ଜ୍ଞାନ ପ୍ରବାହ (୧୮)
ଜ୍ଞାନ ପ୍ରବାହ (୧୮)
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)
ବିଷୟାସକ୍ତ ଲୋକ ଈଶ୍ୱରୀୟ ଆନନ୍ଦ ଅନୁଭବ କରି ପାରନ୍ତି ନାହିଁ । ଉପନିଷଦରେ ଦୃଷ୍ଟାନ୍ତ ଦିଆଯାଇଛି ଯେ ଚିନି ନିର୍ମିତ ପୁଳିକା ସାଗରର ଗଭୀରତା ମାପିବାକୁ ପ୍ରଯନô କଲା । କିନ୍ତୁ ସାଗରକୁ ସ୍ପର୍ଶ କରୁଁ କରୁଁ ଶେଷରେ ସେ ସାଗରରେ ହିଁ ମିଶିଗଲା । ଯିଏ ସତତ ଈଶ୍ୱରୀୟ ସ୍ମୃତିରେ ବିଲୀନ ହୋଇଯାଇଛି, ସେହି ଆତ୍ମାକୁ ଈଶ୍ୱରଙ୍କଠାରୁ କେହି ଭିନ୍ନ କରି ପାରିବେ ନାହିଁ । ଜ୍ଞାନ ମାର୍ଗରେ ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଏକତ୍ୱ ସିଦ୍ଧ କରାଯାଇଛି । ଉକ୍ତ ମାର୍ଗର ଆ·ର୍ଯଗଣ କହନ୍ତି ଯେ ଭକ୍ତ ଏବଂ ଭଗବାନ ଭିନ୍ନ ହୋଇ ନ ପାରନ୍ତି । ଯେଉଁ ଜୀବ ଈଶ୍ୱରଙ୍କ ସ୍ମୃତିରେ ଦେହ ଅଭିମାନ ଭୁଲି ସାରିଛି ଭଗବାନ ତାକୁ ନିଜ ସ୍ବରୂପଠାରୁ ଭିନ୍ନ କରି ପାରନ୍ତି ନାହିଁ । ଉପନିଷଦ ଈଶ୍ୱରଙ୍କ ବର୍ଣ୍ଣନା କରି କହିଛି ରସୋ ବୈ ସଃ । ଅର୍ଥାତ୍ ଈଶ୍ୱର ରସ ରୂପ ଅଟନ୍ତି । ଜୀବ ଈଶ୍ୱରଙ୍କ ଅନୁଭବ କେତେବେଳେ କରିବ? ଯେତେବେଳେ ସେ ଈଶ୍ୱରଙ୍କଠାରୁ ଭିନ୍ନ ରହିବ । ସେତେବେଳେ ସେ ଏହି ରସର ଅନୁଭବ କରି ପାରିବ । ଆତ୍ମା ଓ ପରମାତ୍ମାର ଏକତ୍ୱ ସିଦ୍ଧ ଦ୍ୱାରା ଏହି ଅନୁଭୂତି ସମ୍ଭବ ନୁହେଁ ।
କୀଡା ଭ୍ରମରୀର ଚିନ୍ତନ କରୁ କରୁ ସ୍ବୟଂ ଭ୍ରମରୀ ସ୍ବରୂପ ହୋଇଯାଏ । ସେହିପରି ପରମାତ୍ମାଙ୍କ ଚିନ୍ତନ କରୁ କରୁ ଆତ୍ମା ତାଙ୍କ ସ୍ବରୂପ ପ୍ରାପ୍ତ ହୁଏ । ଭାଗବତରେ ଏହାକୁ କୈବଲ୍ୟ ମୁକ୍ତି ବୋଲି କୁହାଯାଇଛି । ବ୍ରହ୍ମବିଦ୍ ବ୍ରହ୍ଲୈବ ଭବତି । ବି·ର ପ୍ରଧାନ ମନୁଷ୍ୟ ଜ୍ଞାନ ମାର୍ଗ ପସନ୍ଦ କରେ । ଈଶ୍ୱରଙ୍କ ପ୍ରତି ବିମୁଖ ନ ହେବା ହିଁ ଭକ୍ତି । ଭକ୍ତିଶୂନ୍ୟ ପୁରୁଷର ସମସ୍ତ ସାଧନ ନିଷ୍ପଳ ହୁଏ । ତେଣୁ ସମସ୍ତ ସାଧନ ମଧ୍ୟରେ ଭକ୍ତି ହିଁ ଶ୍ରେଷ୍ଠ ଅଟେ । ଭକ୍ତି ବିନା ଜ୍ଞାନ ପୁଷ୍ଟ ହୁଏ ନାହିଁ । ଭକ୍ତି ତୀବ୍ର ହେବା ଉଚିତ । ତୀବ୍ର ଭକ୍ତି ବିନା ଜ୍ଞାନ ପୁଷ୍ଟ ହୁଏ ନାହିଁ ।
“ ତୀବ୍ରେଶ ଭକ୍ତିଯୋଗେନ ଯଜେତ ପୁରୁଷଂ ପରମ ।” ମୁକ୍ତି ପ୍ରାପ୍ତ କରିବା ପାଇଁ ଆରମ୍ଭରୁ ହିଁ ଭୋଗ ସମୂହକୁ ତ୍ୟାଗ କରିବାକୁ ପଡିବ । ଭୋଗୀ ଲୋକ ଜ୍ଞାନ କିମ୍ବା ଭକ୍ତି ମାର୍ଗରେ ଆଗକୁ ବଢି ପାରେ ନାହିଁ । ଭୋଗ ଉକ୍ତି ଓ ଜ୍ଞାନ ମାର୍ଗ ପାଇଁ ବାଧକ । ଭୋଗ ଅପେକ୍ଷା ତ୍ୟାଗରେ ଅନନ୍ତ ଗୁଣ ସୁଖ ମିଳେ । ଇନ୍ଦ୍ରିୟ ଜନ୍ୟ ସୁଖ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ଏକ ପ୍ରକାର ଅନୁଭବ ହୁଏ । ପଶୁ ଓ ମନୁଷ୍ୟମାନଙ୍କର ତ୍ୱଚେନ୍ଦ୍ରିୟର ସ୍ପର୍ଶ ସୁଖ ଏବଂ ଜିହ୍ୱେନ୍ଦ୍ରିୟର ରସ ସୁଖ ସମାନ ଅଟେ । ଇନ୍ଦ୍ରିୟ ସୁଖ ଉପଭୋଗ ବେଳେ ଯେଉଁ ଆନନ୍ଦ ମନୁଷ୍ୟକୁ ମିଳେ, ସେହି ଆନନ୍ଦ ପଶୁକୁ ମଧ୍ୟ ମିଳେ । ତୂଳୀ ତଳ୍ପ ଶଯ୍ୟାରେ ଶାୟୀତ ଧନୀକକୁ ଯେଉଁ ଆନନ୍ଦ ପ୍ରାପ୍ତ ହୁଏ, ଅଳିଆଗଦାରେ ଶୋଇଥିବା ଗଧକୁ ମଧ୍ୟ ସେହି ନିଦ୍ରା ସୁଖ ମିଳେ । ଏଥିପାଇଁ ମନୁଷ୍ୟ ବୁଦ୍ଧି ପୂର୍ବକ ଭୋଗ ବିଳାସକୁ ତ୍ୟାଗ କରିବା ଉଚିତ । ଭୋଗ ଦ୍ୱାରା କ୍ଷଣିକ ସୁଖ ମିଳେ; କିନ୍ତୁ ତ୍ୟାଗରେ ସ୍ଥାୟୀ ଭାବରେ ଅନନ୍ତ ସୁଖ ପ୍ରାପ୍ତ ହୁଏ । ଭୋଗ ଦ୍ୱାରା ଶାନ୍ତି ମିଳେ ନାହିଁ । ଶାନ୍ତି ମିଳେ ତ୍ୟାଗରେ । ପଶୁ, ପକ୍ଷୀ, ମନୁଷ୍ୟ ପାଇଁ ଇନ୍ଦ୍ରିୟ ସୁଖ ଏକ ସମାନ । ମନୁଷ୍ୟ ଯେଉଁ ସୁଖ ଶ୍ରୀଖଣ୍ଡ ଆସ୍ବାଦନରୁ ପାଏ, ଘୁଷୁରୀକୁ ସେହି ସୁଖ ବିଷ୍ଠା ଭକ୍ଷଣରୁ ମିଳେ । ତେଣୁ ପ୍ରତ୍ୟେକ ଇନ୍ଦ୍ରିୟକୁ ଭକ୍ତି ରସ ପାନ କରାଅ । ଇନ୍ଦ୍ରିୟ ରୂପୀ ପୁଷ୍ପ ଭଗବାନଙ୍କୁ ଅର୍ପଣ କର ।
ଶୁକଦେବ ଜନକ ରାଜାଙ୍କ ରାଜଗୃହକୁ ବିଦ୍ୟାଶିକ୍ଷା ପାଇଁ ଗଲେ । ବିଦ୍ୟାଭ୍ୟାସ ସମାପ୍ତି ପରେ ସେ ଗୁରୁ ଦକ୍ଷିଣା ଦେବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜର୍ଷି ଜନକ କହିଲେ, ଯେଉଁ ବସ୍ତୁ ଜଗତରେ ସମ୍ପୂର୍ଣ୍ଣ ଅନୁପଯୋଗୀ ତାହାହିଁ ମୋତେ ପ୍ରଦାନ କର । ଶୁକଦେବ ସେପରି ବସ୍ତୁର ଅନ୍ୱେଷଣରେ ·ରିଆଡେ ବୁଲିଲେ । ସେ ମୃିକା ଉଠାଇଲେ, କିନ୍ତୁ ମାଟିର ଉପଯୋଗିତା ସିଦ୍ଧ ହେଲା । ତା’ପରେ ପ୍ରସ୍ତର ଖଣ୍ଡ ମଧ୍ୟ ତା’ର ଉପଯୋଗିତା ସିଦ୍ଧ କଲା । ଯେକୌଣସି ବସ୍ତୁକୁ ସେ ଅନୁପଯୋଗୀ ବୋଲି ଭାବିଲେ କୌଣସି ନା କୌଣସି ପ୍ରକାରେ ତାହା ଉପଯୋଗୀ ବୋଲି ପ୍ରମାଣିତ ହେଲ । ଶେଷରେ ସେ ବିଷ୍ଠା ଉଠାଇଲେ । କିନ୍ତୁ ତାହା ମଧ୍ୟ ଉପଯୋଗୀ ସିଦ୍ଧ ହେଲା । ଶୁକଦେବ ଗଭୀର ଚିନ୍ତାରେ ପଡିଲେ । ଏ ବିଷୟରେ ଚିନ୍ତା କରୁ କରୁ ସେ ହୃଦୟଙ୍ଗମ କଲେ ଯେ ଦେହ ଅଭିମାନହିଁ ସଂସାରରେ ସବୁ ଠାରୁ ଅନୁପଯୋଗୀ । ଈଶ୍ୱରୀୟ ସେବା କରୁ କରୁ ପୁରୁଷତ୍ୱ ଓ ସ୍ତ୍ରୀତ୍ୱର ଅଭିମାନ ନଷ୍ଟ ହୋଇଯାଏ । ତେବେ ଯାଇ ଗୋପୀଭାବ ସିଦ୍ଧ ହୁଏ । ତତ୍ପଶ୍ଚାତ ପରମାତ୍ମାଙ୍କ ନିତ୍ୟ ଲୀଳାରେ ପ୍ରବେଶ ମିଳେ । “ସଂଗମ ତ୍ୟକ୍ତ୍ୱା ସୁଖୀ ଭବେତ୍ ।” ( କ୍ରମଶଃ)
Comments
Post a Comment