ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ -ପ୍ରଥମ ଖଣ୍ଡ- ପ୍ରଥମ ଅଧ୍ୟାୟ - ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ
ପ୍ରଥମ ଖଣ୍ଡ
ପ୍ରଥମ ଅଧ୍ୟାୟ
ଗୀତା ଜ୍ଞାନର ଉଦ୍ଧେଶ୍ୟ
ୟୋ ବ୍ରାହ୍ମଣଂ ବିଦଧାତି ପୂର୍ବମ୍ । ୟୋ ବୈ ଦେଦାଂଶ୍ଚ ପ୍ରହିଣୋତି ତସ୍ମୈ ।ା
ତଂ ହ ଦେବମାତ୍ମବୁଦ୍ଧି ପ୍ରକାଶମ୍ । ମୁମୁକ୍ଷୁ ର୍ବୈ ଶରଣମହମ ପ୍ରପଦ୍ୟେ ।ା
(ଶ୍ୱେତାଶ୍ୱତରୋପନିଷଦ ଅ୬,୧୮)
ଭାବାର୍ଥ : ସୃଷ୍ଟି ପ୍ରାରମ୍ଭରେ ଯିଏ ବ୍ରହ୍ମାଙ୍କୁ ଉପôନ୍ନ କରି ତାଙ୍କ ସମ୍ମୁଖରେ ବେଦ ସମୂହକୁ ପ୍ରକାଶିତ କରିଥିଲେ, ସେହି ଆତ୍ମ ବୁଦ୍ଧି ପ୍ରକାଶ ଦେବଙ୍କ (ପରମାତ୍ମା) ନିକଟରେ ମୁଁ ମୁମୁକ୍ଷୁ ଶରଣ ଯାଉଛି ।
ପରମାତ୍ମା ହେଉଛନ୍ତି ଜ୍ଞାନ ଦାତା । ବେଦ ଜ୍ଞାନାର୍ଥବୋଧକ । ‘ପରମାତ୍ମା’ କିପରି ମାନବାତ୍ମାମାନଙ୍କୁ ଜ୍ଞାନ ପ୍ରଦାନ କରନ୍ତି ? ଏଥିପାଇଁ ତାଙ୍କୁ ଏକ ମାଧ୍ୟମର ଆବଶ୍ୟକତା ପଡ଼େ । କାରଣ ସେ ନିରାକାରୀ, ଅଶରୀରୀ ଏବଂ ପ୍ରକାଶ ସ୍ୱରୂପ । ସୃଷ୍ଟିରେ ଜ୍ଞାନର ପ୍ର·ର ପ୍ରସାର ପାଇଁ ବ୍ରହ୍ମାଙ୍କୁ ସେ ପ୍ରଥମେ ସର୍ଜନା କରନ୍ତି । ବ୍ରହ୍ମାଙ୍କ ସମ୍ମୁଖରେ ସର୍ବପ୍ରଥମେ ଈଶ୍ୱରୀୟ ଜ୍ଞାନ (ବେଦ) ପ୍ରକାଶିତ ହୁଏ । ଈଶ୍ୱରୀୟ ଜ୍ଞାନ ଆଧାରରେ ବ୍ରହ୍ମା ଈଶ୍ୱରୀୟ ସୃଷ୍ଟି ରଚନାରେ ନିମି ଭାବରେ କାର୍ଯ୍ୟ କରନ୍ତି । ପରମାତ୍ମା ଶ୍ଲୋକ ଆଧାରରେ ଜ୍ଞାନ ଦିଅନ୍ତି ନାହିଁ । ସେ ମାନବୀୟ ଭାଷା ଗୁଡ଼ିକର ଉଦ୍ଧ୍ୱର୍ରେ । ସେ ମାନବାତ୍ମାର ବୁଦ୍ଧିକୁ ହିଁ ଜ୍ଞାନ ଦ୍ୱାରା ପ୍ରକାଶିତ କରନ୍ତି । ମନୁଷ୍ୟ ନିଜ ନିଜ ଭାଷା ବୁଦ୍ଧିର ସାମର୍ଥ୍ୟ ଅନୁସାରେ ତାକୁ ଛନ୍ଦମୟ ସରଳ ·ତୁରୀ ଶଦ୍ଧ ବିନ୍ୟାସ ଦ୍ୱାରା ଗ୍ରନ୍ଥର ରୂପ ଦେଇଛି । ବେଦାଦି ଗ୍ରନ୍ଥ ମାନଙ୍କରେ ଉପମା ଉପମେୟ ଆଦି ଅଳଙ୍କାର ସମୂହରେ ଆଖ୍ୟାନ, ଉପାଖ୍ୟାନ, ଦୃଷ୍ଟାନ୍ତ ଦ୍ୱାରା ଜ୍ଞାନ ଲୁକ୍କାୟିତ ପ୍ରାୟ । ଏହି ସବୁ ଗ୍ରନ୍ଥାଦିରେ କଥାବସ୍ତୁ ପ୍ରଧାନ ହୋଇ ଆଧ୍ୟାତ୍ମିକତା ଗୌଣ ହୋଇ ଯାଇଛି । ଏଥିରେ ଥିବା କଥାବସ୍ତୁ ଭାରତର ଇତିହାସ ହୋଇପାରେ, ହୋଇ ବି ନ ପାରେ । ଏହି କଥାବସ୍ତୁ କାଳ୍ପନିକ ବି ହୋଇ ପାରେ ବା ସୃଜନାତ୍ମକ ବି ହୋଇପାରେ । କିନ୍ତୁ ଏକଥା ସତ୍ୟ ଯେ ଏହା ଆମ ଭାରତୀୟଙ୍କ ମନରେ ଈଶ୍ୱର ବିଶ୍ୱାସ ସୃଷ୍ଟି କରେ । ଏଥିରେ ଥିବା ଅନେକ ବି·ର ସତ୍ୟ ବର୍ହିଭୂତ ହୋଇଥିଲେ ମଧ୍ୟ ଆମ ମନରେ ଏହା ଭକ୍ତି ଉଦ୍ରେକକାରୀ ଏକ ସାହିତ୍ୟ ତଥା ନୈତିକ କଥାବସ୍ତୁର ଭଣ୍ଡାର ଅଟେ ।
ଯେଉଁଠି କାବ୍ୟ ପୁରାଣ କଥା କହନ୍ତି, ସେଇଠି ଆଧ୍ୟାତ୍ମିକତାକୁ ମୌନ ରହିବାକୁ ହୁଏ । କାବ୍ୟ ପୁରାଣ ସମୂହରେ ଆଧ୍ୟାତ୍ମିକତା ପାଇଁ ସ୍ଥାନ ଉପଲବ୍ଧ ହୋଇ ପାରେ, କିନ୍ତୁ ଆଧ୍ୟାତ୍ମିକତାରେ କାବ୍ୟ ପୁରାଣ ପାଇଁ ନାହିଁ । ମହାଭାରତ ଏକ ଯୋ÷÷ଥ ବା ଅଭିଭକ୍ତ ପରିବାର ବା କୁଟୁମ୍ବର କଥା ହୋଇଥିଲେ ସୁଦ୍ଧା ଏଥିରେ ଥିବା ଶ୍ରୀମଦ୍ଭାଗବତ ଗୀତା କେବଳ ଆଧ୍ୟାତ୍ମିକ ଜ୍ଞାନକୁ ପ୍ରକାଶିତ କରେ । ଆଧ୍ୟାତ୍ମିକ ଜ୍ଞାନ ଦୃଶ୍ୟାତୀତ ବିଜ୍ଞାନ (ଇଭଗ୍ଦଗ୍ଧକ୍ସବମଗ୍ଧ ଝମସରଦ୍ଭମର) ହୋଇଥିବାରୁ ଇନ୍ଦ୍ରିୟାତୀତ ବିଜ୍ଞାନ (ଗରଗ୍ଧବ ଚଷଚ୍ଚଗ୍ଦସମଗ୍ଦ) ଅଟେ । ଏହା ଆତ୍ମାର ଅସ୍ତିତ୍ୱ, ଆତ୍ମା ଓ ଶରୀର ମଧ୍ୟରେ ପୃଥକତ୍ୱ, ଦେହାତୀତ ଆତ୍ମାର ·ଲିଚଳଣ, ପରମାତ୍ମାଙ୍କ ଅସ୍ତିତ୍ୱ, ଆତ୍ମା ଓ ପରମାତ୍ମାଙ୍କ ସମ୍ବନ୍ଧ ଓ କର୍ବ୍ୟ ବିଷୟରେ ଶିକ୍ଷା ପ୍ରଦାନ କରେ । ଆଧ୍ୟାତ୍ମିକ ବିଜ୍ଞାନ ହେଉଛି ଆତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଆତ୍ମିକ ସମ୍ବନ୍ଧ ସ୍ଥାପନ କରୁଥିବା ଏକ ଯୋଗ ଶାସ୍ତ୍ର । ଏହା ଶାରୀରିକ ଯୋଗାସନ ଶିଖାଏ ନାହିଁ, ପରନ୍ତୁ ଏହା ହେଉଛି ଏକ ମନୋବ୍ୟାୟାମ ଏବଂ ମନୋଆୟାମ ପ୍ରକ୍ରିୟା । ଯୋଗାଭ୍ୟାସ ପାଇଁ ଆଧ୍ୟାତ୍ମିକା ହେବା ଅନିବାର୍ଯ୍ୟ । ଯୋଗ ଏବଂ ଆଧ୍ୟାତ୍ମିକତା ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । ଯୋଗୀ ହେବା ପାଇଁ ଆଧ୍ୟତ୍ମିକତା ଅଭ୍ୟାସ କରିବାକୁ ହୁଏ । ଶ୍ରୀମଦ୍ଭାଗବତ ଗୀତା ହିଁ ସମସ୍ତ ଆଧ୍ୟାତ୍ମିକ ରହସ୍ୟର ଉଦ୍ଘାଟନ କରି ରାଜଯୋଗର ଶିକ୍ଷା ଦିଏ ।
ଗୀତାର ବ୍ୟାଖ୍ୟା କରିଥିବା ଅନେକ ପଣ୍ଡିତ ଅଛନ୍ତି । ସେମାନଙ୍କ ମଧ୍ୟରେ ଶ୍ରୀ ଆଦି ଶଙ୍କରା·ର୍ଯ୍ୟ, ଶ୍ରୀ ରାମାନୁଜା·ର୍ଯ୍ୟ, ଶ୍ରୀ ଭାସ୍କରା·ର୍ଯ୍ୟ, ଶ୍ରୀ ମାଧବା·ର୍ଯ୍ୟ, ଶ୍ରୀ ବଲ୍ଲଭା·ର୍ଯ୍ୟ, ନିମ୍ୱର୍କା·ର୍ଯ୍ୟ, ଲୋକମାନ୍ୟ ତିଲକ, ମହାତ୍ମା ଗାନ୍ଧୀ, ଅରବିନ୍ଦ ଘୋଷ, ଡକ୍ଟର ରାଧାକୃଷ୍ଣନ, ପଣ୍ଡିତ ଦାମୋଦର ସାତବଲେକର, ବିନୋବାଭାବେ, ନୀଳକଣ୍ଠ ଦାସ, ଭାଇ ପରମାନନ୍ଦ ଆର୍ଯ୍ୟମୁନି ପ୍ରମୁଖ । ଗୀତାକୁ କେତେକ ଅଦ୍ୱୈତ କହନ୍ତି ତ କେତେକ ଦ୍ୱୈତ, କିଏ କିଏ ବିଶିଷ୍ଟା ଦୈତ, ଦ୍ୱୈତାଦ୍ୱୈତ, ଶକ୍ତି ବିଶିଷ୍ଟା ଦ୍ୱୈତ ତଥା ଶିବା ଦ୍ୱୈତ ମଧ୍ୟ କୁହନ୍ତି । ଏ ସବୁ କେବଳ ତ୍ୱ ଚିନ୍ତନର ମାର୍ଗ । ଏଣୁ କେହି କେହି ଏହାକୁ ଗୋଷ୍ଠୀ ଚିନ୍ତନର ଆଖ୍ୟା ମଧ୍ୟ ଦେଇଛନ୍ତି, ଯେହେତୁ ଗୀତାରେ ସମସ୍ତ ମାର୍ଗର ବ୍ୟକ୍ତିଙ୍କ ପାଇଁ ବଳିଷ୍ଠ ଯୁକ୍ତିମାନ ରହିଛି । ସବୁ ବେଦ ଉପନିଷଦର ସାର ହେଉଛି ଗୀତା । ଏହା ଏକ ଯୋଗଶାସ୍ତ୍ର ଯାହାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଦେହ ଓ ଆତ୍ମାର ପୃଥକତ୍ୱ ନିର୍ଣ୍ଣୟ ପୂର୍ବକ ଦେହାଭିମାନଗ୍ରସ୍ତ ମାନବ (ଅର୍ଜୁନ) ଗଣଙ୍କୁ ଆତ୍ମିକ ସ୍ଥିତିରେ ସ୍ଥିତ କରାଇ ପରମାତ୍ମାଙ୍କ ଦିବ୍ୟ ସାକ୍ଷାତକାର କରାଇବା । ପରାମାତ୍ମାଙ୍କ ସାକ୍ଷାତକାର ଅର୍ଥାତ ସତ୍ୟ ପରିଚୟ ବିନା ସବୁ ବ୍ୟର୍ଥ । ତେଣୁ ଭାଗବତରେ କୁହାଯାଇଛି : ସେ ଯେବେ ସବୁଶାସ୍ତ୍ର ଜାଣେ । ପରମ ଆତ୍ମାଙ୍କୁ ନ ଚିହ୍ନେ । ସକଳ ଶାସ୍ତ୍ର ବ୍ୟର୍ଥ ତା’ର । କେବଳ ଶ୍ରମ ମାତ୍ର ସାର ।ା
ପରମାତ୍ମାଙ୍କ ସତ୍ୟ ପରିଚୟ ପ୍ରାପ୍ତ ହେଲେ ଯାଇ ମାନବ ସନ୍ଦେହ ରହିତ ହୁଏ । ସେତେବେଳେ ସେ ହୁଏ ନଷ୍ଟମୋହା ଏବଂ ସ୍ମ ୃର୍ତି ଲବ୍ଧା । ଏହା ବ୍ୟତିରେକ ଈଶ୍ୱରୀୟ ଜ୍ଞାନକୁ ବୁଝି ହୁଏ ନାହିଁ । ପୂର୍ବାଗ୍ରହ ଗ୍ରସିତ ଅର୍ଜୁନ ଭଳି ମାନବ ମନରେ ନାନା ପ୍ରକାର ସନ୍ଦେହ ଏବଂ ମୋହ ଉପôନ୍ନ ହୁଏ । ଯାହା ଫଳରେ ବେଦାଦି ଶାସ୍ତ୍ର ପୁରାଣରେ ଅଗାଧ ଜ୍ଞାନ ଥାଇ ମଧ୍ୟ ଆମେ ଈଶ୍ୱରୀୟ ମାର୍ଗର ଅନୁସରଣ କରିବାକୁ ଅସମର୍ଥ ହେଉ । ଅର୍ଜୁନ ପରମାତ୍ମାଙ୍କ ଦିବ୍ୟ ପରିଚୟ ଓ ସାକ୍ଷାତକାର ପାଇଲା ପରେ ଈଶ୍ୱରୀୟ ମାର୍ଗରେ ପରି·ଳିତ ହେବାକୁ ପ୍ରତିଜ୍ଞାବଦ୍ଧ ଓ ଅଙ୍ଗୀକାରବଦ୍ଧ ହେଲେ । ଏକଥା ଗୀତାର ନିମ୍ନ ଶ୍ଲୋକରେ ପରିସ୍ଫୁଟ ହୋଇଛି – ନଷ୍ଟୋମୋହଃ ସ୍ମୃର୍ତିଲବ୍ଧା ତ୍ୱପ୍ରସାଦାନ୍ମମୟାଚୁ୍ୟତ । ସ୍ଥିତୋଽସ୍ମି ଗତ ସନ୍ଦେହଃ କରିଷ୍ୟେ ବଚନଂ ତବ । (ଗୀ - ୧୮/୭୩)
ଗୀତାଜ୍ଞାନ ମୋହାଛନ୍ନ ମାନବକୁ ନଷ୍ଟମୋହା କରିଦିଏ; ପୂର୍ବାଗ୍ରହୀମାନଙ୍କୁ ସନ୍ଦେହ ରହିତ କରିଦିଏ । ଆତ୍ମିକ ଜ୍ଞାନ, ପରମାତ୍ମାଙ୍କ ସତ୍ୟ ପରିଚୟ, କର୍ମର ଗୁହ୍ୟଗତି, ସୃଷ୍ଟିର ଆଦି ମଧ୍ୟ ଓ ଅନ୍ତର ରହସ୍ୟ, ପରମାତ୍ମାଙ୍କ ଦିବ୍ୟ ଅବତରଣ ପ୍ରଭୃତି ବିଷୟ ବାରମ୍ବାର ଆବାଗମନ ଚକ୍ରରେ ଆସିବା ଦ୍ୱାରା ଆମେମାନେ ବିସ୍ମୃତ ହୋଇଯାଇ ଥାଉ । ଗୀତାଜ୍ଞାନ ଆମର ଏହି ପୂର୍ବ ସ୍ମୃତିକୁ ଫେରାଇ ଆଣେ । ପରମାତ୍ମା ଏହି ଭୂପୃଷ୍ଠରେ ଅବତରଣ କରି ଯେତେବେଳେ ଆମକୁ ଗୀତାଜ୍ଞାନ ଶୁଣାନ୍ତି ଆମର ପୂର୍ବାଗ୍ରହ ପ୍ରଥମେ ଆମ ମନରେ ସଂଶୟ ଉପôନ୍ନ କରାଏ । ଅର୍ଜୁନ ଭଳି ଆମେ ବେଦ ଉପନିଷଦର ଦୃଷ୍ଟାନ୍ତ ଦେଇ ପରମାତ୍ମାଙ୍କ କଥନକୁ ଖଣ୍ଡନ କରିବାକୁ ଉଦ୍ୟମ କରୁ । ଯେଉଁ ପରମାତ୍ମା ଜ୍ଞାନର ସାଗର, ଯା’ର ସାମାନ୍ୟ କୃପାଦୃଷ୍ଟି ପ୍ରାପ୍ତ ହୋଇ ମନୁଷ୍ୟ ବେଦାଦି ରଚନା କରେ, ତାଙ୍କୁ ଆମ ଭଳି ଆତ୍ମ ବିସ୍ମ ୃତ ବ୍ୟକ୍ତି ପାଣ୍ଡିତ୍ୟ ପ୍ରଦର୍ଶନ କରିବା କେତେ ହାସ୍ୟାସ୍ପଦ କଥା ! କିନ୍ତୁ ପରମାତ୍ମା ସର୍ବଜ୍ଞ, ପରମ କୃପାଳୁ, କରୁଣା ନିଧାନ । ସେ ଆମର ଧୃଷ୍ଟତାକୁ କ୍ଷମା କରନ୍ତି ଓ ଆମକୁ ଶିଷ୍ୟ ରୂପେ ଗ୍ରହଣ କରି ଜ୍ଞାନ ଚକ୍ଷୁ ପ୍ରଦାନ କରନ୍ତି; ଯାହାଦ୍ୱାରା ବିଦ୍ୟା ଅବିଦ୍ୟାର ପ୍ରଭେଦକୁ ଉପଲବ୍ଧି କରି ଅବିଦ୍ୟାକୁ ତ୍ୟାଗ କରୁଁ ଓ ସୃଷ୍ଟି ରହସ୍ୟକୁ ଭେଦ କରି ମନୁଷ୍ୟ ଜନ୍ମକୁ ସାର୍ଥକ କରିଥାଉ ।
ଶ୍ରୀମଦ୍ଭଗବତ୍ ଗୀତା ସର୍ବଶାସ୍ତ୍ରର ସାର ସର୍ବଜନମାନ୍ୟ ପରମ ଅଧ୍ୟାତ୍ମ ଗ୍ରନ୍ଥ । ଗୀତାର ଉପଦିଷ୍ଟ ଶିକ୍ଷାକୁ ଠିକ୍ ଭାବରେ ଅନୁଶୀଳନ କରି ଜୀବନରେ ଅଭ୍ୟାସ କରିପାରିଲେ ଆମେ ଆସକ୍ତି ଶୂନ୍ୟ ଗୃହସ୍ଥି ଜୀବନ ଯାପନ କରିପାରିବା । ଆତ୍ମୀୟ ସ୍ୱଜନଙ୍କ ମୃତୁ୍ୟରେ ମର୍ମାହତ ହୋଇ ପଡ଼ିବା ନାହିଁ । ଅତ୍ୟନ୍ତ ଦାରୁଣ ଦୁଃଖରେ ମଧ୍ୟ ବିଚଳିତ ହେବାନାହିଁ । ଅଜ୍ଞାନତା ହେତୁ ଅହଂ ବୁଦ୍ଧିର ବଶବର୍ୀ ହୋଇ ସ୍ୱୟଂକୁ ସଂସାରର ଅନ୍ୟ ମାନବଠାରୁ ପୃଥକ ମନେ ନ କରି ଆତ୍ମିକ ଦୃଷ୍ଟିକୋଣରୁ ସମତ୍ୱ ଅନୁଭବ କରି ପାରିବା । ବ୍ରାହ୍ମଣ, ଶୂଦ୍ର, ପତିତ, ଚଣ୍ଡାଳ ସମସ୍ତଙ୍କୁ ସମଦୃଷ୍ଟିରେ ଦେଖିବା । କାମକ୍ରୋଧାଦି ବାସନାରୁ ମୁକ୍ତହୋଇ ସମସ୍ତ ସାଂସାରିକ ଦୁଃଖ ଓ ଅଶାନ୍ତିର ମୂଳୋପôାଟନ କରି ପାରିବା । ଆତ୍ମିକ ଦୃଷ୍ଟିରେ ସମସ୍ତେ ଅଜର ଅମର । ସଂସାରର ସମସ୍ତ ସୁଖ ଦୁଃଖ ଶୁଭ ଅଶୁଭ ଜନ୍ମ ମୃତୁ୍ୟ ମଧ୍ୟ ଦେଇ ଅଭିଜ୍ଞତା ଅର୍ଜନ କରିଲେ ସମସ୍ତ ମାନବ ପରିଶେଷରେ ଅମୃତତ୍ୱ ଆଡକୁ ଅଗ୍ରସର ହୋଇଥାନ୍ତି । ଏହି ସତ୍ୟକୁ ଦୃଦୟଙ୍ଗମ କରି ସମସ୍ତ ଅବସ୍ଥାରେ ଗଭୀର ଆତ୍ମିକ ଶାନ୍ତି, ସମତା ଏବଂ ଈଶ୍ୱରୀୟ ସ୍ମୃତି ମଧ୍ୟରେ ନିଜକୁ ପ୍ରତିଷ୍ଠିତ କରି ପାରିବା । ଆଭ୍ୟନ୍ତରୀଣ ଶାନ୍ତିରେ ପ୍ରତିଷ୍ଠିତ ହୋଇ ସ୍ୱ ସ୍ୱ ସ୍ୱଭାବ ଅନୁସାରେ ପରମ ପ୍ରିୟ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଯଜ୍ଞ ରୂପେ ସମସ୍ତ କର୍ମ ସମ୍ପନ୍ନ କଲେ କାଳକ୍ରମେ ଅନେକ ଜନ୍ମର କଳୁଷିତ ମାନବୀୟ ସଂସ୍କାରକୁ ରୂପାନ୍ତର ପୂର୍ବକ ପରା ପ୍ରକୃତିର ଦିବ୍ୟଶାନ୍ତି, ଜ୍ୟୋତି, ଜ୍ଞାନ, ଶକ୍ତି, ପ୍ରେମ ଓ ଆନନ୍ଦ ମଧ୍ୟରେ ଦିବ୍ୟ ଜନ୍ମ ଓ ଜୀବନ ଲାଭ ହୋଇ ପାରିବ ।
ଆମ ଦେଶରେ ଗୀତାର ଯେତେ ପ୍ରକାର ସଂସ୍କରଣ ପ୍ରକାଶିତ ହୋଇଛି ପ୍ରାୟ ଅଧିକାଂଶ ଶଙ୍କରଙ୍କ ଭାଷ୍ୟ ଅବଲମ୍ବନରେ । ଶଙ୍କରା·ର୍ଯ୍ୟ ତାଙ୍କର ମାୟାବାଦକୁ ପ୍ରାଧାନ୍ୟ ଦେଇ ଗୀତାର ଯେଉଁ ଭାଷାଟୀକା ରଚନା କଲେ, ତାହା ଅଧ୍ୟୟନକରି ସାଧାରଣ ଲୋକଙ୍କ ମନରେ ଏହି ଧାରଣା ହେଲା ଯେ ଗୀତା କେବଳ ସଂସାର ତ୍ୟାଗୀ ସନ୍ନ୍ୟାସୀ ମାନଙ୍କର ହିଁ ଶାସ୍ତ୍ର । ବସ୍ତୁତଃ, ଗୀତା ସନ୍ନ୍ୟାସୀ ମାନଙ୍କ ପାଇଁ ରଚିତ ହୋଇନାହିଁ । ପରନ୍ତୁ ସାମାଜିକ ମାନବର ଦୈନନ୍ଦିନ ଜୀବନର ସଙ୍ଗୀନ ମୁହୂର୍ରେ ଯେଉଁ ସବୁ ଗଭୀର ପ୍ରଶ୍ନ ଓ ସମସ୍ୟା ଉଦୟ ହୁଏ, ଅର୍ଜୁନର ସମସ୍ୟାକୁ ଉପଲକ୍ଷ୍ୟ କରି ଗୀତାରେ ସେ ଗୁଡ଼ିକର ଚରମ ସମାଧାନ ଦିଆଯାଇଛି । ଅର୍ଜୁନଙ୍କ କର୍ମତ୍ୟାଗ, ସଂସାର ତ୍ୟାଗର ପ୍ରବୃିକୁ ତାମସିକତା ଓ କ୍ଲୀବତା ବୋଲି ନିନ୍ଦା କରି ଭଗବାନ ଗୀତା ଶିକ୍ଷାର ସୂତ୍ରପାତ କରିଛନ୍ତି ଏବଂ ଗୀତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାହ୍ୟ ସନ୍ନ୍ୟାସ ଓ ସଂସାର ତ୍ୟାଗର ପ୍ରତିବାଦ କରିଛନ୍ତି । କୁରୁକ୍ଷେତ୍ର ପରି ଭୀଷଣ ରକ୍ତପାତକୁ କିପରି ଶୁଦ୍ଧ ଆଧ୍ୟାତ୍ମିକ ଜୀବନ ଲାଭର ଉପାୟରେ ପରିଣତ କରାଯାଇପାରେ, ସାମାଜିକ ଜୀବନ ଯାପନ ପୂର୍ବକ ସଂସାରର ପ୍ରୟୋଜନୀୟ ଯାବତୀୟ କର୍ମ ଆଦି ସମ୍ପାଦନ କରି ମାନବ ଏହି ମର ଦେହରେ ହିଁ ମୋକ୍ଷ ଭାଭ କରି ପାରିବ (ଇହୈବ ପ୍ରାକ୍ ଶରୀର ବିମୋକ୍ଷଣାତ୍), କିପରି ପରମାତ୍ମାଙ୍କ ସହିତ ଯୁକ୍ତ ହୋଇ ପାରିବ, ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରିବ, ଏହି ପୃଥିବୀ ହିଁ କିପରି ସ୍ୱର୍ଗରାଜ୍ୟରେ ରୂପାନ୍ତରୀତ ହୋଇ ପାରିବ (ଭୂପମ ରାଜ୍ୟମ ସମୃଦ୍ଧିମ୍) – ତାହାହିଁ ଗୀତାର ପ୍ରକୃତ ଲକ୍ଷ୍ୟ । ଏଥିପାଇଁ ପ୍ରୟୋଜନ ଆନ୍ତରିକ ତ୍ୟାଗ, ଆନ୍ତରିକ ସାଧନା । ବାହି୍ୟକ ସନ୍ନ୍ୟାସ ପ୍ରୟୋଜନୀୟ, ବା‚ନୀୟ ନୁହେଁ । “ଜେ୍ଞୟଃ ସ ନିତ୍ୟ ସନ୍ନ୍ୟାସୀ ଯୋ ନ ଦ୍ୱେଷ୍ଟି ନ କାଂକ୍ଷତି ।”
ସକଳ ବନ୍ଧନକୁ କାରଣ ମନେକରି ସନ୍ନ୍ୟାସୀଗଣ କର୍ମତ୍ୟାଗର ଉପଦେଶ ଦିଅନ୍ତି; କିନ୍ତୁ ଗୀତା କହେ କର୍ମ ଫଳରେ ଆସକ୍ତି ନ ରଖି କର୍ବ୍ୟ ବୋଧରେ କର୍ମ କଲେ ତାହା କେବେହେଲେ ବନ୍ଧନର କାରଣ ହୁଏ ନାହିଁ; ବରଂ ସେହିପରି କର୍ମ ମଧ୍ୟରେ ମାନବର ପ୍ରକୃତି ସୁସଂସ୍କୃତ ହୁଏ । ପରମାତ୍ମା ନିଜର ଉଦାହରଣ ଦେଇ କହିଛନ୍ତି ଯେ ସେ ନିଜେ କେବେହେଲେ କର୍ମ ତ୍ୟାଗ କରି ନାହାନ୍ତି । ବର୍ ଏବ ଚ କର୍ମଣି । ଅର୍ଜୁନ ପାପ ଓ ନରକ ଭୟରେ ଆଶଙ୍କିତ ହୋଇ ପଡ଼ିଛନ୍ତି । ଗୀତା କହେ; ବାହି୍ୟକ କୌଣସି କର୍ମ ଉପରେ ପାପ ପୁଣ୍ୟ ନିର୍ଭର କରେ ନାହିଁ; କାମ, କ୍ରୋଧ, ଲୋଭ – ଏହି ତିନି ବିକାର ହେଉଛି ସକଳ ପାପର ମୂଳ, ନରକର ଦ୍ୱାର । ଅନ୍ତଃକରଣରେ ଯଦି କାମକ୍ରୋଧାଦି ବିକାର ନ ଥାଏ, ତା’ହେଲେ ବାହି୍ୟକ କୌଣସି ଆଚରଣ ଦ୍ୱାରା ପାପ ହେବ ନାହିଁ । ଅପରପକ୍ଷରେ ଅନ୍ତଃକରଣରେ ଯଦି ଏହିସବୁ ବିକୃତି ଥିବ ତା’ହେଲେ ବାହ୍ୟତଃ ଯେତେ ସଦା·ରୀ ହେଲେ ମଧ୍ୟ, ସେ ସବୁ ମିଥ୍ୟା·ର ବ୍ୟତୀତ ଆଉ କିଛି ନୁହେଁ ।
ଶାସ୍ତ୍ର ମତରେ ସତ୍ୟ ଦୁଇ ପ୍ରକାର । ଗୋଟିଏ ସତ୍ୟ କୌଣସି ବିଶେଷ ଦେଶ କାଳ ପାତ୍ର ପାଇଁ ଉପଯୋଗୀ; ଅନ୍ୟଟି ଦେଶକାଳ ପାତ୍ର ନିର୍ବିଶେଷରେ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ । ଏହା ସନାତନ, ଶାଶ୍ୱତ । ଗୀତା ଏହି ସନାତନ ସତ୍ୟର ଓ ଶାଶ୍ୱତ ଧର୍ମର ଶାସ୍ତ୍ର । ଗୀତାର ସତ୍ୟ କୌଣସି ନିର୍ଦ୍ଧିଷ୍ଟ ଦେଶ, କାଳ ବା ପାତ୍ରର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ସୀମାବଦ୍ଧ ନୁହେଁ । ଗୀତା ସତ୍ୟକୁ ଏପରି ବ୍ୟବସ୍ଥିତ ଭାବରେ ଉପସ୍ଥାପିତ କରିଛି ଯେ ତା’ର ସନାତନ ଓ ଶାଶ୍ୱତ ରୂପଟି ସ୍ପଷ୍ଟ ଦେଖି ହୁଏ ଓ ସହଜରେ ଗ୍ରହଣ କରାଯାଇପାରେ । ଗୀତାରେ ଯଜ୍ଞ କରିବାକୁ କୁହାଯାଇଛି । ପ୍ରାଚୀନ ଯଜ୍ଞ ହେଉଛି ଭାରତର ବୈଦିକ ଅନୁଷ୍ଠାନ । ଏହି ଅନୁଷ୍ଠାନ ଅନେକ ବର୍ଷ ପୂର୍ବେ କାର୍ଯ୍ୟତଃ ଲୁପ୍ତ ହୋଇ ଯାଇଛି । କିନ୍ତୁ ଗୀତା ବର୍ଣ୍ଣିତ ଯଜ୍ଞାନୁଷ୍ଠାନ ଶଦ୍ଧ ପଛରେ ଯେଉଁ ଆଧ୍ୟାତ୍ମିକ ସତ୍ୟ ଲୁକ୍କାୟିତ ରହିଛି ତାହା ପ୍ରଣିଧାନ ଯୋଗ୍ୟ । ସେହି ଚିରନ୍ତନ ସତ୍ୟଟି ହେଲା, ପରମାତ୍ମାଙ୍କ ଏହି ସୃଷ୍ଟି ପରସ୍ପର ସହିତ ଆଦାନ ପ୍ରଦାନ ଦ୍ୱାରା ପରି·ଳିତ ହେଉଛି । ଏଇଠି କେହି ନିଜ ପାଇଁ ନୁହେଁ, ସମସ୍ତେ ସମସ୍ତଙ୍କ ପାଇଁ, ପ୍ରତ୍ୟେକ ପ୍ରତ୍ୟେକଙ୍କ ପାଇଁ ଜୀବନ ଧାରଣ କରି ପାରୁଛନ୍ତି । ପରସ୍ପର ଆତ୍ମଦାନ ଦ୍ୱାରା ପରସ୍ପରକୁ ସମୃଦ୍ଧ କରିବା ହେଉଛି ଯଜ୍ଞ । ଏହି ଜଗତ ଯଜ୍ଞ ସ୍ୱରୂପ । ଏହା ହିଁ କୁରୁକ୍ଷେତ୍ର ଅର୍ଥାତ୍ କର୍ମକ୍ଷେତ୍ର । ଏହା ହିଁ ଧର୍ମକ୍ଷେତ୍ର । ଏହି ଯଜ୍ଞର ଜଗତରେ ଯିଏ ନିଜ ପାଇଁ ବି ରହେ ସିଏ ପାପୀ, େ·ର; ଯିଏ କେବଳ ନିଜ ପାଇଁ ଅନ୍ନପାକ କରେ ସେ ପାପ ଭୋଜନ କରେ । ଅନ୍ୟ ପାଇଁ ଓ ଈଶ୍ୱରଙ୍କ ପାଇଁ ଆତ୍ମସେôାର୍ଗ କରିବା ହିଁ ଯଜ୍ଞ । ଏହାକୁ ନୀତି ବୋଲି ଗ୍ରହଣ କରିବାକୁ ହେବ । ଗୀତାଯଜ୍ଞ କେବଳ ବୈଦିକ ଅଗ୍ନିଷ୍ଟୋମ ଯଜ୍ଞ ବା ସ୍ମାର୍ ପ ଯଜ୍ଞକୁ ବୁଝାଏ ନାହିଁ । ଗୀତା କହେ ଯଜ୍ଞ ବହୁବିଧ ହୋଇପାରେ । ଜୀବନର ମୂଳ ଲକ୍ଷ୍ୟ ହେଲା ଆତ୍ମାର ମଳିନ ସଂସ୍କାରକୁ ପରିଷ୍କୃତ କରି ଦୈବୀ ସଂସ୍କାରର ପୁର୍ନରୋପଣ କରିବା । ମନ-ବଚନ ଓ କର୍ମର ଶୁଦ୍ଧି ବ୍ୟତିରେକ କୌଣସି ଯଜ୍ଞ ସଫଳ ହୋଇ ପାରିବ ନାହିଁ । ସେଥିପାଇଁ ଗୀତା ଜ୍ଞାନଯଜ୍ଞକୁ ସବୁ ପ୍ରକାର ଯଜ୍ଞ ଅପେକ୍ଷା ଶ୍ରେଷ୍ଠ ବୋଲି ଅଭିହିତ କରିଛି । ଏହି ଜ୍ଞାନ ଯଜ୍ଞରେ ଆମର ସମସ୍ତ ବିକୃତ ସଂସ୍କାରକୁ ପୂର୍ଣ୍ଣାହୁତି ଦେଇ, ନିଜକୁ କର୍ାର ଅହଂତ୍ୱରୁ ମୁକ୍ତକରି ଆମର ସକଳ କର୍ମକୁ ଈଶ୍ୱରଙ୍କ ଉଦ୍ଧେଶ୍ୟରେ ଉସର୍ଗ କରିବା – ହେଉଛିିଁ ଗୀତାର ଆଭିମୁଖ୍ୟ । ଯତ୍ କରୋଷି, ଯଦ୍ଶ୍ନଶି.. ଏପରି ସମର୍ପିତ ଭାବନା ହିଁ ଆମର ଜୀବନକୁ ଦିବ୍ୟକରି ଗଢ଼ି ତୋଳିବ ।
ଅନେକ ବିଦ୍ୱାନ ଶାସ୍ତ୍ରର ବିଭିନ୍ନ ପ୍ରକାର ବ୍ୟାଖ୍ୟା କରିଛନ୍ତି । ବିବେକ ସହିତ ଶାସ୍ତ୍ର ବିଧିର ବିରୋଧ ହୋଇପାରେ; ଏହିପରି ଅବସରରେ ଅତି ଜ୍ଞାନୀ ଲୋକର ବୁଦ୍ଧି ମଧ୍ୟ ବିଭ୍ରାନ୍ତ ହୋଇଯାଏ । ଶ୍ରୃତି ବିପ୍ରତି ପନ୍ନା ବୁଦ୍ଧି । ଅର୍ଜୁନଙ୍କ ପରି ଅନେକ ଧାର୍ମିକ ଓ ଶାସ୍ତ୍ର ବିଶାରଦ ସେମାନଙ୍କ ଜୀବନର ସନ୍ଧିକ୍ଷଣରେ କିଂକର୍ବ୍ୟ ବିମୂଢ଼ ହୋଇ ପଡ଼ନ୍ତି । ସେମାନଙ୍କ ପୂର୍ବାଗ୍ରହ ଗ୍ରସିତ ବୁଦ୍ଧି କର୍ାବ୍ୟାକର୍ବ୍ୟ ବିବେଚନା ପାଇଁ ଅସମର୍ଥ ହୋଇପଡେ । ନିଶ୍ଚିତ ଲକ୍ଷ୍ୟ ବୁଦ୍ଧିରୁ ବିସ୍ମୃତ ହୋଇଯାଏ । ମାନବ ନିଜ ବୁଦ୍ଧି ଓ ସାମର୍ଥ୍ୟ ପ୍ରତି ଯେତେବେଳେ ସନ୍ଧିହାନ ହୋଇ ପଡ଼େ, ସେତେବେଳେ ସେ ପରମାତ୍ମାଙ୍କ କଥା ଚିନ୍ତା କରେ । ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭକରି ମଧ୍ୟ ଅର୍ଜୁନଙ୍କ ରୁଢ଼ିବାଦିତା ତାଙ୍କୁ ବିଷାଦଗ୍ରସ୍ତ କରୁଥିଲା । ପରମାତ୍ମା ହେଉଛି ଜ୍ଞାନର ସାଗର । ସେହି ଜ୍ଞାନରୁ କାଣି·ଏ ଲାଭକରି ମଣିଷ ବେଦ ଶାସ୍ତ୍ରାଦି ରଚନା କରିଛି ଏବଂ ବେଦ ଶାସ୍ତ୍ରାଦି ଅଧ୍ୟୟନକରି ମଣିଷ ନିଜର ପାଣ୍ଡିତ୍ୟର ଅଭିମାନରେ ପରମାତ୍ମାଙ୍କୁ ଭୁଲିଯାଏ । ବିଭିନ୍ନ ଶାବ୍ଦିକ ବ୍ୟଞ୍ଜନାରେ ରଚିତ ଶ୍ଲୋକର ଉଦ୍ଧୃତି ଦେଇ ସେ ପ୍ରକୃତ ସତ୍ୟର ଅପଳାପ କରିଛି । କିନ୍ତୁ ମଣିଷର ବୁଦ୍ଧି, ଜ୍ଞାନ, ଶକ୍ତି, ସାମର୍ଥ୍ୟର ଏକ ସୀମା ଅଛି । ସେ ସୀମା ଅତିକ୍ରମ କଲାପରେ ମଣିଷ ଭଗବତ୍ ଶରଣାପନ୍ନ ହୁଏ । ସାଧାରଣ ଧର୍ମଜ୍ଞାନ, ନୀତିଜ୍ଞାନ, ଶାସ୍ତ୍ରଜ୍ଞନ ଦ୍ୱାରା କର୍ବ୍ୟାକର୍ବ୍ୟ ନିର୍ଣ୍ଣୟ କରିବା ସହଜସାଧ୍ୟ ନୁହେଁ । କବୟୋଃ ପାତ୍ର ମୋହିତାଃ । ମଣିଷ ଯେତେଦିନ ପର୍ଯ୍ୟନ୍ତ ଏହି ତ୍ରିଗୁଣମୟୀ ଅପରା ପ୍ରକୃତି ମଧ୍ୟରେ ଅବସ୍ଥାନ କରିଥିବ, ସେତେଦିନ ପର୍ଯ୍ୟନ୍ତ ଏ ସମସ୍ୟାର ପ୍ରକୃତ ସମାଧାନ ହେବ ନାହିଁ । ଏହି ପ୍ରକୃତିକୁ ପରିତ୍ୟାଗ କରି ଦିବ୍ୟ ସଂସ୍କାର ଧାରଣ କରିବାକୁ ପଡ଼ିବ । ଲୌକିକତାକୁ ଅଲୌକିକତାରେ ପରିବର୍ନ କରିବାକୁ ପଡ଼ିବ । ନିସ୍ତ୍ରୈଗୁଣ୍ୟୋ ଭବ । ସେତେବେଳେ ଆମର ଆଉ ନିଜର ବୋଲି କିଛି ନ ଥିବ । ସେତେବେଳେ ଆମେ ପରମାତ୍ମାଙ୍କ ନିମି ରୂପେ କାର୍ଯ୍ୟ କରିବା । ଆମର ପରିବିର୍ତ ପ୍ରକୃତିକୁ ଯନ୍ତ୍ର ରୂପେ ବ୍ୟବହାର କରି ପରମାତ୍ମା ଜଗତରେ ନିଜ ଇଚ୍ଛା ପୂର୍ଣ୍ଣ କରିବାକୁ କେବଳ ନିଜର କର୍ମ ସମ୍ପାଦନ କରିବେ । ଆମେ ସଜ୍ଞାନେ ପରମାତ୍ମାଙ୍କ ମାଧ୍ୟମ ହେବାର ପରମ ଆନନ୍ଦ ଲାଭ କରିବା । ସେତେବେଳେ ତାଙ୍କର ଇଚ୍ଛା ଅନୁରୁପ ହିିଁ ଆମ ଭିତରେ କର୍ମର ପ୍ରେରଣା ଉପôନ୍ନ ହେବ ଏବଂ ସେହି କର୍ମ ହେବ ପାପ ପୁଣ୍ୟର ଅତୀତ ଅପରାଜେୟ ଓ ଅବ୍ୟର୍ଥ ।
ସାଧାରଣ ମନୁଷ୍ୟ ପାଇଁ ପ୍ରଚଳିତ ଶାସ୍ତ୍ର, ପ୍ରଚଳିତ ସାମାଜିକ ବିଧି ନିଷେଧ ହିଁ ଯଥେଷ୍ଟ । କାମ କ୍ରୋଧାଦିର ବଶବୀର୍ ନ ହୋଇ ଯେକୌଣସି ଶାସ୍ତ୍ର ବା ନୀତିରେ ତା’ର ବିଶ୍ୱାସ ଅଛି, ଶ୍ରଦ୍ଧା ଅଛି, ତାହା ଅନୁସରଣକରି କର୍ମ କଲେ କ୍ରମଶଃ ତା’ ମଧ୍ୟରୁ କାମ କ୍ରୋଧାଦିର ମାତ୍ରା ପ୍ରଶମିତ ହେବ । ସେଥିପାଇଁ ଗୀତା ଶାସ୍ତ୍ରବିଧି ଅନୁସାରେ କର୍ବ୍ୟାକର୍ବ୍ୟ ନିର୍ଦ୍ଧାରଣ ପାଇଁ ନିର୍ଦ୍ଧେଶ ଦେଇଛି । କିନ୍ତୁ ଏହା ସର୍ବୋଚ୍ଚ ଅବସ୍ଥା ନୁହେଁ । ଯେକୌଣସି ଅସତର୍କ ମୁହୂର୍ରେ ଏହିଠାରୁ ପନ ହୋଇପାରେ । କାମକ୍ରୋଧକୁ ସମ୍ପୂର୍ଣ୍ଣ ଭାବେ ଜୟ କରିବାକୁ ହେଲେ ଏକ ଉଦ୍ଧ୍ୱର୍ମୁଖୀ ଭାବଗତ ଚୈତନ ମଧ୍ୟରେ ସତତ ନିଜକୁ ପ୍ରତିଷ୍ଠିତ କରିବାକୁ ହେବ । ସେଥିପାଇଁ କେବଳ ଏକମାତ୍ର ପନ୍ଥା ହେଲା ସର୍ବଶାସ୍ତ୍ର, ସର୍ବଧର୍ମ ପରିତ୍ୟାଗକରି (ସର୍ବ ଧାର୍ମାନ ପରିତ୍ୟଜ୍ୟ) ଏକାନ୍ତ ଭାବରେ ଭଗବାନଙ୍କ ଶରଣାପନ୍ନ ହେବା । ଏହାହିଁ ଗୀତାର ଶ୍ରେଷ୍ଠ ଶିକ୍ଷା । ଧର୍ମାଚରଣ ଏବଂ ଆତ୍ମ ସଂଯମ ଅଭ୍ୟାସ ପୂର୍ବକ ଯିଏ ଅର୍ଜୁନଙ୍କ ଭଳି ପରମାତ୍ମାଙ୍କ ନିକଟରେ ସଂପୂର୍ଣ୍ଣ ଆତ୍ମ ସମର୍ପଣ କରିଛନ୍ତି ସିଏ କେବଳ ଗୀତାର ଉମ ରହସ୍ୟ ଶ୍ରବଣ କରିବାର ଉପଯୁକ୍ତ ପାତ୍ର । “ଭକ୍ତୋହସି ମେ ସଖାଚେତି ରହସ୍ୟଂ ହ୍ୟେତ ଦୁମମ୍ ।”
Comments
Post a Comment