ଜ୍ଞାନ ପ୍ରବାହ (୧୬)

                      ଜ୍ଞାନ ପ୍ରବାହ (୧୬)

ଯାହାର ପ୍ରତ୍ୟେକ କି୍ରୟା ଜ୍ଞାନମୟ ଓ ଯିଏ ଆତ୍ମିକ ଦୃଷ୍ଟି ସମ୍ପନ୍ନ, ସାଂସାରିକ ସୁଖ-ଦୁଃଖରେ ସେ ସମଭାବାପନ୍ନ ହେବେ । ଏପରି ବ୍ୟକ୍ତିର ମନ ସତତ ଈଶ୍ୱରୀୟ ଚିନ୍ତନରେ ମଗ୍ନ  ଓ ବୁଦ୍ଧି ଈଶ୍ୱରାର୍ପିତ ଥାଏ । ଶ୍ରୀମଦ୍ଭାଗବତ ବର୍ଣ୍ଣିତ ଶୁକଦେବ ଏହି ସ୍ତରର ତପସ୍ବୀ ଥିଲେ । ତାଙ୍କ ପରି ସଦ୍ଗୁରୁଙ୍କୁ ପାଇ ରାଜା ପରିକ୍ଷୀତ ଧନ୍ୟ ହୋଇ ଯାଇଥିଲେ । ସର୍ବଦା ପରମାତ୍ମା ସ୍ମୃତିରେ ତଲ୍ଲୀନ ଥିବା ଶୁକଦେବ ପରୀକ୍ଷିତଙ୍କ ମସ୍ତକରେ ବରଦ ହସ୍ତ ସ୍ପର୍ଶ କଲେ । ତତ୍କ୍ଷଣାତ୍ ଶୁକଦେବଙ୍କୁ ପରମାତ୍ମାନୁଭୁତି ହେଲା ।ଶ୍ରୀମଦଦ୍ଭାଗବତ ଦ୍ୱିତୀୟ ସ୍କନ୍ଧରେ ରାଜା ପରୀକ୍ଷିତ ଶୁକଦେବଙ୍କୁ ପ·ରିଛନ୍ତି; ଯା’ର ମୃତୁ୍ୟ ସନ୍ନିକଟ, ତା’ର କର୍ବ୍ୟ କ’ଣ? ତା’ର କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ? ପ୍ରତ୍ୟେକ ମନୁଷ୍ୟର କର୍ବ୍ୟ କ’ଣ ହେବା ଉଚିତ? ଶୁକଦେବ କହିଲେ,  “ହେ ରାଜନ୍, ତୁ ଭଲ ପ୍ରଶ୍ନ ପ·ରିଛୁ । ଶୁଣ । ଅନ୍ତିମ ସମୟରେ ବାତ, ପିତ ଏବଂ କଫ ଦ୍ୱାରା ତ୍ରିଦୋଷ ହୁଏ । ମୃତୁ୍ୟର ପୀଡା ଅତ୍ୟନ୍ତ ଭୟଙ୍କର ହୁଏ । ଜନ୍ମ ମରଣ ବେଳର ଦୁଃଖକୁ ସ୍ମରଣ କଲେ ପାପ ହୁଏ ନାହିଁ । ତେଣୁ ସର୍ବଦା ମୃତୁ୍ୟକୁ ସମ୍ମୁଖରେ ରଖ । ଏପରି ଚିନ୍ତନ ଦ୍ୱାରା ସଂସାର ପ୍ରତି ବୈରାଗ୍ୟ ଆସିବ ।“

ଜନ୍ମମୃତୁ୍ୟ ଜରାବ୍ୟାଧି ଦୁଃଖ ଦୋଷାନୁ ଦର୍ଶନମ୍ ।”

ଜନ୍ମ, ମୃତୁ. ଜରା, ବ୍ୟାଧି ଆଦି ଦୁଃଖର ବାରମ୍ବାର ଚିନ୍ତନ କର । ଏହା ଦ୍ୱାରା ତୁ ସମସ୍ତ ପାପରୁ ମୁକ୍ତ ହେବୁ । ଅନ୍ୟଥା ପାପର ପ୍ରକାର ଦୁଃଖ ନ ଆସିଲେ ହିଁ ଈଶ୍ୱର ଚିନ୍ତନ କରିବି ଏପରି ଯିଏ ଭାବେ ସିଏ ଅଜ୍ଞାନ । ଏହି ପରିପ୍ରେକ୍ଷୀରେ ନିମ୍ନରେ ଏକ କାହାଣୀ ଦିଆଯାଇଛି ।ଜଣେ ଲୋକ ସମୁଦ୍ରକୁ ସ୍ନାନ କରିବାକୁ ଗଲା । କିନ୍ତୁ ସ୍ନାନ ନ କରି ସମୁଦ୍ର ତଟରେ ବସି ରହିଲା । ଦୀର୍ଘ ସମୟ ତାକୁ ସେଠାରେ ବସି ରହିଥିବା ଦେଖି ପରିଚିତ ଲୋକମାନଙ୍କ ମଧ୍ୟରୁ କେହି ଜଣେ ଏହି ବିଷୟରେ କାରଣ ଜାଣିବାକୁ ·ହିଁଲେ । ଲୋକଟି ପ୍ରତୁ୍ୟରରେ କହିଲା, “ସମୁଦ୍ରରେ ଗୋଟିକ ପରେ ଗୋଟିଏ ତରଙ୍ଗ ଉଠୁଛି । ତରଙ୍ଗ ବନ୍ଦ ହେଲେ ମୁଁ ସ୍ନାନ କରିବି । ସେଥିପାଇଁ ଅପେକ୍ଷା କରି ବସିଛି ।” ସମୁଦ୍ରର ଏ ତରଙ୍ଗ କ’ଣ କେବେ ବନ୍ଦ ହେବ? କେତେବେଳ ପର୍ଯ୍ୟନ୍ତ ସେ  ଲୋକଟି ସ୍ନାନ କରିବା ପାଇଁ ଏପରି ତରଙ୍ଗ ବନ୍ଦ ହେବାକୂ ଅପେକ୍ଷା କରି ବସି ରହିବ? ଏ ସଂସାର ମଧ୍ୟ ସମୁଦ୍ର ପରି । ଏଠାରେ ନାନାପ୍ରକାର ଅସୁବିଧା ରୂପୀ ତରଙ୍ଗ ସବୁବେଳେ ଆତଯାତ ହେଉଥାଏ । ତେଣୁ ଯଦି ଜଣେ କହେ ଅନୁକୂଳ ପରିସ୍ଥିତି ଆସିଲେ ଯାଇ ଭଗବତ ସ୍ମରଣ କରିବି, ତେବେ ତା’ର ଅନ୍ତିମ ସମୟ ପର୍ଯ୍ୟନ୍ତ ସେପରି ସମୟ କେବେ ଆସିବ ନାହିଁ । ଜୀବନରେ ଯେତେ ବି ଅସୁବିଧା ଆସୁ, ବାଧା- ବିଘ୍ନ ଆସୁ. ସତତ ଈଶ୍ୱରୀୟ ଚିନ୍ତନ ହିଁ ଏକମାତ୍ର ଲକ୍ଷ୍ୟ ହେବା ଉଚିତ । ଲୋଭୀ ଯେପରି ଧନ ସଂପି ପ୍ରତି ଲକ୍ଷ୍ୟ ରଖେ, ସେପରି ଆମେ ପରମାତ୍ମା ପ୍ରତି ବୁଦ୍ଧି ସ୍ଥିର ରଖିବା ଉଚିତ ।

ଅନ୍ତକାଳେ ଚ ମାମେବ ସ୍ମରନ୍ମୁକ୍ତ୍ୱା କଳେବରମ୍ ।”

(ଗୀ- ୮/୫)

ଅର୍ଥାତ୍ ଅନ୍ତକାଳରେ ଯିଏ ମୋତେ ଚିନ୍ତନ କରି ଦେହ ତ୍ୟାଗ କରେ ସେ ହିଁ ମୋତେ ପାଏ । ଅନ୍ତକାଳର ଅର୍ଥ ଜୀବନର ଶେଷ ସମୟ ପରିବେର୍ ପ୍ରତ୍ୟେକ କ୍ଷଣର ଅନ୍ତକାଳ ରୂପେ ବୁଝିବା ଦରକାର । ତେଣୁ ପ୍ରତ୍ୟେକ କ୍ଷଣ ଈଶ୍ୱରୀୟ ସ୍ମୃତିରେ ବ୍ୟତୀତ କରିବା ଉଚିତ । ସମଗ୍ର ଜୀବନ ଅସତ୍ କର୍ମ ଓ ଅସାଧୁ ଉପାୟ ଅବଲମ୍ବନ ପୂର୍ବକ ଧନ ଅର୍ଜନ କରି ମୃତୁ୍ୟର ଅବ୍ୟବହିତ ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ସଂସାର ପାର ହୋଇଯିବା କଥା ଭାବୁଥିବା ବ୍ୟକ୍ତି ମହାମୁର୍ଖ ଅଟେ । ତେଣୁ କୁହାଯାଇଛି- “ସଦା ସଦ୍ଭାବ ଭାବିତଃ ।” ସବୁବେଳେ ମନରେ ଯେଉଁ ଭାବ ଚିନ୍ତନ ହେଉଥିବ ତାହା ଅନ୍ତକାଳରେ ସ୍ମରଣ ହେବ । ଗୀତାରେ ଭଗବାନ କହିଛନ୍ତି, “ତସ୍ମାତ୍ ସର୍ବେଷୁକାଳେଷୁ ମାମ୍ ଅନୁସ୍ମର ।” ଏଥିପାଇଁ ସାରା ସମୟ ତୁ ମୋତେ ହିଁ ସ୍ମରଣ କର ।

ନିଦ୍ରୟାହିୟତେ ନକ୍ତଂ ବ୍ୟବସାୟେନ ଚ ବା ବୟଃ ।

ଦିବା·ର୍ଥେହୟା ରାଜନ୍ କୁଟୁମ୍ବ ଭରଣେନ ବା ।”

(ଭା: ୨-୧-୩)

                   ମନୁଷ୍ୟର ଅଧିକାଂଶ ସମୟ ନିଦ୍ରା ଓ ଅର୍ଥ ଉପାର୍ଜନରେ ବ୍ୟତୀତ ହୋଇଯାଏ । ତା’ର ଅନେକ ସମୟ ଗପ ସପରେ କଟିଯାଏ । ଅନେକଙ୍କର ସମୟ ଅଧ୍ୟୟନରେ ବିତିଯାଏ । ଅଧିକ ଅଧ୍ୟୟନ ମଧ୍ୟ ଉଚିତ୍ ନୁହେଁ । ଅତି ବାଚନ ଦ୍ୱାରା ଶବ୍ଦ ଜ୍ଞାନ ସିନା ବଢ଼େ, କିନ୍ତୁ ଅଭିମାନ ମଧ୍ୟ ବଢ଼େ । ମନୁଷ୍ୟର ପ୍ରତିକ୍ଷଣ ମୃତୁ୍ୟ ହୁଏ । ଯିଏ ପ୍ରତିକ୍ଷଣକୁ ସୁଧାରେ ତା’ର ମୃତୁ୍ୟ ମଧ୍ୟ ସୁଧୁରି ଯାଏ । ଯା’ର ମୃତୁ୍ୟ ସୁଧୁରି ଯାଏ ସେ ଜୀବନ୍ମୁକ୍ତ ଅବସ୍ଥା ପ୍ରାପ୍ତ ହୁଏ ।ଭାଗବତରେ ମୃତୁ୍ୟର କେତେକ ଲକ୍ଷଣ କୁହାଯାଉଛି । ଯଦି ଅରୁନ୍ଧତି ତାରା ଦେଖା ନ ଯିବ ତେବେ ଜାଣିବ ଯେ ଏକ ବର୍ଷ ମଧ୍ୟରେ ମୃତୁ୍ୟ ହେବ । ସ୍ବପ୍ନରେ ଯଦି ଶରୀର କାଦୁଅରେ ବୁଡି ଯାଉଥିବା ଦେଖାଯିବ ତେବେ ନଅ ମାସରେ ମୃତୁ୍ୟ ହେବ । ସ୍ବପ୍ନରେ କୁମ୍ଭାର ଗଧ ଉପରେ ବସିଥିବାର ଦୃଶ୍ୟ ଯଦି ସ୍ବପ୍ନରେ ଆସିବ ତେବେ ଛଅ ମାସରେ ମୃତୁ୍ୟ ସୁନିଶ୍ଚିତ୍ ବୋଲି ଜାଣିବ । କାନରେ ଆଙ୍ଗୁଠି ପୁରାଇଲା ପରେ ଯଦି ଅର୍ନ୍ତଧ୍ୱନି ଶୁଣାନ ଯିବ ତେବେ ଆଠ ଦିନରେ ମୃତୁ୍ୟ ହୋଇଯିବ । ମୃତୁ୍ୟର ଲକ୍ଷଣ ଜାଣି ଭୟଭୀତ ହେବା ଉଚିତ ନୁହେଁ । ସାବଧାନ କରାଇବା ପାଇଁ ଏହା ଭାଗବତର କଥା ଅଟେ ।  

    ମୃତୁ୍ୟକୁ ସୁଧାରିବା ପାଇଁ ପ୍ରତିକ୍ଷଣକୁ ସୁଧାରିବା ଉଚିତ । ନିୟମିତ ଚିନ୍ତାକର, ବି·ର କର । ମନକୁ ବାରମ୍ବାର ବୁଝାଅ ଯେ ଈଶ୍ୱରଙ୍କୁ ବାଦ୍ଦେଲେ ମୋର କେହି ନାହିଁ । ଏ ଶରୀରକୁ ମୋତେ ଦିନେ ନା ଦିନେ ଛାଡିବାକୁ ପଡିବ । ତେଣୁ ଏହା ମୋର ନୁହେଁ । ଯଦି ଶରୀର ମୋର ନୁହେଁ । ତା’ ହେଲେ ଆଉ କିଏ ଅଛି? ସମସ୍ତ ସମ୍ବନ୍ଧ ଶରୀର ପାଇଁ ହିଁ ଉପôନ୍ନ ହୁଏ । ସତତ ଚିନ୍ତନ କର- ମୁଁ କାହାରି ନୁହେଁ କି ମୋର କେହି ନୁହେଁ । ଏପରି ମମତାକୁ ତ୍ୟାଗ କର । ସଂଗ୍ରହରେ ମମତା ବଢ଼େ । ତେଣୁ ଅପରିଗ୍ରହ ହୁଅ । ଭୋଗରେ ତୃପ୍ତି ନଥାଏ । ତ୍ୟାଗରେ ହିଁ ତୃପ୍ତି । ସମତା ବଜାୟ ରଖିବା ପାଇଁ ସମସ୍ତଙ୍କ ପ୍ରତି ମମତା ରଖ । ବ୍ୟକ୍ତିଗତ ମମତା ତ୍ୟାଗ କର । ଦୁଃଖର କାରଣ ଦେହ ଅଭିମାନ ଅଟେ । ମାନବ ଶରୀର ବିଷୟ ଭୋଗ ପାଇଁ ମିଳି ନାହିଁ । ଈଶ୍ୱରୀୟ ସ୍ମୃତି ହିଁ ଜୀବନର ଏକମାତ୍ର କାମ୍ୟ ହେବା ଉଚିତ । ପାପ କାର୍ଯ୍ୟ ଏଡାଇବାକୁ ଚେଷ୍ଟା କର । ପୁଣ୍ୟ କାର୍ଯ୍ୟ ତୁରନ୍ତ କର । କାରଣ ପାପ କର୍ମ ଦ୍ୱାରା ମନ ଈଶ୍ୱରୀୟ ସ୍ମୃତିରେ ସତତ ସ୍ଥିର ରହି ପାରିବ ନାହିଁ ।


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର