ସହଜ ରାଜଯୋଗ(4)-- ରାଜଯୋଗ ଶିକ୍ଷାର ଔଚିତ୍ୟ--ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

 ସହଜ ରାଜଯୋଗ(4)

(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)

 ରାଜଯୋଗ ଶିକ୍ଷାର ଔଚିତ୍ୟ

ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର
ସଂପ୍ରତି ଭ୍ରଷ୍ଟା·ର ଏବଂ ଅନୈତିକତା ମନୁଷ୍ୟ ରକ୍ତରେ ଏତେ ମିଶି ଗଲାଣି ଯେ ସେ ନିଜ ଓ ପର ମଧ୍ୟରେ ପାର୍ଥକ୍ୟ ଭୁଲି ଯାଇଛି । ଏଥିପାଇଁ ସମଗ୍ର ବିଶ୍ୱରେ ଗ୍ରାମାଳଠାରୁ ଆରମ୍ଭ କରି ସହରାଳ ପର୍ଯ୍ୟନ୍ତ, ଏ ଦୁଇ ଆସୁରୀ ତ୍ୱର ବ୍ୟାପକ ପ୍ରଭାବ ଦେଖିବାକୁ ମିଳେ । ଏପରିକି ଧର୍ମ ଓ ଆଧ୍ୟାତ୍ମିକତାର ପ୍ର·ର ପ୍ରସାର ପାଇଁ ଗଠିତ ସାମ୍ପ୍ରଦାୟିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡିକ ମଧ୍ୟ ଭ୍ରଷ୍ଟା·ର ଓ ଅନୈତିକତାର ପ୍ରଭାବରୁ ମୁକ୍ତ ନୁହନ୍ତି । ଏ ଉଭୟ ମଧ୍ୟରେ କିଏ ବଡ଼ ଓ କିଏ ଛୋଟ ଏହା ନିର୍ଣ୍ଣୟ କରିବା ଏକ ଦୁରୂହ ବ୍ୟାପାର । କାରଣ ଏ ଦୁହେଁ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ ସଦୃଶ । ଏ ଦୁଇଟି ମଧ୍ୟରୁ ଯଦି ଗୋଟିଏ ଦ୍ୱାରା ଜଣେ ପ୍ରଭାବିତ ହୋଇଯାଏ, ତେବେ ଅନ୍ୟଟି ମଧ୍ୟ ସ୍ବତଃ ·ଲି ଆସେ । ଏ ଦୁଇଟି ମଧ୍ୟରେ ପତି-ପନôୀର ସମ୍ବନ୍ଧ ରହିଛି । ଭ୍ରଷ୍ଟା·ର ହେଉଛି ଅନୈତିକତାର ସ୍ବାମୀ ।
ସାଂପ୍ରତିକ ପରିସ୍ଥିତିରେ ଏହି ଦମ୍ପତିଙ୍କଠାରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର । ଏ ଦୁଇଟିଙ୍କ ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରିବା ଆହୁରି କଠିନ କାର୍ଯ୍ୟ । କିନ୍ତୁ ଯିଏ ଏକ ଦୃଢ଼ ନିଶ୍ଚୟୀ ଯୋଦ୍ଧା ଭଳି ଏମାନଙ୍କୁ ପରାସ୍ତ କରି ପାରେ ସେ ସଂସାରରେ ମହାତ୍ମା ଓ ଦେବାତ୍ମା ରୂପେ ପୂଜିତ ହୁଏ । ଭ୍ରଷ୍ଟା·ର ଓ ଅନୈତିକତା ଉଭୟଙ୍କ ପା-ପା ରୂପର ସଂଯୋଗରେ ଦଶଗ୍ରୀବ ରାବଣର ଉପôି । ତେଣୁ ଆଜି ରାବଣ ସମସ୍ତଙ୍କ ମଧ୍ୟରେ ବ୍ୟାପକ; ପରମାତ୍ମା ରାମ ନୁହନ୍ତି । ଏଥିପାଇଁ ପ୍ରତିବର୍ଷ ରାବଣ ପୋଡି ହେଉଥିଲେ ମଧ୍ୟ ଏହାର ବିନାଶ ହେଉ ନାହିଁ; ବରଂ ପରବର୍ୀ ବର୍ଷରେ ଏହାର ଉଚ୍ଚତା ଆହୁରି ବଢ଼ି ଯାଏ । ଯେ ପର୍ଯ୍ୟନ୍ତ ରାମଙ୍କ ବାନର ସେନା ସମ୍ପୂର୍ଣ୍ଣ ଭାବରେ ସଂଗଠିତ ଓ ଶକ୍ତି ସମ୍ପନ୍ନ ହୋଇ ଅନ୍ତିମ ଯୁଦ୍ଧ ପାଇଁ ରାବଣର ରାଜଧାନୀ ଲଙ୍କାଗଡକୁ ଚତୁର୍ଦ୍ଧିଗରୁ ଆକ୍ରମଣ ନ କରିବେ ସେ ପର୍ଯ୍ୟନ୍ତ ରାବଣ ରାଜ୍ୟର ଅବସାନ ହୋଇ ରାମ-ରାଜ୍ୟ ଆସିବ ନାହିଁ ।
ମଣିଷର ବାଲ୍ୟାବସ୍ଥାକୁ ମାଙ୍କଡ ସହିତ ତୁଳନା କରାଯାଏ । ଏହି ବୟସରେ ସେ ଶିକ୍ଷା ପ୍ରାପ୍ତି ପାଇଁ ବିଦ୍ୟାଳୟ ଯାଏ । ତେଣୁ ପ୍ରତ୍ୟେକ ଶିକ୍ଷକଙ୍କୁ ରାମଙ୍କ ଭୂମିକା ନିର୍ବାହ କରି ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ଛାତ୍ର-ଛାତ୍ରୀମାନଙ୍କ ଆତ୍ମବଳ ବୃଦ୍ଧି କରିବାକୁ ପଡିବ । ଆତ୍ମ-ବଳରେ ବଳୀୟାନ ବାଳକ-ବାଳିକାଗଣ ଯେତେବେଳେ ପରିଣତ ବୟସରେ ଉପନୀତ ହେବେ ସେତେବେଳେ ସେମାନେ ଏହି ଭ୍ରଷ୍ଟା·ର ଓ ଅନୈତିକତା ରୂପୀ ରାବଣକୁ ବିନାଶ କରି ରାମ-ରାଜ୍ୟ ସ୍ଥାପନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ଏଠାରେ ଏକ ପ୍ରଣିଧାନ ଯୋଗ୍ୟ କଥା ଏହି ଯେ କେବଳ ନୈତିକ ମୂଲ୍ୟ ଓ ଆଧ୍ୟାତ୍ମିକ ଶିକ୍ଷା ଦ୍ୱାରା ଚରିତ୍ର ନିର୍ମାଣ ସମ୍ଭବ ନୁହେଁ, ଯେ ପର୍ଯ୍ୟନ୍ତ ଏହା ସହିତ ବିଦ୍ୟାଳୟମାନଙ୍କରେ ଯୋଗ ଶିକ୍ଷା ଓ ନିୟମିତ ଯୋଗାଭ୍ୟାସ ଅନିବାର୍ଯ୍ୟ କରା ନଯାଏ । ଏଥିପାଇଁ ଅନୁଭବୀ, ଚରିତ୍ରବାନ ଓ ଯୋଗ୍ୟ ଶିକ୍ଷକ-ଶିକ୍ଷୟତ୍ରୀ ଚୟନ ମଧ୍ୟ ଏକ ଆହ୍ୱାନ ପୂର୍ଣ୍ଣ କାର୍ଯ୍ୟ ।
ଯୋଗ ଶିକ୍ଷା ବିନା ନୈତିକ ଶିକ୍ଷାରେ ପୂର୍ଣ୍ଣତା ଆସେ ନାହିଁ । ତୀର ବିନା ଧନୁ ଯେପରି ଅପୂର୍ଣ୍ଣ ସେହିପରି ଯୋଗ ବିନା ନୈତିକ ଶିକ୍ଷା । ଯୋଗ ଶିକ୍ଷା ବିନା ନୈତିକ ଶିକ୍ଷା କେବଳ ସିଦ୍ଧାନ୍ତ ହୋଇ ରହିଯାଏ । ଫଳରେ ନୈତିକ ଶିକ୍ଷା ବ୍ୟବହାରିକ ଜୀବନରେ ଉପଯୋଗ ହୋଇ ପାରେ ନାହିଁ । ଏଣୁ ବର୍ମାନ ସମୟର ଆହ୍ୱାନ ଏହି ଯେ ପ୍ରତ୍ୟେକ ଶିକ୍ଷାୟତନରେ ନୈତିକ ଶିକ୍ଷା ସହିତ ଯୋଗ ଶିକ୍ଷା ମଧ୍ୟ ଦେବା ବିଧେୟ । ଜ୍ଞାନ ବିନା ଯୋଗ ଓ ଯୋଗ ବିନା ଜ୍ଞାନ ସମ୍ଭବ ନୁହେଁ । ଉଭୟେ ଉଭୟଙ୍କ ପରିପୂରକ । ଜ୍ଞାନର ଅର୍ଥ ନୈତିକତା । ଏହାକୁ ଧାରଣ କରିବା ଶକ୍ତି ଯୋଗ ଦ୍ୱାରା ପ୍ରାପ୍ତ ହୁଏ । ଯୋଗ କ’ଣ? ଏହା ଉପରେ ଅନେକ ଗ୍ରନ୍ଥ ରଚନା ହୋଇ ଆସିଛି । ତଥାପି ମଧ୍ୟ ମଣିଷ ମଧ୍ୟରେ ନୈତିକତାର ଅଭାବ କାହିଁକି ହେଉଛି? ତେଣୁ ଯୋଗର ଯଥାର୍ଥ ସ୍ବରୂପ ଜାଣିବା ଆବଶ୍ୟକ ।
ଯୋଗର ସାମାନ୍ୟ ଅର୍ଥ ମିଶାଣ, ମିଳନ, ଯୋଡ ବା ସମ୍ବନ୍ଧ । ବୁଦ୍ଧିକୁ ଏକାଗ୍ର କରିବା ପାଇଁ ଲୋକେ ଅନେକ ବିଧି ଅନୁସରଣ କରନ୍ତି ଓ ସେହି ପ୍ରକ୍ରିୟାକୁ ଯୋଗ ବୋଲି କହନ୍ତି । ରାତ୍ରୀରେ ଖୋଲା  ଆକାଶରେ କୌଣସି ଏକ ନକ୍ଷତ୍ରକୁ ଏକାଗ୍ର ଭାବରେ ·ହିଁବା, ଦୁଇ ଭ୍ରଲୁତାର ମଧ୍ୟ ଭାଗରେ ଧ୍ୟାନ କେନ୍ଦ୍ରିତ କରିବା, କୌଣସି ଦେବ ବା ଦେବୀ ମୂିର୍କୁ ଧ୍ୟାନ କରିବା ଆଦି ତଥା କଥିତ ଯୋଗର ଉଦାହରଣ । ଆମକୁ ଏହି ସତ୍ୟତାର ଜ୍ଞାନ ହେବା ଆବଶ୍ୟକ ଯେ ଶରୀରଧାରୀ କୌଣସି ଦେବ ବା ଦେବୀ ସର୍ବୋଚ୍ଚ ସା ଓ ପରମ ଶକ୍ତି ନୁହନ୍ତି । କାରଣ ପରମାତ୍ମା ହେଉଛନ୍ତି ଦେବମାନଙ୍କର ମଧ୍ୟ ଦେବ । ତେଣୁ ତାଙ୍କୁ ମହାଦେବ କୁହାଯାଏ । ତେଣୁ କୌଣସି ମନୁଷ୍ୟାତ୍ମା ବା ଦେବ-ଦେବୀଙ୍କୁ ପରମାତ୍ମା ବିଶ୍ୱାସ କରିବା ଯୋଗର ଯଥାର୍ଥ ଆଧାର ନୁହେଁ । ଉଦାହରଣ ସ୍ବରୂପ କେତେକ ସାଧକ ରାମଙ୍କୁ ପରମାତ୍ମା ମାନି ତାଙ୍କୁ ଧ୍ୟାନ କରନ୍ତି । ଏହି ଧ୍ୟାନ ବେଳେ ତାଙ୍କ ମନ- ଚକ୍ଷୁରେ ରାମଙ୍କ ସହିତ ତାଙ୍କ ଧନୁ-ବାଣ, କିମ୍ବା ତାଙ୍କ ମୁକୁଟ କିମ୍ବା ତାଙ୍କ ଚରଣ ପାଦୁକା ଆଦି ମଧ୍ୟ ଉଦ୍ଭାସିତ ହେବ । ଏହିପରି ଯଦି ଜଣେ ଯୀଶୁ ଖ୍ରୀଷ୍ଟଙ୍କୁ ଧ୍ୟାନ କରେ ତେବେ ସେ ତାଙ୍କୁ କ୍ରୁଶ ବିଦ୍ଧ ହୋଇଥିବା ଦେଖିବ ବା ଶିଷ୍ୟମାନଙ୍କ ଗହଣରେ ତାଙ୍କର କଥୋପକଥନର ଦୃଶ୍ୟ ଦେଖିବ । ଇଂରାଜୀରେ ଏକ ପ୍ରବାଦ ଅଛି । ଞଷରକ୍ସର ସଗ୍ଦ ଦ୍ଭକ୍ଟ ଚସମଗ୍ଧଙ୍କକ୍ସର ଙ୍ଗସଗ୍ଧଷକ୍ଟଙ୍କଗ୍ଧ ବ ଭବମଳ ଶକ୍ସକ୍ଟଙ୍କଦ୍ଭୟ  ଅର୍ଥାତ ପ୍ରତ୍ୟେକ ବସ୍ତୁର କୌଣସି ନା କୌଣସି ପୃଷ୍ଠଭୂମି ଅବଶ୍ୟ ଥାଏ । ବର୍ମାନ ଏହା ବି·ରଣୀୟ ଯେ ବସ୍ତ୍ର, ମୁକୁଟ, ଧନୁ - ତୀର, କ୍ରୁଶ ଆଦି ପ୍ରକୃତି ଜନିତ ଦୃଶ୍ୟ ଓ ଏଗୁଡିକ ସଂପୃକ୍ତ ଦେବାତ୍ମା ବା ମହାତ୍ମାମାନଙ୍କ ଅତିରିକ୍ତ ସ୍ମରଣ ପରିସରକୁ ଆସୁଛି । ତେଣୁ ଏପ୍ରକାର ଅଭ୍ୟାସ ଏକାଗ୍ରତା ବା ଅନନ୍ୟ ସ୍ମୃତି ପର୍ଯ୍ୟାୟଭୁକ୍ତ ହୋଇ ନପାରେ । ଏହା ଈଶ୍ୱରୀୟ ଯୋଗ ସିଦ୍ଧାନ୍ତର ବିପରୀତ ଅଟେ । ଆମର ଯୋଗ ତ କେବଳ ଏକ ପରମାତ୍ମାଙ୍କ ସହିତ ହେବା ଉଚିତ ।
ଆସନ ଓ ପ୍ରାଣାୟାମର ନାମ ଯୋଗ ନୁହେଁ । କାରଣ ଏହା ସମସ୍ତଙ୍କ ପାଇଁ ସହଜ ନୁହେଁ । ଏହା ହଠଯୋଗର କି୍ରୟା । ହଠ ଅର୍ଥାତ୍ ଶରୀରକୁ କଷ୍ଟ ଦେଇ ତଥା ଇନ୍ଦ୍ରିୟମାନଙ୍କୁ ବଳପୂର୍ବକ ଦମନ କରି ଯେଉଁ କର୍ମ କରାଯାଏ । ହଠଯୋଗରେ କ୍ଳେଶ ପୂର୍ବକ ପ୍ରାଣ ବାୟୁକୁ ସ୍ଥିର ରଖିବାର ଚେଷ୍ଟା କରାଯାଏ । ହଠଯୋଗୀର ଏହି ଅବସ୍ଥାକୁ “ମୂଢ଼ ସମାଧି” କୁହାଯାଏ । ଏହି ଅବସ୍ଥାରେ ମନରେ ସମସ୍ତ ବି·ର ରୁଦ୍ଧ ହୋଇଯାଏ । ତେଣୁ ଯୋଗୀ ଶାନ୍ତି ଓ ଆନନ୍ଦ ପାଏ ନାହିଁ । ରାଜଯୋଗ ଏହାର ସମ୍ପୂର୍ଣ୍ଣ ବିପରୀତ । ଏହି ଯୋଗରେ ନିଜ ରୁଚି ଅନୁରୂପ ବା ସୁଖାସନରେ ବସି ଉଚ୍ଚ ଚିନ୍ତନ ଦ୍ୱାରା ମନକୁ ଏକାଗ୍ର କରିବାର ଅଭ୍ୟାସ କରାଯାଏ । ଏହି ଯୋଗର ଅବସ୍ଥାକୁ “ଚୈତନ୍ୟ ସମାଧି” କୁହାଯାଏ । ରାଜଯୋଗର ଶିକ୍ଷା ଜ୍ଞାନ ସାଗର ପରମ ଶିକ୍ଷକ ପରମାତ୍ମା ପ୍ରତ୍ୟେକ୍ଷ ଦେଉଥିବାରୁ ଏହା ସର୍ବଶ୍ରେଷ୍ଠ ବିଦ୍ୟା ଅଟେ । ଗୀତାରେ ଭଗବାନ ସ୍ପଷ୍ଟ କରିଛନ୍ତି- “ସୃଷ୍ଟି ପ୍ରାରମ୍ଭରେ ସର୍ବ ପ୍ରଥମେ ମୁଁ ଏହି ଯୋଗ ଶିକ୍ଷା ଦେଇଥିଲି । କାଳାନ୍ତରରେ ଏହା ପ୍ରାୟ ଲୁପ୍ତ ହୋଇଗଲା । ବର୍ମାନ ପୁନଃ ଏହା ଶିକ୍ଷା ଦେବାକୁ ମୁଁ ଅବତୀର୍ଣ୍ଣ ହୋଇଛି । ହେ ବସô । ଯେତେବେଳେ ଏ ସୃଷ୍ଟିରେ ଧର୍ମର ଗ୍ଳାନି ହୋଇଥାଏ ସେତେବେଳେ ମୁଁ ଅବତରିତ ହୋଇ ପୁନଃ ଏହି ଯୋଗର ଶିକ୍ଷା ଦେଇଥାଏ । ମୁଁ ଯେହେତୁ ଏକ ସାଧାରଣ ମନୁଷ୍ୟ ଶରୀରର ଆଧାର ନେଇଥାଏ ସେଥିପାଇଁ ଅନେକ ଦେହାଭିମାନୀ ବ୍ୟକ୍ତି ମୋର ଅବ୍ୟକ୍ତ ଏବଂ ଅବିନାଶୀ ପରମାତ୍ମା ସ୍ବରୂପକୁ ଚିହ୍ନି ପାରନ୍ତି ନାହିଁ ।’’
ସଂପ୍ରତି ସଂସାରରେ ବିଶେଷ କରି ଭାରତରେ ପୁନଃ ଭ୍ରଷ୍ଟା·ର, ଅନା·ର, ମନୋବିକାର ଆଦି ବ୍ୟାପକ ଭାବରେ ବୃଦ୍ଧି ପାଇଛି । ଏହିପରି ଏକ ସଂକଟ କାଳରେ ଜ୍ୟୋତି ସ୍ବରୂପ ପରମାତ୍ମା ଏକ ମାନବୀ ଶରୀରରେ (କର୍ବ୍ୟବାଚକ ନାମ ପ୍ରଜାପିତା ବ୍ରହ୍ମା) ଅବତରଣ କରି ପ୍ରାଚୀନ ଈଶ୍ୱରୀୟ ରାଜଯୋଗର ଶିକ୍ଷା ଦେଉଛନ୍ତି । ପରମାତ୍ମା ସତ୍ୟ ସ୍ବରୂପ । ତାଙ୍କର ପ୍ରତିଜ୍ଞା ପାଳନ କରି ସେ ଏବେ ଆମ ଗହଣରେ । ସେ ·ହାନ୍ତି ଯେ ତାଙ୍କର ପ୍ରିୟ ସନ୍ତାନଗଣ ଯୋଗୀ ଏବଂ ପବିତ୍ର ହୁଅନ୍ତୁ । ତାଙ୍କୁ ପ୍ରତ୍ୟକ୍ଷ ସ୍ମରଣ କରି ତାଙ୍କ ପ୍ରଦର୍ଶିତ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ମାର୍ଗ ଅନୁସରଣ କଲେ ସୃଷ୍ଟିରେ ତାଙ୍କର ଅବତରଣର ଉଦ୍ଧେଶ୍ୟ ସାର୍ଥକ ହେବ । ବ୍ରହ୍ମଲୋକ ବା ପରମଧାମ ନିବାସୀ ଜ୍ୟୋତିର୍ବିନ୍ଦୁ ପରମାତ୍ମା ଶିବଙ୍କୁ ମାନସିକ ବା ବୌଦ୍ଧିକ ସ୍ତରରେ ସ୍ମରଣ କରିବାର ନାମ ହିଁ ବାସ୍ତବିକ ଯୋଗ । ବ୍ରହ୍ମଲୋକରେ କୌଣସି ସ୍ଥୂଳ ପଦାର୍ଥ ନାହିଁ । ସେଠାରେ ସର୍ବତ୍ର ପ୍ରକାଶିତ ଅଲୌକିକ ପ୍ରକାଶ ରାଜିକୁ ବ୍ରହ୍ମ କୁହାଯାଏ । ସେହି ପ୍ରକାଶ ମଧ୍ୟରେ ସ୍ବୟଂ ଶିବ ଜ୍ୟୋତି ସ୍ବରୂପ ଅଟନ୍ତି । ତାଙ୍କର ସ୍ମୃତି ହିଁ ଅନନ୍ୟ ଏବଂ ଅଦ୍ୱୈତ ସ୍ମୃତି ହେବ ।
ଯୋଗାଭ୍ୟାସ ବେଳେ ଆମକୁ ଏହି ସଂସାରର କୌଣସି ମଧ୍ୟ ପଦାର୍ଥକୁ ସ୍ମରଣ ନ କରି କେବଳ ବ୍ରହ୍ମଲୋକ ନିବାସୀ ଚୈତନ୍ୟ ଜ୍ୟୋତିର୍ବିନ୍ଦୁ ପରମାତ୍ମାଙ୍କ ମଧୁର ସ୍ମୃତିରେ ମନକୁ ସମାହିତ କରିବାକୁ ହେବ । ପରମାତ୍ମା ସ୍ବୟଂ ଅନାଦି, ଅନଶ୍ୱର, ଦିବ୍ୟ, ଜ୍ୟୋତିର୍ମୟ ପରମାଣୁ ସମ ହୋଇଥିବାରୁ ତାଙ୍କ ସହିତ ମନକୁ ଯୁକ୍ତ କଲେ ଆମ ମଧ୍ୟରେ ଈଶ୍ୱରୀୟ ଶକ୍ତି, ଅନନ୍ୟ ଶାନ୍ତି ଓ ଦିବ୍ୟଗୁଣଗୁଡିକର ସାର ହେବ । ଏହାହିଁ ଯୋଗର ଶ୍ରେଷ୍ଠ ପ୍ରାପ୍ତି ।
କର୍ମ ଜଞ୍ଜାଳରେ ମଣିଷ ଦିନକୁ ଦିନ ଏତେ ବ୍ୟସ୍ତ ହୋଇ ପଡୁଛି ତା’ ପାଖରେ ସମୟ ଅୁ ନାହିଁ । ଏପରି ପରିସ୍ଥିତିରେ ସେ ପ୍ରାଣାୟାମ ବା ହଠଯୋଗ ପାଇଁ ସମୟ ଦେବା ସମ୍ଭବ ନୁହେଁ । ପୁନଶ୍ଚ ଏକ ପକ୍ଷରେ ମନୁଷ୍ୟ ଶାନ୍ତି ·ହେଁ, ଅନ୍ୟ ପକ୍ଷରେ ସେ ତା’ର ବ୍ୟସ୍ତତା ପ୍ରଦର୍ଶନ କରାଏ । ଏହିପରି ସମୟରେ ସମସ୍ତଙ୍କ କଲ୍ୟାଣକାରୀ ପିତା ପରମପିତା ପରମାତ୍ମାଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ପ୍ରଶିକ୍ଷଣ ଦିଆଯାଉଥିବା ରାଜଯୋଗ ହିଁ ଏକମାତ୍ର ବିକଳ୍ପ । ସମସ୍ତେ ଏହା ନିଜ ନିଜ ସୁବିଧା ଅନୁସାରେ କାର୍ଯ୍ୟ ବ୍ୟବହାରରେ ରହି ଯେକୌଣସି ସମୟରେ ଅଭ୍ୟାସ କରି ପାରିବେ । ତେଣୁ ଏହାକୁ ଯୋଗମାନଙ୍କର ରାଜା “ରାଜଯୋଗ” କୁହାଯାଏ ।
ବର୍ମାନ ସମୟରେ ଅଧିକାଂଶ ମନୁଷ୍ୟ ବିଶେଷ କରି ଯୁବା ବର୍ଗ ବ୍ୟସନ ଓ ବିକାର ଗ୍ରସ୍ତ । ବ୍ୟସନ ଏପରି ଏକ ରୋଗ ଯାହାର କୌଣସି ଉପ·ର ନାହିଁ ବୋଲି କୁହାଯାଏ । କିନ୍ତୁ “ରାଜଯୋଗ” ଏପରି ଏକ ମହୌଷଧି ଯାହା ମନୁଷ୍ୟକୁ ସମସ୍ତ ବିକାର ଓ ବାସନାରୁ ସମ୍ପୂର୍ଣ୍ଣ ମୁକ୍ତି ଦେଇଥାଏ । ଏତଦ୍ବ୍ୟତୀତ ରାଜଯୋଗ ଦ୍ୱାରା ମନୁଷ୍ୟ ସମାଜରୁ ସାମ୍ପ୍ରଦାୟିକତା, ଉଚ୍ଚ-ନୀଚ ଭେଦଭାବ ଓ ଧାର୍ମିକ ଅନ୍ଧବିଶ୍ୱାସ ଦୂର ହେବ । ଏହା ଫଳରେ ସମସ୍ତ ଧର୍ମରେ ସହିଷ୍ଣୁତା ଓ ପ୍ରତ୍ୟେକଙ୍କ ମନରେ “ବସୁଧୈବ କୁଟୁମ୍ବକମ୍ ଭାବନା ଜାଗ୍ରତ ହୋଇ ଧାର୍ମିକ ଅନ୍ଧବିଶ୍ୱାସ ସମାପ୍ତ ହେବ । ସାରାଂଶରେ ମନ, ବଚନ ଓ କର୍ମର ଆଧ୍ୟାତ୍ମିକ ଅନୁଶାସନର ନାମ ହିଁ ଯୋଗ ଅଟେ । ତେଣୁ ଜାତି, ବର୍ଣ୍ଣ, ସମ୍ପ୍ରଦାୟ, ରାଷ୍ଟ୍ରୀୟତା ଓ ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେଙ୍କ ହିତ ପାଇଁ ରାଜଯୋଗ ଜୀବନର ଏକ ଅଙ୍ଗ ହୋଇଯିବା ଉଚିତ ।


ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,