ଅଲୌକିକ ପର୍ବ ଶିବରାତ୍ରୀ --ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼
ଅଲୌକିକ ପର୍ବ ଶିବରାତ୍ରୀ
ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼
ସମୟର ଚକ ଗଡି ଗଡି ଯାଉ ଥାଏ । ରହିଯାଏ କେବଳ ସ୍ମୃତି । ଯେଉଁଠି ସ୍ୱଭାବିକ ସ୍ନେହ , ଶ୍ରଦ୍ଧା , ପ୍ରେମ , ସଦଭାବନା ଥାଏ ସେଇଠି ସ୍ମୃତିକୁ ଚିରଦିନ ଉଦ୍ଜୀବିତ ରଖିବା ପାଇଁ ମଣିଷ ନିର୍ମାଣ କରେ ସ୍ମୃତି ଶୌଧ ବା ସ୍ମାରକୀ । ପାଳନ କରେ ଜନ୍ମ ଦିନ ; ରଚନା କରେ କାବ୍ୟ କବିତା , ଆଖ୍ୟାନ, ଉପାଖ୍ୟାନ । ଏହିପରି ଏକ ସୁଖଦ ସ୍ମୃତିରୁ ସୃଷ୍ଟି ହୋଇଛି ଆମର ବିଭିନ୍ନ ପର୍ବ ପର୍ବାଣି ଓ ପୌରାଣିକ ଗ୍ରନ୍ଥ ସମୂହ । କିନ୍ତୁ ବାରମ୍ବାର ଆବାଗମନ ଚକ୍ରରେ ଆସିବା ଦ୍ୱାରା ମଣିଷର ପୂର୍ବ ସ୍ମୃତି କ୍ରମଶଃ କ୍ଷୀଣ ହୋଇ ଆସେ , ତୁଟି ଯାଏ ତା’ର ସ୍ନେହ ଶ୍ରଦ୍ଧା । କେବଳ ପରମ୍ପରା ଓ ସାମାଜିକ ବାଧ୍ୟବାଧକତା ହେତୁହିଁ ଆଜି ବିଭିନ୍ନ ପର୍ବପର୍ବାଣି ବା ଜନ୍ମ ଦିନ ପାଳିତ ହେଉଛି । କେଉଁ ଏକ ସୁଦୂର ଅତୀତରେ ସ୍ନେହ ଓ ଶ୍ରଦ୍ଧା ପୂର୍ବକ ନିର୍ମିତ ହୋଇଥିବା ବିଭିନ୍ନ ସୃତି ଶୌଧ ଆଜି ଅବହେଳିତ ହୋଇ ଅବକ୍ଷୟମୁଖୀ । ଯେଉଁ ଯେଉଁ ଦେବତାଙ୍କ ସ୍ମୃତିରେ ବିଭିନ୍ନ ଦେବାଳୟମାନ ନିର୍ମିତ ହୋଇଥିଲା ବର୍ମାନ ମଣିଷ ପାଖରେ ସେମାନଙ୍କ ତଥ୍ୟ ନାହିଁ । ପାରମ୍ପାରିକ ଅଭ୍ୟାସ ବଶତଃ କେତେକ ଶ୍ରଦ୍ଧାଳୁ ମନ୍ଦିରକୁ ଯାଆନ୍ତି , ପୂଜା ଅର୍ଚ୍ଚନା କରନ୍ତି । କିଛି ଯାଚନା କରନ୍ତି । ସେହି ଦେବୀ ଦେବତା ମାନଙ୍କୁ ନେଇ ପାଳିତ ହେଉଥିବା ଉସôବର ତାପôର୍ଯ୍ୟ ସେମାନେ ବୁଝନ୍ତି ନାହିଁ । ସେହିପରି ଶିବ ମନ୍ଦିର ମାନଙ୍କରେ ପାଳନ କରାଯାଉଥିବା ଶିବରାତ୍ରୀ ପର୍ବର ଆଭିମୁଖ୍ୟ ଅନେକ ଜାଣନ୍ତି ନାହିଁ । ତେଣୁ ଅନ୍ୟାନ୍ୟ ପର୍ବ ପର୍ବାଣି ଭଳି ଏହାକୁ ମଧ୍ୟ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ପାଳନ ନ କରାଯାଇ କେବଳ ପାରମ୍ପାରିକ କର୍ମକାଣ୍ଡିୟ ରୀତିର ଅନୁସରଣ କରାଯାଉଛି । ଏଠାରେ ସ୍ମରଣ ରଖିବାକୁ ହେବ ଯେ ଭାରତ ଏକ ଆଧ୍ୟାତ୍ମ୍ୟ ପ୍ରଧାନ ଦେଶ । ଏଣୁ ପ୍ରତ୍ୟେକ ପର୍ବ ପର୍ବାଣି ପାଳନର ଉଦ୍ଧେଶ୍ୟ ହେଲା ମାନବାତ୍ମାର ଆଧ୍ୟାତ୍ମିକ ଜାଗୃତି କରିବା ।ଶିବରାତ୍ରୀ ସମସ୍ତ ପର୍ବ ମଧ୍ୟରେ ମହାନତମ ଅଟେ । କିନ୍ତୁ ମାନବ ସମାଜ ପାଇଁ ଏହା ଏକ ବିଡମ୍ବନା ଯେ ଯେଉଁ ଶିବଙ୍କ ପାଇଁ ଏହି ପର୍ବର ସୃଷ୍ଟି ତାଙ୍କୁ ଅନେକେ ଜାଣନ୍ତି ନାହିଁ । ଶିବ ଅର୍ଥ କଲ୍ୟାଣ କାରୀ । କିପରି ଭାବରେ ସେ ମାନବ ସମାଜର କଲ୍ୟାଣ କରିଥିଲେ ଏହି ତଥ୍ୟ ଯଦି ମଣିଷ ପାଖରେ ଥାଆନ୍ତା ତେବେ ଶିବରାତ୍ରୀ ଉସôବ କେବଳ ପୂଜାପାଠର ବିଷୟ ନ ହୋଇ ସମାଜରେ ଏକ ଦିବ୍ୟ କ୍ରାନ୍ତି ଆଣନ୍ତା । ଦିନକୁ ଦିନ ବୃଦ୍ଧି ପାଉଥିବା ସାମାଜିକ ଉଶୃଙ୍ଖଳତା , ଅରାଜକତା , ଅନୁଶାସନହୀନତା , କଳହ, କ୍ଳେଶ, ବର୍ଗ ସଂଘର୍ଷ, ଦୁଃଖ, ଅଶାନ୍ତି ଏବଂ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କେବେଠୁଁ ହୋଇ ସାରିଥାନ୍ତା ।
ଶିବଙ୍କ ମାନ୍ୟତା ବିଶ୍ୱବ୍ୟାପୀ ଅଟେ
ମହାଶିବ ରାତ୍ରୀ ପର୍ବଟି ତା’ର ନାମାନୁସାରେ ଆମ ସମସ୍ତ ଆତ୍ମା ମାନଙ୍କର ପରମପିତା ପରମାତ୍ମା ଶିବଙ୍କ ସ୍ମୃତି ଉଜ୍ଜୀବିତ କରେ । ଆମ ଭାରତରେ ପରମାତ୍ମା ଶିବଙ୍କର ଲକ୍ଷ ଲକ୍ଷ ମନ୍ଦିର ଦେଖିବାକୁ ମିଳେ । ଭାରତର ପ୍ରତ୍ୟେକ ପ୍ରାଚୀନ ଗ୍ରନ୍ଥ ଶିବଙ୍କର ମହିମା ଗାନରେ ମୁଖରିତ । କିନ୍ତୁ ତଥାପି ସୁଦ୍ଧା ମିଣଷ ପାଖରେ ତାଙ୍କର ପ୍ରକୃତ ପରିଚୟ ନାହିଁ । ଭାରତର ବିଭିନ୍ନ ସ୍ଥାନରେ ପରମପିତା ପରମାତ୍ମା ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଶିବଙ୍କୁ ବିଭିନ୍ନ ନାମରେ ଆରାଧନା କରାଯାଏ, ସେହି ସବୁ ନାମ ମଧ୍ୟରେ ଅମର ନାଥ, ବିଶ୍ୱନାଥ, ସୋମନାଥ, ବବୁଲ ନାଥ, ପଶୁପତି ନାଥ, ରାମେଶ୍ୱର, ଗୋପେଶ୍ୱର, ପାପକଟେଶ୍ୱର ଆଦି ପ୍ରମୁଖ । ଏହି ସବୁ ପରମାତ୍ମା ଶିବଙ୍କ ବିଭିନ୍ନ ଗୁଣ ଓ କର୍ବ୍ୟ ବାଚକ ନାମ ଅଟେ । କେବଳ ଭାରତ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ବିଭିନ୍ନ ନାମରେ ମଣ୍ଡଳାକୃତି ପ୍ରତୀକ ନିର୍ମାଣ କରି ସେହି ଏକ ପରମାତ୍ମା ଶିବଙ୍କୁ ହିଁ ପୂଜା ଓ ଆରାଧନା କରାଯାଏ । ଉଦାହରଣ ସ୍ୱରୂପ ମକ୍କାରେ ସଙ୍ଗ-ଏ-ଅସବଦ, ମିଶରରେ ଓସରିସ୍, ବେବିଲୋନରେ ଶିଅନ୍, ରୋମରେ ପ୍ରିୟପସ ଇତ୍ୟାଦି ନାମରେ ଶିବଙ୍କର ହିଁ ଉପାସନା କରାଯାଏ । ଇଟାଲି ଓ ଫ୍ରାନ୍ସର ଗୀର୍ଜା ଘରରେ ଶିବଲିଙ୍ଗ ସ୍ୱରୂପର ପ୍ରସ୍ତର ଖଣ୍ଡ ଆଦି ମଧ୍ୟ ଯନôର ସହିତ ସାଇତି ରଖାଯାଇଛି ଓ ତାକୁ ପବିତ୍ର ମନେ କରି ସମ୍ମାନ ପ୍ରଦର୍ଶନ କରାଯାଉଛି । ପ୍ରଥମେ ୟୁହୁଦୀ ମାନେ ଶପଥ ନେଲା ବେଳେ ଏହି ଆକାରର ଖଣ୍ଡିଏ ପ୍ରସ୍ତରକୁ “ଜେହୋବା” (ଔରଷକ୍ଟଙ୍ଖବ) ମାନି ହାତରେ ଧରୁଥିଲେ । ଜେହୋବା ଶିବ ଶବ୍ଦର ଅପଭ୍ରଶଂ ଅଟେ । ଜାପାନର ଅନେକ ବୌଦ୍ଧ ଧର୍ମାବଲମ୍ବୀ ଆଜି ମଧ୍ୟ ଏହିପରି ଏକ ଅଣ୍ଡାକାର ପ୍ରସ୍ତରକୁ ସମ୍ମୁଖରେ ରଖି ଧ୍ୟାନ କରନ୍ତି । ‘ଯୀଶୁ’ ମଧ୍ୟ ପରମାତ୍ମାଙ୍କୁ “ଦିବ୍ୟ ଜ୍ୟୋତି” (କସଦ୍ଭୟକ୍ଷଚ୍ଚ ଖସଶଷଗ୍ଧ) କହିଛନ୍ତି । ଶିଖ ସଂପ୍ରଦାୟର ପ୍ରତିଷ୍ଠାତା ଗୁରୁ ନାନକ ଦେବ ପରମାତ୍ମାଙ୍କୁ ଓଂକାର ସ୍ୱରୂପରେ ଉପାସନା କରୁଥିଲେ ଓ କେତେକ ସ୍ଥାନରେ ଓଂକାରେଶ୍ୱର ନାମରେ ଶିବଙ୍କ ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ଆଦି ଶଙ୍କରାଚାର୍ଯ୍ୟ ଶିବଙ୍କୁ ଜ୍ୟୋତି ସ୍ୱରୂପ ବୋଲି ସ୍ୱୀକାର କରିଥିବାରୁ ହିଁ ତାଙ୍କର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ସ୍ଥାପନ କରିଥିଲେ । ଏଇଥିରୁ ସ୍ପଷ୍ଟ ଉପଲବ୍ଧି ହୁଏ ଯେ ପରମପିତା ପରମାତ୍ମା ଶିବ ନିଶ୍ଚୟ ଏପରି କିଛି ମହାନ କାର୍ଯ୍ୟ କରିଯାଇଛନ୍ତି ଯେଉଁଥିପାଇଁ ସେ ସର୍ବଜନମାନ୍ୟ , ସର୍ବଧର୍ମମାନ୍ୟ ଅଟନ୍ତି । ସେହି ମହାନ କାର୍ଯ୍ୟର ସ୍ମରଣୋସôବ ହିଁ ଶିବରାତ୍ରୀ ଅଟେ ।ପରମାତ୍ମାଙ୍କ ନାମହିଁ ଶିବ ଅଟେ
ଶିବ ଅର୍ଥ କଲ୍ୟାଣକାରୀ । ବିନ୍ଦୁକୁ ମଧ୍ୟ ‘ଶିବ’ କୁହାଯାଏ । ପରମାତ୍ମା ଜ୍ୟୋର୍ତିବିନ୍ଦୁ ସ୍ୱରୂପ । ସେ ଏହି ସୃଷ୍ଟି ରୂପୀ କଳ୍ପବୃକ୍ଷର ବୃକ୍ଷପତି ବା ନିମିର କାରଣ ଅଟନ୍ତି । ପରମାତ୍ମାହିଁ ସମସ୍ତ ସୁଖର ଅଖଣ୍ଡ ଭଣ୍ଡାର , ବିଶ୍ୱକଲ୍ୟାଣକାରୀ ଏବଂ ସମସ୍ତଙ୍କ ଗତି-ସଦ୍ଗତି ଦାତା ଅଟନ୍ତି । ଏଣୁ ତାଙ୍କ ନାମ ‘ଶିବ’ ହିଁ ଅଟେ ।ମନ୍ଦିର ମାନଙ୍କ ନାମରୁ ଶିବଙ୍କ ପରିଚୟ
ଭାରତରେ ଶିବଙ୍କ ପ୍ରତିମା ‘ଶିବଲିଙ୍ଗ’ର ଅଗଣିତ ମନ୍ଦିର ଦେଖାଯାଏ । ସେଗୁଡିକ ମଧ୍ୟରୁ ମୁଖ୍ୟ ମନ୍ଦିର ମାନଙ୍କର ନାମ ହେଲା , ଅମରନାଥ , ସୋମନାଥ , ବିଶ୍ୱେଶ୍ୱର ,ପାପକଟେଶ୍ୱର , ମୁକ୍ତେଶ୍ୱର , ମହାକାଳେଶ୍ୱର ଇତ୍ୟାଦି । ଏହି ସବୁ ନାମ ପରମାତ୍ମା ଶିବଙ୍କରହିଁ କୌଣସି ଗୁଣ ବା ଦିବ୍ୟକର୍ବ୍ୟର ସୂଚକ ଅଟେ । ଦକ୍ଷିଣରେ ରାମେଶ୍ୱର ଏବଂ ବୃନ୍ଦାବନରେ ଗୋପେଶ୍ୱର ମନ୍ଦିର ପ୍ରମାଣିତ କରେ ଯେ ଶିବ ହିଁ ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ଆରାଧ୍ୟ ଈଶ୍ୱର ଅଟନ୍ତି । ମାନସରେ ଉଲ୍ଲିଖିତ “ଶିବ ଦ୍ରୋହି ମମ ଦାସ କହାବା” ଦୋହାରୁ ମଧ୍ୟ ଏକଥା ସ୍ପଷ୍ଟ ଜଣାପଡେ ।‘ଶିବଲିଙ୍ଗ’ - ପରମାତ୍ମାଙ୍କ ହିଁ ପ୍ରତିମା ଅଟେ
ପରମାତ୍ମା ଜ୍ୟୋତି ସ୍ୱରୂପ ଅଟନ୍ତି । ଏଥିପାଇଁ ସାକାରୀ ଅଥବା ଆକାରୀ ଦେବତାମାନଙ୍କ ତୁଳନାରେ ତାଙ୍କୁ ‘ନିରାକାର’ କୁହାଯାଏ । ପରମାମାôଙ୍କ ଜ୍ୟୋର୍ତିବିନ୍ଦୁ ସ୍ୱରୂପର ସାକ୍ଷାତକାର କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ ସମ୍ଭବ । ଶିବ ଲିଙ୍ଗର ମଧ୍ୟ କୌଣସି ଶାରୀରିକ ରୂପ ନାହିଁ । କାରଣ ଏହା ଅବ୍ୟକ୍ତ ରୂପ ପରମାତ୍ମାଙ୍କ ସ୍ମରଣ ଚିହ୍ନ ଅଟେ । ଆଜି ଅନେକ ଲୋକ ‘ଲିଙ୍ଗ’ ଶଦ୍ଧର ଅର୍ଥ ନ ଜାଣିଥିବା ହେତୁ ‘ଶିବ ଲିଙ୍ଗ’ ବିଷୟରେ ଅଶ୍ଳୀଳ କଳ୍ପନା କରନ୍ତି । ବାସ୍ତବରେ ପରମାତ୍ମା ଶିବ ଜ୍ୟୋତି ସ୍ୱରୂପ ହୋଇଥିବା ହେତୁ ହିଁ ତାଙ୍କ ପ୍ରତିମାକୁ “ଜ୍ୟୋର୍ତି ଲିଙ୍ଗ”ବା ଶିବଲିଙ୍ଗ କୁହାଯାଏ ।ଏଥି ପାଇଁ ଭାରତର ପ୍ରମୁଖ ୧୨ଟି ଶିବାଲୟକୁ “ଜ୍ୟୋର୍ତିଲିଙ୍ଗମ ମଠ” କହନ୍ତି । ଶିବ ପୁରାଣରେ ସ୍ପଷ୍ଟ ବର୍ଣ୍ଣିତ ହୋଇଛି ଯେ ଶିବଲିଙ୍ଗ ଅକାଳମୂର୍ ପରମାତ୍ମାଙ୍କ ହିଁ ପ୍ରତିମା ଅଟେ ।ପରମାତ୍ମା ଶିବଙ୍କ ଦିବ୍ୟ କର୍ବ୍ୟ
ଶିବଲିଙ୍ଗ ଉପରେ ଯେଉଁ ତିନୋଟି ଗାର (ତ୍ରିପୁଣ୍ଡ) ଅଙ୍କିତ ହୋଇଥାଏ ଅଥବା ତାଙ୍କୁ ଯେଉଁ ତିନି ଟିକିଆ ବେଲ ପତ୍ର ଉସର୍ଗ କରାଯାଏ ତାହା ପରମାତ୍ମାଙ୍କ ତିନୋଟି ମୁଖ୍ୟ ଗୁଣ ଏବଂ କର୍ବ୍ୟକୁ ସିଦ୍ଧ କରେ । ଏହା ସୂଚିତ କରେ ଯେ ଶିବ ତ୍ରିମୂିର୍ , ତ୍ରିକାଳଦର୍ଶୀ ଏବଂ ତ୍ରିଲୋକନାଥ ଅଟନ୍ତି । ପରମାତ୍ମା ଶିବ ବ୍ରହ୍ମା , ବିଷ୍ଣୁ ଓ ଶଙ୍କର ଏହି ତ୍ରିଦେବଙ୍କ ରଚୟିତା ହେତୁ ତାଙ୍କୁ “ତ୍ରିମୂିର୍” କୁହାଯାଏ । ସେ ତ୍ରିଦେବଙ୍କ ଦ୍ୱାରା କ୍ରମଶଃ ନୂତନ ସୃଷ୍ଟିର ସ୍ଥାପନା , ପାଳନା ଏବଂ କଳିଯୁଗୀ ସୃଷ୍ଟିର ବିନାଶ କରନ୍ତି । ଏହା ଦ୍ୱାରା ନିରାକାର (ଅବ୍ୟକ୍ତ ମୂିର୍) ପରମାତ୍ମା ଶିବ ଓ ସୂକ୍ଷ୍ମ ଆକାରୀ ଦେବତା ଶଙ୍କରଙ୍କ ମଧ୍ୟରେ ଥିବା ପ୍ରଭେଦ ସ୍ପଷ୍ଟ ହୋଇଯାଏ । ମନ୍ଦିର ମାନଙ୍କରେ ମଧ୍ୟ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କ ବନ୍ଦନା ‘ଦେବତାୟ ନମଃ’ ଏବଂ ଏମାନଙ୍କ ରଚୟିତା ପରମାତ୍ମା ଶିବଙ୍କ ବନ୍ଦନା “ଓମ ନମଃ ଶିବାୟ” ବା “ଶିବ ପରମାତ୍ମାୟ ନମଃ” ଉଚ୍ଚାରଣ କରାଯାଏ । ଏହା ବିଚାରଣୀୟ ଯେ ଯେଉଁମାନେ ଜୀବ ଓ ଶିବ ମଧ୍ୟରେ ଅଭେଦତ୍ୱ ବିଚାର କରି ସ୍ୱୟଂକୁ ଶିବ ମାନି ଶିବୋଽହମ୍ ଶିବୋଽହମ ଜପ କରନ୍ତି ସେମାନେ ଅଜାଣତରେ ବା ଅହଂକାର ବଶତଃ କେତେ ବଡ ଅନର୍ଥ କରନ୍ତି? ମନୁଷ୍ୟାତ୍ମା ତ ଶାଳିଗ୍ରାମ ଅଟେ । ଶିବ ମନ୍ଦିରରେ ଶିବଙ୍କ ପାଖରେ ଅନେକ ଗୁଡିଏ ଅଙ୍ଗୁଷ୍ଠାକାର କ୍ଷୁଦ୍ର କ୍ଷୁଦ୍ର ଶାଳିଗ୍ରାମ ପ୍ରସ୍ତର ଦେଖିବାକୁ ମିଳେ । ଏହା ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଥିବା ପ୍ରଭେଦକୁ ସୂଚିତ କରେ ।ଶିବ ଓ ଶଙ୍କରଙ୍କ ମଧ୍ୟରେ ପାର୍ଥକ୍ୟ
ସାଧାରଣତଃ ଶଙ୍କରଙ୍କୁ ଶିବଙ୍କର ପର୍ଯ୍ୟାୟବାଚୀ ରୂପରେ ସ୍ୱୀକାର କରାଯାଏ । କିନ୍ତୁ ଏହା ଏକ ମହାନ୍ ଭ୍ରମ ଅଟେ । ସୂକ୍ଷ୍ମ ବିବେଚନାରୁ ଜଣାଯାଏ ଯେ ଶିବ ଓ ଶଙ୍କରଙ୍କ କର୍ବ୍ୟ ମଧ୍ୟରେ ମହାନ ଅନ୍ତର ରହିଛି । ଶଙ୍କରଙ୍କୁ ଜଟାଧାରୀ , ତପସ୍ୱୀ ମୂର୍, ଗଳାରେ ସର୍ପହାର ପରିବେଷ୍ଟିତ ଏକ ଦେବ ପ୍ରତିମା ରୂପରେ ଚିତିତ୍ର କରାଯାଏ । କିନ୍ତୁ ପରମାତ୍ମା ଶିବଙ୍କ ପ୍ରତିମା ମଣ୍ଡଳାକୃତି ହୋଇଥିବା ଦେଖାଯାଏ । ଏହା ସୂଚିତ କରେ ଯେ, ପରମାତ୍ମା ଶିବ ଅଶରୀରୀ ଓ ସୁକ୍ଷ୍ମ ଜ୍ୟୋର୍ତିବିନ୍ଦୁ ସ୍ୱରୂପ । ତେଣୁ ଉପାସନାର ସୁବିଧା ଦୃଷ୍ଟିରୁ ଭକ୍ତମାନେ ତାଙ୍କର ପ୍ରତିମାକୁ ଅଣ୍ଡାକାର ବା ମଣ୍ଡଳାକାର ରୂପରେ ସ୍ଥାପିତ କରନ୍ତି । ଏହା ବିନ୍ଦୁର ବୃହତ ଆକାରହିଁ ଅଟେ । ପରମାତ୍ମା ଶିବ ଅଶରୀରୀ ହୋଇଥିବା ହେତୁ ଓ ବିନ୍ଦୁର କୌଣସି ଜ୍ୟାମିତିକ ଆକାର ନ ଥିବା ହେତୁ ତାଙ୍କୁ ନିରାକାର ବୋଲି କୁହାଯାଏ । କିନ୍ତୁ ଶଙ୍କରଙ୍କୁ ସୂକ୍ଷ୍ମ ଶରୀରଧାରୀ ଦେବତା ରୂପରେ ସର୍ବଦା ଯୋଗାରୁଢ ଅବସ୍ଥାରେ ଚିତ୍ରିତ କରାଯାଏ । ତ୍ରିଦେବଙ୍କ ମଧ୍ୟରେ ଶଙ୍କର ଅନ୍ୟତମ । ତ୍ରିଦେବଙ୍କ ରଚୟିତା ହେତୁ ପରମାତ୍ମା ଶିବଙ୍କୁ ତ୍ରିମୂିର୍ ବୋଲି କୁହାଯାଏ । ଏହି ଦୃଷ୍ଟିରୁ ଶଙ୍କର ପରମାତ୍ମାଙ୍କ ରଚନା ବା ପୁତ୍ର ଅଟନ୍ତି । ତେଣୁ ପିତାଙ୍କୁ ପୁତ୍ରର ପର୍ଯ୍ୟାୟବାଚୀ ରୂପରେ ମାନିବା ବା ଉପାସନା କରିବା କେତେ ବଡ ବ୍ୟଭିଚାର ତାହା ବିଚାରଣୀୟ । ପରମାତ୍ମାଙ୍କ ଅବତରଣ ଦିବସକୁ ସମସ୍ତେ ଶିବରାତ୍ରୀ ରୂପରେ ହିଁ ମାନନ୍ତି ; ଶଙ୍କର ରାତ୍ରୀ ନୁହେଁ । ଅଜ୍ଞାନତା ଏବଂ ପ୍ରମାଦ ବଶତଃ ପୁରାଣକାର ମାନେ ଉଭୟଙ୍କୁ ଏକ ବୋଲି ବର୍ଣ୍ଣନା କରି ଆସିଛନ୍ତି । ବର୍ମାନ ପରମାତ୍ମାଙ୍କ ଅବତରଣ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହୋଇଛି ।ଶିବଙ୍କ ଅବତରଣ କିପରି ହୁଏ ?
ପରମାତ୍ମା ଅଜନ୍ନା ହୋଇଥିବା ହେତୁ ଜୀବାତ୍ମା ପରି ମାତୃ ଗର୍ଭରୁ ଜନ୍ମ ନିଅନ୍ତି ନାହିଁ । ପୂର୍ବରୁ କୁହାଯାଇଛି ଯେ ସୃଷ୍ଟିରେ ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା ପାଇଁ ହିଁ କେବଳ ତାଙ୍କୁ ଆବିର୍ଭାବ ହେବାକୁ ପଡେ । ଯେହେତୁ ସେ ଅଜନ୍ମା ଓ ଅଶରୀରୀ ସେଥିପାଇଁ ତାଙ୍କୁ ଏକ ବୃଦ୍ଧ ଓ ଅନୁଭବୀ ମାନବର ଶରୀରକୁ ମାଧ୍ୟମ ରୂପରେ ଚୟନ କରିବାକୁ ପଡେ । କାରଣ ମାନବ ଶରୀର ଧାରଣ ବିନା ଅନ୍ୟ କୌଣସି ଆଧାରରେ ଜ୍ଞାନ ଶିକ୍ଷା ଦେବା ସମ୍ଭବ ନୁହେଁ । ସୃଷ୍ଟିର ପ୍ରତ୍ୟେକ ଘଟଣା ପୂର୍ବ ନିଦ୍ଧାରିତ ଭାବରେ ପ୍ରବିର୍ତ ହୁଏ । ତେଣୁ କାହା ଶରୀର ମାଧ୍ୟମରେ ସେ ଅବତରଣ କରିବେ ଏ ସମ୍ପର୍କରେ ପ୍ରଶ୍ନ ଉଠାଯାଇ ନ ପାରେ । କଳ୍ପ କଳ୍ପାନ୍ତର ଧରି ଯେଉଁ ମାନବ ରଥରେ ବିରାଜମାନ ହୋଇ ସେ ସୃଷ୍ଟିରେ ଧର୍ମ ସ୍ଥାପନ କରି ଆସିଛନ୍ତି ତାକୁହିଁ ସେ ଆଧାର କରି ବର୍ମାନ ଅବତରଣ କରି ସାରିଛନ୍ତି । ଯେଉଁ ପରମାତ୍ମାଙ୍କୁ ମାନବାତ୍ମା ଜନ୍ମ ଜନ୍ମାନ୍ତର ହେଲା ଅନ୍ୱେଷଣ କରି ଆସିଛି ଆଜି ସେ ସାକ୍ଷାତ ଆମ ଗହଣରେ ଉପସ୍ଥିତ । ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏ କଥା ନିରାଟ ସତ୍ୟ ଅଟେ । ପ୍ରତ୍ୟକ୍ଷ ଘଟଣା ପାଇଁ ପ୍ରମାଣର ଆବଶ୍ୟକତା ନ ଥାଏ । ଯେ କେହି ତାଙ୍କ ଦ୍ୱାରା ପ୍ରବିର୍ତ ମାର୍ଗର ଅନୁସରଣ କରି ଅଳ୍ପ ପ୍ରୟାସ ଦ୍ୱାରା ତାଙ୍କୁ ସାକ୍ଷାତ କରି ପାରିବ, ତାଙ୍କ ସହିତ ଭାବ ବିନିମୟ କରି ପାରିବ , ତାଙ୍କୁ ଶିକ୍ଷକ ଓ ଗୁରୁ ରୂପରେ ଗ୍ରହଣ କରି ଯଥାଯୋଗ୍ୟ ମାର୍ଗର ନିର୍ଦ୍ଧେଶ ପାଇ ପାରିବ । ପରମାତ୍ମା କଳିର ଅନ୍ତିମ ସମୟ ବା ମହାବିନାଶର ଠିକ ଅବ୍ୟବହିତ ପୂର୍ବରୁ ସୃଷ୍ଟିରେ ଅବତରଣ କରନ୍ତି ଓ ତାଙ୍କ ମାନବୀୟ ମାଧ୍ୟମର ନାମ ରଖନ୍ତି ପ୍ରଜାପିତା ବ୍ରହ୍ମା । ଯେଉଁମାନେ ପ୍ରଜାପିତା ବ୍ରହ୍ମାଙ୍କ ମୁଖମଣ୍ଡଳରୁ ନିସୃତ ଈଶ୍ୱରୀୟ ବାଣି ଶୁଣୀ ପରମାତ୍ମାଙ୍କୁ ଜାଣି ପାରନ୍ତି ସେମାନଙ୍କୁ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ କୁହାଯାଏ । ମୁଖାତ୍ ଜାୟତେ ବ୍ରାହ୍ମାଣଃ । ବ୍ରହ୍ମ ଜାନାତି ଇତି ବ୍ରାହ୍ମଣଃ । କଳିଯୁଗ ବିନାଶୋପରାନ୍ତ ସତ୍ୟ ଯୁଗୀୟ ନୂତନ ସୃଷ୍ଟି ପାଇଁ ପ୍ରଜା ରଚନାର ମାଧ୍ୟମ ହୋଇଥିବା ହେତୁ ବ୍ରହ୍ମାଙ୍କୁ ‘ପ୍ରଜାପିତା’ ବା ‘ପ୍ରଜାପତି’ ବୋଲି କୁହାଯାଏ । ଏକ ବ୍ରହ୍ମାହିଁ ଅନେକ ବ୍ରାହ୍ମଣଙ୍କୁ ଜନ୍ମ ଦିଅନ୍ତି ! ଏକଃ ସଦ୍ ବିପ୍ର ବହୁଧା ଭବନ୍ତି । ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ମାନେ ହିଁ ଆଗାମୀ ସତ୍ୟ ଯୁଗୀୟ ଦୁନିଆରେ ଦେବୀ ଦେବତା ରୂପରେ ଜନ୍ମ ହୁଅନ୍ତି । ତେଣୁ ବ୍ରାହ୍ମଣ ମାନଙ୍କୁ ଦେବତାମାନଙ୍କର ପର୍ଯ୍ୟାୟବାଚୀ ରୂପରେ ପୂଜା କରିବାର ପରମ୍ପରା ପ୍ରଚଳିତ ହୋଇ ଆସିଛି ।ଶିବଙ୍କ ସହିତ ରାତ୍ରୀର କି ସମ୍ବନ୍ଧ ଅଛି ?
ପରମାତ୍ମା ଶିବଙ୍କ ଦିବ୍ୟ ଅବତରଣର ସ୍ମରଣ ଦିବସକୁ ହିଁ ଶିବରାତ୍ରୀ ରୂପେ ପାଳନ କରାଯାଏ । ଏଠାରେ ଗୋଟିଏ କଥା ପ୍ରଣିଧାନଯୋଗ୍ୟ ଯେ ସଂସାରରେ ଶ୍ରୀରାମ , ଶ୍ରୀକୃଷ୍ଣ ଆଦି ଦେବାତ୍ମା ତଥା ଅନ୍ୟାନ୍ୟ ମହାତ୍ମା ବା ମାନବାତ୍ମାମାନଙ୍କ ଜନ୍ମ ରାତ୍ରୀରେ ହୋଇଥିଲେ ମଧ୍ୟ ସେହି ଉପଲକ୍ଷେ ପାଳିତ ହେଉଥିବା ଉସôବକୁ ଜନ୍ମଦିନ କୁହାଯାଏ । ଶିବଙ୍କ ଦିବ୍ୟ ଜନ୍ମର ସ୍ମୃତିରେ ପାଳିତ ପର୍ବକୁ ‘ଶିବରାତ୍ରୀ’ ବୋଲି କାହିଁକି କୁହାଯାଇଛି ? ଶିବଙ୍କ ଜନ୍ମ ପ୍ରକରଣରେ ‘ରାତ୍ରୀ’ ଶଦ୍ଧର ତାପôର୍ଯ୍ୟ କ’ଣ ?ଏଠାରେ ରାତ୍ରୀ ଶଦ୍ଧ ସୂର୍ଯ୍ୟାସ୍ତରୁ ସୂର୍ଯେ୍ୟାଦୟ ପର୍ଯ୍ୟନ୍ତ ଅବଧିକୁ ବୁଝିବା ଠିକ ହେବ ନାହିଁ । ଏହି ଦିନ ରାତି ସୂର୍ଯ୍ୟଙ୍କ ଆହ୍ନିକ ଗତି ଅନୁସାରେ ନିର୍ଣ୍ଣିତ ହୋଇଥାଏ । କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ଦିବସକୁ ସ୍ୱ ଗୁଣ ସହିତ ଓ ରାତ୍ରୀକୁ ତମ ଗୁଣ ସହିତ ତୁଳନା କରାଯାଏ । ତେଣୁ ଚାରିଯୁଗ ବିଶିଷ୍ଟ ଗୋଟିଏ କଳ୍ପର ପ୍ରଥମାର୍ଦ୍ଧ ‘ଦିବସ’ ଓ ଦ୍ୱିତୀୟାର୍ଦ୍ଧକୁ ‘ରାତ୍ରୀ’ ବୋଲି କୁହାଯାଏ । ଶିବରାତ୍ରୀ ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଧଶୀ ତିଥିର ଅନ୍ଧକାର ରାତ୍ରୀରେ ଅମାବାସ୍ୟାର ଠିକ ଏକ ଦିନ ପୂର୍ବରୁ ପାଳନ କରାଯାଏ । ଦେଶୀୟ ଗଣନା ଅନୁସାରେ ଫାଲଗୁନ ମାସ ବର୍ଷର ଅନ୍ତିମ ମାସ ଅଟେ । ଏହି ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଧଶୀ ତିଥିର ରାତ୍ରୀ ଘୋର ଅନ୍ଧକାରର ପ୍ରତୀକ , ଏହା ବର୍ଷର ଅନ୍ତିମ ଅନ୍ଧକାର ରାତ୍ରୀର ଠିକ ଅବ୍ୟବହିତ ସମୟ । ଏହି ପରିପ୍ରେକ୍ଷୀରେ ବିଶ୍ଳେଷଣ କଲେ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଧଶୀ ତିଥି କଳ୍ପର ଅନ୍ତିମ ସମୟରେ ପରିବ୍ୟାପ୍ତ ଅଜ୍ଞାନତା ଓ ତମୋପ୍ରଧାନତାର ପ୍ରତୀକ । ଯେତେବେଳେ ସୃଷ୍ଟିରେ ଅଜ୍ଞାନ ଅନ୍ଧକାର ବ୍ୟାପି ଯାଏ , କାମ କ୍ରୋଧାଦି ବିକାର ସମୂହ ଦ୍ୱାରା ପୀଡିତ ହୋଇ ମାନବାତ୍ମା ଦୁଃଖୀ ଓ ଅଶାନ୍ତ ହୋଇଯାଏ , ଧର୍ମ ସାମ୍ପ୍ରଦାୟିକତାର ରୂପ ନିଏ , ସର୍ବତ୍ର ଭ୍ରଷ୍ଟାଚାରର ରାଜତ୍ୱ ଚାଲିଥାଏ , ସେତେବେଳେ ପତିତପାବନ ଜ୍ଞାନ ସୂର୍ଯ୍ୟ ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ସୃଷ୍ଟିରେ ଆବିର୍ଭାବ ହୋଇ ଅଜ୍ଞାନ ଅନ୍ଧକାରକୁ ବିନାଶ କରନ୍ତି ଅର୍ଥାତ ତମୋପ୍ରଧାନ ସୃଷ୍ଟିକୁ ପୁନଃ ସତୋପ୍ରଧାନ କରନ୍ତି । ଏହି ଅଲୌକିକ କର୍ମ କେବଳ ସର୍ବ ସମର୍ଥ ପରମପିତା ପରମାତ୍ମା ଶିବଙ୍କ ଦ୍ୱାରା ହିଁ ସମ୍ଭବ । ବର୍ମାନ କଳ୍ପର ଏହି ଅନ୍ତିମ କ୍ଷଣରେ ସର୍ବାତ୍ମାଙ୍କ ପିତା ବିଶ୍ୱକଲ୍ୟାଣକାରୀ ବିଶ୍ୱନାଥ ଶିବ ସୃଷ୍ଟିରେ ଅବତରଣ ହୋଇ ପୁନଶ୍ଚ ସେହି ଦିବ୍ୟ ଅଲୌକିକ କର୍ବ୍ୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ମାଧ୍ୟମରେ ସମ୍ପାଦନ କରୁଛନ୍ତି ।
ଶିବରାତ୍ରୀ ଅବସରରେ ପରମାତ୍ମା ଶିବଙ୍କ ସନ୍ଦେଶ
ବର୍ମାନ ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ପରମାତ୍ମା ଆଦେଶ ଦେଉଛନ୍ତି :-“ହେ ମୋର ପ୍ରିୟ ଭକ୍ତ ଗଣ ! ତୁମେ ସମସ୍ତେ ମୋତେ ନ ଜାଣି ମଧ୍ୟ ଜନ୍ମ ଜନ୍ମାନ୍ତରରୁ ମୋର ଜଡ ପ୍ରତିମାର ପୂଜା, ଜାଗରଣ ତଥା ଉପବାସ କରି ଶିବରାତ୍ରୀ ପାଳନ କରି ଆସୁଛ, ବର୍ମାନ ଏହା ତୁମର ଅନ୍ତିମ ଜନ୍ମ ଅଟେ । ମୋର ଜ୍ଞାନ ଦ୍ୱାରା ଅଜ୍ଞାନତା ରୂପକ କୁମ୍ଭକରଣୀୟ ନିଦ୍ରା ପରିହାର କରି ମହାବିନାଶ ପର୍ଯ୍ୟନ୍ତ ଜାଗ୍ରତ ରହ । ମୋ ସହିତ ମନକୁ ସଂଲଗ୍ନ କରି ସତତ ମୋର ସାମୀପ୍ୟ ଲାଭ କର । ଏହାହିଁ ପ୍ରକୃତ ଉପବାସ । (ଉପ = ସମୀପ , ବାସ = ଅବସ୍ଥାନ) ଉପବାସ ଅର୍ଥାତ ପରମାତ୍ମାଙ୍କ ସମୀପରେ ରହିବା । ମୋର ଜ୍ଞାନ ଓ ଯୋଗହିଁ ହେଉଛି ‘ଶିବଶକ୍ତି’ ।ଏହାକୁ ଧାରଣ କରି ମହାବିନାଶ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କର । ଏହାହିଁ ପ୍ରକୃତରେ ମହାବ୍ରତ ବା ‘ଶିବବ୍ରତ’ ଅଟେ । ସଂକ୍ଷେପରେ କହିବାକୁ ଗଲେ “ଶିବ ମନ୍ତ୍ର” ବା “ତାରକ ମନ୍ତ୍ର”ହେଉଛି ପବିତ୍ର ହୁଅ ଓ ଯୋଗୀ ହୁଅ ? ”
ଈଶ୍ୱରୀୟ ନିମନ୍ତ୍ରଣ
ବର୍ମାନ ଧର୍ମଗ୍ଳାନି ଚରମ ସୀମା ସ୍ପର୍ଶ କଲାଣି । ପରମାତ୍ମା ପୂର୍ବ କଳ୍ପ ପରି ପୁନଶ୍ଚ ପ୍ରଜାପିତା ବ୍ରହ୍ମାଙ୍କ ସାକାର ଶରୀର ମାଧ୍ୟମରେ ଅବତରଣ କରି ସାରିଲେଣି । ତାଙ୍କ ଦ୍ୱାରା ସ୍ଥାପିତ “ରାଜସୂୟ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତାଜ୍ଞାନ ଯଜ୍ଞ” (ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ) ୧୯୩୬ ଖ୍ରୀ.ଅ.ରୁ ନିରନ୍ତର ବିଶ୍ୱ ନବ ନିର୍ମାଣ କାର୍ଯ୍ୟରେ ପ୍ରୟାସ ରତ । ଏହି ଅନୁଷ୍ଠାନ ଶିବରାତ୍ରୀକୁ ପରମାତ୍ମା ଶିବଙ୍କ ଦିବ୍ୟ ଅବତରଣର ସ୍ମରଣସେôାବ ରୂପେ ପାଳନ କରି ଆସୁଛି । ଶଙ୍କରଙ୍କ ପ୍ରେରଣାରେ ପରମାଣୁ ବୋମା ଓ ବିନାଶକାରୀ ପ୍ରକ୍ଷେପାସ୍ତ୍ର (ଗସଗ୍ଦଗ୍ଦସକ୍ଷରଗ୍ଦ) ଗୁଡ଼ିକ ନିର୍ମିତ ହୋଇ ସାରିଲାଣି । କେତେବେଳେ କେଉଁ ମୁହୁର୍ରେ ଯେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇ ଏ ସୃଷ୍ଟିର ମହାବିନାଶ ସଂଘଟିତ କରାଇବ ତାହା କହି ହେବ ନାହିଁ । ଏପରି ଏକ ଘଡିସନ୍ଧି ମୁହୁର୍ରେ ଈଶ୍ୱରୀୟ ଆଦେଶ ଅନୁସାରେ ପରି·ଲିତ ହେବାହିଁ ବୁଦ୍ଧିମାନୀର କାମ ହେବ । ଅନ୍ୟଥା ଘୋର ନରକ (ଦୁଃଖ ଦୁର୍ଦ୍ଧଶା) ଯନ୍ତ୍ରଣା ଭୋଗ କରିବାକୁ ପଡିବ । ଗୋଟିଏ ରାସ୍ତା ସିଧା ସଳଖ ସ୍ୱର୍ଗକୁ; ଅନ୍ୟଟି ନର୍କକୁ । ପରମାତ୍ମା କହନ୍ତି; “ପ୍ରକୃତ ରାସ୍ତା ଚୟନ କରି ଆଗେଇ ଆସ, ଏକ ସୁଖଦ ଭବିଷ୍ୟତ ତୁମ ଅପେକ୍ଷାରେ ।”
ାା ଓଁ ଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment