ସହଜ ରାଜଯୋଗ(6)--ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ- ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

 ସହଜ ରାଜଯୋଗ(6)

(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)

ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ

ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର
୧୯୮୩ ମସିହାରେ ପ୍ରଥମେ ମୋତେ ଈଶ୍ୱରୀୟ ଅବତରଣର ସନ୍ଦେଶ ପ୍ରାପ୍ତ  ହୋଇଥିଲା । ଏହା ପୂର୍ବରୁ ବିଭିନ୍ନ ଧାର୍ମିକ, ସଂସ୍ଥା ସହିତ ମୋର ସଂପୃକ୍ତି ଥିଲା । ଅନେକ ଧାର୍ମିକ ପୁସ୍ତକ ଅଧ୍ୟୟନ ସେ୍ୱ ମଧ୍ୟ ମୋତେ କିଛି ପ୍ରାପ୍ତି ହେଲା ଭଳି ମନେ ହେଉ ନ ଥିଲା। କିଛି ଗୋଟିଏ ଅଭାବ ରହିଗଲା ପରି ସବୁବେଳେ ଅନୁଭବ ହୁଏ । ଈଶ୍ୱରାନୁଭୂତି ପାଇଁ ମନରେ ବ୍ୟାକୁଳତା ଥିଲେ ମଧ୍ୟ କୌଣସି ଏକ ନିଶ୍ଚିତ ପନ୍ଥା ମିଳୁ ନ ଥାଏ । ଅନେକ ପନ୍ଥା ଅବ
ଲମ୍ବନ କରି ବିଫଳ ହେବା ପରେ ମୋର ମନ ବିଷାଦଗ୍ରସ୍ତ ହୋଇ ପଡିଥାଏ । ଏପରି ମନୋସ୍ଥିତିରେ ଈଶ୍ୱରୀୟ ଜ୍ଞାନ ଶ୍ରବଣ ମୋତେ ଖୁବ୍ ଆଶ୍ୱସ୍ତ କଲା । ବିଷାଦର କଳା ପରଦା ଧିରେ ଧିରେ ଅପସାରଣ ହେବାକୁ ଲାଗିଲା । “ବିଷାଦ” ଈଶ୍ୱରୀୟ ଜ୍ଞାନ ପ୍ରାପ୍ତିର ପୂର୍ବାବସ୍ଥା ହୋଇଥିବାରୁ ବୋଧହୁଏ ଏହାକୁ ଗୀତାରେ ଯୋଗ ରୂପେ ପ୍ରଥମ ଅଧ୍ୟାୟରେ ସ୍ଥାନିତ କରାଯାଇଛି ।
୧୯୮୪ ମସିହାର କଥା । ସେତେବେଳେ ଭୁବନେଶ୍ୱର ୩୩, ସୂର୍ଯ୍ୟନଗରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସେବା କେନ୍ଦ୍ର ଥିଲା । ମୋର ପିଉସା ପୁଅ ଭାଇ ବ୍ରହ୍ମାକୁମାର ଅଭିମନୁ୍ୟଜୀଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ସେବାକେନ୍ଦ୍ର ସହିତ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଉପରେ ଆଧାରିତ ପତ୍ରା·ର ପାଠ୍ୟକ୍ରମ ପାଇଁ ଯୋଗାଯୋଗା କରି ଥିଲି । ଏହା ପୂର୍ବରୁ ତାଙ୍କ ସହିତ ଅଳ୍ପ ସମୟ ପାଇଁ ଈଶ୍ୱରୀୟ ଜ୍ଞାନ ଉପରେ ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ ବାଲେଶ୍ୱରର ଫକୀର ମୋହନ କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ । ସେ ନିୟମିତ ପତ୍ର ଲେଖି ମୋତେ ଈଶ୍ୱରୀୟ ଜ୍ଞାନ ମାର୍ଗରେ ·ଲିବାକୁ ଉସôାହିତ କରୁ୍ଥିଲେ । ପତ୍ରା·ର ମାଧ୍ୟମରେ ସାପ୍ତାହିକ ପାଠ୍ୟକ୍ରମ ସମାପ୍ତ ପରେ ନିୟମିତ ଜ୍ଞାନ ମୂରଲୀ ଶୁଣିବାର ଉକôଣ୍ଠା ଜାତ ହୋଇଥିଲା । କିନ୍ତୁ ସେତେବେଳେ ବଲାଙ୍ଗିରରେ (ମୋର ବାସ ସ୍ଥାନ) କୌଣସି ସେବା କେନ୍ଦ୍ର ନ ଥିଲା । ବଲାଙ୍ଗିରରେ ସେବାକେନ୍ଦ୍ର ଖୋଲିବା ପାଇଁ ମନରେ ବାରମ୍ବାର ସଂକଳ୍ପ ଉଠୁଥାଏ । ସେତେବେଳକୁ କଟକ ସେବାକେନ୍ଦ୍ରର ମୁଖ୍ୟ ସାଳିକା ବଡଭଉଣୀ କମଳେଶଜୀ ବଲାଙ୍ଗିରରେ ଏକ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ଈଶ୍ୱରୀୟ ସନ୍ଦେଶ ପ୍ରଦାନ କରି  ସାରିଥିଲେ । ବଲାଙ୍ଗିରରେ ସେବା କେନ୍ଦ୍ର ଖୋଲିବା ପାଇଁ ମୁଁ ଭୁବନେଶ୍ୱର ସେବାକେନ୍ଦ୍ରକୁ ପତ୍ର ଲେଖିଲି । କିଛି ପ୍ରତୁ୍ୟର ପାଇ ନ ଥିଲି । ଯେଉଁଠି କମଳେଶ ଭଉଣୀଙ୍କ ପରି ମହାନ ଆତ୍ମାଙ୍କର ପଦରଜ ପଡିଛି, ଈଶ୍ୱରୀୟ ଜ୍ଞାନର ବୀଜ ବପନ ହୋଇଛି ସେଇଠି କିପରି ବା ତାହା ଅଙ୍କୁରିତ ନହେବ । ମୋର ଅନୁପସ୍ଥିତିରେ ଭାସ୍କର ଭାଇ ଓ ଅଭିମୁନୁ୍ୟ ଭାଇଙ୍କ ନେତୃତ୍ୱ ଏବଂ ପାର୍ବତୀ ଭଉଣୀଙ୍କ (ସମ୍ବଲପୁର) ସହଯୋଗରେ  ତା ୩୦/୬/୧୯୮୬ ମସିହାରେ ବଲାଙ୍ଗିରରେ ସେବା କେନ୍ଦ୍ରର ଅୟମାରମ୍ଭ ହୋଇଥିଲା ।,ମୋତେ ଏଣିକି ନିୟମିତ ଜ୍ଞାନ ମୂରଲୀ ଶୁଣିବା ପାଇଁ ସୁଯୋଗ ମିଳିଲା ।
ଭକ୍ତି ଶାସ୍ତ୍ରମାନଙ୍କରେ ଗଭୀର ପ୍ରବେଶ ତଥା ତିନି ବର୍ଷ କାଳ ଅନେକ ଈଶ୍ୱରୀୟ ସାହିତ୍ୟ ଅଧ୍ୟୟନ ଓ ନିୟମିତ ଜ୍ଞାନ ମୂରଲୀ ଶ୍ରବଣ ସେ୍ୱ ମଧ୍ୟ ରାଜଯୋଗରେ ମୋର ବିଶେଷ ଅନୁଭୂତି ଆସି ନ ଥିଲା । ବେଳେବେଳେ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥାଏ । ଇତି ମଧ୍ୟରେ ମାଉ ଆବୁଯିବାର ସୁଯୋଗ ମିଳିଲା । ସାକ୍ଷାତ ପରମାତ୍ମା ଶିବଙ୍କ ସହିତ ମିଶିବାକୁ ଯାଉଛି ଭାବି ମନରେ ଅନିର୍ବଚନୀୟ ଆନନ୍ଦର ଲହରୀ ଖେଳି ଯାଉ ଥାଏ । ମାଉ ଆବୁ (ମଧୁବନ) ରେ ଅବସ୍ଥାନ କାଳର ସବୁଠାରୁ ମହ୍ୱପୂର୍ଣ୍ଣ ବିଷୟ ହେଉଛି ଯୋଗୀରାଜ ସୂରଜ ଭାଇଙ୍କ ସହିତ ସାକ୍ଷାତକାର । ତାଙ୍କଠାରୁ ରାଜଯୋଗର ବିଧି ଓ ବିଧାନ ପ୍ରାଞ୍ଜଳ ଭାବରେ ଶିଖିଲି । ଏହା ପରବର୍ୀ ସମୟରେ ମୋର ଜ୍ଞାନ -ଯୋଗ ମାର୍ଗକୁ କୁସୁମିତ କରିଥିଲା । ସେହି ଦିନଠାରୁ ଅଦ୍ୟାବଧି କେବେ ମୋ ମନରେ କୌଣସି ସନ୍ଦେହ ଉପôନ୍ନ ହୋଇ ନାହିଁ । ଜ୍ଞାନ ଓ ଯୋଗରେ ମୋ ଉରୋର ଉନ୍ନତି ହେଉଥିବା ଲକ୍ଷ୍ୟ କରୁଛି ।
ଦୈହିକ ସ୍ମୃତିକୁ ଆତ୍ମିକ ସ୍ମୃତିରେ ପରିବର୍ନ କରିବା ହେଉଛି ରାଜଯୋଗ । ଆତ୍ମିକ ସ୍ମୃତି ସ୍ବତଃ ସ୍ଫୁର୍ ଭାବରେ ଈଶ୍ୱରୀୟ ସ୍ମୃତି ଅଭିମୁଖେ ନେଇଯାଏ । ଆତ୍ମା ମୌଳିକ ରୂପରେ ଜ୍ଞାନ ସ୍ବରୂପ । ଆତ୍ମିକ ସ୍ଥିତି ଏହି ମୌଳିକ ସ୍ବରୂପରେ ସ୍ଥିତ କରାଉଥିବାରୁ ପ୍ରାରବ୍ଧ ଜନିତ ସମସ୍ତ ଅଜ୍ଞାନତା କ୍ରମେ କ୍ରମେ ତିରୋହିତ ହେବାକୁ ଲାଗେ । ଯେଉଁଠି ଜ୍ଞାନ ଅଛି ସେଇଠି ପବିତ୍ରତା ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତି ରହିବ ହିଁ ରହିବ । କାରଣ ଏଗୁଡିକ ହେଉଛି ଆତ୍ମାର ମୌଳିକ ଗୁଣ । ସଂସାରର ବ୍ୟକ୍ତି, ବସ୍ତୁ ଓ ଘଟଣାବଳୀକୁ ଯଥାର୍ଥ ଦୃଷ୍ଟିରେ ଦେଖିବା ହେଉଛି ଜ୍ଞାନ । ଯୋଗ ହେଉଛି ନିଜର ମୌଳିକ ସ୍ବରୂପରେ ଅବସ୍ଥାନ କରିବା । ଏହି ଯୋଗ ଯେତେବେଳେ ଈଶ୍ୱରୀୟ ଜ୍ଞାନ ଦ୍ୱାରା ରସାଣିତ ହୋଇ ଯୋଗୀକୁ ନିଜର ଆଦି ସ୍ବରୂପର ସ୍ମୃତି ପ୍ରଦାନ କରେ ସେତେବେଳେ ତାହା ରାଜଯୋଗ ନାମରେ କଥିତ ହୁଏ । ତେଣୁ ଏହାକୁ ଶ୍ରେଷ୍ଠ (ଯୋଗମାନଙ୍କ ମଧ୍ୟରେ ରାଜା) ଓ ରହସ୍ୟ (ହିନ୍ଦିରେ ରାଜ୍) ଯୋଗ ବୋଲି କୁହାଯାଇଛି ।
ରାଜଯୋଗ ଏକ ବ୍ୟାପକ ବିଷୟ । ଏହାକୁ  ସୀମିତି ପୃଷ୍ଠାରେ ବ୍ୟାଖ୍ୟା କରିବା ସମ୍ଭବ ନୁହେଁ । ଏହି ରାଜଯୋଗ ଅନନ୍ୟ । କାରଣ ଏହା ସାକ୍ଷାତ ପରମାତ୍ମାଙ୍କ ଶବିଙ୍କ ଦ୍ୱାରା ପ୍ରଦ । ତେଣୁ ଏହାର ନିରନ୍ତର ଅଭ୍ୟାସ ଦ୍ୱାରା ଜଣେ ନିଶ୍ଚୟ ପରମାତ୍ମାନୁଭୂତି କରି ପାରିବ । ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ । ମୋ ଭଳି ଲକ୍ଷାଧିକ ବ୍ୟକ୍ତି (ଆତ୍ମା) ଏହି ରାଜଯୋଗ ଦ୍ୱାରା ଉପକୃତ ହୋଇଛନ୍ତି । ଏକଦା ଚମ୍ବଲ ଉପତ୍ୟକାରେ ଆତଙ୍କ ସୃଷ୍ଟି କରିଥିବା ଦସୁ୍ୟ ସମ୍ରାଟ ପମ ସିଂହ ଏହି ରାଜଯୋଗର ଚମକôାରୀ ପ୍ରଭାବ ହେତୁ ଦଣ୍ଡ ମୁକ୍ତ  ହୋଇ ଏକ ସମ୍ମାନିତ ଜୀବନ ଯାପନ କରୁଛନ୍ତି ।

ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,