ଜ୍ଞାନ-ପ୍ରବାହ (୩୧)
ଜ୍ଞାନ-ପ୍ରବାହ (୩୧)
ପରମହଂସ ପ୍ରକରଣ
ଆତ୍ମାରୁ ପୂର୍ବଜନ୍ମ ସଂସ୍କାର ସମ୍ପୂର୍ଣ୍ଣ ଉନ୍ମୁଳନ ନହେବା ପର୍ଯ୍ୟନ୍ତ ବ୍ୟକ୍ତି କେବଳ ଈଶ୍ୱରୀୟ ଜ୍ଞାନ ଲାଭ କରି ମଧ୍ୟ ବନ୍ଧନ ମୁକ୍ତ ହୋଇପାରେ ନାହିଁ । ଆତ୍ମା ଏବଂ ପରମାତ୍ମା ମିଳନରେ ବାସନା ହେଉଛି ମୁଖ୍ୟ ପ୍ରତିବନ୍ଧକ । ତେଣୁ ସାଂସାରିକ ଜୀବନରେ ସୁଖ ଓ ଦୁଃଖ ଉଭୟକୁ ଅନାସକ୍ତ ଭାବରେ ଭୋଗ କଲେ ପ୍ରାରବ୍ଧ ନାଶ ହେବ ଓ ନୂଆ ପ୍ରାରବ୍ଧ ଉପôନ୍ନ ହେବ ନାହିଁ । ମନୁଷ୍ୟକୁ ଇହଜନ୍ମରେ ହିଁ ଆଗାମୀ ଜନ୍ମ ପାଇଁ ଯଥୋଚିତ ପ୍ରସ୍ତୁତି କରିବାକୁ ପଡିବ । ତେଣୁ ଜ୍ଞାନୀ ବ୍ୟକ୍ତି ସଙ୍ଗ ଦୋଷରୁ ନିଜକୁ ଦୂରେଇ ରଖନ୍ତି । ସେ ସାଂସାରିକ ପ୍ରବୃିଗୁଡିକୁ ଜ୍ଞାନ ନିଷ୍ଠା ଓ ଈଶ୍ୱରୀୟ ସେବାରେ ବାଧକ ମନେ କରନ୍ତି । ସଂସାରର ସମସ୍ତ ଦୃଶ୍ୟ ବସ୍ତୁ ପ୍ରତି ଅନାସକ୍ତ ରହି ପରମାତ୍ମାଙ୍କ ସହିତ ମନ-ବୁଦ୍ଧିକୁ ସ୍ଥିର ରଖନ୍ତି । ଏହାଦ୍ୱାରା ମନ ବିଷୟ ବାସନା, ସୁଖ-ଦୁଃଖ ଓ ସାଂସାରିକ ବନ୍ଧନରୁ ମୁକ୍ତ ହୁଏ । ତେଣୁ ଜ୍ଞାନୀ ଜନ ପାଇଁ ସଂସାର ବାଧକ ହୁଏ ନାହିଁ ।
ଭାଗବତର ପମ ସ୍କନ୍ଧରେ ଦୁଇ ପ୍ରକାର ପରମହଂସଙ୍କ କଥା ବର୍ଣ୍ଣିତ ହୋଇଛି । ଜ୍ଞାନୀ ପରମହଂସ ଓ ଭାଗବତ ପରମହଂସ । ଋଷଭଦେବ ଆଦର୍ଶ ଜ୍ଞାନୀ ପରମହଂସ । ଭରତଜୀ ଆଦର୍ଶ ଭାଗବତ ପରମହଂସ । ଜ୍ଞାନୀ ପରମହଂସ ଜ୍ଞାନ ଦ୍ୱାରା ଉପଦେଶ ଦିଅନ୍ତି । କିନ୍ତୁ ଭାଗବତ ପରମହଂସ କି୍ରୟା ଦ୍ୱାରା ଉପଦେଶ ଦିଅନ୍ତି । ସବୁକିଛି ତ୍ୟାଗ କରି ଋଷଭଦେବ ପାଗଳ ପ୍ରାୟ ଜଗତରେ ଭ୍ରମଣ କରନ୍ତି । ଅନ୍ୟ ପକ୍ଷରେ ସମସ୍ତଙ୍କୁ ଈଶ୍ୱର ସ୍ୱରୂପ ଭାବି ଭରତଜୀ ସେବା କରନ୍ତି । ଉଭୟ ପରମହଂସଙ୍କ ଲକ୍ଷ୍ୟ ଏକ; କିନ୍ତୁ ସାଧନ ଭିନ୍ନ ଭିନ୍ନ ଅଟେ । ଜ୍ଞାନୀ ପରମହଂସ ଜଗତକୁ ମିଥ୍ୟାରୂପ ଅନୁଭବ କରନ୍ତି । ଭାଗବତ ପରମହଂସ ଜଗତକୁ ବାସୁଦେବ (ଈଶ୍ୱର) ସ୍ୱରୂପ ମାନନ୍ତି । ବାସୁଦେବଃ ସର୍ବମିତି ।ାଭା ଅ-୭/୧୧ାା ଭାଗବତ ପରମହଂସଙ୍କ ଅନୁସାରେ ଜଗତ ମିଥ୍ୟା ନୁହେଁ, ସତ୍ୟ ଅଟେ ଓ ବ୍ରହ୍ମ (ଈଶ୍ୱର)ଙ୍କ ସ୍ବରୂପ ଅଟେ । ଜ୍ଞାନୀ ବେଦାନ୍ତ ମତାବଲମ୍ବୀ ଓ ଭାଗବତ ସମର୍ଥକ ବୈଷ୍ଣବ ଅଟନ୍ତି । ବେଦାନ୍ତୀ ବିବର୍ନବାଦ ଓ ବୈଷ୍ଣବ ପରିଣାମବାଦ ପକ୍ଷଧର ଅଟନ୍ତି । ଜ୍ଞାନୀମାନଙ୍କ ବିବର୍ନବାଦ ହେଉଛି ଦୁଧରୁ ଦହି ଉପôନ୍ନ ହୁଏ କିନ୍ତୁ ଦହିରୁ ଦୁଧ ହୁଏ ନାହିଁ । ଅନ୍ୟ ପକ୍ଷରେ ବୈଷ୍ଣବମାନେ କହନ୍ତି ଈଶ୍ୱରଙ୍କଠାରୁ ଜଗତର ଯେଉଁ ପରିଣାମ (ଜନ୍ମ) ହେଲା ତାହା ଦହି ସଦୃଶ ନୁହେଁ, ଏହା ସୁବର୍ଣ୍ଣ ନିର୍ମିତ ଆଭୁଷଣ ସଦୃଶ ଅଟେ । ସୁବର୍ଣ୍ଣରୁ ଆଭୁଷଣ ନିର୍ମାଣ ହେଲା ପରେ ମଧ୍ୟ ଏହା ସୁବର୍ଣ୍ଣ ହିଁ ରହେ । ଆଭୁଷଣ ଓ ସୁବର୍ଣ୍ଣ ମଧ୍ୟରେ କୌଣସି ଭେଦ ନ ଥାଏ, ଜଗତ ବ୍ରହ୍ମ (ଈଶ୍ୱର)ଙ୍କ ପରିଣାମ ହୋଇଥିବାରୁ ଏହା ସତ୍ୟ ଅଟେ ।
ଜ୍ଞାନୀ ଜନମାନେ ସାଂସାରିକ ପ୍ରବୃିକୁ ଜ୍ଞାନ ନିଷ୍ଠା ଓ ଭକ୍ତି ପାଇଁ ବାଧକ ମାନନ୍ତି । ସେମାନଙ୍କ ମତ ହେଉଛି ଜଗତରେ ଦୃଶ୍ୟମାନ ସମସ୍ତ ବସ୍ତୁ ମିଥ୍ୟା ଅଟେ । ଜଗତକୁ ମିଥ୍ୟା ମାନିଲେ ବୈରାଗ୍ୟ ହୁଏ ଏବଂ ସତ୍ୟ ମାନିଲେ ମୋହ ଉପôନ୍ନ ହୁଏ । ଜଗତର ଦୃଶ୍ୟକୁ ଦ୍ରଷ୍ଟା ସ୍ୱରୂପ ଦେଖୁଥିବା ଆତ୍ମା ସୁଖ ସ୍ୱରୂପ ଅଟେ । ମନକୁ ଆତ୍ମ ସ୍ୱରୂପରେ ହିଁ ସା ପ୍ରାପ୍ତ ହୁଏ । ମନର ସ୍ୱତନ୍ତ୍ର ସା ନାହିଁ । ଆତ୍ମାର ଅନୁଜ୍ଞା ପ୍ରାପ୍ତ ହେଲା ପରେ ମନ ପାପ କର୍ମରେ ପ୍ରବୃ ହୁଏ । ଆତ୍ମା ମନର ଦ୍ରଷ୍ଟା ଓ ସାକ୍ଷୀ ଅଟେ । ତେଣୁ ମନକୁ ପାପ କର୍ମରେ ପ୍ରବୃ ହେବା ପାଇଁ ଅନୁମତି ଦେବା ଅନୁଚିତ । ଶଙ୍କରା·ର୍ଯ୍ୟଙ୍କ ଅନୁସାରେ ନାମ-ରୂପ ମିଥ୍ୟା ଅଟେ ଏବଂ ଅନ୍ୟ ସବୁ ସତ୍ୟ । ମାଟି ସତ୍ୟ, ଘଟ ନୁହେଁ । ଏହି ପ୍ରକାରେ ଜଗତ ସତ୍ୟ ନୁହେଁ । ତେଣୁ ଜାଗତିକ କୌଣସି ବସ୍ତୁ ପ୍ରତି ପ୍ରେମ କରିବା ଅନୁଚିତ । ଶରୀର ମଳ-ମୂତ୍ରରେ ପରିପୂର୍ଣ୍ଣ । ତେଣୁ ଦେହର ମୋହ ତ୍ୟାଗ କରି ଓ ବିଷୟ-ବାସନାକୁ ନଷ୍ଟ କରି କେବଳ ଈଶ୍ୱରୀୟ ପ୍ରେମରେ ଲୀନ ହୋଇଯିବା ଉଚିତ । ଅନ୍ୟ ପକ୍ଷରେ ବୈଷ୍ଣବମାନେ ଜଗତକୁ ବ୍ରହ୍ମରୂପ ମାନି ଜଗତର ପ୍ରତ୍ୟେକ ପଦାର୍ଥକୁ ବ୍ରହ୍ମ ଅଂଶ ଦେଖନ୍ତି ଓ ପ୍ରେମ କରନ୍ତି । ଜ୍ଞାନୀ ନାରୀକୁ ନରକର ଦ୍ୱାର ମନେ କରି ନାରୀ-ମୁଖ ଦର୍ଶନକୁ ନିଷେଧ କରନ୍ତି । କିନ୍ତୁ ବୈଷ୍ଣବ ପାଇଁ ତ ପ୍ରତ୍ୟେକ ନାରୀ ସାକ୍ଷାତ ଲକ୍ଷ୍ମୀ ରୂପ ଅଟନ୍ତି । ତେଣୁ ନିର୍ବିକାର ଦୃଷ୍ଟିରେ ସେ ପ୍ରତ୍ୟେକ ନାରୀଙ୍କୁ ସମ୍ମାନ ଓ ସଦ୍ଭାବନା ପୂର୍ବକ ବନ୍ଦନା କରନ୍ତି । ସାଧାରଣ ଗୃହସ୍ଥ ପାଇଁ ବୈଷ୍ଣବମାନଙ୍କ ମାର୍ଗ ଖୁବ ସରଳ । ଯାହା ଦୃଷ୍ଟିଗୋଚର ହେଉଛି ତାକୁ ମିଥ୍ୟା ମାନିବା କଠିଣ କାର୍ଯ୍ୟ ଅଟେ । କୌଣସି ସୁନ୍ଦରୀ ସ୍ତ୍ରୀକୁ ମଳ-ମୂତ୍ର ପରିପୂର୍ଣ୍ଣ ମାନି ଉପେକ୍ଷା ଓ ତିରସ୍କାର ଦୃଷ୍ଟିରେ ଦେଖିବା ଅପେକ୍ଷା ପ୍ରତ୍ୟେକଙ୍କୁ ଭାଗବତ ଭାବରେ ନିର୍ବିକାର ଚିରେ ବନ୍ଦନା କରିବା ଉମ ଅଟେ ।
ଜଳ ମିଶ୍ରିତ ଦୁଧକୁ ହଂସ ସମ୍ମୁଖରେ ରଖିଲେ ସେ ଜଳକୁ ତ୍ୟାଗ କରି କେବଳ ଦୁଧକୁ ପିଇଯାଏ । ଏହି ଶକ୍ତି ତା ପାଖରେ ଅଛି । ଏହି ସଂସାର ହେଉଛି ଜଡ ଓ ଚେତନର ମିଶ୍ରଣ ମାତ୍ର । ଶରୀର ଜଡ; ଆତ୍ମା ଚେତନା ଜଡ ଓ ଚେତନ- ଏ ଦୁଇ ଭିନ୍ନ ତ୍ୱ ଅଟନ୍ତି । ଭିନ୍ନ ହୋଇ ମଧ୍ୟ ଏକରୂପ ହୋଇଯାଇଛନ୍ତି । ନଡିଆର କଠିଣ ଆବରଣ ମଧ୍ୟରେ ଏକ କୋମଳ ଧଳା ଗୋଲକ ପିଣ୍ଡ ଥାଏ । ଏ ଦୁଇଟି ଭିନ୍ନ ଭିନ୍ନ ହେଲେ ମଧ୍ୟ ଯେପର୍ଯ୍ୟନ୍ତ ନଡିଆ ମଧ୍ୟରେ ପାଣି ଥାଏ ସେ ପର୍ଯ୍ୟନ୍ତ ଏ ଦୁହେଁ ପୃଥକ ହୁଅନ୍ତି ନାହିଁ । ଭିତରେ ଥିବା ପାଣି ଶୁଖିଗଲେ କଠିଣ ଆବରଣଠାରୁ ପୃଥକ ହୋଇଯାଏ । ଶରୀର ହେଉଛି ନଡିଆର କଠିଣ ଆବରଣ, ଆତ୍ମା ହେଉଛି କୋମଳ ଗୋଲାକାର ପିଣ୍ଡ ଓ ବିଷୟ ରସ ହେଉଛି ପାଣି । ଯେପର୍ଯ୍ୟନ୍ତ ମନୁଷ୍ୟଠାରେ ବିଷୟ ରସ ଥାଏ, ବିଷୟ ପ୍ରତି ଆସକ୍ତି ଥାଏ, ସେ ପର୍ଯ୍ୟନ୍ତ ଆତ୍ମାକୁ ଭିନ୍ନତାର ଅନୁଭବ ହୁଏ ନାହିଁ । ଶାରିରୀକ ଉପଭୋଗରେ ଆନନ୍ଦ ନଥାଏ । ଆତ୍ମା ହିଁ ଆନନ୍ଦ ସ୍ବରୂପ । ଆତ୍ମା ଓ ଶରୀର ମଧ୍ୟ ଭିନ୍ନତାର ଅନୁଭବ ନ ହେବା ପର୍ଯ୍ୟନ୍ତ ନାମ - ରୂପର ମୋହ ନଷ୍ଟ ହୁଏ ନାହିଁ, ବରଂ ଦେହାଭିମାନ ବୃଦ୍ଧି ପାଏ ।
ଶରୀରଠାରୁ ଆତ୍ମାର ଭିନ୍ନତା ଅନୁଭବ ନ ହେବା ପର୍ଯ୍ୟନ୍ତ ମନୁଷ୍ୟକୁ ସଂସାରର ସମସ୍ତ ସୁଖ ମିଠା ଲାଗୁଥାଏ । ଏକଥା ସମସ୍ତେ ଜାଣନ୍ତି ଯେ ଶରୀରଠାରୁ ଆତ୍ମା ପୃଥକ ଏକ ଚୈତନ୍ୟ ସା ଅଟେ । ତଥାପି ମଧ୍ୟ ମନୁଷ୍ୟ ଦେହାଭିମାନରୁ ମୁକ୍ତ ହୋଇପାରେ ନାହିଁ । ଆତ୍ମଭାବକୁ ଜାଗ୍ରତ ଦ୍ୱାରା ଦେହଭାବକୁ ବିନାଶ କରାଯାଇପାରେ । ଏଥିପାଇଁ ଏକଥା ସତତ ଚିନ୍ତନ କରିବାକୁ ହେବ ଯେ, ମୁଁ ପୁରୁଷ ନୁହେଁ, ମୁଁ ସ୍ତ୍ରୀ ନୁହେଁ, ମୁଁ ଶରୀର ନୁହେଁ, ଶରୀରର ସୁଖ ମୋର ନୁହେଁ । ମୁୁଁ ପାରବ୍ରହ୍ମ ପରମାତ୍ମାଙ୍କ ବଂଶଜ ଅମର, ଅଜର, ଅବିନାଶୀ ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଚୈତନ୍ୟ ଆତ୍ମା ଅଟେ । ସମ୍ପୂର୍ଣ୍ଣ ଆତ୍ମ ସ୍ବରୂପରେ ସ୍ଥିତ ହୋଇ ପରମାତ୍ମାଙ୍କ ସ୍ମୃତିରେ ଲୀନ ହେବା ହିଁ ଏକମାତ୍ର ଲକ୍ଷ୍ୟ । ଜଡ ଶରୀରରୁ ଯିଏ ଚୈତନ୍ୟ ଆତ୍ମାକୁ ପୃଥକ କରି ନିଜକୁ ସତତ ଆତ୍ମ ସ୍ବରୂପରେ ସ୍ଥିତ ରଖନ୍ତି ତାଙ୍କୁ ପରମହଂସ କୁହାଯାଏ ।
ଜିତେନ୍ଦି୍ରୟ ବ୍ୟକ୍ତି ଘର-ଗୃହସ୍ଥରେ ଥାଇ ମଧ୍ୟ ଈଶ୍ୱରୀୟ ସେବା ଓ ସାଧନା କରିପାରିବେ, ଅନ୍ୟପକ୍ଷରେ ଯେଉଁମାନଙ୍କର ଇନ୍ଦି୍ରୟ ବଶୀଭୂତ ହୋଇ ନାହିଁ ସେମାନେ ଗୃହତ୍ୟାଗ କରି ବନକୁ ଗଲେ ମଧ୍ୟ ପ୍ରମାଦ କରିବେ । ମହାରାଜା ଭରତ ଈଶ୍ୱର ଆରାଧନା ପାଇଁ ଘର-ଗୃହସ୍ଥ ତ୍ୟାଗ କରି ବନକୁ ଗଲେ । କିନ୍ତୁ ସେଠାରେ ମଧ୍ୟ ସେ ନିଜ ଅଜାଣତରେ ପ୍ରବୃି ମାର୍ଗର ଅବଲମ୍ବନ କଲେ । ସେ ବଣରେ ପଥହୁଡି ଗଲେ । ଅନ୍ୟପକ୍ଷରେ ପ୍ରହ୍ଲାଦ ରାକ୍ଷସମାନଙ୍କ ସାଙ୍ଗରେ ରହି ଅନେକ କଷ୍ଟ ଓ ଯାତନା ସହି ନିଜର ଭକ୍ତି-ପରାକାଷ୍ଠାରେ ଈଶ୍ୱରୀୟ ସାନ୍ନିଧ୍ୟ ଲାଭ କରିଥିଲେ । ପବିତ୍ର ଓ ସଦା·ରପୂର୍ଣ୍ଣ ଜୀବନ ଯାପନ କରୁଥିବା ବ୍ୟକ୍ତି ଘରେ ରହି ମଧ୍ୟ ଈଶ୍ୱରଙ୍କୁ ପାଇ ପାରିବେ । ପ୍ରହ୍ଲାଦ ଚରିତ୍ର ଏହରା ନିଦର୍ଶନ । ନିଜ ଜୀବନର ଲକ୍ଷ୍ୟ ନିଶ୍ଚିତ କରିବା ପରମ ଆବଶ୍ୟକ । ଲକ୍ଷ୍ୟକୁ ଧ୍ୟାନରେ ରଖି ବ୍ୟବହାରିକ ଜୀବନରେ ଆଚରଣ କରିବା ଉଚିତ । ଈଶ୍ୱର ପ୍ରାପ୍ତି ହିଁ ମାନବ ଜୀବନର ଏକମାତ୍ର ଲକ୍ଷ୍ୟ ଅଟେ । ମନୁଷ୍ୟ ପଛରେ ସର୍ବଦା ଛଅଟି େ·ର ଅନୁଧାବନ କରନ୍ତି । ସେ ଛଅଟି ହେଲେ- କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମତ୍ସର । ଏହି ବିକାର ସମୂହ ଦ୍ୱାରା ଯିଏ ବଶୀଭୂତ ହୁଅନ୍ତି ନାହିଁ ତାଙ୍କ ପାଇଁ ଘର ବାଧା ସ୍ବରୂପ ନୁହେଁ । ଗୃହସ୍ଥାଶ୍ରମ ଏକ ଦୁର୍ଗ ତୁଲ୍ୟ । ସେଠାରେ ରହି ହିଁ ଏହି ଛଅ ଶତ୍ରୁ ସହିତ ସଂଗ୍ରାମ କରିବା ସର୍ବୋମ । କାରଣ ସାଧକ ସହିତ ଏମାନେ ମଧ୍ୟ ବଣକୁ ଆସନ୍ତି ଓ ନାନା ପ୍ରକାର ବିଘ୍ନ ସୃଷ୍ଟି କରନ୍ତି । ଅରଣ୍ୟ ଅପେକ୍ଷା ଗୃହସ୍ଥାଶ୍ରମରେ ଏମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବା ବହୁତ ସରଳ । ଜଗତର ମୋହ ତ୍ୟାଗ ପାଇଁ ପରମାତ୍ମାଙ୍କ ସହିତ ପ୍ରେମ କରିବା ଉଚିତ । ଈଶ୍ୱରୀୟ ପ୍ରେମ ଦ୍ୱାରା ହିଁ ବ୍ରହ୍ମାନନ୍ଦ ପ୍ରାପ୍ତ ହୁଏ ।
Comments
Post a Comment