ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ

ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

ବିଦ୍ୟାଳୟ ସମ୍ବନ୍ଧିତ ବିଷୟ

ବିଦ୍ୟାଳୟର ସ୍ଥାପନା କେବେ ଓ କେଉଁଠାରେ ହୋଇଥିଲା, ଏହାର ମୁଖ୍ୟାଳୟ କେଉଁଠାରେ?

ଏହି ବିଦ୍ୟାଳୟର ସ୍ଥାପନା ୧୯୩୭ ଖ୍ରୀଷ୍ଟାବ୍ଦରେ ସିନ୍ଧ-ହାଇଦ୍ରାବାଦ ସ୍ଥିତ କରାଚିରେ ହୋଇଥିଲା । ଭାରତ ବିଭାଜନ ପରେ ଏହି ସ୍ଥାନ ବର୍ମାନ ପାକିସ୍ଥାନ ଅନ୍ତର୍ଭୁକ୍ତ । ୧୯୫ଠ ଖ୍ରୀଷ୍ଟାବ୍ଦରେ ଏହି ବିଦ୍ୟାଳୟ ଭାରତସ୍ଥିତ  ଆବୁ ପର୍ବତ (Mount Abu)କୁ ସ୍ଥାନାନ୍ତରିତ ହେଲା । ଏହି ସ୍ଥାନରେ ଅନୁଷ୍ଠାନର ଆନ୍ତର୍ଜାତିକ ମୁଖ୍ୟାଳୟ ସ୍ଥାପିତ ହୋଇଛି ।

ବିଦ୍ୟାଳୟର ଶାଖା ଓ ଉପଶାଖାଗୁଡ଼ିକର ସଂଖ୍ୟା କେତେ?

ଏହି ବିଦ୍ୟାଳୟର ୧୨୫ଟି ଦେଶରେ ୮୫ଠଠ ଶାଖା ଓ ଉପଶାଖାଗୁଡ଼ିକ ଅବସ୍ଥିତ । ଏଗୁଡ଼ିକ ମାଧ୍ୟମରେ ଏହି ବିଦ୍ୟାଳୟ ସାଧାରଣ ଜନତାଙ୍କୁ ନିଃଶୂଳ୍କ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରୁଛି ।

ବିଦ୍ୟାଳୟର ଭଗିନୀ ସଂସ୍ଥା (Sister institution) ଏବଂ ତାର ଭିନ୍ନ ଭିନ୍ନ ପ୍ରଭାଗ (wing)

RERF  ଅର୍ଥାତ୍ Rajyoga Education and Research foundation  ହେଉଛି ଏହି ବିଦ୍ୟାଳୟର ଭଗିନୀ ସଂସ୍ଥା । ଏହାର ଅନ୍ତର୍ଗତ ୧୭ଟି ପ୍ରଭାଗ (wing) କାର୍ଯ୍ୟରତ । ଯଥା: Medical wing, women wing, Administrative wing, youth wing ଇତ୍ୟାଦି । ବୃି ଅନୁସାରେ ଏହିପରି ବିଭିନ୍ନ ପ୍ରଭାଗର ସଂରଚନା କରାଯାଇଛି ଯଦ୍ୱାରା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରାଯାଇପାରିବ ।

ବିଦ୍ୟାଳୟର ଆନ୍ତର୍ଜାତିକ ସ୍ଥିତି

ଏହି ବିଦ୍ୟାଳୟ ସଂଯୁକ୍ତ ରାଷ୍ଟ୍ର ସଂଘର (UNO ବା =United Nations organisation) DPI (Department of Public Information) ଅନ୍ତର୍ଗତ ବେସରକାରୀ ସଂସ୍ଥାରେ ଏକ ଉପଦେଷ୍ଟା ରୂପେ ମନୋନୀତ । ସଂଯୁକ୍ତ ରାଷ୍ଟ୍ର ସଂଘର ଆର୍ଥିକ ଓ ସାମାଜିକ ପରିଷଦ (Ecosoc )  ଅର୍ଥାତ୍ Economic and social council ର ଏକ ପରାମର୍ଶକ ସଦସ୍ୟ ରୂପେ ମଧ୍ୟ ଏହି ବିିଦ୍ୟାଳୟ କାର୍ଯ୍ୟରତ । ଏତଦ୍ବ୍ୟତୀତ UNISEF ସହିତ ମଧ୍ୟ ଏହି ବିଦ୍ୟାଳୟ ସମ୍ବନ୍ଧିତ । ଏହି ବିଦ୍ୟାଳୟକୁ ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ‘ଶାନ୍ତି ପଦକ’ (Peace Award) ତଥା ଗୋଟିଏ ଅର୍ନ୍ତରାଷ୍ଟ୍ରୀୟ ଓ ପାଟି ରାଷ୍ଟ୍ରୀୟ ଶାନ୍ତି ଦୂତ (Peace messenger) ନାମକ ପୁରସ୍କାର ଦିଆଯାଇଛି ।

ବିଦ୍ୟାଳୟର ନାମ କରଣ

ଏହି ବିଦ୍ୟାଳୟର ନାମ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ଏହି ନାମକରଣ ବିଦ୍ୟାଳୟର ଲକ୍ଷ୍ୟ ଓ ଉଦ୍ଧେଶ୍ୟକୁ ସ୍ପଷ୍ଟ କରେ ।

ନାମକରଣର ତାପôର୍ଯ୍ୟ-ପ୍ରଜାପିତାର ଅର୍ଥ କ’ଣ?

ପ୍ରଜାପିତା କହିଲେ ବ୍ରହ୍ମାଙ୍କୁ ବୁଝାଏ । ସେ ହେଉଛନ୍ତି ଆଦି ପିତା । ତେଣୁ ତାଙ୍କୁ The great great grand father କୁହାଯାଏ, ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପରମ ପିତା ପରମାତ୍ମା ସୃଷ୍ଟିରେ ସ୍ଥାପନା କାର୍ଯ୍ୟ କରିଥିଲେ । ତେଣୁ ବ୍ରହ୍ମାଙ୍କୁ ସୃଷ୍ଟିକର୍ା କୁହାଯାଏ ଏବଂ ତାଙ୍କ ଦ୍ୱାରା ସମ୍ଭବ ସନ୍ତାନ ସନ୍ତତିଙ୍କୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ କୁହାଯାଏ ।

ବ୍ରହ୍ମାକୁମାରୀ ନାମକରଣ କାହିଁକି?

ବିଦ୍ୟାଳୟ ନାମ ପୂର୍ବରୁ ବ୍ରହ୍ମାକୁମାରୀ ଶବ୍ଦର ସଂଯୋଗ ହେତୁ ଲୋକେ ଭାବନ୍ତି ଯେ ଏହା ସହିତ କେବଳ କୁମାରୀମାନେ ସଂପୃକ୍ତ । ଏକଥା ନୁହେଁ । ଏଠାକୁ ଉଭୟ ମହିଳା ଓ ପୁରୁଷମାନେ ମଧ୍ୟ ଆସନ୍ତି । ଏଠାରେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ କୌଣସି ଭେଦ ଭାବ ନାହିଁ । ଏହି ନାମକରଣ ପଛରେ ଏକ ଐତିହାସିକ କାରଣ ରହିଛି । ୧୯୩୭ ମସିହାରେ ଯେତେବେଳେ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ କଲେ ସେହି ସମୟରେ ମହିଳାମାନଙ୍କ ଦଶା ସଂସାରରେ ଖୁବ୍ ଦୟନୀୟ ଅବସ୍ଥାରେ ଥିଲା । ବିଶେଷ କରି ସିନ୍ଧୁ ପ୍ରଦେଶରେ, ଯେଉଁ ମହିଳା ବିଧବା ହୋଇଯାଉଥିଲେ ସେ ପରିଷ୍କାର ବସ୍ତ୍ର ପରିଧାନ କରିପାରୁ ନଥିଲେ, ପାଦରେ ଚପଲ ପିିନ୍ଧି ପାରୁନଥିଲେ, ତାଙ୍କୁ ଲଣ୍ଡିତ କରାଯାଉଥିଲା ଏବଂ ତାଙ୍କ ମୁହଁ ଦେଖିବାକୁ ମଧ୍ୟ ଅଶୁଭ ବି·ର କରାଯାଉଥିଲା । ତାଙ୍କୁ କୁଳ କଳଙ୍କିତ କୁହାଯାଉଥିଲା । ଏପରି ଏକ ଘଡିସନ୍ଧି ମୁହୂର୍ରେ ପରମାତ୍ମାଙ୍କ ଅବତରଣ ହୋଇଥିଲା ।
ପରମାତ୍ମା ହେଉଛନ୍ତି ପରମ ଶିକ୍ଷକ । ଜଣେ ଶିକ୍ଷକର କର୍ବ୍ୟ ହେଉଛି ଦୁର୍ବଳ ବିଦ୍ୟାର୍ଥୀମାନଙ୍କୁ ବିଶେଷ ଧ୍ୟାନ ଦେବା । ତେଣୁ ଏକ ଶ୍ରେଷ୍ଠ ଶିକ୍ଷକ ହୋଇଥିବା ହେତୁ ପରମାତ୍ମା ମହିଳା ବର୍ଗଙ୍କୁ ପ୍ରାଧାନ୍ୟ ଦେଲେ । ସେମାନଙ୍କୁ ଈଶ୍ୱରୀୟ ଜ୍ଞାନ ପ୍ର·ର ପ୍ରସାର ପାଇଁ ନିମି ରଖିଲେ । ଆଜି ସମଗ୍ର ବିଶ୍ୱରେ ଥିବା ପ୍ରତ୍ୟେକ ସେବା କେନ୍ଦ୍ରର ମାଉ ଆବୁ ସ୍ଥିତ ଆମର ଅନ୍ତର୍ରାଷ୍ଟ୍ରୀୟ ମୁଖ୍ୟାଳୟର ସାଳିକା ମଧ୍ୟ ଜଣେ ନାରୀ । ଏଠାରେ ଏକ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ଭାରତର ସମସ୍ତ ନଦୀର (ବ୍ରହ୍ମପୁତ୍ର ବ୍ୟତୀତ) ନାମ ସ୍ତ୍ରୀଲିଙ୍ଗ ବାଚକ । ଭାରତୀୟ ସଂସ୍କୃତିରେ ସର୍ବଦା ସ୍ତ୍ରୀମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ନଦୀମାନଙ୍କ ନାମ ସ୍ତ୍ରୀଲିଙ୍ଗ ବାଚକ ହେବା ପଛରେ ନାରୀମାନଙ୍କୁ ପରମାତ୍ମାଙ୍କ ଜ୍ଞାନ କଳଶ ପ୍ରଦାନ କରିବାର ଏକ ଐତିହାସିକ ଘଟଣାର ଆଧ୍ୟାତ୍ମିକ ରହସ୍ୟ ନିହିତ ଅଛି । ସାଧାରଣତଃ ନାରୀମାନେ କୋମଳ, ସହନଶୀଳ ଓ ନମ୍ର । ଈଶ୍ୱରୀୟ ଜ୍ଞାନ ପ୍ର·ର ପ୍ରସାର ବେଳେ ସେମାନଙ୍କ ଏହି ବିଶେଷତା ଖୁବ୍ କାମରେ ଆସିଥାଏ । ଆଉ ମଧ୍ୟ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଅଧିକ ସମୟ ଦେଇ ପାରିବେ । ଏହାର ଅର୍ଥ ନୁହେଁ ଯେ ଏଠାରେ ପୁରୁଷମାନଙ୍କର କୌଣସି ଭୂମିକା ନାହିଁ । ସେମାନେ ପୃଷ୍ଠପୋଷକ ଭାବରେ ଭଉଣୀମାନଙ୍କୁ ସେବାରେ ସହଯୋଗ ଦିଅନ୍ତି ।
ଈଶ୍ୱରୀୟ ଶବ୍ଦ କାହିଁକି?
ଏଠାରେ ଦିଆଯାଉଥିବା ଜ୍ଞାନ ସ୍ବୟଂ ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ପ୍ରଦାନ କରୁଛନ୍ତି । ଏହା କୌଣସି ମଣିଷର  ମସ୍ତିଷ୍କ ନିସୃତ ନୁହେଁ କି କୌଣସି ଶାସ୍ତ୍ର- ପୁରାଣରୁ ଏହା ଅଣାଯାଇ ନାହିଁ । ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରି ଶିକ୍ଷକ ରୂପରେ ଜ୍ଞାନ ଦିଅନ୍ତି । ଏହି ଅନୁଷ୍ଠାନ ଈଶ୍ୱରଙ୍କ ଜ୍ଞାନ ପ୍ର·ର ପ୍ରସାର କରୁଥିବାରୁ ଏହା ପୂର୍ବରୁ ଈଶ୍ୱରୀୟ ଶବ୍ଦ ବ୍ୟବହାର କରାଯାଇଛି ।

ବିଶ୍ୱ ବିଦ୍ୟାଳୟ ଶବ୍ଦ କାହିଁକି?

ବିଶ୍ୱ ପିତା ପରମାତ୍ମା ଶିବ ଶିକ୍ଷକ ରୂପରେ ଏହି ବିଶ୍ୱରେ ଅବତୀର୍ଣ୍ଣ ହୋଇ ଜାତି, ବର୍ଣ୍ଣ, ଧର୍ମ, ସଂପ୍ରଦାୟ, ଭାଷା, ଲିଙ୍ଗ ଓ ରାଷ୍ଟ୍ର ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କୁ ଜ୍ଞାନ ପ୍ରଦାନ କରନ୍ତି । ବିଶ୍ୱବିଦ୍ୟାଳୟ ନାମ କରଣର ଏହା ଏକ କାରଣ । ଦ୍ୱିତୀୟ କାରଣ ହେଉଛି ବିଶ୍ୱବିଦ୍ୟାଳୟ ଭଳି ଏହି ଅନୁଷ୍ଠାନର ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଅଛି ଓ ତାହା ପ୍ରାପ୍ତି ପାଇଁ ·ରୋଟି ବିଷୟ ନିର୍ଦ୍ଧାରିତ ହୋଇଛି ଯଥା: ୧) ଈଶ୍ୱରୀୟ ଜ୍ଞାନ ୨) ସହଜ ରାଜଯୋଗ ୩) ଦିବ୍ୟଗୁଣର ଧାରଣା ଓ ୪) ଈଶ୍ୱରୀୟ ସେବା ।

ଈଶ୍ୱରୀୟ ଜ୍ଞାନ

ଏହି ବିଷୟ ଅନ୍ତର୍ଗତ ଆତ୍ମା, ପରମାତ୍ମା,  ପରମାତ୍ମାଙ୍କ ଦିବ୍ୟ କର୍ବ୍ୟ, ଗୀତା ଜ୍ଞାନ ଦାତା କିଏ? ସୃଷ୍ଟି ଚକ୍ର, ଭାରତର ଉାନ ପତନର କାହାଣୀ, କଳ୍ପ ବୃକ୍ଷ, କର୍ମର ଗୁହ୍ୟଗତି ଆଦି ଅନେକ ବିଷୟରେ ସ୍ପଷ୍ଟ ଓ ସଠିକ ଜ୍ଞାନ ପ୍ରଦାନ କରାଯାଏ ।

ସହଜ ରାଜଯୋଗ

ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହେଉଛି ଯୋଗ । ଈଶ୍ୱରୀୟ ଜ୍ଞାନ ଆଧାରରେ ରାଜଯୋଗ ଅଭ୍ୟାସ କରାଯାଏ। ଯୋଗର ଅର୍ଥ ଯୁକ୍ତ କରିବା । ପରମାତ୍ମାଙ୍କ ସହିତ ଆତ୍ମାର ସମ୍ବନ୍ଧ ସ୍ଥାପନ କରିବା ହେଉଛି ସହଜ ରାଜଯୋଗ । ଏଥିରେ ବ୍ୟକ୍ତି ନିଜର ମନକୁ ପରମାତ୍ମାଙ୍କ  ସହିତ ଯୁକ୍ତ କରେ । ଏଥିପାଇଁ କୌଣସି ପ୍ରକାର ହଠକି୍ରୟା, କର୍ମକାଣ୍ଡ, ଜପ, ପୂଜା-ପାଠ ଆଦି କଷ୍ଟସାଧ୍ୟ ତଥା ଜଟିଳ କାର୍ଯ୍ୟ କରିବାର ଆବଶ୍ୟକ ନାହିଁ । କେବଳ ବୁଦ୍ଧି ଦ୍ୱାରା ନିଜକୁ ଆତ୍ମା ମନେ କରି ଯୋଗୀ ବିଭିନ୍ନ ସମ୍ବନ୍ଧରେ ପରମାତ୍ମାଙ୍କୁ ମନେ ପକାଏ ।                        

ଦିବ୍ୟଗୁଣର ଧାରଣା

ମାନବ ମଧ୍ୟରେ ଦିବ୍ୟଗୁଣର ବିକାଶ କରିବା ହେଉଛି ଏହି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ । କଥିତ ଅଛି- “ନର୍ ଏସି କରନି କରେ ଯୋ ନାରାୟଣ କହଲାୟେଁ ଔର  ନାରୀ ଏସି କରନି କରେ ଯୋ ଲକ୍ଷ୍ମୀ କହଲାୟେଁ” ଏହା କେବଳ ଈଶ୍ୱରୀୟ ଜ୍ଞାନ ଦ୍ୱାରା ସମ୍ଭବ । ମନୁଷ୍ୟକୁ ଦେବତାରେ ପରିଣତ କରିବା ହେଉଛି ପରମାତ୍ମାବତରଣର ଆଭିମୁଖ୍ୟ । ପ୍ରଜାପିତା ବ୍ରହ୍ମା ଦ୍ୱାରା ଏହିପରି ଏକ ଅଭୂତପୂର୍ବ ବିଶ୍ୱବିଦ୍ୟାଳୟ ସ୍ଥାପନ ପୂର୍ବକ ପରମାତ୍ମା ଏହି ମାନବ ଦିବି୍ୟକରଣ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ଈଶ୍ୱରୀୟ ସେବା

ବ୍ୟବହାରିକ ଜୀବନରେ ଈଶ୍ୱରୀୟ ଜ୍ଞାନର ଯଥାର୍ଥ ବିନିଯୋଗ ଦ୍ୱାରା ବ୍ୟକ୍ତି ମଧ୍ୟରେ ଏକ ଅଲୌକିକ ପରିବର୍ନ ଆସେ । ତା’ ମନ ସୁଖ, ଶାନ୍ତି ଓ ଆନନ୍ଦରେ  ବିଭୋର ହୋଇ ଉଠେ । ସେ ତା’ର ଜ୍ଞାତି କୁଟୁମ୍ବ ଓ ବନ୍ଧୁ ବର୍ଗ ମଧ୍ୟରେ  ଈଶ୍ୱରୀୟ ଅବତରଣର ଦିବ୍ୟ ସନ୍ଦେଶ ବିତରଣ କରେ । ଏହିପରି ସେ ପରମାତ୍ମାଙ୍କ ବିଶ୍ୱ ନବ ନିର୍ମାଣ କାର୍ଯ୍ୟରେ  ନିଜକୁ ସାମିଲ କରିଦିଏ । ଏହା ହେଉଛି ଈଶ୍ୱରୀୟ ସେବା । ଏହି ସେବା କାର୍ଯ୍ୟ ଜ୍ଞାନ, ଯୋଗ ଓ ଦିବ୍ୟଗୁଣର ଧାରଣାକୁ ଦୃଢ଼ୀଭୂତ କରେ । ବ୍ୟକ୍ତି ସ୍ବତଃ ପ୍ରବୃ ହୋଇ ନିଜ ଯୋଗ୍ୟତା ଓ ସାମର୍ଥ୍ୟ ଅନୁସାରେ ସେବାର ବିଭିନ୍ନ ମାର୍ଗକୁ ବାଛି ନିଏ ।
ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,