ଜ୍ଞାନ ପ୍ରବାହ-ଭାଗ - ଏକ

ଜ୍ଞାନ ପ୍ରବାହ

(ସନ୍ଥ ଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜାଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)

ଭାଗ - ଏକ

ମନୁଷ୍ୟ ଆନନ୍ଦକୁ ବାହାରେ ଖୋଜେ । ସେ ନାରୀ ଦେହ, ଧନ ସମ୍ପି ଆଦିରେ ଆନନ୍ଦକୁ ଖୋଜିବୁଲେ । କିନ୍ତୁ ଆନନ୍ଦ ହେଉଛି ମାନବାତ୍ମାର ନିଜସ୍ବ ସ୍ବରୂପ । ଏ କଥା ସେ ଜାଣିନଥାଏ । ପ୍ରତ୍ୟେକଙ୍କ ମଧ୍ୟରେ ଆନନ୍ଦ ବିଦ୍ୟମାନ । ଦୁଧରେ ଥିବା ଲହୁଣି ସାଧାରଣ ଆଖିକୁ ଦେଖାଯାଏ ନାହିଁ । ଦୁଧରୁ ଦହି ତିଆରି କରି ତାକୁ ମନ୍ଥନ କଲେ ଲହୁଣି ବାହାରେ । ଠିକ୍ ଏହିପରି ମାନବକୁ ମନୋମନ୍ଥନ କରି ନିଜ ଭିତରେ ଥିବା ଆନନ୍ଦକୁ ପ୍ରକଟିତ କରିବା ଉଚିତ । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ । ତଥାପି ମାନବାତ୍ମା ପରମାତ୍ମାଙ୍କୁ ଚିହ୍ନିବାର ପ୍ରଯନô କରେ ନାହିଁ । ଏଣୁ ସେ ଆନନ୍ଦ ଅନୁଭବ କରିପାରିନଥାଏ । ଈଶ୍ୱର (ପରମାତ୍ମା) ଜଗତର ଉପôି (ସ୍ଥାପନା), ସ୍ଥିତି (ପାଳନା) ଓ ବିନାଶର କର୍ା ଅଟନ୍ତି । ସେ ତି୍ରତାପ ବିନାଶ କର୍ା ଓ ସଚ୍ଚିଦାନନ୍ଦ ସ୍ବରୂପ ଅଟନ୍ତି । ମହାବିନାଶ ସମୟରେ ପ୍ରତ୍ୟେକ ଆତ୍ମାଙ୍କୁ ପରମାତ୍ମାଙ୍କ ସହିତ ମିଳିତ ହେବାକୁ ପଡିବ । ନାସ୍ତିକ ମଧ୍ୟ ଶେଷରେ କ୍ଲାନ୍ତ ହୋଇ ଶାନ୍ତି ଖୋଜେ ।
ଆନନ୍ଦର ଅନେକ ପ୍ରକରଣ ତୈରୀୟ ଉପନିଷଦରେ କୁହାଯାଇଛି । କିନ୍ତୁ ସେ ସବୁ ମଧ୍ୟରୁ ଦୁଇଟି ମୁଖ୍ୟ ଆନନ୍ଦ ହେଉଛି (୧) ସାଧନ ଜନ୍ୟ (୨) ସ୍ବୟଂ ସିଦ୍ଧ ଆନନ୍ଦ । ବିଷୟ ଜନ୍ୟ ଆନନ୍ଦକୁ ସାଧନ ଜନ୍ୟ କୁହାଯାଏ । ସାଧନ ବା ବିଷୟର ସମାପ୍ତି ପରେ ତଦ୍ ଜନ୍ୟ ଆନନ୍ଦର ନାଶ ହୁଏ । ଯୋଗୀମାନଙ୍କ ନିକଟରେ କିଛି ନଥାଏ । ତଥାପି ମଧ୍ୟ ସେମାନେ ଆନନ୍ଦରେ ଥାଆନ୍ତି । ଏଥିରୁ ସିଦ୍ଧ ହୁଏ ଯେ ଆନନ୍ଦ ମନୁଷ୍ୟାତ୍ମା ମଧ୍ୟରେ ଥାଏ । ପରମାତ୍ମା (ଈଶ୍ୱର) ସତ୍, ଚିତ୍ ଓ ଆନନ୍ଦରେ ପରିପୂର୍ଣ୍ଣ । ସତ୍, ନିତ୍ୟ ଓ ଚିତ୍, ଜ୍ଞାନ ଅଟେ । ସ୍ବୀୟ ସ୍ବରୂପରେ ଅବସ୍ଥାନ କରୁନଥିବାରୁ ମନୁଷ୍ୟ ଆନନ୍ଦ ପ୍ରାପ୍ତିରୁ ବôତ ହୁଏ । ଅଧିକାଂଶ ସମୟ ମନୁଷ୍ୟର ବୁଦ୍ଧି (ବିବେକ) ବାହ୍ୟାମୁଖୀ ହୁଏ । ତା’ର ବୁଦ୍ଧି ଅନ୍ତର୍ମୁଖୀ ହୁଏ ନାହିଁ । ତେଣୁ ଆନନ୍ଦ ଅନୁଭବ କରିପାରେ ନାହିଁ । ଯାହାର ଜ୍ଞାନ ନିତ୍ୟ ଲାଖି ରହେ ତାକୁ ହିଁ ଆନନ୍ଦ ମିଳେ । ସେ ହିଁ ଆନନ୍ଦମୟ ହୁଏ । ଆନନ୍ଦ ସ୍ବରୂପ ହେବା ପାଇଁ ସଚ୍ଚିଦାନନ୍ଦ ପରମାତ୍ମାଙ୍କ ଆଶ୍ରୟ ନେବାକୁ ପଡିବ । ଅନ୍ୟଥା ଆନନ୍ଦ ପ୍ରାପ୍ତି ସମ୍ଭବ ନୁହେଁ । ଜୀବାତ୍ମା ପରିପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତାକୁ ଶାନ୍ତି ଓ ଆନନ୍ଦ ମିଳେନାହିଁ । ସଂସାରର ପ୍ରତ୍ୟେକ ପଦାର୍ଥ ପରିଣାମରେ ଧ୍ୱଂସ ପ୍ରାପ୍ତ ହେଉଥିବାରୁ ପରିପୂର୍ଣ୍ଣ ନୁହେଁ । ପରିଣାମ ସ୍ବରୂପ ପରମାତ୍ମାଙ୍କୁ ଯିଏ ଚିହ୍ନିପାରେ ଏବଂ ତାଙ୍କ ସହିତ ମନକୁ ଯିଏ ତଦାକାର କରେ ତାର ମନ ହିଁ ପରମାତ୍ମାଙ୍କ ସହିତ ଏକ ହୁଏ । ସେହି ଜୀବାତ୍ମା ପୂର୍ଣ୍ଣତା ପ୍ରାପ୍ତ ପୂର୍ବକ ଶ୍ରୀ ନାରାୟଣ ରୂପ ହୁଏ । ତାଙ୍କ ଜୀବନ ସଫଳ ହୁଏ । ଅପୂର୍ଣ୍ଣ ଥିବା ପର୍ଯ୍ୟନ୍ତ ବ୍ୟକ୍ତିଙ୍କୁ (ଜୀବ) ଶାନ୍ତିମିଳେ ନାହିଁ । ପରମାତ୍ମା ମିଳନ ଦ୍ୱାରା ଜୀବ ପରିପୂର୍ଣ୍ଣ ହୁଏ । ମାନବାତ୍ମା କେବଳ ପରମାତ୍ମା ମିଳନ ପାଇଁ ଯୋଗ୍ୟ । ନିଜ ସ୍ବରୂପ ବିଷୟରେ ଜ୍ଞାନ ନଥିବାରୁ ପଶୁ ଏଥିପାଇଁ ଯୋଗ୍ୟ ନୁହେଁ । ପରମାତ୍ମାନୁଭୂତି ବିନା ଜୀବନ ସଫଳ ହୁଏନାହିଁ । ମାନବାତ୍ମା ଜନ୍ମ ଜନ୍ମାନ୍ତରୁ ଭୋଗ ଉପଭୋଗ କରି ଆସୁଥିଲେ ମଧ୍ୟ ଶାନ୍ତି ପାଇ ପାରିନାହିଁ । ଶାନ୍ତି ସେତେବେଳେ ମିଳେ ଯେତେବେଳେ ପରମାତ୍ମାନୁଭୂତି ହୁଏ ।
ବିକାରଗସ୍ତ ମନ ପରମାତ୍ମାନୁଭୂତି କରିପାରିବ ନାହିଁ । ଯେଉଁମାନେ କାମ ସୁଖର ଉପଭୋଗ କରନ୍ତି ସେମାନେ ଯୋଗାଭ୍ୟାସ କରିପାରିବେ ନାହିଁ । ଭୋଗୀ ଯଦି ଯୋଗୀ ହୁଏ ତେବେ ସେ ରୋଗୀ ହୋଇଯିବ । ଜ୍ଞାନ ମାର୍ଗରେ ଯା’ର ପତନ ହୁଏ ସେ ନାସ୍ତିକ ହୁଏ । ଯୋଗମାର୍ଗରେ ଯା’ର ପତନ ହୁଏ ସେ ରୋଗୀ ହୁଏ । ଭକ୍ତି ମାର୍ଗରେ ଯା’ର ପତନ ହୁଏ ସେ ଆସକ୍ତ ହୁଏ । କଳିଯୁଗୀ ମାନବ କଠୋର ହଠ ଯୋଗ କରି ପାରିବ ନାହିଁ । ସବୁ ତ୍ୟାଗ କରି ଜଙ୍ଗଲକୁ ଯିବାର (ଅର୍ଥାତ୍ ସନ୍ୟାସ ନେବା) ଆବଶ୍ୟକତା ନାହିଁ । କେବଳ ଜଙ୍ଗଲକୁ ·ଲିଗଲେ ଯେ ଆନନ୍ଦ ମିଳିବ ତାହା ନୁହେଁ । ନିବୃି ମାର୍ଗରେ ବି ହଠ କି୍ରୟା ବେଳେ ମନରେ ପ୍ରବୃି ବି·ର ଆସେ । ଗୋପୀମାନେ ଘର ଛାଡି ନଥିଲେ । ସେମାନେ ସ୍ବଧର୍ମ ତ୍ୟାଗ କରିନଥିଲେ । ସବୁ ପ୍ରକାର ଘରକାମ କରୁଥିଲେ । ଜଙ୍ଗଲକୁ ନଯାଇ ମଧ୍ୟ ଈଶ୍ୱରାନୁଭୂତି କରି ପାରିଥିଲେ । ସେମାନେ ଘରଗୃହସ୍ଥରେ ଥାଇ ମଧ୍ୟ ସମାଧିସ୍ଥ ଯୋଗୀ ଭଳି ଆନନ୍ଦ ପାଉଥିଲେ । ସେମାନଙ୍କର ପ୍ରତ୍ୟେକ ବ୍ୟବହାର ଭକ୍ତିମୟ ଥିଲା । ସେମାନଙ୍କ ମନ ଈଶ୍ୱରୀୟ ପ୍ରେମରେ ଭରପୁର ଥିଲା । କାର୍ଯ୍ୟବ୍ୟବହାରରେ ମଧ୍ୟ ସେମାନେ ଈଶ୍ୱରଙ୍କୁ ମନରୁ ଦୂରେଇ ପାରୁନଥିଲେ । ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଈଶ୍ୱରଙ୍କୁ ନିଜ ପାଖରେ ଅନୁଭବ କରୁଥିଲେ । ଏଥିରୁ ଆମକୁ ଶିକ୍ଷା ମିଳେ ଯେ ଘରେ ରହିବା ପାପ ନୁହେଁ, କିନ୍ତୁ ଘରକୁ ମନରେ ରଖିବା ପାପ । ଘରେ ରହି ଓ ଶାରିରୀକ ପୋଷଣ ପାଇଁ କାର୍ଯ୍ୟ ବ୍ୟବହାର କରି ମଧ୍ୟ ଯେଉଁମାନେ ମନବୁଦ୍ଧିକୁ ଈଶ୍ୱରାର୍ପିତ କରି ଦିଅନ୍ତି ସେମାନେ ପରମାନନ୍ଦ ପ୍ରାପ୍ତ ହୁଅନ୍ତି । (କ୍ରମଶ...)

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,