ଭାଗବତ ସାର ସାର

 ଭାଗବତ ସାର 

 ପରମ ଶାସ୍ତ୍ର ଭାଗବତ

ଅଭ୍ୟାସ କରୁଥିବ ନିତ୍ୟ ।ା୧ାା

ଏ ଭାଗବତର ମହିମା

କେ ଚିନ୍ତା ପାରେ ଗୁଣ ସୀମା ।ା୨ାା

ସକଳ ଶାସ୍ତ୍ର ଫଳ ଏହି

ଶ୍ରୀ ଭାଗବତ ନାମ ଯେହି ।ା୩ାା

ଏ ·ରି ବେଦଙ୍କର ମୂଳ

ନିଗମ ବୃକ୍ଷର ଏ ଫଳ ।ା୪ାା

ପରମ ମଙ୍ଗଳ ଏ ବାଣୀ

ଜୀବ ନିସ୍ତରେ ଯାହା ଶୁଣି ।ା୫ାା

ଅନାଦି ଅବ୍ୟକ୍ତ ମହିମା

ଅନନ୍ତ ଈଶ୍ୱରଙ୍କ ସୀମା ।ା୬ାା

ଈଶ୍ୱର ହେତୁ ଏ ସଂସାର

ସଂସାରୁ ଈଶ୍ୱର ବାହାର ।ା୭ାା

ପର ଜୀବନ ମାରି ଆଣି

ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ ।ା୮ାା

ତାର ମରଣେ ହୁଏ ପୁଣ୍ୟ

ବେଦେ କହନ୍ତି ବିପ୍ରଜନ ।ା୯ାା

ଯେ ଆତତାୟୀ କର୍ମ କରେ

ଅଧର୍ମ ଯୁଦ୍ଧେ ଶସ୍ତ୍ର ଧରେ ।ା୧୦ାା

ଜୀବନ ଥାଇ ସେ ମରନ୍ତି

ଅନ୍ତେ ସେ ନରକେ ପଡନ୍ତି ।ା୧୧ାା

ଏ ଜୀବ ସୁଖ ଭୋଗ ପାଇଁ

ଅର୍ଥ ଉପାର୍ଜନେ ଭ୍ରମଇ ।ା୧୨ାା

ବିବିଧ ଦୁଃଖେ ତା ସଇ

ସେ ଅର୍ଥ କାଳଟି ହରଇ ।ା୧୩ାା

ତି୍ରଲୋକ ସୁଖ ଯାହା ପାଇଁ

ସେ ଅର୍ଥ କାଳ ବିନାଶଇ ।ା୧୪ାା

ସେ କାଳ ଅତି ବଳିଆର

କେଜାଣିପାରେ ଗତି ତା’ର ।ା୧୫ାା

ସୂକ୍ଷ୍ମ ସ୍ବରୂପେ ବିହରଇ

ମନ ବଚନେ ଭେଦ ନୋହି ।ା୧୬ାା

ଏ ଜୀବ ଅତି ପ୍ରତିଦିନ ।ା୧୭ାା

ବିଷୟ ଯାହାର ଲୋଚନ

ହରଇ ଆତ୍ମ ବୁଦ୍ଧି ଜ୍ଞାନ ।ା୧୮ାା

ତେଣୁ ହରଇ ପର ଧନ

ନାଶଇ ପୂର୍ବ ଜନ୍ମ ପୁଣ୍ୟ ।ା୧୯ାା

ଏ ଜୀବ ଯେ କର୍ମ ଇଛଇ

ଈଶ୍ୱର ତାହା ନିଜ ବାଇ ।ା୨୦ାା

ଏ ସଂସାରେ ଯେତେ କର୍ମ

ସେ ଅଟେ ବନ୍ଧନ ଆଶ୍ରମ ।ା୨୧ାା

ଅଜ୍ଞାନ ହେତୁ ଜୀବଗଣ

ମୁହିଁ ମୋହର ହରେ ଜ୍ଞାନ ।ା୨୨ାା

ଏ ଦେହ ମୂଳ ଅହଂକାର

ଆୟୁ ହରଇ ନିରନ୍ତର ।ା୨୩ାା

ମୁହିଁ ମୋହର ଏ ଶରୀର

ଦାରା ସମ୍ପଦ ବନ୍ଧୁ ମୋର ।ା୨୪ାା

ଅଜ୍ଞାନୀ ଜନଙ୍କ ଏ ଭାବ

ସର୍ବ ସମ୍ପଦ ପଦ୍ମନାଭ ।ା୨୫ାା

ମନ ପ୍ରସନ୍ନ ଯେତେବେଳେ

ଯୋଗକୁ ସାଧିବ ନିଶ୍ଚଳେ ।ା୨୬ାା

ଧ୍ୟାନେ ଚିନ୍ତିବ ଭଗବାନ

ଅନାଦି ପରମ କାରଣ ।ା୨୭ାା

ଅଜ୍ଞାନୁ ଜ୍ଞାନ ଜାତ ହୋଇ

ବିଷୟ ବାସନା ଦହଇ ।ା୨୮ାା

ସାଧୁଙ୍କ ଶ୍ରେଷ୍ଠ ଯେହୁ ନର

ସୁଖ ଦୁଃଖରୁ ସେ ବାହାର ।ା୨୯ାା

ସାଧୁଜନଙ୍କ ମିତ୍ର ହରି

ଏଣୁ ଭକତକୁ ଆବୋରି ।ା୩୦ାା

ଦଣ୍ଡିବା ଶକ୍ତି ଯାର ଥାଇ

ସେ ପ୍ରାଣୀ କ୍ଷମା ଆଚରଇ ।ା୩୧ାା

ଯେ ସର୍ବ ସମାନ ଦେଖଇ

ତାହାର ଶତ୍ରୁ ମିଶ୍ର ନାହିଁ ।ା୩୨ାା

ଯାତ ଯେ ହୋଇଛି ସଂସାର

ମରଣ ଧ୍ରୁବଟି ତାହାର ।ା୩୩ାା

ମର୍୍ୟମଣ୍ଡଳେ ଦେହ ବୋହି

ଦେବତା ହୋଇଲେ ମରଇ ।ା୩୪ାା

ମଧ୍ୟେ ପଥୁକି ଜନ ପ୍ରାୟେ

ଏ ଭବେ କିଛି ସ୍ଥିର ନୋହେ ।ା୩୫ାା

ପୂର୍ବଜନ୍ମର କର୍ମ ଫଳେ

ପ୍ରାଣୀଏ ମିଳନ୍ତି ସଂସାରେ ।ା୩୬ାା

ଆତ୍ମା ସକଳ ଦେହେ ଥାଇ

ଦେହରୁ ଭିନ୍ନ ସେ ଅଟଇ ।ା୩୭ାା

ଯେ ଧନ ଅର୍ଥେ ବିକେ ପ୍ରାଣ

ତାହାର ନାହିଁ ପରିତ୍ରାଣ ।ା୩୮ାା

ବିଷୟାସକ୍ତ ମାୟା ସଙ୍ଗ

ଯେସନେ ମାୟାର ତା ରଙ୍ଗ । ।ା୩୯ାା

ଏ ସର୍ବେ ଦୁରେ ପରିହର

ନାରାୟଣଙ୍କୁ ଆଶ୍ରା କର ।ା୪୦ାା

ଘର ସଂପଦ ଅର୍ଥ କାମ

କ୍ଷଣ ଭଙ୍ଗୁର ସର୍ବ ଜାଣ ।ା୪୧ାା

ଈଶ୍ୱର ନିତ୍ୟ ନିରଞ୍ଜନ

ନିର୍ଗୁଣ ସତ୍ୟ ସନାତନ ।ା୪୨ାା

କ୍ଷଣ ଭଙ୍ଗୁର ଏ ଶରୀର

ସୁଦୃଢ଼ ପର ଉପକାର ।ା୪୩ାା

ଧର୍ମ କରନ୍ତି ଯେତେ ନର

ତାହାଙ୍କୁ ରଖେ ଚକ୍ରଧର ।ା୪୪ାା

କରନ୍ତି ପର ଉପକାର

ଧନ୍ୟ ଜୀବନ ତାହାଙ୍କର ।ା୪୫ାା

ଏ ଦେହ ବୃକ୍ଷର ସ୍ବରୂପ

ସତ୍ୟ ଯାହାର ଫଳ ପୁଷ୍ପ ।ା୪୬ାା

ବୃକ୍ଷର ନାଶେ ନାଶ ଯାନ୍ତି

ବୃକ୍ଷର ମୂଳେ ଧୀରେ ଥାନ୍ତି ।ା୪୭ାା

ପ୍ରାଣୀଙ୍କ ହିତ ସାଧୁ ଜନ

ଯେ କରେ ଧନ୍ୟ ତା ଜୀବନ ।ା୪୮ାା

ସକଳ ଦୁଃଖ ଏ ଶରୀରେ

ମରଣ ଭୟ ନିରନ୍ତରେ ।ା୪୯ାା

ଦେହ ବହିଲେ ନିଶ୍ଚେ ମରି

ମରଣ ଛାରେ କିମ୍ପା ଡରି ।ା୫୦ାା

ଏ ଜୀବ ମରଣ ନିକଟେ

ଦେହେ ଚିନ୍ତଇ ଅନ୍ୟ ଘଟେ ।ା୫୧ାା

ଦେହରେ ଥାଏ ଯେତେ କରି

ଦେହ ଛାଡିଲେ ତା ପାଶୋରି ।ା୫୨ାା

ଅମୃତ ବିନୟ ବଚନ

କହି ତୋଷିବ ପ୍ରାଣୀ ମନ ।ା୫୩ାା

ଧନ ଅର୍ଜିବ ଧର୍ମ କରି

ଧର୍ମେ ପ୍ରାପତ ନରହରି ।ା୫୪ାା

ସତ୍ୟ ଅହିଂସା ଦୟା କ୍ଷମା

ଏ ·ରି ବିଷ୍ଣୁଙ୍କ ମହିମା ।ା୫୫ାା

ଅଳପେ ବହୁତେ ସନ୍ତୋଷ

ନ ମିଳେ କରେ ଉପବାସ ।ା୫୬ାା

କର୍ମ କଷଣେ ଦେହ ବହେ

ମରତେ ଅଜଗଗର ପ୍ରାୟେ ।ା୫୭ାା

ଆତ୍ମ ପ୍ରଶଂସା ଆଦି ମୁଖେ

ଯେ ପ୍ରାଣୀ କରୁଥାନ୍ତି ମୁଖେ ।ା୫୮ାା

ଯଶ ନ ରହେ ତିନି ଲୋକେ

ମରଣେ ପଡନ୍ତି ନରକେ ।ା୫୯ାା

ନିର୍ଦୋଷ ପ୍ରାଣୀଙ୍କି ଯେ ହିଂସେ

ସେ ଅପରାଧେ ଆତ୍ମା ନାଶେ ।ା୬୦ାା

ପ୍ରାଣୀଙ୍କୁ ହିଂସା ନ କରିବ

କ୍ରୋଧରେ ଶାପକୁ ନ ଦେବ ।ା୬୧ାା

ବ୍ରହ୍ମଲୋକରୁ କୀଟ ଯାଏ

ହିଂସ୍ରକ ହରିଙ୍କୁ ନ ପାଏ ।ା୬୨ାା

ପ୍ରାଣୀଙ୍କୁ ନ କରିବ ଭିନ୍ନ

ଦେଖିବ ସକଳ ସମାନ ।ା୬୩ାା

ବୁଦ୍ଧି ବିବେକ ବୁଦ୍ଧି ବଳେ

ମରଣ ଜିଣିପାରେ ହେଳେ ।ା୬୪ାା

କର୍ମର ଫଳ ଶରୀରେ ହୁଏ ହତ ।ା୬୫ାା

ସୁକର୍ମେ ସାଧୁ ସଙ୍ଗ ପାଇ

କୁକର୍ମେ ଅସାଧୁ ମିଳଇ ।ା୬୬ାା

ଯହିଁ ଅନେକ ସଙ୍ଗ ମିଳି

ଅବଶ୍ୟ ଉପୁଜଇ କଳି ।ା୬୭ାା

ସ୍ଥାବର ଜୀବ ଲୋକ ଯାଏ

କର୍ମ ଶରୀରେ ହୋନ୍ତି କ୍ଷୟେ ।ା୬୮ାା

ଅଧର୍ମ ମାଗି ମୁଢ଼ ପ୍ରାଣୀ

ଧନ ସଇ ଗୃହେ ଆଣି ।ା୬୯ାା

ପୁତ୍ର କଳତ୍ର ବନ୍ଧୁ ଭାଇ

ସôଲା ଧନ ତାର ଖାଇ ।ା୭୦ାା

ଯେ ଯାରପଥେ ଯାନ୍ତି ବେଗେ

ଦୁଷ୍କୃତ ରହେ ତାର ଅେଙ୍ଗ ।ା୭୧ାା

ଧନ୍ୟ ଜୀବନ ଏ ଜଗତେ

ଯେ ପ୍ରାଣ ଧରେ ପ୍ରାଣୀ ହିତେ ।ା୭୨ାା

ଏ ଦେହ ଥିଲେ ସର୍ବ ପାଇ

ଜଳେ ଯେସନେ ଚନ୍ଦ୍ର ଛାଇ ।ା୭୩ାା

ଧର୍ମ ଅର୍ପଣ ସେବା ବଳେ

କିବା ଅସାଧ୍ୟ ମହୀ ତଳେ ।ା୭୪ାା

ଆତ୍ମା କୁଶଳେ ସର୍ବ ସିଦ୍ଧି

ତରନ୍ତି ସଂସାର ବାରିଧି ।ା୭୫ାା

ଏ ମନ ସ୍ବଭାବେ ଚଳ

କେବେହେଁ ନ ରହେ ନିଶ୍ଚଳ ।ା୭୬ାା

କହଇ ଦାସ ଜଗନ୍ନାଥ

ହରି ଚରିତ୍ର ଭାଗବତ ।ା୭୭ାା



Comments

Popular posts from this blog

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର