ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ -ପ୍ରଥମ ଖଣ୍ଡ---ତୃତୀୟ ଅଧ୍ୟାୟ-ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ
ପ୍ରଥମ ଖଣ୍ଡ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ତୃତୀୟ ଅଧ୍ୟାୟ
ମହାଭାରତ ଯୁଦ୍ଧର ଯଥାର୍ଥ ସ୍ୱରୂପ ଓ ଗୀତା ପ୍ରକରଣର ପୁନରାବୃି
“ଶ୍ରୀମଦ୍ଭଗବତ୍ ଗୀତାର ଯଥାର୍ଥ ସ୍ୱରୂପ” ଆଲୋଚନା ପ୍ରସଙ୍ଗରେ ଏ ବିଷୟରେ ସମ୍ୟକ୍ ଆଲୋକପାତ କରାଯାଇଥିଲା ଯେ ସଂପ୍ରତି ଉପଲବ୍ଧ ମହାଭାରତ ଗ୍ରନ୍ଥ ତା’ର ମୌଳିକତା ହରାଇ ସାରିଛି । ତେଣୁ ମହାଭାରତରେ ବର୍ଣ୍ଣିତ କୌରବ ପାଣ୍ଡବମାନଙ୍କ ମଧ୍ୟରେ ଅନୁଷ୍ଠିତ କୁରୁକ୍ଷେତ୍ର ଯୁଦ୍ଧର ଐତିହାସିକତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ମହାଭାରତ ଯୁଦ୍ଧର ଐତିହାସିକତା ସମ୍ବନ୍ଧରେ ବିଭିନ୍ନ ବିଦ୍ୱାନମାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ମହାଭାରତ ଗ୍ରନ୍ଥର ବିଷୟବସ୍ଥୁ ପାଠ କଲେ ଏବଂ ଏହାର ରଚନା ଶୈଳୀକୁ ଅନୁଶୀଳନ କଲେ ଆମେ ଜାଣିପାରିବା ଯେ ଏହା ଏକ ମହାକାବ୍ୟ; ଐତିହାସିକ ଗ୍ରନ୍ଥ ନୁହେଁ । ଏହି ଗ୍ରନ୍ଥର ସୂକ୍ଷ୍ମ ଅନୁଶୀଳନ କଲେ ମନରେ କେତେକ ପ୍ରଶ୍ନ ଉପôନ୍ନ ହୁଏ । କୁରୁକ୍ଷେତ୍ର ପଡ଼ିଆର ସୀମିତ କ୍ଷେତ୍ରଫଳ ମଧ୍ୟରେ କ’ଣ ୧୮ ଅକ୍ଷୌହିଣୀ ବିଶିଷ୍ଟ ବିଶାଳ ସେନାବାହିନୀର ସମାଗମ ସମ୍ଭବ ଥିଲା ? ପ୍ରକୃତରେ ଯଦି ଏପରି ଏକ ଯୁଦ୍ଧ ହୋଇଥିଲା ତେବେ ତାହା କେବେ ଓ କିପରି ହୋଇଥିଲା ? ଏକ ରାଜ ପରିବାର ମଧ୍ୟରେ ଉପୁଜିଥିବା କଳହରୁ ଯେଉଁ ରକ୍ତରଞ୍ଜିତ ମହାବିନାଶକାରୀ ଭୟଙ୍କର ହିଂସ୍ରକ ଯୁଦ୍ଧର ସୂତ୍ରପାତ ହୋଇଥିଲା ଏଥିରେ କ’ଣ ଭଗବାନ ପ୍ରକୃତରେ ଅର୍ଜୁନଙ୍କର ସାରଥି ରୂପରେ ଅଂଶ ଗ୍ରହଣ କରିଥିଲେ ? ଅର୍ଜୁନଙ୍କୁ ଯୁଦ୍ଧ ପାଇଁ ପ୍ରେରିତ କରିବାହିଁ କ’ଣ ଗୀତା ଜ୍ଞାନର ଉଦ୍ଧେଶ୍ୟ ଥିଲା ? ଏହିପରି କେତେକ ପ୍ରଶ୍ନ ଉପରେ ଆଲୋଚନା କରି ମହାଭାରତ ଯୁଦ୍ଧର ଯଥାର୍ଥ ସ୍ୱରୂପ ଉନ୍ମୋଚିତ କରିବା ହେଉଛି ଏ ଲେଖାର ଉଦ୍ଧେଶ୍ୟ ।
ମହାଭାରତ ଯୁଦ୍ଧର ସମୟ ଓ ଐତିହାସିକତା ବିଷୟରେ ବିଭିନ୍ନ ବିଦ୍ୱାନମାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । ଭରତୀୟ ବିଦ୍ୱାନମାନଙ୍କ ମଧ୍ୟରେ ଆର୍ଯ୍ୟଭଟ୍ଟ ଏହାର ସମୟ ଖ୍ରୀ.ପୂ ୩୧୦୨, ବରାହମିହିର ଖ୍ରୀ.ପୂ. ୨୪୪୯, ଏସ୍.ଏନ୍.ପ୍ରଧାନ ଖ୍ରୀ.ପୂ. ୧୧୫୨, ଏନ୍.ସି.ରାୟଚୈଧୁରୀ ଖ୍ରୀ.ପୂ.୮୦୦, କେ.ସି.ଜୟସୱାଲ ଖ୍ରୀ.ପୂ ୧୪୦୦ ବୋଲି ବିଶ୍ୱାସ କରନ୍ତି । ପାଶ୍ଚାତ୍ୟ ଇତିହାସକାରମାନଙ୍କ ମଧ୍ୟରେ ଏ.ଏସ୍.ଆଲ୍ତେକର ଏହାକୁ ଖ୍ରୀ.ପୂ.୧୪୦୦, ଏଫ୍.ଇ.ପାଜିଟର ଖ୍ରୀ.ପୂ ୯୫୦ ବର୍ଷ ବୋଲି ଏହାର କାଳ ନିର୍ଣ୍ଣୟ କରିଛନ୍ତି । କେତେକ ବିଦ୍ୱାନ ଯଥା : ଜେ. ଦହଲ୍ମନ୍, ଏ.ଲୁଡୁବିଗ୍, ଏନ୍.ପି.ଠଡାନି, ଲକ୍ଷ୍ମୀଧର ଶାସ୍ତ୍ରୀ ମହାଭାରତ ଯୁଦ୍ଧକୁ ଐତିହାସିକ ଘଟଣା ନ କହି ଏହାକୁ ରୂପକ ଅଳଙ୍କାରରେ ଲିଖିତ ଏକ କାବି୍ୟକ କଳାକୃତି ବୋଲି ବିଶ୍ୱାସ କରନ୍ତି । ଅନ୍ୟ କେତେକଙ୍କ ମତରେ ଏହା କେବଳ ପାରିବାରିକ କଳହ ମାତ୍ର ଥିଲା; ପରେ ଏହାକୁ ଅତିରଞ୍ଜିତ କରି ମହାସମର ରୂପେ ଚିତ୍ରିତ କରାଯାଇଛି । କାରଣ ଏହା ଯଦି ପ୍ରକୃତରେ ଐତିହାସିକ ଘଟଣା ହୋଇଥାଆନ୍ତା ତେବେ ଖ୍ରୀ.ପୂ ୪୦୦ ବର୍ଷ ପୂର୍ବର ସାହିତ୍ୟ କଳାକୃତିରେ ତା’ର ଉଲ୍ଲେଖ ନିଶ୍ଚିତ ଭାବରେ ଥାଆନ୍ତା । ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ପୁରାତ୍ୱବିତ୍ ଦିନେଶ ଚନ୍ଦ୍ର ସରକାରଙ୍କ ଇଣ୍ଡିଆନ୍ ଏକ୍ସପ୍ରେସ୍ ୧୫ ସେପ୍ଟେମ୍ବର ୧୯୭୫ ଖ୍ରୀ.ଅରେ ପ୍ରକାଶିତ “ଖସଗ୍ଧଗ୍ଧକ୍ଷର ଷସଗ୍ଦଗ୍ଧକ୍ଟକ୍ସଚ୍ଚ ଗ୍ଧକ୍ଟ ଭବମଳ ଗବଷବଭଷବକ୍ସବଗ୍ଧ” ଆଲେଖ୍ୟଟି ପ୍ରଣିଧାନ ଯୋଗ୍ୟ । ତାଙ୍କ ମତରେ ମହାଭାରତ ଗ୍ରନ୍ଥର ରଚନାକାଳ ଖ୍ରୀ.ପୂ. ୪୦୦ ବର୍ଷରୁ ଅଧିକ ପ୍ରଚୀନ ହୋଇ ନ ପାରେ । ତା’ର କାରଣ ଉଲ୍ଲେଖ କରିବାକୁ ଯାଇ ସେ କହନ୍ତି ଯେ “କଥା ସରିତ ସାଗର” ଅନୁସାରେ ବୁଦ୍ଧଙ୍କ ସମକାଳୀନ କୌଶାମ୍ବିର ରାଜା ପରୀକ୍ଷିତଙ୍କ ପରେ ପମ ବା ଷଷ୍ଠ ପିଢ଼ିର ଥିଲେ । କିନ୍ତୁ ପୁରାଣରେ ଲିଖିତ ବଂଶାବଳୀ ଅନୁସାରେ ପରୀକ୍ଷିତଙ୍କ ପରେ ଉଦୟନ ପବିଂଶତିତମ ରାଜା ଥିଲେ । କିନ୍ତୁ ସେହି ଅବଧି ମଧ୍ୟରେ ପୁରୋହିତମାନେ ମାତ୍ର ଦଶଟି ପିଢ଼ିର କଥା ଉଲ୍ଲେଖ କରିଛନ୍ତି । ଅର୍ଥାତ୍ ଗୋଟିଏ ପୁରୋହିତ ଏକାଦିକ୍ରମେ ଦୁଇ ବା ତିନିଟି ପିଢ଼ିର ରାଜାମାନଙ୍କ ସେବା କରିଛନ୍ତି । ଏଇଠି ସରକାର ମହୋଦୟଙ୍କ ସନ୍ଦେହ ସୃଷ୍ଟି ହୋଇଛି । ପୁନଶ୍ଚ ଆସାମର ରାଜା ଭଗଦଙ୍କ ନାମ ମହାଭାରତରେ ଉଲ୍ଲେଖ ଥିବା ବେଳେ ଉର ବୈଦିକ କାଳ ସାହିତ୍ୟମାନଙ୍କରେ ଆସାମ ରାଜ୍ୟର କୌଣସି ବର୍ଣ୍ଣନା ମିଳେ ନାହିଁ ।
ଡ. ସାଙ୍କଳିଆ ହଡପ୍ପା ଏବଂ ମୋହନ-ଜୋ-ଦଡୋରୁ ପ୍ରାପ୍ତ ପୁରାତା୍ୱିକ ପ୍ରମାଣକୁ ଭିିକରି ମତ ଦିଅନ୍ତି ଯେ ମହାଭାରତରେ ବର୍ଣ୍ଣିତ ଲୌହ ନିର୍ମିତ ଯେଉଁ ଅସ୍ତ୍ର ଶସ୍ତ୍ରର ଉଲ୍ଲେଖ ମିଳେ ସେହି ଭଳି ଅସ୍ତ୍ର ଶସ୍ତ୍ର ଖ୍ରୀ.ପୂ ୬୦୦ ବର୍ଷ ପରେ ହିଁ ନିୟମିତ ରୂପେ ବ୍ୟବହୃତ ହୋଇଛି । ତେଣୁ ଖ୍ରୀ.ପୂ ୬୦୦ ବର୍ଷ ପୂର୍ବରୁ ମହାଭାରତରେ ବର୍ଣ୍ଣିତ ହୋଇଥିବା ଏତେ ବଡ଼ ଯୁଦ୍ଧର କୌଣସି ଐତିହାସିକ ସାକ୍ଷ୍ୟ ନାହିଁ । ପୁନଶ୍ଚ ବିଭିନ୍ନ ବିଦ୍ୱାନ ଖ୍ରୀ.ପୂ ୩୧୦୦ରୁ ୯୦୦ ବର୍ଷ ମଧ୍ୟରେ ମହାଭାରତର ଯେଉଁ କାଳ ନିର୍ଣ୍ଣୟ କରିଛନ୍ତ, ସେହି କାଳାବଧି ମଧ୍ୟରେ ପଞ୍ଜାବ, ହରିୟାଣା, ଉରପ୍ରଦେଶ ଆଦି ସ୍ଥାନରେ ମହାଭାରତ ଗ୍ରନ୍ଥରେ ବର୍ଣ୍ଣିତ ବଡ଼ ବଡ଼ ରାଜ୍ୟ ବା ଜନପଦ ଗୁଡ଼ିକର ଅସ୍ତିତ୍ୱହିଁ ନ ଥିଲା । ଏକଥା ସିନ୍ଧୁଘାଟିର ପୁରାତା୍ୱିକ ଉତ୍ଖନନରୁ ଜଣାପଡେ । ତେଣୁ ଏହି ଆଧାରରେ ଡ. ସାଙ୍କଳିଆ ମହାଭାରତ ଗ୍ରନ୍ଥ ରଚନାର ସମୟ ୪୦୦ ରୁ ୫୦୦ ଖ୍ରୀ.ଅ. ବୋଲି ନିଶ୍ଚିତ କରିଛନ୍ତି ।
କେତେକ ବିଦ୍ୱାନ ମହାଭାରତ ଯୁଦ୍ଧର ଐତିହାସିକତା ସପକ୍ଷରେ ମଧ୍ୟ ବିଭିନ୍ନ ଯୁକ୍ତି ଉପସ୍ଥାପିତ କରନ୍ତି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରବକ୍ତା ୰ ଜଗଦୀଶ ଚନ୍ଦ୍ର ହାସିଜା ତାଙ୍କ ଗବେଷଣାତ୍ମକ ନିବନ୍ଧ “ମହାଭାରତ ଔର ଗୀତାକା ସଚ୍ଚା ସ୍ୱରୁପ ଔର ସାର୍” ପୁସ୍ତକରେ ବିଭିନ୍ନ ଇତିହାସକାରଙ୍କ ବି·ର ଉପସ୍ଥାପନ ପୂର୍ବକ ଏହା ଉପରେ ବିସ୍ତୃତ ବର୍ଣ୍ଣନା କରିଛନ୍ତି । ସେ ତାଙ୍କର ମନ୍ତବ୍ୟରେ କହନ୍ତି, “ବାସ୍ତବରେ ବହୁତ ବଡ଼ ଯୁଦ୍ଧ ହୋଇଥିଲା କିନ୍ତୁ ସେହି ସମୟରେ ନୁହେଁ ଯେଉଁ ସମୟରେ ମହାଭାରତ ଗ୍ରନ୍ଥ ରତିତ ହୋଇଥିଲା । ମହାଭାରତ ଯୁଦ୍ଧ ପ୍ରାୟ ଖ୍ରୀ.ପୂ. ୩୧୦୦ ବର୍ଷରେ ହୋଇଥିଲା । ଯେତେବେଳେ ସଭ୍ୟତା ଏବଂ ସଂସ୍କୃତି ଅତି ବିକଶିତ ଅବସ୍ଥାରେ ଥିଲା; ପରନ୍ତୁ ମହାଭାରତ ଗ୍ରନ୍ଥ ରଚିତ ହେଲା ସେହି ଯୁଦ୍ଧ ଦ୍ୱାରା ହୋଇଥିବା ମହାବିନାଶର ୨୫୦୦ ବର୍ଷ ପଶ୍ଚାତ୍ ଅର୍ଥାତ୍ ଖ୍ରୀ.ପୂ. ୫୦୦ ବର୍ଷ ବେଳକୁ । ଗ୍ରନ୍ଥ ରଚନା ସମୟରେ ଏତେ ଭୟଙ୍କର ଅସ୍ତ୍ର ଶସ୍ତ୍ର ନ ଥିଲା ଯାହାକି ମହାଭାରତ ଯୁଦ୍ଧରେ ବସ୍ତୁତଃ ବ୍ୟବହୃତ ହୋଇଥିଲା ଏବଂ ଏତେ ବିଶାଳ ସେନାକୁ ନିୟନ୍ତ୍ରିତ କରିବାର ସାଧନ ମଧ୍ୟ ନ ଥିଲା ।” ତେଣୁ ମହାଭାରତ ଗ୍ରନ୍ଥ ରଚନା ସମୟର କାଳ ନିର୍ଣ୍ଣୟ କରି ସେହି କାଳାବଧିରେ ମହାଭାରତ ଯୁଦ୍ଧର ଘଟଣାକୁ ସ୍ୱୀକାର କରିବା ପ୍ରକୃତ ସତ୍ୟର ଅପଳାପ ବ୍ୟତୀତ ଆଉ କିଛି ନୁହେଁ । ଅନ୍ୟ ପକ୍ଷରେ ଦ୍ୱିତୀୟ ବିଶ୍ୱଯୁଦ୍ଧଠାରୁ ମଧ୍ୟ ଆହୁରି ଭୟଙ୍କର ଓ ବିନାଶକାରୀ ମହାସମର ଆଦୌ ହୋଇ ନାହିଁ ବୋଲି କହିବା ଅଯଥାର୍ଥ ହେବ । ଏପରି ଯୁଦ୍ଧ ଯଦି ହୋଇ ନ ଥାଆନ୍ତା ପରମ୍ପରା କ୍ରମେ ଲୋକ ଶ୍ରୁତିରେ ଉଜ୍ଜୀବିତ ରହି ଏହା ଉପରେ କାବ୍ୟ ରଚନା କରାଗଲା କିପରି ? ତେଣୁ ଯୁଦ୍ଧ ତ ନିଶ୍ଚିତ ହୋଇଥିଲା, ତେବେ ମହାଭାରତରେ ବର୍ଣ୍ଣିତ କୁରୁକ୍ଷେତ୍ର ରଣାଙ୍ଗନରେ କୌରବ ପାଣ୍ଡବ ମାନଙ୍କ ମଧ୍ୟରେ ନୁହେଁ । ଲୋକଗାଥାରେ ପ୍ରଚଳିତ ଏହି ମହାସମରର ଆଖ୍ୟାୟିକାକୁ ଗ୍ରନ୍ଥାକାର ତାଙ୍କ କଥାନକରେ ସଂଯୋଜିତ କରି ମହାଭାରତ ଯୁଦ୍ଧ ନାମରେ ଚିତ୍ରିତ କରିଛନ୍ତି । ମହାଭାରତର କେତେକ ତଥ୍ୟ ଉପରେ ସୂକ୍ଷ୍ମ ଅନୁଶୀଳନ କଲେ ଏକଥା ବୁଝିହେବ ।
ମହାଭାରତରେ ଯୁଦ୍ଧର ବର୍ଣ୍ଣନା ଯେଉଁପରି ଭାବରେ କରାଯାଇଛି ସେଥିରେ ଅନେକ ବିରୋଧାଭାସ ଦେଖାଯାଏ । ପ୍ରଥମତଃ, ଯୁଦ୍ଧ ଅନୁଷ୍ଠିତ ହୋଇଥିବା କୁରୁକ୍ଷେତ୍ର ପଡ଼ିଆ ଉପରେ ବି·ର କରାଯାଉ । ଗୀତାପ୍ରେସ, ଗୋରଖପୁର ଦ୍ୱାରା ପ୍ରକାଶିତ ତ୍ୱବିବେଚନୀ ଟୀକା ସହିତ ଶ୍ରୀମଦ୍ଭଗବତ୍ ଗୀତା ପୃ.-୩୨ରେ ଲିଖିତ ହୋଇଛି ଯେ କୁରୁକ୍ଷେତ୍ର ପଡ଼ିଆର ଦୈର୍ଘ୍ୟ ଓ ପ୍ରସ୍ଥ ଉଭୟ ପା ଯୋଜନ ଥିଲା । ବର୍ମାନ ପ୍ରଶ୍ନଉଠେ ଯେ ୧୮ ଅକ୍ଷୌହଣୀ ସେନାର ବିଶାଳ ସୈନ୍ୟବାହିନୀ ସମୂହ ନିଜ ନିଜ ପାଇଁ ସ୍ୱତନ୍ତ୍ର ଶିବିର ସ୍ଥାପନକରି ଏହି ସୀମିତ କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନରେ ପରସ୍ପର ମଧ୍ୟରେ ଯୁଦ୍ଧ କଲେ କିପରି ? ମହାଭାରତ ବର୍ଣ୍ଣନା ଅନୁସାରେ ଏକ ଅକ୍ଷୌହିଣୀ ସେନାରେ ମୋଟ ୨୧,୮୭୦ ରଥ, ୨୧,୮୭୦ ହାତୀ, ୧,୦୯,୩୫୦ ପଦାତିକ ସୈନ୍ୟ ଏବଂ ୬୫,୬୧୦ ଅଶ୍ୱ ଥିବା ଗଣନା ଦ୍ୱାରା ଜଣାଯାଏ । ଏହିପରି ୧୮ ଅକ୍ଷୌହିଣୀରେ ଥିଲେ ୩,୯୩,୬୬୦ ରଥ, ୩୯୩୬୬୦ ହସ୍ତୀ, ୧୯,୬୮,୩୦୦ ପଦାତିକ ଏବଂ ୧୧,୮୦,୬୮୦ ଅଶ୍ୱ । ତା’ପରେ ରଥରେ ଗୋଟିଏ ଯୋଦ୍ଧା ଓ ଗୋଟିଏ ସାରଥି ଏବଂ ହାତୀରେ ଗୋଟିଏ ଯୋଦ୍ଧା ଓ ଗୋଟିଏ ମାହୁନ୍ତଙ୍କୁ ହିସାବ କରି ଯଦି ମିଶାଯାଏ ତେବେ ମୋଟ ରଥାରୋହୀ ୭,୮୭,୩୨୦, ଗଜାରୋହୀ ୭,୮୭,୩୨୦ ଓ ଅଶ୍ୱାରୋହୀ ୧୧,୮୦,୬୮୦ ହେବେ । ଏହି ତିନି ବାହିନୀର ସୈନ୍ୟଙ୍କ ସହିତ ୧୯,୬୮,୩୦୦ ପଦାତିକଙ୍କୁ ମିଶାଇ ଦେଲେ ମହାଭାରତ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା କେବଳ ମନୁଷ୍ୟଙ୍କ ସଂଖ୍ୟା ୪୭,୨୩,୬୨୦ ହେଉଛି । ତା’ବାହାରେ ମଧ୍ୟ ଯୁଦ୍ଧରେ ଅନ୍ୟାନ୍ୟ ଲୋକଙ୍କ ଆବଶ୍ୟକତା ପଡ଼େ । ଭୀକ୍ଷ୍ମ ପର୍ବରେ ବର୍ଣ୍ଣିତ ହୋଇଛି ଯେ ସୈନ୍ୟମାନଙ୍କୁ ତୀର ଯୋଗାଇବା ପାଇଁ, ହାତୀ ଓ ଘୋଡ଼ାଙ୍କୁ ଖୁଆଇବା ପାଇଁ, ଭଣ୍ଡାର ଦେଖାରଖା ପାଇଁ, ଭୋଜନ ତିଆରି କରିବା ପାଇଁ, ହତାହତ ଲୋକଙ୍କୁ ବୋହି ନେବା ପାଇଁ ଓ ଚିକିସôା ଶିବିର ପରି·ଳନା ପାଇଁ ମଧ୍ୟ ସେଠାରେ ଆହୁରି ଲକ୍ଷ ଲକ୍ଷ ବ୍ୟକ୍ତି ଉପସ୍ଥିତ ଥିଲେ (ଜମ୍ବୁ ଅ୧/ଶ୍ଲୋକ ୩୨) ମହାଭାରତ ଯୁଦ୍ଧରେ ଉପସ୍ଥିତ ଥିବା ଜନସଂଖ୍ୟାର ବିଶାଳତା ଏହି ଭୀକ୍ଷ୍ମ ପର୍ବର ଅନ୍ୟ ଏକ ଶ୍ଲୋକରୁ ଜଣାପଡେ । ସେଥିରେ କୁହାଯାଇଛି ଯେ ଭୀକ୍ଷ୍ମ ଏକାକୀ ଦଶ ଦିନରେ ପାଣ୍ଡବମାନଙ୍କ ପକ୍ଷର ୧୦ କୋଟି (ଏକ ଅର୍ବୁଦ) ସୈନ୍ୟଙ୍କୁ ସଂହାର କରିଥିଲେ । ଜଘାନଯୁଧି ଯୋଧାନାମ୍ ଅର୍ବୁଦ ଦଶର୍ଭି ଦିନୈଃ ।ା ଭୀଷ୍ମ ଶ୍ରୀମଦ୍ ୧୪/୧୫ାା ଯଦି ଦଶ ଦିନରେ ପାଣ୍ଡବମାନଙ୍କର ଏତିକି ସୈନ୍ୟ କେବଳ ଏକାକୀ ଭୀଷ୍ମ ସଂହାର କରିଥିଲେ; ଅନ୍ୟମାନେବିତ କିଛି କିଛି ମାରିଥିବେ । ତା’ପରେ ସେତିକି ସଂଖ୍ୟକ ନ ହେଲେ ବି କିଛି କମ୍ ବେଶୀ କୌରବ ପକ୍ଷର ସୈନ୍ୟ ମଧ୍ୟ ପାଣ୍ଡବମାନଙ୍କ ଦ୍ୱାରା ନିହତ ହୋଇଥିବେ । ତା’ବାହାରେ ମଧ୍ୟ ଯୁଦ୍ଧ ଆହୁରି ଆଠ ଦିନ ବାକି ଥିଲା । ସେଥିରେ ମଧ୍ୟ ଉଭୟ ପକ୍ଷରୁ ଅନେକ ନିହତ ହୋଇଥିବେ । ଏହିପରି ଟିକି ନିଖି ହିସାବ କରି ଯଦି ଗଣନା କରାଯିବ ତେବେ ଏହି ସଂଖ୍ୟା ବର୍ମାନ ଭାରତର ଜନସଂଖ୍ୟା ଠାରୁ ମଧ୍ୟ (୧୦୦ କୋଟିରୁ ଉଦ୍ଧ୍ୱର୍) ଅଧିକ ହୋଇଯିବ । ଏହି ପରିସଂଖ୍ୟାନକୁ ଆଖି ଆଗରେ ରଖି ବି·ର କରିବା କଥା ଯେ ଏତେ ସଂଖ୍ୟକ ଲୋକ କୁରୁକ୍ଷେତ୍ର ପଡ଼ିଆରେ ସମାଗମ ହେବା କ’ଣ ସମ୍ଭବ ?
ଉପର୍ଯୁ୍ୟକ୍ତ ଆଲୋଚନାରୁ ଆମେ ମହାଭାରତ ଯୁଦ୍ଧର ଯଥାର୍ଥ ସ୍ୱରୂପ ନିର୍ଣ୍ଣୟ କରିବାକୁ ଯଦି ·ହିଁବା ତେବେ ଦୁଇଟି କଥା ବି·ରକୁ ଆସେ । ପ୍ରଥମତଃ ମହାଭାରତର ସମସ୍ତ ପ୍ରସଙ୍ଗ କବିର କଲ୍ପନା ବିଳାସିତା ବୋଲି ଧରି ନେଇ ସେପରି ଯୁଦ୍ଧ ଘଟି ନଥିଲା ବୋଲି ସ୍ବୀକାର କରିବାକୁ ପଡ଼ିବ । ଅନ୍ୟ ପକ୍ଷରେ ଏହି ଯୁଦ୍ଧର ସ୍ୱରୂପ ବହୁତ ବ୍ୟାପକ ଥିଲା ଏବଂ ସମଗ୍ର ବିଶ୍ୱ ଏହି ଯୁଦ୍ଧରେ ସମାହିତ ହୋଇଯାଇଥିଲେ ବୋଲି ବୁଝିବାକୁ ପଡିବ । ଯଦି ଆମେ ଏହାକୁ କବିର କଳ୍ପନା ପ୍ରସୂତ ବୋଲି କହିବା ତେବେ ଯଦାକଦା ଭାରତୀୟ ପୌରାଣିକ ଗ୍ରନ୍ଥମାନଙ୍କରେ ପରବର୍ୀ ସମୟରେ ଆମର ଆଧ୍ୟାତ୍ମ ଜ୍ଞାନନିଷ୍ଠ ଜ୍ୟୋତିଷ ବିଦ୍ୟା ବିଶାରଦ ମୁନିଋଷିମାନେ ଏହି ପ୍ରସଙ୍ଗକୁ ସ୍ଥାନିତ କଲେ କାହିଁକି ? ବହୁମାନ୍ୟ ସିଦ୍ଧାନ୍ତ ଅନୁସାରେ ଯଦି ଏହି ପ୍ରକରଣକୁ ଖ୍ରୀ.ପୂ. ୩୧୦୦ ବର୍ଷ ବୋଲି ଧରି ନିଆଯାଏ ତେବେ ସେହି ସମୟରେ ସମଗ୍ର ବିଶ୍ୱର ଜନସଂଖ୍ୟା ବର୍ମାନ ଜନସଂଖ୍ୟା ବୃଦ୍ଧି ଅନୁପାତ ହାରରେ ଯଦି ପା ହଜାର ବର୍ଷ ପୂର୍ବକୁ ଫେରିଯିବା ତେବେ ମାତ୍ର ଏକ ଲକ୍ଷ ମଧ୍ୟରେ ହେବ । ସାର୍ ଜୁଲିୟନ ହକ୍ସଲେଙ୍କ ଦ୍ୱାରା କୃତ ପରିସଂଖ୍ୟାନ ହିସାବରେ ଖ୍ରୀ.ପୂ ସନ୍ ୧ ବର୍ଷରେ ବିଶ୍ୱ ଜନସଂଖ୍ୟା ହାରାହାରି ୧ କୋଟି ପାଖାପାଖି ବଢ଼ୁଥିଲା । ଏହାକୁ ଅନେକେ ସ୍ୱୀକାର କରନ୍ତି । ମହାଭାରତ ଯୁଦ୍ଧର ୨୫୦୦ ବର୍ଷପରେ ଅର୍ଥାତ୍ ଖ୍ରୀ.ପୂ. ୫୦୦ ବର୍ଷରେ ମହାଭାରତ ଗ୍ରନ୍ଥ ରଚିତ ହୋଇଥିଲା ବୋଲି ଧରା ଗଲେ ସେତେବେଳେ ବିଶ୍ୱ ଜନସଂଖ୍ୟା ୯/୧୦ ଲକ୍ଷ ପାଖାପାଖି ହୋଇଥିବ । ବର୍ମାନ ପ୍ରଶ୍ନ କରାଯାଇପାରେ ମହାଭାରତ ଯୁଦ୍ଧରେ କୋଟି କୋଟି ସଂଖ୍ୟକ ଲୋକଙ୍କ ହତାହତ ହେବା କଥା ଯାହା ଲେଖା ଯାଇଛି ଯଦି ସେହି ପରିମାଣରେ ପୂର୍ବରୁ ନ ଥିଲା ତେବେ ଗ୍ରନ୍ଥାକାରଙ୍କ କଳ୍ପନାରେ ଏତେ ବିଶାଳ ସଂଖ୍ୟା ଆସିଲା କିପରି ? ତେଣୁ ଏକଥା ନିଶ୍ଚିତ ଯେ ଲୋକ ଗାଥାରେ ଏହି ଯୁଦ୍ଧ କଥା ଉଜ୍ଜୀବିତ ଥିଲା, ଯାହାକୁ ମହାଭାରତକାର କେବଳ କାବ୍ୟ ରୂପଦେଇ ଗ୍ରନ୍ଥିତ କରିଛନ୍ତି । ମହାଭାରତ ଯୁଦ୍ଧରେ ୧୦୦ କୋଟି ଲୋକ ନିହତ ହୋଇଥିବା କଥା ମହାଭାରତ ଗ୍ରନ୍ଥରେ ଉଲ୍ଲେଖ ଅଛି । ବିଭିନ୍ନ ପ୍ରାଚୀନ ଗ୍ରନ୍ଥ ଅଧ୍ୟୟନରୁ ଜଣାପଡ଼େ ଯେ ଖ୍ରୀ.ପୂ ୩୧୦୦ ବର୍ଷରେ ଏକ ଭୟଙ୍କର ଜଳ ପ୍ଲାବନ ହୋଇଥିଲା । ଏହା ସମ୍ଭବତଃ ମହାଭାରତ ଯୁଦ୍ଧ ପରେ ହୋଇଥିଲା । ସେହି ଜଳ ପ୍ଲାବନ ପରେ ବୈବସ୍ୱତ ମନୁ ପ୍ରଥମ ରାଜା ଥିଲେ ଏବଂ ତାଙ୍କର ୯୫ ପିଢ଼ି ପରେ ମହାଭାରତ ଯୁଦ୍ଧ ହୋଇଥିଲା । ତତ୍ପଶ୍ଚାତ୍ ଖ୍ରୀ.ପୂ ୫୦୦ ବର୍ଷରେ ପରୀକ୍ଷିତଙ୍କ ବଂଶଜ ନିଃଚକ୍ଷୁଙ୍କ ସମୟରେ ଇନ୍ଦ୍ରପ୍ରସ୍ଥରେ ମଧ୍ୟ ଦ୍ୱିତୀୟ ଜଲପ୍ଲାବନ ହୋଇଥିବା କଥା ପୁରାତା୍ୱିକ ପ୍ରମାଣ ସହ ବିମଳ ଚନ୍ଦ୍ର ପାଣ୍ଡେ ତାଙ୍କ ରଚିତ “ଗବଷବଭଷବକ୍ସବଗ୍ଧ - ଗଚ୍ଚଗ୍ଧଷ ଌ ଜରବକ୍ଷସଗ୍ଧଚ୍ଚ” ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ତେଣୁ ଖ୍ରୀ.ପୂ ୩୧୦୦ ବର୍ଷରେ ଯେଉଁ ମହାଭାରତ ଯୁଦ୍ଧ କଥା କୁହାଯାଇଛି ତାହା ପୂର୍ବ କଳ୍ପର କଳିଯୁଗର ଅନ୍ତିମ ଚରଣର ଘଟଣାକୁ ହିଁ ବୁଝାଉଛି । ଯୁଦ୍ଧ ଓ ଜଳପ୍ଲାବନ ହେତୁ ଏକ ଜନ ବହୁଳ ପ୍ରାଚୀନ ସଭ୍ୟତାର ବିଲୋପ ହୋଇଗଲାଏବଂ ବିଶ୍ୱ ଇତିହାସ ପୁନରାବିର୍ତ ହୋଇ ପୁନଶ୍ଚ ସତ୍ୟ ଯୁଗରେ ପଦାର୍ପଣ କଲା । ଖ୍ରୀ.ପୂ. ୩୧୦୦ରୁ ଖ୍ରୀ.ପୂ.୫୦୦ ବର୍ଷ, ଏହି ୨୬୦୦ ବର୍ଷ ଅବଧିର ବିଶ୍ୱ ଇତିହାସ ବିଷୟରେ କୌଣସି ତଥ୍ୟ ମିଳେ ନାହିଁ । ଏହାର କାରଣ ଖ୍ରୀ.ପୂ.୫୦୦ ବର୍ଷ ଅର୍ଥାତ ତ୍ରେତା ଯୁଗର ଅନ୍ତିମ ପର୍ଯ୍ୟାୟରେ ଯେଉଁ ଜଳ ପ୍ଲାବନ ହୋଇଥିଲା ତଦ୍ୱାରା ଆଉ ଏକ ପ୍ରାଚୀନ ସଭ୍ୟତା ବିଲୁପ୍ତ ହୋଇ ବିଶ୍ୱ ଜନ ସଂଖ୍ୟା କେବଳ ୯/୧୦ ଲକ୍ଷ ମଧ୍ୟରେ ସୀମିତ ରହିଗଲା ।
ଉପର୍ଯୁ୍ୟକ୍ତ ଆଲୋଚନାରୁ ଏକଥା ସ୍ପଷ୍ଟ ଯେ ମହାଭାରତ ଗ୍ରନ୍ଥର ରଚନା କାଳ ଓ ଯୁଦ୍ଧ ସମକାଳୀନ ଘଟଣା ନୁହେଁ । ଯେଉଁମାନେ ବ୍ୟାସଙ୍କୁ ମହାଭାରତ ଯୁଦ୍ଧର ପ୍ରତ୍ୟକ୍ଷ ଦ୍ରଷ୍ଟା ସ୍ୱୀକାର କରି ମହାଭାରତ ଗ୍ରନ୍ଥକୁ ତା’ର ସମକାଳୀନ ବୋଲି ଯୁକ୍ତି କରନ୍ତି ସେମାନେ ଇତିହାସକୁ ସଠିକ୍ ଅନୁଶୀଳନ କରିପାରି ନାହାନ୍ତି ବୋଲି ବୁଝିବାକୁ ହେବ । କାରଣ ଏକ ନିର୍ଦ୍ଧିଷ୍ଟ ସମୟାବଧିରେ ଇତିହାସର ଅବିକଳ ପୁନରାବର୍ନ ହୁଏ । ଐସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ସରକ୍ଟ୍ରରବଗ୍ଧଗ୍ଦ ସଗ୍ଧଗ୍ଦରକ୍ଷଲ – ମହାଭାରତ ଯୁଦ୍ଧରେ ଅଂଶଗ୍ରହଣକାରୀ କୌରବ ଓ ପାଣ୍ଡବମାନଙ୍କ ତଥା ସେମାନଙ୍କ ସହଯୋଗୀ ରାଜାଗଣଙ୍କ କୌଣସି ଐତିହାସିକ ଇତିବୃି ନ ଥିଲେ ମଧ୍ୟ ଏହା ସୁଦୂର ଅତୀତର ଏକ ଭୟଙ୍କର ମହାବିନାଶକାରୀ ଘଟଣାକୁ ସୂଚିତ କରେ । କିମ୍ବଦନ୍ତୀ ରୂପେ ଉଜ୍ଜୀବିତ ଥିବା ଏକ ବିଲୁପ୍ତ ସଭ୍ୟତାର କଥାବସ୍ତୁକୁ ତପଃଶ୍ଚର୍ଯ୍ୟା ଦ୍ୱାରା ପ୍ରାପ୍ତ ବିଶାଳ ବୁଦ୍ଧି ବଳରେ ମହାଭାରତକାର ଐତିହାସିକ ଘଟଣା ଭଳି ଆଖ୍ୟାନ ଉପାଖ୍ୟାନ ସମୂହକୁ ଧାରାବାହିକ କ୍ରମରେ ସଂକଳନ କରି ଏକ ବିଶ୍ୱପ୍ରସିଦ୍ଧ ମହାକାବ୍ୟ ରଚନା କରିଛନ୍ତି । ମହାଭାରତ ବର୍ଣ୍ଣିତ ଘଟଣାବଳୀକୁ ଯଦି ଆମେ ବିଶ୍ୱର ସାଂପ୍ରତିକ ଅବସ୍ଥା ସହିତ ତୁଳନା କରି ଅଧ୍ୟୟନ କରିବା ତେବେ ଏକଥା ସ୍ପଷ୍ଟ ବୁଝିହେବ ଯେ ସେହି ସମୟର ପୁନରାବୃି ହିଁ ଘଟୁଛି ।
ଯୁଗ କ୍ରମରେ ମହାଭାରତ ଯୁଦ୍ଧର କାଳ ନିର୍ଣ୍ଣୟ :
ମହାଭାରତ ଯୁଦ୍ଧର ଯଥାର୍ଥତା ବିଷୟରେ ଜାଣିବାକୁ ହେଲେ ଯୁଗ କ୍ରମରେ ମହାଭାରତର କାଳ ନିର୍ଣ୍ଣୟ କରିବା ଏକାନ୍ତ ଆବଶ୍ୟକ । ପୁର୍ବ ଆଲୋଚନା ଅନୁସାରେ ମହାଭାରତର ସମୟ ଖ୍ରୀ.ପୂ. ୩୧୦୦ ବର୍ଷ ବୋଲି ନିଶ୍ଚିତ କରାଯାଇଛି । କିନ୍ତୁ ଏହା ଦ୍ୱାପର ଓ କଳିର ସନ୍ଧି ସମୟରେ ଦିଲ୍ଲୀ ନିକଟସ୍ଥ କୁରୁକ୍ଷେତ୍ର ପଡିଆରେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ସଂଘଠିତ ହୋଇଥିଲା ଏବଂ ଶ୍ରୀକୃଷ୍ଣ ଶରୀରଧାରୀ ପରମାତ୍ମା ପାଣ୍ଡବ ପକ୍ଷର ନେତୃତ୍ୱ ନେଇଥିଲେ ବୋଲି ଯାହା ମହାଭରତ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି ଏହା ଉପରେ ହିଁ ସଂଶୟ ସୃଷ୍ଟି ହୁଏ । ପୂର୍ବ ଆଲୋଚନାରେ ଏକଥା ସ୍ପଷ୍ଟ କରାଯାଇଛି ଯେ କୁରୁକ୍ଷେତ୍ରର ସୀମିତ କ୍ଷେତ୍ରଫଳ ବିଶିଷ୍ଟ ସ୍ଥାନରେ ୧୮ ଅକ୍ଷୌହଣୀ ସେନାଙ୍କ ମଧ୍ୟରେ ଯୁଦ୍ଧ ହେବା ସଂପୂର୍ଣ୍ଣ ଅସମ୍ଭବ । ଯୁଗ କ୍ରମରେ ଖ୍ରୀ.ପୂ୩୧୦୦ ବର୍ଷ କେଉଁ ଯୁଗ ପର୍ଯ୍ୟାୟଭୁକ୍ତ ଥିଲା, ଏହି ବିଷୟରେ ସମ୍ୟକ ଆଲୋଚନା ଆବଶ୍ୟକ ମନେହୁଏ ।
ଭାରତୀୟ ଶାସ୍ତ୍ରକାରମାନେ ସମାଜର ଆଧ୍ୟାତ୍ମିକ, ସାମାଜିକ, ରାଜନୈତିକ ଓ ଆର୍ଥିକ ଅବସ୍ଥା ଅନୁସାରେ ଇତିହାସକୁ ·ରି ଭାଗରେ ବିଭକ୍ତ କରିଛନ୍ତ । ଏହା ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଏହିପରି ·ରି ଯୁଗ କ୍ରମରେ ବୃାକାରରେ ଆବିର୍ତ ହେଉଥାଏ । ତେଣୁ ଇତିହାସ ଏକ ନିଶ୍ଚିତ ସମୟାବଧିରେ ପୁନରାବୃ ହୁଏ ବୋଲି ଇତିହାସକାରମାନେ ବିଶ୍ୱାସ କରନ୍ତି । ଭାରତୀୟ ଧର୍ମଗ୍ରନ୍ଥମାନଙ୍କରେ ମଧ୍ୟ ଉଲ୍ଲେଖ ଅଛି ଯେ ସଂସାରର ବୃାନ୍ତ (ଐସଗ୍ଦଗ୍ଧକ୍ଟକ୍ସସମବକ୍ଷ ଋଙ୍ଖରଦ୍ଭଗ୍ଧଗ୍ଦ) ଏକ ପୂର୍ବ ନିଶ୍ଚିତ ଯୋଜନା ଅନୁସାରେ ଘଟିତ ହୁଏ ଏବଂ ଏକ ଚକ୍ରର ଅବଧି ପୂରିଗଲେ ପୁନଃ ସେହି ସେହି ଘଟଣାବଳୀ ଅବିକଳ ପୁନରାବୃ ହୁଏ । ଏଥିପାଇଁ ସୃଷ୍ଟିରେ ଘଟିତ ହେଉଥିବା ଘଟଣାବଳୀକୁ ନାଟକ ସହିତ ତୁଳନା କରାଯାଏ । ନାଟକରେ ଯେପରି ବିଭିନ୍ନ ଅଙ୍କ ଓ ଦୃଶ୍ୟ ପ୍ରତିଥର ମସ୍ଥ ହେଲେ ଅପରିବିର୍ତ ରହେ, ସେହିପରି ସୃଷ୍ଟି ନାଟକ (ଡକ୍ଟକ୍ସକ୍ଷୟ ଊକ୍ସବଜ୍ଞବ)କୁ ·ରିଟି ଅଙ୍କ (ଯୁଗ) ଓ ଚଉରାଶିଟି ଦୃଶ୍ୟ (ଜନ୍ମ)ରେ ବିଭକ୍ତ କରାଯାଏ ଓ ଏହା ସତ୍ୟ - ତ୍ରେତା - ଦ୍ୱାପର - କଳି ଏହି କ୍ରମରେ ବୃାକାରରେ ପୁନରାବୃ ହେଉଥାଏ । ଏହି ପରିପ୍ରେକ୍ଷୀରେ “ପୁନରାବୃି ସିଦ୍ଧାନ୍ତ” ବିଷୟରେ ଆଲୋଚନା କରିବା ପ୍ରାସଙ୍ଗିକ ମନେ ହୁଏ ।
ବେଦ ଉପନିଷଦ ଆଦି ସମସ୍ତ ଭାରତୀୟ ଧର୍ମଗ୍ରନ୍ଥ ‘ପୁନରାବୃି’ ସିଦ୍ଧାନ୍ତର ସମର୍ଥନ କରନ୍ତି । କାଳର ଏହି ପୁନରାବିର୍ତ ପ୍ରକ୍ରିୟାକୁ ହିଁ “ନିୟତି” (ଚକ୍ସର-ୟରଗ୍ଦଗ୍ଧସଦ୍ଭବଗ୍ଧସକ୍ଟଦ୍ଭ) କୁହାଯାଏ । ପୌରାଣିକ ଭାଷାରେ ଏହାକୁ ‘ବିଧିର ବିଧାନ’, “ଈଶ୍ୱରେଚ୍ଛା” ଆଦି ଶଦ୍ଧରେ ନାମିତ କରାଯାଏ । ପରମାତ୍ମାଙ୍କୁ ‘ତ୍ରିକାଳ ଦର୍ଶୀ’ ବୋଲି କୁହାଯାଏ । ଏହା ମଧ୍ୟ ‘ପୁନରାବୃି’ ସିଦ୍ଧାନ୍ତକୁ ସମର୍ଥନ କରୁଛି । କାରଣ ଅତୀତ ଗର୍ଭରେ ହିଁ ଭବିଷ୍ୟତ ଜନ୍ମ ନିଏ । ପ୍ରତ୍ୟେକ ଘଟଣା ପୂର୍ବ ନିଶ୍ଚିତ ହୋଇ ନଥିଲେ ‘ଭବିଷ୍ୟତ ଦର୍ଶନ’ର ସମ୍ଭାବନା ହିଁ ରହନ୍ତା ନାହିଁ । ବେଦରେ କୁହାଯାଇଛି ଯେ ପରମାତ୍ମା ସୃଷ୍ଟିକୁ ପୂର୍ବପରି (ଯଥା ପୂର୍ବ) ସର୍ଜନା କଲେ । ଓଂ ସୂର୍ଯ୍ୟଚନ୍ଦ୍ରମସୌଧାତା ଯଥାପୂର୍ବ ଅକଳ୍ପୟତ ।ା ମହାଭାରତରେ ମଧ୍ୟ ବିଭିନ୍ନ ସ୍ଥାନରେ ଏକଥା କୁହାଯାଇଛି ଯେ ଏହି ସଂସାର ଏକ ଚକ୍ର ପରି ଘୁରୁଛି । ଏବମେତଦନାତ୍ୟନ୍ତଂ ଭୂତ ସଂହାରକାରକମ୍ । ଅନାଦି ନିଧନଂ ଲୋକେ ଚକ୍ରସମ୍ପରିବର୍ତତେ ।ା ଆଦି. ଅନୁକ୍ରମ, ୪୦ ।ା ସ ଏଷ ସର୍ବସୁରମର୍୍ୟ ଲୋକ ସମୁଦ୍ର କକ୍ଷାନ୍ତିରିତାଂ ପୁରୀଂ ଚ । ଯୁଗେ ଯୁଗେ ମାନୁଷଂ ଚୈବବାସଂ ପୁନଃ ପୁନଃ ସୃଜତେ ବାସୁଦେବଃ ।ା ଭୀଷ୍ମ, ଭୀଷ୍ମବଧ, ବିଶ୍ୱୋପାଖ୍ୟାନ ।ା ୬୬/୧ ।ା ଗୀତାରେ ମଧ୍ୟ ଭଗବାନ ଏହି ପୁନରାବୃି ସିଦ୍ଧାନ୍ତର ସମର୍ଥନ କରିବାକୁ ଯାଇ କହନ୍ତି, “ଏପରି ସମୟ ନଥିଲା ଯେତେବେଳେ ଏ ରାଜାମାନେ ନଥିଲେ ବା ତୁମେ ନଥିଲ ଅଥବା ମୁ ନଥିଲି ବା ଆମେ ରହିବା ନାହିଁ ।” ନତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ । ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃପରମ୍ ।ା ଗୀତା - ୨/୧୨ ।ା ଏହାର ·ରିଟି ଶ୍ଲୋକ ପରେ ଭଗବାନ ପୁନଶ୍ଚ କହିଛନ୍ତି ଯେ ଏ ସଂସାର ଚକ୍ରବତ୍ ଆବିର୍ତ ହୁଏ । ଏବଂ ପ୍ରବିର୍ତ ଚକ୍ରଂ ... ।ା ଗୀତା ୨/୧୬ ।ା ପ୍ରସିଦ୍ଧ ଦାର୍ଶନିକ ଐବକ୍ସକ୍ଟକ୍ଷୟ ଐ. ଞସଗ୍ଧଙ୍କଗ୍ଦ ତାଙ୍କ ରଚିତ “ଖସଙ୍ଖସଦ୍ଭଶ ଓଗ୍ଦଗ୍ଦଙ୍କର ସଦ୍ଭ ଚଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷଚ୍ଚ” ପୁସ୍ତକର ଚତୁର୍ଥ ସଂସ୍କରଣ ପୃ.୪୮୪-୪୮୫ରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ଇତିହାସ ଋତୁଚକ୍ର ପରି ପୁନରାବୃ ହୁଏ ଏବଂ ପୁନଶ୍ଚ ଏହା ତା’ର ପ୍ରାରମ୍ଭିକ ବିନ୍ଦୁରେ ପହୁେ ଯେଉଁଠୁ ଘଟଣାକ୍ରମର ଆରମ୍ଭ ହୋଇଥିଲା ବୋଲି ୟୁନାନୀ ଏବଂ ରୋମର ଲୋକେ ବିଶ୍ୱାସ କରନ୍ତି । ପ୍ରସିଦ୍ଧ ଦାର୍ଶନିକ ମାର୍କସ ଆରିଲିୟସ ଏବଂ ସେନେକାଙ୍କ ଅନୁସାରେ ସଂସାର ଉରୋର ପତନ ଅଭିମୁଖେ ଗତି କରେ ଏବଂ ଅନ୍ତିମ ପର୍ଯ୍ୟାୟରେ ମହାବିନାଶକୁ ପ୍ରାପ୍ତ ହୋଇ ପୁନଃ ସେହି ସ୍ୱର୍ଣ୍ଣିମକାଳ ଖଣ୍ଡରେ ପହେ ଯେଉଁଠୁ ବିଶ୍ୱ ଇତିହାସ ଆରମ୍ଭ ହୋଇଥିଲା । ଉନବିଂଶ ଓ ବିଂଶ ଶତାଦ୍ଧୀର ନୀସେô, ଓସ୍ୱାଲ୍ଡ, ସ୍ପେଗଲର ଆଦି ଅନେକ ବିଦ୍ୱାନ ଏହି ସିଦ୍ଧାନ୍ତର ସମର୍ଥନ ଓ ଅନୁମୋଦନ କରିଛନ୍ତି ।
ସାଧାରଣତଃ ଐତିହାସିକ ଘଟଣାବଳୀକୁ ‘ବୃାନ୍ତ’ ବୋଲି କୁହାଯାଏ । ଏଠାରେ ଧ୍ୟାନ ଦେବା କଥା ଯେ ବୃ (ଉଚ୍ଚମକ୍ଷର) ଏବଂ ଅନ୍ତ (ଋଦ୍ଭୟ) ଏହି ଦୁଇ ଶଦ୍ଧର ସମ୍ମିଶ୍ରଣରେ ‘ବୃାନ୍ତ’ ଶଦ୍ଧର ସୃଷ୍ଟି । ଅର୍ଥାତ୍ ଘଟଣାକ୍ରମ ବୃାକାରରେ ଗତି କରେ ଏବଂ ଯେଉଁଠୁ ଆରମ୍ଭ ହୋଇଥାଏ ସେଇଠାରେ ହିଁ ତା’ର ଅନ୍ତ ହୁଏ ଓ ପୁଣି ପୂର୍ବ ଘଟଣା ସେହି ବିନ୍ଦୁରୁ ହିଁ ଆରମ୍ଭ ହୁଏ । ତେଣୁ ଗୋଟିଏ ବୃ ଅନ୍ତ ହେବା ପରେ ସେହି ଘଟଣାର ପୁନରାବୃି ହେଉଥିବାରୁୁ ପ୍ରତ୍ୟେକ ଘଟଣାକୁ ‘ବୃାନ୍ତ’ ବୋଲି କୁହାଯାଏ ଏବଂ ପ୍ରତିଥର ସେହି ଘଟଣା ସମୂହ ଅବିକଳ ଭାବରେ ସେହି ଗୋଟିଏ ନିର୍ଦ୍ଧିଷ୍ଟ ବିନ୍ଦୁରୁ ଆରମ୍ଭ ହୋଇ ଶେଷ ହେଉଥିବାରୁ ଏହି ପ୍ରକ୍ରିୟାକୁ “ପୁନରାବୃ” ବୋଲି କୁହାଯାଏ । ସଂସାରର ପ୍ରତ୍ୟେକ ବୃାନ୍ତ କାର୍ଯ୍ୟ – କାରଣ – କାର୍ଯ୍ୟ – କାରଣର ଅତୁଟ ଏବଂ ଅନାଦି ଶୃଙ୍ଖଳାରେ ଶୃଙ୍ଖଳିତ ହୋଇଛି । ତେଣୁ ପ୍ରତ୍ୟେକ ଘଟଣା ପରବର୍ୀ ଘଟଣା ସହିତ ସମ୍ବନ୍ଧିତ । ଗୋଟିଏ କାର୍ଯ୍ୟ ପୁନରାବୃ୍ ହେଲେ ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ପୁନରାବୃ ହେବ । ସେ ସମସ୍ତ ପୂର୍ବାପର ତଥା ପ୍ରଭାବୋପôାଦକ – ପ୍ରଭାବିତ ସମ୍ବନ୍ଧରେ ପରସ୍ପର ଶୃଙ୍ଖଳିତ ହୋଇ ରହନ୍ତି । ଏଥିରୁ ପ୍ରମାଣିତ ଯେ ୫୦୦୦ ବର୍ଷ ପୂର୍ବେ ସଂଘଟିତ ହୋଇଥିବା ମହାଭାରତ ଯୁଦ୍ଧ ଇତିହାସର ପୁନରାବୃି ସିଦ୍ଧାନ୍ତ ଅନୁସାରେ ପୁନଶ୍ଚ ସମୟର ଚକରେ ଗଡି ଗଡି ଆମ ଆଡକୁ ମାଡି ଆସୁଛି । କେଉଁ ମୁହୂର୍ରେ ଯେ ଆମେ ଏକ ମହାବିନାଶକାରୀ ଯୁଦ୍ଧର ସମ୍ମୁଖୀନ ହେବା ସେକଥା କିଏ କହିବ ? ସେଥିପାଇଁ ଆମକୁ ସମୟର ଆହ୍ୱାନକୁ ବୁଝି ଆଗାମୀ ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟର ଯୋଗ୍ୟ ଦାୟାଦ ରୂପେ ନିଜକୁ ପ୍ରସ୍ତୁତ କରିବାକୁ ହେବ ।
ପ୍ରଚଳିତ ଧାରଣା ଅନୁସାରେ କଳିଯୁଗର ଆୟୁ ୪୩୨୦୦ ବର୍ଷ ବୋଲି ସ୍ୱୀକୃତ ହୋଇଛି । ଏହି ଅନୁସାରେ କଳିଗୁଗର ଦୁଇ ଗୁଣ ଦ୍ୱାପର, ତିନିଗୁଣ ତ୍ରେତା ଓ ·ରିଗୁଣ ସତ୍ୟଯୁଗର ଆୟୁର ପରିମାଣ ବୋଲି ବିଶ୍ୱାସ କରାଯାଏ । ମହାଭାରତ ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ମହାଭାରତ ଯୁଦ୍ଧ ପରେ ପରେ କଳି ଯୁଗର ଆରମ୍ଭ ହେଲା । ତେଣୁ ବର୍ମାନ କଳିଯୁଗର ଆୟୁ ପା ହଜାର ବର୍ଷରୁ କିଛି ଅଧିକ ହେଉଛି । ଏହି ହିସାବରେ କଳିଯୁଗର ଆୟୁ ଆହୁରି ୪୨୭୦୦୦ ବର୍ଷ ବାକି ରହିଲା । ବର୍ମାନ ବି·ର କରାଯାଉ ଯଦି ୫୦୦୦ ବର୍ଷର ପୃଥିବୀରେ ଏହି ଅବସ୍ଥା ତେବେ ଏହି କ୍ରମରେ ଆଗାମୀ ୪୨୭୦୦୦ ବର୍ଷରେ ସୃଷ୍ଟିର କି ଦଶା ହେବ? ପୁରାଣ ଶାସ୍ତ୍ରମାନଙ୍କରେ କଳିଯୁଗର ଯାହା ଚିହ୍ନ ଓ ଲକ୍ଷଣସବୁ ବର୍ଣ୍ଣନା କରାଯାଇଛି ସେସବୁ ବର୍ମାନର ସାମାଜିକ ଅବସ୍ଥାକୁ ଇଙ୍ଗିତ କରେ । ତେଣୁ ଯୁଗର ଆୟୁଗଣନା ସମ୍ବନ୍ଧୀୟ ପ୍ରଚଳିତ ମାନ୍ୟତା ତ୍ରୁଟିପୂର୍ଣ୍ଣ ବୋଲି ମନେ ହୁଏ । ଜ୍ୟୋତିଷ ପାଇଁ ହୁଏତ ଏହି ଆୟୁଗଣନା ଠିକ୍ ହୋଇପାରେ କିନ୍ତୁ ଇତିହାସରେ ଏହାର ପ୍ରୟୋଗ ଏକ ମାରାତ୍ମକ ଭୁଲ ହେବ । ଜ୍ୟୋତିଷର ସମ୍ବନ୍ଧ ଚନ୍ଦ୍ର, ସୂର୍ଯ୍ୟ ଓ ନକ୍ଷତ୍ର ମାନଙ୍କ ସହିତ; ମାନବ ଇତିହାସର ସାମାଜିକ, ରାଜନୈତିକ ଓ ଧାର୍ମିକ ଅବସ୍ଥା ସହିତ ଏହାର କୌଣସି ସମ୍ବନ୍ଧ ନାହିଁ । ମାନବ ସମାଜର ବିଭିନ୍ନ ଅବସ୍ଥା ଅନୁସାରେ ଯୁଗର ନାମକରଣ ସତ୍ୟ, ତ୍ରେତା, ଦ୍ୱାପର ଓ କଳି ରଖାଯାଏ । ଅତୀତର ବିଭିନ୍ନ କାଳଖଣ୍ଡକୁ ଚିହ୍ନଟ କରିବାକୁ ଇତିହାସ ପ୍ରସ୍ତର ଯୁଗ, କାଂସ୍ୟ ଯୁଗ, ତାମ୍ର ଯୁଗ, ଲୌହ ଯୁଗରେ ମଧ୍ୟ ବିଭାଜିତ କରିଛି । ଏକଥା ମଧ୍ୟ ବି·ରଣୀୟ ଯେ ଇତିହାସର ଅର୍ଥ କ’ଣ? “ଇତି+ହ+ଆସ”, ଏହିପରି ଇତିହାସ ଶଦ୍ଧର ବୁ୍ୟପôି କରାଯାଏ । ଏହାର ଅର୍ଥ, “ଏହିପରି ଘଟଣା ଘଟିଥିଲା” ତେଣୁ ଇତିହାସରେ ଅତୀତ ବିଷୟ ପ୍ରସଙ୍ଗହିଁ ସ୍ଥାନ ପାଏ, ତେଣୁ ଯୁଗର ନାମକରଣ ଓ କାଳମାନ ନିର୍ଣ୍ଣୟ କଳିର ଅନ୍ତିମ ପର୍ଯ୍ୟାୟରେ ହିଁ କରାଯାଇ ପାରେ । ଜ୍ୟୋର୍ତିବିଦ୍ମାନେ ପରବର୍ୀ ସମୟରେ ଏହି ଯୁଗମାନଙ୍କ ନାମ ବ୍ୟବହାର କରି ସ୍ୱ ସ୍ୱ ପଦ୍ଧତି ଅନୁସାରେ କାଳ ନିର୍ଣ୍ଣୟ କରିଛନ୍ତି ।
ଦୀର୍ଘ ସମୟର ପରିମାପ ପାଇଁ ଜ୍ୟୋତିଷରେ ଯୁଗର ଆୟୁ ବୃଦ୍ଧି କରାଯାଇ ଥାଏ । ପ୍ରାଚୀନ ଗ୍ରନ୍ଥମାନଙ୍କରେ ଏହି ଯୁଗର ମାନ ସବୁ ସମୟରେ ସମାନ ନିଶ୍ଚିତ କରାଯାଇ ନାହିଁ । କେତେବେଳେ ବିଭିନ୍ନ ସଂଖ୍ୟା ଦ୍ୱାରା ଗୁଣନ କରି ଯୁଗ ଆୟୁକୁ ବଢ଼ାଇ ଦିଆଯାଇଛି ତ କେତେବେଳେ ଏକ କ୍ଷୁଦ୍ର କାଳ ଖଣ୍ଡକୁ ମଧ୍ୟ ଯୁଗର ମାନ୍ୟତା ଦିଆଯାଇଛି । ଉଦାହରଣ ସ୍ୱରୂପ ବେଦାଙ୍ଗ ଜ୍ୟୋତିଷ ପ୍ରତି ୫ ବର୍ଷର କାଳ ଖଣ୍ଡକୁ ଗୋଟିଏ ଯୁଗର ଆଖ୍ୟା ଦେଇଛି । ଯୁଗସ୍ୟ ପବର୍ଷସ୍ୟ କାଳଜ୍ଞାନଂ ପ୍ରଚକ୍ଷତେ ।ା ବେଦାଙ୍ଗ ଜ୍ୟୋତିଷ ।ା ୪/୬ ।ା କୌଟିଲ୍ୟ ଅର୍ଥଶାସ୍ତ୍ର, ଜୈନୀ ମାନଙ୍କର ଜ୍ୟୋତିଷ ଶାସ୍ତ୍ର “ସୂର୍ଯ୍ୟ ପ୍ରଜ୍ଞପ୍ତି” ଓ ବାୟୁ ପୁରାଣ (ବାୟୁ ୫୦/୧୮୭)ରେ ଏହି ଯୁଗ ମାନର ଉଲ୍ଲେଖ ମିଳେ । କାଶ୍ୟପ ସଂହିତା, ତୈିରୀୟ ତଥା ଆରଣ୍ୟକ ଇତ୍ୟାଦିରେ “ଷଷ୍ଠି ସମ୍ବସôର ଯୁଗ” (୬୦ ବର୍ଷ)ର ଉଲ୍ଲେଖ ଅଛି । ବାୟୁ ପୁରାଣ, ବ୍ରହ୍ମାଣ୍ଡ ପୁରାଣ ଓ ଲିଙ୍ଗ ପୁରାଣରେ ୩୦୩୦ ମାନବୀ ବର୍ଷରେ ଏକ “ସପ୍ତର୍ଷି ବସôର ଯୁଗ” କଥା କୁହାଯାଇଛି । କେତେକ ଜ୍ୟୋର୍ତିବିଦ୍ଙ୍କ ମତରେ ପୁରାଣ କାଳରେ ୧୦୮ ବର୍ଷର ‘ପିତୃ ଯୁଗ’ ପ୍ରଚଳନ ଥିଲା । ସ୍ୱ୍ୟମ୍ଭୁବ ମନୁଙ୍କ ସମୟରେ ୨୧୬ ବର୍ଷରେ ଗୋଟିଏ ଯୁଗର ପରିକଳ୍ପନା କରାଯାଇଥିଲା । ଏହା ‘ମନୁ ଯୁଗ’ ନାମରେ ପ୍ରଖ୍ୟାତ । ଏହିପରି ୩୨୪ ବର୍ଷର ‘ବିଶ୍ୱାମିତ୍ର ଯୁଗ’, ୩୨୪୦ ବର୍ଷରେ ଏକ ମହାଯୁଗ, ୮ ବର୍ଷରେ ଗୋଟିଏ ‘ବସୁଯୁଗ’, ୧୧ ବର୍ଷରେ ଏକ ‘ରୁଦ୍ରଯୁଗ’, ୧୯ ବର୍ଷର ‘ଦୀର୍ଘାତ୍ମା ଯୁଗ’ ଆଦି ଭିଭିନ୍ନ ଯୁଗର ନିର୍ଣ୍ଣୟ ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ଦେଖିବାକୁ ମିଳେ । ପ୍ରସିଦ୍ଧ ଜ୍ୟୋର୍ତିବିଦ୍ ଆର୍ଯ୍ୟଭଟ୍ଟ ୪୩୨୦୦୦ ବର୍ଷର ଏକ ବୃହତ୍ କାଳଭାଗକୁ ଗୋଟିଏ ଯୁଗର କାଳ ମନେ କରି ତାଙ୍କ ଗଣନାରେ ଏହି ମାନକୁ ବ୍ୟବହାର କରିଛନ୍ତି । ତାଙ୍କ ମତରେ ପ୍ରତ୍ୟେକ ଯୁଗ ଆୟୁ ସମାନ ଅଟେ । ତାଙ୍କ କାଳଗଣନା ପଦ୍ଧତି ଅନୁସାରେ ୪୩୨ ବର୍ଷରେ ଗୋଟିଏ ‘ଯୁଗ ପାଦ’ ବା ‘କଳି’ ହୁଏ । ତେଣୁ ·ରି ଯୁଗର ପରମାୟୁ ୪୩୨ ଙ୍ଘ ୪ = ୧୭୨୮ବର୍ଷ । କିନ୍ତୁ ଗଣନାରେ ଦୀର୍ଘ ସମୟର ପରିମାପ ପାଇଁ ସେ ପ୍ରତ୍ୟେକ ‘କଳି’ରେ ୧୦୦୦ ଗୁଣନ କରି ୪୩୨୦୦୦ ବର୍ଷର ଏକ ଦୀର୍ଘ ସମୟାବଧି ବିଶିଷ୍ଟ ଯୁଗର ପରିକଳ୍ପନା କରିଛନ୍ତି । ଏ ସମ୍ପର୍କରେ ପ୍ରସିଦ୍ଧ ଜ୍ୟୋର୍ତିବିଦ୍ ଝ.ଈ. ଜକ୍ଟଚ୍ଚ ତାଙ୍କ ଇଦ୍ଭମସରଦ୍ଭଗ୍ଧ ଓଦ୍ଭୟସବରେ ଲେଖିଛନ୍ତି, କ୍ଟଲ ଗ୍ଧଷର ଚବଙ୍କକ୍ସବଦ୍ଭସମ ଣଙ୍କଶବ ଗ୍ଦଚ୍ଚଗ୍ଦଗ୍ଧରଜ୍ଞ. ଈରଶସଦ୍ଭଦ୍ଭସଦ୍ଭଶ ଙ୍ଗସଗ୍ଧଷ ଗ୍ଧଷର ଇଗ୍ଧଷବକ୍ସଙ୍ଖବ ଠରୟବ, ଗ୍ଧଷର ଗ୍ଦବଶରଗ୍ଦ ଲରକ୍ଷଗ୍ଧ ଗ୍ଧଷର ଦ୍ଭରରୟ ଲକ୍ଟକ୍ସ ବ କ୍ଷକ୍ଟଦ୍ଭଶ କ୍ଟ୍ରରକ୍ସସକ୍ଟୟ କ୍ଟଲ ଗ୍ଦବଚ୍ଚ, ୧୦,୦୦୦ ଚ୍ଚରବକ୍ସଗ୍ଦ କ୍ଟକ୍ସ ଜ୍ଞକ୍ଟକ୍ସର ଗ୍ଧକ୍ଟ ୟରଗ୍ଦମକ୍ସସଭର ଗ୍ଧଷର ମକ୍ସରବଗ୍ଧସକ୍ଟଦ୍ଭ ବଦ୍ଭୟ ମକ୍ଟଗ୍ଦଜ୍ଞକ୍ଟକ୍ଷକ୍ଟଶଗ୍ଦ. ଇଗ୍ଦଗ୍ଧକ୍ସକ୍ଟଦ୍ଭକ୍ଟଜ୍ଞଚ୍ଚ ବକ୍ଷଗ୍ଦକ୍ଟ କ୍ସରକ୍ତଙ୍କସକ୍ସରୟ ବ କ୍ଷକ୍ଟଦ୍ଭଶ କ୍ଟ୍ରରକ୍ସସକ୍ଟୟ ଗ୍ଧକ୍ଟ ୟରଗ୍ଦମକ୍ସସଭର ଗ୍ଧଷର କ୍ସରଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ଦ୍ଭଙ୍କଜ୍ଞଭରକ୍ସ କ୍ଟଲ ଗ୍ଧଷର କ୍ଟ୍ରକ୍ଷବଦ୍ଭରଗ୍ଧଗ୍ଦ, ରଙ୍ଖରକ୍ସ ଗ୍ଦସଦ୍ଭମର ଗ୍ଧଷର କ୍ଟ୍ରକ୍ଷବଦ୍ଭରଗ୍ଧଗ୍ଦ ଷବୟ ସଦ୍ଭଗ୍ଧକ୍ସଙ୍କୟରୟ ଙ୍କକ୍ଟ୍ରକ୍ଟଦ୍ଭ ଗ୍ଧଷର ଓଦ୍ଭୟସବଦ୍ଭ କ୍ଷଙ୍କଦ୍ଭସ-ଗ୍ଦକ୍ଟକ୍ଷବକ୍ସ ବଗ୍ଦଗ୍ଧକ୍ସକ୍ଟଦ୍ଭକ୍ଟଜ୍ଞଚ୍ଚ.” (ଅର୍ଥାତ୍ ପୌରାଣିକ ଯୁଗ ପଦ୍ଧତିର ଐତିହାସିକତା ଉପରେ ଆଲୋଚନା ସନ୍ଧର୍ଭରେ ଆର୍ଯ୍ୟଭଟ୍ଟଙ୍କ ନାମ ଉଲ୍ଲେଖନୀୟ । ଅଥର୍ବବେଦ ସମୟରୁ ଆରମ୍ଭ କରି ସୃଷ୍ଟି ରଚନା ବିବରଣ ଦେବା ପାଇଁ ଋଷିମାନଙ୍କୁ ଏକ ସୁଦୀର୍ଘ କାଳଖଣ୍ଡ ଯଥା ୧୦,୦୦୦ ବର୍ଷ ବା ଏହାଠାରୁ ମଧ୍ୟ ଆହୁରି ବୃହତ୍ କାଳଖଣ୍ଡର ଆବଶ୍ୟକତା ଅନୁଭୂତ ହେଲା । ଭାରତୀୟ ·ନ୍ଦ୍ର ଓ ସୋ÷ର ଜ୍ୟୋତିଷ ଗଣନାରେ ନକ୍ଷତ୍ରମାନଙ୍କର ପ୍ରବେଶ ପରେ ସେମାନଙ୍କର ଚକ୍ର ଓ ଗତିର ବିବରଣ ଦେବାପାଇଁ ମଧ୍ୟ ଏକ ଦୀର୍ଘ କାଳାବଧି ପ୍ରଚଳନର ଆବଶ୍ୟକତା ପଡିଲା)
ବାୟୁ ପୁରାଣ ଅନୁସାରେ କଳିଯୁଗର ଆୟୁ ୧୦୦୦ ବର୍ଷ, ଏହାର ଦୁଇଗୁଣ ଅର୍ଥାତ୍ ୨୦୦୦ ବର୍ଷ ଦ୍ୱାପର ଯୁଗ, ତିନି ଗୁଣ ଅର୍ଥାତ୍ ୩୦୦୦ ବର୍ଷ ତ୍ରେତା ଯୁଗ, ·ରିଗୁଣ ଅର୍ଥାତ୍ ୪୦୦୦ ବର୍ଷ ସତ୍ୟ ଯୁଗ । ଚତ୍ୱାର୍ଯ୍ୟାହୁଃ ସହସ୍ରାଣି ବର୍ଷାଣାଂ ଚ କୃତ ଯୁଗମ୍ ।ା ବାୟୁ ୩୨/୫୮-୬୮ ।ା ଏହା ଜ୍ୟୋର୍ତିବିଦ୍ମାନଙ୍କର ଦିବ୍ୟ ବର୍ଷ ନୁହେଁ; ମାନୁଷୀ ବର୍ଷ ଅଟେ । ଅତ୍ର ସଂବସôରା ସୃଷ୍ଟା ମାନୁଷେଣ ପ୍ରମାଣତଃ ।ା ବାୟୁ ୫୭/୨୨/୧୯ ।ା ଲୋକମାନ୍ୟ ତିଲକ୍ ମଧ୍ୟ ମନୁ ସହିଂତା, ଭଗବତ୍ ଗୀତା ତଥା ମହାଭାରତରେ ବର୍ଣ୍ଣିତ କାଳ ଗଣନା ଆଧାରରେ କଳିଯୁଗର ଆୟୁ ୧୦୦୦ ବର୍ଷ ଏବଂ ସନ୍ଧି ଯୁଗ ୨୦୦ ବର୍ଷ ଏହିପରି ମୋଟ ୧୨୦୦ ବର୍ଷ ବୋଲି ସ୍ୱୀକାର କରିଛନ୍ତି । କିନ୍ତୁ ଏଥିରେ ୩୬୦ ଗୁଣନ କରି ଯେଉଁ ଦିବ୍ୟ ବର୍ଷର ପରିକଳ୍ପନା କରାଗଲା ସେହି ବିଷୟରେ ସେ ତାଙ୍କର ରଚିତ “ଗୀତା ରହସ୍ୟ”ରେ ଲେଖିଛନ୍ତି; “ଯଦି ଏହା ସ୍ୱୀକାର କରିନିଆଯାଏ ଯେ କଳିଯୁଗର ପ୍ରାରମ୍ଭ ଆଜିଠାରୁ ୫୦୦୦ ବର୍ଷ ପୁର୍ବରେ ହୋଇଥିଲା, ତା’ହେଲେ କଳିଯୁଗର ଆରମ୍ଭ ହେବାର ୫୦୦୦ ବର୍ଷ ବିତି ଯାଇଥିବାରୁ ଏହା କହିବାକୁ ପଡିବ ଯେ ୧୦୦୦ ମାନବୀ ବର୍ଷର କଳିଯୁଗ ସମ୍ପୂର୍ଣ୍ଣ ହୋଇଗଲା, ତା’ପରେ ପୁନଶ୍ଚ ଆଗାମୀ ସତ୍ୟଯୁଗ ମଧ୍ୟ ସମାପ୍ତ ହୋଇଗଲା ଏବଂ ଆମେ ବର୍ମାନ ତ୍ରେତା ଯୁଗରେ ପ୍ରବେଶ କରିସାରିଛୁ । ଏହି ବିରୋଧର ନିରାକରଣ ପାଇଁ ପୁରାଣ ମାନଙ୍କରେ ନିଶ୍ଚିତ କରାଯାଇଛି ଯେ ଏହି ବର୍ଷ ଦେବତାମାନଙ୍କର ।” ୩୬୦ ସଂଖ୍ୟା ଗୁଣନ କରି ଏହି ୧୨୦୦ ବର୍ଷର ମାନବୀ ଯୁଗକୁ କାହିଁକି ଦିବ୍ୟ ବର୍ଷ ହିସାବରେ ପ୍ରୟୋଗ କରାଗଲା ସେ ବିଷୟରେ ମଧ୍ୟ ତିଲକ ଏକ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିଛନ୍ତି । ସେ ଲେଖିଛନ୍ତି, “ଆମର ଉରାୟଣ ଦେବତାମାନଙ୍କର ଦିନ ଏବଂ ଆମର ଦକ୍ଷିଣାୟନ ଦେବାତାମାନଙ୍କର ରାତ୍ରି ଅଟେ; କାରଣ ସ୍ମୃତି ଗ୍ରନ୍ଥମାନଙ୍କରେ ଏବଂ ଜ୍ୟୋତିଷ ଶାସ୍ତ୍ରର ସଂହିତାରେ (ସୂର୍ଯ୍ୟ ସିଦ୍ଧାନ୍ତ ୧.୧୩, ୧୨.୩୫/୩୭) ମଧ୍ୟ ଏହି ବର୍ଣ୍ଣନା ମିଳେ ଯେ ଦେବତାମାନେ ମେରୁ ପର୍ବତରେ ଅର୍ଥାତ୍ ଉର ଧ୍ରୂବରେ ରହୁଥିଲେ ଅର୍ଥାତ୍ ଦୁଇ ଅୟଣର ଆମର ୧ ବର୍ଷ ଦେବତାମାନଙ୍କର ଏକ ଅହୋରାତ୍ର ସେଙ୍ଗ ସମାନ ଏବଂ ଆମର ୩୬୦ ବର୍ଷ ଦେବତାମାନଙ୍କର ୩୬୦ ଅହୋରାତ୍ର ଅର୍ଥାତ ଗୋଟିଏ ବର୍ଷ ସେଙ୍ଗ ସମାନ ।” ଯେହେତୁ ଦେବତାମାନଙ୍କର ୧ ବର୍ଷ ମନୁଷ୍ୟ ମାନଙ୍କର ୩୬୦ ବର୍ଷ ସେଙ୍ଗ ସମାନ, ତେଣୁ ୧୨୦୦ ଙ୍ଘ ୩୬୦ = ୪୩୨୦୦୦ବର୍ଷ କଳିଯୁଗର ଆୟୁ ନିଶ୍ଚିତ କରାଯାଇଛି । କିନ୍ତୁ ଦ୍ୱାପରର ଆୟୁ କଳିର ଦୁଇ ଗୁଣ, ତ୍ରେତା ତିନି ଗୁଣ ଏବଂ ସତ୍ୟ ଯୁଗ ·ରିଗୁଣ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି ତାହାର ଆଧାର ଓ ଯଥାର୍ଥତା ବିଷୟରେ କେଉଁଠାରେ ହେଲେ ମଧ୍ୟ କୌଣସି ଉଲ୍ଲେଖ ମିଳେ ନାହିଁ । ଶାସ୍ତ୍ରମାନଙ୍କରେ ଯଦିଓ ସତ୍ୟଯୁଗରେ ଧର୍ମ ·ରି ପାଦ, ତ୍ରେତାରେ ତିନି, ଦ୍ୱାପରରେ ଦୁଇ ଓ କଳିରେ ଏକ ପାଦ ବୋଲି ଉଲ୍ଲେଖ କରାଯାଇଛି, ତଥାପି ଏହି ଆଧାରରେ ଯୁଗର ଆୟୁକୁ ସେହି କ୍ରମରେ ଗୁଣନ କରି ନିଶ୍ଚିତ କରିବା ଅସଙ୍ଗତ ମନେ ହୁଏ । ତେଣୁ ଆର୍ଯ୍ୟଭଟ୍ଟଙ୍କ ଦ୍ୱାରା ସ୍ୱୀକୃତ ପ୍ରତ୍ୟେକ ଯୁଗର ଆୟୁକୁ ସମାନ ବୋଲି ଗ୍ରହଣ କରି ନେବା ହିଁ ଯଥାର୍ଥ ହେବ ।
ପ୍ରଚଳିତ ମାନ୍ୟତା ଅନୁସାରେ ଦେବତାମାନେ ଉର ମେରୁ ଅଳରେ ଅବସ୍ଥାନ କରନ୍ତି ବୋଲି ବିଶ୍ୱାସ କରାଯାଉଥିବାରୁ ଉପର୍ଯୁ୍ୟକ୍ତ ଦିବ୍ୟ ବର୍ଷର ପରିକଲ୍ପନା କରାଯାଇଛି । କାରଣ ଏଠାରେ ୬ ମାସ ଦିନ ଓ ୬ ମାସ ରାତ୍ରି ହୁଏ । କିନ୍ତୁ ଭୂପୃଷ୍ଠରେ ଅନ୍ୟ ଭାଗରେ ୨୪ ଘାରେ ଗୋଟିଏ ଅହୋରାତ୍ରି ପୂର୍ଣ୍ଣ ହୁଏ । ତେଣୁ ଦେବତାମାନଙ୍କର ଗୋଟିଏ ଦିନକୁ ମନୁଷ୍ୟମାନଙ୍କର ଗୋଟିଏ ବର୍ଷ ସହିତ ସମାନ ବୋଲି ହିସାବ କରାଯାଏ । କିନ୍ତୁ ଏପରି ବିଶ୍ଚାସ ନିରାଧାର! କାରଣ ଉର ମେରୁ ଅଳରେ କୌଣସି ପ୍ରକାର ଜନବସତି କଳ୍ପନାର ବିଷୟ ହୋଇ ପାରେ; ହେଲେ ବାସ୍ତବିକ ନୁହେଁ । ଭାରତବର୍ଷକୁ ହିଁ ଦେବଭୁମି ବୋଲି କୁହାଯାଏ । ତା’ର ନିଦର୍ଶନ ସ୍ୱରୁପ ଏଠାରେ ଗ୍ରମାଳରୁ ଆରମ୍ଭ କରି ସହରାଳ ପର୍ଯ୍ୟନ୍ତ ଦେବୀ ଦେବତାମାନଙ୍କର ମନ୍ଦିର ସ୍ଥାପତି ହୋଇଛି । ଏହି ଦୃଷ୍ଟିରୁ ଉର ମେରୁ ଅଳରେ ସୂର୍ଯ୍ୟଙ୍କର ଆହ୍ନିକ ଗତି ଆଧାରରେ ଦିନ ଓ ବର୍ଷ ନିର୍ଦ୍ଧାରଣ କରିବା ଯଥାର୍ଥ ମନେ ହୁଏ ନାହିଁ । ପ୍ରକୃତରେ ଦେଖିବାକୁ ଗଲେ ମନୁଷ୍ୟ ଓ ଦେବତାମାନଙ୍କ ମଧ୍ୟରେ ପ୍ରଭେଦ ଏହି ଯେ ମନୁଷ୍ୟ ଦେହାଭିମାନୀ, କାମକ୍ରୋଧାଦି, ବିକାରଗ୍ରସ୍ତ ଅବଗୁଣ ଯୁକ୍ତ ଓ ମର୍ଯ୍ୟାଦା ରହିତ; ଅପରପକ୍ଷରେ ଦେବତାମାନେ ସର୍ବଗୁଣ ସମ୍ପନ୍ନ, ଷୋହଳ କଳା ସମ୍ପନ୍ନ; ସମ୍ପୂର୍ଣ୍ଣ ନିର୍ବିକାରୀ, ଆତ୍ମାଭିମାନୀ ତଥା ଦୈବୀ ଗୁଣ ଓ ମର୍ଯ୍ୟାଦା ସମ୍ପନ୍ନ । ଆସୁରୀ ଲକ୍ଷଣ ସମ୍ପନ୍ନ ବ୍ୟକ୍ତି ସାଧାରଣ ମନୁଷ୍ୟ ପଦବାଚ୍ୟ ଓ ଦୈବୀଗୁଣ ସମ୍ପନ୍ନ ବ୍ୟକ୍ତି ଦେବ ପଦବାଚ୍ୟ । ମାନବ ଇତିହାସର ଯେଉଁ କାଳାବଧିରେ ଭାରତରେ ଦୈବୀଗୁଣ ସମ୍ପନ୍ନ ମନୁଷ୍ୟମାନଙ୍କର ସାମ୍ରାଜ୍ୟ ଥିଲା ତାହାକୁ ହିଁ ସ୍ୱର୍ଗ କୁହାଯାଏ । ଆବାଗମନ ଚକ୍ରରେ ଆସି ଯେତେବେଳେ କ୍ରମଶଃ ସେମାନଙ୍କ ଦୈବୀଗୁଣର ହ୍ରାସ ହେଲା, ସେମାନେ ଦେହ ଅଭିମାନ ବଶତଃ କାମ ଭୋଗରେ ପ୍ରବୃ ହୋଇ ବିଷୟ ବିକାରରେ ନିମଜ୍ଜିତ ହେଲେ ସେହି ସମୟାବଧିକୁ ହିଁ ‘ନର୍କ’ କୁହାଯାଏ । କଳ୍ପର ପୂର୍ବାର୍ଦ୍ଧକୁ ଦିନ ବା ସ୍ୱର୍ଗ ଏବଂ ଉରାର୍ଦ୍ଧକୁ ରାତ୍ରି ବା ନର୍କ କୁହାଯାଏ । ଏହି ହିସାବରେ କଳ୍ପର ପ୍ରଥମ ଦୁଇଟି ଯୁଗ ସତ୍ୟ ଓ ତ୍ରେତା ହେଉଛି ସ୍ୱର୍ଗ । କାରଣ ଏହି ସମୟାବଧିର ବିଶ୍ୱ ସୁଖ-ଶାନ୍ତି-ସମୃଦ୍ଧି ଓ ପବିତ୍ରତା ସମ୍ପନ୍ନ ଥାଏ । ଶେଷ ଦୁଇଟି ଯୁଗ ଦ୍ୱାପର ଓ କଳି ବିଶ୍ୱ ଇତିହାସରେ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଏକ ଅନ୍ଧକାରମୟ ସମୟ ହୋଇଥିବାରୁ ଏହାହିଁ ‘ନର୍କ’ ପଦବାଚ୍ୟ । ଦ୍ୱାପର ଯୁଗରୁ ମାନବ ସମାଜର ·ରିତ୍ରିକ ଅଧଃପତନ ଆରମ୍ଭ ହୋଇ କଳିଯୁଗ ଶେଷ ପର୍ଯ୍ୟନ୍ତ ଏକ ବିକରାଳ ରୂପ ଧାରଣ କରେ । ଚରିତ୍ର ସହିତ ଧର୍ମର ସମ୍ବନ୍ଧ ରହୁଥିବାରୁ ମାନବର ·ରିତ୍ରିକ ଅଧଃପତନ ସହିତ ଧର୍ମର ମଧ୍ୟ ଗ୍ଲାନି ହୋଇଥାଏ । ତେଣୁ କଳିଯୁଗ ଅତି ଧର୍ମର ଗ୍ଲାନି ସମୟ ହୋଇଥିବାରୁ ଏ ସମୟରେ ପରମାତ୍ମାଙ୍କୁ ଅବତରଣ କରିବାକୁ ପଡ଼େ । ଦେବତା, ମନୁଷ୍ୟ ଏବଂ ଅସୁରମାନଙ୍କ ଶାରୀରିକ ସଂରଚନାରେ କୌଣସି ଅନ୍ତର ନାହିଁ । ସ୍ୱଭାବ, ସଂସ୍କାର ଓ ବ୍ୟବହାର ଆଧାରରେ ଏପରି ନାମକରଣ ହୁଏ । ତେଣୁ ଉରମେରୁ ଅଳରେ ଦେବତାଙ୍କ ବାସସ୍ଥାନ କଳ୍ପନା କରି ସେହି ଅଳର ଦିନ ରାତ୍ରିର ଆଧାରରେ ଯୁଗର କାଳ ନିର୍ଣ୍ଣୟ ସମ୍ପୂର୍ଣ୍ଣ ଭ୍ରମାସôକ ମନେହୁଏ ।
ଉପର୍ଯୁ୍ୟକ୍ତ ବିବେଚନା ଆଧାରରେ ଯଦି କଳି ଯୁଗର ଆୟୁକୁ ୧୨୦୦ ବର୍ଷ ବୋଲି ଗ୍ରହଣ କରି ନିଆଯାଏ, ତେବେ ମହାଭାରତ ଯୁଦ୍ଧ ପରେ ଆଜିକୁ ୫୦୦୦ ବର୍ଷ ପୂର୍ବେ କଳି ଯୁଗ ପ୍ରବେଶ କରିଥିବା ଯାହା ବର୍ଣ୍ଣିତ ହୋଇଛି ତାହା ଖଣ୍ଡିତ ହୋଇ ଯାଉଛି । ମହାଭାରତ ଯୁଦ୍ଧ ଦ୍ୱାପର ଯୁଗର ଶେଷ ପର୍ଯ୍ୟାୟରେ ହୋଇଥିଲା ବୋଲି ମାନ୍ୟତା ଥିବାରୁ ଏହି ଶଙ୍କା ଉପôନ୍ନ ହୁଏ । କିନ୍ତୁ ପ୍ରକୃତରେ ମହାଭରତ ଯୁଦ୍ଧ ବା ମହାବିନାଶକାରୀ ଯୁଦ୍ଧ କଳ୍ପର ଅନ୍ତିମ ଚରଣରେ ହୁଏ । ଏହା ହେଉଛି କଳିଯୁଗର ଶେଷ ସମୟ । ଖ୍ରୀ.ପୂ ୫୦୦ ବର୍ଷ ଅର୍ଥାତ୍ ମହାଭାରତ ଯୁଦ୍ଧର ୨୫୦୦ ବର୍ଷ ପରେ ମହାଭାରତ ଗ୍ରନ୍ଥ ରଚିତ ହୋଇଛି । ଏହାହିଁ ପ୍ରକୃତରେ ଦ୍ୱାପର ଯୁଗ । ମହାଭାରତ ଯୁଦ୍ଧ ଓ ମହାଭାରତ ଗ୍ରନ୍ଥ ରଚନା ମଧ୍ୟରେ ଯେଉଁ ୨୫୦୦ ବର୍ଷର ଅନ୍ତକାଳ ରହିଛି ସେହି ଅବଧିର ପ୍ରକୃତ ଇତିହାସ ମହାଭାରତକାରଙ୍କୁ ଜଣା ନଥିଲା । ଯୁଗ ଆୟୁ ନିର୍ଣ୍ଣୟରେ ବିଭିନ୍ନ ସମୟରେ ବିଭିନ୍ନ ମାନ ଅନୁସରଣ ହେତୁ ଏବଂ ଉପର ବର୍ଣ୍ଣିତ ୨୫୦୦ ବର୍ଷର ପ୍ରକୃତ ଇତିହାସ ନ ଜାଣିଥିବା ହେତୁ ମହାଭାରତ ଯୁଦ୍ଧ ଦ୍ୱାପର ଯୁଗରେ ହୋଇଥି୍ଲା ବୋଲି ଲୋକ ବିଶ୍ୱାସ ପ୍ରତିଷ୍ଠିତ ହୋଇଥିଲା ଏବଂ ମହାଭାରତକାର ମଧ୍ୟ ଏହା ସ୍ୱୀକାର କରିନେଲେ । ମହାଭାରତ ଯୁଦ୍ଧର ସମୟ ଦ୍ୱାପର ନିର୍ଣ୍ଣୟ ନ କରି କଳିଯୁଗର ଅନ୍ତିମ ଚରଣରେ ନିଶ୍ଚିତ କରିବାର ମୁଖ୍ୟ କାରଣ ହେଲା ଯେ ଏହି ସମୟରେ ହିଁ ବିଶ୍ୱର ଜନସଂଖ୍ୟା ସର୍ବାଧିକ ହୋଇଥାଏ ଓ ଧର୍ମଗ୍ଲାନି ମଧ୍ୟ ଚରମ ସୀମାରେ ପହିଥାଏ । ମାନବ ଇତିହାସର ଏହିପରି ଏକ ଘଡିସନ୍ଧି ମୁହୂର୍ରେ ପରମାତ୍ମା ସୃଷ୍ଟିରେ ଅବତରଣ କରି ଜ୍ଞାନ ଶୁଣାଇବା ସବୁ ଦୃଷ୍ଟିରୁ ଯଥାର୍ଥ ମନେହୁଏ । ଏହି ସମୟରେ ମଧ୍ୟ ସର୍ବତ୍ର ମହାବିନାଶକାରୀ ଯୁଦ୍ଧ ·ଲୁଥାଏ । ସାମାଜିକ ଦୃଷ୍ଟିରୁ ବି·ର କଲେ ଯେତେବେଳେ ମାନବ ସଭ୍ୟତା ଓ ବିଜ୍ଞାନ ଚରମ ସୀମା ପର୍ଯ୍ୟନ୍ତ ବିକଶିତ ହୋଇଯାଏ ସେତେବେଳେ ଲୋକେ ବିଳାସରେ ପ୍ରମ ହୋଇ ଧର୍ମଭ୍ରଷ୍ଟ ଓ କର୍ମଭ୍ରଷ୍ଟ ହୋଇପଡ଼ନ୍ତି । ଏହାର ଶେଷ ପରିଣତି ହିଁ ଯୁଦ୍ଧର ରୂପ ନିଏ । କାମୋପଭୋଗର ପ୍ରାବଲ୍ୟ ହେତୁ ଜନସଂଖ୍ୟା ଏକ ସଂକଟଜନକ ସ୍ଥିତି ପର୍ଯ୍ୟନ୍ତ ବୃଦ୍ଧି ପାଏ । ପ୍ରକୃତି ତା’ର ଭାରସାମ୍ୟ ହରାଇ ଥାଏ । ଯୁଦ୍ଧ ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ମହାବିନାଶର ଅନ୍ୟ ଏକ କାରଣ ହୋଇଯାଏ । ଖ୍ରୀ.ପୂ. ୩୧୦୦ ବର୍ଷରେ ମହାଭାରତ ଯୁଦ୍ଧ ପରେ ଏକ ପ୍ରଳୟଙ୍କରୀ ଜଳପ୍ଲାବନ ହୋଇଥିବା କଥା ଐତିହାସିକ ଅନୁସନ୍ଧାନରୁ ଜଣାପଡେ । ଏହିପରି ପୂର୍ବ କଳ୍ପର କଳିଯୁଗ ଅନ୍ତିମ ଚରଣରେ ମହାବିନାଶ ଦ୍ୱାରା ଜନସଂଖ୍ୟା ଅତ୍ୟଧିକ ହ୍ରାସ ପାଇଥିଲା ଏବଂ ପରମାତ୍ମାଙ୍କ ଗୀତାଜ୍ଞାନ ପ୍ରଭାବରେ ଏକ ସୁଖ-ଶାନ୍ତି-ସମୃଦ୍ଧି ଓ ପବିତ୍ରତା ସମ୍ପନ୍ନ ଦୈବୀ ସାମ୍ରାଜ୍ୟର ବିକାଶ ଘଟିଥିଲା । ଏହିପରି ୨୫୦୦ ବର୍ଷ ବିତିଗଲା ଏବଂ ଖ୍ରୀ.ପୂ. ୬୦୦ ରୁ ୫୦୦ ମଧ୍ୟରେ ଏକ ଭୀଷଣ ଜଳପ୍ଲାବନ ଦ୍ୱାରା ଏହି ସ୍ୱର୍ଣ୍ଣିମ ସଭ୍ୟତା ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା । ସମାଜରେ ଅଧର୍ମ ଓ ଅନୀତି କ୍ରମଶଃ ପ୍ରଭାବ ବିସ୍ତାର କଲା । ମନୁଷ୍ୟ ତା’ର ଦେବତ୍ୱକୁ ଭୁଲି ସାଧାରଣ ବ୍ୟକ୍ତି ପରି ଜୀବନ ଯାପନ କଲା । ଯିଏ ଦିନେ ପୂଜ୍ୟ ଥିଲା ସେ କାମକ୍ରୋଧାଦି ବିକାରର ବଶୀଭୂତ ହୋଇ ପୂଜାରୀ ହୋଇଗଲା । ତେଣୁ ଉପରୋକ୍ତ ୨୫୦୦ ବର୍ଷର ଇତିହାସ ଲୋକେ ବିସ୍ମୃତ ହୋଇଗଲେ ଏବଂ ସେମାନଙ୍କ ମନୋମସ୍ତିଷ୍କରେ ଏହି ସ୍ୱର୍ଗୀୟ ସାମ୍ରାଜ୍ୟର ଯେଉଁ ଅସ୍ପଷ୍ଟ ସୁଖଦ ସ୍ମୃତି ଅଙ୍କିତ ହୋଇ ରହିଥିଲା ତାକୁ ଆଧାର କରି ବେଦ, ଉପନିଷଦ, ପୁରାଣ ଆଦି ସାରସ୍ୱତ କଳାକୃତିର ସୃଷ୍ଟି ହେଲା । ମହାଭାରତ ମଧ୍ୟ ଏହି ସମୟ ମଧ୍ୟରେ ରଚିତ ହୋଇଛି । ତେଣୁ ମହାଭାରତ ଯୁଦ୍ଧକୁ ଦ୍ୱାପର ଯୁଗର ଘଟଣା ନ ଭାବି ପୂର୍ବ କଳିଯୁଗର ଅନ୍ତିମ ଦୃଶ୍ୟ ବୋଲି ବୁଝିଲେ ସମସ୍ତ ଶଙ୍କା ସମାଧାନ ହେବ ।
ପୁନରାବର୍ନ ସିଦ୍ଧାନ୍ତ ଅନୁସରଣରେ ଯଦି ଭାରତୀୟ ଇତିହାସକୁ ବ୍ୟାଖ୍ୟା କରାଯାଏ ତେବେ ଉପରୋକ୍ତ ବିଷୟ ଆହୁରି ସ୍ପଷ୍ଟ ହେବ ଏବଂ ଅନେକ ଐତିହାସିକ ରହସ୍ୟ ଉନ୍ମୋଚିତ ହୋଇ ମାନବ ଇତିହାସର ଏକ ନୂଆ ସ୍ୱରୂପ ଲୋକ ଲୋଚନକୁ ଆସିବ । ମହାଭାରତ ଯୁଦ୍ଧର ଐତିହାସିକତା ଏବଂ ଗୀତା ପ୍ରକରଣର ଯଥାର୍ଥ ସ୍ୱରୂପ ମଧ୍ୟ ଏହି ପଦ୍ଧତି ଦ୍ୱାରା ସହଜରେ ବୁଝି ହେବ । ଯଦି ଆମେ ମହାଭାରତ କାଳ (ଖ୍ରୀ.ପୂ. ୩୧୦୦)ରୁ ଅଶୋକଙ୍କ ପୂର୍ବ ସମୟ ପଯ୍ୟନ୍ତ ଇତିହାସକୁ ପର୍ଯ୍ୟାଲୋଚନା କରିବା ତେବେ ସେ ସମୟ ମଧ୍ୟରେ କୌଣସି ବଡ଼ ଧରଣର ଯୁଦ୍ଧ ହୋଇ ନଥିଲା । ତତ୍କାଳୀନ ସମାଜ ସୁଖ-ଶାନ୍ତି ଓ ସମୃଦ୍ଧିରେ ଭରପୂର ଥିଲା । ରାଜାମାନେ ଅତ୍ୟନ୍ତ ଧାର୍ମିକ ଓ ପ୍ରଜାରଞ୍ଜନକ ଥିଲେ । ପ୍ରଜାମାନେ ମଧ୍ୟ ରାଜାନୁଗତ ଥିଲେ । େ·ରୀ ଡକାୟତି ଆଦିର ନାମ ଗନ୍ଧ ନଥିଲା । ତେଣୁ ଘରମାନଙ୍କୁ ତାଲା ଲଗାଇବାର ଆବଶ୍ୟକତା ନଥିଲା । ଅତିଥି ଅଭ୍ୟାଗତମାନଙ୍କର ଖୁବ୍ ଆଦର ସକôାର ହେଉଥିଲା । ମେଗାସ୍ଥନିସ୍ଙ୍କ ଭାରତ ଭ୍ରମଣ କାହାଣୀରୁ ତକ୍ରାଳୀନ ଭାରତର ସାମାଜିକ ଅବସ୍ଥା ଏପରି ଥିଲା ବୋଲି ଜଣାପଡ଼େ । କିନ୍ତୁ ମହାଭାରତ କାଳରେ ଯେଉଁ ରାଗ, ଦ୍ୱେଷ, ପାପା·ର, ଅନୈତିକତା, ନିଲର୍ଜତା, ନିର୍ଦ୍ଧୟତା ଆଦି ଥିଲା ତାହାର ସାମାନ୍ୟତମ ଅଂଶ ସୁଦ୍ଧା ତା’ର ପରବର୍ୀ୨୫୦୦ ବର୍ଷ ମଧ୍ୟରେ ନ ଥିଲା । ତେଣୁ ଏଥିରୁ ନିଶ୍ଚିତ ଯେ ମହାଭାରତରେ ବର୍ଣ୍ଣିତ ମାନବର ସାମାଜିକ ଅବସ୍ଥା ଦ୍ୱାପର ଯୁଗର ନୁହେଁ । ଏହା କଳିଯୁଗର ବର୍ଣ୍ଣନା ଅଟେ । ଏହି ଦୃଷ୍ଟିରୁ ମହାଭାରତ ଯୁଦ୍ଧ ଦ୍ୱାପର ଓ କଳିର ସନ୍ଧି ସମୟରେ ନୁହେଁ, କଳି ଯୁଗର ଅନ୍ତିମ ପର୍ଯ୍ୟାୟରେ ହୋଇଥିଲା । ମହାଭାରତ ଯୁଦ୍ଧର ମହାବିନାଶକାରୀ ପରିଣାମ ଦ୍ୱାରା ସମଗ୍ର ବିଶ୍ୱର ଜନସଂଖ୍ୟା ହ୍ରାସପାଇ ୯/୧୦ ଲକ୍ଷ ମଧ୍ୟରେ ସୀମିତ ହୋଇଗଲା । ଯୁଦ୍ଧର ଠିକ୍ ଅବ୍ୟବହିତ ପୂର୍ବରୁ ଯେଉଁମାନେ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ (ଗୀତାଜ୍ଞାନ) ବ୍ୟବହାରିକ ଜୀବନରେ ପ୍ରୟୋଗ କରି ପବିତ୍ର ଜୀବନ ଯାପନ କରୁଥିଲେ ସେମାନେହିଁ କଳି ପରବର୍ୀ ସତ୍ୟଯୁଗର ଅଧିକାରୀ ହେଲେ । ଏହିପରି ଖ୍ରୀ.ପୂ.୩୧୦୦ର ପରବର୍ୀ୨୫୦୦ ବର୍ଷ ପର୍ଯ୍ୟନ୍ତ କାଳଖଣ୍ଡକୁ ସେହି ସମୟର ସାମାଜିକ ଅବସ୍ଥା ଅନୁସାରେ ଦୁଇ ଭାଗରେ ବିଭକ୍ତ କରି ସତ୍ୟ ଓ ତ୍ରେତା ଯୁଗ ନାମରେ ନାମିତ କରାଯାଏ । ତେଣୁ ପ୍ରତ୍ୟେକ ଯୁଗର ଆୟୁ ହାରାହାରି ୧୨୫୦ ବର୍ଷ ନିଶ୍ଚିତ କରାଯାଇଛି । ଏହି ହିସାବରେ କଳିଯୁଗର ଆୟୁଠାରୁ ତିନିଗୁଣ ତ୍ରେତାଯୁଗ ଓ ·ରିଗୁଣ ସତ୍ୟଯୁଗ ବୋଲି ଯେଉଁ ମାନ୍ୟତା ପ୍ରଚଳିତ, ତାହା ଯଥାର୍ଥ ମନେହୁଏ ନାହିଁ । କାରଣ ମହାଭାରତ ସମୟଠାରୁ ଆଜି ପର୍ଯ୍ୟନ୍ତ ୫୦୦୦ ବର୍ଷରେ ମାନବ ସମାଜ ପୁନଶ୍ଚ ସେହି ଅବସ୍ଥାକୁ ପ୍ରାପ୍ତ ହେଳାଣି । ତେଣୁ ·ରି ଯୁଗର ଚକ୍ର କେବଳ ୫୦୦୦ ବର୍ଷରେ ପୂର୍ଣ୍ଣହୁଏ ଏବଂ ପ୍ରତି ୫୦୦୦ ବର୍ଷରେ ଥରେ ବିଶ୍ୱ ଇତିହାସ ପୁନାରାବିର୍ତ ହୁଏ ।
କଳ୍ପର ଦ୍ୱିତୀୟାର୍ଦ୍ଧ ୨୫୦୦ ବର୍ଷକୁ ମଧ୍ୟ ସମାଜିକ ଅବସ୍ଥା ଅନୁସାରେ ଦୁଇ ସମାନ ଭାଗରେ ବିଭକ୍ତ କରି ଦ୍ୱାପର ଓ କଳିଯୁଗ ନାମରେ ନାମିତ କରାଯାଇଛି । ବିକ୍ରମାଦିତ୍ୟଙ୍କ ସିଂହାସନ ଆରୋହଣ ସମୟରୁ ସମ୍ଭବତଃ ଦ୍ୱାପର ଯୁଗର ପ୍ରାରମ୍ଭ ବୋଲି ଧରାଯାଇପାରେ । ଏହି ସମୟରେ ସିକନ୍ଦରଙ୍କ ଭାରତ ଆକ୍ରମଣ ଓ କଳିଙ୍ଗ ଯୁଦ୍ଧ ହୋଇଥିଲା । ଦ୍ୱାପର ଯୁଗ ତା’ର ୧୨୫୦ ବର୍ଷ ଆୟୁ ଭୋଗ କରିସାରିଲା ପରେ ବିଶ୍ୱରେ କ୍ରମଶଃ ଦ୍ରୁତ ଗତିରେ ସାମାଜିକ, ରାଜନୈତିକ ଓ ଧାର୍ମିକ ସ୍ତରରେ ଅଧଃପତନ ହେବାକୁ ଲାଗିଲା । ହ୍ୱେନ୍ସାଙ୍ଗ ଠିକ୍ ଏହି ସମୟ ବେଳକୁ ଭାରତ ଭ୍ରମଣରେ ଆସିଥିଲେ ଓ ସେ ତାଙ୍କ ବିବରଣୀରେ ତତ୍କାଳୀନ ସାମାଜିକ ଅବସ୍ଥାର ବର୍ଣ୍ଣନା କରିଯାଇଛନ୍ତି । ଏହି ସମୟରେ ମୁସଲମାନ ତଥା ଅନ୍ୟାନ୍ୟ ବିଦେଶୀ ଆକ୍ରମଣକାରୀମାନେ ଭାରତକୁ ଆକ୍ରମଣ କରି ଶାସନ କରିଥିଲେ । ଏହିପରି କଳିଯୁଗ ଆରମ୍ଭରୁ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ଭାରତ ବିଦେଶୀମାନଙ୍କ ଦାସତ୍ୱ ବେଡ଼ିରେ ବାନ୍ଧି ହୋଇଥିଲା । ବର୍ମାନ ଆମେ ରାଜନୈତିକ ଦୃଷ୍ଟିରୁ ସ୍ୱାଧୀନ ହୋଇଯାଇଛେ ସତ; କିନ୍ତୁ ଏପର୍ଯ୍ୟନ୍ତ ଆମେ କଳିଯୁଗୀୟ ଆସୁରୀ ସଂସ୍କୃତିର ଦାସତ୍ୱରୁ ମୁକ୍ତ ହୋଇ ପାରି ନାହୁଁ । ଦିନକୁ ଦିନ ସାମାଜିକ ଜୀବନରେ ବ୍ୟକ୍ତିର ·ରିତ୍ରିକ ସ୍ତର ଖସିବାକୁ ଲାଗିଛି । ଅପର ପକ୍ଷରେ ବିଜ୍ଞାନ ମଧ୍ୟ ଚରମ ଉକôର୍ଷତା ଲାଭ କରିସାରିଛି । ମହାଭାରତ ବର୍ଣ୍ଣିତ ମହାବିନାଶକାରୀ ଅସ୍ତ୍ରଶସ୍ତ୍ର (ଆଣବିକ ଅସ୍ତ୍ର) ଗୁଡିକ ବିଭିନ୍ନ ଦେଶରେ ଜମା ହୋଇ ପଡିଛି । ଗୃହଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ ତ ବରାବର ଲାଗିରହିଛି । ସମଗ୍ର ବିଶ୍ୱବାସୀ ସବୁବେଳେ ଏକ ଭୟାବହ ତଥା ଅନ୍ତିମ ବିଶ୍ୱଯୁଦ୍ଧର ପରିକିଳ୍ପନା କରି ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏଥିରୁ ସ୍ପଷ୍ଟ ଯେ ମହାଭାରତ କାଳରୁ ସମୟର ଚକ୍ର ଆବିର୍ତ ହୋଇ ପୁନଶ୍ଚ ସେହି ପ୍ରାରମ୍ଭିକ ବିନ୍ଦୁକୁ ସ୍ପର୍ଶ କରିଛି । ଅନ୍ୟ ଅର୍ଥରେ ମହାଭାରତ କାଳର ପୁନରାବୃି ଘଟିଛି । ୧୯୩୭ ମସିହାରୁ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଏ ସୃଷ୍ଟିରେ ଅବତରଣ କରି ଗୀତାଜ୍ଞାନ ଶୁଣାଉଛନ୍ତି । ଏହାହିଁ ଆଗାମୀ ମହାବିନାଶକାରୀ ମହାଭାରତ ଯୁଦ୍ଧର ସୂଚନା ଦିଏ; ଯାହାର ଅବ୍ୟବହିତ ପୂର୍ବରୁ ପରମାତ୍ମା ଗୀତାଜ୍ଞାନ ଶୁଣାଇଥିଲେ ବୋଲି ମହାଭାରତରେ ବର୍ଣ୍ଣନା କରାଯାଇଛି । ବର୍ମାନ ପରମାତ୍ମାଙ୍କ ଅବତରଣ ଗୀତା ପ୍ରକରଣର ପୁନରାବୃିକୁ ପ୍ରମାଣିତ କରେ ।
ଗୀତା ପ୍ରକରଣର ପୁନରାବୃି :
ମହାଭାରତ କାଳର ସାମାଜିକ ସ୍ଥିତିକୁ ଯଦି ସାଂପ୍ରତିକ ସାମାଜିକ ସ୍ଥିତି ସହିତ ତୁଳନା କରାଯାଏ ତେବେ ଏକଥା ସ୍ପଷ୍ଟ ହୋଇଯିବ ଯେ ସେ ସମୟର ଅବସ୍ଥା ଅବିକଳ ଆଜି ଭଳି ଥିଲା । ସେତେବେଳେ ବିଜ୍ଞାନ ଚରମ ଉକôର୍ଷ ଲାଭ କରି ସାରିଥିଲା । ମାନବ ଚରିତ୍ର ପତନର ନିମ୍ନ ସ୍ତରକୁ ପହି ସାରିଥିଲା । ସମାଜ ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ ଭେଦରେ ଭାଗ ଭାଗ ହୋଇଥିଲା । ରାଜନୀତିକୁ ଅନୀତି ଗ୍ରାସ କରି ସାରିଥିଲା । ରାଜନୈତିକ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଯେକୌଣସି ଭ୍ରଷ୍ଟା·ର ବା ପାପା·ର କରିବାକୁ ସଂକୋଚ କରୁ ନ ଥିଲେ । ଧର୍ମ ମଧ୍ୟ ସାଂପ୍ରଦାୟିକତାର ଉଗ୍ର ପ୍ରଭାବରେ ନିଷ୍କ୍ରିୟ ହୋଇ ପଡିଥିଲା । କାମ କ୍ରୋଧାଦି କଳୁଷିତ ବୃିରେ ପ୍ରାୟ ସମସ୍ତେ ଆକ୍ରାନ୍ତ ହୋଇ ସାରିଥିଲେ । ରାଜା ଉପରିଚରଙ୍କ ଦ୍ୱାରା ମସô୍ୟଗନ୍ଧାର ଜନ୍ମ, କାମବାସନାରେ ପୀଡିତ ପରାଶର ମୁନିଙ୍କ ମସô୍ୟଗନ୍ଧାଙ୍କ ସହିତ ଅନୈତିକ ଯୌନ ସମ୍ପର୍କ, ବ୍ୟାସଦେବଙ୍କ ପରି ବେଦାଦି ଅଷ୍ଟାଦଶ ପୁରାଣର ରଚୟିତା ତଥା ଭଗବତ୍ ଉପାସକଙ୍କ ସ୍ୱୀୟ ଭ୍ରାତୃବଧୂ ଅମ୍ବିକା ଅମ୍ବାଳିକାଙ୍କ ସହିତ ଯୌନକ୍ରିୟା ଦ୍ୱାରା ପୁତ୍ର ସନ୍ତାନ ଉପôି, ଭରଦ୍ୱାଜ ଋଷିଙ୍କ କାମ ବାସନାର ପରିଣାମ ସ୍ୱରୂପ କୃପା·ର୍ଯ୍ୟ ଓ ଦ୍ରୋଣା·ର୍ଯ୍ୟଙ୍କ ଜନ୍ମ, କୁରୁ ରାଜ ସଭାରେ ଗୁରୁ ସ୍ଥାନୀୟ ବ୍ୟକ୍ତି ଓ ଦରବାରୀଙ୍କ ସମ୍ମୁଖରେ ଦୁଃଶାସନ ଦ୍ୱାରା ଦ୍ରୌପଦୀଙ୍କୁ ବିବସନା କରିବାର ପ୍ରୟାସ; ରାଜକୁଳ ବଧୂଙ୍କ ଏପରି ବିଭସô ନିର୍ଯ୍ୟାତନାକୁ ସଭାରେ ଉପସ୍ଥିତ କେହି ପ୍ରତିବାଦ ନ କରିବା ଇତ୍ୟାଦି ପ୍ରସଙ୍ଗ କଳିଯୁଗୀୟ ଚରିତ୍ରକୁ ଇଙ୍ଗିତ କରେ ।
ମହାଭାରତ ଗ୍ରନ୍ଥ ପୃଥିବୀର ଏକ ଅଦ୍ୱିତୀୟ ମହାକାବ୍ୟ । ଏକଥା ସର୍ବ ଜନମାନ୍ୟ ଯେ କୌଣସି ସାହିତି୍ୟକ ବା କାବି୍ୟକ କଳାକୃତିରେ ସେହି ସମୟର ସାମାଜିକ ଚିତ୍ର ଅବଶ୍ୟ ପ୍ରତିଫଳିତ ହୋଇଥାଏ । ମହାଭାରତକାର ୨୫୦୦ ବର୍ଷ ଅତୀତରେ ଘଟିଥିବା ଏକ ମହାବିନାଶକାରୀ ଯୁଦ୍ଧ ପ୍ରକରଣକୁ ଇତିହାସ ଭଳି ବର୍ଣ୍ଣନା କରିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସେହି ସମୟର ସାମାଜିକ ଅବସ୍ଥାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି । ଧର୍ମା·ର୍ଯ୍ୟ ଓ ବିଦ୍ୱାନମାନେ ମଧ୍ୟ ଅନ୍ୟାନ୍ୟ ରାଜକର୍ମ·ରୀମାନଙ୍କ ଭଳି ବେତନ ଭୋଗୀ ଥିଲେ । ସେମାନଙ୍କ ନିଜସ୍ୱ କିଛି ସ୍ୱତନ୍ତ୍ର ବି·ରଧାରା ନଥିଲା । ସମସ୍ତେ ରାଜାଙ୍କର ତୋଷାମଦକାରୀ ଥିଲେ । ଏକ ପ୍ରସଙ୍ଗରେ କୃପା·ର୍ଯ୍ୟ ଯୁଧିଷ୍ଠିରଙ୍କୁ କହିଛନ୍ତି; “ଅର୍ଥସ୍ୟ ପୁରୁଷୋଦାସୋ ଦାସସ୍ତର୍ଥୋ ନ କସ୍ୟଚିତ । ଇତି ସତ୍ୟଂ ମହାରାଜ ବଦ୍ଧୋଽସ୍ମ୍ୟର୍ଥେନ କୌରବୈ ।ା ତେଷାମର୍ଥେ ମହାରାଜ ଯୋଦ୍ଧବ୍ୟମିତି ମେ ମତିଃ । ଅତସ୍ତ୍ୱାଂ କ୍ଲୀବବଦ୍ ବ୍ରୁୟାଂ ଯୁଦ୍ଧାଦନ୍ୟାତ୍ କିମ୍ଚ୍ଛସି ।ା ଭୀଷ୍ମ - ଅ୪୩/୭୧-୭୨ ।ା” ଭାବାର୍ଥ :- ମନୁଷ୍ୟ ଅର୍ଥର ଦାସ । ଅର୍ଥ କାହାରି ଦାସ ନୁହେଁ । ହେ ରାଜନ୍ ! ଏହି ଅର୍ଥ ହିଁ ମୋତେ କୌରବମାନଙ୍କ ପାଖରେ ବନ୍ଧା ପକାଇଛି । ଏହା ହିଁ ସତ୍ୟ । ହେ ରାଜନ୍ ! ନପୁଂସକ ପରି ମୋତେ ତୁମକୁ କହିବାକୁ ପଡୁଛି ଯେ ଦୁର୍ଯେ୍ୟାଧନ ଦ୍ୱାରା ପ୍ରଦ ଅର୍ଥର ଦାସତ୍ୱ ହେତୁ ମୋତେ ତା’ ପକ୍ଷରେ ରହି ଯୁଦ୍ଧ କରିବାକୁ ପଡ଼ିବ । ତେଣୁ ଯୁଦ୍ଧ ବ୍ୟତୀତ ଆଉ କ’ଣ ·ହୁଁଛ କହ ?
ଉପର୍ଯୁ୍ୟକ୍ତ ସନ୍ଦର୍ଭରେ ବି·ର କଲେ ଆଜି ସମାଜରେ ଠିକ୍ ଏହି ଅବସ୍ଥା ଦେଖାଯାଏ । ଧନ ସମ୍ପି ପାଇଁ ଭାଇ ଭାଇ ମଧ୍ୟରେ କଳହ କ୍ଲେଷ ଓ ଚକ୍ରାନ୍ତ ·ଲିଛି । ଭୀଷ୍ମ, ଦ୍ରୋଣ, କୃପା·ର୍ଯ୍ୟ ଭଳି ବର୍ମାନ ମଧ୍ୟ ଲୋକମାନେ ଧନ ସମ୍ପି ଲାଳସାରେ ସା ପକ୍ଷର ଗୋଲାମୀ ବୃି କରି ନୈତିକତାକୁ ପଦଦଳିତ କରୁଛନ୍ତି । ଦୁର୍ଯେ୍ୟାଧନ ଲୋଭର ଚରମ ସୀମାକୁ ମଧ୍ୟ ଅତିକ୍ରାନ୍ତ କରି ସାରିଥିଲା । ନିଜ ଭାଇମାନଙ୍କ ଭାଗରେ ପଡିଥିବା ରାଜ୍ୟ ଲାଭ ଲୋଭରେ ସେ ସେମାନଙ୍କୁ ଲାକ୍ଷା ଗୃହରେ ପୋଡି ମାରି ଦେବାକୁ ଚକ୍ରାନ୍ତ କରିଥିଲା । ଦୁର୍ଯେ୍ୟାଧନଙ୍କ ଆଦେଶରେ ଦୁଃଶାସନ ପରିପୂର୍ଣ୍ଣ ରାଜ ଦରବାରରେ ସମସ୍ତଙ୍କ ସାମନାରେ ଦ୍ରୌପଦୀଙ୍କୁ ବିବସନା କରିବାର ଯେଉଁ କୁପ୍ରୟାସ କରୁଥିଲା; ଏହାଠାରୁ ବଳି ଅମାନୁଷିକତା ଓ ନିର୍ଲଜତାର ଦୃଷ୍ଟାନ୍ତ ଆଉ କ’ଣ ବା ହୋଇପାରେ ? ଶ୍ରୀକୃଷ୍ଣଙ୍କର ମଧ୍ୟସ୍ଥତା ସେ୍ୱ ମଧ୍ୟ ଦୁର୍ଯେ୍ୟାଧନ ପା ଖଣ୍ଡ ଗାଁ ଦେବା ତ ଦୂରର କଥା, ବିନା ଯୁଦ୍ଧେ ସୂଚ୍ୟଗ୍ର ଭୂମି ଦେବାକୁ ରାଜି ହେଲା ନାହିଁ । ଏହାହିଁ ଥିଲା ଯୁଦ୍ଧର ଅନ୍ତିମ କାରଣ । ସଂପ୍ରତି ଦେଖାଯାଏ ଯେ ବିଭିନ୍ନ ଦେଶ ସୀମା ବିବାଦ ଓ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପରସ୍ପର ମଧ୍ୟରେ ଯୁଦ୍ଧରେ ଲିପ୍ତ ରହୁଛନ୍ତି । ଭାରତ ପାକିସ୍ଥାନ ଯୁଦ୍ଧ, ଭାରତ ଚୀନ ଯୁଦ୍ଧ, ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଇରାନ୍ ଇରାକ୍ ଯୁଦ୍ଧ, ଆମେରିକା ଇରାକ୍ ଉପରେ ଆକ୍ରମଣ ଇତ୍ୟାଦି ଏହାର ପ୍ରକୃଷ୍ଟ ଉଦାହରଣ । ଏହିପରି ବିଶ୍ୱ ଦୁଇଟି ଗୋଷ୍ଠିରେ ଧ୍ରୂବୀକରଣ ହୋଇଯିବ ଓ ଏହି କଳ୍ପର ମହାବିନାଶକାରୀ ଅନ୍ତିମ ଯୁଦ୍ଧ ନିକଟ ଭବିଷ୍ୟତରେ ସଂଘଟିତ ହେବ । ଏହାହିଁ ମହାଭାରତ ଯୁଦ୍ଧ ଯାହାକି ପୂର୍ବ କଳ୍ପର ଅନ୍ତିମ ସମୟରେ ବିଶ୍ୱର ଦୁଇ ବୃହତ ଶକ୍ତି (କୌରବ ପାଣ୍ଡବ ରୂପକ) ମଧ୍ୟରେ ସଂଘଠିତ ହୋଇଥିଲା । ସେତେବେଳେ ମଧ୍ୟ ପରମାତ୍ମା ସୃଷ୍ଟିରେ ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ (ଗୀତାଜ୍ଞାନ) ଶୁଣାଇଥିଲେ । ପୁନରାବର୍ନ ସିଦ୍ଧାନ୍ତ ଅନୁସାରେ ବର୍ମାନ ସେହି ଇତିହାସର ପୁନରାବୃି ଘଟିଛି । ପରମାତ୍ମାଙ୍କ ଅବତରଣ ହୋଇସାରିଛି । ବିଭିନ୍ନ ଦେଶ ଅତ୍ୟାଧୁନିକ ମାରଣାସ୍ତ୍ର ସବୁ ନିଜ ନିଜ ଶସ୍ତ୍ର ଭଣ୍ଡାରରେ ଗଚ୍ଛିତ ରଖିଛନ୍ତି । କିଏ ଜାଣେ କେତେବେଳେ ଅନ୍ତିମ ବିଶ୍ୱଯୁଦ୍ଧର ଆରମ୍ଭ ହୋଇଯିବ ?
ମହାଭାରତକାଳୀନ ଯୁଦ୍ଧାସ୍ତ୍ର ଏବଂ ବୈଜ୍ଞାନିକ କ୍ଷମତା ଉପରେ ପର୍ଯ୍ୟାଲୋଚନା କଲେ ମଧ୍ୟ ଜଣାଯାଏ ଯେ ତାହା ବର୍ମାନ ସମୟର ଯୁଦ୍ଧାସ୍ତ୍ର ଓ ବୈଜ୍ଞାନିକ କ୍ଷମତାଠାରୁ କୌଣସି ଗୁଣରେ ନୂ୍ୟନ ନ ଥିଲା । ମହାଭାରତରେ ଆଗ୍ନେୟାସ୍ତ୍ର, ବାୟବାସ୍ତ୍ର, ବାରୁଣାସ୍ତ୍ର ଆଦିର ବର୍ଣ୍ଣନା ମିଳେ । ଆଗ୍ନେୟାସ୍ତ୍ର ଦ୍ୱାରା ଆକାଶ ମାର୍ଗରୁ ଅଗ୍ନିବର୍ଷା, ବାୟବାସ୍ତ୍ର ଦ୍ୱାରା ଝଡ଼ ତୋଫାନ ସୃଷ୍ଟି ଓ ବାରୁଣାସ୍ତ୍ର ଦ୍ୱାରା ସେତେବେଳେ କୃତ୍ରିମ ଜଳବର୍ଷା ମଧ୍ୟ କରାଯାଇ ପାରୁଥିଲା । ଆଗ୍ନେୟାସ୍ତ୍ରର ତୁଳନା ବର୍ମାନ ସମୟର ଆଣବିକ ବୋମା ସହିତ କରାଯାଇପାରେ । ଆଜି ବିଶ୍ୱରେ ବୈଜ୍ଞାନିକମାନେ ଏଭଳି ଆବିଷ୍କାର କଲେଣି ଯାହାଫଳରେ ଯେକୌଣସି ସ୍ଥାନରେ କୃତ୍ରିମ ବର୍ଷା କରାଯାଇ ପାରିବ; ଋତୁ ପରିବର୍ନ କରାଯାଇ ପାରିବ, ମହାବାତ୍ୟା ଉପôନ୍ନ କରାଯାଇ ପାରିବ; ବରଫ ପାହାଡ଼କୁ ତରଳାଇ ଜଳପ୍ଲାବନ କରାଯାଇ ପାରିବ । ହିରୋସୀମା ନାଗାସାକିରେ ବ୍ୟବହାର କରାଯାଇଥିବା ଆଣବିକ ବୋମା ବିନାଶକାରୀ ଆଗ୍ନେୟାସ୍ତ୍ରର ଜ୍ୱଳନ୍ତ ଉଦାହରଣ । ବର୍ମାନ ଏହାଠାରୁ ସହସ୍ରଗୁଣ ଶକ୍ତି ସମ୍ପନ୍ନ ବୋମା ନିର୍ମିତ ହୋଇ ସାରିଳାଣି । ପୂର୍ବ ଆମେରିକା ଦ୍ୱାରା ଭିଏତ୍ନାମ ଯୁଦ୍ଧବେଳେ କୃତ୍ରିମ ଜଳବର୍ଷା କରାଇବା ଓ କୁହୁଡ଼ି ସୃଷ୍ଟି କରୁଥିବା ବୋମା ବର୍ଷଣ କରିବା ମହାଭାରତକାଳୀନ ବରୁଣାସ୍ତ୍ର ଓ ବାୟବାସ୍ତ୍ରର ସେଙ୍କତ ଦିଏ । ମହାଭାରତରେ ବାୟୁମାର୍ଗରେ ଯାତାୟତ କରୁଥିବା କଥା କେତେକ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି । ଏହା ବର୍ମାନର ଉଡ଼ାଜାହାଜ ସହିତ ତୁଳନା କରଯାଇପାରେ । ଅଉ ମଧ୍ୟ ୧୮ ଦିନର ଅଳ୍ପାବଧି ସମୟ ମଧ୍ୟରେ ୧୮ ଅକ୍ଷୌହିଣୀ ବିଶିଷ୍ଟ ବିଶାଳ ସେନାର ସଂହାର ମଧ୍ୟ ନିଶ୍ଚିତ ଭାବରେ ଏକ ବୈଜ୍ଞାନିକ ଯୁଗର ସୂଚନା ଦିଏ ।
ବର୍ମାନ ଅନେକ ଭାରତୀୟ ତଥା ପାଶ୍ଚାତ୍ୟ ବିଦ୍ୱାନ ମଧ୍ୟ ପୁରାଣ ଏବଂ ବେଦ ବର୍ଣ୍ଣିତ ବିଷୟବସ୍ତୁ ଆଧାରରେ ବିଶ୍ୱାସ କଲେଣି ଯେ ପ୍ରାଚୀନ ଭାରତରେ ବିଜ୍ଞାନ ଆଜି ଭଳି ଚରମ ଉକôର୍ଷ ଲାଭ କରିଥିଲା । ଭାଗବତରେ ବର୍ଣ୍ଣନା ଅଛି ଯେ ଶାମ୍ବ ଋଷିମାନଙ୍କ ଦ୍ୱାରା ଅଭିଶପ୍ତ ହୋଇ ଲୌହ ମୂଷଳ ଜନ୍ମ ଦେଲେ । ଏହି ମୁଷଳହିଁ ଯଦୁବଂଶର ବିନାଶ କରିଥିଲା । ଏହା ବାସ୍ତବରେ ସମ୍ଭବ ନ ହେଲେ ମଧ୍ୟ ଏହି ପୌରାଣିକ ଆଖ୍ୟାନରେ ଏକ ବୈଜ୍ଞାନିକ ସତ୍ୟ ଲୁକ୍କାୟିତ । ଯଦୁ ବଂଶକୁ ବୈଜ୍ଞାନିକ ଗୋଷ୍ଠୀ ସହିତ ଓ ଶାମ୍ବ ଏକ ନିର୍ଦ୍ଧିଷ୍ଟ ବୈଜ୍ଞାନିକଙ୍କ ପ୍ରତୀକ ବୋଲି ଗ୍ରହଣ କରାଯାଇପାରେ । ଲୌହ ମୂଷଳକୁ ବର୍ମାନର ମିସାଇଲ ବା ପ୍ରକ୍ଷେପାସ୍ତ୍ର ସହିତ ତୁଳନା କରାଯାଇ ପାରେ । ଅନ୍ୟଥା ଏକ ସାଧାରଣ ଲୌହ ମୁଷଳ ମହାବିନାଶକାରୀ ଅସ୍ତ୍ର ହେବ କିପରି ? ଶାମ୍ବଙ୍କ ଗର୍ଭରୁ ଲୌହ ମୂଷଳ ଜନ୍ମ ହେବା କଥା ବୈଜ୍ଞାନିକ ପରୀକ୍ଷଣକୁ ବୁଝାଏ । ଅନେକ ସମୟରେ ଗର୍ଭ ବା ପେଟ ବୁଦ୍ଧିର ପର୍ଯ୍ୟାୟବାଚୀ ରୂପେ ବ୍ୟବହାର ହୁଏ । ‘ତୋ ପେଟରେ ଏତେ କଥା ଅଛି;’ ‘ତୋ ପେଟର କୂଳ କିନାରା ବୁଝି ହୁଏ ନାହିଁ’ ‘ତୋ ପେଟରେ କଥା ହଜମ ହୋଇ ପାରେ ନାହିଁ’ ‘ତୋ ପେଟରେ ଏତେ କପଟ’ .... ଆଦି ଯେଉଁ ରୂଢ଼ି ପ୍ରୟୋଗ ହୁଏ ତାହା ବୁଦ୍ଧିକୁ ସୂଚିତ କରେ ।
ସଞ୍ଜୟ ରାଜ ପ୍ରାସାଦରେ ବସି ଯୁଦ୍ଧ କ୍ଷେତ୍ରର ବିବରଣୀ ଧୃତରଷ୍ଟ୍ରଙ୍କୁ ଶୁଣାଉଥିବା ପ୍ରସଙ୍ଗ ଉପରେ କେତେକ ବିଦ୍ୱାନ କହନ୍ତି ଯେ ସେତେବେଳେ ମଧ୍ୟ ଦୂରଦର୍ଶନ ଯନ୍ତ୍ରର ପ୍ରଚଳନ ଥିଲା । ବ୍ୟାସଦେବ ସଞ୍ଜୟଙ୍କୁ ଯେଉଁ “ଦିବ୍ୟ ଦୃଷ୍ଟି” ପ୍ରଦାନ କରିଥିଲେ ତାହା ଦୂରଦର୍ଶନ ଯନ୍ତ୍ର (ଟି.ଭି.) ସଦୃଶ ଥିଲା । “ଦିବ୍ୟ ଦୃଷ୍ଟି” ଓ “ଦୂର ଦର୍ଶନ” ପ୍ରାୟ ସମାର୍ଥ ବୋଧକ ଶଦ୍ଧ । ଋଗ ବେଦରେ “ଆୟସୀ ପୁର” (ଲୌହ ଦୁର୍ଗ)ର ଉଲ୍ଲେଖ ଅଛି । ବୈଦିକ ଯୁଗରେ “ପୁର ଚରିଷ୍ଣୁ” ନାମକ ଏକ ବିଶେଷ ଯନ୍ତ୍ରର ବ୍ୟବହାର ହେଉଥିଲା । ଏହାଦ୍ୱାରା ଶତ୍ରୁପକ୍ଷର ଦୁର୍ଗମାନଙ୍କୁ ଧ୍ୱସ୍ତ ବିଧ୍ୱସ୍ତ କରାଯାଇ ପାରୁଥିଲା । ଏହାକୁ ବର୍ମାନର “ବୁଲ୍ ଡୋଜର” ସହିତ ତୁଳନା କରାଯାଇ ପରେ । ଇନ୍ଦ୍ରଙ୍କ ଦ୍ୱାରା ବ୍ୟବହୃତ “ବଜ୍ର” ମଧ୍ୟ ବାରୁଦ ଭଳି କୌଣସି ଏକ ପ୍ରେରକ ପଦାର୍ଥରେ ପରି·ଳିତ ହେଉଥିଲା ବୋଲି ପ୍ରସିଦ୍ଧ ପାଶ୍ଚାତ୍ୟ ବିଦ୍ୱାନ ‘ୱିଲସନ’ ବିଶ୍ୱାସ କରନ୍ତି । ସେହିପରି “ରଥ ମୁସଳ” ନାମକ ଏକ ଯାନ୍ତ୍ରିକ ରଥ ଶତ୍ରୁ ସୈନ୍ୟମାନଙ୍କ ମଧ୍ୟରେ ପଶି ଘୁରି ଘୁରି ସେମାନଙ୍କୁୁ ମାରୁଥିଲା ଓ “ମହାଶିଳା” ନାମକ ଅନ୍ୟ ଏକ ଯନ୍ତ୍ର ଶତ୍ରୁ ସେନା ଉପରେ ପ୍ରସ୍ତର ବୃଷ୍ଟି କରୁପାରୁଥିଲା ବୋଲି ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ ହୋଇଛି ।
ବୈଦିକ କାଳରେ ନିଉଟନଙ୍କ ‘ସାପେକ୍ଷବାଦ’ ଲୋକେ ଜାଣି ଥିଲେ । ‘ସାପେକ୍ଷବାଦ’ ସିଦ୍ଧାନ୍ତ ବିନା “ଅଣୁ ବିଚ୍ଛେଦନ” ଅନୁସନ୍ଧାନ ସମ୍ଭବ ନ ଥିଲା । ଏହି ଅନୁସନ୍ଧାନ ହିଁ ଆଣବିକ ବୋମାର ଜନ୍ମଦାତା । ଟଦ୍ଭସଙ୍ଖରକ୍ସଗ୍ଦର କ୍ଟଲ ଠରୟବଦ୍ଭଗ୍ଧବରେ ବନି ଦେଶପାଣ୍ଡେ ଲେଖିଛନ୍ତି ଯେ ବାଦରାୟଣ, ପାତଞ୍ଜଳି, ବ୍ୟାସ ସାପେକ୍ଷବାଦ ସିଦ୍ଧାନ୍ତକୁ ଆଇନଷ୍ଟାଇନ ତଥା ହିସନବର୍ଗଙ୍କ ପରି ପ୍ରମାଣିତ କରିଛନ୍ତି । କପିଳ ମୁନିଙ୍କ ଦ୍ୱାରା ରଚିତ “ସାଂଖ୍ୟ ଦର୍ଶନ” ଅଧ୍ୟୟନ କଲେ ଜଣାଯାଏ ଯେ ତାହା ବର୍ମାନ ପ୍ରଚଳିତ ଭୌତିକ ବିଜ୍ଞାନଠାରୁ କୌଣସି ଗୁଣରେ କମ୍ ନୁହେଁ । କପିଳଙ୍କ ସମୟ ଗାଲିଲିଓ ଏବଂ ନୁ୍ୟଟନଙ୍କ ୨୫୦୦ ବର୍ଷ ପୂର୍ବ ବୋଲି ପ୍ରତିପାଦିତ କରାଯାଇଛି । ଯେହେତୁ ସେତେବେଳେ ବର୍ମାନ ଭଳି ସମସ୍ତ ବୈଜ୍ଞାନିକ ଜ୍ଞାନ ଉପଲବ୍ଧ ଥିଲା ତେଣୁ ମହାଭାରତ ଯୁଦ୍ଧରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ନିଶ୍ଚିତ ଭାବରେ ହୋଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିପାରେ ଯେ ବର୍ମାନର ବିଜ୍ଞାନ ମାତ୍ର ୨୦୦ ବର୍ଷର ପ୍ରାଚୀନ । ତେବେ ଖ୍ରୀ.ପୂ. ୩୧୦୦ ବର୍ଷରେ ଘଟିଥିବା ମହାଭାରତ ଯୁଦ୍ଧରେ ଆଜି ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିପରି ବ୍ୟବହାର ହୋଇଥିଲା ବା ସେହି ବୈଜ୍ଞାନିକ ଜ୍ଞାନ କୌଶଳ କେବେ ଓ କିପରି ବିଲୋପ ହୋଇ ଯାଇଥିଲା ? ଏଠାରେ ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଏକ ଉକ୍ତି ଉଦାହରଣ ସ୍ୱରୂପ ଉଲ୍ଲେଖ କରାଯିବା ପ୍ରାସଙ୍ଗିକ ହେବ । ତାଙ୍କ ମତରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଏହା ଏଭଳି ବିନାଶକାରୀ ହେବ ଯେ ପରିଣାମ ସ୍ୱରୂପ ସମସ୍ତ ବୈଜ୍ଞାନିକ ଉପଲବ୍ଧି ସମାପ୍ତ ହୋଇଯିବ ଏବଂ ମନୁଷ୍ୟ ପୁନଶ୍ଚ ପ୍ରସ୍ତର ଯୁଗକୁ ଫେରିଯିବ । ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ ମହାଭାରତ ଯୁଦ୍ଧ ପୂର୍ବ କଳ୍ପର ଅନ୍ତିମ ଚରଣରେ ଘଟିତ ହୋଇଥିବା ଘଟଣା । ତେଣୁ ପୁନରାବର୍ନ ସିଦ୍ଧାନ୍ତ ଅନୁସାରେ ଏହା ପୁନରାବୃ ହୋଇ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେବ । ଏହି ମହାବିନାଶକାରୀ ଯୁଦ୍ଧରେ ବର୍ମାନର କଳିଯୁଗୀୟ ଆସୁରୀ ସଭ୍ୟତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । ଜନସଂଖ୍ୟା ଅତ୍ୟଧିକ ହ୍ରାସ ହୋଇଯିବ । କେବଳ ଈଶ୍ୱରୀୟ ମାର୍ଗରେ ପରି·ଳିତ ନରନାରୀଗଣ ସ୍ୱ ସ୍ୱ ଆତ୍ମିକ ଶକ୍ତି ବଳରେ ସୁରକ୍ଷିତ ହୋଇ ବିର୍ଯିବେ । ସେମାନଙ୍କ ଘରେ ଦୈବୀଗୁଣଯୁକ୍ତ ଆତ୍ମାମାନେ ଜନ୍ମ ନେବେ । ଏହିପରି କଳିଯୁଗ ସତ୍ୟଯୁଗରେ ରୂପାନ୍ତରିତ ହୋଇଯିବ । ସେହି ସମୟରେ ସମସ୍ତେ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତାରେ ପରିପୂର୍ଣ୍ଣ ତଥା ଦୈବୀଗୁଣଯୁକ୍ତ ଥିବାରୁ ବୈଜ୍ଞାନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ପଡିବ ନାହିଁ । ତେଣୁ ସେଗୁଡ଼ିକ ଲୋପ ପାଇଯିବ । ପୁର୍ବ କଳ୍ପରେ ମଧ୍ୟ ଠିକ୍ ଏହିପରି ଅବିକଳ ଘଟିଥିଲା । ବର୍ମାନ ସେହି ପ୍ରାଚୀନ ଇତିହାସର ପୁନରାବୃି ହେଉଛି ।
ଗୀତା ମଧ୍ୟ “ପୁନରାବୃି” ସିଦ୍ଧାନ୍ତକୁ ଗ୍ରହଣ କରିଛି । ପରମାତ୍ମା ଗୀତାରେ କହିଛନ୍ତି ଯେ “ସୃଷ୍ଟିରେ ଯେଉଁ ସମୟରେ ଧର୍ମ ଗ୍ଲାନି ହୁଏ ସେହି ସମୟରେ ଅଧର୍ମର ବିନାଶ, ସାଧୁମାନଙ୍କର ଉଦ୍ଧାର ତଥା ଧର୍ମ ସଂସ୍ଥାପନ କରିବା ପାଇଁ ମୁଁ ଅବତରଣ କରେ । “ଯଦା ଯଦା ହି ଧର୍ମସ୍ୟ .......... ।” ପ୍ରାୟ ସମସ୍ତେ ଏହି ମହାବାକ୍ୟର ଅର୍ଥ କରନ୍ତି ଯେ ପରମାତ୍ମା ପ୍ରତିଯୁଗରେ ଅବତାର ନିଅନ୍ତି । କେତେକ ପୁରାଣରେ ·ରି ଯୁଗରେ ଚବିଶ ଅବତାର କଥା କୁହାଯାଇଛି । ଏଥିରୁ ମୁଖ୍ୟତଃ ଦଶ ଅବତାର କଥା ଜୟଦେବ ତାଙ୍କ ଗୀତ ଗୋବିନ୍ଦରେ ବର୍ଣ୍ଣନା କରିଛନ୍ତି । କିନ୍ତୁ “ଯୁଗେ ଯୁଗେ” ଶବ୍ଦ ଧର୍ମଗ୍ଲାନି ସନ୍ଦର୍ଭରେ ପ୍ରୟୋଗ ହେଉଥିବାରୁ ଏହାର ଅର୍ଥ “ପ୍ରତି ଯୁଗରେ” ନ କରି ସତ୍ୟ-ତ୍ରେତା-ଦ୍ୱାପର-କଳି ଏହି ·ରି ଯୁଗବ୍ୟାପୀ କାଳଖଣ୍ଡ ଅଥବା “ମହାଯୁଗ”ରେ ବୋଲି ଅର୍ଥ କରାଯିବା ଯୁକ୍ତି ସମ୍ମତ ହେବ । କାରଣ ଗୀତାରେ ଅନ୍ୟ ଏକ ସ୍ଥାନରେ ମଧ୍ୟ ‘ଯୁଗ’ ଶଦ୍ଧକୁ ‘ମହାଯୁଗ’ ବା ‘ଚର୍ତୁଯୁଗର’ ପର୍ଯ୍ୟାୟବାଚୀ ରୂପେ ବ୍ୟବହାର କରାଯାଇଛି । ଅଷ୍ଟମ ଅଧ୍ୟାୟରେ କଳ୍ପର ଆୟୁ ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି ଯେ “ସହସ୍ର ମହାଯୁଗରେ ବ୍ରହ୍ମାର ଏକ ଦିନ ଏବଂ ସହସ୍ର ମହାଯୁଗରେ ଏକ ରାତ୍ରି ହୁଏ । ସହସ୍ର ଯୁଗ ପର୍ଯ୍ୟନ୍ତମହର୍ଯଦ୍ ବ୍ରହ୍ମଣୋ ବିଦୁଃ । ରାତ୍ରୀଂଯୁଗ ସହସ୍ରାନ୍ତାତେଽହୋରାତ୍ର ବିଦୋ ଜନାଃ ।ା ଗୀ ୮/୧୭ ।ା
“ଅନୁଷ୍ଟୁପ” ଛନ୍ଦରେ ଲିଖିତ ଗୀତା ଏକ କାବ୍ୟ ଅଟେ । ସାଧାରଣତଃ କାବ୍ୟ ଲିଖନ ଶୈଳୀରେ ଅତି ସଂକ୍ଷିପ୍ତ ଶବ୍ଦ ଚୟନ କରାଯାଏ । ଅନୁଷ୍ଟପ ଛନ୍ଦରେ ଦୁଇ ଧାଡି ବିଶିଷ୍ଟ ଶ୍ଲୋକର ପ୍ରତିଧାଡିର ଶବ୍ଦ ସଂଖ୍ୟା ୧୬ ଅଟେ । ଏହା ବ୍ୟତୀତ ଉଚ୍ଚାରଣ ଦୃଷ୍ଟିରୁ ମଧ୍ୟ ଗୋଟିଏ ଶ୍ଲୋକର ଲଘୁ-ଗୁରୁର ଭାରସାମ୍ୟ ପ୍ରତି ଦୃଷ୍ଟି ରଖି ଶବ୍ଦ ଚୟନ କରାଯାଏ; ଯେପରିକି ଉଭୟ ଧାଡିର ଶବ୍ଦ ସଂଖ୍ୟା କମ ବେଶୀ ନ ହେବ । ଏହି ନିୟମ ଅନୁସାରେ ବି·ର କଲେ “ଯୁଗେ ଯୁଗେ” ପଦଟି “ପ୍ରତି ଚତୁର୍ଯୁଗ”ର ପର୍ଯ୍ୟାୟବାଚୀ ପଦ ରୁପେ କାବି୍ୟକ ଶୈଳୀରେ ଲିଖିତ ହୋଇଛି । ଏଠାରେ ଯେତେବେଳେ ଧର୍ମ ଗ୍ଲାନି ହୁଏ ସେତେବେଳେ ପରମାତ୍ମା ଅବତରଣ କରନ୍ତି ବୋଲି କୁହାଯାଇଛି । ବି·ରଣୀୟ ଯେ ସତ୍ୟ ତ୍ରେତାରେ ଧର୍ମ ପୂର୍ଣ୍ଣ ରୂପରେ ଥାଏ । ସେତେବେଳେ ମାନବର ସାମାଜିକ ଅବସ୍ଥା ସତୋ ପ୍ରଧାନ ହୋଇଥିବା ହେତୁ ସେ ସମୟରେ ଧର୍ମଗ୍ଲାନି କଥା କଳ୍ପନା ମଧ୍ୟ କରାଯାଇ ନ ପାରେ । ଦ୍ୱାପରରୁ ଯଦିଓ ଧର୍ମଗ୍ଲାନି ହେବାକୁ ଲାଗିଲା ତଥାପି ଏହି ସମୟରେ ତାହା ଏପରି ସଂକଟଜନନ ସ୍ଥିତିରେ ପହି ନଥିଲା ଯେଉଁଥିପାଇଁ ପରମାତ୍ମାଙ୍କୁ ଅବତରଣ କରିବାକୁ ପଡ଼ିଥାନ୍ତା । ଉପରୋକ୍ତ ଶ୍ଲୋକରେ ଅଧର୍ମର ବିନାଶ ଓ ଧର୍ମର ସ୍ଥାପନା ଏକ ସଙ୍ଗରେ ହେଉଥିବା କଥା କୁହାଯାଇଛି । ତେଣୁ ପ୍ରଚଳିତ ମାନ୍ୟତା ଅନୁସାରେ ଯଦି ଦ୍ୱାପର ଯୁଗରେ ପରମାତ୍ମାଙ୍କ ଅବତରଣ ବା ଅବତାର ଗ୍ରହଣ କଥା ସତ୍ୟ ବୋଲି ଗ୍ରହଣ କରି ନିଆଯାଏ ତେବେ ଯୁଗ କ୍ରମରେ ତତ୍ ପଶ୍ଚାତ କଳିଯୁଗର ଆଗମନ ତାଙ୍କ ଦ୍ୱାରା ଧର୍ମ ସ୍ଥାପନାର ଉଦ୍ଧେଶ୍ୟକୁ ଖଣ୍ଡନ କରୁଛି । ଏଠାରେ ଆଉ ଏକ କଥା ପ୍ରଣିଧାନ ଯୋଗ୍ୟ ଯେ ଯୁଗକ୍ରମରେ (ସତ୍ୟ-ତ୍ରେତା-ଦ୍ୱାପର-କଳି) ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଅନ୍ତ ପର୍ଯ୍ୟନ୍ତ କ୍ରମଶଃ ଧର୍ମର କଳା କମି କମି ଯାଏ । ତେଣୁ କଳିଯୁଗର ଅନ୍ତିମ ସମୟ ବ୍ୟତୀତ ଅନ୍ୟ କୌଣସି ସମୟରେ ପରମାତ୍ମାଙ୍କ ଅବତରଣ ଯଥାର୍ଥ ମନେ ହୁଏ ନାହିଁ । କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ପରମାତ୍ମାଙ୍କ ଅବତରଣ ଆବଶ୍ୟକ ହୋଇପଡେ କାରଣ ଏହି ସମୟରେ କଳି କଳୁଷିତ ମାନବାତ୍ମାମାନଙ୍କ ଜନ୍ମ ଜନ୍ମାନ୍ତର ଅର୍ଜିତ ପାପ ରାଶିକୁ ଭସ୍ମୀଭୂତ କରି ଆଗାମୀ ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟର ଯୋଗ୍ୟ ଦାୟାଦ ରୂପେ ପ୍ରସ୍ତୁତ କରିବାକୁ ତାଙ୍କ ବ୍ୟତୀତ ଅନ୍ୟ କେହି ସକ୍ଷମ ନୁହନ୍ତି । ତେଣୁ କଳିର ଅନ୍ତିମ ଓ ସତ୍ୟଯୁଗର ପ୍ରାରମ୍ଭ – ସନ୍ଧି କାଳକୁ ପୁରୁଷୋମ ସଙ୍ଗମ ଯୁଗ ବୋଲି କୁହାଯାଏ ।
ବର୍ମାନ ପ୍ରଜାପିତା ବ୍ରହ୍ମାଙ୍କ ଆଧାରରେ ପରମାତ୍ମାଙ୍କ ଅବତରଣ ଗୀତାଯୁଗର ପୁନରାବୃିକୁ ହିଁ ପ୍ରମାଣିତ କରୁଛି । “ମୋ ମୁଖରୁ ବ୍ରାହ୍ମଣ ମାନଙ୍କ ଉପôି” – ପରମାତ୍ମାଙ୍କ ଏହି କଥନ ବର୍ମାନ ଚରିତାର୍ଥ ହେଉଛି । ବ୍ରହ୍ମା ମୁଖକମଳ ଦ୍ୱାରା ପରମାତ୍ମା ଯେଉଁ ଗୀତାଜ୍ଞାନ ଶୁଣାଉଛନ୍ତି ତାହା ଶୁଣି ଯେଉଁମାନେ ଈଶ୍ୱରୀୟ ମାର୍ଗରେ ପରି·ଳିତ ହୁଅନ୍ତି ସେମାନଙ୍କୁ ପ୍ରକୃତ ପକ୍ଷରେ “ବ୍ରାହ୍ମଣ” (ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ଅର୍ଥାତ ବ୍ରହ୍ମାଙ୍କ ସନ୍ତାନ ସନ୍ତତି) କୁହାଯାଏ । ଏମାନେ ସଙ୍ଗମଯୁଗୀ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ନାମରେ ପ୍ରଖ୍ୟାତ । ଏମାନେ ପବିତ୍ର ଯୋଗୀ ଜୀବନ ଯାପନ କରନ୍ତି ଓ ଈଶ୍ୱରୀୟ ସନ୍ଦେଶ ବାହକ ହିସାବରେ ସମଗ୍ର ବିଶ୍ୱରେ “ପବିତ୍ର ହୁଅ ଓ ଯୋଗୀ ହୁଅ” – ସନ୍ଦେଶ ପ୍ର·ର ପ୍ରସାର ପାଇଁ ଯଥା ସାଧ୍ୟ ପୁରୁଷାର୍ଥ କରନ୍ତି । ଏହି ଈଶ୍ୱରୀୟ କାର୍ଯ୍ୟକୁ ସୂ·ରୁ ଭାବରେ ସାଳନ ଓ ସମ୍ପାଦନ କରିବା ପାଇଁ ପରମାତ୍ମା ତାଙ୍କର ସାକାର ମାଧ୍ୟମ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଏକ ଯଜ୍ଞର (ଗସଗ୍ଦଗ୍ଦସକ୍ଟଦ୍ଭ) ସ୍ଥାପନା କରିଛନ୍ତି । ଏହାକୁ ଅଲୌକିକ ଭାଷାରେ “ରାଜସୂୟ ଅଶ୍ୱମେଧ ଅବିନାଶୀ ରୂଦ୍ର ଗୀତା ଜ୍ଞାନଯଜ୍ଞ” ବୋଲି ନାମିତ କରାଯାଇଛି । ଏହି ଯୁଦ୍ଧର ଆନୁଷ୍ଠାନିକ ନାମ ରଖାଯାଇଛି “ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ” । ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ପରମାତ୍ମା ସ୍ୱୟଂ “ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର” ଶିକ୍ଷା ଦେଉଛନ୍ତି; ଯାହାର ଅନୁସରଣ କଲେ ମାନବ ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ସମ୍ପୂର୍ଣ୍ଣ ପବିତ୍ର ଯୋଗୀ ଜୀବନ ଯାପନ କରିପାରିବ ଏବଂ ତା’ର ବର୍ମାନ ଓ ଭବିଷ୍ୟତ ଜୀବନକୁ ସୁଖମୟ କରିପାରିବ ।
ପରମାତ୍ମାଙ୍କ ଅବତରଣର ପ୍ରତ୍ୟକ୍ଷତାକୁ ଖୁବ କମ ବ୍ୟକ୍ତି ଜାଣି ପାରନ୍ତି । ଏମାନଙ୍କ ମଧ୍ୟରୁ କେତେ ହଜାର ମାତ୍ର ନିଜକୁ ଈଶ୍ୱରୀୟ ଜ୍ଞାନ ଅନୁସାରେ ପରିବର୍ନ କରି ପାରନ୍ତି । ତେଣୁ ଗୀତାରେ ପରମାତ୍ମା କହିଛନ୍ତି, “ହଜାର ହଜାର ମନୁଷ୍ୟମାନଙ୍କ ମଧ୍ୟରୁ କେହି ଜଣେ ସିଦ୍ଧି ପାଇଁ ବା ଜ୍ଞାନ ପ୍ରାପ୍ତି ପାଇଁ ପ୍ରଯନô କରେ ଏବଂ ସିଦ୍ଧି ପ୍ରାପ୍ତି ପାଇଁ ଯନô କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କ୍ୱଚିତ କେହି ଜଣେ ମୋତେ ଯଥାର୍ଥ ରୁପେ ଜାଣନ୍ତି ।” ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ ଯତତି ସିଦ୍ଧୟେ । ଯତତାମପି ସିଦ୍ଧାନାଂ କଶ୍ଚିନ୍ମାଂ ବେି ତ୍ୱତଃ ।ା ୭/୩ ।ା ବର୍ମାନ ପରମାତ୍ମା ଅବତରଣର ୭୫ ବର୍ଷ (୧୯୩୬-୨୦୧୧) ବିତି ଯାଇଥିଲେ ମଧ୍ୟ ମାତ୍ର କେତେ ଲକ୍ଷ ମନୁଷ୍ୟାତ୍ମା ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଯୋଗ ମାର୍ଗରେ ଅନୁପ୍ରାଣିତ ହୋଇ ·ଲୁଛନ୍ତି; ଏମାନଙ୍କ ମଧ୍ୟରୁ କେତେକ ନିଜ ଜୀବନକୁ ସଂପୁର୍ଣ୍ଣ ଭାବରେ ଈଶ୍ୱରୀୟ ସେବାରେ ସମର୍ପିତ କରିଛନ୍ତି; କେତେକ ଘର ଗୃହସ୍ଥିରେ ଥାଇ ମଧ୍ୟ ସଂପୂର୍ଣ୍ଣ ପବିତ୍ର ଓ ଯୋଗୀ ଜୀବନ ଯାପନ କରୁଛନ୍ତି; କେତେକ କିଛି ଦିନ ପରେ ସଂଶୟ ବୁଦ୍ଧି ହେତୁ ଏହି ମାର୍ଗରୁ ଓହରି ଯାଇଛନ୍ତି; କେତେକ ନିଜ ନିଜ ସ୍ୱଭାବ ସଂସ୍କାରର ବଶୀଭୂତ ହୋଇ ଏଥିରୁ ଓହରି ଯାଇ ନ ଥିଲେ ମଧ୍ୟ ବେଳେ ବେଳେ ସେମାନେ ପୁରୁଷାର୍ଥହୀନ ହୋଇ ପଡୁଛନ୍ତି । ଅନେକ ଆତ୍ମା ଏହି ଜ୍ଞାନ ଶୁଣି ମଧ୍ୟ ପୂର୍ବାଗ୍ରହ ବଶତଃ ତାହା ଧାରଣ କରି ପାରନ୍ତି ନାହିଁ । କେତେକ ଆତ୍ମା ଏହାକୁ ଶୁଣି ଏହାର ସତ୍ୟତା ଉପଲବ୍ଧ କରୁଥିଲେ ମଧ୍ୟ ମାନସିକ ଦୃଢ଼ତା ଅଭାବରୁ ତାହାକୁ ଜୀବନରେ ପାଳନ କରିପାରନ୍ତି ନାହିଁ । ପରମାତ୍ମାଙ୍କ ମହାବାକ୍ୟ ଅନୁସାରେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । କାରଣ ତାଙ୍କ ଅବତରଣ ସମୟରେ ପୃଥିବୀରେ ମାୟାର ଖୁବ ବିସ୍ତାର ହୋଇଥାଏ । ସେତେବେଳେ ନିଜକୁ ଭଗବାନଙ୍କ ଅବତାର ବୋଲି ଅନେକ ବ୍ୟକ୍ତି ପ୍ର·ର କରୁଥା’ନ୍ତି । ତେଣୁ ଏହିପରି ଏକ ଛଳନା ଓ ପ୍ରତାରଣାପୂର୍ଣ୍ଣ ପରିବେଶରେ ଏକ ସାଧାରଣ ବୃଦ୍ଧ ମାନବ ଶରୀରରେ ପରମାତ୍ମାଙ୍କ ଅବତରଣକୁ ଖୁବ୍ ଅଳ୍ପ ଲୋକେ ବିଶ୍ୱାସ କରିବା ସ୍ୱାଭାବିକ କଥା । ଗୀତାରେ ସ୍ୱୟଂ ଭଗବାନ ମଧ୍ୟ କହିଛନ୍ତି, “ବୁଦ୍ଧିହୀନ ଲୋକେ ମୋର ଶ୍ରେଷ୍ଠ ଅବ୍ୟୟ ରୂପକୁ ନ ଜାଣି ମୋତେ ଅବ୍ୟକ୍ତ ପରିବେର୍ ଏକ ବ୍ୟକ୍ତି ବିଶେଷ ବୋଲି ମନେ କରନ୍ତି ।” ଅବ୍ୟକ୍ତଂ ବ୍ୟକ୍ତିମାପାନ୍ନଂ ମନ୍ୟନ୍ତେ ମାମ ବୁଦ୍ଧୟଃ । ପରଂ ଭାବମଜାନନ୍ତୋ ମମାବ୍ୟୟ ମନୁମମ୍ ।ା ୭/୨୪ ।ା ଏହାର କାରଣ ସ୍ପଷ୍ଟ କରିବାକୁ ଯାଇ ଭଗବାନ ପରବର୍ୀ ଶ୍ଲୋକରେ କହିଛନ୍ତି, “ମୁଁ ସମସ୍ତଙ୍କ ପାଖରେ ପ୍ରକାଶିତ ହୁଏ ନାହିଁ । କାରଣ ଯୋଗମାୟା ଦ୍ୱାରା ମୁଁ ସମାଚ୍ଛାଦିତ ହୋଇଛି । ତେଣୁ ମୋହଗ୍ରସ୍ତ ଲୋକେ ମୋର ଏହି ଜନ୍ମ ରହିତ, ଅବିନାଶୀ ସ୍ୱରୂପକୁ ଜାଣିପାରନ୍ତି ନାହିଁ ।” ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟା ସମାବୃତଃ । ମୂଢୋଽୟଂ ନାଭି ଜାନାତି ଲୋକୋ ମାମଜମବ୍ୟୟମ୍ ।ା ୭/୨୫ ।ା ପରମାତ୍ମାଙ୍କ ଦ୍ୱାରା ପ୍ରାପ୍ତ ଦିବ୍ୟଦୃଷ୍ଟି (ଦିବ୍ୟଜ୍ଞାନ) ବ୍ୟତିରେକ ତାଙ୍କୁ ପ୍ରତ୍ୟକ୍ଷ କରିବାର ଅନ୍ୟ ପନ୍ଥା ନାହିଁ । ଗୀତାର ଏକାଦଶ ଅଧ୍ୟାୟରେ ସେ କହିଛନ୍ତି, “ତୁମେ ଯେପରି ଭାବରେ ମୋତେ ଦେଖିଲ ସେହି ରୂପରେ ଦେଖିବାକୁ ବେଦ, ଦାନ, ତପସ୍ୟା ଓ ଯଜ୍ଞ ଦ୍ୱାରା ମଧ୍ୟ କେହି ସମର୍ଥ ନୁହନ୍ତି ।” ନାହଂ ବୈଦୈର୍ନ ତପସା ନ ଦାନେନ ନ ଚେଜ୍ୟୟା । ଶକ୍ୟ ଏବଂ ବିଧୋ ଦ୍ରଷ୍ଟୁଂ ଦୁଷ୍ଟବାନସି ମାମ୍ ଯଥା ।ା୧୧/୫୩ାା ପରମାତ୍ମାଙ୍କ ଏହି କଥନରୁ ସ୍ପଷ୍ଟ ହୁଏ ଯେ ତାଙ୍କର ପ୍ରକୃତ ପରିଚୟ ବା ତାଙ୍କର ଅବତରଣ ପ୍ରସଙ୍ଗକୁ ଖୁବ୍ କମ୍ ଲୋକେ ଜାଣିଥାନ୍ତି ଏବଂ ରୂଢ଼ିବାଦୀ ତଥା ବେଦାଦି ଶାସ୍ତ୍ରରେ ପାଣ୍ଡିତ୍ୟ ଥିବା ତଥାକଥିତ ଦେହାଭିମାନୀ ବିଦ୍ୱାନମାନେ ତାଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନକୁ ନିଷ୍ପକ୍ଷ ଭାବରେ ଚିନ୍ତନ କରିବାକୁ ମଧ୍ୟ ଉଚିତ ମନେ କରନ୍ତି ନାହିଁ । କିନ୍ତୁ ସୃଷ୍ଟିର ଅନ୍ତିମ କ୍ଷଣରେ ଯେତେବେଳେ ସେମାନେ ଈଶ୍ୱରୀୟ ଅବତରଣର ସତ୍ୟତାକୁ ବୁଝିପାରନ୍ତି, ସେତେବେଳେ ଆଉ କିଛି କରିବାର ଅବକାଶ ନ ଥାଏ । ଏହି ସମୟରେ ମାନବ ସମାଜ ଧର୍ମଗ୍ଲାନିର ଚରମ ଅବସ୍ଥା ମଧ୍ୟ ଦେଇ ଗତି କରୁଥାଏ । ସର୍ବତ୍ର ମିଥ୍ୟା ଜ୍ଞାନ, କର୍ମକାଣ୍ଡ, ଅନ୍ଧଶ୍ରଦ୍ଧା ଏବଂ ବିବେକହୀନ ଭକ୍ତିର ରାଜୁତି ·ଲୁଥାଏ । ଏସବୁରୁ ଓହରି ଆସି ଜ୍ଞାନଯୋଗ ମାର୍ଗରେ ପରି·ଳିତ ହେବା ପାଇଁ ଯେତେବେଳେ ପରମାତ୍ମା କହନ୍ତି ଦେହାଭିମାନୀ ବ୍ୟକ୍ତିଙ୍କୁ ତାହା ଅସମ୍ଭବ ବ୍ୟାପାର ବୋଲି ମନେ ହୁଏ ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କୌଣସି ବ୍ୟକ୍ତି ବିଶେଷ ଦ୍ୱାରା ସ୍ଥାପିତ କୌଣସି ସାଂପ୍ରଦାୟିକ ବା ଧାର୍ମିକ ଅନୁଷ୍ଠାନ ନୁହେଁ । ଏହାର ନାମ ହିଁ ସ୍ପଷ୍ଟ ସୁଚିତ କରେ ଯେ ଏହା ସ୍ୱୟଂ ଈଶ୍ୱରଙ୍କ ଦ୍ୱାରା ସ୍ଥାପିତ ଏକ ବିଶ୍ୱ ବିଦ୍ୟାଳୟ । ଏଠାରେ ପରମାତ୍ମାଙ୍କ ପ୍ରଥମ ଶିକ୍ଷା ହେଲା, “କାମ ହେଉଛି ମାନବର ମହା ଶତ୍ରୁ । ତେଣୁ ଏହା ଉପରେ ବିଜୟ ପ୍ରାପ୍ତ କର ଏବଂ ବ୍ରହ୍ମଚର୍ଯ୍ୟ ଆଚରଣ କର ।” ଏ କଥା ମୂଢ଼ମତି ବ୍ୟକ୍ତିଙ୍କୁ ଅସମ୍ଭବ ମନେ ହୁଏ ଏବଂ ସେମାନେ ଯୁକ୍ତି କରନ୍ତି ଯେ ଏହା ଦ୍ୱାରା ସୃଷ୍ଟି କିପରି ·ଲିବ ? ସ୍ୱୟଂ ସୃଷ୍ଟିକର୍ାଙ୍କୁ ସୃଷ୍ଟି ରକ୍ଷା କିପରି କରିବାକୁ ହେବ ବୋଲି ପ୍ରଶ୍ନ କରିବା ସମ୍ପୂର୍ଣ୍ଣ ଅଜ୍ଞାନତା ବ୍ୟତୀତ ଅନ୍ୟ କିଛି ନୁହେଁ ? ଏକଥା ଗୀତାରେ ମଧ୍ୟ ସ୍ପଷ୍ଟ ରୂପେ କୁହାଯାଇଛି । ଗୀତା କହେ, ରଜୋଗୁଣରୁ ଉପôନ୍ନ ହୋଇଥିବା ସର୍ବଗ୍ରାସୀ ଏବଂ ପାପୀ ଏହି କାମ ହିଁ ଶେଷରେ କ୍ରୋଧର ରୂପ ନିଏ । ଏହା ଜଗତ ପାଇଁ ମହାଶତ୍ରୁ ଅଟେ । ଯେଉଁ ଭଳି ଅଗ୍ନି ଧୂମ ଦ୍ୱାରା, ଦର୍ପଣ ଧୂଳି ଦ୍ୱାରା ଏବଂ ଗର୍ଭ ଜରାୟୁ ଦ୍ୱାରା ଆଚ୍ଛାଦିତ ହୋଇଥାଏ; ସେହିପରି କାମନା ଦ୍ୱାରା ଜ୍ଞାନ ଆବୃତ ହୋଇଥାଏ । ଏହିପରି ଭାବରେ ଜ୍ଞାନୀର ଜ୍ଞାନ ନିତ୍ୟ ଶତ୍ରୁ ଦୁସ୍ଫୁରଣୀୟ ଅଗ୍ନି ତୁଲ୍ୟ ଏହି କାମ ଦ୍ୱାରା ଆବୃତ ହୋଇଥାଏ ।” କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ । ମହାଶନୋ ମହା ପାପ୍ମା ବିଦ୍ଧି ଏନମ୍ ଇହ ବୈରିଣମ୍ ।ା ଧୂମେନାବ୍ରିୟତେ ବହ୍ନିର୍ଯଥା ଦର୍ଶୋମଳେନ ଚ । ଯଥୋଲେବୃତୋ ଗର୍ଭସ୍ତଥା ତେନେଦମାବୃତମ୍ ।ା ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟ ବୈରିଣା । କାମ ରୂପେଣ କୌନ୍ତେୟ ଦୁଷ୍ଫୁରେଣାନଲେନ ଚ ।ା ୩/୩୭-୩୯ ।ା
ବର୍ମାନ ସେହି ଗୀତା ଯୁଗର ପୁନରାବୃି ହୋଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପରମାତ୍ମା ପୁନଶ୍ଚ ଗୀତାଜ୍ଞାନକୁ ଅତି ସରଳ ଓ ସହଜ ଭାବରେ ଶିକ୍ଷା ଦେଉଛନ୍ତି । ଏହାଦ୍ୱାରା ଅନେକ କଳୁଷିତ ମାନବାତ୍ମାଙ୍କ ଆସୁରୀ ସଂସ୍କାରର ପରିବର୍ନ ହେଉଛି । ସେମାନଙ୍କ ମଧ୍ୟରେ ଦୈବୀଗୁଣ ସମୂହର ବିକାଶ ହେଉଛି । ସେମାନେ ଘର ଗୃହସ୍ଥିରେ ଥାଇ ମଧ୍ୟ ପବିତ୍ର ଜୀବନ ଯାପନ କରି ପାରୁଛନ୍ତି । ଈଶ୍ୱରୀୟ ବିଧି ପାଳନ ପୂର୍ବକ ଈଶ୍ୱରୀୟ ଜ୍ଞାନକୁ ଯେଉଁମାନେ ପୂର୍ବାଗ୍ରହ ରହିତ ହୋଇ ଅଧ୍ୟୟନ କରିବେ ତଥା ନିରନ୍ତର ଯୋଗାଭ୍ୟାସ କରିବେ ସେମାନେ ନିଶ୍ଚିତ ଭାବରେ ପରମାତ୍ମା ଅବତରଣ ତଥା ଗୀତା ପ୍ରକରଣର ପୁନରାବୃିର ବାସ୍ତବିକତାକୁ ଅନୁଭବ କରି ପାରିବେ । ପ୍ରତ୍ୟକ୍ଷତା, ପ୍ରମାଣକୁ ଅପେକ୍ଷା କରେ ନାହିଁ । ଆଜି ସମୟ ଆମକୁ ଈଶ୍ୱରୀୟ ଅବତରଣର ପ୍ରତ୍ୟକ୍ଷ ସୁଯୋଗ ଦେଇଛି । ଏହି ସମୟର ସଦୁପଯୋଗ ନ କଲେ ଆମକୁ ପରେ ନିଶ୍ଚିତ ଭାବରେ ପଶ୍ଚାାପର ଲୋତକ ଗଡ଼ାଇବାକୁ ପଡ଼ିବ । ପୁନରାବର୍ନ ସିଦ୍ଧାନ୍ତ ଅନୁସାରେ ଯାହା ଏବେ ହେବ ନାହିଁ ତାହା କେବେ ହେବ ନାହିଁ । ଏହାହିଁ ବର୍ମାନ ସମୟର ଆହ୍ୱାନ ।
Comments
Post a Comment