ଜ୍ଞାନ ପ୍ରବାହ (୨୬)

                                       ଜ୍ଞାନ ପ୍ରବାହ (୨୬)

                  ପୁରୁଷାର୍ଥ : ଜ୍ଞାନ ଓ କି୍ରୟାର ମଧୁର ମିଳନ

ଯେତେବେଳ ପର୍ଯ୍ୟନ୍ତ ଜ୍ଞାନ କି୍ରୟାତ୍ମକ ହୁଏ ନାହିଁ ସେତେବେଳ ପର୍ଯ୍ୟନ୍ତ ତାହା ଅଜ୍ଞାନ ସଦୃଶ ହୁଏ । ଜାଣିଥିବା ଜ୍ଞାନକୁ ଜୀବନରେ ପ୍ରୟୋଗ କରିବା ଉଚିତ । ଅନ୍ୟଥା ଏହାର କୌଣସି ମୂଲ୍ୟ ନାହିଁ । ଜ୍ଞାନ କି୍ରୟାତ୍ମକ ହେଲେ ଶାନ୍ତି ପ୍ରଦାନ କରେ । ଜ୍ଞାନ କେବଳ ସୁସଜ୍ଜିତ ଶବ୍ଦର ସମ୍ଭାର ନୁହେଁ । ଜ୍ଞାନ ଅନନ୍ତ । ଜିତେନ୍ଦି୍ରୟ ବ୍ୟକ୍ତି ପାଇଁ ଜ୍ଞାନ ସୁପାଚ୍ୟ । ବିଳାସୀ ବ୍ୟକ୍ତି ଜ୍ଞାନର ଅନୁଭବ କରିପାରେ ନାହିଁ ।

ପୁରୁଷାର୍ଥ ·ରି ପ୍ରକାର; ଧର୍ମ, ଅର୍ଥ, କାମ ଓ ମୋକ୍ଷ । ସାତ ପ୍ରକାର ଶୁଦ୍ଧି ହେଲେ ଧର୍ମ ସିଦ୍ଧି ହୁଏ । ସେଗୁଡିକ ହେଲେ - ୧) ଦେଶ ଶୁଦ୍ଧି ୨) କାଳ ଶୁଦ୍ଧି ୩) ମନ୍ତ୍ର ଶୁଦ୍ଧି ୪) ଦେହଶୁଦ୍ଧି ୫) ବି·ର ଶୁଦ୍ଧି ୬) ଇନ୍ଦି୍ରୟ ଶୁଦ୍ଧି ୭) ଦ୍ରବ୍ୟ ଶୁଦ୍ଧି । ଅର୍ଥ ପ୍ରାପ୍ତି ପାଟି ସାଧନ ଦ୍ୱାରା ହୁଏ । ସେଗୁଡ଼ିକ ହେଲା (୧) ମାତା ପିତାଙ୍କ ଆଶୀର୍ବାଦ (୨) ଗୁରୁ କୃପା (୩) ଉଦ୍ୟମ (୪) ପ୍ରାରବ୍ଧ (୫) ପ୍ରଭୁକୃପା । କାମ ଏଗାରଟି ଇନ୍ଦି୍ରୟରେ ଅଧିଷ୍ଠିତ । ପା ଜ୍ଞାନେନ୍ଦି୍ରୟ, ପା କର୍ମେନ୍ଦି୍ରୟ ଏବଂ ମନ । କାମ ଏହି ଏଗାରଟି ସସ୍ଥାନରେ ନିବାସ କରେ । ରାବଣର ଦଶ ମସ୍ତକ ଦର୍ଶାଯାଏ । ଅର୍ଥାତ୍ ରାବଣ ଦଶଟି ଇନ୍ଦି୍ରୟ ବାସ କରେ । ଯିଏ ସମସ୍ତଙ୍କୁ ଆନନ୍ଦ ଦିଅନ୍ତି ସେ ହେଉଛନ୍ତି ରାମ । ଯିଏ ସମସ୍ତଙ୍କୁ କନ୍ଦାଏ ସିଏ ରାବଣ । କାମ ଜୀବ ମାତ୍ରକୁ କନ୍ଦାଏ ।

କାମ ଆଖି ଦ୍ୱାରା ମନ ମଧ୍ୟରେ ପ୍ରବେଶ କରେ । ଏହା ସହଜରେ ମନରୁ ଯାଏ ନାହିଁ । ନିର୍ବିକାରୀ ହେଲେ ରାବଣର ମୃତୁ୍ୟ ହୁଏ । କାମ ରୂପୀ ରାବଣ ମଲେ ରାମ ମିଳନ୍ତି ।

ମୋକ୍ଷ ପାଇଁ ଆଠ ପ୍ରକାର ପ୍ରକୃତି ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । “ଭୂମିରାପୋଽନଳେ ବାୟୁଃ ଖଂ ମନୋ ବୁଦ୍ଧିରେ ବା ଅହଂକାର ଇତି.... ।’’ ପୃଥ୍ୱୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି ଏବଂ ଅହଂକାର- ଏହି ଅଷ୍ଟଧା ପ୍ରକୃତିକୁ ଯିଏ ଆୟ କରିପାରେ ତାକୁ ମୋକ୍ଷ ମିଳେ । ପ୍ରକୃତିର ଅର୍ଥ ହେଉଛି ସ୍ବଭାବ । ଅନେକ ଜନ୍ମର ସଂସ୍କାର ମନରେ ସôତ ହୋଇଥାଏ । ଯେଉଁମାନେ ପ୍ରକୃତିକୁ ବଶୀଭୂତ କରିପାରି ନାହାନ୍ତି ସେମାନେ ବନ୍ଧନରେ ପଡିଛନ୍ତି । ପ୍ରକୃତି ଦ୍ୱାରା ଯିଏ ବଶୀଭୂତ ହୁଏ ସେ ଜୀବ । ଯିଏ ପ୍ରକୃତିକୁ ବଶରେ ରଖନ୍ତି ସିଏ ଶିବ (ଈଶ୍ୱର) ।

·ରି ପୁରୁଷାର୍ଥରେ ପ୍ରଥମେ ଧର୍ମ ଏବଂ ଅନ୍ତରେ ମୋକ୍ଷ । ମଝିରେ ଅର୍ଥ ଓ କାମ । ଏହିପରି କ୍ରମ କରିବାରେ ମଧ୍ୟ ରହସ୍ୟ ଅଛି । ଧର୍ମ ଓ ମୋକ୍ଷର ମଝିରେ କାମ ଓ ଅର୍ଥକୁ ରଖାଯାଇଛି । ଏହାର ତାପôର୍ଯ୍ୟ ହେଉଛି ଅର୍ଥ ଓ କାମକୁ ଧର୍ମ ଓ ମୋକ୍ଷ ଅନୁସାରେ ପ୍ରାପ୍ତ କରିବା ଉଚିତ । ଧର୍ମ ଓ ମୋକ୍ଷ - ଏହି ଦୁଇ ପୁରୁଷାର୍ଥ ମୁଖ୍ୟ । ଅର୍ଥ ଓ କାମ - ଏହି ଦୁଇ ପୁରୁଷାର୍ଥ ଗୌଣ । ଧର୍ମ ବିରୁଦ୍ଧରେ କୌଣସି ମଧ୍ୟ ପୁରୁଷାର୍ଥ ସିଦ୍ଧ ହୁଏ ନାହିଁ । ସର୍ବଦା ଧର୍ମର ସ୍ମରଣ ରଖିବା ଉଚିତ । ସର୍ବପ୍ରଥମ ପୁରୁଷାର୍ଥ ହେଉଛି ଧର୍ମ । ଧର୍ମାନୁସାରେ ହିଁ ଅର୍ଥ ଓ କାମର ପ୍ରାପ୍ତି ପାଇଁ ପୁରୁଷାର୍ଥ କରିବା ଉଚିତ । ଧନ ଅପେକ୍ଷା ମାନବ ଜୀବନର ଧର୍ମ ହିଁ ପ୍ରଧାନ । ଧନରେ ସୁଖ ମିଳେ ନାହିଁ । ଉମ ସଂସ୍କାର, ସଂଯମ ଓ ସଦା·ର ଦ୍ୱାରା ସୁଖ ମିଳେ । ପ୍ରଭୁ ଭକ୍ତି ଓ ତ୍ୟାଗ ଦ୍ୱାରା ସୁଖ ମିଳେ । ଧର୍ମଠାରୁ ଧନ କେବେ ହେଲେ ମଧ୍ୟ ଶ୍ରେଷ୍ଠ ହୋଇ ନପାରେ । ଧର୍ମ ଇହଲୋକ ଓ ପରଲୋକରେ ସୁଖ ଦିଏ । ମୃତୁ୍ୟ ପରେ ଧନ ସାଙ୍ଗରେ ଯାଏ ନାହିଁ । ଧର୍ମ ହିଁ ସାଙ୍ଗରେ ଯାଏ । ଏଣୁ ଧନ ଠାରୁ ଧର୍ମ ଶ୍ରେଷ୍ଠ । ଯେବେଠୁଁ ଲୋକେ ଅର୍ଥକୁ ମହ୍ୱ ଦେବାକୁ ଲାଗିଲେ ସେବେଠୁଁ ଜୀବନ ବିଗିଡି ଯାଇଛି । ଅର୍ଥ ହେଉଛି ସମସ୍ତ ଅନର୍ଥର ମୂଳ କାରଣ । ଅର୍ଥ ଅନର୍ଥ ଭାବୟ ନିତ୍ୟମ୍ । ଯେତେବେଳେ ମନୁଷ୍ୟ ଧନ ଅପେକ୍ଷା ଧର୍ମକୁ ଶ୍ରେଷ୍ଠ ବୋଲି ମନେ କରେ ସେତେବେଳେ ତା’ର ଜୀବନ ସୁଧୁରି ଯାଏ ।

ଅର୍ଥକୁ ଧର୍ମାନୁକୁଳ ରଖ । ଯେଉଁ ଅର୍ଥ ଧର୍ମାନୁକୂଳ ହୁଏ ନାହିଁ ତାହା ଅନର୍ଥ । ଦେଶକୁ ସମ୍ପିର ଯେତିକି ଆବଶ୍ୟକତା, ଏହାଠାରୁ ଅଧିକ ଉମ ସଂସ୍କାରର ଆବଶ୍ୟକତା । ଜୀବନରେ ଯେଂତେବେଳେ କାମ ସୁଖ ଏବଂ ଅର୍ଥ ଗୌଣ ହୁଏ, ସେତେବେଳେ ଜୀବନରେ ଦିବ୍ୟତା ଆସେ । ଦିବ୍ୟତାର ଅର୍ଥ ଦେବତ୍ୱ ।

ଧର୍ମର ଗତି ଅତି ସୂକ୍ଷ୍ମ । ଧର୍ମ ମଧ୍ୟ ଅନେକ ଥର ଅଧର୍ମରେ ପରିଣତ ହୋଇଯାଏ । ସଦ୍ଭାବନା ଅଭାବରେ କରାଯାଇଥିବା ଧର୍ମ ସଫଳ ହୁଏ ନାହିଁ । ସତ୍ର ଅର୍ଥ ଈଶ୍ୱର । ଯିଏ ସର୍ବତ୍ର ଈଶ୍ୱରଙ୍କ ଭାବ ପ୍ରତ୍ୟକ୍ଷ ସିଦ୍ଧ କରିଥାନ୍ତି ତାଙ୍କର ଧର୍ମ ପୂର୍ଣ୍ଣତଃ ସଫଳ ହୁଏ ।

ମନୁଷ୍ୟର ଶତ୍ରୁ ବାହାରେ ନାହିଁ । ସେମାନେ ମନ ମଧ୍ୟରେ ଥାନ୍ତି । ନିଜ ମଧ୍ୟରେ ଥିବା ଶତ୍ରୁ ଗୁଡିକର ବିନାଶ କଲେ ଜଗତରେ କେହି ଶତ୍ରୁ ରହିବେ ନାହିଁ ।

ସଦ୍ଭାବନା ବିନା ଧର୍ମ କାର୍ଯ୍ୟ ସଫଳ ହୁଏ ନାହିଁ । ଜଗତର କୌଣସି ଜୀବ ପ୍ରତିକୁ ଭାବ ରଖିଲେ ସେହି ଜୀବ ମଧ୍ୟ ତୁମଠାରେ କୁଭାବ ରଖିବ । କେବଳ ଜୀବ ନୁହେଁ, କୌଣସି ଜଡ ପଦାର୍ଥ ପ୍ରତି ମଧ୍ୟ କୁଭାବ ନ ରଖିବା ପାଇଁ ଶାସ୍ତ୍ର ଆଦେଶ ଦିଏ । “ସୁହୃଦଃ ସର୍ବ ଭୁତାନାମ୍ ।’’ ଜୀବ ଓ ଜଡ ପଦାର୍ଥ ଉଭୟ ପ୍ରତି ସମାନ ପ୍ରେମ ଭାବ ରଖିବା ଉଚିତ ।

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର