ଶିବ ଓ ଶିବରାତ୍ରୀ
ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପାଟଣାଗଡ ।
ଆମେ ପ୍ରତିବର୍ଷ ଶିବରାତ୍ରୀ ପାଳନ କରୁଛୁ । କିନ୍ତୁ ଆମ ମଧ୍ୟରୁ ଅନେକେ ଏକଥା ବିସ୍ମୃତ ହୋଇଯାଇଛନ୍ତି ଯେ ଏହା ଭାରତର ସବୁଠୁଁ ବଡ଼ ପର୍ବ । ଶିବରାତ୍ରୀର ବାସ୍ତବିକ ମହ୍ୱ ବୁଝି ଏହାକୁ ସାର୍ଥକ ରୂପରେ ପାଳନ କରିବା ପାଇଁ ଏହା ଜାଣିବା ଏକାନ୍ତ ଆବଶ୍ୟକ ଯେ ""ଶିବ'' କିଏ ? ରାତ୍ରୀ ସହିତ ତାଙ୍କର ସମ୍ବନ୍ଧ କ'ଣ ?""ଶିବ'' ସର୍ବାତ୍ମାଙ୍କ ପରମ ପିତା ଅଟନ୍ତି :
ଆଜି ମାନବ ସମାଜ ବିଭିନ୍ନ ଧର୍ମ ସମ୍ପ୍ରଦାୟରେ ବହୁଧା ବିଭକ୍ତ । ତା'ର କାରଣ ହେଲା ଅନେକେ ପରମାତ୍ମା ଶିବ ଓ ଶିବରାତ୍ରୀ ବିଷୟରେ ପ୍ରକୃତ ତଥ୍ୟ ଜାଣନ୍ତି ନାହିଁ । ଯଦି ସମସ୍ତେ ଏକଥା ଜାଣି ପାରନ୍ତେ ଯେ ପରମପିତା ପରମାତ୍ମା ଶିବଙ୍କ ସ୍ମୃତି ଚିହ୍ନ ଶିବଲିଙ୍ଗ ରୂପରେ ସର୍ବତ୍ର ସମସ୍ତ ଧର୍ମାବଲମ୍ବୀଙ୍କ ଦ୍ୱାରା ସ୍ୱୀକୃତ ତେବେ ସମସ୍ତ ସମ୍ପ୍ରଦାୟ ଏକତା ସୂତ୍ରରେ ବାନ୍ଧିହୋଇ ଯାଆନ୍ତେ । ମୁସଲମାନ ମାନେ ମୂିର୍ ପୂଜାକୁ ଖଣ୍ଡନ କରନ୍ତି ସତ କିନ୍ତୁ ମକ୍କାରେ ""ସଂଗ-ଏ-ଅସବଦ୍'' ନାମକ ପଥରକୁ ଅତି ଆଦରର ସହିତ ଚୁମ୍ବନ କରନ୍ତି । ସେମାନଙ୍କ ବିଶ୍ୱାସ ଯେ ଏହା ""ଆଲ୍ଲା'' ବା ପରମାତ୍ମାଙ୍କ ଦ୍ୱାରା ପ୍ରେରିତ । ଯଦି ସେମାନେ ଏକଥା ଜାଣି ପାରନ୍ତେ ଯେ ଆମେ ଭାରତୀୟ ମଧ୍ୟ ""ଖୁଦା'' ବା ""ଆଲ୍ଲା''ଙ୍କୁ ହିଁ ପରମାତ୍ମା ଶିବ ରୂପରେ ଉପାସନା କରୁଁ ତେବେ ଉଭୟ ଧର୍ମ ମଧ୍ୟରେ ଭାବନାତ୍ମକ ଏକତା ସୃଷ୍ଟି ହୋଇପାରନ୍ତା । ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପ୍ରାଚୀନ ଧର୍ମଗ୍ରନ୍ଥ ରେ (ଙଖଊ ଝଞଇଞଋଗଋଘଞ) ମୁସା ""ଜେହୋବା'' ଅର୍ଥାତ୍ ପରମାତ୍ମାଙ୍କୁ ଜ୍ୟୋର୍ତିବିନ୍ଦୁ ସ୍ୱରୂପ ବୋଲି ବର୍ଣ୍ଣନା କରିଛନ୍ତି । ""ଜେହୋବା'' ଶିବ ଶବ୍ଦର ଅପଭ୍ରଂଶ ରୂପ ଅଟେ । ଏ କଥା ସମସ୍ତେ ବୁଝିଗଲେ ଭାରତ ସହିତ ବିଭିନ୍ନ ରାଷ୍ଟ୍ରର ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ମୈତ୍ରୀ ସମ୍ବନ୍ଧ ଦୃଢ଼ୀଭୂତ ହୋଇପାରିବ ।ଆମ ଭାରତରେ ମଧ୍ୟ ଶିବଙ୍କ ପ୍ରକୃତ ପରିଚୟ ଅଭାବରେ ବିଷ୍ଣୁଭକ୍ତ ଓ ଶିବଭକ୍ତ ମଧ୍ୟରେ ବୈମନଷ୍ୟତା ଦେଖାଯାଏ । ଏହି ଉଭୟ ଗୋଷ୍ଠୀ ଯଦି ଜାଣି ପାରନ୍ତେ ଯେ ଶିବଲିଙ୍ଗ ହେଉଛି ପରମ ପିତା ପରମାତ୍ମାଙ୍କ ପ୍ରତିମା, ତେବେ ସେମାନଙ୍କ ମଧ୍ୟରେ ବୈଚାରିକ ସମନ୍ୱୟ ସୃଷ୍ଟି ହୋଇ ପାରନ୍ତା । ପରମାତ୍ମାଙ୍କ ବିଷୟରେ ବିଭିନ୍ନ ବ୍ୟକ୍ତିଙ୍କ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳେ । ଏହା ହିଁ ବିଭିନ୍ନ ଧର୍ମ ସଂପ୍ରଦାୟ ସୃଷ୍ଟିର ମୂଳ କାରଣ । ଯଦି ସମସ୍ତ ପୃଥିବୀ ବାସୀ ପରମାତ୍ମା ଶିବଙ୍କୁ ହିଁ ପରମାତ୍ମା ବୋଲି ମାନି ନିଅନ୍ତେ ତେବେ ସଂସାରରେ ଏକ ଧର୍ମ ଏକ ରାଜ୍ୟ ପ୍ରତିଷ୍ଠା ହୋଇ ପାରନ୍ତା । ତେଣୁ ଯେତେବେଳେ ବିଶ୍ୱବାସୀ ଶିବ ଓ ଶିବରାତ୍ରୀ ସମ୍ବନ୍ଧରେ ପ୍ରକୃତ ତଥ୍ୟ ହୃଦୟଙ୍ଗମ କରିପାରିବେ ସେତେବେଳେ ବିଶ୍ୱ ଏକତା ସମ୍ଭବ ହେବ । ଏହା ଦ୍ୱାରା ସମସ୍ତେ ଶିବରାତ୍ରୀକୁ ନିଜର ପର୍ବ ମାନି ପାଳନ କରିବେ ଓ ଭାରତ ସମସ୍ତ ଧର୍ମାବଲମ୍ବୀ ମାନଙ୍କ ତୀର୍ଥ ହୋଇଯିବ । ଯଦି ଏହି ପ୍ରକାର ପରିଚୟ ଦିଆଯାଆନ୍ତା ତେବେ ସାଂପ୍ରଦାୟିକ ଦଙ୍ଗା, ଧାର୍ମିକ ମତଭେଦ, ରଙ୍ଗ ଭେଦ, ଜାତି ଭେଦ, ଭାଷା ଭେଦ ହୁଅନ୍ତା ନାହିଁ ଓ ସର୍ବତ୍ର ଭାତୃତ୍ୱ ଭାବନା ସୃଷ୍ଟି ହୁଅନ୍ତା ।
ଶିବଙ୍କ ରାତ୍ରୀ ସହିତ କି ସମ୍ବନ୍ଧ ଅଛି ?
ଶିବରାତ୍ରୀ ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ ଅନ୍ଧକାର ରାତ୍ରୀରେ ଅମାବାସ୍ୟାର ଠିକ୍ ଏକ ଦିନ ପୂର୍ବରୁ ପାଳନ କରାଯାଏ । ଫାଲଗୁନ ମାସ ବର୍ଷର ଅନ୍ତିମ ମାସ । ଏହା କଳ୍ପର ଅନ୍ତିମ ସମୟର ଦ୍ୟୋତକ । କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିର ରାତ୍ରୀ ଘୋର ଅନ୍ଧକାରର ପ୍ରତୀକ । ଏହି ଦିନ ଶିବରାତ୍ରୀ ପାଳନର ଆଧ୍ୟାତ୍ମିକ ଅର୍ଥ ହେଲା ପରମାତ୍ମା ଶିବ କଳ୍ପର ଅନ୍ତିମ ସମୟରେ ଯେତେବେଳେ ସର୍ବତ୍ର ଅଜ୍ଞାନ ଅନ୍ଧକାର ବ୍ୟାପି ଯାଇଥାଏ ସେତେବେଳେ କଳିଯୁଗୀ ଦୁନିଆର ମହାବିନାଶର ଠିକ୍ ଅବ୍ୟବହିତ ପୂର୍ବରୁ ଅବତରଣ କରିଥିଲେ ଏବଂ ତମ ଗୁଣ ଓ ପାପାଚାରର ବିନାଶ ପୂର୍ବକ ମାନବର ଦୁଃଖ ଓ ଅଶାନ୍ତି ହରଣ କରିଥିଲେ ।ଶିବରାତ୍ରୀ କିପରି ପାଳନ କରିବା ?
ଶିବରାତ୍ରୀ ଦିନ ପରମ୍ପରାନୁସାରେ ଭକ୍ତମାନେ ଶିବଲିଙ୍ଗ ଉପରେ କ୍ଷୀର ଢ଼ାଳନ୍ତି, ବେଲପତ୍ର, ଅରଖଫୁଲ ଆଦି ଚଢ଼ାନ୍ତି । ବ୍ରହ୍ମମୂହୁର୍ରୁ ସ୍ନାନାଦି ସମାପନ କରି ପୂଜାପାଠ କରନ୍ତି । ସେଦିନ ରାତ୍ରୀରେ ମଧ୍ୟ ଜାଗ୍ରତ ରହି ଭଜନ କୀର୍ନ ଓ କଥା ଶ୍ରବଣ କରନ୍ତି । ଏହାଠାରୁ ବିଡ଼ମ୍ବନା ଆଉ କ'ଣ ଥାଇପାରେ ଯେ ଯେଉଁ ସବୁ ବ୍ୟକ୍ତିଗତ ଜୀବନରେ ଧାରଣଯୋଗ୍ୟ ସେ ସବୁ ସମୟାନୁକ୍ରମେ କର୍ମକାଣ୍ଡର ରୂପ ଧାରଣକରିଛି । ପରମାତ୍ମା ଅଶରୀରୀ ଅଟନ୍ତି । ତାଙ୍କୁ କ୍ଷୀର ସ୍ନାନ କରାଇବାର ଆବଶ୍ୟକତା କେଉଁଠି ? ଜଳରେ କ୍ଷୀର ମିଶାଇ ସ୍ନାନ କଲେ ତ୍ୱଚା ସ୍ୱଚ୍ଛାହୁଏ; ନିର୍ମଳ ହୁଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ମଣିଷ ଯାହା ନିଜ ପାଇଁ ଶ୍ରେଷ୍ଠ ଉପଯୁକ୍ତ ଭାବେ ତାହା ଭକ୍ତି ବଶତଃ ପରମାତ୍ମାଙ୍କୁ ସମର୍ପଣ କରେ । ଏଠାରେ ଦ୍ରବ୍ୟ ଅପେକ୍ଷା ଭାବକୁ ମହ୍ୱ ଦିଆଯିବା କଥା । କିନ୍ତୁ ସମ୍ପୂର୍ଣ୍ଣ ଜ୍ଞାନ ଅଭାବରୁ ଏହା ସମୟାନ୍ତରରେ ଅନ୍ଧଶ୍ରଦ୍ଧା ଓ କର୍ମକାଣ୍ଡିୟ ପରମ୍ପରା ରୂପରେ ପ୍ରଚଳିତ ହୋଇ ଆସୁଛି । ଶ୍ରଦ୍ଧା ଓ ଭକ୍ତିଯୁକ୍ତ ହୋଇ ଅନନ୍ୟ ଭାବରେ ପରମାତ୍ମାଙ୍କୁ ଆତ୍ମିକ ସ୍ମୃତି ସମ୍ପନ୍ନ ହୋଇ ସ୍ମରଣ କରିବାହିଁ ହେଉଛି ତାଙ୍କର ପ୍ରକୃତ କ୍ଷୀରାଭିଷେକ । ଅରଖ ଧତୁରା (ଦୁଦୁରା) ଗୟସ ଆଦି ଫୁଲ ଅତି ବିଷାକ୍ତ ଅଟେ । ଏହିପରି ସୁଗନ୍ଧହୀନ ଓ କ୍ଷତିକାରକ ଫୁଲ ଯାହାକି ସାଧାରଣରେ ବ୍ୟବହାର ଓ ଦେବପୂଜନରେ ମଧ୍ୟ ଅନୁପଯୋଗୀ ତାହା ଶିବଙ୍କୁ ଅର୍ପଣ କରିବାର ତାପôର୍ଯ୍ୟ କେବଳ କର୍ମକାଣ୍ଡିୟ ଉପାସନାର ବିଷୟ ହୋଇ ନପାରେ । ଏହାର ଆଧ୍ୟାତ୍ମିକ ଅର୍ଥ ହେଲା ଆତ୍ମା ପାଇଁ ଯେଉଁ ସବୁ ବିକାରୀ ଓ ତମୋପ୍ରଧାନଯୁକ୍ତ ଗୁଣ ବା ପ୍ରକୃତି ଅଦରକାରୀ ତଥା କ୍ଷତିକାରକ ସେ ସବୁ ପରମାତ୍ମାଙ୍କୁ ସମର୍ପଣ କରିଦେବା ଉଚିତ୍ । କାରଣ ଏକ ନିର୍ବିକାରୀ ସତୋପ୍ରଧାନ ସ୍ୱର୍ଗିୟ ସାମ୍ରାଜ୍ୟ ସ୍ଥାପନା ହିଁ ପରମାତ୍ମା ଅବତରଣର ମୁଖ୍ୟ ଆଭିମୁଖ୍ୟ । ତେଣୁ ତାଙ୍କର ଏକମାତ୍ର କାମନା ଯେ ମଣିଷ ସମସ୍ତ କଳିଯୁଗୀୟ ସଂସ୍କାରକୁ ତ୍ୟାଗ କରୁ ଓ ଦୈବୀଗୁଣ ସମ୍ପନ୍ନ ହେଉ । କିନ୍ତୁ ବିସ୍ମୃତି ହେତୁ ମଣିଷ ପଥବଣା ହୋଇ ଈଶ୍ୱର ଉପାସନା ନାମରେ ବିକୃତ ପରମ୍ପରାର ସୃଜନ କରିଛି । ମାଙ୍କଡ଼ସା ନିଜେ ବୁଣିଥିବା ଜାଲରେ ନିଜେ ଛନ୍ଦି ହୋଇ ରହିଗଲା ପରି ମଣିଷ ମଧ୍ୟ ପରମ୍ପରାରୁ ପ୍ରାପ୍ତ ପୂର୍ବାଗ୍ରହ ବା ରୁଢ଼ିବାଦିତାରୁ ମୁକ୍ତ ହୋଇ ପାରୁନାହିଁ । ସ୍ନାନ ଶାରୀରିକ ସ୍ୱଚ୍ଛତା ପାଇଁ ଆବଶ୍ୟକ । କିନ୍ତୁ ଏହାଦ୍ୱାରା ଆତ୍ମାର ମଳିନତା ଦୂର ହୁଏ ନାହିଁ । ଆତ୍ମା ନିର୍ବିକାରୀ ଓ ପବିତ୍ର ନ ହେବା ପର୍ଯ୍ୟନ୍ତ ଈଶ୍ୱର ପ୍ରାପ୍ତି ସମ୍ବବ ନୁହେଁ । ଏଥିପାଇଁ ଜ୍ଞାନଜଳ ଦ୍ୱାରା ଆତ୍ମାର ସ୍ନାନ କରାଇ, ସମସ୍ତ ବିକାର ରୂପୀ ବିଷାକ୍ତ ଫୁଲକୁ ସମର୍ପଣ ପୂର୍ବକ ଏବଂ ଶ୍ରଦ୍ଧାଯୁକ୍ତ ଈଶ୍ୱରୀୟ ସ୍ମୃତି ରୂପକ କ୍ଷୀରାଭିଷେକ ଦ୍ୱାରାହିଁ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରାପ୍ତି
ସମ୍ଭବ ।
ଶିବରାତ୍ରୀ ପର୍ବ ଅବସରରେ କେତେକେ ଭାଙ୍ଗ ଆଦି ନିଶା ଦ୍ରବ୍ୟ ସେବନ କରନ୍ତି । ଏହା ଏହି ପବିତ୍ରତମ ପର୍ବକୁ କଳୁଷିତ
କରେ । ଭାଙ୍ଗକୁ ଯେତିକି ଘୋଟିଲେ ସେତିକି ନିଶା ହୁଏ ।ଏହା ଜ୍ଞାନର ଚିନ୍ତନ ମନ୍ଥନକୁ ବୁଝାଏ । ପରମାତ୍ମା ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟ ବା ସ୍ୱର୍ଗ ସ୍ଥାପନାପାଇଁ ଅବତରଣ କରନ୍ତି । ସେଥିପାଇଁ ସେ ଯେଉଁ ଜ୍ଞାନ ଯୋଗ ମାର୍ଗର ଶିକ୍ଷା ଦିଅନ୍ତି ତାକୁ ସତତ ଚିନ୍ତନ ଓ ଅନୁସରଣ ଦ୍ୱାରାହିଁ ମନରେ ଶ୍ରେଷ୍ଠ ଦେବପଦ ପ୍ରାପ୍ତିର ନାରାୟଣୀ ନିଶା ଉପôନ୍ନ ହୁଏ । ସ୍ଥୂଳ ରୀତିରେ ଭାଙ୍ଗ ବା ଅନ୍ୟ ମାଦକ ଦ୍ରବ୍ୟ ସେବନ ସହିତ ଏହି ଆଧ୍ୟାତ୍ମିକ ନିଶାର କୌଣସି ସମ୍ପର୍କ ନାହିଁ । ଭକ୍ତି ନାମରେ ନିଶା ସେବନ ଏକ ବ୍ୟସନ ଓ ଭ୍ରଷ୍ଟାଚାର ବ୍ୟତୀତ ଆଉ କିଛି ନୁହେଁ ।
ସ୍ଥୂଳ ରୀତିରେ କୌଣସି ଖାଦ୍ୟ ଗ୍ରହଣ ନ କରିବା ଉପବାସ ନୁହେଁ । ପରମାତ୍ମାଙ୍କ ସାମୀପ୍ୟ ଲାଭହିଁ ଉପବାସର ପ୍ରକୃୃୃତ ଅର୍ଥ । ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପୂର୍ବକ ପବିତ୍ର ଜୀବନ ଯାପନ ଦ୍ୱାରାହିଁ ପରମାତ୍ମା ଶିବ ପ୍ରସନ୍ନ ହୁଅନ୍ତି । ଏହା ଦ୍ୱାରା ମନୁଷ୍ୟାତ୍ମା ସହଜରେ ତାଙ୍କ ସାମୀପ୍ୟ ପ୍ରାପ୍ତ ହୁଏ । ସେହିପରି ଶିବରାତ୍ରୀ ଦିନ କେବଳ ଗୋଟିଏ ରାତି ନିଦ୍ରା ତ୍ୟାଗକରିବା ଜାଗରଣ ନୁହେଁ । ବର୍ମାନ ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ କରି ସାରିଛନ୍ତି । ଏହା କଳ୍ପର ଅନ୍ତିମ ସମୟକୁ ସୂଚିତ କରୁଛି । ତେଣୁ ଏହି ସମୟକୁହିଁ
ଶିବ ରାତ୍ରୀ ରୂପେ ପାଳନ କରି ଈଶ୍ୱରୀୟ ଜ୍ଞାନ ଦ୍ୱାରା ଆତ୍ମାକୁ ଜାଗୃତ କରିବା ହିଁ ପ୍ରକୃତ ଜାଗରଣ । ଏହାହିଁ ମୁକ୍ତି ଓ ଜୀବନ ମୁକ୍ତିର
ଏକମାତ୍ର ପନ୍ଥା । ାା ଓମ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment