ସହଜ ରାଜଯୋଗ(8)--ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ

 ସହଜ ରାଜଯୋଗ

(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)


ାା ପ୍ରଥମ ଅଧ୍ୟାୟ ।ା

ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ

ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା

କେତେକ ଶାସ୍ତ୍ରକାରଙ୍କ ମତରେ ଆତ୍ମା ଆମର ଶରୀର ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିବ୍ୟାପ୍ତ । ଗୀତାରେ ମଧ୍ୟ କେତେକ ସ୍ଥାନରେ ଆତ୍ମାକୁ ସର୍ବଗତ ଓ ବିଭୁ ବୋଲି କୁହାଯାଇଛି । ଏହି ଦୁଇଟି ଶବ୍ଦକୁ ଆଧାର କରି ମଧ୍ୟ ବ୍ୟାଖ୍ୟାକାରମାନେ ଆତ୍ମାକୁ ସର୍ବବ୍ୟାପକ ଓ ପରମାତ୍ମାଙ୍କଠାରୁ ଅଭିନ୍ନ ବୋଲି ବ୍ୟାଖ୍ୟା କରନ୍ତି । ଗୀତାର ଅଧିକାଂଶ ଶ୍ଳୋକରୁ ଏକଥା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ଅଟେ, ସର୍ବବ୍ୟାପକ ନୁହେଁ । ଏଣୁ ଏହା ପରମାତ୍ମାଙ୍କ ବିଚ୍ଛିନାଂଶ ନୁହେଁ । ନିରପେକ୍ଷ ଓ ପୂର୍ବାଗ୍ରହ ରହିତ ହୋଇ ଗୀତା ଅଧ୍ୟୟନ ଦ୍ୱାରା ଆମେ ଏ କଥା ସ୍ପଷ୍ଟ ଜାଣି ପାରିବା । ଦୃଷ୍ଟାନ୍ତ ସ୍ବରୂପ କେତେକ ଶ୍ଲୋକର ଅବତାରଣା ନିମ୍ନରେ କରାଗଲା :-
ଶରୀରଂ ଯଦବାପ୍ନୋତି ଯଚ୍ଚପୁ୍ୟତ୍ କ୍ରାମତୀଶ୍ୱରଃ 
                      ଗୃହୀତ୍ୱେତାନି ସଂଯାତି ବାୟୁ ର୍ଗନ୍ଧା ନିବାଶୟାତ୍ ।ା ଗୀ ୧୫/୮ ।ା
ଅର୍ଥାତ, ଯେପରି ବାୟୁ ଫୁଲରୁ ସୁଗନ୍ଧି ଗ୍ରହଣ କରି ବୋହି ନିଏ, ସେହିପରି ଦେହର ସ୍ବାମୀ ଜୀବାତ୍ମା ମଧ୍ୟ ପ୍ରଥମେ ଯେଉଁ ଶରୀରକୁ ତ୍ୟାଗ କରେ ସେଥିରୁ ମନ-ବୁଦ୍ଧି- ସଂସ୍କାର ଆଦିକୁ ଗ୍ରହଣ କରି ପୁନଶ୍ଚ ଯେଉଁ ଶରୀରକୁ ପ୍ରାପ୍ତ ହୁଏ ସେଥିରେ ପ୍ରବେଶ କରେ । ଅନ୍ୟ ଅର୍ଥରେ ଜୀବାତ୍ମା ପୂର୍ବ ଜନ୍ମର ସଂସ୍କାର ବହନ କରି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଗତି କରେ ।
ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ ।
ବିମୁଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ ।ା ଗୀ ୧୫/୧୦ ।ା
ଅର୍ଥାତ୍, ଜୀବାତ୍ମା କିପରି ଶରୀର ତ୍ୟାଗ କରି ଅନ୍ୟ ଶରୀରକୁ ଗତି କରେ ଅଥବା ଶରୀରରେ ଅବସ୍ଥାନ କରୁଥିବା ଜୀବାତ୍ମା କିପରି ଭୂତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ବିଷୟ ସମୁହକୁ ଉପଭୋଗ କରୁଛି - ଏକଥା ମୁର୍ଖମାନେ ବୁଝି ପାରନ୍ତି ନାହିଁ । କିନ୍ତୁ ଯେଉଁମାନଙ୍କ ଜ୍ଞାନ ଚକ୍ଷୁ ଉନ୍ମୁଳିତ ହୋଇଛି ସେମାନେ ଏସବୁ ଭଲଭାବରେ ଜାଣି ପାରନ୍ତି ।
ଏଠାରେ ଏକଥା ପ୍ରଣିଧାନଯୋଗ୍ୟ ଯେ ଯଦି ଆତ୍ମା ସମସ୍ତ ଶରୀର ବା ସମସ୍ତ ବିଶ୍ୱରେ ବ୍ୟାପକ ହୋଇଥାନ୍ତା ତେବେ ଏହିପରି ଶରୀର ତ୍ୟାଗ କରିବା କଥା କୁହାଯାଇ ନ ଥାନ୍ତା । ଆତ୍ମା ଅବିଚ୍ଛିନ୍ନ ହୋଇଥିବା ହେତୁ ସଂକୁଚିତ ହେବା ମଧ୍ୟ ସମ୍ଭବ ନୁହେଁ । ଏଥି ପାଇଁ ଆତ୍ମାକୁ ନିର୍ବିକାରୀ କୁହାଯାଇଛି । ବିକାର ଶବ୍ଦର ଅର୍ଥ ପରିବିର୍ତ ହେବା । ଏହି ଶବ୍ଦ ପ୍ରାୟତଃ ଦୁଃଖକାରକ ପରିବର୍ନ ପାଇଁ ବ୍ୟବହୃତ ହୁଏ । କେତେକ ବିକାର ପ୍ରକୃତିରେ ହୁଏ । ଆତ୍ମା ଅପରିବିର୍ତ ରହେ ଏବଂ ଏପରି କେତେ ବିକାର ଅଛି ଯାହାକି ଆତ୍ମାରେ ହୁଏ, କିନ୍ତୁ ପ୍ରକୃତି ପ୍ରଭାବିତ ହୁଏ ନାହିଁ । ଶାରୀରିକ କ୍ଷୀଣତା, ବୃଦ୍ଧି, ଜରାବସ୍ଥା, ସ୍ଥାଣୁତା ଏବଂ ବିନାଶଶୀଳତା ଆଦି ଶରୀର ଜନ୍ୟ ବିକାର । ଏହି ଦୃଷ୍ଟିରୁ ଦେଖାଗଲେ ଆତ୍ମା ନିର୍ବିକାର ଅଟେ । କାମ, କ୍ରୋଧ, ଲୋଭ, ମୋହ, ଆସକ୍ତି, ମମତ୍ୱ ଇତ୍ୟାଦି ଆତ୍ମାର ବିକାର । ଏଥିରେ ପ୍ରକୃତି ପ୍ରଭାବିତ ହୁଏ ନାହିଁ ।
ପରମାତ୍ମାଙ୍କୁ ଜ୍ଞାନ ଦାତା ବୋଲି କୁହାଯାଏ । ସେ କାହାକୁ ଜ୍ଞାନ ଦିଅନ୍ତି? ଜୀବାତ୍ମାମାନଙ୍କୁ । ଧର୍ମଗ୍ଲାନି ସମୟରେ ପରମାତ୍ମା ଧର୍ମସ୍ଥାପନ କରିବାକୁ  ସୃଷ୍ଟିରେ ଅବତରଣ କରନ୍ତି । ଅଜ୍ଞାନତା ହେତୁ ମଣିଷ ଅଧର୍ମାଚରଣ କରେ । ଜ୍ଞାନ ପ୍ରାପ୍ତ ହେଲେ ଅଧର୍ମରୁ ନିବୃ ହୋଇ ଧର୍ମ ମାର୍ଗରେ ପ୍ରବୃ ହୁଏ । ଏଠାରେ ଧର୍ମ କୌଣସି ସାଂପ୍ରଦାୟିକ ମତବାତକୁ ବୁଝାଉ ନାହିଁ । ଧର୍ମ ସ୍ଥାପନାର ଅର୍ଥ ହେଉଛି ମଣିଷ ସମାଜରେ ବ୍ୟାପକ ଭାବରେ ବୃଦ୍ଧି ପାଇଥିବା କାମ କ୍ରୋଧାଦି ମନୋବିକାର ସମୂହର ସମ୍ପୂର୍ଣ୍ଣ ବିନାଶ । କାରଣ ଏଗୁଡିକ ହିଁ ଅଧର୍ମାଚରଣର କାରଣ । ଏହି ଉଦ୍ଧେଶ୍ୟରେ ଭଗବାନ ଗୀତା ଜ୍ଞାନ ପ୍ରଦାନ କରିଛନ୍ତି । ଅର୍ଜୁନ ମାନବ ସମାଜର ପ୍ରତିନିଧି ମାତ୍ର । ଏଥିରୁ ଆତ୍ମା ଓ ପରମାତ୍ମା ଭିନ୍ନ ଭିନ୍ନ ହେବା କଥା ସ୍ପଷ୍ଟ ପ୍ରମାଣିତ । ପରମାତ୍ମା ଧର୍ମ ସ୍ଥାପନ ପାଇଁ ଅବତରଣ କରନ୍ତି । ଆତ୍ମା ଧର୍ମର ପାଳନ ବା ଉଲଙ୍ଘନ କରେ  । ତେଣୁ ଦୁହେଁ ଭିନ୍ନ ଭିନ୍ନ ସା । ଭଗବାନଙ୍କ ନିମ୍ନ କଥନରୁ ଏହା ଆହୁରି ସ୍ପଷ୍ଟ ବୁଝି ହୁଏ;
ଦ୍ୱାବିମୌ ପୁରୁଷୌ ଲୋକେ କ୍ଷର ଶ୍ଚାକ୍ଷର ଏବଚ
                           କ୍ଷରଃ ସର୍ବାଣି ଭୁତାନି କୁଟସ୍ଥୋକ୍ଷର ଉଚ୍ୟତେ ।ା ଗୀ ୧୫/୧୬ ।ା
ଅର୍ଥାତ, ଏ ସଂସାରରେ ଦୁଇ ପ୍ରକାର ପୁରୁଷ ଅଛନ୍ତି । କ୍ଷର (ନାଶବାନ) ଓ ଅକ୍ଷର (ଅବିନାଶୀ) । ପଭୂତରେ ନିର୍ମିତ ଜୀବାତ୍ମାର ଶରୀର କ୍ଷର ଅଟେ ଏବଂ ସ୍ବୟଂ ଶରୀରସ୍ଥ ଜୀବାତ୍ମା ଅକ୍ଷର ଅଟେ ।
ଉମଃ ପୁରୁଷସ୍ତ୍ୱନ୍ୟଃ ପରମତ୍ମେତୁ୍ୟ ଦାହୃତଃ ।
ଯୋ ଲୋକତ୍ରୟ ମାବିଶ୍ୟ ବିଭ୍ୟର୍ତ୍ୟବ୍ୟୟ ଈଶ୍ୱରଃ ।ା ଗୀ ୧୫/୧୭ ।ା
ଅର୍ଥାତ, “ଏ ଦୁଇ ପୁରୁଷ ବ୍ୟତୀତ ଅନ୍ୟ ଜଣେ ଉମ ପୁରୁଷ ଅଛନ୍ତି । ସେ ତିନି ଲୋକରେ ପ୍ରବେଶ କରି ସମସ୍ତଙ୍କୁ ପାଳନ କରୁଛନ୍ତି । ତାଙ୍କୁ ଅବିନାଶୀ ପରମେଶ୍ୱର ଏବଂ ପରମାତ୍ମା ବୋଲି କୁହାଯାଏ । “ଏଥିରୁ ଜଣା ପଡେ ଆତ୍ମା ଅନେକ, ପରମାତ୍ମ ଏକ । ସମସ୍ତ ଆତ୍ମାଗଣଙ୍କ ମଧ୍ୟରେ ପରମାତ୍ମାଙ୍କୁ ଉମ ପୁରୁଷ, ପରମ ପୁରୁଷ, ଅଥବା ପୁରୁଷୋମ ଆଦି ବିଶେଷଣରେ ବିଭୂଷିତ କରାଯାଇଛି । ଅନ୍ୟ ଏକ ଶ୍ଲୋକରେ ସେ ନିଜେ ସମସ୍ତଙ୍କଠାରୁ ବଡ଼ ବୋଲି ଘୋଷଣା କରିଛନ୍ତି,
ମଃ ପରତରଂ ନାନ୍ୟତ୍ କିିଦସ୍ତି ଧନଞ୍ଜୟ ।
      ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ । ଗୀ ୭/୭ ।ା
ଅର୍ଥାତ, “ହେ ଧନଞ୍ଜୟ! ମୋଠାରୁ ଆଉ କେହି ବଡ ନାହିଁ । ସୂତାରେ ମଣି ଗୁନ୍ଥା ହେଲା ପରି ସବୁଯାକ ମୋଠାରେ ଗୁନ୍ଥା ହୋଇଛି ।” ଏଠାରେ ଆତ୍ମା ସମୂହର ମାଳାକୁ ମଣିଗୁଡିକ ସହିତ ଉପମା ଦିଆଯାଇଛି ଏବଂ ଏ ମାଳା ମଧ୍ୟରେ ଭଗବାନ ନିଜକୁ ସର୍ବଶ୍ରେଷ୍ଠ ବୋଲି ଘୋଷଣା କରିଛନ୍ତି । କାରଣ ଜୀବାତ୍ମାଗଣ ସତୋ, ରଜୋ ଓ ତମୋର ଅଧିନ ଅଟନ୍ତି । ପରମାତ୍ମା  ଏସବୁରୁ ଉଦ୍ଧ୍ୱର୍ରେ । ତାଙ୍କୁ ଯିଏ ଅବ୍ୟଭି·ରୀ ପ୍ରେମ ସହିତ ସ୍ମରଣ କରେ ସେ ଏହି ତ୍ରିଗୁଣକୁ ଅତିକ୍ରମ କରେ ।
ସ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭବାଃ ।
ନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟମ ।ା ଗୀ ୧୪/୫ ।ା
ଅର୍ଥାତ୍ ସ୍ୱ, ରଜ ଓ ତମ ଏହି ତିନିଗୁଣ ପ୍ରକୃତିରୁ ଜାତ ହୁଅନ୍ତି । ଏହି ତିନିଗୁଣ ଅବିନାଶୀ ଜୀବାତ୍ମାକୁ ଶରୀରରେ ବାନ୍ଧି ରଖନ୍ତି ।
ମାଂ ଚ ଯୋଽବ୍ୟଭି·ରେଣ ଭକ୍ତି ଯୋଗେନ ସେବତେ ।
                     ସ ଗୁଣାନ୍ ସମତୀ ତୈ୍ୟତାନ୍ ବ୍ରହ୍ମ ଭୂୟାୟ କଳ୍ପତେ ।ା ଗୀ ୧୪/୨୬ ।ା
ଅର୍ଥାତ୍ ଯେଉଁ ବ୍ୟକ୍ତି କେବଳ ଏକମାତ୍ର ପରମାତ୍ମାଙ୍କୁ ଭକ୍ତିପୂତ ପ୍ରାଣରେ ନିରନ୍ତର ସ୍ମରଣ କରୁଥାଏ ସେ ଭୂତ ପ୍ରକୃତିର ତ୍ରିଗୁଣକୁ ଭଲ ଭାବରେ ଉଲଙ୍ଘନ କରି ତାଙ୍କ ସହିତ ସମଭାବ ହେବା ପାଇଁ ଯୋଗ୍ୟ ହୁଏ ।
ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା
                          ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତିତେ ।ାଗୀ ୭/୧୪ ।ା
ଅର୍ଥାତ, ଭୂତ ପ୍ରକୃତିର ତ୍ରିଗୁଣଯୁକ୍ତ ମୋର ଏହି ଦୈବୀ ମାୟା ଶକ୍ତିକୁ ଅତିକ୍ରମ କରିବା ବଡ଼ କଠିନ, କିନ୍ତୁ ଯେଉଁମାନେ ମୋତେ ନିରନ୍ତର ସ୍ମରଣ କରନ୍ତି ଏହାକୁ ଉଲଙ୍ଘନ କରିଯାଆନ୍ତି ।
ଗୀତାରେ ପ୍ରତି ପଦରେ ଏପରି ଶବ୍ଦ, ଶ୍ଳୋକାଂଶ ଏବଂ ଶ୍ଳୋକ ଦେଖିବାକୁ ମିଳେ ଯେଉଁଥିରେ ଏହି ବିଷୟ ଉପରେ କୌଣସି ସନ୍ଦେହର ଅବକାଶ ନାହିଁ ଯେ ଆତ୍ମା ଏବଂ ପରମାତ୍ମା ଉଭୟେ ପୃଥକ ସା ଅଟନ୍ତି । ଆତ୍ମା ପୁତ୍ର ଓ ପରମାତ୍ମା ପିତା ଅଟନ୍ତି । ପରମାତ୍ମା ଆତ୍ମାକୁ ମୁକ୍ତି ଓ ସଦ୍ଗତି ପ୍ରଦାନ କରନ୍ତି । ଏହି ଆଲୋଚନାରୁ ଏହା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ।
ଆତ୍ମା ଆସିଛି କେଉଁଠୁ
ଗୀତାର ବିଭିନ୍ନ ଶ୍ଳୋକରୁ ଜଣା ପଡେ ଯେ ଆତ୍ମା ଅବ୍ୟକ୍ତ ଲୋକରୁ ଆସେ (୮/୧୮) ଯାହାକୁ ବ୍ରହ୍ମ ନିର୍ବାଣ, ବ୍ରହ୍ମଭୂବନ, ବ୍ରହ୍ମଲୋକ, ପରମଧାମ ଅଥବା ବ୍ରହ୍ମଯୋନି ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ନିମ୍ନରେ କେତୋଟି ଶ୍ଳୋକର ଅବତାରଣା କରାଯାଇଛି ।
ଲଭନ୍ତେ ବ୍ରହ୍ମ ନିର୍ବାଣ ମୃଷୟଃ କ୍ଷୀଣ କଳ୍ମଷାଃ ।
                       ଛିନ୍ନ ଦ୍ୱୈଧା ଯତାତ୍ମାନଃ ସର୍ବ ଭୂତ ହିତେ ରତାଃ ।ା ଗୀ ୫/୨୫ ।ା
ଅନ୍ୱୟାର୍ଥ: କ୍ଷୀଣ କଳ୍ମଷାଃ = ଯେଉଁମାନେ ସମସ୍ତ ପାପରୁ ବିମୁକ୍ତ ; ଛିନ୍ନ ଦ୍ୱୈଧାଃ = ଯାହାଙ୍କର କୌଣସି ଦ୍ୱନ୍ଦ୍ୱ ଭାବ ନାହିଁ; ସର୍ବ ଭୂତ ହିତେରତାଃ = ସମସ୍ତ ଜୀବଙ୍କର ମଙ୍ଗଳ କର୍ମରେ ରତ; ଋଷୟଃ = ପରମାତ୍ମାଙ୍କ ସତ୍ୟ ସ୍ବରୂପ ଜାଣିଥିବା ପୁରୁଷ; ବ୍ରହ୍ମ ନିର୍ବାଣ = ଅବ୍ୟକ୍ତ ପରମ ଧାମକୁ; ଲଭନ୍ତେ = ଲାଭ କରନ୍ତି ।
ଭାବାର୍ଥ; ଯେଉଁମାନେ ସମସ୍ତ ପାପରୁ ବିମୁକ୍ତ, ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ ହେଲା ପରେ ଯେଉଁମାନଙ୍କର ସମସ୍ତ ସଂଶୟ ଦ୍ୱର ହୋଇଯାଇଛି ଏବଂ ସମସ୍ତ ଜୀବଙ୍କର ମଙ୍ଗଳ କର୍ମରେ ଯେଉଁମାନେ ସର୍ବଦା ବ୍ୟସ୍ତ, ଯେଉଁମାନେ ସର୍ବଦା ଆତ୍ମିକ ସ୍ଥିତିରେ ସ୍ଥିତ ରହନ୍ତି ଏପରି ପରମାତ୍ମାଙ୍କ ସତ୍ୟ ସ୍ବରୂପ ଜାଣିଥିବା ପୁରୁଷ ଅବ୍ୟକ୍ତ ପରମ ଧାମ ବା ନିର୍ବାଣ ଧାମକୁ ପ୍ରାପ୍ତ ହୁଅନ୍ତି ।
ଆବ୍ରହ୍ମ ଭୁବନାଲ୍ଲୋକାଃ ପୁନରାବର୍ତିନୋଽର୍ଜୁନ ।
                          ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ ।ା ଗୀ ୮/୧୬ ।ା
ଅନ୍ୱୟାର୍ଥ: ଅର୍ଜୁନ, ଆବ୍ରହ୍ମ ଭୁବନାତ୍ ଲୋକାଃ = ହେ ଅର୍ଜୁନ! ବ୍ରହ୍ମ ଭୂବନରୁ (ପରମଧାମ) ଆରମ୍ଭ କରି ସମସ୍ତ ଲୋକ ; ପୁନଃ ଆବର୍ତିନଃ = ପୁନରାବିର୍ ସ୍ବଭାବ ଯୁକ୍ତ ଅଟନ୍ତି ଅର୍ଥାତ ପୁନର୍ବାର ଆବର୍ନ କରନ୍ତି ; ତୁ = ପରନ୍ତୁ ; କୌନ୍ତେୟ = ହେ କୁନ୍ତୀ ପୁତ୍ର; ମାମ୍ ଉପେତ୍ୟ ,= ମୋତେ ପ୍ରାପ୍ତ ହୋଇ ; ପୁନର୍ଜନ୍ମ ନ ବିଦ୍ୟତେ = ପୁନର୍ଜନ୍ମ ଆଉ ହୁଏ ନାହିଁ ।
ଭାବାର୍ଥ : ହେ ଅର୍ଜୁନ! ବ୍ରହ୍ମଭୂବନରୁ ଆରମ୍ଭ କରି ସମସ୍ତ ଲୋକ ପୁନରାବର୍ତି ସ୍ବଭାବଯୁକ୍ତ ଅଟେ । କିନ୍ତୁ ହେ କୁନ୍ତୀ ପୁତ୍ର! ଯେଉଁମାନେ ମୋତେ ପ୍ରାପ୍ତ ହୁଅନ୍ତି ସେମାନେ ଆଉ ଏ ମରଧାମରେ ପୁନର୍ଜନ୍ମ ନିଅନ୍ତି ନାହିଁ ।
ଅବ୍ୟକ୍ତୋଽକ୍ଷର ଇତୁ୍ୟକ୍ତ ସ୍ତମାହୁଃ ପରମାଂ ଗତିମ୍ ।
                 ଯଂ ପ୍ରାପ୍ୟ ନ ନିବର୍ତନ୍ତେ ତଦ୍ଧାମ ପରମଂ ମମ ।ା ଗୀ ୮/୨୧ ।ା
ଅନ୍ୱୟାର୍ଥ : ଅବ୍ୟକ୍ତଃ ଅକ୍ଷରଃ ଇତି ଉକ୍ତଃ = ଅବ୍ୟକ୍ତ ଅବିନାଶୀ ଏହି ପ୍ରକାରେ କୁହାଯାଇଛି; ତମ୍ ପରମାମ୍ ଗତିମ୍ ଆହୁଃ = ତାହା ପରମ  ଲକ୍ଷ୍ୟ ସ୍ଥଳ ବୋଲି ପରିଚିତ ; ଯତ୍ ପ୍ରାପ୍ୟ ନ ନିବର୍ତନ୍ତେ = ଯାହା ପ୍ରାପ୍ତ ହେଲେ ଫେରନ୍ତି ନାହିଁ; ତତ୍ ମମ ପରମମ୍ ଧାମ = ତାହା ମୋର ପରମଧାମ ଅଟେ ।
ଭାବାର୍ଥ: ସେହି ପରମ ଧାମକୁ ଅବ୍ୟକ୍ତ ଏବଂ ଅବିନାଶୀ ବୋଲି କୁହାଯାଏ ଏବଂ ତାହା ପରମ ଲକ୍ଷ୍ୟସ୍ଥଳ ବୋଲି ପରିଚିତ । ଯେତେବେଳେ ଜୀବାତ୍ମା ସେହି ଅନ୍ତିମ ଗତି ପ୍ରାପ୍ତ ହୁଏ, ସେ ଆଉ ମୃତୁ୍ୟଲୋକକୁ ଫେରେ ନାହିଁ । ତାହାହିଁ ମୋର ପରମଧାମ ଅଟେ ।
ସର୍ବଯୋନିଷୁ କୌନ୍ତେୟ ମୁର୍ତୟଃ ସଂଭବନ୍ତି ଯାଃ ।
                       ତାସାଂ ବ୍ରହ୍ମ ମହଦ୍ ଯୋନି ରହଂବୀଜ ପ୍ରଦଃ ପିତା ।ା ଗୀ ୧୪/୪ ।ା
ଅନ୍ୱୟାର୍ଥ : କୌନ୍ତେୟ ସର୍ବଯୋନିଷୁ ଯାଃ ମୂର୍ତୟଃ ସମ୍ଭବନ୍ତି = ସମସ୍ତ ଯୋନିରେ ଯାହା ସବୁ ଶରୀର ଜାତ ହୁଅନ୍ତି; ତାସାଂ ମହତ୍ ବ୍ରହ୍ମ ଯୋନିଃ = ସେ ସମସ୍ତଙ୍କର ବ୍ରହ୍ମ ହେଉଛି ଜନ୍ମସ୍ଥଳ; ଅହଂ ବୀଜ ପ୍ରଦଃ ପିତା = ମୁଁ ବୀଜ ପ୍ରଦାନକାରୀ ପିତା ଅଟେ ।
ଭାବାର୍ଥ : ହେ କୁନ୍ତି ପୁତ୍ର, ସମସ୍ତ ପ୍ରକାର ଜୀବ ଯୋନିରେ ଯେତେ ସବୁ ଜୀବାତ୍ମା ଜାତ ହୁଅନ୍ତି ସେ ସମସ୍ତଙ୍କର ଜନ୍ମସ୍ଥଳ ବା ମୂଳ ବାସ ସ୍ଥାନ ହେଉଛି ବ୍ରହ୍ମଲୋକ ବା ପରମଧାମ । ସେହି ବୀଜ ରୂପୀ ଆତ୍ମାର ପିତା ହେଉଛନ୍ତି ପରମାତ୍ମା । ସମସ୍ତ ଆତ୍ମାର ମୂଳବାସ ସ୍ଥାନ ପରମଧାମ ହୋଇଥିବାରୁ ତାକୁ ବ୍ରହ୍ମଯୋନି ବୋଲି କୁହାଯାଏ । ସମସ୍ତ ଆତ୍ମା ସେଠାରୁ ହିଁ ଏ ଭୂପୃଷ୍ଠରେ ଅବତରଣ କରି ସମୟାନୁସାରେ ନିଜ ନିଜ ପ୍ରାରବ୍ଧ କର୍ମ ଫଳ ଭୋଗ କରିବାକୁ ଶରୀର ଧାରଣ କରନ୍ତି । ପରମାତ୍ମା ଅଯୋନିଜ, ଅକର୍ା, ଅଭୋକ୍ତା ହୋଇଥିବାରୁ ଏବଂ ଜୀବାତ୍ମାମାନଙ୍କୁ ସତ୍ ଜ୍ଞାନ, ସତ୍ ଶିକ୍ଷା, ସତ୍ ଗତି, ମୁକ୍ତି, ଜୀବନ୍ମୁକ୍ତି, ଦିବ୍ୟ ଚକ୍ଷୁ ପ୍ରଦାନର ହେତୁ ହୋଇଥିବାରୁ ସେ ପରମପିତା ପଦବାଚ୍ୟ ।
ପରମଧାମକୁ ବ୍ରହ୍ମଭୂବନ ବା ବ୍ରହ୍ମଲୋକ ବୋଲି କୁହାଯାଏ । ପରମଧାମ ସବୁଠାରୁ ଉଚ୍ଚତମ ଲୋକ ଅଟେ । ଆମର ଏ ଭୂମଣ୍ଡଳ ସବୁଠାରୁ ନିମ୍ନତମ ଲୋକ ଅଟେ । ଏହାକୁ ମରଲୋକ ମଧ୍ୟ କୁହାଯାଏ । କାରଣ ଏଠାରେ ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ । ତେଣୁ ଏହା ମର୍୍ୟଲୋକ ନାମରେ ମଧ୍ୟ କଥିତ । ମୃତୁ୍ୟର ସମ୍ପର୍କ ଦେହ ସହିତ । ଦେହାଭିମାନୀ ଲୋକରହିଁ ମୃତୁ୍ୟ ହୁଏ । କଳ୍ପର ଦ୍ୱିତୀୟାର୍ଦ୍ଧ ଅର୍ଥାତ ଦ୍ୱାପର ଓ କଳିଯୁଗରେ ମଣିଷ ଆତ୍ମାଭିମାନୀ ଥାଏ । ଏଠାରେ ପ୍ରତ୍ୟେକ ଜୀବାତ୍ମା ନିଜ ଜୀବନକାଳ ପୁରିଗଲେ ସ୍ବଇଛାରେ ଶରୀର ତ୍ୟାଗ କରନ୍ତି । ଏଠାରେ ମୃତୁ୍ୟ ଦୁଃଖକାରକ ନୁହେଁ । ତେଣୁ ଏହି କାଳଖଣ୍ଡକୁ ଅମର ଲୋକ ବା ଦେବଲୋକ ବା ସ୍ବର୍ଗ କୁହାଯାଏ । କଳ୍ପର ଅନ୍ତିମ ସମୟରେ ପରମାତ୍ମା ପରମଧାମରୁ ଅବତରଣ କରି ମନୁଷ୍ୟାତ୍ମାମାନଙ୍କୁ ଜ୍ଞାନ ଓ ଯୋଗପ୍ରଦାନ କରନ୍ତି । ଏହି ସମୟରେ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ବ୍ୟକ୍ତିର ପୁନଶ୍ଚ ମର୍୍ୟଲୋକରେ ଜନ୍ମ ହୁଏ ନାହିଁ । କାରଣ ବିନାଶ ସମୟରେ ସେ ପରମାତ୍ମାଙ୍କ ସହ ଅବ୍ୟକ୍ତ ଭାବରେ ପରମଧାମ ପ୍ରୟାଣ କରେ ।
ଶରୀରରେ ଆତ୍ମାର ଅବସ୍ଥିତି
ଅବ୍ୟକ୍ତୋଽୟମ ଅବିକାର୍ଯେ୍ୟାଽୟମ ଉଚ୍ୟତେ ।
                     ତସ୍ମାତ୍ ଏବଂ ବିଦିତ୍ୱୈନଂ ନାନୁ ଶୋଚିତୁମ ଅର୍ହସି । (ାଗୀ ୨/୨୫ ।)
ଅର୍ଥାତ୍ କୁହାଯାଇଛି ଯେ ଆତ୍ମା ଅବ୍ୟକ୍ତ, ଅଚିନ୍ତ୍ୟ, ଅପରିବର୍ନୀୟ, ଏବଂ ଅଚଳ ବା ସ୍ଥିର ଅଟେ । ଏକଥା ଜାଣି ତୁମେ ଏଶରୀର ପାଇଁ ଦୁଃଖ କରିବା ଉଚିତ ନୁହେଁ ।
ଏଠାରେ ଅଚିନ୍ତ୍ୟର ଅର୍ଥ ସୂକ୍ଷ୍ମାତିସୂକ୍ଷ୍ମ ଅଥବା ମନ ଦ୍ୱାରା ଅଗ୍ରାହ୍ୟ (ଓଦ୍ଭମକ୍ଟଦ୍ଭମରସଙ୍ଖବଭକ୍ଷର) ତେଣୁ ଆତ୍ମାକୁ ବିନ୍ଦୁ ରୂପ ବୋଲି (ଚକ୍ଟସଦ୍ଭଗ୍ଧ) କୁହାଯାଏ । ବିନ୍ଦୁ ହିଁ ଅଚ୍ଛେଦ୍ୟ, ଅମର ଏବଂ  ଅନିବାଶୀ ଅଟେ । ଏହା ବିଭୁ ବା ସର୍ବବ୍ୟାପକ ନୁହେଁ । ଆତ୍ମାର ଉପସ୍ଥିତି ହେତୁ ସମଗ୍ର ଶରୀରରେ ଚୈତନ୍ୟତା ଥିଲେ ମଧ୍ୟ ଏହା ସମସ୍ତ ଶରୀରରେ ବ୍ୟାପକ ନୁହେଁ । ତେଣୁ ଭଗବାନ କହନ୍ତି,
ଯଥା ପ୍ରକାଶୟତ୍ୟେକଃ କୃସ୍ନôଂ ଲୋକମିମଂ ରବିଃ ।
                         କ୍ଷେତ୍ରଂ କ୍ଷେତ୍ରୀ ତଥା କୃସôଂ ପ୍ରକାଶୟତି ଭାରତ । (ା ଗୀ ୧୩/୩୩ ।)
ଅର୍ଥାତ୍, “ହେ ଅର୍ଜୁନ । ଯେପରି ସୂର୍ଯ୍ୟ ଏକାକୀ ସମଗ୍ର ବ୍ରାହ୍ମଣ୍ଡକୁ ଆଲୋକିତ କରେ, ସେହିପରି ଜୀବାତ୍ମା ମଧ୍ୟ ଏକାକୀ ସମଗ୍ର ଶରୀରକୁ ଚେତନା ଦ୍ୱାରା ଆଲୋକିତ କରେ” ।
ହଠଯୋଗୀମାନେ ଭୃକୁଟୀରେ “ଆଜ୍ଞାଚକ୍ର”ର ଅବସ୍ଥିତି ସ୍ବୀକାର କରନ୍ତି । ଏଠାରୁ ଆତ୍ମା ସମସ୍ତ କର୍ମେନ୍ଦ୍ରିୟମାନଙ୍କୁ  ଆଜ୍ଞା ବା ଆଦେଶ ପ୍ରେରଣ କରେ । ଶରୀର ବିଜ୍ଞାନୀମାନେ ଏଠାରେ ପୀୟୁଷ ଗ୍ରନ୍ଥୀ (ଚସଗ୍ଧଙ୍କସଗ୍ଧବକ୍ସଚ୍ଚ ଶକ୍ଷବଦ୍ଭୟ) ର ଅସ୍ତିତ୍ୱ ମାନନ୍ତି । ଏହା ସମସ୍ତ ଗ୍ରନ୍ଥୀକୁ ନିୟନ୍ତ୍ରଣ କରେ । ତେଣୁ ମହ୍ୱପୂର୍ଣ୍ଣ ଅଟେ । ଏଠାରେ ହିଁ ଆତ୍ମା ଲଘୁ ମସ୍ତିଷ୍କ ତଥା ବୃହଦ୍ ମସ୍ତିଷ୍କ (ଉରକ୍ସରଭରକ୍ଷକ୍ଷଙ୍କଜ୍ଞ ବଦ୍ଭୟ ଉରକ୍ସରଭକ୍ସଙ୍କଜ୍ଞ) ସହିତ ସମ୍ବନ୍ଧିତ ଅଟେ ଏବଂ ହାଇପୋଥାଲମସ୍ (ଐଚ୍ଚକ୍ଟ୍ରକ୍ଟଗ୍ଧଷବକ୍ଷବଜ୍ଞଙ୍କଗ୍ଦ) ଦ୍ୱାରା ସମସ୍ତ ସ୍ନାୟୁମଣ୍ଡଳ (ଗକ୍ଟଗ୍ଧକ୍ଟକ୍ସ ଘରକ୍ସଙ୍ଖରଗ୍ଦ ବଦ୍ଭୟ ଝରଦ୍ଭଗ୍ଦକ୍ଟକ୍ସଚ୍ଚ ଘରକ୍ସଙ୍ଖରକ୍ସଗ୍ଦ) ଦ୍ୱାରା କାର୍ଯ୍ୟ କରେ ଏବଂ ଅନୁଭବ କରେ । ତେଣୁ ଆତ୍ମା ହୃଦୟରେ ସ୍ଥିତ ବୋଲି ଯେଉଁମାନେ କହନ୍ତି ତାହା ଠିକ ନୁହେଁ । କାରଣ ହୃଦୟକୁ ଶଲ୍ୟ ଚିକିସôା ଦ୍ୱାରା ବାହାର କରି ତା’ ସ୍ଥାନରେ ଅନ୍ୟ ନୂଆ ହୃଦୟ ଆରୋପଣ କରାଯାଇ ପାରେ । ଆତ୍ମା ଭୃକୁଟିରେ ସ୍ଥିତ ହେବା ହେତୁ ହିଁ ଗୀତାରେ ଭଗବାନ କହିଛନ୍ତି ଯେ ଅନ୍ତ ସମୟରେ ଯେଗୀମାନଙ୍କ ଚେତନା ଭୃକୁଟୀରେ କେନ୍ଦି୍ରଭୂତ ହୁଏ-
ପ୍ରୟାଣକାଳେ ମନସାଽଚଳେନ 
ଭକ୍ତ୍ୟାଯୁକ୍ତୋ ଯୋଗ ବଳେନ ଚୈବ
ଭୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ 
                   ସତଂ ପରଂ ପୁରୁଷ ମୁପୈତି ଦିବ୍ୟମ୍ ।  ଗୀ ୮/୧୦ ।
ଅର୍ଥାତ୍, “ମୃତୁ୍ୟ ସମୟରେ ଯେଉଁ ବ୍ୟକ୍ତି ଦୁଇ ଭ୍ରୁଲତା ମଧ୍ୟରେ ସମଗ୍ର ଚେତନାକୁ ସ୍ଥିର କରି ଅବିଚଳିତ ମନ ସ୍ଥିତିରେ ପରମାତ୍ମାଙ୍କୁ ସ୍ମରଣ କରେ ସେ ନିଶ୍ଚୟ ତାଙ୍କୁ ପ୍ରାପ୍ତ ହେବ” ।
                                                  ସ୍ପର୍ଶାନ୍ କୃତ୍ୱା ବହିର୍ବାହ୍ୟାଂ ଶ୍ଚକ୍ଷୁ ଶ୍ଚୈବାନ୍ତରେ ଭ୍ରୁବୋଃ
        ପ୍ରାଣାପାନୌ ସମୌକୃତ୍ୱା ନାସାଭ୍ୟନ୍ତର·ରିଣୌ । ଗୀ ୫/୨୭ ।
ଯତେନ୍ଦି୍ରୟ ମନୋବୁଦ୍ଧିର୍ମୁନି ନିର୍ମୋକ୍ଷ ପରାୟଣଃ ।
          ବିଗତେଚ୍ଛା ଭୟ କ୍ରୋଧୋ ଯଃ ସଦା ଯୁକ୍ତ ଏବସଃ ।   ଗୀ ୫/୨୮ ।
ଅର୍ଥାତ୍, ସମସ୍ତ ବାହ୍ୟ ଇନ୍ଦ୍ରିୟ ଭୋଗ୍ୟ ବିଷୟ ବସ୍ତୁକୁ ତ୍ୟାଗକରି ଦୃଷ୍ଟିକୁ ଭୃକୁଟୀ ମଧ୍ୟରେ ସ୍ଥିର କରି ନାସା ମଧ୍ୟରେ ପ୍ରାଣ ଓ ଅପାନ ବାୟୁକୁ ରୁଦ୍ଧ କରି ଇନ୍ଦି୍ରୟଗୁଡିକ ସହିତ ମନ ଓ ବୁଦ୍ଧିକୁ ସଂଯମ ରଖିଥିବା ଯେଉଁ ମୋକ୍ଷ ପରାୟଣ ଯୋଗୀ ଇଛା, ଭୟ ଏବଂ କ୍ରୋଧ ରହିତ ଅଟେ ସେହିଁ ସର୍ବଦା ମୁକ୍ତ ଅଟନ୍ତି ।

ଆତ୍ମା, ଏକ ନା ଅନେକ?

କେତେକ ଲୋକ ବିଶ୍ୱାସ କରନ୍ତି ଯେ ସମଗ୍ର ବିଶ୍ୱରେ ଏକ ମାତ୍ର ଆତ୍ମା ଅଛି । ଏହା ଠିକ କଥା ନୁହେଁ । ପ୍ରତ୍ୟେକ ଶରୀରରେ ଭିନ୍ନ ଭିନ୍ନ ଆତ୍ମା ଥାଏ । ନିଜ କର୍ମଫଳ ଅନୁସାରେ ଆତ୍ମା ସ୍ତ୍ରୀ ବା ପୁରୁଷ, ଧନୀ ବା ଦରିଦ୍ର ହୋଇ ଶରୀର ଧାରଣ କରେ । ଆତ୍ମାର ନିଜ ଅସ୍ତିତ୍ୱ ଅନାଦି, ନିତ୍ୟ ଏବଂ ଅବିନାଶୀ ଅଟେ । ଶରୀର ହିଁ କେବଳ ବିନାଶ ହୁଏ । ଏହି ପରିପ୍ରେକ୍ଷୀରେ ଭଗବାନଙ୍କ ଦ୍ୱାରା କଥିତ ଗୀତାର ନିମ୍ନ ଶ୍ଳୋକ ପ୍ରଣିଧାନ ଯୋଗ୍ୟ ।
ଅନ୍ତ ବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।
                 ଅନାଶିନୋଃଽପ୍ରମେୟସ୍ୟ ତସ୍ମାଦ୍ ଯୁଧ୍ୟସ୍ବ ଭାରତ ।   ଗୀ ୨/୧୮ ।
ଅର୍ଥାତ୍, ଅବିନାଶୀ, ଅକଳନୀୟ, ନିତ୍ୟ ସ୍ବରୂପ ଜୀବାତ୍ମାର , ଭୌତିକ ଶରୀର ବିନାଶଶୀଳ ଅଟେ; ତେଣୁ ହେ ଭତରବଂଶୀ ଅର୍ଜୁନ ଯୁଦ୍ଧ କର ।
କେହି କେହି କହନ୍ତି ସମୁଦ୍ରର ପାଣି ଫୋଟକା ଯେଭଳି ଉପôନ୍ନ ହୋଇ ପୁଣି ସେଥିରେ ଲୀନ ହୋଇଯାଏ, ସେପରି ଆତ୍ମା ପରମାତ୍ମାଙ୍କଠାରୁ ଉଦ୍ଗମ ହୋଇ ପୁଣି ନିଜର ଅସ୍ତିତ୍ୱକୁ ତାଙ୍କଠାରେ ଲୀନ କରି ଦିଏ । କିନ୍ତୁ ଗୀତା କହେ ଆତ୍ମା ଅଜନ୍ମା, ଅମର, ଅନାଦି ଏବଂ ଅବିନାଶୀ । ଅବିନାଶୀ ତାକୁ  କୁହାଯିବ ଯା’ର କାହାଠାରୁ ଉଦ୍ଗମ, ନିର୍ଗମ ବା ନିଷ୍କାସନ ହୋଇ ନାହିଁ ଏବଂ ସେ କାହାଠାରେ ପ୍ରବିଷ୍ଟ ଅଥବା ଲୀନ ହୋଇ ନିଜର ଅସ୍ତିତ୍ୱ ହରାଇ ବସେ ନାହିଁ । ଗୀତାରେ ଯେଉଁଠାରେ ମଧ୍ୟ ‘ଲୀନ’ ଶବ୍ଦର ପ୍ରୟୋଗ କରାଯାଇଛି ତାହା ଆତ୍ମାର ଅବ୍ୟକ୍ତ ଅବସ୍ଥାରେ ସ୍ଥିତ ରହିବା ଭାବକୁ ବୁଝାଏ । ନିମ୍ନ ଶ୍ଳୋକର ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହେବ ।
ଅବ୍ୟକ୍ତାଦ୍ ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ ।
                   ରାତ୍ର୍ୟାଗମେ ପ୍ରଲୀୟନ୍ତେ ତତୈ୍ରବା ବ୍ୟକ୍ତ ସଜ୍ଞକେ ।    ଗୀ ୮/୧୮ ।
ଅର୍ଥାତ୍, ସମସ୍ତ ଜୀବଗଣ ଦିବସ ଆରମ୍ଭରେ ଅପ୍ରକଟରୁ ଜାତ ହୁଅନ୍ତି ଏବଂ ରାତ୍ରି ଆରମ୍ଭରେ ସେଠାରେ ଅବ୍ୟକ୍ତ ସ୍ଥିତିରେ ଲୀନ ହୁଅନ୍ତି । ଯେପରି ଆମେ ରାତି ଓ ଦିନ ମିଶାଇ ଅହୋରାତ୍ର ଗଣନା କରୁଁ ସେପରି ବ୍ରହ୍ମାଙ୍କର ଦିନ ଓ ବ୍ରହ୍ମାଙ୍କର ରାତି ମିଶାଇ ଗୋଟିଏ କଳ୍ପର ଗଣନା କରାଯାଇଛି । ଗୋଟିଏ ଅହୋରାତ୍ରରେ ଯେପରି ଦିନ ଓ ରାତ୍ରିର ସମୟକୁ ସମାନ ନିର୍ଦ୍ଧାରଣ କରାଯାଇଛି, ସେପରି ଗୋଟିଏ କଳ୍ପର ପ୍ରଥମାର୍ଦ୍ଧକୁ ବ୍ରହ୍ମାଙ୍କ ଦିବସ ଓ ଦ୍ୱିତୀୟାର୍ଦ୍ଧକୁ ବ୍ରହ୍ମାଙ୍କର ରାତ୍ରି ବୋଲି କଳ୍ପନା କରାଯାଏ । ଗୋଟିଏ କଳ୍ପକୁ ·ରିଟି ଯୁଗରେ ବିଭକ୍ତ କରାଯାଏ । ତେଣୁ ପ୍ରଥମାର୍ଦ୍ଧର ଦୁଇଟି ଯୁଗ (ସତ୍ୟ ଓ ଦ୍ରେତା) ବ୍ରହ୍ମାଙ୍କ ଦିବସ ଓ ଦ୍ୱିତୀୟାର୍ଦ୍ଧର ଦୁଇଟି ଯୁଗ (ଦ୍ୱାପର ଓ କଳି) ବ୍ରହ୍ମାଙ୍କ ରାତ୍ରି ବୋଲି ବୁଝିବାକୁ ହେବ । ବ୍ରହ୍ମାଙ୍କ ଦିବସ ଆରମ୍ଭରେ ଅର୍ଥାତ୍ ପ୍ରାକ୍କାଳୀନ ସତ୍ୟଯୁଗରେ ଅବ୍ୟକ୍ତ ଅବସ୍ଥାରୁ ଜୀବାତ୍ମା ସୃଷ୍ଟି ରୂପୀ ରଙ୍ଗମରେ ଶରୀର ରୂପୀ ବସ୍ତ୍ର ଧାରଣ କରି ପ୍ରକଟ ହୁଏ । ତା’ପରେ ସେହି ଜୀବାତ୍ମାଗଣ ନିଜ ନିଜ ପ୍ରାରବ୍ଧକର୍ମ ଅନୁସାରେ କର୍ମ କରି ·ଲନ୍ତି । କଳ୍ପର ପ୍ରଥମାର୍ଦ୍ଧକୁ ବ୍ରହ୍ମାଙ୍କ ଦିନ ଏଥିପାଇଁ କୁହାଯାଏ, କାରଣ ଏହି ସମୟରେ ଜୀବତ୍ମା ଶରୀର ଧାରଣ କରିଥିଲେ ମଧ୍ୟ ଜୀବନ୍ମୁକ୍ତ ଅବସ୍ଥାରେ ଥାଏ । ତା’ର ଦେହ ଅଭିମାନ ନ ଥାଏ । ତେଣୁ ସେ ନିର୍ବିକାରୀ ସ୍ବରୂପରେ ରହୁଥିବାରୁ ସଦା ସୁଖୀ ରହେ । ଏହି ପ୍ରଥମାର୍ଦ୍ଧରେ ଯେତିକି ଆତ୍ମା ସୃଷ୍ଟିକୁ ଅବତରଣ କରନ୍ତି ସେମାନେ ଦେବ ପଦ ବାଚ୍ୟ ହୁଅନ୍ତି । ଆମେ ଯେଉଁ ତ୍ରେତି୍ରଶ କୋଟି ଦେବୀ ଦେବତାଙ୍କ କଥା ଉଲ୍ଲେଖ କରୁଁ ସେହିମାନେ ହିଁ କଳ୍ପର ପ୍ରଥମାର୍ଦ୍ଧରେ ଅବ୍ୟକ୍ତ ପରମଧାମରୁ ଏ ସୃଷ୍ଟିକୁ ଆସି ଶରୀର ଧାରଣ ପୂର୍ବକ ବ୍ୟକ୍ତ ବା ପ୍ରକଟ ହୁଅନ୍ତି । ଏହାହିଁ ବ୍ରହ୍ମାଙ୍କ ଦିବସ ବା ଆମର ପୁରାଣ ବର୍ଣ୍ଣିତ ସ୍ବର୍ଗଲୋକ ।
ବ୍ରହ୍ମାଙ୍କର ରାତ୍ରୀ ଆରମ୍ଭରେ ଏହି ଜୀବାତ୍ମାଗଣ ଜୀବନ୍ମୁକ୍ତ ଅବସ୍ଥାରୁ ଜୀବନବଦ୍ଧ ଅବସ୍ଥାକୁ ·ଲି ଆସନ୍ତି । ବାରମ୍ବାର ଆବାଗମନ ଚକ୍ରରେ ଆସି ସେମାନେ ନିଜର ଆତ୍ମିକ ସ୍ବରୂପକୁ ବିସ୍ମୃତ ହୋଇ ଯାଆନ୍ତି । ପରିଣାମରେ ସେମାନେ ଦେହ ଅଭିମାନର ବଶବର୍ୀ ହୋଇ କାମ କ୍ରୋଧାଦି ବିକାରଗ୍ରସ୍ତ ହୋଇ ପଡନ୍ତି । ଜୀବାତ୍ମାମାନଙ୍କର ଏହି ଆତ୍ମ ବିସ୍ମୃତି ଅବସ୍ଥାର ସମୟ ହିଁ ବ୍ରହ୍ମାଙ୍କର ରାତ୍ରି । ରାତ୍ରି ସମୟରେ ସମସ୍ତ ପ୍ରକାର ପାପ ବା ଅସତ୍କର୍ମ ହୁଏ । ବ୍ରହ୍ମାଙ୍କର ଏହି ରାତି୍ର ସମୟ ସୃଷ୍ଟିର ଅନ୍ଧକାର ଯୁଗ । ରାତ୍ରିର ଅନ୍ତିମ ପ୍ରହରର ଅନ୍ତିମ ଭାଗକୁ ବ୍ରହ୍ମ ମୁହୂର୍ କୁହାଯାଏ । ଏହି ସମୟରେ ପରମାତ୍ମା ଧରାପୃଷ୍ଠରେ ଅବତରଣ କରି ବ୍ରହ୍ମାଙ୍କୁ ସୁପ୍ତ ଅବସ୍ଥାରୁ ଜାଗ୍ରତ କରାନ୍ତି । ଏହି ଐତିହାସିକ ଘଟଣାର  ସ୍ମୃତି ସ୍ବରୂପ ଆଜି ପର୍ଯ୍ୟନ୍ତ ମନୁଷ୍ୟ ଧର୍ମ କାର୍ଯ୍ୟ, ପୁଣ୍ୟକାର୍ଯ୍ୟ ବା ପୂଜାପାଠ ପାଇଁ ବ୍ରହ୍ମ ମୁହୂର୍ର୍କୁ ଶ୍ରେଷ୍ଠ ସମୟ ମାନେ । ବ୍ରହ୍ମାଙ୍କ ଜାଗୃତି ପରେ ନିଜ ନିଜ ପ୍ରାରବ୍ଧ ଅନୁସାରେ ଜୀବତ୍ମାଗଣ ମଧ୍ୟ ସୁସୁପ୍ତି ଅବସ୍ଥାକୁ ତ୍ୟାଗ କରନ୍ତି । ପରିଣାମ ସ୍ବରୂପ ସେମାନଙ୍କ ପୂର୍ବ ସ୍ମୃତି ଫେରି ଆସେ ଓ ସେମାନେ ପରବର୍ୀ ଯୁଗ (ସତ୍ୟଯୁଗ ବା ସ୍ବର୍ଗ) ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । ପରମଧାମରୁ ଯେତେବେଳେ ସମସ୍ତ ଆତ୍ମା ସୃଷ୍ଟିରେ ଅବତରଣ କରନ୍ତି ଓ ପରମାତ୍ମା କୁର୍କ ସ୍ଥାପନା କାର୍ଯ୍ୟ ସମାପ୍ତ ହୋଇଯାଏ ସେତେବେଳେ ମହାବିନାଶ ସଂଘଟିତ ହୁଏ । ଏହା ଆତ୍ମାମାନଙ୍କର ପରମଧାମକୁ ପ୍ରତ୍ୟାବର୍ନର ସମୟ । ସମସ୍ତ ଆତ୍ମା ଅବ୍ୟକ୍ତ ଭାବରେ ପରମାତ୍ମାଙ୍କ ସହିତ ସ୍ବଧାମ ବା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି ଓ ନିଜ ନିଜ ପ୍ରାରବ୍ଧ କର୍ମ ଅନୁସାରେ ନିର୍ଦ୍ଧାରିତ ସମୟରେ ଏ ସୃଷ୍ଟିରେ ପୁନଃ ଜନ୍ମ ନିଅନ୍ତି ।
ଉପର୍ଯୁ୍ୟକ୍ତ ଶ୍ଳୋକରେ ‘ପ୍ରଲୀୟନ୍ତେ’ ଶବ୍ଦକୁ ଅବ୍ୟକ୍ତ ଅବସ୍ଥାରେ ସ୍ଥିତ ହେବା ଅର୍ଥରେ ପ୍ରୟୋଗ କରାଯାଇଛି । ଅନ୍ୟଥା ଆତ୍ମାଗଣଙ୍କୁ ପୁନଶ୍ଚ ବ୍ୟକ୍ତ ହେବା ବା ଜନ୍ମ ନେବା କଥା କୁହାଯାଇ ନ ଥାନ୍ତା । ଆତ୍ମା ମୂଳ ସ୍ବରୂପରେ ପରମଧାମରେ ଅବ୍ୟକ୍ତ ଅବସ୍ଥାରେ ଥାଏ ଏବଂ ତା’ପାଇଁ ନିର୍ଦ୍ଧାରିତ ସମୟରେ ସୃଷ୍ଟିରେ ଶରୀର ଧାରଣ କରି ବ୍ୟକ୍ତ ହୁଏ । ଏହା ଏକ ଚିରନ୍ତନ ପ୍ରକ୍ରିୟା । ତେଣୁ ଭଗବାନ କହନ୍ତି,
ନ ତ୍ୱେବାହଂ ଜାତୁନାସଂ ନ ତ୍ୱଂ ନେମେ ଜନାଧିପାଃ ।
                    ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମ୍ ଅତଃ ପରମ ।   ଗୀ ୨/୧୨ ।
ଅର୍ଥାତ୍ ଏପରି ସମୟ କେବେ ନ ଥିଲା, ଯେତେବେଳେ ମୁଁ ନ ଥିଲି କିମ୍ବା ତୁମେ ନ ଥିଲ କିମ୍ବା ଏ ରାଜାମାନେ ନ ଥିଲେ । ପୁନଶ୍ଚ ଭବିଷ୍ୟତରେ ଏପରି କେବେ ହେବ ନାହିଁ ଯେତେବେଳେ ଆମ୍ଭେମାନେ କେହି ନ ଥିବା ।
ମାୟାବାଦୀମାନେ କହନ୍ତି ଯେ ଆତ୍ମା ମାୟା ଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଛି, ତାହା ମୁକ୍ତି ପରେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇଯିବ ଏବଂ ଏହାର ସ୍ବତନ୍ତ୍ର ଅସ୍ତିତ୍ୱ ହରାଇବ । ଭଗବାନଙ୍କ ଉପର୍ଯୁ୍ୟକ୍ତ କଥନ ଏ ମତବାଦକୁ ଖଣ୍ଡନ କରୁଛି । ତାଙ୍କ କଥନରୁ ସ୍ପଷ୍ଟ ଜଣା ପଡୁଛି ଯେ ପ୍ରତ୍ୟେକ ଜୀବାତ୍ମା ଓ ପରମାତ୍ମାଙ୍କ ବ୍ୟକ୍ତିଗତ ସ୍ଥିତି ଶାଶ୍ୱତ  ଭାବରେ ରହିଥିବ ।
ଆତ୍ମାର ସ୍ବଧର୍ମ ଓ ସ୍ବରୂପ
ଆତ୍ମାର ସ୍ବଧର୍ମ
ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍ 
             ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ ।ା ଗୀ ୩/୩୫ ।ା
(ଅନ୍ୟର ଧର୍ମ ଯେତେ ଭଲ ଭାବରେ ଆଚରିତ ହେଉ ପଛକେ ତା’ଠାରୁ ନିଜ ଧର୍ମ ଗୁଣ ରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ । ସ୍ବଧର୍ମରେ ସ୍ଥିତ ହୋଇ ମରିଯିବା ବରଂ ଭଲ, କାରଣ ଅନ୍ୟ ଧର୍ମ ଭୟ ପ୍ରଦାନକାରୀ ଅଟେ ।)
ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍ ।
                     ସ୍ବଭାବ ନିୟତଂ କର୍ମ କୁର୍ବାନ୍ନା ପ୍ନୋତି କିଲ୍ୱିଷମ୍ ।ା ଗୀ ୧୮/୪୭ ।ା
(ଅନ୍ୟର ଉମ ଭାବରେ ଅନୁଷ୍ଠିତ ହୋଇଥିବା ଧର୍ମଠାରୁ ନିଜର ଗୁଣ ରହିତ ଧର୍ମ ମଧ୍ୟ ଶ୍ରେଷ୍ଠ ଅଟେ । କାହିଁକି ନା ସ୍ବଭାବ ଦ୍ୱାରା ନିୟତ ସ୍ବକର୍ମ କରିବା ହେତୁ ମନୁଷ୍ୟ ପାପକୁ ପ୍ରାପ୍ତ ହୁଏ ନାହିଁ ।)
ଗୀତାରେ ଆତ୍ମା ଓ ଦେହର ପୃଥକତ୍ୱ ନିରୂପଣ କରାଯାଇଛି । ଏଠାରେ ସ୍ବଧର୍ମ ଅର୍ଥାତ ଆତ୍ମାର ଧର୍ମ ଏବଂ ପରଧର୍ମ ଅର୍ଥାତ ଦୈହିକ ଧର୍ମ ବୋଲି ଗ୍ରହଣ କରିବାକୁ ହେବ । ଅନ୍ୟଥା ଗୀତାର ପୂର୍ବାପର ଶ୍ଲୋକ ମଧ୍ୟରେ ସଙ୍ଗତି ରକ୍ଷା ହେବ ନାହିଁ । ଆମେ ଯେତେବେଳେ ନିଜକୁ ଶରୀର ବୋଲି ମନେ କରୁଁ ସେତେବେଳେ ଆମ ଭିତରେ ସ୍ତ୍ରୀ-ପୁରୁଷ, ଶତ୍ରୁ-ମିତ୍ର ଆଦି ଭେଦ ଉପôନ୍ନ ହୁଏ । ଦୈହିକ ସ୍ମୃତି ମନୁଷ୍ୟକୁ ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ସଂପ୍ରଦାୟ, ବୟସ ଓ ରାଷ୍ଟ୍ରୀୟତା ମଧ୍ୟରେ ସୀମିତ କରିଦିଏ । ଏହି ଭେଦ ଭାବରୁ କାମକ୍ରୋଧାଦି ମନୋବିକାର ସମୂହର ସୃଷ୍ଟି ହୁଏ । ଏଗୁଡିକ ସକଳ ଦୁଃଖ ଓ ଅଶାନ୍ତିର ମୂଳ କାରଣ । ତେଣୁ ଗୀତା ମନୁଷ୍ୟକୁ ସ୍ବଧର୍ମ ବା ଆତ୍ମିକ ସ୍ଥିତିରେ ସ୍ଥିତ ହେବାକୁ ନିର୍ଦ୍ଧେଶ ଦିଏ । ଆମେ ଯେତେବେଳେ ନିଜକୁ ଦେହଠାରୁ ପୃଥିକ ଏକ ଚୈତନ୍ୟ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମା ବୋଲି ନିଶ୍ଚୟ କରିବା ସେତେବେଳେ ହିଁ ପ୍ରକୃତ ସୁଖ ଓ ଶାନ୍ତି ପ୍ରାପ୍ତ କରି ପାରିବା । କାରଣ ଆତ୍ମାର ମୌଳିକ ଧର୍ମ ବା ଗୁଣ ହେଲା ପବିତ୍ରତା । ପବିତ୍ରତାକୁ ସୁଖ ଓ ଶାନ୍ତିର ଜନନୀ କୁହାଯାଏ । ତେଣୁ ଆତ୍ମନିଷ୍ଠ ହେବା ଅର୍ଥ ସ୍ବଧର୍ମରେ ସ୍ଥିତ ହେବା । ଅନ୍ୟ ପକ୍ଷରେ ନିଜକୁ ଦେହ ମାନିବା ବା ଦେହଅଭିମାନରେ ଆସିବା ହେଉଛି ‘ପରଧର୍ମ’ ଗ୍ରହଣ କରିବା । ଏହି ‘ପରଧର୍ମ’ ବା ପ୍ରକୃତି ଜନ୍ୟ ଶାରୀରିକ ଧର୍ମ ହେତୁ ମନୁଷ୍ୟ ଭୟଗ୍ରସ୍ତ ହୁଏ । ଆତ୍ମାର ସ୍ବଭାବ ଜନ୍ୟ ଧର୍ମ ହେଲା, ପବିତ୍ରତା, ଶାନ୍ତି, ଆନନ୍ଦ, ସୁଖ, ଶାନ୍ତି, ପ୍ରେମ ଇତ୍ୟାଦି । କାରଣ ପ୍ରତ୍ୟେକ ମାନବଙ୍କୁ ଏଗୁଡିକ ଭଲ ଲାଗେ । ଅନ୍ୟମାନଙ୍କୁ ଆତ୍ମାର ଏହି ମୌଳିକ ଗୁଣଗୁଡିକୁ ଦାନ କରିବା ହେଉଛି ସ୍ବକର୍ମ । ସ୍ବଧର୍ମରେ ସ୍ଥିତ ନ ହେବା ପର୍ଯ୍ୟନ୍ତ ସ୍ବକର୍ମ କରିବା ସମ୍ଭବ ନୁହେଁ । ଦେହ ଅଭିମାନ ବଶତଃ ଯାହା ବି ଧର୍ମ କର୍ମ କରାଯାଏ ସ୍ଥୂଳତଃ ତାହା ଉମ ବୋଲି ପ୍ରତୀୟମାନ ହେଉଥିଲେ ମଧ୍ୟ ସ୍ବଭାବ ଦ୍ୱାରା ନିୟତ ହୋଇ ନ ଥିବାରୁ ପରିଣାମରେ ଦୁଃଖଦାୟୀ ହୁଏ । କାରଣ ଏହାଦ୍ୱାରା ପାପକର୍ମ ହେବାର ସମ୍ଭାବନା ଖୁବ୍ ବେଶୀ ଥାଏ । କିନ୍ତୁ ଯଦି ବ୍ୟକ୍ତି ଆତ୍ମାର ସ୍ବଭାବ ସୁଲଭ ସ୍ବଧର୍ମରେ ସ୍ଥିତ ହୋଇ ସ୍ବକର୍ମରେ ଲିପ୍ତ ରହିବ ତେବେ ପାପ ହୁଏ ନାହିଁ । ଏହି କଥା ଭଗବାନଙ୍କ ଦ୍ୱାରା କଥିତ ଗୀତାର ନିମ୍ନ ଶ୍ଳୋକରୁ ସ୍ବଷ୍ଟ ଜଣା ପଡେ ।
ଯଦା ବିନିୟତଂ ଚିମାତ୍ମନ୍ୟେ ବାବାତିଷ୍ଠତେ ।
                               ନିଃସ୍ପୃହଃ ସର୍ବ କାମେଭ୍ୟୋଯୁକ୍ତ ଇତ୍ୟୁଚ୍ୟତେ ତଦା ।ା ଗୀ- ୬/୧୮ ।ା
“ଯେତେବେଳେ ଦେହ ଅଭିମାନରୁ ମୁକ୍ତ ଚି ବା ବୁଦ୍ଧି ଆତ୍ମିକ ସ୍ଥିତିରେ ସ୍ଥିତ ହୋଇଯାଏ ଓ ସମସ୍ତ କାମନା ସମୂହରୁ ଇଛା ରହିତ ହୁଏ ସେତେବେଳେ ଯୋଗଯୁକ୍ତ ବୋଲି କୁହାଯାଏ ।” ଦେହ ଅଭିମାନ ବଶତଃ ବୁଦ୍ଧି ପୂର୍ବାଗ୍ରହ ଦ୍ୱାରା ଗ୍ରସିତ ହୋଇଯାଏ । ଦେହ ଓ ଆତ୍ମା ମଧ୍ୟରେ ସେ ପାର୍ଥ୍ୟକ୍ୟ ଅନୁଭବ କରି ପାରେ ନାହିଁ । ଫଳରେ ପରମାତ୍ମାଙ୍କ ସହିତ ତା’ର ଯୋଗ ସ୍ଥିର ରହେ ନାହିଁ । କାରଣ ଦୈହିକ ଧର୍ମ (ପରଧର୍ମ) ଆଚରଣ କରୁଥିବା ହେତୁ ସମସ୍ତ ପ୍ରକାର କାମନା ବାସନାର ଜାଲରେ ମଣିଷର ଚି ଛନ୍ଦି ହୋଇଥାଏ । ଏଠାରେ ଭଗବାନଙ୍କ କହିବାର ତାପôର୍ଯ୍ୟ ହେଲା, - “ଦେହ ଅଭିମାନ ତ୍ୟାଗ କର । ଆତ୍ମିକ ସ୍ଥିତିରେ ରହ ସମସ୍ତ କାମନା ପ୍ରତି ନିସ୍ପୃହ ହୁଅ । ତେବେ ତୁମର ବୁଦ୍ଧି ମୋ ସହିତ ଯୋଗଯୁକ୍ତ ହେଲା ବୋଲି କୁହାଯିବ ।”

ଆତ୍ମାର ସ୍ବରୂପ

ପ୍ରକୃତିଂ ପୁରୁଷଂ ଚୈବ ବିଦ୍ଧ୍ୟନାଦି ଉଭାବପି ।
                             ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତି ସମ୍ଭବାତ୍ ।ା ଗୀ ୧୩/୧୯ ।ା
“ପ୍ରକୃତି ଏବଂ ଆତ୍ମା ଉଭୟକୁ ହିଁ ଅନାଦି ବୋଲି ଜାଣ ଏବଂ କାମ କ୍ରୋଧାଦି ବିକାର ସମୁହକୁ ତଥା ଗୁଣଗୁଡିକୁ ମଧ୍ୟ ପ୍ରକୃତିରୁ ଉପôନ୍ନ ବୋଲି ଜାଣ ।ା ଏଠାରେ ଆତ୍ମାର ସ୍ବରୂପକୁ ଅନାଦି ବୋଲି କୁହାଯାଇଛି । ସାଂଖ୍ୟ ଯୋଗରେ ଆତ୍ମାର ସ୍ବରୂପକୁ ଅବିନାଶୀ ବୋଲି ଭଗବାନ କହିଛନ୍ତି । ତାହା ହେଲା,
ଦେହୀ ନିତ୍ୟମ ବଧ୍ୟାଽୟଂ ଦେହେ ସର୍ବସ୍ୟ ଭାରତ ।
             ତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂଶୋଚିତୁମର୍ହସି ।ା ଗୀ ୨/୩୦ ।ା
“ହେ ଅର୍ଜୁନ! ସମସ୍ତ ପ୍ରାଣୀମାନଙ୍କ ଦେହରେ ଏହି ଜୀବାତ୍ମା ଅବିନାଶୀ ଅଟେ । ଆତ୍ମାର ମୃତୁ୍ୟ ନାହିଁ । ଏଣୁ ତୁ ସମସ୍ତଙ୍କ ପାଇଁ ଶୋକ ସନ୍ତପ୍ତ ହେବା ଅନୁଚିତ ।” ଏଠାରେ ଆତ୍ମାର ଅମରତ୍ୱକୁ ସ୍ବୀକାର କରାଯାଇଛି । ଶରୀର ପ୍ରକୃତିରୁ ଉପôନ୍ନ ହୋଇଥିବା ହେତୁ ବିନାଶୀ ବା କ୍ଷଣସ୍ଥାୟୀ ଅଟେ ।
ସର୍ବକର୍ମାଣି ମନସା ସନ୍ୟସ୍ୟାସ୍ତେ ସୁଖଂ ବଶୀ
                       ନବ ଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ ।ା ଗୀ - ୫/୧୩”
(ଯେତେବେଳେ ଦେହୀ ତା’ର ପ୍ରକୃତିକୁ ସଂଯତ କରେ ଏବଂ ମାନସିକ ସ୍ତରରେ ସମସ୍ତ କର୍ମ ତ୍ୟାଗ କରେ ସେତେବେଳେ ସେ ନ’ଟି ଦ୍ୱାର ଥିବା ଏ ପୁରରେ (ଶରୀରରେ) କିଛି ନ କରି କିମ୍ବା କରିବାର କାରଣ ନ ହୋଇ ଆନନ୍ଦରେ ବାସ କରେ ।”
ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ ।
           ବିମୁଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ ।ା ଗୀ ୧୫/୧୦ାା
ଅର୍ଥାତ୍, କିପରି ଆତ୍ମା ତା’ର ଶରୀର ତ୍ୟାଗ କରିପାରେ ଏକଥା ମୁର୍ଖମାନେ ବୁଝି ପାରନ୍ତି ନାହିଁ କିମ୍ବା ଭୁତ ପ୍ରକୃତିର ତ୍ରିଗୁଣାଧୀନ ହୋଇ ଆତ୍ମା କି ପ୍ରକାର ଶରୀରରେ ରହି (ଜୀବନ) ଉପଭୋଗ କରୁଛି ଏ କଥା ମଧ୍ୟ ସେମାନେ ବୁଝି ପାରନ୍ତି ନାହିଁ । କେବଳ ଚକ୍ଷୁ ଦ୍ୱାରାହିଁ ଆତ୍ମାକୁ ଦେଖାଯାଇ ପାରେ ।
ନ ଜାୟତେ ମ୍ରିୟତେ ବା କଦାଚିନ୍
ନାୟଂ ଭୁତ୍ୱା ଭବିତା ବା ନ ଭୁୟଃ,
   ଅଜୋ ନିତ୍ୟଃ ଶାଶ୍ୱତୋ ଽୟଂ ପୁରାଣୋ,
                   ନ ହନ୍ୟତେ ହନ୍ୟମାନେ ଶରୀରେ ।ା ଗୀ ୨/୨୦ ।ା
ଅର୍ଥାତ, ଆତ୍ମାର ଜନ୍ମ ନାହିଁ ବା ମୃତୁ୍ୟ ନାହିଁ । ଏପରି ସମୟ ନ ଥିଲା ଯେତେବେଳେ ତାହା ନ ଥିଲା, ପୁଣି ଏପରି ସମୟ ହେବ ନାହିଁ ଯେତେବେଳେ ତାହା ନ ଥିବ । ତାହା ଅଜ, ଶାଶ୍ୱତ, ସର୍ବଦା ବିଦ୍ୟମାନ, ଅମର ଏବଂ ପୁରାତନ ଅଟେ । ଶରୀରର ମୃତୁ୍ୟରେ ତାହାର ମୃତୁ୍ୟ ହୁଏ ନାହିଁ ।
      ଅେଚ୍ଛଦ୍ୟୋଽୟମ୍ ଅଦାହ୍ୟୋଽୟମ୍
    ଅକ୍ଳେଦ୍ୟୋଽଶୋଷ୍ୟ ଏବ ଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁର୍
                             ଅଚଳୋଽୟଂ ସନାତନଃ ।ା ଗୀ ୨/୨୪ ।ା
ଅର୍ଥାତ୍, ଏହି ଆତ୍ମା ଅଚ୍ଛେଦ୍ୟ ଏବଂ ଅକ୍ଳେଦ୍ୟ ଅଟେ ଏବଂ ଏହାକୁ ପୋଡି ଦିଆଯାଇପାରିବ ନାହିଁ କିମ୍ବା ଶୁଷ୍କ କରି ଦିଆଯାଇପାରିବ ନାହିଁ, ଏହା ଚିରନ୍ତନ, ସମସ୍ତ ଜୀବରେ ବ୍ୟାପକ, ଅପରିବର୍ନୀୟ, ସ୍ଥାଣୁ ଏବଂ ସନାତନ ଅଟେ ।
ଉପର୍ଯୁ୍ୟକ୍ତ ଶ୍ଳୋକଗୁଡିକୁ ସୂକ୍ଷ୍ମ ଭାବରେ ତର୍ଜମା କଲେ ସାରାଂଶ ସ୍ବରୂପ ନିମ୍ନଲିଖିତ ତଥ୍ୟଗୁଡ଼ିକ ପ୍ରାପ୍ତ ହୁଏ ।
୧) ଆତ୍ମା ଓ ପ୍ରକୃତି ଏ ଦୁହେଁ ଅନାଦି ପୃଥକ ସା ଅଟନ୍ତି ।
୨) ଶରୀର ପ୍ରକୃତିରୁ ସୃଷ୍ଟି (ଜାତ) ହୋଇଛି । ଏହାକୁ କ୍ଷେତ୍ର କୁହାଯାଏ । ଆତ୍ମା କ୍ଷେତ୍ରଜ୍ଞ ଅଟେ ।
୩) ଦେହ ରୂପକ ପୁରୀରେ ରହୁଥିବା ଆତ୍ମା ହେଉଛି ପୁରୁଷ, ଏହି ପୁରୀର ନବ ଦ୍ୱାର ଅଛି ।
୪) ଆତ୍ମାକୁ କେବଳ ଜ୍ଞାନ ଚକ୍ଷୁ ଦ୍ୱାରା ଦେଖାଯାଇପାରେ । ଚର୍ମ ଚକ୍ଷୁ ଦ୍ୱାରା ଆତ୍ମାକୁ ଏଥିପାଇଁ ଦେଖାଯାଇପାରେ ନାହିଁ ଯେ ଏହା ପ୍ରକୃତିରୁ ଭିନ୍ନ, ଦିବ୍ୟ, ଅବ୍ୟକ୍ତ, ଚୈତନ୍ୟ, ସୂକ୍ଷ୍ମାତି ସୂକ୍ଷ୍ମ ଦ୍ରଷ୍ଟା ଅଟେ ।
୫) ଏହି ଆତ୍ମାର କେବେ ଜନ୍ମ ହୁଏ ନାହିଁ, କେବେ ମୃତୁ୍ୟ ହୁଏ ନାହିଁ । ଯେଉଁ ଶରୀରରେ ଏହା ନିବାସ କରେ ତାହା ନାଶବାନ ଅଟେ ପରନ୍ତୁ ଆତ୍ମା ଅନାଦି ଓ ଅବିନାଶୀ ଅଟେ ।
୬) ଏହାକୁ ଶସ୍ତ୍ର କାଟିପାରେ ନାହିଁ, ଜଳ ଭିଜାଇ ପାରେ ନାହିଁ ଓ ପବନ ଶୁଖାଇ ପାରେନାହିଁ ।
୭) ଏହି ଆତ୍ମା ମୂଳତଃ ପବିତ୍ର ସ୍ବରୂପ । କିନ୍ତୁ ଆବାଗମନ ଚକ୍ରରେ ବାରମ୍ବାର ଆସିବା ହେତୁ ଦେହାଭିମାନୀ ହୋଇଯାଏ । ଦେହ ଅଭିମାନରୁ ବିକାରଗୁଡ଼ିକ ଜନ୍ମ ନିଅନ୍ତି ।
ମନ, ବୁଦ୍ଧି ଏବଂ ଆତ୍ମା
ଗୀତାରେ ଅନେକ ଶ୍ଳୋକରେ ଏକଥା ସ୍ପଷ୍ଟଭାବରେ କୁହାଯାଇଛି ଯେ ମନ ଓ ବୁଦ୍ଧି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ ଅଟେ । ଆତ୍ମାର ସଂକଳ୍ପ ଶକ୍ତିର ନାମ ହେଉଛି ମନ ଓ ନିର୍ଣ୍ଣୟ ଶକ୍ତିର ନାମ ହେଉଛି ବୁଦ୍ଧି । କେତେକ ଟୀକାକାର ମନ, ବୁଦ୍ଧି ଏବଂ ଆତ୍ମାକୁ ଭିନ୍ନ ଭିନ୍ନ ସା ବୋଲି ବିଶ୍ୱାସ କହନ୍ତି । କିନ୍ତୁ ଗୀତାର ନିମ୍ନୋକ୍ତ ଶ୍ଳୋକ ସମୂହର ସୂକ୍ଷ୍ମ ବିଶ୍ଳେଷଣ କଲେ ପ୍ରକୃତ ତଥ୍ୟ ଜଣାପଡେ ।
ବନ୍ଧୁରାତ୍ମା ତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।
ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତେତାତ୍ମୈବ ଶତ୍ରୁ ବତ୍ ।ା ଗୀ ୬/୬ ।ା
ଭାବାର୍ଥ, ଯିଏ ବୁଦ୍ଧି ଦ୍ୱାରା ମନକୁ ଜୟ କରିଛି ତାହାର ମନ ହେଉଛି ଉମ ବନ୍ଧୁ । ଯିଏ ମନକୁ ଜୟ କରି ପାରି ନାହିଁ ତାପକ୍ଷରେ ସେହି ମନହିଁ ଏକ ସାଘାଂତିକ ଶତ୍ରୁ ପରି ଆଚରଣ କରେ । ଏଠାରେ ଯେଉଁ ଆତ୍ମାକୁ ଆତ୍ମା ଦ୍ୱାରା ଜିତିବା କଥା କୁହାଯାଇଛି,ଏହାର ସ୍ପଷ୍ଟ ଅଭିପ୍ରାୟ  ମନକୁ ବୁଦ୍ଧି ଦ୍ୱାରା ଜିତିବା । ପ୍ରଥମ ଥର ଆତ୍ମା ଶବ୍ଦ ‘ମନ’ ପାଇଁ ଓ ଦ୍ୱିତୀୟ ଥର ‘ବୁଦ୍ଧି’ ପାଇଁ ପ୍ରଯୁକ୍ତ ହୋଇଛି । ଏହିପରି ଅନ୍ୟ ଏକ ସ୍ଥାନରେ କୁହାଯାଇଛି ଯେ ଆତ୍ମାକୁ ଆତ୍ମା ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ । ଅର୍ଥାତ ମନକୁ ବୁଦ୍ଧି ବା ବିବେକ ଦ୍ୱାରା ନିୟନ୍ତ୍ରଣ କରିବା ଉଚିତ ।
ଇନ୍ଦି୍ରୟାଣି ପରାଣ୍ୟା ହୁରିନ୍ଦି୍ରୟେଭ୍ୟଃ ପରଂ ମନଃ ।
        ମନସସ୍ତୁ ପରା ବୁଦ୍ଧିର୍ଯୋବୁଦ୍ଧେଃ ପରତସ୍ତୁ ସଃ । ଗୀ ୩/୪୨ ।ା
ଭାବାର୍ଥ, କର୍ମେନ୍ଦି୍ରୟ ସମୂହକୁ ଶ୍ରେଷ୍ଠ, ବଳବାନ ଏବଂ ସୂକ୍ଷ୍ମ ବୋଲି କୁହାଯାଇଛି । କିନ୍ତୁ ସେହି ଇନ୍ଦି୍ରୟମାନଙ୍କଠାରୁ ମନ ଅଧିକ ଉନ୍ନତ ଅଟେ  । ବୁଦ୍ଧି, ମନ ଅପେକ୍ଷା ଅଧିକ ଉନ୍ନତ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଅଧିକ ଉନ୍ନତ ଅଟେ ।
ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନ ମାତ୍ମନା ।
               ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ । ଗୀ ୩/୪୩ ।ା
ଭାବାର୍ଥ, ଏହିପରି ନିଜ ଆତ୍ମାକୁ ବୁଦ୍ଧିଠାରୁ ଶ୍ରେଷ୍ଠ ବୋଲି ଜାଣି ବୁଦ୍ଧି ଦ୍ୱାରା ମନକୁ ବଶୀଭୂତ କରି, ହେ ମହାବାହୁ ଦୁର୍ଜୟ କାମ ରୂପୀ ଶତ୍ରୁକୁ ଜୟ କର ।
ସଂକଳ୍ପକୁ ଅନୁଭବ କରିବା ବା ଇଛା କରିବାର ନାମ ମନ ଅଟେ । ଜାଣିବା, ମାନିବା, ଚିହ୍ନିବା, ସ୍ମରଣ ରଖିବା, ନିର୍ଣ୍ଣୟ କରିବା ଆଦି ବୁଦ୍ଧିର କାମ । ଗୀତାରେ ମନ ଓ ବୁଦ୍ଧିକୁ ଏହି ଅର୍ଥରେ ପ୍ରୟୋଗ କରାଯାଇଛି । ଆତ୍ମାହିଁ ସୁଖ ଓ  ଶାନ୍ତି ପାଇଁ ଇଛାକରେ ଏବଂ ଅନୁଭବ ମଧ୍ୟ କରେ । ଆତ୍ମା ଯେଉଁ ଜ୍ଞାନ ଆହରଣ  କରେ ସେହି ଜ୍ଞାନ, ବୁଝିବା ଶକ୍ତି ଏବଂ ବି·ର ଶକ୍ତି ହିଁ ବୁଦ୍ଧି ଅଟେ । ଗୀତାରେ ଭଗବାନ କହିଛନ୍ତି, “ମୋଠାରେ ମନ ଲଗାଅ, ବୁଦ୍ଧିକୁ ମୋଠାରେ ଯୁକ୍ତକର, ବୁଦ୍ଧିକୁ ମୋତେ ଅର୍ପଣ କର ।” ମୟେବ ମନ ଆଧସ୍ତ୍ୱ ମୟି ବୁଦ୍ଧିଂ ନିବେଶ୍ୟ ।ା ଗୀ ୧୨/୮ ।ା ମୟାବେଶ୍ୟ ମନୋ..ାା ଗୀ ୧୨/୨ ।ା ମନ୍ମନା ଭବ ମଦ୍ ଭକ୍ତୋ ... ଗୀ ୯/୩୪ ।ା ଇତ୍ୟାଦି ଶ୍ଳୋକଗୁଡିକରେ ଭଗବାନ ଉପର୍ଯୁ୍ୟକ୍ତ ନିର୍ଦ୍ଧେଶ ଦେଇଛନ୍ତି ।
ପୂର୍ବୋକ୍ତ ୩/୪୨ ଶ୍ଳୋକରେ କୁହାଯାଇଛି ଯେ ଇନ୍ଦି୍ରୟ ସମୂହଠାରୁ ମନ ଉନ୍ନତ ଅଟେ, ମନଠାରୁ ବୁଦ୍ଧି ଉନ୍ନତ ଅଟେ ଏବଂ ବୁଦ୍ଧି ଅପେକ୍ଷା ଆତ୍ମା ଶ୍ରେଷ୍ଠ ଅଟେ । କେତେକ ଟୀକାକାର ଏହି ଶ୍ଳୋକକୁ ଏପରି ଅର୍ଥ କରନ୍ତି ଯେ ମନ, ବୁଦ୍ଧି ଏବଂ ଆତ୍ମା ଭିନ୍ନ ଭିନ୍ନ ଅଟନ୍ତି ଏବଂ ଏକ ଆରେକଠାରୁ ଉନ୍ନତ ଅଟନ୍ତି । ଏହାକୁ ଏପରି ବୁଝିବା ବା ଅର୍ଥ କରିବା ଭ୍ରମାତ୍ମକ ମନେ ହୁଏ । କାରଣ ଇନ୍ଦି୍ରୟ ସମୂହ ଆମ ସଂକଳ୍ପର ଅଧିନ ଅଟନ୍ତି ଏବଂ ଏହି ସଂକଳ୍ପଗୁଡିକୁ ନିୟନ୍ତ୍ରଣ କରିବା ବା ଭଲ ମନ୍ଦର ନିର୍ଣ୍ଣୟ କରିବା କାମ ହେଲା ବୁଦ୍ଧିର । ଯେତେବେଳେ ଆମେ ଜ୍ଞାନ ଦ୍ୱାରା ମନକୁ ପରମାତ୍ମାଙ୍କ ସହିତ ଯୁକ୍ତ କରୁ ସେତେବେଳେ ଆମକୁ ଆତ୍ମାର ମଧ୍ୟ ଅନୁଭବ ହୁଏ । ଆତ୍ମାନୁଭୁତି ପାଇଁ ପ୍ରଥମେ ମନରେ ଜ୍ଞାନ ଯୁକ୍ତ ସଂକଳ୍ପ ସୃଷ୍ଟି କରିବାକୁ ହୁଏ । ଏହାକୁ ମନନ (ଗରୟସଗ୍ଧବଗ୍ଧସକ୍ଟଦ୍ଭ) କୁହାଯାଏ । ଏହା ଦ୍ୱାରା କ୍ରମଶଃ ମନରେ ସଂକଳ୍ପ ସମୂହର ଗତି ହ୍ରାସ ପାଏ ଓ ବୁଦ୍ଧି ଆତ୍ମା ନିଶ୍ଚୟ ସ୍ମୃତିରେ ସ୍ଥିତ ହୋଇଯାଏ । ଏଥିପାଇଁ କୁହାଯାଇଛି ମନଠାରୁ ଉନ୍ନତ ବା ସୂକ୍ଷ୍ମ ବୁଦ୍ଧି ଅଟେ । ଅନ୍ୟ ଅର୍ଥରେ ଅନୁଭୂତି ପାଇଁ କେବଳ ସଂକଳ୍ପ ସ୍ତରରେ ସ୍ଥିର ନ ରହି ସୂକ୍ଷ୍ମ ରୂପରେ ସେହି ସ୍ମୃତିରେ ସ୍ଥିତ ରହିବାକୁ ହୁଏ । ଏପରି ହେଲେ ଯାଇ ଆମେ ଆତ୍ମାନୁଭୂତି କରି ପାରିବା ।
ମନ ଓ ବୁଦ୍ଧି ସମ୍ବନ୍ଧିତ କେତେକ ଶ୍ଳୋକ ଗୀତାରେ ଦେଖାଯାଏ ଯାହାକି ଉପରେ ଉଦ୍ଧୃତ କରାଯାଇଥିବା ଶ୍ଳୋକର ଭାବ ବିପରୀତ ଅର୍ଥକୁ ବୁଝାଏ । ସେଥିରେ କୁହାଯାଇଛି ମନ ପ୍ରକୃତି କୃତ, ମନ ଓ ବୁଦ୍ଧି ମଧ୍ୟ କ୍ଷେତ୍ର ଅଟେ ଏବଂ ଏହା ମଧ୍ୟ ଏକ ଇନ୍ଦି୍ରୟ ଅଟେ । ଏହି ଶ୍ଳୋକଗୁଡିକ ପ୍ରକ୍ଷିପ୍ତ ହୋଇ ପାରେ ନତୁବା ଏହାକୁ ଭିନ୍ନ ଅର୍ଥରେ ବୁଝିବା ଦରକାର । ଏହି ପ୍ରସଙ୍ଗରେ ନିମ୍ନରେ କେତୋଟି ଶ୍ଳୋକର ଅବତାରଣା କରାଗଲା ।
ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବଚ
            ଅହଂକାର ଇତୀୟମେ ଭିନ୍ନା ପ୍ରକୃତିର ଷ୍ଟଧା ।ା ଗୀ ୭/୪ ।ା
(ଅର୍ଥ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର ଏହିପରି ଆଠ ପ୍ରକାରରେ ମୋ ପ୍ରକୃତିକୁ ବିଭକ୍ତ କରାଯାଇଛି ।)
ମହା ଭୂତାନ୍ୟହଂକାରୋ ବୁଦ୍ଧିରବ୍ୟକ୍ତ ମେବ ଚ,
                      ଇନ୍ଦି୍ରୟାଣି ବଶୈକଂ ଚ ପ ଚେନ୍ଦି୍ରୟ ଗୋଚରାଃ ।ା ଗୀ ୧୩/୫ ।ା
ଇଛା ଦ୍ୱେଷଃ ସୁଖଂ ଦୁଃଖଂ ସଂଘାତ ଶ୍ଚେତନା ଧୃତିଃ ।
              ଏତତ୍ କ୍ଷେତ୍ରଂ ସମାସେନ ସବିକାର ମୁଦାହୃତମ୍ ।ା ଗୀ ୧୩/୬ ।ା
(ଅର୍ଥ: ପ ମହାଭୂତ, ଅହଂକାର, ବୁଦ୍ଧି, ମୂଳ ପ୍ରକୃତି ଅର୍ଥାତ ତ୍ରିଗୁଣମୟୀ ମାୟା, ଦଶ ଇନ୍ଦି୍ରୟ, ମନ, ପ ଇନ୍ଦି୍ରୟ, ଭୋଗ୍ୟ ବିଷୟ ବସ୍ତୁ, ଇଛା, ଦ୍ୱେଷ, ସୁଖ, ଦୁଃଖ, ସ୍ଥୂଳ ଦେହର ପିଣ୍ଡ, ଚେତନା ଏବଂ ଧୈର୍ଯ୍ୟ ସଂକ୍ଷେପରେ ଏ ସବୁକୁ କ୍ଷେତ୍ର ଓ ତା’ର ବିକାର ବୋଲି ବିବେଚନା କରାଯାଏ (ାା ଗୀ ୧୩/୫-୬ ।ା)
ବେଦାନାମ୍ ସାମବେଦୋଽସ୍ମି ଦେବାନାମସ୍ମି ବାସବଃ ।
            ଇନ୍ଦି୍ରୟାଣାଂ ମନଶ୍ଚାସ୍ମି ଭୂତାନାମ ସ୍ମିଚେତନା ।ା ଗୀ ୧୦/୨୨ ।ା
(ଅର୍ଥ: ବେଦମାନଙ୍କ ମଧ୍ୟରେ ସାମବେଦ ଅଟେ; ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର ଅଟେ; ଇନ୍ଦି୍ରୟମାନଙ୍କ ମଧ୍ୟରେ ମନ ଅଟେ ଏବଂ ଜୀବମାନଙ୍କ ମଧ୍ୟରେ ଚେତନା ଅର୍ଥାତ ଜ୍ଞାନଶକ୍ତି ଅଟେ ।)
ଉପର୍ଯୁ୍ୟକ୍ତ ଶ୍ଳୋକଗୁଡିକରେ ଯାହା କୁହାଯାଇଛି ଯେ ମନ ପ୍ରକୃତିକୃତ  ଅଟେ ଅଥବା ମନ ଏବଂ ବୁଦ୍ଧି ମଧ୍ୟ କ୍ଷେତ୍ର ଅଟେ ଅଥବା ଏହା ମଧ୍ୟ ପେନ୍ଦି୍ରୟ ପରି ଏକ ଇନ୍ଦି୍ରୟ ଅଟେ; ଏହା ପୂର୍ବରୁ ଆଲୋଚିତ ଶ୍ଳୋକ ସମୂହର ବିପରୀତ ଭାବ ପ୍ରକାଶ କରୁଛି । ଏଣୁ ଏଗୁଡିକୁ ପ୍ରକ୍ଷିପ୍ତ ବୋଲି ମନେ କରାଯାଇପାରେ । ଅଥବା ଏଗୁଡିକର ଆକ୍ଷରିକ ଅର୍ଥ ନ କରି ନିମ୍ନ ପ୍ରକାରେ ଆଖ୍ୟା କରାଯାଇ ପାରେ । ଆତ୍ମା ଯେତେବେଳେ ଅବ୍ୟକ୍ତ (ବ୍ରହ୍ମଲୋକ) ରୁ ଶରୀର ରୂପକ କ୍ଷେତ୍ରରେ ପ୍ରକଟ ହୁଏ, ସେତେବେଳେ ତା’ର ସଂକଳ୍ପ ଉପôନ୍ନ ହୁଏ ଏବଂ ସେହି ସମୟରେ ସେ ନିର୍ଣ୍ଣୟ କରେ ବା ସ୍ମୃତିଯୁକ୍ତ ହୁଏ । ଏଣୁ ଆତ୍ମାର ଅଭିବ୍ୟକ୍ତିର ସାଧନ ହୋଇଥିବା ହେତୁ ଏହାକୁ କ୍ଷେତ୍ର ବା ଆତ୍ମାର ଇନ୍ଦି୍ରୟ ମଧ୍ୟ କୁହାଯାଇଥିବ । ନଚେତ୍ ଶରୀରର ଇନ୍ଦ୍ରିୟ ଯେପରି କାନ, ନାକ ଆଦି ସେହିପରି ଅର୍ଥରେ ଏହାକୁ ଇନ୍ଦି୍ରୟ କୁହାଯାଇ ପାରିବ ନାହିଁ । ମନ ଓ ବୁଦ୍ଧି ଆତ୍ମାଠାରୁ ଅଭିନ୍ନ ହୋଇଥିବା ହେତୁ ଏବଂ ଏହା ସ୍ବୟଂ ଆତ୍ମାର ଯୋଗ୍ୟତା ହୋଇଥିବା ହେତୁ ଏ ଉଭୟଙ୍କ ପାଇଁ ଆତ୍ମା ଶବ୍ଦର ପ୍ରୟୋଗ ହୋଇଛି ।
ଜ୍ଞାନକୁ ଆତ୍ମାର ତୃତୀୟ ନେତ୍ର ବା ଦିବ୍ୟ ଚକ୍ଷୁ ବୋଲି କୁହାଯାଏ । ବାସ୍ତବରେ ଜ୍ଞାନ ଆଖି ଭଳି କୌଣସି ଇନ୍ଦି୍ରୟ ନୁହେଁ ତଥାପି ମଧ୍ୟ ଏହାକୁ ଚକ୍ଷୁର ଉପମା ଦିଆଯାଇଛି । କାରଣ ଜ୍ଞାନ ଦ୍ୱାରା ଆତ୍ମା ସତ୍ୟତାର ପ୍ରତ୍ୟକ୍ଷ ଦର୍ଶନ କରିପାରେ । ଏଣୁ ମନକୁ ଉପମା ହିସାବରେ ସୂକ୍ଷ୍ମ ଇନ୍ଦି୍ରୟ ବୋଲି କୁହାଯାଇପାରେ । କାରଣ ଇନ୍ଦି୍ରୟ ସମୂହ ଯେପରି ଅଭିବ୍ୟକ୍ତି ବା ଜ୍ଞାନର ସାଧନ ଅଟନ୍ତି, ସେହିପରି  ମନ ମଧ୍ୟ ଆତ୍ମାର ଅଭିବ୍ୟକ୍ତିର ସାଧନ ଅଟେ । ଏହା ମଧ୍ୟ ଅଧ୍ୟୟନ ପାଇଁ ଏକ ଦ୍ୱାର ଅଟେ । ଏହାର ଅର୍ଥ ନୁହେଁ ଯେ ମନ ଓ ବୁଦ୍ଧିକୁ ଆତ୍ମôାଠାରୁ ଭିନ୍ନ ବୋଲି ମାନିବା । ଯେତେବେଳେ ଆତ୍ମା ପରମଧାମରୁ ଏହି ଭୂପୃଷ୍ଠକୁ ଆସେ ସେତେବେଳେ ପ୍ରକୃତି ସମ୍ପର୍କରେ ଆସିଲା ପରେ ହିଁ ପ୍ରଥମେ ତାକୁ ନିଜ ଅସ୍ତିତ୍ୱର ଅନୁଭବ ହୁଏ । ଏହି କଥାକୁ ହିଁ କୁହାଗଲା ଯେ ପ୍ରକୃତିରୁ ପ୍ରଥମେ ଅହଂକାର (ଅହଂ ଭାବ)ର ଉପôି ହେଲା । ଯେତେବେଳେ ମନୁଷ୍ୟକୁ ନିଜ ଅସ୍ତିତ୍ୱର ଅନୁଭବ ହୁଏ ସେତେବେଳେ ହିଁ ସେ ତା’ର ପାରିପାଶ୍ୱିର୍କ ବାତାବରଣ ବିଷୟରେ ଜାଣିବାକୁ ଏବଂ ବୁଝିବାକୁ ଚେଷ୍ଟା କରେ । ଏହି ବିଷୟରେ କୁହାଗଲା ଯେ ଅହଂକାରରୁ ବୁଦ୍ଧିର ଉପôନ୍ନ ହେଲା । ଯେହେତୁ ଏହି ଅବସ୍ଥା ହେଲେ ଯାଇ ମନୁଷ୍ୟ ଚେଷ୍ଟା, ଅଭିଳାଷ ତଥା ପ୍ରଯନô ଆଦି କରେ । ତେଣୁ କୁହାଗଲା ବୁଦ୍ଧି ପରେ ମନର ଉପôନ୍ନ ହେଲା । ଏହା ଉପସ୍ଥାପନାର ଏକ ଭିନ୍ନ ପ୍ରକି୍ରୟା ଅଟେ । କିନ୍ତୁ ବାସ୍ତବରେ ମନ, ବୁଦ୍ଧି ଏବଂ ଅହଂଭାବ କ୍ରମଶଃ ଆତ୍ମାର ହିଁ ଇଛା, ବି·ରଶୀଳତା ତଥା ସ୍ବ ଅନୁଭବର ନାମ ଅଟେ ।
ଏହି ଜ୍ଞାନ ହୃଦୟଙ୍ଗମ ହେଲେ ଆମେ ନିଜକୁ ଶରୀରଠାରୁ ଭିନ୍ନ ଏକ ଅନାଦି ଓ ଅବିନାଶୀ ଚୈତନ୍ୟ ସା ଆତ୍ମା ବୋଲି ଅନୁଭବ କରିବା । ଏହା ଦ୍ୱାରା ନିଜ ନିଜ ବ୍ୟବହାରିକ ଜୀବନରେ ଆମେ ସ୍ବ ସ୍ବ କର୍ମରେ ପ୍ରବୃ ରହି ମଧ୍ୟ ଆତ୍ମିକ ସ୍ମତୃିରେ ସ୍ଥିତ ରହିବାର ଅଭ୍ୟାସ କରି ପାରିବା । ମନ ଓ ବୁଦ୍ଧି ପ୍ରକୃତିର କାର୍ଯ୍ୟ ନୁହେଁ । ଏହି ଦୃଷ୍ଟିରୁ ଏହାକୁ ଆତ୍ମାଠାରୁ ଭିନ୍ନ ବି·ର କରି ନିଜ ସଂକଳ୍ପକୁ ଶୁଦ୍ଧ ତଥା ବିବେକକୁ ଦିବ୍ୟ କରି ଗଢ଼ି ତୋଳିବା ଆବଶ୍ୟକ । କାହିଁକିନା ମନ ଓ ବୁଦ୍ଧିର ଶୁଦ୍ଧି ହିଁ ଆତ୍ମ ଶୁଦ୍ଧି ଅଟେ । ଏହିପରି ଆତ୍ମ ଶୁଦ୍ଧ ବ୍ୟକ୍ତିଙ୍କୁ ମହାତ୍ମା ଓ ଯାହାର ମନ ଓ ବୁଦ୍ଧି ଦୋଷଯୁକ୍ତ ତାକୁ ପାପାତ୍ମା କୁହାଯାଏ । କାରଣ ପାପ ଓ ପୁଣ୍ୟ, ଇଛା ଓ ପ୍ରଯନ୍ତ୍ର ତଥା ସଦ୍ ବିବେକ ଓ ଭ୍ରଷ୍ଟ ବିବେକର ସମ୍ବନ୍ଧ ଆତ୍ମା ସହିତ ସଂପର୍କିତ ।
ଆତ୍ମା ଏକ ଚୈତନ୍ୟ ସା ଅଟେ । ବିଜୁଳିକୁ ଯେପରି ଆମେ ଆଲୁଅ ହିସାବରେ, କଳକାରଖାନାର ସାଳନ  ପାଇଁ ଶକ୍ତି ହିସାବରେ ଏବଂ  ବିଭିନ୍ନ ବସ୍ତୁକୁ ଗରମ କରିବା ପାଇଁ ତାପ ଶକ୍ତି ହିସାବରେ ବ୍ୟବହାର କରୁ, ସେପରି ଭିନ୍ନ ଭିନ୍ନ ଅଭିବ୍ୟକ୍ତି କାରଣରୁ ଆତ୍ମା ବା ଚୈତନ୍ୟ ଶକ୍ତିର ଭିନ୍ନ ଭିନ୍ନ ନାମ-ମନ, ବୁଦ୍ଧି, ଚି ଏବଂ ଅହଂକାର ଅଟେ । ଯେତେବେଳେ ଏହା ସଂକଳ୍ପ ରୂପରେ ପ୍ରକଟିତ ହୁଏ ତାକୁ ମନ; ବିବେକ ବା ନିର୍ଣ୍ଣୟ ଶକ୍ତି ରୂପରେ ପ୍ରକଟିତ ହେଲେ ବୁଦ୍ଧି ଏବଂ ଅହଂତ୍ୱ ପରିପ୍ରକାଶ କରେ ସେତେବେଳୋ ଅହଂକାର ବୋଲି କୁହାଯାଏ ।

ଆତ୍ମା: ଏକ ତା୍ୱିକ ଅଧ୍ୟୟନ

ଗୀତାରେ ଆତ୍ମାକୁ ଅବିନାଶୀ, ଅପ୍ରମେୟ  ଓ ନିତ୍ୟ ଏବଂ ଶରୀରକୁ ନଶ୍ୱର କୁହାଯାଇଛି । (ଗୀ-୨/୧୮) । ଉପନିଷଦ ଆଧାରରେ ଆତ୍ମା କୌଣସି କ୍ରିୟାର କର୍ା ନୁହେଁ ବୋଲି ସାଧାରଣତଃ ଯୁକ୍ତି କରାଯାଏ ।  ଗୀତାରେ ମଧ୍ୟ ସ୍ଥାନେ ସ୍ଥାନେ ଉପନିଷଦୀୟ ଦର୍ଶନର ପ୍ରତିଫଳନ ଦେଖିବାକୁ ମିଳେ । ଏହି ପରିପ୍ରେକ୍ଷୀରେ ତ୍ରୟୋଦଶ ଅଧ୍ୟାୟର ୨୯ଶ ଓ ୩୧ଶ ଶ୍ଲୋକ ଦ୍ୱୟ ପ୍ରଣିଧାନ ଯୋଗ୍ୟ । ସେଠାରେ କୁହାଯାଇଛି ସମସ୍ତ କ୍ରିୟା ପ୍ରକୃତି ଦ୍ୱାରା ହେଉଥିବାରୁ ଆତ୍ମା ସେସବୁର କର୍ା ନୁହେଁ (ଗୀ-୧୩/୨୯) । କୌଣସି କର୍ମ କରୁ ନ ଥିବାରୁ ଆତ୍ମା ସେଥିରେ ଲିପ୍ତ ହୁଏ ନାହିଁ (ଗୀ-୧୩/୩୧) । ଏହାର ଆକ୍ଷରିକ ଅର୍ଥ କଲେ ଏହା ହେବ ଯେ ବ୍ୟକ୍ତି ଯାହାବି ପାପ ବା ପଣୁ୍ୟକର୍ମ କରେ ତା’ ଦ୍ୱାରା ଆତ୍ମା ପ୍ରଭାବିତ ହୁଏ ନାହିଁ । ଏହା ବିବେକ ସମ୍ମତ ମନେ ହୁଏ ନାହିଁ । କର୍ମ ଆଧାରରେହିଁ ବ୍ୟକ୍ତିକୁ ପାପାତ୍ମା ବା ପୁଣ୍ୟତ୍ମା କୁହାଯାଏ । କର୍ମ କରିବାକୁହିଁ ଆତ୍ମା ଶରୀର ଧାରଣ କରେ । ତେଣୁ ତାକୁ ଅକର୍ା କିପରି କୁହାଯିବ? ଗୀତା କୃର୍ତ୍ୱାଭିମାନ ତ୍ୟାଗ କରିବାକୁ ଉପଦେଶ ଦିଏ । ଏହାର ଅର୍ଥ ଅକର୍ାପଣ ନୁହେଁ । ଶରୀରସ୍ଥ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆତ୍ମା କର୍ମ କରେ । ତେଣୁ ସେମାନଙ୍କୁ କର୍ା କୁହାଯାଇ ନ ପାରେ । ଆତ୍ମା କୃର୍କ କର୍ମର ପରିଣାମ ସଂସ୍କାରରେ ରୂପାନ୍ତର ହୁଏ । ଗୋଟିଏ ଶରୀରରେ କାର୍ଯ୍ୟକାଳ ପୁରିଗଲେ ଆତ୍ମା ଏହି ସଂସ୍କାର ସହ ନୂତନ ଶରୀର ଧାରଣ କରେ । ପୂର୍ବ ଜନ୍ମର ସଂସ୍କାର ଅନୁସାରେ ଆତ୍ମା ଇହ ଜନ୍ମରେ ତା’ର ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ପୂର୍ବଜନ୍ମରେ ପାପ କର୍ମ କରିଥିଲେ ଇହ ଜନ୍ମରେ  ତା’ର ପରିଣାମ ସ୍ବରୂପ ବ୍ୟକ୍ତି (ଆତ୍ମା) ଜଟିଳ ବ୍ୟାଧିରେ ପୀଡିତ ହୁଏ ବୋଲି ଆୟୁର୍ବେଦ କହେ । “ ପୂର୍ବ ଜନ୍ମ କୃତ ପାପଂ ବ୍ୟାଧି ରୂପେଣ ପୀଡିତଂ” । ଏଥିରୁ ପ୍ରମାଣିତ ହୁଏ ଯେ ଆତ୍ମା ହିଁ ପ୍ରତ୍ୟେକ କର୍ମର କର୍ା । ଆତ୍ମାକୁ ଯଦି ଅକର୍ା ବୋଲି କୁହାଯିବ,ତେବେ ନରହତ୍ୟା ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ ଦଣ୍ଡ ଦେବାର କୌଣସି ଔଚିତ୍ୟ ରହିବ ନାହିଁ ।
ଶରୀର ପରି ଆତ୍ମାର ଜନ୍ମ ନାହିଁ, ଏହା ଅଜନ୍ମା ଅଟେ । ଯାହାର ଜନ୍ମ ନାହିଁ ତା’ର ମୃତୁ୍ୟ ହେବ କିପରି? ଆତ୍ମା ଅଜର, ଅମର  ଓ ଅବିନାଶୀ । ତେଣୁ ଏହା ନିତ୍ୟ ଓ ଶାଶ୍ୱତ । ଯାହା ଉପôନ୍ନ ହୁଏ ତା’ର କାଳ ନିର୍ଣ୍ଣୟ କରାଯାଏ । ଶରୀରର ଜନ୍ମ ଓ ମୃତୁ୍ୟ ହେଉଥିବାରୁ ଏହାର ଭୂତ, ଭବିଷ୍ୟତ ଓ ବର୍ମାନ ଗଣନା କରାଯାଏ । ଆତ୍ମା, କାଳାତୀତ । ଏହାର କୌଣସି ଇତିହାସ ନାହିଁ । ଏଥିପାଇଁ ଏହାକୁ ପୁରାତନ କୁହାଯାଇଛି (ଗୀ୨/୨୦) । ଏହା ଅତୀତରେ ଥିଲା, ବର୍ମାନ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ । ସବୁକାଳରେ ଏହାର ଅସ୍ତିତ୍ୱ ଯଥାବତ୍ ବିଦ୍ୟମାନ ରହେ । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଶରୀର ପ୍ରତି ମୁହୂର୍ରେ ପରିବର୍ନ ଦେଉଥାଏ; କିନ୍ତୁ ଆତ୍ମା ଉପରେ ଏହାର କୌଣସି ପ୍ରଭାବ ପଡେ ନାହିଁ । ମୃତୁ୍ୟ ପରେ ମଧ୍ୟ ସେହି ଏକ ଆତ୍ମା ନୂତନ ଶରୀର ଧାରଣ କରି ପୂର୍ବଜନ୍ମର ସଂସ୍କାର ଅନୁସାରେ ନିଜ ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ଏଥିରୁ ଆତ୍ମା ‘ନିତ୍ୟ’ ବୋଲି ପ୍ରମାଣିତ ହୁଏ, ଏକଥା   ବୁଝିଗଲେ ବ୍ୟକ୍ତି ଦେହାଭିମାନରୁ  ମୁକ୍ତ ହୋଇ ଅନାସକ୍ତ ଭାବରେ ନିଜ କର୍ବ୍ୟ କର୍ମରେ ପ୍ରବୃ ହୋଇପାରିବ ।
ନିରୁକ୍ତ ଅନୁସାରେ ଶରୀରରେ ଛଅଟି ବିକାର ଉପôନ୍ନ ହୁଏ । ସେ ଗୁଡିକ ହେଲା ଉପôି, ଅସ୍ତିତ୍ୱ, ବୃଦ୍ଧି, ବିପରିଣାମ (ରୂପାନ୍ତରିତ ହେବା) ଅପକ୍ଷୟ ଓ ବିନାଶ ।” ଜାୟତେଽସ୍ତି ବିପରିଣମତେ ବର୍ଦ୍ଧତେଽପକ୍ଷୀୟତେ ବିନଶ୍ୟତି (ନିରୁକ୍ତ ୧ା୧ା୨) । କିନ୍ତୁ ଆତ୍ମାରେ ଏହିପରି କୌଣସି ବିକାର ହୁଏ ନାହିଁ । ତେଣୁ ଅବିନାଶୀ, ଅବ୍ୟୟ, ଶାଶ୍ୱତ ବୋଲି କୁହାଯାଇଛି । ଆତ୍ମାକୁ କେହି ଶସ୍ତ୍ର ଦ୍ୱାରା ଛେଦନ କରିପାରେ ନାହିଁ; ଅଗ୍ନି ଦ୍ୱାରା ଏହା ଦହନ ହୁଏ ନାହିଁ,  ଏହାକୁ ଜଳ ଆର୍ଦ ଓ ବାୟୁ ଶୁଷ୍କ କରିପାରେ ନାହିଁ । ଅନ୍ୟ ଅର୍ଥରେ ଏହା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ଅଶୋଷ୍ୟ ଅଟେ (ଗୀ୨/୨୩) । ଆତ୍ମା ପଭୂତରୁ ଉଦ୍ଧ୍ୱର୍ରେ । ପ୍ରକୃତି ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ । ପ୍ରକୃତି କାଳର ଅଧିନ; କିନ୍ତୁ ଆତ୍ମା କାଳାତିତ । ଏହା ଭୂତ, ଭବିଷ୍ୟତ ଓ ବର୍ମାନ ତିନିକାଳରେ ସର୍ବଦା ବିଦ୍ୟମାନ ରହୁଥିବାରୁ ନିତ୍ୟ ଅଟେ । ସଂସାରର ସମସ୍ତ ପ୍ରାଣୀମାନଙ୍କ ଶରୀର ମଧ୍ୟରେ ଏହା ବିରାଜିତ । ଏଥିପାଇଁ ଗୀତାରେ ଏହାକୁ ସର୍ବଗତ କୁହାଯାଇଛି (ଗୀ-୨/୨୪) ।
‘ସର୍ବଗତ’ର ଆକ୍ଷରିକ ଅର୍ଥ ସର୍ବବ୍ୟାପୀ ଅର୍ଥାତ୍ ଯାହା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ । ପ୍ରାୟ ଅଧକାଂଶ ଟୀକାକାର ଏହିପରି ବ୍ୟାଖ୍ୟା କରିଛନ୍ତି । ଏହା ଅବଶ୍ୟ ଏକ ବିତର୍କର ବିଷୟ । କିନ୍ତୁ ଗୀତାର ମୌଳିକ ସିଦ୍ଧାନ୍ତ ଅନୁସାରେ ବି·ର କଲେ ଏହା ସ୍ପଷ୍ଟ ହୁଏ ପ୍ରତ୍ୟେକ ପ୍ରାଣୀମାନଙ୍କ ଶରୀରରେ ବିରାଜିତ ଆତ୍ମା ସ୍ବତନ୍ତ୍ର ଓ ଭିନ୍ନ ଅଟେ । ପ୍ରତ୍ୟେକ ଆତ୍ମା ନିଜ ନିଜ କର୍ମ ଅନୁସାରେ ଫଳ ଭୋଗ କରେ । ତେଣୁ ଆତ୍ମାକୁ ସର୍ବବ୍ୟାପୀ ମାନିବା ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । ବୈଜ୍ଞାନିକମାନେ କହନ୍ତି ଯେ ଏକ ଅଦୃଶ ଶକ୍ତି ଦ୍ୱାରା ଏ ସଂସାର ପରି·ଳିତ । ବେଦବାଦୀମାନେ ଏହି ଅଦୃଶ୍ୟ  ଶକ୍ତିକୁହିଁ ‘ଆତ୍ମା’ ବୋଲି କହନ୍ତି । ଏଠାରେ ପ୍ରଣିଧାନ ଯୋଗ୍ୟ ଯେ ସା ଓ ଶକ୍ତି ଏକ ନୁହେଁ । ଶକ୍ତିର ଆଧାର ହେଉଛି ସା । ଆତ୍ମା ହେଉଛି ସା ଏବଂ ଏଥିରେ ଥିବା ଚେତନା ହେଉଛି ଏହାର ଶକ୍ତି । ଏହି ଶକ୍ତି ହେତୁ ମଣିଷ ସୁଖ ବା ଦୁଃଖ ଅନୁଭବ କରିପାରେ ।
ଶକ୍ତି ଦୁଇ ପ୍ରକାର; ପରା ଓ ଅପରା । ପରା ଶକ୍ତି ହେଉଛି ଚେତନ । ଏହି ପରା ଶକ୍ତିହିଁ ଆତ୍ମାକୁ ଚୈତନ୍ୟ ପ୍ରଦାନ କରିଛି । ଅପରା ଶକ୍ତି ହେଉଛି ଜଡ । ପ୍ରକୃତି ଏହି ଅପରା ଶକ୍ତି ଦ୍ୱାରା ସ୍ବୟଂକ୍ରିୟ ଭାବରେ ପର·ଳିତ । ମଞ୍ଜିରୁ ଗଛ ହେବା, ଗଛର ଡାଳ ଛିଣ୍ଡିଗଲେ ତା’ ସ୍ଥାନରେ ନୂତନ ଡାଳ କଅଁଳିବା; ମୃତ ଶରୀର ଆପେ ଆପେ ସଢିଯାଇ ମାଟିରେ ମିଶିଯିବା; ସମୟାନୁସାରେ ଋତୁ ଚକ୍ରର ପରିବର୍ନ ଆଦି ପ୍ରାକୃତିକ କ୍ରିୟା ସବୁ ଅପରାଶକ୍ତି ହେତୁ ସମ୍ଭବ ହୁଏ । ପ୍ରକୃତିର ଏହି କିୟ୍ରାଶୀଳତା ପାଇଁ ତାକୁ ଚେତନ କୁହାଯାଇ ପାରିବ ନାହିଁ । ଚୁମ୍ବକୀୟ ବା ବୈଦୁ୍ୟତିକ ଶକ୍ତି ଦ୍ୱାରା ବିଭିନ୍ନ ପ୍ରକାର ଯାନ୍ତ୍ରିକ ଉପକରଣ ଗତିଶୀଳ ହୁଏ । କିନ୍ତୁ ଏଗୁଡିକ ଚେତନ ନୁହେଁ  । ଆତ୍ମା ଓ ପରମାତ୍ମାଙ୍କୁ ବାଦ ଦେଲେ ବାକି ସମସ୍ତ ପଦାର୍ଥ ଜଡ । ପରମାତ୍ମା ପରାଶକ୍ତିର ମହାସମୁଦ୍ର; ଆତ୍ମା ଏହାର ଏକ କଣ ମାତ୍ର । ଉଭୟଙ୍କଠାରେ  ଶକ୍ତି କ୍ରିୟାନ୍ୱିତ ହେଉଥିବାରୁ ଉଭୟଙ୍କୁ ଏକ ଓ ଅଭିନ୍ନ କହିବା ମଧ୍ୟ ଯୁକ୍ତିଯୁକ୍ତ ନୁହେଁ । ଆତ୍ମା ଚେତନଶୀଳ ହୋଇଥିବାରୁ ଯେଉଁ ଶରୀରର ଆଧାର ନିଏ  ତା’ ମାଧ୍ୟମରେ ତା’ର ପୂର୍ବ ଜନ୍ମର ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ତେଣୁ ‘ସର୍ବଗତ’ ର ଆକ୍ଷରିକ ଅର୍ଥ ‘ଆତ୍ମା’ ପରିପ୍ରେକ୍ଷୀରେ ଗ୍ରହଣୀୟ ନୁହେଁ ।
ଆତ୍ମା ତା’ର ମୂଳ ସ୍ବରୂପରେ ସ୍ଥିର ଓ ନିଶ୍ଚଳ ରହେ । କେହି କେହି କହନ୍ତି ଆତ୍ମା ସର୍ବବ୍ୟାପୀ ହୋଇଥିବାରୁ ଏଥିରେ ଗମନାଗମନ ଓ ଦୋଳନ କ୍ରିୟା ହୁଏ । ତେଣୁ ଏହା ଅଚଳ ଓ ସ୍ଥାଣୁ ଅଟେ । ଏଠାରେ ପ୍ରଶ୍ନ ଉଠେ ଯେ ଆତ୍ମା ଯଦି ଗମନାଗମନ କରିପାରେ ନାହିଁ  ତେବେ ସେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଶରୀରରେ ପ୍ରବେଶ କରେ କିପରି? ଏହି ଶଙ୍କାର ସମାଧାନ ପାଇଁ ଯୁକ୍ତି କରାଯାଏ ଯେ ଘଟ ସହିତ ଆକାଶ ସ୍ଥାନାନ୍ତରିତ ହେଲା ପରି ସର୍ବବ୍ୟାପୀ ଆତ୍ମା ସୂକ୍ଷ୍ମ  ଶରୀର ଦ୍ୱାରା ବାହିତ ହୋଇ ଅନ୍ୟ ଶରୀରରେ ପ୍ରବେଶ କରେ । ପ୍ରକୃତିର କୌଣସି ତ୍ୱ ସହିତ ଆତ୍ମାର ତୁଳନା କରିବା ବିବେକ ସମ୍ମତ ନୁହେଁ । କାରଣ ପ୍ରାକୃତିକ ତ୍ୱ ମାତ୍ରକେ ଜଡ, ଆତ୍ମା ଚେତନଶୀଳ । ପତ୍ୱରେ ନିର୍ମିତ ଜଡ ଶରୀରରେ ପ୍ରବେଶ କଲେ ତାହା ଚେତନଶୀଳ ହୋଇ ଉଠେ । ଆତ୍ମା ସର୍ବବ୍ୟାପୀ ହୋଇଥିଲେ ପିଣ୍ଡ ସଦୃଶ ବ୍ରହ୍ମାଣ୍ଡ ମଧ୍ୟ ଚିତ୍ଶକ୍ତିରେ ପରିପୂର୍ଣ୍ଣ ହୋଇଥାନ୍ତା ଓ ଜଡ ବୋଲି ସଂସାରରେ କିଛି ନ ଥାଆନ୍ତା । ପ୍ରତ୍ୟେକ ରାଜଯୋଗୀ ନିଜକୁ ଶରୀରଠାରୁ ପୃଥକ ଏକ ସ୍ବତନ୍ତ୍ର ଆତ୍ମା ରୂପେ ଅନୁଭବ କରନ୍ତି । ରଜଗୁଣ ଓ ତମଗୁଣର ଅଭିବୃଦ୍ଧି ହେଲେ କାମକ୍ରୋଧାଦି ବିକାର ହେତୁ ଆତ୍ମା ମଧ୍ୟରେ ଅସ୍ଥିରତା ସୃଷ୍ଟି ହୁଏ । ସୁଖ-ଦୁଃଖ, ଜୟ-ପରାଜୟ, ନିନ୍ଦା-ସ୍ତୁତି ଆଦି ଦ୍ୱୈତ ଭାବହିଁ ଏହି ଅସ୍ଥିରତାର କାରଣ । ଏଥିପାଇଁ ଏହି ଦ୍ୱୈତ ବା ଦ୍ୱନ୍ଦ ବୁଦ୍ଧିକୁ ସ୍ଥିର ରଖିବା ପାଇଁ ପରମାତ୍ମା ଗୀତାରେ ନିର୍ଦ୍ଧେଶ ଦେଇଛନ୍ତି ।
ଆତ୍ମା ସନାତନ ଅଟେ । କାରଣ ଏହାର ଉପôି ଓ ବିନାଶ ନାହିଁ । ଏହାର ଆଦି ନ ଥିବାରୁ ଏହାକୁ ଅନାଦି ମଧ୍ୟ କୁହାଯାଏ । ଆତ୍ମା ଅଣୁଠାରୁ ମଧ୍ୟ ଅତ୍ୟନ୍ତ କ୍ଷୁଦ୍ର ହୋଇଥିବାରୁ ତାହା ସ୍ଥୂଳ ଚକ୍ଷୁଦ୍ୱାରା ଦୃଷ୍ଟିଗୋଚର ହୁଏ ନାହିଁ । ଦେହାଭିମାନୀ ବ୍ୟକ୍ତି ମନ ବୁଦ୍ଧି ଦ୍ୱାରା ଏହାକୁ ଚିନ୍ତା କରିପାରେ ନାହିଁ । ଅତ୍ୟନ୍ତ ସୂକ୍ଷ୍ମ ହେତୁ ସାଧାରଣ ଦୃଷ୍ଟିରେ ଦୃଶ୍ୟ ହେଉ ନଥିବାରୁ ଏହାକୁ ‘ଅଚିନ୍ତ୍ୟ’ କୁହାଯାଏ (ଗୀ-୨/୨୫) । କିନ୍ତୁ ଜ୍ଞାନ ଚକ୍ଷୁ ଦ୍ୱାରା ଏହା ବୋଧଗମ୍ୟ ହୁଏ । ଆତ୍ମାକୁ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଜାଣି ହୁଏ ବୋଲି ମୁଣ୍ଡକ ଉପନିଷଦ (୩-୧-୯) କହେ । ଏହିପରି ଆତ୍ମାକୁ ଜାଣିଥିବା ବ୍ୟକ୍ତି ସମସ୍ତ ପ୍ରକାର ଶୋକରୁ ମୁକ୍ତ ହୋଇଯାଏ । “ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁ ମର୍ହସି ।” (ଗୀ-୨/୨୫)
ସଂସାର ଏକ ରଙ୍ଗ ମ ସଦୃଶ । ଏଠାରେ ପ୍ରତ୍ୟେକ ଆତ୍ମା ଶରୀର ରୂପୀ ପୋଷାକ ପରିଧାନ କରି ନାନାପ୍ରକାର ଅଭିନୟ କରନ୍ତି । ନାଟକରେ ପ୍ରତ୍ୟେକ ଅଂଶଗ୍ରହଣକାରୀମାନଙ୍କର ଅଭିନୟର ଦୃଶ୍ୟ ଓ ସମୟ ନିର୍ଦ୍ଧିଷ୍ଟ ଥାଏ । ସେହିପରି ଆତ୍ମା ମଧ୍ୟ ତାପାଇଁ ନିର୍ଦ୍ଧିଷ୍ଟ ଦୃଶ୍ୟରେ ଭୂମିକା ଅନୁରୂପ ଶରୀରରୂପୀ ବସ୍ତ୍ର ଧାରଣ କରି ଆର୍ବିଭାବ ହୁଏ ଓ ପୂର୍ବ ନିର୍ଦ୍ଧିଷ୍ଟ ସମୟବାବଧି ପର୍ଯ୍ୟନ୍ତ ଅଭିନୟ କରି ·ଲେ । କବିବର ରାଧାନାୟ ରାୟ ଯଥାର୍ଥରେ କହିଛନ୍ତି “କେହି ରହି ନାହିଁ, ରହିବେ ନାହିଁ ଏ ଭବରଙ୍ଗ ଭୂମି ତଳେ । ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ ।” କାଳର ଗତିରୋଧ କରିବା କାହାରି ପକ୍ଷରେ ସମ୍ଭବ ନୁହେଁ । ସଂସାର କାଳର ଅଧିନ । “ କାଳର ବଶ ଏ ଜଗତ । ପ୍ରାଣିଏ କାଳର ଆୟ ସେ କାଳ ବଶେ ସର୍ବେ ଚଳି । ପବନେ ଯେହ୍ନେ ଘନାବଳୀ ।” ଏହି ପରିପ୍ରେକ୍ଷୀରେ ଜଗନ୍ନାଥଦାସ କୃତ ଓଡିଆ ଭାଗବତର ଉକ୍ତ ପଂକ୍ତି ପ୍ରଣିଧାନ ଯୋଗ୍ୟ ।

ଆତ୍ମାର ସ୍ବରୂପ

ଆତ୍ମା ଅଜର, ଅମର, ଅବିନାଶୀ ହୋଇଥିବାରୁ ନିତ୍ୟ ଅଟେ । ଶରୀର ବିନାଶ ବା ଶାରୀରିକ ଅବସ୍ଥାରେ ପରିବର୍ନ ହେଲେ ମଧ୍ୟ ଆତ୍ମା ଯଥାବତ୍ ରହିଥାଏ । ଶରୀର ଧାରଣ କରୁଥିବାରୁ ତାକୁ ଜୀବାତ୍ମା କୁହାଯାଏ । ବାରମ୍ବାର ତନ୍ମ ମୃତୁ୍ୟ ଚକ୍ରରେ ଆସିବା ଫଳରେ ସେ ନିଜର ସ୍ବରୂପ ବିସ୍ମୃତ ହୋଇଯାଏ । ଦେହାଭିମାନ ହେତୁ ସେ ଶରୀରକୁ ନିଜର ସ୍ବରୂପ ମନେ କରେ । ତେଣୁ ମୃତୁ୍ୟ ତା’ପାଇଁ ଦୁଃଖକାରକ ମନେ ହୁଏ ।
ଦୁଃଖ ଓ ମୃତୁ୍ୟ ଆତ୍ମାର ଅନନ୍ତ ଜୀବନରେ ସାମୟିକ ଘଟଣା ମାତ୍ର । ତେଣୁ ଜୀବିତ ବା ମୃତ କାହାରି ପାଇଁ ଶୋକ ପ୍ରକାଶ କରିବା ଅନୁଚିତ । ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ (ଗୀ ୨/୧୧) । ଅର୍ଥାତ୍ ମୃତ ବା ଜୀବିତଙ୍କ ପାଇଁ ପଣ୍ଡିତ ଲୋକେ ଶୋକ କରନ୍ତି ନାହିଁ । ସେମାନେ ଜନ୍ମ, ମୃତୁ୍ୟ, ଦୁଃଖ ପ୍ରଭୃତି ବାହ୍ୟ ଘଟଣା ପଛରେ ଯେଉଁ ସତ୍ୟ ରହିଛି ତାକୁହିଁ ଦେଖନ୍ତି । ତେଣୁ ଆମେ ଅଜ୍ଞାନାଦି ପ୍ରକୃତିର ବାସନା କାମନାରେ  ବିଚଳିତ ନହୋଇ ମାନବ ଜୀବନରେ ଯାହା ପ୍ରକୃତ ଲକ୍ଷ୍ୟ ତତ୍ ପ୍ରତି ଅନୁଧାବନ କରିବା ଉଚିତ । ଆବାହମାନକାଳରୁ ଗତି କରି ଆସିଥିବା ଜନ୍ମ, ମୃତୁ୍ୟ, ସୁଖ, ଦୁଃଖର ସୁଦୀର୍ଘ ପଥ ମଧ୍ୟରେ ଆମେ ନିଜକୁ ଅମୃତତ୍ୱ ପାଇଁ ପ୍ରସ୍ତୁତ କରିବା ଉଚିତ । ଆତ୍ମା ହିଁ ଆମର ପ୍ରକୃତ ସା, ଦେହ ନୁହେଁ । ଆଜି ଆମେ ଯେଉଁମାନଙ୍କ ମୃତୁ୍ୟ ପାଇଁ ଶୋକାଛନ୍ନ ହେଉଛେ, ସେମାନେ ଏହି ଜନ୍ମ ପୂର୍ବରୁ ମଧ୍ୟ ଥିଲେ, ପରେ ମଧ୍ୟ ରହିବେ । (ଗୀ ୨/୧୨)
ଦେହର ମୃତୁ୍ୟପରେ ମଧ୍ୟ ବର୍ମାନ ରହିବା ଅମୃତତ୍ୱ ନୁହେଁ । ଆତ୍ମିକ ଦୃଷ୍ଟିକୋଣରେ ସମସ୍ତେ ଅମର । ଦେହର ଉଦ୍ଧ୍ୱର୍ରେ ଯେଉଁ ଆତ୍ମାର ଅସ୍ତିତ୍ୱ ଅଛି, ତାକୁ ଉପଲବ୍ଧି କରି  ତତ୍ ସ୍ମୃତିରେ ସତତ ସ୍ଥିର ରହି, ଜନ୍ମ ମୃତୁ୍ୟର ବନ୍ଧନରୁ ଉଦ୍ଧ୍ୱର୍କୁ ଉଠି ଦିବ୍ୟଗୁଣ ଓ ଜୀବନ୍ମୁକ୍ତି ଲାଭ କରିବାହିଁ ପ୍ରକୃତ ଅମୃତତ୍ୱ । ଯିଏ ଦେହ, ପ୍ରାଣ, ମନର ଅନିତ୍ୟ ସୁଖ, ଦୁଃଖ ଆବେଗରେ  କ୍ଷୁବ୍ଧ ଓ ବିଚଳିତ ହୋଇ ପଡେ ସେ ଏହି ପରମ ଶ୍ରେୟ ଅମରତ୍ୱ ଲାଭ ପାଇଁ ଯୋଗ୍ୟ ବିବେଚିତ ହୁଏ ନାହିଁ । ସଂସାରର ଅନିତ୍ୟ ଶୋକ ଓ ଦୁଃଖ, କାମ ଓ କ୍ରୋଧର ବେଗ ଧୀର ଭାବେ ସହ୍ୟ କରିବାକୁ ହେବ । ଏହିପରି ଅଳ୍ପ ଅଳ୍ପ ଅଭ୍ୟାସ କ୍ରମଶଃ ଆମକୁ ଏପରି ଏକ ସ୍ଥିତିରେ  ପହାଇବ ଯେ ସେ ସବୁ ବିକୃତିର ପ୍ରଭାବ ଆମକୁ ପ୍ରଭାବିତ କରି ପାରିବ ନାହିଁ । ଆମର ଆଭ୍ୟନ୍ତରସ୍ଥ ଶାନ୍ତ ଶାଶ୍ୱତ ଆତ୍ମା ଯେପରି ସଂସାରର ସମସ୍ତ ସୁଖ ଓ ଦୁଃଖର ସ୍ପର୍ଶ ଜ୍ଞାନ ଶାନ୍ତ ସମତାର ସହିତ ଗ୍ରହଣ କରେ, ଆମର ବାହ୍ୟ ବ୍ୟକ୍ତିତ୍ୱ ମଧ୍ୟ ସେ ରୂପେ ତାକୁ ଗ୍ରହଣ କରିବାକୁ ସମର୍ଥ ହେବ ।
ଦେହାଭିମାନ ବଶତଃ ମନୁଷ୍ୟ ଶରୀରକୁ ‘ମୁଁ’ ମନେ କରେ । ଏଠାରେ ବି·ରଣୀୟ ଯେ ‘ମୋର ଶରୀର’ କହୁଥିବା ଏ ‘ମୁଁ’ ଟି ପ୍ରକୃତରେ କିଏ? ଏହାହିଁ ଆତ୍ମା ଅଟେ । ତେଣୁ ଶରୀରକୁ ନିଜର (ଆତ୍ମାର) ସ୍ବରୂପ ମନେ କରିବା ଅବିବେକିତା । ଶ୍ରୀମଦ୍ ଭାଗବତରେ ନିଜକୁ ଶରୀର ମନେ କରିବା ପଶୁବୁଦ୍ଧି ବୋଲି କୁହାଯାଇଛି । ତ୍ୱଂ ତୁ ରାଜନ ମରିଷ୍ୟେତି ପଶୁବୁଦ୍ଧିମିମଂ ଜହି । ନ ଜାତଃ ପ୍ରାଣ ଭୂତୋଽବ୍ୟ ଦେହବ୍ୱଂ ନଙ୍କ୍ଷ୍ୟସି (ଶ୍ରୀମଦ୍ଭା ୧୨/୫/୨) ।
ଅତି ବଡ଼ି ଜଗନ୍ନାଥ ଦାସ ଶ୍ଳୋକକୁ ନିମ୍ନ ମତେ ଭାବାନୁବାଦ କରିଛନ୍ତି;-
ଶୁଣ ପରୀକ୍ଷ କ୍ଷିତ ପତି । ମରିବୁ ବୋଲି ଯେଉଁ ଭୀତି ।
ପ୍ରାଣୀ ତା’ ଅଜ୍ଞାନେ କରନ୍ତି, ତୁ ଏବେ ଛାଡ ଏହି ଭ୍ରାନ୍ତି ।
ଜନମ କଉଣସି ଦିନ । ନୋହିଛ ତୁମ୍ଭେ ତ ରାଜନ ।
ଆଗରେ ଜନମ ନୋହିବ । ବର୍ମାନରେ ନ ମରିବ ।
ଉପôି ସ୍ଥିତି ଯାର ନାହିଁ । ବିନାଶ ହୋଇବ କିମ୍ପାଇଁ ।
ପୁତ୍ର ପୌତ୍ରାଦି ଏ ତୋହର । କେହି ଯେ ନୁହନ୍ତି କାହାର ।
ଯେମନ୍ତେ ଜୀବରୁ ଅଙ୍କ୍ୁର । ତହୁଁ ବୃଷାଦି ଅବତାର ।
ସେ ଫଳ ଫଳଇ ପ୍ରତ୍ୟକ୍ଷେ । ବୀଜ ଅଙ୍ଗୁରି ପୁଣି ବୃକ୍ଷେ ।
                                         ତେମନ୍ତେ ନୋହେ ପିତା ପୁତ୍ର । ସମ୍ବନ୍ଧ ଜାଣ ପରୀକ୍ଷିତ ।ା ଶ୍ରୀମଭା ୧୨/୫/୨ ।ା
ମୃତୁ୍ୟ ବୋଲି କିଛି ନାହିଁ । କାରଣ ଶରୀର ଧ୍ୱଂସ ହେଲା ପରେ ମଧ୍ୟ ତଦାଶ୍ରିତ ଆତ୍ମା ଅନ୍ୟ ଶରୀରରେ ପୁନଶ୍ଚ ପ୍ରବେଶ କରି ତା’ର ପୂର୍ବ ବ୍ୟକ୍ତିତ୍ୱର ପ୍ରକାଶ କରେ । ଯାହା ବାସ୍ତବିକ ଓ ସତ୍ୟ ତାହା କେବେ ହେଲେ ଲୁପ୍ତ ହୋଇ ପାରେ ନାହିଁ; ଠିକ ସେହିପରି ଯାହା ଅସତ୍ ଓ ଅବାସ୍ତବ ତାହା କେବେହେଲେ ଆବିର୍ଭୁତ ହୋଇପାରେ ନାହିଁ । ସତ ଓ ଅସତ ମଧ୍ୟରେ ଅସତ ହେଉଛି ଭ୍ରାନ୍ତି । ଯାହା ସତ୍ ତାହା ସ୍ବଭାବତଃ ନିତ୍ୟ ଓ ଅସତ୍ ହେଉଛି ଅସ୍ଥିର । ସତ ସର୍ବକାଳରେ ବିଦ୍ୟମାନ । ତେଣୁ ଅନିବାଶୀ ଅଟେ । ଶରୀର ମଧ୍ୟରେ ଆତ୍ମାହିଁ କେବଳ ସତ ଅଟେ । ଶରୀର ନଶ୍ୱର, ବିନାଶଶୀଳ । ସେହି ଦୃଷ୍ଟିରୁ ଆତ୍ମାର ବିନାଶ ନାହିଁ । ଆତ୍ମା ନିଜ ସଂସ୍କାର ଅନୁସାରେ ଯେଉଁ ମାନବୀୟ ଶରୀର ଧାରଣା କରୁନା କାହିଁକି ପୂର୍ବର ବ୍ୟକ୍ତିତ୍ୱ ଆତ୍ମ ପ୍ରକାଶ କରିବା ନିଶ୍ଚିତ । ତେଣୁ ଦେହ ଅଭିମାନ ବଶତଃ ଆମେ ଯେଉଁମାନେ ଆତ୍ମୋପଲବ୍ଧି କରିଛନ୍ତି ସେମାନେ ଜାଣନ୍ତି ଯେ ସେହି ଏକ ଅବିନାଶୀ ଆତ୍ମାହିଁ ବିଭିନ୍ନ ନାମ ରୂପରେ ବିଭିନ୍ନ  ଶରୀର ଧାରଣା କରେ, ଆମ ଶରୀର ବିନାଶ ହେଉଥିଲେ ମଧ୍ୟ ଏହାକୁ ଅଧିକାର କରି ରହୁଥିବା ଆତ୍ମା ଅନନ୍ତ, ନିତ୍ୟ, ଅପ୍ରମେୟ, ଶାଶ୍ୱତ ଓ ଅବିନାଶୀ । ଏହି ହେତୁରୁ ଶରୀର ବିନାଶ ହେଲେ ମଧ୍ୟ ଆତ୍ମାର କିଛି କ୍ଷତି ହୁଏ ନାହିଁ ।
ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ବ୍ୟକ୍ତି ଯେପରି ନୂତନ ବସ୍ତ୍ର ଗ୍ରହଣ କରେ ସେପରି ଆତ୍ମା ମଧ୍ୟ ଶରୀର ପରିବର୍ନ କରିଥାଏ (ଗୀ- ୨/୨୨) । ଶରୀର ବାରମ୍ବାର ପରିବର୍ନ ହେଉଥିଲେ ମଧ୍ୟ ସେହି ଏକ ଆତ୍ମା ପୂର୍ବଜନ୍ମର ସଂସ୍କାର ଅନୁସାରେ ତା’ର ନୂତନ ଜନ୍ମର ଆରମ୍ଭ କରେ । ଗୋଟିଏ ବୃର ଆରମ୍ଭ ଓ ସମାପ୍ତି ବିନ୍ଦୁ ଏକ । ଜୀବନ ମଧ୍ୟ ଏକ ବୃ ପରି । ମୃତୁ୍ୟ ପରେ ଜନ୍ମ, ଜନ୍ମ ପରେ ମୃତୁ୍ୟ- ଏହି ଜୀବନ ବୃ ଚକ୍ରାକାରରେ ଗତି କରୁଥାଏ । ଅବିନାଶୀ ଆତ୍ମା ବିନାଶୀ ଦେହକୁ ନିଜର ମନେ କରୁଥିବାରୁ ତା’ର ସ୍ମୃତି ଲୋପ ପାଏ । ତେଣୁ ସେ ଆଶ୍ରିତ ଶରୀରକୁ ହିଁ ‘ସ୍ବୟଂ’ ବୋଲି ମନେ କରେ । କିନ୍ତୁ ଯେଉଁମାନେ ତ୍ୱଦର୍ଶୀ ସେମାନେ ଶରୀର ପରିବେର୍ ଆତ୍ମାକୁ ହିଁ ଦେଖନ୍ତି । ସେମାନେ ଜାଣନ୍ତି ଯେ ବର୍ମାନ ଶରୀର ଧାରଣ କରିଥିବା ଜୀବାତ୍ମା ଆଗରୁ ଥିଲା ଓ ଆଗକୁ ମଧ୍ୟ ରହିବ ।
ଆତ୍ମା ମଧ୍ୟରେ ଥିବା ଚେତନତା ବା ଚିତ୍ ଶକ୍ତି ସମଗ୍ର ଶରୀରରେ ପରିବ୍ୟାପ୍ତ । କେହି କେହି ଆତ୍ମାକୁ ସମଗ୍ର ସଂସାର ଓ ଶରୀରରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ବୋଲି କହନ୍ତି । ଏହା ଯୁକ୍ତି ଯୁକ୍ତ ମନେ ହୁଏ ନାହିଁ । ଆତ୍ମା, ବାୟୁ ଓ ଆକାଶ ଭଳି ବ୍ୟାପକ ତ୍ୱ ନୁହେଁ । ଏହା ସୂକ୍ଷ୍ମାତିସୂକ୍ଷ୍ମ ହେଲେ ମଧ୍ୟ ଏହାର ଏକ ନିର୍ଦ୍ଧିଷ୍ଟ ଆକାର ଅଛି । ଏହାର ଆକାର ବିଷୟରେ ଉପନିଷଦ କହେ; “ବାଳାଗ୍ର ଶତଭାଗସ୍ୟ ଶତଧା କଳ୍ପିତସ୍ୟ ଚ । ଭାଗୋ ଜୀବଃ ସ ବିଜେ୍ଞୟଃ ସ ·ନନ୍ତ୍ୟାୟ କଳ୍ପତେ” ।ା ଶ୍ୱେତ- ୫/୯ (ଅର୍ଥ:- କେଶର ଅଗ୍ରଭାଗକୁ ଶହେ ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗକୁ ପୁଣି ଶହେ ଭାଗରେ ବିଭକ୍ତ କଲେ ଯେଉର୍ ସୂକ୍ଷ୍ମାତିସୂକ୍ଷ୍ମ ଭାଗ ହେବ ତାହାହିଁ ଆତ୍ମାର ଆକାର ବୋଲି ଜାଣିବ । ମୁଣ୍ଡକ ଉପନିଷଦରେ ଆତ୍ମାକୁ ଅତି ସୂକ୍ଷ୍ମାତିସୂକ୍ଷ୍ମ ଓ ସ୍ଥୂଳ ଚକ୍ଷୁ ଦ୍ୱାରା ଅଗୋଚର ବୋଲି କୁହାଯାଇଛି:-
“ଏଷୋଽଣୁରାତ୍ମା ଚେତସା ବେଦିତବ୍ୟୋ, ଯସ୍ମିନ ପ୍ରାଣଃ ପଧା ସଂବିବେଶ ।
ପ୍ରାଣୈଶ ଚିଂ ସର୍ବମ୍ ଓତମ୍ ପ୍ରଜାନାଂ, ଯସ୍ମିନ୍ ବିଶୁଦ୍ଧେ ବିଭବତି ଏଷ ଆତ୍ମା ।ା
(ଅର୍ଥ- ଏହି ଅଣୁ ସଦୃଶ ଆମôା ପଭୂତ ଦ୍ୱାରା ନିର୍ମିତ ଶରୀର ମଧ୍ୟରେ ଅବସ୍ଥାନ କରେ ।  ଏହା ସମସ୍ତ ଭୂତ ପ୍ରାଣୀମାନଙ୍କ ପ୍ରାଣ କେନ୍ଦ୍ରରେ  ବିଦ୍ୟମାନ । ଦେହାଭିମାନ ଦୋଷରୁ ଏହି ଆତ୍ମା ମୁକ୍ତ ହୋଇଗଲେ ବିଶୁଦ୍ଧ ବୁଦ୍ଧି ଦ୍ୱାରା ତାକୁ ଅନୁଭବ କରି ହୁଏ ।
ଆତ୍ମା ଏକ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଚୈତନ୍ୟ ସା । ଆତ୍ମାକୁ କେବଳ ଏକ ଜ୍ୟୋତିର୍ବିନ୍ଦୁ ରୂପେ ସାକ୍ଷାତକାର କରିବା ଦ୍ୱାରା କୌଣସି ଲାଭ ହୁଏ ନାହିଁ । ଏହାକୁ ତା’ର ମୂଳ ସ୍ବରୂପରେ ଅନୁଭବ କରିବାକୁ ହେବ । ଜ୍ଞାନ, ପବିତ୍ରତା, ଶାନ୍ତି, ଆନନ୍ଦ, ସୁଖ, ପ୍ରେମ ଓ ଶକ୍ତି- ଏହି ସାତୋଟି ହେଉଛି ଆତ୍ମାର ମୌଳିକ ଗୁଣ । ଏହି ମୌଳିକ ଗୁଣରେ ଅବସ୍ଥାନ କରିବା ଦ୍ୱାରା ବ୍ୟକ୍ତି ସ୍ବୟଂକୁ ଶରୀରଠାରୁ ପୃଥକ ଏକ ଚୈତନ୍ୟ ସା ବୋଲି ଅନୁଭବ କରେ । ଏହା ହେଉଛି ଆତ୍ମିକ ସ୍ଥିତି । ପରମାତ୍ମାନୁଭୁତି ପାଇଁ ଆତ୍ମିକ ସ୍ଥିତିରେ ସ୍ଥିତ ହେବା  ଅନିବାର୍ଯ୍ୟ । ଆତ୍ମା, ଶରୀରର ଭୃକୃଟୀ ମଧ୍ୟରେ ଅବସ୍ଥାନ କରେ । ତେଣୁ  ରାଜଯୋଗ ଅଭ୍ୟାସ ବେଳେ ମନକୁ ଭୃକୁଟୀ ମଧ୍ୟରେ ସ୍ଥିର ରଖିବା ପାଇଁ କୁହାଯାଇଛି (ଗୀ ୮/୧୦) । ଆତ୍ମା ତା’ର ଚିତ୍ ଶକ୍ତି ଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ପରି·ଳନା କରେ । କେହି କେହି କହନ୍ତି ସୂର୍ଣ୍ଣାଳଙ୍କାରରେ ଯେପରି ସୁନା ବ୍ୟାପ୍ତ ଥାଏ ସେହିପରି ଆତ୍ମା ମଧ୍ୟ ସମଗ୍ର ସଂସାରରେ ପୂର୍ଣ୍ଣ ଭାବରେ ବ୍ୟାପି  ରହିଛି । ଏହି ଉଦାହରଣ ଆତ୍ମା ପାଇଁ ପ୍ରଯୁଜ୍ୟ ମନେ ହୁଏ ନାହିଁ । ସୁନା ଏକ ଧାତୁ ଓ ଜଡ଼ ପଦାର୍ଥ । ଏହାକୁ ତରଳାଇ ନିଜ ମନ ପସନ୍ଦ ଆକୃତି ଦିଆଯାଇ ପାରେ । ଆତ୍ମା ଚେତନଶୀଳ, ଅପରିବର୍ନୀୟ, ବିକାର ରହିତ, ଅଦାହ୍ୟ ଓ ଅଚ୍ଛେଦ୍ୟ ଅଟେ । ଗୋଟିଏ ସ୍ଥାନରେ ଥାଇ ମଧ୍ୟ ସୁର୍ଯ୍ୟ ସମଗ୍ର ସଂସାରକୁ  ଆଲୋକିତ କରିଥାଏ । ସୂର୍ଯ୍ୟଙ୍କ ପରି ଆତ୍ମା ମଧ୍ୟ ଏକଦେଶୀୟ; ବହୁଦେଶୀୟ ନୁହେଁ । ତା’ର ଚିତ୍ ଶକ୍ତି ହିଁ ସମଗ୍ର  ଶରୀରରେ ପରିବ୍ୟାପ୍ତ । ଶକ୍ତି ବହୁଦେଶୀୟ ହୋଇପାରେ କିନ୍ତୁ ସେହି ଶକ୍ତିର ସା ବା ଉସô ଏକଦେଶୀୟ ।
ଜୀବନ ଯାପନ କରୁଛନ୍ତି ।

ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,