ଦୀପାବଳୀର ଆଧ୍ୟାତ୍ମିକ ରହସ୍ୟ ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ଦୀପାବଳୀର ଆଧ୍ୟାତ୍ମିକ ରହସ୍ୟ
ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
ଭାରତ ଏକ ଅନଶ୍ୱର ପରମ ପବିତ୍ର ଦେବ ଭୂମି ରୂପେ ସମଗ୍ର ବିଶ୍ୱରେ ପୂଜିତ । ଏହାର ଆଧ୍ୟାତ୍ମ ସର୍ବତ୍ର ବ୍ୟାପକ । ଏଥିପାଇଁ ଏଠାରେ ଉତ୍ସବ, ପର୍ବପର୍ବାଣିର ପ୍ରଚଳନ ଏକ ମହ୍ୱପୂର୍ଣ୍ଣ ବିଷୟ ଅଟେ । ଭାରତର ସଂସ୍କୃତି ଅତୀବ ପ୍ରାଚୀନ ଏବଂ ଗୌରବମୟୀ । ଏହାର ଗୌରବ ଗାରିମା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏହି ପବିତ୍ର ଅଦ୍ୱିତୀୟ ଏବଂ ଉଲ୍ଲେଖନୀୟ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରରେ ବର୍ଷତମାମ କୌଣସି ନା କୌଣସି ପର୍ବପର୍ବାଣି ପାଳିତ ହେଉଥାଏ । ଏଠାରେ ପାଳିତ ପ୍ରତ୍ୟେକ ପର୍ବ ପର୍ବାଣି ପଛରେ ଥାଏ କୌଣସି ନା କୌଣସି ବିଶେଷ ପୃଷ୍ଠଭୂମି । ଏହି ପର୍ବପର୍ବାଣି ଗୁଡ଼ିକୁ ସମାଜୋପଯୋଗୀ କରିବା ପାଇଁ ଆମର ପୌରାଣିକ ଗ୍ରନ୍ଥାକାରଗଣ ବିବିଧ ମନମୋହକ ମଧୁର ଗାଥାଗୁଡ଼ିକର ରୂପକ ପ୍ରସ୍ତୁତ କରି ସେ ଗୁଡ଼ିକର ମହତ୍ୱ ଉଲ୍ଲେଖ କରିଛନ୍ତି ।ଏହାହିଁ ଏକମାତ୍ର କାରଣ ଯେଉଁଥିପାଇଁ ଆମର ପ୍ରାଚୀନ ସାହିତ୍ୟ ଗୁଡ଼ିକର ଆଧ୍ୟାତ୍ମିକତାକୁ ପ୍ରାଥମିକ ସ୍ଥାନ ଦିଆଯାଇଛି । ଆମ ସଂସ୍କୃତି ମଧ୍ୟ ଦେବତ୍ୱର ଅଲୌିକ ଗୌରବ ଗାରିମାରେ ବିମଣ୍ଡିତ । ଏଥିପାଇଁ ସମୟାନୁକ୍ରମେ ଭାରତୀୟ ସାହିତ୍ୟ ଓ ସଂସ୍କୃତି ମାନବୀୟ ମୂଲ୍ୟର ସୁରକ୍ଷା ପାଇଁ ଈଶ୍ୱରୀୟ ମର୍ଯ୍ୟାଦାର ଲକ୍ଷ୍ମଣରେଖା ରୂପୀ ସୀମା ମଧ୍ୟରେ ଜନ ଜୀବନକୁ ବାନ୍ଧି ରଖିବାର କ୍ଷମତା ବହନ କରେ । ପ୍ରାଚୀନତା ସେ୍ୱ ଏହି ପର୍ବପର୍ବାଣିଗୁଡ଼ିକର ପ୍ରଥା ମାନବୀୟ କଲ୍ୟାଣ ପାଇଁ ଉଦ୍ଧିଷ୍ଟ । କିନ୍ତୁ ବିଡ଼ମ୍ବନା ଏହି ଯେ ଆମର ସୁସଂସ୍କୃତି ଓ ସୁସଭ୍ୟତାର ଅନୁପମ ସମନ୍ୱୟର ପ୍ରତୀକ ବିଭିନ୍ନ ପର୍ବପର୍ବାଣୀର ଆଧ୍ୟାତ୍ମିକ ମହ୍ୱ ଜନମାନସରୁ ବିସ୍ମୃତ ହୋଇ ଏହା କେବଳ ଆନୁଷ୍ଠାନିକ ପରମ୍ପରାର ଅବଶେଷ ରୂପେ ପାଳିତ ହେଉଛି । ଆଜି ସମୟ ଆସିଛି ଆମକୁ ପୁନଃ ସେଗୁଡ଼ିକର ଯଥାର୍ଥ ମୂଲ୍ୟାଙ୍କନ କରି ଓ ସେଗୁଡ଼ିକର ପ୍ରଚ୍ଛଦରେ ଥିବା ବାସ୍ତବିକ ପୃଷ୍ଠଭୂମିକୁ ଅନୁଧ୍ୟାନ କରିବାକୁ ହେବ । ଏହାଦ୍ୱାରା ମାନବ ମନରେ ପରସ୍ପର ପ୍ରତି ସ୍ନେହ, ସହାନୁଭୂତି ଏବଂ ସଦ୍ଭାବନା ପୁନଃ ଉଜ୍ଜୀବିତ ହୋଇ ଏହି ବିଶ୍ୱରେ ସ୍ୱର୍ଗରାଜ୍ୟ ପ୍ରତିଷ୍ଠା ହେବ ।
ପ୍ରତ୍ୟେକ ପର୍ବପର୍ବାଣି ପାଳନ ପଛରେ ନିଶ୍ଚିତ ଭାବରେ କୌଣସି ନା କୌଣସି ଐତିହାସିକ ବୃାନ୍ତ ଥାଏ । ବର୍ମାନ ଆମେ ସମସ୍ତେ ଆମର ଧର୍ମ, କର୍ମ, ଇତିହାସ ଓ ପ୍ରାଚୀନ ପରମ୍ପରାକୁ ଭୁଲି ଯାଇଛୁଁ । ତେଣୁ ଆମେ ଦୀପାବଳୀ ପଛରେ ଥିବା ପ୍ରାଚୀନ ଇତିହାସ ବିଷୟରେ ଅଜ୍ଞ । ଅନ୍ୟାନ୍ୟ ପର୍ବପର୍ବାଣି ପରି ଦୀପାବଳୀ ମଧ୍ୟ ଆମର ସଂସ୍କୃତି ଓ ସଭ୍ୟତାର ସମନ୍ୱୟ ସେତୁ ଅଟେ । ତେଣୁ ଏହାର, ଆଧ୍ୟାତ୍ମିକ ପୃଷ୍ଠଭୂମି ଉପରେ ପର୍ଯ୍ୟାଲୋଚନା ଆବଶ୍ୟକ ମନେ ହୁଏ । କାରଣ ବିସ୍ମତିହିଁ ବିକୃତ ପରମ୍ପରା ସୃଷ୍ଟି କରିଛି । ଅନ୍ୟଥା ଆମ ଦେଶରେ ଗୋଟିଏ ରାତିରେ କୋଟି କୋଟି ଟଙ୍କା ବାଣ ଫୋଟକାରେ ଅପବ୍ୟୟ କରାଯାଆନ୍ତା ନାହିଁ ଓ ଏଥିରୁ ନିର୍ଗତ ଧୂଅାଁ ଦ୍ୱାରା ପରିବେଶ ପ୍ରଦୂଷିତ ହୁଅନ୍ତା ନାହିଁ । ଏହି ବିସ୍ମୃତିହିଁ ଅଜ୍ଞାନତା । ପ୍ରକୃତ ଜ୍ଞାନ ବିନା ଏହାର ନିରାକରଣ ସମ୍ଭବ ନୁହେଁ । ପ୍ରକୃତ ଜ୍ଞାନ ଅଭାବରେହିଁ ଆଜି ବିଭିନ୍ନ ମତବାଦ ଓ ଧର୍ମ ବିଶ୍ୱାସର ସୃଷ୍ଟି ।
ମଣିଷ ନିଜ ନିଜ ଜ୍ଞାନ ଓ ବୁଦ୍ଧିଦ୍ୱାରା ସୃଷ୍ଟିରୁ ଅଜ୍ଞାନ ରୂପୀ ଅନ୍ଧକାର ଦୂର କରିବାକୁ ଚେଷ୍ଟା କରୁଛି । କିନ୍ତୁ ଏହା ଆହୁରି ଘନୀଭୂତ ହେଉଛି ସିନା; କାଣିଚାଏ ମଧ୍ୟ କମୁନାହିଁ । ଏଭଳି ପରିସ୍ଥିତିରେ ପରମାତ୍ମାଙ୍କ ବିନା ସଠିକ୍ ଜ୍ଞାନ କିଏ ବା ଦେଇପାରିବ ? ତେଣୁ ଯେତେବେଳେ ସୃଷ୍ଟି ଅଧର୍ମ ଓ ତମୋଗୁଣୀ ଅନ୍ଧକାରର ଅତଳ ଗର୍ଭରେ ବୁଡ଼ିଯାଏ; ମାନବାତ୍ମାଗଣ ତ୍ରାହି ତ୍ରାହି ଡ଼ାକ ଛାଡ଼ନ୍ତି ସେତେବେଳେହିଁ ପରମାତ୍ମା ସୃଷ୍ଟିରେ ଅବତରଣ କରନ୍ତି । ଦୀପାବଳୀ ମହୋତ୍ସବ ବିଷୟରେ ପୌରାଣିକ ଗ୍ରନ୍ଥ ମାନଙ୍କରୁ ବିଭିନ୍ନ ଆଖ୍ୟାନ ଉପାଖ୍ୟାନର ଉଲ୍ଲେଖ ମିଳେ । ପ୍ରାଚୀନ କାଳରେ ନରକାସୁର ନାମରେ ଜଣେ ରାକ୍ଷାସ ରାଜା ସମଗ୍ର ସୃଷ୍ଟିକୁ ନିଜର ଅକ୍ତିଆର କରିନେଇଥିଲା । ତା'ର ଅତ୍ୟାଚାରରେ ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ । ସେ ସହସ୍ର ରାଜକନ୍ୟାମାନଙ୍କ ସହିତ ଶ୍ରୀ ଲକ୍ଷ୍ମୀ ତଥା ସମସ୍ତ ଦେବଗଣଙ୍କୁ ନିଜର କାରାଗାରରେ ବନ୍ଦୀ ଭାବରେ ରଖି ନାନା ପ୍ରକାର ନିର୍ଯ୍ୟାତନା ଦେଉଥିଲା । କାର୍ିକମାସ ଅମାବାସ୍ୟାର ପୂର୍ବ ଦିନ ଭଗବାନ ନରକାସୁରକୁ ବଧ ରକି ସମସ୍ତଙ୍କୁ ମୁକ୍ତ କରିଥିଲେ । ଏହି ଅବସରରେ ମୁକ୍ତ ବନ୍ଦୀଗଣ ଅସଂଖ୍ୟ ଦୀପ ପ୍ରଜ୍ଜ୍ୱଳନ କରି ଆନନ୍ଦୋତ୍ସବ ପାଳନ କରିଥିଲେ । ଏହି ପ୍ରକରଣର ସ୍ମୃତି ସ୍ୱରୂପ ଉକ୍ତ ତିଥିକୁ ନରକ ଚତୁର୍ଦ୍ଧଶୀ ରୂପେ ପାଳନ କରାଯାଏ । କାଳାନ୍ତରରେ ଏହି ଉତ୍ସବ ଏକ ପ୍ରଥା ରୂପରେ ପ୍ରଚଳିତ ହୋଇ ଛୋଟ ଦୀପାବଳୀ ନାମରେ ଲୋକପି୍ରୟ ହୋଇଗଲା । ପୂର୍ବରୁ ଅମାବାସ୍ୟା ଦିନ ଦୀପାବଳୀ ମହୋତ୍ସବ ପାଳିତ ହୋଇ ଆସୁଥିଲା । ଅନ୍ୟ ଏକ କଥନିକା ଅନୁସାରେ ଭଗବାନ ବାମନ ରୂପରେ ଅବତରିତ ହୋଇ ଦୈତ୍ୟରାଜ ବଳୀକୁ ଛଳନା ଦ୍ୱାରା ପାତାଳରେ ଚାପି ତା'ର ବନ୍ଧନରୁ ସମସ୍ତ ଦେବୀ ଦେବତାଙ୍କୁ ମୁକ୍ତ କରିଥିଲେ । ଏହା କାିର୍କ ଅମାବାସ୍ୟାଥିଲା । ତେଣୁ ଏହି ଉପଲକ୍ଷ୍ୟେ ପ୍ରତିବର୍ଷ ରାତ୍ରୀରେ ଦୀପୋତ୍ସବ ପାଳନ କରି ଲକ୍ଷ୍ମୀଙ୍କୁ ଆହ୍ୱାନ କରାଯାଏ ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାକ୍ଷାସରାଜ ଦଶଶିର ରାବଣର ବଧ ପରେ ପୃଥିବୀରେ ରାମ ରାଜ୍ୟର ସ୍ଥାପନା ହୁଏ । ଶ୍ରୀରାମ ଅଯୋଧ୍ୟା ପ୍ରତ୍ୟାବର୍ନକରି ରାଜସିଂହାସନ ଆରୋହଣ କରନ୍ତି । କେତେକଙ୍କ ମତରେ ରାମରାଜ୍ୟ ପ୍ରାରମ୍ଭର ସ୍ମରଣୋତ୍ସବହିଁ ଏହି ଦୀପାବଳୀ ପର୍ବ । ଅନ୍ୟ ଏକ ପୌରାଣିକ ଆଖ୍ୟାନ ଅନୁସାରେ ମହିଷାସୁରର ବଧପରେ ତା'ର ସେନାପତି ରକ୍ତବୀର୍ଯ୍ୟ ସମସ୍ତ ସୈନ୍ୟ ସାମନ୍ତଙ୍କ ସହିତ ମା' ଦୁର୍ଗାଙ୍କ ଉପରେ ଆକ୍ରମଣ କଲା । ଏହାର ବିଶେଷତ୍ୱ ଥିଲା ଯେ ଯୁଦ୍ଧରେ କେହି ତାକୁ ଶସ୍ତ୍ରଦ୍ୱାରା କ୍ଷତାକ୍ତକଲେ ପୃଥିବୀରେ ନିପତିତ ପ୍ରତିଟି ରକ୍ତ ବିନ୍ଦୁରୁ ତା ଭଳି ଏକ ଏକ ଅସୁର ସୃଷ୍ଟି ହେଉଥିଲେ । ସେଥିପାଇଁ ଦୁର୍ଗାଙ୍କୁ ମହାକାଳୀ ରୂପ ଧାରଣ କରିବାକୁ ପଡ଼ିଲା ଓ ସେ ପ୍ରଜ୍ୱଳିତ ଖର୍ପର ପାତି ପୃଥିବୀରେ ପଡ଼ିବା ପୂର୍ବରୁ ରକ୍ତବୀର୍ଯ୍ୟର ପ୍ରତିଟି ରକ୍ତବିନ୍ଦୁକୁ ଜାଳି ପାଉଁଶ କରି ଦେଉଥିଲେ ।
ଉପରୋକ୍ତ ଆଖ୍ୟାନ ଗୁଡ଼ିକର ଆକ୍ଷରିକ ଅର୍ଥ କଲେ ସେ ଗୁଡ଼ିକ ଏକ ଏକ ଅପ୍ରାକୃତିକ ଘଟଣା ବୋଲି ମନେହୁଏ । କାରଣ କୌଣସି ଏକ ବ୍ୟକ୍ତି ଦ୍ୱାରା ଶ୍ରୀଲକ୍ଷ୍ମୀଙ୍କ ସହିତ ସମସ୍ତ ଦେବୀଦେବତାଙ୍କୁ ବା ସମସ୍ତ ସୃଷ୍ଟିକୁ ବନ୍ଦୀକରି କୌଣସି କାରାଗାରରେ ରଖିବା ସମ୍ଭବ ନୁହେଁ । କୌଣସି ଶରୀରଧାରୀ ବ୍ୟକ୍ତିର ତିନୋଟି ପାଦ ହେବା ଓ ତିନି ପାଦଦ୍ୱାରା ତିନି ଲୋକକୁ ଆଚ୍ଛାଦିତ କରିବା ଏକ ସତ୍ୟଘଟଣା ହୋଇ ନ ପାରେ । ସେହିଭଳି ଦଶମୁଣ୍ଡ ଓ କୋଡ଼ିଏ ହାତ ବିଶିଷ୍ଟ କୌଣସି ଦେହଧାରୀ ବ୍ୟକ୍ତିର ପିରିକଳ୍ପନା ମଧ୍ୟ ଅପ୍ରାକୃତିକ ମନେ ହୁଏ । ଏହି ସବୂୁ କଥାନିକା କୌଣସି ଏକ ମହ୍ୱପୂର୍ଣ୍ଣ ଐତିହାସିକ ଘଟଣାକୁ ରୂପକକାରରେ ବର୍ଣ୍ଣନା କରାଯାଇଛି । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଚାର କଲେ ନରକାସୁର, ବଳୀ, ରାବଣ, ମହିଷାସୁର ରକ୍ତବୀର୍ଯ୍ୟ ଆଦି ଅସୁର ବା ରାକ୍ଷସ ମନୋବିକାର (କାମ, କ୍ରୋଧ, ଲୋଭ, ମୋହ ଓ ଅହଙ୍କାର) ସମୂହର ପର୍ଯ୍ୟାୟବାଚୀ ଅଟନ୍ତି । କଳିଯୁଗର ଅନ୍ତିମ ସମୟରେ ସମସ୍ତ ନରନାରୀ ଏହି ପା ବିକାର ସମୂହ ଦ୍ୱାରା ଆକ୍ରାନ୍ତ ହୋଇ ଦୁଃଖୀ ଜୀବନ ଯାପନ କରନ୍ତି । ସମଗ୍ର ସଂସାର କାରାଗୃହ ତୁଲ୍ୟ ହୋଇ ପଡ଼େ । ଏହି ବିକାର ସମୂହହିଁ ସମଗ୍ର ସୃଷ୍ଟିକୁ ନରକରେ ପରିଣତ କରିଦିଅନ୍ତି । ତେଣୁ ଏ ଗୁଡ଼ିକୁ ସାମଗ୍ରିକ ଭାବେ ନରକାସୁର, ରାବଣ ଆଦି ରାକ୍ଷସ ଚରିତ୍ର ରୂପେ ଚିତ୍ରଣ କରାଯାଇଛି । ସଂସାରରୁ ସେହି ବିକାର ସମୂହର ପ୍ରତୀକ ସ୍ୱରୂପ ରାକ୍ଷାସମାନଙ୍କୁ ବିନାଶ କରିବା ପାଇଁ ପରମାତ୍ମା କଳିଯୁଗର ଅନ୍ତିମ ଚରଣରେ ଏକ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରନ୍ତି । କଳିଯୁଗରେ ବିକାରଗ୍ରସ୍ତ ସତ୍ୟଯୁଗୀୟ ଦେବୀ ଦେବତା ଆତ୍ମା ମାନଙ୍କୁ ସମସ୍ତ ପ୍ରକାର ରାକ୍ଷାସୀ ବା ଆସୁରୀ ବନ୍ଧନରୁ ମୁକ୍ତ କରିବା ପୂର୍ବକ ପରମାତ୍ମା ସେମାନଙ୍କୁ ସେମାନଙ୍କ ହୃତ ସ୍ୱର୍ଗୀୟ ସାମ୍ରାଜ୍ୟ ଫେରାଇ ଦେଇଥିଲେ । ସେହି ସତ୍ୟ ଯୁଗୀୟ ସ୍ୱର୍ଗୀୟ ରାଜ୍ୟ ପ୍ରାରମ୍ଭର ସ୍ମରଣୋତ୍ସବ ରୂପେ ଆଜି ମଧ୍ୟ ପ୍ରତି ବର୍ଷ ଦୀପାବଳୀ ପର୍ବ ପାଳିତ ହୋଇ ଆସୁଛି ।
ଦୀପାବଳୀ ଉତ୍ସବ ପାଳନ ଅବସରରେ ପରମାତ୍ମା ବର୍ମାନ ଆମକୁ ଆମର ସେହି ପ୍ରାଚୀନ ଇତିହାସକୁ ସ୍ମରଣ କରାଇଦେଉଛନ୍ତି । ପରମାତ୍ମା ତି୍ରକାଳଜ୍ଞ । ତାଙ୍କ ବ୍ୟତୀତ ଲୁପ୍ତ ପ୍ରାୟ ମାନବ ଇତିହାସର ସେହି ଆଦିକାଳ କଥା ଅନ୍ୟ କିଏ ବା କହିବାକୁ ସମର୍ଥ ହେବ ? ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳରେ ପରମାତ୍ମା କହନ୍ତି, ""ଏକଦା ଏଇ ଭାରତ ଭୂମିରେ ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣଙ୍କ ରାଜତ୍ୱ ଥିଲା । ସେହି ସମୟରେ ଏକାଧାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତାରେ ମାନବ ସମାଜ ପରିପୂର୍ଣ୍ଣ ଥିଲା । ସୃଷ୍ଟି ଚକ୍ରରେ ସେହି ସ୍ୱର୍ଣ୍ଣିମ କାଳାବଧି ହିଁ ପୁରାଣ ବର୍ଣ୍ଣିତ ସ୍ୱର୍ଗ । ତୁମେମାନେହିଁ ଦିନେ ଦେବୀ ଦେବତା ଥିଲ । ଆବାଗମନ ଚକ୍ରରେ ଆସି ଦ୍ୱାପର ଯୁଗରୁ ତୁମେ ତୁମର ଆଦି ସ୍ୱରୂପ ବିସ୍ମୃତ ହୋଇଯାଇଛ । ଆଜି ଦେବାଳୟମାନଙ୍କରେ ଯେଉଁ ଦେବୀ ଦେବତାଙ୍କର ପୂଜା ଉପାସନା କରାଯାଉଛି ସେଇମାନେହିଁ ଦିନେ ଏଇ ଭାରତରେ ଚୈତନ୍ୟ ରୂପରେ ଜୀବନଯାପନ କରୁଥିଲେ । ତୁମେ ତୁମର ସେହି ଆଦି ସ୍ୱରୂପକୁ ଭୁଲିଯାଇ ଅଜ୍ଞାନତାବଶତଃ ନିଜ ନିଜ ପ୍ରତିମୂିର୍ର ଉପାସନା କରୁଛ । ବର୍ମାନ ତୁମର ସେହି ହୃତ ଗୌରବ ଫେରାଇ ଦେବାପାଇଁ ମୁଁ ଅବତରଣ କରିଛି ।'' ପରମାତ୍ମାଙ୍କ ଏହି କଥାର ସତ୍ୟତା ଏକ ଉଦାହରଣ ଦ୍ୱାରା ବୁଝି ହେବ । ଆମେ ସମସ୍ତେ ସ୍ନାନ ଶୌଚାଦି ସମାପନ ପୂର୍ବକ ସ୍ୱଚ୍ଛ ବସ୍ତ୍ର ପରିଧାନ କରି ଶୁଦ୍ଧପୂତ ଭାବନାରେ ଦେବାଳୟରେ ପ୍ରବେଶ କରୁଁ । ଅଶୌଚ ଅବସ୍ଥାରେ ବା ମାଂସାଦି ଅଶୁଦ୍ଧ ଆହାର କରିଥିଲେ ଅନେକେ ମନ୍ଦିର ଯିବା ପାଇଁ ଦ୍ୱିଧା ବା ସଂକୋଚ କରନ୍ତି । ଦେବତାଙ୍କ ପ୍ରାର୍ଥନାରେ କୁହାଯାଏ -"" ହେ ଦେବ ! ଆପଣ ସର୍ବଗୁଣ ସମ୍ପନ୍ନ, ଷୋହଳ କଳାରେ ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋମ, ଅହିଂସକ'' ଇତ୍ୟାଦି । ଦେବସ୍ଥାନ ବା ଦେବାଳୟମାନଙ୍କରେ ଆଜି କୋଟି କୋଟି ଟଙ୍କା ବ୍ୟୟ ହେଉଛି । ସେହି ଦେବତାମାନେ ଯେତେବେଳେ ଏହି ଭାରତରେ ରାଜତ୍ୱ କରୁଥିଲେ ସେତେବେଳେ ସେମାନେ କେତେ ଧନବାନ୍ ହୋଇ ନଥିବେ ଏଥିରୁ ଅନୁମାନ କରାଯାଇପାରେ । ଭାରତକୁ ଦେବ ଭୂମି ବୋଲି କୁହାଯାଏ । କାରଣ ଏଠାରେ ଦିନେ ଦେବୀ ଦେବତାଗଣ ପ୍ରତ୍ୟକ୍ଷ ଭାବରେ ଜୀବନ ଯାପନ କରୁଥିଲେ । ସେଥିପାଇଁ ତାଙ୍କର ସ୍ମୃତି ସୌଧ ରୂପେ ଆଜି ମଣିଷ ଭବ୍ୟ ମନ୍ଦିର ଗୁଡିକର ନିର୍ମାଣ କରି ସେମାନଙ୍କର ପୂଜା ଉପାସନା କରୁଛି । ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ସ୍ମୃତିରେ ଏହି ଦେବଦେବୀଗଣ ଜୀବିତ ରହିଛନ୍ତି । ଆଜି ଆମେ ପ୍ରତୀକ ରୂପରେ ଦୀପାବଳୀ ଉତ୍ସବ ପାଳନ କରୁଛୁଁ । କିନ୍ତୁ ସେତେବେଳେ ସାମାଜିକ ଜୀବନରେ ପ୍ରକୃତ ଦୀପାବଳୀ ବାସ୍ତବିକ ସ୍ୱରୂପରେ ବିଦ୍ୟମାନ ଥିଲା । କାିର୍କ ମାସର ଘନଘୋର ଅନ୍ଧକାରଯୁକ୍ତ ଅମାବାସ୍ୟା ରାତ୍ରୀରେ ଦୀପ ଜଳାଇ ପ୍ରକାଶ ପର୍ବ ଦୀପାବଳୀ ପାଳନ କରାଯାଏ । ସକାଳ ପାହିଲେ ଶୁକ୍ଲପକ୍ଷ ଆରମ୍ଭ । ଆଧ୍ୟାତ୍ମିକ ଭାଷାରେ ଅନ୍ଧକାର; ଅପବିତ୍ରତା, ଅଜ୍ଞାନତା ଓ ପାପର ସୂଚକ । ପ୍ରକାଶ; ପବିତ୍ରତା, ଜ୍ଞାନ, ଆନନ୍ଦ, ଉଲ୍ଲାସ, ସୁଖ, ସମୃଦ୍ଧି ଆଦିକୁ ସୂଚିତ କରେ । ତେଣୁ ଦୀପାବଳୀର ତାପôର୍ଯ୍ୟ ଅନ୍ଧକାର ଉପରେ ପ୍ରକାଶର ରାଜତ୍ୱ । ପ୍ରକାଶର ଉପସ୍ଥିତିରେ ଅନ୍ଧକାରର ଉପସ୍ଥିତି ଅସମ୍ଭବ । ଅମାବାସ୍ୟା ହେଉଛି ଅନ୍ଧକାରର ଅନ୍ତିମ କ୍ଷଣ । ତା'ପରେ ଶୁକ୍ଲପକ୍ଷ ଅର୍ଥାତ୍ ପ୍ରକାଶର ସମୟ । ଚର୍ତୁଯୁଗ ବିଶିଷ୍ଟ କଳ୍ପର ପ୍ରଥମାର୍ଦ୍ଧ ଶୁକ୍ଲପକ୍ଷ ବା ବ୍ରହ୍ମାଙ୍କ ଦିବସ ଓ ଉରାର୍ଦ୍ଧ ହେଉଛି କୃଷ୍ଣପକ୍ଷ ବା ବ୍ରହ୍ମାଙ୍କ ରାତ୍ରୀ । ବ୍ରହ୍ମାଙ୍କ ଦିବସରରେ ଭାରତକୁହିଁ ବୈକୁଣ୍ଠ ବା ସ୍ୱର୍ଗ କୁହାଯାଉଥିଲା । ଏହାହିଁ ସତ୍ୟଯୁଗ ବା କୃତ ଯୁଗ । ସତ୍ୟ ପ୍ରକାଶର ବ୍ୟୋତକ ଓ କୃତ ଅର୍ଥ ହେଲା ଶ୍ରେଷ୍ଠ କର୍ମ ଓ ଏଥିରୁ ଲବ୍ଧ ସୁଖ । ଏହାହିଁ ସୂଚିତ କରେ ଯେ ସେତେବେଳ ଲୋକେ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିରେ ସୁସମ୍ପନ୍ନ ଥିଲେ । ବ୍ରହ୍ମାଙ୍କ ରାତ୍ରୀକୁ ନର୍କ କୁହାଯାଏ । ଏହି ସମୟାବଧିରେ ମନୋବିକାର ରୂପୀ ନରକାସୁର ଆଦି ରାକ୍ଷାସ ମାନଙ୍କ ରାଜତ୍ୱ ଚାଲେ ଓ ଏମାନଙ୍କ ମହାବିନାଶ ପାଇଁ ପରମାତ୍ମାଙ୍କୁ ଭୂପୃଷ୍ଠରେ ଅବତରଣ କରିବାକୁ ପଡ଼େ । ତେଣୁ ଅସତ୍ୟ ଉପରେ ସତ୍ୟର, ଦୁଃଖ ଉପରେ ସୁଖର, ଅପବିତ୍ରତା ଉପରେ ଅଧର୍ମର ବିଜୟହିଁ ଦୀପାବଳୀର ପ୍ରତୀକ ।
ଦୁର୍ଗା, କାଳୀ, ଶ୍ୟାମା, ଭୈରବୀ, ଆଦ୍ୟା ଶକ୍ତି ଆଦି ଦେବୀଙ୍କର ନାମ ବ୍ୟକ୍ତିବାଚକ ନୁହେଁ । ଏହା ତାଙ୍କର ବିଭିନ୍ନ କର୍ବ୍ୟକୁ ସୂଚିତ କରେ । ସମସ୍ତ ଦୁର୍ଗୁଣର ସମାପ୍ତକାରିଣୀ ହେଉଛନ୍ତି ଦୁର୍ଗା । ଆସୁରୀ ବୃି ସମୂହକୁ କାଳ ରୂପ ଧାରଣ କରି ସମୂଳେ ଧ୍ୱଂସ କରିବାର ନାମ ମହାକାଳୀ । ଦେବୀଗଣ ଶକ୍ତିର ପ୍ରତୀକ । ଜ୍ଞାନ, ଯୋଗ ଓ ଅଖଣ୍ଡ ବ୍ରହ୍ମଚର୍ଯ୍ୟ ବ୍ରତ ଧାରଣ କରି ଏମାନେ ପରମାତ୍ମାଙ୍କ ଠାରୁ ଶକ୍ତି ଆହରଣ ପୂର୍ବକ ବିକାର ରୂପୀ ରାକ୍ଷସ ସଂହାର କରି ଧରାପୃଷ୍ଠରେ ରାମ ରାଜ୍ୟ ବା ସ୍ୱର୍ଗ ରାଜ୍ୟ ପ୍ରତିଷ୍ଠା କରିଥିବାରୁ ସେମାନଙ୍କୁ ଅଦ୍ୟାଶକ୍ତି ବା ଶିବ-ଶକ୍ତି କୁହାଯାଏ । ତେଣୁ ଭାରତରେ କୁମାରୀ କନ୍ୟାର ପୂଜନ ହୁଏ । ମାତୃଶକ୍ତିକୁ ଅଗ୍ରଣୀ କରି ପରମାତ୍ମା ବିକାର ରୂପୀ ରାବଣ କବଳରୁ ଆତ୍ମା ରୂପୀ ସୀତାକୁ ମୁକ୍ତ କରନ୍ତି ଓ ରାମ ରାଜ୍ୟ ସ୍ଥାପନ କରନ୍ତି । ପରମାତ୍ମା ଅବତରଣ ଦ୍ୱାରା ଜ୍ଞାନର ଦିବ୍ୟ ପ୍ରକାଶରେ ସୃଷ୍ଟିର ଅଜ୍ଞାନ ଅନ୍ଧକାର ଦୂର ହୁଏ ଓ ମନୁଷ୍ୟର ଆତ୍ମଜ୍ୟୋତି ପ୍ରଜ୍ଜ୍ୱଳିତ ହୁଏ । ପ୍ରତ୍ୟେକ ବ୍ୟକ୍ତିର ଆତ୍ମଜ୍ୟୋତି ପ୍ରଜ୍ଜ୍ୱଳନ ହେଲେ ଦୀପାବଳୀ ପାଳନର ପ୍ରକୃତ ଉଦ୍ଧେଶ୍ୟ ସାଧିତ ହେବ ।
ବର୍ମାନ କଳିଯୁଗ ଓ ସତ୍ୟଯୁଗର ସନ୍ଧି ଯୁଗର ସନ୍ଧି କ୍ଷଣରେ ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପରମାତ୍ମା ଶିବଙ୍କ ଅବତରଣ ହୋଇ ସାରିଛି । ତାଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ ଓ ଯୋଗ ଅଗ୍ନି ଦ୍ୱାରା ପ୍ରତ୍ୟେକ ଗୃହରେ ଜ୍ଞାନ ଦୀପ ଜଳାଇବାକୁ ହେବ । ସଂପ୍ରତି ଦେଖା ଦେଉଥିବା ବିଭିନ୍ନ ପ୍ରକାର ସମସ୍ୟା ସମାଧାନର ଏହାହିଁ ଏକମାତ୍ର ପନ୍ଥା । ଏହା ଦ୍ୱାରାହିଁ ଶ୍ରୀ ଲକ୍ଷ୍ମୀଙ୍କ ଆଗମନର ପଥ ପ୍ରଶସ୍ତ ହେବ ଓ ଭାରତର ଦାରିଦ୍ର୍ୟ ଦୂର ହୋଇ ସୁଖ, ଶାନ୍ତି, ପବିତ୍ରତା ଏବଂ ସମୃଦ୍ଧି ସମ୍ପନ୍ନ ଏକ ଯୁଗର ଆୟମାରମ୍ଭ ହେବ । ଦୀପାବଳୀ ପାଳନର ଏହାହିଁ ପ୍ରକୃତ ପନ୍ଥା ଅଟେ ।
ାା ଓମ୍ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର),
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment