ଜ୍ଞାନ ପ୍ରବାହ (୨୮)

                                 ଜ୍ଞାନ ପ୍ରବାହ (୨୮) 

                ଉାନପାଦ ଚରିତ୍ରର ଆଧ୍ୟାତ୍ମିକ ଅଥ

(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)  

ଶ୍ରୀମଦ୍ଭାଗବତ୍ର ଚତୁର୍ଥ ସ୍କନ୍ଧରେ ଉାନପାଦଙ୍କ କଥା ବର୍ଣ୍ଣିତ ହୋଇଛି, ମନୁ ମହାରାଜଙ୍କ ଦୁଇପୁତ୍ର ଥିଲେ - ପି୍ରୟବ୍ରତ ଓ ଉାନପାଦ । ଉାନପାଦଙ୍କ ଦୁଇ ପନôୀ-ସୁରୁଚି ଓ ସୁନୀତି । ସୁରୁଚିଙ୍କ ପୁତ୍ରର ନାମ ଥିଲା ଉମ ଏବଂ ସୁନୀତିଙ୍କ ପୁତ୍ରର ନାମ ଥିଲା ଧ୍ରୁବ ।

ଜୀବମାତ୍ରକେ ଉାନପାଦ । ମାତା ଗର୍ଭରେ ରହୁଥିବା ସମସ୍ତ ଜୀବ ଉାନ ପାଦ । ଜନ୍ମ ସମୟରେ ପ୍ରଥମେ ଶିର ଓ ତାପରେ ପାଦ ବାହାରକୁ ଆସେ । ଯାହାର ପାଦ ପ୍ରଥମେ ଉପର ଓ ତାପରେ ତଳକୁ ହୋଇଥାଏ ସେ ହେଉଛି ଉାନପାଦ । ଜନ୍ମ ସମୟରେ ସମସ୍ତଙ୍କ ଏପରି ଅବସ୍ଥା ହୁଏ ।

ଜୀବମାତ୍ରକେ ଦୁଇ ପନôୀ ଥାନ୍ତି-ସୁରୁଚି ଓ ସୁନୀତି ମନୁଷ୍ୟକୁ ସୁରୁଚି ହିଁ ପି୍ରୟ ଲାଗେ । ଇନ୍ଦି୍ରୟ ଗୁଡିକ ଯାହା ମାଗନ୍ତି ସେହି ବିଷୟ ଗୁଡ଼ିକର ଉପଯୋଗ କରିବାର ଇଚ୍ଛା ହିଁ ସୁରୁଚି ଅଟେ । ସୁରୁଚିର ଅର୍ଥ ହେଉଛି ବାସନା । ସଂପ୍ରତି ସମସ୍ତଙ୍କୁ ରୁଚି ପି୍ରୟ ଲାଗେ । ମନ ଓ ଇନ୍ଦି୍ରୟକୁ ଯାହା ଭଲ ଲାଗେ ତାହା ମନୁଷ୍ୟ କରିଥାଏ । ସେ ଶାସ୍ତ୍ର, ଧର୍ମ ଓ ସନ୍ଥ କାହାରି ପରାମର୍ଶ ନିଏ ନାହିଁ । ରୁଚିର ଅର୍ଥ ହେଉଛି ମନ ପସନ୍ଦ ଇଚ୍ଛା । ମନ ଯାହା ·ହେଁ, ସେହି ଭୋଗରେ ଲୀନ ହେବା ପାଇଁ ଯିଏ ଆତୁର ହୁଏ ସେ ହେଉଚି ରୁଚିର ଦାସ । ଯାହାର ରୁଚି ପ୍ରତି ପ୍ରେମ ଥାଏ ତାକୁ ନୀତି କିପରି ଭଲ ଲାଗିବ? ନୀତିର ବିରୋଧ ସେ୍ୱ ଇନ୍ଦି୍ରୟଗଣ ସ୍ବଭାବିକ ଭାବରେ ବିଷୟାଭିମୁଖୀ ହୁଅନ୍ତି । ଜିଭ ଯାହା ମାଗୁଛି ସେ ସବୁ ତାକୁ ଦିଅ ନାହିଁ ।

ମନୁଷ୍ୟକୁ ସୁନୀତି ଅର୍ଥାତ୍ ନୀତି ପ୍ରତି ପ୍ରେମ ନ ଥାଏ । ତା’ର ସୁରୁଚି ପ୍ରତି ବେଶୀ ପ୍ରେମ ଥାଏ । ପ୍ରତ୍ୟେକ ଜୀବ ପାଇଁ ଏହାହିଁ ସତ୍ୟ । ତାକୁ ସଦା·ର ଓ ସଂଯମଯୁକ୍ତ ଜୀବନ ପସନ୍ଦ ଲାଗେ ନାହିଁ । ଜୀବ ବାସନାଧୀନ ହୋଇ ବିଳାସୀ ଜୀବନ ଯାପନ କରିବାକୁ ·ହେଁ । ସେ ନୀତିର ଅଧିନରେ ରହିବାକୁ ·ହେଁ ନାହିଁ । ସେ ଭାବେ ଯେ ସୁରୁଚିର ଅଧିନରେ ରହିଲେ ଉମ ଫଳ ମିଳିବ । ସୁରୁଚିର ଫଳ ଉମ । ଏଥିପାଇଁ ସୁରୁଚିର ପୁତ୍ରର ନାମ ଉମ । ଉଦ୍ = ଈଶ୍ୱର । ତମ = ଅନ୍ଧକାର । ଅନ୍ଧକାର ଅଜ୍ଞାନର ପ୍ରତୀକ । ଈଶ୍ୱରଙ୍କ ସ୍ବରୂପର ଅଜ୍ଞାନ ହିଁ ଉମ ସ୍ବରୂପ । ଇନ୍ଦିୟ ସମୂହର ଦାସ ହେବା ଦ୍ୱାରା ଈଶ୍ୱରୀୟ ସ୍ୱରୂପର ଜ୍ଞାନ ହୋଇପାରେ ନାହିଁ । ଯିଏ ସୁରୁଚିର ମୋହରେ ପଡିଥାଏ ଏବଂ ବିଳାସ ଜୀବନ ଯାପନ କରେ ତାକୁ ଈଶ୍ୱରୀୟ ସ୍ବରୂପର ଜ୍ଞାନ ହୁଏ ନାହିଁ । ସେ ଈଶ୍ୱରଙ୍କୁ ଚିହ୍ନି ପାରେ ନାହିଁ । ଈଶ୍ୱରଙ୍କ ଜ୍ଞାନ ବିଳାସୀକୁ ନୁହେଁ, ବିରକ୍ତଙ୍କୁ ହୋଇପାରେ ।

ଶ୍ରୀମଦ୍ ଭଗବତ୍ ଗୀତା ଅନୁସାରେ ଯାହାଠାରେ ସା୍ୱିକ ଗୁଣର ବୃଦ୍ଧି ହୁଏ, ତାଙ୍କୁ ଜ୍ଞାନ ପ୍ରାପ୍ତ ହୋଇଥାଏ । ସା୍ୱିକ ଗୁଣର ବୃଦ୍ଧି ସଂଯମପୂର୍ଣ୍ଣ ସଦା·ରୀ ଜୀବନ ଯାପନ ଦ୍ୱାରା ହୋଇଥାଏ । କେବଳ ଶବ୍ଦ ଜ୍ଞାନ, ଜ୍ଞାନ ନୁହେଁ । ଉମ ବିଷୟ କ୍ଷଣିକ ସୁଖ ପ୍ରଦାନ କରେ । ସେହି ଉମ ସୁଖ କ୍ଷଣିକ ବିଷୟାନନ୍ଦ ଅଟେ । ଇନ୍ଦି୍ରୟ ଓ ବିଷୟ ସଂଯୋଗରେ ଯେଉଁ କ୍ଷଣିକ ସୁଖ ମିଳେ ତାହା ସୁଖ ନୁହେଁ; ସୁଖର କେବଳ ଆଭାସ ମାତ୍ର ହୋଇଥାଏ । ମନୁଷ୍ୟର ପ୍ରତ୍ୟେକ ଇନ୍ଦି୍ରୟକୁ ବିଷୟୋପଭୋଗର ଆକାଂକ୍ଷା ହୋଇଥାଏ । ଭୋଜନ ସରସ ହୋଇଥିଲେ ଆବଶ୍ୟକତାରୁ ଅଧିକ ଖାଇବାକୁ ଇଚ୍ଛା ହୁଏ । ଏହାଦ୍ୱାରା ଅଜୀର୍ଣ୍ଣ ହୋଇଥାଏ । ଏହାକୁ ଠିକ୍ କରିବା ପାଇଁ ଔଷଧ ଖାଇବାକୁ ପଡିଥାଏ । ଏପରି ସମୟରେ ରୁଚି ଆଉ ଖାଇବାକୁ କହେ; କିନ୍ତୁ ନୀତି ମନା କରେ । ସ୍ବାମୀ ଶଂକରା·ର୍ଯ୍ୟ ଏଥିପାଇଁ ଆଜ୍ଞା ଦେଇଛନ୍ତି ଯେ- “ସଦନ୍ନଂ ନ ତୁ ଯାଚ୍ୟତାଂ ବିଧି ବଶାତ୍ ପ୍ରାପ୍ତେନ ସଂତୁଷ୍ୟତାମ୍ ।’’ ଅର୍ଥାତ୍ ସ୍ବାଦିଷ୍ଟ ଅନ୍ନର ଯାଚନା କର ନାହିଁ । ଦୈବ ବଶତଃ ଯାହା ପ୍ରାପ୍ତ ହେବ ସେଥିରେ ସନ୍ତୁଷ୍ଟ ହୋଇଯାଅ । ସ୍ବାଦିଷ୍ଟ ଭୋଜନ କରୁଥିବା ବ୍ୟକ୍ତି ଭଜନ କରିପାରିବ ନାହିଁ । ନୀତିର ଫଳ ଆରମ୍ଭରେ କଷ୍ଟଦାୟୀ, କିନ୍ତୁ ପରିଣାମରେ ସୁଖଦାୟୀ ଅଟେ । ଅନ୍ୟ ପକ୍ଷରେ ବିଷୟାନନ୍ଦ ଆରମ୍ଭରେ ସୁଖଦାୟୀ ହୋଇଥିଲେ ମଧ୍ୟ ପରିଣାମରେ ଦୁଃଖଦାୟୀ ହୋଇଥାଏ ।

ଯାହାଙ୍କ ଜୀବନ ଶୁଦ୍ଧ ଓ ପବିତ୍ର ତାଙ୍କୁ ଈଶ୍ୱରଙ୍କ ସ୍ମରଣରେ ଆନନ୍ଦ ମିଳେ । ସେହି ଆନନ୍ଦ ଦୀର୍ଘସ୍ଥାୟୀ ହୁଏ । ନୀତିର ଅଧୀନରେ ଯିଏ ପବିତ୍ର ଜୀବନ ଯାପନ କରେ, ତାଙ୍କୁ ଈଶ୍ୱରଙ୍କ ଜ୍ଞାନ ମିଳେ । ସୁନୀତି ଦ୍ୱାରା ଧ୍ରୁବ ମିଳେ । ସୁନୀତିର ଫଳ ହେଉଛି ଧ୍ରୁବ । ସେଥିପାଇଁ ସୁନୀତିର ପୁତ୍ରଙ୍କ ନାମ ଧ୍ରୁବ ଅଟେ । ଧ୍ରୁବର ଅର୍ଥ ଅବିନାଶୀ । ନୀତିର ଅଧିନ ହୋଇ ଯେଉଁ ଆନନ୍ଦ ପ୍ରାପ୍ତ ହୁଏ ତାହା ଅବିନାଶୀ । ମନୁଷ୍ୟ ସୁନୀତିର ଅଧୀନ ହେଲେ ସଦା·ରୀ ଓ ସୁରୁଚିର ଅଧୀନ ହେଲେ ଦୁରା·ରୀ ହୁଏ । ମନୁଷ୍ୟ ସମ୍ମୁଖରେ ଦୁଇଟି ଆନନ୍ଦ । ବିଷୟାନନ୍ଦ ଓ ପରମାନନ୍ଦ । ପ୍ରଥମ ଆନନ୍ଦ କ୍ଷଣିକ ସୁଖ ପ୍ରଦାନ କରେ । ଏହାର ପରିଣାମ ଦୁଃଖଦ ହୋଇଥାଏ । ଦ୍ୱିତୀୟ ଆନନ୍ଦ ପ୍ରାରମ୍ଭିକ ସ୍ତରରେ କଷ୍ଟଦାୟୀ କିନ୍ତୁ ପରିଣାମରେ ସୁଖଦାୟୀ ହୋଇଥାଏ ।

ଦୁଇଟି ମିତ୍ର ଯାତ୍ରା କରିବା ପାଇଁ ବାହାରିଲେ । ଜଣକର ଅଭ୍ୟାସ ଏପରି ଥିଲା ଯେ ଶେଯ ତକିଆ ବିନା ତାକୁ ନିଦ ଆସୁ ନଥିଲା । ତେଣୁ ସେ ଆବଶ୍ୟକ ଉପକରଣ ଏକତ୍ର ବାନ୍ଧି ରଖିଲା । କିନ୍ତୁ ତାହା ବୋହିବାକୁ କୌଣସି ଲୋକ ବାହାରିଲେ ନାହିଁ । ଅଗତ୍ୟା ସମସ୍ତ ସାମଗ୍ରୀ ନିଜେ ବୋହି ଯାତ୍ରାରେ ବାହାରିଲା । ରାସ୍ତାରେ ଜଣେ ସଜ୍ଜନଙ୍କ ସହିତ ସାକ୍ଷାତ ହେଲା । ସେହି ମହାଶୟଙ୍କ ଦଶା ଦେଖି ସେ କହିଲେ ଏହି ବୋଝ କେତେ କଷ୍ଟଦାୟୀ । ଏହାରି ବିନା କାହିଁକି ଯାତ୍ରା କରୁ ନାହଁ? ବ୍ୟକ୍ତିଟି ଉର ଦେଲା - ଅବଶ୍ୟ ମୋତେ ବୋଝ ବାହିବାକୁ କଷ୍ଟ ହେଉଛି, କିନ୍ତୁ ରାତ୍ରୀରେ ଶୋଇବା ବେଳେ ଖୁବ୍ ମଜା ଲାଗୁଛି । ରାତ୍ରୀର ଆନନ୍ଦ ପାଇଁ ସମଗ୍ର ଦିବସ ସେ ବୋଝ ବୋହି ଭ୍ରମଣ କରୁଥାଏ । ଏହା ଅନ୍ୟ କାହାରି ନୁହେଁ, ଆମରି କଥା । ଜୀବାତ୍ମା ଜନ୍ମଜନ୍ମାନ୍ତର ଯାତ୍ରା କରିଆସୁଛି । କ୍ଷଣିକ ସୁଖ ପାଇଁ ସେ ସାରାଦିନ ଗଧ ଖଟଣୀ ଖଟେ । ସାରାଦିନ ଦୁଃଖର ପର୍ବତ ମସ୍ତକରେ ବହନ କରି·ଲେ । କ୍ଷଣିକ ସୁଖ ପାଇଁ ତାକୁ କେତେ ଚିନ୍ତା ଓ କେତେ କଷ୍ଟ କରିବାକୁ ପଡେ । ବିଷୟ ସୁଖ କେବଳ କ୍ଷଣିକ ନୁହେଁ, ତୁଚ୍ଛ ମଧ୍ୟ ।

ଧ୍ରୁବ ଅବିନାଶୀ ପରମାନନ୍ଦ ସ୍ବରୂପ (ପ୍ରତୀକ) । ଜୀବ ଯେତେବେଳେ ପରମାନନ୍ଦ ପ୍ରତି ଅଗ୍ରସର ହୁଏ ସେତେବେଳେ ସୁରୁଚି ବିଘ୍ନ ଉପସ୍ଥିତ କରିଥାଏ । ଆତ୍ମା ଓ ପରମାତ୍ମାଙ୍କ ମିଳନ ହେବାକୁ ସୁରୁଚି ଦିଏ ନାହିଁ । ସୁରୁଚି ଅଧୀନସ୍ଥ ବ୍ୟକ୍ତି କାମାଧୀନ ମଧ୍ୟ ହୋଇଥାଏ ।

ମନ, ବଚନ ଓ କି୍ରୟା ଏକ ସମାନ ହେଲେ ବ୍ୟକ୍ତି ଠିକ୍ ଭାବରେ ଭଗବତ୍ ଭକ୍ତି କରିପାରେ । ଏପରି ଭକ୍ତି ତାକୁ ଆନନ୍ଦ ପ୍ରଦାନ କରେ । ବ୍ୟକ୍ତି ଭଗବତ୍ ସାହଚର୍ଯ୍ୟ ଅନୁଭବ କରିପାରେନାହିଁ । କିନ୍ତୁ ପ୍ରତ୍ୟେକ ଜୀବାତ୍ମାର ପ୍ରକୃତ ପିତା ହେଉଛନ୍ତି ପରମାତ୍ମା । ସେ ହେଉଛନ୍ତି ପ୍ରକୃତ ମିତ୍ର । ସେ ଧନୀ-ଦରିଦ୍ର ଶିକ୍ଷିତ-ଅଶିକ୍ଷିତ, ତଥା ଛୋଟ-ବଡ ଆଦିର ଭେଦଭାବ ରଖନ୍ତି ନାହିଁ । ସେ କେବଳ ଜୀବାତ୍ମା ହୃଦୟରେ  ଥିବା ପ୍ରେମ ଭାବକୁ ଦେଖନ୍ତି । ଆତୁରତା ବିନା ଭଗବତ୍ ପ୍ରାପ୍ତି ହୁଏ ନାହିଁ । ଉପନିଷଦରେ ଈଶ୍ୱର କହିଛନ୍ତି - ଏହି ଜୀବ ହେଉଛି ମୋର ପୁତ୍ର । ଅମୃତସ୍ୟ ପୁତ୍ରାଃ । ମୁଁ ଜୀବକୁ ସର୍ବଦା କୋଳାଗ୍ରତ କରିବାକୁ ପ୍ରସ୍ତୁତ ଥାଏ । କିନ୍ତୁ ସେ ମୋ ନିକଟକୁ ଆସେ ନାହିଁ ।

ଲାଭ-ହାନି, ସୁଖ-ଦୁଃଖ, ମାନ-ଅପମାନ ଆଦି ସବୁ କିଛି ପୂର୍ବଜନ୍ମ କର୍ମର ଫଳ ଅଟେ । ଜ୍ଞାନୀ ସେ ସବୁ ଖୁସି ଖୁସିରେ ସହିଯାଏ; କିନ୍ତୁ ଅଜ୍ଞାନକୁ ଖୁବ୍ କଷ୍ଟ ହୁଏ । ଯେପରି ବୀଜ ବୁଣା ଯାଇଥାଏ, ସେପରି ଫଳ ମିଳିଥାଏ । ତେଣୁ ଏ ଜନ୍ମରେ କେହି କୌଣସି କାରଣରୁ ଅପମାନ କଲେ ହସି ହସି ସହି ଯିବା ଉଚିତ ।

ଦୁଷ୍ଟ ସ୍ବଭାବ ଶୀଘ୍ର ପରିବର୍ନ ହୁଏ ନାହିଁ । ସ୍ୱଭାବ ପରିବର୍ନ ଏକ କଷ୍ଟସାଧ୍ୟ ପ୍ରକି୍ରୟା ।

କସ୍ତୁରୀକି କ୍ୟାରୀ କରି, କେଶରକୀ ବନୀ ଖାଦ । 

ପାନି ଦିଆ ଗୁଲାବକା; ତଉ ପ୍ୟାଜ କି ପ୍ୟାଜ ।ା

ସତ୍କର୍ମର ପୁଣ୍ୟ ଯେ ପର୍ଯ୍ୟନ୍ତ ଠିକ୍ ଭାବରେ ବୃଦ୍ଧି ପାଏ ନାହିଁ ସେ ପର୍ଯ୍ୟନ୍ତ ସ୍ୱଭାବ ସୁଧୁରେ ନାହିଁ । ପ୍ରତ୍ୟେକ ପିତାମାତା ନିଜ ସନ୍ତାନସନ୍ତତିମାନଙ୍କୁ ପିଲାଟି ଦିନରୁ ହିଁ ଉମ ସଂସ୍କାର ପ୍ରଦାନ କରିବା ଉଚିତ । କାରଣ ବାଳକ ମାତାର ଦୋଷ ପାଇଁ ଚରିତ୍ରହୀନ, ପିତାର ଦୋଷ ପାଇଁ ମୁର୍ଖ, ବଂଶର ଦୋଷ ପାଇଁ କାପୁରୁଷ ଏବଂ ନିଜର ଦୋଷ ପାଇଁ ଦରିଦ୍ର ହୋଇଥାଏ ।

ଦୁଃଶୀଳୋ ମାତୃ ଦୋଷେନ, ପିତୃ ଦୋଷେନ ମୁର୍ଖତା ।

କାର୍ପଣ୍ୟଂ ବଂଶ ଦୋଷ୍ଟେ, ଆତ୍ମ ଦୋଷାତ୍ ଦରିଦ୍ରତା ।ା

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର