: ସୃତି ତର୍ପଣ :- ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା--ଲେ: - ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

: ସୃତି ତର୍ପଣ :-

ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା

ଲେ: - ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ
    ଅଦ୍ୟାବଧି ବିଶ୍ୱ ସାହିତ୍ୟ କୋଷରେ ଅନେକାନେକ ବିଶିଷ୍ଟ ମହାପୁରୁଷ ମାନଙ୍କ ଜୀବନୀ ସଂଗୃହୀତ ହୋଇ ସାରିଛି । ଏଠାରେ ଯେଉଁ ବିଚିତ୍ର ମାନବଙ୍କ ଅଲୌକିକ ଜୀବନ ବୃାନ୍ତ ଉଲ୍ଲେଖ କରିବାକୁ ଯାଉଛି , ତାହା ଅତ୍ୟନ୍ତ ଅନୁପମ ଓ ଜୀବନକୁ ପରିବର୍ନ କରିଦେବା ପାଇଁ ପର୍ଯ୍ୟାପ୍ତ । କାରଣ ସେହି ଅସାଧାରଣ  ବହୁମୁଖୀ ବ୍ୟକ୍ତିତ୍ୱର ଅଧୀକାରୀ ପୁରୁଷଙ୍କୁ ହିଁ ପରମପିତା ପରମାତ୍ମା କଳିଯୁଗୀୟ ଆସୁରୀ ଦୁନିଆର ବିନାଶ ପୂର୍ବକ ସତ୍ୟଯୁଗୀ ଦୈବୀ ସାମ୍ରାଜ୍ୟର ସ୍ଥାପନା ପାଇଁ ନିମି ମାଧ୍ୟମ ରୂପେ ଚୟନ କରି ତାଙ୍କ ଶରୀରରେ ପରକାୟା ପ୍ରବେଶ ଦ୍ୱାରା ଏ ସୃଷ୍ଟିରେ ଅବତରଣ କରିଛନ୍ତି ।
      ହାଇଦ୍ରାବାଦ୍ ସିନ୍ଧ ପ୍ରଦେଶରେ ସନ୍ ୧୮୭୬ ଖ୍ରୀ: ଅ ରେ କୃପଳାନୀ କୂଳୋଦ୍ଧ୍ଦ୍ଭବ ଏକ ବଲ୍ଲଭାଚାରୀ ଭକ୍ତଙ୍କ ଘରେ ଏହି ଦିବ୍ୟ ପୁରୁଷ ଆର୍ବିଭୁତ ହୋଇଥିଲେ । ତାଙ୍କ ଶାରୀରିକ ନାମ ‘ଲେଖରାଜ’ ଥିଲା । ଲୋକେ ସ୍ନେହରେ ତାଙ୍କୁ ଦାଦା (ବଡ଼ଭାଇ) ବୋଲି ଡ଼ାକୁଥିଲେ । ପରମାତ୍ମାଙ୍କ ଅବତରଣ ପରେ କର୍ବ୍ୟ ବାଚକ ସ୍ୱରୂପ ସେ “ପ୍ରଜାପିତା ବ୍ରହ୍ମା” ନାମରେ ଅଭିହିତ  ହେଲେ । ପ୍ରତ୍ୟେକ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ତାଙ୍କୁ ସ୍ନେହରେ ‘ବ୍ରହ୍ମା ବାବା’ ଅଥବା କେବଳ ‘ବାବା’ ବୋଲି ସମ୍ବୋଧନ କରନ୍ତି । ତାଙ୍କ ଲୌକିକ ପିତା ନିକଟସ୍ଥ ଏକ ଗ୍ରାମୀଣ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । କିନ୍ତୁ ଦାଦା ଲେଖରାଜ ସ୍ୱୀୟ ଚମକôାରୀ ବୁଦ୍ଧି ଏବଂ ଅକ୍ଲାନ୍ତ ପୁରୁଷାର୍ଥ ଦ୍ୱାରା ଏକ ସାଧାରଣ ଗହମ ବ୍ୟବସାୟୀରୁ ପ୍ରଖ୍ୟାତ ହୀରକ ବ୍ୟବସାୟୀ ହୋଇପାରିଥିଲେ । ହୀରା ପରଖିବାରେ ସେ ଅନନ୍ୟ ସାମର୍ଥ୍ୟର ମାଲିକ ଥିଲେ  । ଏହି ବ୍ୟବସାୟ ହେତୁ ରାଜା ମହାରାଜା, ଧନାଢ଼୍ୟ ବ୍ୟକ୍ତି ବିଶେଷ ତଥା ତତ୍କାଳୀନ ଭାଇସ୍ରାୟଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା  । ନେପାଳର ରାଜପରିବାର ତଥା ଉଦୟପୁରର ମହାରାଜାଙ୍କ ତରଫରୁ ତାଙ୍କୁ ବିଶେଷ ଆତିଥ୍ୟ ତଥା ସ୍ନେହ ସମ୍ମାନ ପ୍ରାପ୍ତ ହେଉଥିଲା  । ରାଜଦରବାରରେ ଯୋଗ ଦେବା ପାଇଁ ତାଙ୍କୁ ନିତ୍ୟ ନିମନ୍ତ୍ରଣ ମିଳୁଥିଲା  । ସମ୍ପି ଓ ସମ୍ମାନର ଶୀର୍ଷ ଦେଶରେ ଥାଇ ମଧ୍ୟ ଦାଦାଙ୍କ ସ୍ୱଭାବରେ ନମ୍ରତା , ମଧୁରତା ଓ ପରୋପକାର ଭାବନା ରହିଥିଲା  । ସେ କୈ÷ାଣସି ପ୍ରଲୋଭନ ବା ପରିସ୍ଥିତି ଚାପରେ  ପଡ଼ି ନୈ÷ତିକତା ଓ ଧାର୍ମିକ ନିୟମକୁ ଉଲଂଙ୍ଘନ କରି ନ ଥିଲେ । ଉଦାହରଣ ସ୍ୱରୁପ ଯେତେବଡ ପ୍ରତିଷ୍ଠିତ ତଥା ରାଜକୀୟ ଅତିଥି ହେଲେ ମଧ୍ୟ ସେମାନଙ୍କୁ ମଦ୍ୟ ମାଂସାଦି ତାମସିକ ପାନାହାର ଦ୍ୱାରା ସକôାର କରୁ ନ ଥିଲେ । ସେ ସର୍ବଦା ଶୁଦ୍ଧ ସା୍ୱିକ ନିରାମିଷାଶୀ ଭୋଜନ ଗ୍ରହଣ କରୁଥିଲେ ଓ ସେଥିରେ ହିଁ ଅତିଥି ସକôାର କରୁଥିଲେ । ସେ ନାରାୟଣଙ୍କ ଅନନ୍ୟ ଭକ୍ତ ଥିଲେ ଓ ସର୍ବଦା ତାଙ୍କ ଚିତ୍ର ପାଖରେ ରଖୁଥିଲେ  ।
      ଦାଦା ଲେଖରାଜ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ମାଲିକ ଥିଲେ  । ଏତଦ୍ ବ୍ୟତୀତ ଏକ ଉନ୍ନତ କପାଳ , ସୁଗଠିତ ଅବୟବ , ତେଜସ୍ୱୀ ମୁଖମଣ୍ଡଳ ଓ ସଦାସ୍ମିତ ହାସ୍ୟରେ ଭରପୁର ଅଧର ତାଙ୍କ ବ୍ୟକ୍ତିତ୍ୱରେ ଅସାମାନ୍ୟ ଅଲୌକିକ ପ୍ରତିଭାର ସୂଚନା ଦେଉଥିଲା । ନବେ ବର୍ଷ ବୟସରେ ମଧ୍ୟ ସେ ଅା ସିଧା କରି ବସି ପାରୁଥିଲେ  । ତାଙ୍କ ଦୃଷ୍ଟି ଶକ୍ତି ତୀକ୍ଷ୍ଣ ଓ ଦୋଷମୁକ୍ତ ଥିଲା ; ଶ୍ରବଣ ଶକ୍ତି ଉମ ଥିଲା । ସେ ପାହାଡ ଉପରକୁ ଚଢି ପାରୁଥିଲେ ବ୍ୟାଡ୍ମିନ ଖେଳି ପାରୁଥିଲେ ଓ ବିନା କୌଣସି ଆଧାରରେ ଚାଲି ପାରୁଥିଲେ  । ତାଙ୍କ ଜୀବନ ଖୁବ ସଂଯମ ଓ ନିୟମଯୁକ୍ତ ଥିଲା  । ଆଲସ୍ୟ ଓ ନିରାଶା କେବେ ହେଲେ ତାଙ୍କୁ ସ୍ପର୍ଶ କରି ନ ଥିଲା  ।
    ଦାଦାଙ୍କ ଜୀବନ ଯାତ୍ରା ଯେତେବେଳେ ଷାଠିଏ ବର୍ଷ ପାଖାପାଖି ହେଲା ସେ କ୍ରମଶଃ ଅଧିକରୁ ଅଧିକ ଭକ୍ତି, ପୂଜା ଓ ଧ୍ୟାନ ଆଡକୁ ମନ ବଳାଇବାକୁ ଲାଗିଲେ । ସେ ବ୍ୟବସାୟ ସମୟକୁ ମଧ୍ୟ ଯଥା ସମ୍ଭବ ସଂଙ୍କୁଚିତ କରି ଇଶ୍ୱରୀୟ ଚିନ୍ତନ ତଥା ଆତ୍ମଚିନ୍ତନରେ ଅଧିକାଂଶ ସମୟ ବ୍ୟତୀତ କରୁଥଲେ  । ଦିନେ ବିନା ପ୍ରୟାସରେ ହଠାତ୍ ତାଙ୍କୁ ବିଷ୍ଣୁ ଚତୁର୍ଭୁଜଙ୍କ ସାକ୍ଷାତକାର ହେଲା ଏବଂ ସେହି ଅବ୍ୟକ୍ତ ସ୍ଥିତିରେ ତାଙ୍କୁ ଶୁଣାଗଲା “ତତ୍ ତ୍ୱମଅସି” ଅର୍ଥାତ ବାସ୍ତବିକ ସ୍ୱରୂପରେ ତୁମେ ହିଁ ଶ୍ରୀ ନାରାୟଣ ଅଟ  । ପରବର୍ୀ ସମୟରେ ଏକଦା ସେ ବାରଣାସୀ ସ୍ଥିତ ତାଙ୍କ ଜନୈ÷କ ମିତ୍ରଙ୍କ ବଗିଚାରେ ବସି ଯେତେବେଳେ ଧ୍ୟାନସ୍ଥ ଥିଲେ ସେତେବେଳେ ଜ୍ୟୋର୍ତିବିନ୍ଦୁ ସ୍ୱରୁପ ପରମପିତା ପରମାତ୍ମା ଶିବଙ୍କ ସକ୍ଷାତକାର ହେଲା  । ଅନ୍ୟ ଏକ ସାକ୍ଷାତକାରରେ ସେ ପ୍ରାକୃତିକ ବିପର୍ଯ୍ୟୟ , ଗୃହଯୁଦ୍ଧ ଓ ଆଣବିକ ଯୁଦ୍ଧ ଦ୍ୱାରା ନିକଟ ଭବିଷ୍ୟତରେ ହେବାକୁଥିବା ସାଂପ୍ରତିକ କଳିଯୁଗୀୟ ମହାବିନାଶର ଭୟାବହ ତାଣ୍ଡବଲୀଳା ଦର୍ଶନ କରିଥିଲେ  । ସେ ପର୍ଯ୍ୟନ୍ତ ଆମେରିକା ରୁଷ ଏପରି ଆଣବିକ ଅସ୍ତ୍ର ସବୁ ନିର୍ମାଣ କରି ନ ଥିଲେ  । ତେଣୁ ତଥାକଥିତ ବିଦ୍ୱାନ ମଣ୍ଡଳୀ ଦାଦାଙ୍କର ଏହି ସାକ୍ଷାତକାରକୁ କପୋଳ କଳ୍ପିତ ଭଣ୍ଡାମି ବୋଲି ଉପହାସ କରୁଥିଲେ । ସାଂପ୍ରତିକ ଦୁନିଆର ଘଟଣାବଳୀ ସମୂହକୁ ସୂକ୍ଷ୍ମ ପ୍ରଣିଧାନ କଲେ ଯେ କେହି ନିଷ୍ପକ୍ଷ ବିଚାରକ  ଏହି ସାକ୍ଷାତକାରର ସତ୍ୟତାକୁ ସ୍ୱୀକାର କରିବ । ଏହି ଭୟାବହ ସାକ୍ଷାତକାର ପରେ ଦାଦା ଲେଖରାଜ ଅନୁଭବ କଲେ ଯେ ବହୁମୂଲ୍ୟ ସମୟ ବିନିମୟରେ ବ୍ୟତୀତ କରିଥିବା ଏହି ବ୍ୟବସାୟିକ ଜୀବନରୁ ଅବ୍ୟାହତି ନେଇ ଈଶ୍ୱରୀୟ ସେବାରେ ଲାଗିଯିବା ଦରକାର । ତାପରେ ସେ ତାଙ୍କ ମୂଖ୍ୟ ବ୍ୟବସାୟିକ କେନ୍ଦ୍ର କଲିକତା ଯାଇ ନିଜର ଭାଗିଦାରଙ୍କୁ ତାଙ୍କ ଦୃଢ ସଂକଳ୍ପ କଥା ଜଣାଇଲେ ଓ ତାଙ୍କୁ ସମସ୍ତ ବ୍ୟବସାୟିକ ଅଧିକାର ହସ୍ତାନ୍ତର କରି ଦେଲେ । ଏହିପରି ଏକ ମହ୍ୱପୂର୍ଣ୍ଣ ପଦକ୍ଷେପ  ନେଉଥିବା ଅବସରରେ ତାଙ୍କ କକା ‘ମୂଲଚାନ୍ଦ’ଙ୍କ ମୃତ୍ୟୁ ହୋଇଗଲା । ସେଠାରେ ଥାଇ ସେ ମୃତ୍ୟୁର ସାକ୍ଷାତ୍କାର କରିଥିଲେ  । ତାଙ୍କୁ ଦେଖାଗଲା ଯେ କକା ମୂଲଚାନ୍ଦଙ୍କ ଆତ୍ମା ମସ୍ତକରୁ ଅଲଗା ହୋଇଗଲା ଏବଂ ଅନ୍ୟ ସାରୁ ଛାଡୁ ଛାଡୁ ଗୋଡର ଅଙ୍ଗୁଳି ପର୍ଯ୍ୟନ୍ତ ଆସିଗଲା  । ତା’ପରେ ପୁନର୍ବାର କ୍ରମଶଃ ଥର୍ମୋମିଟର ପାରା ପରି ଉପରକୁ ଉଠି ଉଠି ମସ୍ତକ ପର୍ଯ୍ୟନ୍ତ ଆସିଗଲା ଏବଂ ବାହାରକୁ ଚାଲିଗଲା  ।
ଏହି ଘଟଣାର କିଛି ଦିନ ପରେ ସ୍ୱ ଗୃହରେ ଅନୁଷ୍ଠିତ ଏକ ସତ୍ସଙ୍ଗରେ ତାଙ୍କ ଗୁରୁଙ୍କ ଠାରୁ ଦାଦା   ଧାର୍ମିକ ପ୍ରବଚନ ଶୁଣୁଥାନ୍ତି । ହଠାତ୍ ସେ ସଭାରୁ ଉଠିଯାଇ ତାଙ୍କ ଶୟନ କକ୍ଷରେ ପ୍ରବେଶ କଲେ ଓ ଏକାଗ୍ର ଚି ହୋଇଗଲେ । ଏହି ସମୟରେ ତାଙ୍କ ଧର୍ମପତ୍ନୀ  ଓ ବୋହୂ ଶୟନ କକ୍ଷକୁ ଆସି ଦେଖିଲେ ଯେ ଦାଦାଙ୍କ ନୟନ ଯୁଗଳ ଜ୍ୱଳନ୍ତ ନାଲି ବତୀ ପରି ରକ୍ତିମ ଆଭାରେ ପ୍ରକାଶମାନ ଥିଲା । ତାଙ୍କର ସମଗ୍ର  ମୁଖମଣ୍ଡଳ ବାଳାରୁଣକୁ ନିନ୍ଦା କରି  ରକ୍ତିମ ଆଭାରେ ଜାଜ୍ୱଲ୍ୟମାନ ଥିଲା । ସମଗ୍ର କକ୍ଷଟି ଏକ ଦିବ୍ୟ ଆଲୋକରେ ଉଦ୍ଭାସିତ ହୋଇ  ଅେଲୌକିକ ବାତାବରୁଣ ସୃଷ୍ଟି କରୁଥିଲା । ଏକ ଗୁରୁଗ୍୍୍୍ମ୍ଭୀର ଧ୍ୱନିରେ ନିମ୍ନୋକ୍ତ ଯେଉଁ ଶଦ୍ଧର ଝଙ୍କାର ସ୍ୱତଃସ୍ଫୁର୍  ଭାବରେ ନିନାଦିତ ହେଉଥିଲା ପ୍ରତ୍ୟକ୍ଷଦର୍ଶୀ  ବର୍ଣ୍ଣନାନୁଯାୟୀ ସତେ ଯେପରି କି ତାହା ଉଦ୍ଧ୍ୱର୍ଦେଶରୁ  ଝଙ୍କୃତ ହେଉଥିଲା । ସେହି ଦିବ୍ୟ ଶଦ୍ଧାବଳୀରେ ସଂଯୋଜିତ ହୋଇଥିବା ସ୍ୱରଟି ହେଲା........
ନିତ୍ୟାନନ୍ଦ ସ୍ୱରୂପଂ ଶିବୋଽହମ ଶିବୋଽହମ 
ପ୍ରକାଶ ସ୍ୱରୂପଂ ଶିବୋଽହମ ଶିବୋଽହମ   ।ା
ଯେତେବେଳେ ଏହି ସ୍ୱରଟି ଶ୍ରୁତିଗୋଚର ହେଉଥିଲା ଦାଦାଙ୍କ ନେତ୍ରଦ୍ୱୟ ନିମିଳୀତ ଥିଲା । କିଛିକ୍ଷଣ ପଶ୍ଚାତ୍ ଯେତେ ବେଳେ ତାଙ୍କ ଚକ୍ଷୁ ଉନ୍ନୀଳିତ ହେଲା ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଚତୁର୍ଦ୍ଧିଗକୁ ଅନାଇଲେ । ସେ କଣ ଦେଖୁଥିଲେ ବୋଲି ପଚାରିବାରୁ ନିମ୍ନ ଶଦ୍ଧାବଳୀ ତାଙ୍କ ମୁଖରୁ ଉଦ୍ଗୀରଣ ହେଲା :-“ସେ କିଏ ଥିଲା? ଗୋଟିଏ ପ୍ରକାଶପୁଞ ଥିଲା । ଏହା କୈାଣସି ଶକ୍ତି ଥିଲା । ଏହା ଥିଲା କୈାଣସି ଏକ ସୌନ୍ଦର୍ଯ୍ୟଭରା ଧାର୍ମିକ ଜଗତ । ଆକାଶର ଅନନ୍ତ ଦୂରତାରେ ତାରକା ସଦୃଶ କେତେକ ଆଧ୍ୟାତ୍ମିକ ସା ପରି ଦୃଶ୍ୟମାନ ହେଉଥିଲା । ଯେତେ ବେଳେ ସେହିସବୁ ତାରକାପୁଞ ଭୂପୃଷ୍ଠାଭିମୁଖୀ ହେଉଥିଲେ ସେମାନଙ୍କ ମଧ୍ୟରୁ କେହି ଦୈବୀ ରାଜକୁମାର ହୋଇଯାଉଥଲେ ତ କେହି ଦୈବୀ ରାଜକୁମାରୀ ହୋଇଯାଉଥିଲେ । ସେହି ଦିବ୍ୟପ୍ରକାଶ ଓ ଶକ୍ତି ମୋତେ କହିଲା, ତୁମକୁ ଏପରି ଦୁନିଆ ନିର୍ମାଣ କରିବାକୁ ହେବ ।” କିନ୍ତୁ କିପରି ତାଦୃଶ ଦୁନିଆ ନିର୍ମାଣ କରିବାକ ୁହେବ ଏ ବିଷୟରେ କିଛି ସେ ସାକ୍ଷାତ୍ କରି ନ ଥିଲେ । ଦାଦା ଲେଖରାଜ ଗଭୀର ଚିନ୍ତାମଗ୍ନ ହୋଇପଡ଼ିଲେ । ସେ ଏହି ଅସମାହିତ ସମସ୍ୟାର ରହସ୍ୟ ଉଦ୍ଘାଟନ କରିବା ପାଇଁ ଗଭୀର ଭାବରେ ଭାବିବାକୁ ଲାଗିଲେ । “ସେ କିଏ ଥିଲା? କେଉଁ ପ୍ରକାର ଶକ୍ତି ମୋତେ ଏପରି ସାକ୍ଷାତ୍କାର ଏପରି ଜ୍ଞାନ ଓ ଆତ୍ମାନୁଭୁତି ଦେଲା?” ଧୀରେ ଧୀରେ ଏହି ରହସ୍ୟ ପରଦାର ଅନ୍ତରାଳେ ଥିବା ସତ୍ୟ ତାଙ୍କ ଦୃଷ୍ଟି ପଥରୁ ଅନାବୃତ ହେବାକୁ ଲାଗିଲା ।
        ବାସ୍ତବରେ ପରମାତ୍ମା ଶିବ ହିଁ ଦାଦାଙ୍କ ଶରୀରରେ ପ୍ରବେଶ କରି ତାଙ୍କ ମୁଖ ଦ୍ୱାରା ଏପରି ବାକ୍ୟ ଉଚ୍ଚାରଣ କରିଥିଲେ । ସେ ଆଗାମୀ ସତ୍ୟଯୁଗୀୟ ଦୈବୀ ଦୁନିଆର  ପୁର୍ନସ୍ଥାପନା ପାଇଁ ଈଶ୍ୱରୀୟ ମାଧ୍ୟମ ରୂପେ କର୍ମ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହାପରେ ଦାଦା ଲେଖରାଜ ପରମାତ୍ମା ଶିବଙ୍କ ସାକାର ମାଧ୍ୟମ ରୂପେ କାର୍ଯ୍ୟ ସମ୍ପାଦନ କରିବାକୁ ଲାଗିଲେ ଓ ତାଙ୍କ ଦ୍ୱାରା ପ୍ରଦ ପ୍ରଜାପିତା ବ୍ରହ୍ମା ନାମ ଧାରଣ କଲେ । ଜ୍ୟୋର୍ତିବିନ୍ଦୁ ସ୍ୱରୂପ ପରମାତ୍ମା ଶିବ ବ୍ରହ୍ମ ଲୋକରୁ ଅବତରଣ କରି ତାଙ୍କ ମୁଖ ମାଧ୍ୟମରେ  ଭାରତର ପ୍ରାଚୀନ ତଥା ଲୁପ୍ତ ପ୍ରାୟ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଶିକ୍ଷା ଦେବାକୁ ଲାଗିଲେ । ସେ ପବିତ୍ରତା ଓ ଦିବ୍ୟଗୁଣ ଧାରଣାର ଏପରି ତା୍ୱିକ ଶିକ୍ଷା ଦେଉଥିଲେ ଯେ ତାହା ଯେଉଁମାନେ ଶୁଣୁଥିଲେ ସେମାନଙ୍କ ମଧ୍ୟରୁ କେତେକ ରୋମାିତ ହୋଇଯାଉଥିଲେ ଏବଂ ଅନ୍ୟ କେତେକ ଏହାକୁ ମାନବ ଜୀବନରେ ଧାରଣ କରିବା ଅସମ୍ଭବ ବୋଲି ବିଚାର କରୁଥିଲେ । ଯେଉଁମାନେ ଏହି ଶିକ୍ଷାକୁ ଧାରଣ ପୂର୍ବକ ସ୍ୱ ଆତ୍ମାର ତମୋଗୁଣୀ ଆସୁରୀ ସଂସ୍କାରକୁ ସତୋଗୁଣୀ ଦୈବୀ ସଂସ୍କାରରେ ପରିବର୍ନ କରିବା ପାଇଁ ପୁରୁଷାର୍ଥ କଲେ ସେମାନେ ନିଜକୁ ବ୍ରହ୍ମାମୁଖ ବଂଶାବଳୀ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ବୋଲି  ପରିଚିତ କରାଇଲେ ।
       ଯେଉଁ ସମୟରେ ଦାଦା ଲେଖରାଜ ଏପରି ଅଭୁତପୂର୍ବ ଅନୁଭୁତିରେ ମଗ୍ନ ଥିଲେ ତତ୍କାଳୀନ ସିନ୍ଧୁପ୍ରଦେଶରେ ଜନସମୂହ ସାଧାରଣତଃ ମଦ୍ୟ ମାସାଂଦି ତାମସିକ ଖାଦ୍ୟପେୟ ଓ ବିଷୟ ବାସନାରେ ମ ଥିଲେ । ନାରୀସମାଜ ନିର୍ଯ୍ୟାତିତ ; ତିରସ୍କୃତ ଓ ଅବହେଳିତ ଥିଲେ । ନାରୀ, ପୁରୁଷର ବିଷୟ ବାସନା ପୂିର୍ ପାଇଁ ଏକ ମାଧ୍ୟମ ରୂପେ ବିବେଚିତ ହେଉଥିଲା । ନାରୀକୁ ପୁରୁଷର ପଦସେବିକା ରୁପେ ମାନ୍ୟତା ଦିଆଯାଉଥିଲା । ସାଧାରଣତଃ ଘରର ସ୍ତ୍ରୀ ଲୋକମାନେ ଲମ୍ବା ଓଢ଼ଣା ମଧ୍ୟରେ ନିଜକୁ ଲୁକ୍କାୟିତ ରଖୁଥିଲେ । ସେମାନଙ୍କ ଚଳ ପ୍ରଚଳ ଘରର ଚାରିକାଛ ମଧ୍ୟରେ ଆବଦ୍ଧ ଥିଲା । ଶିକ୍ଷାୟତନରେ ପୁଅଝିଅ ଏକତ୍ର ବସି ଅଧ୍ୟୟନ କରିବାର ପ୍ରଥା ନ ଥିଲା । ବିଧବା ନାରୀମାନଙ୍କ ଅବସ୍ଥା ଅତୀବ ଦୟନୀୟ ଥିଲା । ସାରାଜୀବନ ସେମାନଙ୍କୁ ଅପରିଷ୍କାର ଚିରା ଲୁଗା ପିନ୍ଧିବାକୁ ପଡ଼ୁଥିଲା । ପୁରୁଷ, ନାରୀକୁ କାମକ୍ରୋଧାଦି ପୁିର୍ ପାଇଁ ଏକ କ୍ରୀଡନକ ପୁଳିକା ସମ ବ୍ୟବହାର କରୁଥିଲା ଏବଂ ସମାଜ ଓ ବ୍ୟବହାରିକ ଜୀବନରେ ଏ ସବୁକୁ ସାଧାରଣ କଥା ବୋଲି ବିଚାର କରାଯାଉଥିଲା  । ସାମାଜିକ ଜୀବନରେ ଦୈବୀ ସମ୍ପି ପ୍ରାୟ ଲୋପ ପାଇ ଯାଇ ଆସୁରÿୀ ପ୍ରାଚୁର୍ଯ୍ୟ ସର୍ବତ୍ର ଆବୃତି ଲାଭ କରିଥିଲା । ଚୈତନ୍ୟ ଦେବୀ ଦେବତାଙ୍କ ସ୍ମୃତି ସ୍ୱରୂପ କେବଳ ତାଙ୍କ ଚିତ୍ର ପ୍ରତିମା ହିଁ ପୂଜିତ ହେଉଥିଲା । ଦେବତ୍ୱ ପ୍ରାପ୍ତି ପାଇଁ ପୁରୁଷାର୍ଥରତ ପୁରୁଷାର୍ଥୀମାନଙ୍କର କୁସôାରଟନା କରି ସମାଜରେ ନିନ୍ଦିତ କରାଇବାର କୁପ୍ରୟାସ କରାଯାଉ ଥିଲା । ଏପରି ଏକ ଧର୍ମ ଗ୍ଳାନି ସମୟରେ ପରମାତ୍ମା ଶିବ ଦାଦା ଲେଖରାଜଙ୍କୁ ସ୍ୱୀୟ ସାକାର ମାଧ୍ୟମ ରୂପେ ବ୍ୟବହାର କରି ସୁଖ,ଶାନ୍ତି,ସମୃଦ୍ଧି,ପବିତ୍ରତା ଓ ସଦାଚାର ସମ୍ପନ୍ନ ଏକ ଦୈବୀ ସାମ୍ରାଜ୍ୟ ସ୍ଥାପନାର କାର୍ଯ୍ୟ ଆରମ୍ଭ କଲେ ।
ତାଙ୍କ ମୁଖ ମାଧ୍ୟମରେ ପରମାତ୍ମା ଶିବଙ୍କ ଉପଦିଷ୍ଟ ଈଶ୍ୱରୀୟ ନିୟମ ଓ ଦୈବୀ ମର୍ଯ୍ୟାଦାକୁ ପାଳନ କରିବାରେ ଦାଦା ଲେଖରାଜ ସର୍ବାଗ୍ରେ ଓ ସର୍ବ ପ୍ରଥମ ଥିଲେ  । ଦାଦାଙ୍କ ମୁଖ ମାଧ୍ୟମରେ ପରମାତ୍ମା ଶିବ ବିଶ୍ୱର ବାସ୍ତବିକ ସ୍ଥିତି ବିଷୟରେ ସଚେତନ କରାଇବାକୁ ଜନସମୁହଙ୍କ ଉଦ୍ଧେଶ୍ୟରେ ଏହି ବାର୍ା ଦେଲେ ଯେ ଦେହ ଅଭିମାନ ଓ କାମକ୍ରୋଧାଦି ବିକାର ହିଁ ସମସ୍ତ କଳହ କ୍ଳେଶର ମୂଳ କାରଣ  । ତେଣୁ ବିଶ୍ୱରେ ଶାନ୍ତି ଓ ସଂହତି ସ୍ଥାପନ ପାଇଁ  ଆହାର, ବିହାର, ବ୍ୟବହାର ଓ ସଙ୍ଗକୁ ଶୁଦ୍ଧ, ସା୍ୱିକ କରିବା ଆବଶ୍ୟକ  । କାରଣ ଯେମିତି ଅନ୍ନ ସେମିତି ମନ  ।  ଯେମିତି ସ୍ମୃତି ସେମିତି ବୃି  । ଯେମିତି ବୃି ସେମିତି କୃତୀ ଓ ଯେମିତି ସଙ୍ଗ ସେମିତି ରଙ୍ଗ  । ବର୍ମାନ ବିଶ୍ୱ ଏକ ଅଭୂତପୂର୍ବ ଚାରିତ୍ରିକ ସଂକଟ ପଥରେ ଧାବମାନ ହେଉଛି  । ଏହି ପରିସ୍ଥିତିରେ ମନୋବିକାର ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ ହୋଇ ସତତ ଈଶ୍ୱରୀୟ ସ୍ମୃତିରେ ମଗ୍ନ ହେବା ପାଇଁ ବ୍ରହ୍ମଚର୍ଯ୍ୟ ପାଳନ ବ୍ୟତିରେକ ଅନ୍ୟ ପନ୍ଥା ନାହିଁ  ।
ଏହି ଈଶ୍ୱରୀୟ ଶିକ୍ଷା ପ୍ରତି କ୍ରମଶଃ ଜନ ସମର୍ଥନ ବୃଦ୍ଧି ପାଇବାକୁ ଲାଗିଲା  । କେତେକ ବିଷୟ ବାସନାଗ୍ରସ୍ତ ଲୋକେ ଭାବିଲେ ଯେ ତାଙ୍କଠାରୁ ଭୋଗ୍ୟ ସାମଗ୍ରୀ ଛଡ଼ାଇ ନିଆଯାଉଛି । ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା । ସେମାନେ ପ୍ରତିହିଂସା ପରାୟଣ ହୋଇ ପାଟିତୁଣ୍ଡ କଲେ । ନାନା ପ୍ରକାର ଅପ୍ରଚାର ଚଲାଇଲେ । ଦାଦାଙ୍କ ନାମରେ ଅଶ୍ଳୀଳ ଅପବାଦର ଅଭିଯୋଗ ଆଣିଲେ । ଏତିକିରେ ବି ସେମାନେ ସନ୍ତୁଷ୍ଟ ହେଲେ ନାହିଁ; ଶେଷରେ ସେମାନେ ଦାଦାଙ୍କ ଭବନକୁ ନିଆଁ ଲଗାଇଦେଲେ । ତାଙ୍କ ପଥରେ ନାନାପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବାକୁ ଲାଗିଲେ । ବିଚରା ଆତ୍ମା ଗଣ ଜାଣିପାରୁ ନ ଥିଲେ ଯେ ଏହା ଦାଦାଙ୍କ ବାଣୀ ନୁହେଁ ; ଅପିତୁ ଜଗତ ରକ୍ଷକ ପରମାତ୍ମା ଶିବ ସ୍ୱୟଂ କେବଳ ସେମାନଙ୍କୁ ନୁହେଁ ବଂର ଦାଦାଙ୍କ ସହିତ ସମଗ୍ର ମାନବ ସମାଜକୁ ଏହି ଦିବ୍ୟ ସନ୍ଦେଶ ପ୍ରଦାନ କରିଥିଲେ । ସେମାନଙ୍କ ସ୍ଥୂଳ ବୁଦ୍ଧିକୁ ଏକଥା ସ୍ପର୍ଶ କରି ପାରୁ ନ ଥିଲା ଯେ ପରମ କଲ୍ୟାଣକାରୀ ସର୍ବ ଶକ୍ତିମାନ ଶିବଙ୍କୁ କୈାଣସି ପ୍ରତିବନ୍ଧକ ପ୍ରତିରୋଧ କରିପାରିବ ନାହିଁ । ଏପରି ଭୟଙ୍କର ପ୍ରତିବନ୍ଧକ ସେ୍ୱ ମଧ୍ୟ ଲୋକମାନେ ପବିତ୍ରତା ଓ ପ୍ରକୃତ ଈଶ୍ୱରୀୟ ଅନୁରାଗରେ ରଞ୍ଜିତ ହୋଇ ପ୍ରତିଦିନ ଦାଦାଙ୍କ ସତ୍ ସଙ୍ଗରେ ଯୋଗ ଦେବାକୁ ଲାଗିଲେ । ପୁରୁଷମାନଙ୍କ ବ୍ୟତୀତ ସେହି ଆସୁରୀ ପ୍ରବୃି ଲୋକମାନଙ୍କ ନିଷ୍ଠୁରତାର ଶିକାର ହୋଇଥିବା ଅନେକ ମହିଳା ଓ କନ୍ୟାମାନେ ଯେଉଁମାନେ କି ସର୍ବାନ୍ତଃକରଣରେ ଏହି ଶିକ୍ଷାକୁ ଗ୍ରହଣ କରିଥିଲେ ସେମାନେ ସର୍ବୋଚ୍ଚ ଆଧ୍ୟାତ୍ମିକ ଲକ୍ଷ୍ୟ ପ୍ରାପ୍ତି ପାଇଁ  କୃତ ସଂକଳ୍ପ ହୋଇଗଲେ । ସର୍ବ ସମର୍ଥ ପରମାତ୍ମା ଶିବଙ୍କ ପ୍ରତି ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରି ସେମାନେ ସମସ୍ତ ସା୍ୱିକ ନିୟମ ପାଳନ କରି ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଆଧାରରେ ସ୍ୱ ଜୀବନକୁ ସମ୍ପୂର୍ଣ୍ଣ ପବିତ୍ର ଓ ଦିବ୍ୟ କରିବା ପୁରୁଷାର୍ଥରେ ଲାଗି ପଡ଼ିଲେ ।
ତାଙ୍କ ପ୍ରତି ବିରୋଧି ମନୋଭାବ ରଖୁଥିବା ଲୋକମାନଙ୍କ ପ୍ରତି ଦାଦା ଲେଖରାଜ କଦାପି ଘୃଣା କରୁ ନ ଥିଲେ ; ବରଂ  ସେମାନଙ୍କ ମଙ୍ଗଳ ପାଇଁ ସତତ ଶୁଭ ସଂକଳ୍ପ କରୁଥିଲେ ତଥା ତଦନୁସାରେ କାମ ମଧ୍ୟ କରୁଥିଲେ  । ଶାନ୍ତ ଓ ହସ ହସ ମୁଖରେ ସେ ସବୁ ପ୍ରକାର ନିନ୍ଦା ଅପବାଦ ସହନ କରୁଥିଲେ ଓ ଈଶ୍ୱରୀୟ ମାର୍ଗରୁ ତିଳେ ମାତ୍ର ବିଚ୍ୟୁତ ନ ହୋଇ ପ୍ରତିପକ୍ଷ ମାନଙ୍କ ସବୁ ପ୍ରକାର ବିରୋଧର ସମ୍ମୁଖୀନ ହେଉଥିଲେ  । ମନ, ବଚନ ଓ କର୍ମରେ ସମ୍ପୂର୍ଣ୍ଣ ପବିତ୍ରତା ପାଇଁ ସେ ସତତ ପୁରୁଷାର୍ଥ କରୁଥିଲେ ତଥା ଜୀବନ ନିୟମର ସେହି ମାର୍ଗକୁ ଅନୁସରଣ କରିବା ପାଇଁ ଜନ ସମୂଦାୟକୁ ଅନୁପ୍ରାଣିତ କରୁଥିଲେ  । ଏହା ପୂର୍ବରୁ ଜନ ସମୂଦାୟସକୁ ଏପରି ଶିକ୍ଷା କେହି କେବେ ଦେଇ ନ ଥିଲେ  । ଅନ୍ୟ ଅର୍ଥରେ କହିବାକୁ ଗଲେ ଘର ଗୃହସ୍ଥରେ ଥାଇ ବିକାର ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ ପୂର୍ବକ ସୁଖୀ, ଶାନ୍ତି , ସମୃଦ୍ଧି ଓ ପବିତ୍ରତା ସମ୍ପନ୍ନ ସତ୍ୟ ଯୁଗୀୟ ଦୁନିଆର ପୁନସ୍ଥାପନା କଥା କହିବା ଦୃଷ୍ଟାନ୍ତ ଆଜି ପର୍ଯ୍ୟନ୍ତ ନାହିଁ  ।
           ଈଶ୍ୱରୀୟ ନିର୍ଦ୍ଧେଶ କ୍ରମେ ଦାଦା ଲେଖରାଜ ଶ୍ରେଷ୍ଠ ପୁରୁଷାର୍ଥରେ ରତ ମାତା ଓ କନ୍ୟା ମାନଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ କଲେ  । ସେ ତାଙ୍କର ସ୍ଥାବର ଅସ୍ଥାବର ସମସ୍ତ ସମ୍ପି ମାନବ ଦିବ୍ୟ କରଣ ସେବା ପାଇଁ ଏହି ଟ୍ରଷ୍ଟକୁ ସମର୍ପିତ କରିିଦେଲେ । ଏହିପରି ସନ୍ ୧୯୩୭ ମସିହାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସ୍ଥାପନା ହେଲା  । ଭାରତ ବିଭାଜନ ହେତୁ ସନ୍ ୧୯୫୦ ଖ୍ରୀ:ଅ ରେ ଏହା ରାଜସ୍ଥାନର ଆବୁ ପର୍ବତକୁ ସ୍ଥାନାନ୍ତରିତ ହେଲା ଓ ପ୍ରାରମ୍ଭିକ ସ୍ତରରେ ପ୍ରାୟ ଚାରି ଶହ ପୁରୁଷାର୍ଥୀ ବିଶିଷ୍ଟ ଏହି ଅନୁଷ୍ଠାନ ଦୀର୍ଘ ୧୪ ବର୍ଷର ନିରନ୍ତର ତପସ୍ୟା ପରେ ସମଗ୍ର ବିଶ୍ୱରେ ଈଶ୍ୱରୀୟ ସନ୍ଦେଶ ପହାଇବା ସେବାରେ ତପôର ହୋଇଉଠିଲା  । ଏହାର ପରିଣାମ ସ୍ୱରୂପ ସଂପ୍ରତି ଭାରତ ଓ ଭାରତ ବାହାରେ ଅନ୍ୟୁନ ଷାଠିଏରୁ ଉର୍ଦ୍ଧ ଦେଶରେ ପ୍ରାୟ ସାତ ହଜାର (୭୦୦୦) ଶାଖା ସେବା କେନ୍ଦ୍ର ସବୁ ସ୍ଥାପିତ ହେଲାଣି ଓ ହାରାହାରୀ ଆଠ ଲକ୍ଷରୁ ଉର୍ଦ୍ଧ ବ୍ରହ୍ମାକୁମାର / କୁମାରୀ ରାଜଯୋଗ ଅଭ୍ୟାସ ତଥା ଈଶ୍ୱରୀୟ ସନ୍ଦେଶ ପ୍ରସାର ଦ୍ୱାରା ଭାରତରେ ଏକ ସୁଖ, ଶାନ୍ତି, ପବିତ୍ର ଏବଂ ସମୃଦ୍ଧିଶାଳୀ ସତଯୁଗୀ ଦୈ÷ବୀ ସାମ୍ରାଜ୍ୟ ସ୍ଥାପନା ସେବାରେ ସତତ ପ୍ରୟାସ ରତ ଅଛନ୍ତି  ।
           ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା ସନ୍ ୧୯୬୯ ଖ୍ରୀ:ଅ ଜାନୁୟାରୀ ଅଠର ତାରିଖ ଦିନ ସ୍ୱୀୟ ମର ଶରୀର ତ୍ୟାଗ କରି ଅବ୍ୟକ୍ତ ହୋଇଗଲେ। ସେ ନିଜ ଜୀବନ କାଳ ମଧ୍ୟରେ ସ୍ୱୟଂ ନିଜେ ଏହି ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଅଭ୍ୟାସ ତଥା ଦିବ୍ୟଗୁଣ ଧାରଣାର ଜ୍ୱଳନ୍ତ ଉଦାହରଣ ରୂପେ ଅକ୍ଳାନ୍ତ ପରିଶ୍ରମ କରି ଏହି ମହାନ୍ ଈଶ୍ୱରୀୟ ସେବାକୁ ନିମି ଭାବରେ ସାଳନ କରୁଥିଲେ ଓ ଆଜି ମଧ୍ୟ ଅବ୍ୟକ୍ତ ରୂପେ ପ୍ରେରଣା ଦ୍ୱାରା ତାହା ପୂର୍ବପରି ଯଥା ଶୃଙ୍ଖଳିତ ସମ୍ପନ୍ନ ହେଉଛି ଏବଂ ଯେ ପର୍ଯ୍ୟନ୍ତ ଦୈ÷ବୀ ସାମ୍ରାଜ୍ୟ ସ୍ଥାପିତ ନ ହୋଇଛି ଏହା ଅବ୍ୟାହତ ରହିବ  ।
ାା ଓମ୍ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର