ପିିତାଶ୍ରୀ ପ୍ରଜାପିତା ବ୍ରହ୍ମା -ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପାଟଣାଗଡ ।
ପିିତାଶ୍ରୀ ପ୍ରଜାପିତା ବ୍ରହ୍ମା
ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପାଟଣାଗଡ ।
ସମ୍ପ୍ରତି ବିଶ୍ୱର ସର୍ବତ୍ର ଅଶାନ୍ତିର ସାମ୍ରାଜ୍ୟ । ଚତୁଦିଗ ରୋଗ ଓ ଶୋକର ଘନ ଅନ୍ଧକାର ଦ୍ୱାରା ଆଚ୍ଛାଦିତ । ଶାନ୍ତିର ଅନ୍ୱେଷଣରେ ମଣିଷ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛି । ବିଶ୍ୱଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ କରାଯାଉଛି; କିନ୍ତୁ ଅଶାନ୍ତି ଆହୁରି ଆହୁରି ବଢ଼ି ଚାଲୁଛି । ପ୍ରକୃତି ମଧ୍ୟ ତା'ର ବିନାଶକାରୀ ପ୍ରକୋପ ପ୍ରଦର୍ଶନ କରୁଛି । ନୈତିକ ମୂଲ୍ୟରେ ଅବନତି ପରିଲକ୍ଷିତ ହେଉଛି । ଅନେକାନେକ ଭୌତିକ ସୁଖ ସାଧନର ଉପଯୋଗ ସେ୍ୱ ମଧ୍ୟ ମାନବ ଚିନ୍ତା, ଆକ୍ରୋଶ ଏବଂ ମାନସିକ ·ପରେ ଗ୍ରସିତ ଧୀରେ ଧୀରେ ଜୀବନ ଅଶାନ୍ତିର ଏକ ଗହନ ଅନ୍ଧକାର ମଧ୍ୟରେ ଅସ୍ତମିତ ହେବାକୁ ଲାଗୁଛି । ଏଭଳି ପରିସ୍ଥିତିରେ ଶାନ୍ତିର ପଥ ପ୍ରଦର୍ଶନ କିଏ କରିବ ? ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଯେତେବେଳେ ସଂସାରରେ ବିକଟ ପରିସ୍ଥିତି ଉପôନ୍ନ ହୋଇଛି ସେତେବେଳେ ବିଶ୍ୱର ପଥଭ୍ରଷ୍ଟ ମାନବକୁ ସତ୍ୟ ପଥର ସନ୍ଧାନ ଦେବାପାଇଁ ଅନେକ ବିଶିଷ୍ଟ ମହାମାନବ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ପିତାଶ୍ରୀ ପ୍ରଜାପିତା ବ୍ରହ୍ମା ଏକ ଅନନ୍ୟ ବିଭୂତି । ସେ ସ୍ୱୀୟ ଅସାଧାରଣ ବ୍ୟକ୍ତିତ୍ୱ ଦ୍ୱାରା ବିଶ୍ୱଶାନ୍ତିରେ କ୍ରାନ୍ତି ଆଣିବା ପାଇଁ ଜ୍ୟୋଜିସ୍ୱରୂପ ପରମାତ୍ମା ଶିବଙ୍କ ସାକାର ମାଧ୍ୟମ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ ।ପିତାଶ୍ରୀ ପ୍ରଜାପିତା ବ୍ରହ୍ମା ୧୮୭୬ ଖ୍ରୀ.ଅରେ ହାଇଦ୍ରାବାଦ ସିନ୍ଧୁପ୍ରଦେଶର ଏକ ସୁସଂସ୍କୃତି ସମ୍ପନ୍ନ କୃପାଳାନି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାଲ୍ୟକାଳର ନାମ ଥିଲା ଲେଖରାଜ । ତାଙ୍କ ପିତା ଖୁବ୍·ନ୍ଦ ଏକ ଗାଁ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ । ଲେଖରାଜ ପାଠପଢାରେ ଖୁବ୍ ଦକ୍ଷ ଥିଲେ । ପିଲାଟି ଦିନରୁ ଏକଗ୍ରତାର ଅଭ୍ୟାସ କରିବା ଥିଲା ତାଙ୍କର ବିଶେଷତା । ବାଲ୍ୟାବସ୍ଥାରୁ ହିଁ ସେ ଖୁବ୍ ନମ୍ର ଓ ମଧୁର ସ୍ୱଭାବର ଥିଲେ । ସମୟାନୁକ୍ରମେ ଗୁଣିଗୁଣାଗ୍ରଗଣ୍ୟ ଲେଖରାଜ ଯୌବନରେ ପଦାର୍ପଣ କଲେ । ସ୍ୱୀୟ ବୌଦ୍ଧିକ ପ୍ରତିଭା, ବ୍ୟାପାରିକ କୁଶଳତା, ଅକ୍ଳାନ୍ତ ପରିଶ୍ରମ ତଥା ନିର୍ଭୁଲ ଭାବରେ ହୀରା ପରଖିବାର ବିଶେଷ ସାମର୍ଥ୍ୟ ହେତୁ ସେ ସାଧାରଣ ବ୍ୟବସାୟୀରୁ ଏକ ସୁପ୍ରଖ୍ୟାତ ହୀରା ବ୍ୟବସାୟୀ ହୋଇ ପାରିଥିଲେ । କଲିକତାରେ ତାଙ୍କର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଥିଲ । ଯୋଶଦା ନାମ୍ନୀ ଏକ ସୁଶୀଳା କନ୍ୟା ସହିତ ତାଙ୍କର ବିବାହ ହୋଇଥିଲେ । ତାଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ଥିଲା । ହୀରା ବ୍ୟବସାୟ ହେତୁ ଲେଖରାଜଙ୍କ ସମ୍ବନ୍ଧ ରାଜା ମହାରାଜା ତଥା ଧନୀ ବ୍ୟକ୍ତିମାନଙ୍କ ସହିତ ଥିଲା । ରାଜପରିବାରରେ ତାଙ୍କୁ ବିଶେଷ ଆତିଥ୍ୟ ଓ ସ୍ନେହ ସମ୍ମାନ ପ୍ରାପ୍ତ ହେଉଥିଲା । ଏକଦା ସେ ସପରିବାର ଉଦୟପୁର ମହାରାଜଙ୍କ ନିମନ୍ତ୍ରଣ କ୍ରମେ ରାଜଭବନ ଯାଇଥିଲେ । ଲେଖରାଜଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ମହାରାଜ ତାଙ୍କୁ କହିଲେ , ""ମୋର ଯାହା ମନେହୁଏ ଭଗବାନ ଆପଣଙ୍କ ବଦଳରେ ମୋତେ ରାଜା କରିଦେଲେ । କାରଣ ମୋ ଅପେକ୍ଷା ଆପଣଙ୍କ ପାଖରେ ରାଜକୀୟ ସଂସ୍କାର ବେଶୀ ଅଛି ।''
ଲୌକିକ ଦୃଷ୍ଟିକୋଣରୁ ଲେଖରାଜଙ୍କ ବ୍ୟାପାରିକ ଏବଂ ପାରିବାରିକ ଜୀବନ ସୁଖମୟ ଥିଲା । ତାଙ୍କର ରାଜକୁଳୋଚିତ ବ୍ୟବହାର ଓ ସୁମଧୁର ଭାଷା ପାଇଁ ସେ ସର୍ବତ୍ର ପ୍ରତିଷ୍ଠିତ ଥିଲେ । ରାଜପରିବାର ସହିତ ଘନିଷ୍ଠ ସମ୍ବନ୍ଧ ଏବଂ ବିପୁଳ ଧନ ସମ୍ପିର ସ୍ୱାମୀ ହୋଇ ମଧ୍ୟ ତାଙ୍କ ନିକଟରେ ଅହଂକାର ଓ ଅଭିମାନ ଲେଶ ମାତ୍ର ନ ଥିଲା । ତାଙ୍କର ବ୍ୟବହାରରେ ମୃଦୁଳତା, ସରଳତା, ଦୟା, ପ୍ରେମ ଏବଂ ସମସ୍ତଙ୍କ ପ୍ରତି କଲ୍ୟାଣ ଭାବନା ପରିସ୍ଫୁଟ ଥିଲା । ତାଙ୍କର ଏହି ଅଲୌକିକ ବ୍ୟକ୍ତିତ୍ୱ ହେତୁ ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଦାଦା ବୋଲି ସମ୍ବୋଧନ କରୁଥିଲେ । ସିନ୍ଧି ଭାଷାରେ ଦାଦା'ର ଅର୍ଥ ବଡଭାଇ । ଦାଦା ସ୍ୱଭାବରେ ଦାନୀ ଥିଲେ । ଦାନ ପୁଣ୍ୟ କରି ସେ ତାଙ୍କ ପୁଞ୍ଜିର ସଦୁପଯୋଗ କରୁଥିଲେ । ବିଶ୍ୱକଲ୍ୟାଣ ପାଇଁ ସେ ନିତ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ଦାଦା ଲେଖରାଜ ଶ୍ରୀ ନାରାୟଣଙ୍କ ଅନନ୍ୟ ଭକ୍ତ ଥିଲେ ଓ ପ୍ରତ୍ୟହ ଶ୍ରୀମଭଗବତ୍ ଗୀତା ପାଠକରୁଥିଲେ । ଏକଦା ସେ ତାଙ୍କ ବମ୍ବେ ସ୍ଥିତ ବ୍ୟବସାୟିକ କେନ୍ଦ୍ରରେ ଅବସ୍ଥାନ କରୁଥାନ୍ତି । ସେତେବେଳେ ତାଙ୍କୁ ଚତୁର୍ଭୁଜ ବିଷ୍ଣୁଙ୍କ ସାକ୍ଷାତକାର ହେଲା । କିଛି ସମୟ ପଶ୍ଚାତ୍ ସେ ବାରାଣସୀ ଚାଲିଗଲେ । ସେଠାରେ ସେ ଏକାନ୍ତରେ ବସି ମନନ ଚିନ୍ତନରେ ଅଧିକାଂଶ ସମୟ ବ୍ୟତୀତ କରୁଥିଲେ । ଏଠାରେ ମଧ୍ୟ ତାଙ୍କୁ ଦିବ୍ୟ ଅନୁଭବ ଓ ଅଦ୍ଭୁତ ସାକ୍ଷାତାକାର ହେଉଥିଲା । ଏହି ଅଲୌକିକ ଅନୁଭୁତିକୁ ବ୍ୟକ୍ତକରି ସେ ତାଙ୍କ ଏକ ପତ୍ରରେ ଲେଖିଥିଲେ - ""ଖଜାନା ବହୁତ୍ ହୈ, ପାନା ଥା ଯୋ ପା’ଲିଆ ଔର ବାକି କ୍ୟା ରହା ।'' ଦିନେ ସେ ଧ୍ୟାନସ୍ଥ ଥିବା ବେଳେ ବର୍ମାନ ସୃଷ୍ଟିର ବିନାଶ ଏବଂ ଆଗାମୀ ନୂତନ ସ୍ୱର୍ଣ୍ଣମ ଦୁନିଆର ସାକ୍ଷାତକାର କଲେ । ଏହାପରେ ଦାଦା ବାରାଣସୀରୁ କଲିକତା ପ୍ରତ୍ୟାବର୍ନ କଲେ । ତାଙ୍କ ମନରେ ବୈରାଗ୍ୟ ବୃି ଜାଗ୍ରତ ହୋଇ ସାରିଥିଲା । ସେ ଭାବିବାକୁ ଲାଗିଲେ, ""ମୋତେ ଯେତେବେଳେ ଜ୍ଞାନର ଅମୂଲ୍ୟ ରତ୍ନ ସବୁ ପ୍ରାପ୍ତ ହେଉଛି ତାହାହେଲେ ମୁଁ ଏହି ହୀରା ବ୍ୟବସାୟ ଆଉ କାହିଁକି କରିବି ?'' ସେ ତାଙ୍କ ବ୍ୟବସାୟରୁ ସମ୍ପୂର୍ଣ୍ଣ ଭାବରେ ନିବୃ ହୋଇଗଲେ । ତାଙ୍କ ଉପାର୍ଜିତ ସମସ୍ତ ଧନ ସମ୍ପିକୁ ଇଶ୍ୱରୀୟ ସେବାରେ ବିନିଯୋଗ କରିବା ପାଇଁ ନିର୍ଣ୍ଣୟ ନେଲେ । ସେଠାରୁ ଦାଦା ହାଇଦ୍ରାବାଦ ଚାଲି ଆସିଲେ ।
ଦିନକର ଘଟଣା । ଦାଦାଙ୍କ ହାଇଦ୍ରାବାଦ ସ୍ଥିତ ବାସଗୃହରେ ସତ୍ସଙ୍ଗର ଆୟୋଜନ ହୋଇଥାଏ । ସପରିବାର ସେ ସତ୍ସଙ୍ଗରେ ଉପସ୍ଥିତ ଥାଆନ୍ତି । ହଠାତ୍ କୌଣସି ଦିବ୍ୟ ଶକ୍ତିର ପ୍ରେରଣାରେ ସେ ସେଠାରୁ ଉଠି ତାଙ୍କ ଶୟନ କକ୍ଷକୁ ଚାଲିଗଲେ । ସେଠାରେ ସେ ଏକ ଆସନରେ ଉପବେଶନ ପୂର୍ବକ ଧ୍ୟାନସ୍ଥ ହୋଇଗଲେ । ତାଙ୍କ ମୁଖମଣ୍ଡଳରୁ ଏକ ଦିବ୍ୟ ଆଭା ବିଚ୍ଛୁରିତ ହେଉଥିଲା । ତାଙ୍କ ମୁଖରୁ ଗୁରୁ ଗମ୍ଭୀର ସ୍ୱରରେ ଏକ ସ୍ୱର ଝଙ୍କୃତ ହେଉଥିଲା -
ନିଜାନନ୍ଦ ସ୍ୱରୂପଂ ଶିବୋଽହଂ
ଜ୍ଞାନ ସ୍ୱରୂପଂ ଶିବୋଽହଂ
ପ୍ରକାଶ ସ୍ୱରୂପଂ ଶିବୋଽହଂ
ଜ୍ୟୋତି ସ୍ୱରୂପ ପରମାତ୍ମା ଶିବ ଦାଦାଙ୍କ ଶରୀରରେ ଅବତରଣ କରି ତାଙ୍କ ମୁଖାରବିନ୍ଦ ଦ୍ୱାରା ନିଜର ପରିଚୟ ପ୍ରଦାନ କରୁଥିଲେ । ଏହା ଥିଲା ତାଙ୍କର ପ୍ରଥମ ଆବିର୍ଭାବ । ଦାଦା ପ୍ରକୃତିସ୍ଥ ହେଲାପରେ ଏହି ଚମକ୍ରାରୀ ଘଟଣା ବିଷୟରେ କିଛି କହି ପାରିଲେ ନାହିଁ, କିନ୍ତୁ ଧୀରେଧୀରେ ସେ ବୁଝି ପାରିଲେ ଯେ ପରମାତ୍ମା ନବ ବିଶ୍ୱ ନିର୍ମାଣ କାର୍ଯ୍ୟ ପାଇଁ ତାଙ୍କ ମାଧ୍ୟମରେ ଅବତରଣ କରୁଛନ୍ତି । ତାଙ୍କୁହିଁ ଆଗାମୀ ସତ୍ୟଯୁଗୀୟ ସ୍ୱର୍ଣ୍ଣିମ ଦୁନିଆର ରଚନା କାର୍ଯ୍ୟରେ ପରମାତ୍ମାଙ୍କ ମାଧ୍ୟମ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ । ଯେତେବେଳେ ଏସବୁ ବିଷୟରେ ସେ ନିଃସନ୍ଦେହ ହୋଇଗଲେ ସେତେବେଳେ ପରମାତ୍ମା ତାଙ୍କର କର୍ବ୍ୟବାଚକ ନାମ ରଖିଲେ ପିତାଶ୍ରୀ ପ୍ରଜାପିତା ବ୍ରହ୍ମା । ତାଙ୍କ ମୁଖାରବିନ୍ଦ ଦ୍ୱାରା ପରମାତ୍ମା ଶିବ ଜ୍ଞାନ ଏବଂ ଯୋଗର ଅଦ୍ଭୁତ ରହସ୍ୟ ସ୍ପଷ୍ଟ କରିବାକୁ ଲାଗିଲେ । ଏହା ଶ୍ରବଣ କରି ଅନେକ ନରନାରୀଙ୍କ ମଧ୍ୟରେ ଦିବ୍ୟ ପରିବର୍ନ ହେବାକୁ ଲାଗିଲା । ଦାଦାଙ୍କ “ବିଶାଳ ଭବନ” ନାମକ ବାସଗୃହ ସତ୍ସଙ୍ଗ ଭବନରେ ପରିବର୍ନ ହୋଇଗଲା । ପିତାଶ୍ରୀ କହୁଥିଲେ ନାରୀଶକ୍ତିର ଉାନ ହେଲେ ବିଶ୍ୱପରିବର୍ନ ସ୍ୱତଃ ହୋଇଯିବ । ସେଥିପାଇଁ ପ୍ରାରମ୍ଭରୁହିଁ ନାରୀଶକ୍ତିକୁ ଅଗ୍ରଣୀ କରି ବିଶ୍ୱର ଜନ ସମୁହାୟଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଲାଗି ନିମି ଭାବରେ ନିୟୋଜିତ କଲେ । ଈଶ୍ୱରୀୟ ପ୍ରେରଣୀରେ ମାତା ଓ କନ୍ୟା ମାନଙ୍କ ଦ୍ୱାରା ପରିଚାଳିତ ଏକ ଟ୍ରଷ୍ଟ ଗଠନ କରି ପିତାଶ୍ରୀ ତାଙ୍କର ସମସ୍ତ ସମ୍ପି ମାନବ କଲ୍ୟାଣ ହେତୁ ସମର୍ପଣ କରି ଦେଲେ । ଏହିପରି କ୍ରାନ୍ତିକାରୀ ବିଶ୍ୱ ପରିବର୍ନର ମୂଳଦୁଆ ପଡିଲା । ଧୀରେ ଧୀରେ ତାଙ୍କ ସତ୍ସଙ୍ଗରେ ଅନେକ ଜନ ସମାଗମ ହେବାକୁ ଲାଗିଲା । ତାଙ୍କ ସତସଙ୍ଗରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଦିବ୍ୟ ଓ ଅଲୌକିକ ଅନୁଭୁତି ନେଇ ଫେରୁଥିଲେ ।ଏହିପରି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସ୍ଥାପନା ୧୯୩୭ ଖ୍ରୀ.ଅରେ ଆରମ୍ଭ ହେଲା । ଆବାଳବୃଦ୍ଧ ବନିତା ସମସ୍ତେ ଏଠାରେ ଜ୍ଞାନର୍ଜନ କରିବାକୁ ଲାଗିଲେ । ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ସତତ ଅଭ୍ୟାସ ଦ୍ୱାରା ସେମାନଙ୍କ ଜୀବନ ପରିବର୍ନ ହେବାକୁ ଲାଗିଲା । ପିତାଶ୍ରୀ ସ୍ୱୟଂ ଆତ୍ମସ୍ଥିତିରେ ସ୍ଥିତ ରହୁଥିଲେ ଓ ତାଙ୍କ ସମ୍ବନ୍ଧ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ଆତ୍ମା ରୂପରେ ଦେଖୁଥିଲେ । ତାଙ୍କ ସମ୍ମୁଖକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକ ଦିବ୍ୟ ଓ ଅଲୌକିକ ଶାନ୍ତିର ଅନୁଭବ ହେଉଥିଲା । ପିତାଶ୍ରୀଙ୍କ ସୌମ୍ୟ ରୂପ, ବିଶାଳ ମସ୍ତକ, ଦୀପ୍ତିମାନ ନୟନଯୁଗଳରୁ ଅବିରତ ନିର୍ଗତ ପ୍ରେମର ଧାରା, ମଧୁରବାଣୀ ସମସ୍ତ ବ୍ରହ୍ମାକୁମାର ଓ କୁମାରୀମାନଙ୍କ ପାଇଁ ପ୍ରେରଣାର ସ୍ରୋତ ଥିଲା । ସେ ତ୍ୟାଗ, ତପସ୍ୟା ଓ ସ୍ନେହର ଜୀବନ୍ତ ମୂର୍ି ଥିଲେ ।
ହାରାହାରି ୧୪ ବର୍ଷ ତପସ୍ୟା କରିବାପରେ ଏହି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁନି ଋଷି ମାନଙ୍କ ଭୂମି ଆରାବଳୀ ପର୍ବତ ଶୃଙ୍ଖଳାର ମଧ୍ୟ ଭାଗରେ ସ୍ଥିତ ଏକ ରମଣୀୟ ସ୍ଥଳ ଆବୁ ପର୍ବତକୁ ସ୍ଥାନାନ୍ତରିତ ହେଲା । ସେଠାରୁ ପିତାଶ୍ରୀ ସମସ୍ତ ବ୍ରହ୍ମାବତ୍ସମାନଙ୍କୁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗରୁ ପ୍ରସାର ପାଇଁ ବିଭିନ୍ନ ସ୍ଥାନକୁ ପ୍ରେରଣ କଲେ । ଅଠର ବର୍ଷର ଅକ୍ଲାନ୍ତ ପରିଶ୍ରମର ପରିଣାମ ସ୍ୱରୂପ ସମଗ୍ର ବିଶ୍ୱରେ ପିତାଶ୍ରୀ ଈଶ୍ୱରୀୟ ଅବତରଣର ଦିବ୍ୟ ସନ୍ଦେଶ ପହୁାଇବାରେ ସକ୍ଷମ ହୋଇ ପାରିଥିଲେ । ବିଶ୍ୱ ନବନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇ ସାରିଥିଲା । ପିତାଶ୍ରୀ ଧୀରେ ଧୀରେ ଅବ୍ୟକ୍ତ ସ୍ଥିତି ଅଭିମୁଖେ ଆଗେଇ ଚାଲୁଥିଲେ । ସେ ଅନୁଭବ କରିପାରୁଥିଲେ ଯେ ତାଙ୍କ ସାକାର ଲୀଳାର ସମୟ ସମାପ୍ତ ପ୍ରାୟ ଏବଂ ଈଶ୍ୱରୀୟ ସେବାରେ ଆହୁରି ତୀବ୍ରତା ଆଣିବା ପାଇଁ ତାଙ୍କୁ ଆଗାମୀ ସମୟରେ ଜରାଜର୍ଜରିତ ସ୍ଥୂଳ ଶରୀର ଅପେକ୍ଷା ଦିବ୍ୟ ସୂକ୍ଷ୍ମଶରୀରର ଆବଶ୍ୟକତା ପଡ଼ିବ । ସମୟ ପୂର୍ବରୁ ମଣିଷ ଚାହିଁଲେ ମଧ୍ୟ ନିଜ ଶରୀର ତ୍ୟାଗକରି ପାରିବ ନାହିଁ । ପିତାଶ୍ରୀ ଦୀର୍ଘ ୧୮ ମାସକାଳ ସମ୍ପୂର୍ଣ୍ଣ ଅବ୍ୟକ୍ତ ସ୍ଥିତିରେ ଅବସ୍ଥାନ କରି ତାଙ୍କ ଅବ୍ୟକ୍ତ ଦିବସକୁ ଅପେକ୍ଷା କରୁଥିଲେ । ଅନ୍ତତୋଗତ୍ୱା ତାଙ୍କ ପ୍ରତୀକ୍ଷାର ସମାପ୍ତି ହେଲଶ ଓ ୧୮ ଜାନୁୟାରୀ ୧୯୬୯ ଖ୍ରୀ.ଅ. ରେ ସେ ସ୍ୱୀୟ ପାର୍ଥିବ ଶରୀର ତ୍ୟାଗ କରି ଦେବ (ସୂକ୍ଷ୍ମ) ସ୍ୱରୂପ ହୋଇଗଲେ । ତାଙ୍କର ସ୍ମୃତିରେ ନିର୍ମିତ ସ୍ମୃତିସ୍ତମ୍ଭ ଆଜି ମଧ୍ୟ ବ୍ରହ୍ମାବତ୍ସ ମାନଙ୍କୁ ସମ୍ପୂର୍ଣ୍ଣତାର ପଥ ପ୍ରଦର୍ଶନ ଓ ବିଶ୍ୱଶାନ୍ତିର ସନ୍ଦେଶ ପ୍ରଦାନ କରୁଛି ।
ଏହିପରି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବିଶ୍ୱରେ ଅନନ୍ୟ ଈଶ୍ୱରୀୟ ସେବା କରିଆସୁଛି । ଦେଶ ବିଦେଶରୁ ଏଠାକୁ ଆସୁଥିବା ହଜାର ହଜାର ନରନାରୀଗଣ ଏକ ଦିବ୍ୟ ପ୍ରଶାନ୍ତିର ଅନୁଭବ କରନ୍ତି । ସଂପ୍ରତି ଏହି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ହାରାହାରି ୬ଠଠଠ ରୁ ଉଦ୍ଧ୍ୱର୍ ସେବାକେନ୍ଦ୍ର ସମଗ୍ର ବିଶ୍ୱରେ ସେବା ରତ । ପିତାଶ୍ରୀଙ୍କ ମାଧ୍ୟମରେ ପରମାତ୍ମା ଶିବଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ ଏବଂ ରାଜଯୋଗ ଶିକ୍ଷା ଦ୍ୱାରା ଜାତି, ବର୍ଣ୍ଣ, ଧର୍ମ, ଭାଷା, ଲିଙ୍ଗ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସମସ୍ତ ଜନସାଧାରଣ ଉପକୃତ ହୋଇ ସୁଖଶାନ୍ତି ପୂର୍ଣ୍ଣ ଜୀବନ ବ୍ୟତୀତ କରୁଛନ୍ତି ।
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment