ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ-ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ସମର୍ପଣ
ସଂପ୍ରତି ସର୍ବାତ୍ମାଙ୍କ ପରମପିତା ପରମାତ୍ମା ଶିବ ପରମଧାମରୁ ଅବତରଣ କରି ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳରେ ଗୀତାଜ୍ଞାନ ଶୁଣାଉଛନ୍ତି । ସେହି ଈଶ୍ୱରୀୟ ଜ୍ଞାନ, ଶ୍ରବଣ, ମନନ, ଚିନ୍ତନ ଓ ବ୍ୟବହାରିକ ଜୀବନରେ ପ୍ରୟୋଗ କରି ଏହି ଆତ୍ମା ମଧ୍ୟରେ ଆଧ୍ୟାମିôକ ଚେତନା ଜାଗ୍ରତ ହୋଇଛି । ସେ ଏକ ସତ୍ ଶିକ୍ଷକ ରୂପେ ଏ ଆତ୍ମାର ସମସ୍ତ ସନ୍ଦେହ ମୋଚନ କରିଛନ୍ତି । ତାଙ୍କର ପ୍ରେରଣାରେ ଏ ଆତ୍ମା ଗୀତା ଭଳି ପରମ ରହସ୍ୟମୟ ଅଧ୍ୟାମିôକ ଗ୍ରନ୍ଥ ବ୍ୟାଖ୍ୟା କରିବାର ଦୁଃସାହସ କରିଛି । ଏହି ‘ଶ୍ରୀମଦ୍ ଭଗବତ୍ ଗୀତା ରହସ୍ୟ’ରେ ଯାହା କିଛି ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରୁଛି ସେସବୁ ସେହି ପରମେଶ୍ୱରଙ୍କ ଦ୍ୱାରା ପ୍ରଦ । ତାଙ୍କ ଇଚ୍ଛା ଓ କୃପା ବିନା ଏ ପୁସ୍ତକ ସମ୍ପୂର୍ଣ୍ଣ ହେବା ଓ ପ୍ରକାଶ ପାଇବା ସମ୍ଭବ ହୋଇ ନ ଥାନ୍ତା । କୃତଜ୍ଞତା ନିଦର୍ଶନ ସ୍ବରୂପ ତାଙ୍କଠାରୁ ପ୍ରାପ୍ତ ଈଶ୍ୱରୀୟ ଜ୍ଞାନର ସଂକଳନ ହୋଇଥିବା ଏହି ପୁସ୍ତକଟି ତାଙ୍କୁ ହିଁ ସମର୍ପଣ କରୁଛି ।- ଲେଖକ -ଭୂମିକା
ଶ୍ରୀମଦ୍ ଭଗବତ୍ ଗୀତା – ଅର୍ଥ ଏବଂ ମହ୍ୱ
ଶ୍ରୀମଦ୍ ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର (ଶ୍ରୀମତ୍) କାବି୍ୟକ ସଂକଳନ । କେହି କେହି ଏହାର ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କହନ୍ତି । ଭଗବାନଙ୍କ କଥିତ ବାଣୀ ପରମ ଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବା ହେତୁ ଏହାକୁ ଦିବ୍ୟ-ଗୀତ ବୋଲି ମଧ୍ୟ କୁହାଯାଇପାରେ । ସାଧାରଣତଃ ଭାରତର ପୁରାଣ ଶାସ୍ତ୍ରାଦି ସମ୍ବାଦ ଶୈଳୀରେ ରଚିତ । ଗୀତାର ସଙ୍କଳକ ବ୍ୟାସଦେବ ଈଶ୍ୱରୀୟ ବାଣୀକୁ ଶ୍ରୀମଦ୍ ଭଗବଦ୍ ଗୀତା ନାମରେ ନାମିତ କରି ପରବର୍ୀ ସମୟରେ ସ୍ବୀୟ ରଚିତ ମହାଭାରତର ଭୀଷ୍ମ ପର୍ବରେ ଏହାକୁ ସଂଯୋଜିତ କରିଛନ୍ତି । ଏଥିରେ ୨୫ଶ ଅଧ୍ୟାୟରୁ ୪୨ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦରେ ପରିବେଷିତ ଗୀତା ଆଜି ଏକ ସ୍ବତନ୍ତ୍ର ଗ୍ରନ୍ଥ ଭାବରେ ଆମ ପାଖରେ ଉପଲବ୍ଧ ।ଶ୍ରୀମଦ୍ ଭଗବତ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ପ୍ରାଚୀନ ମହର୍ଷିମାନଙ୍କଠାରୁ ଆରମ୍ଭ କରି ଆଧୁନିକ ଭାଷ୍ୟକାରମାନଙ୍କ ପର୍ଯ୍ୟନ୍ତ ଏଯାବତ୍ କେହି ଏହି କ୍ଷୁଦ୍ରକାୟ ବିଶିଷ୍ଟ ଗୀତାର ମହତ୍ୱ ବର୍ଣ୍ଣନା କରିବା ପାଇଁ ସମ୍ପୁର୍ଣ୍ଣ ଭାବରେ ସକ୍ଷମ ହୋଇପାରି ନାହାନ୍ତି । ବିଦ୍ୱାନମାନଙ୍କ ମତରେ ଏହା ସର୍ବ ଶାସ୍ତ୍ରମୟୀ ଓ ସର୍ବଶାସ୍ତ୍ର ଶିରୋମଣି । ସ୍ବୟଂ ଗୀତାର ସଂକଳକ ମହର୍ଷି ବେଦବ୍ୟାସ ମହାଭାରତରେ ଗୀତାର ମହ୍ୱ ଦର୍ଶାଇବାକୁ ଯାଇ କହିଛନ୍ତି,
ଗୀତା ସୁଗୀତା କର୍ବ୍ୟା କିମନୈଃ ଶାସ୍ତ୍ର ସଂଗ୍ରହ÷ଃ ।
ଯା ସ୍ବୟଂ ପଦ୍ମନାଭସ୍ୟ ମୁଖ ପଦ୍ମାତ୍ ବିନଃ ସୃତା ।ା
(ମହାଭାରତ ଭୀଷ୍ମ-୪୩/୧)
(ଅର୍ଥ : ସାକ୍ଷାତ୍ ଭଗବାନଙ୍କ ମୁଖ କମଳରୁ ନିଃସୃତ ଗୀତାକୁ ଉମ ରୂପେ ପଠନ କରିବା ଉଚିତ; ଅନ୍ୟ ଶାସ୍ତ୍ର ସଂଗ୍ରହ କରିବା କି ଦରକାର?)
ଗୀତାର ଉପଦେଶ ଠିକ ମର୍ମ ସ୍ଥଳକୁ ସ୍ପର୍ଶକରେ । ତାହା ପ୍ରତ୍ୟେକଙ୍କ ଆବଶ୍ୟକତାକୁ ସମାନ ଭାବରେ ପୂର୍ି କରେ । ଏଥିରେ ମଣିଷର ବିକାଶ ପାଇଁ ସମସ୍ତ ସୋପାନ ଉପରେ ବିଚାର କରାଯାଇଅଛି । ଜାତି, ବର୍ଣ୍ଣ, ଧର୍ମ, ସମ୍ପଦ୍ରାୟ, ଲିଙ୍ଗ, ଶିକ୍ଷା, ଦୀକ୍ଷା, ଯୋଗ୍ୟତା ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କ ଶିକ୍ଷା ପାଇଁ ଗୀତାରେ ଆବଶ୍ୟକ ସମସ୍ତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ପରିପୂର୍ଣ୍ଣ । ଏହି ଦିବ୍ୟ ଗ୍ରନ୍ଥ ମନୁଷ୍ୟକୁ ମାୟା ଉପରେ ସମ୍ପୁର୍ଣ୍ଣ ରୂପେ ବିଜୟ କରାଇବା ପୂର୍ବକ ଜୀବନର ପ୍ରକୃତ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ସହଜ ମାର୍ଗ ପ୍ରଦର୍ଶନ କରାଏ । ଏହା ସମସ୍ତ ଧର୍ମର ମୂଳତ୍ୱଗୁଡିକୁ ଖୁବ୍ ସୁନ୍ଦର ଏବଂ ସାବଲୀଳ ଭାବରେ ବିବେଚନ କରିଛି । ଗୀତା କୌଣସି ନିର୍ଦ୍ଧିଷ୍ଟ ମତବାଦ ବା ପନ୍ଥ ପ୍ରଚାର କରିନାହିଁ କି କୌଣସି ଧାର୍ମିକ ସିଦ୍ଧାନ୍ତକୁ ଖଣ୍ଡନ-ମଣ୍ଡନ କରି ନାହିଁ । ଈଶ୍ୱର ପା୍ରପ୍ତି ପଥରେ ଆବଶ୍ୟକ ହେଉଥିବା ସମସ୍ତ ତଥ୍ୟଗୁଡିକୁ ଏଥିରେ ସହଜ ଓ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ବିଭିନ୍ନ ମହାପୁରୁଷ ତଥା ବିଦ୍ୱାନମାନଙ୍କ ଦ୍ୱାରା ଗୀତାର ମହିମା ବର୍ଣ୍ଣନ
# ସମଗ୍ର ବିଶ୍ୱ ସାହିତ୍ୟରେ ଗୀତାପରି ଏତେ ଉାନପ୍ରଦ,ଉସôାହପ୍ରଦ ଗ୍ରନ୍ଥ ଆଉ ନାହିଁ । ହିନ୍ଦୁ ଧର୍ମ ଓ ହିନ୍ଦୁଧର୍ମ ବିଶ୍ୱାସର ମୂଳତ୍ୱଗୁଡିକୁ ଗୀତା ଅତି ପ୍ରାଞ୍ଜଳ ଓ ସରଳ ଭାବରେ ପରିସ୍ଫୁଟ କରିଦେଇଛି । ଗୀତା ହେଉଛି ସକଳ ଜ୍ଞାନର ଉସô । ଗୀତା ସାଗରର ଗଭୀର ପ୍ରଦେଶରେ ନିମଜ୍ଜିତ ହୋଇ ଯେକୌଣସି ବ୍ୟକ୍ତି ଦିବ୍ୟଜ୍ଞାନର ଅମୂଲ୍ୟ ମଣି ମୁକ୍ତା ସଂଗ୍ରହ କରିପାରନ୍ତି ଏବଂ ନିଜର ସ୍ବତନ୍ତ୍ର ଭାଷ୍ୟ ରଚନା କରି ପାରନ୍ତି – ସ୍ବାମୀଶିବାନନ୍ଦ –
# ଗୀତା କୌଣସି ସୂତ୍ର ଗ୍ରନ୍ଥ ନୁହେଁ । ଗୀତା ଏକ ମହାନ ଧର୍ମ କାବ୍ୟ । ଯାହା ଭିତରକୁ ଆମେ ଯେତିକି ଗଭୀର ଭାବରେ ପ୍ରବେଶ କରିବା ସେତିକି ନୂଆ ଓ ସୁନ୍ଦର ଅର୍ଥ ଆମକୁ ପ୍ରାପ୍ତ ହେବ । – ଗାନ୍ଧିଜୀ –
# ଗୀତାର ରହସ୍ୟ ଅନେକେ ନିଜ ନିଜର ଦୃଷ୍ଟିଭଙ୍ଗୀ, ରୁଚି ଓ ଅନୁଭୂତି ଅନୁସାରେ ଭିନ୍ନ ଭିନ୍ନ ଶବ୍ଦରେ କରିଛନ୍ତି । ଗୀତା ବାଦ ବିବାଦ କରିବାର ଗ୍ରନ୍ଥ ନୁହେଁ । ତାହା ଜୀବନର ଗ୍ରନ୍ଥ । ସେଥିରେ ଯେଉଁ ଜୀବନ ବିଚାର କୁହାଯାଇଛି ତାହା ଶାଶ୍ୱତ । – ବିନୋବା –
# ଗୀତା ଆଧ୍ୟାତ୍ମିକ ସାଧକମାନଙ୍କର ଗୋଟିଏ ପାଠ୍ୟ ପୁସ୍ତକ; କାରଣ ଏହା ସାଧନା ଓ ଆଧ୍ୟାତ୍ମିକ ମନୋବୃି ଉପରେ ଗୁରୁତ୍ୱ ଦିଏ । ଗୀତା ମନୁଷ୍ୟକୁ ଅନ୍ଧକାରରୁ ଆଲୋକ ମାର୍ଗକୁ ଉଠାଇ ନିଏ, ଦୀପ୍ତିହୀନତାକୁ ପ୍ରଦୀପ୍ତ କରେ । ଗୀତା ମଣିଷକୁ ବାସନାଶୂନ୍ୟ ସଂଯମ ଓ କର୍ବ୍ୟ ଜ୍ଞାନ ଶିକ୍ଷା ଦେଇ ଜନ୍ମ ଓ ମୃତ୍ୟୁର ଚିର ଆବର୍ମାନ ଚକ୍ର ଗତିରୁ ଉଦ୍ଧାର କରେ । – ଶ୍ରୀ ସତ୍ୟ ସାଇ ବାବା –
# ଗୀତା ହେଉଛି ମନୁଷ୍ୟକୁ ସର୍ବ ନିମ୍ନ ସ୍ଥାନରୁ ଉୀର୍ଣ୍ଣ କରାଇ ସର୍ବୋଚ୍ଚ ପରମ ପଦରେ ଆରୂଢ଼ କରିବାର କ୍ଷମତା ବହନ କରୁଥିବା ଏକ ପ୍ରଭାବଶାଳୀ ଗ୍ରନ୍ଥ । ମନୁଷ୍ୟ ଯେତେବେଳେ କୌଣସି ଚିନ୍ତା, ସଂଶୟ ଏବଂ ଶୋକରେ ମଗନ ହୋଇଯାଏ ଏବଂ ତାକୁ କୌଣସି ମାର୍ଗ ଦିଶେ ନାହିଁ; ସେତେବେଳେ ଗୀତାର ଶ୍ଳୋକ ଗୁଡ଼ିକର ଅର୍ଥ ଏବଂ ଭାବ ସମୂହକୁ ଅନୁଶୀଳନ କଲେ ସେ ନିଶ୍ଚିନ୍ତ, ନିଃସଂଶୟ ଓ ଶୋକରହିତ ହୋଇ ପ୍ରସନ୍ନତା ତଥା ଶାନ୍ତି ପ୍ରାପ୍ତ ହୁଏ । – ଲୋକମାନ୍ୟ ତିଳକ –
# ଶ୍ରୀମଦ୍ ଭଗବତ ଗୀତା ହେଉଛି ସାକ୍ଷାତ୍ ଭଗବାନଙ୍କ ଦିବ୍ୟବାଣୀ । ଏହାର ମହିମା ଅପାର ଓ ଅପରିମିତ । – ଜୟ ଦୟାଳ ଗୋୟଙ୍କା –
# ଯେକୌଣସି ଦେଶ, ବେଶ, ସମୁଦାୟ, ବର୍ଣ୍ଣ, ଆଶ୍ରମ ଆଦିର ହୋଇ ଥାଆନ୍ତୁ ନା କାହିଁକି ତାଙ୍କ ପାଇଁ ଏଥିରେ (ଗୀତାରେ) ସମସ୍ତ ସାଧନୋପଯୋଗୀ ସାମଗ୍ରୀ ମିଳେ । – ସ୍ବାମୀ ରାମ ସୁଖ ଦାସ –
# ଯେଉଁ ବ୍ୟକ୍ତି ନିଜ ଜୀବନକୁ ଗୀତାମୟ କରିଦିଏ ଏବଂ ଏହାର ଉମ ରହସ୍ୟକୁ ଜାଣିଯାଏ ସେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ନହୋଇ ରହିପାରେ ନାହିଁ । – ଭାରତୀଜୀ –
# ଭାରତୀୟ ବାଙ୍ମୟ ବହୁଶାଖା ବୃକ୍ଷରେ ଭଗବତ୍ ଗୀତା ଏକ ଅତ୍ୟନ୍ତ କମନୀୟ ଏବଂ ଶୋଭା ସମ୍ପନ୍ନ ସୁମନ ଅଟେ । ଏହି ଅତ୍ୟୁମ ଗୀତରେ ପ୍ରାଚୀନରୁ ପ୍ରାଚୀନ ଏବଂ ନବୀନରୁ ନବୀନ ପ୍ରଶ୍ନର ବିଭିନ୍ନ ପ୍ରକାର ବିବେଚନ କରାଯାଇଛି ଯେ ମୋକ୍ଷୋପଯୋଗୀ ଜ୍ଞାନ କିପରି ପ୍ରାପ୍ତ ହୋଇପାରିବ? ଆମେ କ’ଣ ଜ୍ଞାନ, କର୍ମ, ଧ୍ୟାନ ବା ଭକ୍ତି ଦ୍ୱାରା ଭଗବାନଙ୍କ ସହିତ ଏକତା ପ୍ରାପ୍ତ କରିପାରିବା? ଆମେ କ’ଣ ଆତ୍ମାର ଶାନ୍ତି ଲାଭ ପାଇଁ ଆସକ୍ତି ଏବଂ ସ୍ବାର୍ଥ ବୁଦ୍ଧି ରହିତ ହୋଇ ସାଂସାରିକ ପ୍ରଲୋଭନରୁ ଦୂରକୁ ପଳାୟନ କରିବା ଉଚିତ ? ଏହି ଚମକôାର ପୂର୍ଣ୍ଣ କାବ୍ୟମୟ ଗ୍ରନ୍ଥରେ ଆମକୁ ଏହି ବିଚାର ବାରମ୍ବାର ନିତ୍ୟନୂତନ ରୂପରେ ପ୍ରାପ୍ତ ହୁଏ । ଭଗବତ୍ ଗୀତାର ଉପôି ଦର୍ଶନ ଶାସ୍ତ୍ର ଏବଂ ଧର୍ମରୁ ହୋଇଛି । ଏହା ମଧ୍ୟରେ ଏହି ଧାରା ଦ୍ୱୟ ଏକା ସାଙ୍ଗରେ ପ୍ରବାହିତ ହୋଇ ପରସ୍ପର ମିଳିତ ହୋଇ ଯାଆନ୍ତି । ଭାରତୀୟମାନଙ୍କ ଏହି ମନୋଭାବ ଆମ ଜର୍ମାନୀ ଦେଶବାସୀଙ୍କ ଉପରେ ଖୁବ୍ ପ୍ରଭାବ ପକାଇଛି ଏବଂ ଏହି କାରଣରୁ ବାରମ୍ବାର ଆମର ମନ ଭାରତ ପ୍ରତି ଆକର୍ଷିତ ହୋଇଛି । – ଶ୍ରୀମତୀ ଡ.ଏଲକ୍ସ. ବ୍ଲୁଡର୍ସ –
# ଗୀତା ବିଶ୍ୱର ସର୍ବମାନ୍ୟ ଧର୍ମ ଗ୍ରନ୍ଥ । ଏଥିରେ ସାମ୍ପ୍ରଦାୟିକତା କିମ୍ବା ସଂକୀର୍ଣ୍ଣ ମତ ପନ୍ଥଗୁଡିକର ଆଗ୍ରହ ଲେଶମାତ୍ର ନାହିଁ । ଏହାକୁ ସତ୍ୟର ସାରତ୍ୱ କୁହାଯାଇପାରେ । – ହୀରେନ୍ଦ୍ର ନାଥ ଦ –
# ଗୀତାର ମହିମା ବର୍ଣ୍ଣନା କରିବା ଅସମ୍ଭବ; କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗୀତା ଆମ ଧର୍ମର ପ୍ରାଣ ସଦୃଶ । ମୋ ନିଜ ମତ ଯେ ଗୀତାର ଅଧ୍ୟୟନ ସମସ୍ତ ହିନ୍ଦୁ ବିଦ୍ୟାର୍ଥୀମାନଙ୍କ ପାଇଁ ଅନିବାର୍ଯ୍ୟ କରିଦେବା ଉଚିତ । ଗୀତାରେ ଯେଉଁ ସିଦ୍ଧାନ୍ତଗୁଡିକର ପ୍ରତିପାଦନ କରାଯାଇଛି ସେଗୁଡ଼ିକ ତିନି କାଳରେ ସତ୍ୟ ଏବଂ ସମସ୍ତ ଯୁଗ ପାଇଁ ଉପଯୋଗୀ । – ଶ୍ରୀ ଏସ୍. ସତ୍ୟମୂର୍ି –
# ଗୀତାକୁ ଧର୍ମର ସର୍ବୋମ ଗ୍ରନ୍ଥ ମାନିବାର ଏହାହିଁ ଏକ ମାତ୍ର କାରଣ ଯେ ଏଥିରେ ଜ୍ଞାନ, କର୍ମ ଏବଂ ଭକ୍ତି – ଏହି ତିନି ଯୋଗର ନ୍ୟାୟଯୁକ୍ତ ବ୍ୟାଖ୍ୟା ଅଛି; ଅନ୍ୟ କୌଣସି ଗ୍ରନ୍ଥରେ ଏହାର ସାମଞ୍ଜସ୍ୟ ନାହିଁ । – ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ –
# ଗୀତା ମଧ୍ୟରେ ସେହି ସବୁ ବିଶେଷଣ ପୂର୍ଣ୍ଣ ମାତ୍ରାରେ ରହିଛି ଯାହାକି ଏକ ଧର୍ମ ପୁସ୍ତକ ମଧ୍ୟରେ ରହିବା ଉଚିତ । – ଏଫ୍. ଟି. ବ୍ରୁକ୍ସ –
# ଗୀତା କେବଳ ହିନ୍ଦୁ ମାନଙ୍କର ନୁହେଁ, ଅପିତୁ ସଂସାରର ସମସ୍ତ ଜାତିର ଧର୍ମ ପୁସ୍ତକ ପଦବାଚ୍ୟ । – ଶ୍ରୀ କୈଖୁଶର ଜେ. –
# ବିଶ୍ୱ ଧର୍ମର ମୌଳିକ ପ୍ରାଣତ୍ୱାବଳୀର ଯେତିକି ସୁନ୍ଦର ସମାବେଶ ଗୀତାରେ ଅଛି ସେତିକ ଅନ୍ୟ କୌଣସି ଧର୍ମର ଧର୍ମଗ୍ରନ୍ଥ ଗୁଡିକରେ ନାହିଁ । – ପ୍ରଫେସର ଫିରୋଜ କାବସଜୀ ଦାବର –
ପ୍ରଣିଧାନଯୋଗ୍ୟ ପ୍ରଶ୍ନ
ଉପର୍ଯ୍ୟୁକ୍ତ ମତାମତରୁ ଜଣାଯାଏ ଯେ ଗୀତା ଏକ ସର୍ବମାନ୍ୟ ଗ୍ରନ୍ଥ । ଏହା ବିଶ୍ୱର ବିଭିନ୍ନ ଭାଷାରେ ଅନୂଦିତ ଓ ପ୍ରକାଶିତ ହୋଇ ସାରିଛି । କିନ୍ତୁ ଏହାର ବହୁଳ ପ୍ରଚାର ପ୍ରସାର ସେ୍ୱ ମଧ୍ୟ ବାସ୍ତବ କ୍ଷେତ୍ରରେ ଦେଖାଯାଏ ଯେ ଗୀତାର ଭାଷ୍ୟକାର, ପ୍ରବଚକ ତଥା ନିୟମିତ ପାଠକମାନଙ୍କ ମଧ୍ୟରୁ ଅଧିକାଂଶ ଏଥିରେ ଥିବା ମହାବାକ୍ୟଗୁଡିକୁ ନିଜ ନିଜ ଆଚରଣରେ ପ୍ରୟୋଗ କରନ୍ତି ନାହିଁ । ଏହାର କାରଣ ହେଉଛି ଗୀତା ଉପରେ ସେମାନଙ୍କର ଯଥାର୍ଥ ବୋଧ ଜ୍ଞାନ ନାହିଁ । ବିଭିନ୍ନ ଧର୍ମା·ର୍ଯ୍ୟ ଓ ବିଦ୍ୱାନମାନଙ୍କ ଭାଷ୍ୟ ବା ଟୀକା ଅନୁସରଣରେ ସେମାନେ ଗୀତା ଅଧ୍ୟୟନ କରୁଥିବାରୁ ସେମାନଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଜାତ ହୁଏ । ସେଗୁଡିକର ନିବାରଣ ନ ହେବା ପର୍ଯ୍ୟନ୍ତ ଈଶ୍ୱରାଜ୍ଞା ପାଳନ କରିବା ସହଜ ହୁଏନାହିଁ । ତେଣୁ ମନ ମଧ୍ୟରେ ସନ୍ଦେହ ଉପôନ୍ନ କରୁଥିବା କିଛି ପ୍ରଶ୍ନର ଆଲୋଚନା କରିବା ଏଠାରେ ପ୍ରାସଙ୍ଗିକ ମନେ ହୁଏ ।ପ୍ରଶ୍ନ-୧: ମହାଭାରତରେ ଚରିତ୍ରଗଣ କ’ଣ ଐତିହାସିକ ବ୍ୟକ୍ତି ଥିଲେ ?
ଉର : ଶ୍ରୀମଦ୍ଭଗବତ୍ ଗୀତାକୁ ସାଧାରଣତଃ ମହାଭାରତର ଏକ ଅଂଶ ବିଶେଷ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ନିଷ୍ପକ୍ଷ ଭାବରେ ମହାଭାରତ ଗ୍ରନ୍ଥ ଅଧ୍ୟୟନ କଲେ ଜଣାଯାଏ ଯେ ଏହା ଏକ ମହାକାବ୍ୟ, ଐତିହାସିକ ଗ୍ରନ୍ଥ ନୁହେଁ । ମହାଭାରତରେ ଥିବା ବିଭିନ୍ନ ଚରିତ୍ରମାନଙ୍କର ଜନ୍ମ ବୃାନ୍ତ ଅଧ୍ୟୟନ ଦ୍ୱାରା ଜଣେ ସାଧାରଣ ପାଠକ ମନରେ ମଧ୍ୟ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ପ୍ରକୃତରେ କ’ଣ ସେମାନେ ଐତିହାସିକ ବ୍ୟକ୍ତି ଥିଲେ? ମହାଭାରତର ରଚୟିତା ସ୍ବୟଂ ବ୍ୟାସଦେବଙ୍କ ଜନ୍ମ ଚରିତ ପଢିଲେ ତାହା ଅସ୍ବାଭାବିକ ମନେ ହୁଏ । ତେଣୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଅନେକ ବିଦ୍ୱାନ ପ୍ରଶ୍ନ ଉାପନ କରନ୍ତି । ଏ ବିଷୟରେ ସ୍ବାମୀ ବିବେକାନନ୍ଦଙ୍କ ବକ୍ତବ୍ୟ ପ୍ରଣିଧାନ ଯୋଗ୍ୟ –
“.. .. .. .. .. ବେଦବ୍ୟାସ ନାମରେ ଅନେକ ବ୍ୟକ୍ତି ଥିଲେ । ସେମାନଙ୍କ ମଧ୍ୟରୁ ବାଦାରାୟଣ ବ୍ୟାସ କିମ୍ବା ଦ୍ୱୈପାୟନ ବ୍ୟାସ, କିଏ ଏହାର ପ୍ରଣେତା? ବ୍ୟାସ ତ କେବଳ ଏକ ଉପାଧି ମାତ୍ର । ଯିଏ କେହି ବି ପୁରାଣ କିମ୍ବା ଶାସ୍ତ୍ର ରଚନା କରିଛନ୍ତି, ସେ ବ୍ୟାସ ନାମରେ କଥିତ ହୋଇଛନ୍ତି । ଇତିହାସରେ ବ୍ୟାସଙ୍କ ପରି ବିକ୍ରମାଦିତ୍ୟ ମଧ୍ୟ ଏକ ସାମାନ୍ୟ ନାମ ... ।”(ଭାରତ ମେଁ ବିବେକାନନ୍ଦ, ପୃଷ୍ଠା ୩୧୧)
ଏହି ପୁସ୍ତକର ପ୍ରଥମ ଖଣ୍ଡରେ ଥିବା “ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୁପ ଓ ଗୀତା ପ୍ରକରଣର ପୁନରାବୃି” ଶୀର୍ଷକ ପ୍ରବନ୍ଧରେ ମହାଭାରତ ଯୁଦ୍ଧର ଐତିହାସିକତା ଓ ସ୍ବରୂପ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି ।
ପ୍ରଶ୍ନ-୨: ମହାଭାରତର ପ୍ରଣେତା ବେଦବ୍ୟାସ କ’ଣ ଗୀତାର ରଚୟିତା ?
ଉର : ମହାଭାରତ ରଚନା ପୂର୍ବରୁ ମଧ୍ୟ ଗୀତାର ଅସ୍ତିତ୍ୱ ଥିବା କଥା ବିଭିନ୍ନ ବିଦ୍ୱାନମାନଙ୍କ କୃତିରୁ ଜଣା ପଡ଼େ । ଲୋକମାନ୍ୟ ତିଳକଙ୍କ ଦ୍ୱାରା ରଚିତ ଗୀତା ରହସ୍ୟର ବିଭିନ୍ନ ପୃଷ୍ଠାରେ ଥିବା ବାକ୍ୟାଂଶଗୁଡ଼ିକରୁ ଏକଥା ଜଣାଯାଏ । ସେଗୁଡ଼ିକ ହେଲା -
“.. .. .. .. .. ଏହା ପ୍ରକଟ ହୁଏ ଯେ ସନତ ସୁଜାତୀୟ, ବିଦୁରନୀତି . . . . . ଆଦି ପ୍ରକରଣଗୁଡିକ ପରି ବର୍ମାନର ଗୀତାକୁ ମହାଭାରତକାର ପୂର୍ବୋକ୍ତ ଗ୍ରନ୍ଥଗୁଡିକର ଆଧାରରେ ହିଁ ଲେଖିଛନ୍ତି – ନୂତନ କିଛି ଲେଖି ନାହାନ୍ତି । (ପୃ ୫୨୫) ଙ୍ଘଙ୍ଘଙ୍ଘ “ଯେଉଁ ଗୀତାର ଆଧାର ଉପରେ ବର୍ମାନର ଗୀତା ପ୍ରସ୍ତୁତ ହୋଇଛି ତାହା ବାଦରାୟଣାଚାର୍ଯ୍ୟ (ବ୍ୟାସ)ଙ୍କ ପୂର୍ବରୁ ମଧ୍ୟ ଉପଲବ୍ଧ ଥିଲା । ଏଥିପାଇଁ ବ୍ରହ୍ମ ସୂତ୍ରଗୁଡିକରେ ଏହାକୁ (ଗୀତାକୁ) “ସ୍ମୃତି” ଶବ୍ଦରେ ନାମିତ କରାଯାଇଛି .. ..” (ପୃ ୫୩୬) ଙ୍ଘଙ୍ଘଙ୍ଘଙ୍ଘ” ସମ୍ଭବତଃ ମୂଳ ଗୀତା ଏହାର (ମହାଭାରତ) ପୂର୍ବବର୍ୀ ହୋଇପାରେ, କାରଣ .......... ଏହାର ପରମ୍ପରା ଅତି ପ୍ରାଚୀନ ସମୟ ପର୍ଯ୍ୟନ୍ତ ଘୁାଇବାକୁ ପଡୁଛି । (ପୃ.୫୬୧)
ବର୍ମାନ ସ୍ପଷ୍ଟ ଯେ ବେଦବ୍ୟାସ ଗୀତାର ରଚୟିତା ନୁହନ୍ତି । ଲୋକ ଶ୍ରୁତିରେ ପ୍ରଚଳିତ ଗୀତାଜ୍ଞାନକୁ ସେ କାବ୍ୟ ରୂପ ପ୍ରଦାନ କରି ମହାଭାରତରେ ସ୍ଥାନିତ କରିଥିଲେ । ଏକଥା ନିମ୍ନ ଶ୍ଲୋକରୁ ଜଣାପଡ଼େ –
ପାର୍ଥାୟ ପ୍ରତି ବୋଧିତାଂ ଭଗବତା ନାରାୟଣେନ ସ୍ବୟଂ
ବ୍ୟାସେନ ଗ୍ରଥିତାଂ ପୁରାଣ ମୁନିନା ମଧ୍ୟେ ମହାଭାରତମ୍ ।ା
ତେଣୁ ଅନେକ ବିଦ୍ୱାନ ବ୍ୟାସଦେବଙ୍କୁ ଗୀତାର ରଚୟିତା ରୂପେ ସ୍ବୀକାର କରନ୍ତି ନାହିଁ । ଏ ପ୍ରସଙ୍ଗରେ ଡ. ରାଧାକ୍ରିଷ୍ଣଙ୍କ ନିମ୍ନ ଉକ୍ତି ପ୍ରଣିଧାନଯୋଗ୍ୟ ।
“ଆମକୁ ଗୀତାର ରଚୟିତାଙ୍କ ନାମ ଜଣା ନାହିଁ । ଭାରତରେ ପ୍ରାରମ୍ଭିକ ସାହିତ୍ୟରେ ପ୍ରାୟ ଗ୍ରନ୍ଥଗୁଡିକର ଲେଖକମାନଙ୍କ ନାମ ଅଜ୍ଞାତ ଅଟେ ... ।”
ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ ବେଦବ୍ୟାସଙ୍କ ଦ୍ୱାରା ଗୀତା ଜ୍ଞାନ ସଂଗୃହୀତ ଓ ସଙ୍କଳିତ ହୋଇ ମହାଭାରତରେ ସ୍ଥାନିତ ହେବା ପୂର୍ବରୁ ଏହାର ମୌଳିକ ରୂପ କିପରି ଥିଲା ?
ପ୍ରଶ୍ନ-୩ : କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ କ’ଣ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ କୌଣସି ଐତିହାସିକ ଯୁଦ୍ଧ ହୋଇଥିଲା ?
ଉର : ଏହି ପୁସ୍ତକର ପ୍ରଥମ ଖଣ୍ଡରେ “ମହାଭାରତ ଯୁଦ୍ଧରୁ ଯଥାର୍ଥ ସ୍ବରୁପ ଓ ଗୀତା ପ୍ରକରଣର ପୁନରାବୃି” ଶୀର୍ଷକ ପ୍ରବନ୍ଧରେ ଉପର୍ଯୁ୍ୟକ୍ତ ପ୍ରଶ୍ନର ସବିସ୍ତାର ଆଲୋଚନା କରାଯାଇଛି ।
ପ୍ରଶ୍ନ-୪ : ମହାଭାରତର ଅଂଶବିଶେଷ ରୂପେ ଉପସ୍ଥାପିତ ବର୍ମାନ ଉପଲବ୍ଧ ଗୀତା କ’ଣ ପ୍ରକୃତରେ ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଅର୍ଜୁନଙ୍କୁ ଶୁଣାଇଥିଲେ? ଏହି ମୁଖ୍ୟ ପ୍ରଶ୍ନ ସହିତ ସମ୍ବନ୍ଧିତ ଆଉ କେତୋଟି ପ୍ରଶ୍ନ ମଧ୍ୟ ମନରେ ଉଙ୍କି ମାରେ । ସେଗୁଡିକ ହେଲା, କୋଟି କୋଟି ଲୋକ ଏକତ୍ରିତ ହୋଇଥିବା (ମହାଭାରତ, ଭୀଷ୍ମ, ଜମ୍ବୁ, ଅକ୍ଷ, ଶ୍ଲୋକ ୬) କୁରୁକ୍ଷେତ୍ରରେ କ’ଣ ଅର୍ଜୁନ ସ୍ବୀୟ ରଥରେ ଦଣ୍ଡାୟମାନ ହୋଇ ସ୍ବଜନ ମିତ୍ର ସମ୍ବନ୍ଧୀଗଣଙ୍କୁ ଦେଖି ପାରିଥିଲେ ? ଘନ ଘୋର ଘର୍ଘର ଓ ଗର୍ଜନରେ ପ୍ରକମ୍ପିତ ଯୁଦ୍ଧର କୋଳାହଳ ମଧ୍ୟରେ କ’ଣ ଅର୍ଜୁନ ଗୀତା ଜ୍ଞାନ ଶୁଣି ପାରିଥିଲେ? ଏଭଳି ବିଷମ ପରିସ୍ଥିରେ କ’ଣ ଗୀତା ଭଳି ଗୁହ୍ୟତମ ଜ୍ଞାନ ଶୁଣି ଅର୍ଜୁନ ବୁଝିପାରିଥିଲେ ? ଯୁଦ୍ଧକ୍ଷେତ୍ରରେ ପ୍ରଦ ଗୀତାଜ୍ଞାନ କେବଳ କ’ଣ ଅର୍ଜୁନ, ଧୃତରାଷ୍ଟ୍ର ଏବଂ ସଞୟଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ? ସାତଶହ ଶ୍ଲୋକ ବିଶିଷ୍ଟ ଗୀତା ପ୍ରକରଣ ଚାଲୁଥିଲା ବେଳେ ଉଭୟ ପକ୍ଷର ବିଶାଳ ସେନା କ’ଣ ଚୁପଚାପ ଛିଡାହୋଇ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦର ସମାପ୍ତିକୁ ଅପେକ୍ଷା କରିଥିଲେ? ସଞୟ କ’ଣ ପ୍ରକୃତରେ ରାଜ ପ୍ରାସାଦରେ ଉପବେଶନ କରି ଦିବ୍ୟଦୃଷ୍ଟି ବଳରେ ଧୃତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧ ସଂପର୍କରେ ଶୁଣାଉଥିଲେ ?
ଉର : ଏହିପରି ଅନେକ ପ୍ରଶ୍ନ ଉପରେ ଏହି ପୁସ୍ତକର ପ୍ରଥମ ଖଣ୍ଡ ଦ୍ୱିତୀୟ ଅଧ୍ୟାୟରେ ଥିବା “ଶ୍ରୀମଦ୍ ଭଗବତ ଗୀତାର ଯଥାର୍ଥ ସ୍ବରୁପ” ଶୀର୍ଷକ ପର୍ଯ୍ୟାୟରେ ସବିସ୍ତାର ଆଲୋଚନା କରାଯାଇଛି । କିନ୍ତୁ ଏଠାରେ ସ୍ବାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀଙ୍କ ଭଳି ଆଧୁନିକ ଭାଷ୍ୟକାରମାନଙ୍କ ମନ୍ତବ୍ୟର ଅବତାରଣା କରିବା ପ୍ରାସଙ୍ଗିକ ମନେ ହୁଏ ।
ବିବେକାନନ୍ଦଙ୍କ ମନ୍ତବ୍ୟ :
“କୃଷ୍ଣଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଅନେକ ଶଙ୍କା ରହିଛି ... ... ଅମୁକ କାରଣଗୁଡିକରୁ ନିଶ୍ଚିତ ଭାବରେ ଏହି ନିଷ୍କର୍ଷରେ ପହି ପାରିବା ଯେ ମହାଭାରତ ଯୁଦ୍ଧରେ କୌଣସି ଅନ୍ୟ ଦିବ୍ୟ ବିଭୂତିଙ୍କ ପ୍ରାଦୁର୍ଭାବ ହୋଇଥିଲା ଯିଏକି ତକ୍ରାଳୀନ ସମାଜକୁ ଏହି ଜ୍ଞାନ ଶିକ୍ଷା ଦେଇଥିଲେ, ଯଦ୍ୱାରା ବିଶେଷ ସମ୍ପ୍ରଦାୟର ସ୍ଥାପନ ମଧ୍ୟ ହୋଇଥିଲା ... ... ... । ଙ୍ଘଙ୍ଘଙ୍ଘଙ୍ଘ” ... ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ବିଶାଳ ସେନା ସମୂହ ଉପସ୍ଥିତ ଥିବା ଯୁଦ୍ଧ ଭୂମିରେ ଜ୍ଞାନ,ଭକ୍ତି, ଯୋଗ ଆଦି ବିଷୟ ଗୁଡିକର ଚର୍ଚ୍ଚା କିପରି ସମ୍ଭବ ହୋଇଥିଲା? ଯୁଦ୍ଧକ୍ଷେତ୍ରର ସେହି କୋଳାହଳପୂର୍ଣ୍ଣ ବାତାବରଣରେ ପ୍ରତ୍ୟେକ ଶବ୍ଦକୁ ସଂକ୍ଷିପ୍ତ ଭାବରେ ଲିପିବଦ୍ଧ କରିବା ପାଇଁ କ’ଣ କୌଣସି ମନୁଷ୍ୟ ସେଠାରେ ଉପସ୍ଥିତ ଥିଲା ? କିଛି ଲୋକ ଅନୁମାନ କରନ୍ତି ଯେ ଏହି ଯୁଦ୍ଧ ରୂପକମୟ ଦୃଷ୍ଟାନ୍ତ ମାତ୍ର, ଯାହାର ଗୁହ୍ୟ ଅର୍ଥ ଏପରି କରାଯାଇ ପାରିବ ଯେ ମନୁଷ୍ୟ ଅନ୍ତରରେ କୁପ୍ରବୃି ଗୁଡିକ ମଧ୍ୟରେ ଚାଲୁଥିବା ସଂଘର୍ଷର ଉପମା ଏହି ସ୍ଥୂଳ ଯୁଦ୍ଧ ସହିତ କରାଯାଇଛି .. .. .. ।”(ଭାରତମେଁ ବିବେକାନନ୍ଦ (ହିନ୍ଦି) ପୃ୩୧୪-୩୧୫)
ମହାତ୍ମା ଗାନ୍ଧୀଙ୍କ ମନ୍ତବ୍ୟ :
“ସନ ୧୮୮୮-୮୯ରେ ଯେତେବେଳେ ମୋତେ ଗୀତାର ପ୍ରଥମ ଦର୍ଶନ ହେଲା ସେତେବେଳେ ମୋତେ ଏହା ପ୍ରତୀୟମାନ ହେଲା ଯେ ଗୀତା ଏକ ଐତିହାସିକ ଗ୍ରନ୍ଥ ନୁହେଁ, ପରନ୍ତୁ ଏଥିରେ ଭୌତିକ ଯୁଦ୍ଧର ବର୍ଣ୍ଣନାକୁ ନିମି ରୂପରେ ପ୍ରସ୍ତୁତ କରି ମନୁଷ୍ୟ ହୃଦୟରେ ନିରନ୍ତର ସଂଘଟିତ ହେଉଥିବା ଦ୍ୱନ୍ଦ୍ୱ ଯୁଦ୍ଧର ହିଁ ବର୍ଣ୍ଣନା କରାଯାଇଛି । ହୃଦୟାଭ୍ୟନ୍ତରସ୍ଥ ଯୁଦ୍ଧକୁ ରସପ୍ରଦ କରିବା ପାଇଁ ମାନବୀୟ ଯୋଦ୍ଧାମାନଙ୍କର ରଚନାର ପରିକଳ୍ପନା କରାଯାଇଛି । ମନରେ ସୃଷ୍ଟି ହୋଇଥିବା ଏହି ପ୍ରାଥମିକ ସ୍ଫୁରଣା ଧର୍ମ ଓ ଗୀତାର ବିଶେଷ ଚିନ୍ତନ-ମନନ ପଶ୍ଚାତ୍ ଦୃଢ ହୋଇଗଲା । ମହାଭାରତ ଗ୍ରନ୍ଥକୁ ମୁଁ ଆଧୁନିକ ଅର୍ଥରେ ଇତିହାସ ବୋଲି ସ୍ବୀକାର କରେ ନାହିଁ । ଏହାର ବିସ୍ତୃତ ପ୍ରମାଣ ଆଦି ପର୍ବରେ ଅଛି । ଚରିତ୍ରଗୁଡିକର ଅମାନୁଷୀ ଓ ଅତିମାନୁଷୀ ଉପôିର ବର୍ଣ୍ଣନା କରି ବ୍ୟାସ ଭଗବାନ ରାଜା ଓ ପ୍ରଜାର ଇତିହାସକୁ ବିଲୁପ୍ତ କରି ଦେଇଛନ୍ତି । ମହାଭାରତରେ ବର୍ଣ୍ଣିତ ଚରିତ୍ର ମୌଳିକ ଭାବରେ ହୁଏତ ଐତିହାସିକ ହୋଇ ପାରନ୍ତି, କିନ୍ତୁ ମହାଭାରତରେ ବ୍ୟାସ ଭଗବାନ କେବଳ ଧର୍ମର ଦର୍ଶନ କରାଇବା ପାଇଁ ହିଁ ସେମାନଙ୍କ ଉପଯୋଗ କରିଛନ୍ତି । ”ଙ୍ଘଙ୍ଘଙ୍ଘଙ୍ଘ ।
“ଏହି ମହାଗ୍ରନ୍ଥ ମହାଭାରତରେ ଗୀତା ସର୍ବୋଚ୍ଚ ସ୍ଥାନରେ ବିରାଜିତ । ଏହାର ଦ୍ୱିତୀୟ ଅଧ୍ୟାୟ ଭୌତିକ ଯୁଦ୍ଧର ବ୍ୟବହାର ଶିକ୍ଷା ଦେବା ବଦଳରେ ସ୍ଥିତପ୍ରଜ୍ଞର ଲକ୍ଷଣ ଶିଖାଏ । ସ୍ଥିତପ୍ରଜ୍ଞର ସାଂସାରିକ ଯୁଦ୍ଧ ସହିତ କୌଣସି ସମ୍ବନ୍ଧ ହୋଇ ନ ପାରେ । ଏହି କଥା ମୋତେ ତାଙ୍କର ଲକ୍ଷଣ ସମୂହରେ ହିଁ ନିହିତ ଥିବା ଦେଖାଯାଏ । ପାରିବାରିକ ମାମୁଲି କଳହର ଔଚିତ୍ୟ କିମ୍ବା ଅନୌଚିତ୍ୟର ନିର୍ଣ୍ଣୟ କରିବା ପାଇଁ ଗୀତା ଭଳି ପୁସ୍ତକର ରଚନା ହୋଇ ନାହିଁ ।
ଗୀତାର କୃଷ୍ଣ ମୂର୍ିମାନ ଶୁଦ୍ଧ-ସଂପୂର୍ଣ୍ଣ ଜ୍ଞାନ, କିନ୍ତୁ କାଳ୍ପନିକ ଅଟେ । ମୋର ଅଭିପ୍ରାୟ କୃଷ୍ଣ ନାମଧାରୀ ଅବତାରୀ ପୁରୁଷର ନିଷେଧ କରିବା ନୁହେଁ । ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ସଂପୂର୍ଣ୍ଣ କୃଷ୍ଣ କାଳ୍ପନିକ । ପରବର୍ୀ ସମୟରେ ତାଙ୍କ ଉପରେ ସଂପୂର୍ଣ୍ଣ ଅବତାର ଆରୋପଣ କରାଯାଇଛି । (ଅନାସକ୍ତ ଯୋଗ, ପ୍ରସ୍ତାବନା,ପୃଷ୍ଠା ୧୪-୧୬)
ପ୍ରଶ୍ନ-୫ : ମହାଭାରତରେ ବର୍ଣ୍ଣିତ କୃଷ୍ଣ କ’ଣ ପ୍ରକୃତରେ ଗୀତାଜ୍ଞାନ ଦାତା ? ଏହି ଗ୍ରନ୍ଥରେ ବର୍ଣ୍ଣିତ କୃଷ୍ଣ ଚରିତ କ’ଣ ଯଥାର୍ଥ ? ତାଙ୍କର ବାସ୍ତବିକ ପରିଚୟ କ’ଣ ?
ପ୍ରଶ୍ନ -୬ : ଗୀତାଜ୍ଞାନ ବାସ୍ତବରେ କିଏ ଓ କେବେ ଦେଇଥିଲେ ?
ଉର : ଏ ବିଷୟରେ ଏହି ପୁସ୍ତକର ପ୍ରଥମ ଖଣ୍ଡ ଦ୍ୱିତୀୟ ଅଧ୍ୟାୟରେ “ଶ୍ରୀମଦ ଭଗବତ୍ ଗୀତାର ଯଥାର୍ଥ ସ୍ବରୂପ” ଶୀର୍ଷକ ପର୍ଯ୍ୟାୟରେ ସବିସ୍ତାର ବର୍ଣ୍ଣନା କରାଯାଇଛି ।
ପ୍ରଶ୍ନ-୭ : ଗୀତା ବର୍ଣ୍ଣିତ ଅଜନ୍ମା, ଅକର୍ା, ଅଭୋକ୍ତା, ଅଶରୀରୀ ଭଗବାନ କ’ଣ ସାଧାରଣ ମନୁଷ୍ୟ ଭଳି ମାତୃ ଗର୍ଭରୁ ଜନ୍ମ ନିଅନ୍ତି ?
ପ୍ରଶ୍ନ-୮ : ପରମାତ୍ମା କ’ଣ ସର୍ବବ୍ୟାପୀ ?
ପ୍ରଶ୍ନ-୯ : ଆତ୍ମା କ’ଣ ପରମାତ୍ମାଙ୍କ ଅଂଶ ବିଶେଷ ? ପରମାତ୍ମାଙ୍କ ଭଳି ଆତ୍ମା ମଧ୍ୟ କ’ଣ ସର୍ବଦେଶୀୟ? ଆତ୍ମା ଓ ପରମାତ୍ମା କ’ଣ ଏକ ?
ପ୍ରଶ୍ନ-୧୦: ଗୀତାର ଆଭିମୁଖ୍ୟ ଯୁଦ୍ଧ ନା ଯୋଗ ?
ଉର : ଉପର୍ଯୁ୍ୟକ୍ତ ପ୍ରଶ୍ନର ଉରଗୁଡିକ ପାଇଁ ଏହି ପୁସ୍ତକର ପ୍ରଥମ ଖଣ୍ଡ ଅନ୍ତର୍ଗତ’ଆତ୍ମା’, ‘ପରମାତ୍ମା’ ଓ ‘ରାଜଯୋଗ’ ଶୀର୍ଷକ ପର୍ଯ୍ୟାୟ ଦ୍ରଷ୍ଟବ୍ୟ । ଏହା ବ୍ୟତୀତ ଦ୍ୱିତୀୟ ଖଣ୍ଡରେ ଗୀତାର ବ୍ୟାଖ୍ୟାରେ ପ୍ରସଙ୍ଗ କ୍ରମେ ଏହିପରି ଅନେକ ପ୍ରଶ୍ନ ଉପରେ ଆଲୋଚନା କରାଯାଇଛି ।
ଏହିପରି ଅନେକାନେକ ପ୍ରଶ୍ନ ବିଭିନ୍ନ ବିଦ୍ୱାନ, ବୁଦ୍ଧିଜୀବୀ ଓ ତ୍ୱ ଚିନ୍ତକମାନଙ୍କ ଦ୍ୱାରା ଉାପିତ ହୋଇଛି । ଏହିସବୁ ପ୍ରଶ୍ନଗୁଡିକୁ ନାସ୍ତିକତାର ଦ୍ୱାହି ଦେଇ ଅନେକ ସାଂପ୍ରଦାୟିକ ଧର୍ମାଚାର୍ଯ୍ୟଗଣ ଏଡାଇ ଯାଇଛନ୍ତି । ବୁଢ଼ିଆଣୀ ନିଜ ଜାଲରେ ନିଜେ ଛନ୍ଦି ହେଲା ପରି ସେମାନେ ନିଜନିଜ ମତବାଦର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରହି ସତ୍ୟଠାରୁ ଦୂରେଇ ଯାଇଛନ୍ତି । ଅନେକ ବିଦ୍ୱାନ ପାଠକ ଗୀତାକୁ ଏକ ମହାନଗ୍ରନ୍ଥ, ଧର୍ମ ଶାସ୍ତ୍ର, ଆଚାର ସଂହିତା, ନୀତି ଶାସ୍ତ୍ର ରୂପେ ଗ୍ରହଣ କରିଛନ୍ତି; କିନ୍ତୁ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉଚିତ ସମାଧାନ ନହେବା ପର୍ଯ୍ୟନ୍ତ ପାଠକ ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବାକୁ ଅନ୍ତଃପ୍ରେରଣା ପ୍ରାପ୍ତ ହୁଏ ନାହିଁ । କେବଳ ଜୀବନକୁ ଦିବ୍ୟକରି ଗଢି ତୋଳିବା ଗୀତାର ଉଦ୍ଧେଶ୍ୟ ନୁହେଁ । ଏହା ସହିତ ଜୀବଦ୍ଧଶାରେହିଁ ପରମାତ୍ମାଙ୍କୁ ସାକ୍ଷାତ୍ ଅନୁଭବ କରିବାକୁ ହେବ । ଗୀତା ଜ୍ଞାନର ସମ୍ୟକ ଅବବୋଧ ପଶ୍ଚାତ୍ ହିଁ ଆମେ ଅର୍ଜୁନଙ୍କ ପରି କହିବା -
“ନଷ୍ଟମୋହା ସ୍ମୃତିର୍ଲବ୍ଧା ତ୍ୱାତ୍ ପ୍ରସାଦାତ୍ ମୟାଚ୍ୟୁତ,
ସ୍ଥିତୋସ୍ମି ଗତ ସନ୍ଦେହା କରିଷ୍ୟେ ବଚନଂ ତବ ।ା ଗୀ.୧୮/୭୨”
ଅର୍ଥ : ହେ ଅଚ୍ୟୁତ, ବର୍ମାନ ମୋର ମୋହ ନଷ୍ଟ ହୋଇଯାଇଛି । ମୁଁ ମୋର ସ୍ମୃତି ଫେରି ପାଇଛି ଓ ମୋର ସମସ୍ତ ସନ୍ଦେହ ଦୂର ହୋଇଛି । ବର୍ମାନ ତୁମର ଆଜ୍ଞା ପାଳନ କରିବାକୁ ମୁଁ ପ୍ରସ୍ତୁତ ।
ସ୍ବରଚିତ ପୁସ୍ତକ ସମ୍ପର୍କରେ :
ଗୀତାର ଅନେକ ଭାଷ୍ୟ ଅଧ୍ୟୟନ କରି ଲେଖକ ମନରେ ଉପର୍ଯୁ୍ୟକ୍ତ ପ୍ରଶ୍ନଗୁଡ଼ିକ ଉପôନ୍ନ ହୋଇଥିଲା । ଅନେକ ଚିନ୍ତନ-ମନନ ସେ୍ୱ ମଧ୍ୟ ସେଗୁଡିକର ଯଥାର୍ଥ ଉର ସେ ପାଇ ନ ଥିଲା । ଗୀତାରେ ଥିବା ମୌଳିକ ତ୍ୱ ବୁଝିବା ପାଇଁ ଅନ୍ୟମାନଙ୍କର ଭାଷ୍ୟ ଓ ଟୀକା ପରିତ୍ୟାଗ କରି ନିଜ ଦୃଷ୍ଟିରେ ଏହାର ଅଧ୍ୟୟନ, ମନନ ଓ ଚିନ୍ତନ କରିବା ଉଚିତ ହେବ ବୋଲି ମନରେ ବିଚାର ଆସିଲା । ଏହିପରି ସ୍ବତନ୍ତ୍ର ଭାବରେ ଗୀତା-ପାଠ କରିବା ଦ୍ୱାରା ନୂତନ ନୂତନ ଭାବ ମନରେ ଉଦ୍ରେକ ହେବାକୁ ଲାଗିଲା । କିନ୍ତୁ ପୂର୍ବ ପ୍ରଶ୍ନଗୁଡିକର ଉର ପାଇବା ପାଇଁ ମନ ବ୍ୟାକୁଳ ହେଉଥାଏ । “ଏ ମନ ଭାବୁ ଥାଏ ଯାହା କାଳେ ପା୍ରପତ ହୁଏ ତାହା” । ଜୀବନରେ ଏକ ଶୁଭ ଘଡ଼ି ଆସିଲା । ପିଉସୀ ପୁଅ ବଡ଼ ଭାଇ ଅଧ୍ୟାପକ ଡକ୍ଟର ଅଭିମନ୍ୟୁ ମିଶ୍ରଙ୍କ ପ୍ରେରଣାରେ ଲେଖକ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଣୀତ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଉପରେ ଆଧାରିତ ସାପ୍ତାହିକ ପାଠ୍ୟକ୍ରମରେ ଯୋଗ ଦେଲା । ଏଥିରେ ତା’ର ଅଧିକାଂଶ ସଂଶୟ ସମାଧାନ ହୋଇଥିଲା । ଲେଖକ ଏହି ଆଧ୍ୟାତ୍ମିକ ଶିକ୍ଷାନୁଷ୍ଠାନର ଜଣେ ନିୟମିତ ଓ ନିଷ୍ଠାବାନ ବିଦ୍ୟାର୍ଥୀ । ଈଶ୍ୱରୀୟ ଜ୍ଞାନର ନିୟମିତ ପଠନ ଶ୍ରବଣ, ମନନ, ଓ ନିଷ୍ଠା ପୂର୍ବକ ରାଜ ଯୋଗର ଅଭ୍ୟାସ ଦ୍ୱାରା ତା’ ମନରେ ଉପôନ୍ନ ହୋଇଥିବା ପୂର୍ବୋକ୍ତ ପ୍ରଶ୍ନଗୁଡିକ କ୍ରମଶଃ ସମାଧାନ ହେବାକୁ ଲାଗିଲା । ଦୀର୍ଘ ବିଂଶ ବର୍ଷର ଜ୍ଞାନ ଓ ଯୋଗର ଅନୁଭବକୁ ଆଧାର କରି ଈଶ୍ୱରୀୟ ପ୍ରେରଣାକ୍ରମେ ଲେଖକ ଗୀତା ଉପରେ ଏକ ନବୀନ ଓ ସ୍ବତନ୍ତ୍ର ପୁସ୍ତକ ରଚନା କରିବାର ଦୁଃସାହସିକ ପଦକ୍ଷେପ ନେଲା । ଅନେକ ରହସ୍ୟଯୁକ୍ତ ଆଧ୍ୟାତ୍ମିକ ବିଷୟ ଉପରେ ଆଲୋଚନା କରାଯାଇଥିବାରୁ ପୁସ୍ତକଟିର ନାମ “ଶ୍ରୀମଦ୍ ଭଗବତ୍ ଗୀତା ରହସ୍ୟ” ରଖିବା ଉଚିତ ମନେ ହେଲା ।
ଆଦି ଶଙ୍କରାଚାର୍ଯ୍ୟଙ୍କ ପୂର୍ବରୁ ମଧ୍ୟ କେତେକ ବିଦ୍ୱାନ ଗୀତା ଉପରେ ଭାଷ୍ୟ ରଚନା କରି ସାରିଥିଲେ । କିନ୍ତୁ ବର୍ମାନ ସେଗୁଡିକ ମିଳୁନାହିଁ । ଶଙ୍କରାଚାର୍ଯ୍ୟ ସେମାନଙ୍କ ଭାଷ୍ୟ ଓ ଟୀକା ଉପରେ ସନ୍ତୁଷ୍ଟ ନ ହୋଇ ସ୍ବପ୍ରବିର୍ତ ଅଦ୍ୱୈତବାଦ ଅନୁସାରେ ଏକ ସ୍ବତନ୍ତ୍ର ଭାଷ୍ୟ ରଚନା କଲେ । ପରବର୍ୀ ସମୟରେ ଆନନ୍ଦ ଗିରି; ଶ୍ରୀଧରସ୍ବାମୀ ଓ ମଧୂସୁଦନ ସ୍ବାମୀ ଶଙ୍କରଙ୍କ ଅଦ୍ୱୈତବାଦକୁ ସମର୍ଥନ କରି ସ୍ବତନ୍ତ୍ର ଓ ବିସ୍ତୃତ ଭାଷ୍ୟ ରଚନା କରିଥିଲେ । କିନ୍ତୁ ବୈଦିକ ସମ୍ପ୍ରଦାୟର ଅନ୍ୟ ଆଚାର୍ଯ୍ୟମାନେ ଶଙ୍କରଙ୍କ ମତବାଦକୁ ସ୍ବୀକାର କରି ପାରିଲେ ନାହିଁ । ପ୍ରତ୍ୟେକ ସମ୍ପ୍ରଦାୟ ନିଜ ନିଜ ସ୍ବାତନ୍ତ୍ର୍ୟ ରକ୍ଷା କରିବା ପାଇଁ ଆପଣା ମତ ଅନୁସରଣ କରି ଗୀତାର ଭାଷ୍ୟ ଲେଖିଲେ । ତାଙ୍କ ପରେ ଶ୍ରୀମାଧ୍ୱାଚାର୍ଯ୍ୟ ଦ୍ୱୈତବାଦକୁ ଅନୁସରଣ କରି ଗୀତାର ଟୀକା ପ୍ରସ୍ତୁତ କଲେ । ସେ ‘ଗୀତା ଭାଷ୍ୟ’ ଓ ‘ଗୀତା ତାପôର୍ଯ୍ୟ’ ନାମକ ଦୁଇଟି ଗ୍ରନ୍ଥ ରଚନା କରିଛନ୍ତି । କିନ୍ତୁ ଶୁଦ୍ଧାଦ୍ୱୈତ ସମ୍ପ୍ରଦାୟର ପ୍ରବର୍କ ଶ୍ରୀ ବଲ୍ଲଭାଚାର୍ଯ୍ୟ ପୂର୍ବବର୍ୀ ମତବାଦଗୁଡିକୁ ଗ୍ରହଣ କରି ପାରିଲେ ନାହିଁ । ସେ ତାଙ୍କ ମତକୁ ଗୀତା ଦ୍ୱାରା ଅନୁମୋଦିତ ବୋଲି ପ୍ରମାଣ କରିବା ପାଇଁ ଏକ ସ୍ବତନ୍ତ୍ର ଭାଷ୍ୟ ରଚନା କଲେ । ଦ୍ୱୈତାଦ୍ୱ÷ତ ସମ୍ପ୍ରଦାୟର ଆଚାର୍ଯ୍ୟ ନିମ୍ବାର୍କା·ର୍ଯ୍ୟଙ୍କ ଶିଷ୍ୟ କେଶବ କାଶ୍ମୀରୀ ଗୀତା ଉପରେ “ତ୍ୱ ପ୍ରକାଶିକା” ନାମକ ଟୀକା ଲେଖି ନିଜ ମତକୁ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ଏତଦ୍ବ୍ୟତୀତ ଆଧୁନିକ ସମୟରେ ଶ୍ରୀ ଅରବିନ୍ଦ, ସ୍ବାମୀ ଶିବାନନ୍ଦ, ମହାତ୍ମାଗାନ୍ଧୀ, ବାଲ ଗଙ୍ଗାଧର ତିଲକ, ବିନୋବା ଭାବେ, ରାଜଗୋପାଲଚାର୍ଯ୍ୟ, ଡକ୍ଟର ରାଧାକ୍ରୀଷ୍ଣ, ସନ୍ଥ ଜ୍ଞାନେଶ୍ୱର, ଭଗବାନ ଶ୍ରୀ ସତ୍ୟସାଇ, ଜୟଦୟାଲ ଗୋୟଙ୍କା, ସ୍ବାମୀ ରାମ ସୁଖ ଦାସ ଆଦି ଅନେକ ମହାପୁରୁଷ, ସନ୍ଥ, ବିଦ୍ୱାନ, ଗବେଷକ,ତ୍ୱ ଚିନ୍ତକ ଓ ଭାଷ୍ୟକାରଗଣ ଗୀତା ଉପରେ ପାଣ୍ଡିତ୍ୟ ପୂର୍ଣ୍ଣ ଭାଷ୍ୟ ଓ ଟୀକା ରଚନା କରି ଆସିଛନ୍ତି । ଏହା ଦ୍ୱାରା ଗୀତାଜ୍ଞାନର ବହୁଳ ପ୍ରଚାର ପ୍ରସାର ପୂର୍ବକ ଏହାର ମହ୍ୱ ପ୍ରତିପାଦନ ହୋଇଛି । ତଥାପି ମଧ୍ୟ ଗୀତାର ଯଥାର୍ଥ ସ୍ବରୁପ ଓ ରହସ୍ୟ ଉଦ୍ଘାଟନ ହୋଇ ପାରିନାହିଁ ।
ବିଭିନ୍ନ ସାମ୍ପ୍ରଦାୟିକ ଆଚାର୍ଯ୍ୟଗଣ ନିଜ ନିଜ ମତବାଦକୁ ଗୀତା ସମର୍ଥିତ ବୋଲି ସେମାନଙ୍କ ଭାଷ୍ୟ ଲେଖିଥିଲେ ମଧ୍ୟ ଏଥିରେ ଏକ ବିଶିଷ୍ଟ ମତ ପ୍ରତିପାଦନ ହୋଇଛି । ଏହା ଗୀତାର ନିମ୍ନ ଶ୍ଳୋକରୁ ଜଣାଯାଏ ।
ବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଧିଂ ମୋହୟସୀବମେ
ତଦେକଂ ବଦ ନିଶ୍ଚିତ୍ୟ ଯେନ ଶ୍ରେୟୋଽହମାପ୍ନୁୟାମ୍ ।ାଗୀତା୩/୨ାା
ସନ୍ନ୍ୟାସଂ କର୍ମଣାଂ କୃଷ୍ଣପୁନର୍ଯୋଗଂଚ ଶଂସସି ।
ଯଚ୍ଛ୍ରେୟ ଏତୟୋରେକଂ ତନ୍ମେ ବ୍ରୁହି ସୁନିଶ୍ଚିତମ୍ ।ାଗୀତା୫/୨ାା
ଅର୍ଥ : ମନରେ ସନ୍ଦେହ ଉପôନ୍ନ କରୁଥିବା ଏହିପରି ବିଭିନ୍ନ କଥା କହି ମୋତେ ଆପଣ ଦ୍ୱନ୍ଦ୍ୱରେ ପକାଉଛନ୍ତି । ଏଥିପାଇଁ ଯେଉଁଥିରେ ମୋର ନିଶ୍ଚିତ କଲ୍ୟାଣ ହେବ କେବଳ ସେହି ଗୋଟିଏ କଥାହିଁ ମୋତେ କହନ୍ତୁ ।ାଗୀ ୩/୨ ।ା ହେ କୃଷ୍ଣ ! ଆପଣ ଏକା ସାଙ୍ଗରେ କର୍ମ ତ୍ୟାଗ ଓ କର୍ମଯୋଗର ପ୍ରଶଂସା କରୁଛନ୍ତି । ଏ ଉଭୟ ମଧ୍ୟରୁ କେଉଁ ଗୋଟିକ ଶ୍ରେୟସ୍କର ତାହା ମୋତେ ନିଶ୍ଚୟ ପୂର୍ବକ କହନ୍ତୁ ।ା ଗୀ ୫/୨ ।ା
ଗୀତାର ଏହି ବିଶିଷ୍ଟ ଈଶ୍ୱରୀୟ ମତଟି କ’ଣ ତାହା ଏଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣନା ହୋଇଥିଲେ ମଧ୍ୟ ଧର୍ମାଚାର୍ଯ୍ୟମାନଙ୍କ ପରସ୍ପର ବିରୋଧୀ ମତବାଦର କଳା ପରଦା ଉହାଡ଼ରେ ତାହା ଲୁକ୍କାୟିତ । “ଅମୃତ ଭାଣ୍ଡ ପୂର୍ଣ୍ଣଥିଲା, ସୁରା ଟୋପାକେ ନାଶ ଗଲା” । ଏହି ନ୍ୟାୟରେ ସାକ୍ଷାତ ଭଗବାନଙ୍କ କଥିତ ଜ୍ଞାନାମୃତରେ ପରିପୂର୍ଣ୍ଣ ଗୀତା ମାନବୀୟ ବାଦ ବିବାଦ ସୁରା ଦ୍ୱାରା ଅପମିଶ୍ରିତ । ତେଣୁ ଏହା ପାନ କରି ମନୁଷ୍ୟାତ୍ମା ମଧ୍ୟରେ ଦୈ÷ବୀ ଚେତନା ଜାଗ୍ରତ ହେଉ ନାହିଁ । ପରମାତ୍ମା ଗୀତାମୃତ ପରିବେଷଣ କରିବା ପାଇଁ ପ୍ରତି କଳ୍ପାନ୍ତରେ ଧରାବତରଣ କରନ୍ତି । ତାଙ୍କ ପ୍ରଦ ଈଶ୍ୱରୀୟ ଜ୍ଞାନର ସମ୍ୟକ ଅବବୋଧ ଦ୍ୱାରାହିଁ ଗୀତାରେ ପ୍ରତିପାଦିତ ସେହି ବିଶିଷ୍ଟ ମତଟି କଣ ତାହା ସ୍ପଷ୍ଟ ବୁଝି ହୁଏ । ଏଯାବତ୍ ମାନବୀୟ ବୁଦ୍ଧି ଆଧାରରେ ଗୀତାର ବିଷୟବସ୍ତୁ ଉପରେ ତର୍କ ବିତର୍କ ହୋଇ ଆସିଛି । କିନ୍ତୁ ସଂପ୍ରତି ପ୍ରଜାପିତା ବ୍ରହ୍ମାଙ୍କ ମାନବୀୟ ଶରୀର ମାଧ୍ୟମରେ ଅବତୀର୍ଣ୍ଣ ଜ୍ୟୋର୍ତିବିନ୍ଦୁ ପରମାତ୍ମା ଶିବଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ (ଗୀତାଜ୍ଞାନ) ଆଧାରରେ ପ୍ରଚଳିତ ଗୀତାର କୌଣସି ଭାଷ୍ୟ ଅଦ୍ୟାବଧି ରଚନା କରାଯାଇ ନାହିଁ । ମହାନ ରାଜଯୋଗୀ ସ୍ବର୍ଗତ ଜଗଦୀଶ ଚନ୍ଦ୍ର ହାସିଜା ପ୍ରତ୍ୟକ୍ଷ ପା୍ରପ୍ତ ଈଶ୍ୱରୀୟ ଜ୍ଞାନ ଆଧାରରେ – “ମହାଭାରତ ଔର୍ ଗୀତାକା ସଚ୍ଚା ସ୍ବରୁପ ଔର ସାର୍” - ଶୀର୍ଷକଏକ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଏଥିରେ ସେ ମହାଭାରତ ଓ ଗୀତା ସମ୍ବନ୍ଧରେ ଅନେକ ତଥ୍ୟପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ ହେଁ ଶ୍ଳୋକ ଆଧାରରେ ସେ କୌଣସି ଭାଷ୍ୟ ରଚନା କରି ନାହାନ୍ତି । ଲେଖକ ଏହି ଅଭାବ ଅନୁଭବ କରିଛି । ତେଣୁ ସେ ଈଶ୍ୱରୀୟ ଜ୍ଞାନ ଆଧାରରେ ଗୀତାର ଭାଷ୍ୟ ରଚନା କରିବା ପାଇଁ ମନ ବଳାଇଲା । କିନ୍ତୁ ଏ କାମ ଏତେ ସହଜ ନଥିଲା । ପ୍ରତ୍ୟକ୍ଷ ଈଶ୍ୱରୀୟ ଜ୍ଞାନ ଶ୍ରବଣ ଏବଂ ଈଶ୍ୱରୀୟ ସାହିତ୍ୟ,ବିଭିନ୍ନ ଅଧ୍ୟାତ୍ମିକ ଗ୍ରନ୍ଥ, ଆଧ୍ୟାତ୍ମିକ ପତ୍ରିକା, ବିଭିନ୍ନ ଧର୍ମାଚାର୍ଯ୍ୟ ଓ ଭାଷ୍ୟକାରମାନଙ୍କ କୃତ ଗୀତାର ଅନେକ ଭାଷ୍ୟ ଅଧ୍ୟୟନ, ମନନ ଓ ଚିନ୍ତନକୁ ପାଥେୟ କରି ଲେଖକ ପୁସ୍ତକ ରଚନାର ପ୍ରୟାସ କଲା । ଏହା ଅଦ୍ୟାବଧି ଉପଲବ୍ଧ ସମସ୍ତ ଗୀତା ଭାଷ୍ୟଠାରୁ ସ୍ବତନ୍ତ୍ର ଓ ନବୀନ ବୋଲି ମନେହୁଏ । ଏଥିରେ ପାରଂପାରିକ ଭାଷ୍ୟ ରଚନାର ବିଧି ଅନୁସରଣ କରାଯାଇ ନାହିଁ । ବିଭିନ୍ନ ମାନବୀୟ ମତବାଦରୁ ଉଦ୍ଧ୍ୱର୍ରେ ରହି ଗୀତାରେ ଯେଉଁ ବିଶିଷ୍ଟ ଈଶ୍ୱରୀୟ ମତଟିକୁ ଭଗବାନ ପ୍ରତିପାଦନ କରିଛନ୍ତି ତାହା ଦୃଷ୍ଟିରେ ରଖି ଲେଖକ ତାର ବ୍ୟାଖ୍ୟା ପ୍ରଦାନ କରିଛି । ସେଥିପାଇଁ ବିଭିନ୍ନ ଅଧାୟରେ ପ୍ରସଙ୍ଗକ୍ରମେ କେତେକ ଆଧ୍ୟାତ୍ମିକ ବିଷୟ ଉପରେ ବାରମ୍ଭାର ଆଲୋଚନା କରାଯାଇଛି । ଏହାଦ୍ୱାରା ଗୋଟିଏ କଥାର ପୁନରୁକ୍ତି ହୋଇଥିଲେ ମଧ୍ୟ ସେହି ସ୍ଥାନରେ ତାହା ଆବଶ୍ୟକ ମନେ ହୋଇଛି ।
ଏ ପୁସ୍ତକରେ ମୁଖ୍ୟତଃ ଭଗବାନଙ୍କ କଥିତ ଶ୍ଳୋକଗୁଡ଼ିକୁ ବ୍ୟାଖ୍ୟାର ଅର୍ନ୍ତଭୁକ୍ତ କରାଯାଇଛି । କାରଣ ଗୀତାରେ ଥିବା କେବଳ ଈଶ୍ୱରୀୟ ଜ୍ଞାନକୁ ପାଠକମାନଙ୍କୁ ପରିବେଷଣ କରିବା ଲେଖକର ଧ୍ୟେୟ । ତେଣୁ ପାରମ୍ପାରିକ ରୀତିରେ ପ୍ରତ୍ୟେକ ଶ୍ଳୋକର ଅର୍ଥ ଓ ବ୍ୟାଖ୍ୟା ନ ଲେଖି ପ୍ରତ୍ୟେକ ଅଧ୍ୟାୟ ବା ସେଥିରେ ଥିବା ମୁଖ୍ୟ ଆଧ୍ୟାତ୍ମିକ ବିଷୟକୁ ସୂଚିତ କରୁଥିବା ଶ୍ଳୋକ ଓ କ୍ରମାନ୍ୱୟରେ ଥିବା ଶ୍ଳୋକ ସମୂହର ଏକ ଶୀର୍ଷକ ପ୍ରସ୍ତୁତ କରି ସେଗୁଡ଼ି କର ଅର୍ଥ ଓ ବ୍ୟାଖ୍ୟା ଏ ପୁସ୍ତକରେ ଦିଆଯାଇଛି । ପୁସ୍ତକ ରଚନା କରି ସାରିବା ପରେ କେତେକ ଅଧ୍ୟାୟରେ ମନନ-ଚିନ୍ତନ ହେତୁ ଆଉ କିଛି ଅଧିକ ନବୀନ ଭାବ ସୃଷ୍ଟି ହେବାରୁ ସଂପୃକ୍ତ ଅଧ୍ୟାୟର ଶେଷ ଭାଗରେ ଏକ ପରିଶିଷ୍ଟ ବ୍ୟାଖ୍ୟା ସଂଯୋଗ କରାଯାଇଛି । ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ଏ ଲେଖକର ଗୀତା ବିଷୟକ ପ୍ରବନ୍ଧଗୁଡିକରୁ ସାତଟି ମୁଖ୍ୟ ପ୍ରବନ୍ଧକୁ ପ୍ରଥମ ଖଣ୍ଡ ଓ ଗୀତାର ଅଠର ଅଧ୍ୟାୟର ବ୍ୟାଖ୍ୟାକୁ ଦ୍ୱିତୀୟ ଖଣ୍ଡରେ ବିଭକ୍ତ କରି ଉଭୟ ଖଣ୍ଡକୁ ଏକତ୍ର ଏହି ପୁସ୍ତକରେ ସଂଯୁକ୍ତ କରାଯାଇଛି । ପ୍ରଥମ ଖଣ୍ଡଟି ପୁସ୍ତକର ପ୍ରବେଶ ଦ୍ୱାରର ଭୂମିକା ନିର୍ବାହ କରିବ । ଶବ୍ଦକୋଷ, ବ୍ୟାକରଣ କିମ୍ବା ନିରୁକ୍ତ ଆଦି ଆଧାରରେ ଯଦିଓ ଏହି ବ୍ୟାଖ୍ୟା ପ୍ରସ୍ତୁତ କରାଯାଇ ନାହିଁ, ତଥାପି ଆବଶ୍ୟକ ସ୍ଥଳେ ସେଗୁଡ଼ିକର ସାହାଯ୍ୟ ନିଆଯାଇଛି । ପ୍ରତ୍ୟେକ ଅଧ୍ୟାୟର ନିର୍ବାଚିତ ଶ୍ଳୋକଗୁଡ଼ି କର ଚିନ୍ତନ-ମନନ କରିବା ବେଳେ ଲେଖକକୁ ଯେଉଁ ଅର୍ଥବୋଧ ହୋଇଛି ତଦନୁରୂପ ତାହା ଭାଷାରେ ପ୍ରକାଶ କରିବାକୁ ଚେଷ୍ଟା କରିଛି ।
ପରମାତ୍ମା ସର୍ବାତ୍ମାଙ୍କ ପରମପିତା । ସେ କୌଣସି ନିର୍ଦ୍ଧିଷ୍ଟ ଧାର୍ମିକ ସମ୍ପ୍ରଦାୟଭୁକ୍ତ ନୁହନ୍ତି । ଯେତେବେଳେ ସମସ୍ତ ସମ୍ପ୍ରଦାୟର ଧର୍ମା·ର୍ଯ୍ୟ ଓ ସନ୍ଥଗଣ ଧର୍ମୀୟ ଅବକ୍ଷୟକୁ ପ୍ରତିହତ କରିବା ପାଇଁ ଅସମର୍ଥ ହୁଅନ୍ତି ଓ ଅଧର୍ମର କରାଳ ମୁଖବ୍ୟାଦାନରେ କବଳିତ ସାଧାରଣ ମନୁଷ୍ୟ ଆର୍ ସ୍ବରରେ ତ୍ରାହି ତ୍ରାହି ଚିକôାର କରନ୍ତି ସେତେବେଳେ ପରମାତ୍ମା ଅଧର୍ମର (କଳିଯୁଗୀୟ ତମୋପ୍ରଧାନ ଆସୁରୀ ବୃି) ବିନାଶ ଓ ସତ୍ୟ ସନାତନ ଧର୍ମର (ସତ୍ୟଯୁଗୀୟ ସ୍ୱପ୍ରଧାନ ଦୈବୀ ବୃି) ପୁର୍ନସ୍ଥାପନା ପାଇଁ ମନୁଷ୍ୟ ଶରୀର ମାଧ୍ୟମରେ ଅବତୀର୍ଣ୍ଣ ହୋଇ (ମନୁଷୀ ତନୁମାଶ୍ରିତଂ) ଗୀତାଜ୍ଞାନ ପ୍ରଦାନ କରନ୍ତି । ତେଣୁ ଗୀତା ହେଉଛି ଈଶ୍ୱରୀୟ ଜ୍ଞାନର ସାର ସଂଗ୍ରହ । ପରମାତ୍ମା ସର୍ବମାନ୍ୟ, ସର୍ବଜ୍ଞ, ସର୍ବ ଶକ୍ତିମାନ ଓ ଶାଶ୍ୱତ ଧର୍ମଗୋପ୍ତା ହୋଇଥିବାରୁ ତାଙ୍କ ପ୍ରଦ ଈଶ୍ୱରୀୟ ଜ୍ଞାନ ସମସ୍ତ ବାଦ ବିବାଦର ଉଦ୍ଧ୍ୱର୍ରେ । ପରମାତ୍ମା କୌଣସି ନିର୍ଦ୍ଧିଷ୍ଟ ଧାର୍ମିକ ସଂପ୍ରଦାୟ ଦ୍ୱାରା ପ୍ରଣୀତ ବା ସ୍ବୀକୃତ ଧର୍ମପୁସ୍ତକରେ ଥିବା ଜ୍ଞାନ ପ୍ର·ର କରନ୍ତି ନାହିଁ । ବର୍ମାନ ଉପଲବ୍ଧ ଗୀତାର କେତେକ ଶ୍ଳୋକ ଓ ଗୀତାର ଅଧିକାଂଶ ଭାଷ୍ୟ ବୈଦାନ୍ତିକ ଦର୍ଶନ ଦ୍ୱାରା ପ୍ରଭାବିତ । ଏହା ନିବୃି ମାର୍ଗର (କର୍ମ ସନ୍ୟାସ) ସମର୍ଥକ । କିନ୍ତୁ ଗୀତାର ଉପଦେଶ ସମ୍ପୂର୍ଣ୍ଣ ପ୍ରବୃି ମୂଳକ (କର୍ମଯୋଗ) । ତେଣୁ ଗୀତାରେ ଥିବା ଚିରନ୍ତନ ଈଶ୍ୱରୀୟ ମତକୁ (ଶ୍ରୀମତ) ମନୁଷ୍ୟକୃତ ବୈଦାନ୍ତିକ ମତବାଦର ଅପମିଶ୍ରଣରୁ ପୃଥକ କରି ଅଧ୍ୟୟନ କରିବାକୁ ହେବ । କାରଣ ବେଦ ଓ ସ୍ମୃତି ଶାସ୍ତ୍ରଗୁଡିକ ମଧ୍ୟରେ ପରସ୍ପର ବିରୋଧୀ ମତ ରହିଛି । ଋଷି ମୁନି ବା ବିଭିନ୍ନ ଧର୍ମା·ର୍ଯ୍ୟମାନଙ୍କ ମତଗୁଡିକ ମଧ୍ୟ ପରସ୍ପର ବିରୋଧୀ । ସଂସାରରେ ଏପରି କୌଣସି ମୁନି ବା ଧର୍ମା·ର୍ଯ୍ୟ ନାହାନ୍ତି ଯାହାଙ୍କ ମତକୁ ପ୍ରମାଣ ବୋଲି ଗ୍ରହଣ କରାଯାଇଛି । ଧର୍ମର ତ୍ୱ ଅତ୍ୟନ୍ତ ଗହନ । ସୁତରଂ ମହାଜନମାନଙ୍କ (ଅର୍ଥାତ୍ ଯେଉଁମାନେ ସାକ୍ଷାତ ଈଶ୍ୱରଙ୍କ କଥିତ ମାର୍ଗ ଅନୁସରଣ କରି ତାଙ୍କୁ ପ୍ରାପ୍ତ ହୋଇଛନ୍ତି) ପ୍ରଦର୍ଶିତ ପଥ ଅନୁସରଣ କରିବା ବିଧେୟ । ସ୍ବୟଂ ମହାଭାରତର ପ୍ରଣେତା ମହର୍ଷି ବ୍ୟାସଦେବ କହିଛନ୍ତି –
ତର୍କେଽପ୍ରତିଷ୍ଠଃ ଶ୍ରୁତୟୋଃ ବିଭିନ୍ନାଃ
ନୈକୋ ଋଷିର୍ଯସ୍ୟ ବଚଃ ପ୍ରମାଣଂ
ଧର୍ମସ୍ୟ ତ୍ୱଂ ନିହିତଂ ଗୁହାୟାଂ
ମହାଜନୋ ଯେନ ଗତଃ ସ ପନ୍ଥାଃ ।ା
(-ମ.ଭା.ବନ ୩୧୨-୧୧୫-)
ଗୀତା ମଧ୍ୟରେ ଥିବା ଈଶ୍ୱରୀୟ ଜ୍ଞାନକୁ ଆଧାର କରି ଏହାକୁ ମୌଳିକ ଭାବରେ ଉପସ୍ଥାପନ କରିବାର ଏକ କ୍ଷୁଦ୍ର ପ୍ରୟାସ ଏ ଲେଖକ କରିଛି । ଗୀତାକୁ ସମସ୍ତ ମାନବୀୟ ମତବାଦରୁ ଉଦ୍ଧ୍ୱର୍ରେ ରଖି କିପରି ଏହାକୁ ଶୁଦ୍ଧ ଓ ମୌଳିକ ଭାବରେ ଉପସ୍ଥାପନ କରାଯାଇ ପାରିବ ସେ ଦିଗରେ ଯଥାସମ୍ଭବ ସତର୍କତା ଅବଲମ୍ବନ କରାଯାଇଛି । କିନ୍ତୁ ସୀମାହୀନ ଭାବ ସମୁଦ୍ରକୁ ସୀମିତ ଭାଷା ଜ୍ଞାନ ମଧ୍ୟରେ ଆବଦ୍ଧ କରି ରଖିବା ଏକ ଦୁରୂହ ବ୍ୟାପାର । ତେଣୁ ଏହି ପୁସ୍ତକରେ ଥିବା ବିଭିନ୍ନ ଆଧ୍ୟାତ୍ମିକ ବିଷୟର ଭାବ ପ୍ରକାଶରେ କାଠିନ୍ୟ, ଦୁର୍ବୋଧ୍ୟତା, ଅପୂର୍ଣ୍ଣତା, ଅଶୁଦ୍ଧତା ଆଦି ଦୋଷ ରହିଥିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । କୌଣସି ଧର୍ମା·ର୍ଯ୍ୟଙ୍କ ମତବାଦକୁ ଖଣ୍ଡନ-ମଣ୍ଡନ କରି ସେମାନଙ୍କ ଜ୍ଞାନଗାରିମାକୁ କ୍ଷୁଣ୍ଣ କରିବା ବା ସେମାନଙ୍କ ଅନୁଭବକୁ ମିଥ୍ୟା ପ୍ରମାଣିତ କରିବା ଏ ଲେଖକର ଆଭିମୁଖ୍ୟ ନାହିଁ । ବିଭିନ୍ନ ଭାଷ୍ୟକାର, ବିଦ୍ୱାନ, ଧର୍ମା·ର୍ଯ୍ୟଙ୍କ ମତ ଉଦ୍ଧାର କରି ଗୀତାର ମୌଳିକ ବିଷୟ ବସ୍ତୁ ଉପରେ ଆଲୋକପାତ କରିବା ସମୟରେ ଯଦି ଏହା କାହାରି ଧର୍ମୀୟ ଭାବନାକୁ ଆହତ କରୁଥାଏ ତାହା ଉଦ୍ଧେଶ୍ୟ ପ୍ରଣୋଦିତ ନୁହେଁ । ବିଭିନ୍ନ ଆଧ୍ୟାତ୍ମିକବାଦୀ ଅନୁଷ୍ଠାନ ସହିତ ଲେଖକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡିତ ଥବାରୁ ସେମାନଙ୍କ ବି·ରଧାରା ସହିତ ପ୍ରଭାବିତ ହୋଇଥିବା ସ୍ବଭାବିକ; କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ସଂପ୍ରଦାୟ ବା ଅନୁଷ୍ଠାନର ମତବାଦ ପ୍ର·ର କରିବା ଉଦ୍ଧେଶ୍ୟ ନୁହେଁ । ବିଭିନ୍ନ ଧର୍ମା·ର୍ଯ୍ୟ, ସନ୍ଥ, ବିଦ୍ୱାନ, ଲେଖକ ଓ ଭାଷ୍ୟକାରମାନଙ୍କର ଯେଉଁ ଆଧ୍ୟାତ୍ମିକ ତଥ୍ୟଗୁଡିକ ଲେଖକକୁ ଭଲ ଲାଗିଛି ନିଃସଂକୋଚରେ ସେଗୁଡିକୁ ସେ ଗ୍ରହଣ କରିଛି । ଈଶ୍ୱରୀୟ ଜ୍ଞାନକୁ ବିରୋଧ କରି ନଥିବା ସମସ୍ତ ଆଧ୍ୟାତ୍ମିକ ବିଷୟବସ୍ତୁଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ପ୍ରଚେଷ୍ଟା କରାଯାଇଛି । ଏଥିରେ ଲେଖକ କେତେ ଦୂର ସଫଳ ହୋଇଛି ତାହା ବିଦ୍ୱାନ ପାଠକଗଣ ବି·ର କରିବେ ।
ପାଠକ ଓ ସାଧକମାନଙ୍କର ଅଧ୍ୟୟନ, ମନନ ଓ ଚିନ୍ତନର ସୁବିଧା ପାଇଁ ଏହି ପୁସ୍ତକକୁ ଦୁଇଟି ଖଣ୍ଡରେ ବିଭକ୍ତ କରାଯାଇଛି । ପ୍ରଥମ ଖଣ୍ଡରେ ଗୀତାଜ୍ଞାନର ଉଦ୍ଧେଶ୍ୟ, ଶ୍ରୀମଦ୍ଭଗବତ ଗୀତାର ଯାଥାର୍ଥ ସ୍ବରୂପ, ମହାଭାରତ ଯୁଦ୍ଧର ଯଥାର୍ଥର୍ ସ୍ବରୂପ ଓ ଗୀତା ପ୍ରକାରଣର ପୁନରାବୃି, ଗୀତାର ଦାର୍ଶନିକ ତ୍ୱ, ଆତ୍ମା ୍ୱ, ପରମାତ୍ମା ତ୍ୱ ଓ ରାଜଯୋଗ-ଏହିପରି ସାତଗୋଟି ପ୍ରବନ୍ଧ ସାତଟି ଅଧ୍ୟାୟ ରୂପେ ସ୍ଥାନ ପାଇଛି । ଏହାର ଗହନ ଅଧ୍ୟୟନ ଦ୍ୱାରା ଦ୍ୱିତୀୟ ଖଣ୍ଡରେ ଗୀତାର ଅଠରଗୋଟି ଅଧ୍ୟାୟସ୍ଥ ଯୋଗ ବିଷୟରେ ଲେଖକକୃତ ବ୍ୟାଖ୍ୟାଗୁଡିକ ସ୍ପଷ୍ଟ ଭାବରେ ବୁଝିବା ପାଇଁ ସହଜ ହେବ । ନିମ୍ନରେ ଉଭୟ ଖଣ୍ଡରେ ଥିବା ବିଷୟ ବସ୍ତୁ ଉପରେ ସଂକ୍ଷିପ୍ତ ଟୀପ୍ପଣୀ ଦିଆଯାଇଛି ।
Comments
Post a Comment