ଜ୍ଞାନ ପ୍ରବାହ (୨୦)
ଜ୍ଞାନ ପ୍ରବାହ (୨୦)
ଦେହ ଅଭିମାନ ହେଉଛି ଆତ୍ମାର ବନ୍ଧନର ଏକମାତ୍ର କାରଣ । ଶରୀର ଜଡ଼; ଆତ୍ମାଚେତନ । ଜଡ଼ ଚେତନର ଏ ବନ୍ଧନ ଅସତ୍ୟ ଓ ମିଥ୍ୟା ଅଟେ । ଚେତନକୁ ଜଡ଼ କିପରି ବାନ୍ଧି ପାରିବ? କିନ୍ତୁ ଏହି ବନ୍ଧନ ଅସତ୍ୟ ହୋଇଥିଲେ ହେଁ ସ୍ବପ୍ନରେ ଆମେ ଯେପରି କାନ୍ଦି ଥାଉ, ସେପରି ଏହା ମଧ୍ୟ ଆମକୁ ଦୁଃଖ ଦେଇଥାଏ । ଆତ୍ମା ଶରୀରଠାରୁ ଭିନ୍ନ ଏକ ଚୈତନ୍ୟ ସା ଅନୁଭବ କରିି ପାରନ୍ତେ ।
ତୃତୀୟ ସ୍କନ୍ଧରେ ବର୍ଣ୍ଣିତ ବିଦୂର ପ୍ରସଙ୍ଗ ପ୍ରଣିଧାନ ଯୋଗ୍ୟ । ଆମେ ଦିନଯାକ ଅନେକ ଥର ଭଗବାନଙ୍କୁ ଡ଼ାକୁଛୁ । ତଥାପି ଭଗବାନ ଆମ ଘରେ ପଦାର୍ପଣ କରୁନାହାନ୍ତି । ଦୁର୍ଯେ୍ୟାଧନଙ୍କ ଘରେ ପଦାର୍ପଣ କରିବାର ନିମନ୍ତ୍ରଣକୁ ଭଗବାନ ପ୍ରତ୍ୟାଖ୍ୟାନ କରିଦେଲେ । ଭଗବାନଙ୍କ ପରମ ଭକ୍ତ ହୋଇ ସୁଦ୍ଧା ବିଦୁର ଭଗବାନଙ୍କୁ ସଂକୋଚବଶତଃ ନିମନ୍ତ୍ରଣ କରି ନ ଥିଲେ । ଏହା ସେ୍ୱ ମଧ୍ୟ ଭଗବାନ ଅ·ନକ ବିଦୁରଙ୍କ ଘରେ ପଦାର୍ପଣ କରି ଶାଗଭାଜି ଭୋଜନ କରି ପରମ ତୃପ୍ତି ଲାଭ କରିଥିଲେ । ଏହି ଦୃଷ୍ଟାନ୍ତରୁ ଏହା ଶିକ୍ଷା ମିଳେ ଯେ, ଆତ୍ମା ନମ୍ରତା ପୂର୍ବକ ଯେତେବେଳେ ଭଗବାନଙ୍କ ଶରଣାପନ୍ନ ହୁଏ, ସେତେବେଳେ ସେ ନିଜର ପି୍ରୟ ଭକ୍ତଙ୍କୁ ଉଚିତ ସମ୍ମାନ ଦିଅନ୍ତି । ବିଦୁର ଓ ତାଙ୍କ ସ୍ତ୍ରୀ ସୁଲଭାଙ୍କ ଶୁଦ୍ଧ ପ୍ରେମ ଭଗବାନଙ୍କୁ ସ୍ବତଃ ତାଙ୍କ କୁଟୀରକୁ ଯିବା ପାଇଁ ଆର୍କର୍ଷିତ କରିଥିଲା । ସେ ସ୍ବୟଂ ଭୋଜନ ପାଇଁ ଯାଚନା କରିଥିଲେ । ଦୁର୍ଯେ୍ୟାଧନର ଅହଂକାର ହେତୁ ତା’ ଦ୍ୱାରା ଅର୍ପିତ ସମସ୍ତ ରାଜକୀୟ ସକôାରକୁ ଭଗବାନକୁ ଉପେକ୍ଷା କରିଥିଲେ । ଭଗବାନଙ୍କୁ ଶୁଦ୍ଧ ମନରେ ଶୁଦ୍ଧ ଭୋଜନ ପ୍ରସ୍ତୁତ କରି ଅର୍ପଣ କଲେ ତାହା ସେ ଗ୍ରହଣ କରିଥାନ୍ତି । ଶୁଦ୍ଧ ଭୋଜନ ଏକାନ୍ତ ଆବଶ୍ୟକ ।
ଆହାର ଶୁଦ୍ଧୌ ସ୍ୱଶୁଦ୍ଧି, ସଶୁଦ୍ଧୌ ଧ୍ରୁବା ସ୍ମୃତିଃ ।ା
ମନ ଉପରେ ସଙ୍ଗରେ ପ୍ରଭାବ ମଧ୍ୟ ପଡ଼େ । ଯେମିତି ସଙ୍ଗ ସେମିତି ରଙ୍ଗ । ଜନ୍ମରୁ କେହି ଭ୍ରଷ୍ଟ ହୋଇନଥାଏ । ବଡ଼ ହେଲା ପରେ ସଙ୍ଗ ଅନୁରୂପ ରଙ୍ଗ ଲାଗେ । ସତସଙ୍ଗ ଦ୍ୱାରା ଜୀବନ ବିକଶିତ ହୁଏ । ଅନ୍ୟ ପକ୍ଷରେ କୁସଙ୍ଗ ଜୀବନକୁ ଭ୍ରଷ୍ଟ କରେ । ବିଦୁର ସତତ ସତ ସଙ୍ଗରେ କାଳାତିପାତ କରୁଥିଲେ । ତେଣୁ ଦୁର୍ଯେ୍ୟାଧନର ରାଜପ୍ରାସାଦରୁ ଦୂରରେ ଗଙ୍ଗା କୂଳରେ ଏକ ପର୍ଣ୍ଣ କୁଟୀରରେ ସେ ଅବସ୍ଥାନ କରୁଥିଲେ । ନିଜ ଘର ବ୍ୟତୀତ ଅନ୍ୟ କେଉଁଠି ସେ ଭୋଜନ ଗ୍ରହଣ କରୁ ନ ଥିଲେ । ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ସଂସ୍କାରର ପ୍ରଭାବ ମଧ୍ୟ ଭୋଜନ ଉପରେ ପଡ଼େ । ତେଣୁ ଅନ୍ୟ କାହା ଦ୍ୱାରା ପ୍ରସ୍ତୁତ ହୋଇଥିବା ଭୋଜନ ଅପେକ୍ଷା ସ୍ବୟଂ ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ ପୂର୍ବକ ପ୍ରସାଦ ରୂପରେ ଗ୍ରହଣ କରିବା ଉଚିତ । ବିଦୁର ଓ ତାଙ୍କ ପନôୀ
ଉଭୟେ ଭଗବତ୍ ପ୍ରେମୀ ଥିଲେ । ଘରେ ଯାହାବି ଶାଗ ଭାଜି ଥାଉ ତାହା ଭଗବାନଙ୍କ ପାଇଁ ପାକ କରି ଶୁଦ୍ଧ ସଂକଳ୍ପ ଦ୍ୱାରା ତାଙ୍କୁ ଅର୍ପଣ କଲାପରେ ପ୍ରସାଦ ରୂପେ ଗ୍ରହଣ କରୁଥିଲେ । ଏହିପରି ସେ ନିରାଡମ୍ବର ପୂର୍ବକ ଏକାନ୍ତ ଜୀବନ ଯାପନ କରୁଥିଲେ । ଏଭଳି ପବିତ୍ର ଗୃହସ୍ଥଙ୍କୁ ଦର୍ଶନ କରିବା ପାଇଁ ସ୍ବୟଂ ଭଗବାନ ତାଙ୍କ ଘରେ ପଦାର୍ପଣ କରନ୍ତି । ସ୍ବାଦିଷ୍ଟତା ଏବଂ ମିଷ୍ଟତା ବସ୍ତୁରେ ନ ଥାଏ । ପ୍ରେମରେ ଥାଏ । ଶତ୍ରୁର ହାଲୁଆ ପୁରୀ ମଧ୍ୟ ବିଷ ତୁଲ୍ୟ ମନେ ହୁଏ । ଦୁର୍ଯେ୍ୟାଧନ ଘରର ମିଷ୍ଟନାନ୍ନ ଭଗବାନଙ୍କୁ ଭଲ ଲାଗିଲା ନାହିଁ; କିନ୍ତୁ ବିଦୁର ଘରେ ପରମ ତୃପ୍ତିରେ ଶାଗ ଭାଜି ଭୋଜନ କଲେ । ତେଣୁ ଆଜି ମଧ୍ୟ ଲୋକ ମୁଖରେ ଗାୟନ ଅଛି;
ସବସେ ଉ ପ୍ରେମ ସଗାଇ
ଦୁର୍ଯେ୍ୟାଧନ କୋ ସେବା ତ୍ୟାଗୋ
ସାଗ୍ ବିଦୁର ଘର ପାଇ ।ା
ଜୁଠେ ଫୁଲ୍ ଶବରୀକେ ଖାୟେ ।
ବହୁ ବିଧି ପ୍ରେମ ଲଗାଇ ।ା
ପ୍ରେମନେ ବସ ନୃପ-ସେବା କିହ୍ନି,
ଆପ ବନେ ହରେ ନାଇ ।ା
ରାଜସୁ ଯଜେ୍ଞ ଯୁଧିଷ୍ଠିର କିହ୍ନୋ
ତାମେଁ ଜୁଠ ଉଠାଇ ।
ପ୍ରେମ କେ ବସ ଅର୍ଜୁନ ରଥ ହାଁକ୍ୟୋ
ଭୁଲ ଗଏ ଠାକୁରାଇ ।ା
ଏସି, ପ୍ରୀତ ବଢ଼ି ବୃନ୍ଦାବନ
ଗୋପିନ ନାଚ ନ·ଇ ।
ସୁର କୃର ଇସ ଲାୟକ ନାହିଁ
କହିଁ ଲଗି କରୌ ବଡ଼ାଇ ।ା
ତପଶ୍ଚର୍ଯ୍ୟା ଦ୍ୱାରା ପାପ ଭସ୍ମୀଭୂତ ହୋଇଯାଏ । ଜୀବାତ୍ମା ଶୁଦ୍ଧ ହୁଏ । ତପଶ୍ଚର୍ଯ୍ୟା ଅର୍ଥାତ ପ୍ରତ୍ୟେକ କର୍ମ ପରମାତ୍ମାଙ୍କ ପାଇଁ କର । ଅର୍ଥାତ ନିରନ୍ତର ଈଶ୍ୱରୀୟ ସ୍ମୃତି ଯୁକ୍ତ କର୍ମ ହେଉଛି ତପସ୍ୟା । ତପଃର ପ୍ରଥମ ଚରଣ ହେଲା ଜିହ୍ୱା ଉପରେ ଅଙ୍କୁଶ! ଯେଉଁ ବ୍ୟକ୍ତିର ଆବଶ୍ୟକତା ଅଧିକ ସେ କେବେ ହେଲେ ତପ ସାଧନା କରି ପାରେ ନାହିଁ । ଆଜି କାଲି ଲୋକେ ନିଜ ନିଜ ଆବଶ୍ୟକତା ବଢ଼ାଇ ·ଲିଛନ୍ତି । ଫଳରେ ଇନ୍ଦି୍ରୟମାନଙ୍କୁ ପରି·ଳନା କରିବାରେ ହିଁ ସେମାନଙ୍କ ସମୟ ସମ୍ପି ବ୍ୟୟ ହେଉଛି । ସିଏ ଈଶ୍ୱରଙ୍କ ସହିତ ପ୍ରେମ କରିବାକୁ ଇଛୁକ, ଯିଏ ଜଗତ ସହିତ ଅଧିକ ପ୍ରେମ କରିବା ଅନୁଚିତ । ଜଗତ ପ୍ରତି ପ୍ରେମ ନ କରିବାର ଅର୍ଥ ନୁହେଁ ଯେ ତାକୁ ତିରସ୍କାର କରିବା । ପ୍ରେମର ପାତ୍ର କେବଳ ଈଶ୍ୱର ।
Comments
Post a Comment