ଜ୍ଞାନ ପ୍ରବାହ (୨୭)
ଜ୍ଞାନ ପ୍ରବାହ (୨୭)
ସ୍ୱାର୍ଥ ବୁଦ୍ଧି ଦିନାଶକାରୀ
(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରଠନ୍ଥ ଆଧାରରେ ପ୍ରସ୍ତୁତ)
ମନୁଷ୍ୟ ମଧ୍ୟରେ ଯେତେବେଳେ ସ୍ୱାର୍ଥ ବୁଦ୍ଧି ଜାଗ୍ରତ ହୁଏ ସେତେବେଳେ ସେ ଅନ୍ୟମାନଙ୍କ ବିନାଶ ପାଇଁ ତପôର ହୁଏ । ତୁମେ ଯଦି ଅନ୍ୟମାନଙ୍କ ପ୍ରତି କୁଭାବ ରଖିବ ତେବେ ସେମାନଙ୍କ ମନରେ ମଧ୍ୟ ତୁମ ପ୍ରତି କୁଭାବ ଜାଗ୍ରତ ହେବ । ଏହି ପରିପ୍ରେକ୍ଷୀରେ ନିମ୍ନ ପ୍ରଦ ଦୃଷ୍ଟାନ୍ତ ପ୍ରଣିଧାନଯୋଗ୍ୟ ।
ଗୋଟିଏ ଦେଶରେ ସେଠାକାର ରାଜା ଓ ନଗର ଶ୍ରେଷ୍ଠୀଙ୍କ ମଧ୍ୟରେ ଖୁବ୍ ମିତ୍ରତା ଥିଲା । ସେ ଦୁହେଁ ସତ୍ସଙ୍ଗ କରୁଥିଲେ । ସେ ଦୁହେଁ ପରସ୍ପରଙ୍କୁ ଖୁବ୍ ଭଲ ପାଉଥିଲେ । ସେହି ନଗର ଶ୍ରେଷ୍ଠୀଙ୍କ ବ୍ୟାପାର ଥିଲା ଚନ୍ଦନକାଠ ବିକିବା । ଶ୍ରେଷ୍ଠୀଙ୍କ ବ୍ୟାପାର ଭଲ ·ଲୁ ନଥିଲା । ·ରି-ପା ବର୍ଷ ପର୍ଯ୍ୟନ୍ତ କ୍ଷତି ହେଲା । ଶେଷରେ ତାଙ୍କର ଗୁମାସ୍ତା କହିଲେ ଯେ ବର୍ମାନ କାଠଗୁଡିକରେ ଘୁଶ ଲାଗି ଗଲାଣି । ଖରାପ ଜିନିଷ କେହି ନିଅନ୍ତି ନାହିଁ । ଯଦି ଏହିବର୍ଷ ସମ୍ପୂର୍ଣ୍ଣ ଭାବରେ ଚନ୍ଦନକାଠ ବିକି୍ର ହେବ ନାହିଁ ତେବେ ବ୍ୟାପାର ବନ୍ଦ ହୋଇଯିବ । ଏବେ ଚନ୍ଦନ ପରି ମହଙ୍ଗା କାଠ ବହୁତ ପରିମାଣରେ ରାଜାଙ୍କ ବ୍ୟତୀତ ଆଉ କିଏ ନେବ?
ସ୍ୱାର୍ଥ ମନୁଷ୍ୟକୁ ପାଗଳ ବନାଇ ଦିଏ । ମନୁଷ୍ୟ ମନରେ ଯେତେବେଳେ ସ୍ୱାର୍ଥ ଜାଗ୍ରତ ହୁଏ, ସେ ଅନ୍ୟର ବିନାଶ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଏ । ଅନ୍ୟର କ୍ଷତି କରିବା ବ୍ୟକ୍ତି କେବେ ମଧ୍ୟ ଲାଭବାନ ହୁଅନ୍ତି ନାହିଁ । ମନୁଷ୍ୟ ହୃଦୟରେ ଯେତେବେଳେ ସ୍ୱାର୍ଥ ଜାଗ୍ରତ ହୁଏ ସେତେବେଳେ ବିବେକ ରହେ ନାହିଁ । ପ୍ରତ୍ୟେକ ମନୁଷ୍ୟ ହୃଦୟରେ ସ୍ୱାର୍ଥ ଥାଏ । କିନ୍ତୁ ତହିଁରେ ବିବେକ ମଧ୍ୟ ରହିବା ଉଚିତ । ଯାହା କହିବାକୁ ଲଜ୍ଜା ଲାଗେ ସେପରି ଚିନ୍ତା କରିବା ମଧ୍ୟ ଅନୁଚିତ । ନଗର ଶ୍ରେଷ୍ଠୀ ଭାବିଲା ଯେ ଏହି ରାଜାର ଯଦି କିଛି ହୋଇଯାଆନ୍ତା ତେବେ ଖୁବ୍ ଭଲ ହୁଅନ୍ତା । ସେ ଯଦି ମରି ଯାଆନ୍ତା ତେବେ ତାକୁ ପୋଡିବା ପାଇଁ ଚନ୍ଦନ କାଠ ଦରକାର ପଡିବ । ଏହିପରି ମୋର ସମସ୍ତ ଚନ୍ଦନକାଠ ବିକି୍ର ହୋଇଯିବ ଏବଂ ବ୍ୟାପାର ଠିକ୍ ଚାଲିବ । ଶ୍ରେଷ୍ଠୀ ମନରେ ରାଜା ପ୍ରତି ଏଭଳି କୁଭାବ ଉପôନ୍ନ ହେଲା ।
ଅନ୍ୟପକ୍ଷରେ ରାଜା ମନରେ ମଧ୍ୟ ଶ୍ରେଷ୍ଠୀ ପ୍ରତି ସେଭଳି କୁଭାବ ଜାଗ୍ରତ ହେଲା । ସେହିଦିନ ଯେତେବେଳେ ଶ୍ରେଷ୍ଠୀ ରାଜା ସହିତ ଭେଟ ହେବାକୁ ଆସିଲା ସେତେବେଳେ ରାଜା ମନରେ ବି·ର ଉପôନ୍ନ ହେଲା ଯେ ଏହି ଶ୍ରେଷ୍ଠୀ ନିଃସନ୍ତାନ ଅଟେ । ଇଏ ଯଦି ମରିଯାଆନ୍ତା ତା’ର ସମସ୍ତ ଧନ ସମ୍ପି ରାଜଭଣ୍ଡାରକୁ ଆସିଯିବ । ପ୍ରତିଦିନ ପରି ସତସଙ୍ଗ ତ ହେଲା, କିନ୍ତୁ କାହାରିକୁ ଆନନ୍ଦ ମିଳିଲା ନାହିଁ ।
ଦୁଇ ତିନିଦିନ ପରେ ରାଜା ମନରେ ବି·ର ଉପôନ୍ନ ହେଲା ଯେ ନଗର ଶ୍ରେଷ୍ଠୀଙ୍କ ବିଷୟରେ ଏପରି ଦୁଷ୍ଟ ବି·ର ମୋ ମନକୁ ଆସିଲା କିପରି? ଏପରି ତ କେବେ ହୋଇ ନଥିଲା ।
ମନୁଷ୍ୟ ମନ ମଧ୍ୟରେ ପାପ ଲୁଚାଇ ରଖେ । ଅଧୋପନର ଏହାହିଁ କାରଣ । ରାଜା ସମସ୍ତ କଥା ଶ୍ରେଷ୍ଠୀ ଆଗରେ ଖୋଲି କହି ଦେଲେ । ରାଜା କହିଲେ, ତୁମ ବିଷୟରେ ମୋ ମନରେ ଖରାପ ବି·ର କେବେହେଲେ ଆସି ନଥିଲା । ଏହାର କାରଣ ମୁଁ ଖୋଜି ପାଉ ନାହିଁ । କ’ଣ ତୁମେ ମଧ୍ୟ ମୋ ବିଷୟରେ କୌଣସି ଖରାପ ବି·ର କରିଥିଲ? ଶ୍ରେଷ୍ଠୀ କହିଲେ ମୋର ଚନ୍ଦନକାଠର ବ୍ୟାପାର ଠିକ୍ ·ଲୁନାହିଁ । ସମସ୍ତଙ୍କ ପୋଷଣ କରିବାକୁ ପଡୁଛି । କେହି ଜିନିଷ ନେଉ ନାହାନ୍ତି । ତେଣୁ ମୋ ମନରେ ବି·ର ଆସିଲା ଯେ ଯଦି ଆପଣ ମରି ଯାଆନ୍ତି ତେବେ କେତେ ଭଲ ହୁଅନ୍ତା । ଆପଣ ମଲେ ଆପଣଙ୍କୁ ପୋଡିବା ପାଇଁ ଚନ୍ଦନକାଠ ଆବଶ୍ୟକ ପଡିବ ଏବଂ ମୋର ସମସ୍ତ କାଠ ବିକି୍ର ହୋଇଯିବ । ରାଜା ଶ୍ରେଷ୍ଠୀକୁ ଭର୍ସନା କରି କହିଲେ ଯେ ଏପରି ଖରାପ ବି·ର ତୁମେ କାହିଁକି କଲ? ବୈଷ୍ଣବମାନଙ୍କ ପାଇଁ ଏପରି ଦୁଷ୍ଟ ବି·ର ଶୋଭନୀୟ ନୁହେଁ । ତୁମ ମନରେ ଏପରି ବି·ର କାହିଁକି ଆସିଲା ନାହିଁ ଯେ ରାଜା ନିଜ ମହଲର ଦ୍ୱାର ଚନ୍ଦନ କାଠରେ ନିର୍ମାଣ କରନ୍ତୁ ଏବଂ ଏଥିପାଇଁ ମୋର ସମସ୍ତ କାଠ କ୍ରୟ କରନ୍ତୁ । ଏହିପରି ବି·ର କରିଥିଲେ ତୁମ ମନ ଶୁଦ୍ଧ ଓ ମୋ ମନ ମଧ୍ୟ ଶୁଦ୍ଧ ହୋଇଥାନ୍ତା । ଏହିପରି ଖୋଲା କଥାବାର୍ାରେ ଉଭୟଙ୍କ ମନ ଶୁଦ୍ଧ ହୋଇଗଲା ଓ ପରସ୍ପରଙ୍କ ପ୍ରତି ଶୁଭ ଭାବନା ଜାଗ୍ରତ ହେଲା । ସେମାନେ ସୁଖ-ଶାନ୍ତି ପୂର୍ବକ ବସବାସ କଲେ ।
ଭାବଶୁଦ୍ଧି ସବୁଠାରୁ ବଡ ତପ
ମାନବ ଜୀବନ ତପ ପାଇଁ ଉଦ୍ଧିଷ୍ଟ । ଜଗତର କୌଣସି ଜୀବ ପ୍ରତି ଶତ୍ରୁ ଭାବ ରଖ ନାହିଁ । ଶୁଦ୍ଧ ଭାବନା ବିନା କରାଯାଇଥିବା ସତ୍କର୍ମ କୌଣସି କାମର ନୁହେଁ । ଏହାଦ୍ୱାରା ଅନେକ ସମୟରେ ଧର୍ମ ମଧ୍ୟ ଅଧର୍ମରେ ପରିଣତ ହୋଇଯାଏ । ପ୍ରତ୍ୟେକ ମନୁଷ୍ୟ ପ୍ରତି ସଦ୍ଭାବ ରଖିବା ଦ୍ୱାରା କାର୍ଯ୍ୟ ସଫଳ ହୁଏ । ସମସ୍ତଙ୍କ କଲ୍ୟାଣ ହେଉ- ଏହା ସତ୍ୟ ଓ ସତ୍ କାର୍ଯ୍ୟ ଅଟେ । “ସତ୍ୟଂ ଭୂତହିତଂ ପ୍ରୋକ୍ତମ୍ ।’’ ସମସ୍ତଙ୍କଠାରେ ସମଭାବ ରଖିବା ହିଁ ସବୁଠାରୁ ଉମ ଧର୍ମ । ସମସ୍ତଙ୍କଠାରେ ସମଭାବ ରଖିଲେ ମନୁଷ୍ୟ ସୁଖୀ ହୁଏ । ତାର ଧର୍ମ ମଧ୍ୟ ସଫଳ ହୁଏ । କୌଣସି ଜୀବଠାରେ କୁଭାବ ରଖୁଥିବା ବ୍ୟକ୍ତିର ଧର୍ମ ସଫଳ ହୁଏ ନାହିଁ
ଆତ୍ମାରେ ଯେଉଁ ତମୋଗୁଣ ଅଛି ତାକୁ ରଜୋଗୁଣ ଦ୍ୱାରା ଓ ରଜୋଗୁଣକୁ ତମୋଗୁଣ ଦ୍ୱାରା ବିନାଶ କର । ରଜୋଗୁଣ କାମ ଓ କ୍ରୋଧର ଜନକ । ସତ୍କର୍ମ ଦ୍ୱାରା ସ୍ୱଗୁଣ ବୃଦ୍ଧି ପାଏ । ସ୍ୱଗୁଣ ମଧ୍ୟ ବନ୍ଧନକର୍ା, ଏଥିରେ ମଧ୍ୟ ସାମାନ୍ୟ ଅହଂଭାବ ରହିଯାଏ । ଏଣୁ ଶେଷରେ ସ୍ୱଗୁଣ ଦ୍ୱାରା ସ୍ୱଗୁଣକୁ ବିନାଶ କରିବାକୁ ହେବ । ବୁଦ୍ଧିର ସବୁଠାରୁ ବଡ ଦୋଷ ହେଉଛି ଅସୂୟା-ମତ୍ସର । ଅନ୍ୟମାନଙ୍କ ଉନ୍ନତି ଦେଖି ଈର୍ଷା କରିବା ହେଉଛି ଅସୂୟା ମତ୍ସର । ଅନ୍ୟମାନଙ୍କ ଦୋଷ ଦର୍ଶନ ହେଉଛି ଈଶ୍ୱରୀୟ ଚିନ୍ତନରେ ବିଘ୍ନର କାରଣ । ବୁଦ୍ଧିରେ ଯେଉଁ ପର୍ଯ୍ୟନ୍ତ ଅସୂୟା ମତ୍ସର ରହିବ ସେ ପର୍ଯ୍ୟନ୍ତ ଈଶ୍ୱରଙ୍କ ଚିନ୍ତନ ସମ୍ଭବ ନୁହେଁ । ଅସୂୟା ଈଶ୍ୱରୀୟ ମାର୍ଗରେ ଅଗ୍ରସର ହେବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ । ଏହା ଜ୍ଞାନ ମାର୍ଗରେ ଆଗକୁ ବଢ଼ିବାକୁ ଦିଏ ନାହିଁ । ଅସୂୟା ବୁଦ୍ଧି ଯୁକ୍ତ ମନୁଷ୍ୟକୁ ଶାନ୍ତି ମିଳେ ନାହିଁ ।
ମାନବ ଜୀବନ ତପଶ୍ଚର୍ଯ୍ୟା ପାଇଁ । ଯିଏ ତପ କରେ ନାହିଁ ତାର ପତନ ହୁଏ । ମାନବ ଜୀବନର ଲକ୍ଷ୍ୟ ଭୋଗ ନୁହେଁ; ପରମାତ୍ମା ସ୍ମରଣ, ସମଭାବ ଓ ସଦ୍ଭାବ ସିଦ୍ଧ କରିବା ପାଇଁ ସତ୍ସଙ୍ଗ ଆବଶ୍ୟକ । ପଶୁ ମଧ୍ୟ ଭୋଗର ଉପଭୋଗ କରେ । ଯଦି ମନୁଷ୍ୟ କେବଳ ଭୋଗ ପଛରେ ପାଗଳ ପରି ଧାଇଁବ ତେବେ ସେ କେଉଁ ଗୁଣରେ ପଶୁଠାରୁ ଶ୍ରେଷ୍ଠ? ପରମାତ୍ମା ମନୁଷ୍ୟକୁ ବୁଦ୍ଧି ଓ ଜ୍ଞାନ ଦେଇଛନ୍ତି । ପଶୁକୁ କିଛି ଦେଇ ନାହାନ୍ତି । ମନୁଷ୍ୟ ଭବିଷ୍ୟତର ଚିନ୍ତା କରିପାରେ, ପଶୁ ନୁହେଁ । ଦେବ ଓ ପଶୁ ଉଭୟେ ତପ କରି ପାରନ୍ତି ନାହିଁ । ଦେବତା ପୁଣ୍ୟର ଫଳ ଉପଭୋଗ କରନ୍ତି । ତପଶ୍ଚର୍ଯ୍ୟାର ଅଧିକାର କେବଳ ମନୁଷ୍ୟର ହିଁ ଅଟେ । ମନୁଷ୍ୟ ବିବେକ ପୂର୍ବକ ଭୋଗକୁ ମଧ୍ୟ ଉପଭୋଗ କରିପାରେ ।
ମନୁଷ୍ୟ ଜୀବନ ବିବିଧ ପ୍ରକାର ତପଶ୍ଚର୍ଯ୍ୟା ପାଇଁ ଉଦ୍ଧିଷ୍ଟ । ତପ ଅନେକ ପ୍ରକାର ଅଛି । କଷ୍ଟ ସହ୍ୟ ପୂର୍ବକ ସତ୍କର୍ମ କରିବା ମଧ୍ୟ ତପ । ଉପାସନା ମଧ୍ୟ ତପ । ପରୋପକାର ଦ୍ୱାରା ଶରୀରକୁ ଲୀନ କରିବା ମଧ୍ୟ ତପ । ଗୀତାରେ ତପର ବ୍ୟାଖ୍ୟା କରି କୁହାଯାଇଛି - “ଭାବ ସଂଶୁଦ୍ଧିରି ତ୍ୟୋତପୋ ମାନସ ମୁଚ୍ୟତେ । ଭାବ ସଂଶୁଦ୍ଧି ହେଉଛି ବଡ ତପ । ଅନ୍ତଃକରଣ ପବିତ୍ର ହେଲେ ହୃଦୟ ସର୍ବଦା ଶାନ୍ତ ଓ ପ୍ରସନ୍ନ ରହିବ, ପି୍ରୟ ଓ ସତ୍ୟ କହିବା ବାଣୀର ତପ । ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ, ଅହିଂସା ଶରୀର ସମ୍ବନ୍ଧୀ ତପ । ସମସ୍ତଙ୍କ ପ୍ରତି ସମଭାବ ଓ ସଦ୍ଭାବ ରଖୁଥିବା ବ୍ୟକ୍ତିର ମନରେ କେବେହେଲେ କାମ ପ୍ରବେଶ କରିପାରେ ନାହିଁ । ବିକାର ଓ ବାସନାକୁ ନଷ୍ଟ କରିବାର ଏହା ଶ୍ରେଷ୍ଠ ଉପାୟ । ଯିଏ ସମସ୍ତଙ୍କ ପ୍ରତି ସଦ୍ଭାବ ରଖେ ଓ ସମସ୍ତଙ୍କୁ ପରମାତ୍ମାଙ୍କ ସନ୍ତାନ ରୂପେ ଦେଖେ ତାର ଜୀବନ ସଫଳ ହୁଏ ।
ଧର୍ମର ତେରଟି ପନôୀ ବୋଲି କୁହାଯାଏ । ସେମାନେ ହେଲେ ଶ୍ରଦ୍ଧା, ଦମ୍ଭ, ମୈତ୍ରୀ, ଶାନ୍ତି, ପୁଷ୍ଟି, କି୍ରୟା, ଉନ୍ନତି, ବୁଦ୍ଧି, ମେଧା, ସ୍ମୃତି, ତିତିକ୍ଷା, ଧୃତି ଓ ମୂିର୍ । ଏହି ତେରଗୁଣ ଜୀବନରେ ଧାରଣ କଲେ ଧର୍ମ ଲାଭ ହୁଏ ଏବଂ ପରମାତ୍ମା ପ୍ରାପ୍ତିର ମାର୍ଗ ସୁଲଭ ହୁଏ । ଅଧର୍ମର ପନôୀ ହେଉଛି ମୃଷା ଦେବୀ । ମୃଷା ଅର୍ଥାତ୍ ମିଥ୍ୟା ଭାଷଣ କରିବାର କୁ-ସ୍ବଭାବ । ସେଥିରୁ ଦମ୍ଭର ଜନ୍ମ ହୁଏ । ଦମ୍ଭର ପୁତ୍ର ଲୋଭ ଓ ଲୋଭର ପୁତ୍ର ହେଉଛି କ୍ରୋଧ । କ୍ରୋଧର ପୁତ୍ରୀ ଦୁରୁକ୍ତି ଅର୍ଥାତ୍ କର୍କଶ ବାଣୀ । ମହାଭାରତ ଯୁଦ୍ଧ ଓ ରାମାୟଣର କରୁଣ ପ୍ରସଙ୍ଗର ମୂଳ ହେଉଛି କର୍କଶ ବାଣୀ । ଏଣୁ ଏଥିପ୍ରତି ସାବଧାନ ହେବା ଉଚିତ । କର୍କଶ ବାଣୀରୁ କଳି ଉପôନ୍ନ ହୁଏ । କଳି ହେଉଛି କଳହର ରୂପ । ଶାନ୍ତି ସମ୍ପିରୁ ନୁହେଁ ସଂଯମ, ସଦା·ର ଏବଂ ଉମ ସଂସ୍କାରରୁ ପ୍ରାପ୍ତ ହୁଏ । ସମ୍ପି ହେତୁ ବିକାର ବାସନା ବଢ଼େ । ତେଣୁ ପ୍ରଥମେ ଧର୍ମର ପ୍ରକରଣ ଓ ତତ୍ ପଶ୍ଚାତ୍ ଅର୍ଥ ପ୍ରକରଣ ଆସେ ।
Comments
Post a Comment