ଜ୍ଞାନ ପ୍ରବାହ (୧୭)

                                           ଜ୍ଞାନ ପ୍ରବାହ (୧୭)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)

ଆମର  ଜନ୍ମ ଜନ୍ମାନ୍ତରର ସଂସ୍କାର ଆମକୁ ପାପ ବା ପୁଣ୍ୟ କରିବାକୁ ପ୍ରେରିତ କରେ । ଏକାନ୍ତରରେ ଈଶ୍ୱରୀୟ ଚିନ୍ତନ କରିବା ଉଚିତ । ଏକାନ୍ତ ମନକୁ ଶୀଘ୍ର ଏକାଗ୍ର କରେ । ଏକ ଈଶ୍ୱରଙ୍କ ପାଖରେ ସବୁ ଅନ୍ତ କରିବାର ନାମ ଏକାନ୍ତ ଅଟେ । ଈଶ୍ୱର ଏକ ଏବଂ ଅଦ୍ୱିତୀୟ ଅଟନ୍ତି । ମନକୁ ଏକାଗ୍ର କରିବା ପାଇଁ ଏକାନ୍ତରେ ରହିବା ଜରୁରୀ ଅଟେ । ଗୃହସ୍ଥ ଘରେ ସମଭାବ ରଖି ପାରେ ନାହିଁ । ଗୀତାରେ ସମତାକୁ ଯୋଗ କୁହାଯାଇଛି । “ସମତ୍ୱଂ ଯୋଗ ଉଚ୍ୟତେ ।” ଘର ଗୃହସ୍ଥ ପ୍ରାୟ ବିଷମତାରେ ପରିପୂର୍ଣ୍ଣ ଥାଏ । ସେଠାରେ ସମତା ଏକ କଠିନ ବ୍ୟାପାର । ଗୃହସ୍ଥ ଘରେ ଭୋଗର ପରମାଣୁ ବ୍ୟାପ୍ତ ହୋଇଥିବା ହେତୁ ସେଇଠି ରହି ପରମାତ୍ମାଙ୍କ ସତତ ଚିନ୍ତନ କରିବା ବଡ଼ କଠିଣ କାର୍ଯ୍ୟ । ଭାଗବତରେ ଶୁକଦେବ ସ୍ପଷ୍ଟ କହିଛନ୍ତି ଯେ  ଯାହାର ମୃତୁ୍ୟ ସନ୍ନିକଟ; ତାକୁ ଗୃହସ୍ଥ୍ି ତ୍ୟାଗ କରିବା ବିଧେୟ ।” ଗୃହାତ୍ ପ୍ରବ୍ରଜିତୋ ଧୀରଃ ।” ଧୈର୍ଯ୍ୟ ସହିତ ଗୃହ ତ୍ୟାଗ କର; ପବିତ୍ର ତୀର୍ଥ ଜଳରେ ସ୍ନାନ କର ଏବଂ ପବିତ୍ର ଏକାନ୍ତ ସ୍ଥାନରେ ଆସନ ପକାଇ ବସି ଯାଅ । ପ୍ରାଣାୟାମ ଦ୍ୱାରା ପ୍ରାଣ ବାୟୁକୁ ବଶୀଭୂତ କର । ମନକୁ ସାଂସାରିକ ବି·ରରୁ ମୁକ୍ତ କରି ପରମାତ୍ମାଙ୍କ ମଙ୍ଗଳମୟ ରୂପରେ ସଂଯୁକ୍ତ କର ।

ପ୍ରାଣ ସହିତ ମନର ସମ୍ବନ୍ଧ ଥିବାରୁ ପ୍ରାଣାୟାମ ଦ୍ୱାରା ମାନସିକ ସ୍ଥିରତା ଆସେ । ପ୍ରାଣାୟାମର ତିନି ଭେଦ ଅଛି । ପ୍ରଥମ ପୂରକ ପ୍ରାଣାୟାମ ଡାହାଣ ନାସିକା ଦ୍ୱାରା ହୁଏ । ବାହାରର ବାୟୁ ଧୀରେ ଧୀରେ ଡାହାଣ ନାସିକା ଦ୍ୱାରା ଗ୍ରହଣ କର । ପୂରକ କଲା ବେଳେ ମନରେ ଏପରି ଭାବନା ଉପôନ୍ନ କର ଯେ ପରମାତ୍ମାଙ୍କ ତେଜୋମୟ ସ୍ବରୂପ ମୋ ଭିତରେ ପ୍ରବେଶ କରୁଛି । ତା’ପରେ କୁମ୍ଭକ ପ୍ରାଣାୟମ କରିବାକୁ ହୁଏ । ପ୍ରାଣକୁ ଶରୀର ମଧ୍ୟରେ ସ୍ଥିର ରଖିବା କୁମ୍ଭକ ଅଟେ । ସେ ସମୟରେ ପରମାତ୍ମାଙ୍କ ସହିତ  ସ୍ବ- ସମ୍ବନ୍ଧ କଥା ଚିନ୍ତାକର । ମନରେ ସଂକଳ୍ପ ଉପôନ୍ନ କର ଯେ ପରମପିତାଙ୍କ ସହିତ ମୋର ମିଳନ ହୋଇଛି । ମୋର ପ୍ରିୟ ପିତା ମୋତେ ଆଲିଙ୍ଗନ କରୁଛନ୍ତି । ଏହି ଈଶ୍ୱରୀୟ ସମ୍ବନ୍ଧ ସତତ ସ୍ଥିର ରହିଲେ ଆତ୍ମା ଜୀବନ୍ମୁକ୍ତ ହୋଇଯାଏ । ସାଂସାରିକ ବିଷୟ ପ୍ରତି ମନ ଗଲେ ଏହି ସମ୍ବନ୍ଧ ଭଙ୍ଗ ହୋଇଯାଏ । ଶେଷ ପର୍ଯ୍ୟାୟ ହେଉଛି ରେଚକ ପ୍ରାଣାୟାମ । ବାମ ନାସିକା ଦ୍ୱାରା ଶ୍ୱାସ ତ୍ୟାଗ କରିବାକୁ ‘ରେଚକ’ କୁହାଯାଏ । ସେ ସମୟରେ ଏପରି ସଂକଳ୍ପ କର ଯେ ମୁଁ ପରମାତ୍ମାଙ୍କ ସଦୃଶ ରୂପରେ ବିନ୍ଦୁ ଓ  ଗୁଣରେ ସିନ୍ଧୁ ବନି ଯାଇଛି । ମୁଁ ସମ୍ପୂର୍ଣ୍ଣ ରୂପେ ପରମାତ୍ମାଙ୍କ ହୋଇ ଯାଇଛି । ଏଥିପାଇଁ ମୋର ସମସ୍ତ ପାପ ବାହାରି ଯାଉଛି; ବାସନା ·ଲିଯାଉଛି । ମୋ ମନର ସମସ୍ତ ବିକାର ନିର୍ଗତ ହୋଇ ଯାଉଛି । ବର୍ମାନ ମୁଁ ଶୁଦ୍ଧ ଓ ପବିତ୍ର ହୋଇ ଯାଇଛି । ।ଏସବୁ ଯୌଗିକ ପ୍ରକ୍ରିୟା ଅଟେ । ଯୋଗକୁ ମଧ୍ୟ ଭକ୍ତି ସହକାରେ କରିବା ଉଚିତ । ଭକ୍ତି ପୂର୍ବକ ଯୋଗ କରୁ ନଥିବା ବ୍ୟକ୍ତି ରୋଗୀ ହୋଇ ପଡେ । ଭକ୍ତି ବିନା ଯୋଗ ରୋଗ ଉପôନ୍ନ କରେ । ବିନା ଭକ୍ତିରେ ଯୋଗ ସାଧନ ହୋଇପାରେ ନାହିଁ । ଭକ୍ତି ପୂର୍ବକ ଯୋଗ କଲେ  ବୁଦ୍ଧି ପରମାତ୍ମାଙ୍କ ସହିତ ସଂଯୋଗ ହୋଇଯାଏ । ଯୋଗ ଦ୍ୱାରା ମନକୁ ସ୍ଥିର କରାଯାଇ ପାରେ; କିନ୍ତୁ ହୃଦୟ ବିଶାଳ ହୋଇ ପାରେ ନାହିଁ । ହୃଦୟର ବିଶାଳତା ପାଇଁ ଭକ୍ତି ଓ ଜ୍ଞାନ ଆବଶ୍ୟକ । ପରମାତ୍ମାଙ୍କୁ ସତତ ବୁଦ୍ଧିରେ ସ୍ଥିର ରଖିବା ହିଁ ସବୁ ଶାସ୍ତ୍ରର ଅଟେ ।

ଆଲୋଚ୍ୟ ସର୍ବ ଶାସ୍ତ୍ରାଣୀ 

                             ବି·ର୍ଯ୍ୟ ଚ ପୁନଃ ପୁନଃ

ଇଦମେକଂ   ସୁନିଷ୍ପନଂ 

                     ଧ୍ୟେୟୋ ନାରାୟେଣୋହରିଃ ।ା

ସବୁ ଶାସ୍ତ୍ର ପଢ଼ । ତାକୁ ବି·ର କର । କିନ୍ତୁ ମନେ ରଖ ପରମାତ୍ମା ହିଁ ଏକମାତ୍ର ସତ୍ୟ । କେବଳ ସେ ହିଁ ସର୍ବଦା ଚିନ୍ତନୀୟ ଓ ସ୍ମରଣୀୟ । ଧ୍ୟାନ ବା ଈଶ୍ୱରୀୟ ଚିନ୍ତନ ପୂର୍ବରୁ ମନର ସେବା କର । ଏହି ସମୟରେ ମନ ଶୁଦ୍ଧ ନ ରହିଲେ ଆନନ୍ଦ ମିଳେ ନାହିଁ । ବାହ୍ୟ ବସ୍ତୁରେ ମନ ବିଚରଣ କରିବାରେ ଅଭ୍ୟସ୍ତ ହୋଇଯାଇଛି । ବର୍ମାନ ଜୀବନ ଭୋଗ ପ୍ରଧାନ ହୋଇଯାଇଛି । ଏଣୁ ମନକୁ ଅନ୍ତର୍ମୁଖୀ କରାଇବା ବଡ଼ କଠିନ । ମନର ମଳିନତା ଦୂର କରିବା ପାଇଁ ଦେହ ଅଭିମାନ ତ୍ୟାଗ କରି ମନକୁ ଆତ୍ମିକ ସ୍ମୃତିରେ ସ୍ଥିର ରଖ । ଆତ୍ମାନୁଭୂତି ହିଁ ପରମାତ୍ମାନୁଭୂତି ପାଇଁ ପଥ ପ୍ରଶସ୍ତ କରାଇବ । ବୈରାଗ୍ୟ ବିନା ଧ୍ୟାନ ସମ୍ଭବ ନୁହେଁ ।ଏହା ବିନା ଧ୍ୟାନରେ ଏକାଗ୍ରତା ଆସେ ନାହିଁ । ସଂସାର ସ୍ମରଣ ଦୁଃଖ ଓ ଏହାର ବିସ୍ମରଣ ସୁଖ ଅଟେ । ଜ୍ଞାନ ମାର୍ଗରେ ତୀବ୍ର ବୈରାଗ୍ୟ ହେବା ଉଚିତ । ଭକ୍ତି- ପ୍ରେମ ମାର୍ଗରେ ସମର୍ପଣତା ପ୍ରଧାନ ଅଟେ । ସମସ୍ତଙ୍କୁ ପ୍ରେମ କର; କିମ୍ବା ଏକ ଈଶ୍ୱରଙ୍କୁ ପ୍ରେମ କର । ଜଗତର ପ୍ରତ୍ୟେକ ପଦାର୍ଥକୁ ପ୍ରେମ କରିବା ଭକ୍ତି ମାର୍ଗ ଅଟେ । ଜ୍ଞାନ ମାର୍ଗ ତ୍ୟାଗ ପ୍ରଧାନ ଅଟେ । ଜ୍ଞାନୀ ସମସ୍ତଙ୍କୁ ନିଷେଧ କରି ପରିନିଷେଧରେ ଯାହା ଅବଶେଷ ରହେ ସେଥିରେ ମନକୁ ଦୃଢ଼ କରେ । ସାଧାରଣ ମନୁଷ୍ୟ ପାଇଁ ଜ୍ଞାନ ମାର୍ଗ ସୁଲଭ ନୁହେଁ ।  ଈଶ୍ୱରୀୟ ଚିନ୍ତନ ଯଦି କରି ନ ପାରୁଛ ତେବେ କିଛି କଥା ନାହିଁ; କିନ୍ତୁ ସଂସାରର ଚିନ୍ତନ କେବେ କରିବା ଉଚିତ ନୁହେଁ । ଧ୍ୟାନରେ ଯଦି ମନ ସ୍ଥିର ନ ହେଉଛି ତେବେ ମୃତୁ୍ୟକୁ ସାମନାରେ ରଖ । ମୃତୁ୍ୟ ଭୟ ମନରେ ସ୍ଥିରତା ଆଣିବ । ମନକୁ କୌଣସି ପ୍ରକାରେ ବୁଝାଇ ସ୍ଥିର କର ।

କ୍ଷଣ ଭଙ୍ଗୁର ଜୀବନକୀ କଲିକା,

   କଲ ପ୍ରାତଃ କୋ ଜାନେ ଖିଲି ନ ଖିଲି;

ମଲୟାଚଲ କି ଶୁଚି ଶୀତଲ ମନ୍ଦ,

ସୁଗନ୍ଧ ସମୀର ଚଲି ନ ଚଲି ।

କଲି କାଲ କୁଠାର ଲିଏ ଫିରତା,

     ତନ ନମ୍ର ହୈ େ·ଟ ଝିଲି ନ ଝିଲି ।

ରଟଲେ ହରି ନାମ ଅରି ରସନା;

    ଫିର ଅନ୍ତ ସମୟ ମେଁ ହିଲି ନ ହିଲି ।

ସତତ ଈଶ୍ୱରୀୟ ସ୍ମୃତି ଦ୍ୱାରା ଆତ୍ମା ପରମାତ୍ମା ସହିତ ଏକାକାର ହୋଇଯାଏ । ଧ୍ୟାନ କରିବା ବ୍ୟକ୍ତି ଧ୍ୟେୟ ସହିତ ମିଶିଯାଏ । ଧ୍ୟାତା, ଧ୍ୟାନ ଏବଂ ଧ୍ୟେୟ ଏକାକାର ହୋଇ ଯାନ୍ତି । ଦୃଷ୍ଟି, ଦ୍ରଷ୍ଟା ଏବଂ ଦର୍ଶନ ଏକ ହୋଇଯିବା ଉଚିତ/ସାଧକ ଓ ସାଧ୍ୟ ଏକ ହୋଇଯିବା ବିଧେୟ । ଧ୍ୟାତା, ଧ୍ୟାନ ଏବଂ ଧ୍ୟେୟ ତଥା ଦର୍ଶନ, ଦ୍ରଷ୍ଟା ଓ ଦୃଶ୍ୟ ଏକ ହୋଇଗଲେ ଜାଣିବ ଯେ ଧ୍ୟାନ ଓ ଦର୍ଶନରେ ଏକତାନତା ଉପôନ୍ନ ହୋଇଛି । ଏକ ତାନତା ହେଲେ ବାକି ସବୁ ବିସ୍ମରଣ ହୋଇଯାଏ ଏବଂ ପରମାତ୍ମା ବ୍ୟତୀତ ଆଉ କିଛି ସ୍ମରଣ ରହେ ନାହିଁ । ଲୋକେ ପରମାତ୍ମାଙ୍କୁ ଧନ ଦିଅନ୍ତି; କିନ୍ତୁ  ସେ ତ ମନ ମାଗନ୍ତି । ସାଂସାରିକ ବ୍ୟବହାର କର; କିନ୍ତୁ ମନରେ ସତତ ପରମାତ୍ମା ସ୍ମୃତି ରଖ । ଯେପରି ଜଳ କଳସୀ ମୁଣ୍ଡରେ ବୋହି ଆସୁଥିବା ଗ୍ରାମ ଲଳନାଗଣ ପରସ୍ପର ମଧ୍ୟରେ କଥାବାର୍ା ହୋଇ ଆସୁଥିଲେ ମଧ୍ୟ ସେମାନଙ୍କ ଧ୍ୟାନ କଳସୀ ଉପରେ ଥାଏ ଯେପରିକି ତାହା ପଡି ନ ଯିବ । ଏହିପରି ସଂସାରରେ ବ୍ୟବହାର କରିବା ବେଳେ ସତତ ଈଶ୍ୱରଙ୍କୁ ସ୍ମରଣ କର । ଜାଗତିକ ପଦାର୍ଥରେ ଆସକ୍ତି ରଖ ନାହିଁ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର