ଜ୍ଞାନ-ପ୍ରବାହ (୩୦)

                                                  ଜ୍ଞାନ-ପ୍ରବାହ (୩୦)

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)

                                 ପରମାତ୍ମା ସ୍ମରଣ ହିଁ ସ୍ୱ କଲ୍ୟାଣ 

ପ୍ରତ୍ୟହ ଅନୁ୍ୟନ ତିନି ଘା (ଏକ ପ୍ରହର) ପରମାତ୍ମାଙ୍କୁ ସ୍ମରଣ କରୁଥିବା ବ୍ୟକ୍ତିର ପାପ କର୍ମ ହୁଏ ନାହିଁ । ପରମାତ୍ମା ତାଙ୍କୁ ପାପ କର୍ମରୁ ରକ୍ଷା କରନ୍ତି । ପାପ ନ କରିବା ହେଉଛି ମହାନ୍ ପୁଣ୍ୟ । ପାପର ମାତା ହେଉଛି ମମତା ଓ ପିତା ହେଉଛି ଲୋଭ । ଏ ଉଭୟର ତ୍ୟାଗ କରିବା ଉଚିତ । ପ୍ରଭୁ ସେବା ହେଉଛି ଜଗତ ସେବା । ପ୍ରଭୁ ସେବା ବିନା ଦେଶ ସେବା ସଫଳ ହୁଏ ନାହିଁ । ପ୍ରଭୁ ସ୍ମରଣରେ ହିଁ ସ୍ୱକଲ୍ୟାଣ ନିହିତ । ପରମାତ୍ମା ମନୁଷ୍ୟଠାରୁ ସମ୍ପି ନୁହେଁ, ସମୟ ·ହାନ୍ତି । ତାଙ୍କୁ ସମୟ ଦେବା ଉଚିତ ।

ଦୁଃଖର କାରଣ ହେଉଛି ମନୁଷ୍ୟର ନିଜସ୍ବ ସ୍ବଭାବ । ସ୍ବଭାବ ସଂଶୋଧନ କରିବା ଏକ ଦୁରୁହ କାର୍ଯ୍ୟ । ତୀର୍ଥ ସ୍ନାନ, ବିଷ୍ଣୁ ଯଜ୍ଞ ଆଦି କରିବା ଦ୍ୱାରା ସ୍ବଭାବରେ ପରିବର୍ନ ଆସେ ନାହିଁ । ପରମାତ୍ମାଙ୍କୁ ଏକାଗ୍ର ଭାବରେ ଧ୍ୟାନ ବା ସ୍ମରଣ କରିବା ଦ୍ୱାରା ସ୍ବଭାବ ସୁଧୁରେ । ଅନେକ ଜନ୍ମରୁ ଜୀବ ପାପ କରିଆସୁଛି । ନିରନ୍ତର ପରମାତ୍ମା ସ୍ମରଣ ଦ୍ୱାରା ଜୀବ ପାପ ପ୍ରବୃିରୁ ମୁକ୍ତ ହୁଏ । ଶ୍ରୀମଦ୍ ଭାଗବତରେ ଭଗବାନ କହିଛନ୍ତି-

ଗୃହେଷ୍ୟାବିଶତାଂ ·ପି ପୁଂସାଂ କୁଶଳ କର୍ମଣାମ୍ ।

ମତବାର୍ାୟା ନୟାମାନାଂ ନ ବନ୍ଧାୟ ଗୃହାମତାଃ ।ା

(-ଭା: ୪-୩୦-୧୯)

ଅର୍ଥାତ୍:- ଯେଉଁମାନେ ସବୁ ସମୟରେ ମୋର କଥାରେ ମଗ୍ନ ସେମାନଙ୍କର ବନ୍ଧନ ହୁଏ ନାହିଁ ।

ଅନ୍ୟଥା ଗୃହସ୍ଥାଶ୍ରମରେ କାମାସକ୍ତି ଓ ଅର୍ଥାସକ୍ତି ବଢ଼େ । ସମସ୍ତଙ୍କୁ ପ୍ରାରବ୍ଧ କର୍ମାନୁସାରେ ସଂସାର ଓ ସମ୍ପି ମିଳିଥାଏ । ଏଥିପାଇଁ ହର୍ଷ-ଶୋକ କରିବା ଅନୁଚିତ । ଏହା ଭୁଲି ପରମାତ୍ମା ସ୍ମରଣରେ ଲାଗିଯିବା ଉଚିତ । ମନ ଶୁଦ୍ଧ ହେଲେ ବୁଝିବା ଉଚିତ ଯେ ଏହା ଈଶ୍ୱରୀୟ ଅନୁକମ୍ପା । ଏହାଦ୍ୱାରା ମନରୁ ଅହଂକାର ଦୂର ହେବ । କରିଥିବା ସତକର୍ମ ଓ ପୁଣ୍ୟକୁ ଭୁଲି ଯିବା ଉଚିତ । ପୁଣ୍ୟର ଅହଂକାର ମଧ୍ୟ ଠିକ୍ ନୁହେଁ । ଏହି ଅହଂକାର ମଧ୍ୟ ଚି ଶୁଦ୍ଧିର ବାଧକ । ସର୍ବଦା ଏହା ମନେ ରଖିବା ଉଚିତ ଯେ ନିଜ ଦ୍ୱାରା ସମ୍ପନ୍ନ ସତ୍କର୍ମ ଓ ପୁଣ୍ୟର ବର୍ଣ୍ଣନା ସ୍ବୟଂ କରିବା ଉଚିତ ନୁହେଁ । ଏହି ପ୍ରସଙ୍ଗରେ ଭାଗବତରେ ବର୍ଣ୍ଣିତ ରାଜା ଯଯାତିଙ୍କ ପ୍ରସଙ୍ଗ ପ୍ରଣିଧାନ ଯୋଗ୍ୟ । ରାଜା ଯଯାତି ନିଜ ପୁଣ୍ୟର ବର୍ଣ୍ଣନା କରିବାରୁ ସ୍ବର୍ଗରୁ ତାଙ୍କ ପତନ ହୋଇଥିଲା । ଏହି ପ୍ରସଙ୍ଗରେ ନିମ୍ନ ଶ୍ଳୋକଟି ପ୍ରଣିଧାନ ଯୋଗ୍ୟ ।

ଷଡଂଗାଦି ବେଦୋ ମୁଖେ ଶାସ୍ତ୍ର ବିଦ୍ୟା କବିତ୍ୱାଦିଗଦ୍ୟଂ ସୁପଦ୍ୟଂ କରୋତି ।

ହରେରଂଧି ପଦ୍ମେ ମନଶ୍ଚେନ ଲଗ୍ନଂ ତତଃ କିମ୍

ତତଃ କିମ୍ ତତଃ କିମ୍ ।ା

ଅର୍ଥାତ୍, ଜଣେ ଷଡଂଗାଦି ବେଦରେ ପାରଙ୍ଗମ ହୋଇଥାଆନ୍ତୁ, ଶାସ୍ତ୍ର ବର୍ଣ୍ଣିତ ସର୍ବ ବିଦ୍ୟା ତାଙ୍କର ମୁଖସ୍ଥ ହୋଇଥାଉ, କବିତ୍ୱମୟୀ ବାଣୀରେ ସୁନ୍ଦର ଗଦ୍ୟ ପଦ୍ୟ ରଚନା କରିବାର ଶକ୍ତି ଥାଉ, ଯଦି ତାଙ୍କ ଚି ହରିଚରଣରେ ଲାଗି ନ ଥିବ ସେ ସମସ୍ତର ଅର୍ଥ କ’ଣ? କିଛି ମଧ୍ୟ ନୁହେଁ ।

ସମସ୍ତ ଜଗତକୁ କେହି ଖୁସି କରିପାରିବେ ନାହିଁ । ଜଗତକୁ ପ୍ରସନ୍ନ କରିବା ବଡ କଠିଣ । ଏହି ପ୍ରସଙ୍ଗରେ ନିମ୍ନ କାହାଣୀଟି ପ୍ରଣିଧାନ ଯୋଗ୍ୟ ।

ଏକଦା କୌଣସି ପିତା-ପୁତ୍ର ଗୋଟିଏ ଘୋଡା ନେଇ ଯାଉଥିଲେ । ପୁତ୍ରଟି ପିତାଙ୍କୁ କହିଲା- “ତୁମେ ଘୋଡାରେ ବସ, ମୁଁ ·ଲି ·ଲି ଯିବି ।’’ ପିତା ଘୋଡାରେ ବସିଗଲା । ରାସ୍ତାରେ କିଛି ଲୋକ କହିଲେ- “ଏହି ପିତା ଜଣକ କେତେ ନିର୍ଦ୍ଧୟ । ସ୍ବୟଂ ଘୋଡାରେ ବସିଛି ଓ ଛୋଟ ପୁଅଟିକୁ ଖରାରେ ଚଲାଉଛି । ଏହା ଶୁଣି ପିତା ·ଲିବାକୁ ଲାଗିଲା ଓ ପୁତ୍ରକୁ ଘୋଡାରେ ବସାଇଲା । କିଛି ବାଟ ଅତିକ୍ରାନ୍ତ କରନ୍ତେ କେତେକ ଲୋକ ସେମାନଙ୍କୁ ଦେଖି କହିଲେ, “ଏ ପୁତ୍ରଟି କେତେ ନିର୍ଲଜ; ଭେଣ୍ଡିଆ ହୋଇ ମଧ୍ୟ ଘୋଡାରେ ବସିଛି ଓ ବୁଢ଼ା ବାପକୁ ଚଲାଉଛି ।’’ ସେମାନଙ୍କ କଥା ଶୁଣି ପିତା-ପୁତ୍ର ଉଭୟେ ଘୋଡାରେ ବସିଲେ । କିଛି ବାଟ ଗଲା ପରେ ପୁଣି କିଛି ଲୋକ ସେମାନଙ୍କୁ କହିଲେ, “ଏମାନେ କେତେ ନିର୍ଦ୍ଧୟ! ମଇଁଷି ଭଳି ମୋଟା ହୋଇଛନ୍ତି ଓ ଦୁଇଜଣ ଏହି ଛୋଟିଆ ଘୋଡାରେ ବସିଛନ୍ତି । ଏମାନଙ୍କ ଓଜନରେ ତ ବିଚରା ଘୋଡାର ଅା ଭାଙ୍ଗି ପଡିବ ।’’ ସେମାନଙ୍କ କଥା ଶୁଣି ପିତା-ପୁତ୍ର ଉଭୟେ ·ଲିବାକୁ ଲାଗିଲେ । ଆଗକୁ ରାସ୍ତାରେ ପୁଣି କିଛିଲୋକ ସେମାନଙ୍କୁ ଶୁଣାଇଲେ, “କେତେ ମୁର୍ଖ ଏ ଦୁଇଜଣ! ଘୋଡାଟିଏ ସାଙ୍ଗରେ ନେଇ ଯାଉଛନ୍ତି ଏବଂ ସ୍ବୟଂ ପଦଯାତ୍ରା କରୁଛନ୍ତି ।’’ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କୁ ଏଭଳି ନିନ୍ଦା ଶୁଣିବାକୁ ପଡିଲା ।

ଉପରୋକ୍ତ ପ୍ରସଙ୍ଗରୁ ଏହା ପ୍ରମାଣିତ ହୁଏ ଯେ ସଂସାରର ସମସ୍ତଙ୍କୁ ପ୍ରସନ୍ନ କରିବା ବଡ ଦୁରୁହ ବ୍ୟାପାର । କିନ୍ତୁ ପରମାତ୍ମାଙ୍କୁ ପ୍ରସନ୍ନ କରିବା ଏତେ କଠିଣ ନୁହେଁ । ଯିଏ ପରମାତ୍ମାଙ୍କୁ ପ୍ରସନ୍ନ କରିପାରେ ସେ ଜଗତକୁ ମଧ୍ୟ ପ୍ରସନ୍ନ କରିପାରିବ । ଭାଗବତର ଚତୁର୍ଥ ସ୍କନ୍ଧରେ ପରମାତ୍ମାଙ୍କୁ ପ୍ରସନ୍ନ କରିବାର ତିନୋଟି ମାର୍ଗ ନାରଦଜୀଙ୍କ ମୁଖରେ ବର୍ଣ୍ଣିତ ହୋଇଛି । ତାହା ହେଉଛି -

ଦୟା ସର୍ବଭୂତେଷୁ ସନ୍ତୁଷ୍ଟ୍ୟା ଯେନ କେନ ବା

ସର୍ବେ÷ନ୍ଦ୍ରିୟୋପଶାନ୍ତ୍ୟା ଚ ତୁଷ୍ୟତ୍ୟାଶୁ ଜନାର୍ଦନଃ ।ା

(ଭା-୪-୩୧-୧୯)

ଅର୍ଥ:- ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା କରିବା ଓ ଯାହା କିଛି ମିଳୁଛି ସେଥିରେ ସନ୍ତୁଷ୍ଟ ରହିବା ଉଚିତ । ସମସ୍ତ ଇନ୍ଦି୍ରୟର ବିଷୟରୁ ନିବୃ ହୋଇ ନିଜକୁ ଶାନ୍ତ ରଖିପାରିଲେ ଭଗବାନ ଜନାର୍ଦ୍ଧନ ଶୀଘ୍ର ପ୍ରସନ୍ନ ହୁଅନ୍ତି ।

ସମସ୍ତ ଇନ୍ଦ୍ରିୟକୁ ସଂଯମିତ କରିବା ଉଚିତ । ସେଗୁଡ଼ିକୁ ବିଷୟରେ ରମଣ କରିବାକୁ ଦେବା ଅନୁଚିତ । ସଂଯମ ବିନା ଜୀବନ ସରଳ ହୁଏ ନାହିଁ । ବିଷୟ ବିଷଠାରୁ ମଧ୍ୟ ଖରାପ । ତେଣୁ ତାକୁ ବିଷବତ୍ ତ୍ୟାଗ କରିବା ଉଚିତ୍ ।


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର