ଜ୍ଞାନ ପ୍ରବାହ (୨୨)
ଜ୍ଞାନ ପ୍ରବାହ (୨୨)
ଏକଦା ବ୍ରହ୍ମାଙ୍କ ମାନସ ପୁତ୍ର ସନକାଦି ଋଷି ଲକ୍ଷ୍ମୀନାରାୟଣଙ୍କ ଦର୍ଶନାର୍ଥେ ବୈକୁଣ୍ଠ (ସ୍ବର୍ଗ) ଧାମରେ ପଦାର୍ପଣ କଲେ । ସେମାନେ ସମସ୍ତେ ବ୍ରହ୍ମ·ରୀ ଥିଲେ । ବ୍ରହ୍ମଚର୍ଯ୍ୟ ପାଳନ ବିନା ସ୍ବର୍ଗରେ ପ୍ରବେଶ ମିଳେ ନାହିଁ । କାମ ଏବଂ କାଳ ବୈକୁଣ୍ଠରେ ପ୍ରବେଶ କରି ପାରନ୍ତି ନାହିଁ । ଯେଉଁଠି ବୁଦ୍ଧି କୁଣ୍ଠିତ ହୋଇଯାଏ ତାହା ବୈକୁଣ୍ଠ ଅଟେ । ବୈକୁଣ୍ଠରେ ବୃକ୍ଷଲତା ପୁଷ୍ପ ସବୁ ଦିବ୍ୟ ଅଟେ । ସେଠାରେ ନିତ୍ୟ ନିରନ୍ତର ଛଅ ଋତୁ ସଖି ଭାବରେ ସେବା ରତ ଥାନ୍ତି । ବୈକୁଣ୍ଠ ପ୍ରବେଶ ପାଇଁ ସାତଟି ବଡ ବଡ ଦୁର୍ଗର ଦ୍ୱାର ଅତିକ୍ରମ କରି ଯିବାକୁ ହୁଏ । ସେଠାରେ ବିଷମତା ନ ଥାଏ । ସେଠାରେ ସମସ୍ତେ ଲକ୍ଷ୍ମୀ ନାରାୟଣ ତୁଲ୍ୟ । ସନତକୁମାର ବୈକୁଣ୍ଠର ଛଅଟି ଦ୍ୱାର ଅତିକ୍ରମ କରି ସପ୍ତମ ଦ୍ୱାରରେ ଉପସ୍ଥିତ ହେଲେ । ସେଠାରେ ଜୟ ବିଜୟ ପ୍ରହରା ରତ ଥିଲେ । ସେହି ଦ୍ୱାରପାଳ ଦ୍ୱୟ ସନତକୁମାରଙ୍କୁ ଭିତରକୁ ଯିବା ପାଇଁ ବାଧା ଦେଲେ । ସେମାନେ କହିଲେ ପ୍ରଭୁଙ୍କ ଅନୁମତି ବିନା ଆମେ ବାଟ ଛାଡିବୁ ନାହିଁ । ଆପଣ କିଛି ସମୟ ଅପେକ୍ଷା କରନ୍ତୁ । ସନତ କୁମାର ରାଗି ଗଲେ । କ୍ରୋଧ କାମର ଛୋଟ ଭାଇ ଅଟେ । କାମ ଉପରେ ବିଜୟ ପ୍ରାପ୍ତ କରିବା ଏତେଟା କଠିଣ ନୁହେଁ ଯେତିକି କ୍ରୋଧକୁ ଜୟ କରିବା । କାମର ମୂଳ ସଂକଳ୍ପ ଅଟେ । ଜ୍ଞାନୀ ଆତ୍ମା ଅନ୍ୟ କାହାରି ଶରୀରକୁ ଚିନ୍ତନ କରନ୍ତି ନାହିଁ । ତେଣୁ ତାଙ୍କୁ କାମ ପୀଡା ଦିଏ ନାହିଁ ।
ଜ୍ଞାନୀ ପୁରୁଷର ପନ କାମ ଦ୍ୱାରା ନୁହେଁ, କ୍ରୋଧ ଦ୍ୱାରା ହିଁ ହୁଏ । ଜ୍ଞାନୀ ଆତ୍ମା ଛଅ ଦ୍ୱାର ସହଜରେ ଅତିକ୍ରମ କରି ଯାଏ; କିନ୍ତୁ ସପ୍ତମ ଦ୍ୱାରରେ ଜୟ ବିଜୟ ତାଙ୍କୁ ବାଧା ଦିଅନ୍ତି । ଯୋଗର ସାତ ପ୍ରକାର ଅଙ୍ଗ ହିଁ କୈକୁଣ୍ଠର ସାତ ଦ୍ୱାର ତାହା ହେଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ ଏବଂ ଧାରଣା । ଏହି ସାତ ଦ୍ୱାର ଅତିକ୍ରମ କଲେ ଯାଇ ପରମାତ୍ମାଙ୍କ ଅନୁଭୁତି ହୁଏ । ଯୋଗର ଏହି ସାତଟି ଅଙ୍ଗରେ ସିଦ୍ଧି ହେଲେ ବୈକୁଣ୍ଠରେ ପ୍ରବେଶ କରିବା ପାଇଁ ଅନୁମତି ମିଳେ । ଧ୍ୟାନର ଅର୍ଥ ହେଉଛି ଏକ ଅଙ୍ଗର ଚିନ୍ତନ । ଶରୀର ଏବଂ ଆଖିକୁ ସ୍ଥିର ରଖିବା ହିଁ ଆସନ ଅଟେ । ଧାରଣାର ଅର୍ଥ ସର୍ବାଙ୍ଗର ଚିନ୍ତନ । ଧାରଣାରେ ଅନେକ ସିଦ୍ଧି ବାଧା ଉପôନ୍ନ କରାଏ । ଜୟ ବିଜୟ ପ୍ରତିଷ୍ଠାର ଦୁଇ ସ୍ବରୂପ ଅଟନ୍ତି । ଧାରଣାରେ ସିଦ୍ଧି- ପ୍ରସିଦ୍ଧି ବିଘ୍ନ ସୃଷ୍ଟି କରନ୍ତି । ସିଦ୍ଧି ମିଳିଲେ ପ୍ରସିଦ୍ଧି ହୁଏ । ଜୟ ଅର୍ଥାତ ସ୍ବଦେଶରେ ପ୍ରତିଷ୍ଠା । ବିଜୟ ଅର୍ଥାତ ପର ଦେଶରେ ବିଜୟ । ସଂସାର ମୋତେ କ’ଣ କହିବ ଏହି ଚିନ୍ତା ଅନାବଶ୍ୟକ । ପରମାତ୍ମା ମୋତେ କ’ଣ କହୁଛନ୍ତି ଏହି କଥା ସର୍ବଦା ସ୍ମୃତିରେ ରଖିବା ଉଚିତ । ଯିଏ ଲୌକିକ ପ୍ରତିଷ୍ଠା ମୋହରେ ମୋହିତ ହୁଏ ସେ ପରମାତ୍ମାଙ୍କଠାରୁ ଦୂରେଇ ଯାଏ । ପରମାତ୍ମାଙ୍କ ସପ୍ତମ ଦ୍ୱାରରେ ଜୀବାତ୍ମାକୁ ଜୟ ବିଜୟ ବାଧା ଦିଅନ୍ତି । ଜୟ ବିଜୟର ଅର୍ଥ କୀିର୍ ଓ ପ୍ରତିଷ୍ଠାର ମୋହ ମାନବ ସହଜରେ ତ୍ୟାଗ କରି ପାରେ ନାହିଁ । ମନୁଷ୍ୟର ମନ ନାମ ଏବଂ ରୂପ ସହିତ ମଜ୍ଜି ଯାଇଥାଏ । ନାମ ଏବଂ ରୂପର ମୋହ ନଷ୍ଟ ନ ହେବା ପର୍ଯ୍ୟନ୍ତ ଭକ୍ତିି ଭଦ୍ରେକ ହୁଏ ନାହିଁ । ମନ ଯେତେବେଳେ ସତତ ପରମାତ୍ମାଙ୍କ ରୂପ ଚିନ୍ତନରେ ତଲ୍ଲୀନ ହୋଇଯାଏ ସେତେବେଳେ ସେ ସମସ୍ତ ପ୍ରକାର ସାଂସାରିକ ବନ୍ଧନରୁ ମୁକ୍ତ ହୋଇ ମୁକ୍ତି ଜୀବନ୍ମକ୍ତି ଅବସ୍ଥା ପ୍ରାପ୍ତ ହୁଏ ।
କ୍ରୋଧ ହେତୁ ସନତ କୁମାରଙ୍କୁ ଭଗବାନଙ୍କ ସପ୍ତମ ଦ୍ୱାରରୁ ଫେରିବାକୁ ପଡିଥିଲା । କିନ୍ତୁ ତାଙ୍କ କ୍ରୋଧ ସା୍ୱିକ ଯୁକ୍ତ ଥିବାରୁ ସ୍ବୟଂ ଭଗବାନ ଆସି ତାଙ୍କୁ ଦ୍ୱାରରେ ଦର୍ଶନ ଦେଲେ । ପରନ୍ତୁ ତାଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିଲା ନାହିଁ । ଜ୍ଞାନୀ ପାଇଁ ଜ୍ଞାନ ମାର୍ଗରେ ଅଭିମାନ ବିଘ୍ନ କାରକ ଅଟେ । କ୍ରୋଧ ହିଁ ଅଭିମାନର ମୂଳ । କେତେକ ଲୋକଙ୍କର ଆଜ୍ଞାନାବସ୍ଥାରେ ହିଁ ମୃତୁ୍ୟ ହୁଏ । କେତେକ ଲୋକ ଜ୍ଞାନୀ ହୋଇ ମଧ୍ୟ ଅଭିମାନ ବଶତଃ ମରନ୍ତି । କର୍ମ ମାର୍ଗରେ କାମ ହେଉଛି ବିଘ୍ନ କର୍ା । କଶ୍ୟପ ଓ ଦିତିଙ୍କ ମାର୍ଗରେ କାମ ହିଁ ବିଘ୍ନ ସୃଷ୍ଟି କରିଥିଲା । କାମ ହେତୁ କର୍ମ ନାଶ ହୁଏ । ଭକ୍ତି ମାର୍ଗରେ ଲୋଭ ବାଧକ ହୁଏ । ଜ୍ଞାନ ମାର୍ଗରେ କ୍ରୋଧ ହିଁ କାରକ । ସନତ୍କୁମାରଙ୍କ ମାର୍ଗରେ କ୍ରୋଧ ବାଧା ଦେଇଥିଲା । କ୍ରୋଧ ହେତୁ ଜ୍ଞାନର ନାଶ ହୁଏ । ଦେହ ଦୃଷ୍ଟିରେ କାମ ଉପôନ୍ନ ହୁଏ । ଜ୍ଞାନୀର ମାର୍ଗରେ କାମ ବାଧା ଦିଏ ନାହିଁ, କିନ୍ତୁ କ୍ରୋଧ ବାଧା ଦିଏ । ବିବେକ ଦ୍ୱାରା କାମ ନଷ୍ଟ ହୁଏ କିନ୍ତୁ କ୍ରୋଧ ନଷ୍ଟ ହୁଏ ନାହିଁ । କାମୀ ଏବଂ ଲୋଭୀର କିଛି ନା କିଛି ଲାଭ ହୋଇଯାଏ; କିନ୍ତୁ କ୍ରୋଧୀ ମନୁଷ୍ୟର ଲାଭ ତ ଦୂରର କଥା ତା’ର ପୁଣ୍ୟ କ୍ଷୟ ହୋଇଯାଏ । ବଲ୍ଲଭା·ର୍ଯ୍ୟ କହନ୍ତି
କାମେନ କର୍ମ ନାଶଃ ସ୍ୟାତ୍ କ୍ରୋଧେନ ଜ୍ଞାନ ନାଶନମ୍ ।
ଲୋଭେନ ଉକ୍ତି ନାଶଃ ସ୍ୟାତ୍ ତସ୍ମାତ୍ ଏତତ୍ ତ୍ରୟଂ ତ୍ୟଜେତ୍’’
ଗୀତାରେ ମଧ୍ୟ କାମ, କ୍ରୋଧ ଓ ଲୋଭକୁ ନରକର ଦ୍ୱାର
କୁହାଯାଇଛି;
ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶ ନତ୍ମନଃ ।
କାମ କ୍ରୋଧ ସ୍ତଥା ଲୋଭ ସ୍ତସ୍ମା ଦେତଢ୍ରୟଂ ତ୍ୟଜେତ୍ ।ା
।ା ଗୀ /୧୧ ।ା
ମନ ଓ ବୁଦ୍ଧି ବାରମ୍ବାର ପ୍ରତାରିତ କରନ୍ତି । ତେଣୁ ସତର୍କ ରହିବା ବିଧେୟ । ନିଜକୁ ନିର୍ଦୋଷ ମାନିବାଠାରୁ ଆଉ ଦୋଷ ନାହିଁ । କାମ କ୍ରୋଧାଦି ଆଭ୍ୟନ୍ତରୀଣ ବିକାର ଅଟେ । ସତତ ଈଶ୍ୱର ଚିନ୍ତନ ଦ୍ୱାରା ହିଁ ଏହା ଶାନ୍ତ ହୁଏ ।
ସନକାଦିଙ୍କ ଶାପ ହେତୁ ଜୟ ବିଜୟ କ୍ରମଶଃ ହିରଣାକ୍ଷ ଏବଂ ହିରଣ୍ୟକଶିଶୁ ରୂପରେ ଦିତିଙ୍କ ଗର୍ଭରେ ଜନ୍ମ ନେଲେ । ଅସମୟ କାମୋପ ଭୋଗ ହେତୁ ତାଙ୍କ ଘରେ ରାକ୍ଷସ ପୁତ୍ର ଜନ୍ମ ନେଲା । ହିରଣାକ୍ଷ ଓ ହିରଣ୍ୟ କଶିପୁ ପ୍ରତ୍ୟେହ ·ରି ହାତ ଲେଖାଏଁ ବଢିବାକୁ ଲାଗିଲେ । ଏହାର ଅର୍ଥ ଲୋଭ ପ୍ରତ୍ୟହ ବଢି ବଢି ·ଲେ । ହିରଣାକ୍ଷର ଅର୍ଥ ହେଲା ସଂଗ୍ରହ ବୃି ଏବଂ ହିରଣ୍ୟ କପିପୁର ଅର୍ଥ ହେଲା ଭୋଗ ବୃି । ହିରଣାକ୍ଷ ଅନେକ ଧନ ସମ୍ପି ଏକତ୍ରିତ କରିଥିଲା ଏବଂ ହିରଣ୍ୟ କଶିପୁ ଅତ୍ୟଧିକ ଭୋଗରେ ଲିପ୍ତ ଥିଲା । ଭାଗବତ୍ରେ ପ୍ରତ୍ୟେକ ଆଖ୍ୟାନ ଉପାଖ୍ୟାନକୁ ସମାଧି ଭାଷାରେ ହିଁ ବୁଝିବା ଆବଶ୍ୟକ । କାରଣ ଏଥିରେ ଲୌକିକ ଭାଷାର ପ୍ରୟୋଗ ବହୁତ ଗୋ÷ଣ ଅଟେ ।
ଲାଭରୁ ଲୋଭ ବଢେ । ଲୋଭ ହେତୁ ପାପ ବଢେ । ପାପ ବୃଦ୍ଧି ହେଲେ ପୃଥିବୀ ରସାତଳଗାମୀ ହୁଏ । ଅର୍ଥାତ ମାନବ ସମାଜ ଦୁଃଖର ଅତଳ ଗହ୍ୱରରେ ପତିତ ହୁଅନ୍ତି । ସେହିପରି ଭୋଗ ବଢିଲେ ମଧ୍ୟ ପାପ ବଢେ । ହିରଣାକ୍ଷ ଏବଂ ହିରଣ୍ୟ କଶିପୁ ଯଥାକ୍ରମେ ଲୋଭ ଓ ଭୋଗର ଅବତାର । ତେଣୁ ସେମାନଙ୍କ ବିନାଶ ପାଇଁ ଭଗବାନଙ୍କୁ ଦୁଇଟି ଅବତାର ନେବାକୁ ପଡିଥିଲା । ରାବଣ- କୁମ୍ଭକର୍ଣ୍ଣ କାମ ରୂପୀ ଥିଲେ । ଶିଶୁପାଳ କ୍ରୋଧର ଅବତାର ଥିଲା । ସେମାନଙ୍କୁ ମାରିବା ପାଇଁ ଏକମାତ୍ର ଅବତାର ଯଥେଷ୍ଟ ଥିଲା । କିନ୍ତୁ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ରୂପୀ ଲୋଭ ଓ ଭୋଗକୁ ସମାପ୍ତ କରିବା ପାଇଁ ଭଗବାନଙ୍କୁ ବରାହ ଓ ନୃସିଂହ ଅବତାର ନେବାକୁ ପଡିଲା । ବୃଦ୍ଧାବସ୍ଥାରେ ଶକ୍ତି କ୍ଷୀଣ ହେତୁ କାମ ଉପରେ ବିଜୟ ପ୍ରାପ୍ତ ହୋଇଯାଏ । କିନ୍ତୁ ଲୋଭ ସମାପ୍ତ ହୁଏ । ନାହିଁ । ସତକର୍ମରେ ଲୋଭ ହିଁ ବିଘ୍ନ କର୍ା । ସନ୍ତୋଷ ଦ୍ୱାରା ଏହାର ବିନାଶ ହୁଏ । ଲୋଭ ଆଦି ର ପ୍ରସାରରେ ଯେତେବେଳେ ପୃଥିବୀ ଦୁଃଖ ରୂପୀ ସାଗରରେ ପ୍ଲାବିତ ହୋଇଗଲା ସେତେବେଳେ ଭଗବାନଙ୍କୁ ବରାହ ଅବତାର ନେବାକୁ ପଡିଲା । ବରାହ ଅବତାର ସନ୍ତୋଷର ଅବତାର । ବରାହ ଅବତାର ଯଜ୍ଞାବତାର ଅଟେ । ବର + ଅହ = ବରାହ । ବର ଅର୍ଥ ଶ୍ରେଷ୍ଠ ଏବଂ ଅହର ଅର୍ଥ ଦିବସ । କେଉଁ ଦିନଟି ଶ୍ରେଷ୍ଠ ଅଟେ? ଯେଉଁ ଦିନ ଆମେ ଶ୍ରେଷ୍ଠ କର୍ମ କରୁଁ ସେହି ଦିନ ହିଁ ଶ୍ରେଷ୍ଠ ଅଟେ । ଶ୍ରେଷ୍ଠ କର୍ମ କରିବା ହେତୁ ଦିନଟି ମଧ୍ୟ ଶ୍ରେଷ୍ଠ ହୋଇଯାଏ । ଯେଉଁ କର୍ମରେ ପରମାତ୍ମା ସନ୍ତୁଷ୍ଟ ହୁଅନ୍ତି ତାହାହିଁ ସତକର୍ମ । ସତକର୍ମ ହିଁ ଯଜ୍ଞ ଅଟେ ।
ହିରଣ୍ୟାକ୍ଷ ଲୋଭୀ ମାନବର ପ୍ରତୀକ ଅଟେ । ଦୁଃଖ ରୂପୀ ସମୁଦ୍ରରେ ବୁଡି ଯାଇଥିବା ପୃଥିବୀକୁ ବରାହ ଭଗବାନ ଉଦ୍ଧାର କଲେ । କିନ୍ତୁ ତାକୁ ନିଜ ପାଖରେ ନ ରଖି ମନୁକୁ ଅର୍ଥାତ ମାନବମାନଙ୍କୁ ସମର୍ପଣ କରି ଦେଲେ । ପ୍ରାପ୍ତ ବସ୍ତୁକୁ ଅନ୍ୟମାନଙ୍କ ସେବାରେ ବିନିଯୋଗ କରିବା ହେଉଛି ସନ୍ତୋଷ । ଏହା ହିଁ ଯଜ୍ଞର ଦୃଷ୍ଟାନ୍ତ । ଯଜ୍ଞ ଅର୍ଥାତ ସତ୍କର୍ମ ଦ୍ୱାରା ଚି ଶୁଦ୍ଧି ହୁଏ । ଲୋଭ ଆଦିର ବିନାଶ କରି ଚି ଶୁଦ୍ଧି କରିବା ଆବଶ୍ୟକ । ଚି ଶୁଦ୍ଧି ହେଲେ କପିଳମୁନି ଅର୍ଥାତ ବ୍ରହ୍ମ ବିଦ୍ୟା ପ୍ରାପ୍ତ ହୁଏ । ଯଜ୍ଞ ପୂର୍ବକ ଜୀବନ ଯାପନ କଲେ ଜ୍ଞାନ ପ୍ରାପ୍ତି ହୁଏ । ଯଜ୍ଞବତାର ବିନା ମନଶୁଦ୍ଧି ବା ଚି ଶୁଦ୍ଧି ହୁଏ ନାହିଁ । ତେଣୁ ଜ୍ଞାନ ଲାଭ ହୁଏ ନାହିଁ । ବୁଦ୍ଧି ନିଷ୍କାମ ହେଲେ ବ୍ରହ୍ମ ଜ୍ଞାନ ସ୍ଥାୟୀ ହୁଏ ।
Comments
Post a Comment