ସହଜ ରାଜଯୋଗ(7)-ସହଜ-ରାଜଯୋଗ” ପୁସ୍ତକ ସମ୍ପର୍କରେ-ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

 ସହଜ ରାଜଯୋଗ

(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)

ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

ସହଜ-ରାଜଯୋଗ” ପୁସ୍ତକ ସମ୍ପର୍କରେ

        ପରମାତ୍ମାଙ୍କ ବିଷୟରେ ବିସ୍ତୃତ ତଥ୍ୟ ଆହରଣ କରିବା ଓ ତାଙ୍କୁ ଜାଣିବା ଏଦୁଇଟି ଭିନ୍ନ ବିଷୟ । ପ୍ରଥମ ବିଷୟ ହେଉଛି ଜ୍ଞାନ ଓ ଦ୍ୱିତୀୟଟି ଯୋଗ । ଜଣେ ଅଜ୍ଞାତ ବ୍ୟକ୍ତିର ପରିଚୟ ପାଇଲା ପରେ ମଧ୍ୟ ତାଙ୍କ ସହିତ ପ୍ରତ୍ୟକ୍ଷ ନ ମିଶିଲା ପର୍ଯ୍ୟନ୍ତ ତାଙ୍କୁ ସମ୍ପୂର୍ଣ୍ଣ ଜାଣି ହୁଏ ନାହିଁ । ଠିକ ସେହିପରି ପରମାତ୍ମା (ଶିବବାବା) ପ୍ରଜାପିତା ବ୍ରହ୍ମା ମାଧ୍ୟମରେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ତଥା ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ରହସ୍ୟ ପ୍ରଦାନ କରିଥିଲେ ମଧ୍ୟ ତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପିତା ନ ହେବା ପର୍ଯ୍ୟନ୍ତ ପ୍ରାପ୍ତ ସୂଚନା ଗୁଡିକ ମୂଲ୍ୟହୀନ । ସେଥିପାଇଁ ଶ୍ରୀମଦ୍ଭାଗବତରେ ଉଲ୍ଲେଖ ଅଛି “ସେ ଯେବେ ସବୁ ଶାସ୍ତ୍ର ଜାଣେ, ପରମାନନ୍ଦଙ୍କୁ ନ ଚିହ୍ନେ, ସକଳ ଶାସ୍ତ୍ର ବ୍ୟର୍ଥ ତା’ର, କେବଳ ଶ୍ରମ ମାତ୍ର ସାର ।” ସଂସ୍କୃତରେ ରଚିତ ନିମ୍ନ ନୀତିଶ୍ଲୋକ ମଧ୍ୟ ଏ ପ୍ରସଙ୍ଗରେ ପ୍ରଣିଧାନଯୋଗ୍ୟ । “ପୁସ୍ତକେଷୁ ସ୍ଥିତା ବିଦ୍ୟାଂ ପରହସ୍ତ ଗତଂ ଧନଂ, କାର୍ଯ୍ୟକାଳ ସମୁପôନ୍ନେ, ନ ସାବିଦ୍ୟା ନ ତତ୍ ଧନଂ ।ା’’ ସାରାଂଶରେ ଯେଉଁ ତଥ୍ୟ ଅନୁଭବ ସ୍ତରକୁ ଆସି ନାହିଁ ବା ବ୍ୟବହାରିକ ଜୀବନରେ ଉପଯୋଗ ହୋଇ ପାରି ନାହିଁ ତା’ର କୌଣସି ମୂଲ୍ୟ ନାହିଁ । ତାହା ଜ୍ଞାନ ନୁହେଁ । ପ୍ରାପ୍ତ ସୂଚନାଗୁଡିକର ବାରମ୍ବାର ମନନ-ଚିନ୍ତନ ଦ୍ୱାରା ଏହା କ୍ରମଶଃ ସ୍ପଷ୍ଟ ହୁଏ ଓ ଏଥିମଧ୍ୟରେ ଥିବା ସତ୍ୟକୁ ଉପଲବ୍ଧି କରି ହୁଏ । ଏହି ଉପଲବ୍ଧିର ନାମ ଜ୍ଞାନ ଓ ଏହି ଜ୍ଞାନ ମାର୍ଗରେ ନିରନ୍ତର ଉସôାହ ପୂର୍ବକୁ ଅଗ୍ରସର ହେବାର ନାମ ଯୋଗ ।
ଅନେକ ବ୍ରହ୍ମାକୁମାର କୁମାରୀ ଭାଇ ଭଉଣୀଙ୍କ ସହିତ ଜ୍ଞାନର ଆଳାପ-ଆଲୋଚନା ବେଳେ ସେମାନଙ୍କଠାରୁ ଏହି କଥା ଶୁଣିବାକୁ ମିଳିଥାଏ ଯେ ଦୀର୍ଘଦିନ ଈଶ୍ୱରୀୟ ମାର୍ଗରେ ·ଲିବା ସେ୍ୱ ମଧ୍ୟ ସେମାନେ ଏ ପର୍ଯ୍ୟନ୍ତ ଯୋଗରେ ସଫଳତା ପାଇ ପାରି ନାହାନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ ଯୋଗର ଅର୍ଥ ଓ ସ୍ବରୂପ ତଥା ଯୋଗର ଆଧାର ଓ ବିଧି ବିଷୟରେ ଅଧିକାଂଶ ଭାଇ-ଭଉଣୀ ଅନଭିଜ୍ଞ । ଜଣେ ଈଶ୍ୱରୀୟ ଜ୍ଞାନ ମାର୍ଗରେ ·ଲିବା ଅର୍ଥ ଶିବ ବାବାଙ୍କ ପ୍ରତ୍ୟେକ ଶ୍ରୀମତ ଅନୁସାରେ ଜୀବନ ନିର୍ବାହ କରିବା । ଜୀବନର ପ୍ରତି ପଦକ୍ଷେପରେ ଶ୍ରୀମତ ଅନୁସରଣ କରୁଥିବା ବ୍ୟକ୍ତି ହିଁ ତ ଯୋଗୀ । ଯୋଗରେ ସଫଳତା ପାଇଁ ଅର୍ଥାତ ଈଶ୍ୱରୀୟ ଜ୍ଞାନ ବିଷୟରେ ଅଧିକରୁ ଅଧିକ ତଥ୍ୟ ଆହରଣ କରି ସ୍ଥାନ, କାଳ ପାତ୍ର ଓ ଆବଶ୍ୟକତା ଅନୁସାରେ ସେଗୁଡିକୁ ଜୀବନରେ ପ୍ରୟୋଗ କରିବାକୁ ହେବ । ପୁନଶ୍ଚ ବିଧି ବିନା ସିଦ୍ଧି ମିଳେ ନାହିଁ । ସମସ୍ତ ଯୋଗ ମଧ୍ୟରେ ରାଜଯୋଗ ଅତ୍ୟନ୍ତ ସହଜ । ଏଥିପାଇଁ ସାକ୍ଷାତ ଶିବ ବାବାଙ୍କ ପ୍ରଦ ଈଶ୍ୱରୀୟ ବିଧି ବା ଶ୍ରୀମତଗୁଡିକୁ ଅବିକଳ ଭାବରେ ପାଳନ କରିବାକୁ ହେବ । ଅନ୍ୟଥା ଏହା ସହଜ ସାଧ୍ୟ ହୋଇ ମଧ୍ୟ କଠିଣ ମନେ ହେବ ଓ ଯୋଗାଭ୍ୟାସ ପ୍ରତି ରୂଚି ରହିବ ନାହିଁ । ଯେଉଁ ପରମାତ୍ମାଙ୍କୁ ପାଇବା ପାଇଁ ମନୁଷ୍ୟ ଗିରି କନ୍ଦରରେ କଠୋର ତପସ୍ୟା କରେ, ତୀର୍ଥାଟନ କରେ, ମନ୍ଦିର, ମସଜିଦ ଗୀର୍ଜା ଓ ଗୁରୁ ଦ୍ୱାରରେ ପ୍ରାର୍ଥନା କରେ, ଖର୍ଚ୍ଚ ବହୁଳ କର୍ମକାଣ୍ଡ ଆଧାରିତ ଯାଗ, ଯଜ୍ଞ ଓ ପୂଜା-ଅର୍ଚ୍ଚନା କରେ, ସେ ଆମ ପାଇଁ ସହଜ ଲଭ୍ୟ । ତେଣୁ ତାଙ୍କ ବିଷୟରେ ଯାଥାର୍ଥ ଜ୍ଞାନ ଆହରଣ କରି ତାଙ୍କୁ ଜାଣିବା, ତାଙ୍କ ପ୍ରତ୍ୟେକ ଆଦେଶ (ଶ୍ରୀମତ)କୁ ଶିରୋଧାର୍ଯ୍ୟ କରିବା (ଅର୍ଥାତ ପାଳନ କରିବା) ଏବଂ ପ୍ରତି ମୁହୂର୍ରେ ତାଙ୍କ ସାହଚର୍ଯ୍ୟ ଅନୁଭବ କରିବା ଆମର ପରମ କର୍ବ୍ୟ ଅଟେ ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସାହିତ୍ୟ ବିଭାଗ ତଥା ବିଭିନ୍ନ ପ୍ରଭାଗ (ଡସଦ୍ଭଶ) ଦ୍ୱାରା ଶିବ ବାବାଙ୍କ ଜ୍ଞାନ ମୂରଲୀ ଆଧାରରେ ପ୍ରକାଶିତ ଅନେକ ପୁସ୍ତକ ଓ ପତ୍ର-ପତ୍ରିକାରେ ରାଜଯୋଗ ବିଷୟରେ ବିସ୍ତୃତ ଆଲୋଚନା ହୋଇ ସାରିଛି । କିନ୍ତୁ ଏଗୁଡିକ ପ୍ରାୟ ଇଂରାଜି ଓ ହିନ୍ଦି ଭାଷାରେ ରଚିତ । ମହାନ ରାଜଯୋଗୀ ଜଗଦୀଶ ଭାଇଙ୍କ ରଚିତ ³ରରଗ୍ଦସର ଳରଷ୍ଫରକ୍ସ ରଲଔରରଲଙର ଊରରଙ୍ଗହ ରଲଜ୍ଞରରଲ୍ଠ (ଯୋଗ କି ବିଧି ଔର ସିଦ୍ଧି) ଶୀର୍ଷକ ପୁସ୍ତକ ଓଡିଆରେ ଅନୁଦିତ ହୋଇସାରିଛି । ଏଥିରେ ରାଜଯୋଗ ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଛି । ଏହା ଏକ ଉଚ୍ଚ ମାନର ଅନୁଭବ ସିଦ୍ଧ ପୁସ୍ତକ ଅଟେ । ଏଭଳି ପୁସ୍ତକକୁ କୌଣସି ଭାଷାରେ ଅବିକଳ ଅନୁବାଦ କରିବା ଏକ କଠିଣ କାର୍ଯ୍ୟ । ତେଣୁ ତାଙ୍କ ମୂଳ ପୁସ୍ତକ ପଢିଲା ବେଳେ ଯେପରି ସହଜ ଓ ସରଳ ଲାଗେ; ଅନୁବାଦିତ ପୁସ୍ତକ ସେପରି ଲାଗେ ନାହିଁ । ଏପର୍ଯ୍ୟନ୍ତ କୌଣସି ଅନୁଭବୀ ଓଡିଆ ଲେଖକା ଓ ଲେଖିକାଙ୍କ ରଚିତ ‘ରାଜଯୋଗ’ ସମ୍ବନ୍ଧିତ ପୁସ୍ତକ ପ୍ରକାଶ ପାଇ ନାହିଁ । ତେଣୁ ଈଶ୍ୱରୀୟ ପ୍ରେରଣା କ୍ରମେ ମୂଳ ଓଡ଼ିଆ ଭାଷାରେ ‘ରାଜଯୋଗ’ ବିଷୟରେ ଏକ ପୁସ୍ତକ ରଚନା କରିବା ଆବଶ୍ୟକ ମନେ ହେଲା, କିନ୍ତୁ ଅର୍ଥାଭାବରୁ ଏହା ପ୍ରକାଶିତ ହୋଇପାରୁ ନ ଥିଲା । ଏକଥା ଜାଣି ପାରି ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ଭାସ୍କର ଭାଇ ମୁଦ୍ରଣ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଲେଖକ ପୁସ୍ତକଟିକୁ ପୂର୍ଣ୍ଣାବୟବ ପ୍ରଦାନ ପାଇଁ ପଦକ୍ଷେପ ନେଲା । ଏହାର ପରିଣାମ ସ୍ବରୂପ ‘ସହଜ ରାଜଯୋଗ’ ଶୀର୍ଷକ ଏହି ପୁସ୍ତକଟି ଆଜି ଆପଣଙ୍କ ହାତରେ ।
ବିଭିନ୍ନ ପତ୍ରିକାରେ ପ୍ରକାଶିତ କେତେକ ଲେଖା ଏହି ପୁସ୍ତକରେ ସ୍ଥାନିତ କରାଯାଇଛି । ସେଗୁଡିକ ବିଭିନ୍ନ ସମୟରେ ରଚିତ ହୋଇଥିବାରୁ ବିଷୟ ଶୀର୍ଷକ ସମାନ ମନେ ହେଉଥିଲେ ମଧ୍ୟ ସେଥିରେ ଥିବା ତଥ୍ୟାବଳୀ ଏକ ପ୍ରକାର ନୁହେଁ । ୧୯୮୪ ରୁ ୨୦୧୬ ମସିହା କାଳଖଣ୍ଡ ମଧ୍ୟରେ ଲେଖକଙ୍କ ରଚିତ ଆତ୍ମା, ପରମାତ୍ମା ଓ ରାଜଯୋଗ ସମ୍ବନ୍ଧିତ ଲେଖାଗୁଡିକୁ ତିନଖଣ୍ଡରେ ବିଭକ୍ତ କରି ଏ ପୁସ୍ତକକୁ ପୂର୍ଣ୍ଣାୟବ ପ୍ରଦାନ କରାଯାଇଛି । ମୂଲ୍ୟ ଓ ଆଧ୍ୟାତ୍ମିକତାରେ ସ୍ନାତକୋର ପାଠ୍ୟକ୍ରମ ଚଏ ଊକ୍ଷଚଖଙଗଇ ଓଘ ଠଇଖଟଋ  ଋଊଟଉଇଞଓଙଘ ଇଘଊ ଝଚଓଜଓଞଟଇଖଓଞଣ) ଅଧ୍ୟୟନ କଲା ବେଳେ ଲେଖକ ଅନୁସନ୍ଧାନମୂଳକ ନିବନ୍ଧ  (ଜରଗ୍ଦରବକ୍ସମଷ ଞଷରଗ୍ଦସଗ୍ଦ) ପାଇଁ ରାଜଯୋଗ ବିଷୟର ଚୟନ କରିଥିଲା । ହିନ୍ଦି ଭାଷାରେ ରଚିତ ତା’ର ନିବନ୍ଧର ଶୀର୍ଷକ ଥିଲା, (‘·ରିତି୍ରକ ବିକାଶରେ ରାଜଯୋଗ ପ୍ରଭାବ’) ଏହି ସମୟରେ ସେ ପ୍ରାୟ ସତୁରୀ ଖଣ୍ଡ ପୁସ୍ତକ ଅଧ୍ୟୟନ କରି ରାଜଯୋଗ ଉପରେ ଆହରଣ କରିଥିବା ତଥ୍ୟଗୁଡିକୁ ପ·ଶ ଜଣ ରାଜଯୋଗ ବିଦ୍ୟାର୍ଥୀଙ୍କ ଉପରେ ପ୍ରୟୋଗ ପୂର୍ବକ ସେମାନଙ୍କ ଉପରେ ପଡିଥିବା ପ୍ରଭାବଗୁଡିକୁ ଲିପିବଦ୍ଧ କରିଥିଲା । ପ୍ରସ୍ତୁତ ପୁସ୍ତକ ଅନ୍ତର୍ଗତ “ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ରାଜଯୋଗ” ଓ ·ରିତ୍ରିକ ବିକାଶରେ ରାଜଯୋଗ ପ୍ରଭାବ”ଶୀର୍ଷକ ଲେଖାଦ୍ୱୟ ସେହି ହିନ୍ଦି ନିବନ୍ଧରେ ଥିବା ପ୍ରଥମ ଓ ଦ୍ୱିତୀୟ ଅଧ୍ୟାୟର ଓଡିଆ ରୂପାନ୍ତରଣ ଅଟେ ।
ଶେଷରେ ଏହି ପୁସ୍ତକରେ  ଯାହାବି ଜ୍ଞାନ  ବିନ୍ଦୁ ପାଠକ/ପାଠିକାମାନଙ୍କ ହୃଦୟକୁ ସ୍ପର୍ଶ କରି ଆମୋଦିତ, ଉଲ୍ଲସିତ ଓ ଈଶ୍ୱରାନୁରାଗୀ କରିବ  ତା’ର ସମସ୍ତ ଶ୍ରେୟ ସେହି ପରମ ପିତା ପରମାତ୍ମା ଶିବଙ୍କ; ଯିଏ ପ୍ରଜାପିତା ବ୍ରହ୍ମାମୁଖ କମଳ  ଦ୍ୱାରା ୧୯୩୭ ମସିହାରୁ ଏଯାବତ୍ ମନୁଷ୍ୟର ପାପ-ତାପ ନାଶ କରିବା ପାଇଁ ଜ୍ଞାନର ଅବିରଳ ମନ୍ଦାକିନୀ ଧରା ବକ୍ଷରେ ପ୍ଲାବନ କରି ଆସୁଛନ୍ତି । ଏଥିରେ ଥିବା ପ୍ରେରଣାପ୍ରଦ ଜ୍ଞାନ ଓ ଯୋଗ ସମ୍ବନ୍ଧୀୟ ସମସ୍ତ ଉପାଦାନ ହେଉଛି ପରମ ପିତା ପରମାତ୍ମା ଶିବବାବାଙ୍କ ଅବଦାନ ଏବଂ ଯାହାକିଛି ତ୍ରୁଟି ତଥା ଅବୋଧ୍ୟ ଓ ଦୁର୍ବୋଧ୍ୟ ମନେ ହେବ ତାହା ଲେଖକର ଅଜ୍ଞତା ବୋଲି ପାଠକା ପାଠିକାଗଣ ଗ୍ରହଣ କରି ଯୋଗ ମାର୍ଗରେ ପୂର୍ବାପେକ୍ଷା ନିଜର ଗତି ତ୍ୱରାନ୍ୱିତ କଲେ ତା’ର ଶ୍ରମ ସାର୍ଥକ ହେବ ।  ଯେଉଁ ସବୁ ବିଷୟରେ ସନ୍ଦେହ ଓ ଶଙ୍କା ଜାତ ହେବ ତାହା ଲେଖକର ଅଜ୍ଞାନତା, ଅନୁଭବ ହୀନତା ଓ ଅବୋଧତାରୂପେ  ଗ୍ରହଣ କରିବାକୁ ଲେଖକ ବିନୀତ ଅନୁରୋଧ କରୁଛି ।
ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,