ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ ୧) ବିଷୟ ପ୍ରବେଶ: ପ୍ରଥମ ଦିନ ଜିଜ୍ଞାସୁ ଯେତେବେଳେ ସେବା କେନ୍ଦ୍ରକୁ ଆସନ୍ତି ସେତେବେଳେ ସେ କିପରି ଓ କାହିଁକି ଆସିଛନ୍ତି ସେ ବିଷୟରେ ତାଙ୍କୁ ପ·ରିବା ଉଚିତ । ତତ୍ପଶ୍ଚାତ ତାଙ୍କୁ ବିଦ୍ୟାଳୟର ପରିଚୟ ଦେବେ । ପରିଚୟ ଦେଇସାରିବା ପରେ ଜିଜ୍ଞାସୁଙ୍କ ପ୍ରତିକ୍ରିୟା ଜାଣିବା ଆବଶ୍ୟକ । ଶେଷରେ ଫର୍ମ ପୂରଣ କରାଇବେ । ୨) ଜିଜ୍ଞାସୁଙ୍କୁ ପରଖିବା ସମ୍ବନ୍ଧିତ ବିଷୟ କ) କେଉଁ ଉଦ୍ଧେଶ୍ୟ ନେଇ ଜିଜ୍ଞାସୁ ସେବା କେନ୍ଦ୍ରକୁ ଆସିଛନ୍ତି ସେ ବିଷୟରେ ତାଙ୍କ ସହିତ କଥାବାର୍ା କରି ଜାଣିବାକୁ ଚେଷ୍ଟା କରନ୍ତୁ । କୌଣସି ବ୍ୟକ୍ତି ସହିତ କିଛି ସମୟ କଥାବାର୍ା କଲେ ତା’ର ଦୃଷ୍ଟି ଓ ବୃି ବିଷୟରେ ଜଣାପଡିଯାଏ । ତେଣୁ ଜିଜ୍ଞାସୁ ସହିତ କଥାବାର୍ା ବେଳେ ନିଜକୁ ଶକ୍ତିଶାଳୀ ସ୍ଥିତିରେ ରଖିବାକୁ ହେବ । ଖ) ତତ୍ପଶ୍ଚାତ ଜିଜ୍ଞାସୁଙ୍କୁ ପ·ରନ୍ତୁ ଯେ ସେ କେଉଁଠାରୁ ଆସିଛନ୍ତି ଓ ତାଙ୍କୁ କିଏ ପଠାଇଛନ୍ତି । କେତେକ ବିଦ୍ୟାର୍ଥୀ ସେବା କେନ୍ଦ୍ରର ବୋର୍ଡ ଦେଖି ଆସିଥାନ୍ତି । ଆଉ କେତେକ ଆଧ୍ୟାତ୍ମିକ ପ୍ରଦର୍ଶନୀ ଦେଖି ଆସିଥାନ୍ତି । ମାଉ ଆବୁ ପରିଦର୍ଶନ ବେଳେ ସେଠାରେ ଥିବା ମୁଖ୍ୟାଳୟରୁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ବିଷୟରେ ସୂଚନା ପାଇ କେହି କେହି ମଧ୍ୟ ଆସିଥାନ୍ତି । ଅନେକ ସମୟରେ ଦେଖାଯାଇଥାଏ ଯେ କିଛି ଲୋକ କେବଳ ବ୍ରହ୍ମାକୁମାରୀ ଭଉଣୀମାନଙ୍କ ସହିତ...