ପରୋକ୍ଷରେ ସୂଚିତ କରାଏ ଯେ ତା' ଭାଇ ଅନ୍ୟ କୌଣସି ଭଉଣୀର ପବିତ୍ରତା ଭଙ୍ଗର କାରଣ ନ ହେଉ । ଭଉଣୀ ବାପଘରୁ ଶାଶୁ ଘରକୁ ଚାଲିଗଲେ ତା'ର ରକ୍ଷାର ଭାର ସ୍ୱାମୀ ଉପରେ ନ୍ୟସ୍ତ ହୁଏ । ଭାଇ ଚାହିଁଲେ ବି ଭଉଣୀକୁ ସବୁଦିନ ପାଇଁ ସୁରକ୍ଷା ପ୍ରଦାନ କରିପାରିବ ନାହିଁ । ତେଣୁ ପ୍ରତ୍ୟେକ ଭାଇ ନିଜ ପଡ଼ୋଶୀ, ଗ୍ରାମ ବା ଜନପଦର ପ୍ରତ୍ୟେକ ଭଉଣୀଙ୍କୁ ନିଜର ମନେକରି ସେମାନଙ୍କ ପବିତ୍ରତାର ରକ୍ଷା ଦାୟିତ୍ୱ ନେବାପାଇଁ ପ୍ରତିଜ୍ଞାବଦ୍ଧ ହେଲେ ତେବେ ଏହି ପବିତ୍ର ପର୍ବର ଯଥାର୍ଥ ଉଦ୍ଧେଶ୍ୟ ସାଧିତ ହୋଇପାରିବ । ରାକ୍ଷୀ ଭାବନାର ପ୍ରତୀକ । ବିଚାରରର ପରିବର୍ତ୍ତନ ଦ୍ୱାରାହିଁ ବିଶ୍ୱ ପରିବର୍ତ୍ତନ ସମ୍ଭବ ।
*ରାକ୍ଷୀ, ପରମାତ୍ମା ସ୍ନେହର ସୂତ୍ର :*
ବର୍ତ୍ତମାନ କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମଧ୍ୟରେ ଅବତରଣ କରି ଆଗାମୀ ସତ୍ୟଯୁଗର ଭିତ୍ତି ସ୍ଥାପନ କରୁଛନ୍ତି । ଆଜି ମଣିଷ ବିଷୟ ବିକାର ସାଗରରେ ଅବଗାହନ କରୁଁ କରୁଁ ବୁଡ଼ି ମରିବା ଉପରେ । ଏହାହିଁ ରୈାରବ ନର୍କ । ନିଜ ପ୍ରିୟ ସନ୍ତାନ ମାନଙ୍କ ଦୁଃଖ ସହି ନପାରି କରୁଣାନିଧାନ ପରମାତ୍ମା ପରମଧାମରୁ ଭୂପୃଷ୍ଠରେ ଅବତରଣ କରିଛନ୍ତି । ସେ ମାତା ଓ କନ୍ୟମାନଙ୍କୁ ଜ୍ଞାନ କଳସ ପ୍ରଦାନ କରି ସେମାନଙ୍କ ମାଧ୍ୟମରେ ସ୍ନେହର ନିଦର୍ଶନ ସ୍ୱରୂପ ରକ୍ଷା ସୂତ୍ର ପ୍ରଦାନ କରୁଛନ୍ତି ଓ ସମସ୍ତ ମାନବ ସମାଜକୁ ଆହ୍ୱାନ କରୁଛନ୍ତି, ""ନର୍କକୁ ସ୍ୱର୍ଗ ବନାଅ । ପବିତ୍ର ହୁଅ ଯୋଗୀ ହୁଅ ।'' । ନିଜକୁ ତଥା ଅନ୍ୟକୁ ଦେହ ଦୃଷ୍ଟିରେ ନ ଦେଖି ଆତ୍ମିକ ଦୃଷ୍ଟିରେ ଦେଖ, ତୁମେ ସମସ୍ତେ ମୋର ସନ୍ତାନ ହେତୁ ପରସ୍ପର ଭାଇ ଅଟ ।
*ଆଜିର ପରିସ୍ଥିତିରେ ରକ୍ଷା ବନ୍ଧନ :*
ଆଜିର ବିଶ୍ୱ ପରିଦୃଶ୍ୟରେ ବିଚାର କଲେ ମନେ ହୁଏ ଯେ ରକ୍ଷା ବନ୍ଧନ ପର୍ବଟି ତା'ର ଉଦ୍ଦେଶ୍ୟ ସାଧନାରେ ସଫଳ ଭୂମିକା ଗ୍ରହଣ କରିପାରୁନାହିଁ । ଆଜି ନାରୀ ଅସୁରକ୍ଷିତ । ଭାରତୀୟ ସଂସ୍କୃତିରେ ନାରୀ ଦେବୀର ମର୍ଯ୍ୟାଦା ପାଉଥିଲେ । କୁହାଯାଏ, "" *ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମ୍ୟତେ ତତ୍ର ଦେବତା ।''* ବର୍ତ୍ତମାନ ଏକଥା ସମସ୍ତେ ଭୁଲିଗଲେଣି । ଏକଦା ଜଣେ ସୀତାଙ୍କ ହରଣରେ ରାବଣର ସାମ୍ରାଜ୍ୟକୁ ଧ୍ୱଂସ କରି ଦିଆଯାଇଥିଲା; ଦ୍ରୌପଦୀଙ୍କ ଚିରହରଣର ଦଣ୍ଡ ସ୍ୱରୂପ କୌରବ ବଂଶର ନିପାତ ହୋଇଥିଲା । । ଆଜି ସେହି ଭାରତରେ ପ୍ରତିଦିନ ସହସ୍ର ସହସ୍ର ସୀତାଙ୍କ ହରଣ ହେଉଛି, ଦ୍ରୌପଦୀମାନେ ଲାଞ୍ଛିତା ଓ ଅପମାନିତା ହେଉଛନ୍ତି; ତଥାପି ସମସ୍ତେ ମୂକ ଦର୍ଶକ ସାଜି ନୀରବ । ତା'ର କାରଣ କେବଳ ନାରୀ ନୁହେଁ, ଆଜି ପୁରୁଷ ମଧ୍ୟ ନିଜକୁ ଅସହାୟ ଓ ଅସୁରକ୍ଷିତ ମନେକରୁଛି । ସେ ସ୍ୱଂୟ ମନୋବିକାର ଦ୍ୱାରା ପୀଡିତ । ତା'ର ଶୌର୍ଯ୍ୟ, ବୀର୍ଯ୍ୟ, ଓଜ, ତେଜ, ପରାକ୍ରମ, ବଳ, ବପୁ କ୍ଷୀଣ ହୋଇଯାଇଛି । ଆଜିର ପରିସ୍ଥିତିରେ ମଣିଷ ଅନ୍ୟକୁ ତ ଦୂରରକଥା;ନିଜକୁ ନିଜେ ରକ୍ଷା କରିବାର ସାମର୍ଥ୍ୟ ହରାଇଛି । ସେ ନିଜେ ହିଁ ନିଜର ଶତ୍ରୁ ପାଲଟି ଯାଇଛି । ଗୀତା କହେ - ""ମଣିଷ ନିଜେହିଁ ନିଜର ଶତ୍ରୁ ବା ମିତ୍ର । ସେ ନିଜେ ନ ଚାହିଁଲେ ତାକୁ କେହି ରକ୍ଷା କରିପାରିବେ ନାହିଁ । ଅନାସକ୍ତ ମନ ହିଁ ଆତ୍ମାର ବନ୍ଧୁ ଓ ବିଷୟାସକ୍ତ ମନ ତା'ର ଶତ୍ରୁ । ଯିଏ ନିଜ ମନକୁ ବଶୀଭୂତ କରିପାରିଛି ସେ ନିଜର ମିତ୍ର; ଅପର ପକ୍ଷେ ନିଜର ଶତ୍ରୁ । "" *ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନବସାଦୟେତ୍, ଆତ୍ମୈବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ । ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ସୈବାତ୍ମନା ଜିତଃ । ଅନାତ୍ମସ୍ତୁ ଶତ୍ରୁତ୍ୱେ ବର୍ତ୍ତେତାତ୍ମୈବ ଶତ୍ରୁବତ୍,'' ।ା ଗୀ-୬/୫-୬ ।ା*
ମାନବ ପକ୍ଷରେ ମନ, ବନ୍ଧନ ତଥା ମୁକ୍ତିର କାରଣ ଅଟେ । ମନ ଇନ୍ଦ୍ରିୟ ଭୋଗ୍ୟ ବିଷୟ ବସ୍ତୁରେ ନିମଜ୍ଜିତ ହେଲେ ତାହା ବନ୍ଧନର କାରଣ ହୁଏ ଏବଂ ସେ ଗୁଡ଼ିକରୁ ଦୂରେଇ ଗଲେ ତାହା ମୁକ୍ତିର କାରଣ ହୁଏ ।
*ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧ ମୋକ୍ଷୟୋଃ, ବନ୍ଧାୟ ବିଷୟାସେଙ୍ଗ ମୁକ୍ତୈ୍ୟନିର୍ବିକ୍ଷୟଂ ମନଃ ||*
ଯଥାର୍ଥ ଜ୍ଞାନ ଅଭାବରୁ ରକ୍ଷା ବନ୍ଧନ କେବଳ ଏକ ପାରମ୍ପରିକ ଉତ୍ସବ ହୋଇ ରହିଯାଉଛି । ମଣିଷ ଅଜ୍ଞାନତା ବଶତଃ କ୍ରମଶଃ ସ୍ୱାର୍ଥକୈନ୍ଦ୍ରିକ ହୋଇ ପଡ଼ୁଛି । ସେଥିପାଇଁ ପରମାତ୍ମା ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରନ୍ତି । ମନୋବିକାରରରୁ ମୁକ୍ତ ହେବାପାଇଁ ମାନବ ସମାଜକୁ ରାଜଯୋଗର ଶିକ୍ଷା ଦିଅନ୍ତି । ଜ୍ଞାନ ଦ୍ୱାରା ମଣିଷର ବିଚାର ବଦଳେ । କାରଣ ବିଚାର ଅନୁରୂପହିଁ ବିଶ୍ୱର ପରିସ୍ଥିତି ସୁଖଦ ବା ଦୁଃଖଦ ହୁଏ । ଏହି ପରିପ୍ରେକ୍ଷୀରେ ମନରେ ଏହି ବିଚାରକୁ ସଦୃଢ଼ କରିବା ଉଚିତ୍ ଯେ, ଜାତି, ବର୍ଣ୍ଣ, ଧର୍ମ, ବୟସ, ଲିଙ୍ଗ ନିର୍ବିଶେଷରେ ଆମେ ପ୍ରାତ୍ୟେକ ଏକ ପିତା ପରମାତ୍ମାଙ୍କ ସନ୍ତାନ, ଆତ୍ମା ଭାଇ ଭାଇ ଅଟୁ ।'' ଏହି ଦିବ୍ୟ ଭାବ ମନରେ ଉତ୍ପନ୍ନ କରାଇବା ପାଇଁ ଭଉଣୀମାନେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧନ୍ତି ।
ାା ଓମ ଶାନ୍ତି ।ା
❤️❤️❤️❤️❤️❤️❤️❤️❤️
ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796
🌷🌷🌷🌷🌷🌷🌷🌷🌷
Comments
Post a Comment