ସହଜ ରାଜଯୋଗ(5)-- ରାଜଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପ--ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

 ସହଜ ରାଜଯୋଗ(5)

(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)

 ରାଜଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପ

                                                                                                               ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

ରାଜଯୋଗର ଉଦ୍ଗମ ସ୍ଥଳ ହେଉଛି ଭାରତ । ଏହା ଅଧ୍ୟାତ୍ମ ବିଷୟ ବସ୍ତୁ ରୂପେ ସ୍ବୀକୃତ । ସଂପ୍ରତି ବିଶ୍ୱର ବ୍ୟାପକ ଅଶାନ୍ତି ତଥା ଅବ୍ୟବସ୍ଥା କାରଣରୁ ସମ୍ପୂର୍ଣ୍ଣ ଜଗତର ମାନବତା ଅନନ୍ୟୋପାୟ ହୋଇ ନିଜ ସମସ୍ୟାଗୁଡିକର ସମାଧାନ ପାଇଁ ଯୋଗାଭିମୁଖୀ ହେଉଥିବା ଦେଖାଯାଏ । ଏଥିପାଇଁ ଜାତି ସଂଘରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଜୁନ ୨୧ ତାରିଖକୁ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସରୂପେ ପାଳନ କରିବା ପାଇଁ ଆଗତ ପ୍ରସ୍ତାବକୁ ପ୍ରାୟ ସମସ୍ତ ରାଷ୍ଟ୍ର ସମର୍ଥନ କରିଥିଲେ । ତେଣୁ ବର୍ମାନ ଏହା ଅନ୍ତର୍ରାଷ୍ଟ୍ରୀୟ ପ୍ରଶ୍ନ ବନିଯାଇଛି ଯେ ଯୋଗର ବାସ୍ତବିକ ତଥା ମୂଳ ସ୍ବରୂପ ଉପରେ ଖୋଲାଖୋଲି ବି·ର ପୂର୍ବକ  ଉଚିତ ନିଷ୍କର୍ଷରେ ଉପନୀତ ହେବା ଏକାନ୍ତ ଆବଶ୍ୟକ ।
ବର୍ମାନ ମାନବ ସମାଜ ଏକ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି । ଧର୍ମ ନାମରେ ବିଭିନ୍ନ ସମ୍ପ୍ରଦାୟରେ ବିଭକ୍ତ ବିଶ୍ୱ ଜନ ସମୁଦାୟ ନିଜ ନିଜ କାର୍ଯ୍ୟ ଶୈଳୀ ଓ ପଦ୍ଧତିର ନିଷ୍ଫଳତାରେ ନିରାଶ ହୋଇ ପଡିଛନ୍ତି । ଜୀବନ ଓ ଜଗତର ଭବିଷ୍ୟତ ଉପରେ ସମସ୍ତଙ୍କ ମନରେ ଉପôନ୍ନ ହେଉଥିବା ପ୍ରଶ୍ନର ଉର ବିଜ୍ଞାନ, ରାଜନୀତି, ଦର୍ଶନ, ସାମାଜିକ ପ୍ରୟୋଗ, ଧର୍ମଗ୍ରନ୍ଥ କିମ୍ବା ତନ୍ତ୍ର ମନ୍ତ୍ର କେହି ହେଲେ ଦେବାକୁ ସମର୍ଥ ହୋଇ ନାହାନ୍ତି । ସେଗୁଡିକ ସାମୁହିକ ହିତ ଦୃଷ୍ଟିରୁ ନିଜ ନିଜର ନିରର୍ଥକତା ସିଦ୍ଧ କରିସାରିଛନ୍ତି । ତେଣୁ ଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପର ଅଧ୍ୟୟନ,ଅନୁଧ୍ୟାନ ଓ ପରୀକ୍ଷଣ ପୂର୍ବକ ଏହାକୁ ବିଶ୍ୱ ମାନବତାର ସମସ୍ୟାଗୁଡିକର ସମାଧାନର ଏକ ପ୍ରୟାସ ପାଇଁ ବିଶ୍ୱ ଜନସମୁଦାୟ ମଧ୍ୟରେ ଏକ ବ୍ୟାପକ ଓ ସାମୁହିକ ଭାବନା ଜାଗ୍ରତ ହୋଇଥିବା ଦେଖାଯାଏ ।
ଶ୍ରୀମଦ୍ଭଗବତ ଗୀତା ହେଉଛି ଯୋଗ ଶାସ୍ତ୍ରର ଅନୁପମ ଓ ଶ୍ରେଷ୍ଠ ଗ୍ରନ୍ଥ । ଏହି ଗ୍ରନ୍ଥ ଈଶ୍ୱରୀୟ ମହାବାକ୍ୟଗୁଡିକର ସଂକଳନ ଓ ସମୁଚ୍ଚୟ ରୂପେ ସ୍ବୀକୃତ । ଏଥିରେ ଯୋଗର ବିଭିନ୍ନ ପଦ୍ଧତିର ନିରୂପଣ-ବିବେଚନ ପ୍ରସ୍ତୁତ କରି ଏକ ସମନ୍ୱୟମୂଳକ ରାଜଯୋଗ ନିର୍ଦ୍ଧେଶିତ ହୋଇଛି । ଏହି ସନ୍ଦର୍ଭରେ ଗୀତାର ଭଗବାନଙ୍କ ନିମ୍ନ ପ୍ରଦ ମହାବାକ୍ୟ ପ୍ରଣିଧାନଯୋଗ୍ୟ । ସେ କହିଛନ୍ତି, “ହେ ଅର୍ଜୁନ! ଯେତେବେଳେ ଯୋଗ ଓ ଜ୍ଞାନର ଯଥାର୍ଥ ସ୍ବରୂପ ଲୁପ୍ତପ୍ରାୟ ହୋଇଯାଏ ଓ ଏହାର ଅର୍ଥର ଅନର୍ଥ ହେବା କାରଣରୁ ସଂସାରରେ ଭୀଷଣ ଧର୍ମ ଗ୍ଲାନିର ସମୟ ଉପସ୍ଥିତ ହୋଇଯାଏ ସେତେବେଳେ ମୁଁ ସ୍ବୟଂ ଅବତରିତ ହୋଇ ଧର୍ମର ସଂସ୍ଥାପନ ପୂର୍ବକ ସଂସାରକୁ ପାପ ଭାରରୁ ମୁକ୍ତ କରେ ।” ସଂପ୍ରତି ବିଶ୍ୱ ପରିପ୍ରେକ୍ଷୀରେ ବି·ର କଲେ  ମାନବ ସମାଜରେ ସର୍ବତ୍ର ଧର୍ମ  ଗ୍ଲାନିର ଲକ୍ଷଣ ଦେଖିବାକୁ ମିଳେ । ବର୍ମାନ ସମୟର ତୁଳନା ମହାଭାରତ କାଳୀନ ସମୟ ସହିତ କରାଯାଇପାରେ । ଗୀତା ଅନୁସାରେ ସେହି ସମୟରେ ଭଗବାନ ସ୍ବୟଂ ଭୂପୃଷ୍ଠରେ ଅବତରଣ କରି ବିଶ୍ୱ ମାନବତାକୁ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଶିକ୍ଷା ଦେଇଥିଲେ । ସେତେବେଳେ ବଡ ବଡ ବିଦ୍ୱାନ ଓ ଆ·ର୍ଯ୍ୟଗଣ ବିଦ୍ୟମାନ ଥିଲେ, ଜ୍ଞାନ ବିଜ୍ଞାନର ଚରମ ଓ ଚମକôାର ପରାକାଷ୍ଠା ଥିଲା ଓ ନୈତିକତା ଓ ସଦା·ର ସମ୍ବନ୍ଧୀୟ ଅନେକ ଗ୍ରନ୍ଥ ରଚିତ ହୋଇସାରିଥିଲା । କିନ୍ତୁ ଏସବୁ ସେ୍ୱ ମଧ୍ୟ ସମାଜ ଅନ୍ତଃସାର ଶୂନ୍ୟ ହୋଇଗଲା । ଏହାର ପରିଣାମ ସ୍ବରୂପ ମହାବିନାଶକାରୀ ମହାଭାରତ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଆଜି ବିଶ୍ୱ ମାନବ ସମାଜରେ ମହାଭାରତ କାଳର ଅବିକଳ ସେହି ଅବସ୍ଥା ଦେଖିବାକୁ ମିଳେ ଯେଉଁ ବିଷମ ପରିସ୍ଥିତିରେ ମହାଯୁଦ୍ଧ ବ୍ୟତୀତ ଆଉ ବିକଳ୍ପ ପନ୍ଥା ନ ଥିଲା । ଏହା ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ସାମ୍ୟ ଓ ସାଦୃଶ ଯେ ବର୍ମାନ ବିଶ୍ୱ ସେହିପରି ଏକ ଆସନ୍ନ ମହା ବିକାଶକାରୀ ବିଶ୍ୱଯୁଦ୍ଧର ଦ୍ୱାର ଦେଶରେ ଦଣ୍ଡାୟମାନ ହୋଇଛି ।
ଆଜିକୁ ପ୍ରାୟ ପା ହଜାର ବର୍ଷ ପୂର୍ବେ ବର୍ମାନ ଭଳି ପରିସ୍ଥିତିରେ ଗୀତା ପ୍ରସିଦ୍ଧ ଯୋଗ ଓ ତତ୍ ସମ୍ବନ୍ଧିତ ଈଶ୍ୱରୀୟ ଜ୍ଞାନର ଉଦୟ ବା ଉଦ୍ଘାଟନ ହୋଇଥିଲା । ଏହି  ଦୃଷ୍ଟିରୁ ଜାତିସଂଘ ଅନ୍ତର୍ରାଷ୍ଟ୍ରୀୟ ଯୋଗ କାର୍ଯ୍ୟକ୍ରମ ଅବସରରେ ଗୀତା ବର୍ଣ୍ଣିତ ରାଜଯୋଗର ସୂତ୍ର ତଥା ପ୍ରୟୋଗ ବିଧିକୁ ପ୍ରମୁଖ ସ୍ଥାନ ଦେବା ବିଧେୟ । ଭାରତ ସରକାର ମଧ୍ୟ ଏଥିପାଇଁ ବିଶେଷ ପ୍ରଯନô କରିବା ଉଚିତ । କାରଣ ରାଷ୍ଟ୍ରୀୟ ଓ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟରତ ଯୋଗ ସଂସ୍ଥାନଗୁଡିକରେ ବର୍ମାନ କେବଳ ଶାରୀରିକ ବ୍ୟାୟାମ ଓ  ଆସନ ପ୍ରାଣାୟାମକୁ ଯୋଗ ବୋଲି ସ୍ବୀକାର କରାଯାଇଛି । ଏହି ହଠଯୋଗ କେବଳ ଶାରୀରିକ ସ୍ବାସ୍ଥ୍ୟ ପ୍ରଦାନ କରିପାରେ; ମାନବୀୟ ସଂସ୍କାର ପରିବର୍ନ କରି ଏକ ସୁଖମୟ ସମୃଦ୍ଧ ଓ ପବିତ୍ର ବିଶ୍ୱ ପରିବାର ବା ସଂସାର ଗଠନ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ।
ଗୀତାରେ ମାନବ ଜୀବନର ସମସ୍ତ ଦୁଃଖର ନାଶ ପାଇଁ ଉଚିତ ଆହାର ବିହାର  ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ ସହିତ ରାଜଯୋଗ ଆଚରଣ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ଗୀତାର ଯୋଗ ଭଗବାନଙ୍କ ତିନୋଟି ଆଦେଶ ଉପରେ ଆଧାରିତ । ଏହି ଈଶ୍ୱରୀୟ ବଚନ ତ୍ରୟକୁ ରାଜଯୋଗର ସୂତ୍ର ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ସେଗୁଡିକ ହେଲା (୧) ମାମେକମ ଶରଣଂ ବ୍ରଜ । ଅର୍ଥାତ ନିଜକୁ ଆତ୍ମା ମନେକରି କେବଳ ଏକ ମାତ୍ର ମୋଠାରେ ଶରଣ ନିଅ  । ଅନ୍ୟ ଅର୍ଥରେ ନିଜର ମୌଳିକ ଗୁଣ ଓ ଧର୍ମରେ ସ୍ଥିତ ହୋଇଯାଅ । (୨)  ମନ୍ମନା ଭବ-ଅର୍ଥାତ ଆତ୍ମିକ ସ୍ଥିତିରେ ସ୍ଥିତ ହୋଇ ନିଜ ମନକୁ ମୋଠାରେ (ପରମାତ୍ମା) ନିୟୋଜିତ କର । ଏହାର ତାପôର୍ଯ୍ୟ ହେଉଛି ଈଶ୍ୱରୀୟ ସ୍ମୃତି ସହିତ ଦୈନନ୍ଦିନ ଜୀବନର ନିତ୍ୟକର୍ମ ଓ ପେଟ ପୋଷିବା ପାଇଁ ଆଚରିତ ବୃି ସମ୍ପନ୍ନ କର । ତେଣୁ ଗୀତାର ଯୋଗକୁ କର୍ମଯୋଗ  ମଧ୍ୟ କୁହାଯାଇ ପାରେ ।
(୩) ମଦ୍ଧ୍ୟାଜୀଭବ;  ଅର୍ଥାତ ବୁଦ୍ଧିକୁ ସ୍ଥିର କରି କୃତ ସଂକଳ୍ପ ପୂର୍ବକ ମନ-ବଚନ କର୍ମ ଦ୍ୱାରା ଯାହାବି କରୁଛ ମୋ ପ୍ରତି ଯଜ୍ଞ ଭାବନା ସହିତ କର । ଏହି ମହାବାକ୍ୟର ବିଷଦ ଅର୍ଥ ହେଉଛି ତୁମର ପ୍ରତ୍ୟେକ କର୍ମ ସ୍ବକଲ୍ୟାଣ କାରକ ଓ ବିଶ୍ୱକଲ୍ୟାଣ  ପ୍ରତି ସମର୍ପିତ ଭାବନା ଯୁକ୍ତ ହେବା ଉଚିତ ।
ଉପରୋକ୍ତ ସନ୍ଦର୍ଭରେ ଗୀତାରେ ଭଗବାନଙ୍କ କଥିତ “ ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ” ମହାବାକ୍ୟ ପ୍ରଣିଧାନଯୋଗ୍ୟ । ‘ସ୍ବଧର୍ମ’ର ଅର୍ଥ ହେଉଛି ନିଜକୁ ଆତ୍ମା ନିଶ୍ଚୟ କରି ଶାନ୍ତି ସ୍ବରୂପରେ ସ୍ଥିତ ହେବା । କାରଣ ଶାନ୍ତି ହିଁ  ହେଉଛି  ଆତ୍ମାର ସହଜ ଧର୍ମ ବା ସ୍ବଧର୍ମ, ପରମାତ୍ମା ଶାନ୍ତିର ମହାସାଗର ଓ ପ୍ରତ୍ୟେକ ଆତ୍ମା ତାଙ୍କର ସନ୍ତାନ ହିସାବରେ ତାଙ୍କଠାରୁ ନୈସର୍ଗିକ ଉରାଧିକାରୀ ରୂପେ ସହଜ ପ୍ରାପ୍ତ ‘ଶାନ୍ତି’ ଗୁଣ ସମ୍ପନ୍ନ  ଅଟନ୍ତି । ସଂସାରରେ ପ୍ରଚଳିତ ମନୁଷ୍ୟ କୃତ ଧର୍ମ ସମ୍ପ୍ରଦାୟଗୁଡିକ ସର୍ବମାନ୍ୟ ଓ ସର୍ବ ସ୍ବୀକୃତ ନୁହେଁ, କିନ୍ତୁ ଗୀତାରେ ସ୍ବଂୟ ପରମାତ୍ମା ଦ୍ୱାରା ପ୍ରତିପାଦିତ ଓ ଉଦ୍ଘାଟିତ ‘ସ୍ବଧର୍ମ’ଅଧ୍ୟାତ୍ମ ମୂଳକ ଧର୍ମ (ଝକ୍ଟ୍ରସକ୍ସସଗ୍ଧଙ୍କବକ୍ଷ ଜରକ୍ଷସଶସକ୍ଟଦ୍ଭ) ହୋଇଥିବାରୁ ଏହା ଜାତି,ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ, ଲିଙ୍ଗ ନିର୍ବିଶେଷରେ ସମ୍ପୂର୍ଣ୍ଣ ମାନବତା ପାଇଁ ସର୍ବମାନ୍ୟ ଓ ସର୍ବସ୍ବୀକୃତ ଧର୍ମ ଅଟେ । ସାରାଂଶରେ ‘ସ୍ବଧର୍ମ’ର ଅର୍ଥ ହେଉଛି ଆତ୍ମାର ଧର୍ମ । ଏହା ଜାତି,ବର୍ଣ୍ଣ, ଧର୍ମ ସଂପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକ ମାନବର ଧର୍ମ । ଏହିପରି ମାନବ ଧର୍ମ ବା ବିଶ୍ୱ ଧର୍ମର ଉପଦେଶ କରିବାକୁ କେବଳ ଏକମାତ୍ର ପରମାତ୍ମା ହିଁ ସମର୍ଥ । ପରମାତ୍ମା ସ୍ବ-ପ୍ରଣୀତ ରାଜଯୋଗ ଦ୍ୱାରା ଏହି ବିଶ୍ୱ ଧର୍ମ ସ୍ଥାପନ କରିବାକୁ ସଂସାରକୁ ଆସନ୍ତି । ଗୀତାରେ ପ୍ରତିପାଦିତ ଜ୍ଞାନ ଓ ଯୋଗର ଚରମ ଲକ୍ଷ୍ୟ ହେଉଛି ସଂସାରରେ ମାନବତା ମୂଳକ ଦୈବୀଧର୍ମର ସ୍ଥାପନ କରିବା । ଯେତେବେଳେ ସଂସାରରେ ଧର୍ମ ସାଂପ୍ରଦାୟିକ ରୂପ ଧାରଣ ପୂର୍ବକ ବିଶ୍ୱ ସମୁଦାୟକୁ ବହୁ ଭାଗରେ ବିଭକ୍ତ କରିଦିଏ ସେତେବେଳେ ପରମାତ୍ମା ଧର୍ମ ସଂସ୍ଥାପନ ପାଇଁ ଭାରତ ଭୂମିରେ ଅବତୀର୍ଣ୍ଣ ହୁଅନ୍ତି ବୋଲି ଗୀତାରେ ଉଲ୍ଲେଖ ଅଛି ।
ଉପର୍ଯୁ୍ୟକ୍ତ ସନ୍ଦର୍ଭରେ  ବି·ର କଲେ ବିଶ୍ୱ ନବ ନିର୍ମାଣ କାର୍ଯ୍ୟ ନବଜାଗ୍ରତ ଓ ନବୋଦିତ ଭାରତ ମାଧ୍ୟମରେ ସମ୍ପନ୍ନ ହେବ । ଭାରତର ଭାବି ଭୂମିକାର ବ୍ୟାପକ ପୃଷ୍ଠଭୂମିରେ ଦେଖିଲେ୧୯୩୭ ମସିହାରେ ପରମାତ୍ମାଙ୍କ ଦ୍ୱାରା ସ୍ଥାପିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମହ୍ୱ ଅସାଧାରଣ ଓ ଅନୁପମ ଅଟେ । କାରଣ ଏହି ଏକମାତ୍ର ସମାଜବାଦୀ ଆଧ୍ୟାତ୍ମିକ ଅନୁଷ୍ଠାନ ହିଁ ଜାତି, ବର୍ଣ୍ଣ,ଧର୍ମ  ସଂପ୍ରଦାୟ, ଲିଙ୍ଗ, ଭାଷା ଓ ରାଷ୍ଟ୍ରୀୟତାରୁ ଉଦ୍ଧ୍ୱର୍ରେ ରହି ବିଶ୍ୱ ମାନବ ଧର୍ମ ବା ଦୈବୀ ଧର୍ମ ସ୍ଥାପନା ପାଇଁ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ପରମାତ୍ମା ପ୍ରଣୀତ ସହଜ ରାଜଯୋଗର ପ୍ର·ର-ପ୍ରସାରରେ  ଉସôର୍ଗୀକୃତ ଭାବରେ କାର୍ଯ୍ୟକରି ଆସୁଛି । ସମଗ୍ର ବିଶ୍ୱର ପୁର-ପଲ୍ଲୀରେ ରାଜଯୋଗ କେନ୍ଦ୍ର ସ୍ଥାପନ କରି ରାଜ ଯୋଗର ନିଃଶୂଳ୍କ ପ୍ରଶିକ୍ଷଣ ଦେଉଛି । ପରମାତ୍ମାଙ୍କ ଅବତରଣ ନିକଟ ଭବିଷ୍ୟତରେ ହେବାକୁ ଥିବା ତୃତୀୟ ବିଶ୍ୱଯୁଦ୍ଧ ବା ମହାବିନାଶକାରୀ ମହାଭାରତ ଯୁଦ୍ଧକୁ ଇଙ୍ଗିତ କରେ । ଅର୍ଥାତ ବର୍ମାନ ଗୀତାଯୁଗର ପୁନରାବର୍ନ ହୋଇଛି । ତେଣୁ ଆତ୍ମ କଲ୍ୟାଣ ଓ ଯୁଗ ପରିବର୍ନ ପାଇଁ ରାଜଯୋଗ ହିଁ ଏକମାତ୍ର ବିକଳ୍ପ; ଆଉ ଅନ୍ୟ ପନ୍ଥା ନାହିଁ ।

ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬

Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର