ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ

୧) ବିଷୟ ପ୍ରବେଶ:

ପ୍ରଥମ ଦିନ ଜିଜ୍ଞାସୁ ଯେତେବେଳେ ସେବା କେନ୍ଦ୍ରକୁ ଆସନ୍ତି ସେତେବେଳେ ସେ କିପରି ଓ କାହିଁକି ଆସିଛନ୍ତି ସେ ବିଷୟରେ ତାଙ୍କୁ ପ·ରିବା ଉଚିତ । ତତ୍ପଶ୍ଚାତ ତାଙ୍କୁ ବିଦ୍ୟାଳୟର ପରିଚୟ ଦେବେ । ପରିଚୟ ଦେଇସାରିବା ପରେ ଜିଜ୍ଞାସୁଙ୍କ ପ୍ରତିକ୍ରିୟା ଜାଣିବା ଆବଶ୍ୟକ । ଶେଷରେ ଫର୍ମ ପୂରଣ କରାଇବେ ।

୨) ଜିଜ୍ଞାସୁଙ୍କୁ ପରଖିବା ସମ୍ବନ୍ଧିତ ବିଷୟ

କ) କେଉଁ ଉଦ୍ଧେଶ୍ୟ ନେଇ ଜିଜ୍ଞାସୁ ସେବା କେନ୍ଦ୍ରକୁ ଆସିଛନ୍ତି ସେ ବିଷୟରେ ତାଙ୍କ ସହିତ କଥାବାର୍ା କରି ଜାଣିବାକୁ ଚେଷ୍ଟା କରନ୍ତୁ । କୌଣସି ବ୍ୟକ୍ତି ସହିତ କିଛି ସମୟ କଥାବାର୍ା କଲେ ତା’ର ଦୃଷ୍ଟି ଓ ବୃି ବିଷୟରେ ଜଣାପଡିଯାଏ । ତେଣୁ ଜିଜ୍ଞାସୁ ସହିତ କଥାବାର୍ା ବେଳେ ନିଜକୁ ଶକ୍ତିଶାଳୀ ସ୍ଥିତିରେ ରଖିବାକୁ ହେବ ।
ଖ) ତତ୍ପଶ୍ଚାତ ଜିଜ୍ଞାସୁଙ୍କୁ ପ·ରନ୍ତୁ ଯେ ସେ କେଉଁଠାରୁ ଆସିଛନ୍ତି ଓ ତାଙ୍କୁ କିଏ ପଠାଇଛନ୍ତି । କେତେକ ବିଦ୍ୟାର୍ଥୀ ସେବା କେନ୍ଦ୍ରର ବୋର୍ଡ ଦେଖି ଆସିଥାନ୍ତି । ଆଉ କେତେକ ଆଧ୍ୟାତ୍ମିକ ପ୍ରଦର୍ଶନୀ ଦେଖି ଆସିଥାନ୍ତି । ମାଉ ଆବୁ ପରିଦର୍ଶନ ବେଳେ ସେଠାରେ ଥିବା ମୁଖ୍ୟାଳୟରୁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ବିଷୟରେ ସୂଚନା ପାଇ କେହି କେହି ମଧ୍ୟ ଆସିଥାନ୍ତି । ଅନେକ ସମୟରେ ଦେଖାଯାଇଥାଏ ଯେ କିଛି ଲୋକ କେବଳ ବ୍ରହ୍ମାକୁମାରୀ ଭଉଣୀମାନଙ୍କ ସହିତ ବାର୍ାଳାପ କରିବା ପାଇଁ ଆସନ୍ତି । ତେଣୁ ନିଜର ସ୍ଥିତି ଶକ୍ତିଶାଳୀ କରିବା ଏକାନ୍ତ ଆବଶ୍ୟକ ।
ଗ) ବେଳେବେଳେ କେହି କେହି ମଦ୍ୟପାନ କରି ସେବା କେନ୍ଦ୍ରକୁ ଆସନ୍ତି । ତେଣୁ ବାହାରେ ଏକ ବୋର୍ଡରେ ସ୍ପଷ୍ଟ ଭାବରେ ଲେଖିବା ଉଚିତ ଯେ “କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରିଥିବା ବ୍ୟକ୍ତି ଏଠାକୁ ଆସିବା ନିଷେଧ ।’’ ତଥାପି ମଧ୍ୟ ଯଦି କେହି ଆସିଯାନ୍ତି ତାଙ୍କୁ ବୁଝାନ୍ତୁ ଯେ ଏଠାରେ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରାଯାଏ, ଯଦି ଆପଣ ଏଠାକୁ ଆସିବାକୁ ·ହୁଁଛନ୍ତି ତେବେ କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରିଆସିବେ ନାହିଁ ।
ଘ) ଯଦି କୌଣସି ଜିଜ୍ଞାସୁ ପାଣି ପିଇବାକୁ ମାଗନ୍ତି ତାଙ୍କୁ ସିଧାସଳଖ ଗ୍ଲାସ ଧରାଇବେ ନାହିଁ । ଟ୍ରେରେ ଗ୍ଲାସ ନେଇ ଆସିବେ । ସବୁଠାରୁ ଭଲ ଯଦି ପରିଦର୍ଶକ ପ୍ରକୋଷ୍ଠରେ ପାଣି ପାତ୍ରର ବ୍ୟବସ୍ଥା କରାଯାଇପାରିବ । ପାଣି ପିଇ ସାରିବା ପରେ ଅଇଁଠା ଗ୍ଲାସ ଟେବୁଲ ଉପରେ ରଖିବାକୁ ତାଙ୍କୁ କହିବେ । ହାତରେ ଧରିବେ ନାହିଁ ।

୩) ପାଠ୍ୟକ୍ରମ କରାଇବା ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ କିପରି ନିଜର ଶାରୀରିକ ଓ ମାନସିକ ପ୍ରସ୍ତୁତି କରିବେ?

ଯେତେବେଳେ ମଧ୍ୟ ଆପଣ କାହାକୁ ପାଠ୍ୟକ୍ରମ କରାଇବାକୁ ଯାଉଛନ୍ତି ତା’ ପୂର୍ବରୁ ଆପଣଙ୍କ ଶାରୀରିକ ଓ ମାନସିକ ପ୍ରସ୍ତୁତି ନିମ୍ନ ମତେ ହେବା ଉଚିତ୍ ।
ଶାରୀରିକ ପ୍ରସ୍ତୁତି
ପାଠ୍ୟକ୍ରମ କରାଇବା ବେଳେ ନିଜର କେଶ ବିନ୍ୟାସ, ବସିବାର ଢ଼ଙ୍ଗ ଓ ବସିବାର ସ୍ଥାନ ଠିକ ହେବା ଉଚିତ । ପାଠ ଅନୁସାରେ ଗୀତ ମନୋନୟନ ପୂର୍ବରୁ ହେବା ଉଚିତ । ଏହାଦ୍ୱାରା ପ୍ରଭାବଶାଳୀ ବାତାବରଣ ଉପôନ୍ନ ହେବ ।
ମାନସିକ ପ୍ରସ୍ତୁତି
କ) ଜିଜ୍ଞାସୁଙ୍କୁ ଜ୍ଞାନ ଦେବା ସମୟରେ ନିମି ଭାବ ରହିବା ଉଚିତ
ଆମକୁ ମନେ ରଖିବାକୁ ହେବ ଯେ ଆମେ ଯେଉଁ ଜ୍ଞାନ ଅନ୍ୟମାନଙ୍କୁ ଶୁଣାଉଛୁ ତାହା ଶିବ ବାବାଙ୍କଠାରୁ ପ୍ରାପ୍ତ ହୋଇଛି । ଆମେ ନିମି ମାତ୍ର । ଏହି ନିମି ଭାବ ରହିଲେ କାହାରି ପ୍ରଶଂସାରେ ଆମ ମନରେ ଅହଂକାର ଆସିବ ନାହିଁ । କେହି ଜିଜ୍ଞାସୁ ଯଦି ଆମ ସମ୍ମୁଖରେ ପ୍ରଶଂସା କରନ୍ତି ତାଙ୍କୁ ସହଜ ଭାବରେ ଆମେ ଉର ଦେବା ଉଚିତ ଯେ ଏହି ଜ୍ଞାନ ମୋତେ ପରମାତ୍ମା ଶିବଙ୍କଠାରୁ ମିଳିଛି, ମୁଁ କେବଳ ସନ୍ଦେଶ ବାହକ ମାତ୍ର ।
ଖ) ଜିଜ୍ଞାସୁ ଯଦି ଉଚ୍ଚ ପଦ ପଦବୀ ସମ୍ପନ୍ନ ହୋଇଥାନ୍ତି ତେବେ ତାଙ୍କୁ ଭୟ କରନ୍ତୁ ନାହିଁ । ନିଜ ମଧ୍ୟରେ ଉଚ୍ଚ ବା ହୀନମନ୍ୟତା ଜନିତ ବିକାର ଉପôନ୍ନ ହେବାକୁ ଦିଅନ୍ତୁ ନାହିଁ ।
ଅନେକ ସେବା କେନ୍ଦ୍ରରେ ନିମି ସାଳିକା ଭାବରେ ଛୋଟ ଛୋଟ ବା କମ୍ ଅନୁଭବ ସମ୍ପନ୍ନ ବ୍ରହ୍ମାକୁମାରୀ ଭଉଣୀ ଅବସ୍ଥାପିତ ହୋଇଥାନ୍ତି । ସେଭଳି ସେବା କେନ୍ଦ୍ରମାନଙ୍କରେ ଯଦି କୌଣସି ଉଚ୍ଚ ପଦପଦବୀ ସମ୍ପନ୍ନ ଜିଜ୍ଞାସୁ ଆସନ୍ତି ତେବେ ନିମି ଶିକ୍ଷୟତ୍ରୀ ଭଉଣୀଙ୍କୁ ଭୟ କରିବା ଅନୁଚିତ । ବଡ ସେବା କେନ୍ଦ୍ରମାନଙ୍କରେ ମଧ୍ୟ ଅନେକ ସମୟରେ ସେବା ପାଇଁ ଅଭିଜ୍ଞ ଭଉଣୀମାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଏପରି କ୍ଷେତ୍ରରେ ସେବା କେନ୍ଦ୍ର ସମ୍ଭାଳିବା ଦାୟିତ୍ୱ ଛୋଟ ଭଉଣୀମାନଙ୍କ ଉପରେ ନ୍ୟସ୍ତ ହୋଇଥାଏ । ସେପରି ସମୟରେ କୌଣସି ପ୍ରଭାବଶାଳୀ ଜିଜ୍ଞାସୁ ମଧ୍ୟ ପାଠ୍ୟକ୍ରମ ପାଇଁ ଆସିପାରନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ନିମି ଭଉଣୀ ନିଜ ମଧ୍ୟରେ ହୀନମନ୍ୟତାକୁ ସ୍ଥାନ ଦେବେ ନାହିଁ । ବାବା ଆମକୁ ଯେଉଁ ଜ୍ଞାନ ଦେଇଛନ୍ତି ବଡବଡ ସାଧୁ ସନ୍ଥଙ୍କ ନିକଟରେ ତାହା ନାହିଁ । ସବୁବେଳେ ଏପରି ବି·ର ଆଣିବେ । ଇଏ ମଧ୍ୟ ବାବାଙ୍କ ଜ୍ଞାନ ପିପାସୁ ସନ୍ତାନ । ଏହାଙ୍କ ଜ୍ଞାନ ପିପାସା ମେାଇବା ପାଇଁ ବାବା ମୋତେ ନିମି କରିଛନ୍ତି । ମୋ ପାଖରେ କୌଣସି ତ୍ରୁଟି ବିଚୁ୍ୟତି ଦେଖିଲେ ବାବା ସମ୍ଭାଳି ନେବେ ଅଥବା ମୋ ମଧ୍ୟରେ ଜ୍ଞାନର ସ୍ଫୁରଣ କରାଇବେ । ଏଭଳି ବି·ର ଭୟମୁକ୍ତ କରାଇବ । ଯଦି ନିମି ଭଉଣୀ ଜଣେ କୁଶଳୀ ବକ୍ତା ତେବେ ନିଜକୁ ବାବାଙ୍କ ନିମି ମନେ କଲେ ନିଜ ମଧ୍ୟରେ ଜ୍ଞାନର ଅହଂକାର ଆସିବ ନାହିଁ । ଅହଂକାର ଅଜ୍ଞାନତାର ପରି·ୟକ । ଜ୍ଞାନବାନ ବ୍ୟକ୍ତି ବିନମ୍ର ହୁଏ ।
ଗ) ଜିଜ୍ଞାସୁ ପ୍ରତି ଦୟା ଭାବନା ରଖିବା ଉଚିତ
ବେଳେବେଳେ ନିମ୍ନ ଶ୍ରେଣୀର ବ୍ୟକ୍ତି ମଧ୍ୟ ପାଠ୍ୟକ୍ରମ ପାଇଁ ଆସନ୍ତି ।  ସେଭଳି ସ୍ଥିତିରେ ସେହି ଆତ୍ମା ପ୍ରତି କୌଣସି ଉପେକ୍ଷା ଭାବନା ରଖନ୍ତୁ ନାହିଁ । ଧନୀ ହେଉ ବା ଦରିଦ୍ର ହେଉ, ଉଚ୍ଚ ବର୍ଗର, ହୁଅନ୍ତୁ ନିମ୍ନ ବର୍ଗର ସମସ୍ତଙ୍କ ପ୍ରତି ସମଭାବ ଓ ଦୟାଭାବ ରଖନ୍ତୁ । ଯେକୌଣସି ଆତ୍ମା ସେବା କେନ୍ଦ୍ରକୁ ଈଶ୍ୱରୀୟ ଜ୍ଞାନ ନେବା ପାଇଁ ଆସନ୍ତୁ ନା କାହିଁକି ପ୍ରତ୍ୟେକଙ୍କୁ ଶିବ- ବାବାଙ୍କ ସନ୍ତାନ ରୂପେ ଦେଖନ୍ତୁ । ମନରେ ଏହି ଭାବ ରଖନ୍ତୁ ଯେ ଇଏ ହେଉଛି ବାବାଙ୍କ ସନ୍ତାନ, ନିଜ ଅଧିକାର ନେବା ପାଇଁ ଆସିଛନ୍ତି । ଏହିପରି ମାନସିକ ପ୍ରସ୍ତୁତି ଆପଣଙ୍କ ସ୍ଥିତିକୁ ସୁଦୃଢ଼ କରିବ ।
ଘ) ପୂର୍ବ ପ୍ରସ୍ତୁତି
କୌଣସି ବ୍ୟକ୍ତି ବା ସମୂହକୁ ପାଠ୍ୟକ୍ରମ ଦେବା ପୂର୍ବରୁ ପୂର୍ବ ପ୍ରସ୍ତୁତି ଏକାନ୍ତ ଆବଶ୍ୟକ । ଏହାଦ୍ୱାରା ଜ୍ଞାନର ନୂଆ ନୂଆ ବିଷୟ ମନକୁ ଆସିବ । ଡାକ୍ତର ରୋଗୀର ରୋଗ ନିଦାନ କରି ଔଷଧ ଦେଉଥିବା ପରି ଜିଜ୍ଞାସୁର ବୌଦ୍ଧିକ ସ୍ତର ଅନୁସାରେ ଜ୍ଞାନ ଦେବା ଉଚିତ । ଜିଜ୍ଞାସୁ ସହିତ ପ୍ରଥମ ସାକ୍ଷାତରେ ତାଙ୍କ ସ୍ତର ନିରୂପଣ ପୂର୍ବକ ପାଠ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପାଠ ବିଷୟରେ ପୁନରାଭ୍ୟାସ କରିବାକୁ ହେବ । କଥାରେ ଅଛି ଚକ୍ସବମଗ୍ଧସମର ଜ୍ଞବଳରଗ୍ଦ ବ ଜ୍ଞବଦ୍ଭ କ୍ଟ୍ରରକ୍ସଲରମଗ୍ଧ (ଅର୍ଥାତ୍ ଅଭ୍ୟାସ ମନୁଷ୍ୟକୁ ଯୋଗ୍ୟ ବନାଏ । ତେଣୁ ଅତ୍ୟଧିକ ଆତ୍ମବିଶ୍ୱାସ ସର୍ବଦା ବର୍ଜନୀୟ ।)

୪) ବିଦ୍ୟାଳୟ ସମ୍ବନ୍ଧିତ ବିଷୟ

ପାଠ୍ୟକ୍ରମ କରାଇବା ପୂର୍ବରୁ ବିଦ୍ୟାଳୟ ସମ୍ବନ୍ଧରେ କିଛି ପ୍ରାରମ୍ଭିକ ସୂଚନା ଦିଆଯିବା ଉଚିତ । ଯଥା: ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କ’ଣ? ଏହି ଅନୁଷ୍ଠାନର କାର୍ଯ୍ୟ କ’ଣ? ଏହାର ସାମାଜିକ ସ୍ତର (ଝଗ୍ଧବଗ୍ଧଙ୍କଗ୍ଦ) କ’ଣ?
ପ୍ରଜାପିତା ବ୍ରହ୍ମାକୁମାରୀ ନାମ କାହିଁକି ରଖାଯାଇଛି? ଏତଦ୍ବ୍ୟତୀତ ଅନୁଷ୍ଠାନ ସମ୍ବନ୍ଧିତ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିବା ଉଚିତ୍ ।
କ)ବିଦ୍ୟାଳୟର ସ୍ଥାପନା କେବେ ଓ କେଉଁଠାରେ ହୋଇଥିଲା, ଏହାର ମୁଖ୍ୟାଳୟ କେଉଁଠାରେ?
ଏହି ବିଦ୍ୟାଳୟର ସ୍ଥାପନା ୧୯୩୭ ଖ୍ରୀଷ୍ଟାବ୍ଦରେ ସିନ୍ଧ-ହାଇଦ୍ରାବାଦ ସ୍ଥିତ କରାଚିରେ ହୋଇଥିଲା । ଭାରତ ବିଭାଜନ ପରେ ଏହି ସ୍ଥାନ ବର୍ମାନ ପାକିସ୍ଥାନ ଅନ୍ତର୍ଭୁକ୍ତ । ୧୯୫ଠ ଖ୍ରୀଷ୍ଟାବ୍ଦରେ ଏହି ବିଦ୍ୟାଳୟ ଭାରତସ୍ଥିତ  ଆବୁ ପର୍ବତ (ଗକ୍ଟଙ୍କଦ୍ଭଗ୍ଧ ଇଭଙ୍କ)କୁ ସ୍ଥାନାନ୍ତରିତ ହେଲା । ଏହି ସ୍ଥାନରେ ଅନୁଷ୍ଠାନର ଆନ୍ତର୍ଜାତିକ ମୁଖ୍ୟାଳୟ ସ୍ଥାପିତ ହୋଇଛି ।
ଖ) ବିଦ୍ୟାଳୟର ଶାଖା ଓ ଉପଶାଖାଗୁଡ଼ିକର ସଂଖ୍ୟା କେତେ?
ଏହି ବିଦ୍ୟାଳୟର ୧୨୫ଟି ଦେଶରେ ୮୫ଠଠ ଶାଖା ଓ ଉପଶାଖାଗୁଡ଼ିକ ଅବସ୍ଥିତ । ଏଗୁଡ଼ିକ ମାଧ୍ୟମରେ ଏହି ବିଦ୍ୟାଳୟ ସାଧାରଣ ଜନତାଙ୍କୁ ନିଃଶୂଳ୍କ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରୁଛି ।
ଗ) ବିଦ୍ୟାଳୟର ଭଗିନୀ ସଂସ୍ଥା (ଝସଗ୍ଦଗ୍ଧରକ୍ସ ସଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧସକ୍ଟଦ୍ଭ) ଏବଂ ତାର ଭିନ୍ନ ଭିନ୍ନ ପ୍ରଭାଗ (ଙ୍ଗସଦ୍ଭଶ)
ଜଋଜୠ ଅର୍ଥାତ୍ ଜବହଚ୍ଚକ୍ଟଶବ ଋୟଙ୍କମବଗ୍ଧସକ୍ଟଦ୍ଭ ବଦ୍ଭୟ ଜରଗ୍ଦରବକ୍ସମଷ ଲକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ ହେଉଛି ଏହି ବିଦ୍ୟାଳୟର ଭଗିନୀ ସଂସ୍ଥା । ଏହାର ଅନ୍ତର୍ଗତ ୧୭ଟି ପ୍ରଭାଗ (ଙ୍ଗସଦ୍ଭଶ) କାର୍ଯ୍ୟରତ । ଯଥା: ଗରୟସମବକ୍ଷ ଙ୍ଗସଦ୍ଭଶ, ଙ୍ଗକ୍ଟଜ୍ଞରଦ୍ଭ ଙ୍ଗସଦ୍ଭଶ, ଇୟଜ୍ଞସଦ୍ଭସଗ୍ଦଗ୍ଧକ୍ସବଗ୍ଧସଙ୍ଖର ଙ୍ଗସଦ୍ଭଶ, ଚ୍ଚକ୍ଟଙ୍କଗ୍ଧଷ ଙ୍ଗସଦ୍ଭଶ ଇତ୍ୟାଦି । ବୃି ଅନୁସାରେ ଏହିପରି ବିଭିନ୍ନ ପ୍ରଭାଗର ସଂରଚନା କରାଯାଇଛି ଯଦ୍ୱାରା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରାଯାଇପାରିବ ।
ଘ) ବିଦ୍ୟାଳୟର ଆନ୍ତର୍ଜାତିକ ସ୍ଥିତି
ଏହି ବିଦ୍ୟାଳୟ ସଂଯୁକ୍ତ ରାଷ୍ଟ୍ର ସଂଘର (ଟଘଙ ବା =ଟଦ୍ଭସଗ୍ଧରୟ ଘବଗ୍ଧସକ୍ଟଦ୍ଭଗ୍ଦ କ୍ଟକ୍ସଶବଦ୍ଭସଗ୍ଦବଗ୍ଧସକ୍ଟଦ୍ଭ) ଊଚଓ (ଊରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ କ୍ଟଲ ଚଙ୍କଭକ୍ଷସମ ଓଦ୍ଭଲକ୍ଟକ୍ସଜ୍ଞବଗ୍ଧସକ୍ଟଦ୍ଭ) ଅନ୍ତର୍ଗତ ବେସରକାରୀ ସଂସ୍ଥାରେ ଏକ ଉପଦେଷ୍ଟା ରୂପେ ମନୋନୀତ । ସଂଯୁକ୍ତ ରାଷ୍ଟ୍ର ସଂଘର ଆର୍ଥିକ ଓ ସାମାଜିକ ପରିଷଦ (ଋମକ୍ଟଗ୍ଦକ୍ଟମ ଅର୍ଥାତ୍ ଋମକ୍ଟଦ୍ଭକ୍ଟଜ୍ଞସମ ବଦ୍ଭୟ ଗ୍ଦକ୍ଟମସବକ୍ଷ ମକ୍ଟଙ୍କଦ୍ଭମସକ୍ଷ) ର ଏକ ପରାମର୍ଶକ ସଦସ୍ୟ ରୂପେ ମଧ୍ୟ ଏହି ବିିଦ୍ୟାଳୟ କାର୍ଯ୍ୟରତ । ଏତଦ୍ବ୍ୟତୀତ ଟଘଓଝଋୠ ସହିତ ମଧ୍ୟ ଏହି ବିଦ୍ୟାଳୟ ସମ୍ବନ୍ଧିତ । ଏହି ବିଦ୍ୟାଳୟକୁ ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ‘ଶାନ୍ତି ପଦକ’
(ଚରବମର ଇଙ୍ଗବକ୍ସୟ) ତଥା ଗୋଟିଏ ଅର୍ନ୍ତରାଷ୍ଟ୍ରୀୟ ଓ ପାଟି ରାଷ୍ଟ୍ରୀୟ ଶାନ୍ତି ଦୂତ (ଚରବମର ଜ୍ଞରଗ୍ଦଗ୍ଦରଦ୍ଭଶରକ୍ସ) ନାମକ ପୁରସ୍କାର ଦିଆଯାଇଛି ।

୫) ବିଦ୍ୟାଳୟର ନାମ କରଣ

ଏହି ବିଦ୍ୟାଳୟର ନାମ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ଏହି ନାମକରଣ ବିଦ୍ୟାଳୟର ଲକ୍ଷ୍ୟ ଓ ଉଦ୍ଧେଶ୍ୟକୁ ସ୍ପଷ୍ଟ କରେ ।

୬) ନାମକରଣର ତାପôର୍ଯ୍ୟ

ପ୍ରଜାପିତାର ଅର୍ଥ କ’ଣ?
ପ୍ରଜାପିତା କହିଲେ ବ୍ରହ୍ମାଙ୍କୁ ବୁଝାଏ । ସେ ହେଉଛନ୍ତି ଆଦି ପିତା । ତେଣୁ ତାଙ୍କୁ ଞଷର ଶକ୍ସରବଗ୍ଧ ଶକ୍ସରବଗ୍ଧ ଶକ୍ସବଦ୍ଭୟ ଲବଗ୍ଧଷରକ୍ସ କୁହାଯାଏ, ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପରମ ପିତା ପରମାତ୍ମା ସୃଷ୍ଟିରେ ସ୍ଥାପନା କାର୍ଯ୍ୟ କରିଥିଲେ । ତେଣୁ ବ୍ରହ୍ମାଙ୍କୁ ସୃଷ୍ଟିକର୍ା କୁହାଯାଏ ଏବଂ ତାଙ୍କ ଦ୍ୱାରା ସମ୍ଭବ ସନ୍ତାନ ସନ୍ତତିଙ୍କୁ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ କୁହାଯାଏ । (ତୃତୀୟ ଅଧ୍ୟାୟରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ ।)
ବ୍ରହ୍ମାକୁମାରୀ ନାମକରଣ କାହିଁକି?
ବିଦ୍ୟାଳୟ ନାମ ପୂର୍ବରୁ ବ୍ରହ୍ମାକୁମାରୀ ଶବ୍ଦର ସଂଯୋଗ ହେତୁ ଲୋକେ ଭାବନ୍ତି ଯେ ଏହା ସହିତ କେବଳ କୁମାରୀମାନେ ସଂପୃକ୍ତ । ଏକଥା ନୁହେଁ । ଏଠାକୁ ଉଭୟ ମହିଳା ଓ ପୁରୁଷମାନେ ମଧ୍ୟ ଆସନ୍ତି । ଏଠାରେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ କୌଣସି ଭେଦ ଭାବ ନାହିଁ । ଏହି ନାମକରଣ ପଛରେ ଏକ ଐତିହାସିକ କାରଣ ରହିଛି । ୧୯୩୭ ମସିହାରେ ଯେତେବେଳେ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ କଲେ ସେହି ସମୟରେ ମହିଳାମାନଙ୍କ ଦଶା ସଂସାରରେ ଖୁବ୍ ଦୟନୀୟ ଅବସ୍ଥାରେ ଥିଲା । ବିଶେଷ କରି ସିନ୍ଧୁ ପ୍ରଦେଶରେ, ଯେଉଁ ମହିଳା ବିଧବା ହୋଇଯାଉଥିଲେ ସେ ପରିଷ୍କାର ବସ୍ତ୍ର ପରିଧାନ କରିପାରୁ ନଥିଲେ, ପାଦରେ ଚପଲ ପିିନ୍ଧି ପାରୁନଥିଲେ, ତାଙ୍କୁ ଲଣ୍ଡିତ କରାଯାଉଥିଲା ଏବଂ ତାଙ୍କ ମୁହଁ ଦେଖିବାକୁ ମଧ୍ୟ ଅଶୁଭ ବି·ର କରାଯାଉଥିଲା । ତାଙ୍କୁ କୁଳ କଳଙ୍କିତ କୁହାଯାଉଥିଲା । ଏପରି ଏକ ଘଡିସନ୍ଧି ମୁହୂର୍ରେ ପରମାତ୍ମାଙ୍କ ଅବତରଣ ହୋଇଥିଲା ।
ପରମାତ୍ମା ହେଉଛନ୍ତି ପରମ ଶିକ୍ଷକ । ଜଣେ ଶିକ୍ଷକର କର୍ବ୍ୟ ହେଉଛି ଦୁର୍ବଳ ବିଦ୍ୟାର୍ଥୀମାନଙ୍କୁ ବିଶେଷ ଧ୍ୟାନ ଦେବା । ତେଣୁ ଏକ ଶ୍ରେଷ୍ଠ ଶିକ୍ଷକ ହୋଇଥିବା ହେତୁ ପରମାତ୍ମା ମହିଳା ବର୍ଗଙ୍କୁ ପ୍ରାଧାନ୍ୟ ଦେଲେ । ସେମାନଙ୍କୁ ଈଶ୍ୱରୀୟ ଜ୍ଞାନ ପ୍ର·ର ପ୍ରସାର ପାଇଁ ନିମି ରଖିଲେ । ଆଜି ଆମର ସମଗ୍ର ବିଶ୍ୱରେ ଥିବା ପ୍ରତ୍ୟେକ ସେବା କେନ୍ଦ୍ରର ସାଳନ ଭଉଣୀମାନେ ହିଁ କରନ୍ତି ଓ ବ୍ରହ୍ମାମୁଖ ନିର୍ଗତ ଈଶ୍ୱରୀୟ ବାଣୀ ପଢ଼ିି ଶୁଣାନ୍ତି । ମାଉ ଆବୁ ସ୍ଥିତ ଆମର ଅନ୍ତର୍ରାଷ୍ଟ୍ରୀୟ ମୁଖ୍ୟାଳୟର ସାଳିକା ମଧ୍ୟ ଜଣେ ନାରୀ । ଏଠାରେ ଏକ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ଭାରତର ସମସ୍ତ ନଦୀର (ବ୍ରହ୍ମପୁତ୍ର ବ୍ୟତୀତ) ନାମ ସ୍ତ୍ରୀଲିଙ୍ଗ ବାଚକ । ଭାରତୀୟ ସଂସ୍କୃତିରେ ସର୍ବଦା ସ୍ତ୍ରୀମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ନଦୀମାନଙ୍କ ନାମ ସ୍ତ୍ରୀଲିଙ୍ଗ ବାଚକ ହେବା ପଛରେ ନାରୀମାନଙ୍କୁ ପରମାତ୍ମାଙ୍କ ଜ୍ଞାନ କଳଶ ପ୍ରଦାନ କରିବାର ଏକ ଐତିହାସିକ ଘଟଣାର ଆଧ୍ୟାତ୍ମିକ ରହସ୍ୟ ନିହିତ ଅଛି । ସାଧାରଣତଃ ନାରୀମାନେ କୋମଳ, ସହନଶୀଳ ଓ ନମ୍ର । ଈଶ୍ୱରୀ ଜ୍ଞାନ ପ୍ର·ର ପ୍ରସାର ବେଳେ ସେମାନଙ୍କ ଏହି ବିଶେଷତା ଖୁବ୍ କାମରେ ଆସିଥାଏ । ଆଉ ମଧ୍ୟ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଅଧିକ ସମୟ ଦେଇ ପାରିବେ । ଏହାର ଅର୍ଥ ନୁହେଁ ଯେ ଏଠାରେ ପୁରୁଷମାନଙ୍କର କୌଣସି ଭୂମିକା ନାହିଁ । ସେମାନେ ପୃଷ୍ଟପୋଷକ ଭାବରେ ଭଉଣୀମାନଙ୍କୁ ସେବାରେ ସହଯୋଗ ଦିଅନ୍ତି ।
ଈଶ୍ୱରୀୟ ଶବ୍ଦ କାହିଁକି?
ଏଠାରେ ଦିଆଯାଉଥିବା ଜ୍ଞାନ ସ୍ବୟଂ ପରମପିତା ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳ ଦ୍ୱାରା ପ୍ରଦାନ କରୁଛନ୍ତି । ଏହା କୌଣସି ମଣିଷର  ମସ୍ତିଷ୍କ ନିସୃତ ନୁହେଁ କି କୌଣସି ଶାସ୍ତ୍ର- ପୁରାଣରୁ ଏହା ଅଣାଯାଇ ନାହିଁ । ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରି ଶିକ୍ଷକ ରୂପରେ ଜ୍ଞାନ ଦିଅନ୍ତି । ଏହି ଅନୁଷ୍ଠାନ ଈଶ୍ୱରଙ୍କ ଜ୍ଞାନ ପ୍ର·ର ପ୍ରସାର କରୁଥିବାରୁ ଏହା ପୂର୍ବରୁ ଈଶ୍ୱରୀୟ ଶବ୍ଦ ବ୍ୟବହାର କରାଯାଇଛି ।
ବିଶ୍ୱ ବିଦ୍ୟାଳୟ ଶବ୍ଦ କାହିଁକି?
ବିଶ୍ୱ ପିତା ପରମାତ୍ମା ଶିବ ଶିକ୍ଷକ ରୂପରେ ଏହି ବିଶ୍ୱରେ ଅବତୀର୍ଣ୍ଣ ହୋଇ ଜାତି, ବର୍ଣ୍ଣ, ଧର୍ମ, ସଂପ୍ରଦାୟ, ଭାଷା, ଲିଙ୍ଗ ଓ ରାଷ୍ଟ୍ର ନିର୍ବିଶେଷରେ ସମସ୍ତ ମାନାତ୍ମାଙ୍କୁ ଜ୍ଞାନ ପ୍ରଦାନ କରନ୍ତି । ବିଶ୍ୱବିଦ୍ୟାଳୟ ନାମ କରଣର ଏହା ଏକ କାରଣ । ଦ୍ୱିତୀୟ କାରଣ ହେଉଛି ବିଶ୍ୱବିଦ୍ୟାଳୟ ଭଳି ଏହି ଅନୁଷ୍ଠାନର ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଅଛି ଓ ତାହା ପ୍ରାପ୍ତି ପାଇଁ ·ରୋଟି ବିଷୟ ନିର୍ଦ୍ଧାରିତ ହୋଇଛି ଯଥା: ୧) ଈଶ୍ୱରୀୟ ଜ୍ଞାନ ୨) ସହଜ ରାଜଯୋଗ ୩) ଦିବ୍ୟଗୁଣର ଧାରଣା ଓ ୪) ଈଶ୍ୱରିୟ ସେବା ।
ଈଶ୍ୱରୀୟ ଜ୍ଞାନ
ଏହି ବିଷୟ ଅନ୍ତର୍ଗତ ଆତ୍ମା, ପରମାତ୍ମା,  ପରମାତ୍ମାଙ୍କ ଦିବ୍ୟ କର୍ବ୍ୟ, ଗୀତା ଜ୍ଞାନ ଦାତା କିଏ? ସୃଷ୍ଟି ଚକ୍ର, ଭାରତର ଉାନ ପତନର କାହାଣୀ, କଳ୍ପ ବୃକ୍ଷ, କର୍ମର ଗୁହ୍ୟଗତି ଆଦି ଅନେକ ବିଷୟରେ ସ୍ପଷ୍ଟ ଓ ସଠିକ ଜ୍ଞାନ ପ୍ରଦାନ କରାଯାଏ ।
ସହଜ ରାଜଯୋଗ
ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହେଉଛି ଯୋଗ । ଈଶ୍ୱରୀୟ ଜ୍ଞାନ ଆଧାରରେ ରାଜଯୋଗ ଅଭ୍ୟାସ କରାଯାଏ । ଯୋଗର ଅର୍ଥ ଯୁକ୍ତ କରିବା । ପରମାତ୍ମାଙ୍କ ସହିତ ଆତ୍ମାର ସମ୍ବନ୍ଧ ସ୍ଥାପନ କରିବା ହେଉଛି ସହଜ ରାଜଯୋଗ । ଏଥିରେ ବ୍ୟକ୍ତି ନିଜର ମନକୁ ପରମାତ୍ମାଙ୍କ  ସହିତ ଯୁକ୍ତ କରେ । ଏଥିପାଇଁ କୌଣସି ପ୍ରକାର ହଠକି୍ରୟା, କର୍ମକାଣ୍ଡ, ଜପ, ପୂଜା-ପାଠ ଆଦି କଷ୍ଟସାଧ୍ୟ ତଥା ଜଟିଳ କାର୍ଯ୍ୟ କରିବାର ଆବଶ୍ୟକ ନାହିଁ । କେବଳ ବୁଦ୍ଧି ଦ୍ୱାରା ନିଜକୁ ଆତ୍ମା ମନେ କରି ଯୋଗୀ ବିଭିନ୍ନ ସମ୍ବନ୍ଧରେ ପରମାତ୍ମାଙ୍କୁ ମନେ ପକାଏ । ଏହି ପାଠ୍ୟକ୍ରମର ଅନ୍ତିମ ପାଠରେ ସହଜ ରାଜଯୋଗ ଉପରେ ବିସ୍ତୃତ ଜ୍ଞାନ ପ୍ରଦାନ କରାଯିବ ।
ଦିବ୍ୟଗୁଣର ଧାରଣା
ମାନବ ମଧ୍ୟରେ ଦିବ୍ୟଗୁଣର ବିକାଶ କରିବା ହେଉଛି ଏହି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଲକ୍ଷ୍ୟ । କଥିତ ଅଛି- “ନର୍ ଏସି କରନି କରେ ମୋ ନାରାୟଣ କହଲାୟେଁ ଔର  ନାରୀ ଏସି କରନି କରେ ଯୋ ଲକ୍ଷ୍ମୀ କହଲାୟେଁ” ଏହା କେବଳ ଈଶ୍ୱରୀୟ ଜ୍ଞାନ ଦ୍ୱାରା ସମ୍ଭବ । ମନୁଷ୍ୟକୁ ଦେବତାରେ ପରିଣତ କରିବା ହେଉଛି ପରମାତ୍ମାବତରଣର ଆଭିମୁଖ୍ୟ । ପ୍ରଜାପିତା ବ୍ରହ୍ମା ଦ୍ୱାରା ଏହିପରି ଏକ ଅଭୂତପୂର୍ବ ବିଶ୍ୱବିଦ୍ୟାଳୟ ସ୍ଥାପନ ପୂର୍ବକ ପରମାତ୍ମା ଏହି ମାନବ ଦିବି୍ୟକରଣ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।
ଈଶ୍ୱରୀୟ ସେବା
ବ୍ୟବହାରିକ ଜୀବନରେ ଈଶ୍ୱରୀୟ ଜ୍ଞାନର ଯଥାର୍ଥ ବିନିଯୋଗ ଦ୍ୱାରା ବ୍ୟକ୍ତି ମଧ୍ୟରେ ଏକ ଅଲୌକିକ ପରିବର୍ନ ଆସେ । ତା’ ମନ ସୁଖ, ଶାନ୍ତି ଓ ଆନନ୍ଦରେ  ବିଭୋର ହୋଇ ଉଠେ । ସେ ତା’ର ଜ୍ଞାତି କୁଟୁମ୍ବ ଓ ବନ୍ଧୁ ବର୍ଗ ମଧ୍ୟରେ  ଈଶ୍ୱରୀୟ ଅବତରଣର ଦିବ୍ୟ ସନ୍ଦେଶ ବିତରଣ କରେ । ଏହିପରି ସେ ପରମାତ୍ମାଙ୍କ ବିଶ୍ୱ ନବ ନିର୍ମାଣ କାର୍ଯ୍ୟରେ  ନିଜକୁ ସାମିଲ କରିଦିଏ । ଏହା ହେଉଛି ଈଶ୍ୱରୀୟ ସେବା । ଏହି ସେବା କାର୍ଯ୍ୟ ଜ୍ଞାନ, ଯୋଗ ଓ ଦିବ୍ୟଗୁଣର ଧାରଣାକୁ ଦୃଢ଼ୀଭୂତ କରେ । ବ୍ୟକ୍ତି ସ୍ବତଃ ପ୍ରବୃ ହୋଇ ନିଜ ଯୋଗ୍ୟତା ଓ ସାମର୍ଥ୍ୟ ଅନୁସାରେ ସେବାର ବିଭିନ୍ନ ମାର୍ଗକୁ ବାଛି ନିଏ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,