ସହଜ ରାଜଯୋଗ(3)
(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)
ଯୋଗର ଅର୍ଥ ଓ ଭାରତର ବାସ୍ତବିକ ପ୍ରାଚୀନ ଯୋଗ କେଉଁଟି?
ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର
ସଂପ୍ରତି ବିଶ୍ୱରେ ଅନେକାନେକ ପ୍ରକାର ଯୋଗ ପ୍ରଚଳିତ । ପ୍ରତ୍ୟେକ ଯୋଗର ଆ·ର୍ଯ୍ୟ ନିଜ ନିଜ ପ୍ରଚଳିତ ଯୋଗକୁ ଅନ୍ୟ ଯୋଗଠାରୁ ଶ୍ରେଷ୍ଠ ବୋଲି ଅଭିହିତ କରିଛନ୍ତି । ଏଭଳି ପରିସ୍ଥିତିରେ ଜନ ସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ପ୍ରଚଳିତ ଯୋଗଗୁଡ଼ିକ ମଧ୍ୟରୁ ବାସ୍ତବିକ ଯୋଗ କେଉଁଟି? କେଉଁ ଯୋଗ ପଦ୍ଧତି ଅନୁସରଣ କଲେ ପରମାତ୍ମା ମିଳନର ଅଖଣ୍ଡ ଆନନ୍ଦ ସହିତ ଏକ ଉଚ୍ଚତର ଆଧ୍ୟାତ୍ମିକ ଚେତନା ଯୁକ୍ତ ସ୍ଥାୟୀ ମନୋସ୍ଥିତି ପ୍ରାପ୍ତ ହୋଇ ପାରିବ? କେଉଁ ଯୋଗ ଦ୍ୱାରା ଇହ-ପର ଜନ୍ମର ପାପକର୍ମ ଜନିତ ସଂସ୍କାର ଦଗ୍ଧ ହୋଇ ଆତ୍ମା ପବିତ୍ର, ନିର୍ମଳ ଓ ଦିବ୍ୟଗୁଣ ଯୁକ୍ତ ହୋଇ ପରବର୍ୀ ଜନ୍ମରେ ଏକ ଉଚ୍ଚତର ଦିବ୍ୟ ଜୀବନ (ଦେବ ସ୍ବରୂପ) ଲାଭ କରିବାରେ ସକ୍ଷମ ହୋଇ ପାରିବ? ଯେଉଁ ଯୋଗ ମନୁଷ୍ୟକୁ ଭବିଷ୍ୟତରେ ମୁକ୍ତି ଓ ଜୀବନ-ମୁକ୍ତି (ଦେବ-ପଦ) ପ୍ରାପ୍ତ କରିବାରେ ସହାୟକ ହୋଇଥାଏ ତଥା ଇହ ଜନ୍ମରେ କମଳ-ପୁଷ୍ପ ସମାନ ପବିତ୍ର ଓ ଦିବ୍ୟ ଜୀବନ ଯାପନ ପୂୂର୍ବକ ଆତ୍ମିକ ସୁଖ ପ୍ରଦାନ କରିଥାଏ - ସେହି ଯୋଗର ବାସ୍ତବିକ ସ୍ବରୂପ କ’ଣ? ସାକ୍ଷାତ ପରମାତ୍ମା ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ କେଉଁ ଯୋଗର ଶିକ୍ଷା ଦେଇଥିଲେ, ଯଦ୍ଧ୍ୱାରା ବିଶ୍ୱରେ ସତ୍ୟ ଧର୍ମର ପୁନର୍ସଂସ୍ଥାପନ ହୋଇଥିଲା, ତା’ର ପରିଚୟ କ’ଣ? ଉପରୋକ୍ତ ସମସ୍ତ ପ୍ରଶ୍ନଗୁଡ଼ିକର ସଠିକ ଉର ପାଇବା ପାଇଁ ପ୍ରଥମେ ଯୋଗର ପ୍ରକୃତ ଅର୍ଥ ଜାଣିବା ଆବଶ୍ୟକ ।
‘ଯୋଗ’ ଶବ୍ଦର ବାସ୍ତବିକ ଅର୍ଥ
‘ଯୋଗର’ ଅର୍ଥ ଯୁକ୍ତ କରିବା (ଯୋଡିବା) ବା ମିଳନ । ଆଧ୍ୟାତ୍ମିକ ବିଷୟ ପରିପ୍ରେକ୍ଷୀରେ ‘ଯୋଗ’ ଶବ୍ଦର ଭାବାର୍ଥ ହେଉଛ ପରମାତ୍ମା ସହିତ ଆତ୍ମା “ସମ୍ବନ୍ଧ ଯୋଡିବା” ବା “ପରମାତ୍ମା ସହିତ ମିଳନ ମନାଇବା ।”“ତ୍ୱମେବ ମାତାଶ୍ଚ ପିତା ତ୍ୱମେବ....” ଶ୍ଲୋକରେ ମନୁଷ୍ୟାତ୍ମାର ପରମାତ୍ମାଙ୍କ ସହିତ ଥିବା ପାରଲୌକିକ ସମ୍ବନ୍ଧର ଗାୟନ କରାଯାଇଛି । ପ୍ରାୟ ସମସ୍ତ ଧର୍ମରେ ପରତ୍ମାମାଙ୍କୁ ପରମ ପିତା ରୂପେ ସ୍ବୀକାର କରାଯାଇଛି । ବର୍ମାନ ମନରେ ମନରେ ପ୍ରଶ୍ନ ଉଠେ ଯେ ଯଦି ଆତ୍ମା ଓ ପରମାତ୍ମା ମଧ୍ୟରେ ପିତାପୁତ୍ରର ସମ୍ପର୍କ ସର୍ବଜନ ସ୍ବୀକୃତ, ତେବେ ଏଠାରେ ଯୋଡିବା କିମ୍ବା ଯୋଗର ତାପôର୍ଯ୍ୟ କ’ଣ?
ଯେଉଁଠି ବିୟୋଗ ଥାଏ ସେଇଠି ଯୋଗ କଥା ଉଠେ । ଯେଉଁଠି ବିଚ୍ଛେଦ ଥାଏ ସେଇଠି ମିଳନର ଆକାଙ୍କ୍ଷା ମଧ୍ୟ ଥାଏ । ଆଜି ମନୁଷ୍ୟ କେବଳ ପ୍ରାର୍ଥନା ଛଳରେ ପରମାତ୍ମାଙ୍କ ସହିତ ନିଜର ସର୍ବ ସମ୍ବନ୍ଧର ଗୀତ ଗାଉଛି; କିନ୍ତୁ ତା’ର ବ୍ୟବହାରିକ ଜୀବନରେ ଏହା ପ୍ରତିଫଳିତ ହେଉ ନାହିଁ । ସେ ଏହି ଗଭୀର ଉଚ୍ଚ ଓ ନିକଟ ସମ୍ବନ୍ଧଗୁଡିକୁ ଜୀବନରେ ଅନୁଭବ କରି ପାରୁ ନାହିଁ । ମନୁଷ୍ୟ ଜୀବନରେ ସେହି ସମ୍ବନ୍ଧ ଜନିତ କୌଣସି ପ୍ରଭାବ ନାହିଁ ଏବଂ ସେଗୁଡିକରୁ ପ୍ରାପ୍ତ ପୂର୍ଣ୍ଣ ସୁଖ-ଶାନ୍ତି ମଧ୍ୟ ନାହିଁ । ତେଣୁ ପରମାତ୍ମା ସହିତ ପିତା-ପୁତ୍ରର ସମ୍ବନ୍ଧ ଥିଲେ ମଧ୍ୟ ମନୁଷ୍ୟ ସେଥିରେ ଯୁକ୍ତ ହୋଇ ପାରି ନାହିଁ । ସଂପ୍ରତି ମନୁଷ୍ୟ ଜୀବନରେ ଦେଖାଯାଉଥିବା ଅପବିତ୍ରତା, ଦୁଃଖ ଓ ଅଶାନ୍ତି ଏହା ପ୍ରମାଣିତ କରେ ଯେ ପରମାତ୍ମାଙ୍କ ସହିତ ଥିବା ତା’ର ସମ୍ବନ୍ଧର ବିଚ୍ଛେଦ ଘଟିଛି । ଅନ୍ୟ ଅର୍ଥରେ ସେ ଯୋଗ -ଭ୍ରଷ୍ଟ ଜୀବନ ଯାପନ କରୁଛି ।
ସଂସାରରେ ଏହା ଦେଖାଯାଏ ଯେ ଯେଉଁଠି ପିତା -ପୁତ୍ର, ସ୍ବାମୀ-ସେବକ, ପତି ପନôୀ, ସଖା-ସଖା ଆଦି ଘନିଷ୍ଠ ସମ୍ବନ୍ଧ ଯୁକ୍ତ ହୋଇଥାଏ, ସେଇଠି ଜଣେ ଅନ୍ୟ- ପ୍ରତି ସମ୍ବନ୍ଧ ଅନୁରୂପ ବ୍ୟବହାର କରନ୍ତି ଓ ନିଜ ନିଜ ଦାୟିତ୍ୱ ନିର୍ବାହ କରନ୍ତି । ଏହି ସମ୍ବନ୍ଧ କେବଳ ଉଚ୍ଚାରଣ ମଧ୍ୟରେ ସୀମିତ ନଥାଏ, ଆଚରଣରେ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ଯେଉଁଠି ସମ୍ବନ୍ଧ ଥାଏ ସେଇଠି ପରସ୍ପର ମଧ୍ୟରେ ସ୍ନେହ ଓ ପ୍ରେମ ଭାବ ମଧ୍ୟ ଥାଏ । ଠିକ ସେହିପରି ଆଜି ମନୁଷ୍ୟ ପରମାତ୍ମାଙ୍କ ସହିତ ତା’ର ପିତା-ପୁତ୍ର ସମ୍ବନ୍ଧ କଥା କହୁଥିଲେ ମଧ୍ୟ ତାହା ଆଚରଣ ଗତ ହୋଇ ନ ଥିବାରୁ ତାଙ୍କଠାରୁ ସୁଖ, ଶାନ୍ତି, ଆନନ୍ଦ ଓ ଶକ୍ତି ପ୍ରାପ୍ତ କରିପାରୁ ନାହିଁ । ଏହି ପ୍ରସଙ୍ଗରେ ସେହି ପୁତ୍ରର ଉଦାହରଣ ପ୍ରାସଙ୍ଗିକ ମନେ ହୁଏ ଯିଏ ନିଜ ପିତାଠାରୁ ଅଲଗା ହୋଇ ବିଦେଶ ·ଲିଯାଏ ଓ ସେଠାରେ ନିଜ ପିତାଙ୍କୁ ମନେ ପକାଏ ନାହିଁ, ତାଙ୍କ ସହିତ କୌଣସି ପତ୍ରାଳାପ କରେ ନାହିଁ, ଦୂରଭାଷ ମାଧ୍ୟମରେ କଥାବାାର୍ କରେ ନାହିଁ, ତାଙ୍କ ଉପଦେଶ ପାଳନ କରେ ନାହିଁ , ନିଜ ବଂଶର ମାନ-ମର୍ଯ୍ୟାଦା ରକ୍ଷା କରେ ନାହିଁ, କିନ୍ତୁ ଯେତେବେଳେ କୌଣସି କାର୍ଯ୍ୟରେ ତା’ର ମାତା- ପିତାଙ୍କ ବିଷୟରେ ପଚରାଯାଏ, ସେତେବେଳେ ସେ କେବଳ ସେମାନଙ୍କ ନାମର ଉଲ୍ଲେଖ ମାତ୍ର କରିଥାଏ ।
ଅତଃ ‘ଯୋଗ’ର ଅର୍ଥ ସ୍ପଷ୍ଟ ଜାଣିବା ପୂର୍ବରୁ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଯେ “ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବା”ର ଅର୍ଥ କ’ଣ ଓ ଏଥିପାଇଁ ଆମକୁ କ’ଣ କରିବାକୁ ପଡିବ? ଏହି ରହସ୍ୟ ବୁଝିବା ପାଇଁ ଆମେ ଲୌକିକ ସମ୍ବନ୍ଧର ସର୍ବେକ୍ଷଣ କରି ଦେଖିବା ଯେ ବ୍ୟବହାରିକ ଜୀବନରେ ସମ୍ବନ୍ଧ ଯୋଡିବାର ଭାବ କ’ଣ?
ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବା ପାଇଁ ତାଙ୍କ ପରିଚୟରେ ନିଶ୍ଚୟ ଓ ସ୍ମୃତି ହେବା ଜରୁରୀ ।
ସାଂସାରିକ ସମ୍ବନ୍ଧ ଉପରେ ବି·ର କଲେ ଜଣାଯାଏ ଯେ ସମ୍ବନ୍ଧ ଯୋଡିବାର ପ୍ରଥମ ଆଧାର ହେଉଛି ପରିଚୟ (ଜ୍ଞାନ) । ଯେତେବେଳେ କୌଣସି ଶିଶୁ ଜନ୍ମ ହୁଏ ସେତେବେଳେ ଜନ୍ମକାଳରୁହିଁ କୌଣସି ମନୁଷ୍ୟ ସହିତ ତା’ର ପିତା-ପୁତ୍ରର ସମ୍ବନ୍ଧ ସ୍ଥାପିତ ହୋଇଯାଏ ; କିନ୍ତୁ ସେହି ସମ୍ବନ୍ଧ ଯୋଡିବା ପାଇଁ ସଂପୃକ୍ତ ଶିଶୁକୁ ଏହି ପରିଚୟ ଦିଆ ଯାଇଥାଏ ଯେ ଅମୁକ ବ୍ୟକ୍ତି ତା’ର ପିତା ଓ ଅମୁକ ନାରୀ ତା’ର ମାତା । ଏହି ଜ୍ଞାନ ଅଥବ ପରିଚୟ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଶିଶୁଟି ତା’ର ମାତା-ପିତାଙ୍କ ସହିତ କୌଣସି ସମ୍ବନ୍ଧ ସ୍ଥାପନ କରିପାରେ ନାହିଁ ।ବାଲ୍ୟାବସ୍ଥାରେ କେବଳ ମାତା-ପିତାଙ୍କ ନାମ ରୂପର ହିଁ ପରିଚୟ ମିଳିଥାଏ । ଏହାକୁ ଆଧାର କରି ତା’ର ପିତା-ମାତାଙ୍କ ସହିତ ଶିଶୁର ସମ୍ବନ୍ଧ ସ୍ଥାପିତ ହୋଇଥାଏ । କେବଳ ଏତିକି ପରିଚୟରେ ଶିଶୁଟି ଏହି ସମ୍ବନ୍ଧକୁ ସ୍ପଷ୍ଟ ଭାବରେ ଜାଣିପାରେ । ଏହି ସମ୍ବନ୍ଧ ତା’ର ଜୀବନ ଓ ବ୍ୟବହାରରେ ବିଶେଷ ପ୍ରଭାବ ପକାଇ ପାରି ନ ଥାଏ । ଯେତେବେଳେ ସେ ତା’ ପିତାଙ୍କ ସମ୍ମୁଖକୁ ଯାଏ ବା ପିତାଙ୍କୁ ମନେ ପକାଏ ସେତେବେଳେ ନିଜକୁ କେବଳ ପୁତ୍ର ରୂପେ ଅନୁଭବ କରିଥାଏ । ପୁନଶ୍ଚ ପିଲାଟି ଯେତେବେଳେ ବଡ଼ ହେବାକୁ ଲାଗେ ସେତେବେଳେ ତାର ପିତାଙ୍କ ନାମ ରୂପ ଅତିରିକ୍ତ ତାଙ୍କର ବୃି, ବାସସ୍ଥାନ, ସମ୍ପି, ପ୍ରତିପି, ଆର୍ଥିକ ଓ ସାମାଜିକ ସ୍ଥିତି, ଜାତି,ବର୍ଣ୍ଣ, ଧର୍ମ, କୁଳ, ବିଶେଷ ଗୁଣ, ପ୍ରତିଭା ଆଦି ବିଷୟରେ ଜାଣିବାକୁ ପାଏ । ଏହି ସମସ୍ତ ପରିଚୟ ଓ ନିଶ୍ଚୟ ଆଧାରରେ ପିତାଙ୍କ ସ୍ମୃତି ତା’ର ଜୀବନ ଓ ବ୍ୟବହାରକୁ ପ୍ରଭାବିତ କରେ । ସେ ପିତାଙ୍କ ଆର୍ଥିକ ସ୍ଥିତି ଅନୁସାରେ ଖର୍ଚ୍ଚ କରିବାକୁ ଶିଖେ । ନିଜ କୁଳ ଓ ଧର୍ମ ଅନୁକୂଳ କର୍ମ କରେ, ବେଶ ଓ ବଂଶ ଅନୁସାରେ ରୀତି-ନୀତି ଅନୁସରଣ କରେ, ପୋଷାକ ପରିଧାନ କରେ ତଥା ଭାଷା କହେ । ଏହିପରି ତା’ର ପିତାର ବିସ୍ତୃତ ପରିଚୟ, ତା’ର ସ୍ମୃତି, ଜୀବନର ସମସ୍ତ କର୍ମ ତଥା ବ୍ୟବହାରକୁ ମର୍ଯ୍ୟାଦିତ କରିଥାଏ ଓ ତାକୁ ଏକ ବିଶେଷ ଦିଗରେ ପରି·ଳିତ କରିଥାଏ ।
ଯେପରି ସାଂସାରିକ ଦୃଷ୍ଟିକୋଣ ଅନୁସାରେ ପିତା-ପୁତ୍ରାଦିର ସମ୍ବନ୍ଧ ସ୍ଥାପନ ହେବାର ପ୍ରଥମ ସାଧନ ହେଉଛି ପରିଚୟ (ଜ୍ଞାନ) ଦ୍ୱାରା ନିଶ୍ଚୟ ଓ ନିଶ୍ଚୟ ଆଧାରରେ ସ୍ମୃତି (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ଅଟେ, ସେହିପରି ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବା ପାଇଁ ତାଙ୍କର ନାମ , ରୂପ, ଧାମ, ଗୁଣ, ଦୈବୀ ସମ୍ପି ଆଦିର ଯଥାର୍ଥ ଜ୍ଞାନ (ପରିଚୟ) ହେବା ଆବଶ୍ୟକ । ତେବେ ଯାଇ ତାଙ୍କ ପ୍ରତି ନିଶ୍ଚୟ ଦୃଢ଼ ହେବ ଓ ଏହି ଆଧାରରେ ପରମାତ୍ମା ସହଜ, ସ୍ବଭାବିକ ଓ ନିରନ୍ତର ସ୍ମୃତି ମଧ୍ୟରେ ଲାଖି ରହିବେ ।
ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନର ଅର୍ଥ ହେଉଛି ତାଙ୍କ ସ୍ମୃତିରେ ମଗ୍ନ ହୋଇଯିବା ।
ଯେଉଁଠି ଘନିଷ୍ଠ ସମ୍ବନ୍ଧ ଥାଏ ସେଇଠି ପରସ୍ପର ମଧ୍ୟରେ ଅଗାଧ ପ୍ରେମ ଓ ସ୍ନେହ ଭାବ ଥାଏ । ଦୁହିଙ୍କ ମନରେ ଏକ ଆରେକଙ୍କ ସ୍ମୃତି ଏପରି ଲାଖି ରଖିଥାଏ ଯେ ଚେଷ୍ଟାକରି ମଧ୍ୟ କେହି କାହାକୁ ଭୁଲି ପାରନ୍ତି ନାହିଁ । ଜଣେ ଗୃହସ୍ଥ କାର୍ଯ୍ୟାଳୟରେ କାମ କରୁଥିଲେ ମଧ୍ୟ ସେ ସଚେତନ ଥାଏ ଯେ ତାର ଘର ପରିବାର ଅଛି, ପରିବାର ପୋଷଣ ପାଇଁ ତାକୁ ରୋଜଗାର କରିବାକୁ ହେବ । କାର୍ଯ୍ୟାଳୟ ଅବକାଶ ପାଇଁ ସନ୍ଧ୍ୟାରେ ଘରକୁ ଫେରିଲା ବେଳେ ପରିବାରର ସଦସ୍ୟମାନଙ୍କ ପାଇଁ ଆବଶ୍ୟକ ହେଉଥିବା କୌଣସି ନା କୌଣସି ଜିନିଷ ବା ପନôୀ ବରାଦ ଦେଇଥିବା କୌଣସି ଘର କରଣା ବା ରୋଷେଇ ସାମଗ୍ରୀ ଆଦି କିଣିବା କଥା ମନେ ମଡେ । ସେହିପରି କୌଣସି ପ୍ରେମିକ କାର୍ଯ୍ୟାଳୟରୁ ଅବକାଶ ପାଇଲେ ତା’ର ପ୍ରେମିକା ସହିତ ସାକ୍ଷାତ କରିବା ବିଷୟ ଭାବୁଥାଏ । ବିଦ୍ୟାଳୟରେ ପଢ଼ୁଥିବା ପିଲାମାନେ ବିଦ୍ୟାଳୟରୁ ଅବକାଶ ପାଇଲା ପରେ ସେମାନଙ୍କ ପିତା-ମାତା, ଭାଇ-ଭଉଣୀ ସାଙ୍ଗ ସାଥୀମାନଙ୍କ ସହିତ ମିଶିବା କଥା ଭାବନ୍ତି । ଏହିପରି ଯାହାର ଯାହା ସହିତ ନିକଟ ଓ ଘନିଷ୍ଠ ସମ୍ବନ୍ଧ- ସମ୍ପର୍କ ଥାଏ, ତାହା ପ୍ରତି ହିଁ ତାହାର ମନ ଲାଖି ରହେ ବା ତାର ସ୍ମୃତିରେ ସେ ତନ୍ମୟ ହୋଇ ରହେ ।ବାସ୍ତବରେ ଜଣେ ବ୍ୟକ୍ତିର ଅନ୍ୟ ବ୍ୟକ୍ତି ସହିତ ସମ୍ବନ୍ଧ ଯୋଡି ହେବାର ମୁଖ୍ୟ ଚିହ୍ନ ହେଉଛି ଜଣଙ୍କ ମନ ବୁଦ୍ଧି ଅନ୍ୟର ପ୍ରେମରେ ବିଭୋର ହୋଇଯିବା, ସ୍ନେହାସିକ୍ତ ହୋଇଯିବା ଓ ସ୍ମୃତିରେ ମଗ୍ନ ହୋଇଯିବା । ସେହିପରି ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବା, ତାଙ୍କ ସହିତ ଯୋଗ-ଯୁକ୍ତ ହେବାର ଅର୍ଥ ମଧ୍ୟ ମନକୁ ତାଙ୍କ ସ୍ମୃତିରେ ତଲ୍ଲୀନ କରିବା । ମନୁଷ୍ୟ କାହାରି ସ୍ମୃତିରେ ଯେତିକି ମଗ୍ନ ହୋଇଥାଏ ସେତିକି ତାର ଅନ୍ୟ ବିଷୟ ପ୍ରତି ସ୍ପୃହା କମିଯାଏ । ଏଣୁ ବୁଦ୍ଧି ଦ୍ୱାରା ପରମ ପିତା ପରମାତ୍ମାଙ୍କ ସ୍ମୃତିର ରସପାନ କରିବାରେ ରତ ଥିବା ଆତ୍ମା ବାସ୍ତବରେ ଯୋଗ-ଯୁକ୍ତ ଅଟନ୍ତି । ପରମାତ୍ମାଙ୍କ ସହିତ ତାଙ୍କ ସମ୍ବନ୍ଧ ଅଭିନ୍ନ ଓ ଅତୁଟ ରହେ ।
ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବା ଅଥବା ଯୋଗ-ଯୁକ୍ତ ହେବାର ଅର୍ଥ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବ ।
ପାରିବାରିକ ସମ୍ବନ୍ଧରେ ଏକ ଆରେକ ପ୍ରତି ସମର୍ପଣ ଭାବ ହେତୁ ଗୃହକର୍ା ତଥା ଅନ୍ୟ ଉପାର୍ଜନକ୍ଷମ ବ୍ୟକ୍ତି ଦିନ ସାରା ପରିବାରର ଅନ୍ୟ ସଦସ୍ୟ ସଦସ୍ୟାମାନଙ୍କ ପାଇଁ ·କିରୀ ଓ ବ୍ୟବସାୟରେ ଲିପ୍ତ ରହନ୍ତି, ସେମାନଙ୍କ ସୁଖ-ଦୁଃଖରେ ଭାଗୀଦାର ହୁଅନ୍ତି । ତାଙ୍କ ବ୍ୟବହାରରୁ ଏପରି ପ୍ରତୀତ ହୁଏ ଯେପରି କି ସେ ସମଗ୍ର ଜୀବନ ପନôୀ, ସନ୍ତାନ-ସନ୍ତତି ପରିବାରର ଅନ୍ୟ ନିର୍ଭରଶୀଳ ସଦସ୍ୟ ସଦସ୍ୟାମାନଙ୍କ ପାଇଁ ଉସôର୍ଗ କରି ଦେଇଛନ୍ତି । ଅନ୍ୟପକ୍ଷରେ ପରିବାରର ଗୃହିଣୀ ନିଜ ସ୍ବାମୀ,ସନ୍ତାନ-ସନ୍ତିତ,ଶାଶୁ-ଶ୍ୱଶୁର ତଥା ଅନ୍ୟମାନଙ୍କ ପାଇଁ ଭୋଜନ ପ୍ରସ୍ତୁତି,ସେବା-ଶୁଶ୍ରୁଷା, ତଥା ଗୃହ ପରି·ଳନା ଜନିତ ଯାବତୀୟ କାର୍ଯ୍ୟରେ ତାଙ୍କର ସମୟ ସମସ୍ତ ବ୍ୟତୀତ କରିଥାନ୍ତି । ସନ୍ତାନ-ସନ୍ତତି ମଧ୍ୟ ନିଜ ପିତା-ମାତାଙ୍କ ଆଶ୍ରୟରେ ଲାଳିତ-ପାଳିତ ହୁଅନ୍ତି । ଏହିପରି ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବା ଅଥବା ଯୋଗଯୁକ୍ତ ହେବାର ଅର୍ଥ ତାଙ୍କ ପାଇଁ ନିଜକୁ ସମ୍ପର୍ଣ୍ଣ ସମର୍ପଣ କରିଦେବା । ସମସ୍ତ କର୍ବ୍ୟ କର୍ମ କରିବା ସମୟରେ ନିଜକୁ ପରମାତ୍ମାଙ୍କ ନିମି ଭାବି ଏବଂ ନିଜ ତନୁ-ମନ-ଧନକୁ ତାଙ୍କର ମାନି ଅନାସକ୍ତ ଭାବରେ ଗୃହସ୍ଥ ଧର୍ମର ପାଳନ କରିବା ହେଉଛି ତାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବ । ଏପରି ବ୍ୟକ୍ତି ସାଂସାରିକ ଜୀବନ ଯାପନ କରି ମଧ୍ୟ କମଳ- ପୁଷ୍ପ ସମ ପବିତ୍ର ଓ ନିର୍ଲିପ୍ତ ରହନ୍ତି ତଥା ସମସ୍ତଙ୍କ ପ୍ରିୟ ଭାଜନ ମଧ୍ୟ ହୁଅନ୍ତି । ଏହା ହେଉଛି ସେହି ଯୋଗ ଯଦ୍ୱାରା ମନୁଷ୍ୟ ବିଦେହୀ ବା ଅବ୍ୟକ୍ତ ଅବସ୍ଥା ପ୍ରାପ୍ତ ହୁଏ ଯବ୍ଦ୍ୱାରା ତାଙ୍କ ଚି ସମସ୍ତ ଚିନ୍ତାରୁ ମୁକ୍ତ ହୋଇ ନିରନ୍ତର ପ୍ରସନ୍ନ ରହେ ।ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନର ଭାବ ହେଉଛି ମନ,ବଚନ ତଥା କର୍ମକୁ ସେହି ସମ୍ବନ୍ଧ ଅନୁକୂଳ ବନାଇବା ।
ସାଂସାରିକ ସମ୍ବନ୍ଧରେ ଦେଖାଯାଏ ଯେ ଯେତେବେଳେ କାହାରି ପିତା-ପୁତ୍ର, ପତି-ପନôୀ ଆଦି ସମ୍ବନ୍ଧ ସ୍ଥାପିତ ହୁଏ ତେବେ ତାର ତଦନୁରୂପ ଅନୁଭବ ଓ ମାନସିକ, ଶାରୀରିକ ତଥା ଆତ୍ମିକ ବ୍ୟବହାର ହୋଇଥାଏ । ଉଦାହରଣ ସ୍ବରୂପ ଯେତେବେଳେ କୌଣସି ବ୍ୟକ୍ତି ନିଜ ପିତାଙ୍କ ସମ୍ମୁଖକୁ ଯାଏ ସେତେବେଳେ ତାଙ୍କ ଏହି ଭାବ ଉଦ୍ରେକ ହୁଏ ଯେ ଉକ୍ତ ବ୍ୟକ୍ତି ମୋ ପିତା ଓ ମୁଁ ତାଙ୍କ ସନ୍ତାନ । ମନ, ବଚନ ଓ କର୍ମରେ ସେ ଏହି ଅନୁଭବ ଆଧାରରେ କାର୍ଯ୍ୟ-ବ୍ୟବହାର କରେ । ସେ ନିଜ ପିତାଙ୍କୁ ଯଥୋଚିତ ସ୍ନେହ, ସମ୍ମାନ, ସମ୍ଭାଷଣ ଓ ଅଭିବାଦନ କରିଥାଏ । ପୁନଶ୍ଚ ନିଜର ସମସ୍ତ ଦିନଚର୍ଯ୍ୟାରେ ମଧ୍ୟ ତାର ମାନସିକ, ବାଚିକ ଓ ଶାରୀରିକ କର୍ମ ନିଜ ପିତାଙ୍କର ହିଁ ଧର୍ମ, କୁଳ, ସାମାଜିକ ଓ ଆର୍ଥିକ ସ୍ଥିତି ଅନୁସାରେ ହୋଇଥାଏ । ଠିକ୍ ସେହିପରି ପରମପିତା ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବାର ଅର୍ଥ ହେଉଛି ମନୁଷ୍ୟର ମନ, ବଚନ ଓ କର୍ମ ଉପରେ ଜ୍ଞାନର ସାଗର, ଶାନ୍ତିର ସାଗର, ଆନନ୍ଦର ସାଗର, ପ୍ରେମର ସାଗର, ପତିତପାବନ, କଲ୍ୟାଣକାରୀ ପରମ ପିତା ପରମାତ୍ମାଙ୍କ ପରିଚୟର ପ୍ରଭାବ ପଡିବା ଅର୍ଥାତ୍, ତାଙ୍କର ମନ, ବାଣୀ ତଥା କର୍ମ ମଧ୍ୟ ଜ୍ଞାନୋଚିତ, ଅନ୍ୟମାନଙ୍କୁ ପବିତ୍ର ବନାଇବାର ପ୍ରେରକ ଏବଂ ସେମାନଙ୍କ ପ୍ରତି କଲ୍ୟାଣକାରକ ତଥା ସୁଖ-ଶାନ୍ତି ପ୍ରଦାୟକ ହେବା ଉଚିତ । ତାଙ୍କୁ ପରମପିତା ପରମାତ୍ମାଙ୍କର ସର୍ବୋମ ଗୁଣ,କର୍ମ ଓ ସ୍ବଭାବ ଅନୁକୂଳ ଆଚରଣ କରିବା ଉଚିତ ଏବଂ ସର୍ବଦା ଆନନ୍ଦ-ନିମଗ୍ନ, ସାକ୍ଷୀ ଦ୍ରଷ୍ଟା, ଜ୍ଞାନ - ନିଷ୍ଠ, ଅବ୍ୟକ୍ତ ତଥା ମାନ-ଅପମାନ ଆଦି ଦ୍ୱନ୍ଦ୍ୱରୁ ମୁକ୍ତ ହୋଇ ଜୀବନ ଅତିବାହିତ କରିବା ଆବଶ୍ୟକ । ତାଙ୍କର ଏକଥା ସର୍ବଦା ସ୍ମରଣ ରହିବା ଉଚିତ ଯେ ଏହି ସୃଷ୍ଟି ମୋର ପରମ ପିତାଙ୍କର ହିଁ ଅଟେ ଏବଂ ଏହାକୁ ପବିତ୍ର ତଥା ସୁଖୀ ରଖିବାର କିଛି ଦାୟିତ୍ୱ ମୋର ମଧ୍ୟ ରହିଛି । ତାଙ୍କୁ ଏହି ବିଷୟରେ ସତତ ଧ୍ୟାନ ରଖିବାକୁ ହେବ ଯେ ପରମାତ୍ମା ଧର୍ମ, ପବିତ୍ର ତଥା ଦୈବୀ ସମ୍ପି ସ୍ଥାପନର ଦିବ୍ୟ କର୍ମ କରନ୍ତି, ଏଣୁ ମୋତେ ମଧ୍ୟ ଏପରି କୌଣସି ସଂକଳ୍ପ ଓ କର୍ମ କରିବା ଅନୁଚିତ ଯାହା ଅଧର୍ମ, ଅନା·ର, ଆସୁରୀୟ ବ୍ୟବହାର ଅଥବା କୌଣସି ବିକାରର ପ୍ର·ର-ପ୍ରସାର ପାଇଁ ପ୍ରେରକ ହେବ । ଏହିପରି ପରମପିତା ପରମାତ୍ମାଙ୍କ ସୂକ୍ଷ୍ମ ସ୍ମୃତି ରୂପକ ଗତି ରୋଧକ (ବ୍ରେକ୍) ଦ୍ୱାରା ଜୀବନ-ଗାଡିକୁ ଈଶ୍ୱରୀୟ ନିୟମ-ମାର୍ଗରେ ପରି ·ଳିତ କରିବା ବ୍ୟକ୍ତି ହିଁ ପ୍ରକୃତ ଯୋଗୀ । ଏପରି ବ୍ୟକ୍ତିର ସମ୍ବନ୍ଧ ପରମାତ୍ମାଙ୍କ ସହିତ ଯୋଡି ହୋଇଥାଏ । ପରମାତ୍ମା-ପ୍ରେମୀ ବ୍ୟକ୍ତି କେବେ ହେଲେ ଈଶ୍ୱରୀୟ ଗୁଣ ଓ ମର୍ଯ୍ୟାଦା ବିରୁଦ୍ଧ କର୍ମ କରନ୍ତି ନାହିଁ ।ପରମ ପିତା ପରମାତ୍ମାଙ୍କ ଶ୍ରେଷ୍ଠ ମତ ଅନୁସାରେ ଜୀବନ-ନିର୍ବାହ କରୁଥିବା ବ୍ୟକ୍ତି ଯୋଗୀ ଅଟେ ।
ସାଧାରଣତଃ ଜଣେ ପିତୃ-ଭକ୍ତ ପୁତ୍ର ତାର ପିତାଙ୍କ ଆଜ୍ଞା ଅନୁସାରେ ·ଲେ । ପିତାଙ୍କର କୌଣସି କଥା ଅବଜ୍ଞା କରେ ନାହିଁ । ପିତାଙ୍କର ମତାବଲମ୍ବୀ ହେବା ତାଙ୍କ ପ୍ରତି ସ୍ନେହ ଓ ସମ୍ମାନ ସୂଚକ ଅଟେ । ମତ ଗ୍ରହଣ ନ କରି ମନମୁଖୀ କାମ କରିବା ଏହା ପ୍ରମାଣ କରେ ଯେ ପୁତ୍ରର ପିତାଙ୍କ ପ୍ରତି, ସେବକର ସ୍ବାମୀ ପ୍ରତି,ଶିକ୍ଷାର୍ଥୀର ଶିକ୍ଷା ପ୍ରତି, ପୁରୁଷାର୍ଥୀର ମାର୍ଗଦର୍ଶକଙ୍କ ପ୍ରତି ଯେଉଁ ସ୍ନେହ-ସମ୍ମାନ ରହିବା ଉଚିତ ତାହା ନାହିଁ । ଏପରି କ୍ଷେତ୍ରରେ ତା’ର ସମ୍ବନ୍ଧ କେବଳ ଶାରୀରିକ; ମାନସିକ ନୁହେଁ । ଏଣୁ ପରମପ୍ରିୟ ପରମାତ୍ମାଙ୍କ ସହିତ ସମ୍ବନ୍ଧ ଯୋଡିବାର ଭାବ ହେଉଛି ତାଙ୍କ ଶ୍ରେଷ୍ଠ ମତକୁ ଅନୁସରଣ କରିବା । ଏହି ପରିପ୍ରେକ୍ଷୀରେ ଗୀତାରେ ପରମାତ୍ମା ଦେଇଥିବା “ମନ୍ମନା ଭବ’’, “ମାମେବ ବୁଦ୍ଧି ନିବେଶ୍ୟ”, “ମାମେକଂ ଶରଣଂ ବ୍ରଜ, ଇତ୍ୟାଦି ଆଦେଶ ପ୍ରଣିଧାନ ଯୋଗ୍ୟ ।ପରମପିତା ପରମାତ୍ମାଙ୍କ ସହିତ ବାସ୍ତବିକ ଯୋଗ ସେତେବେଳେ ସମ୍ଭବ ଯେତେବେଳେ ତାଙ୍କ ଧରାବତରଣ ହୋଇଥାଏ ।
ଉପରେ ବର୍ଣ୍ଣନା କରାଯାଇଥିବା ସହଜ ଓ ସରଳ ଯୋଗ ସେତେବେଳେ ସମ୍ଭବ ଯେତେବେଳେ ପରମ ପିତା ପରମାତ୍ମା ଧରାପୃଷ୍ଠରେ ସାକ୍ଷାତ ଅବତୀର୍ଣ୍ଣ ହୋଇ ନିଜ ନାମ, ରୂପ, ଗୁଣ, ଧାମ, କର୍ମ, ସ୍ବଭାବ, ପ୍ରଭାବ, ସମ୍ପି ଆଦିର ସତ୍ୟ ଓ ସମ୍ପୂର୍ଣ୍ଣ ଜ୍ଞାନ (ପରିଚୟ) ପ୍ରଦାନ ପୂର୍ବକ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ପାଇଁ ମାନବ ସମାଜକୁ ଆହ୍ୱାନ ଦେବେ । ଯେପର୍ଯ୍ୟନ୍ତ ପରମ ପିତା ପରମାତ୍ମା ସ୍ବୟଂ ଅବତରିତ ହୋଇ ମୁନଷ୍ୟକୁ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ନ ଦିଅନ୍ତି ସେ ପର୍ଯ୍ୟନ୍ତ ତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପିତ ହୋଇ ପାରେ ନାହିଁ ଏବଂ ଆତ୍ମା ଯଥାର୍ଥ ଓ ସମ୍ପୂର୍ଣ୍ଣ ମାର୍ଗ ଦର୍ଶନ ପ୍ରାପ୍ତ କରିବାରେ ସକ୍ଷମ ହୁଏ ନାହିଁ । ସାକ୍ଷାତ ପରମାତ୍ମାଙ୍କ ପ୍ରଦ ଏହି ଯୋଗ, ସଂସାରରେ ମନୁଷ୍ୟ ପ୍ରଣୀତ ହଠଯୋଗ, ତ୍ୱଯୋଗ, କ୍ରିୟାଯୋଗ, ରାଜଯୋଗ ଆଦି ବହୁବିଧ ଯୋଗଠାରୁ ସମ୍ପୂର୍ଣ୍ଣ ପୃଥକ ଅଟେ । ଏହି ଯୋଗର ଅର୍ଥ ହେଉଛି ଜ୍ଞାନ ଆଧାରରେ ପରମ ପିତାଙ୍କ ସ୍ବରୂପ ଚିନ୍ତନ ପୂର୍ବକ ସ୍ମୃତିରେ ଧାରଣ କରିବା, ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା, ତାଙ୍କ ଶ୍ରୀମତ (ଶ୍ରେଷ୍ଠ ମତ) ଆଧାରରେ ଜୀବନ ଯାପନ କରିବା ଏବଂ ନିଜ ଆତ୍ମାରେ ଦୈବୀ ଗୁଣଗୁଡିକର ଧାରଣା କରିବା । ଏହି ଯୋଗ ସର୍ବୋମ । କାରଣ ଏହା ମୁକ୍ତି ଓ ଜୀବନ୍ମୁକ୍ତି ରୂପକ ଈଶ୍ୱରୀୟ ଜନ୍ମ ସିଦ୍ଧ ଅଧିକାର ପ୍ରଦାନ କରିଥାଏ ।
ପରମ ପିତା ପରମାôଙ୍କ ପ୍ରଣୀତ ଏହି ଯୋଗ ଅତ୍ୟନ୍ତ ସହଜ
ପରମପିତା ପରମାତ୍ମାଙ୍କ ପ୍ରଣୀତ ଉପର ବର୍ଣ୍ଣିତ ଯୋଗ ଅଭ୍ୟାସ ପାଇଁ କୌଣସି ପ୍ରକାର, ଆସନ, ପ୍ରାଣାୟାମ କିମ୍ବା ହଠ-କି୍ରୟା ଆଦି ଓ ଘର-ଗୃହସ୍ଥ ତ୍ୟାଗ କରିବାକୁ ପଡେ ନାହିଁ । ଏହି ଯୋଗ ଦ୍ୱାରା ପ୍ରବୃିରୁ ନିବୃ ନ ହୋଇ ମଧ୍ୟ ମନୁଷ୍ୟ ପରମାତ୍ମାଙ୍କ ସହିତ ମନ-ବୁଦ୍ଧିକୁ ଯୁକ୍ତ କରି ମୁକ୍ତି ଓ ଜୀବନ୍ମୁକ୍ତି ପ୍ରାପ୍ତ କରିପାରେ । ମନୁଷ୍ୟର ସହଜାତ ପ୍ରବୃି ହେଉଛି ଯେ ସମୟାନୁକ୍ରମେ ସେ ତା’ର ସ୍ନେହର ପାତ୍ର ପରିବର୍ନ କରି ·ଲିଥାଏ । ତାର ସ୍ନେହ ସମ୍ବନ୍ଧ ବାଲ୍ୟ କାଳରେ ପିତା ମାତାଙ୍କ ସହିତ, କିଶୋର ବସ୍ଥାରେ ଭାଇ, ଭଉଣୀ ତଥା ସହପାଠୀମାନଙ୍କ ସହିତ, ବିବାହ ପରେ ପନôୀ ସହିତ, ପିତୃତ୍ୱ ଲାଭ ପରେ ନିଜ ସନ୍ତାନ-ସନ୍ତତିଙ୍କ ସହିତ ଅଧିକ ହୋଇଥାଏ । ଏଥିରୁ ସ୍ବଷ୍ଟ ମନେ ହୁଏ, ମନୁଷ୍ୟର ଏହା ଜନ୍ମ-ଜନ୍ମାନ୍ତର ଅଭ୍ୟାସ ଯେ ସେ ନିଜ ସ୍ନେହ ଜଣକଠାରୁ ଓହରାଇ ଆଣି ଅଥବା ହ୍ରାସ କରି ଅନ୍ୟ ସହିତ ଯୋଡିଥାଏ । ଏଣୁ ବର୍ମାନ ଯୋଗାକାଂକ୍ଷୀମାନଙ୍କୁ ଏହାହିଁ କରିବାକୁ ହେବ । ସମ୍ବନ୍ଧ ଓ ସ୍ନେହକୁ ଜଣକଠାରୁ କମ୍ କରି ଅନ୍ୟଠାରେ ଯୋଡିବାର ତାର ଯେଉଁ ପ୍ରବୃି ଅଛି ତାର ପ୍ରୟୋଗ କରି ତାକୁ ବର୍ମାନ ନିଜର ମାନସିକ ସମ୍ବନ୍ଧ ଓ ଅନନ୍ୟ ସ୍ନେହ ପରମାତ୍ମାଙ୍କ ସହିତ ଯୋଡିବାକୁ ହେବ । ଏହି ସହଜ ବିଧି ଦ୍ୱାରା ସହଜ ରାଜଯୋଗରେ ସେ ସିଦ୍ଧି ପ୍ରାପ୍ତ କରିପାରିବ । ଏଥିପାଇଁ ଏହି ଯୋଗକୁ ସହଜ ରାଜଯୋଗ କୁହାଯାଇଛି ।ସହଜ ରାଜଯୋଗ ଅଭ୍ୟାସର ସହଜ ବିଧି
କେଉଁ ବିଧିରେ ଆମେ ଯୋଗ କରିବା ଉଚିତ? ଆମେ ଆମର ଧ୍ୟାନ କେଉଁଠି କେନ୍ଦ୍ରିତ କରିବୁ? ଆମକୁ ମନ୍ତ୍ର ଜପିବା ଆବଶ୍ୟକ? ଯୋଗର ଆଧାର କ’ଣ? ଯୋଗ ବିଷୟରେ ଚର୍ଚ୍ଚା କଲାବେଳେ ଏପରି ଅନେକ ପ୍ରଶ୍ନ ଜିଜ୍ଞାସୁଗଣ ପ·ରିଥାନ୍ତି । କାରଣ ଅଦ୍ୟାବଧି ଯେତେଗୁଡିଏ ଯୋଗ ମନୁଷ୍ୟ ଦ୍ୱାରା ପ୍ରଚଳିତ ସେଗୁଡିକରେ କୌଣସି ନା କୌଣସି ମନ୍ତ୍ର ବା ଚିତ୍ରର ପ୍ରୟୋଗ କରିବା କଥା କୁହାଯାଇଛି । କିନ୍ତୁ ପରମପିତା ପରମାତ୍ମାଙ୍କ ଦ୍ୱାରା ପ୍ରଣୀତ ରାଜଯୋଗରେ ଏଗୁଡିକର ଆବଶ୍ୟକତା ନାହିଁ ।ଏଠାରେ ଏହା ବି·ରଣୀୟ ଯେ ନିଜର କୌଣସି ପ୍ରିୟ ତଥା ନିକଟ ସମ୍ବନ୍ଧୀଙ୍କୁ ସ୍ମରଣ କରିବା ପାଇଁ କାହାକୁ କୌଣସି ମନ୍ତ୍ର-ଜପ, ପ୍ରାଣାୟମ, ମାଳା ବା ମୂିର୍ର ଆବଶ୍ୟକତା ପଡେ ନାହିଁ । କାରଣ ପ୍ରିୟ ବ୍ୟକ୍ତିର ଚିତ୍ର ତାର ମନରେ ଲାଖି ରହିଥାଏ । ପ୍ରିୟ ଜନପ୍ରତି ଥିବା ପ୍ରେମ ଭାବ ହିଁ ପ୍ରେମୀ ହୃଦୟରେ ମନ୍ତ୍ର ଭଳି ମୁର୍ଚ୍ଛନା ସୃଷ୍ଟି କରେ । ଯିଏ ସତତ ସ୍ମୃତି ମଧ୍ୟରେ ଜାଗ୍ରତ ତାକୁ ସ୍ମରଣ କରିବାର ଆବଶ୍ୟକ କ’ଣ? କୌଣସି ପୁତ୍ର ତା’ ପିତାଙ୍କୁ ସ୍ମରଣ କରିବା ପାଇଁ ତାଙ୍କର ପ୍ରତିମୂିର୍ ବା ଚିତ୍ରର ପ୍ରୟୋଗ କରେ ନାହିଁ ବା ତାକୁ କୌଣସି ବିଶେଷ ଆସନରେ ବସିବା ଆବଶ୍ୟକ ପଡେ ନାହିଁ ।
ପରମାତ୍ମା ସମସ୍ତ ଆତ୍ମାଙ୍କ ପରମ ପିତା ହୋଇଥିବାରୁ ତାଙ୍କୁ ସ୍ମରଣ କରିବା ପାଇଁ ସ୍ଥୂଳ ବିଧିର ଆବଶ୍ୟକତା ନାହିଁ । କାରଣ ସେ ସମସ୍ତ ଆତ୍ମାଙ୍କର ପରମ ମିତ୍ର, କଲ୍ୟାଣକାରୀ, ଗତି- ସଦ୍ଗତି ଦାତା, ପରମ ଶିକ୍ଷକ ଓ ପରମ ଗୁରୁ ଅଟନ୍ତି । ଏଣୁ ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ ବା ଯୋଗ-ଯୁକ୍ତ ହେବାର ବିଧି ପ·ରିବାର ଆବଶ୍ୟକତା ମନେ ହେବା କଥା ନୁହେଁ; କାରଣ ସୁଖ ଓ ଶାନ୍ତି ଦାତା ହୋଇଥିବାରୁ ତାଙ୍କ ସହିତ ମନ ସ୍ବତଃ ଯୋଡି ହୋଇଯିବା ରଚିତ । କିନ୍ତୁ ବିଡମ୍ବନା ଏହି ଯେ ମନୁଷ୍ୟାତ୍ମା ନିକଟରେ ସେହି ପରମ ପିତାଙ୍କ ସଠିକ ପରିଚୟ ନାହିଁ । ତେଣୁ ତାର ମନ ବ୍ୟର୍ଥ ଚିନ୍ତନରେ ଭାରାକ୍ରାନ୍ତ ଓ ସେ ପଥଭ୍ରଷ୍ଟ ପଥିକ ସଦୃଶ ସତ୍ୟ ମାର୍ଗରୁ ବିଚୁ୍ୟତ ହୋଇ ଲକ୍ଷ୍ୟହୀନ ଭାବରେ ଇତଃସ୍ତତ ବିଚରଣ କରୁଛି ।
ବର୍ମାନ ମନୁଷ୍ୟ କଳିଯୁଗର ଅନ୍ତିମ ଚରଣରେ ଉପଗତ । ବାରମ୍ବାର ଜନ୍ମ-ମୃତୁ୍ୟ ଚକ୍ରରେ ଆବିର୍ତ ହୋଇ ସେ ଦେହାଭିମାନ ଗ୍ରସ୍ତ । ତେଣୁ ସେ ନିଜ ଆତ୍ମାକୁ ଓ ସର୍ବାତ୍ମାଙ୍କ ପରମପିତା ପରମାତ୍ମାଙ୍କୁ ଭୁଲି ଯାଇଛି । ମାନବୀୟ ଜ୍ଞାନ ଓ ଯୋଗ ଦ୍ୱାରା ଏଯାବତ୍ ଈଶ୍ୱରୀୟ ସ୍ମୃତି ସହଜ ଓ ସ୍ବଭାବିକ ହୋଇପାରି ନାହିଁ । କାରଣ ପରମାତ୍ମାଙ୍କ ବିଷୟରେ ପ୍ରଚଳିତ ବିଭିନ୍ନ ମତ ଜନସାଧାରଣଙ୍କ ମନକୁ ବିଭ୍ରାନ୍ତ କରିଛି । ଏହିପରି ଏକ ଘଡି ସନ୍ଧି ମୁହୂର୍ରେ ପରମାତ୍ମା ପରମଧାମରୁ ଧରାପୃଷ୍ଠକୁ ଓହ୍ଲାଇ, ଆସି ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳ ମାଧ୍ୟମରେ ନିଜର ପରିଚୟ ପ୍ରଦାନ ପୂର୍ବକ ମନୁଷ୍ୟର ମନ-ବୁଦ୍ଧିକୁ ପୂର୍ବାଗ୍ରହରୁ ମୁକ୍ତ କରିବା ପାଇଁ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ଶିକ୍ଷା ଦେଉଛନ୍ତି । ସେହି ଶିକ୍ଷାକୁ ପାଥେୟ କରି ଏହି ପୁସ୍ତକରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ରାଜ ଯୋଗଭ୍ୟାସୀମାନଙ୍କ ପାଇଁ ସର୍ବଶେଷ ତଥ୍ୟ ସହିତ ରାଜଯୋଗର ବିଧି ପ୍ରାଞ୍ଜଳ ଭାବରେ ଉପସ୍ଥାପନା କରାଯାଇଛି ।
ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬
Comments
Post a Comment