ସାପ୍ତାହିକ ପାଠ୍ୟକ୍ରମ--(ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ଜ୍ଞାତବ୍ୟ ବିଷୟ)

ସାପ୍ତାହିକ ପାଠ୍ୟକ୍ରମ


(ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପାଇଁ ଜ୍ଞାତବ୍ୟ ବିଷୟ)

୧)ବିଷୟ ପ୍ରବେଶ

  ବିଦ୍ୟାର୍ଥୀଙ୍କୁ ସର୍ବ ପ୍ରଥମେ ୭ ଦିନର ଜ୍ଞାନ ଯୋଗ ଓ ଧାରଣା ସମ୍ବନ୍ଧିତ ପାଠ୍ୟକ୍ରମ ଉପରେ ଶିକ୍ଷା ଦେଇ  ତତ୍ପଶ୍ଚାତ୍ ମୂରଲୀ ଶୁଣାଇବା ଉଚିତ ।

୨)ବିଦ୍ୟାର୍ଥୀଙ୍କୁ କେଉଁ ଦିନ କ’ଣ କରାଇବେ?

କ)ପ୍ରଥମ ଦିନ -ଫର୍ମ ପୂରଣ କରାଇବେ ଏବଂ ବିଦ୍ୟାଳୟର ପରିଚୟ ଦେବେ

ବାବା ପ୍ରଥମରୁ ହିଁ ଏହି ସାପ୍ତାହିକ ପାଠ୍ୟକ୍ରମ ପାଇଁ ଏକ ପଦ୍ଧତିର ପ୍ରଚଳନ କରିଛନ୍ତି ଯେ କୌଣସି ନୂଆ ଜିଜ୍ଞାସୁ ସେବା କେନ୍ଦ୍ରକୁ ଆସନ୍ତି ତେବେ ପ୍ରଥମେ ତାଙ୍କ ଦ୍ୱାରା ଫର୍ମ ପୂରଣ କରାଇବାକୁ ହେବ ଓ ପରେ ସଂସ୍ଥା ବିଷୟରେ ପରିଚୟ ଦେବାକୁ ହେବ ।

ଖ)ଦ୍ୱିତୀୟ ଦିନ-ପ୍ରଥମ ପାଠ (ଆତ୍ମା)

ଦ୍ୱିତୀୟ ଦିନ ପ୍ରଥମ ପାଠରେ ଆତ୍ମା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥାଏ । ଏହା ସହିତ ତତ୍ ସମ୍ବନ୍ଧିତ ଜ୍ଞାନର କେତେକ ବିନ୍ଦୁ ଉପରେ ମଧ୍ୟ ଆଲୋକପାତ କରାଯାଇଥାଏ । ଉଦାହରଣ ସ୍ବରୂପ ଆତ୍ମା ପରମାତ୍ମା ସହିତ ଲୀନ ହୁଏ ନାହିଁ, ଆତ୍ମା ପୁନର୍ଜନ୍ମ ନିଏ, ଆତ୍ମା, ପରମାତ୍ମାଙ୍କ  ଅଂଶ ନୁହେଁ । ଜଣେ ଭଲ ଶିକ୍ଷକ/ଶିକ୍ଷୟତ୍ରୀ ଆଧ୍ୟାତ୍ମିକ ସାହିତ୍ୟଗୁଡିକୁ ଭଲ ଭାବରେ ଅଧ୍ୟୟନ କରିବା ଉଚିତ । ଆଲୋଚନା ପାଇଁ ପ୍ରଥମେ ଗୋଟିଏ ବିଷୟ ସ୍ଥିର କରନ୍ତୁ । ଯଥା;ଆତ୍ମା, ଏହା ଉପରେ ବିଭିନ୍ନ ତଥ୍ୟ ଏକତ୍ରିତ କରନ୍ତୁ । ତେବେ ଏହା ଏକ ପାଠ (Lesson) ହୋଇଯିବ ।

୩) ବିଦ୍ୟାର୍ଥୀଙ୍କୁ ସାପ୍ତାହିକ ପାଠ୍ୟକ୍ରମ କରାଇବା ସମୟରେ ଧ୍ୟାନ ଯୋଗ୍ୟ କେତେକ କଥା

କ) ଜଣେ ଶିକ୍ଷକ/ ଶିକ୍ଷୟତ୍ରୀ ଜଣେ ବିଦ୍ୟାର୍ଥୀଙ୍କୁ ବା ବିଦ୍ୟାର୍ଥୀ ସମୂହଙ୍କୁ ସମସ୍ତ ପାଠ୍ୟକ୍ରମ (Course) ) ସମ୍ପନ୍ନ କରାଇବା ପାଇଁ ଚେଷ୍ଟା କରିବା ଉଚିତ । 
ଖ)ବିଦ୍ୟାର୍ଥୀଙ୍କୁ ଆମେ ଯେତେବେଳେ ପାଠ୍ୟକ୍ରମ କରାଇଥାଉ ସେତେବେଳେ ସେବାକେନ୍ଦ୍ରର ବାତାବରଣ ୟୁନିଭର୍ସିଟି ବାତାବରଣ ଭଳି ଅନୁଭବ ହେବା ଉଚିତ । ସେବାକେନ୍ଦ୍ରର ପାକଶାଳା ବା ଅନ୍ୟାନ୍ୟ ସ୍ଥାନରୁ କୌଣସି ଶବ୍ଦ ସୃଷ୍ଟି ହୋଇ ଯେପରି ଘରୋଇ ବାତାବରଣ ଭଳି ନ ଲାଗେ ସେଥି ପ୍ରତି ସତର୍କ ହେବା ଉଚିତ । ପାଠ୍ୟକ୍ରମ ପ୍ରଦାନ ବେଳେ ଶିକ୍ଷକ/ଶିକ୍ଷୟତ୍ରୀ ବ୍ୟବସ୍ଥିତ ଓ ଶକ୍ତିଶାଳୀ ସ୍ଥିତିରେ ରହିବା ଉଚିତ ଯଦ୍ଧ୍ୱାରା କେହି ତାଙ୍କର ଆ·ର, ବ୍ୟବହାର, ଅଙ୍ଗଭଙ୍ଗୀ ଓ ଶାବ୍ଦିକ ଚୟନରେ ତ୍ରୁଟି ଦେଖି ପାରିବେ ନାହିଁ । କୌଣସି ପରିସ୍ଥିତିରେ ମଧ୍ୟ ପାଠ୍ୟକ୍ରମ କରାଉଥିବା ବେଳେ ତରତର ହେବା ଅନୁଚିତ । ଯଥା ସମ୍ଭବ ମନକୁ ଧୀର, ସ୍ଥିର ଓ ଶାନ୍ତି ରଖିବା ଉଚିତ ।
ଗ) ବିଦ୍ୟାର୍ଥୀଙ୍କୁ କେବେହେଲେ ନିଜ ନାମ କହିବେ ନାହିଁ । ତାଙ୍କଠାରୁ ସର୍ବଦା ଦୂରତ୍ୱ ବଜାୟ ରଖିବେ । ତାଙ୍କ ସହିତ ଅତ୍ୟଧିକ ଘନିଷ୍ଠତା ବର୍ଜନୀୟ । ଆପଣ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଚେଷ୍ଟା କରିବେ ନାହିଁ । ଅନ୍ୟଥା ସେ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ·ରି ପାରନ୍ତି ।
ଘ)ବିଦ୍ୟାର୍ଥୀଙ୍କୁ ୪୫ ମିନିଟରୁ ଅଧିକ ସମୟ ଦେବା ଅନୁଚିତ । ୪୫ ମିନିଟ ପୂର୍ଣ୍ଣ ହୋଇଗଲେ ଯଦି ପାଠ ସମାପ୍ତ ହୋଇ ନ ଥିବ ତେବେ ତା’ ପର ଦିନ ପୁନରାମ୍ଭ କରିବେ । ଅଧିକ ସମୟ ବସାଇଲେ ତାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯିବ ।
ଙ)ବିଦ୍ୟାର୍ଥୀ ଯଦି ପ୍ରଥମ ପାଠ ବୁଝି ନ ପାରନ୍ତି ତେବେ ଦ୍ୱିତୀୟ ଦିନ ଆଉ ଥରେ ତାଙ୍କୁ ବୁଝାନ୍ତୁ ।
ଚ)ଯେଉଁ ପାଠରେ ଯେତିକି ବିଷୟ ରହିଛି ବିଦ୍ୟାର୍ଥୀଙ୍କୁ କେବଳ ସେତକ ହିଁ ଶୁଣାଇବା ଉଚିତ । ବିଦ୍ୟାର୍ଥୀ ଯେଉଁ ପ୍ରଶ୍ନ ପ·ରିବେ ସେତିକି ଉର ଦିଅନ୍ତୁ । ବିଦ୍ୟାର୍ଥୀଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନ ଯଦି ସେହି ଦିନ ପାଠ ସହିତ ସମ୍ବନ୍ଧିତ ନ ଥାଏ ତେବେ ତାଙ୍କୁ ଯଥା ସମୟରେ ସେହି ଉର ଦିଆଯିବ ବୋଲି କହନ୍ତୁ ।
ଛ)ବିଦ୍ୟାର୍ଥୀଙ୍କୁ ପ୍ରତିଦିନ ପାଠ ସମାପ୍ତ ପରେ ଗୃହକାର୍ଯ୍ୟ ଦିଅନ୍ତୁ । ଅନ୍ୟାଥ ତା’ର କୌଣସି ଦିନ ଦେଇଥିବା ଗୃହକାର୍ଯ୍ୟ ଉପରେ ପ୍ରଶ୍ନ ପ·ରନ୍ତୁ । ଅନ୍ୟଥା ତା’ର କୌଣସି ମୂଲ୍ୟ ରହିବ ନାହିଁ ।
ଜ) ବିଦ୍ୟାର୍ଥୀଙ୍କୁ ପଢାଇଥିବା ପାଠର ପୁନରାଲୋଚନା କରନ୍ତୁ । ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବୁଦ୍ଧିରେ  ପ୍ରତ୍ୟେକ ବିଷୟ ସ୍ପଷ୍ଟ ହେବା ଉଚିତ । ଅଧ୍ୟୟନ ଦ୍ୱାରାହିଁ ଏହା ସମ୍ଭବ । ପୂର୍ବଦିନ ପଢାଇଥିବା ପାଠ ବିଦ୍ୟାର୍ଥୀ ଭଲଭାବରେ ବୁଝିଛନ୍ତି କି ନାହିଁ, ତାହା ଜାଣିବା ପାଇଁ ତାଙ୍କୁ ପ୍ରଶ୍ନ ପ·ରନ୍ତୁ ଓ ସେ ଯଦି ଉର ଦେଇ ପାରୁ ନାହାନ୍ତି ଅପଣ ତାହା ସ୍ପଷ୍ଟ କରନ୍ତୁ ।
ଝ) ବିଦ୍ୟାର୍ଥୀଙ୍କ ମନରେ ଉକôଣ୍ଠା ଜାଗ୍ରତ କରାଇବା ପାଇଁ ପରବର୍ୀ ଦିନରେ ପଢାଇବାକୁ ଥିବା ପାଠ ବିଷୟ ସଂକ୍ଷିପ୍ତ ସୂଚନା
ଦିଅନ୍ତୁ ।
ଞ୍ଜ) ପ୍ରଥମ ଦିନରେହିଁ ବିଦ୍ୟାର୍ଥୀଙ୍କ ପରିଚୟ ସେବାକେନ୍ଦ୍ରର ସଂ·ଳିକାଙ୍କ ସହିତ କରାଇବା ଉଚିତ ।
ଟ)ବିଦ୍ୟାର୍ଥୀ ପ୍ରତିଦିନ ଯେପରି ଟିପାଖାତା ଧରି ଆସିବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଆଜି ପଢାଇଥିବା ପାଠକୁ ଆସନ୍ତା କାଲି ଲେଖି ଆଣିବାକୁ କହନ୍ତୁ ଓ ତାହା ନିୟମିତ ଯା କରନ୍ତୁ ।
ଠ) ବିଦ୍ୟାର୍ଥୀଙ୍କୁ ଯେଉଁ ସମୟରେ ଆସିବାକୁ କହିଛନ୍ତି ସେହି ସମୟରେ ହିଁ ପ୍ରସ୍ତୁତ ହୋଇ ରହନ୍ତୁ । ଶିକ୍ଷକ/ଶିକ୍ଷୟତ୍ରୀ ଯଦି ସମୟାନୁବିର୍ତା ପାଳନ କରନ୍ତି ତେବେ ଛାତ୍ରାଛାତ୍ରୀ ମଧ୍ୟ ଶୃଙ୍ଖଳିତ ହେବେ । ଯିଏ ଅନ୍ୟମାନଙ୍କ ସମୟର ମହ୍ୱ ଜାଣେ ସେ ସ୍ବୟଂ ସମୟାନୁବର୍ୀ ହୋଇଥାଏ ।
୪)  ବିଦ୍ୟାର୍ଥୀଙ୍କୁ ସାପ୍ତାହିକ ପାଠ୍ୟକ୍ରମ କରାଇବା ବେଳେ ଜ୍ଞାନ, ଯୋଗ ଓ ଧାରଣା ପାଠର କ୍ରମ!
ବିଦ୍ୟାର୍ଥୀଙ୍କୁ ପ୍ରଥମେ ଜ୍ଞାନର ସାତଟି ପାଠ ପଢାଇବା ଉଚିତ । ତତ୍ପଶ୍ଚାତ ଯୋଗ ଓ ଧାରଣା ସମ୍ବନ୍ଧିତ ପାଠ ଉପରେ ଆଲୋଚନା କରିବେ ।

ଜ୍ଞାନ ସମ୍ବନ୍ଧିତ ପାଠ

୧) ମୁଁ କିଏ? (ଆତ୍ମା) ୨) ପରମାତ୍ମାଙ୍କ ସତ୍ୟ ପରିଚୟ
୩) ତ୍ରିମୂିର୍ (ପରମାତ୍ମାଙ୍କ କର୍ବ୍ୟ) ୪) କଳ୍ପ ବୃକ୍ଷ
୫) ସୃଷ୍ଟି ଚକ୍ର ୬)ଭାରତର ଉାନ ଓ ପନର କାହାଣୀ (ସିଢି) ୭) ଗୀତାର ଭଗବାନ,

ଯୋଗ ସମ୍ବନ୍ଧିତ ପାଠ

ରାଜଯୋଗର ଆଧାର ଓ ବିଧି

ଧାରଣା ସମ୍ବନ୍ଧିତ ପାଠ

ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ପ୍ରାପ୍ତି ଓ ଦିବ୍ୟଗୁଣର ଧାରଣା
ଯଦି କାହାକୁ ଯୋଗ ବିଷୟରେ ବିଶେଷ ରୁଚିଥାଏ ତେବେ ତାଙ୍କୁ ଆତ୍ମା ଓ ପରମାତ୍ମା ପାଠ ପଢାଇବା ପରେ ଯୋଗ ସମ୍ବନ୍ଧିତ ପାଠ ପଢାଯାଇପାରେ ।

୫) ବିଦ୍ୟାର୍ଥୀଙ୍କ ଦ୍ୱାରା ପୂରଣ କରାଯାଇଥିବା ଫର୍ମର ପ୍ରାରୂପ! 

କ)ଆପଣଙ୍କ ନାମ, ଠିକଣା ଓ ବ୍ୟବସାୟ
ଖ)  ଆପଣଙ୍କ ଶାରୀରିକ ପିତାଙ୍କ ନାମ, ଠିକଣା ଓ ବ୍ୟବସାୟ
ଗ) ସ୍ବୀୟ ଆତ୍ମାର ପରମ ପିତା ପରମାତ୍ମାଙ୍କ ଦିବ୍ୟ ନାମ, ଦିବ୍ୟଧାମ, ଦିବ୍ୟ କର୍ବ୍ୟ ଓ ବିଶେଷ ଦିବ୍ୟଗୁଣ,
ଘ) ଆପଣଙ୍କ ଧର୍ମର ନାମ କ’ଣ? ଧର୍ମ ସ୍ଥାପକଙ୍କ ନାମ କ’ଣ?
ଙ) ଆପଣ ପରମପିତାଙ୍କୁ ପରମାତ୍ମାଙ୍କୁ କେଉଁ ରୂପରେ ଓ କାହିଁକି ସ୍ମରଣ କରନ୍ତି?
ଚ)ଆପଣ କ’ଣ ଜାଣନ୍ତି ଯେ ଗୀତା ଜ୍ଞାନ କିଏ ଦେଇଥିଲେ?
ଛ) ଆପଣଙ୍କ କ’ଣ କେହି ଗୁରୁ ବା ମାର୍ଗପ୍ରଦର୍ଶକ ଅଛନ୍ତି?
ଜ) ଏଠାକୁ ଆପଣ କେଉଁ ଉଦ୍ଧେଶ୍ୟରେ ଆଗମନ କରିଛନ୍ତି?

Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର